05.01.25 Avyakt Bapdada Odia Murli 17.10.2003 Om Shanti Madhuban
“ସାରା ବର୍ଷ
ସନ୍ତୁଷ୍ଟମଣୀ ହୋଇ ସର୍ବଦା ସନ୍ତୁଷ୍ଟ ରହିବ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବ”
ଆଜି ଦିଲାରାମ ବାପଦାଦା
ନିଜର ଚାରିଆଡର ସମ୍ମୁଖରେ ବସିଥିବା ପିଲାମାନଙ୍କୁ, ଦୂରରେ ଥିଲେ ମଧ୍ୟ ନିକଟରେ ରହୁଥିବା
ପ୍ରତ୍ୟେକ ରାଜକୁମାର ତଥା ଅତିସ୍ନେହୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ପ୍ରତ୍ୟେକ
ସନ୍ତାନ ରାଜା ଅଟନ୍ତି ସେଥିପାଇଁ ରାଜକୁମାର ଅଟନ୍ତି । ଏହିଭଳି ପରମାତ୍ମ ସ୍ନେହ ପ୍ରାପ୍ତ କରିବା,
ପରମାତ୍ମାଙ୍କର ଗେହ୍ଲା ସନ୍ତାନ ହେବାର ଭାଗ୍ୟ ସାରା ବିଶ୍ୱ ଭିତରେ ବହୁତ କମ୍ ଆତ୍ମାଙ୍କୁ
ପ୍ରାପ୍ତ ହୋଇଥାଏ । କିନ୍ତୁ ତୁମେ ସମସ୍ତେ ପରମାତ୍ମ ସ୍ନେହୀ, ପରମାତ୍ମାଙ୍କର ଗେହ୍ଲା ସନ୍ତାନ
ହେବାର ଅଧିକାରୀ ଅଟ । ଦୁନିଆରେ ଆତ୍ମାମାନେ ଡାକୁଛନ୍ତି ଆସ, ଆସ କିନ୍ତୁ ତୁମେମାନେ
ପରମାତ୍ମାଙ୍କର ସ୍ନେହର ଅନୁଭବ କରୁଛ । ପରମାତ୍ମାଙ୍କର ପାଳନାରେ ପାଳିତ ହେଉଛ । ନିଜର ଏହିଭଳି
ଭାଗ୍ୟକୁ ଅନୁଭବ କରୁଛ ତ? ବାପଦାଦା ନିଜର ସବୁ ପିଲାଙ୍କୁ ଡବଲ ରାଜ୍ୟ ଅଧିକାରୀ ରୂପରେ ଦେଖୁଛନ୍ତି
। ବର୍ତ୍ତମାନ ମଧ୍ୟ ସ୍ୱରାଜ୍ୟ ଅଧିକାରୀ ରାଜା ଅଟ ଏବଂ ଭବିଷ୍ୟତରେ ରାଜ୍ୟ କରିବା ତ ତୁମମାନଙ୍କର
ଜନ୍ମ ସିଦ୍ଧ ଅଧିକାର । ତେଣୁ ଡବଲ ରାଜା ଅଟ । ତେବେ ସମସ୍ତେ ରାଜା ଅଟ ନା, ପ୍ରଜା ତ ନୁହେଁ ନା!
ରାଜଯୋଗୀ ଅଟ, ନା କେହି କେହି ପ୍ରଜାଯୋଗୀ ମଧ୍ୟ ଅଟ? କେହି ପ୍ରଜା ଯୋଗୀ ନୁହେଁ ତ? କ’ଣ ପଛବାଲା
ରାଜଯୋଗୀ ଅଟ ତ? ଏଠାରେ କେହି ପ୍ରଜାଯୋଗୀ ତ ନାହାଁନ୍ତି ନା, ଏହା ପକ୍କା ତ? ଭାବିଚିନ୍ତି ହଁ
କୁହ । ରାଜ୍ୟ ଅଧିକାରୀ ଅର୍ଥାତ୍ ସମସ୍ତ ସୂକ୍ଷ୍ମ ଏବଂ ସ୍ଥୂଳ କର୍ମେନ୍ଦ୍ରିୟ ଗୁଡିକର ଅଧିକାରୀ,
କାହିଁକି ନା ସ୍ୱରାଜ୍ୟ କୁହାଯାଉଛି ନା! ତେବେ କେବେ କେବେ ରାଜା ହେଉଛ ନା ସଦାକାଳର ରାଜା ଅଟ?
ମୂଳକଥା ହେଲା ନିଜର ମନ-ବୁଦ୍ଧି-ସଂସ୍କାରର ମଧ୍ୟ ଅଧିକାରୀ ଅଟ ତ? ସବୁ ସମୟରେ, ନା କେବେ କେବେ?
ଯଦି ସ୍ୱରାଜ୍ୟ ବୋଲି କହୁଛ ତେବେ ସଦାକାଳର ସ୍ୱରାଜ୍ୟ ହୋଇଥାଏ, ନା ଦିନକ ପାଇଁ ହୋଇଥାଏ ଆର ଦିନକୁ
ନ ଥାଏ? ରାଜ୍ୟ ଅଧିକାର ତ ସବୁ ଦିନ ପାଇଁ ଥାଏ ନା! ତେବେ ସଦା ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍
ସଦାସର୍ବଦା ମନ-ବୁଦ୍ଧି-ସଂସ୍କାର ଉପରେ ଅଧୀକାରୀ । କ’ଣ ସଦାକାଳର ଅଟ ତ? ସଦା ଶବ୍ଦରେ କେହି ହଁ
କହୁ ନାହାଁନ୍ତି । କେବେ କେବେ ମନ ତୁମକୁ ଚଲାଉଛି, ନା ତୁମେ ମନକୁ ଚଲାଉଛ? କେବେ କେବେ ମନ
