05.07.26 Avyakt Bapdada Odia Murli 15.12.2010 Om Shanti Madhuban
“ମୋ’ରକୁ ତୋ’ର ରେ
ପରିବର୍ତ୍ତନ କରି ଚିନ୍ତାମୁକ୍ତ ସମ୍ରାଟ ହୁଅ, ଗୋଟିଏ ସେକେଣ୍ଡରେ ବ୍ୟର୍ଥକୁ ବିନ୍ଦୁ ଲଗାଇବାର
ଅଭ୍ୟାସୀ ହୋଇ ପ୍ରତ୍ୟେକ ବିକଳ୍ପ ତଥା ସମୟକୁ ସଫଳ କର ।”
ଆଜି ବାପଦାଦା ଚାରିଆଡ଼ର
ନିଜର ଚିନ୍ତାମୁକ୍ତ ସମ୍ରାଟ ପିଲାମାନଙ୍କୁ ଦେଖୁଚନ୍ତି । ଏହିଭଳି ଚିନ୍ତାମୁକ୍ତ ସମ୍ରାଟମାନଙ୍କର
ସଭା ଏହି ସମୟରେ ହିଁ ଦେଖିବାକୁ ମଳିଥାଏ କାହିଁକି ନା ଏବେ ହିଁ ବାବା ଚିନ୍ତାକୁ ହରଣ କରି
ଚିନ୍ତାମୁକ୍ତ ସମ୍ରାଟ କରୁଛନ୍ତି । ସେଥିପାଇଁ ତୁମମାନଙ୍କର ଏହି ସଭା ଏହି ସମୟରେ ହିଁ ଦେଖିବାକୁ
ମିଳୁଛି । ତୁମେ ସମସ୍ତେ ଅମୃତ ବେଳାରେ ଉଠିବାଠାରୁ ଚିନ୍ତାମୁକ୍ତ ସ୍ଥିତିରେ ସ୍ଥିତ ହୋଇ ଯାଉଛ,
ଖାଇ, ପିଇ କର୍ମ କରି ମଧ୍ୟ କୌଣସି ଚିନ୍ତା ନାହିଁ । ଶୋଇବା ସମୟରେ ମଧ୍ୟ ଚିନ୍ତାମୁକ୍ତ, ଏହିଭଳି
ସମ୍ରାଟ ମଧ୍ୟ ଅଟ, ତା’ ସହିତ ଚିନ୍ତାମୁକ୍ତ ସମ୍ରାଟ ମଧ୍ୟ ଅଟ, ଉଠ, ଶୁଅ କିନ୍ତୁ ଚିନ୍ତାମୁକ୍ତ,
ଏହିଭଳି ଅନୁଭବ କରୁଛ ତ? କାହିଁକି ନା ତୁମେ ସମସ୍ତେ ବାବାଙ୍କୁ ନିଜର ଚିନ୍ତା ଦେଇ ତାଙ୍କଠାରୁ
ଖୁସିର ନିଶା ଗ୍ରହଣ କରି ନେଇଛ । ସେଥିପାଇଁ ଚିନ୍ତାମୁକ୍ତ ସମ୍ରାଟ ହୋଇଯାଇଛ । ଯଦି ଚାଲୁ ଚାଲୁ
କୌଣସି ଚିନ୍ତା ଆସିଯାଉଛି ତେବେ ସେ ତୁମକୁ କ’ଣ କରିଦେଉଛି? ଯଦି ତୁମର ନିଶା ରହିଛି ତେବେ ମସ୍ତକ
ଉପରେ ଆଲୋକର ଚମକ ଝଲସି ଯାଉଛି । ଯଦି ଚିନ୍ତା ଆସିଯାଉଛି ତେବେ ବୋଝର ଟୋକେଇ ଆସିଯାଉଛି । ଏବେ
କୁହ ତୁମକୁ ଆଲୋକର ଚମ୍କ ଭଲ ଲାଗୁଛି, ନା ବୋଝର ଟୋକେଇ ଭଲ ଲାଗୁଛି? ତେବେ ଚିନ୍ତାମୁକ୍ତ
ସମ୍ରାଟ ନିଜକୁ ମଧ୍ୟ ପ୍ରିୟ ଲାଗିଥାଏ ଏବଂ ଯେଉଁମାନେ ଏହିଭଳି ସ୍ଥିତିରେ ଉଡୁଥା’ନ୍ତି
ସେମାନଙ୍କର ଚମକୁଥିବା ଆଲୋକକୁ ଦେଖି ଅନ୍ୟମାନଙ୍କ ଭିତରେ ମଧ୍ୟ କେତେ ସ୍ନେହ ସୃଷ୍ଟି ହୋଇଥାଏ ।
ସେଥିପାଇଁ ବାପଦାଦା ସର୍ବଦା ପିଲାମାନଙ୍କୁ ଚିନ୍ତାମୁକ୍ତ ସମ୍ରାଟ ସ୍ଥିତିରେ, ଅର୍ଥାତ୍ ଏହିଭଳି
ସ୍ମୃତି ସ୍ୱରୂପରେ ସ୍ଥିତ କରି ଚାଲିଛନ୍ତି । ସେଥିପାଇଁ ତୁମମାନଙ୍କର ଚିତ୍ରରେ ମଧ୍ୟ ଭକ୍ତମାନେ
ଦୁଇଟି ମୁକୁଟଧାରୀ ରୂପରେ ଦେଖାଉଛନ୍ତି । ଗୋଟିଏ ହେଲା ଆଲୋକର ମୁକୁଟ, ଦ୍ୱିତିୟରେ ବିକାରଗୁଡ଼ିକ
ଉପରେ ବିଜୟ ପ୍ରାପ୍ତ କରି ସମ୍ରାଟ ହେବାର ମୁକୁଟ । ଏହିଭଳି ଡବଲ୍ ମୁକୁଟ ଦେଖାଉଛନ୍ତି ।
ସେଥିପାଇଁ ବାପ୍ଦାଦା ପ୍ରତ୍ୟେକ ସନ୍ତାନକୁ ସର୍ବଦା ଏହି ଶିକ୍ଷା ଦେଉଛନ୍ତି, ଯେ ସର୍ବଦା ମଉଜରେ
ରହିବା ବହୁତ ସହଜ ଅଟେ, କାହିଁକି ସହଜ ଅଟେ? କେବଳ ହଦ୍ର ମୋର ପଣିଆ ବାବାଙ୍କୁ ଦେଇଦିଅ । ମୋ’ର
କୁ ଯଦି ତୋ’ର କରିଦେବ ତେବେ ଚିନ୍ତାମୁକ୍ତ ସମ୍ରାଟ ହୋଇଯିବ । ମାତ୍ର ଗୋଟିଏ ହିଁ ଶବ୍ଦର
ପାର୍ଥକ୍ୟ ଅଟେ, ତୋ’ର ମୋ’ର । ତୋ ଏବଂ ମୋ ଏହି ଦୁଇଟି ଶବ୍ଦର ପାର୍ଥକ୍ୟରେ ଚିନ୍ତାମୁକ୍ତ
ସମ୍ରାଟ ହୋଇଯାଇଛ । ସହଜ ଅଟେ ନା! ସମସ୍ତେ ଚିନ୍ତାମୁକ୍ତ ସମ୍ରାଟ ହୋଇ ଯାଇଛନା? ନା ଏବେ ବି
