04.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏବେ ଶ୍ରୀମତ ଆଧାରରେ ସାଇଲେନ୍ସ ଅର୍ଥାତ୍ ଶାନ୍ତିର ଅତିକୁ ଯାଉଛ, ତୁମକୁ ବାବାଙ୍କଠାରୁ ଶାନ୍ତିର ସମ୍ପତ୍ତି ମିଳୁଛି, ସେହି ଶାନ୍ତି ମଧ୍ୟରେ ସବୁ କିଛି ଅନ୍ତର୍ନିହିତ ।”

ପ୍ରଶ୍ନ:-
ନୂଆ ଦୁନିଆର ସ୍ଥାପନାର ମୁଖ୍ୟ ଆଧାର କ’ଣ?

ଉତ୍ତର:-
ପବିତ୍ରତା । ବାବା ଯେତେବେଳେ ବ୍ରହ୍ମାଙ୍କ ଶରୀରରେ ଆସି ନୂଆ ଦୁନିଆର ସ୍ଥାପନା କରିଥା’ନ୍ତି ସେତେବେଳେ ତୁମେମାନେ ପରସ୍ପର ମଧ୍ୟରେ ଭାଇ-ଭଉଣୀ ହୋଇଯାଇଥାଅ । ସ୍ତ୍ରୀ-ପୁରୁଷର ଭାବନା ସମାପ୍ତ ହୋଇଯାଇଥାଏ । ଏହି ଅନ୍ତିମ ଜନ୍ମରେ ପବିତ୍ର ହେବା ଦ୍ୱାରା ପବିତ୍ର ଦୁନିଆର ମାଲିକ ହୋଇଯାଅ । ତୁମେମାନେ ନିଜେ ନିଜ ସହିତ ପ୍ରତିଜ୍ଞା କରିଥାଅ କି ଆମେ ପରସ୍ପର ଭାଇ ଭଉଣୀ ହୋଇ ରହିବୁ । ବିକାରର ଦୃଷ୍ଟି ରଖିବୁ ନାହିଁ । ପରସ୍ପରକୁ ସାବଧାନ କରି ଉନ୍ନତିକୁ ପ୍ରାପ୍ତ କରିବୁ ।

ଗୀତ:-
ଜାଗ ସଜନିଆଁ ଜାଗ...

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ ଏବଂ ବୁଦ୍ଧିରେ ସ୍ୱଦର୍ଶନ ଚକ୍ର ଘୂରିଗଲା । ବାବା ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟନ୍ତି କାହିଁକି ନା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିବା ଏହା ହେଉଛି ସ୍ୱଦର୍ଶନ ଚକ୍ରଧାରୀ ହେବା । ଏହି କଥା ବାବାଙ୍କ ବିନା ଆଉ କେହି ବୁଝାଇପାରିବେ ନାହିଁ । ତୁମ ବ୍ରାହ୍ମଣମାନଙ୍କର ମୂଳ ଆଧାର ହେଲା ସାଇଲେନ୍ସ । ସବୁ ମନୁଷ୍ୟମାନେ ମଧ୍ୟ କହିଥା’ନ୍ତି - ଶାନ୍ତିର ଦେବତା, ହେ ଶାନ୍ତି ଦାତା... କାହାକୁ ହେଲେ ଜଣା ନାହିଁ ଯେ ଶାନ୍ତି କିଏ ଦେଉଛନ୍ତି ଅଥବା ଶାନ୍ତିଧାମ କିଏ ନେଇଯିବେ । ଏ କଥା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ । ବ୍ରାହ୍ମଣ ହିଁ ସ୍ୱଦର୍ଶନ ଚକ୍ରଧାରୀ ହେଉଛନ୍ତି । ଦେବତାମାନେ ସ୍ୱଦର୍ଶନ ଚକ୍ରଧାରୀ ନୁହଁନ୍ତି । କେତେ ରାତି-ଦିନର ଫରକ ରହିଛି । ବାବା ତୁମକୁ ବୁଝାଉଛନ୍ତି, ତୁମେ ପ୍ରତ୍ୟେକ ସ୍ୱଦର୍ଶନ ଚକ୍ରଧାରୀ ଅଟ, ପୁରୁଷାର୍ଥର କ୍ରମଅନୁସାରେ । ବାବାଙ୍କୁ ୟାଦ କରିବା, ଏହା ହିଁ ମୁଖ୍ୟ କଥା ଅଟେ । ବାବାଙ୍କୁ ୟାଦ କରିବା ଅର୍ଥ ଶାନ୍ତିର ସମ୍ପତ୍ତି ନେବା । ଶାନ୍ତିରେ ସବୁ ଆସିଯାଉଛି । ତୁମେ ଦୀର୍ଘାୟୁ ହୋଇଯାଉଛ, ନିରୋଗୀ କାୟା ମଧ୍ୟ ହେଉଛି । ବାବାଙ୍କ ବିନା ଆଉ କେହି ସ୍ୱଦର୍ଶନ ଚକ୍ରଧାରୀ କରାଇପାରିବେ ନାହିଁ । ଆତ୍ମା ହିଁ ହୋଇଥାଏ । ବାବା ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟନ୍ତି, କାହିଁକି ନା ତାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ଗୀତ ମଧ୍ୟ ଶୁଣିଲ, ଏବେ ନୂଆ ଦୁନିଆ ସ୍ଥାପନ ହେଉଛି । ଗୀତ ତ ମନୁଷ୍ୟ ହିଁ ତିଆରି କରିଛନ୍ତି । ବାବା ବସି ସାରାଂଶ ବୁଝାଉଛନ୍ତି । ସେ ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା, ତେଣୁ ସବୁ ସନ୍ତାନମାନେ ପରସ୍ପର ଭାଇ-ଭାଇ ହୋଇଗଲେ । ଯେବେ ବାବା ନୂଆ ଦୁନିଆ ରଚନା କରୁଛନ୍ତି ତେବେ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ତୁମେ ଭାଇ-ଭଉଣୀ ହେଉଛ, ପ୍ରତ୍ୟେକେ ବ୍ରହ୍ମାକୁମାର କୁମାରୀ ଅଟନ୍ତି, ଏହି କଥା ବୁଦ୍ଧିରେ ରହିବା ଦ୍ୱାରା ସ୍ତ୍ରୀ-ପୁରୁଷର ଅଭିମାନ ଦୂର ହୋଇଯାଇଥାଏ । ମନୁଷ୍ୟ ଏକଥା ବୁଝୁ ନାହାଁନ୍ତି ଯେ ଆମେ ମଧ୍ୟ ବାସ୍ତବରେ ଭାଇ-ଭାଇ ଅଟୁ । ପୁଣି ବାବା ରଚନା କହିବା ଦ୍ୱାରା ଆମେ ଭାଇ-ଭଉଣୀ ହୋଇଯାଉଛୁ । ବିକାରୀ ଦୃଷ୍ଟି ପରିବର୍ତ୍ତନ ହୋଇଯାଉଛି । ବାବା ସ୍ମୃତି ଦେଉଛନ୍ତି, ତୁମେ ଡାକି ଆସିଛ ହେ ପତିତ-ପାବନ, ଏବେ ମୁଁ ଆସିଛି, ତୁମକୁ କହୁଛି ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ, ତେବେ ତୁମେ ପବିତ୍ର ଦୁନିଆର ମାଲିକ ହୋଇଯିବ । ତୁମର ଏହି ପ୍ରଦର୍ଶନୀ ତ ଘରେ ଘରେ ରହିବା ଉଚିତ୍ କାହିଁକି ନା ତୁମେ ପିଲାମାନେ ବ୍ରାହ୍ମଣ ଅଟ । ତୁମ ଘରେ ଏହି ଚିତ୍ର ନିଶ୍ଚୟ ରହିବା ଉଚିତ୍ । ଏହା ଉପରେ ବୁଝାଇବା ବହୁତ ସହଜ । ୮୪ର ଚକ୍ର ତ ବୁଦ୍ଧିରେ ରହିଛି । ଆଚ୍ଛା - ତୁମକୁ ଗୋଟିଏ ବ୍ରାହ୍ମଣୀ (ଟୀଚର) ଦେଇ ଦେବା । ସେ ଆସି ସେବା କରି ଫେରିଯିବେ । ତୁମେ ପ୍ରଦର୍ଶନୀ ଲଗାଅ । ଭକ୍ତିମାର୍ଗରେ ମଧ୍ୟ କେହି କେହି କୃଷ୍ଣଙ୍କର ପୂଜା କିମ୍ବା କିଛି ମନ୍ତ୍ର ଯନ୍ତ୍ର ନ ଜାଣିଥିଲେ ବ୍ରାହ୍ମଣଙ୍କୁ ଡାକିଥାନ୍ତି । ସେ ପ୍ରତ୍ୟହ ଆସି ପୂଜା କରିଥାନ୍ତି । ତୁମେ ମଧ୍ୟ ବ୍ରାହ୍ମଣୀଙ୍କୁ ଅର୍ଥାତ୍ ନିମିତ୍ତ ଭଉଣୀଙ୍କୁ ଡକାଇପାରିବ । ଏହା ତ ବହୁତ ସହଜ ସେବା ଅଟେ । ବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରିଛନ୍ତି, ତେବେ ନିଶ୍ଚୟ ବ୍ରହ୍ମାକୁମାର-କୁମାରୀମାନେ ଭଉଣୀ ଭାଇ ହୋଇଗଲେ । ପ୍ରତିଜ୍ଞା କରୁଛନ୍ତି ଆମେ ଉଭୟ ଭାଇ-ଭଉଣୀ ହୋଇ ରହିବୁ, ବିକାରର ଦୃଷ୍ଟି ରଖିବୁ ନାହିଁ । ପରସ୍ପରକୁ ସାବଧାନ କରି ଉନ୍ନତିକୁ ପ୍ରାପ୍ତ କରିବୁ । ମୁଖ୍ୟ ହେଉଛି ଯୋଗର ଯାତ୍ରା । ଲୋକମାନେ ବିଜ୍ଞାନର ବଳ ଦ୍ୱାରା କେତେ ଉପରକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଉପରେ କୌଣସି ଦୁନିଆ ନାହିଁ । ଏହା ହେଉଛି ବିଜ୍ଞାନର ଅତିକୁ ଯିବା । ଏବେ ତୁମେ ଶ୍ରୀମତ ଅନୁସାରେ ସାଇଲେନ୍ସର ଅତିକୁ ଯାଉଛ, ଶ୍ରୀମତ ମାଧ୍ୟମରେ । ତାଙ୍କର ହେଲା ବିଜ୍ଞାନ ବଳ, ତୁମର ହେଲା ସାଇଲେନ୍ସ (ଶାନ୍ତିର) ବଳ । ପିଲାମାନେ ଜାଣିଛନ୍ତି ଆତ୍ମା ତ ସ୍ୱୟଂ ଶାନ୍ତ ସ୍ୱରୂପ ଅଟେ । ଏହି ଶରୀର ଦ୍ୱାରା କେବଳ ଅଭିନୟ କରିବାକୁ ପଡିଥାଏ । କର୍ମ ବିନା ତ କେହି ରହିପାରିବେ ନାହିଁ । ବାବା କହୁଛନ୍ତି ନିଜକୁ ଶରୀରରୁ ଅଲଗା ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ଏହା ବହୁତ ସହଜ ଅଟେ, ସବୁଠାରୁ ମୋର ଭକ୍ତ ଅଧିକ ଅର୍ଥାତ୍ ଶିବଙ୍କର ପୂଜାରୀ ଅଟନ୍ତି, ତାଙ୍କୁ ବୁଝାଅ । ସର୍ବୋଚ୍ଚ ପୂଜା ଶିବଙ୍କର ହେଉଛି କାହିଁକି ନା ସେ ହିଁ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି ।

ଏବେ ତୁମେ ପିଲାମାନେ ଜାଣୁଛ ବାବା ଆସିଛନ୍ତି ସମସ୍ତଙ୍କୁ ସାଥିରେ ନେଇଯିବା ପାଇଁ । ନିଜ ସମୟରେ ଆମେ ମଧ୍ୟ ଡ୍ରାମା ଅନୁସାରେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବୁ, ପୁଣି ବିନାଶ ହୋଇଯିବ । ବହୁତ ପୁରୁଷାର୍ଥ କରିବାକୁ ହେବ ଯାହାଦ୍ୱାରା ଆମେ ଆତ୍ମାମାନେ ସତ୍ତ୍ୱପ୍ରଧାନ ହୋଇଯିବୁ । ବାବାଙ୍କର ଶ୍ରୀମତରେ ଚାଲିବାକୁ ହେବ, ସେମାନେ ଶ୍ରୀମତ ଭଗବତ ଗୀତା କହୁଛନ୍ତି, କେତେ ବଡ ମହିମା କରୁଛନ୍ତି । ଦେବତାମାନଙ୍କର ମଧ୍ୟ ମହିମା ଗାନ କରୁଛନ୍ତି - ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ... ବାବା ହିଁ ଆସି ସମ୍ପୂର୍ଣ୍ଣ ପାବନ କରାଉଛନ୍ତି । ଯେବେ ସମ୍ପୂର୍ଣ୍ଣ ପତିତ ଦୁନିଆ ହେଉଛି, ତେବେ ଯାଇ ବାବା ଆସି ସମ୍ପୂର୍ଣ୍ଣ ପାବନ ଦୁନିଆ କରାଉଛନ୍ତି । ସମସ୍ତେ କହୁଛନ୍ତି ଆମେ ଭଗବାନଙ୍କର ସନ୍ତାନ ତେବେ ନିଶ୍ଚୟ ସ୍ୱର୍ଗର ସମ୍ପତ୍ତି ମିଳିବା ଉଚିତ୍ । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଏବେ ଆମେ ଭାଇ-ଭଉଣୀ ହେଉଛୁ । କଳ୍ପ ପୂର୍ବରୁ ମଧ୍ୟ ବାବା ଆସିଥିଲେ, ଶିବଜୟନ୍ତୀ ପାଳନ କରୁଛନ୍ତି । ନିଶ୍ଚୟ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଥିବେ । ବାବାଙ୍କ ପାଖରେ ପ୍ରତିଜ୍ଞା କରୁଛନ୍ତି - ବାବା ଆମେ ପରସ୍ପର ସାଥି ହୋଇ ପବିତ୍ର ରହୁଛୁ । ଆପଣଙ୍କ ନିର୍ଦ୍ଦେଶରେ ପରିଚାଳିତ ହେଉଛୁ । କୌଣସି ବଡ କଥା ନୁହେଁ । ବର୍ତ୍ତମାନ ଏହା ଅନ୍ତିମ ଜନ୍ମ ଅଟେ, ଏହି ମୃତ୍ୟୁଲୋକ ବିନାଶ ହୋଇଯିବ । ଏବେ ତୁମେ ବୁଦ୍ଧିମାନ ହେଉଛ । କେହି ନିଜକୁ ଭଗବାନ କହିଲେ, ତୁମେ କହିବ ଭଗବାନ ତ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ଇଏ ପୁଣି ନିଜକୁ କିପରି ଭଗବାନ ବୋଲାଇ ପାରିବେ । କିନ୍ତୁ ବୁଝୁଛନ୍ତି ଯେ ଏହା ଡ୍ରାମାର ଖେଳ ଅଟେ ।

ବାବା ତୁମକୁ ସ୍ୱଦର୍ଶନ ଚକ୍ରଧାରୀ କରାଉଛନ୍ତି । ବାବା କହୁଛନ୍ତି ଏବେ ସେବାରେ ତତ୍ପର ରୁହ । ଘରେ-ଘରେ ପ୍ରଦର୍ଶନୀ ଲଗାଅ । ଏହାଠାରୁ ମହାନ୍ ପୁଣ୍ୟ କର୍ମ ଆଉ କିଛି ନାହିଁ । କାହାକୁ ବାବାଙ୍କର ପରିଚୟ ଦେବା, ଏହାଠାରୁ ବଳି ଦାନ ଆଉ କିଛି ନାହିଁ । ବାବା କହୁଛନ୍ତି କେବଳ ମୋତେ ମନେ ପକାଇଲେ ପାପ ନାଶ ହେବ । ବାବାଙ୍କୁ ଏଥିପାଇଁ ଡାକୁଛନ୍ତି ହେ ପତିତ-ପାବନ, ମୁକ୍ତିଦାତା, ପଥପ୍ରଦର୍ଶକ ଆସ । ତୁମର ନାମ ମଧ୍ୟ ପାଣ୍ଡବ ଗାୟନ ରହିଛି । ବାବା ମଧ୍ୟ ପଣ୍ଡା ଅଟନ୍ତି । ସମସ୍ତ ଆତ୍ମାଙ୍କୁ ନେଇଯିବେ । ସେମାନେ ହେଲେ ଶାରୀରିକ ପଣ୍ଡା ବୋଲି । ଇଏ ହେଲେ ଆତ୍ମିକ ପଣ୍ଡା । ତାହା ହେଲା ଶରୀର ସହ ଯାତ୍ରା, ଏହା ହେଲା ଆତ୍ମାର ଯାତ୍ରା । ସତ୍ୟଯୁଗରେ ଭକ୍ତି