04.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଅଲଫ ଔର
ବେ ଅର୍ଥାତ୍ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ ତେବେ ବହୁତ ରମଣୀକ ବା ଖୁସିବାସିଆ
ହୋଇଯିବ, ବାବା ମଧ୍ୟ ବହୁତ ଖୁସିବାସିଆ ଅଟନ୍ତି, ତେଣୁ ତାଙ୍କର ସନ୍ତାନମାନେ ମଧ୍ୟ ଖୁସିବାସିଆ
ହେବା ଉଚିତ୍ ।
ପ୍ରଶ୍ନ:-
ଦେବତାମାନଙ୍କର
ଚିତ୍ରର ଆକର୍ଷଣ ସମସ୍ତଙ୍କୁ କାହିଁକି ହୋଇଥାଏ? ସେମାନଙ୍କ ଭିତରେ କେଉଁ ବିଶେଷ ଗୁଣ ଅଛି?
ଉତ୍ତର:-
ଦେବତାମାନେ ବହୁତ ରମଣୀକ ଏବଂ ପବିତ୍ର ଅଟନ୍ତି । ରମଣୀକତା କାରଣରୁ ମଧ୍ୟ ସେମାନଙ୍କର
ଚିତ୍ରଗୁଡିକ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଦେବତାମାନଙ୍କ ଭିତରେ ପବିତ୍ରତାର ବିଶେଷ ଗୁଣ ରହିଛି
। ଯେଉଁ ଗୁଣର କାରଣରୁ ହିଁ ଅପବିତ୍ର ମନୁଷ୍ୟମାନେ ମୁଣ୍ଡ ନୁଆଁଉଛନ୍ତି । ତେବେ ସର୍ବଦା ରମଣୀକତା
ସ୍ଥିତିରେ ସେହିମାନେ ରହିପାରିବେ ଯେଉଁମାନଙ୍କ ଭିତରେ ସମସ୍ତ ଦୈବୀଗୁଣ ବିଦ୍ୟମାନ ଥିବ ଏବଂ
ସର୍ବଦା ଖୁସିରେ ରହୁଥିବେ ।
ଓମ୍ ଶାନ୍ତି ।
ଆତ୍ମା ଏବଂ ପରମାତ୍ମାଙ୍କର ଏହି ମିଳନ ମେଳା କେତେ ବିଚିତ୍ର ଅଟେ । ଏହିପରି ବେହଦ ବାବାଙ୍କର
ତୁମେମାନେ ସନ୍ତାନ ଅଟ, ତେଣୁ ପିଲାମାନେ ମଧ୍ୟ କେତେ ରମଣୀକ ହେବା ଉଚିତ୍ । ଦେବତାମାନେ ମଧ୍ୟ
ରମଣୀକ ଅଟନ୍ତି ନା । କିନ୍ତୁ ରାଜଧାନୀ ହେଉଛି ବହୁତ ବଡ । ସମସ୍ତେ ଏକାଭଳି ରମଣୀକ ହୋଇପାରିବେ
ନାହିଁ । ପୁଣି ବି କେହି କେହି ସନ୍ତାନ ବହୁତ ରମଣୀକ ନିଶ୍ଚିତ ଅଟନ୍ତି । ତେବେ ରମଣୀକ କିଏ
ହୋଇଥା’ନ୍ତି? ଯେଉଁମାନେ ସର୍ବଦା ଖୁସିରେ ରହିଥା’ନ୍ତି, ଯାହାଙ୍କ ଭିତରେ ଦୈବୀଗୁଣ ଅଛି । ଏହି
ରାଧାକୃଷ୍ଣ ଆଦି ରମଣୀକ ଅଟନ୍ତି ନା । ସେମାନଙ୍କଠାରେ ବହୁତ ବହୁତ ଆକର୍ଷଣ ରହିଛି । କେଉଁ
ଆକର୍ଷଣ? ପବିତ୍ରତାର, କାରଣ ଏମାନଙ୍କର ଆତ୍ମା ମଧ୍ୟ ପବିତ୍ର ଏବଂ ଶରୀର ମଧ୍ୟ ପବିତ୍ର । ତେଣୁ
ପବିତ୍ର ଆତ୍ମାମାନେ ଅପବିତ୍ରମାନଙ୍କୁ ଆକର୍ଷିତ କରିଥା’ନ୍ତି । ସେମାନଙ୍କ ପାଦ ତଳେ ପଡିଥା’ନ୍ତି
। ସେମାନଙ୍କ ଭିତରେ କେତେ ଶକ୍ତି ରହିଛି । ସନ୍ନ୍ୟାସୀମାନେ ମଧ୍ୟ ଦେବତାମାନଙ୍କ ନିକଟରେ
ନିଶ୍ଚିତ ନତମସ୍ତକ ହୋଇଥା’ନ୍ତି । ଯଦିଓ କେହି କେହି ବହୁତ ଅହଂକାରୀ ଥା’ନ୍ତି ପୁଣି ବି
ଦେବତାମାନଙ୍କ ନିକଟରେ ଅଥବା ଶିବଙ୍କ ନିକଟରେ ନିଶ୍ଚିତ ମୁଣ୍ଡ ନୁଆଁଇବେ । ଦେବତାମାନଙ୍କ ଚିତ୍ର
ଆଗରେ ମଧ୍ୟ ମୁଣ୍ଡ ନୁଆଁଇଥା’ନ୍ତି କାରଣ ବାବା ମଧ୍ୟ ରମଣୀକ, ତେଣୁ ବାବାଙ୍କ ଦ୍ୱାରା ରଚନା