ଚିନ୍ତା ରହିଛି? ଯଦି କେବେବି ଆତ୍ମିକ ନିଶା ପରିବର୍ତ୍ତେ ଚିନ୍ତା ଆସି ଯାଉଛି ତେବେ ଏହାର କାରଣ
କେବଳ ‘ତୋ’ ର ପରିବର୍ତ୍ତେ ‘ମୋ’ ର ଭାବିବା ଦ୍ୱାରା ଚିନ୍ତା ଆସି ଯାଉଛି । ତେବେ ସମସ୍ତଙ୍କର
ବାସ୍ତବିକ ଫଳାଫଳ କ’ଣ? ସବୁ ଚିନ୍ତା ଦେଇଦେଇଛ, ନା ମଝିରେ ମଝିରେ ନଶାକୁ ଛାଡ଼ି ଚିନ୍ତାକୁ ନେଇ
ଯାଉଛ? କ’ଣ ଚିନ୍ତା ଆସୁଛି, ନା ଚିନ୍ତାମୁକ୍ତ ସ୍ଥିତିରେ ରହୁଛ? ଯେଉଁମାନେ ସର୍ବଦା
ଚିନ୍ତାମୁକ୍ତ ସମ୍ରାଟ ସ୍ଥିତିରେ ରହୁଛନ୍ତି ସେମାନେ ହାତ ଉଠାଅ । ଚିନ୍ତାମୁକ୍ତ ସମ୍ରାଟ, ପକ୍କା,
ନା କେବେ କେବେ? ଚିନ୍ତାମୁ୍କ୍ତ ସମ୍ରାଟ, ହାତ ଉପରକୁ ଉଠାଅ । କେବେ କେବେ ବାଲା ମଧ୍ୟ ଅଛନ୍ତି,
ସେବାର ଚିନ୍ତା ରହିବା ଅଲଗା କଥା । କିନ୍ତୁ ସେହି ଚିନ୍ତା ତ ଅନ୍ୟମାନଙ୍କୁ ମଧ୍ୟ ଚିନ୍ତାମୁକ୍ତ
କରିବାର ଆଧାର ଅଟେ । ନିଜର ସଂସ୍କାର କାରଣରୁ ଯଦି ଚିନ୍ତା ଆସୁଛି ତେବେ ତାକୁ ସେହି ସମୟରେ ହିଁ
ମୋ’ର ପରିବର୍ତ୍ତେ ତୋ’ରକୁ ପରିବର୍ତ୍ତନ କରିଦିଅ । ବାବାଙ୍କୁ ସବୁ ଚିନ୍ତା ଦେଇଦିଅ ଏବଂ
ତାଙ୍କଠାରୁ ଆତ୍ମିକ ନିଶାର ଉପହାର ନେଇଯାଅ କାହିଁକିନା ବାବା କେବଳ ପିଲାମାନଙ୍କର ଚିନ୍ତାକୁ ନେଇ
ଆତ୍ମିକ ନିଶା ଦେବା ପାଇଁ ହିଁ ଆସିଛନ୍ତି । ତେଣୁ ଚେକ୍ କର ମୋ ଭିତରେ କେବେ କେବେ ବହୁତ ସମୟର
ସଂସ୍କାର ପ୍ରକଟ ହୋଇଯାଉ ନାହିଁ ତ? କାହିଁକି ନା ବାପ୍ଦାଦା କିଛି ସମୟ ହେବ ପିଲାମାନଙ୍କୁ ଏହି
କଥା ଶୁଣାଇ ଆସୁଛନ୍ତି ଯେ ବର୍ତ୍ତମାନ ସମୟ ଅନୁସାରେ କେବେ ବି କିଛି ବି ହୋଇପାରେ ଏବଂ ଆଉ କେବେ
ବି ହୋଇପାରେ, ସେଥିପାଇଁ ପ୍ରତ୍ୟେକ ସନ୍ତାନକୁ ନିଜ ଉପରେ ଏତିକି ଧ୍ୟାନ ଦେବାକୁ ହେବ ଯେ ଗୋଟିଏ
ସେକେଣ୍ଡ ଭିତରେ ଯଦି ବିନ୍ଦୁ ଲଗାଇବାକୁ ଚାହିଁବ ତେବେ ଲଗାଇ ପାରିବ ତ? ଧରିନିଅ ଯଦି କୌଣସି
ବ୍ୟର୍ଥ ସଂକଳ୍ପ ଆସି ଯାଉଛି ତେବେ ବିନ୍ଦୁ ଲଗାଇ ଗୋଟିଏ ସେକେଣ୍ଡ ଭିତରେ ବ୍ୟର୍ଥକୁ ସମାପ୍ତ
କରିପାରିବ? ଏତିକି ଅଭ୍ୟାସ ଅଛି ତ? ନା ସେତିକି ବେଳେ, ସମୟର ପରିସ୍ଥିତି ଅନୁସାରେ ପୁରୁଷାର୍ଥ
କରି ବ୍ୟର୍ଥକୁ ସମାପ୍ତ କରିବାର ଆବଶ୍ୟକତା ପଡ଼ିବ! ଲଗାଇବାକୁ ଚାହୁଁଥିବ ବିନ୍ଦୁ କିନ୍ତୁ
ଲାଗିଯାଉଥିବ ପ୍ରଶ୍ନବାଚକ ଚିହ୍ନ, କାହିଁକି, କ’ଣ, କିପରି..... ସେତିକି ବେଳେ ଯଦି ଏହାକୁ
ଭାବିବାକୁ ଲାଗିବ ତେବେ ଭବିଷ୍ୟତ ପାଇଁ ଯେଉଁ ଲକ୍ଷ୍ୟ ରଖୁଛ ବାବାଙ୍କ ସାଥୀରେ ଘରକୁ ଯିବାର, ବାବା
ତ ଗୋଟିଏ ସେକେଣ୍ଡରେ ଚାଲିଯିବେ, କାହିଁକି ନା ବିନ୍ଦୁ ଅଟନ୍ତି ଏବଂ ସେକେଣ୍ଡ ମଧ୍ୟ ବିନ୍ଦୁ ଅଟେ
ଏବଂ ଫୁଲ୍ଷ୍ଟପ୍ ମଧ୍ୟ ବିନ୍ଦୁ ଅଟେ । ତେଣୁ ତୁମମାନଙ୍କର ସେତିକି ଅଭ୍ୟାସ ଅଛି ତ? ଏଥିପାଇଁ
ଏବେଠାରୁ ଯଦି ଏହି ଅଭ୍ୟାସର ଅଭ୍ୟାସୀ ହୋଇଯିବ, ତେବେ ବାବାଙ୍କ ସମାନ ଶ୍ରୀମତର ହାତରେ ହାତ ଦେଇ
ନିଜର ଘରେ ପହଁଚିଯିବ । ସେଥିପାଇଁ ବାପ୍ଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ଦୁଇଟି କଥା
ଉପରେ ବିଶେଷ ଧ୍ୟାନ ଦିଅ । ସେହି ଦୁଇଟି କଥା କ’ଣ?