ମାର୍ଗ ଭଳି ଶରୀର ସହ ତୀର୍ଥଯାତ୍ରା ହେବ ନାହିଁ । ସେଠାରେ ତୁମେ ପୂଜ୍ୟ ହେଉଛ । ଏବେ ବାବା ତୁମକୁ କେତେ ବୁଦ୍ଧିମାନ କରାଉଛନ୍ତି । ତେଣୁ ବାବାଙ୍କ ମତରେ ଚାଲିବା ଦରକାର ନା । କୌଣସି ବି ସନ୍ଦେହ ଥିଲେ ପଚାରିବା ଉଚିତ୍ । ଏବେ ବାବା କହୁଛନ୍ତି ମଧୁର ସନ୍ତାନମାନେ ଦେହୀ-ଅଭିମାନୀ ହୁଅ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ତୁମେ ମୋର ଗେହ୍ଲା ସନ୍ତାନ ଅଟ ନା । ଅଧାକଳ୍ପର ତୁମେ ହେଉଛ ପ୍ରେମିକା । ଏକ ବାବାଙ୍କର ଢେର ନାମ ରଖିଦେଇଛନ୍ତି, କେତେ ନାମ, କେତେ ମନ୍ଦିର ତିଆରି କରୁଛନ୍ତି । ମୁଁ ତ ଜଣେ ଅଟେ ନା । ମୋର ନାମ ହେଉଛି ଶିବ । ମୁଁ ୫ ହଜାର ବର୍ଷ ପୂର୍ବରୁ ଭାରତକୁ ହିଁ ଆସିଥିଲି । ପିଲାମାନଙ୍କୁ ପୋଷ୍ୟ କରିଥିଲି । ଏବେ ମଧ୍ୟ ପୋଷ୍ୟ କରୁଛି । ବ୍ରହ୍ମାଙ୍କ ସନ୍ତାନ ହୋଇଥିବା କାରଣରୁ ତୁମେ ନାତି-ନାତୁଣୀ ହୋଇଗଲ । ଏଠାରେ ଆତ୍ମାକୁ ହିଁ ସମ୍ପତ୍ତି ମିଳୁଛି । ସେଥିରେ ଭାଇ-ଭଉଣୀର ପ୍ରଶ୍ନ ଉଠୁ ନାହିଁ । ଆତ୍ମା ହିଁ ପାଠ ପଢୁଛି, ସମ୍ପତ୍ତି ନେଉଛି । ସମସ୍ତଙ୍କର ହକ ରହିଛି । ତୁମେ ଏହି ପୁରୁଣା ଦୁନିଆରେ ଯାହା କିଛି ଦେଖୁଛ ଏ ସବୁ ବିନାଶ ହୋଇଯିବ । ମହାଭାରତ ଲଢେଇ ମଧ୍ୟ ହେବ । ବେହଦର ବାବା ବେହଦର ସମ୍ପତ୍ତି ଦେଉଛନ୍ତି । ବେହଦର ଜ୍ଞାନ ଶୁଣାଉଛନ୍ତି । ତେଣୁ ତ୍ୟାଗ ମଧ୍ୟ ବେହଦର ଆବଶ୍ୟକ । ତୁମେ ଜାଣିଛ କଳ୍ପ ପୂର୍ବରୁ ମଧ୍ୟ ବାବା ରାଜଯୋଗ ଶିଖାଇଥିଲେ । ରାଜସ୍ୱ ଅଶ୍ୱମେଧ ଯଜ୍ଞ ରଚନା କରିଥିଲେ ପୁଣି ରାଜତ୍ୱ ପାଇଁ ସତ୍ୟଯୁଗୀ ନୂଆ ଦୁନିଆର ନିଶ୍ଚୟ ଆବଶ୍ୟକ । ପୁରୁଣା ଦୁନିଆର ବିନାଶ ମଧ୍ୟ ହୋଇଥିଲା । ଏହା ୫ ହଜାର ବର୍ଷର କଥା ଅଟେ ନା । ଏହି ଲଢେଇ ଲାଗିଥିଲା, ଯାହା ଦ୍ୱାରା ସ୍ୱର୍ଗର ଗେଟ୍ ଖୋଲିଥିଲା । ବୋର୍ଡ ଉପରେ ମଧ୍ୟ ଲେଖି ଦିଅ -ସ୍ୱର୍ଗର ଦ୍ୱାର କିପରି ଖୋଲୁଛି ଆସି ବୁଝ । ତୁମେ ବୁଝାଇ ନ ପାରିଲେ ଅନ୍ୟକୁ ଡାକିପାର । ପୁଣି ଧିରେ ଧିରେ ବୃଦ୍ଧି ହୋଇ ଚାଲିବ । ତୁମେ କେତେ ଢେର ବ୍ରାହ୍ମଣ-ବ୍ରାହ୍ମଣୀ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ । ତୁମକୁ ଶିବବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ସେ ହିଁ ସମସ୍ତଙ୍କର ପିତା ଅଟନ୍ତି । ଏହି କଥାକୁ ତ ବୁଦ୍ଧିରେ ଭଲ ଭାବରେ ମନେ ରଖିବାକୁ ହେବ - ଆମେ ବ୍ରାହ୍ମଣ ପୁଣି ଦେବତା ହେଉଛୁ । ଆମେ ହିଁ ଦେବତା ଥିଲୁ ପୁଣି ଚକ୍ର ଲଗାଇଲୁ । ଆମେ ଏବେ ବ୍ରାହ୍ମଣ ହୋଇଛୁ ପୁଣି ବିଷ୍ଣୁପୁରୀକୁ ଯିବୁ । ଜ୍ଞାନ ହେଉଛି ବହୁତ ସହଜ । କିନ୍ତୁ କୋଟିକରେ କେହି ଜଣେ ବୁଝୁଛନ୍ତି । ପ୍ରଦର୍ଶନୀକୁ କେତେ ଢେର ଆସୁଛନ୍ତି, କେହି କେହି ମୁସ୍‌କିଲ୍‌ରେ ବୁଝୁଛନ୍ତି, କେହି ତ କେବଳ ମହିମା ହିଁ କରୁଛନ୍ତି - ବହୁତ ଭଲ, ଆମେ ଆସିବୁ । ବିରଳ କେହି ୭ ଦିନର କୋର୍ସ କରୁଛନ୍ତି । ୭ ଦିନର କଥା ମଧ୍ୟ କ’ଣ । ଗୀତା ପାଠ ମଧ୍ୟ ୭ ଦିନ ରଖୁଛନ୍ତି । ୭ ଦିନ ତୁମକୁ ମଧ୍ୟ ଭଟ୍ଟୀରେ ରହିବାକୁ ପଡିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବା ଦ୍ୱାରା ସାରା ଆବର୍ଜନା ବାହାରିଯିବ । ଅଧାକଳ୍ପର ଦେହ-ଅଭିମାନର ବେମାରୀ ରହିଛି, ତାକୁ ବାହାର କରିବାକୁ ହେବ । ଦେହୀ-ଅଭିମାନୀ ହେବାକୁ ପଡିବ । ୭ ଦିନର କୋର୍ସ କୌଣସି ବଡ କଥା ନୁହେଁ । କାହାକୁ ଏକ ସେକେଣ୍ଡରେ ମଧ୍ୟ ହୃଦୟକୁ ଛୁଇଁଯିବ । ଡେରିରେ ଆସିଲେ ମଧ୍ୟ ଆଗକୁ ଯାଇ ପାରିବେ । କହିବେ ଆମେ ରେସ୍ (ପ୍ରତିଯୋଗିତା) କରି ବାବାଙ୍କଠାରୁ ସମ୍ପତ୍ତି ନେଇଯିବୁ । କେତେକ ସନ୍ତାନ ତ ପୁରୁଣାଙ୍କଠାରୁ ମଧ୍ୟ ଆଗକୁ ଚାଲିଯାଉଛନ୍ତି, କାହିଁକି ନା ଭଲ-ଭଲ ଜ୍ଞାନର ପଏଣ୍ଟ, ପ୍ରସ୍ତୁତ ହୋଇ ମିଳୁଛି । ପ୍ରଦର୍ଶନୀ ଆଦି ବୁଝାଇବାରେ କେତେ ସହଜ ହେଉଛି । ନିଜେ ନ ବୁଝାଇ ପାରିଲେ ଭଉଣୀଙ୍କୁ ଡାକ । ପ୍ରତ୍ୟହ ଆସି ଜ୍ଞାନ ଶୁଣାଇ ଯାଆନ୍ତୁ । ୫ ହଜାର ବର୍ଷ ପୂର୍ବରୁ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଯାହାକି ୧୨୫୦ ବର୍ଷ ଚାଲିଲା । କେତେ ଛୋଟ କାହାଣୀ ଅଟେ । ଆମେ ହିଁ ଦେବତା ଥିଲୁ ପୁଣି ଆମେ ହିଁ କ୍ଷତ୍ରୀୟ, ବୈଶ୍ୟ, ଶୂଦ୍ର ହେଲୁ । ଆମେ ଆତ୍ମା ପୁଣି ବ୍ରାହ୍ମଣ ହେଲୁ, ହମ୍ ସୋର ଅର୍ଥ ବାବା କେତେ ଯୁକ୍ତିଯୁକ୍ତ ଭାବେ ବୁଝାଉଛନ୍ତି । ବିଷ୍ଣୁଙ୍କର ବିରାଟ ରୂପରେ ବ୍ରାହ୍ମଣଙ୍କୁ ଏବଂ ଶିବବାବାଙ୍କୁ ରଖି ନାହାଁନ୍ତି । ଅର୍ଥ କିଛି