04.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଶ୍ଚୟ
ବୁଦ୍ଧି ହୋଇ ବାବାଙ୍କର ପ୍ରତ୍ୟେକ ଆଜ୍ଞା ଅନୁସାରେ ଚାଲ, ଆଜ୍ଞା ଅନୁସାରେ ଚାଲିବା ଦ୍ୱାରା ହିଁ
ଶ୍ରେଷ୍ଠ ହୋଇପାରିବ”
ପ୍ରଶ୍ନ:-
କେଉଁ
ପିଲାମାନଙ୍କୁ ସଚ୍ଚା-ସଚ୍ଚା ଈଶ୍ୱରୀୟ ସେବାଧାରୀ କୁହାଯିବ?
ଉତ୍ତର:-
ଯେଉଁମାନେ ରାଜତ୍ୱ ପାଇବାର ପୁରୁଷାର୍ଥ କରୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରୁଛନ୍ତି
। ଏହିପରି ଈଶ୍ୱରୀୟ ସେବାରେ ଲାଗି ରହିଥିବା ପିଲାମାନେ ହିଁ ସଚ୍ଚା ସଚ୍ଚା ଈଶ୍ୱରୀୟ ସେବାଧାରୀ
ଅଟନ୍ତି । ସେମାନଙ୍କୁ ଦେଖି ଅନ୍ୟମାନେ ମଧ୍ୟ ସହଯୋଗୀ ହୋଇଥାନ୍ତି ।
ଓମ୍ ଶାନ୍ତି ।
ତୁମେ ଯେବେ ଏଠାରେ ବସୁଛ ତେବେ ସମସ୍ତଙ୍କୁ ଏକଥା କହିବାକୁ ହେବ ଯେ ଶିବବାବାଙ୍କୁ ମନେ ପକାଅ ।
ଏକଥା ତ ତୁମେ ଜାଣିଛ ଯେ ଶିବବାବା ଅଛନ୍ତି, ତାଙ୍କର ମନ୍ଦିରକୁ ମଧ୍ୟ ଯାଉଛନ୍ତି କିନ୍ତୁ କେହି
ବି ଜାଣିନାହାଁନ୍ତି ଯେ ଶିବବାବା କିଏ ଅଟନ୍ତି - କେବଳ ତୁମେମାନେ ହିଁ ତାଙ୍କୁ ଜାଣିଛ । ତେଣୁ
ଶିବବାବାଙ୍କୁ ମନେ ପକାଅ, ଏକଥା ସମସ୍ତଙ୍କୁ କହିବାକୁ ହେବ । ଏଠାରେ ବସି ମଧ୍ୟ ଅନେକଙ୍କର
ବୁଦ୍ଧିଯୋଗ କୁଆଡେ-କୁଆଡେ ବୁଲୁଛି ସେଥିପାଇଁ ତୁମର କର୍ତ୍ତବ୍ୟ ହେଲା ସ୍ମୃତି ଚାରଣ କରାଇବା ।
ଭାଇ ଓ ଭଉଣୀମାନେ ବାବାଙ୍କୁ ମନେ ପକାଅ । ଯେଉଁ ବାବାଙ୍କଠାରୁ ତୁମକୁ ସମ୍ପତ୍ତି ମିଳିବ । ତୁମେ
ଏବେ ପ୍ରକୃତରେ ଭାଇ-ଭଉଣୀ ଅଟ । ଦୁନିଆଁରେ ତ କେବଳ ମେଲ, ଫିମେଲ ହୋଇଥିବା କାରଣରୁ ଭାଇ-ଭଉଣୀ
ବୋଲି କହିଦେଉଛନ୍ତି । ଭାଷଣ କରିବା ସମୟରେ ମଧ୍ୟ ସମ୍ବୋଧନ କରି କହିଥା’ନ୍ତି ଯେ ଭାଇ ଭଉଣୀମାନେ
... ତାହା ହେଲା ଶରୀର ସମ୍ବନ୍ଧରେ ଭାଇ ଭଉଣୀ । ଏଠାରେ ସେ କଥା ନାହିଁ । ଏଠାରେ ତ ଆତ୍ମାମାନଙ୍କୁ
ବୁଝାଯାଉଛି ଯେ ନିଜର ରଚୟିତା ପିତାଙ୍କୁ ମନେ ପକାଅ ତେବେ ସମ୍ପତ୍ତି ମିଳିବ । ତାଙ୍କ ଭାବାର୍ଥ
ତୁମ ଭାବାର୍ଥ ମଧ୍ୟରେ ଫରକ ରହିଛି ନା । ଭାଇ-ଭଉଣୀ ଅକ୍ଷର ତ ସାଧାରଣ ଅଟେ । ଏଠାରେ ବାବା
ପିଲାମାନଙ୍କୁ କହୁଛନ୍ତି ଯେ ମୋତେ ମନେ ପକାଅ । ଶିବବାବା ହେଲେ ଆତ୍ମିକ ପିତା ଏବଂ ପ୍ରଜାପିତା
