03.11.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଆସିଛନ୍ତି ନିର୍ବିକାରୀ ଦୁନିଆ ନିର୍ମାଣ କରିବା ସହିତ ତୁମମାନଙ୍କର ଚରିତ୍ର ସୁଧାରିବା ପାଇଁ,
ତୁମେ ଆତ୍ମାମାନେ ପରସ୍ପର ଭାଇ-ଭାଇ ଅଟ, ତେଣୁ ତୁମର ଦୃଷ୍ଟି ବହୁତ ଶୁଦ୍ଧ ଅର୍ଥାତ୍ ପବିତ୍ର ହେବା
ଦରକାର ।”
ପ୍ରଶ୍ନ:-
ତୁମେ ପିଲାମାନେ
ଚିନ୍ତା ଶୂନ୍ୟ ସମ୍ରାଟ ଅଟ ତଥାପି ବି ତୁମର ଗୋଟିଏ ମୂଳ ଚିନ୍ତା ନିଶ୍ଚିତ ରହିବା ଉଚିତ୍ - ତାହା
କ’ଣ?
ଉତ୍ତର:-
ଆମେ ପତିତରୁ ପାବନ କିପରି ହେବୁ - ଏହା ହେଉଛି ମୂଳ ଚିନ୍ତା । ଏପରି ନ ହେଉ ବାବାଙ୍କର ସନ୍ତାନ
ହେବା ପରେ ପୁଣି ବାବାଙ୍କର ସମ୍ମୁଖରେ ଦଣ୍ଡ ଭୋଗ କରିବାକୁ ପଡିବ । ତେଣୁ ଦଣ୍ଡରୁ ମୁକ୍ତ ହେବାର
ଚିନ୍ତା ରହୁ, ନଚେତ୍ ସେ ସମୟରେ ବହୁତ ଲଜ୍ଜା ଲାଗିବ । ବାକି ତୁମେମାନେ ତ ଚିନ୍ତାଶୂନ୍ୟ ସମ୍ରାଟ
ଅଟ, ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ । ଯଦି କେହି ବୁଝିଲେ ତେବେ ବେହଦର ମାଲିକ
ହେବେ, ନ ବୁଝିଲେ ତାଙ୍କର ଭାଗ୍ୟ । ତୁମର କିଛି ଚିନ୍ତା କରିବାର ନାହିଁ ।
ଓମ୍ ଶାନ୍ତି ।
ବାବା ଯାହାଙ୍କର ନାମ ଶିବ, ସିଏ ନିଜେ ବସି ନିଜର ସନ୍ତାନମାନଙ୍କୁ ବୁଝାଉଛନ୍ତି । ସମସ୍ତଙ୍କର
ରୁହାନୀ ପିତା ଜଣେ ହିଁ ଅଟନ୍ତି । ପ୍ରଥମେ-ପ୍ରଥମେ ଏହି କଥାକୁ ବୁଝାଇବାକୁ ହେବ ତେବେ ଆଗକୁ
ବୁଝିବା ସହଜ ହେବ । ଯଦି ବାବାଙ୍କ ପରିଚୟ ହିଁ ମିଳି ନ ଥିବ ତେବେ ପ୍ରଶ୍ନ କରି ଚାଲିବେ । ତେଣୁ
ପ୍ରଥମେ ପ୍ରଥମେ ଏହି ନିଶ୍ଚୟ କରାଇବାକୁ ହେବ । ସାରା ଦୁନିଆକୁ ଏକଥା ଜଣା ନାହିଁ ଯେ ଗୀତାର
ଭଗବାନ କିଏ । ସେମାନେ ଶ୍ରୀକୃଷ୍ଣଙ୍କୁ ଗୀତାର ଭଗବାନ ବୋଲି କହିଦେଉଛନ୍ତି, ଆମେ କହୁଛୁ ପରମପିତା
ପରମାତ୍ମା ଶିବ ହେଉଛନ୍ତି ଗୀତାର ଭଗବାନ । ସେ ହିଁ ହେଉଛନ୍ତି ଜ୍ଞାନର ସାଗର । ମୁଖ୍ୟ ହେଲା
ସର୍ବ ଶାସ୍ତ୍ରମୟୀ ଶିରୋମଣି ଗୀତା । ଭଗବାନଙ୍କ ନିମନ୍ତେ ହିଁ କହୁଛନ୍ତି - ହେ ପ୍ରଭୂ ତୁମର ଗତି
ମତି ନିଆରା, କୃଷ୍ଣଙ୍କ ନିମନ୍ତେ ଏପରି କହିବେ ନାହିଁ । ବାବା ଯିଏ ସତ୍ୟ ଅଟନ୍ତି ସିଏ ନିଶ୍ଚିତ
ସତ୍ୟ ହିଁ ଶୁଣାଇବେ । ଦୁନିଆ ପ୍ରଥମେ ନୂଆ ସତ୍ତ୍ୱପ୍ରଧାନ ଥିଲା । ଏବେ ଦୁନିଆ ପୁରୁଣା
ତମୋପ୍ରଧାନ ହୋଇଯାଇଛି । ଏକମାତ୍ର ବାବା ହିଁ ଦୁନିଆକୁ ପରିବର୍ତ୍ତନ କରୁଛନ୍ତି । ବାବା କିପରି
ପରିବର୍ତ୍ତନ କରୁଛନ୍ତି ତାହା ମଧ୍ୟ ବୁଝାଇବା ଦରକାର । ଆତ୍ମା ଯେତେବେଳେ ସତ୍ତ୍ୱପ୍ରଧାନ ହେବ
ସେତେବେଳେ ଯାଇ ସତ୍ତ୍ୱପ୍ରଧାନ ଦୁନିଆର ସ୍ଥାପନା ହେବ । ପ୍ରଥମେ ତୁମକୁ ଅନ୍ତର୍ମୁଖୀ ହେବାକୁ
ପଡିବ । ଅଧିକ ଯୁକ୍ତିତର୍କ କରିବା ଅନୁଚିତ । ଅନେକ ଏମିତି ଅଛନ୍ତି ଯେଉଁମାନେ ଭିତରକୁ ପଶିବା
