05.04.26    Avyakt Bapdada     Odia Murli    15.11.2009     Om Shanti     Madhuban


"ସ୍ୱରାଜ୍ୟର ଫଳାଫଳକୁ ଚେକ୍ କରି ନିଜକୁ ଚେଞ୍ଜ ଅର୍ଥାତ୍ ପରିବର୍ତ୍ତନ କର ଏବଂ ଅଖଣ୍ଡ ରାଜ୍ୟର ଅଧିକାରୀ ହୁଅ”


ଆଜି ଦିଲାରାମ୍ ବାବା ନିଜର ରାଜ୍‌ଦୁଲାରେ ଅର୍ଥାତ୍ ରାଜ୍‌କୁମାର-ରାଜ୍‌କୁମାରୀ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ତେବେ ରାଜ୍‌କୁମାର-ରାଜ୍‌କୁମାରୀ କାହିଁକି କୁହାଯାଉଛି? କ’ଣ ଜାଣିଛ ତ', ତୁମେ ସମସ୍ତେ ତିନୋଟି ସିଂହାସନର ଅଧିକାରୀ ଅଟ ବୋଲି? ଗୋଟିଏ ହେଲା ସ୍ୱରାଜ୍ୟର ସିଂହାସନ, ଦ୍ୱିତୀୟଟି ହେଲା ବାପ୍‌ଦାଦାଙ୍କର ହୃଦୟ ରୂପୀ ସିଂହାସନ ଏବଂ ତୃତୀୟରେ ହେଲା ଭବିଷ୍ୟତର ରାଜସିଂହାସନ । ଏହିଭଳି ତିନୋଟି ସିଂହାସନର ଅଧିକାରୀ ଅଟ । ନିଜର ଭବିଷ୍ୟତର ସିଂହାସନରେ ବସିବା ପାଇଁ ମଧ୍ୟ ଏହିଠାରେ ହିଁ ଅଭ୍ୟାସ କରୁଛ । ଭବିଷ୍ୟତ ପାଇଁ ପ୍ରସ୍ତୁତି ବା ପୁରୁଷାର୍ଥ ମଧ୍ୟ ଏବେ ହିଁ କରୁଛ । ବର୍ତ୍ତମାନର ପୁରୁଷାର୍ଥ ଅନେକ ଜନ୍ମ ପାଇଁ ରାଜ୍ୟଭାଗ୍ୟ ପ୍ରାପ୍ତ କରାଉଛି । ଏହି ସମୟରେ ହିଁ ନିଜର ରାଜ୍ୟଭାଗ୍ୟର ସଂସ୍କାରକୁ ଧାରଣ କରୁଛ । କାହିଁକିନା ଏବେକାର ପୁରୁଷାର୍ଥ ହିଁ ଭବିଷ୍ୟତରେ ରାଜ୍ୟ ଅଧିକାରୀ କରୁଛି । ତେଣୁ ଚେକ୍ କର ଯେ ବର୍ତ୍ତମାନ ସମୟରେ ମୋର ପୁରୁଷାର୍ଥ ଯଥାର୍ଥ ଅଟେ ତ'? ଯେପରି ଭବିଷ୍ୟତରେ ଗୋଟିଏ ହିଁ ରାଜ୍ୟ ରହିବ, ସେହିପରି ଏବେ ଚେକ୍ କର ଯେ ମୋ'ର ମନ ଭିତରେ ଏକ ରାଜ୍ୟ ଚାଲୁଛି ତ'? ପୁରୁଷାର୍ଥ କ୍ଷେତ୍ରରେ ଗୋଟିଏ ରାଜ୍ୟ ଅଛି ତ'? ନା କେବେ କେବେ ମାୟା ଆସି ରାଜ୍ୟ କାରବାରରେ ବିଘ୍ନ ସୃଷ୍ଟି କରୁଛି? ଗୋଟିଏ ରାଜ୍ୟ ପରିବର୍ତ୍ତେ ମାୟାର ପ୍ରଭାବ ପଡ଼ି ଯାଉନାହିଁ ତ'? ଦୁଇଟି ରାଜ୍ୟ ହୋଇ ନାହିଁ ତ'? ତେବେ ଭବିଷ୍ୟତର ବିଶେଷତା ହିଁ ଗୋଟିଏ ରାଜ୍ୟ ଅଟେ । ତେଣୁ ଏବେକାର ଅଭ୍ୟାସ ଭବିଷ୍ୟତରେ କାମରେ ଆସୁଛି । ସେଥିପାଇଁ ଏବେ ଚେକ୍ କର ଯେ ମୋର ସ୍ୱରାଜ୍ୟ ଠିକ୍ ଅଛି ତ? ସ୍ୱରାଜ୍ୟ ଭିତରେ କେଉଁଠି ମାୟା ପ୍ରବେଶ କରୁନାହିଁ ତ'? ଦୁଇଟି ରାଜ୍ୟ ନାହିଁ ତ'? ଯଦି ଏବେ ଦୁଇଟି ରାଜ୍ୟ ଚାଲୁଛି ତେବେ ଏକ ରାଜ୍ୟର ସଂସ୍କାର କେବେ ଭରିବ? ଭବିଷ୍ୟତର ବିଶେଷତା ହିଁ ଏକ ରାଜ୍ୟ ଏବଂ ଏକ ଧର୍ମର ଅଟେ । ତେବେ ତୁମର ଧର୍ମ ଅର୍ଥାତ୍ ବିଶେଷ ଧାରଣା କ'ଣ? ସମ୍ପୂର୍ଣ୍ଣ ପବିତ୍ରତା । ତେଣୁ ଚେକ କର ଯେ ଏକ ଧର୍ମ ଅଛି ତ? ମଝିରେ ମଝିରେ ଅପବିତ୍ରତା ରୂପୀ ଅନ୍ୟ ଧର୍ମ ଦଖଲ କରୁନାହିଁ ତ? ଏହା ସହିତ ଏ କଥା ମଧ୍ୟ ଚେକ କର ଯେ ଜଣଙ୍କର ହିଁ ଲ ଆଣ୍ଡ ଅର୍ଡର ଅର୍ଥାତ୍ ନିୟମ ଏବଂ ବ୍ୟବସ୍ଥାରେ ଚାଲୁଛି ନା ମାୟା ମଧ୍ୟ ଦଖଲ କରୁଛି? ଜଣଙ୍କର ରାଜ୍ୟ ନିର୍ବିଘ୍ନରେ ଚାଲୁଛି ତ'? ଆଉ ଗୋଟିଏ କଥା ହେଲା ରାଜ୍ୟ ଭିତରେ ସର୍ବଦା ସୁଖ ଏବଂ ଶାନ୍ତି ସ୍ୱାଭାବିକ ଭାବରେ କାୟମ ରହିଥାଏ, ତେଣୁ ଏବେ ଦେଖ ନିଜ ରାଜ୍ୟରେ ସର୍ବଦା ସୁଖ ଶାନ୍ତି ଅଛି ତ? ଆଉ କାହାର ଦଖଲ ହେଉନାହିଁ ତ? ସ୍ୱରାଜ୍ୟ ଭିତରେ ମାୟା ଦଖଲ କରି ଅଶାନ୍ତି ସୃଷ୍ଟି କରୁନାହିଁ ତ? ସ୍ୱରାଜ୍ୟ ଭିତରେ କୌଣସି ପ୍ରକାରର ସୁଖ ସୁବିଧାର ବା କୌଣସି ପ୍ରଶଂସାର ପ୍ରଭାବ ମାୟା ଦ୍ୱାରା ପଡୁନାହିଁ ତ? ସର୍ବଦା ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଏବଂ ଅତୀନ୍ଦ୍ରିୟ ସୁଖ କାୟମ ରହୁଛି ତ? କାହିଁକି ନା ତୁମେମାନେ ଜାଣିଛ ଯେ ଭବିଷ୍ୟତର ରାଜ୍ୟରେ ସର୍ବପ୍ରାପ୍ତି ଭରି ରହିଥିବ, ସମ୍ପନ୍ନତା ଥିବା କାରଣରୁ ସନ୍ତୁଷ୍ଟତା ମଧ୍ୟ ଥିବ । ତେଣୁ ଏବେ ବିଶ୍ୱ ତୁମର ସ୍ୱରାଜ୍ୟ ସମ୍ପନ୍ନ ଅର୍ଥାତ୍ ଭରପୁର ଅଟେ, ନା କୌଣସି କମି ରହୁଛି? କାହିଁକିନା ବର୍ତ୍ତମାନର ପୁରୁଷାର୍ଥରେ ଯଦି କିଛି କମି ରହିଯିବ, ତେବେ ଭବିଷ୍ୟତରେ ଅଖଣ୍ଡ ରାଜ୍ୟ ଅଧିକାରୀ କିପରି ହେବ! ସବୁକିଛି ବର୍ତ୍ତମାନର ପୁରୁଷାର୍ଥ ଉପରେ ନିର୍ଭର କରୁଛି । ବର୍ତ୍ତମାନର କୌଣସି ବି କମି କାରଣରୁ ଭବିଷ୍ୟତରେ ସମ୍ପୂର୍ଣ୍ଣ ରାଜ୍ୟର ଅଧିକାରୀ ହୋଇପାରିବ ନାହିଁ । ତେବେ ବହୁତ କାଳର ଏହିପରି ସ୍ୱରାଜ୍ୟ କରିବାର ଅଭ୍ୟାସ ଭବିଷ୍ୟତର ରାଜ୍ୟର ଅଧିକାରୀ କରିଥାଏ । ତେଣୁ ଏହିଭଳି ନିଜର ଚେକିଙ୍ଗ୍ ସବୁବେଳେ କରୁଥାଅ, କାହିଁକି ନା ବର୍ତ୍ତମାନ ଯଦି ବହୁତ କାଳର ପୁରୁଷାର୍ଥ ନ ଥିବ, ତେବେ ପ୍ରାରବ୍ଧ ମଧ୍ୟ କମ୍ ମିଳିବ । ସେଥିପାଇଁ ବାପ୍‌ଦାଦା ସମୟ ସମୟରେ ଏଥିପ୍ରତି ଧ୍ୟାନ ଆର୍ଷଣ କଥା କରାଉଛନ୍ତି ଯେ ଏହିଭଳି ପ୍ରାରବ୍ଧ ଭୋଗ କରିବା ପାଇଁ ଏବେ ହିଁ ନିଜକୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ କର । ଯଦିଓ ଏବେ ମଝିରେ ମଝିରେ କହି ଦେଉଛ ଯେ ପୁରୁଷାର୍ଥ ଚାଲୁଛି, ତେବେ ପୁରୁଷାର୍ଥ ମଝିରେ ତ-ତ ଶବ୍ଦ ଆସୁନାହିଁ ତ! ଏହା ତ ହୋଇଯିବ, ଏହା ତ କରିନେବି, ଏହିଭଳି ସଂସ୍କାର ତୁମକୁ ୨୧ ଜନ୍ମର ଅବିନାଶୀ, ଅଖଣ୍ଡ ରାଜ୍ୟ ଅଧିକାରୀ ହେବାକୁ ଦେବ ନାହିଁ । ତେଣୁ ବାପ୍‌ଦାଦା ସବୁ ସମୟ ପାଇଁ ସାବଧାନ୍ କରି ଦେଉଛନ୍ତି । ଚେକ୍ କର, ଯଦି କୌଣସି ବି ବିଘ୍ନ ଆସୁଛି ବା ତୋଫାନ ଆସୁଛି ତେବେ ସେହି ତୋଫାନ ତୋଫା ଅର୍ଥାତ୍ ଉପହାର ପାଲଟି ଯାଉଛି ତ! ତୋଫାନ, ତୋଫାନ ନୁହେଁ କିନ୍ତୁ ତୋଫା ଭଳି ହୋଇଯାଉ । ଯେତେବେଳେ ମାୟା ଦ୍ୱାରା କୌଣସି ବି ଆଘାତ ଲାଗିଥାଏ, ସେତେବେଳେ ମାୟା ଅନୁଭବ କରାଇଥାଏ, ତେଣୁ ସେହି ଅନୁଭବ ଗୁଡ଼ିକ ମଧ୍ୟ ଏଭଳି ଅନୁଭବ ହେଉ ଯେପରି ମାୟା ମୋତେ ଆଗକୁ ବଢ଼ାଉଛି । ସେଥିପାଇଁ ବାପ୍‌ଦାଦା କହୁଛନ୍ତି ସର୍ବଦା ନିଜେ ହିଁ ନିଜର ଚାର୍ଟ ନିଜେ ହିଁ ଚେକ୍ କର । ଯେତେଯେତେ ନିଜର ଚାର୍ଟକୁ ଚେକ୍ କରିବ ସେହି ଅନୁସାରେ ଚେକ୍ କରିବା ପରେ ଚେଞ୍ଜ ମଧ୍ୟ କରିବ । ତେଣୁ ସମସ୍ତେ ନିଜ ନିଜର ଚାର୍ଟକୁ ଚେକ୍ କରୁଛ ତ? କରୁଛ ତ? ଯେଉଁମାନେ ପ୍ରତିଦିନ ଚେକ୍ କରୁଛ, ସେମାନେ ହାତ ଉଠାଅ । ଯେଉଁମାନେ ପ୍ରତିଦିନ କରୁଛନ୍ତି, ଦିନେ-ଦିନେ ନୁହେଁ, ତେଣୁ ପ୍ରତିଦିନର ଚାର୍ଟକୁ ଚେକ୍ କର ଏବଂ ଚେଞ୍ଜ କର କାହିଁକି ନା ବାପ୍‌ଦାଦା ବହୁତ ଦିନ ପୂର୍ବରୁ ସମୟ ବିଷୟରେ ସଂକେତ ଦେଇ ଆସୁଛନ୍ତି । ସମୟକୁ ମଧ୍ୟ ତୁମେମାନେ ଦେଖୁଛ, ମନୁଷ୍ୟମାନଙ୍କ ମନ ଭିତରେ ଚିନ୍ତା ବଢ଼ିବାରେ ଲାଗିଛି କିନ୍ତୁ ତୁମମାନଙ୍କ ମନରେ ଚିନ୍ତା ନାହିଁ, ପ୍ରଭୁ ଚିନ୍ତନ ଅଛି । ପ୍ରଭୁ ଚିନ୍ତନ ହେବା କାରଣରୁ ତୁମେମାନେ ସର୍ବଦା ମନେରଖିଛ ଯେ ମୁଁ ନିମିତ୍ତ ଅଟେ, ନିର୍ମାନ୍ ଅଟେ, କାହିଁକି ନା ନିର୍ଦ୍ଦେଶକର୍ତ୍ତା ବାବା ଅଟନ୍ତି । ଏଥିପାଇଁ ତୁମମାନଙ୍କ ମନରେ ଚିନ୍ତା ନାହିଁ । ନିର୍ଦ୍ଦେଶକର୍ତ୍ତା ବାବା ସବୁକିଛି କରାଉଛନ୍ତି, ଏହି ସ୍ମୃତି ସର୍ବଦା ଆଗକୁ ଆଗକୁ ବଢ଼ାଇ ଚାଲିଛି ।

ଏବେ ପ୍ରତ୍ୟେକଙ୍କୁ ଏହି କଥା ବିଶେଷ ଭାବରେ ଚେକ୍ କରିବାକୁ ହେବ ଯେ ଏହି ସଂଗମଯୁଗର ଗୋଟିଏ ଗୋଟିଏ ସେକେଣ୍ଡ, ଗୋଟିଏ ଗୋଟିଏ ସଂକଳ୍ପ ଶୁଭ ହେଉଛି ତ? ତେଣୁ ଏହି ସମୟର ମହତ୍ୱକୁ ଜାଣି ଗୋଟିଏ ସେକେଣ୍ଡ, ସେକେଣ୍ଡ ନୁହେଁ କିନ୍ତୁ ଗୋଟିଏ ସେକେଣ୍ଡର ମଧ୍ୟ ମହତ୍ୱ ରହିଛି । କେବେ କେବେ ପିଲାମାନେ କହିଥା'ନ୍ତି ଯେ ମୋ'ର ସଂକଳ୍ପ ଚାଲିଲା ଯେ କିନ୍ତୁ ଦୁଇ ଚାରି ସେକେଣ୍ଡ ପାଇଁ ସଂକଳ୍ପ ଚାଲିଲା । କିନ୍ତୁ ସଂଗମଯୁଗର ସମୟର ମୂଲ୍ୟ ବହୁତ ଅଧିକ ଅଟେ, ବର୍ତ୍ତମାନର ଗୋଟିଏ ସେକେଣ୍ଡ ଗୋଟିଏ ଘଣ୍ଟା ସହିତ ସମାନ ଅଟେ । ଏହି ସମୟର ମୂଲ୍ୟ ଏତିକି ଅଟେ, କାହିଁକି ନା ବାପ୍‌ଦାଦା କହିଦେଇଛନ୍ତି ଯେ ଅଚାନକ ଯେକୌଣସି ସମୟରେ ତୁମର ଫାଇନାଲ ପରୀକ୍ଷା ହୋଇପାରେ । ବାପ୍‌ଦାଦା ମଧ୍ୟ ପୂର୍ବରୁ ଜଣାଇବେ ନାହିଁ, ସେଥିପାଇଁ ବର୍ତ୍ତମାନର ସମୟ ଉପରେ ଧ୍ୟାନଦେଇ ନିଜେ ନିଜକୁ ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ କରିବାକୁ ହେବ । ବାପ୍‌ଦାଦା ତୁମକୁ ଯେଉଁ ସର୍ବ ସମ୍ପତ୍ତି ଦେଇଛନ୍ତି, ସେଇ ସବୁ ସମ୍ପତ୍ତି ଗୁଡ଼ିକୁ ଯଥା ସମୟରେ କାର୍ଯ୍ୟରେ ଲଗାଇବାକୁ ହେବ । ତୁମେମାନେ ତ ସମ୍ପତ୍ତିର ମାଲିକ ଅଟ, ତେବେ ମାଲିକର ବିଶେଷତା ହେଲା ଯେତେବେଳେ ଯେଉଁ ସମ୍ପତ୍ତିର ଆବଶ୍ୟକତା ପଡ଼ିବ ସେହି ସମୟରେ ତାକୁ କାର୍ଯ୍ୟରେ ଲଗାଇବ । ତେଣୁ ତୁମେ ଯଦି ସମାହିତ ଶକ୍ତିକୁ ଦେଉଛ ତେବେ ସେ କାର୍ଯ୍ୟରେ ଲାଗି ପଡୁଛି ତ? କାହିଁକିନା ମାଲିକ ତାକୁ କୁହାଯିବ ଯିଏ ଯଥା ସମୟରେ ନିଜର ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇ ପାରୁଥିବ । ତେଣୁ ଏବେ ସମସ୍ତଙ୍କୁ ନିଜ ଉପରେ ଏତିକି ଧ୍ୟାନ ଦେବାକୁ ପଡ଼ିବ । ସମସ୍ତଙ୍କ ଭିତରେ ଖୁସିରୂପକ ସମତ୍ତି ସଦା-ସର୍ବଦା ଚେହେରାରେ ଏବଂ ଚାଲିଚଳନରେ ଦେଖାଯିବା ଦରକାର, କାହିଁକି ନା ଖୁସି ହେଉଛି ଅବିନାଶୀ ପିତାଙ୍କର ଦାନ । ତେଣୁ ଅବିନାଶୀ ପିତାଙ୍କର ଦାନକୁ ଅବିନାଶୀ ରଖ । ଖୁସି ପାଇଁ ଗାୟନ ରହିଛି -"ଖୁସି ଭଳି କୌଣସି ଭୋଜନ ନାହିଁ' ଏବଂ ଖୁସି ଭଳି କୌଣସି ସମ୍ପତ୍ତି ମଧ୍ୟ ନାହିଁ । ତେଣୁ ଯାହା ଭିତରେ ସଦାସର୍ବଦା ଖୁସି ମଧ୍ୟ କାୟମ ରହୁଛି, ସେମାନଙ୍କର ନୟନ ଦ୍ୱାରା, ଚେହେରା ଦ୍ୱାରା ଏବଂ ଚାଲିଚଳନ ଦ୍ୱାରା ଅଟୋମେଟିକ ଅର୍ଥାତ୍ ଆପେ ଆପେ ଦେଖାଯାଇ ଥାଏ । ବାପ୍‌ଦାଦାଙ୍କର ବରଦାନ ମଧ୍ୟ ରହିଛି ଯେ ସର୍ବଦା ଖୁସିରେ ରୁହ ଏବଂ ଖୁସି ବାଣ୍ଟ । କାହିଁକିନା ଖୁସି ବାଣ୍ଟିବା ଦ୍ୱାରା ଖୁସି ବଢ଼ିଥାଏ । ଅନ୍ୟ କୌଣସି ବି ସମ୍ପତ୍ତି ବାଣ୍ଟିବା ଦ୍ୱାରା କମ୍ ହୋଇଯାଏ କିନ୍ତୁ ଖୁସିରୂପକ ସମ୍ପତ୍ତି ଯେତେ ବାଣ୍ଟିବ ସେତେ ବଢ଼ିବ । ତେଣୁ ଚେକ୍ କର ଯେ ଖୁସି ରୂପକ ସମ୍ପତ୍ତି ସର୍ବଦା କାୟମ ରହୁଛି ତ? ଏବେ ସବୁ ପିଲାଙ୍କୁ ଚାହେଁ ଦେଶର ହୁଅନ୍ତୁ, ଚାହେଁ ବିଦେଶର ହୁଅନ୍ତୁ ସବୁ ପିଲାଙ୍କୁ ବାପ୍‌ଦାଦା ଗୋଟିଏ କଥା ପାଇଁ ବିଶେଷ ଅଭିନନ୍ଦନ ଦେଉଛନ୍ତି, ତାହା କ’ଣ ଜାଣିଛ? ଯାହାକି ସମସ୍ତେ ଭାରତବାସୀ ହୁଅନ୍ତୁ ବା ବିଦେଶୀ ହୁଅନ୍ତୁ ନିଜର ଉମଙ୍ଗ-ଉତ୍ସାହ ଦ୍ୱାରା ଆତ୍ମାମାନଙ୍କୁ ବାବାଙ୍କର ସନ୍ଦେଶ ଦେଇଛନ୍ତି । ସମସ୍ତେ ନିଜର ଖୁସି ଦ୍ୱାରା ଯେଉଁ କାର୍ଯ୍ୟ କରିଛନ୍ତି ସେଥିରେ ଗୋଟିଏ ପ୍ରକାରର ହିଁ କାର୍ଯ୍ୟକ୍ରମ କରିଛନ୍ତି, ସବୁ ସ୍ଥାନରେ ଗୋଟିଏ ପ୍ରକାରର ହିଁ କାର୍ଯ୍ୟକ୍ରମ କରିଛନ୍ତି କିନ୍ତୁ ତା'ର ଫଳ ହଜାର ଗୁଣା ପ୍ରାପ୍ତ କରିଛନ୍ତି । ତେଣୁ ବାପଦାଦାଙ୍କ ଭିତରେ ଏହି ସଂକଳ୍ପ ରହିଛି ଯେ ବର୍ତ୍ତମାନର ସମୟ ଅନୁସାରେ ଯେଉଁ ଭଳି ପରିସ୍ଥିତି ରହିଛି ତାହା ଆଗକୁ ଆଗକୁ ଆହୁରି ଅଧିକ ଖରାପ ହେବାକୁ ଯାଉଛି । ସେଥିପାଇଁ କୌଣସି ଗ୍ରାମ ହେଉ ବା କୌଣସି କୋଣ ହେଉ, କେହି ବି ଯେପରି ଏଭଳି ଦୋଷାରୋପ କରିବେ ନାହିଁ ଯେ ଆମର ପିତା ଆସିଲେ କିନ୍ତୁ ତୁମେମାନେ ଆମକୁ ସନ୍ଦେଶ ଦେଲ ନାହିଁ । ସେଥିପାଇଁ ସମସ୍ତେ ଯେଉଁଭଳି ଉମଙ୍ଗ ଉତ୍ସାହର ସହିତ କାର୍ଯ୍ୟ କରିଛନ୍ତି ସେଥିରେ ବାପଦାଦା ମଧ୍ୟ ଖୁସି ଅଛନ୍ତି ଏବଂ ଏହିଭଳି ପରସ୍ପର ମିଶି ଏହିଭଳି କାର୍ଯ୍ୟକ୍ରମ ସବୁ କରିଚାଲ । ବାପଦାଦା ଏକଥା ମଧ୍ୟ ଦେଖିଛନ୍ତି ଯେ ସମସ୍ତେ ଉମଙ୍ଗ-ଉତ୍ସାହ ଏବଂ ସାହସକୁ ନିଜ ନିଜର ବିଧି ଦ୍ୱାରା କାର୍ଯ୍ୟରେ ଲଗାଇଛନ୍ତି ତେବେ ଏବେ ତ ସମସ୍ତେ ବହୁତ ଭଲ କାର୍ଯ୍ୟ କରିଛନ୍ତି କିନ୍ତୁ ସମୟ ଅନୁସାରେ ଆଗକୁ ମଧ୍ୟ ଏହି ଲକ୍ଷ୍ୟ ରଖ ଯେ କୌଣସି ବି କୋଣ-ଅନୁକୋଣ ସନ୍ଦେଶ ପାଇବାରୁ ବଞ୍ଚିତ ନ ରହୁ । ଏହାଦ୍ୱାରା ନିଜର ପୁରୁଷାର୍ଥ ମଧ୍ୟ ଭଲ ହେବ ଏବଂ ଆତ୍ମାମାନଙ୍କର ମଧ୍ୟ କଲ୍ୟାଣ ହେବ । ତେବେ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ଗୁଡିକ ଭଲ ଲାଗିଲା ତ! କ’ଣ ଭଲ ଲାଗିଲା ତ? ତେଣୁ ବାପଦାଦା ସବୁ ପିଲାଙ୍କୁ ଏହି କଥା ବାରମ୍ବାର କହୁଛନ୍ତି ଯେ ଆତ୍ମାମାନଙ୍କ ପ୍ରତି ଦୟାଳୁ ହୁଅ । ଆଜିକାଲି ତ ଦୁଃଖ ଅଶାନ୍ତି କାରଣରୁ ସମସ୍ତେ ଅନ୍ତରର ସହିତ କହୁଛନ୍ତି ଦୟା କର, କୃପା କର । ତେଣୁ ତୁମେ ପିଲାମାନେ ତ ବାବାଙ୍କର ସାଥୀ ଅଟ, ସେଥିପାଇଁ ବାବା ପିଲାମାନଙ୍କ ଦ୍ୱାରା ଏବେ ସବୁ ପିଲାଙ୍କର ଦୟାଳୁ ପାର୍ଟ ଦେଖିବାକୁ ଚାହୁଁଛନ୍ତି । ତୁମମାନଙ୍କ ଭିତରେ ମଧ୍ୟ ଏହି ଉମଙ୍ଗ ରହିଛି ଯେ ଏବେ ଏହି ଦୁଃଖମୟ ସଂସାର ପରିବର୍ତ୍ତନ ହୋଇ ସୁଖମୟ ସଂସାର ନିଶ୍ଚିତ ଆସିବ । ତେଣୁ ସୁଖମୟ ସଂସାର ଆସିବା ପାଇଁ ବା ଏହି ସବୁ ଦୁଃଖ ଅଶାନ୍ତିର ବିନାଶ ପାଇଁ ପରିସ୍ଥିତି ବଦଳିବାରେ ଲାଗିଛି । ତେଣୁ ଆଜି ଦିନର ବାବାଙ୍କର ଏହି ସନ୍ଦେଶ ମନେ ରଖ ଯେ ଏବେ ଚାହେଁ ସଂକଳ୍ପ ଦ୍ୱାରା ହେଉ, ଚାହେଁ ବାଣୀ ଦ୍ୱାରା ହେଉ, ଚାହେଁ ନିଜର ଚେହେରା ବା ଚାଲିଚଳନ ଦ୍ୱାରା ହେଉ ସେବାର ଗତିକୁ ବଢାଇ ଚାଲିବୁ । ନିଜର ଭାଗ୍ୟକୁ ପାଖେଇ ଆଣିବା ପାଇଁ ଲାଗି ପଡିବୁ । ଆଚ୍ଛା!