ଗୋଟିଏ ହେଲା ସଂକଳ୍ପ
ରୂପକ ସମ୍ପତ୍ତି ଏବଂ ଦ୍ୱିତୀୟଟି ସମୟ ରୂପକ ସମ୍ପତ୍ତି, ଏମିତି ତ ଅନେକ ଗୁଡିଏ ସମ୍ପତ୍ତି ମିଳିଛି,
ଜ୍ଞାନର ସମ୍ପତ୍ତି, ଶକ୍ତିର ସମ୍ପତ୍ତି, ଯୋଗ ଦ୍ୱାରା ଯାହା ବି ସବୁ ମୁଖ୍ୟ ସମ୍ପନ୍ନ ହେବାର
ଉପାୟ ଗୁଡିକ ରହିଛି, ସବୁ କିଛି ପ୍ରାପ୍ତ କରାଇ ଦିଆଯାଇଛି କାହିଁକିନା ଏହି ସଂଗମଯୁଗର ସମୟ ସାରା
କଳ୍ପ ଭିତରେ ବିଶେଷ ଅମୂଲ୍ୟ ସମୟ ଅଟେ, କେବଳ ଏହି ସମୟରେ ହିଁ ଯେତିକି ପ୍ରାପ୍ତି କରିବାକୁ
ଚାହିଁବ ସେତିକି କରିପାରିବ କାହିଁକିନା ଏହି ଗୋଟିଏ ଜନ୍ମ ମହାନ ଜନ୍ମ ଅଟେ । ଏହି ଗୋଟିଏ ଜନ୍ମରେ
ଅନେକ ଜନ୍ମର ପ୍ରାରବ୍ଧ ଜମା କରିବାକୁ ହେବ । ତେଣୁ ସଂଗମଯୁଗର ସମୟକୁ ଗୋଟିଏ ସେକେଣ୍ଡ ମଧ୍ୟ
ନଷ୍ଟ କରିବାର ନାହିଁ । ଗୋଟିଏ ସେକେଣ୍ଡର ସମ୍ପର୍କ ଅନେକ ଜନ୍ମ ସହିତ ରହିଛି । ଜମା କରିବାର
ଗୋଟିଏ ବର୍ଷ ଅନେକ ବର୍ଷର ପ୍ରାପ୍ତିର ଆଧାର ଅଟେ ସେଥିପାଇଁ ଏହି ସମୟର ମୂଲ୍ୟ ସେକେଣ୍ଡ ବା
ମିନିଟ୍ ନୁହେଁ ଏକ ଘଣ୍ଟା ମଧ୍ୟ ମହାନ ଅଟେ ଏବଂ ଏକ ସେକେଣ୍ଡ ମଧ୍ୟ ମହାନ ଅଟେ ଏବଂ ସଂକଳ୍ପ ହେଲା
ଏହି ସଂଗମଯୁଗୀ ଜନ୍ମର ବିଶେଷ ଆଧାର । ଦେଖ, ତୁମେମାନେ ଯେଉଁ ଯୋଗ ଲଗାଉଛ ତାକୁ ମନମନାଭବ କହୁଛ
ନା ଏବଂ ଏହା ହିଁ ମୂଳଦୂଆର ଆଧାର ଅଟେ । ମନର କାମ ହିଁ ହେଉଛି ସଂକଳ୍ପ କରିବା, ସଂକଳ୍ପ ଦ୍ୱାରା
ହିଁ ଯୋଗର ଯାତ୍ରାର ଅନୁଭୂତି କରୁଛ । ପରସ୍ପର ଭିତରେ ମଧ୍ୟ ଖାସ କରି ଭିନ୍ନ-ଭିନ୍ନ ସଂକଳ୍ପ ଦେଇ
ଅଭ୍ୟାସ କରାଉଛ ନା! ତେଣୁ ସମସ୍ତେ ଚେକ୍କର - ସାରା ଦିନ ଭିତରେ ଚାଲିବା-ବୁଲିବା, କର୍ମ କରିବା,
ଏବଂ ସମ୍ବନ୍ଧରେ ଆସିବାରେ ସମୟର ବେଗ ଅମୂଲ୍ୟ ରୂପରେ ରହିଥିଲା ତ? କାହିଁକିନା ସମୟ ଅମୂଲ୍ୟ ଅଟେ
। ସଂକଳ୍ପ ମଧ୍ୟ ସ୍ଥିତିକୁ ସର୍ବଶକ୍ତିବାନ କରିଦେଉଛି ।
ତେବେ ବାପଦାଦା
ବାରମ୍ବାର କହିଚାଲିଛନ୍ତି, ହେ ବାପଦାଦାଙ୍କର ଗେହ୍ଲା ସନ୍ତାନମାନେ, ହୃଦୟରେ ସ୍ଥାନ ପାଇଥିବା
ପିଲାମାନେ ଏବେ ବ୍ୟର୍ଥର ଖାତାକୁ ସମାପ୍ତ କର । ସଫଳ କର । ସଫଳ କରିବା ହିଁ ସଫଳତା ଅଟେ । ମାତ୍ର
ଗୋଟିଏ ସେକେଣ୍ଡ ହିଁ ନଷ୍ଟ ହୋଇଛି - ଏଭଳି ଭାବ ନାହିଁ, ପ୍ରତ୍ୟେକ ସେକେଣ୍ଡ, ପ୍ରତ୍ୟେକ ସଂକଳ୍ପ
ସଫଳ ହେଲା ତ, ନିଜ ଉପରେ ଏତିକି ଧ୍ୟାନ ଦେବାକୁ ହିଁ ପଡିବ । ଏତିକି ଫୁଲଷ୍ଟପ ଲଗାଇବାର ଚେକିଙ୍ଗ୍
କର । ବେପରୁଆ ହୁଅ ନାହିଁ । ବାପଦାଦା ତ କହିଥିଲେ କିନ୍ତୁ ମୁଁ ବୁଝିପାରିନଥିଲି, ସମୟ ବିଷୟରେ
ଭାବି ନ ଥିଲି, ସମୟ ଏତେ ତୀବ୍ର ବେଗରେ ଚାଲିଯାଉଛି ଏବଂ ଯିବ ମଧ୍ୟ । ଏବେ ବାପଦାଦା ସବୁ
ପିଲାଙ୍କଠାରୁ ଅବହେଳାପଣିଆକୁ ନେଇଯିବା ପାଇଁ ଚାହିଁଛନ୍ତି । ଏକଥା ଶୁଣିବାକୁ ଚାହୁଁ ନାହାଁନ୍ତି
ଯେ ମୁଁ ତ ବୁଝିପାରି ନ ଥିଲି, ଭାବି ନ ଥିଲି । ଏବେ ବର୍ଷ ମଧ୍ୟ ନୂଆ ଆସିବାକୁ ଯାଉଛି । ତେବେ
ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ବ୍ରାହ୍ମଣ ସଂସାରର ଅବହେଳା ପଣିଆ ସାଥୀରେ ଆଳସ୍ୟକୁ ମଧ୍ୟ,
ଆଳସ୍ୟ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଛି, ଏହି ବର୍ଷକୁ ଶେଷ ହେବା ପାଇଁ ଯେତିକି ସମୟ ଆଉ ବାକି
