04.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଜ୍ଞାନ
ସାଗର ବାବା ତୁମକୁ ଜ୍ଞାନର ତୃତୀୟ ନେତ୍ର ଦେବା ପାଇଁ ଆସିଛନ୍ତି, ଯାହାଦ୍ୱାରା ଆତ୍ମାର ଜ୍ୟୋତି
ଜାଗ୍ରତ ହୋଇଯାଉଛି” ।
ପ୍ରଶ୍ନ:-
ବାବାଙ୍କୁ କରି
କରାଇଲାବାଲା କାହିଁକି କୁହାଯାଇଛି? ସିଏ କ’ଣ କରିଥାନ୍ତି ଏବଂ କ’ଣ କରାଇଥାନ୍ତି?
ଉତ୍ତର:-
ବାବା କହୁଛନ୍ତି ମୁଁ ତୁମ ସନ୍ତାନମାନଙ୍କୁ ମୁରଲୀ ଶୁଣାଇବାର କାର୍ଯ୍ୟ କରୁଛି । ମୁରଲୀ ଶୁଣାଉଛି,
ମନ୍ତ୍ର ଦେଉଛି, ତୁମକୁ ଯୋଗ୍ୟ କରୁଛି ଏବଂ ତୁମ ଦ୍ୱାରା ହିଁ ସ୍ୱର୍ଗର ଉଦ୍ଘାଟନ କରାଉଛି । ତୁମେ
ପୈଗମ୍ବର (ସନ୍ଦେଶବାହକ) ହୋଇ ସମସ୍ତଙ୍କୁ ମୋର ସନ୍ଦେଶ ଦେଉଛ । ମୁଁ ତୁମ ସନ୍ତାନମାନଙ୍କୁ
ନିର୍ଦ୍ଦେଶ (ଶ୍ରୀମତ) ଦେଉଛି, ଏହା ହିଁ ମୋର କୃପା ବା ଆଶୀର୍ବାଦ ।
ଗୀତ:-
କୌନ ଆଜ ଆୟା
ସବେରେ ସବେରେ....
ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଆମ ପିଲାମାନଙ୍କୁ ଜାଗ୍ରତ କରିବା ପାଇଁ ସକାଳୁ ସକାଳୁ କିଏ ଆସିଛନ୍ତି
- ଯାହା ଦ୍ୱାରା କି ଆମର ଜ୍ଞାନର ତୃତୀୟ ନେତ୍ର ଏକଦମ୍ ଖୋଲିଗଲା? ଜ୍ଞାନର ସାଗର, ପରମପିତା
ପରମାତ୍ମାଙ୍କ ଦ୍ୱାରା ଆମର ଜ୍ଞାନର ତୃତୀୟ ନେତ୍ର ଖୋଲି ଯାଇଛି । କହୁଛନ୍ତି ମଧ୍ୟ ବାବା
ଜ୍ୟୋତିକୁ ଜାଗ୍ରତ କରିଥା’ନ୍ତି । କିନ୍ତୁ ସିଏ ଆମର ପିତା - ଏକଥା କେହି ଜାଣିନାହାଁନ୍ତି ।
ବ୍ରହ୍ମ ସମାଜୀମାନେ କହୁଛନ୍ତି ସିଏ ଶମା (ଦୀପର ଶିଖା) ସଦୃଶ ଅଟନ୍ତି, ଜ୍ୟୋତି ଅଟନ୍ତି ।
ମନ୍ଦିରରେ ସବୁବେଳେ ସେମାନେ ଜ୍ୟୋତି ହିଁ ଜାଗ୍ରତ କରି ରଖିଥାନ୍ତି କାହିଁକି ନା ସେମାନେ
ପରମାତ୍ମାଙ୍କୁ ଜ୍ୟୋତିସ୍ୱରୂପ ବୋଲି ମାନିଥାନ୍ତି, ସେଥିପାଇଁ ତାଙ୍କର ମନ୍ଦିରରେ ସଦା ସର୍ବଦା
ଦୀପ ଜଳାଇ ରଖିଥାନ୍ତି । ତେବେ ଏହି ବାବା ଦିଆସିଲି କାଠି ଦ୍ୱାରା କୌଣସି ଦୀପ ଜଳାଉ ନାହାଁନ୍ତି
। ଏହା ତ ବିଲ୍କୁଲ୍ ଅଲଗା କଥା । ଗାୟନ ମଧ୍ୟ କରିଥାନ୍ତି - ଈଶ୍ୱରଙ୍କର ଗତି ମତ ସମସ୍ତଙ୍କଠାରୁ
ଅଲଗା । ତୁମେ ପିଲାମାନେ ଏବେ ଜାଣୁଛ ଯେ ବାବା ସଦଗତି ଦେବା ପାଇଁ ଏଠାକୁ ଆସି ଜ୍ଞାନ ଯୋଗ
ଶିଖାଉଛନ୍ତି । ଶିଖାଇବାବାଲା ତ ନିଶ୍ଚିତ ଦରକାର ନା । ଶରୀର ତ ଶିଖାଇବ ନାହିଁ । ଆତ୍ମା ହିଁ ସବୁ
କିଛି କରୁଛି । ଆତ୍ମାରେ ହିଁ ଭଲ ବା ମନ୍ଦ ସଂସ୍କାର ରହିଥାଏ । ଏହି ସମୟରେ ରାବଣର ପ୍ରବେଶତା
କାରଣରୁ ମନୁଷ୍ୟମାନଙ୍କର ସଂସ୍କାର ମଧ୍ୟ ଖରାପ ହୋଇଯାଇଛି ଅର୍ଥାତ୍ ୫ ବିକାରର ପ୍ରବେଶତା ହୋଇଛି
