03.12.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯୋଗର ଯାତ୍ରାରେ ବେପରୁଆ ହୁଅ ନାହିଁ, ଯୋଗ ଦ୍ୱାରା ହିଁ ଆତ୍ମା ପବିତ୍ର ହେବ, ବାବା ଆସିଛନ୍ତି ସମସ୍ତ ଆତ୍ମାମାନଙ୍କର ସେବା କରି ତାଙ୍କୁ ଶୁଦ୍ଧ କରିବା ପାଇଁ ।”

ପ୍ରଶ୍ନ:-
କେଉଁ ସ୍ମୃତି ବଜାୟ ରହିଲେ ଖାଦ୍ୟ-ପାନୀୟ ଶୁଦ୍ଧ ହୋଇଯିବ?

ଉତ୍ତର:-
ଯଦି ସ୍ମୃତିରେ ରହିବ ଯେ ଆମେ ସତ୍ୟଖଣ୍ଡକୁ ଅର୍ଥାତ୍ ସତ୍ୟ ଦୁନିଆକୁ ଯିବା ପାଇଁ ବାବାଙ୍କ ପାଖକୁ ଆସିଛୁ ଅଥବା ମନୁଷ୍ୟରୁ ଦେବତା ହେବା ପାଇଁ ଆସିଛୁ ତେବେ ଖାଦ୍ୟ-ପାନୀୟ ଆପେ ଆପେ ଶୁଦ୍ଧ ହୋଇଯିବ କାରଣ ଦେବତାମାନେ କେବେ ବି ଅଶୁଦ୍ଧ ଜିନିଷ ଖାଆନ୍ତି ନାହିଁ । ଯେତେବେଳେ ଆମେ ସତ୍ୟ ବାବାଙ୍କ ପାଖକୁ ସତ୍ୟଖଣ୍ଡ ଅର୍ଥାତ୍ ପବିତ୍ର ଦୁନିଆର ମାଲିକ ହେବା ପାଇଁ ଆସିଛେ, ତେଣୁ ପତିତ ଅର୍ଥାତ୍ ଅଶୁଦ୍ଧ ହୋଇପାରିବା ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ପିଲାମାନଙ୍କୁ ପଚାରୁଛନ୍ତି - ପିଲାମାନେ, ତୁମେ ଯେତେବେଳେ ଏଠାରେ ବସୁଛ ତେବେ କାହାକୁ ମନେ ପକାଉଛ? ନିଜର ଅବିନାଶୀ ପିତାଙ୍କୁ । ସେ କେଉଁଠି ଅଛନ୍ତି? ତାଙ୍କୁ ହିଁ ଡକାଯାଏ ନା - ହେ ପତିତ-ପାବନ! ଆଜିକାଲି ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି ପତିତ-ପାବନ ସୀତାରାମ ଅର୍ଥାତ୍ ପତିତଙ୍କୁ ପବିତ୍ର କରାଉଥିବା ରାମ ଆସ । ଏକଥା ତ ପିଲାମାନେ ବୁଝୁଛନ୍ତି ଯେ ପବିତ୍ର ଦୁନିଆ ସତ୍ୟଯୁଗକୁ, ପତିତ ଦୁନିଆ କଳିଯୁଗକୁ କୁହାଯାଏ । ଏବେ ତୁମେ କେଉଁଠି ବସିଛ? କଳିଯୁଗର ଅନ୍ତିମ ସମୟରେ ଡାକୁଛନ୍ତି ବାବା ଆସି ଆମକୁ ପବିତ୍ର କରାଅ । ଆମେ କିଏ? ଆତ୍ମା । ଆତ୍ମାକୁ ହିଁ ପବିତ୍ର ହେବାକୁ ପଡିବ । ଆତ୍ମା ପବିତ୍ର ହେଲେ ଶରୀର ମଧ୍ୟ ପବିତ୍ର ମିଳିଥାଏ । ଆତ୍ମା ପତିତ ହେବା ଦ୍ୱାରା ଶରୀର ମଧ୍ୟ ପତିତ ମିଳିବ । ଏହି ଶରୀର ମାଟିର ପିତୁଳା ଅଟେ । ଆତ୍ମା ତ ଅବିନାଶୀ । ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ଡାକୁଛି ବାବା ମୁଁ ବହୁତ ପତିତ ହୋଇଯାଇଛି, ମୋତେ ଆସି ପବିତ୍ର କର । ବାବା ଆମକୁ ପବିତ୍ର କରାଉଛନ୍ତି । ୫ ବିକାର ରୂପୀ ରାବଣ ପତିତ କରାଇଥାଏ । ବର୍ତ୍ତମାନ ବାବା ସ୍ମୃତି ଦେଉଛନ୍ତି - ଆମେ ପବିତ୍ର ଥିଲୁ ପୁଣି ଏହିପରି ୮୪ ଜନ୍ମ ନେଇ-ନେଇ ଏବେ ଅନ୍ତିମ ଜନ୍ମରେ ଅଛୁ । ଏହା ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ । ବାବା କହୁଛନ୍ତି, ମୁଁ ଏହାର ବୀଜରୂପ ଅଟେ, ମୋତେ ଡାକୁଛନ୍ତି - ହେ ପରମପିତା ପରମାତ୍ମା ଓ ଗଡ୍ ଫାଦର, ମୋତେ ଉଦ୍ଧାର କର । ପ୍ରତ୍ୟେକେ ନିଜ ପାଇଁ କହୁଛନ୍ତି ମୋତେ ମୁକ୍ତ କର ଏବଂ ପଣ୍ଡା ହୋଇ ଶାନ୍ତିଧାମ ଘରକୁ ନେଇଯାଅ । ସନ୍ନ୍ୟାସୀମାନେ ମଧ୍ୟ କହିଥା’ନ୍ତି ସ୍ଥାୟୀ ଶାନ୍ତି କିପରି ମିଳିବ? ଶାନ୍ତିଧାମ ତ ହେଉଛି ଆତ୍ମାର ଘର । ଯେଉଁଠାରୁ ଆତ୍ମାମାନେ ଆସି ଅଭିନୟ କରୁଛନ୍ତି । ସେଠାରେ କେବଳ ଆତ୍ମାମାନେ ହିଁ ରହିଥା’ନ୍ତି ଶରୀର ନୁହେଁ । ଆତ୍ମାମାନେ ନଙ୍ଗି ଅର୍ଥାତ୍ ଅଶରୀର ଅବସ୍ଥାରେ ରହିଥା’ନ୍ତି । ନଙ୍ଗେର ଅର୍ଥ ଏହା ନୁହେଁ ଯେ ବିନା ବସ୍ତ୍ରରେ ରହିବା । ନାହିଁ । ଶରୀର ବ୍ୟତୀତ ଆତ୍ମା ନଙ୍ଗି ଅର୍ଥାତ୍ ଅଶରିରୀ ରହିଥାଏ । ବାବା କହୁଛନ୍ତି - ପିଲେ, ତୁମେ ଆତ୍ମାମାନେ ସେଠାରେ ବ୍ରହ୍ମଲୋକରେ ବିନା ଶରୀରରେ ରହୁଛ, ସେଥିପାଇଁ ତାକୁ ନିରାକାରୀ ଦୁନିଆ କୁହାଯାଏ ।

ପିଲାମାନଙ୍କୁ ସିଢ଼ି ଚିତ୍ର ବିଷୟରେ ବୁଝାଯାଉଛି - ଆମେ କିପରି ସିଢ଼ି ତଳକୁ ଖସି ଆସିଛୁ । ତଳକୁ ଖସିବା ପାଇଁ ସର୍ବାଧିକ ୮୪ ଜନ୍ମ ଲାଗିଥାଏ । ପୁଣି କେହି କେହି ମଧ୍ୟ ଗୋଟିଏ ଜନ୍ମ ନେଇଥା’ନ୍ତି । ଆତ୍ମାମାନେ ଉପରୁ ହିଁ ଆସିଥା’ନ୍ତି । ଏବେ ବାବା କହୁଛନ୍ତି - ମୁଁ ତୁମକୁ ପବିତ୍ର କରିବା ପାଇଁ ଆସିଛି । ଶିବବାବା, ବ୍ରହ୍ମାଙ୍କ ଦ୍ୱାରା