05.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ଯେଉଁ ଜ୍ଞାନ ମିଳୁଛି ତା’ ଉପରେ ବିଚାର ସାଗର ମନ୍ଥନ କର, ଜ୍ଞାନର ମନ୍ଥନ ଦ୍ୱାରା ହିଁ ଅମୃତ
ବାହାରିବ ।”
ପ୍ରଶ୍ନ:-
୨୧ ଜନ୍ମ ପାଇଁ
ମାଲାମାଲ ଅର୍ଥାତ୍ ଭରପୁର ହେବାର ସାଧନ କ’ଣ?
ଉତ୍ତର:-
ଜ୍ଞାନ ରତ୍ନ । ଯେତେ ଯେତେ ଏହି ପୁରୁଷୋତ୍ତମ ସଂଗମଯୁଗରେ ତୁମେମାନେ ଜ୍ଞାନ ରତ୍ନକୁ ଜୀବନରେ
ଧାରଣ କରୁଛ ସେତେ ମାଲାମାଲ୍ ହେଉଛ । ବର୍ତ୍ତମାନର ଜ୍ଞାନ ରତ୍ନ ସେଠାରେ ହୀରା ନୀଳାରେ ପରିଣତ
ହୋଇଯିବ । ଯେତେବେଳେ ଆତ୍ମା ଜ୍ଞାନ ରତ୍ନକୁ ଧାରଣ କରିବ, ମୁଖରୁ କେବଳ ଜ୍ଞାନ ରତ୍ନ ହିଁ
ବାହାରିବ, ଜ୍ଞାନରତ୍ନ ହିଁ ଶୁଣିବ ଏବଂ ଶୁଣାଇବ, ସେତେବେଳେ ଚେହେରା ହର୍ଷିତ ରହିବ ଏବଂ ହର୍ଷିତ
ଚେହେରା ଦ୍ୱାରା ହିଁ ବାବାଙ୍କର ନାମ ବିଖ୍ୟାତ ହେବ । ତେଣୁ ଆସୁରୀ ଅବଗୁଣଗୁଡିକ ବାହାରିଗଲେ ଯାଇ
ମାଲାମାଲ୍ ହୋଇପାରିବ ।
ଓମ୍ ଶାନ୍ତି ।
ବାବା
ପିଲାମାନଙ୍କୁ ଜ୍ଞାନ ଓ ଭକ୍ତି ବିଷୟରେ ବୁଝାଉଛନ୍ତି । ଏ କଥା ତ ପିଲାମାନେ ଜାଣିଛନ୍ତି ଯେ
ସତ୍ୟଯୁଗରେ ଭକ୍ତି ନାହିଁ କି ଜ୍ଞାନ ମଧ୍ୟ ମିଳେ ନାହିଁ । କୃଷ୍ଣ ନା ଭକ୍ତି କରନ୍ତି, ନା
ଜ୍ଞାନର ମୁରଲୀ ବଜାନ୍ତି । ମୁରଲୀ ଅର୍ଥାତ୍ ଜ୍ଞାନ ଦେବା । ଗାୟନ ଅଛି ନା ମୁରଲୀ ମେଁ ଯାଦୁ ।
ତେବେ ନିଶ୍ଚିତ ଭାବରେ କୌଣସି ଯାଦୁ ଥିବ ନା । କେବଳ ମୁରଲୀ (ବଂଶୀ) ବଜାଇବା ଏହା ତ ସାଧାରଣ କଥା
। ଫକୀରମାନେ ମଧ୍ୟ ମୁରଲୀ ବଜାଇଥା’ନ୍ତି । ଏଥିରେ ତ ଜ୍ଞାନର ଯାଦୁ ରହିଛି । ଅଜ୍ଞାନକୁ ଯାଦୁ
କୁହାଯିବ ନାହିଁ । ମନୁଷ୍ୟମାନେ ଭାବୁଛନ୍ତି କୃଷ୍ଣ ମୁରଲୀ ବଜାଉଥିଲେ । ତେଣୁ ତାଙ୍କର ବହୁତ
