03.11.24 Avyakt Bapdada Odia Murli 25.10.2002 Om Shanti Madhuban
“ବ୍ରାହ୍ମଣ ଜୀବନର ଆଧାର”
- ପବିତ୍ରତା ରୂପୀ ରାଜକୀୟତା
ଆଜି ସ୍ନେହର ସାଗର ପିତା
ନିଜର ସ୍ନେହୀ ପିଲାମାନଙ୍କୁ ଦେଖୁଛନ୍ତି । ଚାରିଆଡର ସ୍ନେହୀ ପିଲାମାନେ ସୂକ୍ଷ୍ମ ଆତ୍ମିକ ଡୋରୀରେ
ବାନ୍ଧି ହୋଇ ନିଜର ମିଠା ଘରେ ପହଞ୍ଚି ଯାଇଛନ୍ତି । ପିଲାମାନେ ଯେପରି ସ୍ନେହର ଡୋରୀରେ ଟାଣୀ ହୋଇ
ଏଠାରେ ପହଞ୍ଚି ଯାଇଛନ୍ତି ସେହିପରି ବାବା ମଧ୍ୟ ପିଲାମାନଙ୍କର ସ୍ନେହର ଡୋରୀରେ ବାନ୍ଧି ହୋଇ
ପିଲାମାନଙ୍କ ସମ୍ମୁଖରେ ପହଞ୍ଚି ଯାଇଛନ୍ତି । ବାପଦାଦା ଦେଖୁଛନ୍ତି ଯେ ଚାରିଆଡର ପିଲାମାନେ ଦୂରରେ
ବସିଥିଲେ ମଧ୍ୟ ବାବାଙ୍କର ସ୍ନେହରେ ବୁଡି ରହିଛନ୍ତି । ସମ୍ମୁଖରେ ଥିବା ପିଲାମାନଙ୍କୁ ମଧ୍ୟ
ଦେଖୁଛନ୍ତି ଏବଂ ଦୂରରେ ବସିଥିବା ପିଲାମାନଙ୍କୁ ମଧ୍ୟ ଦେଖି ହର୍ଷିତ ହେଉଛନ୍ତି । ଏହିଭଳି
ଆତ୍ମିକ ଅବିନାଶୀ ସ୍ନେହ, ପରମାତ୍ମ ସ୍ନେହ, ଆତ୍ମିକ ସ୍ନେହ ସାରା କଳ୍ପରେ ଏବେ ହିଁ ତୁମେମାନେ
ଅନୁଭବ କରୁଛ ।
ଆଜି ବାପଦାଦା ପ୍ରତ୍ୟେକ ସନ୍ତାନର ପବିତ୍ରତା ରୂପୀ ରାଜକୀୟତାକୁ ଦେଖୁଛନ୍ତି । କାରଣ ବ୍ରାହ୍ମଣ
ଜୀବନର ରାଜକୀୟତା ହିଁ ପବିତ୍ରତା ଅଟେ । ତେଣୁ ପ୍ରତ୍ୟେକ ସନ୍ତାନର ମସ୍ତକରେ ଆତ୍ମିକ ରାଜକୀୟତାର
ଚିହ୍ନ ପବିତ୍ରତା ରୂପୀ ଆଲୋକର ମୁକୁଟକୁ ଦେଖୁଛନ୍ତି । କ’ଣ ତୁମେମାନେ ମଧ୍ୟ ନିଜର ପବିତ୍ରତାର
ମୁକୁଟ ବା ଆତ୍ମିକ ରାଜକୀୟତାର ମୁକୁଟକୁ ଦେଖିପାରୁଛ? ପଛବାଲା ଦେଖିପାରୁଛ? ଦେଖ, ଏହା କେତେ
ଶୋଭନୀୟ ମୁକୁଟଧାରୀ ଆତ୍ମାମାନଙ୍କର ସଭା ଅଟେ । ଏହା ଠିକ୍ କଥା ନା - ପାଣ୍ଡବମାନେ? ସମସ୍ତଙ୍କର
ମୁକୁଟ ଚମକୁଛି ନା! ଏହିଭଳି ସଭାକୁ ଦେଖୁଛ ନା! କ’ଣ କୁମାରୀମାନେ, ମୁକୁଟଧାରୀ କୁମାରୀ ଅଟ ନା!
ବାପଦାଦା ଦେଖୁଛନ୍ତି ଯେ ପିଲାମାନଙ୍କର ରାଜକୀୟ ପରିବାର କେତେ ଶ୍ରେଷ୍ଠ ଅଟେ! ଏବେ ନିଜର ଅନାଦି
ରାଜକୀୟତାକୁ ମନେ ପକାଅ, ଯେତେବେଳେ ତୁମେ ଆତ୍ମାମାନେ ପରମଧାମରେ ମଧ୍ୟ ରହୁଛ ସେତେବେଳେ ଆତ୍ମା
ରୂପରେ ମଧ୍ୟ ତୁମମାନଙ୍କର ଆତ୍ମିକ ରାଜକୀୟତା ବିଶେଷ ଅଟେ । ସେଠାରେ ସର୍ବ ଆତ୍ମାମାନେ ମଧ୍ୟ
ଜ୍ୟୋତି ସ୍ୱରୂପ ଅବସ୍ଥାରେ ରହିଥାଆନ୍ତି କିନ୍ତୁ ତୁମମାନଙ୍କର ଚମକ ସର୍ବ ଆତ୍ମାଙ୍କ ଭିତରେ
ଶ୍ରେଷ୍ଠ ଅଟେ । କ’ଣ ପରମଧାମ ମନେ ପଡୁଛି? ଅନାଦି କାଳରୁ ତୁମମାନଙ୍କର ଝଲକ ଏବ ଫଲକ ଅର୍ଥାତ୍
ଉଜ୍ୱଳତା ସମସ୍ତଙ୍କ ଠାରୁ ଭିନ୍ନ ଅଟେ । ଯେପରି ଆକାଶରେ ଦେଖିଥିବ ଅନେକ ତାରା ଜ୍ୟୋତି ସ୍ୱରୂପରେ
ଚମକୁଥିବେ କିନ୍ତୁ କେହି କେହି ବିଶେଷ ତାରାମାନଙ୍କର ଚମକ ଅନ୍ୟମାନଙ୍କଠାରୁ ନ୍ୟାରା-ପ୍ୟାରା
ହୋଇଥିବ । ସେହିପରି ଦୁନିଆର ସବୁ ଆତ୍ମାଙ୍କ ଭିତରେ ତୁମମାନଙ୍କର ଚମକ, ଆତ୍ମିକ ରାଜକୀୟତା,
ପବିତ୍ରତାର ଚମକ ମଧ୍ୟ ସ୍ୱତନ୍ତ୍ର ଅଟେ । ମନେ ପଡୁଛି ନା? ପୁଣି ଆଦି କାଳକୁ ଆସ । ଯଦି ଆଦି
କାଳକୁ ମନେ ପକାଇବ ତେବେ ଆଦି କାଳରେ ମଧ୍ୟ ଦେବତା ରୂପରେ ତୁମମାନଙ୍କର ଆତ୍ମିକ ରାଜକୀୟତାର
ବ୍ୟକ୍ତିତ୍ୱ କେତେ ବିଶେଷ ଥିଲା? ସାରା କଳ୍ପ ଭିତରେ ଦେବତା ସ୍ୱରୂପର ରାଜକୀୟତା ଆଉ କାହା ପାଖରେ
ଅଛି କି? ତେବେ ନିଜର ଆତ୍ମିକ ରାଜକୀୟତା ଏବଂ ପବିତ୍ରତାର ବ୍ୟକ୍ତିତ୍ୱ ମନେ ଅଛି ତ? କ’ଣ
ପାଣ୍ଡବମାନଙ୍କର ମନେ ଅଛି ତ? ମନେ ପଡିଲା ତ? ପୁଣି ଏବେ ମଧ୍ୟ କାଳକୁ ଆସ । ତେବେ ଦ୍ୱାପରଠାରୁ
ନେଇ ଆଜି ପର୍ଯ୍ୟନ୍ତ ତୁମମାନଙ୍କର ପୂଜ୍ୟ ସ୍ୱରୂପର ଯେଉଁ ଚିତ୍ର ବା ମୂର୍ତ୍ତି ତିଆରି କରୁଛନ୍ତି,
ସେହି ଚିତ୍ର ଗୁଡିକର ରାଜକୀୟତା ଏବଂ ପୂଜାର ରାଜକୀୟତା ଦ୍ୱାପର ଯୁଗଠାରୁ ଆଜି ପର୍ଯ୍ୟନ୍ତ ଅନ୍ୟ
କୌଣସି ଚିତ୍ରର ଅଛି କି? ତେବେ ଚିତ୍ର ବା ମୂର୍ତ୍ତି ତ ବହୁତଙ୍କର ଅଛି କିନ୍ତୁ ଏଭଳି
ବିଧିପୂର୍ବକ ପୂଜା ଅନ୍ୟ କୌଣସି ଆତ୍ମାର ହେଉଛି କି? ଚାହେଁ ଧର୍ମ ପିତା ହୁଅନ୍ତୁ, ଚାହେଁ ନେତା
ହୁଅନ୍ତୁ ବା ଅଭିନେତା ହୁଅନ୍ତୁ, ଚିତ୍ର ବା ମୂର୍ତ୍ତି ତ ସମସ୍ତଙ୍କର ତିଆରି ହେଉଛି କିନ୍ତୁ
ତୁମମାନଙ୍କର ଚିତ୍ରର ରାଜକୀୟତା ଏବଂ ପୂଜାର ରାଜକୀୟତା ଆଉ କାହାର ଦେଖିଛ? କ’ଣ ଡବଲ ବିଦେଶୀମାନେ
ନିଜର ପୂଜା ଦେଖିଛନ୍ତି? କ’ଣ ତୁମେମାନେ ଦେଖିଛ ନା କେବଳ ଶୁଣିଛ? ଏହିଭଳି ବିଧିପୂର୍ବକ ପୂଜା ଏବଂ
ଚିତ୍ର ଗୁଡିକର ଚମକ ତଥା ଆତ୍ମ-ଅଭିମାନଯୁକ୍ତ ବ୍ୟକ୍ତିତ୍ୱ ଆଉ କାହାର ବି ନ ଥିଲା, ନା ଆଗକୁ ହେବ
। କାହିଁକି ଜାଣିଛ? କାହିଁକି ନା ପବିତ୍ରତା ରୂପୀ ରାଜକୀୟତା କାରଣରୁ ଏବଂ ପବିତ୍ରତାର ବ୍ୟକ୍ତିତ୍ୱ
କାରଣରୁ ଏହିପରି ହିଁ ହେଉଛି । ଆଚ୍ଛା, ନିଜର ପୂଜାକୁ ଦେଖିନେଲ? ଯଦି ନ ଦେଖିଛ ତେବେ ଦେଖି ନେବ
। ଏବେ ଶେଷ ସମୟରେ ସଂଗମ ଯୁଗକୁ ଆସ, ଏଠାରେ ମଧ୍ୟ ସାରା ବିଶ୍ୱ ଭିତରେ ତୁମମାନଙ୍କର ପବ୍ରିତତା
ରୂପୀ ରାଜକୀୟତା ହିଁ ବ୍ରାହ୍ମଣ ଜୀବନର ଆଧାର ଅଟେ । ଯଦି ପବିତ୍ରତା ନାହିଁ ତେବେ ପ୍ରଭୁ ପ୍ରେମର
ଅନୁଭବ ମଧ୍ୟ ନାହିଁ । ସବୁ ପ୍ରକାରର ପରମାତ୍ମ ପ୍ରାପ୍ତିର ଅନୁଭବ ମଧ୍ୟ ନାହିଁ । ତେଣୁ
ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ହିଁ ପବିତ୍ରତା ଏବଂ ପବିତ୍ରତା ହିଁ ଆତ୍ମିକ ରାଜକୀୟତା । ତେବେ
ଆଦି ଅନାଦି ଅର୍ଥାତ୍ ଆଦି-ମଧ୍ୟ-ଅନ୍ତ ସାରା କଳ୍ପ ଏହି ଆତ୍ମିକ ରାଜକୀୟତା ହିଁ ଚାଲିଆସୁଛି ।
ତେଣୁ ନିଜେ ନିଜକୁ ଦେଖ-ଦର୍ପଣ ତ ତୁମ ସମସ୍ତଙ୍କ ପାଖରେ ଅଛି ନା? କ’ଣ ଦର୍ପଣ ଅଛି ତ? ନିଜକୁ
ଦେଖିପାରିବ ତ? ତେବେ ଦେଖ । ମୋ ଭିତରେ ପବିତ୍ରତା ରୂପୀ ରାଜକୀୟତା ଶତକଡା ହିସାବରେ କେତେ ରହିଛି?
ମୋର ଚେହେରାରେ ପବିତ୍ରତାର ଝଲକ ଦେଖାଯାଉଛି? ଚାରିଚଳନରେ ପବିତ୍ରତାର ଫଲକ ଅର୍ଥାତ୍ ଆତ୍ମିକ ନିଶା
ଦେଖାଯାଉଛି? କ’ଣ ଦେଖି ନେଲ ନିଜକୁ? ନିଜକୁ ଦେଖିବାକୁ କେତେ ସମୟ ଲାଗୁଛି? ଗୋଟିଏ ସେକେଣ୍ଡ ନା?
ତେବେ ସମସ୍ତେ ନିଜେ ନିଜକୁ ଦେଖି ନେଲ?
କୁମାରୀମାନଙ୍କ ପ୍ରତି:- ଝଲକ ଏବଂ ଫଲକ ଅଛି ତ? ଭଲ ଅଛି ତ? ଭଲ ଅଛି, ତେବେ ସମସ୍ତେ ଉଠ, ଛିଡା
ହୋଇଯାଅ । (କୁମାରୀମାନେ ନାଲି ରଙ୍ଗର ପଟ୍ଟୀ ପକାଇ ବସିଛନ୍ତି ଯେଉଁଥିରେ ଲେଖା ଅଛି ଏକବ୍ରତା) ।
ଦେଖିବାକୁ ସୁନ୍ଦର ଲାଗୁଛି ନା । ଏକବ୍ରତାର ଅର୍ଥ ହିଁ ହେଉଛି ପବିତ୍ରତା ରୂପୀ ରାଜକୀୟତା । ତେଣୁ
ଏବେ ଏକବ୍ରତାର ପାଠକୁ ପକ୍କା କରିଦେଲ ତ! ନିଜ ନିଜ ସ୍ଥାନକୁ ଯାଇ ପୁଣି ତାକୁ ଢିଲା କରିଦେବ ନାହିଁ
। ଏବେ କୁମାର ଗ୍ରୃପ ଉଠ । କୁମାରମାନଙ୍କର ଗ୍ରୃପ ମଧ୍ୟ ଭଲ ରହିଛି । କୁମାରମାନେ ମନ ଭିତରେ
ପ୍ରତିଜ୍ଞାର ପଟୀ ବାନ୍ଧି ଦେଇଛନ୍ତି, କୁମାରୀମାନେ ତ ବାହାରେ ମଧ୍ୟ ପଟୀ ବାନ୍ଧିଛନ୍ତି । ତେବେ
ଏହି ପ୍ରତିଜ୍ଞାର ପଟୀ ବାନ୍ଧିଛ ଯେ ସର୍ବଦା ଅର୍ଥାତ୍ ନିରନ୍ତର ପବିତ୍ରତା ରୂପୀ ବ୍ୟକ୍ତିତ୍ୱରେ
ରହିବୁ । ଏହିଭଳି ଅଟ ନା? କୁହ, ହାଁ ଜୀ । ନା ଜୀ ନା ହାଁ ଜୀ? ନା ପୁଣି ସେଠାକୁ ଯାଇ ପତ୍ର
ଲେଖିବ ଯେ ଅଳ୍ପ ଅଳ୍ପ ଢିଲା ହୋଇଗଲା! ଏଭଳି କରିବ ନାହିଁ । ଯେତେ ଦିନ ପର୍ଯ୍ୟନ୍ତ ବ୍ରାହ୍ମଣ
ଜୀବନରେ ବଞ୍ଚିଛ ସେତେ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପବିତ୍ର ନିଶ୍ଚିତ ରହିବାକୁ ହେବ । ଏହିଭଳି
ପ୍ରତିଜ୍ଞା କରିଛ ତ? ଯଦି ପକ୍କା ପ୍ରତିଜ୍ଞା କରିଛ ତେବେ ହାତ ହଲାଅ । ଟିଭିରେ ତୁମମାନଙ୍କର ଫଟୋ
ଦେଖାଯାଉଛି । ଯିଏ ଢିଲା ହେବ ତାଙ୍କ ପାଖକୁ ଏହି ଫଟୋ ପଠାଯିବ । ସେଥିପାଇଁ ଢିଲା ହେବାର ନାହିଁ,
ପକ୍କା ରହିବାର ଅଛି । ହଁ ଆମେ ପକ୍କା ଅଟୁ, ପାଣ୍ଡବମାନେ ତ ପକ୍କା ଅଟନ୍ତି ନା! ପକ୍କା ପାଣ୍ଡବ,
ବହୁତ ଭଲ କଥା ।
ତେବେ ପବିତ୍ରତାଯୁକ୍ତ ବୃତ୍ତିର ଲକ୍ଷଣ ହେଲା - ଶୁଭଭାବନା, ଶୁଭକାମନା । ଯିଏ ଯେପରି ବି ହୋଇଥାଉ
କିନ୍ତୁ ପବିତ୍ର ବୃତ୍ତି ଅର୍ଥାତ୍ ଶୁଭଭାବନା, ଶୁଭକାମନା ଏବଂ ପବିତ୍ର ଦୃଷ୍ଟିର ଅର୍ଥ ହେଲା
ସର୍ବଦା ପ୍ରତ୍ୟେକଙ୍କୁ ଆତ୍ମିକ ରୂପରେ ଦେଖିବା ବା ଫରିସ୍ତା ରୂପରେ ଦେଖିବା । ତେବେ ଗୋଟିଏ ହେଲା
ବୃତ୍ତି, ଦ୍ୱିତୀୟରେ ଦୃଷ୍ଟି ଏବଂ ତୃତୀୟରେ ହେଲା କୃତି ଅର୍ଥାତ୍ କର୍ମରେ ମଧ୍ୟ ସର୍ବଦା
ପ୍ରତ୍ୟେକ ଆତ୍ମାକୁ ସୁଖ ଦେବା ଏବଂ ସୁଖ ନେବା । ଏସବୁ ହେଲା ପବିତ୍ରତାର ଲକ୍ଷଣ । ବୃତ୍ତି,
ଦୃଷ୍ଟି ଏବଂ କୃତି - ତିନୋଟି ଯାକରେ ଏହିଭଳି ଧାରଣା ରହିଥିବ । ଯିଏ ଯାହା ବି କରୁଥାଉ, ତୁମକୁ
ଦୁଃଖ ମଧ୍ୟ ଦେଉଥାଉ, ଅପମାନିତ ମଧ୍ୟ କରୁଥାଉ, କିନ୍ତୁ ମୋ’ର କର୍ତ୍ତବ୍ୟ କ’ଣ? କ’ଣ ଦୁଃଖ
ଦେବାବାଲାଙ୍କୁ ଅନୁକରଣ କରିବ ନା ବାପଦାଦାଙ୍କୁ ଅନୁକରଣ କରିବ? ଫଲୋ ଫାଦର କରିବାର ଅଛି ନା? ତେବେ
ବ୍ରହ୍ମା ବାବା ସମସ୍ତଙ୍କୁ ଦୁଃଖ ଦେଇଛନ୍ତି ନା ସୁଖ ଦେଇଛନ୍ତି? ସୁଖ ଦେଇଛନ୍ତି ନା! ତେବେ ତୁମେ
ମାଷ୍ଟର ବ୍ରହ୍ମା ଅର୍ଥାତ୍ ବ୍ରାହ୍ମଣ ଆତ୍ମାମାନଙ୍କୁ କ’ଣ କରିବାର ଅଛି? ଯଦି କେହି ତୁମକୁ ଦୁଃଖ
ଦିଏ ତେବେ ତୁମେ କ’ଣ କରିବ? ତା’କୁ ଦୁଃଖ ଦେବ ନା ସୁଖ ଦେବ, କ’ଣ କରିବ? ଯଦି ସେ ତୁମକୁ ବହୁତ
ଦୁଃଖ ଦେଲା ତେବେ ତୁମେ କ’ଣ କରିବ? ଯଦି ବହୁତ ଗାଳି ଦେଲା, ବା ବହୁତ ଅପମାନିତ କରିଲା, ତେବେ
ଟିକିଏ ତ ଦୁଃଖ ଅନୁଭବ ହେବ ନା? ନା ନାହିଁ? କ’ଣ କୁମାରୀମାନେ ଦୁଃଖ ଅନୁଭବ କରିବ? ବହୁତ କମ୍ ।
ତେଣୁ ଫଲୋ ଫାଦର କର । ଏହି କଥା ଭାବ ଯେ ମୋର କର୍ତ୍ତବ୍ୟ କ’ଣ? ଅନ୍ୟର କର୍ତ୍ତବ୍ୟ ବା ବ୍ୟବହାରକୁ
ଦେଖି ନିଜର କର୍ତ୍ତବ୍ୟକୁ ଭୁଲିଯାଅ ନାହିଁ ଯଦି ସେ ତୁମକୁ ଗାଳି ଦେଉଛି ତେବେ ତୁମେ ସହନଶୀଳ ଦେବୀ
ବା ଦେବତା ହୋଇଯାଅ । ତୁମମାନଙ୍କର ସହନଶୀଳତାକୁ ଦେଖି ଗାଳି ଦେବାବାଲା ମଧ୍ୟ ତୁମକୁ ଗଳାରେ
ଲଗାଇବ । ସହନଶୀଳତା ଭିତରେ ଏତିକି ଶକ୍ତି ରହିଛି, କିନ୍ତୁ କିଛି ସମୟ ତୁମକୁ ସହନ କରିବାକୁ ପଡିବ
। ତେବେ ସମସ୍ତେ ସହନଶୀତଳାର ଦେବୀ ବା ଦେବତା ଅଟ ତ? ଅଟ ତ? ତେଣୁ ସର୍ବଦା ଏହି କଥା ସ୍ମୃତିରେ
ରଖ ଯେ ମୁଁ ସହନଶୀଳତାର ଦେବତା ଅଟେ ବା ଦେବୀ ଅଟେ । ତେଣୁ ଦେବତା ଅର୍ଥାତ୍ ଦେବାବାଲା ଦାତା, ଯଦି
କେହି ଗାଳି ଦେଉଛି, ଅସମ୍ମାନ କରୁଛି ତେବେ ଏହା ତ ଅଳିଆ-ଆବର୍ଜନା ଅଟେ, ନା ଭଲ ଜିନିଷ? ତେବେ
ତୁମେ ତାକୁ କାହିଁକି ଗ୍ରହଣ କରୁଛ? ଅଳିଆକୁ ଗ୍ରହଣ କରାଯାଏ କି? ଯଦି କେହି ତୁମକୁ ଅଳିଆ ଦେବ,
ତୁମେ କ’ଣ ତାକୁ ଗ୍ରହଣ କରିବ? ନେବ ନାହିଁ ନା? ତେବେ ଅସମ୍ମାନ କରିବା, ଗାଳି ଦେବା, ଅପମାନ ଦେବା,
ହଲଚଲ୍ କରିବା - ଏସବୁ କ’ଣ? ଭଲ ଜିନିଷ କି? ତେବେ ତୁମେ କାହିଁକି ନେଉଛ? କିଛି କିଛି ତ ନେଇ
ନେଉଛ ନା, ପୁଣି ପରେ ଭାବୁଛ ଏଗୁଡିକୁ ନେବାର ନ ଥିଲା । ତେଣୁ ଏବେ ଆଉ ନେବାର ନାହିଁ । ତେବେ
ନେବାର ଅର୍ଥ ହେଲା ମନ ଭିତରେ ଧାରଣ କରିବା ବା ଅନୁଭବ କରିବା । ତେଣୁ ନିଜର ଅନାଦି କାଳ, ଆଦି
କାଳ, ମଧ୍ୟ କାଳ ଏବଂ ସଂଗମ କାଳ ଅର୍ଥାତ୍ ସାରା କଳ୍ପର ପବ୍ରିତତା ରୂପୀ ରାଜକୀୟତାକୁ ଏବଂ
ବ୍ୟକ୍ତିତ୍ୱକୁ ମନେ ପକାଅ । ଯିଏ ଯାହା ବି କରୁ ତୁମର ବ୍ୟକ୍ତିତ୍ୱକୁ କେହି ଛଡାଇ ନେଇପାରିବ ନାହିଁ
। ଏହିଭଳି ଆତ୍ମିକ ନିଶା ଅଛି ତ? ତେବେ ଡବଲ ବିଦେଶୀମାନଙ୍କୁ ତ ଡବଲ ନିଶା ଅଛି ନା! ଅଛି ନା,
ଡବଲ ନିଶା? ସବୁ କଥାରେ ଡବଲ ନିଶା । ପବିତ୍ରତାର ମଧ୍ୟ ଡବଲ ନିଶା ଏବଂ ସହନଶୀଳ ଦେବୀ-ଦେବତା
ହେବାରେ ମଧ୍ୟ ଡବଲ ନିଶା । ଡବଲ ଅଟେ ନା? କେବଳ ସର୍ବଦା ଅମର ହୋଇ ରହିଥାଅ ଅମରଭବର ବରଦାନକୁ କେବେ
ବି ଭୁଲିବାର ନାହିଁ ।
ଆଚ୍ଛା - ଯେଉଁମାନେ ପ୍ରବୃତ୍ତିମାର୍ଗରେ ଅଛନ୍ତି ଅର୍ଥାତ୍ ଯୁଗଳ ଅଟନ୍ତି, ଏମିତି ତ ଅଲଗା ଅଲଗା
ରହୁଛ କିନ୍ତୁ କହିବା ହିସାବରେ ଯୁଗଳ କୁହାଯାଉଛି, ସେମାନେ ଉଠ । ଛିଡା ହୋଇଯାଅ । ତେବେ ଯୁଗଳ ତ
ବହୁତ ଆସିଛନ୍ତି, କୁମାର, କୁମାରୀ ବହୁତ କମ୍ ଅଛନ୍ତି । କୁମାରମାନଙ୍କ ଠାରୁ ତ ଯୁଗଳ ବହୁତ ଅଧିକ
ଅଛନ୍ତି । ତେବେ ଯୁଗଳ ମୂରତ ବାପଦାଦା ତୁମ ସମସ୍ତଙ୍କୁ ଘର ଗୃହସ୍ଥ ଭିତରେ ରହିବା ପାଇଁ
ନିର୍ଦ୍ଦେଶ କାହିଁକି ଦେଇଛନ୍ତି? ତୁମମାନଙ୍କୁ ଯୁଗଳ ହୋଇ ରହିବା ପାଇଁ ଅନୁମତି କାହିଁକି
ଦିଆଯାଇଛି? ଜାଣିଛ? କାହିଁକି ନା ଯୁଗଳ ରୂପରେ ରହି ଏହି ସବୁ ମହାମଣ୍ଡଳେଶ୍ୱର ସନ୍ନ୍ୟାସୀମାନଙ୍କୁ
ପାଦ ତଳେ ନୁଆଇଁବାର ଅଛି । ଏତିକି ସାହସ ଅଛି ତ? ସେମାନେ କହୁଛନ୍ତି ଏକାଠି ରହି ପବିତ୍ର ରହିବା
କଷ୍ଟକର ଅଟେ । କିନ୍ତୁ ତୁମେମାନେ କ’ଣ କହୁଛ? ମୁଶକିଲ୍ ନା ସହଜ? (ବହୁତ ସହଜ) ପକ୍କା ଅଟେ ତ?
ନା କେବେ ସହଜ କେବେ କଷ୍ଟ? ସେଥିପାଇଁ ବାପଦାଦା ତୁମମାନଙ୍କୁ ଦୁନିଆ ସମ୍ମୁଖରେ ବିଶ୍ୱ ସମ୍ମୁଖରେ
ଦୃଷ୍ଟାନ୍ତ କରିଛନ୍ତି । କେବଳ ଚାଲେଞ୍ଚ କରିବା ପାଇଁ । ତେଣୁ ପ୍ରବୃତ୍ତିରେ ରହି ମଧ୍ୟ
ଅପବିତ୍ରତାଠାରୁ ନିବୃତ୍ତ ଅଟ । କ’ଣ ଏହିଭଳି ସର୍ବଦା ନିବୃତ୍ତ ରହିପାରବ ତ? ତେଣୁ ତୁମେମାନେ
ଚାଲେଞ୍ଚ କରିବାବାଲା ଅଟ ନା? ସମସ୍ତେ ଚାଲେଞ୍ଚ କରିବାବାଲା ଅଟ ନା! ଅଳ୍ପ ଅଳ୍ପ ଡରିଯାଉ ନାହଁ
ତ, ଚାଲେଞ୍ଚ ତ କରିଦେବୁ କିନ୍ତୁ କିଏ ଜାଣେ କ’ଣ ହେବ, ଏଭଳି ଭାବୁ ନାହଁ ତ? ତେଣୁ ବିଶ୍ୱକୁ
ଚାଲେଞ୍ଚ କର । କାହିଁକି ନା ଏଠାରେ ଏହି କଥା ହିଁ ନୂଆ ଅଟେ ଯାହାକି ପତି-ପତ୍ନୀ ଏକାଠି ରହୁଥିଲେ
ମଧ୍ୟ ସ୍ୱପ୍ନ ମାତ୍ରାରେ ମଧ୍ୟ ଅପବିତ୍ରତା ଆସିପାରିବ ନାହିଁ, ଏହା ହିଁ ହେଉଛି ସଂଗମଯୁଗୀ
ବ୍ରାହ୍ମଣ ଜୀବନର ବିଶେଷତା । ତେଣୁ ଏହିଭଳି ବିଶ୍ୱ ରୂପୀ ଶୋ କେସ୍ରେ ତୁମେମାନେ ସାମ୍ପୂଲ ଅଟ
ବା ଉଦାହରଣ ସ୍ୱରୂପ ଆତ୍ମା ଅଟ । ତୁମମାନଙ୍କୁ ଦେଖି ସମସ୍ତଙ୍କ ଭିତରେ ଶକ୍ତି ଆସିଯବ, ଯେ ଆମେ
ମଧ୍ୟ ଏହିଭଳି ହୋଇପାରିବୁ । ଏହା ଠିକ୍ କଥା ନା? କ’ଣ ଶକ୍ତିମାନେ - ଏହା ଠିକ୍ କଥା ନା? ପକ୍କା
ଅଟ ତ? କିଛି କଞ୍ଚା, କିଛି ପକ୍କା ତ ନୁହେଁ ନା? ପୁରା ପୁରୀ ପକ୍କା । ବାପଦାଦା ମଧ୍ୟ
ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି । ଅଭିନନ୍ଦନ । ଦେଖ କେତେ ଆସିଛନ୍ତି । ବହୁତ ଭଲ ।
ବାକି ରହିଲେ ଟୀଚରମାନେ । ବାଃ! ଟୀଚରମାନଙ୍କର ବିଶେଷତା ହେଲା ଯେ ପ୍ରତ୍ୟେକ ଟୀଚର ମାନଙ୍କର
ଚେହେରାରେ ଫ୍ୟୁଚର ଅର୍ଥାତ୍ ଭବିଷ୍ୟତର ରୂପ ଦେଖାଯାଉ । ବା ପ୍ରତ୍ୟେକ ଟୀଚରମାନଙ୍କର ଚେହେରାରେ
ଫରିସ୍ତା ସ୍ୱରୂପ ଦେଖାଯାଉ । ଏହିଭଳି ଟୀଚର ଅଟ ନା! ତୁମ ଭଳି ଫରିସ୍ତାମାନଙ୍କୁ ଦେଖି ଅନ୍ୟମାନେ
ମଧ୍ୟ ଫରିସ୍ତା ହୋଇଯାଆନ୍ତୁ । ଦେଖ କେତେ ଟୀଚରମାନେ ଆସିଛନ୍ତି । ବିଦେଶର ଗ୍ରୃପରେ ମଧ୍ୟ
ଟୀଚରମାନେ ବହୁତ ଅଛନ୍ତି । ଏବେ ତ କମ୍ ଆସିଛନ୍ତି । ଯେଉଁମାନେ ଆସି ନାହାଁନ୍ତି ସେମାନଙ୍କୁ
ମଧ୍ୟ ବାପଦାଦା ମନେ ପକାଉଛନ୍ତି । ଭଲ କଥା, ଏବେ ଟୀଚରମାନେ ମିଳିମିଶି ଏହି ଯୋଜନା କର ଯେ ନିଜର
ଚାଲିଚଳନ ଏବଂ ଚେହେରା ଦ୍ୱାରା ବାବାଙ୍କୁ କିପରି ପ୍ରତ୍ୟକ୍ଷ କରିବୁ? ଦୁନିଆର ଲୋକମାନେ କହୁଛନ୍ତି
ପରମାତ୍ମା ସର୍ବବ୍ୟପୀ ଅଟନ୍ତି କିନ୍ତୁ ତୁମେମାନେ କହୁଛ ସର୍ବବ୍ୟାପୀ ନୁହଁନ୍ତି । କିନ୍ତୁ
ବାପଦାଦା କହୁଛନ୍ତି ଯେ ଏବେ ସମୟ ଅନୁସାରେ ସବୁ ବାବାଙ୍କୁ ପ୍ରତ୍ୟକ୍ଷରେ ଦେଖାଯାଆନ୍ତୁ । ତେଣୁ
ସର୍ବବ୍ୟାପୀ ରୂପରେ ଦେଖାଯିବେ ନା! ଯାହାକୁ ଦେଖିଲେ ବି ତା’ଙ୍କ ଭିତରେ ବାବା ହିଁ ଦେଖାଯାଉଥିବେ
। ଆତ୍ମା ପରମାତ୍ମାଙ୍କ ପଛ ପଟେ ଲୁଚିଯାଉ ଏବଂ ପରମାତ୍ମା ହିଁ ଦେଖାଯାଆନ୍ତୁ । ଏହା ହୋଇପାରିବ?
ଆଚ୍ଛା ଏହାର ତାରିଖ କେବେ ହେବ କୁହ? ତାରିଖ ତ ନିଧାର୍ଯ୍ୟ ହେବା ଉଚିତ୍ ନା? ତେଣୁ ଏହାର ତାରିଖ
କ’ଣ? କେତେ ସମୟ ଦରକାର? (ଏବେ ଠାରୁ ଚାଲୁ କରିବୁ) ଚାଲୁ କରିବ, ଭଲ ସାହସ କରିଛ, ତେବେ କେତେ
ସମୟ ଦରକାର? ୨୦୦୨ ମସିହା ତ ଚାଲୁଛି ତେଣୁ ଦୁଇ ହଜାର କେତେ ଭିତରେ ହୋଇଯିବ! ତେବେ ଟୀଚରମାନଙ୍କୁ
ଏହି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ଯେ ଏବେ ବାବାଙ୍କ ଭିତରେ ମୁଁ ଦେଖାଯାଉଥିବି ଏବଂ ମୋ
ଭିତରେ ବାବା ଦେଖାଯାଉଥିବେ । ଏହାର ଯୋଜନା ତ କରିବାକୁ ପଡିବ ନା! ଡବଲ ବିଦେଶୀମାନେ ମିଟିଙ୍ଗ୍
କରିବାରେ ତ ବୁଦ୍ଧିମାନ ଅଟନ୍ତି? ଏବେ ଏହା ଉପରେ ମିଟିଙ୍ଗ୍ କରିବ, ଏହି ମିଟିଙ୍ଗ୍ ନ କରି ଏଠାରୁ
ଯିବ ନାହିଁ । କିପରି ଆମ ପ୍ରତ୍ୟେକଙ୍କ ଭିତରେ ବାବା ଦେଖାଯିବେ । ଏବେ ତ ବ୍ରହ୍ମାକୁମାରୀମାନେ
ଦେଖାଯାଉଛନ୍ତି, ବ୍ରହ୍ମାକୁମାରୀମାନେ ବହୁତ ଭଲ ଅଟନ୍ତି କିନ୍ତୁ ଏମାନଙ୍କର ବାବା କେତେ ଭଲ, ତାହା
ଦେଖନ୍ତୁ । ତେବେ ଯାଇ ତ ବିଶ୍ୱର ପରିବର୍ତ୍ତନ ହେବ ନା! ତେଣୁ ଡବଲ ବିଦେଶୀମାନେ ଏହି ଯୋଜନାକୁ
ବାସ୍ତବିକ ରୂପରେ ଆରମ୍ଭ କରିବ ନା! କରିବ ତ? ପକ୍କା । ଆଚ୍ଛା! ତେବେ ତ ତୁମମାନଙ୍କର ଦାଦୀଙ୍କର
ଆଶା ପୂର୍ଣ୍ଣ ହୋଇଯିବ । ଠିକ୍ କଥା ନା! ଆଚ୍ଛା!