ମାଲିକ ହୋଇଯାଉଛି କି? ହେଉଛି ନା! ତେବେ ଯିଏ ସଦାକାଳର ସ୍ୱରାଜ୍ୟ ଅଧିକାରୀ ସେ ହିଁ ବିଶ୍ୱରାଜ୍ୟ
ଅଧିକାରୀ ।
ତେଣୁ ସବୁବେଳେ ଏହି କଥା
ଚେକ୍ କର ଯେ ଯେତିକି ସମୟ ପର୍ଯ୍ୟନ୍ତ ଏବଂ ଯେତିକି ଶକ୍ତିର ସହିତ ନିଜର କର୍ମେନ୍ଦ୍ରିୟ ଗୁଡିକ
ଉପରେ ତଥା ମନ-ବୁଦ୍ଧି-ସଂସ୍କାର ଉପରେ ଏବେ ଅଧିକାରୀ ହେଉଛ ସେହି ଅନୁସାରେ ଭବିଷ୍ୟତରେ ମଧ୍ୟ
ରାଜ୍ୟ ଅଧିକାର ପ୍ରାପ୍ତ ହେବ । ଯଦି ବର୍ତ୍ତମାନ ପରମାତ୍ମାଙ୍କର ପାଳନା, ପରମାତ୍ମାଙ୍କର ପାଠପଢା,
ପରମାତ୍ମାଙ୍କର ଶ୍ରୀମତ ଆଧାରରେ ସଂଗମଯୁଗର ଏହି ଗୋଟିଏ ଜନ୍ମରେ ସଦାକାଳର ଅଧିକାରୀ ହୋଇପାରୁ ନାହଁ
ତେବେ ୨୧ ଜନ୍ମ କିପରି ରାଜ୍ୟ ଅଧିକାରୀ ହେବ! ହିସାବ ଅଛି ନା! ବର୍ତ୍ତମାନ ସମୟରେ ସ୍ୱରାଜ୍ୟ
ଅର୍ଥାତ୍ ସ୍ୱ ର ରାଜା ହେବା ଦ୍ୱାରା ହିଁ ୨୧ ଜନ୍ମର ଗ୍ୟାରେଣ୍ଟି ମିଳିଥାଏ । ତେଣୁ ମୁଁ କିଏ ଏବଂ
ଭବିଷ୍ୟତରେ କ’ଣ ହେବି, ଏହି କଥା ବର୍ତ୍ତମାନର ଅଧିକାର ଦ୍ୱାରା ନିଜେ ହିଁ ଜାଣିପାରିବ । ଚିନ୍ତା
କର, ତୁମ ଭଳି ବିଶେଷ ଆତ୍ମାମାନଙ୍କର ଅନାଦି-ଆଦି ବ୍ୟକ୍ତିତ୍ୱ ଏବଂ ପର୍ସନାଲିଟୀ ଅର୍ଥାତ୍
ରୟାଲିଟୀ ଅର୍ଥାତ୍ ରାଜକୀୟତା କେତେ ଉଚ୍ଚ ଅଟେ! ଅନାଦି ରୂପରେ ମଧ୍ୟ ଦେଖ ତୁମେ ଆତ୍ମାମାନେ
ଯେତେବେଳେ ପରମଧାମରେ ମଧ୍ୟ ରହୁଛ ସେତେବେଳେ କେତେ ଚମକଦାର ଆତ୍ମା ଦେଖାଯାଉଛ? ସେହି ଚମକର
ରୟାଲିଟୀ ଅର୍ଥାତ୍ ରାଜକୀୟତା ଏବଂ ପର୍ସନାଲିଟୀ ଅର୍ଥାତ୍ ପବିତ୍ରତା ବ୍ୟକ୍ତିତ୍ୱର ମାନ କେତେ
ଶ୍ରେଷ୍ଠ ଅଟେ? କ’ଣ ଦେଖିପାରୁଛ ତ? ଏହା ବ୍ୟତୀତ ଆତ୍ମା ରୂପରେ ମଧ୍ୟ ରହୁଛ ତେଣୁ ନିକଟରେ ହିଁ
ରହୁଛ । ଯେପରି ଆକାଶରେ କେିହ କେହି ତାରକାଗୁଡିକ ବହୁତ ଅଧିକ ଚମକୁ ଥାଆନ୍ତି ନା! ସେହିଭଳି ତୁମେ
ଆତ୍ମାମାନେ ମଧ୍ୟ ବିଶେଷ କରି ବାବାଙ୍କ ସହିତ ବିଶେଷ ଭାବରେ ଚମକୁଥିବା ତାରକା ଅଟ । ତେଣୁ
ପରମଧାମରେ ମଧ୍ୟ ତୁମେମାନେ ବାବାଙ୍କର ନିକଟବର୍ତ୍ତୀ ହୋଇ ରହୁଛ ଏବଂ ସତ୍ୟଯୁଗ ଆଦି ସମୟରେ ତୁମ
ଦେବାତ୍ମାଙ୍କର ବ୍ୟକ୍ତିତ୍ୱ ଏବଂ ରାଜକୀୟତା କେତେ ଉଚ୍ଚ ଅଟେ । ତେବେ ସାରା କଳ୍ପରେ ଚକ୍ର ଲଗାଇ
ଦେଖ, ଏଠାରେ ଧର୍ମଆତ୍ମାମାନେ ମଧ୍ୟ ଜନ୍ମ ନେଇଛନ୍ତି, ମହାତ୍ମାମାନେ ମଧ୍ୟ ଜନ୍ମ ନେଇଛନ୍ତି,
ଧର୍ମପିତାମାନେ ମଧ୍ୟ ଜନ୍ମ ନେଇଛନ୍ତି, ନେତାମାନେ ମଧ୍ୟ ଜନ୍ମ ନେଇଛନ୍ତି, ଅଭିନେତାମାନେ ମଧ୍ୟ
ଜନ୍ମ ନେଇଛନ୍ତି, କିନ୍ତୁ ଏଭଳି ବ୍ୟକ୍ତିତ୍ୱ ଅନ୍ୟ କାହାର ଅଛି କି ଯାହାକି ତୁମ
ଦେବାତ୍ମାମାନଙ୍କର ସତ୍ୟଯୁଗରେ ଥିଲା? ତେବେ ନିଜର ଦେବତା ସ୍ୱରୂପ ସମ୍ମୁଖକୁ ଆସିଯାଉଛି ତ? କ’ଣ
ଆସୁଛି, ନା କିଏ ଜାଣେ ମୁଁ ହେବି କି ନ ହେବି? ଏହା ତ ପକ୍କା ଅଟେ ନା! ଏବେ ନିଜର ଦେବତା
ସ୍ୱରୂପକୁ ସମ୍ମୁଖକୁ ଆଣ ଏବଂ ଦେଖ, କ’ଣ ନିଜର ବ୍ୟକ୍ତିତ୍ୱ ଆସିଗଲା ତ? ସେଥିରେ କେତେ ରାଜକୀୟତା
