05.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ସୁନ୍ଦର ଦେବୀ ଦେବତା କରିବା ପାଇଁ ପାଠ ପଢ଼ାଉଛନ୍ତି, ସୁନ୍ଦରତାର ଆଧାର ହେଉଛି
ପବିତ୍ରତା । ’’
ପ୍ରଶ୍ନ:-
ଆତ୍ମିକ ଶମା
ଅର୍ଥାତ୍ ଦୀପ ଶିଖା ଉପରେ ଯେଉଁ ପତଙ୍ଗମାନେ ଝାସ ଦିଅନ୍ତି ସେମାନଙ୍କର ଲକ୍ଷଣ କିପରି ହୋଇଥିବ?
ଉତ୍ତର:-
ପରମାତ୍ମା ରୂପୀ ଦୀପ ଶିଖା ଉପରେ ଝାସ ଦେଉଥିବା ଆତ୍ମା ରୂପୀ ପତଙ୍ଗମାନଙ୍କର ଲକ୍ଷଣ ହେଲା - (୧)
ଶମା ଯିଏ ଅଟନ୍ତି ଯେପରି ଅଟନ୍ତି ତାଙ୍କୁ ଯଥାର୍ଥ ରୂପରେ ଜାଣିଥା’ନ୍ତି ଏବଂ ମନେପକାଥା’ନ୍ତି,
(୨) ଝାସ ଦେବା ଅର୍ଥାତ୍ ବାବାଙ୍କ ସମାନ ହେବା, (୩) ଝାସ ଦେବା ଅର୍ଥାତ୍ ବାବାଙ୍କଠାରୁ ମଧ୍ୟ
ଉଚ୍ଚ ରାଜତ୍ୱର ଅଧିକାରୀ ହୋଇଯିବା ।
ଗୀତ:-
ମହଫିଲ୍ ମେଁ ଜଲ୍
ଉଠି ଶମା...
ଓମ୍ ଶାନ୍ତି ।
ମିଠେ ମିଠେ
ଆତ୍ମିକ ସନ୍ତାନମାନେ ଗୀତର ଏହି ଲାଇନ୍ ଶୁଣିଲେ । ଏ କଥା କିଏ ବୁଝାଉଛନ୍ତି? ଆତ୍ମିକ ପିତା । ସେ
ଶମା ଅର୍ଥାତ୍ ଅଗ୍ନିଶିଖା ମଧ୍ୟ ଅଟନ୍ତି । ଅନେକ ନାମ ରଖିଛନ୍ତି । ବାବାଙ୍କର ବି ବହୁତ ସ୍ତୁତି
କରୁଛନ୍ତି । ଏହା ମଧ୍ୟ ପରମପିତା ପରମାତ୍ମାଙ୍କର ସ୍ତୁତି ଅଟେ ନା । ବାବା ଅଗ୍ନିଶିଖା ହୋଇ
ଆସିଛନ୍ତି ପତଙ୍ଗମାନଙ୍କ ପାଇଁ । ପତଙ୍ଗମାନେ ଯେତେବେଳେ ଦୀପଶୀଖାକୁ ଦେଖନ୍ତି ସେତେବେଳେ ତା’
ଉପରେ ସମର୍ପଣ ହୋଇ ପ୍ରାଣ ତ୍ୟାଗ କରିଦିଅନ୍ତି । ଅନେକ ପତଙ୍ଗ ଅଛନ୍ତି ଯିଏକି ଅଗ୍ନିଶିଖାରେ
ପ୍ରାଣଦାନ କରନ୍ତି । ସେଥିରେ ବି ଖାସ୍ ଯେତେବେଳେ ଦୀପାବଳୀ ହୁଏ, ବହୁତ ବତୀ ଜଳେ ସେତେବେଳେ ଛୋଟ
ଛୋଟ ଅନେକ ଜୀବ ରାତିରେ ମରିଯାଆନ୍ତି । ଏବେ ତୁମେ ସନ୍ତାନମାନେ ଜାଣିଛ ଯେ ଆମର ବାବା ପରମ ଆତ୍ମା
ଅଟନ୍ତି । ତାଙ୍କୁ ହୁସେନ୍ ମଧ୍ୟ କୁହାଯାଉଛି, ସେ ବହୁତ ସୁନ୍ଦର ଅଟନ୍ତି କାହିଁକିନା ସେ ସଦା
ପବିତ୍ର ଅଟନ୍ତି । ଆତ୍ମା ପବିତ୍ର ହୋଇଗଲେ ତାକୁ ଶରୀର ବି ପବିତ୍ର ପ୍ରାକୃତିକ ସୁନ୍ଦରତାରେ
ସମ୍ପନ୍ନ ମିଳିଥାଏ । ଶାନ୍ତିଧାମରେ ଆତ୍ମାମାନେ ପବିତ୍ର ରହିଥା’ନ୍ତି ତା’ପରେ ଯେତେବେଳେ ଏଠାକୁ