ମହିମା କରୁଛନ୍ତି । ବାବା କହୁଛନ୍ତି କୃଷ୍ଣ ତ ଦେବତା ଥିଲେ । ମନୁଷ୍ୟରୁ ଦେବତା, ଦେବତାରୁ
ମନୁଷ୍ୟ, ଏହା କଳ୍ପ କଳ୍ପ ହୋଇ ଚାଲିଛି । ଦୈବୀ ସୃଷ୍ଟି ମଧ୍ୟ ହେଉଛି ଏବଂ ମନୁଷ୍ୟ ସୃଷ୍ଟି ମଧ୍ୟ
ହେଉଛି । ଏହି ଜ୍ଞାନ ଦ୍ୱାରା ହିଁ ମନୁଷ୍ୟରୁ ଦେବତା ହେଉଛନ୍ତି । ସତ୍ୟଯୁଗ ହିଁ ଜ୍ଞାନର
ସମ୍ପତ୍ତି ଅଟେ । ସତ୍ୟଯୁଗରେ ଭକ୍ତି ନ ଥାଏ । ଦେବତାମାନେ ଯେତେବେଳେ ମନୁଷ୍ୟ ହୁଅନ୍ତି ସେତେବେଳେ
ଭକ୍ତି ଆରମ୍ଭ ହୁଏ । ମନୁଷ୍ୟମାନଙ୍କୁ ବିକାରୀ, ଦେବତାମାନଙ୍କୁ ନିର୍ବିକାରୀ କୁହାଯାଏ ।
ଦେବତାମାନଙ୍କ ସୃଷ୍ଟିକୁ ପବିତ୍ର ଦୁନିଆ କୁହାଯାଏ । ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ ।
ଦେବତାମାନଙ୍କ ପାଖରେ ପୁଣି ଏହି ଜ୍ଞାନ ରହିବ ନାହିଁ । ଦେବତାମାନେ ସଦ୍ଗତିରେ ଥା’ନ୍ତି, ଯେଉଁ
ଆତ୍ମାମାନେ ଦୁର୍ଗତିରେ ଥାଆନ୍ତି ସେମାନଙ୍କ ପାଇଁ ହିଁ ଜ୍ଞାନର ଆବଶ୍ୟକତା ରହିଛି । ଏହି ଜ୍ଞାନ
ଦ୍ୱାରା ହିଁ ଦୈବୀଗୁଣ ଆସିଥାଏ । ଜ୍ଞାନର ଧାରଣା କରୁଥିବା ଆତ୍ମାମାନଙ୍କର ଚାଲି ଚଳଣି ଦେବତା
ସଦୃଶ ହୋଇଥାଏ । କମ୍ ଜ୍ଞାନ ଧାରଣା କରୁଥିବା ଆତ୍ମାମାନଙ୍କର ଚଳଣି ମିକ୍ସ (ମିଶ୍ରିତ) ହୋଇଥାଏ ।
ଏହାକୁ ଆସୁରୀ ଚଳଣି ତ କୁହାଯିବ ନାହିଁ । ଧାରଣା ନ ହେଲେ ମୋର ସନ୍ତାନ ବୋଲି କିପରି କହିବେ ।
ପିଲାମାନେ ବାବାଙ୍କୁ ଜାଣି ନାହାଁନ୍ତି ତେଣୁ ବାବା ମଧ୍ୟ ପିଲାମାନଙ୍କୁ କିପରି ଜାଣିବେ । କେତେ
ଖରାପ ଖରାପ ଗାଳି ବାବାଙ୍କୁ ଦେଉଛନ୍ତି । ଭଗବାନଙ୍କୁ ଗାଳି ଦେବା କେତେ ଖରାପ କଥା । ପୁଣି
ଯେତେବେଳେ ସେମାନେ ବ୍ରାହ୍ମଣ ହୁଅନ୍ତି ତା’ପରେ ଗାଳି ଦେବା ବନ୍ଦ ହୋଇଯାଏ । ତେଣୁ ଏହି ଜ୍ଞାନର