ତୁମମାନଙ୍କୁ ପାଠ ପଢାଉଛନ୍ତି । ଶିବବାବା ହେଉଛନ୍ତି ଆତ୍ମାମାନଙ୍କର ପିତା ଏବଂ ବ୍ରହ୍ମାଙ୍କୁ ଆଦିଦେବ କୁହାଯାଏ । ଏହି ଦାଦାଙ୍କ ଭିତରେ ବାବା କିପରି ଆସୁଛନ୍ତି, ଏହା ତୁମେ ପିଲାମାନେ ହିଁ ଜାଣୁଛ । ମୋତେ ମଧ୍ୟ ଡାକୁଛନ୍ତି - ହେ ପତିତ-ପାବନ ଆସ । ଆତ୍ମାମାନେ ଏହି ଶରୀର ଦ୍ୱାରା ହିଁ ଡାକିଥା’ନ୍ତି । ମୁଖ୍ୟ ହେଉଛି ଆତ୍ମା । ଏହା ହେଉଛି ଦୁଃଖଧାମ । ଏହି କଳିଯୁଗରେ ଦେଖ କିପରି ବସି ଥାଉ ଥାଉ ହଠାତ୍ ମୃତ୍ୟୁ ହୋଇଯାଉଛି, ସେଠାରେ ଏପରି କୌଣସି ବେମାର ହେବ ନାହିଁ । ତାହାର ନାମ ହିଁ ହେଉଛି ସ୍ୱର୍ଗ । ଏହା କେତେ ଭଲ ନାମ ଅଟେ । ମୁଖରେ କହିବା ଦ୍ୱାରା ହିଁ ହୃଦୟ ଖୁସି ହୋଇଯାଉଛି । ଖ୍ରୀଷ୍ଟିୟାନମାନେ ମଧ୍ୟ କହିଥା’ନ୍ତି ଶ୍ରୀକୃଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଏଠାରେ ଭାରତବାସୀମାନଙ୍କୁ ତ କିଛି ବି ଜଣା ନାହିଁ କାରଣ ସେମାନେ ବହୁତ ସୁଖ ଦେଖିଛନ୍ତି ଏବଂ ଦୁଃଖ ମଧ୍ୟ ବହୁତ ଦେଖିଛନ୍ତି । ତେଣୁ ତମଃପ୍ରଧାନ ହୋଇଯାଇଛନ୍ତି । ଏମାନଙ୍କର ହିଁ ୮୪ ଜନ୍ମ ଅଟେ । ଅଧାକଳ୍ପ ପରେ ପୁଣି ଅନ୍ୟ ଧର୍ମ ସବୁ ଆସୁଛନ୍ତି । ଏବେ ତୁମେମାନେ ବୁଝି ପାରୁଛ ଅଧାକଳ୍ପ ଦେବୀ-ଦେବତାମାନେ ଥିଲାବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଯେତେବେଳେ ତ୍ରେତା ଯୁଗରେ ରାମରାଜ୍ୟ ହେଲା ସେତେବେଳେ ଇସ୍‌ଲାମୀ-ବୌଦ୍ଧୀ ନ ଥିଲେ । ମନୁଷ୍ୟ ତ ବିଲ୍‌କୁଲ୍ ଘୋର-ଅନ୍ଧକାରରେ ଅଛନ୍ତି । କହୁଛନ୍ତି ଦୁନିଆର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଅଟେ, ସେଥିପାଇଁ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି କଳିଯୁଗ ବର୍ତ୍ତମାନ ଛୋଟ ପିଲା ଅଟେ । ତୁମେମାନେ ବୁଝୁଛ ଯେ, କଳିଯୁଗ ପୁରା ହୋଇ ଏବେ ସତ୍ୟଯୁଗ ଆସିବ, ସେଥିପାଇଁ ତୁମେ ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ଆସିଛ । ତୁମେ ସମସ୍ତେ ସ୍ୱର୍ଗବାସୀ ଥିଲ । ବାବା ସ୍ୱର୍ଗ ସ୍ଥାପନ କରିବା ପାଇଁ ଆସୁଛନ୍ତି । ତୁମେ ହିଁ ସ୍ୱର୍ଗକୁ ଆସିବ, ବାକି ସମସ୍ତେ ଶାନ୍ତିଧାମ ଘରକୁ ଚାଲିଯିବେ । ତାହା ହେଉଛି ସ୍ୱିଟ୍‌ ହୋମ୍‌, ଆତ୍ମାମାନେ ସେଠାରେ ନିବାସ କରନ୍ତି । ପୁଣି ଏଠାକୁ ଆସି ପାର୍ଟଧାରୀ ହୁଅନ୍ତି । ଶରୀର ବ୍ୟତୀତ ତ ଆତ୍ମା କହି ବି ପାରିବ ନାହିଁ । ସେଠାରେ ଶରୀର ନାହିଁ ତେଣୁ ଆତ୍ମାମାନେ ଶାନ୍ତିରେ ଥା’ନ୍ତି । ପୁଣି ଅଧାକଳ୍ପ ଦେବୀ-ଦେବତାମାନେ, ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ହୋଇଥା’ନ୍ତି । ପୁଣି ଦ୍ୱାପର-କଳିଯୁଗରେ ମନୁଷ୍ୟ ହୋଇଥା’ନ୍ତି । ଦେବତାମାନଙ୍କର ରାଜ୍ୟ ଥିଲା ପୁଣି ଏବେ କୁଆଡେ ଗଲା? କାହାକୁ ଜଣା ନାହିଁ । ଏହି ଜ୍ଞାନ ଏବେ ତୁମମାନଙ୍କୁ ବାବାଙ୍କଠାରୁ ମିଳୁଛି । ଆଉ କୌଣସି ମନୁଷ୍ୟଠାରେ ଏହି ଜ୍ଞାନ ନାହିଁ । ବାବା ହିଁ ଆସି ମନୁଷ୍ୟମାନଙ୍କୁ ଜ୍ଞାନ ଦେଉଛନ୍ତି, ଯାହା ଦ୍ୱାରା ତୁମେ ମନୁଷ୍ୟରୁ ଦେବତା ହେଉଛ । ତୁମେମାନେ ମନୁଷ୍ୟରୁ ଦେବତା ହେବା ପାଇଁ ଏଠାକୁ ଆସିଛ । ଦେବତାମାନଙ୍କର ଖାଦ୍ୟ-ପାନୀୟ ଅଶୁଦ୍ଧ ହୋଇ ନ ଥାଏ, ସେମାନେ କେବେ ବିଡି ଆଦି ପିଅନ୍ତି ନାହିଁ । ଏଠାକାର ପତିତ ମନୁଷ୍ୟମାନଙ୍କ କଥା ନ କହିଲେ ଭଲ - କ’ଣ କ’ଣ ସବୁ ଖାଉଛନ୍ତି! ଏବେ ବାବା ବୁଝାଉଛନ୍ତି ଏହି ଭାରତ ପୂର୍ବରୁ ସତ୍ୟଖଣ୍ଡ ଥିଲା । ତାହା ନିଶ୍ଚିତ ସତ୍ୟ ବାବା ହିଁ ସ୍ଥାପନ କରିଥିବେ । ବାବାଙ୍କୁ ହିଁ ସତ୍ୟ କୁହାଯିବ । ବାବା କହୁଛନ୍ତି - ମୁଁ ହିଁ ଏହି ଭାରତକୁ ସତ୍ୟଖଣ୍ଡ କରୁଛି । ତୁମେମାନେ ବାସ୍ତବରେ ଦେବତା କିପରି ହେଉଛ, ତାହା ମଧ୍ୟ ତୁମକୁ ଶିଖାଉଛି । ବହୁତ ପିଲା ଏଠାକୁ ଆସୁଛନ୍ତି, ତେଣୁ ଘର ଇତ୍ୟାଦି ତିଆରି କରିବାକୁ ପଡୁଛି, ଶେଷ ପର୍ଯ୍ୟନ୍ତ ମଧ୍ୟ ତିଆରି ହେଉଥିବ, ବହୁତ ତିଆରି ହେବ । ଆଉ କେହି କେହି