05.11.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଡ୍ରାମାର ଶ୍ରେଷ୍ଠ ଜ୍ଞାନ ତୁମ ସନ୍ତାନମାନଙ୍କ ନିକଟରେ ହିଁ ରହିଛି, ତୁମେ ଜାଣିଛ ଯେ ଏହି ଡ୍ରାମାର ଅବିକଳ ପୁନରାବୃତ୍ତି ହେଉଛି ।”

ପ୍ରଶ୍ନ:-
ପ୍ରବୃତ୍ତିରେ ରହୁଥିବା ପିଲାମାନେ ବାବାଙ୍କୁ କେଉଁ ପ୍ରଶ୍ନ ପଚାରୁଛନ୍ତି, ବାବା ତାଙ୍କୁ କେଉଁ ରାୟ ଦେଉଛନ୍ତି?

ଉତ୍ତର:-
କେହି କେହି ସନ୍ତାନ ପଚାରୁଛନ୍ତି - ବାବା ଆମେ ବ୍ୟବସାୟ ଇତ୍ୟାଦି କରିବୁ? ବାବା କହୁଛନ୍ତି - ପିଲାମାନେ ବ୍ୟବସାୟ ଭଲେ କର କିନ୍ତୁ ରାଜକୀୟ ବ୍ୟବସାୟ କର । ବ୍ରାହ୍ମଣ ପିଲାମାନେ କେବେହେଲେ ମଦ, ସିଗାରେଟ୍‌, ବିଡି ଇତ୍ୟାଦିର ଛି ଛି ଅର୍ଥାତ୍ ନିକୃଷ୍ଟ ବ୍ୟବସାୟ କରିପାରିବେ ନାହିଁ କାରଣ ଏହାଦ୍ୱାରା ଆହୁରି ଅଧିକ ବିକାର ପ୍ରତି ଆକର୍ଷଣ ସୃଷ୍ଟି ହୋଇଥାଏ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏବେ ଗୋଟିଏ ହେଲା ଆତ୍ମିକ ପିତାଙ୍କର ଶ୍ରୀମତ, ଦ୍ୱିତୀୟଟି ହେଲା ରାବଣର ଆସୁରୀ ମତ । ଆସୁରୀ ମତ ବାବାଙ୍କର ତ କୁହାଯିବ ନାହିଁ । ରାବଣକୁ ତ ବାପା କୁହାଯିବ ନାହିଁ ନା । ତାହା ହେଲା ରାବଣର ଆସୁରୀ ମତ । ଏବେ ତୁମ ସନ୍ତାନମାନଙ୍କୁ ମିଳୁଛି ଈଶ୍ୱରୀୟ ମତ । ଏଥିରେ କେତେ ରାତି-ଦିନର ଅନ୍ତର ରହିଛି । ବୁଦ୍ଧିରେ ଆସୁଛି ଈଶ୍ୱରୀୟ ମତ ଦ୍ୱାରା ଆମେ ଦୈବୀଗୁଣ ଧାରଣ କରି ଆସିଛୁ । ଏ କଥା କେବଳ ତୁମେ ପିଲାମାନେ ହିଁ ବାବାଙ୍କ ଠାରୁ ଶୁଣୁଛ, ଅନ୍ୟ କାହାକୁ ଜଣା ନାହିଁ । ବାବା ସମ୍ପତ୍ତି ଦେବା ପାଇଁ ହିଁ ପିଲାମାନଙ୍କ ସହିତ ମିଶୁଛନ୍ତି । ରାବଣ ଦ୍ୱାରା ତ ସମ୍ପତ୍ତି ଆହୁରି ହିଁ କମ୍ ହୋଇଯାଇଥାଏ । ଈଶ୍ୱରୀୟ ମତ କେଉଁଠାକୁ ନେଇଯାଉଛି ଏବଂ ଆସୁରୀମତ କେଉଁଠାକୁ ନେଇଯାଇଥାଏ, ଏହା ତୁମେ ହିଁ ଜାଣିଛ । ଯେବେଠାରୁ ତୁମକୁ ଆସୁରୀ ମତ ମିଳିଛି ତୁମେ ତଳକୁ ଖସି ଖସି ଆସିଛ । ନୂଆ ଦୁନିଆରେ ଅଳ୍ପ ଅଳ୍ପ କରି ତଳକୁ ଖସିଥାଅ । ଖସିବା କିପରି ହୋଇଥାଏ, ପୁଣି ଚଢିବା କିପରି ହୋଇଥାଏ - ଏହା ମଧ୍ୟ ତୁମେ ପିଲାମାନେ ଏବେ ବୁଝିଯାଇଛ । ପୁଣି ଶ୍ରେଷ୍ଠ ହେବା ପାଇଁ ଏବେ ତୁମମାନଙ୍କୁ ଶ୍ରୀମତ ମଧ୍ୟ ମିଳୁଛି । ତୁମେ ଏଠାକୁ ଆସିଛ ଶ୍ରେଷ୍ଠ ହେବା ପାଇଁ । ତୁମେ ଜାଣିଛ - ଆମେ ପୁଣି ଶ୍ରେଷ୍ଠ ମତ କିପରି ପାଇବୁ । ଅନେକ ଥର ତୁମେ ଶ୍ରେଷ୍ଠ ମତ ଦ୍ୱାରା ଉଚ୍ଚ ପଦ ପାଇଛ । ପୁଣି ପୁନର୍ଜନ୍ମ ନେଇ ନେଇ ତଳକୁ ଖସିଆସିଛ । ପୁଣି ମାତ୍ର ଥରେ ହିଁ ଚଢୁଛ । ନମ୍ବରବାର ପୁରୁଷାର୍ଥ ଅନୁସାରେ ତ ହୋଇଥା’ନ୍ତି । ବାବା ବୁଝାଉଛନ୍ତି, ଏଥିରେ ସମୟ ଲାଗିଥାଏ । ଏବେ ପୁଣି ଏହି ପୁରୁଷୋତ୍ତମ ସଂଗମଯୁଗର ମଧ୍ୟ ସମୟ ରହିଛି ନା, ପୂରା ଆକ୍ୟୁରେଟ୍ (ସଠିକ୍‌) ସମୟ ରହିଛି । ଡ୍ରାମା ପୂରା ଆକ୍ୟୁରେଟ୍ ଚାଲୁଛି ଏବଂ ଏହି ଡ୍ରାମା ବଡ ଆଶ୍ଚର୍ଯ୍ୟଜନକ ମଧ୍ୟ । ପିଲାମାନଙ୍କୁ ବୁଝିବା ପାଇଁ ବଡ ସହଜ ହୋଇଥାଏ । ଏବେ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ବର୍ସା ନେବାକୁ ହେବ । ବାସ୍ । ଯେହେତୁ ପୁରୁଷାର୍ଥ କରୁଛନ୍ତି ତେଣୁ କାହା କାହାକୁ ଡିଫିକଲ୍ଟ ବା କଷ୍ଟ ମଧ୍ୟ ଲାଗୁଛି । ଏତେ ଉଚ୍ଚରୁ ଉଚ୍ଚ ପଦ ପାଇବା କ’ଣ ସହଜ କଥା! ବାବାଙ୍କ ସ୍ମୃତି ବହୁତ ସହଜ ଏବଂ ବାବାଙ୍କର ବର୍ସା ମଧ୍ୟ ବହୁତ ସହଜ । ଏହା ତ’ ଗୋଟିଏ ସେକେଣ୍ଡର କଥା । ପୁରୁଷାର୍ଥ କରିବା ସମୟରେ ପୁଣି ମାୟାର ବିଘ୍ନ ମଧ୍ୟ ପଡିଥାଏ । ରାବଣ ଉପରେ ବିଜୟ ପାଇବାକୁ ହିଁ ହୋଇଥାଏ । ଏବେ ସାରା ସୃଷ୍ଟି ଉପରେ ଏହି ରାବଣର ରାଜ୍ୟ ଚାଲିଛି । ଏବେ ତୁମେ ବୁଝିପାରୁଛ ଯେ ଆମେ ଯୋଗବଳ ଦ୍ୱାରା ରାବଣ ଉପରେ ପ୍ରତି କଳ୍ପରେ ବିଜୟ ପ୍ରାପ୍ତ କରି ଆସିଛୁ ଏବଂ ଏବେ ମଧ୍ୟ ପ୍ରାପ୍ତ କରୁଛୁ । ଶିକ୍ଷାଦାତା ହେଉଛନ୍ତି ଏକମାତ୍ର ବେହଦର ପିତା । ଭକ୍ତିମାର୍ଗରେ ମଧ୍ୟ ତୁମେ ବାବା ବାବା କହିଆସିଛ । କିନ୍ତୁ ପୂର୍ବରୁ ବାବାଙ୍କୁ ଜାଣି ନ ଥିଲ । ଆତ୍ମାକୁ ଜାଣିଥିଲ । କହୁଥିଲ ଭ୍ରୁକୁଟୀ ମଧ୍ୟରେ ଚମକୁଛି ଏକ ଅଜବ ତାରକା । ଆତ୍ମାକୁ ଜାଣି ମଧ୍ୟ ବାବାଙ୍କୁ ଜାଣି ନ ଥିଲ । କିପରି ବିଚିତ୍ର ଡ୍ରାମା । କହୁଥିଲ ମଧ୍ୟ - ହେ ପରମପିତା ପରମାତ୍ମା, ମନେ ପକାଉଥିଲ, କିନ୍ତୁ ତଥାପି ବି ନ ଥିଲ । ନା ଆତ୍ମାର ଆକ୍ୟୁପେସନ୍ (କର୍ତ୍ତବ୍ୟ), ନା ପରମାତ୍ମାଙ୍କର ଆକ୍ୟୁପେସନ୍‌କୁ ପୂରା ଜାଣିଥିଲ । ଏବେ ବାବା ନିଜେ ହିଁ ଆସି ବୁଝାଉଛନ୍ତି । ବାବାଙ୍କ ବିନା କେହି କେବେ ଏ ସବୁର