ମାତ୍ରକେ ଚିତ୍ର ଦେଖି ପଚାରିବାକୁ ଲାଗିଥା’ନ୍ତି । ତେଣୁ ସେମାନଙ୍କୁ ପ୍ରଥମେ ପ୍ରଥମେ ଗୋଟିଏ କଥା
ହିଁ ବୁଝାଇବା ଉଚିତ । ସେମାନଙ୍କୁ ଅଧିକ ପଚାରିବାର ମାର୍ଜିନ (ସୁଯୋଗ) ଯେପରି ନ ମିଳୁ । ତାଙ୍କୁ
କୁହ, ପ୍ରଥମେ ତ ଗୋଟିଏ କଥା ଉପରେ ନିଶ୍ଚୟ କର ତା’ ପରେ ଆଗକୁ ବୁଝାଇବୁ ପୁଣି ୮୪ ଜନ୍ମର ଚକ୍ର
ଉପରେ ବୁଝାଇ ପାରିବ । ବାବା କହୁଛନ୍ତି ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ ଏହାଙ୍କ ଶରୀରରେ
ପ୍ରବେଶ କରୁଛି । ଏହାକୁ (ବ୍ରହ୍ମାଙ୍କୁ) ହିଁ ବାବା କହୁଛନ୍ତି - ତୁମେ ନିଜର ଜନ୍ମକୁ ଜାଣି ନାହଁ
। ବାବା ଆମକୁ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ପ୍ରଥମେ ପ୍ରଥମେ ଅଲଫ (ବାବା)ଙ୍କ
ଉପରେ ହିଁ ବୁଝାଉଛନ୍ତି । ଅଲଫଙ୍କୁ ବୁଝିବା ଦ୍ୱାରା ଅନ୍ୟ କୌଣସି ସଂଶୟ ଆସିବ ନାହିଁ ।
ସେମାନଙ୍କୁ କୁହ ବାବା ସତ୍ୟ ତେଣୁ ସେ ଅସତ୍ୟ ଶୁଣାଉନାହାଁନ୍ତି । ବେହଦର ବାବା ହିଁ ରାଜଯୋଗ
ଶିଖାଉଛନ୍ତି । ଶିବରାତ୍ରିର ଗାୟନ ରହିଛି ତେବେ ଶିବ ଏଠାକୁ ନିଶ୍ଚିତ ଆସିଥିବେ ନା । ଯେପରି
ଶ୍ରୀକୃଷ୍ଣ ଜୟନ୍ତୀ ମଧ୍ୟ ଏଠାରେ ପାଳନ କରୁଛନ୍ତି ତେବେ ଶ୍ରୀକୃଷ୍ଣ ନିଶ୍ଚିତ ଏଠାକୁ ଆସିଥିଲେ ।
ସେହିପରି ବାବା କହୁଛନ୍ତି, ମୁଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛି । ସମସ୍ତେ ସେହି ଏକମାତ୍ର
ନିରାକାର ବାବାଙ୍କର ହିଁ ସନ୍ତାନ ଅଟନ୍ତି । ତୁମେମାନେ ତାଙ୍କର ମଧ୍ୟ ସନ୍ତାନ ଅଟ ଏବଂ ପ୍ରଜାପିତା
ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ଅଟ । ସିଏ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂତନ ସୃଷ୍ଟିର ସ୍ଥାପନା
କଲେ ତେବେ ନିଶ୍ଚିତ ବ୍ରାହ୍ମଣ-ବ୍ରାହ୍ମଣୀ ମଧ୍ୟ ଥିବେ । ତେଣୁ ଏମାନେ ପରସ୍ପର ଭଉଣୀ-ଭାଇ ହୋଇଗଲେ
ଏବଂ ଏହି ସମ୍ପର୍କରେ ହିଁ ପବିତ୍ରତାର ଭାବନା ଆସିଥାଏ । ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ପବିତ୍ର
ରହିବାର ଏହା ହେଉଛି ଭିତ୍ତି ବା ଆଧାର । ଯଦି ପରସ୍ପର ଭାଇ-ଭଉଣୀ ତେବେ ବିକାରର ଦୃଷ୍ଟି ରହିବା
ଉଚିତ୍ ନୁହେଁ । ସେଥିପାଇଁ ୨୧ ଜନ୍ମ ପାଇଁ ଦୃଷ୍ଟି ସୁଧୁରି ଯାଉଛି । ତେବେ ବାବା ହିଁ
ସନ୍ତାନମାନଙ୍କୁ ଶିକ୍ଷା ଦେବେ ନା । ଶିକ୍ଷା ଦ୍ୱାରା ହିଁ ତୁମମାନଙ୍କର ଚରିତ୍ରକୁ ସୁଧାରୁଛନ୍ତି
। ଏବେ ସମଗ୍ର ଦୁନିଆର ଚରିତ୍ରକୁ ସୁଧାରିବାକୁ ହେବ । ଏହି ପୁରୁଣା ପତିତ ଦୁନିଆରେ କାହା ଭିତରେ
କୌଣସି ଚରିତ୍ର ନାହିଁ । ସମସ୍ତଙ୍କ ଭିତରେ ବିକାର ରହିଛି । ଏହା ହେଉଛି ପତିତ ବିକାରୀ ଦୁନିଆ ।
ତେବେ ନିର୍ବିକାରୀ ଦୁନିଆ କପରି ହେବ? ତାହା ବାବାଙ୍କ ବିନା କେହି କରିପାରିବେ ନାହିଁ । ଏବେ ବାବା
ସମସ୍ତଙ୍କୁ ପବିତ୍ର କରୁଛନ୍ତି । ଏ ସବୁ ହେଲା ଗୁପ୍ତ କଥା । ଆମେ ଆତ୍ମା, ଆତ୍ମାକୁ ପରମାତ୍ମା
ପିତାଙ୍କ ସହିତ ମିଳନ କରିବାକୁ ହେବ । ସମସ୍ତେ ଭଗବାନଙ୍କ ସହିତ ମିଶିବା ପାଇଁ ପୁରୁଷାର୍ଥ
କରୁଛନ୍ତି । ଭଗବାନ ନିରାକାର ଅଟନ୍ତି । ମୁକ୍ତିଦାତା, ଗାଇଡ୍ ମଧ୍ୟ ଏକମାତ୍ର ପରମାତ୍ମାଙ୍କୁ
ହିଁ କୁହାଯାଏ । ଅନ୍ୟ ଧର୍ମାବଲମ୍ବୀମାନେ କାହାକୁ ହେଲେ ମୁକ୍ତିଦାତା, ଗାଇଡ୍ ଅର୍ଥାତ୍
ପଥପ୍ରଦର୍ଶକ ବୋଲି କହନ୍ତି ନାହିଁ । ପରମପିତା ପରମାତ୍ମା ହିଁ ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି
ଅର୍ଥାତ୍ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରୁଛନ୍ତି । ଘରକୁ ନେଇଯିବା ପାଇଁ ଗାଇଡ୍ ମଧ୍ୟ କରୁଛନ୍ତି
। ପ୍ରଥମେ-ପ୍ରଥମେ ଏହି ଗୋଟିଏ କଥାକୁ ହିଁ ବୁଦ୍ଧିରେ ରଖ । ଯଦି ନ ବୁଝିଲେ ତେବେ ଛାଡି ଦେବା
ଉଚିତ୍ । ଯଦି ଅଲଫ ଅର୍ଥାତ୍ ବାବାଙ୍କୁ ନ ବୁଝିଲେ ତେବେ ବେ (ସମ୍ପତ୍ତିକୁ) ଜାଣିଲେ କ’ଣ ଫାଇଦା
ହେବ, ଭଲେ ଚାଲି ଯାଆନ୍ତୁ । ତୁମେ ବ୍ୟସ୍ତ ହୁଅ ନାହିଁ । ତୁମେ ଚିନ୍ତାଶୂନ୍ୟ ସମ୍ରାଟ ଅଟ ।
ଅସୁରମାନଙ୍କ ଦ୍ୱାରା ବିଘ୍ନ ତ ନିଶ୍ଚିତ ପଡିବ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ତେଣୁ
ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ବାବା କହୁଛନ୍ତି ମନ୍ମନାଭବ । ଯେତେ
ପୁରୁଷାର୍ଥ କରିବ ସେହି ଅନୁସାରେ ପଦ ପାଇବ । ଆଦି ସନାତନ ଦେବୀ-ଦେବତା ଧର୍ମର ରାଜ୍ୟ ସ୍ଥାପନ
ହେଉଛି । ଏହା ଲକ୍ଷ୍ମୀ-ନାରାୟଣଙ୍କର ରାଜବଂଶ । ଅନ୍ୟ ଧର୍ମାବଲମ୍ବୀମାନେ କୌଣସି ରାଜବଂଶ ସ୍ଥାପନ
କରୁନାହାଁନ୍ତି । ବାବା ଆସି ସମସ୍ତଙ୍କୁ ମୁକ୍ତ କରୁଛନ୍ତି । ପୁଣି ନିଜ ନିଜ ସମୟରେ ଆସି ଅନ୍ୟ
ଧର୍ମ ସ୍ଥାପକମାନେ ନିଜର ଧର୍ମ ସ୍ଥାପନ କରିବେ । ଧୀରେ ଧୀରେ ସୃଷ୍ଟି ବୃଦ୍ଧି ହେବ । ପୁଣି
ସମସ୍ତଙ୍କୁ ପତିତ ହେବାକୁ ହିଁ ପଡିବ । ତେବେ ପତିତରୁ ପାବନ କରିବା ହେଉଛି ବାବାଙ୍କର କାମ ।
ସେମାନେ ତ କେବଳ ଧର୍ମ ସ୍ଥାପନ କରିବେ । ତାହା ତ କିଛି ବଡ କଥା ନୁହେଁ । ସବୁ ମହିମା କେବଳ
ଜଣଙ୍କର । ସେମାନେ ତ ଖ୍ରୀଷ୍ଟଙ୍କର କେତେ ମହିମା କରୁଛନ୍ତି । ସେମାନଙ୍କୁ ମଧ୍ୟ ବୁଝାଯିବା
ଦରକାର ଯେ ମୁକ୍ତିଦାତା ଗାଇଡ୍ ତ ହେଉଛନ୍ତି ପରମପିତା ପରମାତ୍ମା । ବାକି କ୍ରାଇଷ୍ଟ କ’ଣ
କରିଛନ୍ତି? ତାଙ୍କର ଅବତରଣ ପରେ ଖ୍ରୀଷ୍ଟିଆନ୍ ଧର୍ମର ଆତ୍ମାମାନେ ତଳକୁ ଆସିବାରେ ଲାଗିଲେ ।
କିନ୍ତୁ ଦୁଃଖରୁ ମୁକ୍ତ ତ ଏକମାତ୍ର ବାବା ହିଁ କରିଥା’ନ୍ତି । ଏହି ସବୁ ପଏଣ୍ଟକୁ ବୁଦ୍ଧିରେ ଭଲ
ଭାବରେ ଧାରଣ କରିବାକୁ ହେବ । ଏକମାତ୍ର ଭଗବାନଙ୍କୁ ହିଁ ଦୟାଳୁ କୁହାଯାଏ । କେହି ଜଣେ ହେଲେ
ମନୁଷ୍ୟ କାହା ଉପରେ ଦୟା କରନ୍ତି ନାହିଁ । ଦୟା ମଧ୍ୟ ବେହଦର ହୋଇଥାଏ ଏବଂ ଏକମାତ୍ର ବାବା ହିଁ
ସମସ୍ତଙ୍କ ଉପରେ ଦୟା କରିଥା’ନ୍ତି । ସତ୍ୟଯୁଗରେ ସମସ୍ତେ ସୁଖ ଏବଂ ଶାନ୍ତିରେ ରହନ୍ତି । ସେଠାରେ
ଦୁଃଖର କୌଣସି କଥା ରହିବ ନାହିଁ । କିନ୍ତୁ ପିଲାମାନେ କେବଳ ଗୋଟିଏ କଥା ଅଲଫ ଉପରେ କାହାକୁ
ନିଶ୍ଚୟ କରାଉ ନାହାଁନ୍ତି, ଅନ୍ୟାନ୍ୟ କଥାକୁ ଚାଲିଯାଉଛନ୍ତି ପୁଣି କହୁଛନ୍ତି ଗଳା ଖରାପ ହୋଇଗଲା
। ତୁମମାନଙ୍କୁ ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ । ଯେପର୍ଯ୍ୟନ୍ତ ବାବାଙ୍କର ପରିଚୟ ନ
ଦେଇଛ ସେପର୍ଯ୍ୟନ୍ତ ଅନ୍ୟ କୌଣସି କଥାକୁ ଯାଅ ହିଁ ନାହିଁ । ତାଙ୍କୁ କୁହ ବାବା ତ ସତ୍ୟ କହିବେ
ନା । ଆମ ବି.କେ. ମାନଙ୍କୁ ବାବା ହିଁ ଶୁଣାଉଛନ୍ତି । ଏହି ଚିତ୍ର ସବୁ ବାବା ନିଜେ ତିଆରି
କରାଇଛନ୍ତି, ଏଥିରେ ସଂଶୟ ଆସିବା ଉଚିତ୍ ନୁହେଁ । ସଂଶୟବୁଦ୍ଧି ବିନଶ୍ୟନ୍ତି । ପ୍ରଥମେ ତୁମେମାନେ
ନିଜକୁ ଆତ୍ମ ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହୋଇଯିବ । ବିକର୍ମ ବିନାଶ
କରିବାର ଆଉ କୌଣସି ଉପାୟ ନାହିଁ । ପତିତ-ପାବନ ତ’ ଜଣେ ହିଁ ଅଟନ୍ତି ନା । ବାବା କହୁଛନ୍ତି ଦେହର
ସବୁ ସମ୍ବନ୍ଧକୁ ଛାଡି କେବଳ ମୋତେ ମନେ ପକାଅ । ବାବା ଯାହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି
ତାଙ୍କୁ ମଧ୍ୟ ପୁରୁଷାର୍ଥ କରି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତେବେ ପୁରୁଷାର୍ଥ ଦ୍ୱାରା ହିଁ ତ
ସତ୍ତ୍ୱପ୍ରଧାନ ହେବେ ନା, ପୁଣି ବ୍ରହ୍ମା ଏବଂ ବିଷ୍ଣୁଙ୍କ ଭିତରେ ସମ୍ପର୍କ କ’ଣ ତାହା ମଧ୍ୟ
ବତାଉଛନ୍ତି । ବାବା ତୁମମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛନ୍ତି ଯେଉଁ ଶିକ୍ଷା ଦ୍ୱାରା ତୁମେମାନେ
ବିଷ୍ଣୁପୁରୀର ମାଲିକ ହେଉଛ । ପୁଣି ତୁମେ ହିଁ ୮୪ ଜନ୍ମ ନେଇ ଶେଷରେ ଶୂଦ୍ର ହେଉଛ । ବାବା ପୁଣି
ଶୂଦ୍ରରୁ ବ୍ରାହ୍ମଣ କରୁଛନ୍ତି । ଏକଥା ଆଉ କେହି କହିପାରିବେ ନାହିଁ । ପ୍ରଥମ କଥା ହେଲା
ବାବାଙ୍କର ପରିଚୟ ଦେବା । ବାବା କହୁଛନ୍ତି ମୋତେ ହିଁ ପତିତଙ୍କୁ ପାବନ କରିବା ପାଇଁ ଆସିବାକୁ
ପଡୁଛି । ଏପରି ନୁହେଁ ଯେ ଉପରୁ ଥାଇ ପ୍ରେରଣା ଦେଉଛି । ଏହାଙ୍କର(ବ୍ରହ୍ମାଙ୍କର) ନାମ ହିଁ
ଭଗୀରଥ ଅଟେ । ତେବେ ନିଶ୍ଚିତ ଏହାଙ୍କ ଶରୀରରେ ହିଁ ପ୍ରବେଶ କରିବି । ଏହା ହେଉଛି ତାଙ୍କର ବହୁତ
ଜନ୍ମର ଅନ୍ତିମ ଜନ୍ମ । ଯିଏକି ପୁଣି ଥରେ ସତ୍ତ୍ୱପ୍ରଧାନ ହେଉଛନ୍ତି । ସେଥିପାଇଁ ବାବା ଉପାୟ
ବତାଉଛନ୍ତି ଯେ, ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ । ମୁଁ ହିଁ ସର୍ବଶକ୍ତିମାନ ଅଟେ ।
ମୋତେ ମନେପକାଇଲେ ତୁମ ଭିତରେ ଶକ୍ତି ଆସିବ । ତୁମେମାନେ ବିଶ୍ୱର ମାଲିକ ହୋଇଯିବ । ଏହି
ଲକ୍ଷ୍ମୀ-ନାରାୟଣର ପଦବୀ ଏମାନଙ୍କୁ ବାବାଙ୍କଠାରୁ ମିଳିଛି । କିପରି ମିଳିଲା ସେ କଥା ବାବା
ବୁଝାଉଛନ୍ତି । ପ୍ରଦର୍ଶନୀ, ମିୟ୍ୟୁଜିୟମ୍ ଆଦିରେ ମଧ୍ୟ ତୁମେମାନେ କହିଦିଅ ଯେ ପ୍ରଥମେ ଏହି
ଗୋଟିଏ କଥାକୁ ବୁଝ, ତାପରେ ଅନ୍ୟ କଥା ବୁଝିବ । ଏହିକଥା ବୁଝିବା ବହୁତ ଜରୁରୀ । ନଚେତ୍ ତୁମେ
ଦୁଃଖରୁ ମୁକ୍ତ ହୋଇପାରିବ ନାହିଁ । ଯେ ପର୍ଯ୍ୟନ୍ତ ଏହି କଥା ଉପରେ ନିଶ୍ଚୟ ନ ହୋଇଛି ସେ
ପର୍ଯ୍ୟନ୍ତ ତୁମେ କିଛି ବୁଝିପାରିବ ନାହିଁ । ବର୍ତ୍ତମାନ ଭ୍ରଷ୍ଟାଚାରୀ ଦୁନିଆ ।
ଦେବୀ-ଦେବତାମାନଙ୍କର ଦୁନିଆ ଶ୍ରେଷ୍ଠାଚାରୀ ଥିଲା । ଏହିପରି ଭାବରେ ବୁଝାଇବାକୁ ହେବ ।
ମନୁଷ୍ୟମାନଙ୍କର ନାଡିକୁ ମଧ୍ୟ ଦେଖିବାକୁ ହେବ - କିଛି ବୁଝୁଛନ୍ତି ନା ଅନ୍ୟମନସ୍କ ଅଛନ୍ତି? ଯଦି
ଅନ୍ୟମନସ୍କ ଅଛନ୍ତି ତେବେ ଛାଡିଦେବା ଉଚିତ୍ । ତାଙ୍କ ପାଇଁ ସମୟ ନଷ୍ଟ କରିବା ଉଚିତ୍ ନୁହେଁ ।
ଚାତକ ଭଳି ପାତ୍ରମାନଙ୍କୁ ମଧ୍ୟ ପରଖିବାର ବୁଦ୍ଧି ରହିବା ଦରକାର । ଯେଉଁମାନେ ବୁଝୁଥିବେ
ସେମାନଙ୍କର ଚେହେରା ହିଁ ବଦଳିଯିବ । ପ୍ରଥମେ-ପ୍ରଥମେ ଖୁସିର କଥା କହିବା ଉଚିତ୍ । ବେହଦର
ବାବାଙ୍କଠାରୁ ବେହଦର ବର୍ସା ମିଳୁଛି ନା । ବାବା ଜାଣିଛନ୍ତି ଯୋଗର ଯାତ୍ରାରେ ପିଲାମାନେ ବହୁତ
ଢିଲା ଅଛନ୍ତି । ବାବାଙ୍କୁ ସ୍ମରଣ କରିବାରେ ବହୁତ ମେହନତ କରିବାକୁ ପଡୁଛି । ଯେଉଁଥିରେ ହିଁ ମାୟା
ବହୁତ ବିଘ୍ନ ପକାଉଛି । ଖେଳ ହିଁ ଏହିପରି ତିଆରି ହୋଇଛି । ବାବା ବୁଝାଉଛନ୍ତି - କିପରି ଏହି ଖେଳ
ପୂର୍ବରୁ ନିର୍ମିତ ହୋଇ ରହିଛି । ଏହି କଥାକୁ ଦୁନିଆର ମନୁଷ୍ୟମାନେ ତ କିଛି ବି ଜାଣି ନାହାଁନ୍ତି
।
ଯୋଗଯୁକ୍ତ ହୋଇ ରହିବା ଦ୍ୱାରା ତୁମେମାନେ କାହାକୁ ବି ବୁଝାଇବାରେ ଏକରସ ରହିପାରିବ । ନଚେତ୍
ସେମାନେ କିଛି ନା କିଛି ତ୍ରୃଟି ବାହାର କରିବେ । ବାବା କହୁଛନ୍ତି ତୁମେ ଅଧିକ କିଛି କଷ୍ଟ କର
ନାହିଁ । ସ୍ଥାପନା ତ ନିଶ୍ଚିତ ହେବ । ଭବିଷ୍ୟତକୁ କେହି ବି ଟାଳି ପାରିବେ ନାହିଁ । ତେଣୁ
ଉମଙ୍ଗ-ଉତ୍ସାହରେ ରହିବା ଉଚିତ୍ । ବାବାଙ୍କଠାରୁ ଆମେ ବେହଦର ବର୍ସା ନେଉଛୁ । ବାବା କହୁଛନ୍ତି
ମୋତେ ମନେ ପକାଅ । ତେବେ ଅନ୍ୟମାନଙ୍କୁ ବହୁତ ସ୍ନେହର ସହିତ ବସି ବୁଝାଇବା ଉଚିତ୍ । ବାବାଙ୍କୁ
ସ୍ମରଣ କରୁ କରୁ ପ୍ରେମରେ ଲୁହ ଆସିଯିବା ଉଚିତ୍ । ଆଉ ତ ସବୁ ସମ୍ବନ୍ଧ କଳିଯୁଗୀ ଅଟେ । ଏହା
ହେଉଛି ଆତ୍ମିକ ପିତାଙ୍କର ସମ୍ବନ୍ଧ । ତୁମର ଏହି ପ୍ରେମର ଲୁହ ମଧ୍ୟ ବିଜୟ ମାଳାର ଦାନା ହୋଇ
ଯାଉଛି । ବହୁତ କମ୍ ଅଛନ୍ତି - ଯିଏକି ଏପରି ସ୍ନେହର ସହିତ ବାବାଙ୍କୁ ମନେ ପକାଉଛନ୍ତି । ଚେଷ୍ଟା
କରି ଯେତେ ଦୂର ସମ୍ଭବ ନିଜର ସମୟ ବାହାର କରି ନିଜ ଭବିଷ୍ୟତକୁ ଉଚ୍ଚ କରିବା ଉଚିତ୍ ।
ପ୍ରଦର୍ଶନୀରେ ଏତେ ଢେର ସନ୍ତାନଙ୍କର ଆବଶ୍ୟକତା ନାହିଁ । ନା, ଏତେ ଚିତ୍ରର ଆବଶ୍ୟକତା ରହିଛି ।