ଅଭିନୟ କରିବାକୁ ଆସିଥା’ନ୍ତି ସେତେବେଳେ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ, ରଜୋ, ତମୋରେ ଆସିଥାନ୍ତି ।
ପୁଣି ସୁନ୍ଦରରୁ ଶ୍ୟାମଳ ଅର୍ଥାତ୍ କଳା ଅପବିତ୍ର ହୋଇଯାଆନ୍ତି । ଆତ୍ମା ଯେତେବେଳେ ପବିତ୍ର ଥାଏ
ସେତେବେଳେ ସୁବର୍ଣ୍ଣ ଯୁଗୀ ବୋଲି କୁହାଯାଏ । ତାଙ୍କୁ ପୁଣି ଶରୀର ବି ସୁବର୍ଣ୍ଣ ଯୁଗୀର ମିଳିଥାଏ
। ଦୁନିଆ ବି ପୁରୁଣା ଏବଂ ନୂଆ ହୁଏ । ସେହି ସୁନ୍ଦର ପରମପିତା ପରମାତ୍ମା, ଯାହାଙ୍କୁ
ଭକ୍ତିମାର୍ଗରେ ଡାକୁଛନ୍ତି - ହେ ଶିବବାବା, ସେହି ନିରାକାର ପରମପିତା ପରମାତ୍ମା ଆସିଛନ୍ତି,
ଆତ୍ମାମାନଙ୍କୁ ଅପବିତ୍ରରୁ ପବିତ୍ର ସୁନ୍ଦର କରିବାକୁ । ଏପରି ନୁହେଁ, ଆଜିକାଲି ଯିଏ ବହୁତ
ସୁନ୍ଦର, ତାଙ୍କର ଆତ୍ମା ପବିତ୍ର ଅଟେ ନା । ଯଦିଓ ଶରୀର ସୁନ୍ଦର ତଥାପି ଆତ୍ମା ତ’ ପତିତ ଅଟେ ନା
। ବିଲାତରେ କେତେ ସୁନ୍ଦର ମନୁଷ୍ୟ ଅଛନ୍ତି । ଜାଣିଛ ଏହି ଲକ୍ଷ୍ମୀ ନାରାୟଣ ହେଉଛନ୍ତି ସତ୍ୟଯୁଗୀ
ସୁନ୍ଦର ଏବଂ ଏଠାରେ ଅଛି ନର୍କର ସୁନ୍ଦରତା । ମନୁଷ୍ୟ ଏ ସବୁ କଥା ଜାଣିନାହାଁନ୍ତି ।
ପିଲାମାନଙ୍କୁ ହିଁ ବୁଝାଯାଉଛି ଏହା ହେଉଛି ନର୍କର ସୁନ୍ଦରତା । ଆମେ ବର୍ତ୍ତମାନ ସ୍ୱର୍ଗ ପାଇଁ
ସ୍ୱତଃ ସୁନ୍ଦର ହେଉଛୁ । ୨୧ ଜନ୍ମ ପାଇଁ ଏହିପରି ସୁନ୍ଦର ହେବୁ । ଏଠାକାର ସୁନ୍ଦରତା ତ’ ଗୋଟିଏ
ଜନ୍ମ ପାଇଁ ଅଟେ । ବାବା ଏଠାକୁ ଆସିଛନ୍ତି, ସାରା ଦୁନିଆର ମନୁଷ୍ୟ ମାତ୍ରଙ୍କୁ କ’ଣ ସାରା
ଦୁନିଆକୁ ବି ସୁନ୍ଦର କରୁଛନ୍ତି । ସତ୍ୟଯୁଗ ନୂଆ ଦୁନିଆରେ ସୁନ୍ଦର ଦେବୀ ଦେବତାମାନେ ହିଁ ଥିଲେ
। ସେପରି ହେବା ପାଇଁ ତୁମେ ଏବେ ପଢ଼ୁଛ । ବାବାଙ୍କୁ ଅଗ୍ନିଶିଖା ମଧ୍ୟ କୁହାଯାଉଛି ପରନ୍ତୁ ସେ
ପରମ ଆତ୍ମା ଅଟନ୍ତି । ଯେପରି ତୁମକୁ ଆତ୍ମା କହୁଛନ୍ତି ସେପରି ତାଙ୍କୁ ପରମ ଆତ୍ମା କହୁଛନ୍ତି ।
ତୁମେମାନେ ବାବାଙ୍କର ମହିମାର ଗାୟନ କରୁଛ, ବାବା ପୁଣି ପିଲାମାନଙ୍କର ମହିମା କରୁଛନ୍ତି, ତୁମକୁ
ଏପରି କରୁଛି, ଯାହାକି ମୋ’ଠାରୁ ବି ତୁମର ପଦ ଉଚ୍ଚ ହେଉଛି । ମୁଁ ଯିଏ, ଯେଉଁଭଳି, ମୁଁ ଯେଉଁପରି
