04.09.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ବେହଦ ପିତାଙ୍କ ନିକଟକୁ ବିକାରୀରୁ ନିର୍ବିକାରୀ ହେବା ପାଇଁ ଆସିଛ ତେଣୁ ତୁମ ଭିତରେ
କୌଣସି ବି ଭୂତ ଅର୍ଥାତ୍ ବିକାର ରହିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
ବାବା ଏବେ
ତୁମମାନଙ୍କୁ ଏଭଳି କେଉଁ ପାଠ ପଢାଉଛନ୍ତି ଯାହାକି ସାରା କଳ୍ପରେ ପଢାଯାଇ ନ ଥାଏ?
ଉତ୍ତର:-
ନୂଆ ରାଜଧାନୀ ସ୍ଥାପନ କରିବାର ପାଠପଢା, ମନୁଷ୍ୟକୁ ରାଜପଦ ପ୍ରାପ୍ତ କରାଇବାର ପାଠ ଏହି ସମୟରେ
ପରମପିତା ପରମାତ୍ମା ହିଁ ପଢାଉଛନ୍ତି । ଏହି ନୂଆ ପାଠପଢା ସାରା କଳ୍ପ ଭିତରେ ପଢାଯାଇ ନ ଥାଏ ।
ଏହି ପାଠପଢା ଆଧାରରେ ସତ୍ୟଯୁଗୀ ରାଜଧାନୀ ସ୍ଥାପନା ହେଉଛି ।
ଓମ୍ ଶାନ୍ତି ।
ଏକଥା ପିଲାମାନେ
ଜାଣିଛନ୍ତି ଯେ, ଆମେ ସମସ୍ତେ ଗୋଟିଏ ଗୋଟିଏ ଆତ୍ମା, ଶରୀର ନୁହେଁ । ଏହାକୁ କୁହାଯାଏ
ଦେହୀ-ଅଭିମାନୀ ସ୍ଥିତି । ଏବେ ସବୁ ମନୁଷ୍ୟ ଦେହ-ଅଭିମାନୀ ଅଟନ୍ତି । ଏହା ପାପ ଆତ୍ମାମାନଙ୍କର
ଦୁନିଆ ଅର୍ଥାତ୍ ବିକାରୀ ଦୁନିଆ, ରାବଣରାଜ୍ୟ । ସତ୍ୟଯୁଗ ଏବେ ଅତୀତ ହୋଇଯାଇଛି । ସେଠାରେ ସମସ୍ତେ
ନିର୍ବିକାରୀ ହୋଇ ରହୁଥିଲେ । ପିଲାମାନେ ଜାଣିଛନ୍ତି - ଆମେମାନେ ହିଁ ପବିତ୍ର ଦେବୀ ଦେବତା ଥିଲୁ,
ଯେଉଁମାନେ କି ୮୪ ଜନ୍ମ ପରେ ପତିତ ହୋଇଯାଇଛୁ । ସମସ୍ତେ ତ’ ୮୪ ଜନ୍ମ ନେଉନାହାଁନ୍ତି । ଭାରତବାସୀ
ହିଁ ଦେବୀ ଦେବତା ଥିଲେ, ଯେଉଁମାନେ ୮୨-୮୩ କିମ୍ବା ୮୪ ଜନ୍ମ ନେଇଛନ୍ତି । ସେହିମାନେ ହିଁ ଏବେ
ପତିତ ହୋଇଯାଇଛନ୍ତି । ଭାରତ ହିଁ ଅବିନାଶୀ ଖଣ୍ଡ ବୋଲି ଗାୟନ ହୋଇଛି । ଯେତେବେଳେ ଭାରତରେ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ସମସ୍ତେ ନିର୍ବିକାରୀ ଥିଲେ, କୌଣସି ବିକାର ନଥିଲା
। ସେହି ଦେବତାମାନେ ହିଁ ୮୪ ଜନ୍ମ ନେଇ ଏବେ ପତିତ ହୋଇଯାଇଛନ୍ତି । କାମ ବିକାରର ଭୂତ, କ୍ରୋଧର
ଭୂତ, ଲୋଭର ଭୂତ - ଏସବୁ ହେଉଛି କଡା ଭୂତ । ଏମାନଙ୍କ ଭିତରୁ ମୁଖ୍ୟ ହେଉଛି ଦେହ-ଅଭିମାନର ଭୂତ ।
ଏହା ରାବଣରାଜ୍ୟ ନା । ଏହି ରାବଣ ଭାରତର ଅଧାକଳ୍ପର ଶତ୍ରୁ, ଯେତେବେଳେ କି ମନୁଷ୍ୟମାନଙ୍କ ଭିତରେ
୫ ବିକାର ପ୍ରବେଶ କରୁଛି । କିନ୍ତୁ ଦେବୀ-ଦେବତାଙ୍କ ଭିତରେ ଏହି ଭୂତ ଆଦି ନ ଥିଲା । ପୁଣି ଏମାନେ
ପୁନର୍ଜନ୍ମ ନେଇ ନେଇ ଏମାନଙ୍କର ଆତ୍ମା ଏବେ ବିକାରଗ୍ରସ୍ତ ହୋଇଯାଇଛି । ତୁମେମାନେ ଜାଣିଛ
ଯେତେବେଳେ ଆମେ ଦେବୀ-ଦେବତା ଥିଲେ ସେତେବେଳେ କୌଣସି ବିକାର ରୂପକ ଭୂତ ନ ଥିଲା । ସେଥିପାଇଁ
