04.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯୋଗ
ଉପରେ ହିଁ ସବୁକିଛି ନିର୍ଭର କରୁଛି, ଯୋଗ ଦ୍ୱାରା ହିଁ ତୁମେ ମଧୁର ସ୍ୱଭାବଯୁକ୍ତ ହୋଇଯିବ, ଯୋଗରେ
ହିଁ ମାୟାର ଯୁଦ୍ଧ ଚାଲିଥାଏ ।”
ପ୍ରଶ୍ନ:-
ଏହି ଡ୍ରାମାରେ
କେଉଁ ରହସ୍ୟ ବହୁତ ବିଚାର ଯୋଗ୍ୟ ଅଟେ? ଯାହାକୁ ତୁମେ ପିଲାମାନେ ହିଁ ଜାଣିଛ?
ଉତ୍ତର:-
ତୁମେ ଜାଣିଛ ଯେ ଡ୍ରାମାରେ ଗୋଟିଏ ପାର୍ଟ (ଅଭିନୟ) ଦୁଇଥର ହୋଇପାରିବ ନାହିଁ । ସାରା ଦୁନିଆରେ
ଯାହା ସବୁ ପାର୍ଟ ଚାଲୁଛି ତାହା ପରସ୍ପରଠାରୁ ନୂଆ ଅର୍ଥାତ୍ ଭିନ୍ନ ଅଟେ । ତୁମେ ବିଚାର କରୁଛ ଯେ
ସତ୍ୟଯୁଗରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦିନଗୁଡିକ କିପରି ବଦଳି ଚାଲିଛି । ସାରା କାର୍ଯ୍ୟକଳାପ
ମଧ୍ୟ ବଦଳିଯାଉଛି । ଆତ୍ମାରେ ୫ ହଜାର ବର୍ଷର କାର୍ଯ୍ୟକଳାପର ରେକର୍ଡ ଭରି ହୋଇ ରହିଛି, ଯାହାକି
କେବେ ବଦଳିପାରିବ ନାହିଁ । ଏହି ଛୋଟିଆ କଥାଟି ତୁମମାନଙ୍କ ବ୍ୟତୀତ ଆଉ କାହା ବୁଦ୍ଧିରେ
ଆସିପାରିବ ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ସନ୍ତାନମାନଙ୍କୁ ପଚାରୁଛନ୍ତି, ତୁମେ ନିଜ ଭବିଷ୍ୟତର ପୁରୁଷୋତ୍ତମ ମୁଖ, ପୁରୁଷୋତ୍ତମ
ଶରୀର ଦେଖୁଛ? ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ ନା । ତୁମେମାନେ ଅନୁଭବ କରୁଛ ଯେ ଆମେ ପୁଣି ନୂଆ
ଦୁନିଆ ସତ୍ୟଯୁଗରେ ଏମାନଙ୍କ ବଂଶାବଳୀକୁ ଯିବୁ, ଯାହାକୁ ସୁଖଧାମ କୁହାଯାଉଛି । ସେଠାକୁ ଯିବା
ନିମନ୍ତେ ହିଁ ତୁମେ ଏବେ ପୁରୁଷୋତ୍ତମ ହେଉଛ । ବସି-ବସି ଏହି ବିଚାର ଆସିବା ଉଚିତ୍ ।
ବିଦ୍ୟାର୍ଥୀମାନେ ପଢିବା ସମୟରେ ତାଙ୍କ ବୁଦ୍ଧିରେ ନିଶ୍ଚୟ ରହିଥାଏ - କାଲି ଆମେ ଏହିପରି ହେବୁ,
ସେହିପରି ତୁମେ ମଧ୍ୟ ଯେତେବେଳେ ଏଠାରେ ବସୁଛ ଜାଣୁଛ ଯେ ଆମେ ବିଷ୍ଣୁଙ୍କର ବଂଶାବଳୀକୁ ଯିବୁ ।
ତୁମର ବୁଦ୍ଧି ଏବେ ଅଲୌକିକ ହୋଇଛି । ଆଉ କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ଏହି କଥା ରମଣ କରୁ ନ ଥିବ
। ଏହା କୌଣସି ସାଧାରଣ ସତସଙ୍ଗ ନୁହେଁ । ଏଠାରେ ବସିଛ, ଜାଣୁଛ ଯେ ସତ୍ୟ ପିତା ଯାହାଙ୍କୁ ଶିବ
କହୁଛନ୍ତି ଆମେ ତାଙ୍କ ସଙ୍ଗରେ ବସିଛୁ । ଶିବବାବା ହିଁ ରଚୟିତା ଅଟନ୍ତି, ସେ ହିଁ ରଚନାର
ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ସେ ହିଁ ଏହି ଜ୍ଞାନ ଦେଉଛନ୍ତି । ଯେପରି କାଲିର କଥା