। ଦେବତାମାନଙ୍କ ଭିତରେ ଏହି ୫ ବିକାର ନ ଥାଏ । ଭାରତରେ ଯେତେବେଳେ ଦୈବୀ ସ୍ୱରାଜ୍ୟ ଥିଲା
ସେତେବେଳେ ଏହି ଖରାପ ସଂସ୍କାର ସବୁ ନ ଥିଲା । ସର୍ବଗୁଣ ସମ୍ପନ୍ନ ଥିଲେ, ଦେବୀ ଦେବତାମାନଙ୍କର
କେତେ ଭଲ ସଂସ୍କାର ଥିଲା, ଯାହାକୁ ଏବେ ତୁମେ ଧାରଣ କରୁଛ । ବାବା ହିଁ ଆସି ଗୋଟିଏ ସେକେଣ୍ଡରେ
ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି । ବାକି ଗୁରୁ ଗୋସାଇଁ ଆଦିଙ୍କର କଥା ତ ଭକ୍ତିମାର୍ଗରେ ଚାଲି
ଆସିଛି, ଯିଏକି ଜଣଙ୍କର ମଧ୍ୟ ଗତି-ସଦ୍ଗତି କରିପାରିବେ ନାହିଁ । ବାବାଙ୍କ ଆସିବା ଦ୍ୱାରା ହିଁ
ସମସ୍ତଙ୍କର ସଦ୍ଗତି ହୋଇଥାଏ । ପରମପିତା ପରମାତ୍ମାଙ୍କୁ ଏଇଥିପାଇଁ ଡାକୁଛନ୍ତି ଯେ ଆସି ପତିତ
ଦୁନିଆର ବିନାଶ କରି ପାବନ ଦୁନିଆର ଉଦ୍ଘାଟନ କର ବା ଦୁଆର ଖୋଲ । ବାବା ଆସି ଶିବଶକ୍ତି
ମାତାମାନଙ୍କ ଦ୍ୱାରା ଦୁଆର ଖୋଲାଉଛନ୍ତି । ବନ୍ଦେ ମାତରମ୍ ଗାୟନ କରାଯାଉଛି । ଏହି ସମୟରେ କୌଣସି
ବି ମାତା (ନାରୀ)ର ବନ୍ଦନା ହେଉନାହିଁ କାରଣ କେହି ବି ଶ୍ରେଷ୍ଠାଚାରୀ ମାତା ନାହାଁନ୍ତି ।
ଶ୍ରେଷ୍ଠାଚାରୀ ସେହିମାନଙ୍କୁ କୁହାଯାଏ ଯିଏ ଯୋଗବଳ ଦ୍ୱାରା ଜନ୍ମ ନେଇଥାନ୍ତି ।
ଲକ୍ଷ୍ମୀ-ନାରାୟଣଙ୍କୁ ଶ୍ରେଷ୍ଠାଚାରୀ କୁହାଯାଉଛି । ଯେତେବେଳେ ଭାରତରେ ଦେବୀ-ଦେବତା ଥିଲେ
ସେତେବେଳେ ଭାରତ ଶ୍ରେଷ୍ଠାଚାରୀ ଥିଲା । ଏହି ସବୁ କଥାକୁ ମନୁଷ୍ୟ ତ ଜାଣି ହିଁ ନାହାଁନ୍ତି ।
ସେମାନେ ନିଜ ନିଜର ଯୋଜନା ସବୁ କରି ଚାଲିଛନ୍ତି । ଗାନ୍ଧିଜୀ ମଧ୍ୟ ରାମରାଜ୍ୟ ଚାହୁଁଥିଲେ, ଏଥିରୁ
ପ୍ରମାଣିତ ହେଉଛି ଯେ ଏହା ରାବଣ ରାଜ୍ୟ ଅଟେ । ଭାରତ ପତିତ ଅଟେ । କିନ୍ତୁ ରାମରାଜ୍ୟ ସ୍ଥାପନ
କରିବା ପାଇଁ ତ ବେହଦର (ସାରା ବିଶ୍ୱର) ବାପୁଜୀ ଦରକାର, ଯିଏକି ରାମରାଜ୍ୟର ସ୍ଥାପନା ଏବଂ ରାବଣ
ରାଜ୍ୟର ବିନାଶ କରିବେ । ପିଲାମାନେ ଜାଣିଛନ୍ତି ରାବଣ ରାଜ୍ୟରେ ଏବେ ନିଆଁ ଲାଗିବ । ସମସ୍ତ
ଆତ୍ମାମାନେ ଅଜ୍ଞାନ ଅନ୍ଧକାରରେ ଶୋଇ ରହିଛନ୍ତି । ତୁମେ ଜାଣିଛ ଆମେମାନେ ମଧ୍ୟ ଶୋଇ ପଡିଥିଲେ,
ବାବା ଆସି ଜାଗ୍ରତ କରିଛନ୍ତି । ଭକ୍ତିର ରାତି ଏବେ ଶେଷ ହୋଇ ଦିନ ଆରମ୍ଭ ହେବାକୁ ଯାଉଛି । ରାତି
ପୁରା ହୋଇ ଏବେ ଦିନ ହେଉଛି । ବାବା ସଂଗମ (ମଝି ସମୟ)ରେ ଆସିଛନ୍ତି । ପିଲାମାନଙ୍କୁ ଦିବ୍ୟଦୃଷ୍ଟି
ଏବଂ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମେ ସାରା ବିଶ୍ୱକୁ ଜାଣିଯାଇଛ । ତୁମ
ବୁଦ୍ଧିରେ ପକ୍କା ହୋଇଯାଇଛି ଯେ ଏହା ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ, ଯାହାକି ଘୂରି