ସତ୍ୟଯୁଗ ଏବଂ ତ୍ରେତାଯୁଗକୁ ରାମରାଜ୍ୟ କୁହାଯାଉଥିଲା, ଦ୍ୱାପର ଏବଂ କଳିଯୁଗକୁ ରାବଣରାଜ୍ୟ
କୁହାଯାଉଛି । ଏଠାରେ ପ୍ରତ୍ୟେକ ନର ନାରୀଙ୍କ ଭିତରେ ୫ ବିକାର ଭରି ହୋଇ ରହିଛି । ଦ୍ୱାପର ଯୁଗରୁ
ଆରମ୍ଭ କରି କଳିଯୁଗର ଅନ୍ତିମ ସମୟ ପର୍ଯ୍ୟନ୍ତ ଏହି ୫ ବିକାର ରହି ଆସିଛି । ଏବେ ତୁମେମାନେ
ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛ । ବିକାରୀରୁ ନିର୍ବିକାରୀ ହେବା ପାଇଁ ତୁମେମାନେ ବେହଦ ବାବାଙ୍କ
ନିକଟକୁ ଆସିଛ । ନିର୍ବିକାରୀ ହୋଇ ପୁଣି ଯଦି କେହି ବିକାରଗ୍ରସ୍ତ ହେଉଛନ୍ତି ତେବେ ତାଙ୍କୁ ବାବା
ଲେଖୁଛନ୍ତି - ତୁମେ କଳା ମୁହଁ କରିଦେଲ, ଏବେ ଗୋରା ହେବା ବହୁତ ମୁସ୍କିଲ୍ । ବିକାରଗ୍ରସ୍ତ ହେବା
ଅର୍ଥ ୫ ମହଲାରୁ ତଳକୁ ଖସିବା । ଏକଦମ୍ ହାଡ ଭାଙ୍ଗିଯାଉଛି । ଗୀତାରେ ମଧ୍ୟ ଅଛି, ଭଗବାନୁବାଚ -
କାମ ବିକାର ମହାଶତ୍ରୁ ଅଟେ । ଭାରତର ବାସ୍ତବିକ ଧର୍ମଶାସ୍ତ୍ର ହେଉଛି ଗୀତା । ପ୍ରତ୍ୟେକ ଧର୍ମର
ଗୋଟିଏ ମାତ୍ର ଶାସ୍ତ୍ର ଥାଏ । କିନ୍ତୁ ଭାରତବାସୀଙ୍କର ଅନେକ ଶାସ୍ତ୍ର ରହିଛି । ତାକୁ କୁହାଯାଏ
ଭକ୍ତି । ନୂଆ ଦୁନିଆ ସତ୍ତ୍ୱପ୍ରଧାନ । ସ୍ୱର୍ଣ୍ଣିମ ଯୁଗରେ କେବେ ଲଢ଼େଇ ଝଗଡା ହୋଇ ନ ଥାଏ ।
ସେଠାରେ ସମସ୍ତଙ୍କର ଅଧିକ ଆୟୁଷ ଥାଏ, ସମସ୍ତେ ସଦା ସୁସ୍ଥ ଏବଂ ଧନବାନ୍ ଥା’ନ୍ତି । ତୁମମାନଙ୍କୁ
ଏବେ ସ୍ମୃତି ଆସିଛି ଯେ, ଆମେ ଯେତେବେଳେ ଦେବତା ଥିଲେ, ସେତେବେଳେ ବହୁତ ସୁଖୀ ଥିଲେ । ନର୍କରେ
ତ’ ସୁଖ ନାହିଁ । ସତ୍ୟଯୁଗରେ କାଳର ଡର ନ ଥାଏ, ସର୍ବଦା ସୁଖ, ଶାନ୍ତି, ସମୃଦ୍ଧି ସବୁକିଛି ଥାଏ
। କିନ୍ତୁ ନର୍କରେ ସୁଖ ବୋଲି କିଛି ନାହିଁ । ଶରୀରରେ କିଛି ନା କିଛି ରୋଗ ଲାଗି ରହିଛି । ଏହା
ଅପାର ଦୁଃଖର ଦୁନିଆ । ସତ୍ୟଯୁଗ ଅପାର ସୁଖର ଦୁନିଆ । ବେହଦର ବାବା ଅପାର ଦୁଃଖର ଦୁନିଆ ତ’ ରଚନା
କରୁନାହାଁନ୍ତି । ସିଏ ସୁଖର ଦୁନିଆ ରଚନା କରୁଛନ୍ତି । ପୁଣି ରାବଣ ରାଜ୍ୟ ଆସିଲା, ଯେଉଁଠି ଦୁଃଖ
ଅଶାନ୍ତି ମିଳିଲା । ତେଣୁ ସତ୍ୟଯୁଗ ସୁଖଧାମ, କଳିଯୁଗ ଦୁଃଖଧାମ । ବିକାରଗ୍ରସ୍ତ ହେବାର ଅର୍ଥ
ହିଁ ହେଉଛି ଜଣେ ଅନ୍ୟ ଜଣଙ୍କ ପ୍ରତି କାମ ବିକାରର ଦୃଷ୍ଟି ରଖିବା । ମନୁଷ୍ୟ କହୁଛନ୍ତି - ଏହା
ଭଗବାନଙ୍କର ରଚନା । କିନ୍ତୁ ନା, ଏହା ଭଗବାନଙ୍କର ରଚନା ନୁହେଁ, ରାବଣର ରଚନା । ଭଗବାନ ତ’
ସ୍ୱର୍ଗ ରଚନା କରିଛନ୍ତି । ସେଠାରେ କାମ ବିକାର ନ ଥାଏ । ଏମିତି ନୁହେଁ ଯେ, ଦୁଃଖ ସୁଖ ସବୁ
