04.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସଙ୍ଗମଯୁଗରେ ତୁମକୁ ସ୍ନେହର ସାଗର ବାବା ସ୍ନେହ ହିଁ ସମ୍ପତ୍ତି ରୂପରେ ଦେଉଛନ୍ତି, ସେଥିପାଇଁ
ତୁମେମାନେ ମଧ୍ୟ ସମସ୍ତଙ୍କୁ ସ୍ନେହ ଦିଅ, କ୍ରୋଧ କର ନାହିଁ ।”
ପ୍ରଶ୍ନ:-
ନିଜର
ରେଜିଷ୍ଟରକୁ ଅର୍ଥାତ୍ ଚରିତ୍ରକୁ ଠିକ୍ ରଖିବା ପାଇଁ ବାବା ତୁମକୁ କେଉଁ ରାସ୍ତା ବତାଇଛନ୍ତି?
ଉତ୍ତର:-
ବାବା ତୁମକୁ ସ୍ନେହର ରାସ୍ତା ହିଁ ବତାଉଛନ୍ତି, ଶ୍ରୀମତ ଦେଉଛନ୍ତି ପିଲାମାନେ ସମସ୍ତଙ୍କ ସହିତ
ସ୍ନେହପୂର୍ଣ୍ଣ ବ୍ୟବହାର କର । କାହାକୁ ବି ଦୁଃଖ ଦିଅ ନାହିଁ । କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା
କେବେ ହେଲେ ବି ଓଲଟା କର୍ମ କର ନାହିଁ । ସର୍ବଦା ଏହି କଥା ଯାଞ୍ଚ କର, କି ମୋ’ ଭିତରେ କୌଣସି
ଆସୁରୀ ଗୁଣ ନାହିଁ ତ ? ମୁଁ ମୁଡ୍ଡି ଅର୍ଥାତ୍ ମନୁଆ ନୁହେଁ ତ? କୌଣସି କଥାରେ ବିଗିଡ଼ି ଯାଉନାହିଁ
ତ?
ଗୀତ:-
ୟହ ବକ୍ତ ଯା ରହା
ହେ...
ଓମ୍ ଶାନ୍ତି ।
ମଧୁର
ସନ୍ତାନମାନେ ଗୀତ ଶୁଣିଲେ । ଦିନକୁ ଦିନ ନିଜର ଘର ଅଥବା ଲକ୍ଷ୍ୟ ନିକଟତର ହେଉଛି । ଏବେ ଯାହା
କିଛି ଶ୍ରୀମତ ମିଳୁଛି, ସେଥିରେ ଅବହେଳା କରନାହିଁ । ବାବାଙ୍କର ନିର୍ଦ୍ଦେଶ ମିଳୁଛି ଯେ
ସମସ୍ତଙ୍କୁ ସନ୍ଦେଶ ଦିଅ । ପିଲାମାନେ ଜାଣିଛନ୍ତି ଲକ୍ଷ ଲକ୍ଷ, କୋଟି କୋଟି ଲୋକଙ୍କୁ ଏହି
ସନ୍ଦେଶ ଦେବାକୁ ହେବ । ପୁଣି କୌଣସି ସମୟରେ ଆସି ହିଁ ଯିବେ । ଯେତେବେଳେ ବହୁତ ହୋଇଯିବେ ତେବେ
ବହୁତଙ୍କୁ ସନ୍ଦେଶ ଦେବ । ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ତ ମିଳିବ ନା । ସନ୍ଦେଶ ଦେବା ବହୁତ
ସହଜ କଥା । କେବଳ ଏତିକି କୁହ ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ଏବଂ କୌଣସି
କର୍ମେନ୍ଦ୍ରିୟ ଦ୍ୱାରା ମନ-ବାଣୀ-କର୍ମରେ ଖରାପ କାମ କର ନାହିଁ । ପ୍ରତ୍ୟେକ ସଂକଳ୍ପ ପ୍ରଥମେ
ମନରେ ଆସେ ତା’ପରେ ବାଣୀରେ ଆସିଥାଏ । ଏବେ ତୁମକୁ ଭୁଲ୍-ଠିକ୍ କଥା ବୁଝିବା ପାଇଁ ବୁଦ୍ଧି
ଦରକାର । ଏହା ପୁଣ୍ୟର କାମ ଅଟେ, ଏହା କରିବା ଉଚିତ୍ । ମନରେ କ୍ରୋଧ କରିବାର ସଂକଳ୍ପ ଆସେ,
କିନ୍ତୁ ବୁଦ୍ଧି ତ ମିଳିଛି, ଜାଣୁଛ ଯଦି କ୍ରୋଧ କରିବ ତେବେ ପାପ ହୋଇଯିବ । ବାବାଙ୍କୁ ମନେ
ପକାଇବା ଦ୍ୱାରା ହିଁ ପୁଣ୍ୟ ଆତ୍ମା ହୋଇଯିବ । ଏମିତି ନୁହେଁ ହଉ ହେଲା, ଏବେ ହୋଇଗଲା ପୁଣି କରିବୁ
ନାହିଁ । ଏପରି ପୁଣି ପୁଣି କହିବା ଦ୍ୱାରା ଅଭ୍ୟାସରେ ପଡିଯିବ । ମନୁଷ୍ୟ ଏପରି କର୍ମ କରି ମଧ୍ୟ
ପାପ ବୋଲି ଭାବୁନାହାଁନ୍ତି । ବିକାରକୁ ମଧ୍ୟ ପାପ ବୋଲି ଭାବୁନାହାଁନ୍ତି । ଏବେ ବାବା ବତାଇଛନ୍ତି
- ବିକାର ସବୁଠାରୁ ବଡ଼ରୁ ବଡ ପାପ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ ଏବଂ ସମସ୍ତଙ୍କୁ
ବାବାଙ୍କ ସନ୍ଦେଶ ଦେବାକୁ ହେବ ଯେ ମୋତେ ମନେ ପକାଅ, ମୃତ୍ୟୁ ସମ୍ମୁଖରେ ଛିଡ଼ା ହୋଇଛି । ଯେବେ
କାହାର ମୃତ୍ୟୁ ସମୟ ଆସିଥାଏ, ତ ତା’ଙ୍କୁ ଈଶ୍ୱର ପିତାଙ୍କୁ ମନେ ପକାଇବା ପାଇଁ କହିଥା’ନ୍ତି ।
କୁହନ୍ତି ପରମପିତାଙ୍କୁ ମନେ ପକାଅ । ସେମାନେ ଭାବୁଛନ୍ତି ଯେ ମୃତ୍ୟୁ ପରେ ଏମାନେ ଈଶ୍ୱର
ପିତାଙ୍କ ପାଖକୁ ଯାଉଛନ୍ତି । କିନ୍ତୁ ସେମାନେ ଏକଥା ଜାଣିନାହାଁନ୍ତି ଯେ ଈଶ୍ୱର ପିତାଙ୍କୁ ମନେ
ପକାଇଲେ କ’ଣ ହେବ? କେଉଁଠାକୁ଼ ଯିବେ? ଆତ୍ମା ଗୋଟିଏ ଶରୀର ଛାଡ଼ି ଆଉ ଗୋଟିଏ ଧାରଣ କରୁଛି ।
ଈଶ୍ୱର ପିତାଙ୍କ ପାଖକୁ ତ କେହି ଯାଇପାରିବେ ନାହିଁ । ତେଣୁ ବର୍ତ୍ତମାନ ତୁମ ପିଲାମାନଙ୍କୁ
ଅବିନାଶୀ ପିତାଙ୍କୁ ଅବିନାଶୀ ଭାବେ ମନେ ପକାଇବା ଉଚିତ୍ । ଯେବେ ତମଃପ୍ରଧାନ ଦୁଃଖି
ହୋଇଯାଇଥାନ୍ତି ତେବେ ପରସ୍ପରକୁ କହିଥାନ୍ତି ଈଶ୍ୱରୀୟ ପିତାଙ୍କୁ ମନେ ପକାଅ । ସବୁ ଆତ୍ମା
ପରସ୍ପରକୁ ଏକଥା କହୁଛନ୍ତି, ଆତ୍ମା ହିଁ ତ କହୁଛି ନା । ଏପରି ନୁହେଁ ଯେ ପରମାତ୍ମା କହୁଛନ୍ତି ।
ଆତ୍ମା, ଆତ୍ମାକୁ ହିଁ କହୁଛି - ବାବାଙ୍କୁ ମନେ ପକାଅ । ଏହା ଏକ ସାଧାରଣ ପ୍ରଥା । ମୃତ୍ୟୁ ସମୟରେ
ଈଶ୍ୱରଙ୍କୁ ମନେ ପକାଇଥା’ନ୍ତି । ଈଶ୍ୱରଙ୍କ ପ୍ରତି ଡ଼ର ରହିଥାଏ । ବୁଝୁଛନ୍ତି ଯେ ଭଲ ଏବଂ ମନ୍ଦ
କର୍ମର ଫଳ ଈଶ୍ୱର ହିଁ ଦେବେ । ଖରାପ କର୍ମ କଲେ ଈଶ୍ୱର ଧର୍ମରାଜ ଦ୍ୱାରା ବହୁତ ଦଣ୍ଡ ଦେବେ ।
ସେଥିପାଇଁ ଡ଼ର ରହୁଛି । ବରାବର କର୍ମଫଳ ତ ଭୋଗ କରିବାକୁ ପଡ଼ିବ ନା । ତୁମେ ଏବେ
କର୍ମ-ଅକର୍ମ-ବିକର୍ମର ଗତିକୁ ବୁଝୁଛ । ଜାଣିଛ ଯେ ଏହି କର୍ମ ଅକର୍ମ ହେଲା । ବାବାଙ୍କ ସ୍ମୃତିରେ
ରହି କର୍ମ କଲେ ଭଲ କର୍ମ କରିଥା’ନ୍ତି । ରାବଣ ରାଜ୍ୟରେ ମନୁଷ୍ୟ ଖରାପ କର୍ମ ହିଁ କରିଥାନ୍ତି ।
ରାମ ରାଜ୍ୟରେ କେବେ ଖରାପ କର୍ମ ହୋଇ ନ ଥାଏ । ଏବେ ଶ୍ରୀମତ ତ ମିଳି ଚାଲିଛି । କେଉଁଠୁ ବି ଡ଼ାକରା
ଆସୁଛି ସେଠାକୁ ଯିବା ଉଚିତ୍ ନା ଉଚିତ୍ ନୁହେଁ ପ୍ରତ୍ୟେକ କଥା ପଚାରିବା ପରେ କରିବା ଉଚିତ୍ ।