ବିଚାର ସାଗର ମନ୍ଥନ କରିବା ଉଚିତ୍ । ବିଦ୍ୟାର୍ଥୀମାନେ ବିଚାର ସାଗର ମନ୍ଥନ କରି ଜ୍ଞାନରେ ଉନ୍ନତି
ଆଣିଥାନ୍ତି । ତୁମମାନଙ୍କୁ ମଧ୍ୟ ଏହି ଜ୍ଞାନ ମିଳୁଛି, ତା ଉପରେ ନିଜର ବିଚାର ସାଗର ମନ୍ଥନ କରିବା
ଦ୍ୱାରା ଅମୃତ ବାହାରିବ । ଯଦି ବିଚାର ସାଗର ମନ୍ଥନ ନ ହେବ ତେବେ କ’ଣ ମନ୍ଥନ ହେବ? ଆସୁରୀ ବିଚାର
ମନ୍ଥନ କରିବା ଦ୍ୱାରା କାଦୁଅ ହିଁ ବାହାରିଥାଏ । ଏବେ ତୁମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟ ।
ତୁମେମାନେ ଜାଣିଛ, ବାବା ଆମକୁ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢାଉଛନ୍ତି । ଦେବତାମାନେ ତ
ପଢାଇବେ ନାହିଁ । ଦେବତାମାନଙ୍କୁ କେବେ ଜ୍ଞାନର ସାଗର କୁହାଯିବ ନାହିଁ । ବାବା ହିଁ ଜ୍ଞାନର
ସାଗର ଅଟନ୍ତି । ତେଣୁ ନିଜକୁ ପଚାରିବା ଉଚିତ୍, ମୋ ଭିତରେ ସମସ୍ତ ଦୈବୀଗୁଣ ରହିଛି? ଯଦି ଆସୁରୀ
ଗୁଣ ଅଛି ତେବେ ତାକୁ ବାହାର କରିଦେବା ଉଚିତ୍, ତେବେ ଯାଇ ଦେବତା ହୋଇପାରିବ ।
ଏବେ ତୁମେମାନେ
ପୁରୁଷୋତ୍ତମ ସଂଗମଯୁଗରେ ଅଛ । ତୁମେମାନେ ପୁରୁଷୋତ୍ତମ ହେଉଛ ତେଣୁ ବାତାବରଣ ମଧ୍ୟ ବହୁତ ଭଲ ହେବା
ଉଚିତ୍ । ଖରାପ କଥା ମୁଖରୁ ବାହାର କରିବା ଉଚିତ୍ ନୁହେଁ । ନଚେତ୍ କୁହାଯିବ ଇଏ କମ ପଦ ପାଇବେ ।
ବାତାବରଣରୁ ତୁରନ୍ତ ଜଣା ପଡିଯାଇଥାଏ । ସେମାନେ ମୁଖରୁ ଦୁଃଖଦାୟକ ବଚନ ହିଁ ବାହାର କରିଥା’ନ୍ତି
। ପିଲାମାନଙ୍କୁ ବାବାଙ୍କର ନାମକୁ ଉଚ୍ଚ କରିବାକୁ ହେବ । ତୁମର ମୁଖ ସର୍ବଦା ହର୍ଷିତ ରହିବା
ଉଚିତ୍, ମୁଖରୁ ସର୍ବଦା ରତ୍ନ ହିଁ ବାହାରିବା ଉଚିତ୍ । ଏହି ଲକ୍ଷ୍ମୀ-ନାରାୟଣ କେତେ ହର୍ଷିତମୁଖ
ଅଟନ୍ତି । ଏମାନଙ୍କର ଆତ୍ମା ଜ୍ଞାନ ରତ୍ନକୁ ଧାରଣ କରିଥିଲେ । ମୁଖରୁ ଏହି ରତ୍ନ ହିଁ ବାହାର