ଏହି ଥର ଯେଉଁମାନେ ବାପଦାଦାଙ୍କ ସହିତ ମିଳିନ କରିବା ପାଇଁ ପ୍ରଥମ ଥର ଆସିଛନ୍ତି ସେମାନେ ହାତ ଉଠାଅ । ଆଚ୍ଛା, ବହୁତ ଅଛନ୍ତି । ସମସ୍ତେ ଉଠ । ଅଭିନନ୍ଦନ ସ୍ୱୀକାର କର, କାହିଁକିନା ସମାପ୍ତି ପୂର୍ବରୁ ହିଁ ପହଞ୍ଚି ଯାଇଛ । ନୂଆ ଜନ୍ମ ନେଇଯାଇଛ, ଏଥିପାଇଁ ସମସ୍ତଙ୍କ ତରଫରୁ ବର୍ତ୍ତମାନ ସମୟରେ ଆସିଥିବା ପିଲାମାନଙ୍କୁ ବାପଦାଦା ଏବଂ ଚାରିଆଡର ପିଲାମାନଙ୍କ ଦ୍ୱାରା ଅଭିନନ୍ଦନ, ଅଭିନନ୍ଦନ । ବ୍ରାହ୍ମଣ ପରିବାରକୁ ଦେଖି ଖୁସି ଲାଗୁଛି ନା! କିନ୍ତୁ ଯେଉଁମାନେ ଏବେ ଆସିଛନ୍ତି ସେମାନଙ୍କୁ ବାପଦାଦା ଏହି କଥା କହୁଛନ୍ତି ଯେ ଏବେ ତ ବହୁତ ସମୟ ବିତିଗଲାଣି, ଆଉ ଅଳ୍ପ ସମୟ ବାକି ରହିଛି, ସେଥିପାଇଁ ଏବେ ପୁରୁଷାର୍ଥକୁ ତୀବ୍ର କରିବାକୁ ହେବ, କାରଣ ତୀବ୍ର ପୁରୁଷାର୍ଥୀ ହିଁ ଆଗକୁ ବଢିଚାଲିବେ, ତେଣୁ ଏବେ ଚାଲିବାର ନାହିଁ, ଉଡିବାର ଅଛି । ଯଦି ଉଡିବା ଭଳି ସ୍ଥିତିରେ ରହି ପୁରୁଷାର୍ଥ କରିବ, ତେବେ ବାବାଙ୍କଠାରୁ ଡେରିରେ ଆସିଥିଲେ ମଧ୍ୟ ନିଜର ସମ୍ପତ୍ତିର ସମ୍ପୂର୍ଣ୍ଣ ଅଧିକାର ନେଇପାରିବ । ତେଣୁ ସବୁ ମୂହୁର୍ତ୍ତରେ ଖୁସିରେ ରୁହ ଏବଂ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦିଅ । ଆଚ୍ଛା!

