05.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କର ପ୍ରତିଜ୍ଞା ହେଲା କି ଯେ ପର୍ଯ୍ୟନ୍ତ ଆମେ ପବିତ୍ର ନ ହୋଇଛୁ, ସେ ପର୍ଯ୍ୟନ୍ତ
ବାବାଙ୍କୁ ମନେ ପକାଉଥିବୁ, ଏକମାତ୍ର ବାବାଙ୍କୁ ହିଁ ସ୍ନେହ କରିବୁ ।”
ପ୍ରଶ୍ନ:-
ବୁଦ୍ଧିମାନ
ସନ୍ତାନମାନେ ସମୟକୁ ଦେଖି କେଉଁ ପ୍ରକାରର ପୁରୁଷାର୍ଥ କରିବେ?
ଉତ୍ତର:-
ଅନ୍ତିମ ସମୟରେ ଯେତେବେଳେ ଶରୀର ଛାଡିବୁ ସେତେବେଳେ କେବଳ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହୁ,
ଆଉ କଛି ବି ମନେ ନ ପଡୁ । ଏହିଭଳି ପୁରୁଷାର୍ଥ ବୁଦ୍ଧିମାନ ସନ୍ତାନମାନେ ଏବେଠାରୁ ହିଁ କରିଚାଲିବେ
କାହିଁକି ନା କର୍ମାତୀତ ହୋଇ ଘରକୁ ଯିବାର ଅଛି ସେଥିପାଇଁ ଏହି ପୁରୁଣା ଶରୀରରୁ ମମତ୍ୱ ତୁଟାଇ
ଚାଲ, ସବୁବେଳେ ଭାବ - ମୁଁ ଏବେ ବାବାଙ୍କ ପାଖକୁ ଯାଉଛି ।
ଗୀତ:-
ନା ୱହ ହମ୍ସେ
ଜୁଦା ହୋଙ୍ଗେ...
ଓମ୍ ଶାନ୍ତି ।
ବାବା ବସି
ପିଲାମାନଙ୍କୁ ବୁଝାଉଛନ୍ତି, ବେହଦର ପିତାଙ୍କ ସମ୍ମୁଖରେ ପିଲାମାନେ ପ୍ରତିଜ୍ଞା କରୁଛନ୍ତି । ବାବା
ଆମେ ଆପଣଙ୍କର ହୋଇଛୁ, ଆପଣଙ୍କୁ ମନେ ପକାଇବା ଦ୍ୱାରା ଅନ୍ତିମ ସମୟ ପୂର୍ବରୁ ବା ଶାନ୍ତିଧାମରେ
ପହଞ୍ଚିବା ପୂର୍ବରୁ ଆମର ଜନ୍ମ-ଜନ୍ମାନ୍ତରର ପାପ ଯାହାକି ଆମ ମୁଣ୍ଡ ଉପରେ ରହିଛି,ତାହା ଭସ୍ମ
ହୋଇଯିବ । ଏହାକୁ ହିଁ ଯୋଗ ଅଗ୍ନି କୁହାଯାଉଛି, ଆଉ କୌଣସି ଉପାୟ ନାହିଁ । ପତିତପାବନ କିମ୍ବା
ଶ୍ରୀ ଶ୍ରୀ ୧୦୮ ଜଗତଗୁରୁ ଜଣଙ୍କୁ ହିଁ କୁହାଯାଉଛି । ସେ ହିଁ ଜଗତର ପିତା, ଜଗତର ଶିକ୍ଷକ, ଜଗତର
ଗୁରୁ ଅଟନ୍ତି । ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବା ହିଁ ଦେଇଥାନ୍ତି । ଏହା ପତିତ ଦୁନିଆ ଅଟେ,
ଏଠାରେ ଜଣେ ହେଲେ ବି ପବିତ୍ର ହୋଇ ରହିବା ଅସମ୍ଭବ ଅଟେ । ପତିତପାବନ ବାବା ହିଁ ସମସ୍ତଙ୍କର ସଦ୍ଗତି
କରିଥାନ୍ତି । ତୁମେ ମଧ୍ୟ ତାଙ୍କର ସନ୍ତାନ ହୋଇଛ । ତୁମେ ଶିଖୁଛ କି ଜଗତକୁ ପବିତ୍ର କିପରି କରିବୁ?
ଶିବଙ୍କ ଆଗରେ ତ୍ରିମୂର୍ତ୍ତି ଚିତ୍ର ଦରକାର । ଏହା ମଧ୍ୟ ଲେଖିବାକୁ ହେବ ଯେ ଦୈବୀ ସାର୍ବଭୌମତ୍ୱ
ଆପଣଙ୍କର ଜନ୍ମସିଦ୍ଧ ଅଧିକାର ଅଟେ । ତାହା ପୁଣି ଏବେ କଳ୍ପର ସଙ୍ଗମଯୁଗରେ ମିଳିଛି । ସ୍ପଷ୍ଟ
ଭାବରେ ନ ଲେଖିଲେ ମନୁଷ୍ୟ କିଛି ବୁଝିପାରିବେ ନାହିଁ । ଦ୍ୱିତୀୟ କଥା ହେଲା କେବଳ ଯେଉଁ ବି.କେ.