ବ୍ରହ୍ମା ହେଲେ ଶାରୀରିକ ପିତା । ତେଣୁ ବାପଦାଦା ଉଭୟ କହୁଛନ୍ତି ହେ ପିଲାମାନେ, ପରମାତ୍ମା
ପିତାଙ୍କୁ ମନେ ପକାଅ ଏବଂ ଅନ୍ୟ କେଉଁଆଡେ ବି ବୁଦ୍ଧିଯୋଗ ନ ଯାଉ । କାହିଁକି ନା ବୁଦ୍ଧି ବହୁତ
ବାହ୍ୟମୁଖି ହୋଇଥାଏ । ଭକ୍ତିମାର୍ଗରେ ମଧ୍ୟ ଏହିପରି ହୋଇଥାଏ । ଶ୍ରୀକୃଷ୍ଣ ଅଥବା ଅନ୍ୟ କୌଣସି
ଦେବତାଙ୍କ ଆଗରେ ବସି ମାଳା ଗଡାଇଥାନ୍ତି । ବୁଦ୍ଧି ତାଙ୍କର କୁଆଡେ-କୁଆଡେ ଭ୍ରମୁଥାଏ ।
ଦେବତାମାନେ କିଏ? ତାଙ୍କୁ ଏହି ରାଜତ୍ୱ କିପରି ମିଳିଲା, କେବେ ମିଳିଲା! ଏକଥା କେହି ହେଲେ
ଜାଣିନାହାଁନ୍ତି । ଶିଖ୍ ଲୋକମାନେ ଜାଣିଛନ୍ତି - ଗୁରୁ ନାନକ ଶିଖ୍ ପନ୍ଥ ସ୍ଥାପନ କରିଥିଲେ ।
ପୁଣି ତାଙ୍କର ଗୁରୁ ପୌତ୍ର ଆଦି ଚଳାଇ ଆସୁଛନ୍ତି । ସେ ପୁନର୍ଜନ୍ମ ନେଇଚାଲିଛନ୍ତି, ଏହି କଥା
କେହି ଜାଣିନାହାଁନ୍ତି । ସେମାନେ କ’ଣ ସବୁବେଳେ ଗୁରୁନାନକଙ୍କୁ ମନେ ପକାଇବେ । ଆଚ୍ଛା ଧରିନିଅ,
ଗୁରୁନାନକଙ୍କୁ କିମ୍ବା ବୁଦ୍ଧଙ୍କୁ ଅଥବା ଅନ୍ୟ କୌଣସି ବି ଧର୍ମ ସ୍ଥାପକଙ୍କୁ ମନେ ପକାଉଛନ୍ତି
କିନ୍ତୁ ଏକଥା କେହି ଜାଣିନାହାଁନ୍ତି ଯେ ଏବେ ସେ ଆତ୍ମାମାନେ କେଉଁଠାରେ ଅଛନ୍ତି । ସେମାନେ ତ
କହିଦେଉଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଗଲା, ନିର୍ବାଣ ପ୍ରାପ୍ତ କଲେ, ଅଥବା କହିଦେଉଛନ୍ତି
ଶ୍ରୀକୃଷ୍ଣ ହାଜିରା-ହଜୁର ଅଛନ୍ତି, ଯେଉଁଆଡେ ଦେଖ କୃଷ୍ଣ ହିଁ କୃଷ୍ଣ ଅଛନ୍ତି । ସବୁଆଡେ ରାଧା
ହିଁ ରାଧା ଅଛନ୍ତି ଏହିଭଳି କହିଥା’ନ୍ତି । ବାବା ବସି ବୁଝାଉଛନ୍ତି - ତୁମେ ଭାରତବାସୀମାନେ ଦେବତା
ଥିଲ । ତୁମ ଚେହେରା ମନୁଷ୍ୟର, ଚରିତ୍ର ଦେବତାଙ୍କ ପରି ଥିଲା । ଦେବତାମାନଙ୍କର ଚିତ୍ର ତ ରହିଛି
ନା । ଚିତ୍ର ନ ଥିଲେ ଏକଥା ମଧ୍ୟ ବୁଝି ନ ଥାନ୍ତେ । ରାଧା-କୃଷ୍ଣଙ୍କ ସହିତ
ଲକ୍ଷ୍ମୀ-ନାରାୟଣଙ୍କର କ’ଣ ସମ୍ବନ୍ଧ ରହିଛି, ଏହା ବାବା ହିଁ ଆସି ବୁଝାଉଛନ୍ତି । ତୁମେ କାହାକୁ
ହେଲେ ବି ବୁଝାଇପାରିବ - ଏହା ତ ନିରାକାର ବାବା ଆମକୁ ବୁଝାଉଛନ୍ତି । ବାସ୍ତବରେ ନିରାକାର ତ
ସମସ୍ତେ ଅଟନ୍ତି । ଆତ୍ମା ନିରାକାର ଅଟେ । ପୁଣି ଏହି ସାକାର ଦ୍ୱାରା କଥାବାର୍ତ୍ତା କରିଥାଏ ।
ନିରାକାର ତ କଥା ହୋଇପାରିବ ନାହିଁ । ତୁମେ ସେମାନଙ୍କୁ ବୁଝାଇପାରିବ ଯେ - ଆମର ପିତା ଅର୍ଥାତ୍