ହୋଇଥିବା ଦେବୀ-ଦେବତାମାନେ ମଧ୍ୟ ରମଣୀକ ଅଟନ୍ତି । ସେମାନଙ୍କଠାରେ ପବିତ୍ରତାର ଆକର୍ଷଣ ରହିଛି ।
ସେମାନଙ୍କର ସେହି ଆକର୍ଷଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରହିଛି । ଯେଉଁମାନେ ଭାବୁଛନ୍ତି ଯେ, ଆମେ
ଏହିଭଳି ଲକ୍ଷ୍ମୀ-ନାରାୟଣ ହେବୁ ତେବେ ସେମାନଙ୍କ ମଧ୍ୟରେ ଯେତିକି ଆକର୍ଷଣ ରହିଛି ତୁମମାନଙ୍କଠାରେ
ମଧ୍ୟ ସେତିକି ଆକର୍ଷଣ ରହିବା ଦରକାର । କାରଣ ତୁମମାନଙ୍କର ବର୍ତ୍ତମାନ ସମୟର ଆକର୍ଷଣ ଭବିଷ୍ୟତରେ
ଅବିନାଶୀ ହୋଇଯାଇଥାଏ । କିନ୍ତୁ ସମସ୍ତଙ୍କର ହୋଇନଥାଏ । କ୍ରମାନୁସାରେ ତ ଅଛନ୍ତି ନା ।
ଭବିଷ୍ୟତରେ ଯେଉଁମାନେ ଉଚ୍ଚ ପଦ ପାଇବେ ସେମାନଙ୍କ ଭିତରେ ଏବେଠାରୁ ହିଁ ଆକର୍ଷଣ ରହିଥିବ କାରଣ
ଆତ୍ମା ପବିତ୍ର ହୋଇଯାଇଥାଏ । ତୁମମାନଙ୍କ ଭିତରେ ମଧ୍ୟ ଅଧିକ ଆକର୍ଷଣ ସେହିମାନଙ୍କଠାରେ ରହିଛି,
ଯେଉଁମାନେ ବିଶେଷ ଭାବେ ଯୋଗର ଯାତ୍ରାରେ ରହୁଛନ୍ତି । ଯାତ୍ରା ଭିତରେ ପବିତ୍ରତା ମଧ୍ୟ ନିଶ୍ଚିତ
ଅଛି । କାରଣ ପବିତ୍ରତାର ହିଁ ଆକର୍ଷଣ ରହିଛି । ପବିତ୍ରତାର ଆକର୍ଷଣ ପାଠପଢା ପ୍ରତି ମଧ୍ୟ
ଆକର୍ଷଣ ଆଣିଥାଏ । ଏକଥା ତୁମକୁ ବର୍ତ୍ତମାନ ହିଁ ଜଣାପଡୁଛି । ତୁମେ ସେମାନଙ୍କର ଅର୍ଥାତ୍
ଲକ୍ଷ୍ମୀ-ନାରାୟଣଙ୍କର ଜୀବନ କାହାଣୀକୁ ଜାଣିଛ । ସେମାନେ ମଧ୍ୟ ବାବାଙ୍କୁ କେତେ ସ୍ମରଣ କରିଥିବେ
। ସେମାନେ ଏତେ ବଡ ରାଜତ୍ୱ ନିଶ୍ଚିତ ଭାବେ ରାଜଯୋଗ ଦ୍ୱାରା ହିଁ ପାଇଛନ୍ତି । ବର୍ତ୍ତମାନ ତୁମେ
ସେହି ପଦ ପ୍ରାପ୍ତ କରିବା ପାଇଁ ଆସିଛ । ବାବା ଆସି ତୁମକୁ ରାଜଯୋଗ ଶିଖାଉଛନ୍ତି । ଏହି କଥାକୁ
ପକ୍କା ନିଶ୍ଚୟ କରି ଏଠାକୁ ଆସିଛ ନା । ସିଏ ଆମର ପିତା ମଧ୍ୟ ଏବଂ ଶିକ୍ଷାଦାତା ଶିକ୍ଷକ ମଧ୍ୟ
ଅଟନ୍ତି, ଯିଏକି ସାଥିରେ ମଧ୍ୟ ନେଇଯିବେ । ତେବେ ତୁମମାନଙ୍କ ଭିତରେ ସେହିଭଳି ଗୁଣ ସର୍ବଦା ରହିବା
ଉଚିତ୍ । ତୁମେମାନେ ସଦା ସର୍ବଦା ହର୍ଷିତ ରହିବା ଉଚିତ୍ । ତେବେ ସର୍ବଦା ହର୍ଷିତମୁଖ ହୋଇ
ସେତେବେଳେ ରହିପାରିବ ଯେତେବେଳେ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବ । ତେବେ ଯାଇ ବେ ଅର୍ଥାତ୍
ରାଜତ୍ୱର ମଧ୍ୟ ସ୍ମୃତି ରହିବ ଏବଂ ଏହା ଦ୍ୱାରା ତୁମେ ରମଣୀକ ମଧ୍ୟ ବହୁତ ରହିପାରିବ । ତୁମେ
ପିଲାମାନେ ଜାଣୁଛ, ଯେପରି ଆମେ ବର୍ତ୍ତମାନ ଏଠାରେ ରମଣୀକ ହୋଇ ରହୁଛୁ ଭବିଷ୍ୟତରେ ମଧ୍ୟ ଏହିଭଳି
ରମଣୀକ ହେବୁ । ଏହି ପାଠପଢା ହିଁ ଆମକୁ ଅମରପୁରୀକୁ ନେଇଯାଉଛି । ଏହି ସଚ୍ଚା ବାବା ତୁମକୁ ସଚ୍ଚା
