04.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଅଶରୀରୀ ହୋଇ ବାବାଙ୍କୁ ଯେତେବେଳେ ସ୍ମରଣ କରୁଛ ସେତେବେଳେ ତୁମ ପାଇଁ ଏହି ଦୁନିଆ ହିଁ ସମାପ୍ତ ହୋଇଯାଉଛି, ଦେହ ଏବଂ ଦେହର ଦୁନିଆକୁ ଭୁଲିଯାଉଛ । ’’

ପ୍ରଶ୍ନ:-
ବାବାଙ୍କ ଦ୍ୱାରା ସମସ୍ତ ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର କାହିଁକି ମିଳିଛି?

ଉତ୍ତର:-
ନିଜକୁ ଆତ୍ମା ମନେ କରି, ବାବା ଯିଏ ଏବଂ ଯେପରି ଅଟନ୍ତି, ତାଙ୍କୁ ସେହି ରୂପରେ ସ୍ମରଣ କରିବା ପାଇଁ ତୃତୀୟ ନେତ୍ର ମିଳିଛି । କିନ୍ତୁ ଏହି ତୃତୀୟ ନେତ୍ର ସେତେବେଳେ କାମ କରିବ ଯେତେବେଳେ ସମ୍ପୂର୍ଣ୍ଣ ଯୋଗଯୁକ୍ତ ହୋଇ ରହିବ ଅର୍ଥାତ୍ ଏକମାତ୍ର ବାବାଙ୍କ ସହିତ ସଚ୍ଚା ପ୍ରେମ ରହିବ, କାହାର ନାମ-ରୂପରେ ଛନ୍ଦି ହୋଇ ନ ଥିବ । ମାୟା ବାବାଙ୍କ ସହିତ ପ୍ରୀତି ରଖିବାରେ ହିଁ ବିଘ୍ନ ପକାଉଛି । ଏଥିରେ ହିଁ ପିଲାମାନେ ଧୋକା ଖାଉଛନ୍ତି ।

ଗୀତ:-
ମରନା ତେରୀ ଗଲି ମେଁ...

ଓମ୍ ଶାନ୍ତି ।
ତୁମେ ବ୍ରାହ୍ମଣ ସନ୍ତାନମାନଙ୍କ ବ୍ୟତୀତ ଏହି ଗୀତର ଅର୍ଥକୁ କେହି ବି ବୁଝିପାରିବେ ନାହିଁ । ଯେପରି ବେଦ-ଶାସ୍ତ୍ର ଆଦି ରଚନା କରିଛନ୍ତି କିନ୍ତୁ ଯାହା କିଛି ବି ପଢୁଛନ୍ତି ତା’ର ଯଥାର୍ଥ ଅର୍ଥକୁ ବୁଝିପାରୁ ନାହାଁନ୍ତି ସେଥିପାଇଁ ବାବା କହୁଛନ୍ତି ମୁଁ ବ୍ରହ୍ମା ମୁଖ ଦ୍ୱାରା ସବୁ ବେଦ-ଶାସ୍ତ୍ରର ସାର ବୁଝାଉଛି, ସେହିପରି ଏହି ଗୀତର ଅର୍ଥକୁ ମଧ୍ୟ ଅନ୍ୟ କେହି ବୁଝିପାରିବେ ନାହିଁ, ବାବା ହିଁ ଏହାର ଅର୍ଥ ବତାଉଛନ୍ତି । ଆତ୍ମା ଯେତେବେଳେ ଶରୀରରୁ ଅଲଗା ହୋଇଯାଏ ସେତେବେଳେ ଦୁନିଆର ସାରା ସମ୍ବନ୍ଧ ତୁଟିଯାଏ । ଗୀତର ଅର୍ଥ ମଧ୍ୟ କହୁଛି ନିଜକୁ ଆତ୍ମା ଭାବି ଅଶରୀରୀ ହୋଇ ବାବାଙ୍କୁ ମନେ ପକାଅ ତେବେ ତୁମ ପାଇଁ ଏହି ଦୁନିଆ ସମାପ୍ତ ହୋଇଯିବ । ଏହି ଶରୀର ଏହି ପୃଥିବୀରେ ଅଛି, ଆତ୍ମା ଏଥିରୁ ବାହାରି ଗଲେ ପୁଣି ସେହି ସମୟରେ ତାଙ୍କ ନିମନ୍ତେ ଯେପରି ମନୁଷ୍ୟ ସୃଷ୍ଟି ହିଁ ନାହିଁ । ଆତ୍ମା ନଙ୍ଗୀ ଅର୍ଥାତ୍ ଅଙ୍ଗ ବିହୀନ ହୋଇଯାଏ । ପୁଣି ଯେତେବେଳେ ଶରୀରରେ ପ୍ରବେଶ କରେ ସେତେବେଳେ ପାର୍ଟ ଆରମ୍ଭ ହୋଇଯାଏ । ପୁଣି ଗୋଟିଏ ଶରୀର ଛାଡି ଅନ୍ୟ ଶରୀରରେ ଯାଇ ପ୍ରବେଶ କରିଥାଏ । ମଝିରେ ବ୍ରହ୍ମ ମହତତ୍ତ୍ୱକୁ ଫେରି ଯାଇପାରିବ ନାହିଁ । ଅନ୍ୟ ଶରୀର ଭିତରକୁ ପ୍ରବେଶ କରିଥାଏ । ତାଙ୍କୁ ଏହି ଆକାଶ ତତ୍ତ୍ୱରେ ହିଁ ପାର୍ଟ ବଜାଇବାକୁ ପଡିଥାଏ । ବ୍ରହ୍ମଲୋକକୁ ଯିବାର ନାହିଁ । ଆତ୍ମା ଯେତେବେଳେ ଶରୀର