ସେ ତୁମର ମଧ୍ୟ ପିତା ଅଟନ୍ତି । ଶିବବାବା ଜ୍ଞାନର, ଶାନ୍ତିର ସାଗର ଅଟନ୍ତି । ସେ ହେଉଛନ୍ତି
ବେହଦର ପିତା । ଜ୍ଞାନ ଦେବା ପାଇଁ ତାଙ୍କର ମଧ୍ୟ ଶରୀର ତ ଦରକାର ନା । ସେ ନିଜେ କହୁଛନ୍ତି -
ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ଆସୁଛି, ତେବେ ତ ଯାଇ ଏହି ବ୍ରାହ୍ମଣ ଧର୍ମର ସ୍ଥାପନା ହେବ ।
ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ରଚନା ହୋଇଥାଏ । ତେଣୁ ବାବା ବ୍ରାହ୍ମଣ ପିଲାମାନଙ୍କୁ
ହିଁ ବୁଝାଉଛନ୍ତି, ଅନ୍ୟ କାହାକୁ ବୁଝାଉ ନାହାଁନ୍ତି, ପିଲାମାନଙ୍କୁ ହିଁ ବୁଝାଉଛନ୍ତି । ଏପରି
ନୁହେଁ ଯେ ଆମେ ଶିବବାବାଙ୍କ ସନ୍ତାନ ହୋଇଥିବାରୁ ଭଗବାନ ଅଟୁ । ନାଁ, ପିତା ପିତା ଅଟନ୍ତି,
ପୁତ୍ର ପୁତ୍ର ଅଟେ । ହଁ, ଯେବେ ପିଲା ବଡ ହୋଇ ବାପ ହେବ, ତା’ର ପିଲା ଜନ୍ମ ହେବେ ତେବେ ଯାଇ
ତାଙ୍କୁ ବାପ ବୋଲି କୁହାଯିବ । ବାବାଙ୍କର ତ ଢେର ପିଲା ଅଛନ୍ତି ନା, ତେଣୁ ବାବା ପିଲାମାନଙ୍କୁ
ହିଁ ବୁଝାଉଛନ୍ତି । ଯେଉଁମାନେ ନିଶ୍ଚୟବୁଦ୍ଧି ଅଟନ୍ତି, ସେମାନେ ନିଶ୍ଚୟବୁଦ୍ଧି ବାବାଙ୍କର ଆଜ୍ଞା
ଅନୁସାରେ ଚାଲିବେ କାହିଁକି ନା ତାଙ୍କରି ଶ୍ରୀମତ ଦ୍ୱାରା ହିଁ ଶ୍ରେଷ୍ଠ ହୋଇପାରିବେ ।
ଏବେ ତୁମେ ଜାଣୁଛ ଆମେ ଦେବତାମାନଙ୍କ ପରି ହେବାକୁ ଯାଉଛୁ । ଜନ୍ମ-ଜନ୍ମାନ୍ତର ଆମେ
ଦେବତାମାନଙ୍କର ମହିମା ଗାୟନ କରି ଆସିଛୁ । ଏବେ ଆମକୁ ଶ୍ରୀମତ ପାଳନ କରି ତାଙ୍କ ଭଳି ହେବାକୁ
ପଡିବ, କାହିଁକି ନା ରାଜତ୍ୱ ସ୍ଥାପନ ହେବ । ସମସ୍ତେ ତ ସମ୍ପୂର୍ଣ୍ଣ ରୂପେ ଶ୍ରୀମତ ପାଳନ
କରିପାରିବେ ନାହିଁ, କ୍ରମଅନୁସାରେ ରହିବେ, କାହିଁକି ନା ଏହା ବହୁତ ବଡ ରାଜତ୍ୱ ଅଟେ । ରାଜ୍ୟରେ
ପ୍ରଜା, ଚାକର-ବାକର, ଚଣ୍ଡାଳ ଆଦି ସମସ୍ତଙ୍କର ଆବଶ୍ୟକତା ରହିଛି । ଚାଲିଚଳନ ଅନୁଯାୟୀ ମଧ୍ୟ
ସାକ୍ଷାତ୍କାର ହେବ ଯେ ଇଏ ଚଣ୍ଡାଳର ପରିବାରକୁ ଯିବେ । ଜଣେ ତ ଚଣ୍ଡାଳ ହେବ ନାହିଁ, ତାଙ୍କର
ମଧ୍ୟ ପରିବାର ରହିବ । ଚଣ୍ଡାଳମାନଙ୍କର ମଧ୍ୟ ସଂଘ ରହିଥାଏ । ସମସ୍ତେ ପରସ୍ପର ସହିତ ମିଶି
ଷ୍ଟ୍ରାଇକ୍ ଆଦି କରି କାମ ବନ୍ଦ କରିଦେଇଥାଆନ୍ତି । ସତ୍ୟଯୁଗରେ ଏପରି ହେବ ନାହିଁ । ତୁମର ଏକ