ଧରିନିଅ ଯଦି କେହି ପୁଲିସ ଚାକିରି କରିଛନ୍ତି ସେମାନଙ୍କୁ ମଧ୍ୟ ବୁଝାଯାଉଛି ଯେ - ତୁମେ ପ୍ରଥମେ
ସ୍ନେହର ସହିତ ବୁଝାଅ । ସତ୍ୟ କଥା ନ କହିଲେ ପରେ ଦଣ୍ଡ ଦିଅ । ସ୍ନେହର ସହିତ ବୁଝାଇବା ଦ୍ୱାରା
ମାନିଯିବେ କିନ୍ତୁ ସେହି ସ୍ନେହ ସହ ଯଦି ଯୋଗବଳ ଭରି ହୋଇ ରହିଥିବ ତେବେ ସେହି ସ୍ନେହର ଶକ୍ତି
ଦ୍ୱାରା ଯାହାକୁ ବି ବୁଝାଇଲେ ସେ ବୁଝିଯିବେ । ଭାବିବେ ଯେପରି ଈଶ୍ୱର ଆମକୁ ବୁଝାଉଛନ୍ତି । ତୁମେ
ଈଶ୍ୱରଙ୍କ ସନ୍ତାନ ଯୋଗୀ ଅଟ ନା । ତୁମ ପାଖରେ ମଧ୍ୟ ଈଶ୍ୱରୀୟ ଶକ୍ତି ରହିଛି । ଈଶ୍ୱର ସ୍ନେହର
ସାଗର ଅଟନ୍ତି, ତାଙ୍କ ପାଖରେ ଶକ୍ତି ଅଛି ନା । ସମସ୍ତଙ୍କୁ ସମ୍ପତ୍ତି ଦେଉଛନ୍ତି । ତୁମେ ଜାଣିଛ
ସ୍ୱର୍ଗରେ ପରସ୍ପର ମଧ୍ୟରେ ସ୍ନେହ ଭରି ହୋଇ ରହିଥାଏ । ଏବେ ତୁମେ ସ୍ନେହର ସମ୍ପୂର୍ଣ୍ଣ ସମ୍ପତ୍ତି
ନେଉଛ । ସମ୍ପତ୍ତି ନେଇ ନେଇ କ୍ରମାଅନୁସାରେ ପୁରୁଷାର୍ଥ କରି କରି ସ୍ନେହୀ ହୋଇଯିବ ।
ବାବା କହୁଛନ୍ତି -
କାହାକୁ ବି ଦୁଃଖ ଦିଅ ନାହିଁ, ନଚେତ୍ ଦୁଃଖୀ ହୋଇ ମରିବ । ବାବା ସ୍ନେହର ରାସ୍ତା ବତାଉଛନ୍ତି ।
ମନରେ ଆସିବା ଦ୍ୱାରା ତାହା ଚେହେରାରେ ମଧ୍ୟ ଆସିଯାଇଥାଏ । କର୍ମେନ୍ଦ୍ରିୟ ଦ୍ୱାରା କରିଦେଲେ
ରେଜିଷ୍ଟର ଖରାପ ହୋଇଯିବ । ଦେବତାମାନଙ୍କର ଚାଲିଚଳଣିର ଗାୟନ କରିଥାଆନ୍ତି ନା । ସେଥିପାଇଁ ବାବା
କହୁଛନ୍ତି ଦେବତା ମାନଙ୍କର ପୂଜାରୀମାନଙ୍କୁ ବୁଝାଅ । ସେମାନେ ମହିମା ଗାନ କରୁଛନ୍ତି ଆପଣ
ସର୍ବଗୁଣ ସମ୍ପନ୍ନ, ଷୋଳ କଳା ସମ୍ପୂର୍ଣ୍ଣ ଅଟନ୍ତି ଏବଂ ନିଜର ଚାଲି-ଚଳଣିର ଦୋଷତ୍ରୁଟି ମଧ୍ୟ
ଶୁଣାଉଛନ୍ତି । ତେଣୁ ତାଙ୍କୁ ଏପରି ବୁଝାଅ ଯେ ତୁମେ ଦିନେ ଏପରି ଥିଲ, ଏବେ ନାହଁ ପୁଣି ନିଶ୍ଚୟ
ଏପରି ହେବ । ତୁମେ ଏପରି ଦେବତା ହେବା ପାଇଁ ଏପରି ଚାଲିଚଳଣି ଧାରଣ କର । ନିଜର ଯାଞ୍ଚ କରିବାକୁ
ହେବ - ମୁଁ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟେ ତ? ମୋ ଭିତରେ କୌଣସି ଆସୁରୀ ଗୁଣ ନାହିଁ ତ? କୌଣସି
କଥାରେ ବିଗିଡ଼ି ଯାଉନାହିଁ ତ, ମୁଁ ମନୁଆ ନୁହେଁ ତ? ଅନେକ ଥର ତୁମେ ପୁରୁଷାର୍ଥ କରିଛ । ବାବା
କହୁଛନ୍ତି ତୁମକୁ ଏପରି ହେବାକୁ ପଡ଼ିବ । ତିଆରି କରିବା ବାଲା ମଧ୍ୟ ଉପସ୍ଥିତ ଅଛନ୍ତି । କହୁଛନ୍ତି
କଳ୍ପ-କଳ୍ପ ତୁମକୁ ଏହିପରି କରୁଛି । କଳ୍ପ ପୂର୍ବରୁ ଯେଉଁମାନେ ଜ୍ଞାନ ନେଇଥିଲେ ସେମାନେ ନିଶ୍ଚୟ
ଆସି ନେବେ । ପୁରୁଷାର୍ଥ ମଧ୍ୟ କରାଯାଉଛି ଏବଂ ଚିନ୍ତାଶୂନ୍ୟ ମଧ୍ୟ ରହୁଛନ୍ତି । ଡ଼୍ରାମାରେ