ରୋଜଗାର କରାଉଛନ୍ତି । ଏହି ସଚ୍ଚା ରୋଜଗାର ହିଁ ୨୧ ଜନ୍ମ ପାଇଁ ସାଥୀରେ ଯାଇଥାଏ । ଭକ୍ତିମାର୍ଗରେ
ଯେଉଁ ରୋଜଗାର କରିଥାଅ ତାହା ହେଲା ଅଳ୍ପକାଳର ସୁଖ ଭୋଗ କରିବା ପାଇଁ । ତାହା କେବେ ସଦାକାଳ ପାଇଁ
ସାଥୀରେ ରହେ ନାହିଁ । ତେଣୁ ଏହି ପାଠପଢାରେ ପିଲାମାନଙ୍କୁ ବହୁତ ସାବଧାନ ରହିବା ଉଚିତ୍ ।
ତୁମେମାନେ ବହୁତ ସାଧାରଣ ଏବଂ ତୁମମାନଙ୍କୁ ଯିଏ ପାଠପଢାଉଛନ୍ତି ସିଏ ମଧ୍ୟ ବିଲକୁଲ ସାଧାରଣ ରୂପରେ
ଅଛନ୍ତି । ତେଣୁ ଯେଉଁମାନେ ପାଠପଢୁଛନ୍ତି ସେମାନେ ବହୁତ ସାଧାରଣ ରହିବା ଉଚିତ୍ ନଚେତ୍ ଲଜ୍ୟା
ଆସିବ । ଆମେ ମୂଲ୍ୟବାନ ବସ୍ତ୍ର କିପରି ପିନ୍ଧିବା । ଆମର ମମ୍ମା ବାବା କେତେ ସାଧାରଣ ତେଣୁ ଆମେ
ମଧ୍ୟ ବହୁତ ସାଧାରଣ ରହିବା ଉଚିତ୍ । ଇଏ କାହିଁକି ସାଧାରଣ ଅବସ୍ଥାରେ ରହୁଛନ୍ତି? କାରଣ
ବୈରାଗ୍ୟର ଅବସ୍ଥାରେ ଅଛନ୍ତି ନା । ଏବେ ତୁମକୁ ଘରକୁ ଯିବାର ଅଛି । ଏଠାରେ କୌଣସି ବିବାହ ଆଦି
କରିବାର ନାହିଁ । ଦୁନିଆରେ ଯେତେବେଳେ ବିବାହ କରିଥା’ନ୍ତି ସେତେବେଳେ କୁମାରୀ ବୈରାଗ୍ୟ ଅବସ୍ଥାରେ
ରହିଥାଏ । ମଇଳା କପଡା ପିନ୍ଧିଥାଏ, ତେଲ ଆଦି ଲଗାଇଥାଏ କାହିଁକି ନା ଶଶୁର ଘରକୁ ଯାଇଥାଏ ।
ବ୍ରାହ୍ମଣଙ୍କ ଦ୍ୱାରା ସେମାନଙ୍କର ନିର୍ବନ୍ଧ ହୋଇଥାଏ । ତୁମକୁ ମଧ୍ୟ ଶଶୁର ଘରକୁ ଯିବାକୁ ହେବ ।
ରାବଣପୁରୀରୁ ରାମପୁରୀ ଅଥବା ବିଷ୍ଣୁପୁରୀକୁ ଯିବାକୁ ହେବ । ତେଣୁ ଏହି ବୈରାଗ୍ୟ ରହିବାର ପ୍ରଥା
ଏଥିପାଇଁ ରଖାଯାଇଛି ଯେ, ଦେହର ବା ବସ୍ତ୍ର ଆଦିର ଯେପରି କୌଣସି ଅଭିମାନ ନ ଆସେ । କାହାର ଯଦି
ଶସ୍ତା ଶାଢୀ ଥାଏ ଏବଂ ସିଏ ଆଉ କାହାର ଅଧିକ ମୂଲ୍ୟବାନ ଶାଢୀ ଦେଖିଥାଏ ତେବେ ତାଙ୍କ ମନରେ
ସଂକଳ୍ପ ଆସିଥାଏ । ଭାବିଥା’ନ୍ତି ଇଏ ତ ବୈରାଗ୍ୟ ଅବସ୍ଥାରେ ନାହାଁନ୍ତି । ଯଦି ତୁମେ ବୈରାଗ୍ୟ
ଅବସ୍ଥାରେ ବହୁତ ନିଶାର ସହିତ କାହାକୁ ବି ଏତେ ଉଚ୍ଚ ଜ୍ଞାନ ଦେବ, ତେବେ ତାଙ୍କୁ ମଧ୍ୟ ତୀର
ଲାଗିଯିବ ଅର୍ଥାତ୍ ଅନୁଭବ ହୋଇଯିବ । ଭଲେ ବାସନ ସଫା କରିବାର ସେବା ବି କରୁଥାଅ ବା କପଡା ସଫା
କରୁଥାଅ, ଯଦି ସେହି ସମୟରେ ମଧ୍ୟ ତୁମ ସମ୍ମୁଖକୁ କେହି ଜିଜ୍ଞାସୁ ଆସିଯାଆନ୍ତି, ତେବେ ତୁରନ୍ତ
ତାଙ୍କୁ ଅଲଫଙ୍କର ସ୍ମରଣ କରାଇଦିଅ । ତୁମକୁ ସେହିଭଳି ନିଶା ଚଢି ରହିଥିବା ଦରକାର । ସାଧାରଣ
ବସ୍ତ୍ର ଧାରଣ କରି ଯଦି କାହାକୁ ଜ୍ଞାନ ଶୁଣାଇବ ତେବେ ସିଏ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ ଯେ,
ଏମାନଙ୍କ ଭିତରେ କେତେ ଉଚ୍ଚ ଜ୍ଞାନ ରହିଛି! ଏହି ଜ୍ଞାନ ତ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା
ଗୀତାର ଜ୍ଞାନ । ଏହି ରାଜଯୋଗ ତ ଗୀତା ଜ୍ଞାନ ହିଁ ଅଟେ । ତେବେ ଏହିଭଳି ନିଶା ଚଢି ରହୁଛି? ଯେପରି
ବାବା ନିଜର ଉଦାହରଣ ଦେଉଛନ୍ତି । ଧରିନିଅ ମୁଁ ପିଲାମାନଙ୍କ ସାଥୀରେ କୌଣସି ଖେଳ ଖେଳୁଛି ଏବଂ
ସେହି ସମୟରେ ଯଦି କୌଣସି ଜିଜ୍ଞାସୁ ସମ୍ମୁଖକୁ ଆସିଯାଏ ତେବେ ତୁରନ୍ତ ତାଙ୍କୁ ବାବାଙ୍କର ପରିଚୟ
ଦେଉଛି । ଯଦି ଯୋଗବଳ ଥିବ ତେବେ ସେହି ବ୍ୟକ୍ତି ମଧ୍ୟ ସେହିଠାରେ ହିଁ ଛିଡା ହୋଇଯିବ ଏବଂ
ଆଶ୍ଚର୍ଯ୍ୟ ହୋଇଯିବ ଯେ, ଏମାନେ ଏତେ ସାଧାରଣ କିନ୍ତୁ ଏମାନଙ୍କ ଭିତରେ ଏତେ ଶକ୍ତି ରହିଛି! ସିଏ
କିଛି ବି କହିପାରିବ ନାହିଁ । ମୁଖରୁ କୌଣସି କଥା ବାହାରିବ ନାହିଁ । ଯେପରି ତୁମେ ବାଣୀଠାରୁ
ଉର୍ଦ୍ଧ୍ୱରେ ଅଛ ସେହିପରି ସିଏ ମଧ୍ୟ ବାଣୀରୁ ଉର୍ଦ୍ଧ୍ୱରେ ଅର୍ଥାତ୍ ନୀରବ ହୋଇଯିବ । ଏହିଭଳି
ନିଶା ତୁମ ଭିତରେ ମଧ୍ୟ ରହିବା ଦରକାର, ଯାହାକି କେହି ବି ଭାଇ ଅଥବା ଭଉଣୀ ତୁମ ପାଖକୁ ଆସିଲେ
ତାଙ୍କୁ ଶାନ୍ତିର ଅନୁଭୂତି କରାଇବା ସହିତ ବିଶ୍ୱର ମାଲିକ ହେବାର ମତ ବା ଜ୍ଞାନ ଦେଇପାରିବ । ତୁମ
ଭିତରେ ସେତିକି ନିଶା ରହିବା ଦରକାର । ସେଥିପାଇଁ ଯୋଗଯୁକ୍ତ ସ୍ଥିତିରେ ରହିବା ଦରକାର । ବାବା
ସବୁବେଳେ କହୁଛନ୍ତି - ତୁମ ପାଖରେ ଜ୍ଞାନ ତ ରହିଛି କିନ୍ତୁ ଯୋଗର ଶକ୍ତି ନାହିଁ । ପବିତ୍ରତା ଏବଂ
ଯୋଗ ଦ୍ୱାରା ହିଁ ଶକ୍ତି ପ୍ରାପ୍ତ ହୋଇଥାଏ । ଯୋଗର ଯାତ୍ରା ଦ୍ୱାରା ତୁମେ ପବିତ୍ର ହେଉଛ ଏବଂ
ଶକ୍ତି ମିଳୁଛି । ଜ୍ଞାନ ଦ୍ୱାରା ଧନର ପ୍ରାପ୍ତି ହୁଏ । ଯେପରି ସ୍କୁଲରେ ପାଠପଢି ଏମ୍.ଏ, ବି.ଏ
ଆଦି ଡିଗ୍ରୀ ପାଇଥା’ନ୍ତି ପୁଣି ସେମାନଙ୍କୁ ସେହିଭଳି ଦରମା ମଧ୍ୟ ମିଳିଥାଏ କିନ୍ତୁ ଏଠିକାର କଥା
ଅଲଗା । ଭାରତର ପ୍ରାଚୀନ ଯୋଗ ତ ବିଖ୍ୟାତ କିନ୍ତୁ ଏହା ହେଲା ଯୋଗବଳର କଥା । ବାବା
ସର୍ବଶକ୍ତିମାନ, ତେଣୁ ପିଲାମାନଙ୍କୁ ବାବାଙ୍କଠାରୁ ଶକ୍ତି ମିଳିଥାଏ । ପିଲାମାନଙ୍କ ଭିତରେ ଏହି
ସ୍ମୃତି ରହିବା ଦରକାର ଯେ, ଆମେ ଆତ୍ମାମାନେ ବାବାଙ୍କର ସନ୍ତାନ, କିନ୍ତୁ ବାବାଙ୍କ ଭଳି ଆମେ
ପବିତ୍ର ନୁହେଁ । ଏବେ ହେବାକୁ ପଡିବ । ଏହା ହିଁ ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଯୋଗବଳ ଦ୍ୱାରା
ହିଁ ତୁମେମାନେ ପବିତ୍ର ହେଉଛ । ଯେଉଁମାନେ ଅନନ୍ୟ ସନ୍ତାନ ଅଟନ୍ତି, ସେମାନେ ସାରାଦିନ ଏହି
ବିଚାର କରିବାରେ ଲାଗିଥା’ନ୍ତି ଯେ, କେହି ବି ଆସନ୍ତୁ, ଆମେ ତାଙ୍କୁ ରାସ୍ତା ଦେଖାଇବୁ । ଦୟା
