04.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଜ୍ଞାନବାନ ହୁଅ ତେବେ ଧନବାନ ହୋଇଯିବ, ଜ୍ଞାନ-ଜ୍ଞାନେଶ୍ୱରୀ ଜଗଦମ୍ବା ହିଁ ରାଜ-ରାଜେଶ୍ୱରୀ ହୋଇଥା’ନ୍ତି ।”

ପ୍ରଶ୍ନ:-
ବାବାଙ୍କୁ ନିଜର ପିଲାମାନଙ୍କ ପ୍ରତି ଦୟା ଆସୁଛି, ସେଥିପାଇଁ ସେମାନଙ୍କୁ ଶ୍ରେଷ୍ଠ ଭାଗ୍ୟ ଗଢିବା ପାଇଁ ବାବା କେଉଁ ଶ୍ରୀମତ ଦେଉଛନ୍ତି?

ଉତ୍ତର:-
ମିଠେ ବଚ୍ଚେ - ମୁଣ୍ଡ ଉପରେ ଯେଉଁ ପାପର ବୋଝ ରହିଛି, ତାକୁ ମୃତ୍ୟୁ ପୂର୍ବରୁ ଯୋଗର ଯାତ୍ରାରେ ରହି ଚୁକ୍ତ କରିଦିଅ । ଆଉ କୌଣସି ବି ବିକର୍ମ କର ନାହିଁ । ବାବା ଆସିଛନ୍ତି ତୁମ୍ଭମାନଙ୍କୁ ଯମଦଣ୍ଡର ଫାଶୀରୁ ମୁକ୍ତ କରିବା ପାଇଁ, ସେଥିପାଇଁ ବର୍ତ୍ତମାନ କୌଣସି ପାପ କର୍ମ କର ନାହିଁ ।

ଗୀତ:-
ରାତ କେ ରାହୀ ଥକ ମତ ଜାନା....

ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନେ, ଏହି ଗୀତର ଅର୍ଥ ବୁଝିଲେ । ବାବା ଆସିଛନ୍ତି ଭକ୍ତିରୂପୀ ରାତିକୁ ପରିବର୍ତ୍ତନ କରି ଜ୍ଞାନର ସ୍ଥାପନା କରିବା ପାଇଁ କାରଣ ବାବାଙ୍କୁ ହିଁ ଡାକିଥା’ନ୍ତି - ହେ ପତିତ-ପାବନ ଆସ । ଜାଣୁଛନ୍ତି ଯେ କୌଣସି ଗୋଟିଏ ସମୟରେ ଆମେ ପବିତ୍ର ଥିଲୁ, ଏବେ ପତିତ ହୋଇଯାଇଛୁ । ସେହି ଜିନିଷ ହିଁ ମାଗିଥାଆନ୍ତି ବା ପ୍ରାର୍ଥନା କରିଥା’ନ୍ତି, ଯାହା ପୂର୍ବରୁ ଥିଲା ଏବେ ନାହିଁ । ତୁମ୍ଭେମାନେ ଜାଣିଛ ଯେ ଏଠାରେ ପବିତ୍ର ଦେବୀ-ଦେବତାମାନଙ୍କର ରାଜଧାନୀ ଥିଲା । ଜ୍ଞାନ-ଜ୍ଞାନେଶ୍ୱରୀ ହିଁ ପୁଣି ରାଜ-ରାଜେଶ୍ୱରୀ ହେବେ । ଯେପରି ଜଗତଅମ୍ବା ଏବଂ ଲକ୍ଷ୍ମୀ ଅଲଗା-ଅଲଗା ଅଟନ୍ତି । ଲକ୍ଷ୍ମୀଙ୍କୁ କେବେ ହେଲେ ଜଗତଅମ୍ବା କହିବେ ନାହିଁ । ଲକ୍ଷ୍ମୀଙ୍କୁ ତାଙ୍କର ନିଜର ଦୁଇ ସନ୍ତାନ ହିଁ ମାତେଶ୍ୱରୀ କହିବେ । ଏଠାରେ ଜଗତଅମ୍ବାଙ୍କୁ ସମସ୍ତ ଭାରତବାସୀ, ଯେଉଁମାନେ କି ଆଧ୍ୟାତ୍ମିକ ଚିନ୍ତାଧାରାର ଅଟନ୍ତି, ସେହିମାନେ ସମସ୍ତେ ତାଙ୍କୁ ମାଆ ବୋଲି କହୁଛନ୍ତି । ଦେବୀ-ଦେବତାମାନଙ୍କର ମନ୍ଦିରକୁ ଯାଇ ତାଙ୍କର ଭକ୍ତି କରୁଛନ୍ତି । ଏବେ ତୁମ୍ଭେମାନେ ଜାଣୁଛ ଯେ ଆମେ ବହୁତ ଭକ୍ତି କରିଛୁ । ଦାନ-ପୁଣ୍ୟ ଆଦି ଯେତେ ତୁମ୍ଭେମାନେ କରିଛ ସେତିକି ଆଉ କେହି କରି ନ ଥିବେ । ତୁମ୍ଭେମାନେ ସବୁଠାରୁ ଅଧିକ ଭକ୍ତି କରିଛ । ଏବେ ତୁମେମାନେ ନିଜର ସ୍ମୃତିଚିହ୍ନ ବା ସ୍ମାରକୀକୁ ଜୀଇଁ ଥାଉ ଥାଉ ଦେଖୁଛ । ଏଠାରେ ଆଦି ଦେବ ଏବଂ ଆଦିଦେବୀ ଅଛନ୍ତି, ଯାହାଙ୍କୁ ଜଗତଅମ୍ବା କହୁଛନ୍ତି । ଏବେ ତୁମ୍ଭେମାନେ ଜାଣୁଛ ଯେ ଜଗତଅମ୍ବା ଧନର ଦେବୀ ହୋଇଥାଆନ୍ତି । ତୁମ୍ଭେମାନେ ତାଙ୍କର ସନ୍ତାନ ଅଟ ନା । ଏବେ ତୁମେମାନେ ପାଠ ପଢୁଛ । ଜଗଦମ୍ବା ସରସ୍ୱତୀ ହେଉଛନ୍ତି ଜ୍ଞାନର ଦେବୀ । ଭୌତିକ ଜ୍ଞାନ ଦ୍ୱାରା କେବେ ହେଲେ କେହି ରାଜା-ରାଣୀ ହୋଇ ନ ଥାନ୍ତି । ତୁମ୍ଭେମାନେ ଜାଣିଛ ଆମେ ଆତ୍ମାମାନେ ଶିବବାବାଙ୍କର ସନ୍ତାନ ଅଟୁ ଏବଂ ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ଶିବବାବା ଏହାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା କରୁଛନ୍ତି । ଗାୟନ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ଏହାକୁ ଭଲ ଭାବରେ ବୁଝି ଧାରଣ କରିବାକୁ ହେବ । କଥାରେ କହିଥା’ନ୍ତି ନା ବାଘୁଣିର କ୍ଷୀର ରଖିବା ପାଇଁ ସୁନାର ପାତ୍ର ଦରକାର । ଏହି ଜ୍ଞାନ ମଧ୍ୟ ସର୍ବଶକ୍ତିମାନ୍ ପରମପିତା ପରମାତ୍ମାଙ୍କର ଅଟେ । ସେଥିପାଇଁ ମଧ୍ୟ ଆମର ବୁଦ୍ଧି ରୂପୀ ବାସନ ସ୍ୱର୍ଣ୍ଣ ଭଳି ପବିତ୍ର ହେବା ଆବଶ୍ୟକ । ନୂଆ ଦୁନିଆରେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହୋଇଥାଏ । ଏବେ ତୁମ୍ଭମାନଙ୍କର ଆତ୍ମା ପଥରର ପାତ୍ର ଭଳି ହୋଇଯାଇଛି । ତେଣୁ ଶରୀର ମଧ୍ୟ ସେହିପରି ହିଁ ହୋଇଛି । ଭାରତରେ ହିଁ ଶ୍ୟାମ ଏବଂ ସୁନ୍ଦର, ପତିତ ଏବଂ ପାବନ କହିଥାନ୍ତି । ଅନ୍ୟ କୌଣସି ରାଷ୍ଟ୍ରରେ ଏପରି କହିବେ ନାହିଁ ଯେ ଆମ ପତିତମାନଙ୍କୁ ଆସି ପବିତ୍ର କରାଅ । କହିଥାଆନ୍ତି ଦୁଃଖରୁ ମୁକ୍ତ କରି ଶାନ୍ତିକୁ ନେଇଯାଅ । ବିବେକ ମଧ୍ୟ କହୁଛି ଯେ ଆମେ ଭାରତବାସୀମାନେ ପବିତ୍ର ଥିଲୁ, ଏଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଯେତେ ବି ବଡ ଲୋକ ହୋଇଥାନ୍ତୁ, ସିଏବି ଗୁରୁଙ୍କର ପାଦ ତଳେ ପଡିଥାନ୍ତି କାହିଁକି ନା ଗୁରୁମାନେ ସନ୍ନ୍ୟାସ ଧାରଣ କରିଛନ୍ତି । ୫ ବିକାରକୁ ଛାଡି ଦେଇଛନ୍ତି, ସେଥିପାଇଁ ବିକାରୀ ମାନେ ନିର୍ବିକାରୀମାନଙ୍କୁ ସମ୍ମାନ କରିଥା’ନ୍ତି । ପବିତ୍ରତାର ହିଁ ମାନ ରହିଛି । ଦ୍ୱାପରରେ ରାଜା-ରାଣୀ ଏବଂ ମନ୍ତ୍ରୀ ଥାଆନ୍ତି । ସତ୍ୟଯୁଗରେ ରାଜା-ରାଣୀଙ୍କ ପାଖରେ କୌଣସି ମନ୍ତ୍ରୀ ରହିବେ ନାହିଁ । ଯେତେବେଳେ ରାଜା-ରାଣୀ ପତିତ ହୋଇଥାନ୍ତି, ସେତେବେଳେ ଜଣେ ମନ୍ତ୍ରୀ ରଖିଥାନ୍ତି, ଏବେ ତ ବହୁତ ପତିତ ହୋଇଯାଇଛନ୍ତି, ତେଣୁ ଶହ ଶହ ମନ୍ତ୍ରୀ ରଖୁଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ବାବା କହୁଛନ୍ତି ଦେଖ କିପରି ଡ୍ରାମାରେ ନିର୍ଦ୍ଧାରିତ ହୋଇଛି । ତେବେ ପ୍ରଥମେ ନିଶ୍ଚୟ ଭାରତ ହିଁ ଥିଲା ପୁଣି ଅନ୍ୟ ଧର୍ମାବଲମ୍ବୀମାନେ ଆସିଲେ । ବାବା ବୁଝାଉଛନ୍ତି ବର୍ତ୍ତମାନ ସମୟରେ ତୁମେ ହେଉଛ ଜ୍ଞାନ ଜ୍ଞାନେଶ୍ୱରୀ । ଜଗତ-ଅମ୍ବା ହେଉଛନ୍ତି ବ୍ରହ୍ମାଙ୍କର ସୁପୁତ୍ରୀ, ଇଏ ହେଉଛନ୍ତି ଜ୍ଞାନର ଦେବୀ । ଜଗତ୍‌ଅମ୍ବା ଜ୍ଞାନବାନ ଅଟନ୍ତି, ଯିଏକି ପରଜନ୍ମରେ ଧନଲକ୍ଷ୍ମୀ ହୋଇଥାଆନ୍ତି । ତୁମକୁ ଏବେ ବାବା ଜ୍ଞାନ ଶିଖାଉଛନ୍ତି । ତୁମ୍ଭେମାନେ ଜାଣିଛ ଆମେ ସେଠାରେ ଧନବାନ ହେବୁ । ଦୁନିଆରେ ଏକଥା କେହି ଜାଣି ନାହାଁନ୍ତି ଯେ ଏହି ଲକ୍ଷ୍ମୀ-ନାରାୟଣ ଧନବାନ୍ କିପରି ହେଲେ । ସେହି ଲକ୍ଷ୍ମୀ-ନାରାୟଣ ପୁଣି ବ୍ରହ୍ମା ସରସ୍ୱତୀ ହେଉଛନ୍ତି । ବ୍ରହ୍ମା ଜଗତ ପିତା ଅଟନ୍ତି, ତେଣୁ ନିଶ୍ଚିତ ବହୁତ ବ୍ରାହ୍ମଣ-ବ୍ରାହ୍ମଣୀ ହେବେ । ତୁମେ କେତେ ବ୍ରାହ୍ମଣ-ବ୍ରାହ୍ମଣୀମାନେ ଏଠାରେ ଅଛ । ତୁମେମାନେ ଜାଣିଛ ଯେ ଆମେମାନେ ଏହି ଜ୍ଞାନ ଦ୍ୱାରା ଭବିଷ୍ୟତରେ ଏହିପରି ଧନବାନ୍ ହେବୁ । ଏକଦମ୍ ଧନର ଦେବୀ, ଏହାଙ୍କଠାରୁ ଅଧିକ ଧନ ଆଉ କାହା ପାଖରେ ନ ଥିବ, ସେଥିପାଇଁ ଗାୟନ କରାଯାଇଥାଏ - ଜ୍ଞାନ ହେଉଛି ଆୟର ଉତ୍ସ । ଜଜ୍‌, ବାରିଷ୍ଟର ଆଦି ଜ୍ଞାନ ଦ୍ୱାରା ହୋଇଥାନ୍ତି ନା । ତେବେ ଏହା ରୋଜଗାର ଅଟେ ନା । କେହି-କେହି ଡାକ୍ତରଙ୍କୁ ଗୋଟିଏ-ଗୋଟିଏ କେସ୍ ପାଇଁ ଲକ୍ଷ-ଲକ୍ଷ ଟଙ୍କା ମିଳିଥାଏ । କୌଣସି ରାଜା-ରାଣୀ ଅଥବା ରାଜକୁମାରଙ୍କର ଦେହ ଖରାପ ହେଲେ, ଯଦି ଡାକ୍ତର ତାଙ୍କୁ ରୋଗରୁ ମୁକ୍ତ କରିଦେଲେ, ତେବେ ସେମାନେ ଖୁସି ହୋଇ ତାଙ୍କୁ ବଡ-ବଡ ଘର ତିଆରି କରିବା ପାଇଁ ପଇସା ଦେଇଥାନ୍ତି । ତେବେ କେତେ ରୋଜଗାର ହେଲା । ତେବେ ସେମାନେ ପାଠ ପଢିବା ଦ୍ୱାରା ହିଁ ଏଭଳି ପଦ ପ୍ରାପ୍ତ କରିଥାଆନ୍ତି । ଏହା ତୁମ୍ଭମାନଙ୍କର ପାଠପଢା ସହ, ଧନ୍ଦା ମଧ୍ୟ ଅଟେ ।

ତୁମେ ମିଠା ସନ୍ତାନମାନେ ଏବେ ସଉଦା କରିବାକୁ ଆସିଛ । ବାବାଙ୍କୁ ମୂଲ୍ୟହୀନ ବସ୍ତୁ ଦେଇ ତା’ ବଦଳରେ ଲକ୍ଷ ଲକ୍ଷ ରୋଜଗାର କରୁଛ । ବାବା ଅବିନାଶୀ ସର୍ଜନ ଅର୍ଥାତ୍ ଡାକ୍ତର ମଧ୍ୟ ଅଟନ୍ତି, ସର୍ବଦା ସୁସ୍ଥ ରହିବା ପାଇଁ ବାବା ଯୋଗ ଶିଖାଉଛନ୍ତି । ବାବା କହୁଛନ୍ତି ମୁଁ ତୁମକୁ ଗ୍ୟାରେଣ୍ଟି ଦେଉଛି - ତୁମ୍ଭେମାନେ ୨୧ ଜନ୍ମ ପାଇଁ ସଦା ସୁସ୍ଥ ରହିବ । ତେବେ ଏପରି ଡାକ୍ତରଙ୍କର ଔଷଧ ଅର୍ଥାତ୍ ଶ୍ରୀମତରେ କାହିଁକି ନ ଚାଲିବ । ତେଣୁ ବାବାଙ୍କର ମତକୁ ପାଳନ କର । ମୋତେ ମନେ ପକାଅ । କହିଥାନ୍ତି ନା ସ୍ମରଣ କରି-କରି ସୁଖ ପାଅ, ତେବେ କଳହ-କ୍ଲେଶ ସବୁ ଦୂର ହୋଇଯିବ । ଭକ୍ତିମାର୍ଗରେ କୌଣସି କଳହ-କ୍ଲେଶ ଦୂର ହୋଇ ନ ଥାଏ । ବହୁତ ସନ୍ନ୍ୟାସୀମାନେ ମଧ୍ୟ ଅର୍ଧାଙ୍ଗ ରୋଗରେ ପିଡିତ ହୋଇ ରୋଗ ଶଯ୍ୟାରେ ପଡି ରହିଥାଆନ୍ତି । ଯେପରି ପାଗଳ ହୋଇଯାଇଥାନ୍ତି । ତୁମେମାନେ ଜାଣିଛ ଯେ ଯଦି ଆମେ ବାବାଙ୍କର ଶ୍ରୀମତରେ ଚାଲିବା ତେବେ ଆମେ ସଦାସୁସ୍ଥ ରହିବା । ସେଠାରେ ଆୟୁଷ ପ୍ରାୟଃ ୧୨୫-୧୫୦ ବର୍ଷ ରହିଥାଏ । ଏପରି ନୁହେଁ ଯେ ଦ୍ୱାପରରେ ଏକଦମ ୩୫ ବର୍ଷର ଆୟୁଷ ହୋଇଯାଇଥାଏ । ନା, ପ୍ରଥମେ ୧୦୦-୧୨୫ ହେବ । ପୁଣି ୭୦-୮୦ ବର୍ଷ ହେବ, ଏବେ ତ ଆୟୁଷ ୩୫-୪୦ ବର୍ଷ ପର୍ଯ୍ୟନ୍ତ ଆସି ପହଞ୍ଚିଛି । କମ୍ ବୟସରୁ ହିଁ ମରିଯାଉଛନ୍ତି କାରଣ ଭୋଗୀ ଅଟନ୍ତି । ତୁମେମାନେ ଜାଣିଛ ଯେ - ଏବେ ଆମେ ଭୋଗୀରୁ ଯୋଗୀ ହେଉଛୁ । ସେଠାରେ ଆୟୁଷ ଏତେ ବେଶୀ ହେବ ଯେ ଅକାଳମୃତ୍ୟୁ କେବେ ହେବ ନାହିଁ । ବାବା ମନେ ପକାଇ ଦେଉଛନ୍ତି, ତୁମକୁ କେତେ ରାଜ୍ୟଭାଗ୍ୟ ଦେଇଥିଲି । ଏବେ ରାବଣ ଲୁଟି ନେଇଯାଇଛି । ସେଠାରେ ଏହି ମନ୍ଦିର ଆଦି ରହିବ ନାହିଁ । ତୁମମାନଙ୍କର ସ୍ଲୋଗାନ ମଧ୍ୟ ରହିଛି - ଭାରତର ଆଦି ସନାତନ ଦେବୀ-ଦେବତା ଧର୍ମ ଜିନ୍ଦାବାଦ, ଅନ୍ୟ ସବୁ ମୁର୍ଦ୍ଦାବାଦ ଅର୍ଥାତ୍ ଅନେକ ଧର୍ମର ବିନାଶ । ସେଠାରେ କେବଳ ଏକମାତ୍ର ହିଁ ଭାରତ ରାଷ୍ଟ୍ର ଥିଲା । ଗୋଟିଏ ରାଷ୍ଟ୍ରରେ ମନୁଷ୍ୟମାନେ ମଧ୍ୟ ନିଶ୍ଚୟ କମ୍ ଥିବେ । ତୁମେ ଲେଖିପାରିବ ଯେ କମ୍ ସମୟ ଭିତରେ ଭାରତର ଜନସଂଖ୍ୟା ୯ ଲକ୍ଷ ହେବ ଏବଂ ଅନ୍ୟ ସମସ୍ତେ ବିନାଶ ହୋଇଯିବେ । ଏବେ ଗୋଟିଏ ଧର୍ମର ସ୍ଥାପନା ହେଉଛି । ନୂଆ ଦୈବୀ ରାଜ୍ୟରେ ଗୋଟିଏ ହିଁ ଭାଷା, ଗୋଟିଏ ହିଁ ନୀତି-ପ୍ରଥା ହେବ । ଏଠାରେ ପ୍ରତ୍ୟେକଙ୍କର ନିଜ-ନିଜର ପ୍ରଥା ରହିଛି । ସେଠାରେ ଗୋଟିଏ ରାଜ୍ୟ, ଗୋଟିଏ ସମ୍ପ୍ରଦାୟ ଥିଲା । ତୁମ୍ଭେମାନେ ଏପରି ସ୍ଲୋଗାନ ଖବରକାଗଜରେ ମଧ୍ୟ ବାହାର କରିପାରିବ । ବାବାଙ୍କଠାରୁ ପରାମର୍ଶ ନେଉଛନ୍ତି ଯେ ପଇସା ଖର୍ଚ୍ଚ କରି ଖବରକାଗଜରେ ବାହାର କରିବୁ? ବାବା କହିବେ ହଁ ଛପାଅ । ମନୁଷ୍ୟମାନେ ଜାଣିଯାଆନ୍ତୁ ଯେ ଏଠାରେ କ’ଣ ହେଉଛି । କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ସ୍ୱର୍ଗ ଥିଲା । ସୂର୍ଯ୍ୟବଂଶୀ ଦେବୀ-ଦେବତାମାନଙ୍କର ଗୋଟିଏ ଧର୍ମ, ଗୋଟିଏ ସମ୍ପ୍ରଦାୟ ଥିଲା । ଏହି ମହାଭାରତ ଲଢେଇ ପରେ ସ୍ୱର୍ଗର ଦ୍ୱାର ଖୋଲିଥିଲା । ଏକଥା ଖବରକାଜଗରେ ଛପାଅ ଯାହାଦ୍ୱାରା ବି.