05.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବେହଦର ସୁଖ ପାଇବା ପାଇଁ ତୁମକୁ ବେହଦର ଜ୍ଞାନ ମିଳୁଛି, ତୁମେମାନେ ରାଜଯୋଗର ଶିକ୍ଷା ଦ୍ୱାରା ପୁର୍ନବାର ରାଜତ୍ୱ ନେଉଛ ।”

ପ୍ରଶ୍ନ:-
ତୁମର ଈଶ୍ୱରୀୟ କୁଟୁମ୍ବ କେଉଁ କଥାରେ ସଂପୂର୍ଣ୍ଣ ଭିନ୍ନ ଅଟେ?

ଉତ୍ତର:-
ଏହି ଈଶ୍ୱରୀୟ କୁଟୁମ୍ବରେ ଅର୍ଥାତ୍ ପରିବାରରେ କେହି ଗୋଟିଏ ଦିନର ସନ୍ତାନ, କେହି ୮ ଦିନର ସନ୍ତାନ କିନ୍ତୁ ସମସ୍ତେ ପାଠ ପଢୁଛନ୍ତି । ବାବା ହିଁ ଶିକ୍ଷକ ହୋଇ ନିଜର ସନ୍ତାନମାନଙ୍କୁ ପଢାଉଛନ୍ତି । ଏହା ହିଁ ଭିନ୍ନତା ଅଟେ । ଏଠାରେ ଆତ୍ମା ହିଁ ପାଠ ପଢୁଛି । ଆତ୍ମା ହିଁ କହୁଛି ବାବା, ବାବା ପୁଣି ପିଲମାନଙ୍କୁ ୮୪ ଜନ୍ମର କାହାଣୀ ଶୁଣାଉଛନ୍ତି ।

ଗୀତ:-
ଦୂର ଦେଶ କା ରହନେ ବାଲା...

ଓମ୍ ଶାନ୍ତି ।
ବୃକ୍ଷପତି ବାର, ତା’ର ନାମ ରଖି ଦେଇଛନ୍ତି ବୃହସ୍ପତି । ଏହି ପର୍ବ ଆଦି ବର୍ଷ-ବର୍ଷ ପାଳନ କରୁଛନ୍ତି । ତୁମେ ପ୍ରତ୍ୟେକ ସପ୍ତାହରେ ବୃହସ୍ପତି ଦିନ (ଗୁରୁବାର) ପାଳନ କରୁଛ । ବୃକ୍ଷପତି ଅର୍ଥାତ୍ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ଯିଏ ବୀଜରୂପ ଅଟନ୍ତି, ଚୈତନ୍ୟ ଅଟନ୍ତି, ସେ ହିଁ ଏହି ବୃକ୍ଷର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି, ଆଉ ଯେଉଁ ସବୁ ବୃକ୍ଷ ଅଛନ୍ତି ସେ ସବୁ ହେଲେ ଜଡ । ଏହା ଚୈତନ୍ୟ, ଏହାକୁ କଳ୍ପ ବୃକ୍ଷ କୁହାଯାଉଛି । ଏହାର ଆୟୁ ୫ ହଜାର ବର୍ଷ ଏବଂ ଏହି ବୃକ୍ଷ ୪ ଭାଗରେ ବିଭକ୍ତ । ପ୍ରତ୍ୟେକ ଜିନିଷ ୪ ଭାଗରେ ବିଭକ୍ତ । ଏହି ଦୁନିଆ ମଧ୍ୟ ୪ ଭାଗରେ ବିଭକ୍ତ । ବର୍ତ୍ତମାନ ଏହି ପୁରୁଣା ଦୁନିଆର ଅନ୍ତ ସମୟ । ଦୁନିଆ କେତେ ବଡ, ଏହି ଜ୍ଞାନ କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ନାହିଁ । ଏହା ନୂଆ ଦୁନିଆ ପାଇଁ ନୂଆ ଶିକ୍ଷା । ପୁଣି ନୂଆ ଦୁନିଆର ରାଜା ହେବା ପାଇଁ ଅଥବା ଆଦି ସନାତନ ଦେବୀ-ଦେବତା ହେବା ପାଇଁ ଶିକ୍ଷା ମଧ୍ୟ ନୂଆ ଅଟେ । ଭାଷା ତ ହିନ୍ଦୀ ହିଁ ଅଟେ । ବାବା ବୁଝାଉଛନ୍ତି ଯେବେ ଅନ୍ୟ ରାଜ୍ୟ ସ୍ଥାପନ ହେବ ପୁଣି ତା’ର ଭାଷା ଅଲଗା ହେବ । ସତ୍ୟଯୁଗରେ କେଉଁ ଭାଷା ରହିବ? ତାହା ପିଲାମାନେ ଅଳ୍ପ-ଅଳ୍ପ ଜାଣିଛନ୍ତି । ଆଗରୁ କନ୍ୟାମାନେ ଧ୍ୟାନରେ ଯାଇ ସତ୍ୟଯୁଗ ବିଷୟରେ ବତାଉଥିଲେ । ସେଠାରେ କୌଣସି ସଂସ୍କୃତ ଭାଷା ରହିବ ନାହିଁ । ସଂସ୍କୃତ ଦ୍ୱାପର ଓ କଳିଯୁଗରେ ହିଁ ଅଛି । ଯାହା