ଆସିବା ଦରକାର ଯେ, ବିଚରା ଅନ୍ଧ ଅଟନ୍ତି । ଅନ୍ଧମାନଙ୍କୁ ବାଡି ଧରାଇ ନେଇଯାଇଥା’ନ୍ତି ନା ।
ଦୁନିଆରେ ସମସ୍ତେ ଅନ୍ଧ କାରଣ ଏମାନଙ୍କର ଜ୍ଞାନର ଚକ୍ଷୁ ନାହିଁ ।
ଏବେ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ତୁମେ ସବୁକିଛି ଜାଣିଗଲଣି । ସାରା
ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଆମେ ଏବେ ଜାଣୁଛୁ । ଏସବୁ ଭକ୍ତିମାର୍ଗର କଥା । ତୁମକୁ ପୂର୍ବରୁ
କ’ଣ ଏସବୁ ଜଣାଥିଲା ଯେ, ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ... ଏହି ଚିତ୍ର କାହିଁକି
ତିଆରି ହୋଇଛି? ଦୁନିଆରେ କେହି ବି ଏହାର ଅର୍ଥକୁ ଜାଣି ନାହାଁନ୍ତି, ତୁମେମାନେ ମଧ୍ୟ ଏବେ ଜାଣୁଛ
। ଯେପରି ବାବା ଜ୍ଞାନର ଭଣ୍ଡାର, ସେହିଭଳି ତୁମେମାନେ ମଧ୍ୟ ଏବେ ପୁରୁଷାର୍ଥର କ୍ରମଅନୁସାରେ
ଜ୍ଞାନବାନ ହେଉଛ । କାହାକୁ କାହାକୁ ତ ବହୁତ ନିଶା ଚଢିଯାଉଛି । ବାଃ! ବାବାଙ୍କର ସନ୍ତାନ ହୋଇ ଯଦି
ବାବାଙ୍କଠାରୁ ପୁରା ସମ୍ପତ୍ତି ନେଇ ନ ପାରିଲ ତେବେ ସନ୍ତାନ ହୋଇ କ’ଣ କଲ! ତେଣୁ ପ୍ରତିଦିନ
ରାତିରେ ନିଜର ହିସାବ କିତାବକୁ ଅର୍ଥାତ୍ ଚାର୍ଟକୁ ଦେଖିବା ଉଚିତ୍ । ବାବା ସୌଦାଗର ଅର୍ଥାତ୍
ବ୍ୟବସାୟୀ ଅଟନ୍ତି ନା । ବ୍ୟବସାୟୀମାନଙ୍କୁ ହିସାବ ରଖିବାକୁ ସହଜ ହୋଇଥାଏ । ସରକାରୀ
ଚାକିରିଆମାନଙ୍କୁ ହିସାବ ରଖିବା ଜଣାନଥାଏ, ନା ସେମାନେ ସୌଦାଗର ଅଟନ୍ତି । ଏହି କଥାକୁ
ବ୍ୟବସାୟୀମାନେ ଭଲ ଭାବରେ ବୁଝିପାରିବେ । ତୁମେମାନେ ତ ବ୍ୟବସାୟୀ ଅଟ କାରଣ ତୁମେ ନିଜର ଲାଭ
କ୍ଷତିକୁ ଜାଣିପାରୁଛ । ତେବେ ପ୍ରତିଦିନ ନିଜର ଖାତାକୁ ଦେଖ । ନିଜର ହିସାବ ରଖ । କ୍ଷତି ହେଉଛି
ନା ଲାଭ ହେଉଛି? କାରଣ ତୁମେମାନେ ବ୍ୟବସାୟୀ ଅଟ । ଗାୟନ ଅଛି ନା, ବାବା ସୌଦାଗର, ରତ୍ନାକର
ଅଟନ୍ତି । ବାବା ଅବିନାଶୀ ଜ୍ଞାନ ରତ୍ନର ସଉଦା ଦେଉଛନ୍ତି । ଏକଥା ମଧ୍ୟ ତୁମେମାନେ ପୁରୁଷାର୍ଥର
କ୍ରମଅନୁସାରେ ଜାଣୁଛ । ସମସ୍ତେ ଏକାଭଳି ତୀକ୍ଷ୍ମ ବୁଦ୍ଧି ତ ନୁହଁନ୍ତି, କେହି କେହି ତ ଗୋଟିଏ
କାନରେ ଶୁଣୁଛନ୍ତି ପୁଣି ଅନ୍ୟ କାନରେ ବାହାରି ଯାଉଛି । ବୁଦ୍ଧି ରୂପକ ଝୁଲାମୁଣୀରେ ଛିଦ୍ର ରହିଛି,
ତେଣୁ ବାହାରିଯାଉଛି । ଝୁଲା ଭରପୁର ହେଉନାହିଁ । ବାବା କହୁଛନ୍ତି ଧନ ଦାନ ଦେଲେ ଧନ କେବେ ବି
କମିବ ନାହିଁ । ଏହା ହେଲା ଅବିନାଶୀ ଜ୍ଞାନ ରତ୍ନ ଅଟେ ନା । ବାବା ହେଉଛନ୍ତି ରୂପ-ବସନ୍ତ । ସିଏ
ମଧ୍ୟ ଆତ୍ମା ହିଁ ଅଟନ୍ତି, କିନ୍ତୁ ତାଙ୍କ ଭିତରେ ଜ୍ଞାନ ଅଛି । ତୁମେମାନେ ମଧ୍ୟ ତାଙ୍କର
ସନ୍ତାନ ରୂପ-ବସନ୍ତ ଅର୍ଥାତ୍ ଯୋଗୀ-ଜ୍ଞାନୀ ଅଟ । ଆତ୍ମାରେ ହିଁ ଜ୍ଞାନ ଭରାଯାଏ । ତାର ରୂପ
ମଧ୍ୟ ରହିଛି । ଯଦିଓ ଆତ୍ମା ଅତି ସୂକ୍ଷ୍ମ କିନ୍ତୁ ରୂପ ନିଶ୍ଚିତ ଅଛି । ତାକୁ ଜାଣିବାକୁ
ପଡିଥାଏ, ପରମାତ୍ମାଙ୍କୁ ମଧ୍ୟ ଜାଣିବାକୁ ପଡିଥାଏ । ସୋମନାଥଙ୍କର ଭକ୍ତି କରୁଛନ୍ତି, ଏତେ ଛୋଟ
ତାରାକୁ କିପରି ପୂଜା କରିବେ । ତେଣୁ ପୂଜା କରିବା ପାଇଁ ଲିଙ୍ଗର ଆକୃତି ତିଆରି କରିଛନ୍ତି । ଛାତ
ଯେତିକି ଉଚ୍ଚ ସେତିକି ଉଚ୍ଚର ଶିବଲିଙ୍ଗ ମଧ୍ୟ ତିଆରି କରୁଛନ୍ତି । ତାଙ୍କର ରୂପ ତ ବାସ୍ତବରେ
ବହୁତ ସୂକ୍ଷ୍ମ କିନ୍ତୁ ପଦ ବହୁତ ଉଚ୍ଚ ନା ।
ବାବା ତ କଳ୍ପ ପୂର୍ବରୁ ମଧ୍ୟ କହିଥିଲେ ଯେ, ଏହି ଜପ, ତପ ଇତ୍ୟାଦି ଦ୍ୱାରା କିଛି ବି ପ୍ରାପ୍ତି
ହୋଇ ନ ଥାଏ । ଏହିସବୁ କରି କରି ଆହୁରି ତଳକୁ ତଳକୁ ହିଁ ଖସି ଚାଲିଛନ୍ତି । ସିଢିରେ ତଳକୁ ଖସି
ଖସି ଚାଲିଛନ୍ତି । ତୁମର ତ ଏବେ ଉନ୍ନତିର କଳା ଚାଲିଛି । ତୁମେ ବ୍ରାହ୍ମଣମାନେ ପ୍ରଥମ ନମ୍ବରର
ଜିନ୍ (ବେତାଳ) । ଏହା ଉପରେ ଏକ କାହାଣୀ ମଧ୍ୟ ରହିଛି ନା - ବେତାଳ କହିଲା ମୋତେ କାମ ନ ଦେଲେ
ତୁମକୁ ଖାଇଯିବି । ତେଣୁ ତାଙ୍କୁ କାମ ଦିଆଗଲା ସିଢିରେ ଚଢ ଏବଂ ଓହ୍ଲାଅ । ତାକୁ ଅସରନ୍ତି କାମ
ମିଳିଗଲା । ବାବା କହୁଛନ୍ତି, ତୁମେମାନେ ମଧ୍ୟ ଏହି ବେହଦର ସିଢିକୁ ଓହ୍ଲାଉଛ ଏବଂ ଚଢୁଛ । କେବଳ
ତୁମେ ବ୍ରାହ୍ମଣମାନେ ହିଁ ସମ୍ପୂର୍ଣ୍ଣ ସିଢି ଚଢୁଛ ଏବଂ ଓହ୍ଲାଉଛ । ତୁମେମାନେ ଜିନ୍ ଅଟ । ଅନ୍ୟ
କେହି ତୁମ ଭଳି ପୁରା ସିଢି ଚଢୁ ନାହାଁନ୍ତି । ୮୪ ଜନ୍ମର ସିଢିର ସମ୍ପୂର୍ଣ୍ଣ ଜ୍ଞାନ ପାଇବା
ଦ୍ୱାରା ତୁମେ କେତେ ଉଚ୍ଚ ପଦ ପାଉଛ । ପୁଣି ଓହ୍ଲାଉଛ ଏବଂ ଚଢୁଛ । ବାବା କହୁଛନ୍ତି - ମୁଁ ତୁମର
ପିତା । ତୁମେ ମୋତେ ପତିତ-ପାବନ ବୋଲି କହୁଛ ନା, ମୁଁ ସର୍ବଶକ୍ତିମାନ, କାରଣ ମୋର ଆତ୍ମା ସର୍ବଦା
ଶତ ପ୍ରତିଶତ ପବିତ୍ର ରହିଥାଏ । ମୁଁ ବିନ୍ଦୁ ରୂପ ହେଲେ ମଧ୍ୟ ସମସ୍ତ ଜ୍ଞାନର ଅଧିକାରୀ ଅଟେ ।
ସମସ୍ତ ଶାସ୍ତ୍ରର ରହସ୍ୟକୁ ଜାଣିଛି । ଏହା କେତେ ବିଚିତ୍ର କଥା । ଏହା ବହୁତ ବିଚିତ୍ର ଜ୍ଞାନ ।
ଏଭଳି କେବେ ଶୁଣି ନ ଥିବ ଯେ, ଆତ୍ମାରେ ୮୪ ଜନ୍ମର ଅବିନାଶୀ ପାର୍ଟ ଭରି ରହିଛି, ଯାହାକି କେବେ
ବି ଘୋରି ହୋଇଯାଏ ନାହିଁ । ଅନାଦି କାଳରୁ ପାର୍ଟ ଚାଲି ଆସିଛି । ୮୪ ଜନ୍ମର ଚକ୍ର ଘୂରି ଚାଲିଛି
। ଆତ୍ମାରେ ୮୪ ଜନ୍ମର ରେକର୍ଡ ଭରି ହୋଇ ରହିଛି । ଏତେ ଛୋଟ ଆତ୍ମାରେ କେତେ ଜ୍ଞାନ ରହିଛି ।
ବାବାଙ୍କ ଭିତରେ ମଧ୍ୟ ଜ୍ଞାନ ଅଛି ଏବଂ ତୁମେ ପିଲାମାନଙ୍କ ଭିତରେ ମଧ୍ୟ ଜ୍ଞାନ ଅଛି । ଏହି
ଡ୍ରାମାରେ କେତେ ଅଭିନୟ କରି ଚାଲିଛନ୍ତି । ଏହି ପାର୍ଟ କେବେ ସମାପ୍ତ ହେବାର ନାହିଁ । ଆତ୍ମାକୁ
ଏହି ଆଖି ଦ୍ୱାରା ଦେଖି ହେବ ନାହିଁ । କାରଣ ଆତ୍ମା ବିନ୍ଦୁ ଅଟେ । ବାବା କହୁଛନ୍ତି, ମୁଁ ମଧ୍ୟ
ସେହିଭଳି ବିନ୍ଦୁ ଅଟେ । ଏକଥା ମଧ୍ୟ ତୁମେମାନେ ଏବେ ଜାଣୁଛ । ତୁମେମାନେ ହେଲ ବେହଦର ତ୍ୟାଗୀ ଏବଂ
ରାଜଋଷି । ତେଣୁ ତୁମକୁ କେତେ ନିଶା ଚଢିବା ଉଚିତ୍ । ରାଜଋଷି ସର୍ବଦା ପବିତ୍ର ରହିଥା’ନ୍ତି ।
ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀମାନେ ହିଁ ରାଜଋଷି ଅଟନ୍ତି । ଯେଉଁମାନେ କି ଏହିଠାରେ ହିଁ ରାଜତ୍ୱ
ପ୍ରାପ୍ତ କରୁଛନ୍ତି । ଯେପରି ଏବେ ତୁମେ ପ୍ରାପ୍ତ କରୁଛ । ଏକଥା ତ ପିଲାମାନେ ଜାଣିଛନ୍ତି ଯେ,
ଏବେ ଆମେ ଘରକୁ ଫେରୁଛୁ । ନାଉରୀଆଙ୍କର ନୌକାରେ ବସିଛୁ ଏବଂ ଏକଥା ମଧ୍ୟ ଜାଣିଛୁ ଯେ, ଏହା
ପୁରୁଷୋତ୍ତମ ସଂଗମଯୁଗ ଅଟେ । ଏବେ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ତ ନିଶ୍ଚିତ ଯିବାକୁ ହିଁ ହେବ,
ଭାୟା ଶାନ୍ତିଧାମ । ଏକଥା ସଦାସର୍ବଦା ପିଲାମାନଙ୍କ ବୁଦ୍ଧିରେ ରହିବା ଉଚିତ୍ । ଯେତେବେଳେ ଆମେ
ସତ୍ୟଯୁଗରେ ଥିଲେ, ସେତେବେଳେ ଅନ୍ୟ କୌଣସି ରାଜ୍ୟ ନଥିଲା । କେବଳ ଆମର ହିଁ ରାଜ୍ୟ ଥିଲା । ଏବେ
ପୁନର୍ବାର ଯୋଗବଳ ଦ୍ୱାରା ଆମେ ନିଜର ରାଜ୍ୟ ନେଉଛୁ । ବାବା ବୁଝାଉଛନ୍ତି ଯେ, ଯୋଗବଳ ଦ୍ୱାରା
ହିଁ ତୁମେମାନେ ବିଶ୍ୱର ରାଜତ୍ୱ ପ୍ରାପ୍ତ କରିପାରିବ । ବାହୁବଳ ଦ୍ୱାରା କେହି ପାଇପାରିବେ ନାହିଁ
। ଏହା ବେହଦର ଡ୍ରାମା ଅଟେ । ଏହିଭଳି ଭାବରେ ଖେଳ ତିଆରି ହୋଇଛି । ଏହି ଖେଳର ଜ୍ଞାନ ବାବା ହିଁ
ଦେଉଛନ୍ତି । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସାରା ଦୁନିଆର ଇତିହାସ-ଭୂଗୋଳ ବାବା ହିଁ ଶୁଣାଉଛନ୍ତି ।
ତୁମେମାନେ ସୂକ୍ଷ୍ମଲୋକ, ବ୍ରହ୍ମଲୋକର ରହସ୍ୟକୁ ମଧ୍ୟ ଭଲ ରୂପେ ଜାଣିଛ । ସ୍ଥୂଳଲୋକରେ ଏମାନଙ୍କର
ରାଜ୍ୟ ଥିଲା ଅର୍ଥାତ୍ ଆମର ରାଜ୍ୟ ଥିଲା । ପୁଣି ତୁମେମାନେ କିପରି ତଳକୁ ଖସୁଛ, ସେକଥା ମଧ୍ୟ
ସ୍ମୃତିରେ ଆସିଗଲା । ସିଢି ଚଢିବା ଏବଂ ଓହ୍ଲାଇବାର ଖେଳ ପିଲାମାନଙ୍କ ବୁଦ୍ଧିରେ ରହିଗଲାଣି । ଏବେ
ବୁଦ୍ଧିରେ ଅଛି ଯେ, କିପରି ଏହି ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି, ଏଥିରେ ଆମର
ହିରୋ-ହିରୋଇନ୍ର ପାର୍ଟ ରହିଛି । ଆମେମାନେ ହିଁ ମାୟାଠାରୁ ହାରିଥାଉ ଏବଂ ବିଜୟ ପ୍ରାପ୍ତ