ଚିତ୍ର ମଧ୍ୟ ରହିଛି, ଯେଉଁଥିରେ ତୁମେ ପଚାରୁଛ ଯେ କ’ଣ ହେବାକୁ ଚାହୁଁଛ - ବାରିଷ୍ଟର ହେବ, ନା
ଦେବତା ହେବ? ତୁମ ପାଇଁ ପୁରା ରାଜଧାନୀ ସ୍ଥାପନ ହେଉଛି, ଏହା ଛୋଟ କଥା ନୁହେଁ । ବେହଦର ବାବା ବସି
ବେହଦର କଥା ବସି ବୁଝାଉଛନ୍ତି । ଏକଥା ବୁଦ୍ଧିରେ ରହିଥିବା ଉଚିତ୍ । ଆମେ ଭବିଷ୍ୟତ ପାଇଁ
ପୁରୁଷାର୍ଥ କରି ଉଚ୍ଚ ପଦ ପାଇବୁ । ଶ୍ରୀମତ ଦ୍ୱାରା ଆମେ ଶ୍ରେଷ୍ଠରୁ ଶ୍ରେଷ୍ଠ ରାଜତ୍ୱ ପ୍ରାପ୍ତ
କରିବୁ । ଅନ୍ୟମାନଙ୍କୁ ନିଜ ସମାନ କରାଇଲେ କୁହାଯିବ ଯେ ପ୍ରକୃତ ଈଶ୍ୱରୀୟ ସେବାଧାରୀ । କାହାର
କିଛି କଥା ବି ଲୁଚି ରହିପାରିବ ନାହିଁ । ଆଗକୁ ଗଲେ ସବୁ ଜଣା ପଡିଯିବ । ଏହାକୁ ହିଁ ଜ୍ଞାନର
ପ୍ରକାଶ ବୋଲି କୁହାଯାଉଛି କାହିଁକି ନା ଆମକୁ ଜ୍ଞାନ ରୂପୀ ଆଲୋକ ମିଳୁଛି । ମନୁଷ୍ୟମାନଙ୍କୁ କିଛି
ହେଲେ ଜଣାନାହିଁ । ଗୁପ୍ତରେ ବମ୍ ମଧ୍ୟ ତିଆରି କରି ଚାଲିଛନ୍ତି । କୌଣସି ଜିନିଷ ରଖିବା ପାଇଁ
କରାଯାଇ ନ ଥାଏ । ପ୍ରଥମେ-ପ୍ରଥମେ ତରବାରୀରେ ଲଢେଇ ଚାଲୁଥିଲା ପୁଣି ବନ୍ଧୁକ ତିଆରି ହେଲା, ଏସବୁ
କାମରେ ହିଁ ଲଗାଇବା ପାଇଁ ତିଆରି କରୁଛନ୍ତି, ରଖିବା ପାଇଁ ନୁହେଁ । ଜାଣିଛନ୍ତି ମଧ୍ୟ ଯେ ଏହା
ଦ୍ୱାରା ଆମର ମୃତ୍ୟୁ ହେବ । ଚେଷ୍ଟା ତ କରିଛନ୍ତି ନା । ହିରୋସୀମାରେ ଗୋଟିଏ ବମ୍ ପକାଇବା ଦ୍ୱାରା
କେତେ ମରିଥିଲେ ତାପରେ ଦେଖ କେତେ ଉନ୍ନତି କରିଛନ୍ତି, ଢେର ଘର ଆଦି ତିଆରି କରିଛନ୍ତି ।
ବର୍ତ୍ତମାନ ଏଭଳି ବିନାଶ ହେବ ନାହିଁ ଯେମିତିକି ଡାକ୍ତରଖାନାରେ ପଡି ରହିବେ । ଡାକ୍ତରଖାନା ଆଦି
ତ ରହିବ ନାହିଁ, ସେଥିପାଇଁ ଭୂମିକମ୍ପ ଆଦି ଏକ ସଙ୍ଗେ ହେବ । ପ୍ରାକୃତିକ ବିପର୍ଯ୍ୟୟକୁ କେହି
ଅଟକାଇ ପାରିବେ ନାହିଁ । କହୁଛନ୍ତି ମଧ୍ୟ ଏସବୁ ଈଶ୍ୱରଙ୍କ ହାତରେ ଅଛି । ଏବେ ତୁମେମାନେ ଜାଣୁଛ
ଯେ ବିନାଶ ତ ନିଶ୍ଚୟ ହେବ, ଅକାଳ ପଡିବ, ପାଣି ମିଳିବ ନାହିଁ... ଏକଥା ତ ତୁମେ ଜାଣିଛ । ଏହା
କୌଣସି ନୂଆ କଥା ନୁହେଁ । କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ହୋଇଥିଲା । କଳ୍ପର ଜ୍ଞାନ ତ କାହା ପାଖରେ
ନାହିଁ । କହୁଛନ୍ତି ମଧ୍ୟ ଖ୍ରୀଷ୍ଟ ଆସିବାର ୩ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ପୁଣି