ଅନୁଭୂତି କରାଇ ପାରିବେ ନାହିଁ । ଆଉ କାହାର ଏହି ପାର୍ଟ ହିଁ ନାହିଁ । ଗାୟନ ମଧ୍ୟ ରହିଛି ଈଶ୍ୱରୀୟ ସମ୍ପ୍ରଦାୟ, ଆସୁରୀ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟ । ଏହା ବହୁତ ସହଜ କଥା ଅଟେ । କିନ୍ତୁ ଏହି କଥା ମନେ ରହୁ ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ, ଭୁଲାଇ ଦେଇଥାଏ । ବାବା କହୁଛନ୍ତି କ୍ରମାନୁଯାୟୀ ପୁରୁଷାର୍ଥ ଅନୁସାରେ ଯୋଗ କରି କରି ଯେବେ ଡ୍ରାମାର ଅନ୍ତିମ ଅବସ୍ଥା ଆସିବ ଅର୍ଥାତ୍ ପୁରୁଣା ଦୁନିଆର ସମାପ୍ତି ହେବ ସେତେବେଳେ ନମ୍ବରବାର ପୁରୁଷାର୍ଥ ଅନୁସାରେ ରାଜଧାନୀ ସ୍ଥାପନ ହୋଇ ହିଁ ଯିବ । ଶାସ୍ତ୍ରରୁ ଏହି କଥା କେହି କେବେ ବୁଝାଇ ପାରିବେ ନାହିଁ । ଗୀତା ଆଦି ତ ଇଏ ମଧ୍ୟ ବହୁତ ପଢିଛନ୍ତି ନା । ଏବେ ବାବା କହୁଛନ୍ତି - ଏହାର (ଶାସ୍ତ୍ର ଜ୍ଞାନର) କୌଣସି ମୂଲ୍ୟ ନାହିଁ । କିନ୍ତୁ ଭକ୍ତିରେ କର୍ଣ୍ଣରସ ବହୁତ ମିଳିଥାଏ । ତେଣୁ ଛାଡନ୍ତି ନାହିଁ ।

ତୁମେ ଜାଣିଛ ସବୁକିଛି ପୁରୁଷାର୍ଥ ଉପରେ ହିଁ ନିର୍ଭର କରେ । ଧନ୍ଦା (ବ୍ୟବସାୟ) ଆଦି ମଧ୍ୟ କାହାର ରୟାଲ (ରାଜକୀୟ) ହୋଇଥାଏ, କାହାର ଛି-ଛି ଧନ୍ଦା ହୋଇଥାଏ । ମଦ, ବିଡି, ସିଗାରେଟ୍‌, ଆଦି ବିକିଥାନ୍ତି - ଏହା ତ ବହୁତ ଖରାପ ଧନ୍ଦା ଅଟେ । ମଦ ହିଁ ସବୁ ବିକାରକୁ ନିମନ୍ତ୍ରଣ କରିଥାଏ । କାହାକୁ ମଦୁଆ କରାଇବା - ଏହି ଧନ୍ଦା ଭଲ ନୁହେଁ । ବାବା ରାୟ ଦେଉଛନ୍ତି ଯୁକ୍ତିର ସହିତ ଏହି ଧନ୍ଦାକୁ ଚେଞ୍ଜ (ପରିବର୍ତ୍ତନ) କରିନିଅ । ନଚେତ୍ ଉଚ୍ଚ ପଦ ପାଇପାରିବ ନାହିଁ । ବାବା ବୁଝାଉଛନ୍ତି କେବଳ ଅବିନାଶୀ ଜ୍ଞାନ ରତ୍ନର ଧନ୍ଦା ବ୍ୟତୀତ ଏହି ସବୁ ଧନ୍ଦାରେ କ୍ଷତି ହିଁ ହୋଇଥାଏ । ଯଦିଓ ବ୍ରହ୍ମାବାବା ହୀରା ଆଦିର ବ୍ୟବସାୟ କରୁଥିଲେ କିନ୍ତୁ ଫାଇଦା ତ କିଛି ହେଲା ନାହିଁ ନା । ହଁ ଲକ୍ଷପତି ହେଲେ । ଏହି ଧନ୍ଦାରୁ ତୁମେ କ’ଣ ହେଉଛ? ବାବା ପତ୍ରରେ ମଧ୍ୟ ସବୁବେଳେ ଲେଖିଥାନ୍ତି ପଦମାପଦମ ଭାଗ୍ୟଶାଳୀ ଏବଂ ତାହା ମଧ୍ୟ ୨୧ ଜନ୍ମ ପାଇଁ ହୋଇଥାନ୍ତି । ତୁମେ ମଧ୍ୟ ବୁଝି ପାରୁଛ ବାବା ବିଲ୍‌କୁଲ୍ ଠିକ୍ ହିଁ କହୁଛନ୍ତି । ଆମେ ସେହି ଦେବୀ-ଦେବତା ଥିଲେ, ପୁଣି