କେ.ଙ୍କର ନାମ ବିଖ୍ୟାତ ହେବ । କିନ୍ତୁ ବ୍ରହ୍ମାକୁମାର-କୁମାରୀ ସେତେବେଳେ ବୋଲାଇପାରିବ, ଯେତେବେଳେ ପବିତ୍ର ରହିବ । ସମସ୍ତେ ବାବାଙ୍କୁ ଡାକିଛନ୍ତି । ଏବେ ବାବା ଆସିଛନ୍ତି ତେବେ ବାବାଙ୍କ ପାଖରେ ଏବେ ପ୍ରତିଜ୍ଞା କର । ଭକ୍ତିମାର୍ଗରେ କେତେ ଧକ୍କା ଖାଇଲ, ଯଜ୍ଞ, ତପ, ଦାନ ଆଦି କଲ । ପ୍ରଥମେ ଏକମାତ୍ର ଶିବଙ୍କର ଭକ୍ତି କରୁଥିଲେ, ପୁଣି ଦେବତାମାନଙ୍କର ଭକ୍ତି କଲେ, ଏବେ ତ ବ୍ୟଭିଚାରୀ ହୋଇ ଯାଇଛନ୍ତି । ଏବେ ବାବା ତୁମକୁ ସବୁ ଦୁଃଖରୁ ମୁକ୍ତ କରୁଛନ୍ତି । ବାବା ତୁମ୍ଭମାନଙ୍କୁ ଜ୍ଞାନ ଦେଇ କେତେ ଶ୍ରେଷ୍ଠ, ମନୁଷ୍ୟରୁ ଦେବତା କରୁଛନ୍ତି । ସତ୍ୟଯୁଗରେ ତୁମ ପାଖରେ ସବୁ କିଛି ସୁନାର ହେବ । ବାବା ତୁମକୁ ଶ୍ରୀମତ ଦେଇ ସ୍ୱର୍ଗର ମାଲିକ କରୁଛନ୍ତି । ତୁମେ ପୁଣି ଶ୍ରୀମତରେ କାହିଁକି ଚାଲୁନାହଁ । ବାବା ଯମ ଦ୍ୱାରର ଫାଶୀରୁ ମୁକ୍ତ କରିବା ପାଇଁ ଆସିଛନ୍ତି ଗର୍ଭଜେଲ୍‌ର କଷ୍ଟରୁ ମୁକ୍ତ କରୁଛନ୍ତି । ତୁମେ ସ୍ୱର୍ଗରେ ଗର୍ଭ ମହଲରେ ରହିବ । ଏଠାରେ ଗର୍ଭ ଜେଲ୍ ସଦୃଶ ଅଟେ, କାରଣ ମନୁଷ୍ୟମାନେ ପାପ କର୍ମ କରୁଛନ୍ତି । ସେଠାରେ ୫ ବିକାର ହିଁ ନାହିଁ, ପୁଣି ରାଜା-ରାଣୀ ଏବଂ ପ୍ରଜାଙ୍କର ପଦରେ ତ ପାର୍ଥକ୍ୟ ରହିବ ନା । ପଇସା ରୋଜଗାର କରିବା ପାଇଁ ମନୁଷ୍ୟମାନେ ପରିଶ୍ରମ ତ କରିଥାନ୍ତି ନା । ସେଠାରେ ମନ୍ତ୍ରୀ ରହିବେ ନାହିଁ, କାରଣ ତୁମ୍ଭେମାନେ ଏଠାକାର ପୁରୁଷାର୍ଥର ପ୍ରାରବ୍ଧ ପାଇଥାଅ । ଏବେ ବାବା କହୁଛନ୍ତି ପିଲାମାନେ, ତୁମେ ଶ୍ରୀମତରେ ଚାଲ । ମୁଁ ଦୂରଦେଶରୁ ଆସିଛି - ପତିତ ଶରୀର, ପତିତ ରାଜ୍ୟରେ । ଏହା ହେଉଛି ରାବଣର ଦେଶ, ମୁଁ ଆସି ତୁମ ସନ୍ତାନମାନଙ୍କୁ ସମ୍ପତ୍ତି ଦେଉଛି । ଏପରି ବାବାଙ୍କର ଆଜ୍ଞାକୁ ଯେଉଁମାନେ ଅମାନ୍ୟ କରୁଛନ୍ତି, ସେମାନେ ତ କୁପୁତ୍ର ହେଲେ । ବିକାର ପଛରେ ଏତେ ଦହଗଞ୍ଜ ହେବା ଉଚିତ୍ ନୁହେଁ । ବାବା କହୁଛନ୍ତି - ଏହି ବିକାର ଦୁଃଖଦାୟୀ ଅଟେ । ପତିତମାନଙ୍କୁ ପାବନ କରିବା - ଏହା ମୋର କାମ । ବାବା କେତେ ସ୍ନେହରେ ବୁଝାଉଛନ୍ତି - ଖାଅ, ପିଅ, ସୁଖୀ ରୁହ, ଏହି କଥା ମନେ ରଖ ଯେ ଆମେ ଶିବବାବାଙ୍କ ପାଖକୁ ଆସିଛୁ, ତାଙ୍କ ଦ୍ୱାରା ଆମର ପାଳନା ହେଉଛି । ଯଦି ମିତ୍ର ସମ୍ବନ୍ଧୀମାନଙ୍କର ପ୍ରଦତ୍ତ ଜିନିଷ ପିନ୍ଧିବ, ତେବେ ସେମାନେ ମନେ ପଡିବେ, ଏବଂ ତୁମର ପଦ ଭ୍ରଷ୍ଟ ହୋଇଯିବ । ଏଠାରେ ଶିବବାବାଙ୍କର ଭଣ୍ଡାରରୁ, ପତିତ-ପାବନ ବାବାଙ୍କର ଯଜ୍ଞରୁ ଲାଳନ-ପାଳନ ହେବ, ନା କି ପତିତ ଘରୁ ପାଳନା ହେବ । ଯଦି ଆଉ କିଏ କୌଣସି ଜିନିଷ ଦେଇଥିବେ ତେବେ ସେ ମନେ ପଡିବେ । ସେଥିପାଇଁ ଗାୟନ ରହିଛି ଅନ୍ତକାଳେ ଯିଏ ସ୍ତ୍ରୀକୁ ସ୍ମରଣ କରେ.... ତେଣୁ କେତେ ଶ୍ରେଷ୍ଠ ସ୍ଥିତି ହେବା ଆବଶ୍ୟକ । ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ବୁଦ୍ଧି ଦ୍ୱାରା ବୁଝିବାକୁ ହେବ ଯେ ଏମାନେ ସମସ୍ତେ ବିନାଶ ହୋଇଯାଇଛନ୍ତି । ଆମର ତ ଏକମାତ୍ର ବାବା ହିଁ ଅଟନ୍ତି । ତେବେ ବାବାଙ୍କର କ’ଣ କୌଣସି ମାଳା ସ୍ମରଣ କରାଯାଉଛି କି? ମୁଁ ତୁମ୍ଭ ସନ୍ତାନମାନଙ୍କୁ ମନେ ପକାଇ ଦେଉଛି ଯେ ମୋତେ ମନେ ପକାଅ, ତେବେ ତୁରନ୍ତ ବହୁତ ବଳ ମିଳିବ, ବିକର୍ମ ବିନାଶ ହେବ, ତୁମେ ବହୁତ ବଳବାନ ହୋଇଯିବ । ଏହି ଲକ୍ଷ୍ମୀ-ନାରାୟଣ ବଳବାନ୍ ଅଟନ୍ତି ନା । ଯେଉଁମାନେ ବଳବାନ୍ ହୋଇଥାନ୍ତି ସେମାନେ ରାଜତ୍ୱ ପ୍ରାପ୍ତ କରିଥାଆନ୍ତି । ବ୍ରହ୍ମାବାବା ନିଜର ଉଦାହରଣ ଦେଉଛନ୍ତି । ମୁଁ ୧୨ ଜଣଙ୍କୁ ଗୁରୁ କରିଥିଲି, ଗୁରୁ କହିଲେ ଯେ ସକାଳୁ ଉଠି ୧୦୦୦ ମାଳା ଜପ କର । ମୁଁ କହୁଥିଲି ଅନ୍ୟ କୌଣସି ସମୟ କୁହ । ସାରା ଦିନ କର୍ମଧନ୍ଦାରେ ଥକିଯାଉଛି । ଯେପରି ତୁମେ ମଧ୍ୟ କହୁଛ - ବାବା ସକାଳୁ ଉଠି ପାରୁ ନାହୁଁ । ବାବା କହୁଛନ୍ତି - ଏହିପରି କୁହ ନାହିଁ ଯେ ମୁଁ ପବିତ୍ର ରହିପାରିବି ନାହିଁ, ବାବାଙ୍କ ସ୍ମୃତିରେ ରହିପାରିବି ନାହିଁ । ଯଦି ୟାଦ ନ କରିବ ତେବେ ବିକର୍ମ ବିନାଶ କିପରି ହେବ । ତୁମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ନିଶ୍ଚୟ ହେବାକୁ ପଡିବ । ଏହା ଅନ୍ତିମ ଜନ୍ମ ଅଟେ, ତେଣୁ ନିଶ୍ଚିତ ଭାବେ ପବିତ୍ର ହୁଅ । ଯଦି ବାବାଙ୍କର ଶ୍ରୀମତରେ ନ ଚାଲିବ ତେବେ କି ପଦ ପାଇବ । ଅଧାକଳ୍ପରୁ ତୁମେ ମୋତେ ଡାକି ଆସିଛ । ଏବେ ମୁଁ କହୁଛି ପବିତ୍ର ହୋଇ ମୋତେ ମନେ ପକାଅ । ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇଚାଲ । ସନ୍ଦେଶ ଦେଇଚାଲ, ବାବା କହୁଛନ୍ତି ମନମନାଭବ । ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ତୁମମାନଙ୍କୁ ହିଁ ମ୍ୟାସେଞ୍ଜର ଅଥବା ପୈଗମ୍ବର ଅର୍ଥାତ୍ ସନ୍ଦେଶବାହକ କୁହାଯାଉଛି । ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କେହି ସନ୍ଦେଶବାହକ ହୋଇପାରିବେ ନାହିଁ । ବର୍ତ୍ତମାନ ପତିତ-ପାବନ ଶିବବାବା ଆସିଛନ୍ତି । କେଉଁ ଶରୀରରେ ପ୍ରବେଶ କରୁଛନ୍ତି, ଏକଥା ମଧ୍ୟ ଲେଖାଯାଇଛି । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଏକଥା କେହି ବୁଝୁନାହାଁନ୍ତି । ସୂକ୍ଷ୍ମ ବତନରେ କ’ଣ ପ୍ରଜାପିତା ବ୍ରହ୍ମା ରହିବେ? ଏହିଠାରେ ହିଁ ପତିତରୁ ପାବନ ହେଉଛନ୍ତି । ସାଇଲେନ୍‌ସ ଅର୍ଥାତ୍ ଶାନ୍ତିର ବଳ ଦ୍ୱାରା ସ୍ଥାପନା ହୋଇଥାଏ, ସାଇନସ୍ ଅର୍ଥାତ୍ ବିଜ୍ଞାନର ବଳ ଦ୍ୱାରା ବିନାଶ । ସମସ୍ତେ କହୁଛନ୍ତି ଶାନ୍ତି କିପରି ମିଳିବ । ତେବେ ଆତ୍ମା ତ ଶାନ୍ତ ସ୍ୱରୂପ ହିଁ ଅଟେ । ଏଠାକୁ ଅଭିନୟ କରିବାକୁ ଆସିଛି, ତେବେ ଏଠାରେ ଶାନ୍ତ କିପରି ରହିପାରିବ । ଶାନ୍ତି ତ ଶାନ୍ତିଧାମରେ ମିଳିବ, ଏଠାରେ ତ ଦୁଃଖ ମିଳିବ । ସତ୍ୟଯୁଗରେ ସୁଖ ଶାନ୍ତି ଉଭୟ ରହିବ ।

ଏଠାରେ ତୁମେ ସନ୍ତାନମାନେ ସମ୍ମୁଖରେ ଶୁଣୁଛ । ବାବା କହୁଛନ୍ତି - ପତିତମାନେ ମୋ ସହିତ କେବେ ମିଶିପାରିବେ ନାହିଁ । ନଚେତ୍ ଆଣିଥିବା ବ୍ରାହ୍ମଣୀ ଉପରେ ପାପ ଚଢିବ । ଇନ୍ଦ୍ରସଭାର ପରୀର ଉଦାହରଣ ଦେଇ ବାବା କହୁଛନ୍ତି ବାସ୍ତବରେ ଏହା ହେଉଛି ଇନ୍ଦ୍ରସଭା । ଏହିମାନେ ହିଁ ଜ୍ଞାନ ସବଜ୍ ପରୀ, ପୁଖରାଜ ପରୀ ଅଟନ୍ତି । ତେବେ ଆହୁରି ଅଧିକ ଧକ୍କା ଲାଗିବ । ବାବା କଡା କଡି ଭାବେ ମନା କରୁଛନ୍ତି । କୌଣସି ପତିତଙ୍କୁ ଆଣ ନାହିଁ । ପୂର୍ବରୁ ବାବା ସର୍ବଦା ପଚାରୁଥିଲେ କି ପ୍ରତିଜ୍ଞା କରିଛ । କହୁଥିଲେ ପୁରୁଷାର୍ଥ କରୁଛି । ଯେବେ ସମ୍ପୂର୍ଣ୍ଣ ନିଶ୍ଚୟ ହୋଇଯିବ ତେବେ ବାବାଙ୍କ ସହିତ ସମ୍ମୁଖରେ ସାକ୍ଷାତ୍ କରିବ । ଯଦି ବାବାଙ୍କ ସହିତ ମିଳନ କରି ପୁଣି ବିକାରଗ୍ରସ୍ତ ହେଲ ତେବେ ଶହେଗୁଣା ଅଧିକ ଦଣ୍ଡ ପାଇବ । ବାବା ବୁଝିଯିବେ ଯେ ବୋଧହୁଏ ଏହାଙ୍କର ଭାଗ୍ୟରେ ନାହିଁ । ବାବା ତ ଭାଗ୍ୟ ଗଢିବା ପାଇଁ ପୁରୁଷାର୍ଥର ମାର୍ଗ ବତାଉଛନ୍ତି । ପୁଣି ଯଦି ଏପରି ବାବାଙ୍କର କଥା ନ ମାନିବ ତେବେ କ’ଣ ଗତି ହେବ! ବାବାଙ୍କର ଦୟା ଆସୁଛି, ବାବା କହୁଛନ୍ତି - ନିଜକୁ ଠିକ୍ କରିଚାଲ । ଏପରି ନ ହେଉ ଯେ ଚାଲୁ-ଚାଲୁ ମରିଯିବ । ଡର ରହିବା ଆବଶ୍ୟକ ଯେ କିପରି ମୁଁ ବାବାଙ୍କୁ ୟାଦ କରି ପାପର ବୋଝକୁ ଖଲାସ କରିବି । ଆଚ୍ଛା—