କରିଥାଉ, ସେଥିପାଇଁ ତୁମର ନାମ ରଖାଯାଇଛି ହିରୋ-ହିରୋଇନ୍ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେ
ଆମେମାନେ ବନବାହ ବା ବୈରାଗ୍ୟ ବୃତ୍ତିରେ ରହିଛ ସେଥିପାଇଁ ବହୁତ ସାଧାରଣ ଅବସ୍ଥାରେ ରହିବାକୁ ହେବ
। ଦେହର ବା ପୋଷାକ-ପରିଚ୍ଛେଦ ଆଦିର କୌଣସି ଅଭିମାନ ରଖିବାର ନାହିଁ । ଯେ କୌଣସି କର୍ମ କରିବା
ସମୟରେ ବାବାଙ୍କର ସ୍ମୃତିରେ ରହିବାର ନିଶା ଚଢି ରହିଥାଉ ।
(୨) ଆମେମାନେ ବେହଦର
ତ୍ୟାଗୀ ଏବଂ ରାଜଋଷି ଅଟୁ - ଏହି ନିଶାରେ ରହି ପବିତ୍ର ହେବାକୁ ପଡିବ । ଜ୍ଞାନ ଧନରେ ଭରପୁର ହୋଇ
ଦାନ କରିବାକୁ ହେବ । ସଚ୍ଚା ସଚ୍ଚା ବ୍ୟବସାୟୀ ହୋଇ ନିଜର ଆୟବ୍ୟୟର ହିସାବ ରଖିବାକୁ ହେବ ।
ବରଦାନ:-
ନିଜକୁ ସେବାଧାରୀ
ମନେ କରି ନତମସ୍ତକ ହେବା ଏବଂ ସମସ୍ତଙ୍କୁ ନତମସ୍ତକ କରାଉଥିବା ନିମିତ୍ତ ଏବଂ ନମ୍ରଚିତ୍ତ ଭବ ।
ନିମିତ୍ତ ତାଙ୍କୁ
କୁହାଯାଏ ଯିଏ ନିଜର ପ୍ରତ୍ୟେକ ସଂକଳ୍ପ ବା ପ୍ରତ୍ୟେକ କର୍ମକୁ ବାବାଙ୍କ ନିକଟରେ ଅର୍ପଣ
କରିଦେଇଥାଏ । ନିମିତ୍ତ ହେବା ଅର୍ଥ ଅର୍ପଣ ହେବା ଏବଂ ନମ୍ରଚିତ୍ତ ସିଏ ଯିଏ ସର୍ବଦା ନତମସ୍ତକ
ହୋଇ ଚାଲିଥାଏ । ଯେତେ ଯତେ ସଂସ୍କାର ଗୁଡିକରେ, ସଂକଳ୍ପରେ ନମ୍ରତା ପୂର୍ବକ ଚାଲିବ ଅର୍ଥାତ୍
ନତମସ୍ତକ ହେବ ସେତିକି ବିଶ୍ୱ ତୁମ ନିକଟରେ ନମମସ୍ତକ ହେବ । ତେଣୁ ନିଜେ ନତମସ୍ତକ ହେବା ଅର୍ଥାତ୍
ଅନ୍ୟମାନଙ୍କୁ ନିଜ ପାଖରେ ନତମସ୍ତକ କରାଇବା । ଏଭଳି ସଂକଳ୍ପ ମଧ୍ୟ ନ ଆସୁ ଯେ ଅନ୍ୟମାନେ ମଧ୍ୟ
ମୋ ନିକଟରେ କିଛି ତ ମୁଣ୍ଡ ନୁଆଁନ୍ତୁ । ଯେଉଁମାନେ ସେବାଧାରୀ ଅଟନ୍ତି ସେମାନେ ସର୍ବଦା ନତମସ୍ତକ
ହୋଇ ଚାଲିଥାଆନ୍ତି, କେବେ ବି ନିଜର ହାକିମ ପଣିଆ ଦେଖାନ୍ତି ନାହିଁ ।
ସ୍ଲୋଗାନ:-
ଏବେ ସମସ୍ୟା
ସ୍ୱରୂପ ନୁହେଁ ସମାଧାନ ସ୍ୱରୂପ ହୁଅ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ତୁମ ଭଳି ମହାନ
ଆତ୍ମାମାନଙ୍କର ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ଆତ୍ମା ପ୍ରତି ମଧୁର ହେଉ ଏବଂ ମହାନ ହେଉ । ଯେପରି
ବାବାଙ୍କର ସ୍ୱଭାବ ପ୍ରତ୍ୟେକ ଆତ୍ମାଙ୍କ ପାଇଁ ସର୍ବଦା କଲ୍ୟାଣକାରୀ ଏବଂ ଦୟାଶୀଳ ଅଟେ,
ସମସ୍ତଙ୍କୁ ଉଚ୍ଚକୁ ଉଠାଇବା ସହିତ ମଧୁରତା ଏବଂ ନିର୍ମାଣତାର ଅଟେ, ସେହିପରି ତୁମେମାନେ ମଧ୍ୟ
ନିଜର ସ୍ୱଭାବକୁ ବାବାଙ୍କ ସମାନ କର । ଯଦି ବଡ ପାଟିରେ କଥା କହିବାର ବା ଉତ୍ତେଜିତ ହେବାର
ସ୍ୱଭାବ ଅଛି, ତେବେ ଏହା ମଧ୍ୟ ବ୍ରାହ୍ମଣ ଜୀବନରେ ବହୁତ ବଡ ବିଘ୍ନ ଅଟେ । ଏବେ ଏହିଭଳି ସ୍ୱଭାବକୁ
ପରିବର୍ତ୍ତନ କର ।