05.07.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ଯୋଗ ଦ୍ୱାରା ହିଁ ଆତ୍ମା ରୂପୀ ବ୍ୟାଟେରୀ ଚାର୍ଜ ହେବ, ଶକ୍ତି ମିଳିବ, ଆତ୍ମା ସତ୍ତ୍ୱପ୍ରଧାନ ହୋଇଯିବ । ସେଥିପାଇଁ ଯୋଗର ଯାତ୍ରା ଉପରେ ବିଶେଷ ଧ୍ୟାନ ଦିଅ ।

ପ୍ରଶ୍ନ:-
ଯେଉଁ ପିଲାମାନଙ୍କର ସ୍ନେହ ଏକମାତ୍ର ବାବାଙ୍କ ସହିତ ରହିଛି, ସେମାନଙ୍କର ଲକ୍ଷଣ କଣ ହୋଇଥିବ?

ଉତ୍ତର:-
(୧) ଯଦି ଏକମାତ୍ର ବାବାଙ୍କ ସହିତ ସ୍ନେହ ଥିବ ତେବେ ବାବାଙ୍କର ଦୃଷ୍ଟି ତାଙ୍କୁ ନିହାଲ ଅର୍ଥାତ୍ କୃତାର୍ଥ କରିଦେବ । (୨) ସେମାନେ ପୂରା ପୂରା ନଷ୍ଟମୋହା ହୋଇଥିବେ (୩) ଯେଉଁମାନଙ୍କୁ ବେହଦର ପିତାଙ୍କର ସ୍ନେହ ପସନ୍ଦ ହୋଇଗଲା ସେମାନେ ଅନ୍ୟ କାହା ସ୍ନେହରେ ଫସିବେ ନାହିଁ । (୪) ସେମାନଙ୍କର ବୁଦ୍ଧି ଏହି ମିଥ୍ୟା ଦୁନିଆର ମିଥ୍ୟାବାଦୀ ମନୁଷ୍ୟ ମାନଙ୍କଠାରୁ ତୁଟି ଯିବ । ବାବା ତୁମମାନଙ୍କୁ ଏବେ ଏଭଳି ସ୍ନେହ ଦେଉଛନ୍ତି ଯାହାକି ଅବିନାଶୀ ହୋଇଯାଉଛି । ସତ୍ୟଯୁଗରେ ମଧ୍ୟ ତୁମମାନଙ୍କର ପରସ୍ପର ସହିତ ବହୁତ ସ୍ନେହପୂର୍ଣ୍ଣ ସମ୍ବନ୍ଧ ରହିବ ।

ଓମ୍ ଶାନ୍ତି ।
ଭକ୍ତିମାର୍ଗରେ ବହୁତ ମନେ ପକାଉଥିବା ଅବିନାଶୀ ପିତାଙ୍କର ସ୍ନେହ ବର୍ତ୍ତମାନ ଥରେ ମାତ୍ର ହିଁ ତୁମ ସନ୍ତାନମାନଙ୍କୁ ପ୍ରାପ୍ତ ହେଉଛି । ବାବା, ବାସ୍ କେବଳ ଆପଣଙ୍କର ହିଁ ସ୍ନେହ ଦରକାର । ତୁମ୍ ମାତ ପିତା .....ତୁମେ ହିଁ ସବୁ କିଛି, ଜଣଙ୍କଠାରୁ ହିଁ ଅଧାକଳ୍ପ ପାଇଁ ସ୍ନେହ ମିଳିଯାଉଛି । ତୁମର ଏହି ଆତ୍ମିକ ସ୍ନେହର ମହିମା ଅପରମ ଅପାର ଅଟେ । ବାବା ହିଁ ତୁମମାନଙ୍କୁ ଶାନ୍ତିଧାମର ମାଲିକ କରୁଛନ୍ତି । ଏବେ ତୁମେ ଦୁଃଖଧାମରେ ଅଛ । ସମସ୍ତେ ଦୁଃଖ ଅଶାନ୍ତିରେ ଚିତ୍କାର କରୁଛନ୍ତି । କାହାର କେହି ମୁରବୀ ନାହାନ୍ତି ସେଥିପାଇଁ ଭକ୍ତି ମାର୍ଗରେ ମନେ ପକାଉଛନ୍ତି । କିନ୍ତୁ ନିୟମ ଅନୁସାରେ ଭକ୍ତିର ସମୟ ମଧ୍ୟ ଅଧାକଳ୍ପ ରହିଛି ।

ଏକଥା ତ ପିଲାମାନଙ୍କୁ ବୁଝାଯାଇଛି, ଏପରି ନୁହେଁ ଯେ - ବାବା ଅନ୍ତର୍ଯ୍ୟାମୀ ଅଟନ୍ତି । ବାବାଙ୍କର ସମସ୍ତଙ୍କ ହୃଦୟକୁ ଜାଣିବାର କିଛି ଆବଶ୍ୟକତା ନାହିଁ । ସଂକଳ୍ପକୁ ପଢୁଥିବା ଆତ୍ମାମାନେ ଏହି ବିଦ୍ୟା ଶିଖିଥାନ୍ତି । ଏଠାରେ ସେଭଳି କିଛି କଥା ହିଁ ନାହିଁ । ବାବା ଆସୁଛନ୍ତି, ବାବା ଏବଂ ପିଲାମାନେ ହିଁ ଏହି ସାରା ଅଭିନୟ କରୁଛନ୍ତି । ବାବା ଜାଣିଛନ୍ତି ଯେ ସୃଷ୍ଟିର ଚକ୍ର କିପରି ଘୁରୁଛି । ସୃଷ୍ଟିଚକ୍ରରେ ପିଲାମାନେ କିଭଳି ଅଭିନୟ କରୁଛନ୍ତି । ଏଭଳି ନୁହେଁ କି ସେ ପ୍ରତ୍ୟେକଙ୍କ ଅନ୍ତରର କଥାକୁ ଜାଣିଛନ୍ତି । ରାତିରେ ମଧ୍ୟ ଏକଥା ବୁଝାଇଥିଲି ଯେ ପ୍ରତ୍ୟେକଙ୍କ ଭିତରେ ବିକାର ବିଦ୍ୟମାନ । ମନୁଷ୍ୟମାନେ ବର୍ତ୍ତମାନ ବହୁତ ଛି ଛି ହୋଇଯାଇଛନ୍ତି । ବାବା ଆସି ଗୁଲଗୁଲ୍ (ଫୁଲ) ସମାନ କରୁଛନ୍ତି । ବାବାଙ୍କର ସ୍ନେହ ତୁମକୁ କଳ୍ପରେ ଥରେ ମାତ୍ର ପ୍ରାପ୍ତ ହେଉଛି । ଯାହାକି ଅବିନାଶୀ ହୋଇଯାଉଛି । ସେଠାରେ ତୁମେ ପରସ୍ପରକୁ ବହୁତ ସ୍ନେହ କରିବ । ଏବେ ତୁମେ ମୋହଜୀତ୍ ହେଉଛ । ସତ୍ୟଯୁଗୀ ରାଜ୍ୟକୁ ମୋହଜୀତ ରାଜା, ମୋହଜୀତ ରାଣୀ ଓ ମୋହଜୀତ ପ୍ରଜାଙ୍କ ରାଜ୍ୟ କୁହାଯାଏ । ସେଠାରେ କେହି କେବେ ହେଲେ କାନ୍ଦନ୍ତି ନାହିଁ । ଦୁଃଖର ଚିହ୍ନ ବର୍ଣ୍ଣ ନ ଥାଏ । ତୁମେ ସନ୍ତାନମାନେ ଜାଣିଛ ଭାରତରେ ସ୍ୱାସ୍ଥ୍ୟ ସମ୍ପତ୍ତି ଓ ଖୁସି ସବୁକିଛି ଥିଲା । କିନ୍ତୁ ବର୍ତ୍ତମାନ ନାହିଁ, କାହିଁକି ନା ଏବେ ରାବଣ ରାଜ୍ୟ । ଏଠାରେ ସମସ୍ତେ ଦୁଃଖ ଭୋଗୁଛନ୍ତି, ପୁଣି ବାବାଙ୍କୁ ମନେ ପକାଉଛନ୍ତି ଓ କହୁଛନ୍ତି କି ଆପଣ ଆସି ଦୟା କରନ୍ତୁ, ସୁଖ, ଶାନ୍ତି ପ୍ରଦାନ କରନ୍ତୁ । ଅବିନାଶୀ ପିତା ହେଉଛନ୍ତି ଦୟାର ସାଗର, କିନ୍ତୁ ରାବଣ ନିର୍ଦ୍ଦୟୀ ଓ ଦୁଃଖର ମାର୍ଗଦର୍ଶକ । ସମସ୍ତେ ଦୁଃଖର ରାସ୍ତାରେ ଚାଲିଛନ୍ତି । କାମ ବିକାର ସବୁଠାରୁ ଅଧିକ ଦୁଃଖ ଦେଇଥାଏ ତେଣୁ ବାବା କହୁଛନ୍ତି - ମଧୁର ସନ୍ତାନଗଣ କାମ ବିକାର ଉପରେ ବିଜୟ ପ୍ରାପ୍ତ କର ତେବେ ଜଗତଜୀତ ହୋଇଯିବ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଜଗତଜୀତ କୁହାଯିବ ନା । ତୁମ ସମ୍ମୁଖରେ ଲକ୍ଷ୍ୟ ଉଦ୍ଦେଶ୍ୟ ମଧ୍ୟ ରହିଛି । ଭକ୍ତମାନେ ଯଦିଓ ମନ୍ଦିରକୁ ଯାଉଛନ୍ତି କିନ୍ତୁ ସେମାନଙ୍କର ଜୀବନ କାହାଣୀକୁ କିଛି ବି ଜାଣି ନାହାଁନ୍ତି । ଯେପରି କଣ୍ଢେଇ ଖେଳ ହେଉଛି । ଦେବୀମାନଙ୍କର ରଚନା କରି ତାଙ୍କୁ ଖୁବ ସୁସଜ୍ଜିତ କରି ପୂଜା କରିଥାନ୍ତି, ଭୋଗ ଆଦି ଲଗାଇଥାନ୍ତି କିନ୍ତୁ ସେ ଦେବୀମାନେ ତ କିଛି ବି ଖାଇ ନ ଥାନ୍ତି । ସବୁ କିଛି ବ୍ରାହ୍ମଣମାନେ ହିଁ ଖାଇଥାନ୍ତି । ନିଜେ ରଚନା କରି ତାର ପାଳନା କରି ପୁଣି