ଚାଲିଛି । ଏବେ ତୁମେ କେତେ ଜାଗ୍ରତ ହୋଇଯାଇଛ, ସାରା ଦୁନିଆ ଶୋଇ ରହିଛି ।
ଏବେ ତୁମ ପିଲାମାନଙ୍କୁ ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତ, ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନ
ବିଷୟରେ ଜଣାଅଛି । ବାକି ସାରା ଦୁନିଆ କୁମ୍ଭକର୍ଣ୍ଣର ଅଜ୍ଞାନ ନିଦ୍ରାରେ ଶୋଇ ରହିଛି । ଏକଥା
କାହାକୁ ଜଣା ନାହିଁ ଯେ ପତିତ ପାବନ କିଏ । ଡାକୁଛନ୍ତି ହେ ପତିତ ପାବନ ଆସ । ଏ କଥା
କହୁନାହାଁନ୍ତି ଯେ ଏଠାକୁ ଆସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ଶୁଣାଅ । ବାବା କହୁଛନ୍ତି -
ତୁମେ ଏହି ସୃଷ୍ଟିଚକ୍ରକୁ ବୁଝିଥିବା କାରଣରୁ ହିଁ ଚକ୍ରବର୍ତ୍ତୀ ରାଜା ହେଉଛ । ବାବାଙ୍କ ସ୍ମୃତି
ଦ୍ୱାରା ହିଁ ପାବନ ହେଉଛ । ଏକଥା ମଧ୍ୟ ଜାଣିଛ ଯେ ବିନାଶ ସମ୍ମୁଖରେ ଦଣ୍ଡାୟମାନ, ଯୁଦ୍ଧ ମଧ୍ୟ
ହେବାର ଅଛି । ବାକି କୌରବ, ପାଣ୍ଡବ ମାନଙ୍କ ମଧ୍ୟରେ କୌଣସି ଯୁଦ୍ଧ ହୋଇ ନାହିଁ । ପାଣ୍ଡବ କିଏ
ଥିଲେ! ଏକଥା ମଧ୍ୟ କାହାକୁ ଜଣା ନାହିଁ । ସେନାବାହିନୀ ଆଦିର ତ କୌଣସି କଥା ହିଁ ନାହିଁ । ତୁମ
ପକ୍ଷରେ ଅଛନ୍ତି ସାକ୍ଷାତ୍ ପାରଲୌକିକ ପରମପିତା । ସେହି ପିତାଙ୍କ ଠାରୁ ହିଁ ସମ୍ପତ୍ତି ମିଳିଥାଏ
। ତୁମେ ଜାଣିଯାଇଛ ଯେ ଶ୍ରୀକୃଷ୍ଣଙ୍କର ଆତ୍ମା ୮୪ ଜନ୍ମ ଭୋଗ କରି ଏବେ ପୁଣି ବାବାଙ୍କଠାରୁ
ସମ୍ପତ୍ତି ନେଉଛି । ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି । ଏବେ ତୁମ ପିଲାମାନଙ୍କୁ
ବିନାଶ ପୂର୍ବରୁ ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡିବ । ଘର ଗୃହସ୍ଥରେ ରହି କମଳପୁଷ୍ପ ସମାନ
ପବିତ୍ର ହୋଇ ରହିବାକୁ ହେବ । ଗାୟନ ମଧ୍ୟ ଅଛି ଭଗବାନଉବାଚ, ଘରଗୃହସ୍ଥରେ ରହି ଏହି ଗୋଟିଏ ଜନ୍ମ
ପବିତ୍ର ରୁହ । ଯାହା ବିତିଯାଇଛି ତାକୁ ଭୁଲିଯାଅ । ଏହା ତ ଡ୍ରାମାରେ ନିଧାର୍ଯ୍ୟ ଅଛି ।
ସୃଷ୍ଟିକୁ ସତ୍ତ୍ୱପ୍ରଧାନ ହେବାର ହିଁ ଅଛି, ଏହା ଡ୍ରାମାରେ ନିଧାର୍ଯ୍ୟ । ଈଶ୍ୱରଙ୍କର ଇଚ୍ଛା
ନୁହେଁ, ଡ୍ରାମାର ନିଧାର୍ଯ୍ୟ ସେହିଭଳି ରହିଛି । ଯାହାଙ୍କୁ ବାବା ଆସି ବୁଝାଉଛନ୍ତି । ଅଧାକଳ୍ପ
ଯେତେବେଳେ ଶେଷ ହେଉଛି ସେତେବେଳେ ବାବା ଆସୁଛନ୍ତି । ବାବା କହୁଛନ୍ତି - ଯେତେବେଳେ ରାତ୍ରି ଶେଷ
ହୋଇ ଦିନ ଆରମ୍ଭ ହେବାକୁ ଯାଉଛି ସେତେବେଳେ ହିଁ ମୁଁ ଆସୁଛି । ଶିବରାତ୍ରୀ ମଧ୍ୟ କହୁଛନ୍ତି ନା ।
