05.06.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବର୍ତ୍ତମାନ ସାହେବଙ୍କର କୁମାର ଅର୍ଥାତ୍ ପରମାତ୍ମାଙ୍କର ସନ୍ତାନ ଅଟ ଏବଂ ଭବିଷ୍ୟତରେ ରାଜକୁମାର ହେବାକୁ ଯାଉଛ, ତୁମକୁ କୌଣସି ବି ବସ୍ତୁକୁ ପାଇବାର ଇଚ୍ଛା ରଖିବା ଉଚିତ୍ ନୁହେଁ କିମ୍ବା କାହାକୁ କିଛି ବି ମାଗିବା ଉଚିତ୍ ନୁହେଁ ।”

ପ୍ରଶ୍ନ:-
ନିଜର ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ କେଉଁ ଆଧାରର ଆବଶ୍ୟକତା ନାହିଁ?

ଉତ୍ତର:-
କେହି କେହି ପିଲା ଭାବୁଛନ୍ତି ଅଧିକ ଧନ-ସମ୍ପତ୍ତି ଆଧାରରେ ସ୍ୱାସ୍ଥ୍ୟ ଠିକ୍ ରହିପାରିବ । କିନ୍ତୁ ବାବା କହୁଛନ୍ତି ପିଲାମାନେ ଏଠାରେ ତୁମକୁ ଧନ-ସମ୍ପତ୍ତିର ଇଚ୍ଛା ରଖିବା ଉଚିତ୍ ନୁହେଁ କାରଣ ଧନ-ସମ୍ପତ୍ତି ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ହୋଇ ପାରିବ ନାହିଁ । ସ୍ୱାସ୍ଥ୍ୟକୁ ଠିକ୍ ଖିବା ପାଇଁ ଯୋଗର ଯାତ୍ରା କରିବା ଦରକାର । କଥାରେ ଅଛି ଖୁସି ଭଳି ସମ୍ପତ୍ତି ନାହିଁ । ତେଣୁ ତୁମେମାନେ ଖୁସିରେ ରୁହ, ନିଶାରେ ରୁହ । ଯଜ୍ଞ ସେବାରେ ଦଧିଚି ଋଷିଙ୍କ ଭଳି ନିଜର ଅସ୍ଥିକୁ ସ୍ୱାହା କରି ଦିଅ ଅର୍ଥାତ କଠିନ ପରିଶ୍ରମ କର ତେବେ ସ୍ୱାସ୍ଥ୍ୟ ଠିକ୍ ହୋଇଯିବ ।

ଓମ୍ ଶାନ୍ତି ।
ବାବାଙ୍କୁ କରିକରାଇଲାବାଲା କୁହାଯାଏ, ତୁମେମାନେ ସାହେବଜାଦେ ଅର୍ଥାତ୍ ବିଶ୍ୱପିତାଙ୍କ ସନ୍ତାନ ଅଟ । ତୁମର ଏହି ସୃଷ୍ଟିରେ ଉଚ୍ଚରୁ ଉଚ୍ଚ ପଦବୀ ରହିଛି । ତୁମ ଭିତରେ ନିଶା ରହିବା ଦରକାର ଯେ – ଆମେ ସାହେବ ଜାଦେ, ସାହେବ ଅର୍ଥାତ୍ ବାବାଙ୍କ ମତରେ ପରିଚାଳିତ ହୋଇ ପୁ୍‌ନଃ ନିଜର ରାଜ୍ୟ ଭାଗ୍ୟ ସ୍ଥାପନ କରୁଛୁ । ତେବେ ଏ କଥା ମଧ୍ୟ କାହାର ସ୍ମୃତିରେ ରହୁନାହିଁ । ଏ କଥା ବାବା ସବୁ ସେବାକେନ୍ଦ୍ରର ପିଲାଙ୍କ ପାଇଁ କହୁଛନ୍ତି । ଅନେକ ସେବାକେନ୍ଦ୍ର ଅଛି ଓ ଅନେକ ସନ୍ତାନ ଆସୁଛନ୍ତି । ପ୍ରତ୍ୟେକଙ୍କର ସର୍ବଦା ସ୍ମୃତି ରହିବା ଉଚିତ୍ ଯେ ଆମେ ବାବାଙ୍କ ଶ୍ରୀମତ ଆଧାରରେ ପୁନଃ ବିଶ୍ୱରେ ସୁଖ ଶାନ୍ତିର ରାଜ୍ୟ ସ୍ଥାପନ କରୁଛୁ । ସୁଖ ଓ ଶାନ୍ତି ଏହି ଦୁଇଟି ଶବ୍ଦକୁ ମନେ ପକାଇବାକୁ ହେବ । ତୁମମାନଙ୍କୁ ଏବେ କେତେ ଜ୍ଞାନ ମିଳୁଛି, ତେଣୁ ତୁମର ବୁଦ୍ଧି କେତେ ବିଶାଳ ହେବା ଉଚିତ୍‌, ଏହି ମାର୍ଗରେ ବୁଦ୍ଧିହୀନ ବା ବୁଦ୍ଧୁ ହେଲେ ଉନ୍ନତି ହୋଇପାରିବ ନାହିଁ । ନିଜକୁ ସାହେବଜାଦେ ବା ବିଶ୍ୱପିତାଙ୍କ ସନ୍ତାନ ଭାବିଲେ ପାପ ନାଶ ହୋଇଯିବ । ଏମିତି ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ସାରା