ବିନାଶ କରିଦେଇଥାନ୍ତି, ଏହାକୁ କୁହାଯାଏ ଅନ୍ଧଶ୍ରଦ୍ଧା । ସତ୍ୟଯୁଗରେ ଏଭଳି କଥା ହୋଇ ନ ଥାଏ । ଏ ସବୁ ପ୍ରଥା, ପରମ୍ପରା କଳିଯୁଗରେ ହୋଇଥାଏ । ତୁମେ ପ୍ରଥମେ ଏକମାତ୍ର ଶିବବାବାଙ୍କର ପୂଜା କରୁଥିଲ, ଯାହାକୁ ଅବ୍ୟଭିଚାରୀ ସଠିକ୍ ପୂଜା କୁହାଯାଏ । ଏହା ପରେ ଆରମ୍ଭ ହୁଏ ବ୍ୟଭିଚାରୀ ପୂଜା । ବାବା ଶବ୍ଦ କହିବା ଦ୍ୱାରା ପରିବାରର ସ୍ନେହ ଅନୁଭୂତି ହୋଇଥାଏ । ତୁମେ ମଧ୍ୟ କହୁଛ - ତୁମେ ମାତା-ପିତା.... ତୁମର ଏହି ଜ୍ଞାନ ଦାନ ରୂପକ କୃପା ଦ୍ୱାରା ଆମକୁ ଅସରନ୍ତି ସୁଖ ପ୍ରାପ୍ତ ହେଉଛି । ବୁଦ୍ଧିରେ ରହିଛି ଯେ ଆମେ ପ୍ରଥମେ ବ୍ରହ୍ମଲୋକରେ ଥିଲୁ । ଶରୀର ଧାରଣ କରି ଅଭିନୟ କରିବା ପାଇଁ ସେଠାରୁ ଏଠାକୁ ଆସିଛୁ । ପ୍ରଥମେ ଆମେ ଦୈବୀ ଶରୀର ଧାରଣ କରିଥିଲେ ଅର୍ଥାତ୍ ଦେବତା ଦେବତା ବୋଲାଉଥିଲୁ । ଏହା ପରେ କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ବର୍ଣ୍ଣରେ ଆସି ଭିନ୍ନ ଭିନ୍ନ ଅଭିନୟ କଲେ । ଏ ସବୁ କଥା ତୁମେ ପ୍ରଥମେ ଜାଣି ନ ଥିଲ । ଏବେ ବାବା ଆସି ଆଦି, ମଧ୍ୟ, ଅନ୍ତର ଜ୍ଞାନ ତୁମମାନଙ୍କୁ ପ୍ରଦାନ କରୁଛନ୍ତି । ବାବା ସ୍ୱଂୟ ନିଜ ବିଷୟରେ ମଧ୍ୟ ଜ୍ଞାନ ଦେଲେ ଯେ - ମୁଁ ଏହି ଶରୀରରେ ପ୍ରବେଶ କରୁଛି । ଇଏ ତାଙ୍କର ୮୪ ଜନ୍ମକୁ ଜାଣି ନ ଥିଲେ । ତୁମେମାନେ ମଧ୍ୟ ଜାଣି ନ ଥିଲ ବାବା ଶ୍ୟାମ ସୁନ୍ଦରର ରହସ୍ୟକୁ ତ ବୁଝାଇଛନ୍ତି । ଶ୍ରୀକୃଷ୍ଣ ହେଉଛନ୍ତି ନୂଆ ଦୁନିଆର ପ୍ରଥମ ରାଜକୁମାର ଏବଂ ଦ୍ୱିତୀୟ ନମ୍ବରରେ ରାଧା । ଅଳ୍ପ ବର୍ଷର ବ୍ୟବଧାନ ରହିଥାଏ । ସୃଷ୍ଟି ଆରମ୍ଭର ପ୍ରଥମରୁ ଆସୁଥିବାରୁ କୃଷ୍ଣଙ୍କୁ ସମସ୍ତେ ଭଲ ପାଇଥାଆନ୍ତି, ଏହାଙ୍କୁ ହିଁ ଶ୍ୟାମ-ସୁନ୍ଦର କୁହାଯାଇଥାଏ । ସ୍ୱର୍ଗରେ ତ ସମସ୍ତେ ସୁନ୍ଦର ହିଁ ଥିଲେ । ଏବେ ସେ ସ୍ୱର୍ଗ କାହିଁ ! ଚକ୍ରର ପୁନରାବୃତ୍ତି ହେଉଛି । ଏମିତି ନୁହେଁ ଯେ ସମୁଦ୍ରର ତଳକୁ ଚାଲିଯାଉଛି । ଯେମିତି କହୁଛନ୍ତି ଯେ ଲଙ୍କା ଏବଂ ଦ୍ୱାରିକା ସମୁଦ୍ର ତଳକୁ ଚାଲିଯାଇଛି । କିନ୍ତୁ ବାସ୍ତବରେ ଏମିତି ନୁହେଁ, ଏହି ଚକ୍ରର ପୁନାରାବୃତ୍ତି ହେଉଛି । ଏହି ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ମହାରାଜା ମହାରାଣୀ ବିଶ୍ୱର ମାଲିକ ହେଉଛ । ସେଠାରେ ପ୍ରଜାମାନେ ମଧ୍ୟ ନିଜକୁ ମାଲିକ ବୋଲି ଭାବିଥାନ୍ତି । କହିବେ, ଆମର ରାଜ୍ୟ, ଭାରତବାସୀ କହିବେ ଆମର ରାଜ୍ୟ । ଭାରତ ହିଁ ଯଥାର୍ଥ ନାମ, ହିନ୍ଦୁସ୍ଥାନ ନାମ ଭୁଲ । ବାସ୍ତବରେ ହେଉଛି ଆଦି ସନାତନ ଦେବୀ-ଦେବତା ଧର୍ମ । କିନ୍ତୁ ଧର୍ମ ଭ୍ରଷ୍ଟ, କର୍ମ ଭ୍ରଷ୍ଟ ହୋଇଯାଇଥିବା କାରଣରୁ ନିଜକୁ ଦେବତା ବୋଲି କହିପାରୁ ନାହାଁନ୍ତି । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ନଚେତ୍ ବାବା କିପରି ଆସି ପୁନଃ ଦେବୀ-ଦେବତା ଧର୍ମର ସ୍ଥାପନା କରିବେ । ପୂର୍ବରୁ ତୁମକୁ ମଧ୍ୟ ଏସବୁ କଥା ଜଣା ନ ଥିଲା, ଏବେ ବାବା ବୁଝାଉଛନ୍ତି ।

ଏଭଳି ମିଠା ବାବାଙ୍କୁ ତୁମେ ଭୁଲିଯାଉଛ । ବାବା ହିଁ ସବୁଠାରୁ ମିଠା ଅଟନ୍ତି ନା । ବାକି ରାବଣ ରାଜ୍ୟରେ ତୁମକୁ ତ ସମସ୍ତେ ଦୁଃଖ ଦେଉଛନ୍ତି ନା ତେଣୁ ତ ଅବିନାଶୀ ପିତାଙ୍କୁ ମନେ ପକାଉଛନ୍ତି । ତାଙ୍କରି ସ୍ମୃତିରେ ପ୍ରେମର ଅଶ୍ରୃ ବୁହାଇ କହିଥାନ୍ତି - ହେ ପ୍ରିୟତମ, କେବେ ଆସି ପ୍ରିୟତମାମାନଙ୍କ ସହ ମିଶିବେ । କାହିଁକି ନା ତୁମେମାନେ ସମସ୍ତେ ଭକ୍ତିନୀ, ଭକ୍ତିନୀଙ୍କ ପତି ହେଲେ ଭଗବାନ । ଭଗବାନ ଆସି ଭକ୍ତିର ଫଳ ଦେଉଛନ୍ତି, ରାସ୍ତା ବତାଉଛନ୍ତି ଏବଂ ବୁଝାଉଛନ୍ତି - ଏହା ୫ ହଜାର ବର୍ଷର ଖେଳ । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ କେହି ବି ମନୁଷ୍ୟ ଜାଣିନାହାଁନ୍ତି । ଏହାକୁ ଆତ୍ମିକ ପିତା ଏବଂ ଆତ୍ମିକ ସନ୍ତାନମାନେ ହିଁ ଜାଣିଛନ୍ତି । କୌଣସି ମନୁଷ୍ୟ, ଦେବତାମାନେ ଜାଣିନାହାଁନ୍ତି, ଏହା ଆତ୍ମାର ପିତା ହିଁ ଜାଣିଛନ୍ତି । ସେ ନିଜର ପିଲାମାନଙ୍କୁ ବୁଝାଉଛନ୍ତି । ଅନ୍ୟ କୌଣସି ଦେହଧାରୀମାନଙ୍କ ବୁଦ୍ଧିରେ ଏହି ରଚୟତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ନ ଥାଏ । ଏହି ଜ୍ଞାନ କେବଳ ଆତ୍ମିକ ପିତାଙ୍କ ନିକଟରେ ହିଁ ଥାଏ ତାଙ୍କୁ ହିଁ ଜ୍ଞାନ-ଜ୍ଞାନେଶ୍ୱର କୁହାଯାଇଥାଏ । ଜ୍ଞାନ-ଜ୍ଞାନେଶ୍ୱର, ତୁମକୁ ରାଜ-ରାଜେଶ୍ୱର କରିବା ପାଇଁ ଜ୍ଞାନ ପ୍ରଦାନ କରୁଛନ୍ତି । ତେଣୁ ଏହାକୁ ରାଜଯୋଗ କୁହାଯାଇଥାଏ । ବାକି ସେ ସବୁ ହେଉଛି ହଠଯୋଗ । ହଠଯୋଗୀମାନଙ୍କର ମଧ୍ୟ ବହୁତ ଚିତ୍ର ରହିଛି । ପରବର୍ତ୍ତି ସମୟରେ ସନ୍ନ୍ୟାସୀମାନେ ଆସି ହଠଯୋଗ ଶିଖାଇଥାନ୍ତି । ଲୋକସଂଖ୍ୟା ବହୁତ ବଢିଯିବା ପରେ ହଠଯୋଗ ଆଦି ଶିକ୍ଷାଇଥାଆନ୍ତି । ବାବା ବୁଝାଉଛନ୍ତି - ମୁଁ ସଂଗମଯୁଗରେ ଆସି ରାଜଧାନୀ ସ୍ଥାପନ କରୁଛି । ସ୍ଥାପନା କାର୍ଯ୍ୟ ଏହିଠାରେ ହେଉଛି, ସତ୍ୟଯୁଗରେ ନୁହେଁ । ସତ୍ୟଯୁଗ ଆଦ୍ୟରୁ ରାଜତ୍ୱ ତ ରହିଛି ତେଣୁ ନିଶ୍ଚିତ ରୂପେ ସଂଗମ ଯୁଗରେ ହିଁ ସ୍ଥାପନା ହୋଇଥିବ । କଳିଯୁଗରେ ସମସ୍ତେ ପୂଜାରୀ, ସତ୍ୟଯୁଗରେ ସମସ୍ତେ ପୂଜ୍ୟ ଥାଆନ୍ତି । ତେବେ ବାବା ପୂଜ୍ୟ କରିବା ପାଇଁ ଆସିଥାଆନ୍ତି । ରାବଣ ପୂଜାରୀ କରିଦେଇଥାଏ । ଏଇ ସବୁ ଜାଣିବା ଆବଶ୍ୟକ ନା । ଏହା ହେଉଛି ସର୍ବୋଚ୍ଚ ପାଠପଢା । ଏହି ଶିକ୍ଷକଙ୍କୁ କେହି ଜାଣିନାହାଁନ୍ତି । ସେ ପରମପିତା, ପରମ ଶିକ୍ଷକ ଓ ପରମ ସଦ୍‌ଗୁରୁ ମଧ୍ୟ ଅଟନ୍ତି । ଏ କଥା କେହି ଜାଣିନାହାଁନ୍ତି । ବାବା ହିଁ ଆସି ନିଜେ ନିଜର ସଂପୂର୍ଣ୍ଣ ପରିଚୟ ଦେଇଥାଆନ୍ତି । ବର୍ତ୍ତମାନ ପିଲାମାନଙ୍କୁ ଶିକ୍ଷା ଦେଇ ନିଜ ସାଥିରେ ନେଇଯାଉଛନ୍ତି । ଅବିନାଶୀ ପିତାଙ୍କର ସ୍ନେହ ପ୍ରାପ୍ତ ହେବା ପରେ ଅନ୍ୟ କାହାର ସ୍ନେହ ପସନ୍ଦ ଆସି ନ ଥାଏ । ବର୍ତ୍ତମାନ ସମୟରେ ଏହା ହେଉଛି ମିଥ୍ୟା ଭୂଖଣ୍ଡ । ମିଛ ମାୟା ମିଛ କାୟା.... ଭାରତ ଏବେ ମିଥ୍ୟା ଭୂଖଣ୍ଡ ହୋଇଯାଇଛି ପୁଣି ସତ୍ୟଯୁଗରେ ସତ୍ୟ ଭୂଖଣ୍ଡ ହେବ । ଭାରତ ଭୂମିର କେବେ ବିାନଶ ହୋଇ ନ ଥାଏ । ଏହା ହେଉଛି ସବୁଠାରୁ ବଡ ତୀର୍ଥ, ଯେଉଁଠାରେ ଅବିନାଶୀ ପିତା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି ଓ ସମସ୍ତଙ୍କର ସତ୍‌ଗତି କରୁଛନ୍ତି । ଭାରତ ବହୁତ ବଡ ତୀର୍ଥ ସ୍ଥାନ, ଏହାର ମହିମା ଅପରମ ଅପାର କିନ୍ତୁ ଏହା ମଧ୍ୟ ତୁମେ ହିଁ ବୁଝିପାରିବ - ଭାରତ ହେଉଛି ବିଶ୍ୱର ଆଶ୍ଚର୍ଯ୍ୟ । ତାହା ହେଉଛି ମାୟାର ସପ୍ତାଶ୍ଚର୍ଯ୍ୟ । କିନ୍ତୁ ଈଶ୍ୱରଙ୍କ ଆଶ୍ଚର୍ଯ୍ୟ କେବଳ ଗୋଟିଏ । ବାବା ଜଣେ ଏବଂ ତାଙ୍କର ଆଶ୍ଚର୍ଯ୍ୟଜନକ ସ୍ୱର୍ଗ ମଧ୍ୟ ଗୋଟିଏ । ତାହାକୁ ହିଁ ହେଭେନ ଓ ପାରାଡାଇଜ୍ କୁହାଯାଉଛି । କିନ୍ତୁ ବାସ୍ତବ ନାମ ହେଉଛି ସ୍ୱର୍ଗ, ଏହା ହେଉଛି ନର୍କ । ତୁମେ ବ୍ରାହ୍ମଣମାନେ ହିଁ ପୁରା ଚକ୍ର ପରିକ୍ରମା କରୁଛ । ଆମେ ହିଁ ବ୍ରାହ୍ମଣ ପୁଣି ବ୍ରାହ୍ମଣରୁ ଦେବତା ହେଉଛୁ । ଉତ୍‌ଥାନ ଏବଂ ପତ୍ତନ କିପରି ହେଉଛି । ଗାୟନ ରହିଛି ଚଢତି କଲା ତେରେ ଭାନେ ସର୍ବ କା ଭଲା ଅର୍ଥାତ୍ ଭାରତର ଉତ୍‌ଥାନରେ ସାରା ବିଶ୍ୱର ଉତ୍‌ଥାନ ନିହିତ । ଆରୋହଣ କଳା, ଅବରୋହଣ କଳା । ଆରୋହଣର କଳାରେ ସମସ୍ତଙ୍କର କଲ୍ୟାଣ ହୋଇଛି । ଭାରତବାସୀ ହିଁ ବିଶ୍ୱରେ ସୁଖ ଶାନ୍ତି ଚାହୁଁଛନ୍ତି, ସ୍ୱର୍ଗରେ ତ ସୁଖ ହିଁ ସୁଖ ରହିଛି, ଦୁଃଖର ଚିହ୍ନ ବର୍ଣ୍ଣ ନାହିଁ । ଏହାକୁ ଈଶ୍ୱରୀୟ ରାଜ୍ୟ ବୋଲି କୁହାଯାଇଥାଏ । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ପୁଣି ଦ୍ୱିତୀୟରେ ଚନ୍ଦ୍ରବଂଶୀ । ତୁମେ ହେଉଛ ଆସ୍ତିକ, ସେମାନେ ହେଲେ ନାସ୍ତିକ । ତୁମେ ବାବାଙ୍କର ହୋଇ ସମ୍ପତ୍ତି ନେବାର ପୁରୁଷାର୍ଥ କରୁଛ । ତୁମର ମାୟା ସହ ଗୁପ୍ତରେ ଯୁଦ୍ଧ ଚାଲିଛି, ବାବା ରାତ୍ରୀରେ ଆସିଥାନ୍ତି । ସେଥିପାଇଁ ଶିବରାତ୍ରୀ ପାଳନ କରୁଛନ୍ତି ନା । କିନ୍ତୁ ଶିବରାତ୍ରୀର ମଧ୍ୟ ଅର୍ଥ ବୁଝୁ ନାହାଁନ୍ତି । ବ୍ରହ୍ମାଙ୍କର ରାତ୍ରୀ ପୂର୍ଣ୍ଣ ହୋଇ ଦିନ ଆରମ୍ଭ ହେଉଛି । ସେମାନେ କହୁଛନ୍ତି କୃଷ୍ଣ ଭଗବାନୁବାଚ, ଏହା ତ ହେଉଛି ଶିବ ଭଗବାନୁବାଚ, ତେବେ ଠିକ କେଉଁଟି? ଶ୍ରୀକୃଷ୍ଣ ତ ପୁରା ୮୪ ଜନ୍ମ ନେଉଛନ୍ତି । ବାବା କହୁଛନ୍ତି ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସୁଛି । ଇଏ ମଧ୍ୟ ନିଜର ଜନ୍ମକୁ ଜାଣି ନାହାଁନ୍ତି । ବହୁତ ଜନ୍ମର ଅନ୍ତିମ ସମୟରେ ପତିତ ହୋଇଯିବା ପରେ ପତିତ ସୃଷ୍ଟି ଓ ପତିତ ରାଜ୍ୟରେ ଆସୁଛି । ପତିତ ଦୁନିଆରେ ଅନେକ ରାଜ୍ୟ, ପବିତ୍ର ଦୁନିଆରେ ଗୋଟିଏ ରାଜ୍ୟ । ହିସାବ ରହିଛି ନା । ଭକ୍ତିମାର୍ଗରେ ବହୁତ ନବଧା ଭକ୍ତି ଦ୍ୱାରା ଯେତେବେଳେ ପ୍ରାଣ ବିସର୍ଜନ ପାଇଁ ଉଦ୍ୟତ ହୁଅନ୍ତି ତାଙ୍କର ମନକାମନା ପୂର୍ଣ୍ଣ ହୋଇଥାଏ । କିନ୍ତୁ ତାଦ୍ୱାରା କିଛି ବି ପ୍ରାପ୍ତି ହୋଇ ନ ଥାଏ । ତାହାକୁ ନବଧା ଭକ୍ତି ବୋଲି କୁହାଯାଇଥାଏ । ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି ମନୁଷ୍ୟମାନେ ଭକ୍ତିମାର୍ଗର କର୍ମକାଣ୍ଡ କଥା ପଢି-ପଢି ତଳକୁ ଖସି ଆସିଛନ୍ତି । କହୁଛନ୍ତି ବ୍ୟାସ ଭଗବାନ ଶାସ୍ତ୍ର ତିଆରି କରିଛନ୍ତି, କଣ କଣ ସବୁ ବସି ଲେଖିଛନ୍ତି? ଭକ୍ତି ଓ ଜ୍ଞାନର ରହସ୍ୟ ଏବେ ତୁମେ ପିଲାମାନେ ବୁଝିଛ । ସିଢି ଚିତ୍ର ଓ କଳ୍ପବୃକ୍ଷ ଚିତ୍ରରେ ଏ ସବୁ ରହସ୍ୟ ରହିଛି । ସେଥିରେ ୮୪ ଜନ୍ମ ମଧ୍ୟ ଦର୍ଶାଯାଇଛି । ସମସ୍ତେ ତ ୮୪ ଜନ୍ମ ନେଉନାହାଁନ୍ତି । ଯିଏ ନାଟକର ପ୍ରାରମ୍ଭରୁ ଆସିଥିବେ ସିଏ ହିଁ ପୁରା ୮୪ ଜନ୍ମ ନେବେ । ତୁମକୁ ବର୍ତ୍ତମାନ ଏହି ଯେଉଁ ଜ୍ଞାନ ପ୍ରାପ୍ତ ହେଉଛି ତାହା ହିଁ ତୁମର ରୋଜଗାରର ପନ୍ଥା ହୋଇଯାଉଛି । ୨୧ ଜନ୍ମ ପର୍ଯ୍ୟନ୍ତ କୌଣସି ଅପ୍ରାପ୍ତ ବସ୍ତୁ ରହି ନ ଥାଏ, ଯାହାକୁ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରିବାକୁ ପଡିଥାଏ, ତାହାକୁ ବାବାଙ୍କ ଦ୍ୱାରା ସ୍ଥାପିତ ଆଶ୍ଚର୍ଯ୍ୟଜନକ ସ୍ୱର୍ଗ ବୋଲି କୁହାଯାଇଥାଏ । ତାର ନାମ ହିଁ ହେଉଛି ପାରାଡାଇଜ୍ । ବାବା ଆସି ସେହି ଦୁନିଆର ମାଲିକ କରୁଛନ୍ତି, ସେମାନେ ତ କେବଳ ଆଶ୍ଚର୍ଯ୍ୟ ଜିନିଷ ସବୁ ଦେଖାଇଥାନ୍ତି କିନ୍ତୁ ବାବା ତୁମକୁ ଆଶ୍ଚର୍ଯ୍ୟଜନକ ସ୍ୱର୍ଗର ମାଲିକ କରୁଛନ୍ତି ତେଣୁ ବାବା କହୁଛନ୍ତି ନିରନ୍ତର ମୋତେ ମନେ ପକାଅ । ସ୍ମରଣ କରି କରି ସୁଖ ପାଅ, କଳହ କ୍ଳେଶ ଦୂର ହୋଇଯିବ । ଜୀବନମୁକ୍ତି ପଦ ପ୍ରାପ୍ତ କରିବ । ପବିତ୍ର ହେବା ପାଇଁ ବାବାଙ୍କୁ ମନେ ପକାଇବା ବହୁତ ଜରୁରୀ । ମନମନାଭବ, ତେବେ ଅନ୍ତ ମତି ସୋ ଗତି ହୋଇଯିବ । ଗତି କୁହାଯାଏ ଶାନ୍ତିଧାମକୁ । ସତ୍‌ଗତି ତ ଏହିଠାରେ ହୋଇଥାଏ । ସତ୍‌ଗତିର ବିପରିତ ହେଉଛି ଦୁର୍ଗତି ।

ଏବେ ତୁମେ ବାବାଙ୍କୁ ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଗଲଣି । ତୁମକୁ ବାବାଙ୍କର ସ୍ନେହ ପ୍ରାପ୍ତ ହେଉଛି । ବାବା ଦୃଷ୍ଟି ଦ୍ୱାରା ପବିତ୍ର କରୁଛନ୍ତି, ତେଣୁ ବାବା ସମ୍ମୁଖକୁ ଆସି ଜ୍ଞାନ ପ୍ରଦାନ କରିବେ ନା । ଏଥିରେ ପ୍ରେରଣାର ତ କୌଣସି କଥା ହିଁ ନାହିଁ । ବାବା ନିର୍ଦ୍ଦେଶ ଦେଉଛନ୍ତି ଯେ ଏହିଭଳି ମନେ ପକାଇଲେ ଶକ୍ତି ପ୍ରାପ୍ତ ହେବ । ଯେପରି ବ୍ୟାଟେରୀ ଚାର୍ଜ ହୋଇଥାଏ ନା । ଏହି ଶରୀର ମଧ୍ୟ ମୋଟର ସଦୃଶ । ଏହାର ବ୍ୟାଟେରୀ ଶକ୍ତିହୀନ ହୋଇଯାଇଛି । ଏବେ ସର୍ବଶକ୍ତିବାନ ବାବାଙ୍କ ସହ ବୁଦ୍ଧିଯୋଗ ଲଗାଇଲେ ତୁମେ ପୁନଃ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ବ୍ୟାଟେରୀ ଚାର୍ଜ ହୋଇଯିବ । ବାବା ହିଁ ଆସି ସମସ୍ତଙ୍କର ବ୍ୟାଟେରୀ ଚାର୍ଜ କରିଥାନ୍ତି । ବାବା ହିଁ ସର୍ବଶକ୍ତିମାନ ଅଟନ୍ତି । ଏହି ସବୁ ମଧୁର କଥା ବାବା ହିଁ ଆସି ବୁଝାଉଛନ୍ତି । ଦୁନିଆର ଭକ୍ତିର ଶାସ୍ତ୍ର ତ ଜନ୍ମ-ଜନ୍ମାନ୍ତର ପଢି ପଢି ଆସିଛ । ଏବେ ବାବା ସବୁ ଧର୍ମର ଆତ୍ମାମାନଙ୍କୁ ଗୋଟିଏ କଥା ଶୁଣାଉଛନ୍ତି । କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ତୁମର ପାପ କଟିଯିବ । ବର୍ତ୍ତମାନ ମନେ ପକାଇବା ତୁମମାନଙ୍କର କର୍ତ୍ତବ୍ୟ । ଏଥିରେ ଦ୍ୱନ୍ଦ୍ୱରେ ପଡିବାର କିଛି କଥା ହିଁ ନାହିଁ । ପତିତ-ପାବନ ଏକ ବାବା ଅଟନ୍ତି, ପୁଣି ପାବନ ହୋଇ ସମସ୍ତେ ଘରକୁ ଫେରି ଯିବେ । ଏହି ଜ୍ଞାନ ସବୁ ଆତ୍ମାଙ୍କ ପାଇଁ ଉଦ୍ଧିଷ୍ଟ । ଏହା ହେଉଛି ସହଜ ରାଜଯୋଗ ଏବଂ ସହଜ ଜ୍ଞାନ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ସର୍ବଶକ୍ତିମାନ ପିତାଙ୍କ ସହିତ ନିଜର ବୁଦ୍ଧିର ସମ୍ବନ୍ଧକୁ ଯୋଡି ଆତ୍ମା ରୂପୀ ବ୍ୟାଟେରୀକୁ ଚାର୍ଜ କରିବାକୁ ହେବ । ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ । ଯୋଗର ଯାତ୍ରାରେ କେବେ ହେଲେ ସଂଶୟ ଆଣିବାର ନାହିଁ ।

(୨) ପାଠପଢାକୁ ଭଲ ଭାବରେ ପଢି ନିଜ ଉପରେ ନିଜେ ହିଁ କୃପା କରିବାକୁ ହେବ । ବାବାଙ୍କ ଭଳି ସ୍ନେହର ସାଗର ହେବାକୁ ପଡିବ । ଯେପରି ବାବାଙ୍କର ସ୍ନେହ ଅବିନାଶୀ ଅଟେ, ସେହିପରି ସମସ୍ତଙ୍କ ସହିତ ଅବିନାଶୀ ସଚ୍ଚା ସ୍ନେହ ରଖିବାକୁ ହେବ । ମୋହଜିତ୍ ହେବାକୁ ପଡିବ ।

ବରଦାନ:-
ହୃଦ୍‌ବୋଧ କରିବାର ଶକ୍ତି ଦ୍ୱାରା ମିଠା ମିଠା ଅନୁଭବ କରୁଥିବା ସଦା ଶକ୍ତିଶାଳୀ ଆତ୍ମା ଭବ ।

ହୃଦ୍‌ବୋଧ କରିବାର ଶକ୍ତି ବହୁତ ମିଠା ମିଠା ଅନୁଭବ କରାଇଥାଏ - କେବେ ନିଜକୁ ବାବାଙ୍କର ନୁରେ ରତ୍ନ ଅର୍ଥାତ୍ ଜ୍ୟୋତି ରୂପୀ ରତ୍ନ ରୂପରେ ଅର୍ଥାତ୍ ବାପଦାଦାଙ୍କର ନୟନରେ ସମାହିତ ହୋଇଥିବା ଶ୍ରେଷ୍ଠ ବିନ୍ଦୁ ରୂପରେ ଅନୁଭବ କର, କେବେ ମସ୍ତକରେ ଚମକୁଥିବା ମସ୍ତକମଣୀ, କେବେ ପୁଣି ନିଜକୁ ବ୍ରହ୍ମାବାବାଙ୍କର ସହଯୋଗୀ ଡାହାଣ ହାତ ବା ବ୍ରହ୍ମାଙ୍କର ଭୁଜା ରୂପରେ ଅନୁଭବ କର । କେବେ ଅବ୍ୟକ୍ତ ଫରିସ୍ତା ସ୍ୱରୂପକୁ ଅନୁଭବ କର... ଏହିଭଳି ଭାବରେ ଅନୁଭବ କରିବା ବା ହୃଦ୍‌ବୋଧ କରିବାର ଶକ୍ତିକୁ ବଢାଅ, ତାହା ହେଲେ ଶକ୍ତିଶାଳୀ ହୋଇଯିବ ଏବଂ ଆତ୍ମା ଭିତରେ ଥିବା ଛୋଟରୁ ଛୋଟ ଦାଗ ମଧ୍ୟ ସ୍ପଷ୍ଟ ଦେଖାଯିବ ଯାହାକୁ ତୁମେ ପରିବର୍ତ୍ତନ କରିନେବ ।

ସ୍ଲୋଗାନ:-
ସମସ୍ତଙ୍କଠାରୁ ଆନ୍ତରିକ ଆଶୀର୍ବାଦ ନେଇ ଚାଲିଲେ ତୁମର ପୁରୁଷାର୍ଥ ସହଜ ହୋଇଯିବ ।