ଶୁଣାଉଛନ୍ତି । ଏଠାରେ ତୁମେମାନେ ବସିଛ, ତୁମର ଏ କଥା ମନେ ଥିବ ନା - ଆମେ ଏଠାକୁ ନବଯୌବନ
ପ୍ରାପ୍ତ କରିବା ପାଇଁ ଆସିଛୁ ଅର୍ଥାତ୍ ଏହି ଶରୀର ବଦଳାଇ ଏପରି ଦୈବୀ ଶରୀର ନେବା ପାଇଁ ଆସିଛୁ ।
ଆତ୍ମା କହୁଛି ଏହା ମୋର ତମଃପ୍ରଧାନ ପୁରୁଣା ଶରୀର ଅଟେ । ଏହାକୁ ବଦଳାଇ ଦୈବୀ ଶରୀର ଧାରଣ
କରିବାକୁ ହେବ । ଏହା ତୁମର କେତେ ସହଜ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ । ପଢାଉଥିବା ଶିକ୍ଷକ
ନିଶ୍ଚିତ ଭାବରେ ପଢୁଥିବା ଛାତ୍ରଙ୍କ ମାନଙ୍କଠାରୁ ହୋସିଆର (ଦକ୍ଷ) ହୋଇଥିବେ ନା । ସିଏ
ତୁମମାନଙ୍କୁ ପାଠ ପଢାଉଛନ୍ତି, ଭଲ କର୍ମ ମଧ୍ୟ ଶିଖାଉଛନ୍ତି । ଏବେ ତୁମେମାନେ ଜାଣୁଛ, ଆମକୁ
ସର୍ବୋଚ୍ଚ ଭଗବାନ ପାଠ ପଢାଉଛନ୍ତି ତେବେ ନିଶ୍ଚିତ ଦେବୀ ଦେବତା ହିଁ କରାଇବେ । ଏହି ପାଠପଢା
ନୂଆ ଦୁନିଆ ପାଇଁ ଉଦ୍ଦିଷ୍ଟ । ଆଉ କାହାକୁ ନୂଆ ଦୁନିଆ ବିଷୟରେ କିଛି ହେଲେ ଜଣାନାହିଁ । ଏହି
ଲକ୍ଷ୍ମୀ-ନାରାୟଣ ନୂଆ ଦୁନିଆର ମାଲିକ ଥିଲେ । ଦେବୀ-ଦେବତାମାନେ ମଧ୍ୟ କ୍ରମାନୁସାରେ ହୋଇଥିବେ
ନା । ସମସ୍ତେ ତ ସମାନ ହୋଇପାରିବେ ନାହିଁ କାରଣ ରାଜଧାନୀ ସ୍ଥାପନା ହେଉଛି ନା । ଏହି ଚିନ୍ତନ
ତୁମମାନଙ୍କ ବୁଦ୍ଧିରେ ସର୍ବଦା ଚାଲିବା ଉଚିତ୍ । ଆମେ ଆତ୍ମା ଏବେ ପତିତରୁ ପାବନ ହେବା ପାଇଁ
ପାବନ ବାବାଙ୍କୁ ମନେ ପକାଉଛୁ । ଆତ୍ମା ନିଜର ମିଠା ବାବାଙ୍କୁ ହିଁ ମନେ ପକାଉଛି । ବାବା ନିଜେ
କହୁଛନ୍ତି ତୁମେ ମୋତେ ମନେ ପକାଇବା ଦ୍ୱାରା ପବିତ୍ର ସତ୍ତ୍ୱପ୍ରଧାନ ହୋଇଯିବ । ତେବେ ସବୁର ଆଧାର
ଯୋଗର ଯାତ୍ରା ଉପରେ ନିର୍ଭର କରୁଛି । ବାବା ନିଶ୍ଚିତ ପଚାରିବେ - ପିଲାମାନେ, ମୋତେ କେତେ ସମୟ
ମନେ ପକାଉଛ? ଯୋଗର ଯାତ୍ରାରେ ହିଁ ମାୟାର ଯୁଦ୍ଧ ଚାଲେ । ତୁମେମାନେ ଯୁଦ୍ଧକୁ ମଧ୍ୟ ଜାଣିଛ । ଏହା
ଯାତ୍ରା ନୁହେଁ କିନ୍ତୁ ଯେପରିକି ଲଢେଇ ଅଟେ, ଏଥିରେ ହିଁ ବହୁତ ସାବଧାନ ହୋଇ ରହିବାକୁ ପଡିବ ।
ଜ୍ଞାନରେ ମାୟାର ତୋଫାନ ଆଦିର କୌଣସି କଥା ନାହିଁ । ପିଲାମାନେ ମଧ୍ୟ କହୁଛନ୍ତି ବାବା ଆମେ
ଆପଣଙ୍କୁ ମନେ ପକାଉଛୁ କିନ୍ତୁ ମାୟାର ଗୋଟିଏ ତୋଫାନ ଆସିଲେ ତଳକୁ ପକାଇ ଦେଉଛି । ଦେହ-ଅଭିମାନ
ହେଲା ପ୍ରଥମ ନମ୍ବର ତୋଫାନ । ପୁଣି ରହିଛି କାମ, କ୍ରୋଧ, ଲୋଭ, ମୋହର ତୋଫାନ । ପିଲାମାନେ
କହୁଛନ୍ତି - ବାବା ଆମେ ଆପଣଙ୍କ ସ୍ମୃତିରେ ରହିବା ପାଇଁ ବହୁତ ଚେଷ୍ଟା କରୁଛୁ ଯେପରି କୌଣସି
ବିଘ୍ନ ନ ଆସୁ ତଥାପି ତୋଫାନ ଆସିଯାଉଛି । କେବେ କ୍ରୋଧର, କେବେ ଲୋଭର ତୋଫାନ ଆସୁଛି । କେତେକ