ନାମ ରହିଛି, ସେଥିରେ ପ୍ରଜାପିତା ଅକ୍ଷର ନିଶ୍ଚିତ ଲେଖିବା ଦରକାର କାହିଁକି ନା ବ୍ରହ୍ମା ନାମ
ମଧ୍ୟ ଅନେକଙ୍କର ରହିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଲେଖିବା
ଆବଶ୍ୟକ । ତୁମେ ଜାଣୁଛ ଯେ ପଥର ସମାନ ବିଶ୍ୱକୁ ପବିତ୍ର, ପାରସ ତ ଏକମାତ୍ର ବାବା ହିଁ କରିବେ ।
ଏହି ସମୟରେ ଜଣେ ମନୁଷ୍ୟ ବି ପବିତ୍ର ନାହାଁନ୍ତି । ସମସ୍ତେ ଜଣେ ଜଣଙ୍କ ସହିତ ଲଢେଇ କରୁଛନ୍ତି,
ଗାଳି ମଧ୍ୟ ଦେଉଛନ୍ତି । ବାବାଙ୍କ ପାଇଁ ବି କହିଦେଉଛନ୍ତି - କଚ୍ଛ ମଚ୍ଛ ଅବତାର ନେଇଥିଲେ ।
ଅବତାର କାହାକୁ କୁହାଯାଉଛି ଏହା ମଧ୍ୟ ବୁଝୁ ନାହାଁନ୍ତି । ଅବତାର ତ ଜଣଙ୍କର ହୋଇଥାଏ । ସେ ମଧ୍ୟ
ଅଲୌକିକ ଭାବରେ ଶରୀରରେ ପ୍ରବେଶ କରି ବିଶ୍ୱକୁ ପବିତ୍ର କରିଥାନ୍ତି । ଅନ୍ୟ ଆତ୍ମାମାନେ ତ ନିଜ
ନିଜର ଶରୀର ନେଇଥାନ୍ତି, ଶିବବାବାଙ୍କର ତ ନିଜର ଶରୀର ନାହିଁ । କିନ୍ତୁ ସିଏ ଜ୍ଞାନର ସାଗର
ଅଟନ୍ତି କିନ୍ତୁ ଜ୍ଞାନ କିପରି ଦେବେ? ଶରୀର ଦରକାର ନା । ଏହି କଥାକୁ ତୁମମାନଙ୍କ ବ୍ୟତୀତ ଆଉ
କେହି ହେଲେ ଜାଣନ୍ତି ନାହିଁ । ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହେବା - ଏହା ବାହାଦୁରୀର କାମ
ଅଟେ । ମହାବୀର ଅର୍ଥାତ୍ ବୀରପଣିଆ ଦେଖାଇବା । ଏହା ମଧ୍ୟ ବୀରପଣିଆ ଅଟେ, ଯେଉଁ କାମ
ସନ୍ନ୍ୟାସୀମାନେ କରିପାରନ୍ତି ନାହିଁ, ତାହା ତୁମେ କରିପାରୁଛ । ବାବା ଶ୍ରୀମତ ଦେଉଛନ୍ତି ଯେ ତୁମେ
ଏପରି ଗୃହସ୍ଥ ବ୍ୟବହାରରେ ରହି କମଳ ଫୁଲ ସମାନ ପବିତ୍ର ହୋଇ ରୁହ ତାହା ହେଲେ ଉଚ୍ଚ ପଦ ପାଇପାରିବ
। ନଚେତ୍ ବିଶ୍ୱର ବାଦଶାହୀ କିପରି ମିଳିବ । ଏହା ହେଉଛି ନରରୁ ନାରାୟଣ ହେବା ପାଇଁ ପାଠପଢା । ଏହା
ପାଠଶାଳା ଅଟେ । ଅନେକ ଆସି ପାଠ ପଢୁଛନ୍ତି ସେଥିପାଇଁ ଲେଖ “ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ’’ । ଏହା
ସମ୍ପୂର୍ଣ୍ଣ ଠିକ୍ ଶବ୍ଦ ଅଟେ । ଭାରତବାସୀ ଜାଣନ୍ତି ଯେ ଆମେ ବିଶ୍ୱର ମାଲିକ ଥିଲୁ, ଏହା କାଲିର
କଥା ଅଟେ । ଏ ପର୍ଯ୍ୟନ୍ତ ମଧ୍ୟ ରାଧା-କୃଷ୍ଣ ଅଥବା ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ତିଆରି ହୋଇ