ଏହିପରି ନିଧାର୍ଯ୍ୟ ରହିଛି । କେହି କେହି କହୁଛନ୍ତି - ଡ଼୍ରାମାରେ ନିଧାର୍ଯ୍ୟ ଥିଲେ ନିଶ୍ଚୟ
କରିବୁ । ଯଦି କଳ୍ପ ପୂର୍ବେ ହୋଇଥିବ ତେବେ ଡ଼୍ରାମା କରାଇବ । ବୁଝିବାକୁ ହେବ - ତାଙ୍କ ଭାଗ୍ୟରେ
ନାହିଁ । ଆରମ୍ଭରେ ମଧ୍ୟ ଜଣେ ଏପରି ବିଗିଡ଼ି ଯାଇଥିଲେ, ତାଙ୍କ ଭାଗ୍ୟରେ ନ ଥିଲା - କହିଥିଲେ
ଡ଼୍ରାମାରେ ଥିଲେ ଡ଼୍ରାମା ମୋତେ ପୁରୁଷାର୍ଥ କରାଇବ । ବାସ୍ ଛାଡ଼ି ଦେଲେ । ଏପରି ତୁମକୁ ମଧ୍ୟ
ବହୁତ ଆତ୍ମା ଦେଖିବାକୁ ମିଳୁଛନ୍ତି । ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି, ବ୍ୟାଜ୍
ମଧ୍ୟ ତୁମପାଖରେ ଅଛି, ନିଜର ଚାର୍ଟକୁ ଦେଖିବା ପରି ବ୍ୟାଜ୍କୁ ମଧ୍ୟ ଦେଖ, ନିଜର ଚାଲି- ଚଳଣିକୁ
ମଧ୍ୟ ଦେଖ । କେବେହେଲେ ବି କ୍ରିମିନାଲ ଦୃଷ୍ଟି ନ ରହୁ । ମୁଖରୁ କୌଣସି ଖରାପ କଥା ନ ବାହାରୁ ।
ଖରାପ କଥା କହିବାକୁ କେହି ନ ଥିଲେ, କାନ ଶୁଣିବ କିପରି? ସତ୍ୟଯୁଗରେ ସମସ୍ତେ ଦୈବୀଗୁଣଧାରୀ
ହୋଇଥାନ୍ତି । କୌଣସି ଖରାପ କଥା ରହିବ ନାହିଁ । ଲକ୍ଷ୍ମୀ-ନାରାୟଣ ମଧ୍ୟ ବାବାଙ୍କ ଦ୍ୱାରା
ପ୍ରାରବ୍ଧ ପାଇଛନ୍ତି । ଏ କଥା ତ ସମସ୍ତଙ୍କୁ କୁହ ଯେ ବାବାଙ୍କୁ ୟାଦ କଲେ ବିକର୍ମ ବିନାଶ
ହୋଇଯିବ । ଏଥିରେ କ୍ଷତି ହେବାର କୌଣସି କଥା ନାହିଁ । ଆତ୍ମା ସଂସ୍କାର ନେଇ ଯାଇଥାଏ । ସନ୍ନ୍ୟାସୀ
ହୋଇ ଥିଲେ ପୁଣି ସନ୍ନ୍ୟାସ ଧର୍ମକୁ ଆସିଯିବେ । ବୃକ୍ଷ ତ ତାଙ୍କର ବଢିଚାଲିଛି ନା । ବର୍ତ୍ତମାନ
ସମୟରେ ତୁମେ ପରିବର୍ତ୍ତିତ ହେଉଛ । ମନୁଷ୍ୟ ହିଁ ଦେବତା ହେଉଛନ୍ତି । ସମସ୍ତେ କ’ଣ ଏକତ୍ର ଆସିବେ
। କ୍ରମଅନୁସାରେ ହିଁ ଆସିବେ । ଡ଼୍ରାମାରେ ସମୟ ପୂର୍ବରୁ କୌଣସି ଅଭିନେତା ଷ୍ଟେଜ ଉପରକୁ
ଆସିପାରିବେ ନାହିଁ । ଭିତରେ ବସି ରହିଥାନ୍ତି । ସମୟ ହେଲେ ଅଭିନୟ କରିବା ପାଇଁ ଷ୍ଟେଜ ଉପରକୁ
ଆସିଥାନ୍ତି । ତାହା ହେଉଛି ଛୋଟ ନାଟକ, ଏହା ହେଉଛି ବିଶାଳ ନାଟକ । ବୁଦ୍ଧିରେ ଅଛି ଆମ
ଅଭିନେତାମାନଙ୍କୁ ନିଜ ସମୟରେ ଆସି ଅଭିନୟ କରିବାକୁ ହେବ । ଏହା ବେହଦର ବିଶାଳ ବୃକ୍ଷ ଅଟେ ।
କ୍ରମଅନୁସାରେ ଆସୁଛନ୍ତି ପୁଣି ଯାଉଛନ୍ତି । ପ୍ରଥମରୁ ଗୋଟିଏ ଧର୍ମ ଥିଲା, ସବୁ ଧର୍ମାବଲମ୍ବୀମାନେ
ଆରମ୍ଭରୁ ଆସିପାରିବେ ନାହିଁ ।
ପ୍ରଥମେ ତ ଦେବୀ-ଦେବତା
ଧର୍ମାବଲମ୍ବୀ ହିଁ ଅଭିନୟ କରିବାକୁ ଆସିବେ, ତାହା ପୁଣି କ୍ରମଅନୁସାରେ । ବୃକ୍ଷର ରହସ୍ୟକୁ ମଧ୍ୟ