ଥିଲା ଯାହା ଦ୍ୱାରା ପ୍ରକୃତି ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛି । ପକ୍ଷୀମାନେ, ବୃକ୍ଷ ଲତାଗୁଡିକ
ଏବଂ ଫଳ-ଫୁଲ ସବୁ କିଛି ସତ୍ତ୍ୱପ୍ରଧାନ ଅର୍ଥାତ୍ ରାଜକୀୟ ଅଟେ । ଆଚ୍ଛା ଏବେ ଆଉ ଟିକିଏ ତଳକୁ ଆସ,
ନିଜର ପୂଜ୍ୟ ରୂପକୁ ଦେଖିଛ ନା, ତୁମମାନଙ୍କର ପୂଜା ହେଉଛି! କ’ଣ ଡବଲ ବିଦେଶୀମାନେ ପୂଜ୍ୟ ହେବ
ନା କେବଳ ଭାରତବାସୀ ପୂଜ୍ୟ ହେବେ? କ’ଣ ତୁମେମାନେ ଦେବୀ-ଦେବତା ହୋଇଥିଲ ନା! ଶୁଣ୍ଢବାଲା ଦେବତା
ନୁହେଁ କି ଲାଞ୍ଜବାଲା ଦେବତା ମଧ୍ୟ ନୁହେଁ । ଦେବୀମାନେ ମଧ୍ୟ କାଳୀ ରୂପବାଲା ନୁହଁନ୍ତି, କିନ୍ତୁ
ଦେବତାମାନଙ୍କର ମନ୍ଦିରରେ ଦେଖ, ତୁମମାନଙ୍କର ପୂଜ୍ୟ ସ୍ୱରୂପର ରାଜକୀୟତା ଏବଂ ବ୍ୟକ୍ତିତ୍ୱ କେତେ
ଶ୍ରେଷ୍ଠ ଅଟେ? ମୂର୍ତ୍ତି ହୋଇଥିବ ୪ ଫୁଟର ବା ୫ ଫୁଟର କିନ୍ତୁ ମନ୍ଦିରକୁ କେତେ ବଡ କରି ତିଆରି
କରୁଛନ୍ତି । ଏହା ମଧ୍ୟ ତୁମମାନଙ୍କର ରାଜକୀୟତାର ଏବଂ ବ୍ୟକ୍ତିତ୍ୱର ପ୍ରତୀକ ଅଟେ । ଆଜିକାଲିର
ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ରାଜା-ମହାରାଜା ହୁଅନ୍ତୁ ବିଚରା ସେମାନଙ୍କର ପିତୁଳା ତିଆରି କରି
ଖରା ବର୍ଷାରେ ରଖିଦେଉଛନ୍ତି, ତେଣିକି ଯାହା ବି ହେଉ । କିନ୍ତୁ ତୁମମାନଙ୍କର ପୂଜ୍ୟ ସ୍ୱରୂପର
ବ୍ୟକ୍ତିତ୍ୱ କେତେ ମହାନ । କ’ଣ ବଢିଆ ଅଟେ ନା! କୁମାରୀମାନେ ବସିଛନ୍ତି ନା! ଏହା ତୁମମାନଙ୍କର
ରାଜକୀୟତା ତ ଅଟେ ନା? ପୁଣି ଶେଷରେ ସଂଗମଯୁଗରେ ମଧ୍ୟ ତୁମମାନଙ୍କର ରାଜକୀୟତା କେତେ ଉଚ୍ଚ ଅଟେ ।
ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ କେତେ ଉଚ୍ଚ ଅଟେ? ପ୍ରତ୍ୟକ୍ଷରେ ସ୍ୱୟଂ ଭଗବାନ ହିଁ ତୁମମାନଙ୍କର
ବ୍ରାହ୍ମଣ ଜୀବନରେ ବ୍ୟକ୍ତିତ୍ୱ ଏବଂ ରାଜକୀୟତା ଭରି ଦେଇଛନ୍ତି । ତେବେ ଏହି ବ୍ରାହ୍ମଣ ଜୀବନର
ଚିତ୍ରକାର କିଏ? ସ୍ୱୟଂ ପରମାତ୍ମା । ତେଣୁ ଏହି ବ୍ରାହ୍ମଣ ଜୀବନର ପର୍ସନାଲିଟୀ ଏବଂ ରୟାଲିଟୀ
କ’ଣ? ପ୍ୟୁରିଟୀ ଅର୍ଥାତ୍ ପବିତ୍ରତା । ପବିତ୍ରତା ହିଁ ରାଜକୀୟତା । ଏହା ଠିକ୍ କଥା ନା! ଏଠାରେ
ଯେତେ ସବୁ ବ୍ରାହ୍ମଣ ଆତ୍ମାମାନେ ବସିଛ କ’ଣ ଭାବୁଛ! ପବିତ୍ରତା ହିଁ ରାଜକୀୟତା ଅଟେ ନା! ହଁ,
ସମସ୍ତେ ମୁଣ୍ଡ ହଲାଅ । ପଛବାଲା ହାତ ଉଠାଉଛନ୍ତି । ତୁମେମାନେ ପଛରେ ବସିନାହଁ, ସମ୍ମୁଖରେ ହିଁ
ବସିଛ । ଦେଖ - ଦୃଷ୍ଟି ମଧ୍ୟ ସହଜରେ ପଛକୁ ଚାଲିଯାଉଛି, ଆଗବାଲାଙ୍କୁ ଦେଖିବା ପାଇଁ ତ ତଳକୁ
ଦେଖିବାକୁ ପଡୁଛି କିନ୍ତୁ ପଛକୁ ଆପେ ଆପେ ଦୃଷ୍ଟି ଚାଲିଯାଉଛି ।
ତେଣୁ ଏବେ ଚେକ୍ କର
ପ୍ୟୁରିଟୀର ପର୍ସନାଲିଟୀ ଅର୍ଥାତ୍ ପବିତ୍ରତାର ବ୍ୟକ୍ତିତ୍ୱ ସଦାସର୍ବଦା କାୟମ ରହୁଛି ତ?