ନମ୍ବରୱାନ ଚିତ୍ର ହେଉଛି ଗୀତାର ଭଗବାନ କିଏ? ଏହି ଚିତ୍ର ନିକଟରେ ଲକ୍ଷ୍ମୀ-ନାରାୟଣ ଚିତ୍ର ଏବଂ
ସିଡି ଚିତ୍ର ରହିବ, ବାସ୍ । ବାକି ଏତେ ସବୁ ଚିତ୍ର କୌଣସି କାମର ନୁହେଁ । ତୁମମାନଙ୍କୁ ଯେତେ
ଦୂର ସମ୍ଭବ ଯୋଗର ଯାତ୍ରାକୁ ବଢାଇବାକୁ ହେବ । ମୂଳ ଚିନ୍ତା ରହିବା ଉଚିତ୍ ଯେ ପତିତରୁ ପାବନ
କିପରି ହେବୁ! ବାବାଙ୍କର ହୋଇ ପୁଣି ବାବାଙ୍କ ଆଗରେ ଦଣ୍ଡ ପାଇବା ଏହା ତ ବହୁତ ଦୁର୍ଗତିର କଥା ।
ବର୍ତ୍ତମାନ ଯଦି ଯୋଗର ଯାତ୍ରାରେ ନ ରହିବ ତେବେ ବାବାଙ୍କ ଆଗରେ ଦଣ୍ଡ ଭୋଗ କରିବ ଏବଂ ସେସମୟରେ
ବହୁତ ବହୁତ ଲଜ୍ଜା ଲାଗିବ । ତେଣୁ ମୋତେ ଦଣ୍ଡ ଭୋଗ କରିବାକୁ ନ ପଡୁ, ଏହି ଚିନ୍ତା ସବୁଠାରୁ
ଅଧିକ ରଖିବା ଉଚିତ୍ । ତୁମେ ରୂପ (ଯୋଗୀ) ଏବଂ ବସନ୍ତ (ଜ୍ଞାନୀ) ମଧ୍ୟ ଅଟ । ବାବା ମଧ୍ୟ
କହୁଛନ୍ତି ମୁଁ ରୂପ ମଧ୍ୟ ଅଟେ ତ ବସନ୍ତ ମଧ୍ୟ ଅଟେ । ମୁଁ ଅତି ସୂକ୍ଷ୍ମ ବିନ୍ଦୁ କିନ୍ତୁ
ଜ୍ଞାନର ସାଗର ମଧ୍ୟ ଅଟେ । ମୁଁ ତୁମ ଆତ୍ମାରେ ସମସ୍ତ ଜ୍ଞାନ ଭରୁଛି । ଏବେ ୮୪ ଜନ୍ମର ସମସ୍ତ
ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ତୁମେ ଜ୍ଞାନର ସ୍ୱରୂପ ହୋଇ ଜ୍ଞାନର ବର୍ଷା କରୁଛ । ଜ୍ଞାନର
ଗୋଟିଏ-ଗୋଟିଏ ରତ୍ନ କେତେ ଅମୂଲ୍ୟ ଅଟେ, ଏହାର ମୂଲ୍ୟ କେହି କରିପାରିବେ ନାହିଁ, ସେଥିପାଇଁ ବାବା
କହୁଛନ୍ତି ତୁମେ ପଦମାପଦମ ଭାଗ୍ୟଶାଳୀ ଅଟ । ସେଥିପାଇଁ ତୁମ ଚରଣରେ ପଦ୍ମର ଚିହ୍ନ ମଧ୍ୟ
ଦେଖାଉଛନ୍ତି, ଏହି କଥାକୁ କେହି ବୁଝିପାରିବେ ନାହିଁ । ମନୁଷ୍ୟ ନିଜର ନାମ ପଦମପତି ରଖୁଛନ୍ତି,
ଭାବୁଛନ୍ତି ଏହାଙ୍କ ପାଖରେ ବହୁତ ଧନ ଅଛି । ପଦମପତିର ଏକ ସାଙ୍ଗିଆ ମଧ୍ୟ ଅଛି । ବାବା ସବୁ କଥା
ବୁଝାଉଛନ୍ତି ଏବଂ କହୁଛନ୍ତି - ମୂଳ କଥା ହେଉଛି ବାବାଙ୍କୁ ଏବଂ ୮୪ ଜନ୍ମର ଚକ୍ରକୁ ମନେ ପକାଅ ।
ଏହି ଜ୍ଞାନ ଭାରତବାସୀଙ୍କ ନିମନ୍ତେ ହିଁ ଉଦ୍ଦିଷ୍ଟ । ତୁମେମାନେ ହିଁ ୮୪ ଜନ୍ମ ନେଉଛ । ଏହା
ମଧ୍ୟ ବୁଝିବାର କଥା ନା । ଅନ୍ୟ କୌଣସି ସନ୍ନ୍ୟାସୀ ଆଦିଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କୁହାଯିବ ନାହିଁ
। ଦେବତାମାନଙ୍କୁ ମଧ୍ୟ କୁହାଯିବ ନାହିଁ କାରଣ ଦେବତାମାନଙ୍କ ପାଖରେ ଜ୍ଞାନ ହିଁ ନଥାଏ ।
ତୁମେମାନେ କହିପାରିବ ଯେ, ଆମ ପାଖରେ ସବୁ ଜ୍ଞାନ ଅଛି, ଯେଉଁ ଜ୍ଞାନ ଏହି ଲକ୍ଷ୍ମୀ-ନାରାୟଣଙ୍କର
ପାଖରେ ନାହିଁ । ବାବା ତ’ ଯଥାର୍ଥ କଥା ବୁଝାଉଛନ୍ତି ନା ।
ଏହି ଜ୍ଞାନ ବଡ ଚମତ୍କାର । ତୁମେ କେତେ ଗୁପ୍ତ ବିଦ୍ୟାର୍ଥୀ ଅଟ । ତୁମେ କହିବ ଆମେମାନେ ଈଶ୍ୱରୀୟ
ପାଠଶାଳାକୁ ଯାଉଛୁ, ଯେଉଁଠାରେ ଭଗବାନ ପାଠ ପଢାଉଛନ୍ତି । ଏହି ପାଠପଢାର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ?