ଛାଡିଦିଏ ସେତେବେଳେ ନା ଏହି କର୍ମବନ୍ଧନ, ନା ସେ କର୍ମବନ୍ଧନ ରହେ । ଶରୀରରୁ ହିଁ ଅଲଗା ହୋଇଯାଏ ନା । ପୁଣି ଅନ୍ୟ ଶରୀର ଧାରଣ କରିଲେ କର୍ମ ବନ୍ଧନ ଆରମ୍ଭ ହୋଇଯାଏ । ଏହି କଥା ତୁମମାନଙ୍କ ବ୍ୟତୀତ ଆଉ କୌଣସି ମନୁଷ୍ୟ ଜାଣି ନାହାଁନ୍ତି । ବାବା ବୁଝାଉଛନ୍ତି - ସମସ୍ତେ ବିଲ୍‌କୁଲ୍ ଅବୁଝା ଅଛନ୍ତି କିନ୍ତୁ ନିଜକୁ ଅବୁଝା ବୋଲି ଭାବୁ ନାହାଁନ୍ତି । ନିଜକୁ ବୁଦ୍ଧିମାନ ଭାବୁଛନ୍ତି, ଶାନ୍ତି ପୁରସ୍କାର ଦେଇ ଚାଲିଛନ୍ତି । ଏହି କଥାକୁ ତୁମେ ବ୍ରାହ୍ମଣ କୂଳ ଭୂଷଣ ପିଲାମାନେ ଭଲ ଭାବରେ ବୁଝାଇପାରିବ । ସେମାନେ ତ ଜାଣି ହିଁ ନାହାଁନ୍ତି ଯେ ଶାନ୍ତି କାହାକୁ କୁହାଯାଉଛି? କେହି କେହି ତ ମହାତ୍ମାମାନଙ୍କ ପାଖକୁ ଯାଇ କହୁଛନ୍ତି, ମନରେ ଶାନ୍ତି କିପରି ହେବ? ଏ କଥା କହୁଛନ୍ତି ଯେ, ବିଶ୍ୱରେ ଶାନ୍ତି କିପରି ହେବ! ଏପରି କହିବେ ନାହିଁ କି ନିରାକାରୀ ଦୁନିଆରେ ଶାନ୍ତି କିପରି ହେବ? ତାହା ତ ହେଉଛି ଶାନ୍ତିଧାମ । ଆମେ ଆତ୍ମାମାନେ ଶାନ୍ତିଧାମରେ ରହୁଛୁ କିନ୍ତୁ ଏମାନେ ତ ମନର ଶାନ୍ତି କଥା କହୁଛନ୍ତି । ସେମାନେ ଜାଣି ନାହାଁନ୍ତି ଯେ ଶାନ୍ତି କିପରି ମିଳିବ? ଶାନ୍ତିଧାମ ତ ଆମର ଘର ଅଟେ । ଏଠାରେ ଶାନ୍ତି କିପରି ମିଳିବ? ହଁ, ସତ୍ୟଯୁଗରେ ସୁଖ, ଶାନ୍ତି, ସମ୍ପତ୍ତି ସବୁ କିଛି ଥାଏ, ଯେଉଁ ଦୁନିଆର ସ୍ଥାପନା ବାବା କରୁଛନ୍ତି । ଏଠାରେ ତ କେତେ ଅଶାନ୍ତି ଅଛି । ଏ ସବୁ କଥା ଏବେ ତୁମେ ପିଲାମାନେ ହିଁ ଜାଣୁଛ । ସୁଖ, ଶାନ୍ତି, ସମ୍ପତ୍ତି ଭାରତରେ ହିଁ ଥିଲା । ସେହି ସମ୍ପତ୍ତି ବାବାଙ୍କର ଥିଲା ଏବଂ ଦୁଃଖ, ଅଶାନ୍ତି, କାଙ୍ଗାଳ ପଣିଆ, ଏହି ସମ୍ପତ୍ତି ହେଉଛି ରାବଣର । ଏହି ସବୁ କଥା ବେହଦର ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି । ବାବା ପରମଧାମ ନିବାସୀ ଜ୍ଞାନର ସାଗର ଅଟନ୍ତି, ଯିଏକି ଆମକୁ ସୁଖଧାମର ସମ୍ପତ୍ତି ଦେଉଛନ୍ତି । ସେ ଆମ ଆତ୍ମାମାନଙ୍କୁ ବୁଝାଉଛନ୍ତି । ଏ କଥା ତ ଜାଣିଛ ଯେ, ଆତ୍ମାରେ ହିଁ ଜ୍ଞାନ ରହିଛି । ବାବାଙ୍କୁ ହିଁ ଜ୍ଞାନର ସାଗର କୁହାଯାଏ । ସେହି ଜ୍ଞାନର ସାଗର ଏହି ଶରୀର ଦ୍ୱାରା ବିଶ୍ୱର ଇତିହାସ-ଭୂଗୋଳ ବୁଝାଉଛନ୍ତି । ବିଶ୍ୱର ଏକ ନିଦ୍ଧିଷ୍ଟ ଆୟୁଷ ମଧ୍ୟ ଥିବ ନା । ବିଶ୍ୱ ତ ରହିଛି ନା । କେବଳ ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ କୁହାଯାଉଛି । ଏ କଥା ମଧ୍ୟ ମନୁଷ୍ୟମାନେ ଜାଣିନାହାଁନ୍ତି । ନୂଆ ଦୁନିଆରୁ ପୁରୁଣା ଦୁନିଆ ହେବାରେ କେତେ ସମୟ ଲାଗୁଛି?