କହୁଛନ୍ତି ବାବା ଆଜି ମୋର ଅବସ୍ଥା ବହୁତ ଭଲ ରହିଲା, ସାରା ଦିନ ଭିତରେ କୌଣସି ତୋଫାନ ଆସିଲା ନାହିଁ
। ବହୁତ ଖୁସିରେ ରହିଲି । ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇଲି । ସ୍ନେହରେ ଆଖିରେ ଲୁହ
ମଧ୍ୟ ଆସିଗଲା । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବହୁତ ମିଠା ହୋଇଯିବ ।
ଏ କଥା ମଧ୍ୟ ଜାଣୁଛ ଆମେ
ମାୟାଠାରୁ ହାରିଯାଇ କେଉଁଠି ଆସି ପହଞ୍ଚିଛୁ । ଏ କଥା କ’ଣ କେହି ବୁଝିଲେଣି । ମନୁଷ୍ୟ ତ ଲକ୍ଷ
ଲକ୍ଷ ବର୍ଷ ଅଥବା ପରମ୍ପରା ବୋଲି କହି ଦେଉଛନ୍ତି । ତୁମେମାନେ କହୁଛ, ଆମେ ପୁନର୍ବାର ଏବେ
ମନୁଷ୍ୟରୁ ଦେବତା ହେବାକୁ ଯାଉଛୁ । ଏହି ଜ୍ଞାନ ବାବା ହିଁ ଆସି ଦେଉଛନ୍ତି । ବିଚିତ୍ର ବାବା ହିଁ
ବିଚିତ୍ର ଜ୍ଞାନ ଦେଉଛନ୍ତି । ତେବେ ବିଚିତ୍ର ତ ନିରାକାରଙ୍କୁ ହିଁ କୁହାଯାଉଛି । ନିରାକାର କିପରି
ଏହି ଜ୍ଞାନ ଦେଉଛନ୍ତି । ବାବା ନିଜେ ବୁଝାଉଛନ୍ତି ମୁଁ କିପରି ଏହି ଶରୀରରେ ଆସୁଛି । ତଥାପି
ମନୁଷ୍ୟ ଦ୍ୱନ୍ଦ୍ୱରେ ପଡୁଛନ୍ତି । କହୁଛନ୍ତି କ’ଣ ଏହି ଗୋଟିଏ ଶରୀରରେ ଆସିବେ! କିନ୍ତୁ ଡ୍ରାମାରେ
ଏହି ଶରୀର ନିମିତ୍ତ ହୋଇଛି । ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ । ଏ କଥା କେବଳ
ତୁମେମାନେ ହିଁ ବୁଝୁଛ ଏବଂ ଅନ୍ୟମାନଙ୍କୁ ବୁଝାଉଛ । ଆତ୍ମା ହିଁ ପାଠ ପଢୁଛି । ଆତ୍ମା ହିଁ
ଶିଖୁଛି ଏବଂ ଅନ୍ୟମାନଙ୍କୁ ଶିଖାଉଛି । ଆତ୍ମା ସବୁଠାରୁ ମୂଲ୍ୟବାନ ଅଟେ । ଆତ୍ମା ଅବିନାଶୀ ।
କେବଳ ଶରୀର ବିନାଶ ହୋଇଯାଉଛି । ଆମେ ଆତ୍ମାମାନେ ନିଜର ପରମପିତା ପରମାତ୍ମାଙ୍କଠାରୁ ରଚୟିତା ଓ
ରଚନାର ଆଦି-ମଧ୍ୟ-ଅନ୍ତ ୮୪ ଜନ୍ମର ଜ୍ଞାନ ନେଉଛୁ । ଜ୍ଞାନ କିଏ ନେଉଛି? ଆମେ ଆତ୍ମାମାନେ । ତୁମେ
ଆତ୍ମାମାନେ ହିଁ ଜ୍ଞାନର ସାଗର ବାବାଙ୍କ ଦ୍ୱାରା ବ୍ରହ୍ମଲୋକ ଏବଂ ସୂକ୍ଷ୍ମଲୋକକୁ ଜାଣୁଛ ।
ମନୁଷ୍ୟମାନେ ଜାଣି ନାହାଁନ୍ତି ଯେ ଆମେ ନିଜକୁ ଆତ୍ମା ଭାବିବା ଉଚିତ୍ । ମନୁଷ୍ୟମାନେ ତ ନିଜକୁ
ଶରୀର ବୋଲି ଭାବି ଓଲଟା ଲଟକି ରହିଛନ୍ତି । ଗାୟନ ରହିଛି ଆତ୍ମା ସତ୍, ଚିତ୍, ଆନନ୍ଦ ସ୍ୱରୂପ
ଅଟେ । ପରମାତ୍ମାଙ୍କର ସବୁଠାରୁ ଅଧିକ ମହିମା ରହିଛି । ଏକମାତ୍ର ବାବାଙ୍କର ଦେଖ କେତେ ମହିମା
କରାଯାଉଛି । ସିଏ ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି । ମଶା ମାଛିଙ୍କର ତ ଏତେ ମହିମା
କରାଯିବ ନାହିଁ ଯେ ସେମାନେ ଦୁଃଖହର୍ତ୍ତା, ସୁଖକର୍ତ୍ତା, ଜ୍ଞାନର ସାଗର ଅଟନ୍ତି । ନାଁ, ଏହା
