03.10.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ହେଉଛ ସଚ୍ଚା-ସଚ୍ଚା ପତଙ୍ଗ ଯେଉଁମାନେ ବର୍ତ୍ତମାନ ଜ୍ୟୋତି ଉପରେ ଝାସ ଦେଉଛ, ଏହି ଝାସ ଦେବାର ସ୍ମାରକୀ ହେଉଛି ଦୀପାବଳୀ ।”

ପ୍ରଶ୍ନ:-
ବାବା ନିଜର ସନ୍ତାନମାନଙ୍କୁ କେଉଁ ସମାଚାର ଶୁଣାଇଛନ୍ତି?

ଉତ୍ତର:-
ବାବା ଶୁଣାଇଛନ୍ତି - ତୁମେ ଆତ୍ମାମାନେ ନିର୍ବାଣଧାମରୁ ଏଠାକୁ କିପରି ଆସୁଛ ଏବଂ ମୁଁ କିପରି ଆସୁଛି । ମୁଁ କିଏ, କ’ଣ କରୁଛି, କିପରି ରାମରାଜ୍ୟ ସ୍ଥାପନ କରୁଛି ଏବଂ କିପରି ତୁମମାନଙ୍କୁ ରାବଣ ଉପରେ ବିଜୟ ପ୍ରାପ୍ତ କରାଉଛି । ଏବେ ତୁମେ ପିଲାମାନେ ଏହି ସବୁ କଥାକୁ ଜାଣିଛ । ତୁମର ଆତ୍ମାଜ୍ୟୋତି ଜାଗ୍ରତ ହୋଇଯାଇଛି ।

ଗୀତ:-
ତୁହ୍ମି ହୋ ମାତା-ପିତା...

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ଆତ୍ମାମାନେ ଏହି ଶରୀରର କର୍ମେନ୍ଦ୍ରିୟ ଦ୍ୱାରା ଗୀତ ଶୁଣିଲେ । ଗୀତର ପ୍ରଥମ ଧାଡି ତ ଠିକ୍ ଥିଲା । ପଛ ଆଡକୁ ପୁଣି ଭକ୍ତିର ଅକ୍ଷର ଥିଲା । ତୁମ ଚରଣର ଧୂଳି ଅଟୁ । ବାସ୍ତବରେ ପିଲାମାନେ କ’ଣ ଚରଣର ଧୂଳି କି । ଏହା ଭୁଲ୍ ଅଟେ । ବାବା ପିଲାମାନଙ୍କୁ ସଠିକ୍ ଅକ୍ଷର ବୁଝାଉଛନ୍ତି । ବାବା ମଧ୍ୟ ସେହିଠାରୁ ଆସୁଛନ୍ତି ଯେଉଁଠାରୁ ପିଲାମାନେ ଆସିଥା’ନ୍ତି, ତାହା ହେଉଛି ନିର୍ବାଣଧାମ । ସମସ୍ତଙ୍କର ଆସିବାର ସମାଚାର ତ’ ପିଲାମାନଙ୍କୁ ଶୁଣାଇଲି । ନିଜର ମଧ୍ୟ ଶୁଣାଇଲି ଯେ ମୁଁ କିପରି ଆସୁଛି, ଆସି କ’ଣ କରୁଛି । ରାମରାଜ୍ୟ ସ୍ଥାପନ କରିବା ପାଇଁ ରାବଣ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ପିଲାମାନେ ଜାଣିଛନ୍ତି - ରାମରାଜ୍ୟ ଏବଂ ରାବଣ ରାଜ୍ୟ ଏହି ପୃଥିବୀ ଉପରେ ହିଁ ଅଛି । ଏବେ ତୁମେ ବିଶ୍ୱର ମାଲିକ ହେଉଛ । ଧରିତ୍ରୀ, ଆକାଶ, ସୂର୍ଯ୍ୟ ଆଦି ସବୁ ତୁମ ହାତକୁ ଆସିଯାଉଛି । ତେଣୁ କୁହାଯିବ ରାମ ଏବଂ ରାବଣ ରାଜ୍ୟ ସାରା ବିଶ୍ୱ ଉପରେ ହେଉଛି । ରାବଣ ରାଜ୍ୟରେ କେତେ କୋଟି ଅଛନ୍ତି, କିନ୍ତୁ ରାମରାଜ୍ୟରେ ଅଳ୍ପ ସଂଖ୍ୟକ ଥା’ନ୍ତି ପୁଣି ଧିରେ ଧିରେ ବୃଦ୍ଧି ହୋଇଥାଏ । ରାବଣ ରାଜ୍ୟରେ ବହୁତ ବୃଦ୍ଧି ହେଉଛି କାହିଁକି ନା ମନୁଷ୍ୟ ବିକାରୀ ହୋଇ ଯାଇଛନ୍ତି । ରାମ ରାଜ୍ୟରେ ନିର୍ବିକାରୀ ଥା’ନ୍ତି । ମନୁଷ୍ୟମାନଙ୍କର ହିଁ କାହାଣୀ ଅଟେ । ତେଣୁ ରାମ ଏବଂ ରାବଣ ଉଭୟ ବେହଦର ମାଲିକ ଅଟନ୍ତି । ବର୍ତ୍ତମାନ କେତେ ଅନେକ ଧର୍ମ ରହିଛି । ଗାୟନ ରହିଛି ଯେ ଅନେକ ଧର୍ମର ବିନାଶ । ବାବା ବୃକ୍ଷ ସମ୍ବନ୍ଧରେ ମଧ୍ୟ ବୁଝାଇଛନ୍ତି ।