ଶିବଙ୍କର ପୂଜାରୀ ଶିବରାତ୍ରୀକୁ ମାନିଥାନ୍ତି । ସରକାର ତ ଛୁଟୀ ଦେବା ମଧ୍ୟ ବନ୍ଦ କରିଦେଇଛି ।
ନଚେତ୍ ଅତିକମ୍ରେ ତ ଗୋଟିଏ ମାସ ଛୁଟି ହେବା ଉଚିତ୍ । କାହାକୁ ବି ଜଣାନାହିଁ - ଶିବବାବା
ସମସ୍ତଙ୍କର ସଦ୍ଗତିଦାତା ଅଟନ୍ତି । ସିଏ ହିଁ ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି ।
ତାଙ୍କର ଜୟନ୍ତୀ (ଜନ୍ମଦିନ)କୁ ତ ବହୁତ ଧୂମ୍ଧାମରେ ଏକ ମାସ ପର୍ଯ୍ୟନ୍ତ ସବୁ
ଧର୍ମାବଲମ୍ବୀମାନଙ୍କୁ ପାଳନ କରିବା ଉଚିତ୍ । ବିଶେଷ କରି ବାବା ସିଧାସଳଖ ଆସି ଭାରତକୁ ସଦ୍ଗତି
ଦେଉଛନ୍ତି । ଯେତେବେଳେ ଭାରତ ସ୍ୱର୍ଗ ଥିଲା ତେବେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ସେ ସମୟରେ
ଅନ୍ୟ କୌଣସି ଧର୍ମ ନଥିଲା, ଦେବତାମାନେ ବିଶ୍ୱର ମାଲିକ ଥିଲେ । କୌଣସି ଭାଗ ବାଣ୍ଟୁ ଆଦି ନ ଥିଲା
ସେଥିପାଇଁ କୁହାଯାଉଛି ଅଟଳ, ଅଖଣ୍ଡ, ସୁଖ-ଶାନ୍ତି, ସମ୍ପତ୍ତିର ଦୈବୀ ରାଜ୍ୟ, ଯାହାକୁ କି
ପୁନର୍ବାର ଆମେ ପ୍ରାପ୍ତ କରୁଛୁ । ବେହଦର ବାବାଙ୍କଠାରୁ ବେହଦର ବର୍ସା ୫ ହଜାର ବର୍ଷ ପୂର୍ବରୁ
ମଧ୍ୟ ମିଳିଥିଲା । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀଙ୍କ ରାଜ୍ୟରେ ଦୁଃଖର କୌଣସି ନାମ ନ ଥିଲା । ଗାୟନ
ମଧ୍ୟ ଅଛି - ରାମରାଜା, ରାମପ୍ରଜା, ରାମ... ସେଠାରେ ଅଧର୍ମର କୌଣସି କଥା ନାହିଁ ।
ବାବା ତୁମକୁ ବ୍ରହ୍ମା ଏବଂ ବିଷ୍ଣୁଙ୍କ ବିଷୟରେ ମଧ୍ୟ ବୁଝାଇଛନ୍ତି କି ଏହି ଦୁଇଜଣଙ୍କର ପରସ୍ପର
ଭିତରେ କ’ଣ ସମ୍ବନ୍ଧ ରହିଛି । ବ୍ରହ୍ମାଙ୍କ ନାଭୀରୁ ବିଷ୍ଣୁ ବାହାରିଲେ... ଏହିପରି କିପରି
ଆଶ୍ଚର୍ଯ୍ୟଜନକ ଚିତ୍ର ତିଆରି କରିଛନ୍ତି । ବାବା ବୁଝାଉଛନ୍ତି - ଏହି ଲକ୍ଷ୍ମୀ-ନାରାୟଣ ହିଁ
ଶେଷରେ ଆସି ବ୍ରହ୍ମା ସରସ୍ୱତୀ, ଜଗତଅମ୍ବା, ଜଗତପିତା ହେଉଛନ୍ତି ଯିଏକି ଦୁହେଁ ପୁଣି ବିଷ୍ଣୁ
ଅର୍ଥାତ୍ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ବାବା ବୁଝାଉଛନ୍ତି ଯାହା ବି ଚିତ୍ର ଦେଖୁଛ - ସେଥିରେ
କୌଣସି ଯଥାର୍ଥତା ନାହିଁ । ଶିବଙ୍କର ବଡ ଚିତ୍ର ତିଆରି କରୁଛନ୍ତି, ତାହା ମଧ୍ୟ ଅଯଥାର୍ଥ ଅଟେ ।
ଭକ୍ତି କରିବା ପାଇଁ ବଡ କରି ତିଆରି କରିଦେଇଛନ୍ତି । ନଚେତ୍ ବିନ୍ଦୁର ପୂଜା କିପରି ହୋଇପାରିବ ।
ଆଚ୍ଛା ପୁଣି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କ ବିଷୟରେ ମଧ୍ୟ କିଛି ବୁଝିନାହାଁନ୍ତି । ତ୍ରିମୂର୍ତ୍ତି
ବ୍ରହ୍ମା ବୋଲି କହିଦେଉଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା...