ହେଉଛି ବାବାଙ୍କର ମହିମା । ତୁମେ ପିଲାମାନେ ମଧ୍ୟ ମାଷ୍ଟର ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟ ।
ତୁମମାନଙ୍କ ଭିତରେ ମଧ୍ୟ ଏହି ଜ୍ଞାନ ନ ଥିଲା, ଯେପରି ପିଲାଳିଆ ବୁଦ୍ଧି ଥିଲା । ଛୋଟ
ପିଲାମାନଙ୍କ ପାଖରେ ଜ୍ଞାନ ନ ଥାଏ କି କୌଣସି ଅବଗୁଣ ମଧ୍ୟ ନ ଥାଏ, ସେଥିପାଇଁ ତାଙ୍କୁ ମହାତ୍ମା
କୁହାଯାଏ, କାହିଁକି ନା ପବିତ୍ର ଅଟନ୍ତି । ଯେତେ ଛୋଟ ପିଲା ସେତେ ନମ୍ବରୱାନ ଫୁଲ ହୋଇଥା’ନ୍ତି ।
ବିଲ୍କୁଲ୍ ଯେପରି କର୍ମାତୀତ ଅବସ୍ଥା । କର୍ମ-ଅକର୍ମ-ବିକର୍ମ କିଛି ମଧ୍ୟ ଜାଣି ନ ଥାନ୍ତି,
ସେଥିପାଇଁ ସେ ଫୁଲ ସଦୃଶ ହୋଇଥା’ନ୍ତି । ସମସ୍ତଙ୍କୁ ଆକର୍ଷିତ କରିଥା’ନ୍ତି । ଯେପରି ଏକମାତ୍ର
ବାବା ହିଁ ସମସ୍ତଙ୍କୁ ଆକର୍ଷିତ କରୁଛନ୍ତି । ବାବା ଆସିଛନ୍ତି ସମସ୍ତଙ୍କୁ ଆକର୍ଷିତ କରି
ସୁଗନ୍ଧଯୁକ୍ତ ଫୁଲ କରାଇବା ପାଇଁ । କେହି ତ କଣ୍ଟାକୁ କଣ୍ଟା ହୋଇ ରହିଯାଉଛନ୍ତି । ୫ ବିକାରରେ
ବଶୀଭୂତ ହୋଇଥିବା ଆତ୍ମାକୁ କଣ୍ଟା ବୋଲି କୁହାଯାଏ । ଦେହ-ଅଭିମାନ ହେଉଛି ନମ୍ବରୱାନ କଣ୍ଟା, ଯାହା
ଦ୍ୱାରା ଅନ୍ୟ କଣ୍ଟାମାନଙ୍କର ଜନ୍ମ ହେଉଛି । କଣ୍ଟାର ଜଙ୍ଗଲ ବହୁତ ଦୁଃଖ ଦେଇଥାଏ । ଜଙ୍ଗଲରେ
ବିଭିନ୍ନ ପ୍ରକାରର କଣ୍ଟା ଥାଏ ନା ସେଥିପାଇଁ ଏହାକୁ ଦୁଃଖଧାମ କୁହାଯାଉଛି । ନୂଆ ଦୁନିଆରେ କଣ୍ଟା
ରହିବ ନାହିଁ ସେଥିପାଇଁ ତାକୁ ସୁଖଧାମ କୁହାଯାଉଛି । ଶିବବାବା ଫୁଲର ବଗିଚା ଲଗାଉଛନ୍ତି, ରାବଣ
କଣ୍ଟାର ଜଙ୍ଗଲ ଲଗାଉଛି । ସେଥିପାଇଁ ରାବଣକୁ କଣ୍ଟାର ଝାଟି ଦ୍ୱାରା ଜଳାଉଛନ୍ତି ଏବଂ ବାବାଙ୍କ
ଉପରେ ଫୁଲ ଚଢାଉଛନ୍ତି । ଏହି କଥାକୁ କେବଳ ବାବା ଜାଣିଛନ୍ତି ଓ ପିଲାମାନେ ଜାଣିଛନ୍ତି ଆଉ କେହି
ଜାଣିନାହାଁନ୍ତି ।
ତୁମେମାନେ ଜାଣିଛ -
ଡ୍ରାମାରେ ଗୋଟିଏ ପାର୍ଟ ଦୁଇଥର ହୋଇପାରିବ ନାହିଁ । ବୁଦ୍ଧିରେ ଅଛି ସାରା ଦୁନିଆରେ ଯେଉଁ ପାର୍ଟ
ଚାଲୁଛି ତାହା ପରସ୍ପରଠାରୁ ଅଲଗା ଅଟେ । ବିଚାର କର ସତ୍ୟଯୁଗରୁ ଆରମ୍ଭ କରି ବର୍ତ୍ତମାନ
ପର୍ଯ୍ୟନ୍ତ କିପରି ଦିନ ବଦଳି ଚାଲିଛି । ସାରା ଚାଲିଚଳଣି ହିଁ ବଦଳିଯାଉଛି । ୫ ହଜାର ବର୍ଷର
ଚାଲିଚଳଣିର ରେକର୍ଡ ଆତ୍ମାରେ ଭରି ହୋଇ ରହିଛି । ଯାହା କେବେ ବଦଳି ପାରିବ ନାହିଁ । ପ୍ରତ୍ୟେକ
ଆତ୍ମାରେ ନିଜସ୍ୱ ପାର୍ଟ ଭରି ହୋଇ ରହିଛି । ଏହି ଛୋଟ କଥା ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ ।