ଏବେ ରାବଣକୁ ଜଳାଇ ହଶହରା ପାଳନ କରୁଛନ୍ତି । ଏହା ହେଲା ହଦର ଜଳାଇବା । ତୁମର ତ’ ବେହଦ୍‌ର କଥା ଅଟେ । ରାବଣକୁ ମଧ୍ୟ କେବଳ ଭାରତବାସୀ ହିଁ ଜଳାଉଛନ୍ତି, ବିଦେଶରେ ମଧ୍ୟ ଯେଉଁଠି-ଯେଉଁଠି ଅଧିକ ଭାରତବାସୀ ଥିବେ ସେଠାରେ ଜଳାଇବେ । ତାହା ହେଲା ହଦର ଦଶହରା । ଶାସ୍ତ୍ରରେ ଦେଖାଇଛନ୍ତି ଲଙ୍କାରେ ରାବଣ ରାଜତ୍ୱ କରୁଥିଲା, ସୀତାକୁ ଚୋରାଇ ଲଙ୍କାକୁ ନେଇଗଲା । ଏହା ହେଲା ହଦର କଥା । ବର୍ତ୍ତମାନ ବାବା କହୁଛନ୍ତି ସାରା ବିଶ୍ୱ ଉପରେ ରାବଣର ରାଜ୍ୟ ଚାଲିଛି । ରାମରାଜ୍ୟ ଏବେ ନାହିଁ । ରାମରାଜ୍ୟ ଅର୍ଥାତ୍ ଈଶ୍ୱରଙ୍କ ଦ୍ୱାରା ସ୍ଥାପିତ ରାଜ୍ୟ । ସତ୍ୟଯୁଗକୁ ରାମରାଜ୍ୟ କୁହାଯାଉଛି । ମାଳା ସ୍ମରଣ କରିଥା’ନ୍ତି, ରଘୁପତି ରାଘବ ରାଜା ରାମ୍ କହନ୍ତି କିନ୍ତୁ ରାଜା ରାମଙ୍କୁ ସ୍ମରଣ କରନ୍ତି ନାହିଁ, ଯିଏ ସାରା ବିଶ୍ୱର ସେବା କରୁଛନ୍ତି, ତାଙ୍କର ମାଳାକୁ ସ୍ମରଣ କରୁଛନ୍ତି ।

ଭାରତବାସୀ ଦଶହରା ପରେ ପୁଣି ଦୀପାବଳି ପାଳନ କରନ୍ତି । ଦୀପାବଳି କାହିଁକି ପାଳନ କରୁଛନ୍ତି? କାହିଁକି ନା ଦେବତାମାନଙ୍କର ରାଜ୍ୟାଭିଷେକ ହେଉଛି । କାରୋନେସନ୍ (ରାଜ୍ୟାଭିଷେକ) ସମୟରେ ବହୁତ ଆଲୋକରେ ସଜାଇଥା’ନ୍ତି । ପ୍ରଥମତଃ ରାଜ୍ୟାଭିଷେକ ଦ୍ୱିତୀୟରେ ପୁଣି କୁହାଯାଏ - ଘରେ ଘରେ ଦୀପମାଳା ହେଉଛି । ପ୍ରତ୍ୟେକ ଆତ୍ମାର ଜ୍ୟୋତି ଜାଗ୍ରତ ହୋଇଯାଏ । ଏବେ ସବୁ ଆତ୍ମାମାନଙ୍କର ଜ୍ୟୋତି ଲିଭିଯାଇଛି । ଲୌହଯୁଗ ଅର୍ଥାତ୍ ଅନ୍ଧକାରର ଯୁଗ । ଅନ୍ଧକାର ଅର୍ଥ ଭକ୍ତିମାର୍ଗ । ଭକ୍ତି କରି-କରି ଜ୍ୟୋତି କମ୍ ହୋଇଯାଉଛି । ବାକି ଏହି ଦୀପାବଳି ତ କୃତ୍ରିମ ଅଟେ । ଏପରି ନୁହେଁ ଯେ ଅଭିଷେକ ହେଲେ ଆତସବାଜି ଜଳାଇଥା’ନ୍ତି । ଦୀପାବଳୀରେ ଲକ୍ଷ୍ମୀଙ୍କୁ ଆହ୍ୱାନ କରି ପୂଜା କରିଥା’ନ୍ତି । ଏହି ଉତ୍ସବ ହେଉଛି ଭକ୍ତିମାର୍ଗର । ଯିଏ ବି ରାଜା ସିଂହାସନରେ ବସନ୍ତି ତାଙ୍କର ରାଜ୍ୟାଭିଷେକ ଦିନଟିକୁ ଖୁବ୍ ଧୂମ୍‌ଧାମରେ ପାଳନ କରାଯାଏ । ଏ ସବୁ ହଦ୍‌ର କଥା । ଏବେ ତ ବେହଦର ବିନାଶ ହେବ, ସତ୍ୟ-ସତ୍ୟ ଦଶହରା ହେବ । ବାବା ଆସିଛନ୍ତି ସମସ୍ତଙ୍କର ଜ୍ୟୋତି ଜାଗ୍ରତ କରିବା ପାଇଁ । ମନୁଷ୍ୟମାନେ ଭାବୁଛନ୍ତି ଆମର ଜ୍ୟୋତି ବଡ ଜ୍ୟୋତି ସହିତ ମିଶିଯିବ । ବ୍ରହ୍ମ ସମାଜୀଙ୍କ ମନ୍ଦିରରେ ସର୍ବଦା ଜ୍ୟୋତି ଜାଗ୍ରତ ହୋଇରହିଥାଏ । ଭାବନ୍ତି ଯେପରି ପତଙ୍ଗ ଜ୍ୟୋତି ଚତୁର୍ଦ୍ଦିଗରେ ଘୂରି ଝାସ ଦିଏ ସେହିପରି ଆମର ଆତ୍ମା ମଧ୍ୟ ବଡ ଜ୍ୟୋତି ସହିତ ମିଶିଯିବ । ଏହା ଉପରେ ଦୃଷ୍ଟାନ୍ତ ଦିଆଯାଇଛି । ଏବେ ତୁମେ ଅଧାକଳ୍ପର ପ୍ରେମିକା ଅଟ । ତୁମେ ଆସି ଏକମାତ୍ର ପ୍ରେମିକଙ୍କ ପାଖରେ ସମର୍ପିତ ହେଉଛ, ଜଳିବାର କଥା ନୁହେଁ । ଯେପରି ଦୁନିଆର ପ୍ରେମିକ ପ୍ରେମିକାମାନେ ପରସ୍ପରର ପ୍ରେମୀ ହୋଇଯାଆନ୍ତି । ଏଠାରେ ସେ ଏକମାତ୍ର ପ୍ରେମିକ ଅଛନ୍ତି, ବାକି ସବୁ ପ୍ରେମିକା ରହିଛନ୍ତି । ପ୍ରେମିକାମାନେ ସେହି ପ୍ରେମିକଙ୍କୁ ଭକ୍ତିମାର୍ଗରେ ସ୍ମରଣ କରୁଛନ୍ତି । କହିଥା’ନ୍ତି ପ୍ରେମିକ ଆପଣ ଆସିଲେ ଆମେ ଆପଣଙ୍କ ପାଖରେ ବଳି ଚଢିବୁ । ତୁମ ବ୍ୟତୀତ ଆମେ କାହାକୁ ମଧ୍ୟ ସ୍ମରଣ କରିବୁ ନାହିଁ । ଏହା ତୁମର ଶାରୀରିକ ପ୍ରେମ ନୁହେଁ । ସେହି ପ୍ରେମିକ-ପ୍ରେମିକାଙ୍କର ଶାରୀରିକ ପ୍ରେମ ରହିଥାଏ । ବାସ୍ ପରସ୍ପରକୁ ଦେଖିଥା’ନ୍ତି, ଦେଖି ଯେପରି ତୃପ୍ତ ହୋଇଯାଆନ୍ତି । ଏଠାରେ ତ ଜଣେ ପ୍ରେମିକ ବାକି ସବୁ ହେଲେ ପ୍ରେମିକା । ସମସ୍ତେ ବାବାଙ୍କୁ ସ୍ମରଣ କରୁଛନ୍ତି । ଯଦିଓ କେହି ପ୍ରକୃତି ଆଦିକୁ ମଧ୍ୟ ମାନିଥା’ନ୍ତି । ତଥାପି ମଧ୍ୟ ଓ ଗଡ୍‌, ହେ ଭଗବାନ ଶବ୍ଦ ମୁଖରୁ ନିଶ୍ଚୟ ବାହାରେ । ସମସ୍ତେ ତାଙ୍କୁ ଡାକିଥା’ନ୍ତି, ଆମର ଦୁଃଖ ଦୂର କର । ଭକ୍ତିମାର୍ଗରେ ତ’ ବହୁତ ପ୍ରେମିକ-ପ୍ରେମିକା ଥା’ନ୍ତି, କେହି କାହାର ପ୍ରେମୀ ତ ଆଉ କେହି ଆଉ କାହାର ପ୍ରେମୀ ହୋଇଥା’ନ୍ତି । ହନୁମାନଙ୍କର କେତେ ପ୍ରେମିକ ଥିବେ? ସମସ୍ତେ ନିଜ-ନିଜ ପ୍ରେମିକଙ୍କର ଚିତ୍ର ତିଆରି କରି ପରସ୍ପର ମିଳିମିଶି ତାଙ୍କର ବସି ପୂଜା କରିଥା’ନ୍ତି । ପୂଜା କରି ପୁଣି ପ୍ରେମିକଙ୍କୁ ପାଣିରେ ବୁଡାଇ ଦେଇଥା’ନ୍ତି । ଏହାର କିଛି ହେଲେ ଅର୍ଥ ବାହାରୁ ନାହିଁ । ଏଠାରେ ସେ କଥା ନାହିଁ । ତୁମର ଏହି ପ୍ରେମିକ ସର୍ବଦା ଗୋରା, କେବେ ଶ୍ୟାମଳ ହେଉ ନାହାଁନ୍ତି । ମୁସାଫିର ବାବା ଆସି ସମସ୍ତଙ୍କୁ ଗୋରା କରାଉଛନ୍ତି । ତୁମେ ମଧ୍ୟ ମୁସାଫିର (ଯାତ୍ରୀ) ଅଟ ନା । ଦୂରଦେଶରୁ ଆସି ଏଠାରେ ଅଭିନୟ କରୁଛ । ଏହି କଥାକୁ ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ବୁଝୁଛନ୍ତି । ଏବେ ତୁମେ ତ୍ରିକାଳଦର୍ଶୀ ହୋଇଯାଇଛ । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଥିବାରୁ ତୁମେ ତ୍ରିକାଳଦର୍ଶୀ ବ୍ରହ୍ମାକୁମାର-କୁମାରୀ ହୋଇଗଲ । ଯେପରି ଜଗଦ୍‌ଗୁରୁ ଆଦିର ଟାଇଟେଲ୍ (ଉପାଧି) ମଧ୍ୟ ମିଳିଥାଏ ନା । ତୁମକୁ ମଧ୍ୟ ଏହି ଉପାଧି ମିଳୁଛି । ତୁମକୁ ସବୁଠାରୁ ଭଲ ଉପାଧି ମିଳୁଛି - ସ୍ୱଦର୍ଶନ ଚକ୍ରଧାରୀ । କେବଳ ତୁମେ ବ୍ରାହ୍ମଣ ସ୍ୱଦର୍ଶନ ଚକ୍ରଧାରୀ ଅଟ ନା ଶିବବାବା ମଧ୍ୟ ଅଟନ୍ତି? ଶିବବାବା ମଧ୍ୟ ଅଟନ୍ତି । କାହିଁକି ନା ଆତ୍ମା ଶରୀର ସହିତ ସ୍ୱଦର୍ଶନ ଚକ୍ରଧାରୀ ହୋଇଥାଏ ନା । ବାବା ମଧ୍ୟ ଏହାଙ୍କ ମଧ୍ୟରେ ଆସି ବୁଝାଉଛନ୍ତି । ଶିବବାବା ସ୍ୱଦର୍ଶନ ଚକ୍ରଧାରୀ ନ ହୋଇଥିଲେ ତୁମକୁ କିପରି କରାଇବେ । ସେ ସବୁଠାରୁ ସୁପ୍ରିମ ଉଚ୍ଚରୁ ଉଚ୍ଚ ଆତ୍ମା ଅଟନ୍ତି । ଦେହକୁ କ’ଣ ସୁପ୍ରିମ କୁହାଯିବ କି । ସେହି ସୁପ୍ରିମ ବାବା ଆସି ତୁମକୁ ସୁପ୍ରିମ କରାଉଛନ୍ତି । ଆତ୍ମାମାନଙ୍କ ବ୍ୟତୀତ ସ୍ୱଦର୍ଶନ ଚକ୍ରଧାରୀ କେହି ହୋଇ ପାରିବେ ନାହିଁ । ତେବେ କେଉଁ ଆତ୍ମାମାନେ? ଯେଉଁମାନେ ବ୍ରାହ୍ମଣ ଧର୍ମରେ ଅଛନ୍ତି । ଶୂଦ୍ର ଧର୍ମରେ ଥିବା ସମୟରେ କିଛି ଜାଣି ନ ଥିଲ । ଏବେ ବାବାଙ୍କ ଦ୍ୱାରା ତୁମେ ଜାଣୁଛ । କେତେ ଭଲ ଭଲ କଥା ଅଟେ । ତୁମେ ହିଁ ଶୁଣି ଖୁସି ହେଉଛ । ବାହାର ଲୋକେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଓହୋ! ଏହା ତ ବହୁତ ଉଚ୍ଚ ଜ୍ଞାନ । ତେବେ ସେମାନଙ୍କୁ କୁହ, ଆଚ୍ଛା ତୁମେ ମଧ୍ୟ ଏହିପରି ସ୍ୱଦର୍ଶନ ଚକ୍ରଧାରୀ ହୋଇଯାଅ ପୁଣି ଚକ୍ରବର୍ତ୍ତୀ ରାଜା ବିଶ୍ୱର ମାଲିକ ହୋଇଯିବ । କିନ୍ତୁ ଏଠାରୁ ବାହାରକୁ ଗଲେ ତ ସବୁ ଖଲାସ । ମାୟା ଏତେ ବାହାଦୁର ଯେ, ସେମାନେ ଯେଉଁ ସ୍ଥାନରେ ରହିଥାଆନ୍ତି ସେହି ସ୍ଥାନରେ ହୋଇ ରହିଯାଇଥା’ନ୍ତି । ଯେପରି ଗର୍ଭରେ ଥିବା ପିଲା ପ୍ରତିଜ୍ଞା କରି ବାହାରିଲା ପରେ ପ୍ରତିଜ୍ଞା ସେହିଠାର ହିଁ ରହିଯାଇଥାଏ । ତୁମେ ପ୍ରଦର୍ଶନୀ ଆଦିରେ ଯେତେବେଳେ ବୁଝାଉଛ, ବହୁତ ଭଲ-ଭଲ ବୋଲି କହିଥା’ନ୍ତି । ବହୁତ ଭଲ ଜ୍ଞାନ, ମୁଁ ଏହିପରି ପୁରୁଷାର୍ଥ କରିବି, ଏଭଳି କରିବି... । ବାସ୍‌ ବାହାରକୁ ଆସିଲା ପରେ, ଯେଉଁଠିକାର ସେଠାକାର ହିଁ ହୋଇ ରହିଯାଉଛନ୍ତି । ତଥାପି ମଧ୍ୟ କିଛି ନା କିଛି ପ୍ରଭାବ ରହିଥାଏ । ଏପରି ନୁହେଁ ଯେ ସେ ପୁଣି ଆଉ ଆସିବେ ନାହିଁ । ବୃକ୍ଷର ବୃଦ୍ଧି ହୋଇ ଚାଲିବ । ବୃକ୍ଷର ବୃଦ୍ଧି ହେଲେ ସମସ୍ତଙ୍କର ଆକର୍ଷଣ ହେବ । ବର୍ତ୍ତମାନ ଏହା ହେଉଛି ରୌରବ ନର୍କ । ଗରୁଡ ପୁରାଣରେ ମଧ୍ୟ ଏହିପରି ରୋଚକ କଥା ଲେଖା ଅଛି ଯାହାକି ମନୁଷ୍ୟମାନଙ୍କୁ ଶୁଣାଇଥା’ନ୍ତି ଯାହାଦ୍ୱାରା କିଛି ଡର ରହିବ । ସେଥିରୁ ହିଁ ବାହାର କରିଛନ୍ତି ଯେ ମନୁଷ୍ୟ ସର୍ପ, ବିଛା ଆଦି ହୁଅନ୍ତି । ବାବା କହୁଛନ୍ତି ମୁଁ ତୁମକୁ ବିଷୟ ବିକାର ରୂପକ ନଦୀରୁ ବାହାର କରି କ୍ଷୀର ସାଗରକୁ ପଠାଇ ଦେଉଛି । ବାସ୍ତବରେ ତୁମେ ଶାନ୍ତିଧାମର ବାସିନ୍ଦା ଥିଲ । ପୁଣି ସୁଖଧାମକୁ ପାର୍ଟ ବଜାଇବାକୁ ଆସିଲ । ଏବେ ପୁଣି ଆମେ ଯାଉଛୁ ଶାନ୍ତିଧାମ ଏବଂ ସୁଖଧାମକୁ । ତେବେ ଏହି ଧାମକୁ ତ ମନେପକାଇବ ନା । ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା-ପିତା... ସେହି ଅସରନ୍ତି ସୁଖ ତ’ ସତ୍ୟଯୁଗରେ ରହିବ । ବର୍ତ୍ତମାନ ହେଉଛି ସଂଗମଯୁଗ । ଏଠାରେ ଶେଷ ସମୟରେ ତ୍ରାହି-ତ୍ରାହି କରିବେ କାହିଁକି ନା ବହୁତ ଦୁଃଖ ଆସିବ । ପୁଣି ସତ୍ୟଯୁଗରେ ଅତି ସୁଖ ହେବ । ଅତି ସୁଖ ଏବଂ ଅତି ଦୁଃଖର ଏହି ଖେଳ ନିର୍ମିତ ହୋଇଛି । ବିଷ୍ଣୁ ଅବତାର ମଧ୍ୟ ଦେଖାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଯୋଡି ଯେପରି ଉପରୁ ଆସୁଛି । ବାସ୍ତବରେ ଉପରୁ କୌଣସି ଶରୀରଧାରୀ କ’ଣ ଆସୁଛନ୍ତି କି । ଉପରୁ ପ୍ରତ୍ୟେକ ଆତ୍ମା ଆସୁଛନ୍ତି । କିନ୍ତୁ ଈଶ୍ୱରଙ୍କର ଅବତରଣ ବହୁତ ବିଚିତ୍ର ଅଟେ, ସେ ହିଁ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ତାଙ୍କର ପର୍ବ ଶିବଜୟନ୍ତୀ ରୂପେ ପାଳନ କରାଯାଏ । ଯଦି ଜଣା ଥାଆନ୍ତା ଯେ ପରମପିତା ପରମାତ୍ମା ଶିବ ହିଁ ମୁକ୍ତି-ଜୀବନମୁକ୍ତିର ବର୍ସା ଦେଉଛନ୍ତି, ତେବେ ସାରା ବିଶ୍ୱରେ ଈଶ୍ୱର ପିତାଙ୍କର ପର୍ବ(ଶିବଜୟନ୍ତୀ) ପାଳନ କରିଥା’ନ୍ତେ । ବେହଦ ବାବାଙ୍କର ସ୍ମାରକୀ ସେବେ ପାଳନ କରିବେ ଯେବେ ଜାଣିବେ ଯେ ଶିବବାବା ହିଁ ଲିବରେଟ୍‌ର, ଗାଇଡ୍ ଅଟନ୍ତି । ତାଙ୍କର ଜନ୍ମ ଭାରତରେ ହିଁ ହେଉଛି । ଶିବଜୟନ୍ତୀ ମଧ୍ୟ ଭାରତରେ ପାଳନ କରୁଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ପରିଚୟ ନ ଥିବାରୁ ଛୁଟିଦିନ ମଧ୍ୟ କରୁ ନାହାଁନ୍ତି । ଯେଉଁ ବାବା ସମସ୍ତଙ୍କର