ଭଗବାନ ଦିଅନ୍ତି । ଆରେ, ଭଗବାନ ପିଲାମାନଙ୍କର ବେହଦର ପିତା, ସିଏ କିପରି ଦୁଃଖ ଦେଇପାରିବେ ।
ସିଏ କହୁଛନ୍ତି - ମୁଁ ତୁମକୁ ସୁଖର ସମ୍ପତ୍ତି ଦେଉଛି ପୁଣି ଅଧାକଳ୍ପ ପରେ ରାବଣ ଅଭିଶାପ ଦେଉଛି
। ସତ୍ୟଯୁଗରେ ଅସରନ୍ତି ସୁଖ ଥିଲା, ସମସ୍ତେ ମାଲାମାଲ୍ ଥିଲେ । କେବଳ ସୋମନାଥ ମନ୍ଦିରରେ ଦେଖ
କେତେ ହୀରା ନୀଳା ଖଞ୍ଜା ହୋଇଥିଲା । କାରଣ ଭାରତ ଧନବାନ୍ ଥିଲା । ଏବେ ତ’ କାଙ୍ଗାଳ ହୋଇଯାଇଛି ।
ସତ୍ୟଯୁଗରେ ସମସ୍ତେ ୧୦୦ ପ୍ରତିଶତ ଧନବାନ୍ ଥିଲେ ଏବଂ କଳିଯୁଗରେ ୧୦୦ ପ୍ରତିଶତ କାଙ୍ଗାଳ
ହୋଇଯାଇଛନ୍ତି - ଡ୍ରାମାରେ ଏହିଭଳି ଖେଳ ତିଆରି ହୋଇଛି । ଏବେ ଏହା ଲୌହଯୁଗ, ଖାଦ ପଡି ପଡି
ସମ୍ପୂର୍ଣ୍ଣ ତମଃପ୍ରଧାନ ହୋଇଯାଇଛି । ଏଠାରେ କେତେ ଦୁଃଖ ସହନ କରିବାକୁ ପଡୁଛି । ଏହି ଉଡାଜାହାଜ
ଆଦି ୧୦୦ ବର୍ଷ ଭିତରେ ଉଦ୍ଭାବନ ହୋଇଛି । ଯାହାକୁ ମାୟାର ଆକର୍ଷଣ କୁହାଯାଏ । ମନୁଷ୍ୟ ଭାବୁଛନ୍ତି
ଯେ, ବିଜ୍ଞାନ ସ୍ୱର୍ଗ ତିଆରି କରୁଛି । କିନ୍ତୁ ଏହା ହେଉଛି ରାବଣର ସ୍ୱର୍ଗ । ମନୁଷ୍ୟ କଳିଯୁଗରେ
ମାୟାର ଆକର୍ଷଣ ସବୁ ଦେଖି ତୁମ ନିକଟକୁ ବହୁତ ମୁସ୍କିଲ୍ରେ ଆସୁଛନ୍ତି । ଭାବୁଛନ୍ତି ଯେ ଆମ
ପାଖରେ ଘର ଗାଡି ସବୁ ଅଛି । ବାବା କହୁଛନ୍ତି-ଯେତେବେଳେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା
ସେହି ସମୟକୁ ସ୍ୱର୍ଗ ଅର୍ଥାତ୍ ସତ୍ୟଯୁଗ କୁହାଯାଉଥିଲା । ଏବେ ସେହି ଲକ୍ଷ୍ମୀ ନାରାୟଣଙ୍କର
ରାଜ୍ୟ ହିଁ ନାହିଁ । କଳିଯୁଗ ପରେ ପୁଣି ତାଙ୍କର ରାଜ୍ୟ ଆସିବ । ଭାରତ ପ୍ରଥମେ ବହୁତ ଛୋଟ ଥିଲା
। ନୂଆ ଦୁନିଆରେ କେବଳ ୯ ଲକ୍ଷ ଦେବୀ-ଦେବତା ଥିଲେ । ବର୍ତ୍ତମାନ ବେହଦର ବାବା ଆସି ଆମକୁ ବିଶ୍ୱର
ଇତିହାସ ଭୂଗୋଳ ବୁଝାଉଛନ୍ତି । ଏ କଥା ବାବାଙ୍କ ବ୍ୟତୀତ ଆଉ କେହି କହିପାରିବେ ନାହିଁ । ଯାହାଙ୍କୁ
କୁହାଯାଏ ଜ୍ଞାନର ସାଗର, ଈଶ୍ୱର ପିତା । ସିଏ ସବୁ ଆତ୍ମାମାନଙ୍କର ପିତା । ବାସ୍ତବରେ ଆତ୍ମାମାନେ
ଭାଇ ଭାଇ ଅଟନ୍ତି, କିନ୍ତୁ ଶରୀରର ସମ୍ବନ୍ଧରେ ଭାଇ ଭଉଣୀ ହେଉଛନ୍ତି । ତୁମେ ସବୁ ପ୍ରଜାପିତା
ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ । ସବୁ ଆତ୍ମା ତାଙ୍କର (ଶିବଙ୍କର) ସନ୍ତାନ ଅଟନ୍ତି, ଯାହାଙ୍କୁ
ପରମପିତା କୁହାଯାଏ, ତାଙ୍କର ନାମ ଶିବ । ବାସ୍ । ବାବା କହୁଛନ୍ତି ମୋର ନାମ କେବଳ ଶିବ ହିଁ ଅଟେ
। କିନ୍ତୁ ଭକ୍ତିମାର୍ଗରେ ମନୁଷ୍ୟ ବହୁତ ମନ୍ଦିର ତିଆରି କରିଲେ ଏବଂ ନାମ ମଧ୍ୟ ବହୁତ ରଖିଦେଲେ ।
ଭକ୍ତିମାର୍ଗର ସାମଗ୍ରୀ ବହୁତ । ତାକୁ ଜ୍ଞାନ କୁହାଯିବ ନାହିଁ । ସେଥିରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ
ମଧ୍ୟ କିଛି ନାହିଁ । ତାହା ତଳକୁ ତଳକୁ ଖସିବାର ରାସ୍ତା । ସମସ୍ତେ ତଳକୁ ଖସି ଖସି ତମୋପ୍ରଧାନ
ହୋଇଯାଇଛନ୍ତି ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତୁମେମାନେ ସତ୍ତ୍ୱପ୍ରଧାନ ହୋଇ ସ୍ୱର୍ଗକୁ
ଆସିବ, ବାକି ସବୁ ଆତ୍ମା ସତ୍ତ୍ୱପ୍ରଧାନ ହୋଇ ଶାନ୍ତିଧାମରେ ରହିବେ । ଏହି କଥାକୁ ଭଲ ଭାବରେ
ଚିନ୍ତନ କର । ବାବା କହୁଛନ୍ତି - ତୁମେମାନେ ମୋତେ ଡାକିଛ - ବାବା, ଆପଣ ଏଠାକୁ ଆସି ଆମ
ପତିତମାନଙ୍କୁ ପାବନ କର । ସେଥିପାଇଁ ଏବେ ମୁଁ ସାରା ଦୁନିଆକୁ ପାବନ କରିବା ପାଇଁ ଆସିଛି ।
ମନୁଷ୍ୟ ଭାବୁଛନ୍ତି ଗଙ୍ଗାସ୍ନାନ କରିବା ଦ୍ୱାରା ପାବନ ହୋଇଯିବେ । ଗଙ୍ଗାନଦୀକୁ ସେମାନେ
ପତିତ-ପାବନୀ ଭାବୁଛନ୍ତି । କୂଅ ପାଣିକୁ ମଧ୍ୟ ଗଙ୍ଗା ପାଣି ଭାବି ସ୍ନାନ କରୁଛନ୍ତି । ତାକୁ
ଗୁପ୍ତ ଗଙ୍ଗା ବୋଲି ମନେକରନ୍ତି । ତୀର୍ଥଯାତ୍ରାରେ କିମ୍ବା କେଉଁ ପାହାଡ ଉପରକୁ ଯଦି ଯାଉଛନ୍ତି
ତେବେ ତାକୁ ମଧ୍ୟ ଗୁପ୍ତ ଗଙ୍ଗା ବୋଲି ଭାବୁଛନ୍ତି । ଏହାକୁ କୁହାଯାଏ ମିଥ୍ୟା ଜ୍ଞାନ ।
ଭଗବାନଙ୍କୁ ସତ୍ୟ କୁହାଯାଏ । ବାକି ରାବଣ ରାଜ୍ୟରେ ସମସ୍ତେ ମିଥ୍ୟାବାଦୀ ଅଟନ୍ତି । ଈଶ୍ୱର ପିତା
ହିଁ ଏବେ ସତ୍ୟଖଣ୍ଡର ସ୍ଥାପନା କରୁଛନ୍ତି । ସେଠାରେ ଆଉ କୌଣସି ମିଥ୍ୟାର କଥା ରହିବ ନାହିଁ ।
ଦେବତାମାନଙ୍କୁ ମଧ୍ୟ ଶୁଦ୍ଧ ଭୋଗ ଲଗାନ୍ତି ନା । ଏବେ ଏହା ଆସୁରୀ ରାଜ୍ୟ, ସତ୍ୟଯୁଗ-ତ୍ରେତାଯୁଗ
ହେଉଛି ଈଶ୍ୱରୀୟ (ଦୈବୀ)ରାଜ୍ୟ, ଯାହାକି ଏବେ ସ୍ଥାପନ ହେଉଛି । ଏଠାକୁ ଈଶ୍ୱର ଆସି ସମସ୍ତଙ୍କୁ
ପବିତ୍ର କରୁଛନ୍ତି । ଦେବତାମାନଙ୍କ ଭିତରେ କୌଣସି ବିକାର ନ ଥାଏ । ଯଥା ରାଜା ରାଣୀ ତଥା ପ୍ରଜା
ସମସ୍ତେ ପବିତ୍ର ଥା’ନ୍ତି । କିନ୍ତୁ ଏଠାରେ ସମସ୍ତେ ପାପୀ, କାମୀ, କ୍ରୋଧୀ । ନୂଆ ଦୁନିଆକୁ
ସ୍ୱର୍ଗ କୁହାଯାଏ ଏବଂ ଏହି ଦୁନିଆକୁ ନର୍କ କୁହାଯାଏ । ନର୍କକୁ ସ୍ୱର୍ଗ ବାବାଙ୍କ ବ୍ୟତୀତ ଆଉ
କେହି କରିପାରିବେ ନାହିଁ । ଏଠାରେ ସମସ୍ତେ ନର୍କବାସୀ ପତିତ । ସତ୍ୟଯୁଗରେ ସମସ୍ତେ ପବିତ୍ର ଦେବତା
। ସେଠାରେ ଏମିତି କହିବେ ନାହିଁ ଯେ ଆମେ ପତିତରୁ ପାବନ ହେବା ପାଇଁ ସ୍ନାନ କରିବାକୁ ଯାଉଛୁ ।
ଏହା ଭିନ୍ନ ଭିନ୍ନ ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷ । ଯାହାର ବୀଜରୂପ ଭଗବାନ ଅଟନ୍ତି । ସିଏ ହିଁ ଆସି
ରଚନା କରୁଛନ୍ତି । ପ୍ରଥମେ ସିଏ ଦେବୀ ଦେବତାମାନଙ୍କୁ ରଚନା କରୁଛନ୍ତି । ପୁଣି ଧିରେ ଧିରେ
ବୃଦ୍ଧି ହୋଇ ହୋଇ ଏତେ ସବୁ ଧର୍ମ ହୋଇଯାଉଛି । ପ୍ରଥମେ କେବଳ ଗୋଟିଏ ଧର୍ମ, ଗୋଟିଏ ରାଜ୍ୟ ଥିଲା,
ଯେଉଁଠି ସୁଖ ହିଁ ସୁଖ ଥିଲା । ଏବେ ମନୁଷ୍ୟ ମାନେ ମଧ୍ୟ ଚାହୁଁଛନ୍ତି ଯେ ବିଶ୍ୱରେ ଶାନ୍ତି ହେଉ
। ତାହା ତୁମେ ଏବେ ସ୍ଥାପନ କରୁଛ । ସବୁକିଛି ବିନାଶ ହୋଇଯିବ, ବାକି ଅଳ୍ପ ରହିବ । ଏହି ଚକ୍ର
ଘୁରିଚାଲିଛି । ଏବେ କଳିଯୁଗର ଅନ୍ତିମ ସମୟ ଏବଂ ସତ୍ୟଯୁଗ ଆଦିର ସଙ୍ଗମ, ପୁରୁଷୋତ୍ତମ ସଙ୍ଗମଯୁଗ
। ଯାହାକୁ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମଯୁଗ କୁହାଯାଉଛି । କଳିଯୁଗ ପରେ ସତ୍ୟଯୁଗର ସ୍ଥାପନା
ହେଉଛି । ତୁମେମାନେ ଏହି ସଙ୍ଗମରେ ଆସି ପାଠ ପଢ଼ୁଛ ପୁଣି ତା’ର ଫଳ ସତ୍ୟଯୁଗରେ ମିଳିବ । ତେଣୁ
ଏଠାରେ ଯେତେ ପବିତ୍ର ହେବେ ଏବଂ ପାଠ ପଢ଼ିବେ ସେତେ ଉଚ୍ଚ ପଦ ପ୍ରାପ୍ତ କରିବେ । ଏଭଳି ପାଠ ଆଉ
କେଉଁଠି ପଢ଼ାଯାଏ ନାହିଁ । ତୁମକୁ ଏହି ପାଠର ସୁଖ ନୂଆ ଦୁନିଆରେ ମିଳିବ । ଯଦି ନିଜ ଭିତରେ କୌଣସି
ବିକାର ରୂପୀ ଭୂତ ଅଛି ତେବେ ପ୍ରଥମେ ତ’ ଦଣ୍ଡ ଭୋଗ କରିବାକୁ ପଡିବ, ଦ୍ୱିତୀୟରେ ପଦ ମଧ୍ୟ କମ୍
ମିଳିବ । ଯେଉଁମାନେ ସମ୍ପୂର୍ଣ୍ଣ ହୋଇ ଅନ୍ୟମାନଙ୍କୁ ଯେତେ ପଢ଼ାଇବେ ସେମାନେ ସେତେ ଉଚ୍ଚପଦ
ପ୍ରାପ୍ତ କରିବେ । ଏବେ ଦେଖ କେତେ କମ୍ ସେବାକେନ୍ଦ୍ର ରହିଛି, ସମୟ ଆସିବ ଲକ୍ଷ ଲକ୍ଷ
ସେବାକେନ୍ଦ୍ର ହୋଇଯିବ । ସାରା ବିଶ୍ୱରେ ସେବାକେନ୍ଦ୍ର ଖୋଲିଯିବ । କାରଣ ପାପ ଆତ୍ମାରୁ ପୁଣ୍ୟ
ଆତ୍ମା ତ’ ହେବାକୁ ପଡିବ । ଏହା ହିଁ ତୁମର ଲକ୍ଷ୍ୟ ଅଟେ । ଆମକୁ ଏକମାତ୍ର ଶିବବାବା ହିଁ ପାଠ
ପଢ଼ାଉଛନ୍ତି । ସିଏ ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି । ସିଏ ହିଁ ଆସି ପାଠ ପଢ଼ାଉଛନ୍ତି । ଏହି
ବ୍ରହ୍ମା ପାଠ ପଢ଼ାଉନାହାନ୍ତି, ୟା’ଙ୍କ ଦ୍ୱାରା ଶିବବାବା ପଢ଼ାଉଛନ୍ତି । ୟା’ଙ୍କ ପାଇଁ ଗାୟନ
କରାଯାଏ - ଭଗବାନଙ୍କର ରଥ, ଭାଗ୍ୟଶାଳୀ ରଥ । ସିଏ ଆସି ତୁମକୁ ପଦମାପଦମ ଭାଗ୍ୟଶାଳୀ କରୁଛନ୍ତି ।
ତୁମେମାନେ ବହୁତ ଧନବାନ ହୋଇଯାଉଛ । କେବେ ହେଲେ ବି ବେମାରରେ ପଡିବ ନାହିଁ । ସେଠାରେ ସ୍ୱାସ୍ଥ୍ୟ,
ସମ୍ପଦ, ଖୁସି ସବୁକିଛି ମିଳିଯାଇଥାଏ । ଏଠାରେ ମନୁଷ୍ୟମାନଙ୍କ ପାଖରେ ଯଦିଓ ଧନ ଅଛି କିନ୍ତୁ