ଏହି ଡ୍ରାମାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ତୁମେମାନେ ଜାଣିଛ । ଏହା ତୁମର ସ୍କୁଲ ଅଟେ ନା ।
ଏଠାରେ ପବିତ୍ର ହୋଇ ବାବାଙ୍କୁ ମନେ ପକାଇବାର ପାଠ ବାବା ପଢାଉଛନ୍ତି । ଏକଥା କେବେ ଚିନ୍ତା
କରିଥିଲ କି ବାବା ଆସି ଏପରି ପତିତରୁ ପାବନ ହେବାର ପାଠ ପଢାଇବେ! ଏହି ପାଠପଢା ଦ୍ୱାରା ହିଁ ଆମେ
ବିଶ୍ୱର ମାଲିକ ହେବୁ! ଭକ୍ତିମାର୍ଗର ପୁସ୍ତକ ହିଁ ଅଲଗା, ତାକୁ କେବେ ଜ୍ଞାନ କୁହାଯିବ ନାହିଁ ।
ଜ୍ଞାନ ବିନା ସଦ୍ଗତି କିପରି ହେବ? ବାବାଙ୍କ ବିନା ଜ୍ଞାନ କେଉଁଠାରୁ ଆସିବ ଯାହା ଦ୍ୱାରା ସଦ୍ଗତି
ହେବ । ତୁମେମାନେ ଯେତେବେଳେ ସଦ୍ଗତିରେ ଥିବ ସେତେବେଳେ କ’ଣ ଭକ୍ତି କରିବ? ନାଁ, ସେଠାରେ ଅପାର
ସୁଖ ରହିଛି, ଭକ୍ତି କାହିଁକି କରିବ? ଏହି ଜ୍ଞାନ ଏବେ ହିଁ ତୁମକୁ ମିଳୁଛି । ସମସ୍ତ ଜ୍ଞାନ
ଆତ୍ମାରେ ରହୁଛି । ଆତ୍ମାର କୌଣସି ଧର୍ମ ନ ଥାଏ । ଆତ୍ମା ଯେତେବେଳେ ଶରୀର ଧାରଣ କରେ ସେତେବେଳେ
କୁହନ୍ତି ଏମାନେ ଏହି-ଏହି ଧର୍ମର ଅଟନ୍ତି । ତେବେ ଆତ୍ମାର ଧର୍ମ କ’ଣ? ପ୍ରଥମ କଥା ହେଲା - ଆତ୍ମା
ବିନ୍ଦୁ ସଦୃଶ, ଶାନ୍ତ ସ୍ୱରୂପ ସିଏ ଶାନ୍ତିଧାମରେ ହିଁ ରହିଥାଏ ।
ବର୍ତ୍ତମାନ ବାବା
ବୁଝାଉଛନ୍ତି ସମସ୍ତ ପିଲାମାନଙ୍କର ବାବାଙ୍କ ଉପରେ ଅଧିକାର ରହିଛି । ଅନେକ ସନ୍ତାନ ଅଛନ୍ତି ଯିଏକି
ଅନ୍ୟ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି । ସେମାନେ ପୁଣି ସେଥିରୁ ବାହାରି ନିଜର ପ୍ରକୃତ
ଧର୍ମକୁ ପଳାଇ ଆସିବେ । ଯେଉଁମାନେ ଦେବୀ-ଦେବତା ଧର୍ମ ଛାଡି ଅନ୍ୟ ଧର୍ମକୁ ଚାଲି ଯାଇଛନ୍ତି ସେହି
ଆତ୍ମାମାନେ ଫେରି ନିଜ ସ୍ଥାନକୁ ଆସିଯିବେ । ତୁମକୁ ପ୍ରଥମେ-ପ୍ରଥମେ ତ ବାବାଙ୍କର ପରିଚୟ ଦେବାକୁ
ହେବ । ଏହି କଥାରେ ହିଁ ସମସ୍ତେ ଦ୍ୱନ୍ଦ୍ୱରେ ପଡିଛନ୍ତି । ତୁମେମାନେ ଜାଣିଛ ଏବେ ଆମକୁ କିଏ
ପଢାଉଛନ୍ତି? ବେହଦର ବାବା । କୃଷ୍ଣ ତ ଦେହଧାରୀ ଅଟନ୍ତି, ୟାଙ୍କୁ (ବ୍ରହ୍ମାବାବାଙ୍କୁ) ମଧ୍ୟ
ଦାଦା କୁହାଯାଉଛି । ତୁମେ ସମସ୍ତେ ଭାଇ-ଭାଇ ଅଟ ନା । ପୁଣି ପଦ ପଦବୀର କଥା ରହିଛି । ଭାଇର ଶରୀର
କିପରି ଓ ଉଉଣୀଙ୍କର ଶରୀର କିପରି । ଆତ୍ମା ତ ଛୋଟ ତାରକା ସଦୃଶ ଅଟେ । ଏତେ ସବୁ ଜ୍ଞାନ ଛୋଟ
ତାରକା ମଧ୍ୟରେ ରହୁଛି । ଶରୀର ବିନା ତାରକା କଥା ମଧ୍ୟ କହିପାରିବ ନାହିଁ । ତାରକାଟିକୁ ପାର୍ଟ
କରିବା ପାଇଁ ଏତେ ଢେର କର୍ମେନ୍ଦ୍ରିୟ ମିଳିଛି । ତୁମ ତାରକାମାନଙ୍କର ଦୁନିଆ ହିଁ ଅଲଗା ଅଟେ ।