ସଦ୍‌ଗତି ଦାତା, ତାଙ୍କର ଜନ୍ମଭୂମି, ଯେଉଁଠିକୁ ଆସି ଅଲୌକିକ କର୍ତ୍ତବ୍ୟ କରୁଛନ୍ତି, ତାଙ୍କର ଜନ୍ମଦିନ ଏବଂ ତୀର୍ଥଯାତ୍ରା ତ’ ବହୁତ ପାଳନ କରିବା ଉଚିତ୍ । ତୁମର ସ୍ମୃତିଚିହ୍ନ ମନ୍ଦିର ମଧ୍ୟ ଏହିଠାରେ ହିଁ ଅଛି । କିନ୍ତୁ କାହାକୁ ହେଲେ ଜଣା ନାହିଁ ଯେ ଶିବବାବା ହିଁ ଆସି ମୁକ୍ତିଦାତା, ଗାଇଡ୍ ହେଉଛନ୍ତି । ସମସ୍ତେ କହୁଛନ୍ତି ଯେ ସବୁ ଦୁଃଖରୁ ମୁକ୍ତ କରି ସୁଖଧାମକୁ ନେଇ ଚାଲ କିନ୍ତୁ ବୁଝୁ ନାହାଁନ୍ତି । ଭାରତ ବହୁତ ଶ୍ରେଷ୍ଠ ରାଷ୍ଟ୍ର ଅଟେ । ଭାରତ ମହିମାର ଅପରମଅପାର ଗାୟନ ରହିଛି । ଏହିଠାରେ ହିଁ ଶିବବାବାଙ୍କର ଜନ୍ମ ହେଉଛି, କିନ୍ତୁ ତାଙ୍କୁ କେହି ମାନୁ ନାହାଁନ୍ତି । ଷ୍ଟାମ୍ପ ତିଆରି କରୁ ନାହାଁନ୍ତି । ଅନ୍ୟମାନଙ୍କର ତ’ ବହୁତ କରୁଛନ୍ତି । ଏବେ କିପରି ବୁଝାଇଲେ ଏହାଙ୍କ ମହତ୍ୱ ବିଷୟରେ ସମସ୍ତେ ଜାଣିବେ । ବିଲାତରେ ମଧ୍ୟ ସନ୍ନ୍ୟାସୀ ଆଦି ଯାଇ ଭାରତର ପ୍ରାଚୀନ ଯୋଗ ଶିଖାଉଛନ୍ତି, ତୁମେ ଏହି ରାଜଯୋଗ ସମ୍ବନ୍ଧରେ ବତାଇଲେ ତୁମର ବହୁତ ପ୍ରସିଦ୍ଧି (ନାମ) ହେବ । କୁହ, ରାଜଯୋଗ କିଏ ଶିଖାଇଥିଲେ, ଏକଥା କାହାକୁ ହେଲେ ଜଣା ନାହିଁ । କୃଷ୍ଣ ତ’ ହଠଯୋଗ ଶିଖାଇ ନାହାଁନ୍ତି । ଏହି ହଠଯୋଗ ହେଉଛି ସନ୍ନ୍ୟାସୀମାନଙ୍କର । ଯିଏ ବହୁତ ପାଠ ପଢି ନିଜକୁ ଫିଲୋସୋଫର ବୋଲାଉଛନ୍ତି, ସେମାନେ ଏହି କଥାକୁ ବୁଝି ସୁଧୁରିଯାଆନ୍ତୁ, ଏବଂ କୁହନ୍ତୁ, ଆମେ ମଧ୍ୟ ଶାସ୍ତ୍ର ପଢିଛୁ, କିନ୍ତୁ ବର୍ତ୍ତମାନ ଯାହା ବାବା ଶୁଣାଉଛନ୍ତି ତାହା ଠିକ୍ ଅଟେ, ବାକି ସବୁ ଭୁଲ୍ । ତେଣୁ ଏକଥା ମଧ୍ୟ ବୁଝନ୍ତୁ ଯେ ବାସ୍ତବରେ ଭାରତ ସବୁଠାରୁ ବଡରୁ ବଡ ତୀର୍ଥ ସ୍ଥାନ ଅଟେ, ଯେଉଁଠାକୁ ବାବା ଆସୁଛନ୍ତି । ତୁମେମାନେ ଜାଣିଛ ଏହାକୁ ଧର୍ମ ଭୂମି କୁହାଯାଉଛି । ଏଠାରେ ଯେତେ ଧର୍ମାତ୍ମା ଅଛନ୍ତି ସେତେ ଆଉ କେଉଁଠି ନାହାଁନ୍ତି । ତୁମେ କେତେ ଦାନ ପୁଣ୍ୟ କରୁଛ । ବାବାଙ୍କୁ ଜାଣି, ତନ-ମନ-ଧନ ସବୁ ଏହି ସେବାରେ ଲଗାଇଦେଉଛ । ବାବା ହିଁ ସମସ୍ତଙ୍କୁ ମୁକ୍ତ କରିଥାଆନ୍ତି । ସମସ୍ତଙ୍କୁ ଦୁଃଖରୁ ମୁକୁଳାଇଥା’ନ୍ତି । ଅନ୍ୟ ଧର୍ମ ସ୍ଥାପକମାନେ କେହି ଦୁଃଖରୁ ମୁକ୍ତ କରୁ ନାହାଁନ୍ତି । ସେମାନେ ତ’ ତାଙ୍କ ପଛରେ ଆସୁଛନ୍ତି । କ୍ରମାନ୍ୱୟରେ ସମସ୍ତେ ଅଭିନୟ କରିବାକୁ ଆସୁଛନ୍ତି । ଅଭିନୟ କରି କରି ତମୋପ୍ରଧାନ ହୋଇଯାଉଛନ୍ତି । ପୁଣି