ଏଠାରେ ଅଛି ତାହା ସେଠାରେ ରହିବ ନାହିଁ । ତେଣୁ ପିଲାମାନେ ଜାଣିଛନ୍ତି ଇଏ ହେଲେ ବୃକ୍ଷପତି । ତାଙ୍କୁ ବୃକ୍ଷର ରଚୟିତା ପିତା ମଧ୍ୟ କୁହାଯାଉଛି । ଇଏ ହେଲେ ଚୈତନ୍ୟ ବୀଜରୂପ । ସେମାନେ ହେଲେ ଜଡ । ପିଲାମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତ ମଧ୍ୟ ଜାଣିବା ଦରକାର ନା । ବର୍ତ୍ତମାନ ଜ୍ଞାନ ନ ଥିବାରୁ ମନୁଷ୍ୟ ସୁଖୀ ହୋଇପାରୁ ନାହାଁନ୍ତି । ଏହା ବେହଦର ଜ୍ଞାନ, ଯାହା ଦ୍ୱାରା ବେହଦର ସୁଖ ମିଳୁଛି । ହଦର ଜ୍ଞାନ ଦ୍ୱାରା କାଗ ବିଷ୍ଠା ସମାନ କ୍ଷଣ ଭଙ୍ଗୁର ସୁଖ ମିଳୁଛି । ତୁମେ ଜାଣିଛ ଆମେ ପୁନର୍ବାର ବେହଦ ସୁଖ ପାଇଁ ପୁରୁଷାର୍ଥ କରୁଛୁ । ଏହି ‘ପୁର୍ନବାର’ ଅକ୍ଷର କେବଳ ତୁମେ ହିଁ ଶୁଣୁଛ । ତୁମେ ହିଁ ପୁନର୍ବାର ମନୁଷ୍ୟରୁ ଦେବତା ହେବା ପାଇଁ ଏହି ରାଜଯୋଗ ଶିକ୍ଷା ପ୍ରାପ୍ତ କରୁଛ । ଏ କଥା ମଧ୍ୟ ତୁମେ ଜାଣିଛ ଜ୍ଞାନର ସାଗର ବାବା ନିରାକାର ଅଟନ୍ତି । ଆତ୍ମାମାନେ ନିରାକାରୀ ଅଟନ୍ତି, କିନ୍ତୁ ଅଭିନୟ ପାଇଁ ସମସ୍ତଙ୍କର ନିଜ ନିଜର ଶରୀର ରହିଛି, ବର୍ତ୍ତମାନର ଜନ୍ମକୁ ଅଲୌକିକ ଜନ୍ମ କୁହାଯାଉଛି । ଆଉ କୌଣସି ମନୁଷ୍ୟ ଏପରି ଜନ୍ମ ନେଇପାରିବେ ନାହିଁ । ଯେପରି ଏଇ ବ୍ରହ୍ମା ନେଉଛନ୍ତି ଏବଂ ଏହାଙ୍କର ବାନପ୍ରସ୍ଥ ଅବସ୍ଥାରେ ଶିବବାବା ପ୍ରବେଶ କରୁଛନ୍ତି । ତୁମ ପିଲାମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ସମ୍ମୁଖରେ ବସି ବୁଝାଉଛନ୍ତି, ତୁମ ବ୍ୟତୀତ ଅନ୍ୟ ଆତ୍ମାମାନଙ୍କୁ ବଚ୍ଚେ ଅର୍ଥାତ୍ ପିଲାମାନେ ବୋଲି କହିପାରିବେ ନାହିଁ । ଯେ କୌଣସି ଧର୍ମାବଲମ୍ବୀ ହେଲେ ମଧ୍ୟ ଜାଣିଛନ୍ତି ଶିବବାବା ଆମ ଆତ୍ମାମାନଙ୍କର ପିତା, ସେ ତ ନିଶ୍ଚୟ ପିଲାମାନେ ପିଲାମାନେ ହିଁ କହିବେ । ବାକି କୌଣସି ମନୁଷ୍ୟ ଆତ୍ମାକୁ ଈଶ୍ୱର ବୋଲି କୁହାଯିବ ନାହିଁ । ବାବା ମଧ୍ୟ କହିପାରିବା ନାହିଁ । ଏମିତି ତ ଗାନ୍ଧୀଙ୍କୁ ମଧ୍ୟ ବାପୁ ବୋଲି କହୁଥିଲେ । ମ୍ୟୁନ୍‌ସିପାଲଟିର ମେୟରଙ୍କୁ ମଧ୍ୟ ଫାଦର କହି ଦେଉଛନ୍ତି । କିନ୍ତୁ ସେହି ପିତାମାନେ ସମସ୍ତେ ହେଲେ ଦେହଧାରୀ । ତୁମେ ଜାଣିଛ ଆମ ଆତ୍ମାମାନଙ୍କର ପିତା ଆମକୁ ପଢାଉଛନ୍ତି । ବାବା ଘଡି ଘଡି କହୁଛନ୍ତି ନିଜକୁ ଆତ୍ମା ଭାବ । ସେହି ବାବା ଆସି ଆତ୍ମାମାନଙ୍କୁ ହିଁ ପଢାଉଛନ୍ତି । ଏହା ଈଶ୍ୱରୀୟ କୁଟୁମ୍ବ ଅଟେ । ବାବାଙ୍କର ଏତେ ଢେର ସନ୍ତାନ ଅଛନ୍ତି । ତୁମେ ମଧ୍ୟ କହୁଛ ବାବା ମୁଁ ଆପଣଙ୍କର ଅଟେ । ତୁମେ ସନ୍ତାନ ହୋଇଗଲ । କହୁଛନ୍ତି ବାବା ମୁଁ ଗୋଟିଏ ଦିନର ସନ୍ତାନ, ୮ ଦିନର ସନ୍ତାନ, ମାସକର ସନ୍ତାନ । ସନ୍ତାନ ପ୍ରଥମେ ନିଶ୍ଚୟ ଛୋଟ ହିଁ ହେବେ । କିନ୍ତୁ ୨-୪ ଦିନର ସନ୍ତାନ ହୋଇଥିଲେ ମଧ୍ୟ କର୍ମେନ୍ଦ୍ରିୟ ତ ବଡ ଅଟେ ନା, ସେଥିପାଇଁ ପ୍ରତ୍ୟେକ ସନ୍ତାନମାନଙ୍କୁ ପାଠପଢା ଦରକାର । ଆସୁଥିବା ପ୍ରତ୍ୟେକ ପିଲାମାନଙ୍କୁ ବାବା ପଢାଉଛନ୍ତି । ତୁମେମାନେ ମଧ୍ୟ ପଢୁଛ । ବାବାଙ୍କର ସନ୍ତାନ ହେଲ, ତେଣୁ ବାବା ବୁଝାଉଛନ୍ତି, ତୁମେ ୮୪ ଜନ୍ମ କିପରି ନେଉଛ? ବାବା କହୁଛନ୍ତି ମୁଁ ମଧ୍ୟ ବହୁତ ଜନ୍ମର ଅନ୍ତରେ ଏହାଙ୍କ ଶରୀରରେ ପ୍ରବେଶ କରୁଛି ଏବଂ ପଢାଉଛି । ପିଲାମାନେ ଜାଣିଛନ୍ତି ଏଠାକୁ ଆମେ ସର୍ବୋଚ୍ଚ ଶିକ୍ଷକଙ୍କ ପାଖକୁ ଆସିଛୁ । ଯାହାଙ୍କ ନିକଟରୁ ଶିକ୍ଷା ନେଇ ଏହି ଶିକ୍ଷିକାମାନେ ଅର୍ଥାତ୍ ନିମିତ୍ତ ଭଉଣୀମାନେ ସେବା ନିମନ୍ତେ ପ୍ରସ୍ତୁତ ହୋଇଛନ୍ତି, ଯାହାଙ୍କୁ ପଣ୍ଡା କୁହାଯାଉଛି । ସେମାନେ ମଧ୍ୟ ସମସ୍ତଙ୍କୁ ପଢାଉଛନ୍ତି । ଯିଏ-ଯିଏ ବାବାଙ୍କୁ ଜାଣିଯିବେ, ପଢିବାରେ ଲାଗିପଡିବେ ।

ପ୍ରଥମେ-ପ୍ରଥମେ ତ ଏହି କଥା ବୁଝାଇବାକୁ ହେବ ଯେ, ପ୍ରତ୍ୟେକଙ୍କର ଦୁଇଜଣ ପିତା ଅଛନ୍ତି ନା । ଜଣେ ଲୌକିକ ଆଉ ଜଣେ ପାରଲୌକିକ । ପାରଲୌକିକ ପିତା ତ ନିଶ୍ଚିତ ବଡ ହେଲେ । ଯାହାଙ୍କୁ ଭଗବାନ କୁହାଯାଉଛି । ତୁମେ ଜାଣିଛ ଏବେ ଆମକୁ ପାରଲୌକିକ ପିତା ମିଳିଛନ୍ତି । ଆଉ କାହାକୁ ଏ କଥା ଜଣା ନାହିଁ । ଧିରେ ଧିରେ ସମସ୍ତେ ଜାଣିଯିବେ । ତୁମେ ପିଲାମାନେ ଜାଣିଛ ଆମ ଆତ୍ମାମାନଙ୍କୁ ବାବା ପଢାଉଛନ୍ତି । ଆମେ ଆତ୍ମାମାନେ ହିଁ ଗୋଟିଏ ଶରୀର ଛାଡି ପୁଣି ଆଉ ଗୋଟିଏ ନେବୁ । ଉଚ୍ଚରୁ ଉଚ୍ଚ ଦେବତା ହେବୁ । ଏଠାକୁ ଉଚ୍ଚରୁ ଉଚ୍ଚ ହେବା ପାଇଁ ଆସିଛୁ । କେତେକ ସନ୍ତାନ ଚାଲୁ-ଚାଲୁ ସର୍ବୋଚ୍ଚ ପାଠପଢାକୁ ଛାଡିଦେଉଛନ୍ତି । କୌଣସି ନା କୌଣସି କଥାରେ ସଂଶୟ ଆସିଯାଉଛି ଅଥବା ମାୟାର କୌଣସି ତୋଫାନକୁ ସହନ କରିପାରୁ ନାହାଁନ୍ତି, କାମ ମହାଶତ୍ରୁଠାରୁ ହାରିଯାଉଛନ୍ତି, ଏହିସବୁ କାରଣରୁ ପାଠପଢା ଛାଡିଦେଉଛନ୍ତି । କାମ ମହାଶତ୍ରୁ କାରଣରୁ ହିଁ ପିଲାମାନଙ୍କୁ ବହୁତ ସହନ କରିବାକୁ ପଡୁଛି । ବାବା କହୁଛନ୍ତି କଳ୍ପ-କଳ୍ପ ତୁମେ ଅବଳାମାନେ ମାତାମାନେ ହିଁ ଡାକି ଆସିଛ । କହୁଛନ୍ତି ବାବା ଆମକୁ ନଗ୍ନ ହେବାରୁ ବଞ୍ଚାଅ । ବାବା କହୁଛନ୍ତି ମୋ ସ୍ମୃତି ବିନା ଅନ୍ୟ କୌଣସି ରାସ୍ତା ନାହିଁ । ଏହା ଦ୍ୱାରା ହିଁ ବଳ ଆସିବ ଏବଂ ମାୟା ବଳବାନ୍‌ର