କରିଥିଲେ । ରତ୍ନ ହିଁ ଶୁଣୁଥିଲେ ଏବଂ ଅନ୍ୟମାନଙ୍କୁ ଶୁଣାଉଥିଲେ । ତେଣୁ କେତେ ଖୁସି ରହିବା
ଉଚିତ୍ । ଏବେ ତୁମେମାନେ ଯେଉଁ ଜ୍ଞାନ ରତ୍ନ ନେଉଛ ତାହା ପୁଣି ବାସ୍ତବରେ ହୀରା-ନୀଳା ହୋଇଯିବ ।
୯ ରତ୍ନର ମାଳା କୌଣସି ହୀରା-ନୀଳାରୁ କମ୍ ନୁହେଁ, ଏହା ଚୈତନ୍ୟ ରତ୍ନମାନଙ୍କର ମାଳା ଅଟେ ।
ମନୁଷ୍ୟମାନେ ପୁଣି ସ୍ଥୁଳ ରତ୍ନ ପଥର ଭାବି ମୁଦି ତିଆରି କରି ପିନ୍ଧୁଛନ୍ତି । ଜ୍ଞାନ ରତ୍ନର ମାଳା
ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ହେଉଛି । ଏହି ରତ୍ନ ହିଁ ୨୧ ଜନ୍ମ ପାଇଁ ମାଲାମାଲ କରି ଦେଉଛି,
ଯାହାକୁ କେହି ଲୁଟି ପାରିବେ ନାହିଁ । ଏଠାରେ ପିନ୍ଧିଲେ ତୁରନ୍ତ କେହି ଲୁଟି ନେଇଯିବେ । ତେଣୁ
ନିଜକୁ ବହୁତ-ବହୁତ ବୁଦ୍ଧିବାନ୍ କରିବାକୁ ହେବ । ଆସୁରୀ ଗୁଣକୁ ବାହାର କରିବାକୁ ପଡିବ । ଆସୁରୀ
ଗୁଣଧାରୀଙ୍କର ଚେହେରା ମଧ୍ୟ ସେହିପରି ହୋଇଥାଏ । କ୍ରୋଧରେ ତ ଲାଲ ତମ୍ବା ସଦୃଶ ହୋଇଯା’ନ୍ତି ।
କାମ ବିକାରରେ ବଶୀଭୂତ ଆତ୍ମାର ମୁଖ ଏକଦମ୍ କଳା ହୋଇଯାଏ । କୃଷ୍ଣଙ୍କୁ ମଧ୍ୟ କଳା ଦେଖାଉଛନ୍ତି
ନା । ବିକାର ଯୋଗୁଁ ହିଁ ଗୋରାରୁ ଶ୍ୟାମଳ ହୋଇଯାଇଛନ୍ତି । ତୁମେ ପିଲାମାନଙ୍କୁ ପ୍ରତ୍ୟେକ କଥାର
ବିଚାର ସାଗର ମନ୍ଥନ କରିବା ଉଚିତ୍ । ଏହି ପାଠପଢା ଦ୍ୱାରା ଆମେ ବହୁତ ଧନ ପ୍ରାପ୍ତ କରିବା ।
ତୁମେମାନେ ଶୁଣିଥିବ, ରାଣୀ ଭିକ୍ଟୋରିଆଙ୍କର ମନ୍ତ୍ରୀ ପ୍ରଥମରୁ ବହୁତ ଗରୀବ ଥିଲେ । ଦୀପ ଜାଳି
ପାଠ ପଢୁଥିଲେ । କିନ୍ତୁ ସେହି ପାଠପଢା କ’ଣ କୌଣସି ରତ୍ନ ଅଟେ କି? ପାଠପଢି ପୂରା ପଦବୀ
ପାଇଥା’ନ୍ତି ତେବେ ପାଠ କାମରେ ଆସିଲା, ପଇସା ନୁହେଁ । ପାଠପଢା ହିଁ ଧନ ଅଟେ । ତାହା ବିନାଶୀ,