ରହିଛି ସେଥିରେ ଏହି ଅଭ୍ୟାସ କରିବା ଆରମ୍ଭ କରିଦିଅ ଏବଂ ଯେତେବେଳେ ନୂତନ ବର୍ଷ ଆରମ୍ଭ ହୋଇଯିବ
ସେତେବେଳେ ସାହସ କରି ସଂକଳ୍ପ କରିବ ଏବଂ ଏହାକୁ ବିଦାୟ ଦେଇ ଦେବ । ବର୍ଷ ସହିତ ଏହାକୁ ମଧ୍ୟ
ବିଦାୟ ଦେଇଦେବ । କ’ଣ ଦେଇପାରିବ ତ! ଦେଇପାରିବ ତ? ଯେଉଁମାନେ ଦେଇପାରିବେ ସେମାନେ ହାତ ଉଠାଅ (ସମସ୍ତେ
ହାତ ଉଠାଇଲେ) ବାଃ! ବଚ୍ଚେଃ! ବାଃ! ହାତ ଉଠାଇବାରେ ତ ବାପଦାଦାଙ୍କୁ ବହୁତ ଖୁସି କରିଦେଉଛ । ବାବା
ଦେଖୁଛନ୍ତି ଯେ ବହୁତ ପିଲାଙ୍କର ହାତ ଉଠାଇବାର ପ୍ରତିଦାନ ଦେବା କଥା ସ୍ମୃତିରେ, ରହୁଛି ଆଉ କେହି
କେହି ମନେ ରଖିବାରେ ମଧ୍ୟ ବେପରୁଆ ହୋଇଯାଉଛନ୍ତି । ବାପଦାଦାଙ୍କ ସହିତ ବାର୍ତ୍ତାଳାପ ମଧ୍ୟ ବହୁତ
ଭଲ କରୁଛନ୍ତି - ନିଶ୍ଚିତ ହୋଇଯିବ, ବାବା ଆପଣ ଦେଖିବେ ଏବେ ଏବେ ହୋଇଯିବ, ଏବେ ହିଁ ହୋଇଯିବ....
। ବାପଦାଦା ମଧ୍ୟ ଏହିଭଳି ବେପରୁଆ ପିଲାମାନଙ୍କର କଥା ଶୁଣି ମୁରୁକୀ ମୁରୁକୀ ହସୁଛନ୍ତି, ଆଉ କ’ଣ
କରିବେ! ଭଲ କଥା, ଯଦି ଭାବୁଛନ୍ତି କରିବାକୁ ହେବ, କରିବାକୁ ହେବ, ତେବେ କରନ୍ତୁ.... । ଏହିଭଳି
ବହୁତ ଭାବୁଛନ୍ତି, କିନ୍ତୁ କରୁଛନ୍ତି କି କରୁ ନାହାଁନ୍ତି ତା’ର ଚେକିଙ୍କ୍ କରିବା ପରେ ପୁଣି
କ’ଣ କୁହାଯିବ! ସେଥିରେ ବେପରୁଆ ହୋଇଯାଇଛନ୍ତି ।
ତେବେ ଆଜି ଚାରିଆଡର
ପିଲାମାନଙ୍କୁ, ବାପଦାଦା ଶୁଣୁଛନ୍ତି ଯେଉଁମାନେ ନିଜ ନିଜ ଦେଶରେ, ନିଜ ନିଜ ସ୍ଥାନରେ ବସି
ଦେଖୁଛନ୍ତି ସେଠାରେ ମଧ୍ୟ ବହୁତ ଭଲ ଦେଖାଯାଉଛି, ଭଲ ଶୁଣାଯାଉଛି ମଧ୍ୟ । ତେଣୁ ବାପଦାଦା
ସମ୍ମୁଖକୁ ଆସିଥିବା ପିଲାମାନଙ୍କୁ ଏବଂ ନିଜ ନିଜ ସ୍ଥାନରେ ବସି ଶୁଣୁଥିବା, ଦେଖୁଥିବା
ପିଲାମାନଙ୍କୁ ଏହି କଥା କହୁଛନ୍ତି ଯେ ଏବେ ନିଜର ପୁରୁଷାର୍ଥ ଉପରେ, ସଂକଳ୍ପ ଉପରେ ଏବଂ ସଂଗମଯୁଗୀ
ସମୟ ଉପରେ ବିଶେଷ ଧ୍ୟାନ ଦିଅ । ସବୁ ପିଲାମାନେ ସ୍ନେହର ବିଷୟରେ ତ ଅଧିକାଂଶ ପାସ୍ ଅଟନ୍ତି ।
ସ୍ନେହ ଆଧାରରେ ମଧ୍ୟ ନିଜର ଭଲ ଉନ୍ନତି କରୁଛନ୍ତି । ସ୍ନେହ ଥିବା କାରଣରୁ ଏବଂ ବାବାଙ୍କ ଠାରୁ
ସ୍ନେହର ପ୍ରତ୍ୟୁତ୍ତର ମିଳୁଥିବା କାରଣରୁ ଆଗକୁ ବଢୁଛନ୍ତି ମଧ୍ୟ କିନ୍ତୁ ବାବା ଭାବୁଛନ୍ତି ଯେପରି
ସ୍ନେହ ରଖିବା କ୍ଷେତ୍ରରେ ଅନୁଭବୀ ହୋଇ ଆଗକୁ ଆଗକୁ ବଢିଚାଲିଛ, ସେହିପରି ଯୋଗର ବିଷୟରେ ମଧ୍ୟ
ଅନେକ ଜନ୍ମର ବିକର୍ମ ବିନାଶ କରିବା ଉପରେ ମଧ୍ୟ ଆହୁରି ଅଧିକ ଧ୍ୟାନ ଦିଅ । କାହିଁକି ଜାଣିଛ? ଯଦି
ବିକର୍ମ ବିନାଶ ହୋଇଯିବ ତେବେ ବାବାଙ୍କ ସାଥୀରେ ମଧ୍ୟ ଯାଇପାରିବ, ନଚେତ୍ ପଛେ ପଛେ ଆସିବ ଏବଂ
ବାବା ଭାବୁଛନ୍ତି ଯେ ସ୍ନେହର ପ୍ରତିଦାନ ହେଲା ସ୍ନେହୀ ଆତ୍ମା ଯାହା କହିବ ତା ହିଁ କରିବାକୁ ହେବ
। ବାବା ଚାହୁଁଛନ୍ତି ଯେହେତୁ ପିଲାମାନଙ୍କର ସ୍ନେହ ବାବାଙ୍କ ସହିତ ରହିଛି ତେବେ ସର୍ବଦା ସାଥୀରେ
ରୁହନ୍ତୁ । ରାଜଧାନୀରେ ମଧ୍ୟ ବ୍ରହ୍ମାବାବାଙ୍କ ସାଥୀରେ ରାଜଧାନୀକୁ ଆସନ୍ତୁ । ରାଜଧାନୀରେ ଆସିବା
ଅର୍ଥ ରାଜପରିବାର ଭିତରେ ଆସନ୍ତୁ । ସିଂହାସନ ଉପରେ ଯଦିଓ ନ ବସନ୍ତୁ କିନ୍ତୁ ରାଜପରିବାରରେ ସାଥୀ