ଦିନ ବାବାଙ୍କର ସ୍ମୃତି ରହୁନାହିଁ । ବାବା କହୁଛନ୍ତି ତୁମର ବୁଦ୍ଧି ମାନ୍ଦା କାହିଁକି ହୋଇଯାଉଛି? ସେବାକେନ୍ଦ୍ରକୁ ଏଭଳି ସନ୍ତାନମାନେ ଆସୁଛନ୍ତି ଯେଉଁମାନଙ୍କ ସ୍ମୃତିରେ ଏ କଥା ରହୁନାହିଁ ଯେ, ଆମେ ଶ୍ରୀମତ ଆଧାରରେ ବିଶ୍ୱରେ ନିଜର ଦୈବୀ ରାଜ୍ୟ ସ୍ଥାପନା କରୁଛୁ । ଅନ୍ତର ମନରେ ସେହି ନିଶା ଏବଂ ଖୁସି ରହିବା ଆବଶ୍ୟକ । ମୁରଲୀ ଶୁଣିବା ସମୟରେ ଲୋମମୂଳ ଟାଙ୍କୁରୀ ଉଠିବା ଦରକାର । ଏଠାରେ ତ ବାବା ଦେଖୁଛନ୍ତି ପିଲାମାନଙ୍କର ଲୋମ ଶିଥିଳ ହୋଇଯାଉଛି, ଅନେକ ସନ୍ତାନମାନଙ୍କ ବୁଦ୍ଧିରେ ଏ କଥା ରହୁନାହିଁ ଯେ, ଆମେ ଶ୍ରୀମତ ଆଧାରରେ ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ କରି ନିଜର ରାଜଧାନୀ ସ୍ଥାପନ କରୁଛୁ । ପ୍ରତିଦିନ ବାବା ବୁଝାଉଛନ୍ତି ପିଲାମାନେ - ତୁମେ, ରାବଣ ଉପରେ ବିଜୟ ପ୍ରାପ୍ତ କରୁଥିବା ଯୋଦ୍ଧା ଅଟ । ବାବା ତୁମକୁ ମନ୍ଦିର ଯୋଗ୍ୟ କରୁଛନ୍ତି କିନ୍ତୁ ଏତେ ଖୁସି ଓ ନିଶା ପିଲାଙ୍କ ମଧ୍ୟରେ ରହୁ ନାହିଁ, ତାଙ୍କୁ ନିଜର ଇଚ୍ଛା ମୁତାବକ ଜିନିଷ ନ ମିଳିଲେ ଋଷି ଯାଉଛନ୍ତି । ପିଲାମାନଙ୍କର ଏଭଳି ସ୍ଥିତି ଦେଖି ବାବାଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ମାୟାର ଜଞ୍ଜିରରେ ବାନ୍ଧି ହୋଇ ପଡୁଛନ୍ତି । ତୁମର ମାନ ସମ୍ମାନ, ତୁମର କାରବାର, ତୁମର ଖୁସୀ ବହୁତ ଉଚ୍ଚକୋଟୀର ହେବା ଦରକାର । ଯିଏ ମିତ୍ର ସମ୍ବନ୍ଧୀମାନଙ୍କୁ ଭୁଲି ପାରୁନାହାଁନ୍ତି ସେ କେବେହେଲେ ବାବାଙ୍କୁ ମନେ ପକାଇ ପାରିବେ ନାହିଁ । ତେବେ ସେମାନେ କି ପଦ ପାଇବେ! ଆଶ୍ଚର୍ଯ୍ୟ ଲାଗୁଛି ।

ତୁମମାନଙ୍କ ଭିତରେ ବହୁତ ନିଶା ରହିବା ଦରକାର । ନିଜକୁ ସାହେବଜାଦେ ଭାବିଲେ କିଛି ବି ମାଗିବାର ଚିନ୍ତା ରହିବ ନାହିଁ । ବାବା ଆମକୁ ଏତେ ଅସରନ୍ତି ସମ୍ପତ୍ତି ଦେଉଛନ୍ତି ଯାହା ଦ୍ୱାରା ଆମକୁ ୨୧ ଜନ୍ମ ପାଇଁ କିଛି ହେଲେ ମଧ୍ୟ ମାଗିବାର ଆବଶ୍ୟକତା ରହିବ ନାହିଁ । ଏତିକି ନିଶା ରହିବା ଆବଶ୍ୟକ । କିନ୍ତୁ ପିଲାମାନଙ୍କର ବୁଦ୍ଧି ବିଲ୍‌କୁଲ୍ ମାନ୍ଦା ହୋଇଯାଇଛି । ବୁଦ୍ଧିର ବିକାଶ ହେଉ ନାହିଁ । ତୁମମାନଙ୍କର ବୁଦ୍ଧି ୭ ଫୁଟ ଲମ୍ବା ହେବା ଆବଶ୍ୟକ । ମନୁଷ୍ୟର ଉଚ୍ଚତା ଅଧିକରୁ ଅଧିକ ୬-୭ ଫୁଟ ହୋଇଥାଏ । ବାବା ପିଲାମାନଙ୍କୁ କେତେ ଉତ୍ସାହିତ କରୁଛନ୍ତି - ତୁମେ ସାହେବଜାଦେ ଅଟ । ଦୁନିଆର ମନୁଷ୍ୟମାନେ ତ କିଛି ବି ବୁଝିପାରନ୍ତି ନାହିଁ । ତୁମେ ସେମାନଙ୍କୁ ବୁଝାଉଛ ଯେ, କେବଳ ଏକଥା ସ୍ମୃତିରେ ରଖ - ଆମେ ବାବାଙ୍କ ସମ୍ମୁଖରେ ବସିଛୁ । ବାବାଙ୍କ ସ୍ମୃତି ରହିଲେ ବିକର୍ମ ବିନାଶ ହେବ । ବାବା ବୁଝାଉଛନ୍ତି ପିଲାମାନେ, ମାୟା ତୁମର ସବୁଠାରୁ ବଡ ଶତ୍ରୁ । ସେ ଅନ୍ୟର ଏତେ ଶତ୍ରୁ ନୁହେଁ ଯେତିକି ତୁମର । ମନୁଷ୍ୟମାନେ ଏକଥା ଜାଣି ନାହାଁନ୍ତି କାରଣ ସେମାନେ ତୁଚ୍ଛ ବୁଦ୍ଧି ସମ୍ପନ୍ନ ଅଟନ୍ତି । ବାବା ପ୍ରତିଦିନ ତୁମମାନଙ୍କୁ କହୁଛନ୍ତି ପିଲାମାନେ ତୁମେ ସାହେବଜାଦେ ଅଟ, ତୁମେ ବାବାଙ୍କୁ ମନେ ପକାଅ ଏବଂ ଅନ୍ୟକୁ ନିଜ ସମାନ କର । ତୁମେ ସମସ୍ତଙ୍କୁ ଏ କଥା ବୁଝାଇପାରିବ ଯେ ଭଗବାନ ହିଁ ପ୍ରକୃତ ସାହେବ ଅର୍ଥାତ୍ ମାଲିକ ଅଟନ୍ତି । ତେଣୁ ଆମେ ତାଙ୍କର ସନ୍ତାନ ହୋଇଥିବା କାରଣରୁ ସାହେବଜାଦେ ବା ରାଜପୁତ୍ର ହେଲେ ନା, ଏକଥା ବୁଲିବା ଚାଲିବା ସମୟରେ ମଧ୍ୟ ପିଲାମାନଙ୍କର ମନେ ରହିବା ଆବଶ୍ୟକ । ଈଶ୍ୱରୀୟ ସେବାରେ ଦଧିଚୀ ଋଷିଙ୍କ ସମାନ ଅକ୍ଲାନ୍ତ ପରିଶ୍ରମ କରିବା ଆବଶ୍ୟକ । କିନ୍ତୁ ଏଠାରେ ଅକ୍ଲାନ୍ତ ପରିଶ୍ରମ କରିବା ତ ଦୂରର କଥା ନିଜେ ଅଧିକ ସୁଖ ବୈଭବ ଚାହୁଁଛନ୍ତି । ଏହି ଭୌତିକ ସୁଖ ବୈଭବରେ ଶରୀର ସୁସ୍ଥ ସବଳ ହୁଏ ନାହିଁ! ଶାରିରୀକ ସ୍ୱାସ୍ଥ୍ୟ ପାଇଁ ବାବାଙ୍କର ସ୍ମୃତି ଆବଶ୍ୟକ । ସେହି ଖୁସି ମଧ୍ୟ ରହିବା ଆବଶ୍ୟକ । ଆରେ ଆମେ ତ କଳ୍ପ କଳ୍ପ ମାୟାଠାରୁ ହାରୁଛେ, ପୁଣି ଏବେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛେ । ବାବା ଆସି ବିଜୟ ପ୍ରାପ୍ତ କରାଉଛନ୍ତି । ଏବେ ଭାରତରେ କେତେ ଦୁଃଖ ରହିଛି । ଏତେ ଅସରନ୍ତି ଦୁଃଖର ଦାତା ହେଉଛି ରାବଣ । ସେମାନେ ଭାବୁଛନ୍ତି ଉଡାଜାହାଜ, ଗାଡି, ମଟର, ମହଲ ଆଦି ଅଛି ତେଣୁ ଏହା ହିଁ ସ୍ୱର୍ଗ । ଏକଥା ଭାବୁନାହାଁନ୍ତି ଯେ ଏହି ଦୁନିଆର ତ ବିନାଶ ହେବାକୁ ଯାଉଛି । ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡ୍ୟାମ ଆଦି ତିଆରି କରୁଛନ୍ତି । ଯୁଦ୍ଧ ଉପକରଣ ମଧ୍ୟ କେତେ ଗଚ୍ଛିତ ରଖୁଛନ୍ତି । ପରସ୍ପରକୁ ମାରିବାର ଯୋଜନାରେ ଅଛନ୍ତି, ଅନାଥ ହୋଇଯାଇଛନ୍ତି ନା । କେତେ ଯେ ଲଢେଇ ଝଗଡା କରୁଛନ୍ତି ସେକଥା ନ କହିଲେ ଭଲ । କେତେ ଆର୍ବଜନା ରହିଛି । ତେଣୁ ଏହାକୁ ନର୍କ କୁହାଯିବ । ସ୍ୱର୍ଗର ତ ବହୁତ ମହିମା ରହିଛି । ବଡୈାଦାର ମହାରାଣୀକୁ ଯଦି ପଚାରିବ - ମହାରାଜା କୁଆଡେ ଗଲେ? କହିବେ ସ୍ୱର୍ଗବାସୀ ହେଲେ । ସ୍ୱର୍ଗ କାହାକୁ କୁହାଯାଏ ଏକଥା କେହି ଜାଣି ନାହାଁନ୍ତି, ଘୋର ଅନ୍ଧକାର ରହିଛି । ତୁମେ ମଧ୍ୟ ଘୋର ଅନ୍ଧକାରରେ ଥିଲ । ଏବେ ବାବା କହୁଛନ୍ତି ମୁଁ ତୁମକୁ ଈଶ୍ୱରୀୟ ବୁଦ୍ଧି ଦେଉଛି । ନିଜକୁ ଈଶ୍ୱରୀୟ ସନ୍ତାନ ଅର୍ଥାତ୍ ସାହେବଙ୍କର କୁମାର ବୋଲି ମନେ କର । ଏଠାରେ ତୁମକୁ ସାହେବ ଅର୍ଥାତ୍ ବାବା ପାଠ ପଢାଉଛନ୍ତି ଶାହଜାଦା ଅର୍ଥାତ୍ ରାଜା କରିବା ପାଇଁ । ବାବା ଦୁନିଆରେ ଗାୟନ ହୋଇ ଆସିଥିବା କଥାକୁ ଶୁଣାଉଛନ୍ତି - ରିଢ ଛା ଜାନେ (ଏସବୁ କଥା ମେଣ୍ଢାମାନେ ଅର୍ଥାତ୍ ଦୁନିଆର ଅଜ୍ଞାନୀ ମନୁଷ୍ୟ କ’ଣ ବା ବୁଝିବେ).... । ଏବେ ତୁମେ ବୁଝୁଛ - ବର୍ତ୍ତମାନ ସମୟର ମନୁଷ୍ୟ ତ ଛେଳି ମେଣ୍ଢା ଭଳି ହୋଇଯାଇଛନ୍ତି, କିଛି ବି ଜାଣିନାହାଁନ୍ତି । କିଭଳି କିଭଳି ଉପମା ଦେଉଛନ୍ତି । ତୁମମାନଙ୍କ ବୁଦ୍ଧିରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ଭରି ରହିଛି । ତୁମେ ଏକଥା ଭଲ ଭାବରେ ସ୍ମୃତିରେ ରଖ ଯେ ଆମେ ବିଶ୍ୱରେ ସୁଖ ଶାନ୍ତି ସ୍ଥାପନ କରୁଛୁ । ଯିଏ ସହଯୋଗୀ ହେବେ ସେ ହିଁ ଉଚ୍ଚ ପଦ ପାଇବେ । ଏହା ମଧ୍ୟ ତୁମେ ଦେଖୁଛ ଯେ କିଏ କିଏ ସହଯୋଗୀ ହେଉଛନ୍ତି । ପ୍ରତ୍ୟେକ ନିଜକୁ ପଚାରିବା ଦରକାର - ଆମେ କ’ଣ କରୁଛୁ । ଆମେ ଛେଳି ମେଣ୍ଢା ଭଳି ନୁହଁ ତ! ମନୁଷ୍ୟମାନଙ୍କ ଭିତରେ କେତେ ଅହଂକାର ରହିଛି । ସର୍ବଦା ଫଁ ଫଁ ହେଉଛନ୍ତି । ତୁମମାନଙ୍କ ଭିତରେ ବାବାଙ୍କର ସ୍ମୃତି ରହିବା ଆବଶ୍ୟକ । ସେବା ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରିବାକୁ ହେବ । ତୁମେ କେବେ କାହାକୁ ବିରକ୍ତ କର ନାହିଁ କିମ୍ବା କାହା ଉପରେ ବିରକ୍ତ ହୁଅ ନାହିଁ । ତୁମ ଭିତରେ ଅହଂକାର ମଧ୍ୟ ରହିବା ଉଚିତ୍ ନୁହେଁ । ମୁଁ ଏସବୁ କରୁଛି, ମୁଁ ଏତେ ବୁଦ୍ଧିମାନ, ଏଭଳି ବିଚାର ଆସିବା ମଧ୍ୟ ଦେହ-ଅଭିମାନ । ତେବେ ସେମାନଙ୍କର ଚାଲିଚଳନ ମଧ୍ୟ ସେହିଭଳି ହୋଇଯାଏ, ଯାହା ଦ୍ୱାରା ଲଜ୍ୟା ଆସିଥାଏ । ନଚେତ୍ ତୁମ ଭଳି ସୁଖ ଆଉ କାହାକୁ ପ୍ରାପ୍ତ ହୋଇ ପାରିବ ନାହିଁ । ଏକଥା ବୁଦ୍ଧିରେ ରହିଲେ ତୁମର ଚେହେରା ଚମକି ଉଠିବ । ସେବା କେନ୍ଦ୍ରରେ କେହି ମହାରଥୀ, କେହି ଅଶ୍ୱାରୋହୀ ଓ କେହି ପଦାତିକଥା’ନ୍ତି । ଏଥିପାଇଁ ବୁଦ୍ଧି ବିଶାଳ ହେବା ଆବଶ୍ୟକ । ଭିନ୍ନ ଭିନ୍ନ ପ୍ରକାରର ବ୍ରାହ୍ମଣୀ ଅର୍ଥାତ୍ ସଞ୍ଚାଳିକା ମଧ୍ୟ ଅଛନ୍ତି । କେହି ତ ବହୁତ ସହଯୋଗୀ ହୋଇଥା’ନ୍ତି । ସେବାରେ ବହୁତ ଖୁସି ହୋଇଥା’ନ୍ତି । ତେବେ ତୁମକୁ ବହୁତ ନିଶା ରହିବା ଦରକାର । ଯଦି ସେବା ନ କରିବ ତେବେ କି ପଦ ପାଇବ । ମାତା ପିତାଙ୍କ ହୃଦୟରେ ପିଲାଙ୍କ ପାଇଁ କେତେ ସମ୍ମାନ ରହିଛି । କିନ୍ତୁ ପିଲାମାନେ ନିଜେ ନିଜର ସମ୍ମାନ ରଖୁନାହାଁନ୍ତି ତେବେ ବାବା କ’ଣ କହିବେ?