ଏହା ଅବିନାଶୀ ଧନ । ଏବେ ତୁମେମାନେ ବୁଝିପାରୁଛ - ବାବା ଆମକୁ ପାଠ ପଢାଇ ବିଶ୍ୱର ମାଲିକ
କରିଦେଉଛନ୍ତି । ସେଠାରେ ତ ଧନ ରୋଜଗାର କରିବା ପାଇଁ ପାଠ ପଢିବେ ନାହିଁ । ସେଠାରେ ତ
ବର୍ତ୍ତମାନର ପୁରୁଷାର୍ଥ ଅନୁସାରେ ଅସରନ୍ତି ଧନ ମିଳିଥାଏ । ସେହି ଧନ ଅବିନାଶୀ ହୋଇଯାଏ ।
ଦେବତାମାନଙ୍କ ପାଖରେ ବହୁତ ଧନ ଥିଲା, ଯେତେବେଳେ ବାମମାର୍ଗ ଅର୍ଥାତ୍ ରାବଣ ରାଜ୍ୟକୁ ଆସିଥିଲେ
ସେତେବେଳେ ମଧ୍ୟ କେତେ ଧନ ରହିଥିଲା । କେତେ ମନ୍ଦିର ତିଆରି କରିଥିଲେ । ପୁଣି ପରେ ମୁସଲମାନମାନେ
ଲୁଟି ନେଲେ । କେତେ ଧନବାନ୍ ଥିଲେ । ଆଜିକାଲିର ପାଠପଢା ଦ୍ୱାରା ଏତେ ଧନବାନ୍ କେହି ହୋଇପାରିବେ
ନାହିଁ । ତେବେ ଦେଖ ଏହି ପାଠପଢା ଦ୍ୱାରା ମନୁଷ୍ୟ କ’ଣରୁ କ’ଣ ହୋଇଯାଉଛନ୍ତି! ଗରୀବରୁ ସାହୁକାର
ହୋଇଯାଉଛନ୍ତି । ଏବେ ଦେଖ ଭାରତ କେତେ ଗରୀବ ହୋଇଯାଇଛି! ଯେଉଁମାନେ ନାମ ମାତ୍ର ସାହୁକାର ଅଟନ୍ତି,
ତାଙ୍କୁ ତ ଫୁରସତ ହିଁ ନାହିଁ । ନିଜର ଧନ ଏବଂ ପଦବୀର କେତେ ଅହଂକାର ରହୁଛି । କିନ୍ତୁ ଏଥିରେ
ଅହଂକାର ଆଦି ସମାପ୍ତ ହୋଇଯିବା ଉଚିତ୍ । ଆମେ ଆତ୍ମା ଅଟୁ, ଆତ୍ମା ପାଖରେ ଧନ-ଦୌଲତ, ହୀରା-ନୀଳା
ଆଦି କିଛି ନ ଥାଏ ।
ବାବା କହୁଛନ୍ତି ମିଠା
ପିଲାମାନେ, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କର । ଆତ୍ମା ଶରୀର ଛାଡିଲେ ସାହୁକାରୀ ଆଦି
ସବୁ ଶେଷ ହୋଇଯାଏ । ପୁଣି ତା’ପରେ ମୂଳରୁ ପାଠ ପଢିବେ, ଧନ ରୋଜଗାର କରିବେ, ତେବେ ଯାଇ ଧନବାନ୍
ହେବେ, ନଚେତ୍ ଯଦି ଦାନ-ପୁଣ୍ୟ ବହୁତ କରିଥିବେ, ତାହେଲେ ମଧ୍ୟ ସାହୁକାର ଘରେ ଜନ୍ମ ନେବେ । ଏପରି