ଚାଲିଛି । କେହି ତ ପୁଣି ପତିତ ମନୁଷ୍ୟଙ୍କର ମଧ୍ୟ ମନ୍ଦିର ତିଆରି କରୁଛନ୍ତି । ଦ୍ୱାପରଠାରୁ
ପତିତ ମନୁଷ୍ୟ ରହି ଆସିଛନ୍ତି । କେଉଁଠି ଶିବଙ୍କର ମନ୍ଦିର, କେଉଁଠାରେ ଦେବତାମାନଙ୍କର ମନ୍ଦିର
ତିଆରି କରିବା, କେଉଁଠି ପୁଣି ଏହି ପତିତ ମନୁଷ୍ୟମାନଙ୍କର । ବିଚାର କର ଏମାନେ କ’ଣ ଦେବତା ଅଟନ୍ତି
। ତେଣୁ ବାବା ବୁଝାଉଛନ୍ତି ଯେ ଏହି କଥା ଉପରେ ଭଲ ଭାବରେ ବିଚାର ସାଗର ମନ୍ଥନ କରିବାର ଅଛି ।
ବାବା ତ ବୁଝାଇ ଚାଲିଛନ୍ତି ଯେ ଦିନକୁ ଦିନ ଲେଖା ବଦଳିଚାଲିବ, ଏପରି ନୁହେଁ ଯେ ପୂର୍ବେ କାହିଁକି
ଏଭଳି କହିଲେ ନାହିଁ । ଏପରି କହିବା ଠିକ୍ ନୁହେଁ ଯେ ପୂର୍ବରୁ କାହିଁକି ମନମନାଭବର ଅର୍ଥ ଏହିପରି
ବୁଝାଇଲ ନାହିଁ । ଆରେ ପ୍ରଥମରୁ କ’ଣ ଏପରି ଯୋଗଯୁକ୍ତ ସ୍ଥିତିରେ ରହିପାରିବ । ବହୁତ କମ୍ ସନ୍ତାନ
ଅଛନ୍ତି ଯିଏ ପ୍ରତ୍ୟେକ କଥାର ଉତ୍ତର ଭଲ ଭାବରେ ଦେଇପାରିବେ । ଭାଗ୍ୟରେ ଶ୍ରେଷ୍ଠ ପଦ ନ ଥିଲେ,
ଶିକ୍ଷକ ବି କ’ଣ କରିପାରିବେ । ଏପରି ତ ନୁହେଁ ଆଶୀର୍ବାଦ ଦେଇ ବାବା ଶ୍ରେଷ୍ଠ କରିଦେବେ । ନିଜକୁ
ଦେଖିବାର ଅଛି ଯେ ମୁଁ କିପରି ସେବା କରୁଛି । ବିଚାର ସାଗର ମନ୍ଥନ ଚାଲିବା ଦରକାର । ଗୀତାର
ଭଗବାନ କିଏ, ଏହି ଚିତ୍ର ସବୁଠାରୁ ମୁଖ୍ୟ ଅଟେ । ଭଗବାନ ନିରାକାର ଅଟନ୍ତି, ସେ ବ୍ରହ୍ମାଙ୍କ
ଶରୀର ବିନା ତ କିଛି ବି ଶୁଣାଇ ପାରିବେ ନାହିଁ । ସେ ସଙ୍ଗମଯୁଗରେ ହିଁ ବ୍ରହ୍ମାଙ୍କ ଶରୀରର
ମାଧ୍ୟମ ନେଇ ଆସୁଛନ୍ତି । ନଚେତ୍ ବ୍ରହ୍ମା-ବିଷ୍ଣୁ-ଶଙ୍କର କ’ଣ ପାଇଁ ଅଛନ୍ତି । ଜୀବନ କାହାଣୀ
ଦରକାର ନା । କେହି ବି ଜାଣି ନାହାଁନ୍ତି । ବ୍ରହ୍ମାଙ୍କ ପାଇଁ କହିଥା’ନ୍ତି ଯେ ସହସ୍ର ଭୁଜାଧାରୀ
ବ୍ରହ୍ମାଙ୍କ ପାଖକୁ ଯାଅ ହଜାର ଭୂଜାଧାରୀଙ୍କ ପାଖକୁ ଯାଅ । ଏହା ଉପରେ ମଧ୍ୟ ଏକ କାହାଣୀ ତିଆରି
ହୋଇଛି । ପ୍ରଜାପିତା ବ୍ରହ୍ମାଙ୍କର ଏତେ ଢେର ସନ୍ତାନ ଅଛନ୍ତି ନା । ଏଠାକୁ ଆସି ହିଁ ଥାନ୍ତି
ପବିତ୍ର ହେବା ପାଇଁ । ଜନ୍ମ-ଜନ୍ମାନ୍ତର ଧରି ଅପବିତ୍ର ହୋଇ ଆସିଛନ୍ତି, ଏବେ ପୁରା ପବିତ୍ର