ତୁମମାନଙ୍କୁ ବହୁତ କମ ଶବ୍ଦରେ ବାବାଙ୍କ ସନ୍ଦେଶ ଦେବାକୁ ହେବ । କୁହ, ବାବା କହୁଛନ୍ତି ମନମନାଭବ । ଗୀତାରେ ଅଟାରେ ଥିବା ଲୁଣ ମାତ୍ରାରେ କିଛି ଶବ୍ଦ ଠିକ୍ ଅଛି । ଏହି ସମଗ୍ର ଦୁନିଆ କେତେ ବିଶାଳ, ଏକଥା ବୁଦ୍ଧିରେ ରହିବା ଦରକାର । କେତେ ବଡ ଦୁନିଆ ଏଠାରେ କେତେ ମନୁଷ୍ୟ ଅଛନ୍ତି, କିନ୍ତୁ ଏ ସବୁ କିଛି ବି ରହିବ ନାହିଁ । କୌଣସି ଭୂଖଣ୍ଡର ଚିହ୍ନ ବର୍ଣ୍ଣ ରହିବ ନାହିଁ । ଆମେ ସ୍ୱର୍ଗର ମାଲିକ ହେଉଛୁ, ତେଣୁ ଆମକୁ ଦିନ ରାତି ଖୁସିରେ ରହିବା ଆବଶ୍ୟକ । ଜ୍ଞାନ ତ ବହୁତ ସହଜ କିନ୍ତୁ ଜ୍ଞାନ ବୁଝାଉଥିବା ଆତ୍ମା ବହୁତ ଚତୁର ହୋଇଥିବା ଦରକାର । ବୁଝାଇବା ପାଇଁ ଅନେକ ପ୍ରକାରର ଯୁକ୍ତି ରହିଛି । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ କୁଟନିତିଜ୍ଞ କରୁଛି । ସେମାନେ ଆମ୍ବାସାଡାରକୁ କୁଟନିତିଜ୍ଞ କହିଥାଆନ୍ତି । ତେଣୁ ପିଲାମାନଙ୍କର ଏକଥା ସ୍ମୃତିରେ ରହିବା ଆବଶ୍ୟକ, ଓହୋ, ବିଶ୍ୱ ପିତା ଆମକୁ ନିର୍ଦ୍ଦେଶ ଦେଉଛନ୍ତି । ତୁମେ ଧାରଣ କରି ପୁଣି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେଉଛ । ତୁମମାନଙ୍କ ବ୍ୟତୀତ ସାରା ସଂସାର ନାସ୍ତିକ ଅଟେ । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁଯାୟୀ ଅଛନ୍ତି । କେହି କେହି ନାସ୍ତିକ ମଧ୍ୟ ଅଛନ୍ତି । ଯେଉଁମାନେ ବାବାଙ୍କୁ ମନେ ପକାଉ ନାହାଁନ୍ତି । ସେମାନେ ନିଜେ କହିଥା’ନ୍ତି ଯେ - ବାବା ଆମେ ଆପଣଙ୍କୁ ଭୁଲିଯାଉଛୁ, ତେବେ ନାସ୍ତିକ ହେଲେ ନା । ଏଭଳି ପିତା ଯିଏ ଆମକୁ ସାହେବଜାଦେ କରୁଛନ୍ତି, ସେ ମନେ ପଡୁ ନାହାଁନ୍ତି, ଏ ସବୁ ମଧ୍ୟ ବୁଝିବା ପାଇଁ, ବହୁତ ବିଶାଳ ବୁଦ୍ଧି ଦରକାର । ବାବା କହୁଛନ୍ତି ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସିଥାଏ । ତୁମମାନଙ୍କ ଦ୍ୱାରା ହିଁ ଏହି କାର୍ଯ୍ୟ କରାଉଛି । ତୁମେମାନେ କେତେ ଭଲ ଭଲ ଯୋଦ୍ଧା ଅଟ । “ବନ୍ଦେ ମାତରମ୍‌” ତୁମ ପାଇଁ ହିଁ ଗାୟନ ରହିଛି । ତୁମେ ହିଁ ପୂଜ୍ୟ ଥିଲ ପୁଣି ପୂଜାରୀ ହୋଇଛ । ଏବେ ଶ୍ରୀମତ ଆଧାରରେ ପୁଣି ଥରେ ପୂଜ୍ୟ ହେଉଛ । ତେଣୁ ତୁମମାନଙ୍କୁ ବହୁତ ଶାନ୍ତିର ସହ ସେବା କରିବା ଆବଶ୍ୟକ । ତୁମେ ଅଶାନ୍ତ ହେବା ଉଚିତ୍ ନୁହେଁ । ଯାହାଙ୍କର ଶିରା ପ୍ରଶିରାରେ ଭୂତ ରହିଛି ଅର୍ଥାତ୍ ଯିଏ ସଂପୂର୍ଣ୍ଣ ରୂପେ ବିକାରର ବଶୀଭୂତ ସେ କି ପଦ ପାଇବ । ଲୋଭ ମଧ୍ୟ ବହୁତ ବଡ ଭୂତ । ବାବା