ଏକଥା ମଧ୍ୟ କହୁଛନ୍ତି କିନ୍ତୁ ବ୍ରହ୍ମା ତ ସ୍ଥାପନା କରୁନାହାଁନ୍ତି । ସ୍ୱର୍ଗର ସ୍ଥାପନା
ବ୍ରହ୍ମା କରିବେ? ନା । ସ୍ୱର୍ଗର ସ୍ଥାପନା ତ ପରମପିତା ପରମାତ୍ମା ହିଁ କରୁଛନ୍ତି । ଏହି ଆତ୍ମା
(ବ୍ରହ୍ମା) ତ ପତିତ ଅଟେ, ଏହାଙ୍କୁ ବ୍ୟକ୍ତ ବ୍ରହ୍ମା କୁହାଯାଉଛି । ଏହି ଆତ୍ମା ପବିତ୍ର ହୋଇଯିବ
ଏବଂ ଚାଲିଯିବ । ପୁଣି ସତ୍ୟଯୁଗରେ ଯାଇ ନାରାୟଣ ହେବେ । ତେଣୁ ପ୍ରଜାପିତା ବ୍ରହ୍ମା ନିଶ୍ଚିତ
ଏହିଠାରେ ହିଁ ଆବଶ୍ୟକ ନା । ଚିତ୍ରରେ ପୁଣି ସେଠାରେ ବା ଦେବଲୋକରେ ଦେଖାଇ ଦେଇଛନ୍ତି । ଯେପରି
ଏହିସବୁ ଜ୍ଞାନର ଅଳଙ୍କାର ବାସ୍ତବରେ ତୁମର କିନ୍ତୁ ବିଷ୍ଣୁଙ୍କୁ ଦେଇ ଦେଇଛନ୍ତି । ନବଧା ଭକ୍ତିରେ
ମଧ୍ୟ ସାକ୍ଷାତ୍କାର ହୋଇଥାଏ । ମୀରାଙ୍କର ନାମର ମଧ୍ୟ ଗାୟନ କରାଯାଇଛି ନା । ପୁରୁଷମାନଙ୍କ
ଭିତରେ ନମ୍ବରୱାନ ଭକ୍ତ ହେଲେ ନାରଦ । ମାତାମାନଙ୍କ ମଧ୍ୟରେ ମୀରା ନମ୍ବରୱାନ ଭକ୍ତ ବୋଲି ଗାୟନ
ଅଛି । ତୁମେ ବର୍ତ୍ତମାନ ନାରାୟଣ ଅଥବା ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ଜ୍ଞାନ ଶୁଣୁଛ । ତୁମର
ହିଁ ସ୍ୱୟମ୍ବର ହୋଇଥାଏ । ନାରଦଙ୍କ ପାଇଁ ମଧ୍ୟ ଦେଖାଇଛନ୍ତି ଯେ ସଭାରେ ଆସି କହିଲେ ମୁଁ
ଲକ୍ଷ୍ମୀଙ୍କୁ ବରଣ କରିପାରିବି! ଏବେ ତୁମେମାନେ ଲକ୍ଷ୍ମୀଙ୍କୁ ବରଣ କରିବାର ଯୋଗ୍ୟ ହେଉଛ । ବାକି
ସେସବୁ ତ ହେଲା ଭକ୍ତିମାର୍ଗର କାହାଣୀ । ବାବା ଆସି ପ୍ରକୃତ କଥା ବୁଝାଉଛନ୍ତି । ଲକ୍ଷ୍ମୀ
ସତ୍ୟଯୁଗରେ, ନାରଦ ଭକ୍ତ ଦ୍ୱାପରରେ ଥିଲେ । ସତ୍ୟଯୁଗରେ ପୁଣି ନାରଦ କେଉଁଠୁ ଆସିଲା ।
ରାଧାକୃଷ୍ଣଙ୍କର ହିଁ ସ୍ୱୟଂବର ପରେ ଲକ୍ଷ୍ମୀ-ନାରାୟଣ ନାମ ହୋଇଥାଏ । ଏହି କଥା ମଧ୍ୟ
ଭାରତବାସୀମାନେ ଜାଣିନାହାଁନ୍ତି । କେତେ ଅଜ୍ଞାନ ଅନ୍ଧକାର ରହିଛି । ବାବା ହେଲେ କଲ୍ୟାଣକାରୀ ।
ତୁମକୁ ମଧ୍ୟ କଲ୍ୟାଣକାରୀ କରୁଛନ୍ତି । ଏବେ ବିଚାର ସାଗର ମନ୍ଥନ କରିବା ଦରକାର ଯେ ଅନ୍ୟମାନଙ୍କୁ
ମଧ୍ୟ କିପରି ବୁଝାଇବୁ । ତେବେ ବାବା ବୁଝାଉଛନ୍ତି ଯେ ଭକ୍ତିମାର୍ଗରେ କିପରି ଚିତ୍ର ସବୁ ତିଆରି