ଶାସ୍ତ୍ର ଗୁଡିକରେ କଳ୍ପର ଆୟୁ ଲକ୍ଷ ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ଏଥିପ୍ରତି କାହାର ମଧ୍ୟ
ଧ୍ୟାନ ଯାଉନାହିଁ, ସମସ୍ତେ ଶୁଣି କରି ପୁଣି ନିଜ ନିଜର ଧନ୍ଦା ଆଦିରେ ଲାଗିଯାଉଛନ୍ତି । ତେଣୁ ଏବେ
ବାବା ପିଲାମାନଙ୍କୁ ବୁଝାଉଛନ୍ତି - ବର୍ତ୍ତମାନ ଜଲ୍ଦି ଜଲ୍ଦି ପୁରୁଷାର୍ଥ କର । ବାବାଙ୍କର
ସ୍ମୃତିରେ ରହିବା ଦ୍ୱାରା ଆତ୍ମା ବିକାରମୁକ୍ତ ହୋଇଯିବ । ତୁମକୁ ଏହିଠାରେ ହିଁ ସତ୍ୱପ୍ରଧାନ
ହେବାକୁ ପଡିବ । ନଚେତ୍ ଦଣ୍ଡ ପାଇ ପୁଣି ନିଜ-ନିଜର ଧର୍ମକୁ ଚାଲିଯିବ । ଏବେ ହିଁ ଭଗବାନଙ୍କର
ଶ୍ରୀମତ ମିଳୁଛି । ଶ୍ରୀକୃଷ୍ଣ ତ ରାଜକୁମାର ଅଟନ୍ତି, ସେ କ’ଣ କାହାକୁ ମତ ଦେବେ! ଏହି କଥାକୁ
ଦୁନିଆରେ କେହି ହେଲେ ବି ଜାଣିନାହାଁନ୍ତି । ସମସ୍ତଙ୍କୁ ସ୍ନେହର ସହିତ ବୁଝାଇବା ଦରକାର ଯେ
ଶିବବାବାଙ୍କୁ ମନେ ପକାଅ । ଶିବବାବା ନିଜେ କହୁଛନ୍ତି ଯେ ମୋତେ ମନେ ପକାଅ । ସେ ମଧ୍ୟ
କଲ୍ୟାଣକାରୀ ଅଟନ୍ତି, ତେଣୁ ଅନ୍ୟମାନଙ୍କ ଠାରୁ ବୁଦ୍ଧିଯୋଗ ତୁଟାଇ ତାଙ୍କ ସହିତ ଯୋଡିବା ଉଚିତ୍
। ତୁମେ ଭାରତର ନୌକାକୁ କୂଳରେ ଲଗାଉଛ । ଭାରତ ସହିତ ହିଁ ସତ୍ୟନାରାୟଣଙ୍କର କଥାର ସମ୍ପର୍କ ରହିଛି
। ଅନ୍ୟ ଧର୍ମାବଲମ୍ବୀମାନେ କେବେ ହେଲେ ସତ୍ୟ-ନାରାୟଣଙ୍କର କଥା ଶୁଣିବେ ନାହିଁ । ଏହି କଥା
ସେହିମାନେ ହିଁ ଶୁଣିବେ, ଯେଉଁମାନେ ନରରୁ ନାରାୟଣ ହେବାର ପୁରୁଷାର୍ଥ କରୁଥିବେ ଓ ଆଦି ସନାତନ
ଦେବୀ-ଦେବତା ଧର୍ମର ହୋଇଥିବେ । ସେହିମାନେ ହିଁ ଏହି ଅମରକଥାକୁ ଶୁଣିବେ । ଅମରଲୋକରେ ଦେବୀ-ଦେବତା
ଥିଲେ, ତେଣୁ ନିଶ୍ଚିତ ଅମରଲୋକର ଅମରକଥା ଦ୍ୱାରା ଏହି ପଦ ପାଇଥିବେ । ଗୋଟିଏ-ଗୋଟିଏ କଥା ସ୍ମରଣ
ଯୋଗ୍ୟ ଅଟେ । ଯଦି ଗୋଟିଏ କଥା ବି ବୁଦ୍ଧିରେ ରହିବ, ତେବେ ସବୁ କଥା ମନେ ପଡିଯିବ । ବାବାଙ୍କୁ
ସ୍ମରଣ କରିବାକୁ ହେବ ଏବଂ ସ୍ୱଦର୍ଶନ ଚକ୍ର ଧ୍ୟାନରେ ରଖିବାକୁ ହେବ । ଏଠାରେ ଶିବବାବାଙ୍କ ସଙ୍ଗେ
ଅଭିନୟ କରୁଛୁ, ପୁଣି ଘରକୁ ଫେରିବାକୁ ହେବ ।
ସତ୍ୟ କ’ଣ, ମିଥ୍ୟା କ’ଣ - ଏକଥା ବାବା ହିଁ ବୁଝାଉଛନ୍ତି । ସତ୍ୟ ତ ଜଣେ ବାକି ଅନ୍ୟ ସମସ୍ତେ
ହେଲେ ମିଥ୍ୟା । କେବଳ ଲଙ୍କାରେ ହିଁ ରାବଣ ଥିଲା ଏହା କ’ଣ ଜଣଙ୍କର କଥା ଅଟେ କି!
ସତ୍ୟଯୁଗ-ତ୍ରେତାରେ ତ ଏଭଳି କଥା ରହିବ ନାହିଁ । ବର୍ତ୍ତମାନ ଏହି ସାରା ଦୁନିଆ ଲଙ୍କା ଅଟେ, ଏହା
ହିଁ ରାବଣ ରାଜ୍ୟ । ସବୁ ଆତ୍ମାରୂପୀ ସୀତାମାନେ ଏକମାତ୍ର ରାମଙ୍କୁ ମନେ ପକାଉଛନ୍ତି ଅଥବା ସବୁ
ଭକ୍ତିନୀ, ପ୍ରିୟତ୍ତମାମାନେ ଏକ ଭଗବାନ, ପ୍ରିୟତ୍ତମଙ୍କୁ ମନେ ପକାଉଛନ୍ତି କାହିଁକି ନା ଏହା
ରାବଣ ରାଜ୍ୟ ଅଟେ । ସନ୍ନ୍ୟାସୀମାନେ ଏହି କଥାକୁ ବୁଝିପାରିବେ ନାହିଁ । ଏଠାରେ ସମସ୍ତେ ଦୁଃଖୀ
ଅଟନ୍ତି, ଶୋକ ବାଟିକାରେ ଅଛନ୍ତି, ଏହି କଳିଯୁଗ ଶୋକ ବାଟିକା ଅଟେ । ଅଶୋକ ବାଟିକା ହେଲା
ସତ୍ୟଯୁଗ । ଏଠାରେ ତ ପାଦେ-ପାଦେରେ ଶୋକ, ଦୁଃଖ ରହିଛି । ତୁମକୁ ବାବା, ଅଶୋକବାଟିକା (ସ୍ୱର୍ଗକୁ)
ନେଇଯାଉଛନ୍ତି । ଏଠାର ତ ମନୁଷ୍ୟମାନେ କେତେ ଶୋକ କରୁଛନ୍ତି । କେହି ଯଦି ମରିଗଲେ, ତେବେ ପାଗଳ
ହୋଇଯାଉଛନ୍ତି । ସ୍ୱର୍ଗରେ ତ ଏସବୁ କଥା ହେବ ନାହିଁ । ସତ୍ୟଯୁଗରେ ଅକାଳମୃତ୍ୟୁ କେବେହେଲେ ହେବ
ନାହିଁ, ଯାହାଦ୍ୱାରା ସ୍ତ୍ରୀ ବିଧବା ହେବ, ସେଠାରେ ତ ନିର୍ଦ୍ଧାରିତ ସମୟରେ ଗୋଟିଏ ଶରୀର ଛାଡି
ଯାଇ ଅନ୍ୟ ଏକ ଶରୀର ଧାରଣ କରିବେ । ଦେହତ୍ୟାଗ ପରେ ସ୍ତ୍ରୀ ଅଥବା ପୁରୁଷର ଶରୀର ନେବେ, ଏହାର
ମଧ୍ୟ ସାକ୍ଷାତ୍କାର ହେବ । ଅନ୍ତ ସମୟରେ ସବୁ ଜଣାପଡିଯିବ । କିଏ-କିଏ କ’ଣ ହେବେ । ପୁଣି ସେହି
ସମୟରେ କହିବେ ଯେ ଆମେ ଏତେ ମେହନତ କରିନାହୁଁ । କିନ୍ତୁ ସେ ସମୟରେ କହିଲେ କ’ଣ ହେବ । ସମୟ ତ
ବିତିଗଲା ନା । ସେଥିପାଇଁ ବାବା କହୁଛନ୍ତି - ପିଲାମାନେ ମେହନତ କର, ସେବାରେ ବାବାଙ୍କର ପୂର୍ଣ୍ଣ
ସହଯୋଗୀ ହୁଅ ତେବେ ରାଜତ୍ୱ ମିଳିଯିବ । ସେବାରେ ଲାଗି ରୁହ । ଏଭଳି ଉଦାହରଣ ମଧ୍ୟ ରହିଛି ନା,
କିପରି ସପରିବାରେ ବିଶ୍ୱ ସେବାରେ ନିୟୋଜିତ ହୋଇଯାଇଛନ୍ତି । ସେଥିପାଇଁ କୁହାଯାଏ ଏହି ପରିବାରର
ବ୍ୟକ୍ତିମାନେ ଏପରି ଭଲ କର୍ମ କରିଛନ୍ତି ଯେ ସମସ୍ତେ ଈଶ୍ୱରୀୟ ସେବାରେ ଲାଗିଯାଇଛନ୍ତି । ମା,
ବାପା, ପିଲାମାନେ.... ଏହା ତ ଭଲ କଥା ଅଟେ ନା । ସେବା କରିବାରେ ବ୍ୟସ୍ତ ରହିଥାଆନ୍ତି ।
ତୁମେମାନେ ବହୁତ ଉଲ୍ଲାସରେ ରହିବା ଉଚିତ୍ ଯେ କିପରି ମନୁଷ୍ୟମାନଙ୍କୁ ରାସ୍ତା ବତାଇବୁ, ଯାହା
ଫଳରେ ତାଙ୍କର ଆତ୍ମା ଖୁସି ହେବ । କେତେ ଜଣଙ୍କୁ ରାସ୍ତା ବତାଉଛ । ତୁମେ ପ୍ରଜା ଗଢିଲ, ତେବେ
ବୀଜ ବୁଣିଲ ନା । ଜନ୍ମରୁ ତ କେହି ରାଜା ହୋଇ ନ ଥାନ୍ତି । ପ୍ରଥମେ ପ୍ରଜାଙ୍କର ଅଧିକାରୀ
ହୋଇଥାନ୍ତି ପୁଣି ପୁରୁଷାର୍ଥ କରି-କରି ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇପାରିବ । ତୁମକୁ ସେବା
କରୁଥିବାର ଦେଖି ଅନ୍ୟମାନଙ୍କ ମଧ୍ୟରେ ଉତ୍ସାହ ଆସିବ ଯେ, ଆମେ ମଧ୍ୟ କାହିଁକି ଏଭଳି ପୁରୁଷାର୍ଥ
ନ କରିବୁ । ନଚେତ୍ ପୁଣି କଳ୍ପ-କଳ୍ପ ଏହିପରି ଅବସ୍ଥା ହେବ । ଶେଷ ସମୟରେ ବହୁତ ଆତ୍ମା ଆସିବେ,
ପଶ୍ଚାତାପ କରିବେ । ସେ ସମୟର ଦୁଃଖ, ମନୁଷ୍ୟମାନେ ଜୀବନକାଳ ମଧ୍ୟରେ କେବେ ବି ଦେଖି ନ ଥିବେ ।
ଶ୍ରୀମତ ନ ମାନିବା କାରଣରୁ ଅନ୍ତିମ ସମୟରେ ଏପରି ଦୁଃଖ ଦେଖିବେ ଯେ ସେ କଥା ନ କହିଲେ ଭଲ କାହିଁକି
ନା ଅନେକ ବିକର୍ମ କରିଛନ୍ତି । ବାବା ମଧ୍ୟ ବହୁତ ସହଜ ରାସ୍ତା ବତାଉଛନ୍ତି ଯେ କେବଳ ବାବାଙ୍କୁ
ହିଁ ମନେ ପକାଇବାକୁ ହେବ । ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ବତାଇବାକୁ ହେବ ।
ତୁମେମାନେ ଦେବୀ-ଦେବତା ଧର୍ମର ଥିଲ, ଯେପରି ଖ୍ରୀଷ୍ଟିୟାନ ଧର୍ମର ମନୁଷ୍ୟ, ଇସ୍ଲାମୀ ଧର୍ମର
ମନୁଷ୍ୟ ରହିଛନ୍ତି, ସେହିପରି ଇଏ ଅଟନ୍ତି । ଇଏ ହେଉଛନ୍ତି ସବୁଠାରୁ ପବିତ୍ର । ଏହି ଦେବତା ଧର୍ମ
ପରି ଅନ୍ୟ କୌଣସି ଧର୍ମ ଶ୍ରେଷ୍ଠ ହୋଇପାରିବ ନାହିଁ, ଅଧାକଳ୍ପ ତୁମେ ପବିତ୍ର ରହୁଛ । ସ୍ୱର୍ଗ ଏବଂ
ନର୍କର ଗାୟନ ରହିଛି । ସ୍ୱର୍ଗ କାହାକୁ କୁହାଯାଏ, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ବାବା
ଭାରତକୁ ହିଁ ଆସି ପିଲାମାନଙ୍କୁ ଜାଗ୍ରତ କରାଉଛନ୍ତି । ଏହା ୫ ହଜାର ବର୍ଷର କଥା ଅଟେ । ଯେଉଁମାନେ
ସ୍ୱର୍ଗବାସୀ ଥିଲେ ସେହିମାନେ ଏବେ ନର୍କବାସୀ ହୋଇଛନ୍ତି ପୁଣି ବାବା ଆସି ପବିତ୍ର ସ୍ୱର୍ଗବାସୀ
କରାଉଛନ୍ତି । ଜଣେ ପ୍ରିୟତ୍ତମ ଆସି ସବୁ ପ୍ରିୟତ୍ତମାମାନଙ୍କୁ ନିଜର ଅଶୋକ ବାଟିକାକୁ
ନେଇଯାଉଛନ୍ତି । ତେଣୁ ପ୍ରଥମେ ପ୍ରଥମେ ସମସ୍ତଙ୍କୁ ଏହି କଥା କୁହ ଯେ ବାବାଙ୍କୁ ମନେ ପକାଅ ।
ନଚେତ୍ ଏଠାରେ ବସି-ବସି ବୁଦ୍ଧି କୁଆଡେ-କୁଆଡେ ପଳାଇଯାଉଛି । ଭକ୍ତିମାର୍ଗରେ ମଧ୍ୟ ଏହିପରି
ଅବସ୍ଥା ହୋଇଥାଏ । ବାବା ତ ଅନୁଭବୀ ଅଟନ୍ତି ନା । ରତ୍ନ ବ୍ୟପାର ସବୁଠାରୁ ଭଲ ଧନ୍ଦା ଅଟେ ।
ସେଥିରେ ଅସଲି ଏବଂ ନକଲି ବହୁତ ମୁସକିଲ୍ରେ ଚିହ୍ନି ହୁଏ । ଏଠାରେ ମଧ୍ୟ ସତ୍ୟ ଲୁଚିଯାଇଛି,
ସବୁଠାରେ ମିଛ ହିଁ ମିଛ ଚାଲିଛି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ତୁମେମାନେ
ଜାଣିଛ ଯେ ଆମେ ସମସ୍ତେ ଡ୍ରାମାର ଅଭିନେତା ଅଟୁ, ଏଥିରୁ କେହି ବି ବାହାରି ଯାଇପାରିବେ ନାହିଁ ।
କେହି ହେଲେ ବି ମୋକ୍ଷ ପାଇପାରିବେ ନାହିଁ । ବିବେକ ଦ୍ୱାରା କାମ କରିବାକୁ ପଡିଥାଏ । ସମସ୍ତେ
ନିଜର ଅଭିନୟ କରିଚାଲିଛନ୍ତି ପୁଣି କଳ୍ପ ପରେ ନିଜର ସେହି ଅଭିନୟର ପୁନରାବୃତ୍ତି କରିବେ ।