ଘର ମଧ୍ୟ କିଣୁଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା କାର୍ଯ୍ୟ କରୁଛନ୍ତି । ବ୍ରହ୍ମା ହେଉଛନ୍ତି କଳା ଅର୍ଥାତ୍ ପତିତ କାରଣ ଏହା ତାଙ୍କର ବହୁତ ଜନ୍ମର ଶେଷ ଜନ୍ମ ଅଟେ ନା । ଇଏ ପୁଣି ପବିତ୍ର ଅର୍ଥାତ୍ ଗୋରା ହେଉଛନ୍ତି । କୃଷ୍ଣଙ୍କର ଚିତ୍ର ମଧ୍ୟ ଗୋରା ଏବଂ ଶ୍ୟାମଳ ଅଟେ ନା । ମ୍ୟୁଜିୟମରେ ବଡ ବଡ ଭଲ ଚିତ୍ର ସବୁ ରହିଛି, ଯାହା ଦ୍ୱାରା ତୁମେ କାହାକୁ ଭଲ ଭାବରେ ବୁଝାଇ ପାରିବ । ଏଠାରେ ବାବା ମ୍ୟୁଜିୟମ ତିଆରି କରୁନାହାଁନ୍ତି, ଏହାକୁ କୁହାଯାଏ ଟାୱାର ଅଫ୍ ସାଇଲେନ୍ସ । ତୁମେମାନେ ଜାଣିଛ ଆମେ ଶାନ୍ତିଧାମ ନିଜ ଘରକୁ ଯାଉଛୁ । ଆମେ ସେଠାକାର ନିବାସୀ ପୁଣି ଏଠାକୁ ଆସି ଶରୀର ଧାରଣ କରି ଅଭିନୟ କରୁଛୁ । ପିଲାମାନଙ୍କର ପ୍ରଥମେ-ପ୍ରଥମେ ଏହି ନିଶ୍ଚୟ ରହିବା ଉଚିତ୍ ଯେ, ଏଠାରେ କୌଣସି ସାଧୁ-ସନ୍ଥ ପଢାଉ ନାହାଁନ୍ତି । ଇଏ ଦାଦା ତ ସିନ୍ଧୁ ପ୍ରଦେଶରେ ରହୁଥିଲେ ପରନ୍ତୁ ଏହାଙ୍କ ଶରୀରରେ ଯିଏ ପ୍ରବେଶ କରି କହୁଛନ୍ତି - ସେ ହେଉଛନ୍ତି ଜ୍ଞାନର ସାଗର । ତାଙ୍କୁ କେହି ଜାଣି ନାହାଁନ୍ତି । ଗଡ୍ ଫାଦର ମଧ୍ୟ କହୁଛନ୍ତି । ପୁଣି କହୁଛନ୍ତି ତାଙ୍କର ନାମ-ରୂପ ହିଁ ନାହିଁ । ସେ ହେଉଛନ୍ତି ନିରାକାର, ତାଙ୍କର କୌଣସି ଆକାର ନାହିଁ । ପୁଣି କହିଦେଉଛନ୍ତି ସେ ସର୍ବବ୍ୟାପୀ ଅଟନ୍ତି । ଆରେ, ପରମାତ୍ମା କେଉଁଠି ଅଛନ୍ତି? କହିବେ ସର୍ବବ୍ୟାପୀ ଅଟନ୍ତି, ସମସ୍ତଙ୍କ ଭିତରେ ଅଛନ୍ତି । ଆରେ, ପ୍ରତ୍ୟେକଙ୍କ ଭିତରେ ଆତ୍ମା ରହିଛି, ସବୁ ଭାଇ-ଭାଇ ଅଟନ୍ତି ନା, ପୁଣି ଘଟ-ଘଟରେ ପରମାତ୍ମା କେଉଁଠୁ ଆସିଲେ? ଏପରି ତ କୁହାଯିବ ନାହିଁ କି ପରମାତ୍ମା ମଧ୍ୟ ଅଛନ୍ତି ଏବଂ ଆତ୍ମା ମଧ୍ୟ ଅଛି । ସମସ୍ତେ ପରମାତ୍ମା ବାବାଙ୍କୁ ଡାକୁଛନ୍ତି, ବାବା ଆସି ଆମ ପତିତମାନଙ୍କୁ ପବିତ୍ର କର । ମୋତେ ତୁମେ ଏହି ଧନ୍ଦା ବା ଏହି ସେବା କରିବା ପାଇଁ ଡାକୁଛ । ଆମ ସମସ୍ତଙ୍କୁ ଆସି ଶୁଦ୍ଧ କର । ପତିତ ଦୁନିଆକୁ ମୋତେ ନିମନ୍ତ୍ରଣ ଦେଉଛ, କହୁଛ ବାବା ଆମେ ପତିତ ଅଟୁ । ବାବା ତ ପବିତ୍ର ଦୁନିଆ ଦେଖୁ ହିଁ ନାହାଁନ୍ତି । ପତିତ ଦୁନିଆରେ ହିଁ ତୁମର ସେବା କରିବା ପାଇଁ ଆସିଛନ୍ତି । ଏବେ ଏହି ରାବଣ ରାଜ୍ୟ ବିନାଶ ହୋଇଯିବ । ବାକି ତୁମେ ଯେଉଁମାନେ ରାଜଯୋଗ ଶିଖୁଛ ସେଠାରେ ଯାଇ ରାଜାମାନଙ୍କର ରାଜା ହେବ । ତୁମମାନଙ୍କୁ ଅଗଣିତ ଥର ଏହି ପାଠ ପଢାଇଛି ପୁଣି ୫ ହଜାର ବର୍ଷ ପରେ ତୁମକୁ ହିଁ ପଢାଇବି । ବର୍ତ୍ତମାନ ସତ୍ୟଯୁଗ ଏବଂ ତ୍ରେତାଯୁଗର ରାଜଧାନୀ ସ୍ଥାପନ ହେଉଛି । ପ୍ରଥମେ ହେଉଛି ବ୍ରାହ୍ମଣ କୂଳ । ପ୍ରଜାପିତା ବ୍ରହ୍ମାଙ୍କର ଗାୟନ ଅଛି ନା, ଯାହାଙ୍କୁ ଏଡମ୍ ବା ଆଦିଦେବ କୁହାଯାଏ । ଏ କଥା କେହି ଜାଣିନାହାଁନ୍ତି । ବହୁତ ଅଛନ୍ତି ଯିଏକି ଏଠାକୁ ଆସି ଶୁଣି ସାରି ପୁଣି ମାୟାର ଅଧୀନ ହୋଇଯାଉଛନ୍ତି । ପୁଣ୍ୟ ଆତ୍ମା ହେଉ-ହେଉ ପୁଣି ପାପ ଆତ୍ମା ହୋଇଯାଉଛନ୍ତି । ମାୟା ବଡ ଜବରଦସ୍ତ ଅଟେ । ସମସ୍ତଙ୍କୁ ପାପ ଆତ୍ମା କରାଇଦେଉଛି । ଏଠାରେ କୌଣସି ପବିତ୍ର ଆତ୍ମା, ପୁଣ୍ୟ ଆତ୍ମା ହିଁ ନାହାଁନ୍ତି । ଦେବୀ-ଦେବତାମାନେ ହିଁ ପବିତ୍ର ଆତ୍ମା ଥିଲେ, ଯେତେବେଳେ ସମସ୍ତେ ପତିତ ହୋଇଯାଆନ୍ତି, ସେତେବେଳେ ବାବାଙ୍କୁ ଡାକିଥା’ନ୍ତି । ବର୍ତ୍ତମାନ ଏହା ହେଉଛି ରାବଣର ରାଜ୍ୟ ପତିତ ଦୁନିଆ, ଏହାକୁ କୁହାଯାଉଛି କଣ୍ଟାର ଜଙ୍ଗଲ । ସତ୍ୟଯୁଗକୁ କୁହାଯାଏ ଫୁଲର ବଗିଚା । ମୋଗଲ ଗାର୍ଡନରେ ବହୁତ ଫାଷ୍ଟକ୍ଲାସ୍ ଭଲ-ଭଲ ଫୁଲ ହୋଇଥାଏ । ଅରଖ ଫୁଲ ମଧ୍ୟ ମିଳିବ ପରନ୍ତୁ ଏହାର ଅର୍ଥକୁ କେହି ବି ବୁଝି ନାହାଁନ୍ତି, ଶିବଙ୍କ ଉପରେ ଅରଖ ଫୁଲ କାହିଁକି ଚଢାଉଛନ୍ତି? ଏ କଥା ମଧ୍ୟ ବାବା ବୁଝାଉଛନ୍ତି । ଯେତେବେଳେ ମୁଁ ପାଠ ପଢାଉଛି ଏଥିରେ କେହି ଫାଷ୍ଟକ୍ଲାସ୍ ମୋତି, କେହି ରତନ ଜ୍ୟୋତି, କେହି ପୁଣି ଅରଖ ଫୁଲ ମଧ୍ୟ ଅଛନ୍ତି । କ୍ରମାନୁସାରେ ତ ଅଛନ୍ତି ନା । ତେଣୁ ଏହାକୁ ଦୁଃଖଧାମ, ମୃତ୍ୟୁଲୋକ କୁହାଯାଉଛି । ସତ୍ୟଯୁଗ ହେଉଛି ଅମରଲୋକ । ଏ କଥା କୌଣସି ଶାସ୍ତ୍ରରେ ନାହିଁ । ଶାସ୍ତ୍ର ତ ଏହି ଦାଦା ପଢିଛନ୍ତି । ବାବା ତ ଶାସ୍ତ୍ର ପଢାଇବେ ନାହିଁ । ବାବା ନିଜେ ସଦ୍‌ଗତି ଦାତା ଅଟନ୍ତି । ଆବଶ୍ୟକ ସ୍ଥଳେ ଗୀତାର ଉଦାହରଣ ଦେଇଥାନ୍ତି । ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତାକୁ ଭଗବାନ ହିଁ ଶୁଣାଇଛନ୍ତି ପରନ୍ତୁ ଭଗବାନ କାହାକୁ କୁହାଯାଉଛି, ଏକଥା ଭାରତବାସୀମାନଙ୍କୁ ଜଣା ନାହିଁ । ବାବା କହୁଛନ୍ତି-ମୁଁ ନିଷ୍କାମ ସେବା କରୁଛି, ତୁମକୁ ବିଶ୍ୱର ମାଲିକ କରୁଛି, ମୁଁ ମାଲିକ ହେଉନାହିଁ । ସ୍ୱର୍ଗରେ ତୁମେମାନେ ମୋତେ ମନେ ପକାଇବ ନାହିଁ । ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, ସୁଖରେ କେହି କରନ୍ତି ନାହିଁ । ଏହାକୁ ଦୁଃଖ ଏବଂ ସୁଖର ଖେଳ କୁହାଯାଏ । ସ୍ୱର୍ଗରେ ଅନ୍ୟ କୌଣସି ଧର୍ମ ହିଁ ନାହିଁ । ସେମାନେ ସମସ୍ତେ ପରେ ଆସୁଛନ୍ତି । ତୁମେମାନେ ଜାଣୁଛ ଏବେ ଏହି ପୁରୁଣା ଦୁନିଆର ବିନାଶ ହେବ, ପ୍ରାକୃତିକ ବିପର୍ଯ୍ୟୟ ତୋଫାନ ଇତ୍ୟାଦି ଜୋରରେ ଆସିବ । ସବୁ କିଛି ଖତମ ହୋଇଯିବ ।

ତେଣୁ ଏବେ ବାବା ଆସି ନିର୍ବୁଦ୍ଧିଆରୁ ବୁଦ୍ଧିମାନ କରୁଛନ୍ତି । ବାବା ତୁମକୁ ବହୁତ ସମ୍ପତ୍ତି ଦେଇଥିଲେ, ସବୁ କୁଆଡେ ଗଲା? ଏବେ କେତେ କାଙ୍ଗାଳ ହୋଇଯାଇଛନ୍ତି । ଭାରତ ଯିଏକି ସୁନାର ଚଢେଇ ଥିଲା ସେ ଏବେ କ’ଣ ହୋଇଯାଇଛି? ଏବେ ପୁଣି ପତିତ-ପାବନ ବାବା ଆସି ରାଜଯୋଗ ଶିଖାଉଛନ୍ତି । ତାହା ହେଉଛି ହଠଯୋଗ, ଏହା ରାଜଯୋଗ ଅଟେ । ଏହି ରାଜଯୋଗ ସ୍ତ୍ରୀ ପୁରୁଷ ଉଭୟଙ୍କ ପାଇଁ ଅଟେ, ସେହି ହଠଯୋଗ କେବଳ ପୁରୁଷ ହିଁ ଶିଖିଥା’ନ୍ତି । ଏବେ ବାବା କହୁଛନ୍ତି ପୁରୁଷାର୍ଥ କରି, ବିଶ୍ୱର ମାଲିକ ହୋଇ ଦେଖାଅ । ବାକି ଅଳ୍ପ ସମୟ ମଧ୍ୟରେ ପୁରୁଣା ଦୁନିଆର ବିନାଶ ହେବ, ଏହି ଲଢେଇ ଅନ୍ତିମ ଲଢେଇ ଅଟେ । ଏହି ଲଢେଇ ଆରମ୍ଭ ହେଲେ ଆଉ ଅଟକିବ ନାହିଁ । ଏହି ଯୁଦ୍ଧ ଆରମ୍ଭ ସେତେବେଳେ ହେବ, ଯେତେବେଳେ ତୁମର କର୍ମାତୀତ ଅବସ୍ଥା ହେବ ଏବଂ ସ୍ୱର୍ଗକୁ ଯିବାର ଯୋଗ୍ୟ ହୋଇଯିବ । ବାବା ପୁଣି ମଧ୍ୟ କହୁଛନ୍ତି ଯୋଗର ଯାତ୍ରାରେ ବେପରୁଆ ହୁଅ ନାହିଁ । ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ଦ୍ୱାରା ଭଲ ରୂପେ ପାଠପଢି ଫାଷ୍ଟକ୍ଳାସ୍ ଫୁଲ ହେବାକୁ ପଡିବ, ଏହି କଣ୍ଟାର ଜଙ୍ଗଲକୁ ଫୁଲର ବଗିଚା କରିବାରେ ପୂର୍ଣ୍ଣ ସହଯୋଗ ଦେବାକୁ ପଡିବ ।

(୨) କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବା ପାଇଁ କିମ୍ବା ସ୍ୱର୍ଗରେ ଉଚ୍ଚ ପଦର ଅଧିକାର ପ୍ରାପ୍ତ କରିବା ପାଇଁ ଯୋଗର ଯାତ୍ରାରେ ତତ୍ପର ରହିବାକୁ ହେବ, ଏଥିରେ ବେପରୁଆ ହେବାର ନାହିଁ ।

ବରଦାନ:-
ନିଜର ମସ୍ତକରେ ସର୍ବଦା ବାବାଙ୍କର ଆଶୀର୍ବାଦର ହାତ ଅନୁଭବ କରୁଥିବା ମାଷ୍ଟର ବିଘ୍ନ-ବିନାଶକ ହୁଅ ।

ଗଣେଣଙ୍କୁ ବିଘ୍ନ ବିନାଶକ କହିଥାଆନ୍ତି । ତେବେ ବିଘ୍ନ ବିନାଶକ ଆତ୍ମା ସେହିମାନେ ହୋଇଥାଆନ୍ତି ଯେଉଁମାନଙ୍କ ଭିତରେ ସର୍ବଶକ୍ତି ରହିଥାଏ । ତେଣୁ ସର୍ବଶକ୍ତିକୁ ଯଦି ଯଥା ସମୟରେ କାର୍ଯ୍ୟରେ ଲଗାଇବ ତେବେ କୌଣସି ପ୍ରକାରର ବିଘ୍ନ ତିଷ୍ଠିପାରିବ ନାହିଁ । ସେଥିପାଇଁ ମାୟା ଯେତେ ବି ବିକରାଳ ରୂପ ଧାରଣ କରି ଆସୁ କିନ୍ତୁ ତୁମେମାନେ ଜ୍ଞାନବାନ୍ ଆତ୍ମା ହୋଇ ରୁହ । କାରଣ ଜ୍ଞାନବାନ୍ ଆତ୍ମା କେବେ ବି ମାୟାଠାରୁ ପରାସ୍ତ ହୋଇପାରିବ ନାହିଁ । ଯଦି ତୁମର ମସ୍ତକରେ ବାପଦାଦାଙ୍କର ଆଶୀର୍ବାଦର ହାତ ରହିଥିବ ତେବେ ଜାଣିନିଅ ବିଜୟର ତିଳକ ଲାଗି ରହିଛି, କାରଣ ପରମାତ୍ମାଙ୍କର ଆଶୀର୍ବାଦର ହାତ ଏବଂ ତାଙ୍କର ସଂଗ ବିଘ୍ନ ବିନାଶକ କରିଦିଏ ।

ସ୍ଲୋଗାନ:-
ନିଜ ଭିତରେ ସର୍ବଗୁଣକୁ ଧାରଣ କରି ଅନ୍ୟମାନଙ୍କୁ ଗୁଣର ଦାନ କରୁଥିବା ଆତ୍ମାମାନେ ହିଁ ଗୁଣମୂରତ ଅଟନ୍ତି ।