କରିଛନ୍ତି । ଗାନ୍ଧୀଙ୍କର ନାଭିରୁ ନେହେରୁ ବାହାରିଛନ୍ତି, ତେବେ କେଉଁଠି ସେହି ଦେବତା ବିଷ୍ଣୁ
ଏବଂ କେଉଁଠି ଏହି ମନୁଷ୍ୟ... ଏହିସବୁ କଥାକୁ ତୁମେ ସନ୍ତାନମାନେ ଏବେ ବୁଝିଛ । ତୁମର କ୍ରମ
ଅନୁସାରେ ଖୁସି ରହୁଛି । ବେହଦର ପିତା ଆମକୁ ପାଠ ପଢାଉଛନ୍ତି । ଏକଥା ତ କେବେ ଶୁଣି ନ ଥିଲେ
କାରଣ ଗୀତାରେ ଶ୍ରୀକୃଷ୍ଣ ଭଗବାନଉବାଚ ଲେଖି ଦେଇଛନ୍ତି । ଭଗବାନ କେବେ ଆସିଥିଲେ, କେବେ ଆସି ଗୀତା
ଶୁଣାଇଥିଲେ! ତିଥି ତାରିଖ କିଛି ବି ନାହିଁ । କଳ୍ପର ଆୟୁଷକୁ ହିଁ ଲକ୍ଷ-ଲକ୍ଷ ବର୍ଷ ବୋଲି କହି
ଦେଉଛନ୍ତି । କାହାର ବି ବୁଦ୍ଧିରେ ଆସୁନାହିଁ । ଏବେ ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି ।
ବ୍ରାହ୍ମଣମାନଙ୍କର ବୃକ୍ଷ (ପରିବାର) ବୃଦ୍ଧି ପ୍ରାପ୍ତ ହୋଇ ଚାଲିଛି । ବୃଦ୍ଧି ହୋଇ ହୋଇ ଅଗଣିତ
ହୋଇଯିବେ । ତୁମେ ପିଲାମାନେ ଜାଣିଛ ବର୍ଣ୍ଣ କିପରି ଚକ୍ର ଲଗାଉଛି । ଆମ ବ୍ରାହ୍ମଣମାନଙ୍କର
ବର୍ଣ୍ଣ ସବୁଠାରୁ ଉଚ୍ଚ ଅଟେ । ଆମେ ହେଲୁ ଭାରତର ଗୁପ୍ତ ଏବଂ ପ୍ରକୃତ ଆତ୍ମିକ ସମାଜ ସେବକ ।
ପରମପିତା ପରମାତ୍ମା ଆମ ଦ୍ୱାରା ସେବା କରାଉଛନ୍ତି । ଆମେ ରୁହାନୀ ସେବା କରୁଛୁ, ସେମାନେ ବା
ଦୁନିଆର ସମାଜସେବୀମାନେ ଶାରୀରିକ ସେବା କରୁଛନ୍ତି । ତୁମକୁ କହୁଛନ୍ତି ତୁମେ ଭାରତର କି ସେବା
କରୁଛ? କୁହ ଆମେ ହେଲୁ ଆତ୍ମିକ ସେବାଧାରୀ । ସ୍ୱର୍ଗର ଉଦ୍ଘାଟନ କରାଉଛୁ, ସ୍ଥାପନା କରାଉଛୁ ।
ଶିବବାବା କରି କରାଇଲାବାଲା, ଯିଏକି କରାଉଛନ୍ତି ଏବଂ କରୁଛନ୍ତି ମଧ୍ୟ । ମୁରଲୀ କିଏ ଚଲାଉଛନ୍ତି?
ତେବେ କର୍ମ କରୁଛନ୍ତି ନା! ତୁମକୁ ମଧ୍ୟ ଶିଖାଉଛନ୍ତି ଯେ ଏହିପରି ମୁରଲୀ ଚଲାଅ । ମନମନାଭବର
ମହାମନ୍ତ୍ର ଦେଉଛନ୍ତି । ତେବେ କର୍ମ ଶିଖାଇଲେ ନା । ପୁଣି ତୁମକୁ କହୁଛନ୍ତି ଅନ୍ୟମାନଙ୍କୁ
ଶିଖାଅ, ସେଥିପାଇଁ ତାଙ୍କୁ କରି କରାଇଲାବାଲା କୁହାଯାଉଛି । ତୁମେ ପିଲାମାନେ ମଧ୍ୟ ଏହି ଶିକ୍ଷା
ଦେଉଛ । ବାବାଙ୍କୁ ଏବଂ ବର୍ସାକୁ ମନେ ପକାଅ । ଏହି ସନ୍ଦେଶ ତୁମ ପିଲାମାନଙ୍କୁ ସମସ୍ତଙ୍କ ପାଖରେ
ପହଞ୍ଚାଇବାକୁ ହେବ । ଏମିତି ନୁହେଁ ଯେ ଅନ୍ୟମାନଙ୍କୁ ସନ୍ଦେଶ ଦେଇ ନିଜେ ୟାଦରେ ରହୁ ନ ଥିବ ତେବେ