ତୁମେମାନେ ଜାଣିଛ, କଳିଯୁଗ ପରେ ସତ୍ୟଯୁଗ ନିଶ୍ଚିତ ଆସିବ ସେଥିପାଇଁ କଳିଯୁଗ ଏବଂ ସତ୍ୟଯୁଗର ସଂଗମରେ ବାବାଙ୍କୁ ଆସିବାକୁ ପଡୁଛି । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ, ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ କରାଉଛନ୍ତି । ତ୍ରିମୂର୍ତ୍ତୀର ଅର୍ଥ ହେଉଛି - ସ୍ଥାପନା, ବିନାଶ, ପାଳନା । ଏହା ତ ବହୁତ ସାଧାରଣ କଥା ନା । କିନ୍ତୁ ଏହି କଥା ସବୁ ତୁମେମାନେ ଭୁଲି ଯାଇଛ । ନଚେତ୍ ତୁମମାନଙ୍କ ଭିତରେ ବହୁତ ଖୁସି ରହୁଥା’ନ୍ତା । ନିରନ୍ତର ମନେ ରହିବା ଉଚିତ୍ । ବାବା ଆମକୁ ଏବେ ନୂଆ ଦୁନିଆ ପାଇଁ ଯୋଗ୍ୟ କରାଉଛନ୍ତି । ତୁମେ ଭାରତବାସୀ ହିଁ ଯୋଗ୍ୟ ହେଉଛ । ଆଉ କେହି ହୁଅନ୍ତି ନାହିଁ । ହଁ, ଯେଉଁମାନେ ଅନ୍ୟ ଅନ୍ୟ ଧର୍ମକୁ ଚାଲିଯାଉଛନ୍ତି । ସେମାନେ ଆସିଯିବେ । ପୁଣି ଏହି ଧର୍ମକୁ ଆସିଯିବେ, ଯେପରି ଅନ୍ୟ ଧର୍ମକୁ ଚାଲିଯାଇଥିଲେ । ଏହି ସମସ୍ତ ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି । ମନୁଷ୍ୟମାନଙ୍କୁ ବୁଝାଇବାକୁ ହେବ ଯେ - ଏହି ପୁରୁଣା ଦୁନିଆ ଏବେ ବଦଳୁଛି । ମହାଭାରତ ଲଢେଇ ମଧ୍ୟ ଲାଗିବ ନିଶ୍ଚିତ । ବର୍ତ୍ତମାନ ହିଁ ବାବା ଆସି ରାଜଯୋଗ ଶିଖାଉଛନ୍ତି, ଯେଉଁମାନେ ରାଜଯୋଗ ଶିଖୁଛନ୍ତି, ସେମାନେ ନୂଆ ଦୁନିଆକୁ ଚାଲିଯିବେ । ତୁମେ ସମସ୍ତଙ୍କୁ ବୁଝାଇ ପାରିବ ଯେ, ଭଗବାନ ହିଁ ସର୍ବୋଚ୍ଚ ଅଟନ୍ତି, ପୁଣି ବ୍ରହ୍ମା, ବିଷ୍ଣୁ, ଶଙ୍କର, ପୁଣି ଏଠାରେ ଅର୍ଥାତ୍ ସାକାର ସୃଷ୍ଟିରେ ମୁଖ୍ୟ ହେଲେ ଜଗତଅମ୍ବା, ଜଗତପିତା । ବାବା ଏହି ଦୁନିଆକୁ ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଆସୁଛନ୍ତି । ପ୍ରଜାପିତା ବ୍ରହ୍ମା ତ ଏଠାରେ ଅଛନ୍ତି ନା । ବହ୍ମାଙ୍କ ଦ୍ୱାରା ସ୍ଥାପନା ତ ସୂକ୍ଷ୍ମଲୋକରେ ହେବ ନାହିଁ ନା । ଏହିଠାରେ ହିଁ ହେଉଛି । ଏହି ବ୍ରହ୍ମା ହିଁ ବ୍ୟକ୍ତରୁ ଅବ୍ୟକ୍ତ ହେଉଛନ୍ତି । ରାଜଯୋଗ ଶିଖି ପୁଣି ବିଷ୍ଣୁଙ୍କର ଦୁଇ ରୂପ ହେଉଛନ୍ତି । ବିଶ୍ୱର ଇତିହାସ-ଭୂଗୋଳ ବୁଝିବା ଦରକାର ନା । ମନୁଷ୍ୟ ହିଁ ବୁଝିବେ ଏବଂ ବିଶ୍ୱର ମାଲିକ ହିଁ ବିଶ୍ୱର ଇତିହାସ-ଭୂଗୋଳ ବୁଝାଇ ପାରିବେ । ସେ ଜ୍ଞାନର ସାଗର । ପୁନର୍ଜନ୍ମ ରହିତ ଅଟନ୍ତି । ଏହି ଜ୍ଞାନ ଅନ୍ୟ କାହା ବୁଦ୍ଧିରେ ନାହିଁ । ପରଖିବାର ବୁଦ୍ଧି ମଧ୍ୟ ଦରକାର ନା । ଶୁଣୁଥିବା ଆତ୍ମାମାନଙ୍କ ବୁଦ୍ଧିରେ କିଛି ଧାରଣା ହେଉଛି ନା କେବଳ ଶୁଣୁଛନ୍ତି, ନାଡି ଦେଖିବା ଦରକାର । ଅଜମଲ ଖାଁ ନାମକ ଜଣେ ନାମୀଗ୍ରାମୀ ବୈଦ୍ୟ ଥିଲେ ଯିଏକି ରୋଗୀକୁ ଦେଖିବା ମାତ୍ରେ ହିଁ ତାର ରୋଗ ବିଷୟରେ ଜାଣିପାରୁଥିଲେ । ଏବେ ତୁମମାନଙ୍କୁ ମଧ୍ୟ ବୁଝିବାକୁ ହେବ ଯେ, ଇଏ ଏହି ଜ୍ଞାନକୁ ବୁଝିବା ପାଇଁ ଯୋଗ୍ୟ ଅଟନ୍ତି ନା ନାହିଁ?