ହେଲେ ବୁଝିନାହାଁନ୍ତି । ଏବେ ତୁମକୁ ବାବାଙ୍କୁ ମନେ ପକାଇବାର ମେହନତ କରିବାକୁ ହେବ । ଆଉ କୌଣସିଥିରେ ସନ୍ଦେହ କରିବା ଅନୁଚିତ୍ । ବିକର୍ମାଜିତ୍ ହୋଇ ଉଚ୍ଚ ପଦ ପାଇବାକୁ ହେଲେ ଏହି ଚିନ୍ତନକୁ ବନ୍ଦ କରିବାକୁ ହେବ ଯେ ଏହା କାହିଁକି ହେଉଛି, ଇଏ ଏପରି କାହିଁକି କରୁଛି । ଏହି ସବୁ କଥାକୁ ଛାଡି ଗୋଟିଏ ଚିନ୍ତନ ରହୁ ଯେ ମୋତେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଯେତେ ବାବାଙ୍କୁ ମନେ ପକାଇବା ସେତେ ବିକର୍ମାଜିତ୍ ହୋଇ ଉଚ୍ଚ ପଦ ପାଇବା । ବାକି ଫାଲତୁ କଥା ଶୁଣି ନିଜର ମୁଣ୍ଡ ଖରାପ କରିବା ଅନୁଚିତ୍ । ସବୁ କଥାରୁ ଗୋଟିଏ କଥା ହେଲା ମୁଖ୍ୟ - ବାବାଙ୍କୁ କେବେ ଭୁଲ ନାହିଁ । କାହା ସହିତ ଫାଲତୁରେ ସମୟ ନଷ୍ଟ କର ନାହିଁ । ତୁମର ସମୟ ବହୁତ ମୂଲ୍ୟବାନ ଅଟେ । ତୋଫାନକୁ ଡର ନାହିଁ । ବହୁତ କଷ୍ଟ ଆସିବ, କ୍ଷତି ମଧ୍ୟ ହେବ । କିନ୍ତୁ ବାବାଙ୍କୁ କେବେ ହେଲେ ଭୁଲିଯିବା ଅନୁଚିତ୍ । ୟାଦ ଦ୍ୱାରା ହିଁ ପବିତ୍ର ହେବ, ପୁରୁଷାର୍ଥ କରି ଉଚ୍ଚ ପଦ ପାଇବାକୁ ପଡିବ । ଏହି ବୁଢା ବାବା ଏତେ ଉଚ୍ଚ ପଦ ପାଉଛନ୍ତି, ଆମେ କାହିଁକି ନ ହେବୁ, ଏହା ମଧ୍ୟ ପାଠପଢା ଅଟେ ନା । ତୁମକୁ ଏଥିପାଇଁ କୌଣସି ପୁସ୍ତକ ଇତ୍ୟାଦି ପଢିବାର ଆବଶ୍ୟକତା ନାହିଁ । ବୁ୍‌ଦ୍ଧିରେ ସମ୍ପୂର୍ଣ୍ଣ କାହାଣୀ ରହିଛି । କେତେ ଛୋଟ କାହାଣୀ ଅଟେ । ଏକ ସେକେଣ୍ଡର କଥା । ଜୀବନମୁକ୍ତି ଏକ ସେକେଣ୍ଡରେ ମିଳୁଛି । ମୂଳ କଥା ହେଉଛି ବାବାଙ୍କୁ ମନେ ପକାଅ । ବାବା ଯିଏକି ତୁମକୁ ବିଶ୍ୱର ମାଲିକ କରାଉଛନ୍ତି ତାଙ୍କୁ ତୁମେ ଭୁଲିଯାଉଛ! କହୁଛନ୍ତି, ସମସ୍ତେ କ’ଣ ରାଜା ହେବେ! ଆରେ ତୁମେ ସମସ୍ତଙ୍କ ଚିନ୍ତା କାହିଁକି କରୁଛ? ସ୍କୁଲ୍‌ରେ ଏପରି କ’ଣ କେହି ଭାବନ୍ତି କି ସମସ୍ତେ କ’ଣ ବୃତ୍ତି ପାଇବେ କି? ପାଠପଢିବାରେ ଲାଗିପଡନ୍ତି ନା । ପ୍ରତ୍ୟେକଙ୍କର ପୁରୁଷାର୍ଥରୁ ବୁଝାଯାଏ ଯେ ଇଏ କି ପଦ ପାଇବେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବର୍ତ୍ତମାନ ସମୟ ବହୁତ ମୂଲ୍ୟବାନ୍ ଅଟେ, ଏହାକୁ ଫାଲତୁ କଥାରେ ନଷ୍ଟ କରିବାର ନାହିଁ । ଯେତେ ବି ତୋଫାନ ଆସୁ, କ୍ଷୟ-କ୍ଷତି ହେଉ କିନ୍ତୁ ବାବାଙ୍କ ସ୍ମୃତିରେ ରହିବାକୁ ହେବ ।