ମନ-ବଚନ-କର୍ମ, ଦୃଷ୍ଟି, ବୃତ୍ତି ଏବଂ କୃତି ସବୁଥିରେ ପ୍ୟୁରିଟୀ ଅଛି ତ? ମାନସିକ ପବିତ୍ରତାର
ଅର୍ଥ ହେଲା ସର୍ବଦା ଏବଂ ସମସ୍ତଙ୍କ ପ୍ରତି ଶୁଭଭାବନା ଏବଂ ଶୁଭକାମନା - ସମସ୍ତଙ୍କ ପ୍ରତି । ତେବେ
ସେହି ଆତ୍ମା ଯେପରି ବି ହୋଇଥାଉ ନା କାହିଁକି କିନ୍ତୁ ପବିତ୍ରତାଯୁକ୍ତ ରାଜକୀୟ ମାନସୀକତାର
ଲକ୍ଷଣ ହେଲା - ସମସ୍ତଙ୍କ ପ୍ରତି ଶୁଭଭାବନା, ଶୁଭକାମନା, କଲ୍ୟାଣର ଭାବନା, ଦୟାର ଭାବନା ଏବଂ
ଦାତା ପଣିଆର ଭାବନା । ଏହା ବ୍ୟତୀତ ଦୃଷ୍ଟିରେ ସର୍ବଦା ସମସ୍ତଙ୍କ ପ୍ରତି ହୁଏତ ଆତ୍ମିକ ସ୍ୱରୂପ
ଦେଖାଯାଉ ନଚେତ୍ ଫରିସ୍ତା ସ୍ୱରୂପ ଦେଖାଯାଉ । ଯଦିଓ ସେ ଫରିସ୍ତା ହୋଇନାହିଁ କିନ୍ତୁ ମୋର
ଦୃଷ୍ଟିରେ ଫରିସ୍ତା ରୂପ ଏବଂ ଆତ୍ମିକ ରୂପ ହିଁ ରହିଥାଉ । ଏବଂ କୃତି ଅର୍ଥାତ୍ ସମ୍ବନ୍ଧ -
ସମ୍ପର୍କରେ ଆସିବାରେ, କର୍ମ କରିବା ସମୟରେ ସମସ୍ତଙ୍କୁ ସ୍ନେହ ଦେବା ଏବଂ ସୁଖ ଦେବା । ଚାହେଁ
ଅନ୍ୟ କେହି ମୋତେ ସ୍ନେହ ଦିଅନ୍ତୁ ବା ନ ଦିଅନ୍ତୁ କିନ୍ତୁ ମୋ’ର କର୍ତ୍ତବ୍ୟ ହେଲା ସ୍ନେହ ଦେଇ
ସମସ୍ତଙ୍କୁ ସ୍ନେହୀ କରିବା, ସୁଖ ଦେବା । ତୁମର ସ୍ଳୋଗାନ ଅଛି ନା - ନା ଦୁଃଖ ନିଅ, ନା ଦୁଃଖ
ଦିଅ । ଦେବାର ବି ନାହିଁ କି ନେବାର ବି ନାହିଁ । ଦେବାବାଲା ତୁମକୁ କେବେ ଯଦି ଦୁଃଖ ବି ଦେଉଛି
ତେବେ ତୁମେ ତାକୁ ସୁଖର ସ୍ମୃତିରେ ଦେଖ । କାରଣ ତଳେ ପଡିଯାଇଥିବା ଲୋକକୁ ଆଉ ଅଧିକ ତଳକୁ ଠେଲି
ଦିଆଯାଏ ନାହିଁ, ତାକୁ ସବୁବେଳେ ଉଚ୍ଚକୁ ଉଠାଇଥାଆନ୍ତି । ସିଏ ବିଚରା ପରବଶ ହୋଇ ତୁମକୁ ଦୁଃଖ
ଦେଉଛି । ତଳକୁ ଖୁସିଯାଇଛି ନା! ତେଣୁ ତାକୁ ଆଉ ତଳକୁ ଠେଲି ଦିଅ ନାହିଁ, ଏମିତି ନୁହେଁ ଯେ ତାକୁ
ଆଉ ଗୋଟିଏ ଗୋଇଠା ମାରିଦିଅ । ନା । ତାକୁ ସ୍ନେହର ସହିତ ଉଚ୍ଚକୁ ଉଠାଅ । ଏଥିରେ ମଧ୍ୟ ପ୍ରଥମେ
ଦାନ ନିଜ ଘରୁ ଆରମ୍ଭ କର । ଦାନପୂଣ୍ୟର କାର୍ଯ୍ୟ ପ୍ରଥମେ ନିଜ ଘରୁ ଆରମ୍ଭ କରାଯାଏ ନା, ତେଣୁ
ନିଜର ସବୁ ସାଥୀମାନଙ୍କୁ, ସେବାର ସାଥୀମାନଙ୍କୁ, ବ୍ରାହ୍ମଣ ପରିବାରର ସାଥୀମାନଙ୍କୁ
ପ୍ରତ୍ୟେକଙ୍କୁ ଉଚ୍ଚକୁ ଉଠାଅ । ସେମାନେ ନିଜର ଖରାପ ଗୁଣ ଦେଖାଇଲେ ମଧ୍ୟ ତୁମେ ସେମାନଙ୍କର
ବିଶେଷତାକୁ ଦେଖ । ସମସ୍ତେ କ୍ରମାନ୍ୱୟ ହିସାବରେ ତ ରହିବେ ନା! ଦେଖ, ୧୦୮ର ମାଳା ତୁମମାନଙ୍କର
ହିଁ ସ୍ମାରକୀ ଅଟେ । ସମସ୍ତେ ପ୍ରଥମ ନମ୍ବର ତ ନୁହଁନ୍ତି ନା! ୧୦୮ ପର୍ଯ୍ୟନ୍ତ ନମ୍ବର ରହିଛି
ନା! ତେଣୁ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି ଏବଂ ରହିବେ ମଧ୍ୟ କିନ୍ତୁ ମୋ’ର କର୍ତ୍ତବ୍ୟ କ’ଣ?
ଏମିତି ବି ଭାବିବାର ନାହିଁ ଯେ ମୁଁ ତ ୮ ଜଣଙ୍କ ଭିତରେ ଆଦୌ ନୁହେଁ, ହୁଏ ତ ୧୦୮ ଭିତରେ
ଆସିଯାଇପାରେ । ମୁଁ ୧୦୮ ନମ୍ବରର ଶେଷ ଦାନା ମଧ୍ୟ ହୋଇପାରେ, ତେଣୁ ମୋ ଭିତରେ କିଛି ନା କିଛି
ଖରାପ ସଂସ୍କାର ତ ଥିବ ନା, କିନ୍ତୁ ତାହା ନୁହେଁ । ଅନ୍ୟମାନଙ୍କୁ ସୁଖ ଦେଇ ଦେଇ, ସ୍ନେହ ଦେଇ
ଦେଇ ତୁମର ସଂସ୍କାର ମଧ୍ୟ ସ୍ନେହୀ ଏବଂ ସୁଖୀ ନିଶ୍ଚିତ ହୋଇଯିବ । ଏହା ହିଁ ସେବା ଅଟେ ଏବଂ ଏହି
ସେବା ପ୍ରଥମେ ନିଜଠାରୁ ହିଁ ଆରମ୍ଭ କର ।
ବାପଦାଦାଙ୍କୁ ଆଜି
ଗୋଟିଏ କଥା ଉପରେ ହସ ଲାଗୁଥିଲା, କହିବୁ ତାହା କ’ଣ? ଦେଖିବ ତୁମମାନଙ୍କୁ ମଧ୍ୟ ହସ ଲାଗିବ ।
ବାପଦାଦା ତ ପିଲାମାନଙ୍କର ସବୁ ଖେଳ ଦେଖୁଛନ୍ତି ନା! ବାପଦାଦା ଗୋଟିଏ ସେକେଣ୍ଡ ଭିତରେ କେତେବେଳେ
କେଉଁ ସେଣ୍ଟର କେତେବେଳେ କେଉଁ ସେଣ୍ଟର ଟିଭି ଅନ୍ କରିଦେଉଛନ୍ତି । କେବେ ବିଦେଶର, କେବେ ଭାରତର
ଟି.ଭି.ର ସୁଇଚ୍ ଅନ୍ କରିଦେଉଛନ୍ତି । ତେଣୁ ଜଣାପଡିଯାଉଛି, ପିଲାମାନେ କ’ଣ କରୁଛନ୍ତି । କାହିଁକି
ନା ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା । ପିଲାମାନେ ମଧ୍ୟ କହୁଛନ୍ତି ଆମେ ବାବାଙ୍କ
ସମାନ ନିଶ୍ଚିତ ହେବୁ । ଏହା ତ ପକ୍କା ଅଟେ ନା, ସମାନ ତ ନିଶ୍ଚିତ ହେବ ନା! ଭାବିଚିନ୍ତି ହାତ
ଉଠାଅ । ହଁ, ଯେଉଁମାନେ ଭାବୁଛନ୍ତି, ଚାହେଁ ମରିବାକୁ ପଡୁ, ନଇଁବାକୁ ପଡୁ, ସହନ କରିବାକୁ ପଡୁ,
ଶୁଣିବାକୁ ବି ପଡୁ କିନ୍ତୁ ନିଶ୍ଚିତ ସମାନ ହୋଇ ଦେଖାଇବୁ, ସେମାନେ ହାତ ଉଠାଅ । କୁମାରୀମାନେ
ଭାବିଚିନ୍ତି ହାତ ଉଠାଅ । ଏମାନଙ୍କର ଫଟୋ ଉଠାଅ । କୁମାରୀ ବହୁତ ଆସିଛନ୍ତି । ମରିବାକୁ ପଡିବ?