ତ’ ହୁଅନ୍ତୁ । ବାପ୍ଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଏହାକୁ ଜାଣିବ କିପରି! ଯେବେଠାରୁ ତୁମେ
ଆସିଛ, ଜ୍ଞାନରେ ତୁମକୁ ଯେତେ ବର୍ଷ ହେଲାଣି, ସେତିକି ସମୟ ଯଦି ତୁମେ ବାପ୍ଦାଦାଙ୍କର ହୃଦୟ
ସିଂହାସନର ଅଧିକାରୀ ହୋଇ ରହିଛ ଏବଂ ଯେଉଁମାନେ ଅଧିକ ସମୟ ପର୍ଯ୍ୟନ୍ତ ହୃଦୟ ସିଂହାସନ ଉପରେ
ରହିଛନ୍ତି, ମାଟି ଉପରେ ପାଦ ରଖି ନାହାଁନ୍ତି ସେମାନେ ସେହି ଅନୁସାରେ ରାଜ ପରିବାରର ପାଖାପାଖି
ସମ୍ବନ୍ଧରେ ରହିବେ । ରାଜକୀୟ ପରିବାରବାଲା ହେବେ । ତେଣୁ ଯଦି ସ୍ନେହ ରହିଛି ତେବେ ସ୍ନେହ ଥିବା
ଆତ୍ମା ସାଥୀ ହୋଇ ରହିବାରେ ପଛରେ ରହିବେ ନାହିଁ । ଏବେ ଯେଉଁମାନେ ହୃଦୟ ସିଂହାସନ ଅଧିକାରୀ
ଅଟନ୍ତି ସେମାନେ ଦ୍ୱାପର, କଳିଯୁଗରେ ମଧ୍ୟ ସମ୍ବନ୍ଧରେ ରହିବେ । ପାଖାପାଖି ରହିବେ । ସେଥିପାଇଁ
ସ୍ନେହର ପ୍ରତିଦାନ ଦୋବାବାଲା ହୋଇ ସର୍ବଦା ହୃଦୟ ସିଂହାସନର ଅଧିକାରୀ ହୋଇ ରୁହ ଏବଂ ଜନ୍ମ ଜନ୍ମର
ଅଧିକାର ନିଅ, ସେଥିପାଇଁ ବାପ୍ଦାଦା ସମସ୍ତଙ୍କୁ ସ୍ନେହ କରୁଛନ୍ତି । ବାବା ସାର୍ଟିଫକେଟ ମଧ୍ୟ
ଦେଇଛନ୍ତି ଯେ ସ୍ନେହର ବିଷୟରେ ଅଧିକାଂଶ ପିଲା ପାସ୍ ଅଟନ୍ତି, ଏବେ କିନ୍ତୁ ସବୁ ବିଷୟରେ ପାସ୍
ହେବାକୁ ହିଁ ପଡ଼ିବ । ପାସ୍ ହେବାକୁ ପଡ଼ିବ, ପାସ୍ ଅର୍ଥାତ୍ ପାଖରେ ରହିବାକୁ ମଧ୍ୟ ପଡ଼ିବ ।
ଯେଉଁ ପିଲାମାନେ
ପ୍ରଥମଥର ପାଇଁ ଆସିଛନ୍ତି ସେମାନେ ଉଠ । ପ୍ରଥମଥର ଆସିଛ! ଅଧା କ୍ଲାସ୍ ତ’ ନୂଆ ଅଛନ୍ତି । ଯଦି
ଆସିଛ ତେବେ ବାପ୍ଦାଦା ଆସିଥିବା ପିଲାମାନଙ୍କୁ ସ୍ୱାଗତ କରୁଛନ୍ତି । ଅଭିନନ୍ଦନ । ପ୍ରଥମଥର
ଆସିବାର ଅଭିନନ୍ଦନ । ଯଦିଓ ବିଳମ୍ବରେ ଆସିଛ ପୁଣି ବି ଅତି ବିଳମ୍ବ ହେବା ପୂର୍ବରୁ ଆସିଯାଇଛ ।
ଏବେ ଏଥିପ୍ରତି ବିଶେଷ ଧ୍ୟନ ଦିଅ ଯେ ଅଳ୍ପ ସମୟ ଭିତରେ ତୀବ୍ର ପୁରୁଷାର୍ଥୀ ହୋଇ ନିଜର ଭବିଷ୍ୟତକୁ
ଯେତେ ବଢାଇବା ପାଇଁ ଚାହିଁବ ତୀବ୍ର ପୁରୁଷାର୍ଥ ଆଧାରରେ ଆଗକୁ ବଢ଼ିପାରିବ, କାହିଁକିନା ପୁଣି ବି
ଏବେ ପୁରୁଷାର୍ଥ କରିବା ପାଇଁ ସୁଯୋଗ ଅଛି, ଯେତେ ଆଗକୁ ବଢ଼ିବାକୁ ଚାହିଁବ ସେତେ ଆଗକୁ ବଢ଼ିପାରିବ
। ବାପ୍ଦାଦା ଏବଂ ଏହି ଦୈବୀ ପରିବାର ଉଭୟ ତୁମକୁ ଆଗକୁ ବଢ଼ିବାର ସକାଶ ଦେବେ । ସେଥିପାଇଁ ଆଗକୁ
ବଢ଼, ସାହସ ରଖ । ତୁମ ସାହସ ଆଧାରରେ ବାପ୍ଦାଦା ଏବଂ ପରିବାରର ସାହାଯ୍ୟ ନିଶ୍ଚିତ ମିଳିବ, ତେଣୁ
ଆଗକୁ ବଢ଼ । ଠିକ୍ କଥା ନା! ହଁ କୁହ, ଆଗକୁ ବଢ଼, ଆଚ୍ଛା ।
ମଧୁବନବାସୀଙ୍କ ସହିତ:-
ମଧୁବନବାଲା ତ’ ଭାଗ୍ୟବାନ୍ ଅଟନ୍ତି, ସଂଗଠନକୁ ମଧ୍ୟ ମଜବୁତ କର ଏବଂ ସେମାନଙ୍କୁ ନିଜର ସାଥୀ କର,
ଅନ୍ୟ କୌଣସି କଥାରେ ସାଥୀ କରିବାର ନାହିଁ । ଏଥିରେ ପରସ୍ପରକୁ ସାଥୀକରି ପ୍ରଥମ ନମ୍ବର ମଧୁବନକୁ
ନେବା ଉଚିତ୍ । କ’ଣ ନେବ ତ! ଯାହା ବିତିଯାଉଛି ତାକୁ ଭୁଲିଯାଅ, ଯାହା ବି ହୋଇଛି, ସମସ୍ତେ
ଦେଖିଛନ୍ତି, ଶୁଣିଛନ୍ତି ଏବଂ ମଧୁବନ ନିବାସୀଙ୍କୁ ତ ବହୁତ ସୁନ୍ଦର ସୁବର୍ଣ୍ଣ ସୁଯୋଗ ମିଳିଛି ।