(୨) ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ହିଁ ଚିନ୍ତନ କରିବାକୁ ହେବ, ଅନ୍ୟ କୌଣସି ଚିନ୍ତନ ନ ଚାଲୁ । ‘ହମ ସୋ ସୋ ହମ୍‌’ର ଛୋଟିଆ କାହାଣୀକୁ ବହୁତ ଭଲ ଭାବରେ ବୁଝି ଅନ୍ୟକୁ ବୁଝାଇବାକୁ ହେବ ।

ବରଦାନ:-
ମଗନ ଅବସ୍ଥାର ଅନୁଭବ ଦ୍ୱାରା ମାୟାକୁ ନିଜର ଭକ୍ତ କରୁଥିବା ମାୟାଜିତ୍ ହୁଅ ।

ମଗନ ଅବସ୍ଥାର ଅନୁଭବ କରିବା ପାଇଁ ହେଲେ ନିଜର ଅନେକ ଗୁଡିଏ ସ୍ୱମାନକୁ ବା ସ୍ୱରୂପକୁ, ଅନେକ ପ୍ରକାରର ଗୁଣର ଶୃଙ୍ଗାରକୁ, ଅନେକ ପ୍ରକାରର ଖୁସିର, ଆତ୍ମିକ ନିଶାର, ରଚୟିତା ଏବଂ ରଚନାର ଜ୍ଞାନର ବିସ୍ତାରର ପଏଣ୍ଟ ଗୁଡିକୁ, ପ୍ରାପ୍ତିର ପଏଣ୍ଟ ଗୁଡିକୁ ସ୍ମୃତିରେ ରଖିବାକୁ ହେବ । ଏହା ମଧ୍ୟରୁ ଯାହା ତୁମକୁ ପସନ୍ଦ ଅଟେ ତା’ ଉପରେ ମନନ କର, ତେବେ ମଗନ ଅବସ୍ଥାର ସହଜରେ ଅନୁଭବ ହେବ । ଆଉ କେବେ ବି ପରବଶ ହେବ ନାହିଁ, ମାୟା ତୁମକୁ ସଦାକାଳ ପାଇଁ ନମସ୍କାର କରିବ । ସଂଗମଯୁଗର ପ୍ରଥମ ଭକ୍ତ ମାୟା ହୋଇଯିବ କିନ୍ତୁ ତୁମେ ଯଦି ମାୟାଜିତ୍ ମାଷ୍ଟର ଭଗବାନ ହୋଇଯିବ ତେବେ ଯାଇ ମାୟା ତୁମର ଭକ୍ତ ହେବ ।

ସ୍ଲୋଗାନ:-
ଯଦି ତୁମର ଉଚ୍ଚାରଣ ଅର୍ଥାତ୍ ବାଣୀ ଏବଂ ଆଚରଣ ଅର୍ଥାତ୍ କାର୍ଯ୍ୟକଳାପ ବ୍ରହ୍ମାବାବାଙ୍କ ସମାନ ହେବ ତେବେ କୁହାଯିବ ସଚ୍ଚା ବ୍ରାହ୍ମଣ ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ନିରନ୍ତର ବାବାଙ୍କର ସ୍ମୃତିରେ ରହିବାର ସହଜ ସାଧନ ହେଲା - ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥ ଭିତରେ ରହି ପର-ବୃତ୍ତିରେ ରହିବା । ପର-ବୃତ୍ତି ଅର୍ଥାତ୍ ଆତ୍ମିକ ରୂପ । ଏହିଭଳି ଆତ୍ମିକ ରୂପରେ ରହୁଥିବା ଆତ୍ମା ସର୍ବଦା ସମସ୍ତଙ୍କ ଠାରୁ ନିଆରା ଏବଂ ବାବାଙ୍କର ପ୍ରିୟ ହୋଇଥିବ । ସେ ଯାହା ବି କରିବ ତାକୁ ଏଭଳି ଅନୁଭବ ହେବ ଯେପରି କୌଣସି କାମ କରୁ ନାହିଁ, ଖେଳ ଖେଳୁଛି । ତାଙ୍କର ଆତ୍ମିକ ଦୃଷ୍ଟିର ନୟନ, ଆତ୍ମିକ ଚେହେରା ବା ମୂର୍ତ୍ତି ଏଭଳି ଦିବ୍ୟ ଦର୍ପଣ ହୋଇଯିବ ଯେଉଁ ଦର୍ପଣ ଦ୍ୱାରା ପ୍ରତ୍ୟେକ ଆତ୍ମା ବିନା ମେହନତରେ ଆତ୍ମିକ ସ୍ୱରୂପ ହିଁ ଦେଖିବେ ।