ମୁଣ୍ଡ ନୁଆଁଇବାକୁ ପଡିବ? ପାଣ୍ଡବମାନେ ହାତ ଉଠାଅ । ଶୁଣିଲ ତ ସମାନ ହେବାକୁ ପଡିବ । ଯଦି ସମାନ
ନ ହେବ ତେବେ ମଜା ଆସିବ ନାହିଁ । ପରମଧାମରେ ମଧ୍ୟ ପାଖାପାଖି ରହିପାରିବ ନାହିଁ । ପୂଜ୍ୟ ପଦରେ
ମଧ୍ୟ ଫରକ ପଡିଯିବ । ସତ୍ୟଯୁଗର ରାଜ୍ୟ ଭାଗ୍ୟ ପ୍ରାପ୍ତ କରିବାରେ ମଧ୍ୟ ଫରକ ପଡିଯିବ ।
ବ୍ରହ୍ମାବାବାଙ୍କ ସହିତ ତୁମର ସ୍ନେହ ଅଛି ନା! ଡବଲ ବିଦେଶୀମାନଙ୍କର ସବୁଠାରୁ ଅଧିକ ସ୍ନେହ ଅଛି
। ଯାହାଙ୍କର ବ୍ରହ୍ମାବାବାଙ୍କର ସହିତ ଅତୁଟ ସ୍ନେହ ରହିଛି ସେମାନେ ହାତ ଉଠାଅ । ଆଚ୍ଛା, ପକ୍କା
ସ୍ନେହ ଅଛି ନା! ଏବେ ପ୍ରଶ୍ନ ପଚାରିବୁ, ଯାହାର ଯାହା ପ୍ରତି ସ୍ନେହ ଥାଏ ସେମାନଙ୍କର ସ୍ନେହର
ପ୍ରତୀକ ହେଲା ଯେଉଁ କଥା ତାକୁ ଭଲ ଲାଗିବ, ତାହା ସ୍ନେହ କରିବାବାଲଙ୍କୁ ମଧ୍ୟ ଭଲ ଲାଗିବ,
ଉଭୟଙ୍କର ସଂସ୍କାର, ସଂକଳ୍ପ, ସ୍ୱଭାବରେ ସମାନତା ଥାଏ ସେଥିପାଇଁ ସେ ତାକୁ ପ୍ରିୟ ଲାଗିଥାଏ । ଯଦି
ବ୍ରହ୍ମାବାବାଙ୍କ ସହିତ ସ୍ନେହ ଅଛି ତେବେ ପ୍ରଥମ ଜନ୍ମରୁ ନେଇ ୨୧ ଜନ୍ମ ପର୍ଯ୍ୟନ୍ତ ତାଙ୍କ ସହିତ
ଆସିବା ଦରକାର, ଦ୍ୱିତୀୟ ତୃତୀୟ ଜନ୍ମରେ ଆସିଲେ ଭଲ ଲାଗିବ ନାହିଁ, ତେଣୁ ପ୍ରଥମ ଜନ୍ମରୁ ନେଇ
ଶେଷ ଜନ୍ମ ପର୍ଯ୍ୟନ୍ତ ସାଥୀରେ ରହିବେ, ଭିନ୍ନ ଭିନ୍ନ ରୂପରେ ସାଥୀରେ ରହିବେ । ତେବେ ସାଥୀରେ
ମଧ୍ୟ କିଏ ରହିପାରିବ? ଯିଏ ସମାନ ହୋଇଥିବ । ସିଏ ତ ନମ୍ବରୱାନ ଆତ୍ମା, ତେଣୁ ତାଙ୍କ ସହିତ କିପରି
ରହିପାରିବ? ନିଜେ ନମ୍ବରୱାନ ହେଲେ ଯାଇ ତ ସାଥୀରେ ରହିପାରିବ ନା, ସବୁଥିରେ ନମ୍ବରୱାନ, ସଂକଳ୍ପରେ,
ବାଣୀରେ, କର୍ମରେ, ବୃତ୍ତିରେ, ଦୃଷ୍ଟିରେ, କୃତିରେ, ସବୁଥିରେ ନମ୍ବରୱାନ । ତେବେ ସମସ୍ତେ
ନମ୍ବରୱାନ ଅଟ ନା ନମ୍ବରୱାର ଅଟ? ଯଦି ସ୍ନେହ ଅଛି ତେବେ ସ୍ନେହ ବଦଳରେ କିଛି ବି ତ୍ୟାଗ କରିବା
କଷ୍ଟକର ନୁହେଁ । କଳିଯୁଗର ଅନ୍ତ ସମୟରେ ଶେଷ ଜନ୍ମରେ ମଧ୍ୟ ଦେହ ଅଭିମାନୀ ପ୍ରେମୀକ ପ୍ରେମୀକା
ଜୀବନ ମଧ୍ୟ ହରାଇ ଦେଉଛନ୍ତି । ତେଣୁ ତୁମେମାନେ ଯଦି ବ୍ରହ୍ମାବାବାଙ୍କର ସ୍ନେହ ବଦଳରେ ନିଜର
ସଂସ୍କାରକୁ ପରିବର୍ତ୍ତନ କରିଦେବ ତେବେ ଏହା କିଛି ବଡ କଥା ନୁହେଁ । କ’ଣ ଭାବୁଛ? ନୁହେଁ ନା!