ଦେଖ ଡବଲ ବିଦେଶୀମାନେ କେତେ ସେବାଧାରୀ ଅଟ, ତୁମ କାରଣରୁ ସମସ୍ତଙ୍କୁ ୟାଦପ୍ୟାର ମିଳିଯାଉଛି ।
ବାପଦାଦାଙ୍କୁ ମଧ୍ୟ ଡବଲ ବିଦେଶୀମାନଙ୍କ ପ୍ରତି ଅଧିକ ତ କୁହାଯିବ ନାହିଁ କିନ୍ତୁ ସ୍ପେଶାଲ୍
ସ୍ନେହ ରହିଛି । କାହିଁକି ଜାଣିଛ? କାହିଁକି ନା ଡବଲ ବିଦେଶୀ ଆତ୍ମାମାନେ ସେବାର ନିମିତ୍ତ
ହୋଇଯାଇଛନ୍ତି, ସେମାନେ ବିଶ୍ୱର କୋଣ ଅନୁକୋଣରେ ବାବାଙ୍କର ସନ୍ଦେଶ ପହଞ୍ଚାଇବାର ନିମିତ୍ତ
ହୋଇଯାଇଛନ୍ତି । ନଚେତ୍ ଚାରିଆଡର ବିଦେଶର ଆତ୍ମାମାନେ ତୃଷାର୍ତ୍ତ ହୋଇ ରହିଯାଇଥାଆନ୍ତେ । ଏବେ ତ
ବାବାଙ୍କୁ ଆଉ ଉଲୁଗୁଣା ମିଳିବ ନାହିଁ ନା । ତେଣୁ ତୁମେମାନେ ବାବାଙ୍କୁ ଉଲୁଗୁଣାରୁ ମୁକ୍ତ
କରିବାର ନିମିତ୍ତ ହୋଇଯାଇଛ । ଏହାଛଡା ଜନକ (ଜାନକୀ ଦାଦୀ) ଭିତରେ ତ ବହୁତ ଉମଙ୍ଗ-ଉତ୍ସାହ ରହିଛି
। କୌଣସି ଦେଶ ଯେପରି ରହି ନ ଯାଉ । ବହୁତ ଭଲ କଥା । ବାବାଙ୍କୁ ଉଲୁଗୁଣା ମିଳିବାରୁ ତ ମୁକ୍ତ
କରିବ ନା! କିନ୍ତୁ ତୁମେ (ଜାନକୀ ଦାଦୀଙ୍କୁ) ତୁମର ସାଥୀମାନଙ୍କୁ ବହୁତ ଥକାଇ ଦେଉଛ ଅର୍ଥାତ୍
ବହୁତ ସେବା କରାଉଛ । ଥକାଇ ଦେଉଛି ନା! ଜୟନ୍ତୀ, କ’ଣ ଥକାଉଛ ନା ନାହିଁ? କିନ୍ତୁ ଏହିଭଳି
ଥକିଯିବା ଭିତରେ ମଧ୍ୟ ମଉଜ ସମାହିତ ହୋଇ ରହିଛି । ପ୍ରଥମେ ଲାଗୁଛି ଯେ ବାରମ୍ବାର କେତେ କରିବୁ,
କିନ୍ତୁ ଯେତେବେଳେ ଭାଷଣ କରିବାରେ ଆଶୀର୍ବାଦ ନେଇଯାଉଛ ସେତେବେଳେ ଚେହେରା ବଦଳିଯାଉଛି । ବହୁତ
ଭଲ, ଦୁଇ ଜଣ ଦାଦିଙ୍କ ଭିତରେ ଉମଙ୍ଗ ଉତ୍ସାହ ବଢାଇବାର ବିଶେଷତା ରହିଛି । ଏମାନେ କେବେ ବି
ଶାନ୍ତିରେ ବସି ରହିପାରିବେ ନାହିଁ । କାରଣ ବହୁତ ସେବା ବାକି ରହିଛି ନା? ଯଦି ନକ୍ସା ବାହାର କରି
ଦେଖିବ, ଚାହେଁ ବିଦେଶର, ଚାହେଁ ଭାରତର ତେବେ ଦେଖିପାରିବ ଏବେ ବହୁତ ସ୍ଥାନ ବାକି ରହିଛି
ସେଥିପାଇଁ ବାପଦାଦା ଖୁସି ମଧ୍ୟ ହେଉଛନ୍ତି ଏବଂ ଦାଦିମାନଙ୍କୁ କହୁଛନ୍ତି ତୁମର ସାଥୀମାନଙ୍କୁ
ଅଧିକ ଥକାଅ ନାହିଁ । ତେବେ ତୁମେ ସମସ୍ତେ ସେବା କରି ଖୁସି ହେଉଛ ନା । ଏବେ ପୁଣି ଏହି
କୁମାରୀମାନେ ମଧ୍ୟ ଟୀଚର ତ ହେବେ ନା! ଯେଉଁମାନେ ଟୀଚର ଅଛନ୍ତି ସେମାନେ ତ ଅଛନ୍ତି କିନ୍ତୁ
ଯେଉଁମାନେ ଟୀଚର ନୁହଁନ୍ତି ସେମାନେ ଟୀଚର ହୋଇ କୌଣସି ନା କୌଣସି ସେଣ୍ଟର ତ ସମ୍ଭାଳିବେ ନା ।
ସହଯୋଗୀ ହ୍ୟାଣ୍ଡସ୍ ତ ହେବେ ନା! ତେବେ ଡବଲ ବିଦେଶୀ ପିଲାମାନଙ୍କୁ ଉଭୟ କାର୍ଯ୍ୟ କରିବାର ତ
ଅଭ୍ୟାସ ଅଛି । ଚାକିରୀ ମଧ୍ୟ କରୁଛନ୍ତି ଏବଂ ସେଣ୍ଟର ମଧ୍ୟ ସମ୍ଭାଳୁଛନ୍ତି, ସେଥିପାଇଁ ବାପଦାଦା
ଡବଲ ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ଆଚ୍ଛା!
ଚାରିଆଡର ଅତି ସ୍ନେହୀ, ଅତି ସମୀପ, ସର୍ବଦା ଆଦିକାଳଠାରୁ ଆଜି ପର୍ଯ୍ୟନ୍ତ ରାଜକୀୟତାର ଅଧିକାରୀ,
ସର୍ବଦା ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ପବିତ୍ରତାର ଝଲକ ଦେଖାଉଥିବା, ସର୍ବଦା ନିଜକୁ
ସେବାରେ ଏବଂ ଯୋଗରେ ନିଜର ତୀବ୍ର ପୁରୁଷାର୍ଥ ଦ୍ୱାରା ନମ୍ବରୱାନ କରୁଥିବା, ସର୍ବଦା ବାବାଙ୍କ
ସମାନ ସର୍ବଶକ୍ତି, ସର୍ବଗୁଣର ସମ୍ପନ୍ନ ସ୍ୱରୂପରେ ରହୁଥିବା, ସବୁଆଡର ସମସ୍ତ ପିଲାମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବିଦେଶର ମୁଖ୍ୟ
ଟୀଚର ଭଉଣୀମାନଙ୍କୁ:-
ସମସ୍ତେ ଭଲ ଭଲ ସେବାର ଯୋଜନା ସବୁ କରିଛ ନା! କାହିଁକି ନା ସେବାକାର୍ଯ୍ୟ ସମାପ୍ତ ହେବା ପରେ ଯାଇ
ତ ତୁମର ରାଜ୍ୟ ଆସିବ ନା । ତେଣୁ ସେବା କରିବାର ସାଧନ ମଧ୍ୟ ଆବଶ୍ୟକ । କିନ୍ତୁ ଏଥିରେ ମାନସିକ
ସେବା ମଧ୍ୟ ଦରକାର ଏବଂ ବାଣୀର ସେବା ମଧ୍ୟ ଦରକାର, ଉଭୟ ଏକା ସାଥୀରେ ହେବା ଦରକାର । ସେବା ସହିତ
ସ୍ୱ-ଉନ୍ନତି ମଧ୍ୟ ଏକାଠି ହେବା ଦରକାର । ଏହିଭଳି ସେବା ହିଁ ସଫଳତାକୁ ନିକଟକୁ ଆଣିଥାଏ । ତେଣୁ
ସେବାର ନିମିତ୍ତ ତ ନିଶ୍ଚିତ ଅଟ ଏବଂ ସମସ୍ତେ ନିଜ ନିଜର ସ୍ଥାନରେ ସେବା ତ ବହୁତ ଭଲ ଭାବରେ
କରିଚାଲିଛ, ବାକି ଏବେ ଯେଉଁ କାମ ଦିଆଗଲା ତା’ର ଯୋଜନା ପ୍ରସ୍ତୁତ କର । ସେଥିପାଇଁ କ’ଣ କ’ଣ ସବୁ
ନିଜ ଭିତରେ ବା ସେବାରେ ବୃଦ୍ଧି ହେବା ଦରକାର, ବା ଯୋଡିବା ଦରକାର ତା’ର ଯୋଜନା ପ୍ରସ୍ତୁତ କର ।
ବାକି ବାପଦାଦା ସେବାଧାରୀ ମାନଙ୍କୁ ଦେଖି ଖୁସି ତ ନିଶ୍ଚିତ ହେଉଛନ୍ତି । ସବୁ ସେବାକେନ୍ଦ୍ର
ଗୁଡିକ ଭଲ ଉନ୍ନତି ମଧ୍ୟ କରୁଛନ୍ତି ନା! ଉନ୍ନତି ତ ହେଉଛି ନା? ଆଚ୍ଛା! ଭଲ ହେଉଛି ଏବଂ ହୋଇ
ଚାଲିବ । ଏବେ କେବଳ ଯେଉଁମାନେ ଅଲଗା ଅଲଗା ହୋଇ ଏଣେ ତେଣେ ହୋଇଯାଇଛନ୍ତି ସେମାନଙ୍କର ସଂଗଠନ କରି
ସେମାନଙ୍କୁ ପକ୍କା କର । ସମସ୍ତଙ୍କ ସମ୍ମୁଖରେ ବାସ୍ତବିକ ପ୍ରମାଣ ଦେଖାଅ । ଚାହେଁ ଯେ କୌଣସି
ସେବା କରୁଥାଅ ଭିନ୍ନ ଭିନ୍ନ ଯୋଜନା ମଧ୍ୟ କରୁଥାଅ, ତେବେ ସେମାନଙ୍କର ସେବା ମଧ୍ୟ କରୁଛ, ସେମାନେ
ଭଲ ଚାଲୁଛନ୍ତି ମଧ୍ୟ, ଏବେ ସେମାନଙ୍କର ସଂଗଠନ ଗୁଡିକ ଭିତରୁ ଗୋଟିଏକୁ ସମ୍ମୁଖକୁ ଆଣ, ଯାହା
ଦ୍ୱାରା ତୁମର ସେବାର ପ୍ରମାଣ ସାରା ବ୍ରାହ୍ମଣ ପରିବାରର ସମ୍ମୁଖକୁ ଆସିଯିବ । ଠିକ୍ ଅଛି ନା!
ବାକି ସମସ୍ତେ ବହୁତ ଭଲ ଅଟ, ଭଲରୁ ମଧ୍ୟ ଭଲ ଅଟ । ଆଚ୍ଛା! ଓମ୍ ଶାନ୍ତି ।
ବରଦାନ:-
ତିନୋଟି ସ୍ମୃତି
ରୂପୀ ତିଳକ ଦ୍ୱାରା ନିଜର ଶ୍ରେଷ୍ଠ ସ୍ଥିତି ନିର୍ମାଣ କରୁଥିବାର ଅଚଳ-ଅଟଳ ଭବ ।
ବାପଦାଦା ସବୁ ପିଲାଙ୍କୁ
ତିନୋଟି ସ୍ମୃତିର ତିଳକ ଦେଇଛନ୍ତି, ଗୋଟିଏ ହେଲା ସ୍ୱ ଆତ୍ମାର ସ୍ମୃତି, ଦ୍ୱିତୀୟରେ ବାବାଙ୍କର
ସ୍ମୃତି ଏବଂ ଶ୍ରେଷ୍ଠ କର୍ମ କରିବା ପାଇଁ ଡ୍ରାମାର ସ୍ମୃତି । ଯେଉଁମାନଙ୍କୁ ସର୍ବଦା ଏହି
ତିନୋଟିଯାକର ସ୍ମୃତି ରହିଛି ସେମାନଙ୍କର ସ୍ଥିତି ମଧ୍ୟ ଶ୍ରେଷ୍ଠ ଅଟେ । ଆତ୍ମାର ସ୍ମୃତି ସହିତ
ବାବାଙ୍କର ସ୍ମୃତି ଏବଂ ବାବାଙ୍କର ସ୍ମୃତି ସହିତ ଡ୍ରାମାର ସ୍ମୃତି ଅତି ଆବଶ୍ୟକ ଅଟେ, କାହିଁକି
ନା କର୍ମ କରିବା ସମୟରେ, ଯଦି ଡ୍ରାମାର ଜ୍ଞାନ ବୁଦ୍ଧିରେ ରହିଥିବ ତେବେ ସ୍ଥିତି ତଳ ଉପର ହେବ
ନାହିଁ ଏବଂ ଯେତେ ବି ଭିନ୍ନ ଭିନ୍ନ ପରିସ୍ଥିତି ଆସିଯାଉ ସେଥିରେ ଅଚଳ ଅଟଳ ରହିବ ।
ସ୍ଲୋଗାନ:-
ଦୃଷ୍ଟିକୁ
ଅଲୌକିକ, ମନକୁ ଶୀତଳ ଏବଂ ବୁଦ୍ଧିକୁ ଦୟାଶୀଳ କର ।