ଆତ୍ମା ଏଠାକୁ ଆସି ପୁଣି ଶରୀର ଧାରଣ କରୁଛି । ଶରୀର ଛୋଟ ବଡ ହୋଇଥାଏ । ଆତ୍ମା ହିଁ ନିଜର
ପିତାଙ୍କୁ ମନେ ପକାଉଛି । ତାହା ପୁଣି ଯେତେବେଳ ପର୍ଯ୍ୟନ୍ତ ଶରୀରରେ ରହିଥିବ । ଘରେ ଆତ୍ମା
ବାବାଙ୍କୁ କେବେ ମନେ ପକାଇପାରିବ କି? ନାଁ । ସେଠାରେ କିଛି ବି ଜଣାପଡିବ ନାହିଁ - ଆମେ କେଉଁଠାରେ
ଅଛୁ! ଆତ୍ମା ଏବଂ ପରମାତ୍ମା ଉଭୟ ଯେତେବେଳେ ଶରୀରରେ ରହୁଛନ୍ତି ସେତେବେଳେ ଆତ୍ମା ଓ
ପରମାତ୍ମାଙ୍କର ମେଳା କୁହାଯାଉଛି । ଗାୟନ ମଧ୍ୟ ରହିଛି ଆତ୍ମା ଏବଂ ପରମାତ୍ମା ଅଲଗା ରହିଲେ
ବହୁକାଳ.... କେତେ ସମୟ ଅଲଗା ରହିଲେ? ମନେ ପଡୁଛି - କେତେ ସମୟ ଅଲଗା ରହିଲେ? ସେକେଣ୍ଡ ସେକେଣ୍ଡ
ଅତିକ୍ରମ କରି କରି ୫ ହଜାର ବର୍ଷ ବିତିଗଲା । ପୁଣି ୧ ନମ୍ବରରୁ ଆରମ୍ଭ କରିବାକୁ ପଡିବ, ଏହା
ହେଉଛି ସଠିକ୍ ହିସାବ । ଏବେ ଯଦି ତୁମକୁ କେହି ପଚାରନ୍ତି ଯେ ଇଏ କେବେ ଜନ୍ମ ନେଇଥିଲେ? ତେବେ
ତୁମେମାନେ ସଠିକ୍ ଭାବରେ କହିପାରିବ । ଶ୍ରୀକୃଷ୍ଣ ହିଁ ପ୍ରଥମ ନମ୍ବରରେ ଜନ୍ମ ନିଅନ୍ତି ।
ଶିବଙ୍କ ଜନ୍ମର ତ ମିନିଟ୍ ସେକେଣ୍ଡ କିଛି ବାହାର କରିପାରିବ ନାହିଁ । କୃଷ୍ଣଙ୍କ ନିମନ୍ତେ
ତିଥି-ତାରିଖ, ମିନିଟ୍, ସେକେଣ୍ଡ ବାହାର କରିପାରିବ । ମନୁଷ୍ୟମାନଙ୍କର ଘଡିରେ ଫରକ ହୋଇପାରେ ।
କିନ୍ତୁ ଶିବବାବାଙ୍କ ଅବତରଣରେ ତ ବିଲ୍କୁଲ୍ ଫରକ ପଡିପାରିବ ନାହିଁ । ଜଣାପଡି ନ ଥାଏ ଯେ କିଏ
କେବେ ଆସିଥିଲେ? ଏପରି ମଧ୍ୟ ନୁହେଁ ଯେ ସାକ୍ଷାତ୍କାର ହେଲା ତେବେ ଯାଇ ଆସିଲେ । ନାଁ, ଅନ୍ଦାଜ
ଲଗାଇପାରିବ । ମିନିଟ୍ ସେକେଣ୍ଡର ହିସାବ କହିପାରିବୁ ନାହିଁ । ତାଙ୍କର ଅବତରଣ ମଧ୍ୟ ଅଲୌକିକ ଅଟେ,
ସେ ବେହଦର ରାତ୍ରି ସମୟରେ ଆସୁଛନ୍ତି । ବାକି ଆଉ ଯେତେ ଆତ୍ମାଙ୍କର ଅବତରଣ ହେଉଛି, ସେ ସବୁ
ଜଣାପଡିଯାଉଛି । ଆତ୍ମା ଶରୀରରେ ପ୍ରବେଶ କରୁଛି । ଛୋଟ ଶରୀର ଧାରଣ କରୁଛ ପୁଣି ଧିରେ ଧିରେ ବଡ
ହେଉଛି । ଶରୀର ସହିତ ଆତ୍ମା ମଧ୍ୟ ବାହାରକୁ ଆସିଥାଏ । ଏ ସବୁ କଥାର ବିଚାର ସାଗର ମନ୍ଥନ କରିବା
ସହିତ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ହେବ । କେତେ ଢେର ମନୁଷ୍ୟ ଅଛନ୍ତି, ଜଣେ ଅନ୍ୟ ଜଣଙ୍କ
ସହିତ ମିଶିପାରିବେ ନାହିଁ । ଏହା କେତେ ବଡ ନାଟ୍ୟ ମଞ୍ଚ ଅଟେ । ଯେପରି ଏକ ବଡ ହଲ୍ ଅଟେ, ଯେଉଁଠି
ବେହଦର ନାଟକ ଚାଲୁଛି ।
ତୁମେ ପିଲାମାନେ ଏଠାକୁ
ଆସୁଛ ନରରୁ ନାରାୟଣ ହେବା ପାଇଁ, ବାବା ଯେଉଁ ନୂଆ ସୃଷ୍ଟି ରଚନା କରୁଛନ୍ତି ସେଥିରେ ଉଚ୍ଚପଦ ନେବା
ପାଇଁ । ବାକି ଏହି ଯେଉଁ ପୁରୁଣା ଦୁନିଆ ରହିଛି ତାହା ତ ବିନାଶ ହୋଇଯିବ । ବାବାଙ୍କ ଦ୍ୱାରା ନୂଆ
ଦୁନିଆର ସ୍ଥାପନ ହେଉଛି । ବାବାଙ୍କୁ ପୁଣି ପାଳନା ମଧ୍ୟ କରିବାକୁ ପଡିବ । ତେବେ ନିଶ୍ଚିତ
ଯେତେବେଳେ ଏହି ଶରୀର ଛାଡିବେ ସେତେବେଳେ ସତ୍ୟଯୁଗରେ ନୂଆ ଶରୀର ନେଇ ପାଳନା କରିବେ । ତା’
ପୂର୍ବରୁ ଏହି ପୁରୁଣା ଦୁନିଆର ବିନାଶ ମଧ୍ୟ ହେବ । ଏହି ସଂସାରରେ ତ ନିଆଁ ଲାଗିବ । କେବଳ ଭାରତ
ହିଁ ରହିବ, ବାକି ସବୁ ଖଲାସ ହୋଇଯିବ । ଭାରତରେ ମଧ୍ୟ ଅଳ୍ପ ରହିବେ । ତୁମେମାନେ ଏବେ ମେହନତ
କରୁଛ, ବିନାଶ ପରେ ଯେପରି ଦଣ୍ଡଭୋଗ ନ କରୁ । ଯଦି ବିକର୍ମ ବିନାଶ ନ ହେବ ତେବେ ଦଣ୍ଡ ମଧ୍ୟ ପାଇବ
ଓ ପଦ ମଧ୍ୟ ମିଳିବ ନାହିଁ । ତୁମକୁ ଯଦି କେହି ପଚାରୁଛନ୍ତି ତୁମେ କାହା ପାଖକୁ ଯାଉଛ? ତେବେ କୁହ,
ଶିବବାବାଙ୍କ ପାଖକୁ, ଯିଏ ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି । ଇଏ ବ୍ରହ୍ମା ଅଟନ୍ତି, ଶିବ
ନୁହଁନ୍ତି । ଯେତେ ବାବାଙ୍କୁ ଜାଣିବ ସେତେ ବାବାଙ୍କ ସାଥିରେ ସ୍ନେହ ମଧ୍ୟ ରହିବ । ବାବା
କହୁଛନ୍ତି ପିଲାମାନେ ତୁମେ ଆଉ କାହାକୁ ସ୍ନେହ କର ନାହିଁ, ଅନ୍ୟ ସମସ୍ତଙ୍କ ଠାରୁ ସ୍ନେହ ତୁଟାଇ
ଜଣଙ୍କ ସହିତ ଯୋଡ । ଯେପରି ପ୍ରେମିକା ପ୍ରେମିକ ଥାନ୍ତି ନା । ଏହା ମଧ୍ୟ ସେହିପରି ଅଟେ । ୧୦୮
ପ୍ରକୃତ ପ୍ରେମିକା ହେଉଛନ୍ତି, ସେଥିରୁ ମଧ୍ୟ ୮ ଜଣ ଶ୍ରେଷ୍ଠ ହେଉଛନ୍ତି । ୮ ର ମଧ୍ୟ ମାଳା
ହୋଇଥାଏ ନା । ୯ ରତ୍ନର ଗାୟନ ରହିଛି । ୮ଟି ଦାନା, ନବମ ହେଲେ ବାବା । ମୁଖ୍ୟ ହେଉଛନ୍ତି ୮ ଜଣ
ଦେବୀ-ଦେବତା, ପୁଣି ତ୍ରେତାଯୁଗର ଶେଷରେ ୧୬୧୦୮ ରାଜକୁମାର ରାଜକୁମାରୀଙ୍କର କୁଟୁମ୍ବ ହେବ । ବାବା
ତ ହାତରେ ସ୍ୱର୍ଗ ଦେଖାଉଛନ୍ତି । ତୁମର ନିଶା ରହୁଛି ଯେ ଆମେ ତ ସୃଷ୍ଟିର ମାଲିକ ହେଉଛୁ ।
ବାବାଙ୍କ ସହିତ ଏହିପରି ସୌଦା କରିବାକୁ ପଡିବ । ବାବା କହୁଛନ୍ତି କେହି କ୍ୱଚିତ୍ ବେପାରୀ ହିଁ ଏହି
ସୌଦା କରିପାରିବ । ଏପରି ବ୍ୟାପାରୀ କେଉଁଠି ଅଛନ୍ତି । ତେଣୁ ତୁମେ ପିଲାମାନେ ଏହି ଉଦ୍ଦୀପନାରେ
ରୁହ ଯେ ଆମେ ବାବାଙ୍କ ନିକଟକୁ ଯାଉଛୁ । ଉପରେ ବାବା ହିଁ ରୁହନ୍ତି । ଦୁନିଆର ଲୋକମାନେ
ଜାଣିନାହାଁନ୍ତି ତେଣୁ ସେମାନେ କହୁଛନ୍ତି ଭଗବାନ ତ ଅନ୍ତିମ ସମୟରେ ଆସିବେ । ବର୍ତ୍ତମାନ ସେହି
କଳିଯୁଗର ଅନ୍ତିମ ସମୟ ଅଟେ । ସେହି ଗୀତା, ମହାଭାରତର ସମୟ ଅଟେ, ସେହି ଯାଦବମାନେ ଯିଏକି ମୁଷଳ
ବାହାର କରୁଛନ୍ତି ଏବଂ ସେହି କୌରବମାନଙ୍କର ରାଜ୍ୟ ଚାଲିଛି ଓ ତୁମେ ପାଣ୍ଡବମାନେ ଉପସ୍ଥିତ ରହିଛ