ଆମେ ଲକ୍ଷ୍ମୀ-ନାରାୟଣ ହେବୁ । ଏକଥା ଶୁଣି ମନୁଷ୍ୟ ଆଶ୍ଚର୍ଯ୍ୟ ହେବେ । ଆମେ ନିଜର ମୁଖ୍ୟ
କାର୍ଯ୍ୟାଳୟକୁ ଯାଉଛୁ । କ’ଣ ପଢୁଛୁ? ମନୁଷ୍ୟରୁ ଦେବତା, ଭିକାରିରୁ ରାଜକୁମାର ହେବାର ପାଠ ପଢୁଛୁ
। ତୁମର ଚିତ୍ର ବହୁତ ଫାଷ୍ଟକ୍ଲାସ୍ ଅଟେ । ଧନ ଦାନ ମଧ୍ୟ ସର୍ବଦା ପାତ୍ରକୁ ଦେଖି ଦିଆଯାଇଥାଏ ।
ତେବେ ସେହିଭଳି ପାତ୍ର ତୁମକୁ କେଉଁଠାରେ ମିଳିବେ? ଶିବଙ୍କ ମନ୍ଦିର, ଲକ୍ଷ୍ମୀ-ନାରାୟଣ ଏବଂ
ରାମ-ସୀତାଙ୍କ ମନ୍ଦିରରେ ମିଳିବେ । ତୁମେମାନେ ସେଠାକୁ ଯାଇ ସେମାନଙ୍କର ସେବା କର । ନିଜର ସମୟ
ନଷ୍ଟ କର ନାହିଁ । ଗଙ୍ଗାନଦୀ କୂଳକୁ ଯାଇ ମଧ୍ୟ ତୁମେ ବୁଝାଅ - ପତିତ-ପାବନୀ ଗଙ୍ଗା ଅଟନ୍ତି ନା
ପରମପିତା ପରମାତ୍ମା? ସମସ୍ତଙ୍କର ସଦ୍ଗତି ଏହି ପାଣି କରିବ ନା ବେହଦର ବାବା କରିବେ? ତୁମେମାନେ
ଏହା ଉପରେ ଭଲ ଭାବରେ ବୁଝାଇପାରିବ । ତୁମେମାନେ ବିଶ୍ୱର ମାଲିକ ହେବାର ରାସ୍ତା ଦେଖାଉଛ ସେଥିପାଇଁ
ଏହି ଜ୍ଞାନର ଦାନ କରୁଛ, କଉଡି ତୁଲ୍ୟ ମନୁଷ୍ୟକୁ ହୀରା ଭଳି ବିଶ୍ୱର ମାଲିକ କରୁଛ । ଭାରତ
ବିଶ୍ୱର ମାଲିକ ଥିଲା ନା । ତୁମ ବ୍ରାହ୍ମଣମାନଙ୍କର କୁଳ ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ ଅଟେ ।
ଏହି ବାବା ମଧ୍ୟ ଭାବୁଛନ୍ତି - ମୁଁ ବାବାଙ୍କର ଏକମାତ୍ର ସିକିଲଧା ସନ୍ତାନ ଅଟେ । ବାବା ମୋର ଏହି
ଶରୀରକୁ ଧାର ସୂତ୍ରରେ ନେଇଛନ୍ତି । ତୁମମାନଙ୍କ ବ୍ୟତୀତ ଆଉ କେହି ବି ଏହି କଥାକୁ ବୁଝିପାରିବେ
ନାହିଁ । ମୋ ଶରୀରରେ ବାବାଙ୍କର ଅବତରଣ ହୋଇଛି । ମୁଁ ବାବାଙ୍କୁ ମୋର କାନ୍ଧ ଉପରେ ବସାଇଛି
ଅର୍ଥାତ୍ ମୁଁ ମୋର ଶରୀରକୁ ତାଙ୍କୁ ଦେଇଛି ସେବା କରିବା ପାଇଁ । ତା’ ବଦଳରେ ପୁଣି ସେ କେତେ
ଦେଉଛନ୍ତି । ଯାହାକି ମୋତେ ସବୁଠାରୁ ଉଚ୍ଚରେ କାନ୍ଧ ଉପରେ ଚଢାଉଛନ୍ତି । ପ୍ରଥମ ନମ୍ବରକୁ
ନେଇଯାଉଛନ୍ତି । ପିଲାମାନେ ବାପାଙ୍କର ସ୍ନେହୀ ହୋଇଥା’ନ୍ତି ତେଣୁ ତାଙ୍କୁ କାନ୍ଧ ଉପରେ
ବସାଇଥା’ନ୍ତି ନା । ମା’ ପିଲାକୁ କେବଳ କୋଳରେ ବସାଇଥାଏ କିନ୍ତୁ ବାପା ତ କାନ୍ଧ ଉପରେ
ବସାଇଥା’ନ୍ତି । ପାଠଶାଳାକୁ କେବେ କଳ୍ପନା କୁହାଯିବ ନାହିଁ । ସ୍କୁଲରେ ଇତିହାସ-ଭୂଗୋଳ
ପଢିଥା’ନ୍ତି ତେବେ ଏହାକୁ କ’ଣ କଳ୍ପନା କୁହାଯିବ? ଏହା ମଧ୍ୟ ବିଶ୍ୱର ଇତିହାସ-ଭୂଗୋଳ ଅଟେ ନା ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବହୁତ ବହୁତ
