05.09.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ଏଠାରେ ପ୍ରବୃତ୍ତିମାର୍ଗର ସ୍ନେହ ମିଳୁଛି କାରଣ ବାବା ହୃଦୟର ସହିତ କହୁଛନ୍ତି - ମୋର ସନ୍ତାନମାନେ, ବାବାଙ୍କଠାରୁ ସମ୍ପତ୍ତି ମିଳୁଛି, ଏହିଭଳି ସ୍ନେହ ଦେହଧାରୀ ଗୁରୁମାନେ ଦେଇପାରିବେ ନାହିଁ ।”

ପ୍ରଶ୍ନ:-
ଯେଉଁ ପିଲାମାନଙ୍କ ବୁଦ୍ଧିରେ ଜ୍ଞାନର ଧାରଣା ହେଉଛି, ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ଅଟନ୍ତି - ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ସେମାନଙ୍କ ଠାରେ ଅନ୍ୟମାନଙ୍କୁ ଜ୍ଞାନ ଶୁଣାଇବାର ସଉକ ଥିବ । ସେମାନଙ୍କର ବୁଦ୍ଧି ମିତ୍ର-ସମ୍ବନ୍ଧୀମାନଙ୍କ ପ୍ରତି ଆକର୍ଷିତ ହେବ ନାହିଁ । ଯେଉଁମାନେ ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ଆତ୍ମା ସେମାନେ ପାଠ ପଢିବା ସମୟରେ କେବେ ହାଇମାରିବେ ନାହିଁ । ସ୍କୁଲରେ କେବେହେଲେ ଆଖି ବନ୍ଦ କରି ବସିବେ ନାହିଁ । ଯେଉଁ ପିଲାମାନେ ଅନ୍ୟମନସ୍କ ହୋଇ ବସନ୍ତି, ଯାହାଙ୍କର ବୁଦ୍ଧି ଏଣେ ତେଣେ ଘୁରି ବୁଲୁଥାଏ, ସେମାନେ ଜ୍ଞାନକୁ ବୁଝନ୍ତି ହିଁ ନାହିଁ, ସେମାନଙ୍କ ପାଇଁ ବାବାଙ୍କୁ ମନେ ପକାଇବା ବଡ କଷ୍ଟକର ହୁଏ ।

ଓମ୍ ଶାନ୍ତି ।
ଏହା ବାବା ଏବଂ ପିଲାମାନଙ୍କର ମେଳା । ଗୁରୁ ଏବଂ ଚେଲା ଅଥବା ଶିଷ୍ୟମାନଙ୍କର ମେଳା ନୁହେଁ । ଦୁନିଆର ଗୁରୁମାନଙ୍କର ଦୃଷ୍ଟି ରହିଥାଏ ଯେ ଇଏ ଆମର ଶିଷ୍ୟ, ଅନୁସରଣକାରୀ ବା ଜିଜ୍ଞାସୁ ଅଟନ୍ତି, ତେବେ ଏହା ହାଲୁକା ଦୃଷ୍ଟି ହୋଇଗଲା ନା । ତେଣୁ ସେମାନେ ସେହି ଦୃଷ୍ଟିରେ ହିଁ ଦେଖିବେ, ଆତ୍ମାକୁ ନୁହେଁ । ସେମାନେ ଶରୀରକୁ ଦେଖନ୍ତି ଏବଂ ଚେଲାମାନେ ମଧ୍ୟ ଦେହ-ଅଭିମାନୀ ହୋଇ ବସିଥା’ନ୍ତି । ସେମାନଙ୍କୁ ନିଜର ଗୁରୁ ବୋଲି ଭାବନ୍ତି ଏବଂ ଇଏ ଆମର ଗୁରୁ ଏହି ଦୃଷ୍ଟି ହିଁ ରହିଥାଏ । ଗୁରୁଙ୍କୁ ବହୁତ ସମ୍ମାନ ଦିଅନ୍ତି । ଏଠାରେ ତ ବହୁତ ଫରକ ରହିଛି । ଏଠାରେ ବାବା ପିଲାମାନଙ୍କୁ ସମ୍ମାନ ଦେଉଛନ୍ତି । ଜାଣିଛନ୍ତି ପିଲାମାନଙ୍କୁ ପାଠ ପଢାଇବାକୁ ହେବ । ଏହି ସୃଷ୍ଟିଚକ୍ର କିପରି ଘୂରୁଛି, ବେହଦର ଇତିହାସ-ଭୂଗୋଳ ପିଲାମାନଙ୍କୁ ବୁଝାଇବାକୁ ହେବ । ସେହି ଗୁରୁମାନଙ୍କ ହୃଦୟରେ ପିଲାମାନଙ୍କ ପ୍ରତି ସ୍ନେହ ନ ଥାଏ । କିନ୍ତୁ ବାବାଙ୍କର ତ ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି ଏବଂ ପିଲାମାନଙ୍କର ମଧ୍ୟ ବାବାଙ୍କ ପ୍ରତି ସ୍ନେହ ରହିଛି । ତୁମେମାନେ ଜାଣିଛ, ବାବା ଆମକୁ ସୃଷ୍ଟିଚକ୍ରର ଜ୍ଞାନ ଶୁଣାଉଛନ୍ତି । ସେମାନେ କ’ଣ ଶିଖାଉଛନ୍ତି? ଅଧାକଳ୍ପ ଶାସ୍ତ୍ର ଆଦି ଶୁଣାନ୍ତି, ଭକ୍ତିର କର୍ମକାଣ୍ଡ କରନ୍ତି ଗାୟତ୍ରୀ, ସନ୍ଧ୍ୟା ଆଦି ଶିଖାଇଥା’ନ୍ତି । ଏଠାରେ ତ ବାବା ଆସି ନିଜର ପରିଚୟ ଦେଉଛନ୍ତି । ଆମେ ବାବାଙ୍କୁ ବିଲ୍‌କୁଲ୍ ଜାଣି ନ ଥିଲୁ, ସର୍ବବ୍ୟାପୀ ବୋଲି କହି ଆସୁଥିଲୁ । କାହାକୁ ବି ପଚାର, ପରମାତ୍ମା କେଉଁଠି ଅଛନ୍ତି, ତୁରନ୍ତ କହିଦେବେ ସିଏ ତ ସର୍ବବ୍ୟାପୀ । ତୁମ ପାଖକୁ ମନୁଷ୍ୟମାନେ ଆସି ପଚାରୁଛନ୍ତି ଯେ, ଏଠାରେ କ’ଣ ଶିଖାଯାଉଛି? ତେବେ କୁହ, ଆମେ ରାଜଯୋଗ ଶିଖାଉଛୁ, ଯାହାଦ୍ୱାରା ତୁମେ ମନୁଷ୍ୟରୁ ଦେବତା ଅର୍ଥାତ୍ ରାଜା ହୋଇପାରିବ । ଆଉ ଏଭଳି କୌଣସି ସତସଙ୍ଗ ନ ଥିବ ଯେଉଁମାନେ କହିବେ ଯେ ଆମେ ମନୁଷ୍ୟରୁ ଦେବତା ହେବାର ଶିକ୍ଷା ଦେଉଛୁ । ଦେବତାମାନେ ସତ୍ୟଯୁଗରେ ହିଁ ରହିଥା’ନ୍ତି । ଏହି କଳିଯୁଗରେ ମନୁଷ୍ୟମାନେ ଅଛନ୍ତି । ଏବେ ଆମେ ତୁମକୁ ସାରା ସୃଷ୍ଟିଚକ୍ରର ରହସ୍ୟ ବୁଝାଉଛୁ । ଯାହାଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହୋଇଯିବ ଏବଂ ପବିତ୍ର ହେବାର ବହୁତ ଭଲ ଯୁକ୍ତି ମଧ୍ୟ ବତାଉଛନ୍ତି । ଏଭଳି ଯୁକ୍ତି କେବେ କେହି ବତାଇପାରିବେ ନାହିଁ । ଏହା ସହଜ ରାଜଯୋଗ । ବାବା ପତିତ-ପାବନ । ସିଏ ସର୍ବଶକ୍ତିମାନ, ତେଣୁ ତାଙ୍କୁ ମନେ ପକାଇଲେ ପାପ ଭସ୍ମ ହେବ କାହିଁକି ନା ଯୋଗକୁ ଅଗ୍ନି କୁହାଯାଉଛି । ତେଣୁ ଏଠାରେ ବାବା ନୂଆ କଥା ଶିଖାଉଛନ୍ତି ।

ଏହା ଜ୍ଞାନମାର୍ଗ ଏବଂ ଜ୍ଞାନ ସାଗର ଏକମାତ୍ର ବାବା । ଜ୍ଞାନ ଏବଂ ଭକ୍ତି ଅଲଗା-ଅଲଗା । ଜ୍ଞାନ ଶିଖାଇବା ପାଇଁ ବାବାଙ୍କୁ ଏଠାକୁ ଆସିବାକୁ ପଡୁଛି କାହିଁକି ନା ସିଏ ଜ୍ଞାନର ସାଗର । ସିଏ ନିଜେ ଆସି ନିଜର ପରିଚୟ ଦେଉଛନ୍ତି ଯେ ମୁଁ ସମସ୍ତଙ୍କର ପିତା । ଏହି ବ୍ରହ୍ମାଙ୍କ ଦ୍ୱାରା ସାରା ସୃଷ୍ଟିକୁ ପବିତ୍ର କରୁଛି । ସତ୍ୟଯୁଗ ପବିତ୍ର ଏବଂ କଳିଯୁଗ ପତିତ ଦୁନିଆ । ତେବେ ଏହା ସତ୍ୟଯୁଗର ଆଦି ଏବଂ କଳିଯୁଗର ଅନ୍ତିମ ସମୟ ସଂଗମଯୁଗ ଅଟେ, ଯାହାକୁ ଲିପ୍‌ଯୁଗ କୁହାଯାଉଛି । ଏଠାରୁ ଆମେ ଲମ୍ଫ ଦେଉଛୁ, କେଉଁଠାକୁ? ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଲମ୍ପ ପ୍ରଦାନ କରୁଛୁ । ସେମାନେ ତ ଶିଢିରେ ଧୀରେ ଧୀରେ ତଳକୁ ଓହ୍ଲାଇ ଆସିଲେ, ଏଠାରୁ ଆମେ ବିକାରୀ ଦୁନିଆରୁ ନୂଆ ଦୁନିଆକୁ ଲମ୍ପ ଦେଉଛୁ । ଏକଦମ୍ ଉପରକୁ ଚାଲିଯାଉଛୁ । ପୁରୁଣା ଦୁନିଆକୁ ଛାଡି ଆମେ ନୂଆ ଦୁନିଆକୁ ଯାଉଛୁ । ଏହା ହେଲା ବେହଦର କଥା । ବେହଦର ପୁରୁଣା ଦୁନିଆରେ ଢେର ମନୁଷ୍ୟ ଅଛନ୍ତି, ନୂଆ ଦୁନିଆରେ ତ ବହୁତ କମ୍ ମନୁଷ୍ୟ ହେବେ ଯାହାକୁ ସ୍ୱର୍ଗ କୁହାଯାଏ । ସେଠାରେ ସମସ୍ତେ ପବିତ୍ର ରହିଥା’ନ୍ତି, କଳିଯୁଗରେ ସମସ୍ତେ ଅପବିତ୍ର । ରାବଣ ହିଁ ସମସ୍ତଙ୍କୁ ଅପବିତ୍ର କରୁଛି । ବାବା ତ ସମସ୍ତଙ୍କୁ ବୁଝାଉଛନ୍ତି ତୁମେ ଏବେ ରାବଣ ରାଜ୍ୟ ଅଥବା ପୁରୁଣା ଦୁନିଆରେ ଅଛ, ବାସ୍ତବରେ ତୁମେମାନେ ରାମରାଜ୍ୟରେ ଥିଲ ଯାହାକୁ ସ୍ୱର୍ଗ କୁହାଯାଉଥିଲା । ପୁଣି କିପରି ୮୪ ଜନ୍ମର ଚକ୍ର ଲଗାଇ ତଳକୁ ଆସୁଛ, ତାହା ଆମେ କହିବୁ । ଯେଉଁମାନେ ଭଲ ବୁଦ୍ଧିମାନ ହୋଇଥିବେ ସେମାନେ ତୁରନ୍ତ ବୁଝିଯିବେ । ଯିଏ ବୁଝିପାରିବେ ନାହିଁ ସେମାନେ ନିର୍ବୋଧ ସଦୃଶ ଇଆଡେ-ସିଆଡେ ଚାହୁଁଥିବେ । ଧ୍ୟାନର ସହିତ ଶୁଣିବେ ନାହିଁ । ସେମାନଙ୍କୁ ଅନ୍ୟମାନେ କୁହନ୍ତି ତୁମେ ତ ନିର୍ବୋଧଙ୍କ ଭଳି ଅନ୍ୟମନସ୍କ ରହୁଛ । ସନ୍ନ୍ୟାସୀମାନେ ଯେତେବେଳେ କଥା ଶୁଣାନ୍ତି ସେତେବେଳେ କେହି ଢୁଳାଇଥା’ନ୍ତି ଅଥବା କାହାର ଧ୍ୟାନ ଅନ୍ୟ ଆଡକୁ ଚାଲିଯାଇଥାଏ ତେବେ ଅଚାନକ ତାଙ୍କୁ ପଚାରି ଦିଅନ୍ତି କ’ଣ ଶୁଣାଇଲୁ? ସେହିପରି ବାବା ମଧ୍ୟ ସମସ୍ତଙ୍କୁ ଦେଖୁଛନ୍ତି । କେହି ନିର୍ବୋଧ ଏଠାରେ ବସିନାହାଁନ୍ତି ତ! ଯଦି ବୁଦ୍ଧିମାନ ସନ୍ତାନ ହୋଇଥିବେ ତେବେ ପାଠପଢାରେ କେବେ ହାଇ ମାରିବେ ନାହିଁ । ସ୍କୁଲରେ କେବେ କେହି ଆଖି ବନ୍ଦ କରି ବସିବେ, ଏଭଳି କାଇଦା ନାହିଁ । ଯଦି ଏଭଳି କରୁଛନ୍ତି ତେବେ ବୁଝିବାକୁ ହେବ ଯେ - ଏମାନେ ଜ୍ଞାନକୁ ବୁଝିନାହାଁନ୍ତି । ବାବାଙ୍କୁ ମନେ ପକାଇବା, ତାଙ୍କ ପାଇଁ ବହୁତ ମୁସକିଲ୍ ହେବ, ତେବେ ପୁଣି ପାପ କିପରି କଟିବ । ବୁଦ୍ଧିମାନ ପିଲାମାନେ ତ ଭଲ ଭାବରେ ଧାରଣ କରି ପୁଣି ଅନ୍ୟମାନଙ୍କୁ ଶୁଣାଇବାର ସଉକ ରଖିଥାନ୍ତି । ଜ୍ଞାନ ନ ଥିଲେ ବୁଦ୍ଧି ମିତ୍ର-ସମ୍ବନ୍ଧୀମାନଙ୍କ ଆଡକୁ ଚାଲିଯାଏ । ଏଠାରେ ତ ବାବା କହୁଛନ୍ତି ଆଉ ସବୁ କିଛି ଭୁଲିଯିବାକୁ ହେବ । ଅନ୍ତିମ ସମୟରେ ଯେପରି କିଛି ବି ମନେ ନ ପଡୁ । ବାବା ସନ୍ନ୍ୟାସୀ ଆଦିଙ୍କୁ ଦେଖିଛନ୍ତି ଯେଉଁମାନେ ପକ୍କା ବ୍ରହ୍ମ ଜ୍ଞାନୀ ହୋଇଥା’ନ୍ତି, ସକାଳୁ ସକାଳୁ ଏହିପରି ବସି-ବସି ବ୍ରହ୍ମ ମହତତ୍ତ୍ୱକୁ ମନେ ପକାଇ ଶରୀର ଛାଡି ଦିଅନ୍ତି । ତାଙ୍କ ପାଖରେ ଶାନ୍ତିର ପ୍ରଭାବ ବହୁତ ରହିଥାଏ । କିନ୍ତୁ ସେମାନେ ତ ବ୍ରହ୍ମରେ ଲୀନ ହୋଇପାରିବେ ନାହିଁ । ତଥାପି ମାତାଙ୍କ ଗର୍ଭରୁ ଜନ୍ମ ନେବାକୁ ପଡିଥାଏ ।

ବାବା ବୁଝାଇଛନ୍ତି - ବାସ୍ତବରେ ମହାତ୍ମା ତ କୃଷ୍ଣଙ୍କୁ କୁହାଯାଉଛି, ମନୁଷ୍ୟମାନେ ଅର୍ଥକୁ ନ ବୁଝି କେବଳ ଏମିତି କହିଦେଉଛନ୍ତି । ବାବା ବୁଝାଉଛନ୍ତି ଶ୍ରୀକୃଷ୍ଣ ସଂପୂର୍ଣ୍ଣ ନିର୍ବିକାରୀ କିନ୍ତୁ ତାଙ୍କୁ ସନ୍ନ୍ୟାସୀ ନୁହେଁ, ଦେବତା କୁହାଯାଇଥାଏ । ସନ୍ନ୍ୟାସୀ ଅଥବା ଦେବତା କହିବା ତା’ର ମଧ୍ୟ ଅର୍ଥ ରହିଛି । ଇଏ କିପରି ଦେବତା ହେଲେ? ସନ୍ନ୍ୟାସୀରୁ ଦେବତା ହେଲେ । ବେହଦର ସନ୍ନ୍ୟାସ କରି ପୁଣି ନୂଆ ଦୁନିଆକୁ ଚାଲିଗଲେ । ସେମାନେ ସମସ୍ତେ ତ ହଦର ସନ୍ନ୍ୟାସ କରୁଛନ୍ତି । ତେଣୁ ବେହଦକୁ ଯାଇପାରିବେ ନାହିଁ । ତାଙ୍କୁ ପୁଣି ବିକାରରୁ ପୁନର୍ଜନ୍ମ ନେବାକୁ ପଡିବ । ସେମାନେ ବେହଦର ମାଲିକ ହୋଇପାରିବେ ନାହିଁ । ରାଜା-ରାଣୀ କେବେ ହୋଇପାରିବେ ନାହିଁ, କାହିଁକି ନା ତାଙ୍କର ଧର୍ମ ହିଁ ଅଲଗା । ସନ୍ନ୍ୟାସ ଧର୍ମ ଦେବୀ-ଦେବତା ଧର୍ମ ନୁହେଁ । ବାବା କହୁଛନ୍ତି ମୁଁ ଅଧର୍ମ ବିନାଶ କରି ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି । ବିକାର ମଧ୍ୟ ଅଧର୍ମ ଅଟେ ନା । ସେଥିପାଇଁ ବାବା କହୁଛନ୍ତି, ଏ ସବୁର ବିନାଶ ଏବଂ ଏକ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରିବା ପାଇଁ ମୋତେ ଆସିବାକୁ ପଡୁଛି । ଭାରତରେ ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଗୋଟିଏ ଧର୍ମ ଥିଲା, ସେହି ଧର୍ମ ପୁଣି ଅଧର୍ମ ହୋଇଯାଇଛି । ଏବେ ତୁମେମାନେ ପୁନର୍ବାର ଆଦି ସନାତନ ଦେବୀ-ଦେବତା ଧର୍ମ ସ୍ଥାପନ କରୁଛ । ଯିଏ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ । ସେଥିପାଇଁ ନିଜକୁ ଆତ୍ମା ନିଶ୍ଚୟ କରିବାକୁ ହେବ । ଯଦିଓ ଗୃହସ୍ଥରେ ରହୁଛ, ତେବେ ମଧ୍ୟ ଯେତେ ଦୂର ସମ୍ଭବ ଉଠିବା-ବସିବା ସମୟରେ ଏହି କଥାକୁ ପକ୍କା କରିବାକୁ ହେବ । ଯେପରି ଭକ୍ତମାନେ ସକାଳୁ ଉଠି ଏକାନ୍ତରେ ବସି ମାଳା ଜପ କରିଥା’ନ୍ତି । ତୁମେମାନେ ତ ସାରା ଦିନର ହିସାବ ବାହାର କରୁଛ । ଅମୁକ ସମୟରେ ଏତିକି ସମୟ ଯୋଗ କରିଲୁ । ସାରା ଦିନରେ ଏତିକି ବାବାଙ୍କ ସ୍ମୃତିରେ ରହିଲୁ, ମୋଟ ହିସାବ ବାହାର କରୁଛ । ସେମାନେ ସଚ୍ଚା ଭକ୍ତ ନୁହଁନ୍ତି ତଥାପି ମଧ୍ୟ ସକାଳୁ ଉଠି ମାଳା ଗଡାଉଛନ୍ତି । ଅନେକଙ୍କର ବୁଦ୍ଧି ତ ବାହାରେ ଏଣେ ତେଣେ ଘୁରିବୁଲୁଥାଏ । ଏବେ ତୁମେମାନେ ଜାଣୁଛ ଭକ୍ତି ଦ୍ୱାରା କିଛି ବି ଫାଇଦା ମିଳୁନାହିଁ । ଏହା ତ ଜ୍ଞାନ ଅଟେ, ଯାହାଦ୍ୱାରା ବହୁତ ଫାଇଦା ହେବ । ଏବେ ତୁମର ଆରୋହଣ କଳା ହେଉଛି, ବାବା ବାରମ୍ବାର କହୁଛନ୍ତି ମନାମନାଭବ । ଗୀତାରେ ମଧ୍ୟ ଏହି ଅକ୍ଷର ଅଛି କିନ୍ତୁ ତା’ର ଅର୍ଥକୁ କେହି ବି ବୁଝାଇପାରିବେ ନାହିଁ । ଉତ୍ତର ଦେଇପାରିବେ ନାହିଁ । ବାସ୍ତବରେ ଏହି ଶବ୍ଦ ଲେଖାଯାଇଛି ଯେ - ନିଜକୁ ଆତ୍ମା ଭାବି ଦେହର ସବୁ ଧର୍ମକୁ ଛାଡି ମୋତେ ମନେ ପକାଅ । ଭଗବାନୁବାଚ ରହିଛି ନା । କିନ୍ତୁ ସେମାନଙ୍କ ବୁଦ୍ଧିରେ କୃଷ୍ଣ ଭଗବାନ ଅଛନ୍ତି । ସିଏ ତ ଦେହଧାରୀ ପୁନର୍ଜନ୍ମରେ ଆସୁଛନ୍ତି ନା । ତାଙ୍କୁ ଭଗବାନ ବୋଲି କିପରି କୁହାଯାଇପାରିବ! ତେଣୁ ସନ୍ନ୍ୟାସୀ ଆଦି କାହାର ବି ଦୃଷ୍ଟି ପିତା ପୁତ୍ରର ଦୃଷ୍ଟି ହୋଇପାରିବ ନାହିଁ । ଯଦିଓ ଗାନ୍ଧିଜୀଙ୍କୁ ବାପୁଜୀ କହୁଥିଲେ କିନ୍ତୁ ତାଙ୍କର ପିତା-ପୁତ୍ରର ସମ୍ବନ୍ଧ ବୋଲି କୁହାଯାଇପାରିବ ନାହିଁ । ସିଏ ତ ସାକାର ହୋଇଗଲେ ନା । ତୁମକୁ ବୁଝାଯାଉଛି ନିଜକୁ ଆତ୍ମା ମନେ କର । ଏଠାରେ ଯେଉଁ ବାବା ବସିଛନ୍ତି ସିଏ ହେଲେ ବେହଦର ବାପୁଜୀ । ଲୌକିକ ଏବଂ ପାରଲୌକିକ ଉଭୟ ପିତାଙ୍କଠାରୁ ବର୍ସା ମିଳିଥାଏ । ଆଚ୍ଛା, ଭାରତର ରାଜଧାନୀ ଫେରି ଆସିଛି କିନ୍ତୁ ଏହାକୁ ତ ବର୍ସା ବୋଲି କୁହାଯାଇପାରିବ ନାହିଁ । ବର୍ସା ଅର୍ଥାତ୍ ସୁଖ ମିଳିବା ଦରକାର ନା ।

ବର୍ସା ଦୁଇ ପ୍ରକାରର ଗୋଟିଏ ହେଲା ହଦ, ଅନ୍ୟଟି ବେହଦ ବାବାଙ୍କର । ବ୍ରହ୍ମାଙ୍କଠାରୁ ମଧ୍ୟ କୌଣସି ବର୍ସା ମିଳୁନାହିଁ । ଯଦିଓ ଇଏ ସମସ୍ତ ପ୍ରଜାଙ୍କର ପିତା ଅଟନ୍ତି, ତାଙ୍କୁ ଆଦି ପିତା ବୋଲି ମଧ୍ୟ କହୁଛନ୍ତି କିନ୍ତୁ ସିଏ ନିଜେ କହୁଛନ୍ତି ମୋଠାରୁ ତୁମକୁ କିଛି ବି ବର୍ସା ମିଳୁନାହିଁ । ଯଦି ଇଏ ନିଜେ କହୁଛନ୍ତି ମୋଠାରୁ ତୁମକୁ କିଛି ବର୍ସା ମିଳିପାରିବ ନାହିଁ, ତେବେ ସେହି ବାପୁଜୀଙ୍କଠାରୁ ତୁମକୁ କି ବର୍ସା ମିଳିବ । କିଛି ବି ନୁହେଁ । ଇଂରେଜମାନେ ତ ଚାଲିଗଲେ? ଏବେ କ’ଣ ଅଛି? ଖାଦ୍ୟ ଅନଶନ, ପିକେଟିଙ୍ଗ୍‌, ଆନ୍ଦୋଳନ ଆଦି ହେବାରେ ଲାଗିଛି, କେତେ ମାଡପିଟ୍ ହେବାରେ ଲାଗିଛି । କାହାର ଭୟ ନାହିଁ, ବଡ-ବଡ ଅଫିସର ମାନଙ୍କୁ ମଧ୍ୟ ମାରି ଦେଉଛନ୍ତି । ଏଠାରେ ସୁଖ ପରିବର୍ତ୍ତେ ଆହୁରି ଦୁଃଖ ଅଧିକ ରହିଛି, ତେଣୁ ବେହଦର କଥା ଏହିଠାରେ ହିଁ ଅଛି । ବାବା କହୁଛନ୍ତି ପ୍ରଥମେ ପ୍ରଥମେ ଏହି ନିଶ୍ଚୟ ପକ୍କା କର ଯେ, ମୁଁ ଆତ୍ମା, ଶରୀର ନୁହେଁ । ବାବା ଆମକୁ ପୋଷ୍ୟ କରିଛନ୍ତି, ଆମେ ବାବାଙ୍କର ପୋଷ୍ୟ ସନ୍ତାନ । ତୁମମାନଙ୍କୁ ବୁଝାଯାଇଛି ଯେ - ଜ୍ଞାନର ସାଗର ବାବା ଆସି ସୃଷ୍ଟିଚକ୍ରର ରହସ୍ୟକୁ ବୁଝାଉଛନ୍ତି । ଯେଉଁ ରହସ୍ୟକୁ ଆଉ କେହି ବି ବୁଝାଇପାରିବେ ନାହିଁ । ବାବା କହୁଛନ୍ତି ଦେହ ସହିତ ଦେହର ସବୁ ଧର୍ମକୁ ଭୁଲି ମୋତେ ମନେ ପକାଅ । ତୁମକୁ ନିଶ୍ଚିତ ଭାବରେ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏକଥା ତ ଜାଣିଛ ଯେ ପୁରୁଣା ଦୁନିଆ ବିନାଶ ହେବାକୁ ଯାଉଛି । ନୂଆ ଦୁନିଆରେ ବହୁତ କମ ମନୁଷ୍ୟ ରହିବେ । କେଉଁଠି ଏତେ କୋଟି ଆତ୍ମା ଆଉ କେଉଁଠି ୯ ଲକ୍ଷ, ତେବେ ଏତେ ସବୁ କୁଆଡେ ଯିବେ? ଏବେ ତୁମର ବୁଦ୍ଧିରେ ଅଛି ଯେ, ଆମେ ସବୁ ଆତ୍ମାମାନେ ଉପରେ ଥିଲୁ । ପୁଣି ଏଠାକୁ ଅଭିନୟ କରିବାକୁ ଆସିଛୁ । ଆତ୍ମାକୁ ହିଁ ଅଭିନେତା ବୋଲି କୁହାଯିବ । ଆତ୍ମା ଏହି ଶରୀର ସହିତ ଅଭିନୟ କରୁଛି । ଆତ୍ମାକୁ କର୍ମେନ୍ଦ୍ରିୟ ଦରକାର ନା । ଆତ୍ମା କେତେ ଛୋଟ । ୮୪ ଲକ୍ଷ ଜନ୍ମ ନୁହେଁ, ପ୍ରତ୍ୟେକ ଯଦି ୮୪ ଲକ୍ଷ ଜନ୍ମ ନେବେ ତେବେ ପାର୍ଟ ରିପିଟ୍ କିପରି କରିବେ । କିଛି ବି ମନେ ରହିବ ନାହିଁ । ସବୁ କିଛି ସ୍ମୃତିରୁ ବାହାରକୁ ଚାଲିଯିବ । ୮୪ ଜନ୍ମ ମଧ୍ୟ ତୁମର ମନେ ରହୁନାହିଁ, ଭୁଲିଯାଉଛ । ଏବେ ତୁମମାନଙ୍କୁ ବାବାଙ୍କ ସହିତ ଯୋଗ ଲଗାଇ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଏହି ଯୋଗ ଅଗ୍ନି ଦ୍ୱାରା ବିକର୍ମ ବିନାଶ ହେବ । ଏହି ନିଶ୍ଚୟ ମଧ୍ୟ ରହିଛି ଯେ - ଆମେ ବେହଦର ବାବାଙ୍କଠାରୁ କଳ୍ପ-କଳ୍ପ ବେହଦର ବର୍ସା ନେଉଛୁ । ଏବେ ପୁଣି ବାବା କହୁଛନ୍ତି, ମୋତେ ମନେ ପକାଅ ତେବେ ତୁମେମାନେ ସ୍ୱର୍ଗକୁ ଯିବ, କାହିଁକି ନା ମୁଁ ହିଁ ପତିତ-ପାବନ ଅଟେ । ତୁମେମାନେ ବାବାଙ୍କୁ ଡାକୁଥିଲ ନା । ତେଣୁ ବାବା ପବିତ୍ର କରିବା ପାଇଁ ଆସିଛନ୍ତି । ଦେବତାମାନେ ପବିତ୍ର, ମନୁଷ୍ୟମାନେ ପତିତ ଅଟନ୍ତି । ଏବେ ପୁଣି ପବିତ୍ର ହୋଇ ଶାନ୍ତିଧାମକୁ ଯିବାକୁ ହେବ । ତୁମେମାନେ ଶାନ୍ତିଧାମ ଯିବାକୁ ଚାହୁଁଛ ନା ସୁଖଧାମକୁ ଆସିବାକୁ ଚାହୁଁଛ? ସନ୍ନ୍ୟାସୀମାନେ ତ କହୁଛନ୍ତି ସୁଖ କାକ ବିଷ୍ଠା ସମାନ । ଆମର ଶାନ୍ତି ଦରକାର । ତେଣୁ ସେମାନେ ସତ୍ୟଯୁଗରେ କେବେ ବି ଆସିପାରିବେ ନାହିଁ । ସତ୍ୟଯୁଗରେ ପବିତ୍ର ପ୍ରବୃତ୍ତି ମାର୍ଗର ଧର୍ମ ଥିଲା, ଦେବତାମାନେ ନିର୍ବିକାରୀ ଥିଲେ, ପୁଣି ସେହିମାନେ ହିଁ ପୁନର୍ଜନ୍ମ ନେଇ-ନେଇ ପତିତ ହୋଇଛନ୍ତି । ଏବେ ବାବା କହୁଛନ୍ତି ତୁମକୁ ନିର୍ବିକାରୀ ହେବାକୁ ପଡିବ । ସ୍ୱର୍ଗକୁ ଯିବାକୁ ହେଲେ ମୋତେ ମନେ ପକାଅ ତେବେ ତୁମର ପାପ କଟିଯିବ, ତୁମେ ପୁଣ୍ୟ ଆତ୍ମା ହୋଇ ସୁଖଧାମ, ଶାନ୍ତିଧାମକୁ ଚାଲିଯିବ । ସେଠାରେ ଶାନ୍ତି ବି ଥିଲା, ସୁଖ ବି ଥିଲା । ଏବେ ହେଉଛି ଦୁଃଖଧାମ । ପୁଣି ବାବା ଆସି ସୁଖଧାମର ସ୍ଥାପନା କରି, ଦୁଃଖଧାମର ବିନାଶ କରୁଛନ୍ତି । ଚିତ୍ର ମଧ୍ୟ ତୁମ ସମ୍ମୁଖରେ ଅଛି । ତେବେ କୁହ, ଏବେ ତୁମେମାନେ କେଉଁଠାରେ ଅଛ? ଏବେ କଳିଯୁଗର ଶେଷ ସମୟ, ବିନାଶ ତୁମ ସମ୍ମୁଖରେ ଉପସ୍ଥିତ । ସବୁ ବିନାଶ ହୋଇ ବାକି ଆଉ ଛୋଟିଆ ଅଂଶଟିଏ ରହିଛି । ଏତେ ରାଷ୍ଟ୍ର ତ ସେଠାରେ ରହିବ ନାହିଁ । ଏହି ସବୁ ବିଶ୍ୱର ଇତିହାସ-ଭୂଗୋଳ ବାବା ବସି ବୁଝାଉଛନ୍ତି । ଏହା ପାଠଶାଳା ଅଟେ । ଭଗବାନୁବାଚ, ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ପଡୁଛି । ଏବେ କଳିଯୁଗରେ ଅଛୁ ପୁଣି ସତ୍ୟଯୁଗକୁ ଯିବାକୁ ହେବ । ସେଠାରେ ତ ସୁଖ ହିଁ ସୁଖ ରହିବ । କେବଳ ଜଣଙ୍କୁ ମନେ ପକାଇବା ହିଁ ଅବ୍ୟଭିଚାରୀ ଯୋଗ ଅଟେ । ଏଥିରେ ଶରୀରକୁ ମଧ୍ୟ ଭୁଲିଯିବାକୁ ହେବ । ଆମେ ଶାନ୍ତିଧାମରୁ ଆସିଛୁ ପୁଣି ଆମକୁ ଶାନ୍ତିଧାମ ଯିବାକୁ ହେବ । କିନ୍ତୁ ସେଠାକୁ କେହି ପତିତ ଯାଇପାରିବେ ନାହିଁ । ବାବାଙ୍କୁ ମନେ ପକାଇ ପକାଇ ପବିତ୍ର ହୋଇ ତୁମେମାନେ ମୁକ୍ତିଧାମକୁ ଚାଲିଯିବ । ଏହିକଥା ଭଲ ଭାବରେ ବସି ବୁଝାଇବାକୁ ପଡୁଛି । ଆଗରୁ ଏତେ ସବୁ ଚିତ୍ର ନ ଥିଲା । ବିନା ଚିତ୍ରରେ ମଧ୍ୟ ସଂକ୍ଷେପରେ ବୁଝାଯାଉଥିଲା । ଏହି ପାଠଶାଳାରୁ ମନୁଷ୍ୟରୁ ଦେବତା ହୋଇ ଯିବାକୁ ହେବ । ଏହି ଜ୍ଞାନ ହେଉଛି ନୂଆ ଦୁନିଆ ପାଇଁ । ତାହାକୁ ବାବା ହିଁ ଦେବେ ନା । ବାବାଙ୍କର ଦୃଷ୍ଟି ପିଲାମାନଙ୍କ ଉପରେ ରହୁଛି । ଆମ ଆତ୍ମାମାନଙ୍କୁ ବାବା ପାଠ ପଢାଉଛନ୍ତି । ତୁମେମାନେ ମଧ୍ୟ ବୁଝାଉଛ ଯେ - ବେହଦର ବାବା ଆମକୁ ବୁଝାଉଛନ୍ତି । ତାଙ୍କର ନାମ ହେଲା ଶିବବାବା । କେବଳ ବେହଦର ବାବା କହିବା ଦ୍ୱାରା ମଧ୍ୟ ଦ୍ୱନ୍ଦ୍ୱରେ ପଡିବେ, କାହିଁକି ନା ବହୁତ ବାବା ହୋଇଗଲେଣି । ମୁନ୍‌ସିପାଲଟିର ମେୟରଙ୍କୁ ମଧ୍ୟ ବାବା କହୁଛନ୍ତି । ବାବା କହୁଛନ୍ତି - ମୁଁ ଏହି ବ୍ରହ୍ମାଙ୍କ ଶରୀରକୁ ଆସିଲେ ମଧ୍ୟ ମୋର ନାମ ଶିବ ହିଁ ଅଟେ । ମୁଁ ଏହି ରଥ ଦ୍ୱାରା ତୁମମାନଙ୍କୁ ଜ୍ଞାନ ଦେଉଛି, ଏହାଙ୍କୁ ପୋଷ୍ୟ କରିଛି । ଯାହାଙ୍କର ନାମ, ପ୍ରଜାପିତା ବ୍ରହ୍ମା ରଖିଛି । ଏହାଙ୍କୁ ମଧ୍ୟ ମୋଠାରୁ ବର୍ସା ମିଳୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏବେ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଲମ୍ଫ ଦେବାର ପ୍ରବେଶ ସମୟ ସେଥିପାଇଁ ଏହି ପୁରୁଣା ଦୁନିଆରୁ ବେହଦର ସନ୍ନ୍ୟାସ କରିବାକୁ ହେବ । ଏହି ଦୁନିଆକୁ ବୁଦ୍ଧିରୁ ଭୁଲିଯିବାକୁ ହେବ ।

(୨) ପାଠପଢା ଉପରେ ପୂରା ପୂରା ଧ୍ୟାନ ଦେବାକୁ ହେବ । ସ୍କୁଲରେ ଆଖି ବନ୍ଦ କରି ବସିବାର ନିୟମ ନାହିଁ । ତେଣୁ ଧ୍ୟାନ ରହୁ - ପାଠପଢା ସମୟରେ ବୁଦ୍ଧି ଏଣେ ତେଣେ ନ ଯାଉ, ନିଦ ନ ଆସୁ । ଯାହା ଶୁଣୁଛ ତାହା ବୁଦ୍ଧିରେ ଧାରଣ ହୋଇଯାଉ ।

ବରଦାନ:-
ଆତ୍ମିକ ନିଶା ଦ୍ୱାରା ପୁରୁଣା ଦୁନିଆକୁ ଭୁଲୁଥିବା ସ୍ୱରାଜ୍ୟ ଅଧିକାରୀ ତଥା ବିଶ୍ୱ ରାଜ୍ୟ ଅଧିକାରୀ ହୁଅ ।

ସଂଗମଯୁଗରେ ଯେଉଁମାନେ ବାବାଙ୍କର ସମ୍ପତ୍ତିର ଅଧିକାରୀ ହୋଇଥାଆନ୍ତି ସେହିମାନେ ହିଁ ସ୍ୱରାଜ୍ୟ ତଥା ବିଶ୍ୱ ରାଜ୍ୟର ଅଧିକାରୀ ହୋଇଥାଆନ୍ତି । ଆଜି ସ୍ୱରାଜ୍ୟ ଅଛି କାଲିକୁ ବିଶ୍ୱ ରାଜ୍ୟ ହେବ । ଏହା ଆଜି ଏବଂ କାଲିର ହିଁ କଥା । ଏହିଭଳି ଅଧିକାରୀ ଆତ୍ମାମାନେ ସର୍ବଦା ଆତ୍ମିକ ନିଶାରେ ହିଁ ରହିଥାଆନ୍ତି ଏବଂ ଆତ୍ମିକ ନିଶା ସହଜରେ ପୁରୁଣା ଦୁନିଆକୁ ଭୁଲାଇ ଦେଇଥାଏ । ଅଧିକାରୀ ଆତ୍ମାମାନେ କେବେ ବି କୌଣସି ବସ୍ତୁର, ବ୍ୟକ୍ତିର ବା ସଂସ୍କାରର ଅଧୀନ ହୋଇପାରିବେ ନାହିଁ । ସେମାନଙ୍କୁ ବିନାଶୀ କଥାଗୁଡିକୁ ଛାଡିବାକୁ ପଡେ ନାହିଁ, ଆପେ ଆପେ ଛାଡି ହୋଇଯାଏ ।

ସ୍ଲୋଗାନ:-
ପ୍ରତ୍ୟେକ ମୂହୁର୍ତ୍ତ, ପ୍ରତିଟି ନିଶ୍ୱାସ-ପ୍ରଶ୍ୱାସ ଏବଂ ପ୍ରତ୍ୟେକ ସମ୍ପତ୍ତିକୁ ସଫଳ କରୁଥିବା ଆତ୍ମା ହିଁ ସଫଳତା ମୂରତ ହୋଇଥାଏ ।