ପାର୍ଟ କରୁଛି ଏକଥା ଅନ୍ୟ କେହି ଜାଣିନାହାନ୍ତି । ଏବେ ତୁମେ ସନ୍ତାନମାନେ ଜାଣିଛ କିପରି ଆମେ
ଆତ୍ମାମାନେ ଅଭିନୟ କରିବା ପାଇଁ ପରମଧାମରୁ ଆସିଛୁ । ଆମେ ଶୁଦ୍ର କୂଳରେ ଥିଲୁ ତା’ପରେ ପୁଣି
ବର୍ତ୍ତମାନ ବ୍ରାହ୍ମଣ କୁଳକୁ ଆସିଛୁ । ଏହା ମଧ୍ୟ ତୁମର ବର୍ଣ୍ଣ ଅଟେ, ଅନ୍ୟ କୌଣସି
ଧର୍ମାବଲମ୍ବୀମାନଙ୍କ ପାଇଁ ଏହି ବର୍ଣ୍ଣ ନୁହେଁ । ତାଙ୍କର ବର୍ଣ୍ଣ ନଥାଏ । ତାଙ୍କର ତ’ ଗୋଟିଏ
ବର୍ଣ୍ଣ, ଖ୍ରୀଷ୍ଟିଆନ୍ ହିଁ ରହିଆସିଛି । ହଁ, ସେଥିରେ ମଧ୍ୟ ସତ୍ତ୍ୱ-ରଜୋ-ତମୋ ଦେଇ ଆସିବାକୁ
ହୁଏ । ବାକି ଏହି ବର୍ଣ୍ଣ ତୁମମାନଙ୍କ ପାଇଁ । ସୃଷ୍ଟି ମଧ୍ୟ ସତ୍ତ୍ୱ-ରଜୋ-ତମୋ ଦେଇ ଗତି କରିଥାଏ
। ଏହି ସୃଷ୍ଟିଚକ୍ର ବେହଦର ବାବା ବସି ବୁଝାଉଛନ୍ତି । ଯେଉଁ ବାବା ଜ୍ଞାନର ସାଗର, ପବିତ୍ରତାର
ସାଗର ଅଟନ୍ତି, ନିଜେ କହୁଛନ୍ତି ଯେ ମୁଁ ପୁନର୍ଜନ୍ମ ନେଉନାହିଁ । ଯଦିଓ ଶିବଜୟନ୍ତୀ ମଧ୍ୟ ପାଳନ
କରୁଛନ୍ତି ପରନ୍ତୁ ମନୁଷ୍ୟମାନଙ୍କୁ ଏହା ଜଣାନାହିଁ ଯେ ସେ କେବେ ଆସିଥା’ନ୍ତି । ତାଙ୍କର
ଜୀବନକାହାଣୀକୁ ବି ଜାଣନ୍ତି ନାହିଁ । ବାବା କହୁଛନ୍ତି ମୁଁ ଯିଏ, ଯେପରି ଅଟେ, ମୋ ମଧ୍ୟରେ କ’ଣ
ଅଭିନୟ ରହିଛି, ସୃଷ୍ଟିଚକ୍ର କିପରି ଘୁରୁଛି - ଏହା ତୁମ ସନ୍ତାନମାନଙ୍କୁ ମୁଁ ପ୍ରତିକଳ୍ପରେ
ବୁଝାଉଛି । ତୁମେ ଜାଣିଛ, ଆମେ ସିଢ଼ିରେ ତଳକୁ ଖସି ଖସି ତମୋପ୍ରଧାନ ହୋଇଯାଇଛୁ । ୮୪ ଜନ୍ମ ବି
ତୁମେ ହିଁ ନେଉଛ । ପଛରେ ଯେଉଁମାନେ ଆସୁଛନ୍ତି ତାଙ୍କୁ ମଧ୍ୟ ସତ୍ତ୍ୱ-ରଜୋ-ତମୋ ଦେଇ ଆସିବାକୁ
ପଡିବ । ତୁମେ ତମୋପ୍ରଧାନ ହେଉଛ ତେବେ ସାରା ଦୁନିଆ ତମୋପ୍ରଧାନ ହୋଇଯାଉଛି । ତା’ପରେ ତୁମକୁ ପୁଣି
ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡିବ । ଏହି ସୃଷ୍ଟିଚକ୍ର ଘୁରି ଚାଲିଛି । ଏବେ
କଳିଯୁଗ ଚାଲିଛି ତା’ପରେ ସତ୍ୟଯୁଗ ଆସିବ । କଳିଯୁଗର ଆୟୁଷ ଶେଷ ହେଲା । ବାବା କହୁଛନ୍ତି ମୁଁ
ସାଧାରଣ ଶରୀରରେ ଠିକ୍ ପୂର୍ବ କଳ୍ପ ପରି ପ୍ରବେଶ କରିଛି, ପୁଣି ଥରେ ତୁମମାନଙ୍କୁ ରାଜଯୋଗ
ଶିଖାଇବାକୁ । ଯୋଗ ତ’ ଆଜିକାଲି ବହୁତ ପ୍ରକାରର ଅଛି । ବାରିଷ୍ଟରୀ ଯୋଗ, ଇଞ୍ଜିନିୟରିଂ ଯୋଗ...