ମଧୁବନ ଭିତରେ ସମସ୍ତେ ଆସିଗଲେ । ତେଣୁ ମଧୁବନବାଲା ଯଦି ମିଳିମିଶି, ଏମିତି ନୁହେଁ ଯେ ପାଣ୍ଡବ
ଭବନ ଅଲଗା ବା ଅନ୍ୟ କୌଣସି ସ୍ଥାନ ଅଲଗା ଅଟେ, ନା, ମଧୁବନମାନେ ସମସ୍ତେ ଏକ ଅଟ । ତେବେ ମଧୁବନ
ନିବାସୀ କ’ଣ ଭାବୁଛନ୍ତି, କରିବ! ଯେଉଁମାନେ କରିବ ହାତ ଉଠାଅ । ସମସ୍ତେ ଉଠାଇଲେ, ଯେଉଁମାନେ
ଭାବୁଛନ୍ତି କରିବାଟା କ’ଣ ବଡ଼କଥା, ବାପ୍ଦାଦା ଅଛନ୍ତି, ଦାଦୀମାନେ ଅଛନ୍ତି, ତେଣୁ କିଛି ବଡ଼କଥା
ତ ନୁହେଁ । ଦାଦୀମାନେ କ’ଣ ଭାବୁଛ? ମଧୁବନ ନିବାସୀ ତ ନମ୍ବର ୱାନ ଅଟନ୍ତି । ଭଲକଥା, ବାବା ତ
ସମସ୍ତଙ୍କୁ କହିଛନ୍ତି ଏହିଭଳି କରି ଦେଖାଅ କିନ୍ତୁ ମଧୁବନ ତ ମଧୁବନ ହିଁ ଅଟେ । ତୁମେମାନେ
ଭାଇବ୍ରେଶନ ଦିଅ, ହୋଇ ହିଁ ଯିବ, କିଛି ବଡ଼କଥା ନୁହେଁ । ବିଘ୍ନ ମଧ୍ୟ ଆସିପାରିବ ନାହିଁ । ଆଚ୍ଛା
ଯଦି କିଛି ଘଟଣା ଘଟିଗଲା, ଲେନ୍ଦେନ୍ କରିଦେଲ, ତେବେ ତାହା ସମାପ୍ତ ହୋଇଗଲା । କିଛି ଦିନ
ପୂର୍ବରୁ ଯେତେବେଳେ ଦାଦୀ ଥିଲେ ସମସ୍ତେ ଗୋଟିଏ ଥର ହାଁ ଜୀ କରିବାର ପାଠକୁ ପକ୍କା କରିଥିଲେ ।
ନା ଶବ୍ଦ ନାହିଁ, ହାଁ ଜୀ, ବହୁତ ଭଲ କଥା । ତେଣୁ ମଧୁବନ ନିଶ୍ଚିତ ପ୍ରଥମ ନମ୍ବର ଆସିବ । ବାପ୍ଦାଦାଙ୍କ
ଭିତରେ ମଧୁବନ ପାଇଁ ଗର୍ବ କରୁଛନ୍ତି । ଏବେ ତ ମଧୁବନ ସାମ୍ନାକୁ ଆସିଛି, କିନ୍ତୁ ବାପ୍ଦାଦା
ସବୁ ଜୋନ୍କୁ କହୁଛନ୍ତି, ହାଁ ଜୀ, ମିଠା ଆତ୍ମା, ଏହି ପାଠ ସମସ୍ତଙ୍କର ପକ୍କା ଅଟେ ତ, କ’ଣ
ପକ୍କା ଅଟେ ତ? ମଧୁବନକୁ ତ ପୁରଷ୍କାର ଦେବା ଉଚିତ୍ । ଗୋଟିଏ ସେକେଣ୍ଡରେ ବିତିଯାଇଥିବା କଥାକୁ
ଭୁଲିଯାଇ ପାରିବ! ଆଚ୍ଛା, ଠିକ୍ ଅଛି ପୁରୁଷାର୍ଥୀ ଅଟ, ଯଦି କିଛି ହୋଇ ବି ଗଲା, ତେବେ
ବିତିଯାଇଥିବା କଥାକୁ ଭୁଲି ଉଡିଚାଲ । ଉଡିବାବାଲା ପଛ କଥାକୁ ଛାଡି ଦେଇଥାଆନ୍ତି ତେବେ ଉଡନ୍ତି
ନା! ତେଣୁ ବହୁତ ଭଲ ।
ଏବେ ଗୁଜୁରାଟ କୌଣସି
ନବୀନତା କରି ଦେଖାଉ । ବାପଦାଦା ତ ଦିଲ୍ଲୀ ବାଲାଙ୍କୁ ମଧ୍ୟ କହିଛନ୍ତି ଏବେ, କିଛି ନା କିଛି
ନବୀନତା କର । ବାପଦାଦାଙ୍କୁ ସମାଚାର ମିଳିଛି ଯେ ଏବେ ଦେଶ ଏବଂ ବିଦେଶର ଯୁବାବର୍ଗବାଲା ମିଶି
ଯେଉଁ ସେବା ଆରମ୍ଭ କରିଛନ୍ତି ସେଥିରେ ବହୁତ ଭଲ ଫଳାଫଳ ମିଳିପାରିବ । ଏବେ ତ ନୂଆ ଉଦ୍ଭାବନ
ଆରମ୍ଭ କରିଛନ୍ତି, କିନ୍ତୁ ଭାରତ ବା ବିଦେଶ ଦୁହେଁ ଯାକ ମିଶି ଆହୁରି ଅଧିକ ଚମତ୍କାରୀ କରିପାରିବେ
। ଏବେ ତ ଆରମ୍ଭ କରିଛନ୍ତି କିନ୍ତୁ ଦିଲ୍ଲୀବାଲା ବହୁତ ଭଲ ସାହସ ଦେଖାଇଛନ୍ତି । ଆରମ୍ଭ ତ
କରିଦେଇଛନ୍ତି କିନ୍ତୁ ସାରା ବିଶ୍ୱରେ ଯଦି ଏହା ବ୍ୟାପୀଯିବ ତେବେ ବିଦେଶ ଏବଂ ଦେଶ ମିଶି କରି ତ
ଗୋଟିଏ ବ୍ରାହ୍ମଣ ପରିବାର ସୃଷ୍ଟି ହୋଇଛି ଏବଂ ଆଗକୁ ବିଶ୍ୱକୁ ମଧ୍ୟ ଏକ ପରିବାର କରିଦେବୁ - ଏହା
ବିଶ୍ୱକୁ ଦେଖାଇବାକୁ ହେବ । ଆରମ୍ଭ ତ ହୋଇଯାଇଛି, ଏବେ ମୁସଲମାନମାନେ ମଧ୍ୟ ଆଗକୁ ବଢୁଛନ୍ତି ।
କିନ୍ତୁ ଏବେ ଏଭଳି କୌଣସି ବଡ କାର୍ଯ୍ୟକ୍ରମ ପ୍ରସ୍ତୁତ କର ଯେଉଁଥିରେ ମୁଖ୍ୟ ମୁଖ୍ୟ ଦେଶମାନଙ୍କରୁ
ଅତିଥିମାନେ ଆସିବେ ଏବଂ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଯାଉ ଯେ ସମସ୍ତେ ଆମେ ଗୋଟିଏ ପିତାର