ହେବାର ଅଛି । ଶ୍ରୀମତ ମିଳୁଛି ଯେ ମାମେକମ୍ ୟାଦ କର । କେତେ ଜଣଙ୍କର ତ ଏ ପର୍ଯ୍ୟନ୍ତ ମଧ୍ୟ
ବୁଦ୍ଧିରେ ଆସୁନାହିଁ ଯେ ଆମେ କିପରି ୟାଦ କରିବୁ । ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । ବାବାଙ୍କର ହୋଇ
ବିକର୍ମାଜୀତ୍ ନ ହେଲେ, ପାପ ନ କଟିଲେ, ଯୋଗଯୁକ୍ତ ହୋଇ ନ ରହିଲେ ସେ କି ପଦ ପାଇବେ । ଯଦିଓ
ସମର୍ପିତ ହୋଇଛନ୍ତି କିନ୍ତୁ ସେଥିରେ କ’ଣ ଲାଭ ରହିଛି । ଯେତେବେଳ ପର୍ଯ୍ୟନ୍ତ ପୁଣ୍ୟ ଆତ୍ମା ହୋଇ
ଅନ୍ୟମାନଙ୍କୁ ପୁଣ୍ୟାତ୍ମା ନ କରାଇଛ ସେ ପର୍ଯ୍ୟନ୍ତ ଉଚ୍ଚ ପଦ ପାଇପାରିବ ନାହିଁ । ଯେତେ ଅଳ୍ପ
ମନେ ପକାଇବ, ନୀଚ୍ଚ ପଦ ପାଇବ । ଡବଲ ମକୁଟଧାରୀ କିପରି ହେବ, ପୁଣି ପୁରୁଷାର୍ଥର ନମ୍ବର ଅନୁସାରେ
କିପରି ଡେରିରେ ଆସିବ । ଏପରି ନୁହେଁ ଯେ ମୁଁ ସବୁକିଛି ସମର୍ପଣ କରିଦେଲି ଏଣୁ ଡବଲ ମୁକୁଟଧାରୀ
ହେବି । ନା । ପ୍ରଥମେ ଦାସ-ଦାସୀ ହେବେ ତାପରେ ଶେଷ ଆଡକୁ ଛୋଟିଆ ପଦଟିଏ ମିଳିଯିବ । ଅନେକଙ୍କୁ
ଏହି ଅହଂକାର ରହିଥାଏ ଯେ ମୁଁ ତ ସମର୍ପିତ ଅଟେ । ଆରେ ବାବାଙ୍କ ସ୍ମୃତି ବିନା କ’ଣ ଶ୍ରେଷ୍ଠ
ହୋଇପାରିବ । ଦାସ-ଦାସୀ ହେବାଠାରୁ ତ ସାହୁକାର ପ୍ରଜା ହେବା ଭଲ । ଦାସ-ଦାସୀ କ’ଣ ଶ୍ରୀକୃଷ୍ଣଙ୍କ
ସାଥିରେ ଝୁଲିପାରିବେ । ଏହା ବହୁତ ବୁଝିବାର କଥା ଅଟେ, ଏଥିରେ ବହୁତ ପରିଶ୍ରମ କରିବାକୁ ପଡିଥାଏ
। ଅଳ୍ପରେ ଖୁସି ହୋଇଯାଅ ନାହିଁ । ମୁଁ ବି ରାଜା ହେବି । ଏଭଳି ହେଲେ ତ ପୁଣି ଅନେକ ରାଜା
ହୋଇଯିବେ । ବାବା କହୁଛନ୍ତି ଯେ ଯୋଗର ଯାତ୍ରା ହିଁ ମୁଖ୍ୟ ଅଟେ । ଯିଏ ଭଲ ଭାବରେ ଯୋଗଯୁକ୍ତ ହୋଇ
ରହିଥାନ୍ତି, ସେ ଖୁସୀରେ ରହିଥାନ୍ତି । ବାବା ବୁଝାଉଛନ୍ତି ଯେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ
ଗୋଟିଏ ଶରୀର ନେଇଥାଏ । ସତ୍ୟଯୁଗରେ ଖୁସୀରେ ଗୋଟିଏ ଶରୀର ଛାଡି ଅନ୍ୟ ଗୋଟିଏ ଶରୀର ନେଇଥାନ୍ତି ।
ଏଠାରେ ତ କେହି ଶରୀର ଛାଡିଲେ କାନ୍ଦିବାରେ ଲାଗିପଡିଥାନ୍ତି, ସତ୍ୟଯୁଗର କଥା ହିଁ ଭୁଲିଯାଇଛନ୍ତି
। ସେଠାରେ ତ ଶରୀର ଏପରି ଛାଡିବେ, ଯେପରି ସର୍ପର ଉଦାହରଣ ରହିଛି ନା । ଏହି ପୁରୁଣା ଶରୀର ଏବେ
ଛାଡିବାର ଅଛି । ତୁମେ ଜାଣୁଛ ଯେ ମୁଁ ଆତ୍ମା ଅଟେ, ଏହି ପୁରୁଣା ଶରୀର ଏବେ ଛାଡିବାର ଅଛି ।
ଚତୁର ପିଲାମାନେ ଯେଉଁମାନେ କି ବାବାଙ୍କର ସ୍ମୃତିରେ ରହିଥାନ୍ତି, ସେମାନେ ତ କହିଥା’ନ୍ତି ଯେ
ବାବାଙ୍କ ସ୍ମୃତିରେ ହିଁ ଶରୀର ଛାଡିବୁ ପୁଣି ଯାଇ ବାବାଙ୍କ ସହିତ ମିଶିବୁ । କୌଣସି ବି
ମନୁଷ୍ୟମାତ୍ରଙ୍କୁ ଏ କଥା ଜଣା ନାହିଁ ଯେ କିପରି ଭଗବାନଙ୍କ ସହ ମିଶିପାରିବୁ । ତୁମ
ସନ୍ତାନମାନଙ୍କୁ ରାସ୍ତା ମିଳିଛି । ଏବେ ପୁରୁଷାର୍ଥ କରୁଛ, ଜୀବଦଶାରେ ବଞ୍ଚି ଥାଉ ଥାଉ ମରି ତ
ଯାଇଛ କିନ୍ତୁ ଆତ୍ମା ତ ପବିତ୍ର ହେବା ଦରକାର ନା । ପବିତ୍ର ହୋଇ ପୁଣି ଏହି ପୁରୁଣା ଶରୀର ଛାଡି
ଯିବାର ଅଛି । ବୁଝିଥାନ୍ତି ଯେ କର୍ମାତୀତ ଅବସ୍ଥା ହୋଇଗଲେ ଏହି ଶରୀର ଛାଡିଦେବୁ ପରନ୍ତୁ
କର୍ମାତୀତ ଅବସ୍ଥା ହେଲେ ସ୍ୱତଃ ଆତ୍ମା ଶରୀରରୁ ଅଲଗା ହୋଇଯିବ । ବାସ୍ ଆମେ ବାବାଙ୍କ ପାଖରେ ଯାଇ
ରହିବୁ । ଏହି ପୁରୁଣା ଶରୀର ପ୍ରତି ଯେପରି ଘୃଣା ଆସୁଛି । ସର୍ପର ପୁରୁଣା ଖୋଳ ପ୍ରତି ଘୃଣା
ଆସୁଥିବ ନା । ତୁମର ନୂଆ ଖୋଳ (ଶରୀର) ତିଆରି ହେଉଛି । ପରନ୍ତୁ ଯେବେ କର୍ମାତୀତ ଅବସ୍ଥା ହେବ,
ଅନ୍ତିମ ସମୟରେ ହିଁ ତୁମର ଏପରି ଅବସ୍ଥା ହେବ । ବାସ୍ ଏବେ ଆମେ ଯାଉଛୁ । ଲଢେଇ ପାଇଁ ମଧ୍ୟ ପୁରା
ପ୍ରସ୍ତୁତି ଚାଲିବ । ବିନାଶର ସମସ୍ତ ଆଧାର ତୁମର କର୍ମାତୀତ ଅବସ୍ଥା ହେବା ଉପରେ ନିର୍ଭର କରୁଛି
। ଅନ୍ତିମ ସମୟରେ କର୍ମାତୀତ ଅବସ୍ଥାକୁ କ୍ରମଅନୁସାରେ ସବୁ ପହଞ୍ଚିଯିବେ । କେତେ ଫାଇଦା ରହିଛି ।
ତୁମେ ବିଶ୍ୱର ମାଲିକ ହେଉଛ, ତେଣୁ ବାବାଙ୍କୁ କେତେ ସ୍ନେହରେ ମନେ ପକାଇବା ଦରକାର । ତୁମେ ଦେଖିବ
କେତେକ ଏପରି ମଧ୍ୟ ବାହାରିବେ ଯେଉଁମାନେ ଉଠିବା ବସିଲା ବେଳେ ବାବାଙ୍କୁ ମନେ ପକାଉଥିବେ । ମୃତ୍ୟୁ
ସାମ୍ନାରେ ଛିଡା ହୋଇଛି । ଖବରକାଗଜରେ ଏପରି ଲେଖୁଛନ୍ତି ଯେପରିକି ବର୍ତ୍ତମାନ ହିଁ ଲଢେଇ
ଲାଗିଯିବ । ବଡ ଧରଣର ଲଢେଇ ଲାଗିଲେ ବମ୍ସ ଆଦି ପକାଇବେ । ଡେରି ଲାଗିବ ନାହିଁ । ଚତୁର ପିଲାମାନେ