ସମସ୍ତଙ୍କର ସଦ୍‌ଗତିଦାତା ଏକମାତ୍ର ହିଁ ଶିବବାବା ଅଟନ୍ତି, ତାଙ୍କର ତ ଫଟୋ ଉଠାଇ ହେବ ନାହିଁ, ତାଙ୍କୁ ଦିବ୍ୟଦୃଷ୍ଟି ଦ୍ୱାରା ହିଁ ଦେଖି ହେବ । ବାକି ତାଙ୍କୁ ଜାଣି ହେବ । ଆଚ୍ଛା ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ଅବସ୍ଥାକୁ ଏପରି କରିବାକୁ ହେବ ଯାହାକି ଅନ୍ତ କାଳରେ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହିବ, ଅନ୍ୟ କେହି ବି ମନେ ପଡିବେ ନାହିଁ, ବୁଦ୍ଧିରେ ରହୁ ଯେ ଏସବୁ ବିନାଶ ହେବାକୁ ଯାଉଛି ।

(୨) ନିଜକୁ ନିଜେ ହିଁ ଠିକ୍ କରିବାକୁ ହେବ, ଏହି ଅନ୍ତିମ ଜନ୍ମରେ ପବିତ୍ର ନିଶ୍ଚିତ ହେବାକୁ ପଡିବ । ତୁମର ଡର ରହିବା ଦରକାର ଯେ ମୋ ଦ୍ୱାରା କୌଣସି ପାପ କର୍ମ ହୋଇ ନ ଯାଉ ।

ବରଦାନ:-
ଡ୍ରାମାର ଢାଲକୁ ସମ୍ମୁଖରେ ରଖି ଖୁସିର ଭୋଜନ ଗ୍ରହଣ କରୁଥିବା ସଦା ଶକ୍ତିଶାଳୀ ଭବ ।

ଖୁସି ରୂପକ ଭୋଜନ ଆତ୍ମାକୁ ଶକ୍ତିଶାଳୀ କରିଦେଇଥାଏ, କଥାରେ ମଧ୍ୟ ଅଛି - ଖୁସି ଭଳି ଭୋଜନ ନାହିଁ । ଏଥିପାଇଁ ଡ୍ରାମା ରୂପକ ଢାଲକୁ ଭଲ ଭାବରେ କାର୍ଯ୍ୟରେ ଲଗାଅ । ଯଦି ସବୁବେଳେ ଡ୍ରାମାର ସ୍ମୃତି ରହିବ ତେବେ କେବେ ବି ଝାଉଁଳୀ ପାରିବ ନାହିଁ, ଖୁସି ହଜିଯିବ ନାହିଁ କାହିଁକିନା ଏହି ଡ୍ରାମା କଲ୍ୟାଣକାରୀ ଅଟେ, ସେଥିପାଇଁ ଅକଲ୍ୟାଣକାରୀ ଦୃଶ୍ୟରେ ମଧ୍ୟ କଲ୍ୟାଣ ସମାହିତ ଅଟେ, ଏହିଭଳି ମନେ କରିବା ଦ୍ୱାରା ସର୍ବଦା ଖୁସିରେ ରହିବ ।

ସ୍ଲୋଗାନ:-
ପରଚିନ୍ତନ ଏବଂ ପରଦର୍ଶନର ଧୂଳିଠାରୁ ଦୂରେଇ ରହୁଥିବା ଆତ୍ମା ହିଁ ସଚ୍ଚା ଅମୂଲ୍ୟ ହୀରା ଅଟେ ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ସମ୍ପନ୍ନତା ବା ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରିବା ପାଇଁ ଦେହର ଅଭିମାନଠାରୁ ସମ୍ପୂର୍ଣ୍ଣ ସମର୍ପଣ ହେବାକୁ ପଡିବ । ଯଦି ଦେହର ଅଭିମାନ ପୂର୍ଣ୍ଣ ରୂପରେ ସମାପ୍ତ ହୋଇଯିବ, ତେବେ କୁହାଯିବ ସର୍ବ ସମର୍ପଣମୟ ଜୀବନ, ଏହିଭଳି ଯେଉଁମାନେ ସର୍ବତ୍ୟାଗୀ, ସର୍ବ ସମର୍ପଣ ଜୀବନ ବ୍ୟତୀତ କରିବାବାଲା ଆତ୍ମାମାନେ ଅଛନ୍ତି, ସେହିମାନଙ୍କର ହିଁ ସମ୍ପୂର୍ଣ୍ଣ ଅବସ୍ଥାର ଗାୟନ ହେଉଛି ଏବଂ ଯେତେବେଳେ ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ହିଁ ସାଥୀରେ ଯାଇପାରିବ ।