ତେବେ ଆଜିଠାରୁ ସମସ୍ତଙ୍କର ସଂସ୍କାର ବଦଳିଗଲା ତ! ପକ୍କା? ତୁମର ସାଥୀମାନଙ୍କଠାରୁ ରିପୋର୍ଟ
ମଧ୍ୟ ନିଆଯିବ, ପକ୍କା ତ? ଦାଦିମାନେ ଶୁଣୁଛ ତ, ଏମାନେ କହୁଛନ୍ତି ସଂସ୍କାର ବଦଳିଗଲା । ନା ଆଉ
କିଛି ସମୟ ଲାଗିବ? କ’ଣ କହୁଛ? ନ୍ୟୁୟର୍କର ମୋହିନୀ ଶୁଣାଅ, ବଦଳିଯିବେ ନା! ଏମାନେ ସମସ୍ତେ
ବଦଳିଯିବେ ନା? ଆମେରିକାବାଲା ତ ନିଶ୍ଚିତ ବଦଳି ଯିବେ । କିନ୍ତୁ ହସିବାର କଥାଟି ବାକି ରହିଗଲା ।
ତେବେ ସେହି ହସ କଥାଟି
ହେଲା - ସମସ୍ତେ କହୁଛନ୍ତି ଆମେ ପୁରୁଷାର୍ଥ ତ ବହୁତ କରୁଛୁ ଏବଂ ବାପଦାଦାଙ୍କୁ ଦୟା ମଧ୍ୟ ଲାଗୁଛି,
ପିଲାମାନେ ବହୁତ ପୁରୁଷାର୍ଥ କରୁଛନ୍ତି । କେବେ କେବେ ତ ମେହନତ ବହୁତ କରୁଛନ୍ତି କିନ୍ତୁ କ’ଣ
କହୁଛନ୍ତି - କ’ଣ କରିବି, ମୋ’ର ସଂସ୍କାର ତ ଏହିଭଳି! ସଂସ୍କାରକୁ ଦୋଷ ଦେଇ ନିଜକୁ ହାଲୁକା କରି
ଦେଉଛନ୍ତି କିନ୍ତୁ ବାପଦାଦା ଆଜି ଦେଖିଲେ ଯେ ତୁମେମାନେ ଯାହାକୁ ମୋ’ର ସଂସ୍କାର ବୋଲି କହୁଛ ।
ପ୍ରକୃତରେ କ’ଣ ତାହା ତୁମର ସଂସ୍କାର ଅଟେ କି? ତୁମେମାନେ ତ ଆତ୍ମା ଅଟ ନା! ଦେହ ତ ନୁହେଁ ନା!
ତେବେ ଆତ୍ମାର ସଂସ୍କାର କ’ଣ? ଏବଂ ତୁମମାନଙ୍କର ପ୍ରକୃତ ମୂଳ ସଂସ୍କାର କ’ଣ? ଆଜି ଯାହାକୁ ତୁମେ
ମୋ’ର ବୋଲି କହୁଛ ତାହା ତୁମର, ନା ରାବଣର? କାହାର ଅଟେ? ତୁମର ଅଟେ କି? ନୁହେଁ ନା? ତେବେ ଏହାକୁ
ମୋ’ର ସଂସ୍କାର ବୋଲି କାହିଁକି କହୁଛ? କହୁଛ ନା ମୋ’ର ସଂସ୍କାର ହିଁ ଏହିଭଳି? ତେଣୁ ଆଜିଠାରୁ
ଏଭଳି କହିବ ନାହିଁ । ଯେପରି କେବେ କେବେ କେଉଁଠୁ କେଉଁଠୁ ଝାଟୁଆ ଉଡିଆସି ପଡିଯାଏ ନା! ସେହିଭଳି
ରାବଣର ଜିନିଷ ତୁମ ଭିତରକୁ ଆସିଯାଇଛି ତେଣୁ ଏହାକୁ ମୋର କିପରି କହୁଛ? କ’ଣ ମୋ’ର ଅଟେ କି? ନୁହେଁ
ନା? ତେଣୁ ଏବେ ଆଉ କେବେ ବି ସେଭଳି କହିବ ନାହିଁ, ଯେତେବେଳେ ବି ମୋ’ର ଶବ୍ଦ କହିବ ପ୍ରଥମେ
ଭାବିବ ମୁଁ କିଏ ଏବଂ ମୋ’ର ସଂସ୍କାର କ’ଣ? ଦେହ ଅଭିମାନ ହିସାବରେ ଏହା ମୋ’ର ସଂସ୍କାର, କିନ୍ତୁ
ଆତ୍ମ-ଅଭିମାନୀ ସ୍ଥିତିରେ ଏହି ସଂସ୍କାର ନୁହେଁ । ତେଣୁ ଏବେଠାରୁ ଏହି ଭାଷାକୁ ମଧ୍ୟ
ପରିବର୍ତ୍ତନ କରିଦିଅ । ମୋ’ର ସଂସ୍କାର କହିବା ଦ୍ୱାରା ବେପରୁଆ ହୋଇଯାଇଛୁ । କହୁଛ ମୋର
ଉଦ୍ଦେଶ୍ୟ ସେଭଳି ନୁହେଁ, କିନ୍ତୁ ଏହା ମୋ’ର ସଂସ୍କାର ହୋଇଯାଇଛି । ଆଚ୍ଛା । ଆଉ ଗୋଟିଏ ଶବ୍ଦ
କ’ଣ କହୁଛ? ମୋ’ର ସ୍ୱଭାବ । ତେବେ ସ୍ୱଭାବ ଶବ୍ଦ କେତେ ଭଲ ଶବ୍ଦ ଅଟେ । ସ୍ୱ ଅର୍ଥାତ୍ ଆତ୍ମା ତ
ସର୍ବଦା ଭଲ ଅଟେ । ମୋ’ର ସ୍ୱଭାବ ଅର୍ଥାତ୍ ସ୍ୱ ଆତ୍ମାର ଭାବ ସର୍ବଦା ଭଲ ଅଟେ, ଖରାପ ତ ନୁହେଁ ।
ତେଣୁ ତୁମେମାନେ ଯେଉଁ ଶବ୍ଦ ବ୍ୟବହାର କରୁଛ, ମୋ’ର ସ୍ୱଭାବ ଏହିଭଳି - ଏବେ ଏହି ଭାଷାକୁ ବଦଳାଅ,
ଯେତେବେଳେ ବି ମୋ’ର ଶବ୍ଦ ବ୍ୟବହାର କରୁଛ ସେତେବେଳେ ଭାବ ଯେ ମୋ’ର ମୂଳ ସଂସ୍କାର କ’ଣ? ଏହା କିଏ
କହୁଛି? ଆତ୍ମା କହୁଛି ନା ଏହା ମୋ’ର ସଂସ୍କାର? ଯଦି ଏହିଭଳି ବିଚାର କରିବ ତେବେ ନିଜ ଉପରେ ହସ
ଲାଗିବ । ହସ ଲାଗିବ ନା? ଯଦି ନିଜ ଉପରେ ହସ ଲାଗିବ ତେବେ ଖିଟ୍ ଖିଟ୍ କରିବା ବନ୍ଦ ହୋଇଯିବ ।
ଏହାକୁ କୁହାଯାଏ ଭାଷାର ପରିବର୍ତ୍ତନ କରିବା ଅର୍ଥାତ୍ ପ୍ରତ୍ୟେକ ଆତ୍ମା ପ୍ରତି ସ୍ୱମାନ ଏବଂ