ସବୁ କିଛି ଦେଖୁଛନ୍ତି, ପ୍ରତ୍ୟେକଙ୍କର ଚାଲିଚଳନ କେଉଁ ଭଳି । ବାବା କେତେ ନିଶା ଚଢାଉଛନ୍ତି, କିନ୍ତୁ କେହି କେହି ଆଦୌ ସେବା କରୁ ନାହାଁନ୍ତି । କେବଳ ଖାଇପିଇ ରହୁଛନ୍ତି, ତେଣୁ ସେମାନଙ୍କୁ ଭବିଷ୍ୟତ ୨୧ ଜନ୍ମ ସେବା କରିବାକୁ ପଡିବ । ସେଠାରେ ଦାସଦାସୀ ତ ରହିବେ ନା । ଅନ୍ତିମ ସମୟରେ ସମସ୍ତଙ୍କୁ ସାକ୍ଷାତ୍‌କାର ହେବ । ସେବାଧାରୀ ହିଁ ବାବାଙ୍କର ହୃଦୟ ସିଂହାସନର ଅଧିକାରୀ ହେବେ । କାହାକୁ ଅମରଲୋକବାସୀ କରାଇବା ଏହା ତୁମର ସେବା ଅଟେ । ବାବା ବହୁତ ସାହସ ଦେଉଛନ୍ତି କହୁଛନ୍ତି ଧାରଣା କର, କିନ୍ତୁ ଦେହ-ଅଭିମାନୀ ଧାରଣା କରିପାରିବେ ନାହିଁ । ତୁମେ ଜାଣିଛ, ବାବାଙ୍କୁ ମନେ ପକାଇ ଆମେ ବେଶ୍ୟାଳୟରୁ ଶିବାଳୟକୁ ଯାଉଛୁ । ତେଣୁ ସେହିଭଳି ହୋଇ ପ୍ରମାଣ ଦେବାକୁ ହେବ ।

ବାବା ତ ଚିଠିରେ ଲେଖୁଛନ୍ତି - ଅତି ସ୍ନେହୀ ଆତ୍ମିକ ସାହେବଜାଦେ, ଏବେ ଶ୍ରୀମତ ଆଧାରରେ ପରିଚାଳିତ ହୋଇ ମହାରଥୀ ହେଲେ ନିଶ୍ଚିତ ଭାବେ ସାହେବଜାଦେ ହେବ । ଏହା ତୁମର ଲକ୍ଷ୍ୟ-ଉଦ୍ଦେଶ୍ୟ ଅଟେ । ଏକମାତ୍ର ସତ୍ୟ ପିତା ହିଁ ତୁମକୁ ସବୁ କଥା ଭଲ ଭାବେ ବୁଝାଉଛନ୍ତି । ତୁମେ ସେବା କରି ଅନ୍ୟମାନଙ୍କର କଲ୍ୟାଣ କର । କିନ୍ତୁ ଯୋଗବଳ ନ ଥିବା କାରଣରୁ ଇଚ୍ଛା ରହିଥାଏ ଏହା ଦରକାର, ତାହା ଦରକାର । ସେହି ଖୁସି ରହୁ ନାହିଁ, କୁହାଯାଏ ଖୁସି ଭଳି ଖାଦ୍ୟ ନାହିଁ । ତେଣୁ ସାହେବଜାଦେମାନଙ୍କୁ ବହୁତ ଖୁସିରେ ରହିବା ଦରକାର । ଖୁସି ନ ରହିବା କାରଣରୁ ଅନେକ ପ୍ରକାରର କଥା ସମ୍ମୁଖକୁ ଆସୁଛି । ଆରେ, ବାବା ବିଶ୍ୱର ମାଲିକ କରାଉଛନ୍ତି, ବାକି ଆଉ କ’ଣ ଦରକାର । ପ୍ରତ୍ୟେକ ନିଜର ଅନ୍ତର୍ମନକୁ ପଚାରିବା ଦରକାର ଏତେ ଶ୍ରେଷ୍ଠ ମଧୁର ବାବାଙ୍କର ମୁଁ କି ସେବା କରୁଛି? ବାବା କହୁଛନ୍ତି - ସମସ୍ତଙ୍କୁ ସନ୍ଦେଶ ଦେଇଚାଲ ଯେ, ସାହେବ ଅର୍ଥାତ୍ ମାଲିକ ଆସିଛନ୍ତି, ବାସ୍ତବରେ ତୁମେ ସମସ୍ତେ ଭାଇ ଭାଇ ଅଟ । ଯଦିଓ କହିଥାଆନ୍ତି ଯେ ଆମେ ସମସ୍ତେ ଭାଇ ଭାଇ ତେଣୁ ପରସ୍ପରକୁ ସହଯୋଗ କରିବା ଦରକାର । ଏହି ଭାବନାରେ ଭାଇ ବୋଲି କହିଦେଇଥାଆନ୍ତି । ଏଠାରେ ତ ବାବା କହୁଛନ୍ତି - ତୁମେ ଏକ ପିତାଙ୍କର ସନ୍ତାନ ପରସ୍ପର ଭାଇ ଭାଇ ଅଟ । ବାବା ସ୍ୱର୍ଗର ରଚୟିତା, ପିଲାମାନଙ୍କ ଦ୍ୱାରା ସ୍ୱର୍ଗ ସ୍ଥାପନା କରୁଛନ୍ତି । ସେବାର ଭିନ୍ନ ଭିନ୍ନ ଯୁକ୍ତି ମଧ୍ୟ କହୁଛନ୍ତି । ମିତ୍ର ସମ୍ବନ୍ଧୀମାନଙ୍କୁ ବୁଝାଇବାକୁ ହେବ । ଦେଖ, ପିଲାମାନେ ବିଦେଶରେ ରହି ମଧ୍ୟ ସେବା କରୁଛନ୍ତି । ଦିନକୁ ଦିନ ଲୋକମାନେ ପ୍ରାକୃତିକ ବିପର୍ଯ୍ୟୟ ଦେଖି ଭାବିବେ - ମରିବା ପୂର୍ବରୁ ସ୍ୱର୍ଗର ସମ୍ପତ୍ତି ତ ନେଇ ନେବୁ । ପିଲାମାନେ ନିଜର ମିତ୍ର ସମ୍ବନ୍ଧୀଙ୍କୁ ମଧ୍ୟ ଜାଗ୍ରତ କରୁଛନ୍ତି । ପବିତ୍ରତାର ବ୍ରତକୁ ଧାରଣ କରୁଛନ୍ତି । କିନ୍ତୁ ନିରନ୍ତର ଭାଇ ଭାଇର ସ୍ମୃତି ରହିବା ମୁସ୍କିଲ ହେଉଛି । ବାବା ପିଲାମାନଙ୍କୁ ସାହେବଜାଦେ କହି କେତେ ସୁନ୍ଦର ଉପାଧି ଦେଉଛନ୍ତି । ତେବେ ନିଜକୁ ଅନୁଧ୍ୟାନ କରିବା ଦରକାର । ସେବା ନ କଲେ କି ପଦ ପାଇବୁ । ଯଦି କେହି ଯଜ୍ଞରେ କିଛି ସମ୍ପତ୍ତି ଅର୍ପଣ କଲେ ଏବଂ ତାହାକୁ ଖାଇ ପିଇ ଖର୍ଚ୍ଚ କରିଦେଲେ, ତେବେ ତାଙ୍କ ଖାତାରେ ଓଲଟା ପାପ ଜମା ହୋଇଥାଏ । ସେବା କରୁଥିବା ଆତ୍ମାଙ୍କ ଭିତରେ କେବେହେଲେ ଏ ସଂକଳ୍ପ ଆସିବା ଉଚିତ୍ ନୁହେଁ ଯେ ମୁଁ ଏତେ ଦେଇଛି । ଦେଇଥିବା ଧନ ଦ୍ୱାରା ସମସ୍ତଙ୍କର ପ୍ରତିପୋଷଣ ହୋଇଥାଏ । ତେଣୁ ସହଯୋଗ କରିଥିବା ଆତ୍ମାଙ୍କର ଖାତିରି କରାଯାଇଥାଏ । ତେଣୁ ତାଙ୍କୁ ବୁଝାଇବା ଦରକାର ଯେ, ସେ ଆମର ଖାଦ୍ୟ ପାନୀୟର ବ୍ୟବସ୍ଥା କରୁଛନ୍ତି । ଆତ୍ମିକ ସନ୍ତାନମାନେ ତୁମକୁ ଭୋଜନ ଦେଉଛନ୍ତି । ତୁମେ ତାଙ୍କର ସେବା କରୁଛ । କାୟ-ମନୋ-ବାକ୍ୟରେ ତାଙ୍କର ସେବା ନ କଲେ ସେ କିଭଳି ଖୁସି ହେବେ । ଶିବବାବାଙ୍କ ସ୍ମୃତିରେ ଭୋଜନ ପ୍ରସ୍ତୁତ କଲେ ଶକ୍ତି ମିଳିବ । ତେବେ ନିଜର ଅନ୍ତର୍ମନକୁ ପଚାରିବା ଦରକାର ଯେ, ମୁଁ ସମସ୍ତଙ୍କୁ ସନ୍ତୁଷ୍ଟ କରୁଛି । ମହାରଥୀ ସନ୍ତାନମାନେ କେତେ ସେବା କରୁଛନ୍ତି । ବାବା ରେକ୍ସିନ୍ (ପ୍ରିଣ୍ଟିଙ୍ଗ୍‌) କପଡାରେ ଚିତ୍ର ତିଆରି କରାଉଛନ୍ତି । ତାହା କେବେହେଲେ ଚିରିବ ନାହିଁ କିମ୍ବା ରଙ୍ଗ ଉଡିବ ନାହିଁ । ବାବାଙ୍କର ଏଭଳି ସନ୍ତାନମାନେ ଅଛନ୍ତି ଯେଉଁମାନେ ସ୍ୱତଃ ପ୍ରବୃତ୍ତ ଭାବେ ସେବାରେ ସହଯୋଗୀ ହେଉଛନ୍ତି । ବାବା ପଇସା କେଉଁଠୁ ଆଣିବେ । ଏତେ ସେବାକେନ୍ଦ୍ର କିପରି ପରିଚାଳିତ ହେଉଛି । ପିଲାମାନେ ହିଁ ପରିଚାଳିତ କରୁଛନ୍ତି ନା । ଶିବବାବା କହୁଛନ୍ତି ମୋ ପାଖରେ ତ କାଣି କଉଡିଟିଏ ମଧ୍ୟ ନାହିଁ । ନିକଟ ଭବିଷ୍ୟତରେ ତୁମକୁ ସେମାନେ ନିଜ ତରଫରୁ କହିବେ ଯେ - ଆମର ଘରକୁ ସେବାରେ ଲଗାଅ । ତୁମେ କହିବ ବିଳମ୍ବ ହୋଇଗଲା । ବାବା ତ ଦୀନବନ୍ଧୁ ଅଟନ୍ତି । ଗରିବ ପାଖରେ ପଇସା କେଉଁଠୁ ଆସିବ । କେହି କେହି କୋଟିପତି, ପଦମପତି ମଧ୍ୟ ଅଛନ୍ତି । ତାଙ୍କ ପାଇଁ ତ ଏହିଠାରେ ହିଁ ସ୍ୱର୍ଗ । ଏ ସବୁ ମାୟାର ଆଡମ୍ବର । ତେବେ ସେମାନଙ୍କର ଅଧପତନ ହେଉଛି । ବାବା କହୁଛନ୍ତି ତୁମେ ପ୍ରଥମେ ସାହେବଜାଦେ ହୋଇ ପୁଣି ସାହଜାଦେ ହେବ ଅର୍ଥାତ୍ ସାହେବଙ୍କ ସନ୍ତାନ ହୋଇ ପୁଣି ସମ୍ରାଟ ହେବ । କିନ୍ତୁ ସେଥିପାଇଁ ସେବାର ପ୍ରତ୍ୟକ୍ଷ ପ୍ରମାଣ ଦେବାକୁ ହେବ ଏବଂ ବହୁତ ଖୁସିରେ ମଧ୍ୟ ରହିବାକୁ ହେବ । ଆମେ ସାହେବଜାଦେ ପୁଣି ସାହଜାଦେ ହେବୁ । ସାହଜାଦେ ବା ସମ୍ରାଟ ହେବା ପାଇଁ ହେଲେ ବହୁତ ଆତ୍ମାମାନଙ୍କର କଲ୍ୟାଣ କରିବାକୁ ହେବ । ତେବେ ଖୁସିର ପାରଦ କେତେ ଉଚ୍ଚରେ ରହିବା ଆବଶ୍ୟକ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କାହାକୁ କେବେ ବି ଅସନ୍ତୁଷ୍ଟ କରିବାର ନାହିଁ କି ନିଜେ ଅସନ୍ତୁଷ୍ଟ ହେବାର ନାହିଁ । ନିଜର ଚତୁରତାର ବା ସେବା କରିବାର ଅହଂକାର ଦେଖାଇବାର ନାହିଁ । ବାବା ଯେପରି ପିଲାମାନଙ୍କୁ ସମ୍ମାନ ଦେଉଛନ୍ତି ସେହିପରି ନିଜେ ନିଜକୁ ସମ୍ମାନ ଦେବାର ଅଛି ।

(୨) ଯୋଗବଳ ଦ୍ୱାରା ନିଜର ସମସ୍ତ ଇଚ୍ଛାକୁ ସମାପ୍ତ କରିବାକୁ ହେବ । ସର୍ବଦା ଏହି ଖୁସିରେ ଏବଂ ନିଶାରେ ରହିବାକୁ ହେବ ଯେ ଆମେ ସାହେବଙ୍କର ସନ୍ତାନ ହିସାବରେ ରାଜକୁମାର ରାଜକୁମାରୀ ହେବାକୁ ଯାଉଛୁ । ସଦାସର୍ବଦା ଶାନ୍ତିରେ ରହି ସେବା କରିବାକୁ ହେବ । ଶିରା ପ୍ରଶିରା ଭିତରେ ଯେଉଁ ବିକାର ରୂପୀ ଭୂତ ଗୁଡିକ ଭରି ରହିଛି ସେଗୁଡିକୁ ବାହାର କରିଦେବାକୁ ହେବ ।

ବରଦାନ:-
ବ୍ରାହ୍ମଣ ଜୀବନରେ ବାବାଙ୍କ ଦ୍ୱାରା ଆଲୋକର ମୁକୁଟ ପ୍ରାପ୍ତ କରୁଥିବା ମହାନ ଭାଗ୍ୟବାନ ଆତ୍ମା ହୁଅ ।

ସଂଗମଯୁଗୀ ବ୍ରାହ୍ମଣ ଜୀବନର ବିଶେଷତା ହେଲା “ପବିତ୍ରତା” ଏବଂ ପବିତ୍ରତାର ଚିହ୍ନ ହେଲା ଆଲୋକର ମୁକୁଟ ଯାହାକି ବାବାଙ୍କ ଦ୍ୱାରା ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାକୁ ପ୍ରାପ୍ତ ହୋଇଥାଏ । ତେବେ ପବିତ୍ରତାର ଆଲୋକର ଏହି ମୁକୁଟ ସତ୍ୟଯୁଗର ରତ୍ନ ଜଡିତ ମୁକୁଟ ଠାରୁ ମଧ୍ୟ ଅତିଶ୍ରେଷ୍ଠ ଅଟେ । ଏହା ହେଉଛି ମହାନ ଆତ୍ମା, ପରମାତ୍ମ ଭାଗ୍ୟବାନ ଆତ୍ମା ଏବଂ ଉଚ୍ଚରୁ ଉଚ୍ଚ ଆତ୍ମାମାନଙ୍କର ଚିହ୍ନ । ବାପଦାଦା ପ୍ରତ୍ୟେକ ସନ୍ତାନକୁ ଜନ୍ମ ହେବା ମାତ୍ରକେ “ପବିତ୍ର ଭବ”ର ବରଦାନ ଦେଇଥାଆନ୍ତି ଯାହାର ସୂଚକ ହେଲା ଆଲୋକର ମୁକୁଟ ।

ସ୍ଲୋଗାନ:-
ନିଜର ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ଇଚ୍ଛା ଗୁଡିକର ଅଧୀନ ହୋଇ ଦୁଃଖୀ ହେଉଥିବା ଆତ୍ମା ମାନଙ୍କର ଦୁଃଖ ଦୂର କର।