। ବାରିଷ୍ଟରୀ ପଢ଼ିବା ପାଇଁ ବାରିଷ୍ଟର ସାଥିରେ ବୁଦ୍ଧିଯୋଗ ଲଗାଇବାକୁ ପଡିଥାଏ । ଆମେ ବାରିଷ୍ଟର
ହେଉଛୁ ତେବେ ପଢ଼ାଇଲାବାଲାଙ୍କୁ ମନେପକାଉଛୁ । ତାଙ୍କର ତ’ ନିଜର ପିତା ଅଲଗା ଥାଆନ୍ତି, ଗୁରୁ ଯଦି
ଥିବ ତେବେ ତାଙ୍କୁ ବି ମନେପକାଇବେ । ତେବେ ବି ବାରିଷ୍ଟରଙ୍କ ସାଥିରେ ବୁଦ୍ଧିର ଯୋଗ ରହିଥାଏ ।
ଆତ୍ମା ହିଁ ପଢ଼ୁଛି । ଆତ୍ମା ହିଁ ଶରୀର ଦ୍ୱାରା ଜଜ୍ ବାରିଷ୍ଟର ଆଦି ହୋଇଥାଏ ।
ଏବେ ତୁମେ ସନ୍ତାନମାନେ
ଆତ୍ମ-ଅଭିମାନୀ ହେବାର ସଂସ୍କାର ନିଜ ମଧ୍ୟରେ ଭରୁଛ । ଅଧାକଳ୍ପ ଦେହ ଅଭିମାନୀ ରହିଲ । ଏବେ ବାବା
କହୁଛନ୍ତି ଦେହୀ ଅଭିମାନୀ ହୁଅ । ଆତ୍ମା ମଧ୍ୟରେ ହିଁ ପାଠପଢ଼ାର ସଂସ୍କାର ଅଛି । ମନୁଷ୍ୟ ଆତ୍ମା
ହିଁ ଜଜ୍ ହେଉଛି, ଏବେ ଆମେ ବିଶ୍ୱର ମାଲିକ ଦେବତା ହେଉଛୁ, ପଢ଼ାଇବାବାଲା ହେଉଛନ୍ତି ଶିବବାବା,
ପରମ ଆତ୍ମା । ସେ ହିଁ ଜ୍ଞାନର ସାଗର, ଶାନ୍ତି, ସମ୍ପତ୍ତିର ସାଗର ଅଟନ୍ତି । ଏହା ମଧ୍ୟ
ଦର୍ଶାଇଥା’ନ୍ତି ଯେ ସାଗରରୁ ରତ୍ନର ଥାଳି ବାହାରିଲା । ଏହା ହେଉଛି ଭକ୍ତିମାର୍ଗର କଥା ।
ବାବାଙ୍କୁ ଉଲ୍ଲେଖ କରିବାକୁ ପଡେ । ବାବା ବୁଝାଉଛନ୍ତି ଏହା ହେଉଛି ଅବିନାଶୀ ଜ୍ଞାନରତ୍ନ । ଏହି
ଜ୍ଞାନ ରତ୍ନ ଦ୍ୱାରା ତୁମେ ବହୁତ ସାହୁକାର ହେଉଛ ଏବଂ ତୁମକୁ ପୁଣି ବହୁତ ହୀରାଲୀଳା ଇତ୍ୟାଦି
ମିଳୁଛି । ଏହି ଗୋଟିଏ-ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର, ଯାହାକି ତୁମକୁ ଏତେ ସାହୁକାର କରୁଛି ।
ତୁମେ ତ’ ଜାଣିଛ ଭାରତ ହିଁ ନିର୍ବିକାରୀ ବିଶ୍ୱ ଥିଲା । ସେଠାରେ ପବିତ୍ର ଦେବତାମାନେ ରହୁଥିଲେ ।
ଏବେ ଶ୍ୟାମଳ ଅପବିତ୍ର ହୋଇଯାଇଛନ୍ତି । ଆତ୍ମା ଏବଂ ପରମାତ୍ମାଙ୍କର ମେଳା ହେଉଛି । ଆତ୍ମା ଶରୀରରେ
ଅଛି ତେଣୁ ଶୁଣିପାରୁଛି । ପରମାତ୍ମା ମଧ୍ୟ ବ୍ରହ୍ମାଙ୍କ ଶରୀରରେ ଆସିଥା’ନ୍ତି । ଆତ୍ମା ଏବଂ
ପରମାତ୍ମାଙ୍କର ଘର ଶାନ୍ତିଧାମ ଅଟେ । ସେଠାରେ କିଛି ବି ହଲ୍ଚଲ୍ ହୁଏ ନାହିଁ । ଏଠାକୁ ପରମାତ୍ମା
ପିତା ଆସି ପିଲାମାନଙ୍କ ସହ ମିଶୁଛନ୍ତି । ସଶରୀରେ ମିଶୁଛନ୍ତି । ତାହା ତ ଘର ଅଟେ, ସେଠାରେ
ବିଶ୍ରାମ ପାଇଥାନ୍ତି । ଏବେ ତୁମେ ସନ୍ତାନମାନେ ପୁରୁଷୋତ୍ତମ ସଙ୍ଗମଯୁଗରେ ଅଛ । ବାକି ଦୁନିଆ
କଳିଯୁଗରେ ଅଛି । ବାବା ବସି ବୁଝାଉଛନ୍ତି ଭକ୍ତିମାର୍ଗରେ ବହୁତ ଖର୍ଚ୍ଚ କରୁଛନ୍ତି, ବହୁତ ଚିତ୍ର
ମଧ୍ୟ ତିଆରି କରୁଛନ୍ତି । ବଡ ବଡ ମନ୍ଦିର ତିଆରି କରୁଛନ୍ତି । ନ ହେଲେ ଶ୍ରୀକୃଷ୍ଣଙ୍କର ଚିତ୍ର