ବୁଝିବାକୁ ହେବ । ବାବା ହିଁ ଆସି ସମ୍ପୂର୍ଣ୍ଣ କଳ୍ପ ବୃକ୍ଷର ଜ୍ଞାନ ଶୁଣାଉଛନ୍ତି । ଏହାଙ୍କର
ତୁଳନା ପୁଣି ନିରାକାରୀ ବୃକ୍ଷ ସହିତ ହେଉଛି । ଏକମାତ୍ର ବାବା ହିଁ କହୁଛନ୍ତି, ମୁଁ ମନୁଷ୍ୟ
ସୃଷ୍ଟି ରୂପୀ ବୃକ୍ଷର ବୀଜ ଅଟେ । ବୀଜ ମଧ୍ୟରେ ବୃକ୍ଷ ବିଦ୍ୟମାନ ନୁହେଁ କିନ୍ତୁ ବୃକ୍ଷର ଜ୍ଞାନ
ବିଦ୍ୟମାନ ଅଛି । ପ୍ରତ୍ୟେକ ଆତ୍ମାର ନିଜସ୍ୱ ଅଭିନୟ ରହିଛି । ଚୈତନ୍ୟ ବୃକ୍ଷ ଅଟେ ନା । ବୃକ୍ଷର
ପତ୍ର ମଧ୍ୟ କ୍ରମଅନୁସାରେ ବାହାରୁଛି । ଏହି ବୃକ୍ଷକୁ କେହି ବି ବୁଝୁନାହାଁନ୍ତି, ଏହାର ବୀଜ ଉପରେ
ରହିଛି ସେଥିପାଇଁ ଏହାକୁ ଓଲଟ ବୃକ୍ଷ କୁହାଯାଉଛି । ରଚୟିତା ବାବା ଉପରେ ରହିଛନ୍ତି । ତୁମେ
ଜାଣିଛ ଆମକୁ ଘରକୁ ଯିବାକୁ ହେବ, ଯେଉଁଠି ଆତ୍ମାମାନେ ନିବାସ କରନ୍ତି । ଏବେ ଆମକୁ ପବିତ୍ର ହୋଇ
ଯିବାକୁ ହେବ । ତୁମର ଯୋଗବଳ ଦ୍ୱାରା ସାରା ବିଶ୍ୱ ପବିତ୍ର ହୋଇଯାଉଛି । ତୁମ ପାଇଁ ତ ପବିତ୍ର
ସୃଷ୍ଟି ଦରକାର ନା । ତୁମେ ପବିତ୍ର ହେଉଥିବାରୁ ଦୁନିଆକୁ ମଧ୍ୟ ପବିତ୍ର କରିବାକୁ ପଡ଼ିବ ।
ସବୁକିଛି ପବିତ୍ର ହୋଇଯାଇଥାଏ । ଏହା ତୁମର ବୁଦ୍ଧିରେ ଅଛି । ଆତ୍ମାରେ ହିଁ ମନ-ବୁଦ୍ଧି ରହିଛି
ନା । ଆତ୍ମା ଚୈତନ୍ୟ ଅଟେ । ଆତ୍ମା ହିଁ ଜ୍ଞାନକୁ ଧାରଣ କରିପାରିବ । ତେଣୁ ମଧୁର
ସନ୍ତାନମାନଙ୍କର ଏହି ସମସ୍ତ ରହସ୍ୟ ବୁଦ୍ଧିରେ ରହିବା ଦରକାର ଯେ - କିପରି ଆମେ ପୁନର୍ଜନ୍ମ ନେଉଛୁ
। ୮୪ ଜନ୍ମର ଚକ୍ର ତୁମର ପୂରା ହେଉଥିବାରୁ ସମସ୍ତଙ୍କର ପୂରା ହେଉଛି । ସମସ୍ତେ ପବିତ୍ର
ହୋଇଯାଉଛନ୍ତି । ଏହା ଅନାଦି ସ୍ୱତଃ ପ୍ରସ୍ତୁତ ହୋଇଥିବା ଡ଼୍ରାମା ଅଟେ । ଗୋଟିଏ ସେକେଣ୍ଡ ମଧ୍ୟ
ଅଟକୁ ନାହିଁ । ସେକେଣ୍ଡ ପରେ ସେକେଣ୍ଡ ଯାହା କିଛି ହେଉଛି, ତାହା ପୁଣି କଳ୍ପ ପରେ ହେବ ।
ପ୍ରତ୍ୟେକ ଆତ୍ମାରେ ଅବିନାଶୀ ଅଭିନୟ ଭରି ହୋଇ ରହିଛି । ଲୌକିକ ଅଭିନେତା ୨-୪ ଘଣ୍ଟାର ଅଭିନୟ
କରିଥା’ନ୍ତି । ଏଠାରେ ତ ଆତ୍ମାକୁ ସ୍ୱତଃ ଅଭିନୟ ମିଳିଛି ତେଣୁ ପିଲାମାନଙ୍କୁ କେତେ ଖୁସି ହେବା
ଉଚିତ୍ । ସଙ୍ଗମରେ ହିଁ ଅତିନ୍ଦ୍ରିୟ ସୁଖର ଗାୟନ ରହିଛି । ବାବା ଆସୁଛନ୍ତି, ତେଣୁ ଆମେ ୨୧ ଜନ୍ମ
ପାଇଁ ସଦା ସୁଖି ହେଉଛେ । ଖୁସୀର କଥା ଅଟେ ନା । ଯିଏ ଭଲ ଭାବରେ ବୁଝି ପୁଣି ବୁଝାଉଛନ୍ତି ସେମାନେ
ସେବାରେ ଲାଗି ରହୁଛନ୍ତି । କୌଣସି ସନ୍ତାନ ନିଜେ କ୍ରୋଧୀ ହୋଇଥିଲେ ଅନ୍ୟ ମଧ୍ୟରେ କ୍ରୋଧର
ପ୍ରବେଶ ହୋଇଯାଇଥାଏ । ଦୁଇ ହାତରେ ତାଳି ବାଜିଥାଏ । ସତ୍ୟଯୁଗରେ ଏପରି ହେବ ନାହିଁ । ଏଠାରେ ତୁମ