ବାବା ପିଲାମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି, ଯାହା ଦ୍ୱାରା ତୁମେମାନେ ନିଜକୁ ଆତ୍ମା ଭାବି, ବାବା ଯିଏ ଏବଂ ଯେପରି ତାଙ୍କୁ ସେହି ରୂପରେ ମନେ ପକାଉଛ । କିନ୍ତୁ ଏପରି ବୁଦ୍ଧି ସେହିମାନଙ୍କର ହେବ ଯିଏ ସଂପୂର୍ଣ୍ଣ ଯୋଗଯୁକ୍ତ ହୋଇଥିବେ, ଯାହାଙ୍କର ବାବାଙ୍କ ସହିତ ପ୍ରୀତି ବୁଦ୍ଧି ହୋଇଥିବ । ସମସ୍ତେ ତ ପ୍ରୀତି ବୁଦ୍ଧି ହେବେ ନାହିଁ ନା । କାରଣ ପରସ୍ପରର ନାମ-ରୂପରେ ବାନ୍ଧି ହୋଇ ରହିଛନ୍ତି । ବାବା କହୁଛନ୍ତି ମୋ ସହିତ ପ୍ରୀତି ଲଗାଅ ନା । ମାୟା ଏମିତି ଯେ, ବାବାଙ୍କ ସହ ପ୍ରୀତି ରଖିବାକୁ ଦେଉ ନାହିଁ । ମାୟା ମଧ୍ୟ ଦେଖିଥାଏ ଯେ ମୋର ଗ୍ରାହକ ଚାଲିଯାଉଛି ତେଣୁ ଏକଦମ୍ ନାକ-କାନରୁ ଧରି ନେଇଥାଏ । ପୁଣି ଯେତେବେଳେ ଧୋକା ଖାଆନ୍ତି ସେତେବେଳେ ବୁଝିଯାଅ ଯେ, ମାୟାଠାରୁ ଧୋକା ଖାଇଲୁ । ସେମାନେ ମାୟାଜିତ୍‌, ଜଗତ୍‌ଜିତ୍ ହୋଇପାରିବେ ନାହିଁ, ଉଚ୍ଚ ପଦ ପାଇ ପାରିବେ ନାହିଁ । ଏଥିରେ ହିଁ ମେହନତ ରହିଛି । ଶ୍ରୀମତ କହୁଛି ମୋତେ ମନେ ପକାଇଲେ ତୁମର ବୁଦ୍ଧି ଯାହା ପତିତ ହୋଇଯାଇଛି ତାହା ପବିତ୍ର ହୋଇଯିବ । କିନ୍ତୁ କେତେକଙ୍କୁ ବହୁତ ମୁସ୍‌କିଲ୍ ଲାଗୁଛି । ଏଥିରେ ଗୋଟିଏ ବିଷୟ ରହିଛି, ଅଲଫ ଏବଂ ବେ ଅର୍ଥାତ୍ ବାବା ଏବଂ ରାଜତ୍ୱ! ବାସ୍‌, ଦୁଇଟି ଅକ୍ଷର ମଧ୍ୟ ମନେ ରଖିପାରୁ ନାହାଁନ୍ତି! ବାବା କହୁଛନ୍ତି - ଅଲଫକୁ ମନେ ପକାଅ । କିନ୍ତୁ ପିଲାମାନେ ନିଜର ଦେହକୁ, ଅନ୍ୟର ଦେହକୁ ୟାଦ କରୁଛନ୍ତି! ବାବା କହୁଛନ୍ତି - ଦେହକୁ ଦେଖୁଥିଲେ ମଧ୍ୟ ତୁମେମାନେ ମୋତେ ମନେ ପକାଅ । ମୋତେ ଦେଖିବା ଏବଂ ବୁଝିବା ପାଇଁ ଆତ୍ମାକୁ ଏବେ ତୃତୀୟ ନେତ୍ର ମିଳିଛି, ତେଣୁ ତୃତୀୟ ନେତ୍ରକୁ କାର୍ଯ୍ୟରେ ଲଗାଅ । ତୁମେମାନେ ଏବେ ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ହେଉଛ କିନ୍ତୁ ତ୍ରିକାଳଦର୍ଶୀ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ଜ୍ଞାନର ଧାରଣା କରିବା କୌଣସି ମୁସ୍‌କିଲ୍ କଥା ନୁହେଁ । ବହୁତ ଭଲ ବୁଝୁଛନ୍ତି କିନ୍ତୁ ଯୋଗବଳ କମ୍ ଅଛି, ଦେହୀ-ଅଭିମାନୀପଣିଆ ବହୁତ କମ୍ । ଟିକିଏ କଥାରେ କ୍ରୋଧ, ରାଗ ଆସିଯାଉଛି, ତଳକୁ ଖସି ଯାଉଛନ୍ତି । ଉଠୁଛନ୍ତି ପୁଣି ପଡୁଛନ୍ତି । ଆଜି ଉଠିଲେ କାଲି ପୁଣି ପଡିଯାଉଛନ୍ତି । ମୁଖ୍ୟ ହେଲା ଦେହ-ଅଭିମାନ ପୁଣି ଅନ୍ୟ ସବୁ ବିକାର ଲୋଭ, ମୋହ ଆଦିରେ ଫସି ରହୁଛନ୍ତି । ଦେହରେ ମଧ୍ୟ ମୋହ ରହିଥାଏ ନା । ମାତାମାନଙ୍କର ମୋହ ଅଧିକ ରହିଥାଏ । ଏବେ ବାବା ଆସି ସେଥିରୁ ମୁକ୍ତ କରୁଛନ୍ତି । ତୁମମାନଙ୍କୁ ଅବିନାଶୀ ବାବା ମିଳିଛନ୍ତି ପୁଣି ମୋହ କାହିଁକି ରଖୁଛ? ସେ ସମୟରେ ଚେହେରା ଏବଂ କଥାବାର୍ତ୍ତା ହିଁ ମାଙ୍କଡ ସଦୃଶ ହୋଇଯାଇଥାଏ । ବାବା କହୁଛନ୍ତି - ନଷ୍ଟମୋହା ହୋଇଯାଅ, ନିରନ୍ତର ମୋତେ ମନେ ପକାଅ । ମୁଣ୍ଡ ଉପରେ ବହୁତ ପାପର ବୋଝ ରହିଛି, ତାହା କିପରି ଓହ୍ଲାଇବ? କିନ୍ତୁ ମାୟା ଏପରି ଯେ, ୟାଦ କରିବାକୁ ଦେଉନାହିଁ । ଯେତେ ମୁଣ୍ଡ ପିଟିଲେ ମଧ୍ୟ ବାରମ୍ବାର ବୁଦ୍ଧିକୁ ଭ୍ରମିତ କରି ଦେଉଛି । କେତେ ଚେଷ୍ଟା କରୁଛନ୍ତି, ଆମେ ସବୁଠାରୁ ପ୍ରିୟ ବାବାଙ୍କର ହିଁ ମହିମା କରୁଥିବା । ବାବା, ବାସ୍ ଆପଣଙ୍କ ପାଖକୁ ହିଁ ଯାଉଛୁ, କିନ୍ତୁ ଭୁଲିଯାଉଛନ୍ତି । ବୁଦ୍ଧି ଅନ୍ୟ ଆଡକୁ ଚାଲିଯାଉଛି । ଇଏ ବ୍ରହ୍ମା ପ୍ରଥମ ନମ୍ବରରେ ଆସୁଥିବା ଆତ୍ମା ମଧ୍ୟ ପୁରୁଷାର୍ଥୀ ଅଟନ୍ତି ନା ।

ପିଲାମାନଙ୍କ ବୁଦ୍ଧିରେ ଏହି କଥା ମନେ ରହିବା ଉଚିତ୍ ଯେ, ଆମେ ଈଶ୍ୱରୀୟ ଛାତ୍ର ଅଟୁ । ଗୀତାରେ ମଧ୍ୟ ଅଛି - ଭଗବାନୁବାଚ, ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି । କେବଳ ଶିବଙ୍କ ବଦଳରେ କୃଷ୍ଣଙ୍କର ହିଁ ନାମ ଲେଖି ଦେଇଛନ୍ତି । ବାସ୍ତବରେ ଶିବଙ୍କ ଜୟନ୍ତୀ ସମଗ୍ର ଦୁନିଆରେ ପାଳନ କରିବା ଉଚିତ୍ । ଶିବବାବା ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ଗାଇଡ୍ ହୋଇ ନେଇଯାଉଛନ୍ତି, ଏକଥା ସମସ୍ତେ ମାନୁଛନ୍ତି ଯେ ଈଶ୍ୱର ଲିବେରଟର୍ ଅର୍ଥାତ୍ ମୁକ୍ତିଦାତା, ଗାଇଡ୍ ଅର୍ଥାତ୍ ପଥପ୍ରଦର୍ଶକ ଅଟନ୍ତି । ସମସ୍ତଙ୍କର ପତିତ-ପାବନ ତ ବାବା ଅଟନ୍ତି । ସମସ୍ତଙ୍କୁ ସୁଖଧାମ-ଶାନ୍ତିଧାମକୁ ନେଇ ଯାଉଛନ୍ତି, ତେବେ ତାଙ୍କ ଜୟନ୍ତୀ କାହିଁକି ପାଳନ କରୁ ନାହାଁନ୍ତି? ଭାରତବାସୀ ହିଁ ପାଳନ କରୁ ନାହାଁନ୍ତି, ସେଥିପାଇଁ ଭାରତର ଏହି ଗତି ହୋଇ ଚାଲିଛି । ମୃତ୍ୟୁ ମଧ୍ୟ ଦୁର୍ଗତିରୁ ହିଁ ହୋଇଥାଏ । ସେମାନେ ତ ଏପରି ବୋମା ତିଆରି କରୁଛନ୍ତି ଯେଉଁଥିରୁ ଗ୍ୟାସ୍ ବାହାରିବା ମାତ୍ରେ ସମସ୍ତେ ଶେଷ ହୋଇଯିବ, ଯେପରି କ୍ଲୋରୋଫର୍ମ (ଏକ ରାସାୟନିକ ବିଷାକ୍ତ ଗ୍ୟାସ୍‌) ଲାଗି ଯାଇଥାଏ । ଏସବୁ ମଧ୍ୟ ତାଙ୍କୁ ତିଆରି କରିବାକୁ ହେବ । ବୋମା ତିଆରି ବନ୍ଦ ହେବା ଅସମ୍ଭବ । ଯାହା କଳ୍ପ ପୂର୍ବରୁ ହୋଇଥିଲା ତାହାର ଏବେ ପୁନରାବୃତ୍ତି ହେବ । ଏହି ବମ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପୁରୁଣା ଦୁନିଆର ବିନାଶ ହୋଇଥିଲା ଏବଂ ଏବେ ମଧ୍ୟ ହେବ । ଯେତେବେଳେ ବିନାଶର ସମୟ ହେବ ଡ୍ରାମା ପ୍ଲାନ୍ ଅନୁସାରେ ସେମାନେ ଅଭିନୟ କରିବାକୁ ଆସିବେ । ଡ୍ରାମା ବିନାଶ ନିଶ୍ଚୟ କରାଇବ । ରକ୍ତର ନଦୀ ଏହିଠାରେ ଅର୍ଥାତ୍ ଭାରତରେ ହିଁ ବହିବ । ଗୃହଯୁଦ୍ଧରେ ପରସ୍ପରକୁ ମାରିଦେଇଥା’ନ୍ତି ନା । କିନ୍ତୁ ତୁମମାନଙ୍କ ଭିତରୁ ମଧ୍ୟ ଅଳ୍ପ କିଛି ପିଲା ଜାଣିଛନ୍ତି ଯେ ଏହି ଦୁନିଆ ବଦଳୁଛି । ଏବେ ଆମେ ସୁଖଧାମକୁ ଯାଉଛୁ । ତେଣୁ ସର୍ବଦା ଜ୍ଞାନର ଅତିନ୍ଦ୍ରିୟ ସୁଖରେ ରହିବା ଉଚିତ୍ । ଯେତେ ଯୋଗ କରିବ ସେତେ ସୁଖ ବଢି ଚାଲିବ । ଛି-ଛି ଦେହରୁ ନଷ୍ଟମୋହା ହୋଇଯିବ । ବାବା କେବଳ କହୁଛନ୍ତି ଅଲଫକୁ ସ୍ମରଣ କରିଲେ ବେ ଅର୍ଥାତ୍ ରାଜତ୍ୱ ତୁମର ହୋଇଯିବ । ଏକ ସେକେଣ୍ଡେରେ ରାଜତ୍ୱ ପ୍ରାପ୍ତ ହେବ । ବାଦଶାହଙ୍କର ସନ୍ତାନ ଜନ୍ମ ହେଲା ଅର୍ଥାତ୍ ବାଦଶାହ ହେଲା ନା । ତେଣୁ ବାବା କହୁଛନ୍ତି ମୋତେ ସ୍ମରଣ କରିଚାଲ ଏବଂ ଚକ୍ରକୁ ସ୍ମରଣ କର ତେବେ ଚକ୍ରବର୍ତ୍ତୀ ମହାରାଜା ହୋଇଯିବ । ସେଥିପାଇଁ ଗାୟନ କରାଯାଏ ଏକ ସେକେଣ୍ଡେରେ ଜୀବନମୁକ୍ତି ମିଳିପାରିବ ଏବଂ ଏକ ସେକେଣ୍ଡରେ ମଧ୍ୟ ଭିକାରୀରୁ ରାଜକୁମାର ହୋଇପାରିବ । କେତେ ବଢିଆ କଥା ଅଟେ । ତେଣୁ ଶ୍ରୀମତରେ ଭଲ ଭାବରେ ଚାଲିବା ଦରକାର । ପ୍ରତି ପଦକ୍ଷେପରେ ରାୟ ନେବାକୁ ପଡିଥାଏ ।

ବାବା ବୁଝାଉଛନ୍ତି ମଧୁର ସନ୍ତାନଗଣ, ଟ୍ରଷ୍ଟି ହୋଇ ରହିଲେ ମମତା ତୁଟିଯିବ କିନ୍ତୁ ଟ୍ରଷ୍ଟି ହେବା ମାଉସୀ ଘର କଥା ନୁହେଁ । ଇଏ ନିଜେ ଟ୍ରଷ୍ଟି ହୋଇ, ପିଲାମାନଙ୍କୁ ମଧ୍ୟ ଟ୍ରଷ୍ଟି କରୁଛନ୍ତି । ଶିବବାବା କ’ଣ କିଛି ଗ୍ରହଣ କରନ୍ତି କି? କହୁଛନ୍ତି, ତୁମେ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ସମ୍ଭାଳ । ନିମିତ୍ତ ହେଲେ ମମତା ତୁଟିଯିବ । ଏ କଥା ଲୋକମାନେ ମଧ୍ୟ କହୁଛନ୍ତି ଈଶ୍ୱର ହିଁ ସବୁ କିଛି ଦେଇଛନ୍ତି । ପୁଣି କିଛି କ୍ଷତି ହୋଇଗଲା ଅଥବା କେହି ମରିଗଲେ ତେବେ ଦୁଃଖରେ ବେମାର ହୋଇଯାଇଥାଆନ୍ତି । କିଛି ମିଳିଗଲେ ଖୁସୀ ହୁଅନ୍ତି । ଯଦି କହୁଛ, ସବୁ କିଛି ଈଶ୍ୱର ଦେଉଛନ୍ତି ତେବେ ମରିବା ସମୟରେ କାନ୍ଦିବା କ’ଣ ଦରକାର? କିନ୍ତୁ ମାୟା ମଧ୍ୟ କମ୍ ନୁହେଁ, ଏହା କୌଣସି ମାଉସୀ ଘର କଥା ନୁହେଁ । ବର୍ତ୍ତମାନ ବାବା କହୁଛନ୍ତି - ତୁମେ ମୋତେ ଏଥିପାଇଁ ଡାକିଛ ଯେ, ଏହି ପତିତ ଦୁନିଆରେ ଆମେ ଆଉ ରହିବାକୁ ଚାହୁଁନାହୁଁ, ତେଣୁ ଆମକୁ ପବିତ୍ର ଦୁନିଆକୁ ନେଇଚାଲ, ନିଜ ସାଥିରେ ନେଇଚାଲ କିନ୍ତୁ ଏହାର ଅର୍ଥକୁ ମଧ୍ୟ ବୁଝି ନାହାଁନ୍ତି । ପତିତ-ପାବନ ଆସିଲେ ଶରୀର ନିଶ୍ଚିତ ବିନାଶ ହେବ ନା, ତେବେ ତ ଆତ୍ମାମାନଙ୍କୁ ସାଥୀରେ ନେଇପାରିବ । ତେଣୁ ଏପରି ବାବାଙ୍କ ସହିତ ପ୍ରୀତ ବୁଦ୍ଧି ରହିବା ଦରକାର । ସେହି ଜଣଙ୍କ ସହିତ ହିଁ ସ୍ନେହ ରଖିବାକୁ ଦରକାର । ତାଙ୍କୁ ହିଁ ସ୍ମରଣ କରିବାକୁ ଦରକାର । ମାୟାର ତୋଫାନ ତ’ ଆସିବ କିନ୍ତୁ କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କରିବା ଉଚିତ ନୁହେଁ । କାରଣ ତାହା ବେନିୟମ ହୋଇଯିବ । ବାବା କହୁଛନ୍ତି - ମୁଁ ଆସି ଏହି ଶରୀରର ଆଧାର ନେଉଛି । ଏହା ବ୍ରହ୍ମାଙ୍କର ଶରୀର ଅଟେ ନା । ତୁମମାନଙ୍କୁ ବାବାଙ୍କୁ ସ୍ମରଣ କରିବାକୁ ହେବ । ତୁମେମାନେ ଜାଣିଛ, ବ୍ରହ୍ମା ମଧ୍ୟ ପିତା ଏବଂ ଶିବ ମଧ୍ୟ ପିତା ଅଟନ୍ତି । ବିଷ୍ଣୁ ଏବଂ ଶଙ୍କରଙ୍କୁ ବାବା ବୋଲି କୁହାଯିବ ନାହିଁ । ଶିବବାବା ନିରାକାର ପିତା ଅଟନ୍ତି । ପ୍ରଜାପିତା ବ୍ରହ୍ମା ସାକାରୀ ପିତା ଅଟନ୍ତି । ଏବେ ତୁମେ ସାକାର ଦ୍ୱାରା ନିରାକାର ବାବାଙ୍କଠାରୁ ବର୍ସା ନେଉଛ । ଦାଦା ଅର୍ଥାତ୍ ଜେଜେବାପା ଶିବବାବା ଏହାଙ୍କ ମଧ୍ୟରେ ପ୍ରବେଶ କରୁଛନ୍ତି, ସେଥିପାଇଁ କୁହାଯାଉଛି ଦାଦାଙ୍କର ବର୍ସା ବାବାଙ୍କ ଦ୍ୱାରା ଆମେ ନେଉଛୁ । ଦାଦା (ଜେଜେବାପା) ହେଉଛନ୍ତି ନିରାକାର । ବାବା ହେଉଛନ୍ତି ସାକାର । ଏହା କେତେ ବିଚିତ୍ର ଏବଂ ନୂଆ କଥା ଅଟେ ନା । ତ୍ରିମୂର୍ତ୍ତି ଦେଖାଉଛନ୍ତି, କିନ୍ତୁ କିଛି ବୁଝି ନାହାଁନ୍ତି । ଶିବଙ୍କୁ ଅଲଗା କରି ଦେଇଛନ୍ତି । ବାବା କେତେ ଭଲ-ଭଲ କଥା ବୁଝାଉଛନ୍ତି, ତେଣୁ ଖୁସୀ ରହିବା ଉଚିତ୍ ଯେ ଆମେ ତାଙ୍କ ଛାତ୍ରର ହୋଇଛୁ । ବାବା, ଆମର ବାପା, ଶିକ୍ଷକ, ସତ୍‌ଗୁରୁ ଅଟନ୍ତି । ଏବେ ତୁମେମାନେ ବିଶ୍ୱର ଇତିହାସ-ଭୂଗୋଳ ବେହଦ ବାବାଙ୍କଠାରୁ ଶୁଣୁଛ ପୁଣି ଅନ୍ୟମାନଙ୍କୁ ଶୁଣାଉଛ । ଏହା ୫ ହଜାର ବର୍ଷର ଚକ୍ର ଅଟେ । କଲେଜର ପିଲାମାନଙ୍କୁ ମଧ୍ୟ ବିଶ୍ୱର ଇତିହାସ-ଭୂଗୋଳ ବୁଝାଇବା ଉଚିତ୍ । ୮୪ ଜନ୍ମର ସିଡି କ’ଣ? ଭାରତର ଆରୋହଣ କଳା ଏବଂ ଅବରୋହଣ କଳା କିପରି ହେଉଛି ଏହାକୁ ବୁଝାଇବାକୁ ହେବ । ଏକ ସେକେଣ୍ଡରେ ଭାରତ ସ୍ୱର୍ଗ ହୋଇଯାଉଛି, ପୁଣି ପୁଣି ୮୪ ଜନ୍ମରେ ଭାରତ ନର୍କ ହେଉଛି । ଏହା ତ ବହୁତ ସହଜ ବୁଝିବାର କଥା । ଭାରତ ସୁବର୍ଣ୍ଣ ଯୁଗରୁ ଲୌହ ଯୁଗକୁ କିପରି ଆସିଲା - ଏକଥା ଭାରତବାସୀଙ୍କୁ ବୁଝାଇବା ଦରକାର । ଟିଚର୍ସଙ୍କୁ ମଧ୍ୟ ବୁଝାଇବାକୁ ହେବ । ଏହା ଈଶ୍ୱରୀୟ ଜ୍ଞାନ ଏବଂ ତାହା ଭୌତିକ ଜ୍ଞାନ । ସେହି ଜ୍ଞାନ ତାଙ୍କୁ ମନୁଷ୍ୟମାନେ ଦେଉଛନ୍ତି, ଏହାକୁ ପରମପିତା ପରମାତ୍ମା ଦେଉଛନ୍ତି । ଶିବବାବା ମନୁଷ୍ୟ ସୃଷ୍ଟିର ହିଁ ବୀଜରୂପ, ତେଣୁ ତାଙ୍କ ପାଖରେ ମନୁଷ୍ୟ ସୃଷ୍ଟିର ହିଁ ଜ୍ଞାନ ରହିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଛି-ଛି ଦେହଠାରୁ ସମ୍ପୂର୍ଣ୍ଣ ନଷ୍ଟମୋହା ହୋଇ ଜ୍ଞାନର ଅତୀନ୍ଦ୍ରିୟ ସୁଖରେ ରହିବାକୁ ହେବ । ବୁଦ୍ଧିରେ ରହୁ ଯେ ବର୍ତ୍ତମାନ ଏହି ଦୁନିଆ ବଦଳିବାକୁ ଯାଉଛି ଏବଂ ଆମେ ନିଜର ସୁଖଧାମକୁ ଯାଉଛୁ ।

(୨) ନିମିତ୍ତ ହୋଇ ସବୁ କିଛି ଦାୟିତ୍ୱ ସମ୍ଭାଳି ନିଜର ମମତା ତୁଟାଇ ଦେବାକୁ ହେବ । ଏକମାତ୍ର ବାବାଙ୍କ ସହିତ ସଚ୍ଚା ପ୍ରୀତି ରଖିବାକୁ ହେବ । କର୍ମେନ୍ଦ୍ରିୟ ଦ୍ୱାରା କେବେ ବି କୌଣସି ବିକର୍ମ କରିବା ଉଚିତ୍ ନୁହେଁ ।

ବରଦାନ:-
ବ୍ରହ୍ମାବାବାଙ୍କ ଭଳି ନିଜର ଶ୍ରେଷ୍ଠରୁ ଶ୍ରେଷ୍ଠ ଚିତ୍ର ନିର୍ମାଣ କରୁଥିବା ପରୋପକାରୀ ହୁଅ ।

ଶ୍ରେଷ୍ଠ ସ୍ମୃତି ଏବଂ ଶ୍ରେଷ୍ଠ କର୍ମ ଦ୍ୱାରା ନିଜର ଭାଗ୍ୟର ଚିତ୍ର ତ ସବୁ ପିଲା ତିଆରି କରୁଛନ୍ତି, ଏବେ କେବଳ ସମ୍ପୂର୍ଣ୍ଣତାର ବା ବ୍ରହ୍ମାବାବାଙ୍କ ସମାନ ଶ୍ରେଷ୍ଠରୁ ଶ୍ରେଷ୍ଠ ହେବାର ଅନ୍ତିମ ସ୍ପର୍ଶ ବାକି ରହିଛି, ଏଥିପାଇଁ ପରୋପକାରୀ ହୁଅ ଅର୍ଥାତ୍ ସ୍ୱାର୍ଥ ଭାବଠାରୁ ସର୍ବଦା ମୁକ୍ତ ରୁହ । ପ୍ରତ୍ୟେକ ପରିସ୍ଥିତିରେ, ପ୍ରତ୍ୟେକ କାର୍ଯ୍ୟରେ, ପ୍ରତ୍ୟେକ ସହଯୋଗୀ ସଂଗଠନ ଭିତରେ ଯେତିକି ନିଃସ୍ୱାର୍ଥ ପଣିଆ ରହିବ ସେତିକି ହିଁ ପରୋପକାରୀ ହୋଇପାରିବ ଏବଂ ସର୍ବଦା ନିଜକୁ ଭରପୂର ଅନୁଭବ କରିବ । ସର୍ବଦା ପ୍ରାପ୍ତି ସ୍ୱରୂପର ସ୍ଥିତିରେ ସ୍ଥିତ ରହିବ ଏବଂ ନିଜ ପ୍ରତି କିଛି ବି ସ୍ୱୀକାର କରିବ ନାହିଁ ।

ସ୍ଲୋଗାନ:-
ସର୍ବସ୍ୱ ତ୍ୟାଗୀ ହେଲେ ଯାଇ ସରଳତା ବା ସହନଶୀଳତାର ଗୁଣ ଆସିବ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୪) ଏହି ସକାଶ ଦେବାର ସେବା ନିରନ୍ତର ମଧ୍ୟ କରିପାରିବ, ଏଥିରେ ସ୍ୱାସ୍ଥ୍ୟର ବା ସମୟର କୌଣସି ସମସ୍ୟା ନାହିଁ । ଦିନରାତି ଏହି ବେହଦର ସେବାରେ ଲାଗି ରହିପାରିବ । ଯେପରି ବ୍ରହ୍ମାବାବାଙ୍କୁ ଦେଖିଛ, ରାତି ସମୟରେ ମଧ୍ୟ ଆଖି ଖୋଲିବା ମାତ୍ରକେ ବେହଦ ବିଶ୍ୱକୁ ସକାଶ ଦେବାର ସେବା କରୁଥିଲେ, ଏହିଭଳି ନିଜର ପିତାଙ୍କୁ ଅନୁକରଣ କର । ଯଦି ତୁମେ ବେହଦ ବିଶ୍ୱକୁ ସକାଶ ଦେବ ତେବେ ତୁମ ଚାରିପଟେ ରହୁଥିବା ଆତ୍ମାମାନେ ମଧ୍ୟ ଆପେ ଆପେ ସକାଶ ପ୍ରାପ୍ତ କରି ଚାଲିବେ । ଏହିଭଳି ବେହଦର ସକାଶ ଦେବା ଦ୍ୱାରା ଶ୍ରେଷ୍ଠ ବାତାବରଣ ଆପେ ଆପେ ନିର୍ମାଣ ହୋଇଯିବ ।