ଘରେ ବି ରଖିପାରିବେ । ଚିତ୍ର ବହୁତ ଶସ୍ତା, ତେବେ ଏତେ ଦୂର ଦୂର ମନ୍ଦିରମାନଙ୍କୁ କାହିଁକି
ଯାଆନ୍ତି । ଏହା ହେଉଛି ଭକ୍ତିମାର୍ଗ । ସତ୍ୟଯୁଗରେ ଏହି ମନ୍ଦିର ଆଦି ରହିବ ନାହିଁ । ସେଠାରେ
ସମସ୍ତେ ପୂଜ୍ୟ ହେବେ । କଳିଯୁଗରେ ହେଉଛନ୍ତି ପୂଜାରୀ । ତୁମେ ବର୍ତ୍ତମାନ ସଙ୍ଗମଯୁଗରେ ପୂଜ୍ୟ
ଦେବତା ହେଉଛ । ଏବେ ତୁମେ ବ୍ରାହ୍ମଣ ହୋଇଛ । ବର୍ତ୍ତମାନ ତୁମର ଏହି ଅନ୍ତିମ ପୁରୁଷାର୍ଥୀ ଶରୀର
ଅତି ମୂଲ୍ୟବାନ୍ ଅଟେ । ଏହି ଶରୀର ଦ୍ୱାରା ତୁମେ ବହୁତ ରୋଜଗାର କରୁଛ । ବେହଦର ପିତାଙ୍କ ସହ ତୁମେ
ଖାଉଛ ପିଉଛ । ତାଙ୍କୁ ହିଁ ଡାକୁଛ । ଏପରି ତ କହୁନାହଁ - ଶ୍ରୀକୃଷ୍ଣଙ୍କ ସହ ଖାଇବି । ବାବାଙ୍କୁ
ମନେ ପକାଇ କୁହନ୍ତି - ତୁମେ ମାତା ପିତା... ବାଳକମାନେ ତ’ ବାବାଙ୍କ ସାଥିରେ ଖେଳିଥାନ୍ତି ।
କୃଷ୍ଣଙ୍କର ଆମେ ସବୁ ବାଳକ ଅଟୁ, ଏପରି କହିବେ ନାହିଁ । ସବୁ ଆତ୍ମାମାନେ ପରମପିତା
ପରମାତ୍ମାଙ୍କର ସନ୍ତାନ ଅଟନ୍ତି । ଆତ୍ମା ଶରୀର ଦ୍ୱାରା କହୁଛି - ଆପଣ ଆସିଲେ ଆମେ ଆପଣଙ୍କ ସହ
ଖେଳିବୁ, ଖାଇବୁ ସବୁକିଛି କରିବୁ । ତୁମେ ହିଁ କହୁଛ ବାପଦାଦା । ତେବେ ଯେପରି ଏହା ଘର ହୋଇଗଲା
ନା । ବାପଦାଦା ଏବଂ ସନ୍ତାନମାନେ । ଏହି ବ୍ରହ୍ମା ହେଉଛନ୍ତି ବେହଦର ରଚୟିତା । ବାବା ୟାଙ୍କଠାରେ
ପ୍ରବେଶ କରି ଏହାଙ୍କୁ ପୋଷ୍ୟ କରୁଛନ୍ତି । ବ୍ରହ୍ମାଙ୍କୁ କହୁଛନ୍ତି ତୁମେ ମୋର ଅଟ । ଇଏ
ହେଉଛନ୍ତି ମୁଖ ବଂଶାବଳୀ । ଯେପରି ସ୍ତ୍ରୀଙ୍କୁ ବି ପୋଷ୍ୟ କରିଥା’ନ୍ତି ନା । ସେ ମଧ୍ୟ ମୁଖ
ବଂଶାବଳୀ ଅଟନ୍ତି । କହିବେ ତୁମେ ମୋର ଅଟ । ତା’ପରେ ତାଙ୍କଠାରୁ କୁଖ ବଂଶାବଳୀ ସନ୍ତାନ ଜନ୍ମ
ହୁଅନ୍ତି । ଏହି ପ୍ରଥା କେବେଠାରୁ ପ୍ରଚଳିତ ହେଲା? ବାବା କହୁଛନ୍ତି ମୁଁ ଏହାଙ୍କୁ ଆଡପ୍ଟ (ପୋଷ୍ୟ)
କରିଛି ନା । ଏହାଙ୍କ ଦ୍ୱାରା ତୁମକୁ ପୋଷ୍ୟ କରୁଛି । ତୁମେ ମୋର ସନ୍ତାନ ଅଟ । ପରନ୍ତୁ ଇଏ
ପୁରୁଷ ଅଟନ୍ତି । ତୁମମାନଙ୍କ ଦେଖାଶୁଣା କରିବା ପାଇଁ ସରସ୍ୱତୀଙ୍କୁ ପୁଣି ଆଡପ୍ଟ କଲି । ତାଙ୍କୁ
ମାଆର ପଦବୀ ମିଳିଲା । ସରସ୍ୱତୀ ହେଉଛି ନଦୀ । ଏହି ନଦୀ ମାତା ହେଲେ ନା । ବାବା ସାଗର ଅଟନ୍ତି ।
ଇଏ ବି ସାଗରରୁ ବାହାରିଛନ୍ତି । ବ୍ରହ୍ମପୁତ୍ର ନଦୀ ଏବଂ ସାଗରର ମିଳନର ବହୁତ ବଡ ମେଳା ଲାଗୁଛି ।
ଏପରି ମେଳା ଅନ୍ୟ କେଉଁଠି ଲାଗେ ନାହିଁ । ତାହା ହେଉଛି ନଦୀମାନଙ୍କର ମେଳା । ଏହା ଆତ୍ମା ଏବଂ