ସମ୍ମାନର ଭାବନା ରଖିବା । ନିଜେ ମଧ୍ୟ ସର୍ବଦା ସ୍ୱମାନରେ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ୱମାନର
ସହିତ ଦେଖ । ତୁମେ ଯଦି ସମସ୍ତଙ୍କୁ ସ୍ୱମାନର ସହିତ ଦେଖିବ ତେବେ ତୁମ ଭିତରେ ଯେଉଁ ସବୁ ମନାନ୍ତର,
ମତାନ୍ତର ହେଉଛି, ଯାହା ତୁମକୁ ମଧ୍ୟ ପସନ୍ଦ ନୁହେଁ, କ’ଣ ଯେତେବେଳେ କୌଣସି ଖିଟ୍ ଖିଟ୍ ହୋଇଯାଉଛି,
ତୁମକୁ ଭଲ ଲାଗୁଛି? ଭଲ ଲାଗୁନାହିଁ ନା? ତେଣୁ ପରସ୍ପରକୁ ସ୍ୱମାନର ସହିତ ଦେଖ । ଇଏ ବିଶେଷ ଆତ୍ମା
ଅଟେ, ଇଏ ପରମାତ୍ମାଙ୍କର ପାଳନାରେ ପାଳିତ ହେଉଥିବା ଆତ୍ମା ଅଟେ । ଇଏ କୋଟିକ ଭିତରେ କେହି ଏବଂ
କେହି କେହିଙ୍କ ଭିତରେ ମଧ୍ୟ କେହି ଅର୍ଥାତ୍ ଅତି ବିଶେଷ ଆତ୍ମା ଅଟେ । କେବଳ ଏହି ଗୋଟିଏ କାମ କର
- ନିଜର ନୟନରେ ବିନ୍ଦୁକୁ ହିଁ ସମାହିତ କରିଦିଅ, ବାସ୍ । ଗୋଟିଏ ବିନ୍ଦୁରେ ତ ଦେଖୁଛ, ତା’ ସହିତ
ଆଉ ଗୋଟିଏ ବିନ୍ଦୁ ମଧ୍ୟ ସମାହିତ କରିଦିଅ ତେବେ ଆଉ କିଛି ବି ହେବ ନାହିଁ, ତୁମକୁ କୌଣସି ମେହନତ
କରିବାକୁ ପଡିବ ନାହିଁ, ଯେପରି ଆତ୍ମା ଆତ୍ମାକୁ ଦେଖୁଛି, ଆତ୍ମା ଆତ୍ମାକୁ କଥା କହୁଛି । ନିଜର
ଦୃଷ୍ଟି ଏବଂ ବୃତ୍ତିକୁ ଆତ୍ମିକ କରିଦିଅ । ବୁଝିପାରିଲ - କ’ଣ କରିବ? ଏବେ ଆଉ ମୋ’ର ସଂସ୍କାର
ବୋଲି କେବେ ବି କହିବ ନାହିଁ । ଯେତେବେଳେ ସ୍ୱଭାବ ଶବ୍ଦ କହୁଛ ସେତେବେଳେ ସ୍ୱ ଆତ୍ମାର ଭାବରେ
ସ୍ଥିତ ହୋଇଯାଅ । ଠିକ୍ କଥା ନା ।
ବାପଦାଦା ଚାହୁଁଛନ୍ତି
ଯେ ଏହି ବର୍ଷ ପୂରା ବର୍ଷକଯାକ, ଯଦିଓ ବାବାଙ୍କ ସହିତ ମିଶିବାର ସିଜିନ୍ ୬ ମାସ ଚାଲୁଛି ପୁଣି ବି
ପୁରା ବର୍ଷ ଯିଏ ଯାହା ସହିତ ଯେତେବେଳେ ବି ମିଶୁଛ, ଯାହା ସହିତ ମିଶୁଛ, ଚାହେଁ ପରସ୍ପର ସହିତ
ମିଶୁଛ ବା ଅନ୍ୟ ଆତ୍ମାମାନଙ୍କ ସହିତ ମିଶୁଛ କିନ୍ତୁ ଯେତେବେଳେ ବି ମିଶୁଛ, ଯାହା ସହିତ ମିଶୁଛ
ତାକୁ ସନ୍ତୁଷ୍ଟତାର ସହଯୋଗ ଦିଅ । ନିଜେ ମଧ୍ୟ ସନ୍ତୁଷ୍ଟ ରୁହ ଏବଂ ଅନ୍ୟମାନଙ୍କୁ ମଧ୍ୟ
ସନ୍ତୁଷ୍ଟ କର । ତେଣୁ ଏହି ସିଜିନ୍ର ସ୍ୱମାନ ହେଲା - ସନ୍ତୁଷ୍ଟମଣି । ସଦା ସନ୍ତୁଷ୍ଟମଣି ।
ଭାଇମାନେ ମଧ୍ୟ ମଣି ଅଟନ୍ତି, ମଶା ନୁହେଁ, ମଣି ଅଟ । ପ୍ରତ୍ୟେକ ଆତ୍ମା ସବୁ ସମୟରେ ସନ୍ତୁଷ୍ଟମଣି
ଅଟ । ଯଦି ନିଜେ ସନ୍ତୁଷ୍ଟ ରହିବ ତେବେ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିପାରିବ । ସନ୍ତୁଷ୍ଟ
ରହିବ ଏବଂ ସନ୍ତୁଷ୍ଟ କରିବ । ଠିକ୍ ଅଛି? ପସନ୍ଦ ତ? (ସମସ୍ତେ ହାତ ଉଠାଇଲେ) ବହୁତ ଭଲ,
ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ଆଚ୍ଛା, ଯାହା ବି ହୋଇଯାଉ ନିଜର ସ୍ୱମାନର ଆସନ ଉପରେ ସର୍ବଦା
ଏକାଗ୍ର ରୁହ, ଏପଟ ସେପଟ ହୁଅ ନାହିଁ । କେବେ କେଉଁ ଆସନ, କେବେ କେଉଁ ଆସନ, ଏପରି ନୁହେଁ । ନିଜର
ସ୍ୱମାନର ଆସନ ଉପରେ ଏକାଗ୍ର ରୁହ ଏବଂ ଏକାଗ୍ରତାର ଆସନ ଉପରେ ବସି ଯଦି କୌଣସି କଥା ଆସୁଛି ତାକୁ
କାର୍ଟୁନ୍ ଶୋ’ ଭଳି ଅନୁଭବ କର, ଭାବ ଏହା କାଟୁନ୍ ଶୋ ଚାଲୁଛି । ଯଦି ବାଘ ଆସୁଛି, ବା ଛେଳି
ଆସୁଛି, ବା ବିଛା ଆସୁଛି ବା ଝିଟିପିଟି ଆସୁଛି ତେବେ ଏହା ଖରାପ କାଟୁର୍ନ୍ ଶୋ ଚାଲିଛି, କିନ୍ତୁ
ନିଜର ସିଟ୍ ଉପରୁ କେବେ ବି ଅପସେଟ୍ ହୁଅ ନାହିଁ, ତେବେ ମଜା ଲାଗିବ । ଆଚ୍ଛା!