ବୁଝିଥାନ୍ତି, ଯେଉଁମାନେ ଅଜ୍ଞାନୀ ସେମାନେ କିଛି ବୁଝି ପାରନ୍ତି ନାହିଁ । ଟିକିଏ ବି ହେଲେ ଧାରଣା
ହୋଇନଥାଏ । ଭଲେ ହଁ ହଁ କରି ଚାଲିଥାନ୍ତି, କିଛି ହେଲେ ବୁଝନ୍ତି ନାହିଁ । ଯୋଗଯୁକ୍ତ ହୋଇ ରହି ନ
ଥା’ନ୍ତି । ଯେଉଁମାନେ ଦେହ-ଅଭିମାନରେ ରହିଥାନ୍ତି, ଏହି ପତିତ ଦୁନିଆ ତାଙ୍କର ସ୍ମୃତିରେ ରହିଥାଏ,
ସେମାନେ ବା କ’ଣ ବୁଝିପାରିବେ । ଏବେ ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ । ଦେହକୁ ଭୁଲି ଯିବାର
ଅଛି । ଅନ୍ତିମ ସମୟରେ ତୁମେ ବହୁତ ପ୍ରୟାସ କରିବାରେ ଲାଗିଯିବ, ଏବେ ତୁମେ ବୁଝିପାରୁ ନାହଁ ।
ଶେଷ ସମୟରେ ବହୁତ ବହୁତ ପଶ୍ଚାତାପ କରିବ । ବାବା ସାକ୍ଷାତ୍କାର ମଧ୍ୟ କରାଇବେ । ଏହି ଏହି ପାପ
କରିଛ । ଏବେ ଦଣ୍ଡ ଭୋଗ କର । ପଦ ମଧ୍ୟ ଦେଖ । ପ୍ରାରମ୍ଭରେ ମଧ୍ୟ ଏହିପରି ସାକ୍ଷାତ୍କାର
କରୁଥିଲେ ପୁଣି ଶେଷରେ ମଧ୍ୟ ଏହିପରି ସାକ୍ଷାତ୍କାର କରିବେ ।
ବାବା କହୁଛନ୍ତି ଯେ
ନିଜର ଇଜ୍ଜତ୍ ହରାଅ ନାହିଁ । ପାଠପଢାରେ ଲାଗି ରହିବା ପାଇଁ ପୁରୁଷାର୍ଥ କର । ନିଜକୁ ଆତ୍ମା ଭାବି
ମୋତେ ମନେ ପକାଅ । ସେ ହିଁ ପତିତ-ପାବନ ଅଟନ୍ତି । ଦୁନିଆରେ କେହି ହେଲେ ପତିତପାବନ ନୁହଁନ୍ତି ।
ଶିବ ଭଗବାନୁବାଚ, ଯେହେତୁ କହୁଛନ୍ତି ଯେ ସମସ୍ତଙ୍କର ସଦ୍ଗତି ଦାତା ପତିତପାବନ ଜଣେ ଅଟନ୍ତି ।
ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି । ପରନ୍ତୁ ଯଦି ନିଜକୁ ଆତ୍ମା ବିନ୍ଦୁ ଭାବିବ ତେବେ
ବାବାଙ୍କର ସ୍ମୃତି ଆସିବ । ତୁମେ ଜାଣୁଛ ଯେ ଆମ ଆତ୍ମା ମଧ୍ୟରେ ୮୪ ଜନ୍ମର ଅଭିନୟ ନିର୍ଦ୍ଧାରିତ
ହୋଇ ରହିଛି, ତାହାର କେବେ ବିନାଶ ହେବାର ନାହିଁ । ଏହାକୁ ବୁଝିବା କୌଣସି ମାଉସୀ ଘର କଥା ନୁହେଁ,
ଭୁଲି ଯାଇଥାନ୍ତି, ଏଣୁ କାହାକୁ ବୁଝାଇ ପାରନ୍ତି ନାହିଁ । ଦେହ ଅଭିମାନ ବିଲ୍କୁଲ୍ ସମସ୍ତଙ୍କୁ
ମାରିଦେଇଛି । ଏହା ମୃତ୍ୟୁଲୋକ ହୋଇଯାଇଛି । ସମସ୍ତେ ଅସମୟରେ ମୃତ୍ୟୁବରଣ କରିଚାଲିଛନ୍ତି । ଯେପରି
ଜୀବଜନ୍ତୁ ପଶୁପକ୍ଷୀ ମରିଯାଉଛନ୍ତି, ସେହିଭଳି ମନୁଷ୍ୟ ମଧ୍ୟ ମରି ଯାଉଛନ୍ତି, ଫରକ କିଛି ହେଲେ