ଚକ୍ର ଲଗାଇ ଲଗାଇ ତଳକୁ ଆସିଗଲେ । ଏବେ ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ଜାଣିଯାଇଛ । ଜ୍ଞାନ ତ ବାବାଙ୍କ ଦ୍ୱାରା ମିଳିଛି କିନ୍ତୁ ତା’ ସହିତ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ନିଜର ଯାଞ୍ଚ କରିବାକୁ ହେବ - ମୋ ଠାରେ କୌଣସି ଆସୁରୀ ଗୁଣ ନାହିଁ ତ? ଏହି ବାବା ମଧ୍ୟ ଜାଣିଛନ୍ତି ମୁଁ ମୋର ଏହି ଶରୀର ରୂପୀ ଘରକୁ ଭଡାରେ ଦେଇଛି । ଏହା ମଧ୍ୟ ଘର ଅଟେ ନା । ଏଥିରେ ଆତ୍ମା ରହିଥାଏ । ମୋତେ ବହୁତ ନିଶା ରହୁଛି କି ଭଗବାନଙ୍କୁ ମୁଁ ଘର ଭଡାରେ ଦେଇଛି! ଡ୍ରାମା ପ୍ଲାନ୍ ଅନୁସାରେ ଅନ୍ୟ କୌଣସି ଘର ତାଙ୍କୁ ନେବାର ହିଁ ନାହିଁ । କଳ୍ପ କଳ୍ପ ତାଙ୍କୁ ଏହି ଘରକୁ ହିଁ ନେବାକୁ ପଡିଥାଏ । ଏହାଙ୍କୁ ତ ଖୁସୀ ହୋଇଥାଏ ନା । କିନ୍ତୁ ପୁଣି ହଙ୍ଗାମା ମଧ୍ୟ କେତେ ହୋଇଗଲା । ଏହି ବାବା ମଧ୍ୟ କେବେ କେବେ ହସ ଖୁସୀରେ ବାବାଙ୍କୁ କହିଥା’ନ୍ତି - ବାବା, ଆପଣଙ୍କ ରଥ ହେଲି ବୋଲି ମୋତେ ଏତେ ଗାଳି ଖାଇବାକୁ ପଡୁଛି । ବାବା କହୁଛନ୍ତି ସବୁଠାରୁ ଅଧିକ ଗାଳି ତ’ ମୋତେ ମିଳୁଛି । ଏବେ ତୁମର ପାଳି ପଡିଛି । ବ୍ରହ୍ମାଙ୍କୁ କେବେହେଲେ ଗାଳି ମିଳି ନ ଥିଲା । ଏବେ ପାଳି ଆସିଛି । ରଥ ଦେଇଛି ତେଣୁ ଏ କଥା ବୁଝୁଛନ୍ତି କି ନିଶ୍ଚିତ ବାବାଙ୍କଠାରୁ ସହଯୋଗ ମଧ୍ୟ ମିଳିବ । ପୁଣି ମଧ୍ୟ ବାବା କହୁଛନ୍ତି - ବାବାଙ୍କୁ ନିରନ୍ତର ମନେ ପକାଅ, ଏଥିରେ ତୁମେ ପିଲାମାନେ ଏହାଙ୍କ (ବ୍ରହ୍ମାବାବାଙ୍କ)ଠାରୁ ମଧ୍ୟ ଅଧିକ ତୀବ୍ର ବେଗରେ ଯାଇପାରିବ କାରଣ ଏହାଙ୍କ ଉପରେ ତ ମାମଲା ବହୁତ ରହିଛି । ଯଦିଓ ଡ୍ରାମା କହି ଛାଡି ଦେଉଛନ୍ତି କିନ୍ତୁ ନିଶ୍ଚିତ କିଛି ପ୍ରଭାବ ତ ପଡିଥାଏ ନା । ଇଏ ବିଚରା ବହୁତ ଭଲ ସର୍ଭିସ୍ କରୁଥିଲେ । ଇଏ ସଙ୍ଗ ଦୋଷରେ ପଡି ଖରାପ ହୋଇଗଲେ । କେତେ କେତେ ଡିସ୍‌ସର୍ଭିସ୍ ହୋଇଥାଏ । କେହି କେହି ଏଭଳି କାମ ସବୁ କରିଥା’ନ୍ତି ଯାହାର ପ୍ରଭାବ ସ୍ଥିତି ଉପରେ ପଡିଥାଏ । ସେହି ସମୟରେ ବୁଝିପାରନ୍ତି ନାହିଁ କି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ଏହା ପୁଣି ପରେ ମନେ ପଡିଥାଏ । ଏହା ତ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ନା । ମାୟା ଅବସ୍ଥାକୁ ବିଗାଡି ଦେଇଥାଏ, ତେଣୁ ବହୁତ ଡିସସର୍ଭିସ୍ ହୋଇଯାଏ । ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହୋଇଥାଏ । ଏଠାରେ ତ ନିଜର ପିଲାମାନେ ହିଁ କେତେ ଡିସ୍‌ସର୍ଭିସ୍ କରୁଛନ୍ତି । ଓଲଟା ସିଧା କହିବାରେ ଲାଗି ପଡୁଛନ୍ତି ।

ଏବେ ତୁମେ ପିଲାମାନେ ଜାଣୁଛ ବାବା କ’ଣ ଶୁଣାଉଛନ୍ତି? କୌଣସି ଶାସ୍ତ୍ର ଆଦି ଶୁଣାଉ ନାହାଁନ୍ତି । ଏବେ ଆମେ ଶ୍ରୀମତ ଆଧାରରେ କେତେ ଶ୍ରେଷ୍ଠ ହେଉଛୁ । ଆସୁରୀ ମତ ଦ୍ୱାରା କେତେ ଭ୍ରଷ୍ଟ ହୋଇଛୁ । ତେବେ ଏଥିରେ ସମୟ ଲାଗିଥାଏ ନା । ମାୟାର ଯୁଦ୍ଧ ତ ଚାଲୁ ରହିବ । ଏବେ ତୁମର ବିଜୟ ତ ନିଶ୍ଚୟ ହେବ । ଏକଥା ତୁମେ ବୁଝୁଛ ଯେ ଶାନ୍ତିଧାମ-ସୁଖଧାମ ଉପରେ ତ ଆମର ବିଜୟ ସୁନିଶ୍ଚିତ । କଳ୍ପ କଳ୍ପ ଆମେ ବିଜୟ ପାଇ ଆସିଛୁ । ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ସ୍ଥାପନା ଏବଂ ବିନାଶ ହୋଇଥାଏ । ଏହି ସାରା ଡିଟେଲ୍ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି । ନିଶ୍ଚିତ ଭାବରେ ବାବା ଆମ ଦ୍ୱାରା ସ୍ଥାପନାର କାର୍ଯ୍ୟ କରାଉଛନ୍ତି । ପୁଣି ଆମେ ହିଁ ରାଜତ୍ୱ କରିବା । ବାବାଙ୍କୁ ଧନ୍ୟବାଦ ବି ଦେବ ନାହିଁ! ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି । ମୁଁ ମଧ୍ୟ ଏହି ଡ୍ରାମାରେ ପାର୍ଟଧାରୀ ଅଟେ । ଡ୍ରାମାରେ ସମସ୍ତଙ୍କ ପାର୍ଟ ନିର୍ଦ୍ଧାରିତ ରହିଛି । ଶିବବାବାଙ୍କର ମଧ୍ୟ ପାର୍ଟ ଅଛି । ଆମର ମଧ୍ୟ ପାର୍ଟ ଅଛି । ଏଠାରେ ଧନ୍ୟବାଦ୍ ଦେବାର କୌଣସି କଥା ହିଁ ନାହିଁ । ଶିବବାବା କହୁଛନ୍ତି ମୁଁ ତୁମକୁ ଶ୍ରୀମତ୍ ଦେଇ ରାସ୍ତା ଦେଖାଉଛି, ଅନ୍ୟ କେହି ବି ଏହି ରାସ୍ତା ଦେଖାଇପାରିବେ ନାହିଁ । ଯିଏବି ଏଠାକୁ ଆସୁଛନ୍ତି ତାଙ୍କୁ କୁହ ଏଠାରେ ସତ୍ତ୍ୱପ୍ରଧାନ ନୂଆ ଦୁନିଆ ସ୍ୱର୍ଗ ଥିଲା ନା । ଏହି ପୁରୁଣା ଦୁନିଆକୁ ତମଃପ୍ରଧାନ କୁହାଯାଏ । ପୁଣି ସତ୍ତ୍ୱପ୍ରଧାନ ହେବା ପାଇଁ ଦୈବୀଗୁଣ ଧାରଣ କରିବା ଆବଶ୍ୟକ । ବାବାଙ୍କୁ ମଧ୍ୟ ସ୍ମରଣ କରିବା ଆବଶ୍ୟକ । ମନମନାଭବ, ମଧ୍ୟାଜୀଭବ ଏହା ହିଁ ମନ୍ତ୍ର ଅଟେ । ବାବା ଏ କଥା ମଧ୍ୟ କହୁଛନ୍ତି, ମୁଁ ସୁପ୍ରିମ ଗୁରୁ ଅଟେ ।