ସନ୍ତାନମାନଙ୍କୁ ଶିକ୍ଷା ମିଳୁଛି - କେହି କ୍ରୋଧ କଲେ ତୁମେ ତାଙ୍କ ଉପରେ ଫୁଲ ଚଢାଅ ଅର୍ଥାତ୍
ସ୍ନେହର ସହିତ ବୁଝାଅ । ଏହା ମଧ୍ୟ ଏକ ଭୂତ ଯାହାକି ବହୁତ କ୍ଷତି କରିଦେବ । କ୍ରୋଧ କେବେ କରିବା
ଉଚିତ୍ ନୁହେଁ । ଶିଖାଉଥିବା ବ୍ୟକ୍ତି ନିକଟରେ କ୍ରୋଧ ବିଲ୍କୁଲ୍ ରହିବା ଅନୁଚିତ୍ । କ୍ରମ
ଅନୁସାରେ ପୁରୁଷାର୍ଥ କରିଚାଲିଛନ୍ତି । କାହାର ତୀବ୍ର, କାହାର ଢିଲା ପରୁଷାର୍ଥ ହେଉଛି । ଢିଲା
ପୁରୁଷାର୍ଥୀ ନିଶ୍ଚୟ ନିଜର ବଦନାମୀ ହିଁ କରିବେ । କାହା ଭିତରେ କ୍ରୋଧ ଥିଲେ ଯେଉଁଆଡ଼େ ଗଲେ ମଧ୍ୟ,
ସେଠାରେ କ୍ରୋଧ କରିଥା’ନ୍ତି । କୌଣସି ବି ଖରାପ ପ୍ରକୃତିର ଲୋକ ଏଠାରେ ରହିପାରିବେ ନାହିଁ ।
ପରୀକ୍ଷା ଯେବେ ପୂରା ହେବ ତେବେ ସମସ୍ତେ ଜାଣିପାରିବେ । କିଏ-କିଏ କ’ଣ ହେଉଛନ୍ତି, ସବୁ ସାକ୍ଷାତ୍କାର
ହେବ । ଯିଏ ଯେପରି କାମ କରିଥା’ନ୍ତି, ତାଙ୍କର ସେହିପରି ମହିମା ହୋଇଥାଏ ।
ତୁମେ ସନ୍ତାନମାନେ
ଡ଼୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ତୁମେ ସମସ୍ତେ ଅନ୍ତର୍ଯ୍ୟାମୀ ଅଟ । ଆତ୍ମା ଅନ୍ତରରେ ସବୁ
କିଛି ଜାଣିଛି - ଏହି ସୃଷ୍ଟିଚକ୍ର କିପରି ଘୁରୁଛି । ସାରା ସୃଷ୍ଟିର ମନୁଷ୍ୟମାନଙ୍କର ଚାଲି ଚଳନ
ଓ ସବୁ ଧର୍ମର ଜ୍ଞାନ ତୁମଠାରେ ଅଛି । ତାଙ୍କୁ ହିଁ କୁହାଯିବ ଅନ୍ତର୍ଯ୍ୟାମୀ । ଆତ୍ମାକୁ ସବୁକିଛି
ଜଣାପଡିଗଲା । ଏପରି ନୁହେଁ, ଭଗବାନ ଘଟ ଘଟର ବାସୀ ଅଟନ୍ତି, ତାଙ୍କୁ ଜାଣିବାର କ’ଣ ଦରକାର ରହିଛି
? ସେ ତ ବର୍ତ୍ତମାନ ବି କହୁଛନ୍ତି ଯିଏ ଯେପରି ପୁରୁଷାର୍ଥ କରିବ ସେପରି ଫଳ ପାଇବ । ମୋର
ଜାଣିବାର କୌଣସି ଆବଶ୍ୟକତା ନାହିଁ । ଯାହା କରୁଛନ୍ତି ତା’ର ଦଣ୍ଡ ମଧ୍ୟ ନିଜେ ଭୋଗ କରିବେ । ଯଦି
ଏପରି ଚଳଣୀ ଚାଲିବ ତେବେ ଅଧମ ଗତିକୁ ଚାଲିଯିବ । ପଦ ବହୁତ କମ୍ ହୋଇଯିବ । ସ୍କୁଲ ମାନଙ୍କରେ ଫେଲ
ହୋଇଗଲେ ପୁଣି ପର ବର୍ଷ ପଢିଥା’ନ୍ତି । ଏହି ପାଠପଢା ତ କଳ୍ପ-କଳ୍ପାନ୍ତର ପାଇଁ ହେଉଛି ।
ବର୍ତ୍ତମାନ ନ ପଢିଲେ କଳ୍ପ-କଳ୍ପାନ୍ତର ପଢିବ ନାହିଁ । ସମ୍ପୂର୍ଣ୍ଣ ଈଶ୍ୱରୀୟ ଲଟେରୀ ନେବା
ଦରକାର ନା । ଏହି କଥା ତୁମେ ବୁଝିପାରୁଛ । ଭାରତ ଯେବେ ସୁଖଧାମ ହେବ ତେବେ ଅନ୍ୟ ସମସ୍ତେ
ଶାନ୍ତିଧାମରେ ରହିବେ । ପିଲାମାନେ ଖୁସି ହେବା ଉଚିତ୍ - ଏବେ ଆମର ସୁଖର ଦିନ ଆସୁଛି । ଦୀପାବଳୀ
ଦିନ ନିକଟତର ହେଲେ କହିଥା’ନ୍ତି, ବାକି ଏତିକି ଦିନ ରହିଲା । ପୁଣି ନୂଆ କପଡ଼ା ପିନ୍ଧିବୁ । ତୁମେ