ଆଜି ବାପଦାଦା ଯାହା କହିଛନ୍ତି ଯେ ସ୍ୱରାଜ୍ୟ ଅଧିକାରୀ ହୋଇ ନିଜର ସ୍ୱରାଜ୍ୟର ଫଳାଫଳକୁ ଚେକ୍ କର, ତାକୁ ଚେକ୍ କରିବା ଦ୍ୱାରା ଯଦି କୌଣସି ବି କମି ରହିଥିବ ତେବେ ତାକୁ ବହୁତ ସମୟ ପୂର୍ବରୁ ହିଁ ପରିବର୍ତ୍ତନ କରି ଦେବାକୁ ହେବ, କାହିଁକିନା ବହୁତ ସମୟ ଧରି ଅଖଣ୍ଡ ରାଜ୍ୟ ଚଳାଇବା ପାଇଁ ଏହାର ଆବଶ୍ୟକତା ରହିଛି, ତେଣୁ ବହୁତ ସମୟର ପୁରୁଷାର୍ଥ ଦ୍ୱାରା ବହୁତ ସମୟର ପ୍ରାରବ୍ଧର ଅଧିକାରୀ ସ୍ୱତଃ ହିଁ ହୋଇପାରିବ, ସେଥିପାଇଁ ବହୁତ ସମୟର ପୁରୁଷାର୍ଥ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ । ତେଣୁ ଚେକିଂ କର ଏବଂ ଚେଞ୍ଚ କର ।