ସ୍ନେହର ସହିତ ବସି ଆତ୍ମିକ ପିତାଙ୍କୁ ମନେ ପକାଇବାକୁ ହେବ । ମନେ ପକାଇବା ସମୟରେ ଯଦି ପ୍ରେମର
ଅଶ୍ରୁ ଆସିଯାଏ ତେବେ ସେହି ଅଶ୍ରୁ ବିଜୟ ମାଳାର ଦାନା ହୋଇଯିବ । ନିଜର ସମୟକୁ ଭବିଷ୍ୟତ ପାଇଁ
ପ୍ରାରବ୍ଧ ଜମା କରିବାରେ ସଫଳ କରିବାକୁ ହେବ ।
(୨) ଅନ୍ତର୍ମୂଖୀ ହୋଇ
ସମସ୍ତଙ୍କୁ ଅଲଫ୍ ଅର୍ଥାତ୍ ବାବାଙ୍କର ପରିଚୟ ଦେବାକୁ ହେବ, ଅଧିକ ତିକ୍-ତିକ୍ କରିବା ଅର୍ଥାତ୍
ତର୍କ-ବିତର୍କ କରିବାର ନାହିଁ । କେବଳ ଗୋଟିଏ ହିଁ ଚିନ୍ତା ରହୁ ଯେ ମୋ ଦ୍ୱାରା ଏପରି କୌଣସି
କର୍ତ୍ତବ୍ୟ ନ ହେଉ ଯାହା ପାଇଁ ଦଣ୍ଡ ଭୋଗ କରିବାକୁ ପଡିବ ।
ବରଦାନ:-
ମୁଁ ଆତ୍ମିକ
ଯାତ୍ରୀ ଅଟେ - ଏହି ସ୍ମୃତି ଦ୍ୱାରା ସର୍ବଦା ଉପରାମ, ନିଆରା ଏବଂ ନିର୍ମୋହୀ ଭବ ।
ଆତ୍ମିକ ଯାତ୍ରୀମାନେ
ସର୍ବଦା ଯୋଗର ଯାତ୍ରାରେ ଆଗକୁ ଆଗକୁ ବଢି ଚାଲିଥାଆନ୍ତି । ଏହି ଯାତ୍ରା ସଦାସର୍ବଦା ସୁଖଦାୟୀ ଅଟେ
। ଯେଉଁମାନେ ଆତ୍ମିକ ଯାତ୍ରାରେ ତତ୍ପର ରହିଥାଆନ୍ତି ସେମାନଙ୍କୁ ଅନ୍ୟ କୌଣସି ପ୍ରକାରର ଯାତ୍ରା
କରିବାର ଆବଶ୍ୟକତା ପଡି ନ ଥାଏ । ଏହି ଯାତ୍ରା ଭିତରେ ସବୁ ପ୍ରକାରର ଯାତ୍ରା ଅନ୍ତର୍ନିହିତ ହୋଇ
ରହିଛି । ଏହା ଦ୍ୱାରା ମାନସୀକ ଏବଂ ଶାରୀରିକ ବ୍ୟର୍ଥ ଯାତ୍ରା ବନ୍ଦ ହୋଇଯାଇଥାଏ । ତେଣୁ ସର୍ବଦା
ଏହି ସ୍ମୃତି ରହୁ କି ମୁଁ ରୁହାନୀ ଯାତ୍ରୀ ଅଟେ, ଯାତ୍ରୀର କାହା ପ୍ରତି ବି ମୋହ ନ ଥାଏ ।
ସେମାନଙ୍କୁ ସହଜରେ ଉପରାମ, ନିଆରା ଏବଂ ନିର୍ମୋହୀ ହେବାର ବରଦାନ ମିଳିଯାଇଥାଏ ।
ସ୍ଲୋଗାନ:-
ସର୍ବଦା ବାଃ
ବାବା, ବାଃ ଭାଗ୍ୟ ଏବଂ ବାଃ ମିଠା ପରିବାର - ଏହି ଗୀତ ଗାଉଥାଅ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।
ଯେପରି ବାବାଙ୍କୁ ସର୍ବ
ସ୍ୱରୂପରେ ବା ସର୍ବ ସମ୍ବନ୍ଧରେ ଜାଣିବା ଆବଶ୍ୟକ ଅଟେ, ସେହିପରି ବାବାଙ୍କ ଦ୍ୱାରା ନିଜକୁ ଜାଣିବା
ମଧ୍ୟ ଆବଶ୍ୟକ ଅଟେ । ତେବେ ଜାଣିବା ଅର୍ଥାତ୍ ମାନିବା । ମୁଁ ଯିଏ ଅଟେ, ଯେପରି ଅଟେ ଯଦି ନିଜକୁ
ସେହିପରି ମନେ କରିଚାଲିବା ତେବେ ଦେହ ଭିତରେ ରହି ବିଦେହୀ, ବ୍ୟକ୍ତ ଅବସ୍ଥାରେ ରହି ମଧ୍ୟ
ଅବ୍ୟକ୍ତ, ଚାଲିବା ବୁଲିବା ବେଳେ ଫରିସ୍ତା ବା କର୍ମ କରୁଥିଲେ ମଧ୍ୟ କର୍ମାତୀତ ସ୍ଥିତି ହୋଇଯିବ
।