ଚାରିଆଡର ରାଜଦୁଲାର
ପିଲାମାନଙ୍କୁ, ସମସ୍ତ ସ୍ନେହୀ, ସହଯୋଗୀ ତଥା ବାବାଙ୍କ ସହିତ ସମାନ ହେଉଥିବା ପିଲାମାନଙ୍କୁ,
ସର୍ବଦା ନିଜର ଶ୍ରେଷ୍ଠ ସ୍ୱଭାବ ଏବଂ ସଂସ୍କାରକୁ ସ୍ୱରୂପରେ ପ୍ରକାଶିତ କରୁଥିବା ପିଲାମାନଙ୍କୁ,
ସର୍ବଦା ସୁଖ ଦେଉଥିବା ଏବଂ ସ୍ନେହ ଦେଉଥିବା ପିଲାମାନଙ୍କୁ, ସର୍ବଦା ସନ୍ତୁଷ୍ଟମଣି ହୋଇ
ସନ୍ତୁଷ୍ଟତାର କିରଣ ବିଚ୍ଛୁରିତ କରୁଥିବା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା
ଏବଂ ନମସ୍ତେ ।
ବରଦାନ:-
ଶୁଭଚିନ୍ତନ ଏବଂ
ଶୁଭଚିନ୍ତକ ସ୍ଥିତିର ଅନୁଭବ ଦ୍ୱାରା ବ୍ରହ୍ମାବାବାଙ୍କ ସମାନ ମାଷ୍ଟର ଦାତା ହୁଅ ।
ବ୍ରହ୍ମାବାବାଙ୍କ ସମାନ
ମାଷ୍ଟର ଦାତା ହେବା ପାଇଁ ଈର୍ଷା, ଘୃଣା ଏବଂ ପରିହାସ କରିବା - ଏହି ତିନୋଟି କଥାରୁ ମୁକ୍ତ ରହି
ସମସ୍ତଙ୍କ ପ୍ରତି ଶୁଭଚିନ୍ତକ ହୁଅ ଏବଂ ଶୁଭଚିନ୍ତନ ସ୍ଥିତିର ଅନୁଭବ କର, କାହିଁକି ନା ଯାହା
ଭିତରେ ଈର୍ଷାର ଅଗ୍ନି ରହିଥାଏ ସେ ନିଜେ ମଧ୍ୟ ଜଳୁଥାଏ ଏବଂ ଅନ୍ୟକୁ ମଧ୍ୟ ଦୁଃଖୀ କରିଥାଏ । ଘୃଣା
କରିବାବାଲା ନିଜେ ମଧ୍ୟ ତଳକୁ ଖସିଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ତଳକୁ ଟାଣିଥାଏ ଏବଂ ହସମଜାରେ
ମଧ୍ୟ ପରିହାସ କରୁଥିବା ବ୍ୟକ୍ତି ଅନ୍ୟ ଆତ୍ମାକୁ ଶକ୍ତିହୀନ କରି ଦୁଃଖୀ କରିଥାଏ, ସେଥିପାଇଁ ଏହି
ତିନୋଟିଯାକ କଥାରୁ ମୁକ୍ତ ରହି ଶୁଭଚିନ୍ତନ ସ୍ଥିତିର ଅନୁଭବ ଦ୍ୱାରା ଦାତାଙ୍କର ସନ୍ତାନ ମାଷ୍ଟର
ଦାତା ହୁଅ ।
ସ୍ଲୋଗାନ:-
ମନ ବୁଦ୍ଧି ଏବଂ
ସଂସ୍କାର ଉପରେ ସମ୍ପୂର୍ଣ୍ଣ ରାଜ୍ୟ କରୁଥିବା ସ୍ୱରାଜ୍ୟ ଅଧିକାରୀ ହୁଅ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର (୫) ତୁମେ ବ୍ରାହ୍ମଣ ପିଲାମାନେ କଳ୍ପ
ବୃକ୍ଷର କାଣ୍ଡ ଅଟ । କାଣ୍ଡ ଦ୍ୱାରା ହିଁ ସାରା ବୃକ୍ଷକୁ ଶକ୍ତି ପ୍ରାପ୍ତ ହୋଇଥାଏ । ତେଣୁ ଏବେ
ବିଶ୍ୱକୁ ସକାଶ ଦେବାର ସେବା କର । ଯଦି ୨୦ଟି ସେଣ୍ଟର ବା ୩୦ଟି ସେଣ୍ଟର ବା ଦୁଇଶହ ଅଢେଇଶ
ସେଣ୍ଟର ବା ନିଜର ଜୋନ୍ କଥା ବୁଦ୍ଧିରେ ରହିବ ତେବେ ବେହଦ ବିଶ୍ୱକୁ ସକାଶ ଦେଇପାରିବ ନାହିଁ
ସେଥିପାଇଁ ହଦ୍ ଅର୍ଥାତ୍ ସୀମା ଭିତରୁ ବାହାରି ଆସି ଏବଂ ବେହଦର ସେବା କରିବାର ପାର୍ଟ ଆରମ୍ଭ କର
। ବେହଦର କଥା ସ୍ମୃତିରେ ରହିଲେ ହଦ୍ର ଛୋଟ-ମୋଟ କଥାଗୁଡିକ ଆପେ ଆପେ ସମାପ୍ତ ହୋଇଯିବ । ତେବେ
ବେହଦର ସକାଶ ଦ୍ୱାରା ପରିବର୍ତ୍ତନ ହେବା - ଏହା ହିଁ ହେଉଛି ତୀବ୍ର ଗତିରେ ସେବା କରିବାର ପରିଣାମ
।