ବି ନାହିଁ । ଲକ୍ଷ୍ମୀ-ନାରାୟଣ ତ ଅମରଲୋକର ମାଲିକ ଅଟନ୍ତି ନା । ଅକାଳମୃତ୍ୟୁ ସେଠାରେ ହୋଇ ନ
ଥାଏ । ଦୁଃଖ ହିଁ ନାହିଁ । ଏଠାରେ ତ ଦୁଃଖ ହେଲେ ଆତ୍ମହତ୍ୟା କରିଥା’ନ୍ତି । ଅକାଳମୃତ୍ୟୁ ନିଜେ
ହିଁ ନେଇ ଆସିଥା’ନ୍ତି, ଏହି ଲକ୍ଷ୍ୟ ବଡ ଉଚ୍ଚ ଅଟେ । କେବେ ବି କୁଦୃଷ୍ଟି ନ ହେଉ, ଏଥିରେ ବହୁତ
ପରିଶ୍ରମ ରହିଛି । ଏତେ ଉଚ୍ଚ ପଦ ପାଇବା କୌଣସି ମାଉସୀ ଘରର କଥା ନୁହେଁ । ବାହାଦୁରୀ ଦରକାର ।
ନଚେତ୍ ଅଳ୍ପ କଥାରେ ହିଁ ଡରିଯାଇଥାନ୍ତି । କୌଣସି ବଦମାସ ଭିତରକୁ ପଶି ଆସି, ହାତ ଲଗେଇଲେ ତ ତାକୁ
ପିଟି ପିଟି ବାହାର କରିଦେବା ଦରକାର । ଭୀରୁ ହେବା ଉଚିତ୍ ନୁହେଁ । ଶିବଶକ୍ତି ପାଣ୍ଡବ ସେନାର
ଗାୟନ ରହିଛି ନା । ଯେଉଁମାନେ କି ସ୍ୱର୍ଗର ଦ୍ୱାର ଖୋଲିଥା’ନ୍ତି । ବାହାଦୂର ହେବା ପାଇଁ ଚାହୁଁଛ
ତ ପୁଣି ଏହିପରି ବାହାଦୁରୀ ମଧ୍ୟ ଦରକାର । ଯେବେ ସର୍ବଶକ୍ତିମାନ ବାବାଙ୍କର ସ୍ମୃତିରେ ରହିବ ତେବେ
ବାବାଙ୍କଠାରୁ ଶକ୍ତି ମିଳିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାର ଅଛି, ଏହି ଯୋଗ
ଅଗ୍ନିରେ ହିଁ ବିକର୍ମର ବିନାଶ ହେବ ପୁଣି ବିକର୍ମାଜୀତ ରାଜା ହୋଇଯିବ । ଯୋଗଯୁକ୍ତ ହେବା ପାଇଁ
ପରିଶ୍ରମ କରିବାକୁ ହେବ, ଯିଏ କରିବ ସିଏ ପାଇବ । ଅନ୍ୟମାନଙ୍କୁ ମଧ୍ୟ ସାବଧାନ କରିବାର ଅଛି ।
ଯୋଗର ଯାତ୍ରା ଦ୍ୱାରା ହିଁ ବେଡା ପାର ହେବ । ପାଠପଢାକୁ ଯାତ୍ରା କୁହାଯାଏ ନାହିଁ । ତାହା ଅଟେ
ସ୍ଥୂଳ ଯାତ୍ରା, ଏହା ହେଲା ଆତ୍ମାର ଯାତ୍ରା, ସିଧା ଶାନ୍ତିଧାମ ନିଜର ଘରକୁ ଚାଲିଯିବ । ବାବା ବି
ଘରେ ରହୁଛନ୍ତି । ମୋତେ ମନେ ପକାଇ ପକାଇ ତୁମେ ଘରେ ପହଞ୍ଚିଯିବ । ଏଠାରେ ସମସ୍ତଙ୍କୁ ଅଭିନୟ
କରିବାର ଅଛି । ଡ୍ରାମା ତ ଅବିନାଶୀ ଚାଲିଛି । ପିଲାମାନଙ୍କୁ ବୁଝାଉଛନ୍ତି ଯେ ପ୍ରଥମତଃ
ବାବାଙ୍କର ସ୍ମୃତିରେ ରୁହ ଏବଂ ପବିତ୍ର ହୁଅ, ଦୈବୀଗୁଣ ଧାରଣ କର ଏବଂ ଯେତେ ସେବା କରିବ ସେତେ
ଉଚ୍ଚ ପଦ ପାଇବ । କଲ୍ୟାଣକାରୀ ନିଶ୍ଚୟ ହେବାକୁ ପଡିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା ମନେ