ବାବା ଆସି ସତ୍ତ୍ୱପ୍ରଧାନ କରୁଛନ୍ତି । ତେଣୁ ଏହି ଭାରତ କେତେ ବଡ ତୀର୍ଥ ଅଟେ । ଭାରତ ହେଉଛି ସବୁଠାରୁ ନମ୍ବରୱାନ ଶ୍ରେଷ୍ଠଭୂମି । ବାବା କହୁଛନ୍ତି ଏହା ମୋର ଜନ୍ମଭୂମି ଅଟେ । ମୁଁ ଆସି ସମସ୍ତଙ୍କର ସଦ୍‌ଗତି କରୁଛି । ଭାରତକୁ ସ୍ୱର୍ଗ କରିଦେଉଛି । ତୁମେ ପିଲାମାନେ ଜାଣିଛ ବାବା ସ୍ୱର୍ଗର ମାଲିକ କରିବାକୁ ଆସିଛନ୍ତି । ଏହିପରି ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଅ । ତୁମକୁ ଦେଖି ଅନ୍ୟମାନେ ମଧ୍ୟ ଏହିପରି କର୍ମ କରିବେ । ଏହାକୁ ହିଁ କୁହାଯାଉଛି - ଅଲୌକିକ ଦିବ୍ୟ କର୍ମ । ଏପରି ଭାବ ନାହିଁ ଯେ କେହି ଜାଣିବେ ନାହିଁ । ଅନେକ ଏପରି ବାହାରିବେ ଯେ ଯିଏ ତୁମର ଚିତ୍ର ମଧ୍ୟ ନେଇଯିବେ । ଭଲ ଭଲ ଚିତ୍ର ହେଲେ ଷ୍ଟିମର ଭରି ନେଇଯିବେ । ଷ୍ଟିମର ରହୁଥିବା ସ୍ଥାନରେ ଏହି ଚିତ୍ର ଲଗାଇଦେବେ । ତୁମର ବହୁତ ସେବା ହେବ । ହୁଣ୍ଡି ଭରିବା ପାଇଁ ବହୁତ ଉଦାରଚିତ୍ ଧନବାନ ମଧ୍ୟ ବାହାରିବେ ଯିଏକି ଏହିପରି କାମ କରିବାରେ ଲାଗି ପଡିବେ । ଯେପରି ସମସ୍ତେ ଜାଣିବେ ଯେ ଇଏ କିଏ ଯିଏକି ଏହି ପୁରୁଣା ଦୁନିଆକୁ ବଦଳାଇ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ତୁମର ମଧ୍ୟ ପୂର୍ବରୁ ତୁଚ୍ଛ ବୁଦ୍ଧି ଥିଲା, ଏବେ ତୁମର ବୁଦ୍ଧି ସ୍ୱଚ୍ଛ ହୋଇଛି । ଜାଣିଛ ଯେ ଆମେ ଏହି ଜ୍ଞାନ ଏବଂ ଯୋଗବଳ ଦ୍ୱାରା ବିଶ୍ୱକୁ ସ୍ୱର୍ଗ କରୁଛୁ । ବାକି ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ତୁମକୁ ମଧ୍ୟ ଅଥୋରିଟୀ ହେବାକୁ ପଡିବ । ତୁମେ ବେହଦ ବାବାଙ୍କର ସନ୍ତାନ ଅଟ ନା । ମନେ ପକାଇବା ଦ୍ୱାରା ଶକ୍ତି ମିଳିଥାଏ । ବାବାଙ୍କୁ ୱାର୍ଲଡ ଅଲ୍‌ମାଇଟି ଅଥୋରିଟୀ (ବିଶ୍ୱର ସର୍ବଶକ୍ତିର ଅଧିକାରୀ) କୁହାଯାଉଛି । ସେ ସବୁ ବେଦ ଶାସ୍ତ୍ରର ସାରାଂଶକୁ ବତାଉଛନ୍ତି । ତେଣୁ ପିଲାମାନଙ୍କର କେତେ ସେବାର ଉମଙ୍ଗ ରହିବା ଉଚିତ୍ । ମୁଖରୁ ଜ୍ଞାନ ରତ୍ନ ବିନା ଆଉ କିଛି ନ ବାହାରୁ । ତୁମେ ପ୍ରତ୍ୟେକ ହେଉଛ ରୂପ-ବସନ୍ତ (ଯୋଗୀ-ଜ୍ଞାନୀ) । ତୁମେ ଦେଖୁଛ ସାରା ଦୁନିଆ ଶସ୍ୟ-ଶ୍ୟାମଳା ହୋଇଯାଉଛି । ସବୁ କିଛି ନୂଆ ହେବ, ସେଠାରେ ଦୁଃଖର ନାମ ରହିବ ନାହିଁ । ପାଞ୍ଚତତ୍ତ୍ୱ ମଧ୍ୟ ତୁମ ସେବାରେ ହାଜିର ରହିଥା’ନ୍ତି । ବର୍ତ୍ତମାନ ସେମାନେ ଡିସ୍‌ସର୍ଭିସ୍ (ଅପସେବା) କରୁଛନ୍ତି କାହିଁକି ନା ମନୁଷ୍ୟମାନେ ଯୋଗ୍ୟ ହୋଇନାହାଁନ୍ତି । ବାବା ଏବେ ଯୋଗ୍ୟ କରାଉଛନ୍ତି । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରୂପ-ବସନ୍ତ ହୋଇ ମୁଖରୁ ସର୍ବଦା ଜ୍ଞାନ ରତ୍ନ ହିଁ ବାହାର କରିବାକୁ ହେବ । ସେବା କରିବାର ଉମଙ୍ଗ-ଉତ୍ସାହରେ ରହିବାକୁ ହେବ । ନିଜେ ବାବାଙ୍କର ସ୍ମୃତିରେ ରହିବା ଏବଂ ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବା - ଏହି ଦିବ୍ୟ ଅଲୌକିକ କାର୍ଯ୍ୟ କରିବାକୁ ହେବ ।

(୨) ସଚ୍ଚା-ସଚ୍ଚା ପ୍ରେମିକା ହୋଇ ଏକମାତ୍ର ପ୍ରେମିକଙ୍କ ଉପରେ ଝାସ ଦେବାକୁ ହେବ ଅର୍ଥାତ୍ ବଳି ଚଢିବାକୁ ହେବ, ତେବେ ଯାଇ ସଚ୍ଚା ଦୀପାବଳୀ ହେବ ।

ବରଦାନ:-
ବିଶ୍ୱ ମହରାଜାର ପଦବୀ ପ୍ରାପ୍ତ କରୁଥିବା ସର୍ବଶକ୍ତିର ଷ୍ଟକରେ ଭରପୂର ଆତ୍ମା ଭବ ।

ଯେଉଁମାନେ ବିଶ୍ୱ ମହାରାଜା ପଦବୀ ପ୍ରାପ୍ତ କରୁଥିବା ଆତ୍ମା ସେମାନଙ୍କର ପୁରୁଷାର୍ଥ କେବଳ ନିଜ ପାଇଁ ହୋଇ ନ ଥାଏ । ନିଜ ଜୀବନରେ ଆସୁଥିବା ବିଘ୍ନ ବା ପରୀକ୍ଷାକୁ ପାସ୍ କରିବା ତ ବହୁତ ସାଧାରଣ କଥା କିନ୍ତୁ ଯେଉଁମାନେ ବିଶ୍ୱ ମହାରାଜା ହେବାବାଲା ଆତ୍ମା ସେମାନଙ୍କ ଭିତରେ ଏବେ ଠାରୁ ହିଁ ସର୍ବଶକ୍ତିର ଷ୍ଟକ ଭରପୂର ରହିଥିବ । ସେମାନଙ୍କର ପ୍ରତ୍ୟେକ ମୂହୁର୍ତ୍ତ ଏବଂ ପ୍ରତ୍ୟେକ ସଂକଳ୍ପ ଅନ୍ୟମାନଙ୍କ ପାଇଁ ହୋଇଥିବ, ଶରୀର-ମନ-ଧନ-ସମୟ ଶ୍ୱାସ-ପ୍ରଶ୍ୱାସ ସବୁ କିଛି ବିଶ୍ୱ କଲ୍ୟାଣ କାର୍ଯ୍ୟରେ ସଫଳ ହୋଇଚାଲିଥିବ ।

ସ୍ଲୋଗାନ:-
ଗୋଟିଏ ବି ଦୁର୍ବଳତା ଅନେକ ଗୁଡିଏ ବିଶେଷତାକୁ ସମାପ୍ତ କରିଦେଇଥାଏ ସେଥିପାଇଁ ଦୁର୍ବଳତା ଗୁଡିକୁ ଛାଡପତ୍ର ଦେଇଦିଅ ।

ଅବ୍ୟକ୍ତ ଈଶାରା:- ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।

ନିଜର ଶୁଭଭାବନା, ଶ୍ରେଷ୍ଠକାମନା, ଶ୍ରେଷ୍ଠ ବୃତ୍ତି, ଶ୍ରେଷ୍ଠ ଭାଇବ୍ରେଶନ୍ ଅର୍ଥାତ୍ ବିଚାରର ତରଙ୍ଗ ଦ୍ୱାରା ଯେ କୌଣସି ସ୍ଥାନରେ ରହିଥିଲେ ମଧ୍ୟ ନିଜର ଶ୍ରେଷ୍ଠ ସଂକଳ୍ପର ଶକ୍ତି ଦ୍ୱାରା ଅନେକ ଆତ୍ମାଙ୍କର ସେବା କରିପାରିବ । ଏହାର ବିଧି ହେଲା - ଲାଇଟ୍ ହାଉସ୍‌, ମାଇଟ୍ ହାଉସ୍ ହେବା ଅର୍ଥାତ୍ ଆଲୋକ ଏବଂ ଶକ୍ତିର କେନ୍ଦ୍ର ହୋଇଯିବା । ଏଥିରେ କୌଣସି ସ୍ଥୁଳ ସାଧନର, ସୁଯୋଗ ମିଳିବାର ବା ସମୟର ସମସ୍ୟା ନାହିଁ । କେବଳ ଲାଇଟ୍‌-ମାଇଟ୍‌ରେ ସମ୍ପନ୍ନ ହେବା ଦରକାର ।