ମଧ୍ୟ କହୁଛ ସ୍ୱର୍ଗ ଆସୁଛି । ଆମେ ନିଜକୁ ଜ୍ଞାନ-ଗୁଣରେ ସଜାଇଲେ ସ୍ୱର୍ଗରେ ବହୁତ ସୁଖ ପାଇବୁ ।
ସାହୁକାରକୁ ତ ସାହୁକାରୀର ନିଶା ରହିଥାଏ । ମନୁଷ୍ୟ ବିଲ୍କୁଲ୍ ଘୋର ନିଦ୍ରାରେ ଅଛନ୍ତି । ପୁଣି
ଅଚାନକ ଜଣାପଡ଼ିବ - ଇଏ ତ ସତ୍ୟ କହୁଥିଲେ । ସତ୍ୟର ସଙ୍ଗ ହେଲେ ସତ୍ୟକୁ ହିଁ ବୁଝିବେ । ତୁମେ ଏବେ
ସତ୍ୟର ସଙ୍ଗରେ ରହିଛ । ତୁମେ ସତ୍ ବାପାଙ୍କ ଦ୍ୱାରା ସତ୍ ହେଉଛ । ସେମାନେ ସମସ୍ତେ ଅସତ୍ୟ ଦ୍ୱାରା,
ଅସତ୍ୟ ହେଉଛନ୍ତି । ଏବେ ପ୍ରଭେଦ ମଧ୍ୟ ଛପାଯାଉଛି କି ଭଗବାନ କ’ଣ କହୁଛନ୍ତି ଏବଂ ମନୁଷ୍ୟ କ’ଣ
କହୁଛନ୍ତି । ଏ ସବୁ ମାଗାଜିନ୍ରେ ମଧ୍ୟ ବାହାର କରିପାରିବ । ଶେଷରେ ତୁମର ହିଁ ତ ବିଜୟ ହେବ,
ଯିଏ କଳ୍ପ ପୂର୍ବରୁ ପଦ ପାଇଥିଲେ, ସେ ନିଶ୍ଚୟ ପାଇବେ । ଏହା ନିଶ୍ଚିତ ଅଟେ । ସେଠାରେ
ଅକାଳମୃତ୍ୟୁ ହେବ ନାହିଁ । ଆୟୁ ମଧ୍ୟ ଅଧିକା ହେବ । ଯେବେ ପବିତ୍ରତା ଥିଲା ତେବେ ଆୟୁ ବି ଅଧିକା
ଥିଲା । ବାବା ପତିତ-ପାବନ ପରମାତ୍ମା ହୋଇଥିବାରୁ ନିଶ୍ଚୟ ସେ ହିଁ ପବିତ୍ର କରିଥିବେ ।
ଶ୍ରୀକୃଷ୍ଣଙ୍କ କଥା ଶୋଭା ପାଉନାହିଁ । ପୁରୁଷୋତ୍ତମ ସଙ୍ଗମଯୁଗରେ ପୁଣି ଶ୍ରୀକୃଷ୍ଣ କୁଆଡ଼ୁ ଆସିବେ
। ସେହି ଚେହେରାର ମନୁଷ୍ୟ ପୁଣି ରହିବେ ନାହିଁ । ୮୪ ଜନ୍ମ, ୮୪ ଚେହେରା, ୮୪ ପ୍ରକାରର ଅଭିନୟ,
ଏହା ପୂର୍ବ ପ୍ରସ୍ତୁତ ଖେଳ ଅଟେ, ଏଥିରେ ଫରକ ହୋଇପାରିବ ନାହିଁ । ଡ଼୍ରାମା କିପରି ଚମତ୍କାର ଭାବେ
ରଚନା କରାଯାଇଛି । ଆତ୍ମା ଛୋଟ ବିନ୍ଦୁ, ଏଥିରେ ଅନାଦି ପାର୍ଟ ଭରି ହୋଇ ରହିଛି - ଏହାକୁ କୁଦରତ
କୁହାଯାଉଛି । ମନୁଷ୍ୟ ଶୁଣି ଆଶ୍ଚର୍ଯ୍ୟ ହେବେ । କିନ୍ତୁ ପ୍ରଥମେ ଏହି ସନ୍ଦେଶ ଦେବାକୁ ହେବ ଯେ
ବାବାଙ୍କୁ ମନେ ପକାଅ । ସେ ହିଁ ପତିତ-ପାବନ ଅଟନ୍ତି, ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି ।
ସତ୍ୟଯୁଗରେ ଦୁଃଖର କୌଣସି କଥା ରହିବ ନାହିଁ । କଳିଯୁଗରେ କେତେ ଦୁଃଖ ରହିଛି । କିନ୍ତୁ ଏହି
କଥାକୁ କ୍ରମଅନୁସାରେ ବୁଝୁଛନ୍ତି । ବାବା ତ ପ୍ରତ୍ୟହ ବୁଝାଇ ଚାଲିଛନ୍ତି । ତୁମେ ସନ୍ତାନମାନେ
ଜାଣିଛ ଶିବବାବା ଆସିଛନ୍ତି ଆମକୁ ପଢାଇବା ପାଇଁ, ପୁଣି ସାଥିରେ ନେଇଯିବେ । ଯେଉଁମାନେ ସାଥିରେ
ରହୁଛନ୍ତି ତାଙ୍କ ଅପେକ୍ଷା ବନ୍ଧନରେ ଥିବା ଆତ୍ମା ଅଧିକ ମନେ ପକାଉଛନ୍ତି, ସେମାନେ ଉଚ୍ଚପଦ