ବାପଦାଦାଙ୍କର ଚାରିଆଡର ହୃଦୟ ସିଂହାସନ ଅଧିକାରୀ ପ୍ରତ୍ୟେକ ସନ୍ତାନମାନଙ୍କୁ ବାପଦାଦା ପ୍ରତିଦିନ ଅମୃତବେଳାରେ ବିଶେଷ ଶକ୍ତି ବାଣ୍ଟିଥାଆନ୍ତି । ବିଶେଷ କରି ଅମୃତବେଳାରେ ହିଁ ବରଦାନ ଏବଂ ଶକ୍ତି ବାଣ୍ଟିଥାଆନ୍ତି । ଯେଉଁମାନେ ଅମୃତବେଳାରେ ଶକ୍ତି ଏବଂ ବିଶେଷ ବରଦାନକୁ ସ୍ୱୀକାର କରିନିଅନ୍ତି ସେମାନେ ବିଶେଷ ତୀବ୍ର ପୁରୁଷାର୍ଥୀ ହୋଇଯାଆନ୍ତି । ତେଣୁ ଅମୃତବେଳାର ମହତ୍ୱ ରଖିବା ଅର୍ଥ ବାପଦାଦାଙ୍କର ସଦାକାଳ ପାଇଁ ହୃଦୟ ସିଂହାସନର ଅଧିକାରୀ ହେବା । ତେବେ ଅନେକ ପିଲାଙ୍କର ମଧ୍ୟ ଏଥିପ୍ରତି ଧ୍ୟାନ ରହିଛି ଏବଂ ବାପଦାଦା ମଧ୍ୟ ପ୍ରତିଦିନ ସେମାନଙ୍କୁ ବିଶେଷ କରି ଏହି ସାର୍ଟିଫିକେଟ୍ ଦେଉଛନ୍ତି - ବା! ପିଲାମାନେ ବାଃ ।

ଚାରିଆଡର ତୀବ୍ର ପୁରୁଷାର୍ଥୀ, ସବୁ ସମୟରେ ବାପଦାଦାଙ୍କୁ ନିଜର ସାଥୀ କରି ଯୁଗଳ ରୂପରେ ରହିବାର ଅଭ୍ୟାସୀ ପିଲାମାନଙ୍କୁ ବାପଦାଦା ବିଶେଷ ବରଦାନ ଦେଉଛନ୍ତି ଯେ ସର୍ବଦା ଉଡିଚାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ଉଡିବାର ସହଯୋଗ ଦେଇ ଉଉାଇଚାଲ । ସମସ୍ତେ ବିଜୟୀ ଅଟ ଏବଂ ବିଜୟର ଫଳ ସ୍ୱରୂପ ବାପଦାଦାଙ୍କଠାରୁ ସବୁ ସମୟରେ ଆଶୀର୍ବାଦ ମିଳୁଛି । ତେଣୁ ନିଜେ ଅମର ହୋଇ ସମସ୍ତଙ୍କୁ ଅମୃତ ପିଆଇ ଚାଲ । ତେବେ ଚାରିଆଡର ପିଲାମାନେ ବାପଦାଦାଙ୍କର ସମ୍ମୁଖରେ ଅଛନ୍ତି ଏବଂ ପ୍ରତ୍ୟେକ ସନ୍ତାନ ପ୍ରତି ବାପଦାଦାଙ୍କ ଭିତରେ ଆନ୍ତରିକ ସ୍ନେହ ରହିଛି କାହିଁକିନା ପ୍ରତ୍ୟେକ ପିଲା ଭିତରେ କିଛି ନା କିଛି ବିଶେଷତା ନିଶ୍ଚିତ ରହିଛି । ଏବେ ସେହି ବିଶେଷତା ଗୁଡିକ ଦ୍ୱାରା ନିଜକୁ ବିଶେଷ ଆତ୍ମା କରି ଆଗକୁ ବଢିଚାଲ । ବାପଦାଦାଙ୍କ ତରଫରୁ ପ୍ରତ୍ୟେକ ସନ୍ତାନ ପଦ୍ମଗୁଣା ବ୍ୟକ୍ତିଗତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର କର । ଆଚ୍ଛା, ଏବେ ତ ଆହୁରି ବହୁତ ଥର ମିଶିବା । ନମସ୍ତେ ।

ଦାଦିମାନଙ୍କ ସହିତ:- ସମସ୍ତେ ବହୁତ ଭଲ ଚକ୍ର ଲଗାଇ ଆସିଛ । ଆଜିକାଲି ଯେହେତୁ ଅଶାନ୍ତି ବଢିବାରେ ଲାଗିଛି ତେଣୁ ସାରା ଦିନ ଆତ୍ମାମାନେ ବ୍ୟସ୍ତ ବିବ୍ରତ ଅବସ୍ଥାରେ ରହୁଛନ୍ତି ଏବଂ ଶାନ୍ତିର ଭାଇବ୍ରେଶନ ଯେତେବେଳେ ସେମାନଙ୍କୁ ଶାନ୍ତି ପ୍ରାପ୍ତ କରାଇ ଦେଉଛି ସେତେବେଳେ ଖୁସି ହୋଇ ଯାଉଛନ୍ତି । ଯେପରି କେହି ଯଦି ଥକିଯାଇଥିବ, ତା'କୁ ଯଦି ଆରାମ କରିବା ପାଇଁ ଅଧ ଘଣ୍ଟା ମଧ୍ୟ ମିଳୁଛି, ତେବେ ସେ ଖୁସି ହୋଇଯାଉଛି । ତେଣୁ ବହୁତ ଭଲ କରିଛ । ସବୁ ଜାଗାରେ ଛୋଟ ହୁଅନ୍ତୁ ବା ବଡ ହୁଅନ୍ତୁ ସମସ୍ତେ ବହୁତ ଭଲ ସେବା କରିଛ । ଯେଉଁଠାରେ ଉମଙ୍ଗ-ଉତ୍ସାହ ରହିଛି ସେଠାରେ ଖର୍ଚ୍ଚ ପାଇଁ କୌଣସି ଚିନ୍ତା ନାହିଁ । ଏତେ ସବୁ ଆତ୍ମାମାନଙ୍କୁ ସନ୍ଦେଶ ତ ମିଳିଗଲା ନା । ତୁମମାନଙ୍କୁ ଆଉ ଦୋଷ ତ ଦେଇପାରିବେ ନାହିଁ ନା! ବହୁତ ଭଲ, ଏହିଭଳି କାର୍ଯ୍ୟକ୍ରମ ସବୁ ମଝିରେ ମଝିରେ କରୁଥାଅ । ପ୍ରତ୍ୟେକ ସହର ନିଜ ଅନୁସାରେ ଯେପରି ବି କରିବ ଠିକ୍ ହେବ ।