ବେମାରୀ ବହୁତ ଅଛି । ତେଣୁ ସେହିମାନେ କେବେହେଲେ ସୁଖର ଅନୁଭବ କରିପାରିବେ ନାହିଁ । କିଛି ନା
କିଛି ଦୁଃଖ ମନୁଷ୍ୟମାନଙ୍କର ଜୀବନରେ ଅଛି । ତାହାର ନାମ ସୁଖଧାମ, ସ୍ୱର୍ଗ, ପାରାଡାଇଜ୍ । ସେହି
ରାଜ୍ୟ ଲକ୍ଷ୍ମୀ ନାରାୟଣଙ୍କୁ କିଏ ଦେଇଛନ୍ତି? ଏକଥା କେହି ବି ଜାଣିନାହାନ୍ତି । ଏମାନେ ଭାରତରେ
ହିଁ ରହୁଥିଲେ, ବିଶ୍ୱର ମାଲିକ ଥିଲେ ସେତେବେଳେ କୌଣସି ପ୍ରକାରର ବିଭାଜନ ନ ଥିଲା । ଏବେ ତ’ କେତେ
ପ୍ରକାରରେ ବିଭାଜନ ହୋଇଯାଇଛି । ରାବଣ ରାଜ୍ୟ ନା । କେତେ ଖଣ୍ଡ ଖଣ୍ଡ ହୋଇଗଲାଣି । ଲଢ଼େଇ ଝଗଡା
କରିବାରେ ଲାଗି ରହିଛନ୍ତି । ସେଠାରେ (ସତ୍ୟଯୁଗରେ) ତ’ ସାରା ଭାରତରେ ଏହି ଦେବୀ ଦେବତାମାନଙ୍କର
ରାଜ୍ୟ ଥିଲା । ସେତେବେଳେ ମନ୍ତ୍ରୀର ଆବଶ୍ୟକତା ନଥିଲା । ଏଠାରେ ଦେଖ କେତେ ମନ୍ତ୍ରୀ ଅଛନ୍ତି
କାରଣ ସମସ୍ତେ ବୁଦ୍ଧିହୀନ ହୋଇଯାଇଛନ୍ତି । ତେଣୁ ମନ୍ତ୍ରୀମାନେ ମଧ୍ୟ ତମଃପ୍ରଧାନ ପତିତ ଅଟନ୍ତି
। କଥାରେ ଅଛି ପତିତ ମନୁଷ୍ୟମାନଙ୍କର ବିଚାର ମଧ୍ୟ ପତିତ କରିବା ଭଳି ହେବ । ସେଥିପାଇଁ ଅଧିକରୁ
ଅଧିକ କାଙ୍ଗାଳ ହୋଇଚାଲିଛନ୍ତି, କରଜ ନେଇଚାଲିଛନ୍ତି । ସତ୍ୟଯୁଗରେ ତ’ ଶସ୍ୟ, ଫଳ ଆଦି ବହୁତ
ସ୍ୱାଦିଷ୍ଟ ହୋଇଥାଏ । ତୁମେ ସାକ୍ଷାତ୍କାରରେ ସବୁକିଛି ଅନୁଭବ କରି ଆସୁଛ । ସୂକ୍ଷ୍ମଲୋକକୁ
ଯାଉଛ ଏବଂ ସ୍ୱର୍ଗକୁ ମଧ୍ୟ ଯାଉଛ । ସୃଷ୍ଟିଚକ୍ର କିପରି ଘୂରୁଛି - ବାବା ତା’ର ରହସ୍ୟ ଏବେ
ବୁଝାଉଛନ୍ତି । ପ୍ରଥମେ ଭାରତରେ ଏକମାତ୍ର ଦେବୀ ଦେବତା ଧର୍ମ ଥିଲା । ସେତେବେଳେ ଅନ୍ୟ କୌଣସି
ଧର୍ମ ନ ଥିଲା । ଦ୍ୱାପରଯୁଗରୁ ରାବଣ ରାଜ୍ୟ ଆରମ୍ଭ ହେଉଛି । ଏବେ ବିକାରୀ ପତିତ ଦୁନିଆ, ପୁଣି
ତୁମେମାନେ ପବିତ୍ର ହୋଇ ନିର୍ବିକାରୀ ଦେବତା ହେଉଛ । ଏହା ବିଦ୍ୟାଳୟ ମଧ୍ୟ ଅଟେ । ଭଗବାନୁବାଚ -
ମୁଁ ତୁମ ପିଲାମାନଙ୍କୁ ରାଜଯୋଗ ଶିଖାଉଛି । ତୁମେ ଭବିଷ୍ୟତରେ ଏହିଭଳି ଦେବୀ ଦେବତା ହେବ ।
ରାଜତ୍ୱର ଜ୍ଞାନ ଆଉ କେଉଁଠାରେ ମିଳେନାହିଁ । କେବଳ ବାବା ହିଁ ରାଜଯୋଗର ପାଠ ପଢ଼ାଉଛନ୍ତି ଏବଂ
ନୂଆ ଦୁନିଆର ରାଜଧାନୀ ଦେଉଛନ୍ତି । ପରମପିତା, ପରମ ଶିକ୍ଷକ, ପରମ ସଦ୍ଗୁରୁ ଏକମାତ୍ର ଶିବବାବା
ହିଁ ଅଟନ୍ତି । ସିଏ ଆମ ସମସ୍ତଙ୍କର ପିତା ତେଣୁ ନିଶ୍ଚିତ ତାଙ୍କଠାରୁ ସମ୍ପତ୍ତି ମିଳିବା ଉଚିତ୍
। ତେବେ ଭଗବାନ ନିଶ୍ଚିତ ସ୍ୱର୍ଗର ସମ୍ପତ୍ତି ଦେବେ ନା । ରାବଣ, ଯାହାକୁ ପ୍ରତିବର୍ଷ ଜଳାଉଛନ୍ତି,
ସିଏ ଭାରତର ଏକ ନମ୍ବର ଶତ୍ରୁ । ରାବଣ ଦେଖ ମନୁଷ୍ୟମାନଙ୍କୁ କିଭଳି ଅସୁର କରିଦେଇଛି । ଯାହାର
ରାଜ୍ୟ ୨୫୦୦ ବର୍ଷ ଚାଲୁଛି । ବାବା କହୁଛନ୍ତି - ମୁଁ ତୁମକୁ ସୁଖଧାମର ମାଲିକ କରୁଛି । ପୁଣି
ରାବଣ ତୁମକୁ ଦୁଃଖଧାମକୁ ନେଇଯାଉଛି, ଆଉ ତୁମର ଆୟୁଷ ମଧ୍ୟ କମି ଯାଉଛି, ଅଚାନକ ଅକାଳ ମୃତ୍ୟୁ
ହୋଇଯାଉଛି । ଅନେକ ପ୍ରକାରର ରୋଗ ଆଦି ହୋଇ ଚାଲିଛି । କିନ୍ତୁ ସତ୍ୟଯୁଗରେ ଏଭଳି କିଛି ହେବ ନାହିଁ
। ତା’ର ନାମ ହିଁ ହେଉଛି ସ୍ୱର୍ଗ । ଏବେ ସମସ୍ତେ ନିଜକୁ ହିନ୍ଦୁ କହୁଛନ୍ତି କାରଣ ପତିତ
ହୋଇଯାଇଛନ୍ତି । ତେଣୁ ଦେବତା ବୋଲାଇବାର ଯୋଗ୍ୟ ନୁହଁନ୍ତି । ବାବା ଏହି ବ୍ରହ୍ମାଙ୍କ ଶରୀର
ମାଧ୍ୟମରେ ଆସି ତୁମମାନଙ୍କୁ ବୁଝାଉଛନ୍ତି । ତୁମମାନଙ୍କୁ ପାଠ ପଢ଼ାଇବା ପାଇଁ ୟାଙ୍କ ପାଖରେ ଆସି
ବସୁଛନ୍ତି । ଇଏ (ବ୍ରହ୍ମା) ମଧ୍ୟ ପଢ଼ୁଛନ୍ତି । ଆମେ ସମସ୍ତେ ବିଦ୍ୟାର୍ଥୀ । ଏକମାତ୍ର ବାବା ହିଁ
ଶିକ୍ଷକ ଅଟନ୍ତି । ଏବେ ସିଏ ଆମକୁ ପାଠ ପଢ଼ାଉଛନ୍ତି । ପୁଣି ୫୦୦୦ ବର୍ଷ ପରେ ପଢ଼ାଇବେ । ସେ
ପର୍ଯ୍ୟନ୍ତ ଏହି ଜ୍ଞାନ, ଏହି ପାଠ ସବୁକିଛି ବିଲୀନ ହୋଇଯିବ । ତୁମେ ବାବାଙ୍କଠାରୁ ପାଠ ପଢ଼ି
ଦେବତା ହେଲ, ୨୫୦୦ ବର୍ଷ ସୁଖର ସମ୍ପତ୍ତି ପ୍ରାପ୍ତ କରିଲ ପୁଣି ତା’ପରେ ଦୁଃଖ ଅର୍ଥାତ୍ ରାବଣର
ଅଭିଶାପ ମିଳିଲା । ଏବେ ଭାରତ ବହୁତ ଦୁଃଖୀ ହୋଇଯାଇଛି । ସମସ୍ତେ ଡାକୁଛନ୍ତି ହେ ପତିତ ପାବନ ଆସ,
ଆସି ଆମକୁ ପାବନ କର । ଏବେ ତୁମମାନଙ୍କ ଭିତରେ କୌଣସି ବିକାର ରହିବା ଉଚିତ୍ ନୁହେଁ କିନ୍ତୁ
ଅଧାକଳ୍ପର ବେମାରୀ ଜଲ୍ଦି ଛାଡୁନାହିଁ । ଦୁନିଆର ପାଠରେ ମଧ୍ୟ ଯିଏ ଭଲ ଭାବରେ ପଢ଼ନ୍ତି ନାହିଁ
ଫେଲ୍ ହୋଇଯାଆନ୍ତି । ଆଉ ଯେଉଁମାନେ ସମ୍ମାନର ସହିତ ପାସ୍ କରନ୍ତି ସେମାନଙ୍କୁ ବୃତ୍ତି ମିଳିଥାଏ
। ସେହିଭଳି ତୁମମାନଙ୍କ ଭିତରେ ମଧ୍ୟ ଯିଏ ଭଲ ଭାବରେ ପଢ଼ି ନିଜେ ପବିତ୍ର ହେବା ସହିତ ଅନ୍ୟକୁ
ପବିତ୍ର କରାଉଛନ୍ତି ସିଏ ବାବାଙ୍କଠାରୁ ପୁରସ୍କାର ନେଉଛନ୍ତି । ମାଳା ହେଉଛି ୮ ରତ୍ନଙ୍କର ।
ସେମାନେ ହିଁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେଉଛନ୍ତି । ପୁଣି ତା’ପରେ ୧୦୮ର ମାଳା ତିଆରି ହେଉଛି,
ସେହି ମାଳାକୁ ମଧ୍ୟ ସ୍ମରଣ କରାଯାଏ । ଯାହାର ରହସ୍ୟକୁ ମନୁଷ୍ୟମାନେ ଜାଣିନାହାଁନ୍ତି । ମାଳାର
ଉପର ଭାଗରେ ଫୁଲ ଥାଏ ପୁଣି ତା’ର ଦୁଇ ପାର୍ଶ୍ୱରେ ମେରୁଦାନା ଥାଏ । କାରଣ ସ୍ତ୍ରୀ ଏବଂ ପୁରୁଷ
ଉଭୟ ପବିତ୍ର ହେଉଛନ୍ତି ନା । ଏହି ଦେବୀ ଦେବତାମାନେ ମଧ୍ୟ ପବିତ୍ର ଥିଲେ, ନିଜକୁ ସ୍ୱର୍ଗବାସୀ