ତୁମେ ପିଲାମାନେ ଏବେ ଯୋଗର ଯାତ୍ରା ଦ୍ୱାରା ସାରା ସୃଷ୍ଟିକୁ ସଦ୍‌ଗତିରେ ପହଞ୍ଚାଉଛ । ଜଗତଗୁରୁ ଏକମାତ୍ର ଶିବବାବା ଅଟନ୍ତି ଯିଏକି ତୁମକୁ ଶ୍ରୀମତ ଦେଉଛନ୍ତି । ତୁମେ ଜାଣିଛ ପ୍ରତି ୫୦୦୦ ବର୍ଷ ପରେ ଆମକୁ ଏହି ଶ୍ରୀମତ ମିଳିଛି । ଚକ୍ର ଘୂରିଚାଲିଛି । ଆଜି ପୁରୁଣା ଦୁନିଆ ଅଛି, କାଲି ନୂଆ ଦୁନିଆ ହେବ । ଏହି ଚକ୍ରକୁ ବୁଝିବା ମଧ୍ୟ ବହୁତ ସହଜ । କିନ୍ତୁ ଏହି ସବୁ କଥା ସ୍ମୃତିରେ ରହିଲେ ଅନ୍ୟ କାହାକୁ ବୁଝାଇପାରିବ । କିନ୍ତୁ ଏକଥା ବି ଭୁଲିଯାଉଛନ୍ତି । କେହି କେହି ପୁଣି ତଳକୁ ଖସିଗଲେ ପୁଣି ସାରା ଜ୍ଞାନ ସମାପ୍ତ ହୋଇଯାଇଥାଏ । କଳା-କାୟା ମାୟା ହରିନିଏ । ସବୁ କଳା (ଗୁଣ) ବାହାର କରି ନେଇ କଳା ରହିତ କରି ଦେଇଥାଏ । ଏଭଳି ବିକାରଗ୍ରସ୍ଥ ହୋଇଯାଆନ୍ତି ଯେ ସେ କଥା ନ କହିଲେ ଭଲ । ଏବେ ତୁମର ସାରା ଚକ୍ର ମନେ ଅଛି । ତୁମେ ଜନ୍ମ-ଜନ୍ମାନ୍ତର ବେଶ୍ୟାଳୟରେ ରହି ଆସିଛ । ହଜାର ହଜାର ପାପ କରି ଆସିଛ । ସମସ୍ତଙ୍କ ଆଗରେ କହିଥାଅ - ଆମେ ଜନ୍ମ ଜନ୍ମାନ୍ତରର ପାପୀ ଅଟୁ । ଆମେ ହିଁ ପ୍ରଥମେ ପୁଣ୍ୟ ଆତ୍ମା ଥିଲୁ, ପୁଣି ପାପ ଆତ୍ମା ହୋଇଗଲୁ । ଏବେ ପୁଣି ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛୁ । ଏବେ ଏହି ଜ୍ଞାନ ତୁମ ପିଲାମାନଙ୍କୁ ମିଳୁଛି । ପୁଣି ତୁମେ ଅନ୍ୟମାନଙ୍କୁ ଦେଇ ନିଜ ସମାନ କରୁଛ । ଗୃହସ୍ଥ ବ୍ୟବହାରରେ ରହିବା ଦ୍ୱାରା ଫରକ ତ ରହିଥାଏ ନା । ତୁମ ଭଳି ସେମାନେ ଏତେ ଭଲ ଭାବରେ ବୁଝାଇ ପାରିବେ ନାହିଁ । କିନ୍ତୁ ସମସ୍ତେ ତ ଗୃହସ୍ଥକୁ ଛାଡି ପାରିବେ ନାହିଁ । ବାବା ନିଜେ କହୁଛନ୍ତି - ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ହେବାକୁ ହେବ । ସମସ୍ତେ ଯଦି ଗୃହସ୍ଥ ଛାଡି ଆସିଯିବେ ତେବେ ଏତେ ସବୁ ରହିବେ କେଉଁଠି । ବାବା ତ ଜ୍ଞାନର ସାଗର ଅଟନ୍ତି । ସେ କୌଣସି ଶାସ୍ତ୍ର ଆଦି ପଢନ୍ତି ନାହିଁ । ଇଏ (ବ୍ରହ୍ମା) ଶାସ୍ତ୍ର ଆଦି ପଢିଥିଲେ । ମୋ ପାଇଁ ତ କୁହନ୍ତି ଗଡ୍ ଫାଦର ଇଜ୍ ନଲେଜଫୁଲ । ମନୁଷ୍ୟ ଏହା ମଧ୍ୟ ଜାଣି ନାହାଁନ୍ତି ଯେ, ବାବାଙ୍କଠାରେ କି ଜ୍ଞାନ ରହିଛି । ଏବେ ତୁମ ପାଖରେ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିଛି । ତୁମେ ଜାଣିଛ ଏହି ଭକ୍ତମାର୍ଗର ଶାସ୍ତ୍ର ମଧ୍ୟ ଅନାଦି ଅଟେ । ଭକ୍ତିମାର୍ଗରେ ଏହି ଶାସ୍ତ୍ର ଆଦି ନିଶ୍ଚିତ ଭାବେ ବାହାରିଥାଏ । କହୁଛନ୍ତି ପାହାଡ ତ ଭାଙ୍ଗିଗଲା ପୁଣି କିପରି ହେବ! କିନ୍ତୁ ଏହା ତ ଡ୍ରାମା ଅଟେ ନା । ଭକ୍ତିମାର୍ଗର ଏହି ଶାସ୍ତ୍ର ଆଦି ସବୁ ଶେଷ ହୋଇଯାଏ, ପୁଣି ତାର ସମୟ ଆସିଲେ ସେହି ଶାସ୍ତ୍ର ହିଁ ତିଆରି ହୋଇଥାଏ । ଆମେ ପ୍ରଥମେ-ପ୍ରଥମେ ଶିବଙ୍କର ପୂଜା କରିଥାଉ, ଏହା ମଧ୍ୟ ଶାସ୍ତ୍ରରେ ଥିବ ନା । ଶିବଙ୍କର ଭକ୍ତି କିଭଳି କରାଯାଇଥାଏ । କେତେ ଶ୍ଲୋକ ଆଦି ଗାୟନ କରିଥା’ନ୍ତି । ତୁମେ କେବଳ ମନେ ପକାଉଛ - ଶିବବାବା ହେଉଛନ୍ତି ଜ୍ଞାନର ସାଗର । ସିଏ ଏବେ ଆମକୁ ଜ୍ଞାନ ଦେଉଛନ୍ତି । ବାବା ତୁମକୁ ବୁଝାଇଛନ୍ତି - ଏହି ସୃଷ୍ଟିର ଚକ୍ର କିଭଳି ଘୁରୁଛି । ଶାସ୍ତ୍ରରେ ଏତେ ଲମ୍ବା-ଚଉଡା ଗପ ଲେଖାଯାଇଛି ଯେ ତାହା କେବେ ସ୍ମୃତିରେ ରହିପାରିବ ନାହିଁ । ତେଣୁ ପିଲାମାନଙ୍କ ଭିତରେ କେତେ ଖୁସି ରହିବା ଦରକାର - ବେହଦର ବାବା ଆମକୁ ପଢାଉଛନ୍ତି । ଗାୟନ ମଧ୍ୟ କରାଯାଏ - ଷ୍ଟୁଡେଣ୍ଟ ଲାଇଫ୍ ଇଜ୍ ଦି ବେଷ୍ଟ ଅର୍ଥାତ୍ ଛାତ୍ର ଜୀବନ ହିଁ ସର୍ବଶ୍ରେଷ୍ଠ ଜୀବନ । ଭଗବାନୁବାଚ - ମୁଁ ତୁମକୁ ଏହିଭଳି ରାଜାମାନଙ୍କର ରାଜା କରୁଛି । ଅନ୍ୟ କୌଣସି ଶାସ୍ତ୍ରରେ ଏହି ସବୁ କଥା ନାହିଁ । ଏହା ହିଁ ଉଚ୍ଚରୁ ଉଚ୍ଚ ପ୍ରାପ୍ତି । ବାସ୍ତବରେ ଗୁରୁ ତ ଜଣେ ହିଁ ଅଟନ୍ତି । ଯିଏକି ସମସ୍ତଙ୍କର ସଦ୍‌ଗତି କରିଥା’ନ୍ତି । ଯଦିଓ ଧର୍ମସ୍ଥାପକଙ୍କୁ ମଧ୍ୟ ଗୁରୁ କୁହାଯାଇପାରିବ, କିନ୍ତୁ ଗୁରୁ ସିଏ ଯିଏକି ସଦ୍‌ଗତି ଦେଇଥା’ନ୍ତି । କିନ୍ତୁ ଇଏ ତ ନିଜେ ଆସିବା ପରେ ସମସ୍ତଙ୍କୁ ପାର୍ଟ କରିବା ପାଇଁ ତଳକୁ ନେଇ ଆସନ୍ତି । ଫେରାଇ ନେଇଯିବାର ରାସ୍ତା ତ କେହି ଦେଖାନ୍ତି ନାହିଁ । ଶିବଙ୍କର ବରଯାତ୍ରୀର ହିଁ ଗାୟନ ରହିଛି, ଅନ୍ୟ କୌଣସି ଗୁରୁଙ୍କର ନୁହେଁ । ମନୁଷ୍ୟ ତ ପୁଣି ଶିବ ଏବଂ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି । କେଉଁଠି ସିଏ ସୂକ୍ଷ୍ମଲୋକ ନିବାସୀ, କେଉଁଠି ଇଏ ବ୍ରହ୍ମଲୋକ ନିବାସୀ । ଦୁଇଜଣ ଏକ୍ କିଭଳି ହୋଇପାରିବେ । ଭକ୍ତିମାର୍ଗରେ ଏହିଭଳି ଲେଖି ଦେଇଛନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନି ଜଣ ସନ୍ତାନ ହେଲେ ନା । ବ୍ରହ୍ମାଙ୍କ ଚିତ୍ର ଉପରେ ମଧ୍ୟ ତୁମେ ବୁଝାଇପାରିବ । ଏହାଙ୍କୁ ଆଡପ୍ଟ (ପୋଷ୍ୟପୁତ୍ର) କରିଛନ୍ତି ତେଣୁ ଇଏ ଶିବବାବାଙ୍କର ସନ୍ତାନ ହେଲେ ନା । ଉଚ୍ଚରୁ ଉଚ୍ଚ ହେଉଛନ୍ତି ବାବା । ବାକି ଇଏ ତାଙ୍କର ରଚନା ଅଟନ୍ତି । ଏହା କେତେ ବୁଝିବାର କଥା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅବିନାଶୀ ଜ୍ଞାନରତ୍ନର ବ୍ୟବସାୟ କରି ୨୧ ଜନ୍ମ ପାଇଁ ପଦ୍‌ମାପଦମ ଭାଗ୍ୟଶାଳୀ ହେବାକୁ ପଡିବ । ନିଜର ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କୌଣସି ଅସୁରୀ ଅବଗୁଣ ନାହିଁ ତ? ମୁଁ ଏଭଳି କୌଣସି ଧନ୍ଦା ଆଦି କରୁ ନାହିଁ ତ ଯାହାଦ୍ୱାରା ବିକାରର ଉତ୍ପତ୍ତି ହେବ?

(୨) ଯୋଗର ଯାତ୍ରାରେ ରହି ସାରା ସୃଷ୍ଟିକୁ ସଦ୍‌ଗତିରେ ପହଞ୍ଚାଇବାକୁ ହେବ । ଏକମାତ୍ର ସଦ୍‌ଗୁରୁ ବାବାଙ୍କ ଶ୍ରୀମତରେ ଚାଲି ନିଜ ସମାନ କରିବାର ସେବା କରିବାକୁ ହେବ । ଧ୍ୟାନ ରହୁ - ମାୟା କେବେ ହେଲେ ମୋତେ କଳା ରହିତ ଅର୍ଥାତ୍ ଗୁଣହୀନ କରି ନ ଦେଉ ।

ବରଦାନ:-
ଖରାପ ଭିତରେ ମଧ୍ୟ ଭଲର ଅନୁଭବ କରୁଥିବା ନିଶ୍ଚୟ ବୁଦ୍ଧି ଚିନ୍ତାମୁକ୍ତ ସମ୍ରାଟ ହୁଅ ।

ସର୍ବଦା ଏହି ସ୍ଳୋଗାନ ମନେ ରଖ ଯେ ଯାହା ହୋଇଛି ଭଲ ହୋଇଛି, ଏବେ ମଧ୍ୟ ଭଲ ହେଉଛି ଏବଂ ଆଗକୁ ମଧ୍ୟ ଭଲ ହେବ । ଖରାପକୁ ଖରାପ ରୂପରେ ଦେଖ ନାହିଁ ବରଂ ଖରାପରେ ମଧ୍ୟ ଭଲର ଅନୁଭବ କର ଏବଂ ନିଜ ପାଇଁ ଶିକ୍ଷା ଗ୍ରହଣ କରିନିଅ । ଯେ କୌଣସି ପରିସ୍ଥିତିରେ ମଧ୍ୟ “କ’ଣ ହେବ” ଏଭଳି ସଂକଳ୍ପ ନ ଆସୁ କିନ୍ତୁ ତୁରନ୍ତ ଏହି ସଂକଳ୍ପ ଆସୁ ଯେ “ଭଲ ହିଁ ହେବ” । ଯାହା ବିତିଗଲା ତାହା ମଧ୍ୟ ଭଲ । ଯେଉଁଠାରେ ଭଲ ଅଛି ସେଠାରେ ସର୍ବଦା ଚିନ୍ତାମୁକ୍ତ ସମ୍ରାଟର ସ୍ଥିତି ରହିଥିବ । ନିଶ୍ଚୟ ବୁଦ୍ଧିର ଅର୍ଥ ହିଁ ହେଉଛି ଚିନ୍ତାମୁକ୍ତ ସମ୍ରାଟ ।

ସ୍ଲୋଗାନ:-
ଯେଉଁମାନେ ନିଜକୁ ବା ଅନ୍ୟମାନଙ୍କୁ ସମ୍ମାନ ଦେଉଥାଆନ୍ତି ସେମାନଙ୍କର ରେକର୍ଡ ସର୍ବଦା ଠିକ୍ ରହିଥାଏ ।