ପରମାତ୍ମାଙ୍କର ମେଳା । ସେ ମଧ୍ୟ ଯେତେବେଳେ ଶରୀରରେ ଆସିଥାନ୍ତି ସେତେବେଳେ ମେଳା ଲାଗିଥାଏ ।
ବାବା କହୁଛନ୍ତି ମୁଁ ହୁସେନ୍ ଅଟେ । ମୁଁ ଏହାଙ୍କ ମଧ୍ୟରେ ପ୍ରତିକଳ୍ପରେ ପ୍ରବେଶ କରୁଛି । ଏହା
ଡ୍ରାମାରେ ନିର୍ଦ୍ଧାରିତ ଅଛି । ତୁମ ବୁଦ୍ଧିରେ ସାରା ସୃଷ୍ଟିର ଚକ୍ର ରହିଛି, ଏହାର ଆୟୁ ୫ ହଜାର
ବର୍ଷ ଅଟେ । ଏହି ବେହଦ ଫିଲିମ୍ରୁ ପୁଣି ହଦର ଫିଲିମ୍ ତିଆରି କରୁଛନ୍ତି । ଯାହା ବିତିଯାଇଛି
ତାହା ପୁଣି ବର୍ତ୍ତମାନ ହେଉଛି । ବର୍ତ୍ତମାନ ଯାହା ହେଉଛି ତାହା ପୁଣି ଭବିଷ୍ୟତରେ ହେବ, ଯାହାକୁ
ପୁଣି ଅତୀତ କୁହାଯିବ । ଅତୀତ ହେବାରେ କେତେ ସମୟ ଲାଗିଗଲା । ନୂଆ ଦୁନିଆରୁ ଆସିବାର କେତେ ସମୟ
ହୋଇଗଲା? ୫ ହଜାର ବର୍ଷ । ତୁମେ ବର୍ତ୍ତମାନ ପ୍ରତ୍ୟେକ ସ୍ୱଦର୍ଶନ ଚକ୍ରଧାରୀ ଅଟ । ତୁମେ ବୁଝାଉଛ
ଆମେ ପୂର୍ବରୁ ବ୍ରାହ୍ମଣ ଥିଲୁ ପୁଣି ଦେବତା ହେଲୁ । ତୁମ ସନ୍ତାନମାନଙ୍କୁ ଏବେ ବାବାଙ୍କ ଦ୍ୱାରା
ଶାନ୍ତିଧାମ ସୁଖଧାମର ସମ୍ପତ୍ତି ମିଳୁଛି । ବାବା ଆସି ତିନୋଟି ଧର୍ମ ଏକତ୍ର ସ୍ଥାପନ କରୁଛନ୍ତି ।
ବାକି ସମସ୍ତଙ୍କର ବିନାଶ ହୋଇଯାଉଛି । ଘରକୁ ନେଇଯିବା ପାଇଁ ତୁମକୁ ସତଗୁରୁ ବାବା ମିଳିଛନ୍ତି ।
ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ ଆମକୁ ସଦ୍ଗତିକୁ ନେଇଯାଅ । ଶରୀରକୁ ସମାପ୍ତ କରିଦିଅ । ଏପରି
ଯୁକ୍ତି ବତାଅ ଯେ ଆମେ ଶରୀର ତ୍ୟାଗ କରି ଶାନ୍ତିଧାମ ଚାଲିଯିବୁ । ଗୁରୁଙ୍କ ପାଖକୁ ମଧ୍ୟ ମନୁଷ୍ୟ
ସେଇଥିପାଇଁ ଯାଇଥାଆନ୍ତି । ପରନ୍ତୁ ସେ ଗୁରୁ ତ’ ଶରୀରରୁ ମୁକ୍ତ କରି ସାଥିରେ ନେଇଯାଇପାରିବେ
ନାହିଁ । ପତିତ ପାବନ ହେଉଛନ୍ତି ହିଁ ଏକ ବାବା । ସେ ଯେତେବେଳେ ଆସୁଛନ୍ତି ସେତେବେଳେ ପବିତ୍ର
ନିଶ୍ଚିତ ହେବାକୁ ପଡିବ । ବାବାଙ୍କୁ ହିଁ କୁହାଯାଉଛି କାଳର କାଳ, ମହାକାଳ । ସମସ୍ତଙ୍କୁ ଶରୀରରୁ
ମୁକ୍ତ କରି ସାଥିରେ ନେଇଯାଇଥାନ୍ତି । ଇଏ ହେଉଛନ୍ତି ପରମ ପଥପ୍ରଦର୍ଶକ । ସବୁ ଆତ୍ମାମାନଙ୍କୁ
ଘରକୁ ନେଇଯାଇଥାଆନ୍ତି । ଏହା ଛି ଛି ଶରୀର ଅଟେ, ଏହାର ବନ୍ଧନରୁ ମୁକ୍ତ ହେବାକୁ ଚାହୁଁଛନ୍ତି ।
କେବେ ଶରୀର ଛାଡିବୁ ତେବେ ଯାଇ ବନ୍ଧନମୁକ୍ତ ହେବୁ । ଏବେ ତୁମକୁ ଏହି ସବୁ ଆସୁରୀ ବନ୍ଧନରୁ
ମୁକ୍ତ କରି ସୁଖର ଦୈବୀ ସମ୍ବନ୍ଧକୁ ନେଇଯାଉଛି । ତୁମେ ଜାଣିଛ ଯେ ଆମେ ସୁଖଧାମକୁ ଆସିବୁ ଭାୟା
ଶାନ୍ତିଧାମ । ତା’ପରେ ଦୁଃଖଧାମକୁ କିପରି ଆସୁଛ ଏହା ବି ତୁମେ ଜାଣିଛ । ବାବା ଆସୁଛନ୍ତି