ତୁମେମାନେ ଦେଖିବ କିପରି ମନୁଷ୍ୟମାନେ ମରୁଛନ୍ତି, ବିନାଶ ନିଶ୍ଚିତ ହେବ । ସବୁ ଆତ୍ମାମାନେ
ନିର୍ବାଣଧାମକୁ ଚାଲିଯିବେ । ବୁଦ୍ଧିରେ ଏହି ଜ୍ଞାନ ରହିଛି । ସେବାରେ ଲାଗି ରହିଲେ ଅନେକଙ୍କର
କଲ୍ୟାଣ ହେବ । ଯଦି ସାରା ପରିବାର ହିଁ ଏହି ଜ୍ଞାନଯୁକ୍ତ ସେବାରେ ଲାଗିଯିବେ ତେବେ ବହୁତ
ଚମତ୍କାର ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅନ୍ତିମ
ସମୟର ଯନ୍ତ୍ରଣା ଦାୟକ ଦୃଶ୍ୟରୁ ଅଥବା ଦୁଃଖରୁ ମୁକ୍ତ ହେବା ପାଇଁ ଏବେଠାରୁ ବାବାଙ୍କର ଶ୍ରୀମତରେ
ଚାଲିବାକୁ ହେବ । ଶ୍ରୀମତ ଅନୁସାରେ ନିଜ ପରି କରି ଗଢି ତୋଳିବାର ସେବା କରିବାକୁ ହେବ ।
(୨) ବାବାଙ୍କର ରାଇଟ୍ହ୍ୟାଣ୍ଡ
ଅର୍ଥାତ୍ ମୁଖ୍ୟ ସହଯୋଗୀ ହୋଇ ସେବା କରିବାକୁ ପଡିବ । ଆତ୍ମାମାନଙ୍କୁ ଖୁସି କରିବା ପାଇଁ ଯଥାର୍ଥ
ରାସ୍ତା ବତାଇବାକୁ ହେବ । ସମସ୍ତଙ୍କର କଲ୍ୟାଣ କରିବାକୁ ହେବ ।
ବରଦାନ:-
ନିଜର ସଂକଳ୍ପର
ବ୍ୟାକୁଳତା ଠାରୁ ଅଥବା ଦଣ୍ଡଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହୁଥିବା ପାସ୍ ୱିଥ୍ ଅନର ଅର୍ଥାତ୍
ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଥିବା ଆତ୍ମା ଭବ ।
ପାସ୍ ୱିଥ୍ ଅନରର ଅର୍ଥ
ହେଲା ମନରେ ମଧ୍ୟ ସଂକଳ୍ପ ଦ୍ୱାରା ଦଣ୍ଡ ପାଉ ନ ଥିବ । ଧର୍ମରାଜ ଠାରୁ ଦଣ୍ଡ ପାଇବା କଥା ତ ପଛରେ
ଅଛି କିନ୍ତୁ ନିଜର ସଂକଳ୍ପର ମଧ୍ୟ ବ୍ୟାକୁଳତା ଅଥବା ଦଣ୍ଡଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରହିବା ହିଁ
ପାସ୍ ୱିଥ୍ ଅନର ହେବାବାଲାଙ୍କର ଲକ୍ଷଣ । ବାଣୀ, କର୍ମ, ସମ୍ବନ୍ଧ-ସମ୍ପର୍କର କଥା ତ ମୋଟା ମୋଟା
ଅଟେ କିନ୍ତୁ ସଂକଳ୍ପରେ ମଧ୍ୟ ବ୍ୟାକୁଳତା ଅଥବା ଦ୍ୱନ୍ଦ୍ୱ ଉତ୍ପନ୍ନ ନ ହେଉ । ଯଦି ଏହିଭଳି
ପ୍ରତିଜ୍ଞା କରିବ ତେବେ ଯାଇ ପାସ୍ ୱିଥ୍ ଅନର ହେବ ।
ସ୍ଲୋଗାନ:-
ଜ୍ଞାନ ରୂପକ
ଘୃତ ଏବଂ ଯୋଗ ରୂପକ ବତୀ ଯଦି ଠିକ୍ ଥିବ ତେବେ ଖୁସି ରୂପକ ଦୀପ ସର୍ବଦା ଜଳି ରହିଥିବ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଦୁନିଆର କୌଣସି ପ୍ରକାରର
ହଲ୍ଚଲ୍ ତୁମର ଅଚଳ, ଅଟଳ ସ୍ଥିତିରେ ବିଘ୍ନ ନ ପକାଉ । ଏହିଭଳି ବିଘ୍ନ ବିନାଶକ, ଅଚଳ ଅଟଳ ହୋଇ
ସବୁ ବିଘ୍ନକୁ ଅତିକ୍ରମ କରିଯାଅ, ଯେପରି ଏହା କୌଣସି ବିଘ୍ନ ନୁହେଁ ଗୋଟିଏ ଖେଳ ଅଟେ । ପାହାଡ
ସୋରିଷ ଭଳି ଅନୁଭବ ହେଉ କାହଁକି ନା ଜ୍ଞାନବାନ ଆତ୍ମା ପୂର୍ବରୁ ହିଁ ଜାଣିଥାଏ ଯେ ଏସବୁ ତ
ନିଶ୍ଚିତ ଆସିବ ଏବଂ ନିଶ୍ଚିତ ହେବ ।