ଡବଲ ବିଦେଶୀ ବଡ ଭଉଣୀମାନଙ୍କ ସହିତ:- ଗ୍ରୃପ୍ ଗ୍ରୃପକୁ ଡାକି ସତେଜ କରିବା ବାପଦାଦାଙ୍କୁ ବହୁତ ଭଲ ଲାଗେ, କାହିଁକିନା ନିଜ ନିଜ ସ୍ଥାନରେ ବହୁତ ଦୂରରେ ଦୂରରେ ରହୁଛ । ପାଖକୁ ଆସିବା ଦ୍ୱାରା ପରସ୍ପରର ଗୁଣ ଦେଖାଯାଇଥାଏ । ଦୂରରେ ରହିବା ଦ୍ୱାରା ଜଣା ପଡିନଥାଏ । ତେଣୁ ପରସ୍ପରକୁ ଦେଖି ଉମଙ୍ଗ-ଉତ୍ସାହ ମଧ୍ୟ ଆସିଥାଏ । ତେଣୁ ଆବୁରେ ଏହିଭଳି କାର୍ଯ୍ୟକ୍ରମ କରିବାଟା ଭଲ ଲାଗୁଛି ଏବଂ ପରସ୍ପର ଭିତରେ ଉତ୍ସାହ ଭରିବା ସହିତ ସଂଗଠନକୁ ମଜବୁତ କରୁଛ, ଏହା ମଧ୍ୟ ବହୁତ ଭଲ କଥା । କ’ଣ ଠିକ୍ କଥା ନା! ସବୁ କିଛି ଠିକ୍ ଠାକ୍ ଚାଲୁଛି ତ! ଆଚ୍ଛା!

ପରସ୍ପରକୁ ସହଯୋଗ ଦେବା ଦ୍ୱାରା ମଧ୍ୟ ଆଗକୁ ବଢୁଛ । ସମୟ ଦେଉଛ ନା, ନିଜର ସେବା ଛାଡି ଦିଲ୍‌ର ସହିତ ସମୟ ଦେଉଛ । ନିଜର କାର୍ଯ୍ୟ ଶେଷ କରିଲ, ସଫଳତା ମଧ୍ୟ ମିଳିଲା, ତା'ପରେ ଯଦି ଯିବାକୁ ଚାହୁଁଛ ତେବେ ଯାଅ । ସମସ୍ତେ ପରସ୍ପରକୁ ବହୁତ ଭଲ ସାହାଯ୍ୟ କରିଛନ୍ତି । ବିଦେଶୀମାନେ ମଧ୍ୟ କରିଛନ୍ତି, ଭାରତବାଲା ମଧ୍ୟ କରିଛନ୍ତି । ଆଚ୍ଛା!

ୟୁ.ପି. ଜୋନ୍‌ର ସେବାଧାରୀ ମାନଙ୍କ ସହିତ:- ବାପଦାଦା ସବୁ ଜୋନ୍‌କୁ କହୁଛନ୍ତି ଯେ ସମସ୍ତେ ନିଜ ନିଜର ଜୋନ୍‌ରେ ଏଭଳି ଗୋଟିଏ ସଂଗଠନ ତିଆରି କର ଯେଉଁ ସଂଗଠନ ଭିତରେ ସବୁ ବର୍ଗର ପିଲାମାନେ ଥିବେ । ତୁମେମାନେ ସେବା କରିବା ପାଇଁ ଯେଉଁ ସବୁ ବର୍ଗ ଗୁଡିକ ତିଆରି କରିଛ, ଯାହାଦ୍ୱାରା ପ୍ରତ୍ୟେକ ଜୋନ୍ ନିଜ ନିଜର ଅଞ୍ଚଳରେ ପ୍ରତ୍ୟେକ ବର୍ଗର ସେବା କରୁଛ, ଏବଂ ଆଗକୁ ମଧ୍ୟ କରିଚାଲିବ, କିନ୍ତୁ ପ୍ରତ୍ୟେକ ଜୋନ୍‌ରେ ସେବା କରିବା ପାଇଁ ଏଭଳି ଗୋଟିଏ ସଂଗଠନ ତିଆରି କର ଯେଉଁଥିରେ ପ୍ରତ୍ୟେକ ବର୍ଗର ଜଣେ ଜଣେ ରହିଥିବେ ଏବଂ ଯେଉଁଠାରେ ବି କାର୍ଯ୍ୟକ୍ରମ କରିବ ସେଠାରେ ସେହି ଗୃପ ନିଜ ନିଜର ବର୍ଗବାଲାଙ୍କୁ ବିଶେଷ ନିମନ୍ତ୍ରଣ ଦେଇ ଡାକିବେ । କୌଣସି ବି ବର୍ଗ ଦୋଷାରୋପ ନକରୁ ଯେ ଆମକୁ ତ ସନ୍ଦେଶ ମିଳିନାହିଁ ଏବଂ ଯେଉଁସବୁ ଭିନ୍ନ ଭିନ୍ନ ବର୍ଗଗୁଡିକ ତିଆରି ହୋଇଛି, ସେମାନେ ମଧ୍ୟ ନିଜ ନିଜର ସେବାକୁ ବଢାନ୍ତୁ । ନିଜ ବର୍ଗର ଅନୁଭବ ଶୁଣାଇବା ସହିତ ପ୍ରତ୍ୟେକ ନିଜ ନିଜର ବ୍ୟକ୍ତିଗତ ଅନୁଭବ ମଧ୍ୟ ଶୁଣାଅ ଯେ ଆମକୁ ଏହି ଜ୍ଞାନ ଦ୍ୱାରା କ’ଣ ମିଳିଛି । କ’ଣ ମିଳିଛି ଏବଂ କ’ଣ ଅନୁଭବ କରୁଛ । ତେଣୁ ପ୍ରତ୍ୟେକ ଜୋନ୍‌ରେ ଏହିଭଳି ସେବାର ଗ୍ରୃପ ପ୍ରସ୍ତୁତ କର । ଚାହେଁ ଭାଷଣ କରିବା ପାଇଁ ଅଧିକ ସମୟ ନ ମିଳିପାରେ କିନ୍ତୁ କାର୍ଯ୍ୟକ୍ରମ ଚାଲିବା ସମୟରେ ସେମାନଙ୍କୁ ପଛରେ ଧାଡି କରି ବସାଅ ଏବଂ ସେମାନଙ୍କର ପରିଚୟ ଷ୍ଟେଜ ସେକ୍ରେଟ୍ରୀ ଦିଅନ୍ତୁ । ଏଥିରେ ଜଣ ଦୁଇଜଣଙ୍କର ଅନୁଭବ ମଧ୍ୟ ରଖିପାରିବ ଏବଂ ପରିବାର ଭିତରେ ରହି ନିଜର କର୍ମଧନ୍ଦା କରି ଆମର ଜୀବନ କିପରି ବିତିଛି ଏବଂ କିପରି ପରିବର୍ତ୍ତନ ହୋଇଛି ତା'ର ଅନୁଭବ ସୁଯୋଗ ଦେଖି ଯଦି ସମୟ ମିଳିବ, ତେବେ ଶୁଣାଇବା ଦରକାର । ତେଣୁ ଏହିଭଳି ବିଶେଷ ମାଇକ୍ ପ୍ରସ୍ତୁତ କର ଯିଏକି ସେବା କରିଚାଲିବ ।