ଶ୍ୟାମଳରୁ ସୁନ୍ଦର କରିବାକୁ । ବାବା କହୁଛନ୍ତି ମୁଁ ତୁମର ବିଶ୍ୱସ୍ତ ପିତା ମଧ୍ୟ ଅଟେ । ପିତା
ସର୍ବଦା ଆଜ୍ଞାକାରୀ ହୋଇଥା’ନ୍ତି । ପିଲାମାନଙ୍କର ବହୁତ ସେବା କରିଥା’ନ୍ତି । ଖର୍ଚ୍ଚ କରି
ପାଠପଢ଼ାଇ ତା’ପରେ ସବୁ ଧନ ସମ୍ପତ୍ତି ପିଲାମାନଙ୍କୁ ଦେଇ ନିଜେ ଯାଇ ସାଧୁମାନଙ୍କ ସଙ୍ଗ
କରିଥା’ନ୍ତି । ନିଜଠାରୁ ବି ପିଲାମାନଙ୍କୁ ଶ୍ରେଷ୍ଠ କରିଥାନ୍ତି । ଏହି ବାବା ବି କହୁଛନ୍ତି ମୁଁ
ତୁମକୁ ଡବଲ୍ ମାଲିକ କରୁଛି । ତୁମେ ବିଶ୍ୱର ବି ମାଲିକ ଏବଂ ବ୍ରହ୍ମାଣ୍ଡର ବି ମାଲିକ ହେଉଛ ।
ତୁମର ପୂଜା ମଧ୍ୟ ଡବଲ୍ ହେଉଛି । ଆତ୍ମା ରୂପରେ ମଧ୍ୟ ପୂଜା ହେଉଛି । ଦେବତା ବର୍ଣ୍ଣରେ ମଧ୍ୟ
ପୂଜା ହେଉଛି । ମୋର ତ କେବଳ ଶିବଲିଙ୍ଗ ରୂପରେ ପୂଜା ହେଉଛି । ମୁଁ ତ’ ରାଜା ହେଉନାହିଁ । ତୁମର
କେତେ ସେବା କରୁଛି । ଏପରି ବାବାଙ୍କୁ ତୁମେ କାହିଁକି ଭୁଲିଯାଉଛ! ହେ ଆତ୍ମା, ନିଜକୁ ଆତ୍ମା ଭାବି
ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ । ତୁମେ କାହା ପାଖକୁ ଆସିଛ? ପ୍ରଥମେ ବାବା ତା
ପରେ ଦାଦା । ଏବେ ପିତା ହୋଇଛନ୍ତି ତା’ପରେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର ଆଦିଦେବ ଏଡମ୍ ହେବେ
କାହିଁକି ନା ବହୁତ ବଂଶାବଳୀ ହେଉଛି ନା । ଶିବବାବାଙ୍କୁ କେହି ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ୍ ଫାଦର
କହିବେ କି? ପ୍ରତି କଥାରେ ତୁମକୁ ବହୁତ ଶ୍ରେଷ୍ଠ କରୁଛନ୍ତି । ଏପରି ବାବା ମିଳିଛନ୍ତି ପୁଣି ତୁମେ
ତାଙ୍କୁ କାହିଁକି ଭୁଲିଯାଉଛ? ଭୁଲିଯିବ ତ ପବିତ୍ର କିପରି ହେବ! ବାବା ପବିତ୍ର ହେବାର ଯୁକ୍ତି
ବତାଉଛନ୍ତି । ଏହି ଯୋଗ ଆଧାରରେ ହିଁ ଖାଦ ବାହାରିଯିବ । ବାବା କହୁଛନ୍ତି - ମଧୁର ସନ୍ତାନଗଣ,
ଦେହ ଅଭିମାନ ଛାଡି ଆତ୍ମ ଅଭିମାନୀ ହେବାକୁ ହେବ, ପବିତ୍ର ମଧ୍ୟ ହେବାକୁ ପଡିବ । କାମ ମହାଶତ୍ରୁ
ଅଟେ । ଏହି ଗୋଟିଏ ଜନ୍ମ ମୋ ପାଇଁ ପବିତ୍ର ହୁଅ । ଲୌକିକ ପିତା ବି କହୁଛନ୍ତି ନା - କିଛି ଖରାପ
କାମ କରନାହିଁ । ମୋର ଦାଢ଼ୀର ଇଜ୍ଜତ ରଖ । ପାରଲୌକିକ ପିତା ବି କହୁଛନ୍ତି ମୁଁ ପବିତ୍ର କରିବାକୁ
ଆସିଛି, ଏବେ ମୁହଁ କଳା କରନାହିଁ । ନହେଲେ ଇଜ୍ଜତ ହରାଇବ । ସବୁ ବ୍ରାହ୍ମଣମାନଙ୍କର ଏବଂ
ବାବାଙ୍କର ବି ଇଜ୍ଜତ ହରାଇଦେବ । ଲେଖୁଛନ୍ତି ବାବା ମୋର ଅଧଃଗତି ହୋଇଗଲା । ମୁହଁ କଳା କରିଦେଲି