ବୋଲି କହୁଥିଲେ । ସେହି ଆତ୍ମାମାନେ ପୁଣି ପୁନର୍ଜନ୍ମ ନେଇ ନେଇ ଏବେ ପତିତ ହୋଇଯାଇଛନ୍ତି । ପୁଣି
ପବିତ୍ର ହୋଇ ପବିତ୍ର ଦୁନିଆକୁ ଯିବେ । ବିଶ୍ୱ ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଚାଲିଛି ନା ।
ବିକାରୀ ରାଜାମାନେ ନିର୍ବିକାରୀ ରାଜାମାନଙ୍କର ମନ୍ଦିର ତିଆରି କରି ସେମାନଙ୍କର ପୂଜା କରୁଛନ୍ତି
। ସେହିମାନେ ହିଁ ପୁଣି ପୂଜ୍ୟରୁ ପୂଜାରୀ ହେଉଛନ୍ତି । ବିକାରୀ ହେବା ଦ୍ୱାରା ସେହି ପବିତ୍ରତାର
ମୁକୁଟ ମଧ୍ୟ ରହୁନାହିଁ । ଏହିଭଳି ହିଁ ଖେଳ ତିଆରି ହୋଇଛି । ଏହା ହେଉଛି ବେହଦର ଆଶ୍ଚର୍ଯ୍ୟମୟ
ଡ୍ରାମା । ପ୍ରଥମେ ଗୋଟିଏ ଧର୍ମ ଥାଏ ଯାହାକୁ ରାମରାଜ୍ୟ କୁହାଯାଉଥିଲା ପୁଣି ଧିରେ ଧିରେ ଅନ୍ୟ
ଧର୍ମର ଆତ୍ମାମାନେ ଆସିଲେ । ଏହି ସୃଷ୍ଟିର ଚକ୍ର କିପରି ଘୂରି ଚାଲିଛି ତାହା ଏକମାତ୍ର ବାବା ହିଁ
ବୁଝାଇ ପାରିବେ । କାରଣ ଭଗବାନ ତ’ ଜଣେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସ୍ୱୟଂ
ଭଗବାନ ଶିକ୍ଷକ ହୋଇ ପାଠପଢାଉଛନ୍ତି ସେଥିପାଇଁ ଭଲ ଭାବରେ ପଢିବାକୁ ହେବ । ପାଠପଢାରେ ବୃତ୍ତି
ନେବା ପାଇଁ ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର କରିବାର ସେବା କରିବାକୁ ହେବ ।
(୨) ନିଜ ଭିତରେ କାମ,
କ୍ରୋଧ ଇତ୍ୟାଦିର ଯେଉଁ ସବୁ ଭୂତ ରହିଛି, ସେ ସବୁକୁ ବାହାର କରିବାକୁ ହେବ । ନିଜର ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ମାୟାର ଛାୟାରୁ
ବାହାରି ଯୋଗର ଛତ୍ରଛାୟା ତଳେ ରହୁଥିବା ଚିନ୍ତାମୁକ୍ତ ସମ୍ରାଟ ହୁଅ ।
ଯେଉଁମାନେ ସର୍ବଦା
ବାବାଙ୍କର ସ୍ମୃତିର ଛତ୍ରଛାୟା ତଳେ ରହୁଛନ୍ତି ସେମାନେ ନିଜକୁ ସର୍ବଦା ସୁରକ୍ଷିତ ଅନୁଭବ
କରୁଛନ୍ତି, କାରଣ ମାୟାର ଛାୟାରୁ ରକ୍ଷା ପାଇବାର ଉପାୟ ହେଲା ବାବାଙ୍କର ଛତ୍ରଛାୟା । ଏହି
ଛତ୍ରଛାୟା ତଳେ ରହୁଥିବା ଆତ୍ମା ସର୍ବଦା ଚିନ୍ତାମୁକ୍ତ ରହିଥାଏ । ଯଦି କୌଣସି ପ୍ରକାରର ଚିନ୍ତା
ରହିବ ତେବେ ଖୁସି ସମାପ୍ତ ହୋଇଯିବ ଏବଂ ଖୁସି ଯଦି ସମାପ୍ତ ହୋଇଗଲା, ତୁମେ ଦୁର୍ବଳ ହୋଇଗଲ ତେବେ
ମାୟାର ଛାୟାର ପ୍ରଭାବ ପଡିଯିବ କାହିଁକି ନା ତୁମମାନଙ୍କର ଦୁର୍ବଳତା ହିଁ ମାୟାକୁ ଆବାହନ କରିଥାଏ
ଏବଂ ସ୍ୱପ୍ନରେ ଯଦି ମାୟାର ଛାୟା ପଡିଗଲା ତେବେ ବହୁତ ଦୁଃଖୀ କରିଦେବ ସେଥିପାଇଁ ସର୍ବଦା
ଛତ୍ରଛାୟା ତଳେ ରୁହ ।
ସ୍ଲୋଗାନ:-
ଜ୍ଞାନର ସ୍କୃ
ଡ୍ରାଇଭର ଦ୍ୱାରା ଅବହେଳା ପଣିଆର ଢିଲା ସ୍କୃ କୁ ଟାଇଟ୍ କରି ସର୍ବଦା ସଜାଗ ରୁହ ।