।
ତୁମେ ପିଲାମାନେ ଘରେ ବସି
ଏବେ ନିଜର ରୋଜଗାର କରୁଛ । ଘରେ ବସି ବସି ଭଗବାନ ମିଳିଛନ୍ତି ସେଥିପାଇଁ ବାବା କହୁଛନ୍ତି କି
ନିଜର ରୋଜଗାର କରିନିଅ । ଏହି ହୀରାତୁଲ୍ୟ ଜୀବନ ହିଁ ଅମୂଲ୍ୟ ବୋଲି ଗାୟନ ରହିଛି । ଏବେ ଏହାକୁ
କଉଡି ବଦଳରେ ହରାଅ ନାହିଁ । ଏବେ ତୁମେ ସାରା ଦୁନିଆକୁ ରାମରାଜ୍ୟ କରୁଛ । ତୁମମାନଙ୍କୁ
ଶିବଙ୍କଠାରୁ ଶକ୍ତି ମିଳୁଛି । ବାକି ଆଜିକାଲି ଅନେକଙ୍କର ଅକାଳମୃତ୍ୟୁ ମଧ୍ୟ ହୋଇଯାଉଛି । ବାବା
ବୁଦ୍ଧିର ତାଲା ଖୋଲୁଛନ୍ତି ଓ ମାୟା ବୁଦ୍ଧିର ତାଲା ବନ୍ଦ କରି ଦେଉଛି । ଏବେ ତୁମ ମାତାମାନଙ୍କୁ
ହିଁ ଜ୍ଞାନର କଳସ ମିଳିଛି । ସିଏ ହିଁ ଅବଳାମାନଙ୍କୁ ବଳ ଦେଉଛନ୍ତି । ଏହା ହିଁ ଜ୍ଞାନ ଅମୃତ ଅଟେ
। ଶାସ୍ତ୍ରର ଜ୍ଞାନକୁ କେବେ ଅମୃତ କୁହାଯିବ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କର ଆକର୍ଷଣରେ ରହି ସୁଗନ୍ଧଯୁକ୍ତ ଫୁଲ ହେବାକୁ ପଡିବ । ନିଜର ମିଠା ବାବାଙ୍କୁ ମନେ ପକାଇ
ଦେହ-ଅଭିମାନ ରୂପୀ କଣ୍ଟାକୁ ଜଳାଇ ଦେବାକୁ ହେବ ।
(୨) ଏହି ହୀରା ତୁଲ୍ୟ
ଜନ୍ମରେ ଅବିନାଶୀ ରୋଜଗାର ଜମା କରିବାକୁ ହେବ, କଉଡି ବଦଳରେ ଏହାକୁ ହରାଇବାର ନାହିଁ । ଏକମାତ୍ର
ବାବାଙ୍କ ସହିତ ପ୍ରକୃତ ସ୍ନେହ ରଖିବାକୁ ହେବ ଏବଂ ସେହି ଜଣଙ୍କର ହିଁ ସଙ୍ଗରେ ରହିବାକୁ ହେବ ।
ବରଦାନ:-
ବ୍ରାହ୍ମଣ
ଜୀବନରେ ସର୍ବଦା ଖୁସି ରୂପକ ଭୋଜନ କରୁଥିବା ଏବଂ ଖୁସି ବାଣ୍ଟୁଥିବା ସୌଭାଗ୍ୟଶାଳୀ ଆତ୍ମା ହୁଅ ।
ଏହି ଦୁନିଆରେ ତୁମ
ବ୍ରାହ୍ମଣମାନଙ୍କ ଭଳି ସୌଭାଗ୍ୟଶାଳୀ କେହି ବି ହୋଇପାରିବେ ନାହିଁ କାହିଁକି ନା ଏହି ଜୀବନରେ ହିଁ
ତୁମମାନଙ୍କୁ ବାପଦାଦାଙ୍କର ହୃଦୟ ସିଂହାସନ ପ୍ରାପ୍ତ ହୋଇଛି । ସର୍ବଦା ନିଜେ ଖୁସି ରୂପକ ଭୋଜନ
କରୁଛ ଏବଂ ଅନ୍ୟମାନଙ୍କୁ ମଧ୍ୟ ବାଣ୍ଟୁଛ । ଏହି ସମୟରେ ତୁମେମାନେ ଚିନ୍ତାମୁକ୍ତ ସମ୍ରାଟ ମଧ୍ୟ
ଅଟ, କାରଣ ଏଭଳି ନିଶ୍ଚିନ୍ତ ଜୀବନ ସାରା କଳ୍ପ ଭିତରେ ଅନ୍ୟ କୌଣସି ଯୁଗରେ ମିଳି ନ ଥାଏ । ଯଦିଓ
ସତ୍ୟଯୁଗରେ ତୁମେମାନେ ନିଶ୍ଚିନ୍ତ ରହିବ କିନ୍ତୁ ସେଠାରେ ଚିନ୍ତାଗ୍ରସ୍ତ ସ୍ଥିତିର ଏବଂ
ନିଶ୍ଚିନ୍ତ ସ୍ଥିତିର ଜ୍ଞାନ ନ ଥିବ । ଏବେ ତୁମ ଭିତରେ ଜ୍ଞାନ ଅଛି ସେଥିପାଇଁ ଅନ୍ତରରୁ ବାହାରୁଛି
- ମୋ ଭଳି ସୌଭାଗ୍ୟଶାଳୀ ଆଉ କେହି ନାହିଁ ।
ସ୍ଲୋଗାନ:-
ସଂଗମଯୁଗର
ସ୍ୱରାଜ୍ୟ ଅଧିକାରୀ ହିଁ ଭବିଷ୍ୟତରେ ବିଶ୍ୱ ରାଜ୍ୟ ଅଧିକାରୀ ହୋଇଥାଆନ୍ତି ।