। ବାବା କହୁଛନ୍ତି ମୁଁ ତୁମକୁ ସୁନ୍ଦର କରିବାକୁ ଆସିଛି, ତୁମେ ପୁଣି ମୁହଁ କଳା କରିଦେଉଛ ।
ତୁମକୁ ତ’ ସଦା ହସୀନ୍ ଅର୍ଥାତ୍ ସୁନ୍ଦର ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି
ଅନ୍ତିମ ଜନ୍ମର ପୁରୁଷାର୍ଥୀ ଶରୀର ବହୁତ ମୂଲ୍ୟବାନ୍ ଅଟେ, ଏହା ମାଧ୍ୟମରେ ଭବିଷ୍ୟତ ପାଇଁ ବହୁତ
ରୋଜଗାର କରିବାକୁ ହେବ । ବେହଦର ବାବାଙ୍କ ସାଥୀରେ ଖାଇବା, ପିଇବା ସହିତ ସର୍ବ ସମ୍ବନ୍ଧର ଅନୁଭୂତି
କରିବାକୁ ହେବ ।
(୨) ଏପରି କୌଣସି କର୍ମ
କରିବାର ନାହିଁ ଯାହା ଦ୍ୱାରା ବ୍ରାହ୍ମଣ ପରିବାରର ବା ବାବାଙ୍କର ଇଜ୍ଜତ ଚାଲିଯିବ ।
ଆତ୍ମ-ଅଭିମାନୀ ହୋଇ ପୁରା ପବିତ୍ର ହେବାକୁ ପଡିବ । ଯୋଗବଳ ଆଧାରରେ ପୁରୁଣା ଖାଦ ସବୁ ବାହାର
କରିଦେବାକୁ ହେବ ।
ବରଦାନ:-
ଶୁଣିବା ସହିତ
ସ୍ୱରୂପ ହୋଇ ମନର ମନୋରଞ୍ଚନ ଦ୍ୱାରା ସଦା ଶକ୍ତିଶାଳୀ ଆତ୍ମା ହୁଅ ।
ପ୍ରତିଦିନ ମନ ଭିତରେ
ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ ଉମଙ୍ଗ-ଉତ୍ସାହ ଦ୍ୱାରା ସଂକଳ୍ପ ଉତ୍ପନ୍ନ କର ।
ନିଜେ ମଧ୍ୟ ସେହି ସଂକଳ୍ପର ସ୍ୱରୂପ ହୋଇଯାଅ ଏବଂ ଅନ୍ୟମାନଙ୍କର ସେବାରେ ମଧ୍ୟ ଲଗାଅ । ତେବେ
ନିଜର ଜୀବନ ମଧ୍ୟ ସଦାକାଳ ପାଇଁ ଉତ୍ସାହପୂର୍ଣ୍ଣ ହୋଇଯିବ ଏବଂ ତୁମେ ଅନ୍ୟମାନଙ୍କ ପାଇଁ ମଧ୍ୟ
ଉତ୍ସାହଦାତା ହୋଇଯିବ । ଯେପରି ମନୋରଞ୍ଜନ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସବୁ କରିଥାଆନ୍ତି,
ସେହିପରି ତୁମେମାନେ ମଧ୍ୟ ପ୍ରତିଦିନ ନିଜର ମନ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସ୍ତୁତ କର,
ଯାହା ଶୁଣୁଛ ତା’ର ସ୍ୱରୂପ ହୋଇଯାଅ ତାହାଦ୍ୱାରା ଶକ୍ତିଶାଳୀ ଆତ୍ମା ହୋଇଯିବ ।
ସ୍ଲୋଗାନ:-
ଅନ୍ୟମାନଙ୍କୁ
ପରିବର୍ତ୍ତନ କରିବା ପୂର୍ବରୁ ନିଜକୁ ପରିବର୍ତ୍ତନ କରିଦିଅ, ଏହା ହିଁ ବୁଦ୍ଧିମାନୀ ଅଟେ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ଶୁଭ ଏବଂ ଶ୍ରେଷ୍ଠ
ସଂକଳ୍ପର ଶକ୍ତି ହିଁ ସବୁଠାରୁ ତୀବ୍ରଗତିର ସେବାର ସାଧନ ଅଟେ । ଯେପରି ବ୍ରହ୍ମାବାବା ଶ୍ରେଷ୍ଠ
ସଂକଳ୍ପର ବିଦ୍ଧି ଦ୍ୱାରା ସେବାର ବୃଦ୍ଧି କରିବାରେ ସଦା ସହଯୋଗୀ ଅଟନ୍ତି, ଯଦି ବିଦ୍ଧି
ତୀବ୍ରଗତିଶୀଳ ହେବ ତେବେ ବୃଦ୍ଧି ମଧ୍ୟ ତୀବ୍ରଗତିରେ ହେବ । ସେଥିପାଇଁ ତୁମେ ପିଲାମାନେ ମଧ୍ୟ
ଶ୍ରେଷ୍ଠ ଏବଂ ଶୁଭ ସଂକଳ୍ପରେ ସମ୍ପନ୍ନ ହୁଅ ।