କ’ଣ ହେବ । ଅନ୍ୟମାନେ ପୁରୁଷାର୍ଥ କରି ଉଚ୍ଚକୁ ଚଢିଯିବେ ଏବଂ ସନ୍ଦେଶ ଦେଲାବାଲା ରହିଯିବେ ।
ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ ନ କରିବା କାରଣରୁ ଏତେ ଉଚ୍ଚ ପଦ ପାଇ ନ ଥାନ୍ତି । ଅନ୍ୟମାନେ
ଯୋଗର ଯାତ୍ରାରେ ରହି ପବିତ୍ର ହୋଇଯାଆନ୍ତି । ଯେପରି ବାବା ବାନ୍ଧେଲୀ ମାନଙ୍କର ଦୃଷ୍ଟାନ୍ତ
ଦେଇଥାନ୍ତି । ସେମାନେ ବାବାଙ୍କ ସ୍ମୃତିରେ ବହୁତ ରହିଥାନ୍ତି, ବାବାଙ୍କୁ ନ ଦେଖି ମଧ୍ୟ ପତ୍ର
ଲେଖିଥାନ୍ତି । ବାବା ମୁଁ ଆପଣଙ୍କର ହୋଇଯାଇଛି, ମୁଁ ପବିତ୍ର ନିଶ୍ଚିତ ରହିବି । ତୁମ
ପିଲାମାନଙ୍କର ହେଲା ବାବାଙ୍କ ସହିତ ପ୍ରୀତ ବୁଦ୍ଧି । ତୁମମାନଙ୍କର ହିଁ ମାଳା ତିଆରି ହୋଇଛି ।
ବିଷ୍ଣୁଙ୍କର ମାଳା ଏବଂ ରୁଦ୍ରାକ୍ଷ ମାଳାରେ ଉପରେ ମେରୁ ଦାନା ରହିଛି । ମାଳା ଉଠାଇବା ମାତ୍ରେ
ପ୍ରଥମେ ଫୁଲ ଏବଂ ଦୁଇଟି ଦାନା (ଯୁଗଳଦାନା) ହାତକୁ ଆସିଥାଏ, ତାକୁ ନମସ୍କାର କରିଥାନ୍ତି । ତାପରେ
ହେଲା ମାଳା । ତୁମେ ଭାରତକୁ ସ୍ୱର୍ଗରେ ପରିଣତ କରୁଛ ତେବେ ଏହି ମାଳା ତୁମମାନଙ୍କର ହିଁ ସ୍ମାରକୀ
ଅଟେ । ବାବା ଏହି ଗୀତା ଜ୍ଞାନ ଯଜ୍ଞ ରଚନା କରିଛନ୍ତି, ଏଥିରେ ସାରା ପୁରୁଣା ଦୁନିଆ ସ୍ୱାହା
ହୋଇଯିବ । ବାବା ହେଲେ ପରମପ୍ରିୟ ପିତା । ତୁମକୁ ଭବିଷ୍ୟତ ୨୧ ଜନ୍ମ ପାଇଁ ସଦା ସୁଖ ପାଇବାର
ସମ୍ପତ୍ତି ଦେଉଛନ୍ତି । ଯେଉଁମାନେ କଳ୍ପ ପୂର୍ବରୁ ବର୍ସା ନେଇଛନ୍ତି, ସେମାନେ ନିଶ୍ଚିତ ଆସିବେ,
ଡ୍ରାମାର ଯୋଜନା ଅନୁସାରେ ଆସିବେ । ବାବା କହୁଛନ୍ତି ପିଲାମାନେ ସୁଖଧାମକୁ ଯିବାକୁ ହେଲେ ପବିତ୍ର
ହେବାକୁ ପଡିବ । କେବଳ ମୋତେ ମନେପକାଅ, କିଛି ମାଗିବାର ନାହିଁ କି କୃପା କର ବା ସାହାଯ୍ୟ କର ।
ନା । ମୁଁ ତ ସମସ୍ତଙ୍କୁ ସାହାଯ୍ୟ କରିଥାଏ । ପୁରୁଷାର୍ଥ ତ ତୁମକୁ କରିବାକୁ ହେବ । ଆଶୀର୍ବାଦର
କିଛି କଥା ନାହିଁ । ବାବା କହୁଛନ୍ତି କେବଳ ମୋତେ ମନେପକାଅ । ମନେ ପକାଇବା ତୁମର କାମ ।
ନିର୍ଦ୍ଦେଶ (ଶ୍ରୀମତ) ଦେବା - ଏହା ହିଁ ମୋର କୃପା । ବାକି ତ ଖାଅ-ପିଅ, ବୁଲାବୁଲି କର.....