ଶକ୍ତି କମ୍ ହୋଇଯିବ ଯଦ୍ୱାରା ତୁମେ ମୁକ୍ତ ହୋଇଯିବ । ଏପରି ବହୁତ ବନ୍ଧନରୁ ମୁକ୍ତ ହୋଇ ଆସୁଛନ୍ତି । ପୁଣି ଅତ୍ୟାଚାର ହେବା ବନ୍ଦ ହୋଇଯାଉଛି, ପୁଣି ଆସି ଶିବବାବାଙ୍କ ସହିତ ବ୍ରହ୍ମାବାବାଙ୍କ ଦ୍ୱାରା କଥାବାର୍ତ୍ତା ହେଉଛନ୍ତି । ଏହା ଅଭ୍ୟାସ ହୋଇଯିବା ଉଚିତ୍ । ବୁଦ୍ଧିରେ ଏହା ରହିବା ଉଚିତ୍ ଯେ ଆମେ ଶିବବାବାଙ୍କ ପାଖକୁ ଯାଉଛୁ । ସେ ଏହି ବ୍ରହ୍ମାଙ୍କ ଶରୀରରେ ଆସୁଛନ୍ତି । ଆମେ ଶିବବାବାଙ୍କ ଆଗରେ ବସିଛୁ । ୟାଦ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ଏହି ଶିକ୍ଷା ମିଳୁଛି । ବାବାଙ୍କ ସହିତ ମିଶିବାକୁ ଆସିଲେ ମଧ୍ୟ ନିଜକୁ ଆତ୍ମା ଭାବ । ଆତ୍ମ-ଅଭିମାନୀ ହୁଅ । ଏହି ଜ୍ଞାନ ମଧ୍ୟ ତୁମକୁ ଏବେ ମିଳୁଛି । ଏହା ହିଁ ମେହନତ । ଭକ୍ତିମାର୍ଗରେ କେତେ ବେଦଶାସ୍ତ୍ର ଆଦି ପଢୁଛନ୍ତି, କିନ୍ତୁ ଏଠାରେ କେବଳ ୟାଦ କରିବା ହିଁ ମେହନତର କାର୍ଯ୍ୟ । ବାବାଙ୍କୁ ମନେ ପକାଇବା ସହଜରୁ ସହଜ, ଏବଂ ବହୁତ କଷ୍ଟରୁ କଷ୍ଟ ମଧ୍ୟ ଅଟେ । ବାବାଙ୍କୁ ୟାଦ କରିବା ଭଳି ସହଜ କଥା ଆଉ କିଛି ନାହିଁ । ସନ୍ତାନ ମୁଖରୁ ବାବା-ବାବା ବାହାରିଥାଏ । କନ୍ୟା ମୁଖରୁ ମା’ ଅକ୍ଷର ବାହାରିଥାଏ । ଆତ୍ମା ହିଁ ନାରୀର ଶରୀର ଧାରଣ କରିଛି । ଫିମେଲ (କନ୍ୟା) ମା ପାଖକୁ ହିଁ ଯିବ । ପୁତ୍ର ପ୍ରାୟତଃ ବାପକୁ ହିଁ ମନେ ପକାଏ କାହିଁକି ନା ସମ୍ପତ୍ତି ମିଳୁଛି । ତେବେ ତୁମେ ଆତ୍ମାମାନେ ତ ସମସ୍ତେ ପୁତ୍ର ହିଁ ଅଟ । ତୁମଙ୍କୁ ସମ୍ପତ୍ତି ମିଳୁଛି ପିତାଙ୍କଠାରୁ । ଆତ୍ମାକୁ ପିତାଙ୍କଠାରୁ ବର୍ସା ମିଳୁଛି, ୟାଦ କରିବା ଦ୍ୱାରା । ଦେହ-ଅଭିମାନୀ ହୋଇଥିଲେ ସମ୍ପତ୍ତି ପାଇବାରେ ମୁସକିଲ୍ ହେବ । ବାବା କହୁଛନ୍ତି ମୁଁ ସନ୍ତାନମାନଙ୍କୁ ହିଁ ପଢାଉଛି । ପିଲାମାନେ ମଧ୍ୟ ଜାଣିଛନ୍ତି ଆମମାନଙ୍କୁ ବାବା ପଢାଉଛନ୍ତି । ଏହି କଥା ବାବାଙ୍କ ବିନା ଆଉ କେହି କହିପାରିବେ ନାହିଁ । ତାଙ୍କ ସହିତ ହିଁ ଭକ୍ତିମାର୍ଗରେ ତୁମର ସ୍ନେହ ଥିଲା । ତୁମେ ସମସ୍ତେ ପ୍ରେମିକା ଥିଲ, ସେହି ପ୍ରେମିକଙ୍କର । ସାରା ସଂସାର ପ୍ରେମିକା ଅଟେ, ଏକମାତ୍ର ପ୍ରେମିକଙ୍କର । ପରମାତ୍ମାଙ୍କୁ ସମସ୍ତେ ପରମପିତା ମଧ୍ୟ କହୁଛନ୍ତି । ବାବାଙ୍କୁ ପ୍ରେମିକା କୁହାଯାଏ ନାହିଁ । ବାବା ବୁଝାଉଛନ୍ତି ତୁମେ ଭକ୍ତି ମାର୍ଗରେ ପ୍ରେମିକା ଥିଲ ଏବେ ମଧ୍ୟ ବହୁତ ଅଛନ୍ତି, କିନ୍ତୁ ପରମାତ୍ମା କାହାକୁ କୁହାଯାଏ, ଏଥିରେ ବହୁତ ଦ୍ୱନ୍ଦରେ ପଡୁଛନ୍ତି । ଗଣେଶ, ହନୁମାନ ଆଦିଙ୍କୁ ପରମାତ୍ମା କହି ଏକଦମ୍ ସୂତା ଅଡୁଆ କରିଦେଇଛନ୍ତି । ଜଣଙ୍କ ବିନା କେହି ମଧ୍ୟ ଠିକ୍ କରିପାରିବେ ନାହିଁ । କାହାର ଶକ୍ତି ନାହିଁ । ବାବା ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି । ପିଲାମାନେ ପୁଣି ପୁରୁଷାର୍ଥର କ୍ରମାନୁସାରେ ବୁଝୁଛନ୍ତି ଏବଂ ବୁଝାଇବାର ଯୋଗ୍ୟ ହେଉଛନ୍ତି । ରାଜଧାନୀ ସ୍ଥାପନ ହେଉଛି । ଅବିକଳ କଳ୍ପ ପୂର୍ବ ପରି ତୁମେ ଏଠାରେ ପଢୁଛ । ପୁଣି ପ୍ରାରବ୍ଧ ନୂଆ ଦୁନିଆରେ ପାଇବ । ଯାହାକୁ ଅମରଲୋକ କୁହାଯାଉଛି । ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ସେଠାରେ କେବେ ଅକାଳମୃତ୍ୟୁ ହେବ ନାହିଁ । ନାମ ହିଁ ହେଉଛି ସ୍ୱର୍ଗ । ତୁମେ ଏହି ପାଠପଢାରେ ବହୁତ ଖୁସି ହେବା ଦରକାର । ବାବାଙ୍କ ସ୍ମୃତି ଦ୍ୱାରା ବାବାଙ୍କର ସମ୍ପତ୍ତି ମଧ୍ୟ ମନେ ପଡିବ । ଗୋଟିଏ ସେକେଣ୍ଡରେ ସାରା ଡ୍ରାମାର ଜ୍ଞାନ ବୁଦ୍ଧିରେ ଆସିଯାଉଛି । ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନ ଓ ୮୪ଜନ୍ମର ଚକ୍ର, ବାସ୍ । ଏହି ସମ୍ପୂର୍ଣ୍ଣ ନାଟକଟି ଭାରତ ଉପରେ ହିଁ ଆଧାରିତ । ବାକି ସବୁ ହେଉଛନ୍ତି ବାଇପ୍ଲାଟ୍‌ସ୍ (ଶାଖା ପ୍ରଶାଖା) । ବାବା ଜ୍ଞାନ ମଧ୍ୟ ତୁମକୁ ଶୁଣାଉଛନ୍ତି । ତୁମେ ହିଁ ଉଚ୍ଚରୁ ଉଚ୍ଚ ପୁଣି ନୀଚ୍ଚ ହୋଇଛ । ଡବଲ ମୁକୁଟଧାରୀ ରାଜା ଏବଂ ପୁଣି ରାଜାରୁ ବିଲ୍‌କୁଲ୍ ରଙ୍କ । ଏବେ ଭାରତ ବିଲ୍‌କୁଲ୍ ରଙ୍କ ବା ଭିକାରୀ ଅଟେ । ପ୍ରଜାର ପ୍ରଜା ଉପରେ ରାଜ୍ୟ ଚାଲିଛି । ସତ୍ୟଯୁଗରେ ଡବଲ ମୁକୁଟଧାରୀ ମହାରାଜା-ମହାରାଣୀଙ୍କର ରାଜ୍ୟ ଥିଲା । ଏ କଥା ତ ସମସ୍ତେ ମାନୁଛନ୍ତି । ଆଦି ଦେବ ବ୍ରହ୍ମାଙ୍କର ବହୁତ ନାମ ଦେଇଛନ୍ତି । ମହାବୀର ମଧ୍ୟ ତାଙ୍କୁ କହୁଛନ୍ତି, ମହାବୀର ହନୁମାନଙ୍କୁ ମଧ୍ୟ କହୁଛନ୍ତି । ବାସ୍ତବରେ ତୁମେ ପିଲାମାନେ ହିଁ ସଚ୍ଚା-ସଚ୍ଚା ମହାବୀର ହନୁମାନ ଅଟ କାହିଁକି ନା ତୁମେ ଏତେ ଯୋଗଯୁକ୍ତ ସ୍ଥିତିରେ ରହୁଛ ଯାହା ଫଳରେ ମାୟାର ଯେତେ ବି ତୋଫାନ ଆସିଲେ ମଧ୍ୟ ତୁମକୁ ହଲାଇ ପାରିବ ନାହିଁ । ତୁମେ ମହାବୀରଙ୍କ ସନ୍ତାନ ମହାବୀର ହୋଇଛ କାହିଁକି ନା ତୁମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ୫ ବିକାର ରୂପୀ ରାବଣ ଉପରେ ପ୍ରତ୍ୟେକ ବିଜୟ ପ୍ରାପ୍ତ କରୁଛ । ଗୋଟିଏ ମନୁଷ୍ୟର କଥା ନୁହେଁ । ତୁମ ପ୍ରତ୍ୟେକଙ୍କୁ ଧନୁ ଭାଙ୍ଗିବାକୁ ହେବ ଅର୍ଥାତ୍ ମାୟା ଉପରେ ବିଜୟ ପାଇବାକୁ ହେବ । ଏଥିରେ ଲଢେଇ ଆଦିର କୌଣସି କଥା ନାହିଁ । ୟୁରୋପବାସୀ କିପରି ଲଢେଇ କରୁଛନ୍ତି । ଭାରତରେ କୌରବ ଏବଂ ଯବନ (ମୁସଲ୍‌ମାନ) ମାନଙ୍କର ଲଢେଇ ହେବ । ଗାୟନ ମଧ୍ୟ ରହିଛି ରକ୍ତର ନଦୀ ବହିବ । ଏହା ପରେ ଦୁଧର ନଦୀ ମଧ୍ୟ ବହିବ । ବିଷ୍ଣୁଙ୍କୁ କ୍ଷୀର ସାଗରରେ ଦର୍ଶାଇଛନ୍ତି । ଲକ୍ଷ୍ମୀ-ନାରାୟଣ ହେଲେ ପାରସନାଥ । ନେପାଳରେ ତାଙ୍କର ନାମ ପଶୁପତି ନାଥ ରଖି ଦେଇଛନ୍ତି । ତାହା ହିଁ ହେଉଛି ଏକ ବିଷ୍ଣୁଙ୍କର ଦୁଇଟି ରୂପ, ପାରସନାଥ-ପାରସନାଥିନୀ । ସେ ହେଉଛନ୍ତି ପଶୁପତିନାଥ ପତି, ପଶୁ ପତିନାଥ ପତ୍ନୀ । ସେଠାରେ ସେଥିରେ ବିଷ୍ଣୁଙ୍କ ଚିତ୍ର ତିଆରି କରିଛନ୍ତି । ହ୍ରଦ ମଧ୍ୟ ତିଆରି କରିଛନ୍ତି । ତେବେ ହ୍ରଦରେ କ୍ଷୀର କେଉଁଠାରୁ ଆସିବ । ପୂଜାପାର୍ବଣୀ ଦିନରେ ସେହି ହ୍ରଦରେ କ୍ଷୀର ଢାଳିଥାନ୍ତି । ପୁଣି ଦେଖାଇଥାଆନ୍ତି କ୍ଷୀର ସାଗରରେ ବିଷ୍ଣୁ ଶୋଇ ରହିଛନ୍ତି । ଅର୍ଥ କିଛି ହେଲେ ନାହିଁ । ୪ ଭୂଜାଧାରୀ ମନୁଷ୍ୟ ତ କେହି ନାହାଁନ୍ତି ।

ଏବେ ତୁମେ ପିଲାମାନେ ସୋସିଆଲ୍ ୱାର୍କର ଅର୍ଥାତ୍ ସମାଜ ସେବୀ ଅଟ, ରୁହାନୀ ବାବାଙ୍କର ସନ୍ତାନ ଅଟ ନା । ବାବା ସବୁ କଥା ବୁଝାଉଛନ୍ତି, ଏଥିରେ କୌଣସି ସଂଶୟ ଆସିବା ଅନୁଚିତ୍ । ସଂଶୟ ଆସିବା ଅର୍ଥ ମାୟାର ତୋଫାନ ଆସିବା । ତୁମେ ମୋତେ ଡାକିଛ ହେ ପତିତ-ପାବନ ଆସ, ଆସି ଆମକୁ ପବିତ୍ର କର । ବାବା କହୁଛନ୍ତି କେବଳ ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ୮୪ ଚକ୍ରକୁ ମଧ୍ୟ ମନେ ପକାଇବାକୁ ହେବ । ବାବାଙ୍କୁ କୁହାଯାଉଛି ପତିତ-ପାବନ, ଜ୍ଞାନର ସାଗର, ଦୁଇଟି କଥା ହୋଇଗଲା । ପତିତଙ୍କୁ ପବିତ୍ର କରୁଛନ୍ତି ଏବଂ ୮୪ ଚକ୍ରର ଜ୍ଞାନ ଶୁଣାଉଛନ୍ତି । ଏକଥା ମଧ୍ୟ ତୁମେ ଜାଣିଛ ଯେ ୮୪ର ଚକ୍ର ଘୂରି ଚାଲିବ, ଏହାର କେବେ ଅନ୍ତ ନାହିଁ । ଏ କଥା ମଧ୍ୟ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ - ବାବା କେତେ ମିଠା, ତାଙ୍କୁ ପତିମାନଙ୍କର ପତି ମଧ୍ୟ କୁହାଯାଉଛି । ପିତା ମଧ୍ୟ ଅଟନ୍ତି । ଏବେ ବାବା କହୁଛନ୍ତି ମୋଠାରୁ ତୁମକୁ ପ୍ରଚୁର ସମ୍ପତ୍ତି ମିଳୁଛି । ତଥାପି ମଧ୍ୟ ମୋ ପରି ବାବାକୁ ଛାଡପତ୍ର ଦେଇ ଦେଉଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି, ପାଠପଢାକୁ ହିଁ ଛାଡି ଦେଉଛନ୍ତି ଅର୍ଥାତ୍ ଛାଡପତ୍ର ଦେଉଛନ୍ତି, କେତେ ଅଜ୍ଞାନୀ ଅଟନ୍ତି । ବୁଦ୍ଧିମାନ ସନ୍ତାନମାନେ ସହଜରେ ସବୁ କଥାକୁ ବୁଝି ଅନ୍ୟକୁ ପଢାଇବାରେ ଲାଗିପଡିବେ । ସେମାନେ ତୁରନ୍ତ ନିର୍ଣ୍ଣୟ କରିବେ ଯେ ସେ ପାଠପଢାରେ କ’ଣ ମିଳିବ ଏବଂ ଏହି ପଢା ଦ୍ୱାରା ଆମକୁ କ’ଣ ମିଳୁଛି । କ’ଣ ପଢିବା ଉଚିତ୍ । ବାବା ସନ୍ତାନମାନଙ୍କୁ ପଚାରୁଛନ୍ତି, ପିଲାମାନେ ବୁଝୁଛନ୍ତି ଯେ ଏହି ପାଠପଢା ବହୁତ ଭଲ । ତଥାପି ମଧ୍ୟ କହୁଛନ୍ତି କ’ଣ କରିବୁ, ଲୌକିକ ପାଠ ନ ପଢିଲେ ମିତ୍ର-ସମ୍ବନ୍ଧୀ ସବୁ ନାରାଜ ହୋଇଯିବେ । ବାବା କହୁଛନ୍ତି - ଦିନକୁ ଦିନ ସମୟ ସରିସରି ଯାଉଛି । ଏତେ ପାଠ ତ ପଢିପାରିବ ନାହିଁ । ବହୁତ ଜୋରରେ ବିନାଶର ପ୍ରସ୍ତୁତି ଚାଲିଛି । ସବୁ ପ୍ରକାରର ପ୍ରସ୍ତୁତି ହେଉଛି ନା । ଦିନକୁ ଦିନ ପରସ୍ପର ମଧ୍ୟରେ ଶତ୍ରୁତା ବଢିଚାଲିଛି । କହୁଛନ୍ତି ମଧ୍ୟ ଏପରି ଜିନିଷ ତିଆରି କରୁଛୁ ଯାହା ଦ୍ୱାରା ତୁରନ୍ତ ସମସ୍ତଙ୍କୁ ଖଲାସ କରିଦେବୁ । ତୁମେ ଜାଣିଛ ଡ୍ରାମା ଅନୁସାରେ ଏବେ ଲଢେଇ ଲାଗିପାରିବ ନାହିଁ, ରାଜତ୍ୱ ସ୍ଥାପନ ହେବ ସେଥିପାଇଁ ଆମେ ମଧ୍ୟ ପ୍ରସ୍ତୁତ ହେଉଛୁ । ଇଏ ବ୍ରହ୍ମାବାବା ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଶେଷ ସମୟରେ ତୁମର ବହୁତ ପ୍ରଭାବ ଜଣାପଡିବ । ଗାୟନ ମଧ୍ୟ ଅଛି ଅହୋ ପ୍ରଭୁ ତୁମ ଲୀଳା । ଏହା ବର୍ତ୍ତମାନ ସମୟର ଗାୟନ ଅଟେ । ଏହା ମଧ୍ୟ ଗାୟନ ରହିଛି ଯେ ତୁମର ଗତି ଓ ମତ ଅଲଗା । ସମସ୍ତ ଆତ୍ମାଙ୍କର ପାର୍ଟ ଅଲଗା । ଏବେ ବାବା ତୁମକୁ ଶ୍ରୀମତ ଦେଉଛନ୍ତି ଯେ ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । କେଉଁଠି ଶ୍ରୀମତ, କେଉଁଠି ମନୁଷ୍ୟମାନଙ୍କର ମତ । ତୁମେ ଜାଣିଛ ବିଶ୍ୱରେ ଶାନ୍ତି କେବଳ ପରମପିତା ପରମାତ୍ମାଙ୍କ ବ୍ୟତୀତ କେହି ସ୍ଥାପନ କରିପାରିବେ ନାହିଁ । ୧୦୦ ଶତକଡା ପବିତ୍ରତା-ସୁଖ-ଶାନ୍ତି ୫ ହଜାର ବର୍ଷ ପୂର୍ବଭଳି, ଡ୍ରାମା ଅନୁସାରେ ପୁନଃ ସ୍ଥାପନ କରୁଛନ୍ତି । କିପରି? ତାହା ଆସି ବୁଝ । ତୁମେ ମଧ୍ୟ ସହଯୋଗୀ ହେଉଛ । ଯେଉଁମାନେ ବହୁତ ସହଯୋଗ କରିବେ ସେମାନେ ବିଜୟମାଳାର ଦାନା ହୋଇଯିବେ । ତୁମମାନଙ୍କର ନାମ ମଧ୍ୟ କେତେ ରମଣୀକ ଥିଲା । ସେହି ନାମର ତାଲିକା ଆଲବମ୍‌ରେ ରଖିଦେବା ଉଚିତ୍ । ତୁମେ ଭଟ୍ଟୀରେ ଥିଲ, ଘରଦ୍ୱାର ଛାଡି ଆସି ବାବାଙ୍କର ହୋଇଗଲ । ଏକଦମ ଭଟ୍ଟୀରେ ଆସି ରହିଲ । ଏପରି ପକ୍କା ଭଟ୍ଟୀ ଥିଲା ଯାହାକି ଭିତରକୁ କେହି ଅପବିତ୍ର ଆତ୍ମା ଆସିପାରୁ ନ ଥିଲେ । ବାବାଙ୍କର ହେବା ପରେ ନିଶ୍ଚୟ ନୂଆ ନାମ ହେବା ଦରକାର । ସବୁ କିଛି ଅର୍ପଣ କରିଦେଲ । ସେଥିପାଇଁ ନୂଆ ନାମ ରଖାଗଲା । ଆଶ୍ଚର୍ଯ୍ୟ ଅଟେ ନା - ବାବା ସମସ୍ତଙ୍କର ନୂଆ ନାମ ଦେଇଦେଲେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି କଥାରେ ସଂଶୟ ବୁଦ୍ଧି ହେବାର ନାହିଁ । ମାୟାର ତୋଫାନକୁ ମହାବୀର ହୋଇ ଅତିକ୍ରମ କରିବାକୁ ହେବ, ଏପରି ଯୋଗଯୁକ୍ତ ହୋଇ ରୁହ ଯାହାକି ମାୟାର ତୋଫାନ ତୁମକୁ ହଲଚଲ୍ କରିପାରିବ ନାହିଁ ।

(୨) ବୁଦ୍ଧିମାନ୍ ହୋଇ ନିଜର ଜୀବନକୁ ଈଶ୍ୱରୀୟ ସେବାରେ ଲଗାଇବାକୁ ହେବ । ସଚ୍ଚା-ସଚ୍ଚା ଆତ୍ମିକ ସମାଜସେବୀ ହେବାକୁ ପଡିବ । ଆତ୍ମିକ ପାଠ ପଢିବାକୁ ହେବ ଏବଂ ପଢାଇବାକୁ ହେବ ।

ବରଦାନ:-
ଅହମ୍ ଅର୍ଥାତ୍ ଅହଂକାର ଏବଂ ବହମ ଅର୍ଥାତ୍ ଭ୍ରାନ୍ତଧାରଣାକୁ ସମାପ୍ତ କରି ରହମଦିଲ୍ ଅର୍ଥାତ୍ ଦୟାଶୀଳ ହେଉଥିବା ବିଶ୍ୱକଲ୍ୟାଣକାରୀ ଆତ୍ମା ହୁଅ ।

କିପରି ବି ଅବଗୁଣବାଲା, କଡା ସଂସ୍କାରବାଲା, କମ୍‌ବୁଦ୍ଧିବାଲା, ସର୍ବଦା ନିନ୍ଦା କରିବାବାଲା ଆତ୍ମା ହେଉ ନା କାହିଁକି, ଯେଉଁମାନେ ଦୟାଳୁ ତଥା ବିଶ୍ୱକଲ୍ୟାଣକାରୀ ପିଲାମାନେ ଅଛନ୍ତି ସେମାନେ ସର୍ବ ଆତ୍ମାଙ୍କ ପ୍ରତି ‘ଲ ଫୁଲ୍ ଅର୍ଥାତ୍ ମର୍ଯ୍ୟାଦାଯୁକ୍ତ ହେବା ସହିତ ଲଭ୍‌ଫୁଲ୍ ଅର୍ଥାତ୍ ସ୍ନେହୀ ମଧ୍ୟ ହୋଇଥିବେ । ସେମାନେ କେବେ ବି ଏଭଳି ଭ୍ରାନ୍ତ ଧାରଣା ରଖିବେ ନାହିଁ ଯେ ଇଏ ତ କେବେ ବି ବଦଳି ପାରିବ ନାହିଁ, ଇଏ ତ ଏହିଭଳି ହିଁ ଅଟେ ........ ବା ଇଏ କିଛି ବି କରିପାରିବ ନାହିଁ । ମୁଁ ହିଁ ସବୁ କିଛି ଅଟେ, ଇଏ କିଛି ନୁହେଁ । ତେବେ ଏହି ପ୍ରକାରର ଅହମ୍ ଏବଂ ବହମ୍‌କୁ ଛାଡି, ସମସ୍ତଙ୍କର ଦୋଷ ଦୁର୍ବଳତା ଗୁଡିକୁ ବା ଖରାପ ଗୁଣକୁ ଜାଣି ମଧ୍ୟ କ୍ଷମା କରିଦେଉଥିବା ଦୟାଳୁ ପିଲାମାନେ ହିଁ ବିଶ୍ୱକଲ୍ୟାଣର ସେବାରେ ସଫଳ ହୋଇଥାଆନ୍ତି ।

ସ୍ଲୋଗାନ:-
ଯେଉଁଠାରେ ବ୍ରାହ୍ମଣ ମାନଙ୍କର ଶରୀର-ମନ ଏବଂ ଧନର ସହଯୋଗ ରହିଛି ସେଠାରେ ସଫଳତା ମଧ୍ୟ ସାଥୀରେ ଅଛି ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଦୁନିଆରେ ଆତ୍ମାମାନେ ଯେତେବେଳେ ତୁମମାନଙ୍କର ଆତ୍ମିକ ସ୍ୱରୂପର ଅନୁଭବ କରିବେ ସେତେବେଳେ ସେମାନେ ବାବାଙ୍କ ପ୍ରତି ଆକର୍ଷିତ ହୋଇ ଅହୋ ପ୍ରଭୁ ତୁମର ଲୀଳାର ଗୀତ ଗାଇବେ ଏବଂ ନିଜର ଦେହ ଅଭିମାନରୁ ସହଜରେ ଅର୍ପଣ ହୋଇଯିବେ ଅର୍ଥାତ୍ ଓହରିଯିବେ । ଅହୋ ତୁମମାନଙ୍କର ଭାଗ୍ୟ! ଅହୋ ମୋ’ର ଭାଗ୍ୟ! ଏହିଭଳି ଅନୁଭୁତି କରିବା କାରଣରୁ ଦେହ ଏବଂ ହେଦର ସମ୍ବନ୍ଧର ସ୍ମୃତିକୁ ତ୍ୟାଗ କରିଦେବେ ।