ରହୁ ଯେ ସର୍ବଶକ୍ତିମାନ ବାବା ଆମ ସାଥିରେ ଅଛନ୍ତି, ଏହି ସ୍ମୃତି ଦ୍ୱାରା ଆତ୍ମାରେ ଶକ୍ତି
ପ୍ରବେଶ କରିବ, ବିକର୍ମ ଭସ୍ମ ହେବ । ଯେହେତୁ ଶିବଶକ୍ତି ପାଣ୍ଡବ ସେନା ନାମ ରଖାଯାଇଛି, ତେଣୁ
ବାହାଦୁରୀ ଦେଖାଇବାର ଅଛି, ଭୀରୁ ହେବାର ନାହିଁ ।
(୨) ବଞ୍ଚି ଥାଉ ଥାଉ
ମରିବା ପରେ ଏହି ଅହଂକାର ନ ଆସୁ ଯେ ମୁଁ ତ ସମର୍ପିତ ଅଟେ । ସମର୍ପିତ ହେବା ପରେ ପୁଣ୍ୟ ଆତ୍ମା
ହୋଇ ଅନ୍ୟକୁ ମଧ୍ୟ ପୂଣ୍ୟ ଆତ୍ମା କରିବାକୁ ହେବ, ଏହିଥିରେ ହିଁ ଫାଇଦା ରହିଛି ।
ବରଦାନ:-
ନିର୍ବିଘ୍ନ
ସ୍ଥିତି ଦ୍ୱାରା ନିଜର ମୂଳଦୁଆକୁ ମଜବୁତ କରି ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୁଅ ।
ଯେଉଁ ପିଲାମାନେ ବହୁତ
କାଳରୁ ନିର୍ବିଘ୍ନ ସ୍ଥିତିର ଅନୁଭବୀ ଅଟନ୍ତି ସେମାନଙ୍କର ମୂଳଦୁଆ ମଜବୁତ୍ ହୋଇଥିବା କାରଣରୁ ନିଜେ
ମଧ୍ୟ ଶକ୍ତିଶାଳୀ ସ୍ଥିତିରେ ରହିଥାଆନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତିଶାଳୀ କରିଥାଆନ୍ତି ।
ତେଣୁ ବହୁତ କାଳର ଶକ୍ତିଶାଳୀ ନିର୍ବିଘ୍ନ ଆତ୍ମା ଅନ୍ତ ସମୟରେ ମଧ୍ୟ ନିର୍ବିଘ୍ନ ହୋଇ ସମ୍ମାନର
ସହିତ ଉତ୍ତୀର୍ଣ୍ଣ ହୋଇ ଯାଇଥାଆନ୍ତି ନହେଲେ ପ୍ରଥମ ଶ୍ରେଣୀରେ ଆସିଥାଆନ୍ତି । ତେଣୁ ସର୍ବଦା ଏହି
ଲକ୍ଷ୍ୟ ରହିଥାଉ ଯେ ବହୁତ ସମୟ ଧରି ନିର୍ବିଘ୍ନ ସ୍ଥିତିର ଅନୁଭବ ନିଶ୍ଚିତ କରିବାକୁ ହେବ ।
ସ୍ଲୋଗାନ:-
ଯଦି ପ୍ରତ୍ୟେକ
ଆତ୍ମା ପ୍ରତି ସର୍ବଦା ଉପକାର ଅର୍ଥାତ୍ ଶୁଭକାମନା ରଖିବ ତେବେ ଆପେ ଆପେ ଆଶୀର୍ବାଦ ପ୍ରାପ୍ତ
ହେବାକୁ ଲାଗିବ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଯୋଗ ଅର୍ଥାତ୍ ଶାନ୍ତିର
ଶକ୍ତି । ତେବେ ଏହି ଶାନ୍ତିର ଶକ୍ତି ବହୁତ ସହଜରେ ନିଜକୁ ତଥା ଅନ୍ୟମାନଙ୍କୁ ପରିବର୍ତ୍ତନ
କରିଦେଇଥାଏ, ଏହାଦ୍ୱାରା ବ୍ୟକ୍ତି ମଧ୍ୟ ବଦଳିଯିବେ ଏବଂ ପ୍ରକୃତି ମଧ୍ୟ ବଦଳିଯିବ ।
ବ୍ୟକ୍ତିମାନଙ୍କୁ ତ ମୁଖ ଦ୍ୱାରା କୋର୍ସ କରାଇ ଦେଉଛ କିନ୍ତୁ ପ୍ରକୃତିକୁ ପରିବର୍ତ୍ତନ କରିବା
ପାଇଁ ଶାନ୍ତିର ଶକ୍ତି ଅର୍ଥାତ୍ ଯୋଗ ବଳ ହିଁ ଦରକାର ।