ସନ୍ତାନ ପରସ୍ପର ଭାଇଭଉଣୀ ଅଟୁ, ବ୍ରଦରହୁଡ୍ ଅର୍ଥାତ୍ ଭାତ୍ରୃତ୍ୱ, ସିଷ୍ଟରହୁଡ୍ ଅର୍ଥାତ୍
ଭଗ୍ନିତ୍ୱ ଏହି ସମାଚାର ଖେଳିଯାଉ । ଗୋଟିଏ ହିଁ ମଞ୍ଚ ଉପରେ ସବୁଆଡର ଲୋକମାନଙ୍କର ବିଶେଷ ଅନୁଭବର
କାର୍ଯ୍ୟକ୍ରମ ହେଉ । ଯୋଜନା ତ ସମସ୍ତେ କରୁଛନ୍ତି । ଏବେ ସମସ୍ତେ ବେହଦ ଆଡକୁ ଯାଉଛନ୍ତି । ତେଣୁ
ସମସ୍ତଙ୍କୁ ଜଣା ପଡିଯାଉ ଯେ ଏହା ଏକମାତ୍ର ଈଶ୍ୱରଙ୍କର ପରିବାର ଅଟେ, ଏହି କଥା ପ୍ରସିଦ୍ଧ
ହୋଇଯାଉ । ବାକି ତ ସମସ୍ତେ ଯେଉଁମାନେ ବି ଆସୁଛ, ସେବା ମଧ୍ୟ କରୁଛ, ସ୍ୱ ପୁରୁଷାର୍ଥ ମଧ୍ୟ କରୁଛ,
ଏବଂ ଏହା ଈଶ୍ୱରୀୟ କାର୍ଯ୍ୟ ଅଟେ, ଏହା ମଧ୍ୟ ଦୁନିଆ ପାଇଁ ପ୍ରସିଦ୍ଧ ହୋଇଯିବ । ଗୋଟିଏ ହିଁ
ପରିବାର । ଆଚ୍ଛା!
ଚାରିଆଡର ପିଲାମାନଙ୍କୁ
ବାପଦାଦା ଏବେ ଅଭିନନ୍ଦନ ଦେଉଛନ୍ତି । ପ୍ରତ୍ୟେକ ଦିନ ପ୍ରତ୍ୟେକ ଘଣ୍ଟାରେ ଆଗକୁ ବଢିବାର
ଅଭିନନ୍ଦନ । ସମୟ ତୁମମାନଙ୍କୁ ଅପେକ୍ଷା କରିଛି । ତୁମେ କିନ୍ତୁ ସମୟକୁ ଅପେକ୍ଷା କର ନାହିଁ ।
ତୁମେମାନେ ସମୟକୁ ଅର୍ଥାତ୍ ସମାପ୍ତିକୁ ଯେତେ ପାଖକୁ ଆଣିବାକୁ ଚାହିଁବ ଆଣିପାରିବ । ସମୟ ଆସିଲେ
ପ୍ରସ୍ତୁତ ହୋଇଯିବୁ - ଏହା ତୁମ ବ୍ରାହ୍ମଣମାନଙ୍କର ସଂକଳ୍ପ ହେବା ଉଚିତ୍ ନୁହେଁ, ତୁମେ ସମୟକୁ
ପାଖକୁ ଆଣ । ତେଣୁ ବାପଦାଦା ଏବେ କ’ଣ ଜବାବ ଦେବେ? କ’ଣ ଜବାବ ଦେବେ? ସମୟ ଆସିଲା କି ଆସିଲା, ଏହି
କଥା କହିବେ! ତୁମମାନଙ୍କ ତରଫରୁ ଏହି ଉତ୍ତର ଦେବୁ? କ’ଣ ଉତ୍ତର ଦେବୁ? କୁହ । କ’ଣ ଉତ୍ତର ଦେବୁ?
ଏବେ ସମୟକୁ ସମୀପକୁ ଅର୍ଥାତ୍ ପାଖକୁ ଆଣିବାର ଅର୍ଥ ହେଲା ନିଜକୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ
କରିବା କାହିଁକିନା ବାପଦାଦା ଏକା ଏକା ତ ଯିବେ ନାହିଁ, ପିଲାମାନଙ୍କ ସାଙ୍ଗରେ ହିଁ ଯିବେ । ତେଣୁ
ଏହାର ତାରିଖ ନିଧାର୍ଯ୍ୟ କର । କେତେ ଦିନ ଭିତରେ ହେବ? କାମ ତ ସମସ୍ତଙ୍କୁ ଦିଆଯାଇଛି, ଏବେ
ପରସ୍ପର ଭିତରେ ପରାମର୍ଶ କର । ବାପଦାଦା ପ୍ରକୃତିକୁ କ’ଣ ଉତ୍ତର ଦେବେ? ପ୍ରକୃତି ବହୁତ ଦୁଃଖୀ
ଅଟେ । ଦୁଃଖୀ ଆତ୍ମାମାନେ ମଧ୍ୟ ମନ ଭିତରେ ବହୁତ ଚିତ୍କାର କରୁଛନ୍ତି, ତେଣୁ ମାନସୀକ ସେବାକୁ ଏବେ
ଅଧିକ ବଢାଅ । କରୁଛ ମଧ୍ୟ କିନ୍ତୁ ଏବେ ଲଗାତାର ବଢିଚାଲୁ, ତାକୁ ଆହୁରି ବଢାଅ କାହିଁକିନା
ପ୍ରକୃତି ଏବଂ ଦୁଃଖୀ ଆତ୍ମାମାନେ ବାବାଙ୍କ ପାଖକୁ ଆସୁଛନ୍ତି ଏବଂ ଚିତ୍କାର କରୁଛନ୍ତି । ତେଣୁ
ତୁମେମାନେ ତାଙ୍କୁ କିଛି ଶାନ୍ତିର ବା ସୁଖର ଅନୁଭୂତି କରାଅ । ସେମାନେ ଗୋଟିଏ ସେକେଣ୍ଡ ପାଇଁ
ହେଉ ପଛକେ ଶାନ୍ତି ଚାହୁଁଛନ୍ତି, କହୁଛନ୍ତି ଟିକିଏ ଶାନ୍ତି ଦେଇଦିଅ । ଯେପରି କୌଣସି ଭୋକିଲା
ଲୋକ ଭାବୁଥାଏ ଟିକିଏ ବି କିଛି ମିଳିଯାଆନ୍ତା କି, ଅଳ୍ପ ଟିକିଏ ବି ଯାଆନ୍ତା କି, ତେଣୁ ଏବେ
ମାନସୀକ ସେବାକୁ ମଧ୍ୟ ବଢାଅ । ବାଣୀର ସେବା ତ କରୁଛ, ବାପଦାଦା ଖୁସି ଅଛନ୍ତି । ଆଚ୍ଛା, ବାପଦାଦା
ଯେଉଁ ହୋମୱାର୍କ ଦେଇଛନ୍ତି ତାକୁ ମନେ ରଖିବ ଏବଂ ଅନ୍ୟମାନଙ୍କୁ ମଧ୍ୟ ମନେ ପକାଇଦେବ । ଆଚ୍ଛା!
ବାପଦାଦାଙ୍କର ହୃଦୟ
ସିଂହାସନ ଅଧିକାରୀ ପିଲାମାନଙ୍କୁ, ବିଶ୍ୱ କଲ୍ୟାଣର କର୍ତ୍ତବ୍ୟରେ ସର୍ବଦା ଆଗକୁ ବଢୁଥିବା
ପିଲାମାନଙ୍କୁ ବାପଦାଦା ଦୃଷ୍ଟି ଦେବା ସହିତ ଆନ୍ତରିକ ସ୍ନେହ ସମ୍ପନ୍ନ ଅଭିନନ୍ଦନ ମଧ୍ୟ ଦେଉଛନ୍ତି
। ପ୍ରତ୍ୟେକ ସନ୍ତାନ ଦୂରରେ ବସିଥିଲେ ମଧ୍ୟ ସମ୍ମୁଖରେ ବସିଥିବାର ଅନୁଭବ କରୁଛନ୍ତି ଏବଂ ବାପଦାଦା
ସବୁ ପିଲାଙ୍କୁ ଅନ୍ତର ଭିତରେ ସମାହିତ କରିବା ସହିତ ସମସ୍ତଙ୍କୁ ନମସ୍ତେ ନମସ୍ତେ କରୁଛନ୍ତି ।
ବରଦାନ:-
ସ୍ନେହ ଏବଂ
ଶକ୍ତି ରୂପର ସନ୍ତୁଳନ ଦ୍ୱାରା ସେବା କରୁଥିବା ସଫଳାତ ମୂରତ ଭବ ।
ଯେପରି ଗୋଟିଏ ଆଖିରେ
ବାବାଙ୍କର ସ୍ନେହ ଏବଂ ଅନ୍ୟ ଆଖିରେ ବାବାଙ୍କ ଦ୍ୱାରା ମିଳିଥିବା କର୍ତ୍ତବ୍ୟ ଅର୍ଥାତ୍ ସେବା
ସର୍ବଦା ସ୍ମୃତିରେ ରହିଛି, ସେହିପରି ସ୍ନେହୀ ମୂରତ ହେବା ସହିତ ଏବେ ଶକ୍ତି ସ୍ୱରୂପ ମଧ୍ୟ ହୁଅ ।
ସ୍ନେହ ସହିତ ତୁମର ବାଣୀରେ ଏଭଳି ଶକ୍ତି ରହିବା ଦରକାର ଯାହାକି କାହାର ବି ହୃଦୟ ବିଦୀର୍ଣ୍ଣ
କରିଦେଉଥିବ । ଯେପରି ମା’ ପିଲାମାନଙ୍କୁ ଯେମିତିକା ଶବ୍ଦରେ ଶିକ୍ଷା ଦେଲେ ମଧ୍ୟ ମା’ର ସ୍ନେହ
ଥିବା କାରଣରୁ ସେହି ଶବ୍ଦ କଡା ଲାଗେ ନାହିଁ । ସେହିପରି ଜ୍ଞାନର ଯେଉଁ ସବୁ ସତ୍ୟ ରହସ୍ୟ ଗୁଡିକ
ରହିଛି ସେଗୁଡିକୁ ସ୍ପଷ୍ଟ ଶବ୍ଦରେ ଶୁଣାଅ କିନ୍ତୁ ଶବ୍ଦ ଭିତରେ ସ୍ନେହ ସମାହିତ ହୋଇଥାଉ, ତାହା
ହେଲେ ସଫଳତା ମୂରତ ହୋଇପାରିବ ।
ସ୍ଲୋଗାନ:-
ଯଦି
ସର୍ବଶକ୍ତିମାନ ପିତାଙ୍କୁ ନିଜର ସାଥୀ କରିଦେବ ତେବେ ପଶ୍ଚାତାପ କରିବାରୁ ମୁକ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର । ଯେପରି ସୂର୍ଯ୍ୟର କିରଣ ଚାରିଆଡେ
ବ୍ୟାପୀ ଯାଇଥାଏ ସେହିପରି ମାଷ୍ଟର ସର୍ବଶକ୍ତିବାନ୍ ସ୍ଥିତିରେ ଏପରି ସ୍ଥିତ ରୁହ ଯାହାଦ୍ୱାରା
ଶକ୍ତିଗୁଡିକର ବା ବିଶେଷତା ଗୁଡିକର କିରଣ ଚାରିଆଡେ ବିଚ୍ଛୁରିତ ହେଉଥିବାର ଆତ୍ମାମାନେ ଅନୁଭବ
କରନ୍ତୁ, ଏଥିପାଇଁ “ମୁଁ ମାଷ୍ଟର ସର୍ବଶକ୍ତିବାନ୍, ବିଘ୍ନ ବିନାଶକ ଆତ୍ମା ଅଟେ” ଏହିଭଳି ଉଚ୍ଚ
ସ୍ୱମାନର ସ୍ମୃତି ରୂପକ ଆସନ ଉପରେ ସ୍ଥିତ ହୋଇ ଯୋଗକୁ ଜ୍ୱାଳା ସ୍ୱରୂପ କର ଯାହାଦ୍ୱାରା କୌଣସି
ବି ବିଘ୍ନ ସମ୍ମୁଖକୁ ମଧ୍ୟ ଆସିପାରିବ ନାହିଁ ।