ତୁମକୁ ପବିତ୍ର ଭୋଜନ ହିଁ ଖାଇବାକୁ ହେବ । ଆମେ ଦେବୀ-ଦେବତା ହେବାକୁ ଯାଉଛୁ, ସେଠାରେ ପିଆଜ ଆଦି
ତ ନ ଥିବ । ଏ ସବୁକୁ ଏହିଠାରେ ହିଁ ଛାଡି ଦେବାକୁ ହେବ । ଏହିସବୁ ଜିନିଷ ସେଠାରେ ନ ଥାଏ । ମଞ୍ଜି
ହିଁ ନ ଥାଏ । ଯେପରି ସତ୍ୟଯୁଗରେ ରୋଗ ବେମାରୀ ନ ଥାଏ । ଏବେ ଦେଖ କେତେ ରୋଗ ବେମାରୀ ବାହାରିଲାଣି
। ସେଠାରେ କୌଣସି ତମୋଗୁଣୀ ଜିନିଷ ନ ଥାଏ । ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ । ଏଠାରେ ଦେଖ
ମନୁଷ୍ୟ କ’ଣ-କ’ଣ ସବୁ ଖାଉଛନ୍ତି । ଏବେ ବାବା ଆସି ପିଲାଙ୍କୁ କହୁଛନ୍ତି - ମୋତେ ମନେପକାଅ,
ଅନ୍ୟ ସବୁ ସଂଗ ଛାଡି ମୋ ସହିତ ସଂଗ ଯୋଡିଦିଅ, ତେବେ ତୁମେ ପାବନ ହୋଇଯିବ । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯାହା
ବିତିଗଲା ତାକୁ ଭୁଲିଯାଅ, ବିତି ଯାଇ ଥିବା କଥାକୁ ଭୁଲି ଗୃହସ୍ଥ ବ୍ୟବହାରରେ ରହି ସତ୍ତ୍ୱପ୍ରଧାନ
ହେବାର ପୁରୁଷାର୍ଥ କରିବାକୁ ହେବ । ବିନାଶ ପୂର୍ବରୁ ପବିତ୍ର ନିଶ୍ଚିତ ହେବାକୁ ପଡିବ ।
(୨) ଭାରତକୁ ସ୍ୱର୍ଗ
କରିବାର ପ୍ରକୃତ ସେବାରେ ତତ୍ପର ରହିବାକୁ ହେବ । ଖାଦ୍ୟ ପେୟକୁ ବହୁତ ଶୁଦ୍ଧ ରଖିବାକୁ ହେବ ।
ପବିତ୍ର ଭୋଜନ ହିଁ ଖାଇବାକୁ ହେବ ।
ବରଦାନ:-
ସ୍ଥୂଳ କାର୍ଯ୍ୟ
କରୁଥିଲେ ମଧ୍ୟ ସଂକଳ୍ପ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସେବା କରୁଥିବା ଦାୟିତ୍ୱ ସମ୍ପନ୍ନ ଆତ୍ମା
ଭବ ।
ଯେକୌଣସି ସ୍ଥୂଳ
କାର୍ଯ୍ୟ କରୁଥିଲେ ମଧ୍ୟ ସର୍ବଦା ଏହି ସ୍ମୃତି ରହୁ ଯେ ମୁଁ ବିଶ୍ୱ ରୂପକ ରଙ୍ଗ ମଞ୍ଚରେ ବିଶ୍ୱ
କଲ୍ୟାଣର ସେବା ଅର୍ଥେ ନିମିତ୍ତ ଅଟେ । ମୋତେ ନିଜର ଶ୍ରେଷ୍ଠ ସଂକଳ୍ପ ଶକ୍ତି ଦ୍ୱାରା ବିଶ୍ୱ
ପରିବର୍ତ୍ତନର କାର୍ଯ୍ୟ କରିବାର ବହୁତ ବଡ ଗୁରୁ ଦାୟିତ୍ୱ ମିଳିଛି । ଏହି ସ୍ମୃତି ଦ୍ୱାରା ଅବହେଳା
ପଣିଆ ମଧ୍ୟ ସମାପ୍ତ ହୋଇଯିବ ଏବଂ ସମୟ ମଧ୍ୟ ବ୍ୟର୍ଥରେ ନଷ୍ଟ ହେବ ନାହିଁ । ଗୋଟିଏ ଗୋଟିଏ
ସେକେଣ୍ଡକୁ ଅମୂଲ୍ୟ ମନେ କରି ବିଶ୍ୱ କଲ୍ୟାଣର ବା ଜଡ ତଥା ଚୈତନ୍ୟକୁ ପରିବର୍ତ୍ତନ କରିବାର
କାର୍ଯ୍ୟରେ ସଫଳ କରିଚାଲିବ ।
ସ୍ଲୋଗାନ:-
ଏବେ ଯୋଦ୍ଧା
ହେବା ପରିବର୍ତ୍ତେ ନିରନ୍ତର ଯୋଗୀ ହୁଅ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯେପରି ଦୁଃଖୀ
ଆତ୍ମାମାନଙ୍କର ମନ ଭିତରେ ଏହି ସଂକଳ୍ପ ଉତ୍ପନ୍ନ ହୋଇଗଲାଣି ଯେ ଏବେ ବିନାଶ ହୋଇଯାଉ, ସେହିପରି
ତୁମେ ବିଶ୍ୱ କଲ୍ୟାଣକାରୀ ଆତ୍ମାମାନଙ୍କର ମନ ଭିତରେ ଏହି ସଂକଳ୍ପ ଉପନ୍ନ ହେବା ଦରକାର ଯେ ଏବେ
ଶୀଘ୍ର ସମସ୍ତଙ୍କର କଲ୍ୟାଣ ହେଉ, ତେବେ ଯାଇ ସମାପ୍ତି ହେବ । ତେବେ ବିନାଶକାରୀ ମାନଙ୍କୁ ମଧ୍ୟ
କଲ୍ୟାଣକାରୀ ଆତ୍ମାମାନଙ୍କର ସଂକଳ୍ପର ଇଙ୍ଗିତ ମିଳିବା ଦରକାର । ସେଥିପାଇଁ ନିଜର ସଦା ପ୍ରସ୍ତୁତ
ହେବାର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ଜ୍ୱାଳା ସ୍ୱରୂପ ଯୋଗ ଦ୍ୱାରା ବିନାଶର ଜ୍ୱାଳାକୁ ତୀବ୍ର କର
।