ପାଇପାରିବେ । ଏହା ମଧ୍ୟ ବୁଝିବା କଥା ଅଟେ ନା । ବାବାଙ୍କ ସ୍ମୃତିରେ ବହୁତ ଛଟପଟ ହେଉଛନ୍ତି ।
ବାବା କହୁଛନ୍ତି ପିଲାମାନେ ୟାଦର ଯାତ୍ରାରେ ରୁହ, ଦୈବୀଗୁଣର ଧାରଣା କର, ତେବେ ବନ୍ଧନ କଟିଚାଲିବ
। ପାପର ଘଡ଼ି ଶେଷ ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଚାଲିଚଳଣକୁ ଦେବତାମାନଙ୍କ ଭଳି କରିବାକୁ ହେବ । କୌଣସି ଆସୁରୀ କଥା ମୁଖ ଦ୍ୱାରା କହିବାର ନାହିଁ
। ଏହି ଆଖି କେବେ ବି ବିକାରୀ ନ ହେଉ ।
(୨) କ୍ରୋଧର ଭୂତ ବହୁତ
କ୍ଷତି କରିଥାଏ । ତାଳି ଦୁଇ ହାତରେ ବାଜିଥାଏ, ସେଥିପାଇଁ କେହି ଯଦି କ୍ରୋଧ କରେ ତେବେ ତା’ଠାରୁ
ଦୂରେଇ ରହିବାକୁ ହେବ । ତାଙ୍କୁ ସ୍ନେହର ସହିତ ବୁଝାଇବାକୁ ହେବ ।
ବରଦାନ:-
ତ୍ୟାଗ, ତପସ୍ୟା
ଏବଂ ସେବାଭାବର ବିଧି ଦ୍ୱାରା ସଦା ସଫଳତା ସ୍ୱରୂପ ଭବ ।
ତ୍ୟାଗ ଏବଂ ତପସ୍ୟା ହିଁ
ସଫଳତାର ଆଧାର ଅଟେ । ତ୍ୟାଗର ଭାବନା ଥିବା ପିଲାମାନେ ହିଁ ସଚ୍ଚା ସେବାଧାରୀ ହୋଇପାରିବେ ।
ତ୍ୟାଗ ଦ୍ୱାରା ହିଁ ନିଜର ଏବଂ ଅନ୍ୟମାନଙ୍କର ଭାଗ୍ୟ ନିର୍ମାଣ ହୋଇଥାଏ ଏବଂ ଦୃଢ ସଂକଳ୍ପ କରିବା
ହିଁ ତପସ୍ୟା ଅଟେ । ତେଣୁ ତ୍ୟାଗ-ତପସ୍ୟା ଏବଂ ସେବା ଭାବ ଦ୍ୱାରା ଅନେକ ଗୁଡିଏ ବିନାଶୀ ଏବଂ
ସଂକୀର୍ଣ୍ଣର ଭାବ ସମାପ୍ତ ହୋଇଯାଇଥାଏ ଏବଂ ସଂଗଠନ ଶକ୍ତିଶାଳୀ ହୋଇଥାଏ । ଜଣେ ଯଦି କିଛି କହିଲା
ତେବେ ଅନ୍ୟ ଜଣେ ତାକୁ କାର୍ଯ୍ୟରେ କରିଦେଲା, କେବେ ବି ତୁ-ତୁ, ମୁଁ-ମୁଁ ବା ମୋ’ର-ତୋ’ର ନ ହେଉ,
ତାହାହେଲେ ସଫଳତା ସ୍ୱରୂପ ହେବା ସହିତ ନିର୍ବିଘ୍ନ ମଧ୍ୟ ହୋଇଯିବ ।
ସ୍ଲୋଗାନ:-
ସଂକଳ୍ପ ଦ୍ୱାରା
ମଧ୍ୟ କାହାକୁ ଦୁଃଖ ନ ଦେବା - ଏହା ହିଁ ହେଉଛି ସମ୍ପୂର୍ଣ୍ଣ ଅହିଂସା ଅଟେ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଯୋଗକୁ ଜ୍ୱାଳା ରୂପ
କରିବା ପାଇଁ ଗୋଟିଏ ସେକେଣ୍ଡରେ ବିନ୍ଦୁ ସ୍ୱରୂପ ହୋଇ ମନ-ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ
ବାରମ୍ବାର କର । ଷ୍ଟପ୍ କହିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ବ୍ୟର୍ଥ ଦେହଭାନଠାରୁ ମନ-ବୁଦ୍ଧି
ଏକାଗ୍ର ହୋଇଯାଉଥିବ । ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତିକୁ ସାରା ଦିନ ବ୍ୟବହାର କରୁଥାଅ,
ଶକ୍ତିଶାଳୀ ବ୍ରେକ୍ ଦ୍ୱାରା ମନ-ବୁଦ୍ଧିକୁ ନିୟନ୍ତ୍ରଣ କର, ମନ-ବୁଦ୍ଧିକୁ ଯେଉଁଠାରେ ବି
ଲଗାଇବାକୁ ଚାହୁଁଥିବ ଗୋଟିଏ ସେକେଣ୍ଡରେ ଲାଗିଯାଉଥିବ ।