ଏହା ମଧ୍ୟ ବହୁତ ଭାଗ୍ୟ ଯାହାକି ୟୁ.ପି. ବ୍ରହ୍ମାବାବାଙ୍କଠାରୁ ବିଶେଷ ପାଳନା ପାଇବାର ଅଧିକାର ପ୍ରାପ୍ତ କରିଛି । ୟୁ.ପି.ରେ ବ୍ରହ୍ମାଙ୍କ ନାମରେ ସ୍ମାରକୀ ମଧ୍ୟ ରହିଛି । ତେଣୁ ଏହା ମଧ୍ୟ ୟୁ.ପି.ର ଭାଗ୍ୟ ଅଟେ, ଯାହାକି ଜଗଦମ୍ବା ଏବଂ ବ୍ରହ୍ମାବାବାଙ୍କର ପାଳନା ପାଇଛି । ତେଣୁ ଏହା ପାଳନା ପାଇବାର ଧରଣୀ ଅଟେ । ବ୍ରହ୍ମାବାବା ଏବଂ ଜଗଦମ୍ବା ୟୁ.ପି.କୁ ବରଦାନ ରୂପରେ ବିଶେଷ ଭାଗ୍ୟର ତାରକା ଦେଇଛନ୍ତି । ବହୁତ ଭଲ କଥା । ଏବେ ଦିନକୁ ଦିନ ବାପଦାଦା ଦେଖୁଛନ୍ତି ଯେ ସେବାସ୍ଥାନ ଗୁଡିକ ଏବଂ ଯେଉଁସବୁ ଉପସେବାକେନ୍ଦ୍ର ବା ଗୀତା ପାଠଶାଳା ଆଦି ରହିଛି ସେଗୁଡିକ ପୂର୍ବ ଅପେକ୍ଷା ଏବେ ଅଧିକ ବୃଦ୍ଧି କରିଛନ୍ତି, ସେଥିପାଇଁ ବାପଦାଦା ବିଶେଷ ଭାବରେ ଅଭିନନ୍ଦନ ଦେଉଛନ୍ତି ଯେ ଆଗକୁ ବଢିଚାଲ ଏବଂ ସଂଖ୍ୟା ବୃଦ୍ଧି କରିବାରେ ଏବଂ ସନ୍ଦେଶ ଦେବାରେ ପ୍ରଥମ ନମ୍ବର ହୁଅ । ବହୁତ ଭଲ, ବାପଦାଦା ଖୁସି ଅଛନ୍ତି, ଏହାକୁ ଆହୁରି ବଢାଇ ଚାଲ । ଟୀଚରମାନଙ୍କୁ ଅଭିନନ୍ଦନ । ଏବେ ମଧ୍ୟ ବୃଦ୍ଧି କରୁଛ ଏବଂ ଏହାଠାରୁ ମଧ୍ୟ ଅଧିକ ଅଧିକ ବୃଦ୍ଧି କରିଚାଲ । ଆଚ୍ଛା!

ବରଦାନ:-
ସଂଗଠନ ଭିତରେ ରହି ସହଯୋଗର ଶକ୍ତି ଦ୍ୱାରା ବିଜୟୀ ହେଉଥିବା ସମସ୍ତଙ୍କର ଶୁଭଚିନ୍ତକ ଭବ ।

ଯଦି ସଂଗଠନ ଭିତରେ ସମସ୍ତେ ପରସ୍ପରର ସହଯୋଗୀ ତଥା ଶୁଭଚିନ୍ତକ ହୋଇ ରହିବ ତେବେ ସହଯୋଗ ଶକ୍ତିର ଘେର ବହୁତ ଚମତ୍କାରୀ କରିପାରିବ । ପରସ୍ପର ଭିତରେ ଯଦି ଜଣେ ଅନ୍ୟ ଜଣଙ୍କର ସହଯୋଗୀ, ଶୁଭଚିନ୍ତକ ହୋଇ ରହିବ ତେବେ ସହଯୋଗ ଶକ୍ତିର ଘେର ବହୁତ ଚମତ୍କାରୀ କରିପାରିବ । ପରସ୍ପର ଭିତରେ ଯଦି ଜଣେ ଅନ୍ୟ ଜଣଙ୍କର ଶୁଭଚିନ୍ତକ, ସହଯୋଗୀ ହୋଇ ରହିବ ତେବେ ମାୟାର ସାହସ ନାହିଁ, ସେ ଏହି ଘେର ଭିତରକୁ ପ୍ରବେଶ କରିଯିବ । କିନ୍ତୁ ସଂଗଠନ ଭିତରେ ସହଯୋଗର ଶକ୍ତି ସେତେବେଳେ ଆସିବ ଯେତେବେଳେ ଏହିଭଳି ଦୃଢ ସଂକଳ୍ପ କରିବ ଯେ ଯେତେ ବି କଥା ସହନ କରିଚାକୁ ପଡୁ କିନ୍ତୁ ସମ୍ମୁଖୀନ ହୋଇ ଦେଖାଇବୁ ଏବଂ ବିଜୟୀ ହୋଇ ଦେଖାଇବୁ ।

ସ୍ଲୋଗାନ:-
କୌଣସି ବି ଇଚ୍ଛା ଆଚ୍ଛା ହେବା ପାଇଁ ଦେବ ନାହିଁ ସେଥିପାଇଁ ଇଚ୍ଛା ମାତ୍ରର ଅବିଦ୍ୟା ହୁଅ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର । ଯେପରି ମିଠା ଖାଇବା ଦ୍ୱାରା ଏବଂ ଖୁଆଇବା ଦ୍ୱାରା ଅଳ୍ପ ସମୟ ପାଇଁ ମୁଖ ମିଠା ହୋଇଥାଏ, ସମସ୍ତେ ଖୁସି ହୋଇଥାଆନ୍ତି, ସେହିପରି ନିଜେ ହିଁ ମିଠା ହୋଇଯାଅ ଯାହାଦ୍ୱାରା ତୁମ ମୁଖରେ ସର୍ବଦା ମଧୁର ବାଣୀ ରହିବ । ଏହିଭଳି ମଧୁରବାଣୀ ନିଜକୁ ମଧ୍ୟ ଖୁସି ପ୍ରଦାନ କରିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି ପ୍ରଦାନ କରିବ । ଏହି ବିଧି ଦ୍ୱାରା ସର୍ବଦା ସମସ୍ତଙ୍କର ମୁଖ ମିଠା କରିଚାଲ । ସର୍ବଦା ମିଠା ଦୃଷ୍ଟି, ମିଠା ବାଣୀ ଏବଂ ମିଠା କର୍ମ କର ।