ମଧ୍ୟ କୁହାଯାଏ ଯେ - ଏହା ପୂର୍ବ କର୍ମର ଫଳ ଅଟେ । ଯଦି କେହି ଜ୍ଞାନର ଦାନ ଦେଇଛନ୍ତି ଅଥବା
କଲେଜ କିମ୍ବା ଧର୍ମଶାଳା ଆଦି ତିଆରି କରିଛନ୍ତି, ତେଣୁ ତାର ଫଳ ଅଳ୍ପକାଳ ପାଇଁ ହିଁ ମିଳୁଛି ।
ଏହି ଦାନ-ପୁଣ୍ୟ ମଧ୍ୟ ଏଠାରେ ହିଁ କରାଯାଏ । ସତ୍ୟଯୁଗରେ ତ କରାଯାଏ ନାହିଁ । ସତ୍ୟଯୁଗରେ ଭଲ
କର୍ମ ହିଁ ହୋଇଥାଏ, କାହିଁକି ନା ବର୍ତ୍ତମାନର ପୁରୁଷାର୍ଥ ଅନୁସାରେ ସମ୍ପତ୍ତି ମିଳୁଛି । ସେଠାରେ
କୌଣସି କର୍ମ ବିକର୍ମ ହେବ ନାହିଁ କାହିଁକି ନା ରାବଣ ହିଁ ନାହିଁ । ବିକାରର ବଶବର୍ତ୍ତୀ ହେବା
ଦ୍ୱାରା ବିକାରୀ କର୍ମ ହୋଇଯାଏ । ବିକାର ଦ୍ୱାରା ବିକର୍ମ ହୋଇଥାଏ । ସ୍ୱର୍ଗରେ କୌଣସି ବିକର୍ମ
ହୁଏ ନାହିଁ । ତେବେ ସବୁର ଆଧାର ହେଉଛି କର୍ମ । ଏହି ମାୟା ରାବଣ ଅବଗୁଣୀ କରିଦେଉଛି । ବାବା ଆସି
ସର୍ବଗୁଣ ସମ୍ପନ୍ନ କରାଉଛନ୍ତି । ବର୍ତ୍ତମାନ ରାମବଂଶୀ ଓ ରାବଣ ବଂଶୀଙ୍କର ଯୁଦ୍ଧ ଚାଲୁଛି । ତୁମେ
ରାମଙ୍କର ସନ୍ତାନ ଅଟ, କେତେ ଭଲ-ଭଲ ସନ୍ତାନମାନେ ମଧ୍ୟ ମାୟାଠାରୁ ହାରିଯାଉଛନ୍ତି । ବାବା ନାମ
କହୁନାହାଁନ୍ତି, ତଥାପି ମଧ୍ୟ ଭରସା ରଖୁଛନ୍ତି । ଅଧମରୁ ଅଧମଙ୍କୁ ଉଦ୍ଧାର କରିବାକୁ ପଡୁଛି ।
ବାବାଙ୍କୁ ସାରା ବିଶ୍ୱର ଉଦ୍ଧାର କରିବାକୁ ହେବ । ରାବଣ ରାଜ୍ୟରେ ସମସ୍ତେ ଅଧମ ଗତିକୁ ପ୍ରାପ୍ତ
କରିଛନ୍ତି । ବାବା ତ ବଞ୍ଚିବା ଓ ବଞ୍ଚାଇବାର ଉପାୟ ପ୍ରତ୍ୟହ ବୁଝାଉଛନ୍ତି ତଥାପି ବି ତଳକୁ
ଖସିଯାଉଛନ୍ତି ଯାହା ଫଳରେ ଅଧମରୁ ଅଧମ ହୋଇଯାଉଛନ୍ତି । ସେମାନେ ପୁଣି ଉପରକୁ ଉଠି ପାରିବେ ନାହିଁ
। ସେହି ଅଧମପଣିଆ ଭିତରେ ଭିତରେ ଖାଇ ଚାଲୁଥିବ । ଯେପରି କହିଥା’ନ୍ତି ଶେଷ ସମୟରେ ଯିଏ ସ୍ତ୍ରୀକୁ
ସ୍ମରଣ କରେ... ତାଙ୍କର ସେହି ଅଧମପଣିଆ ହିଁ ସ୍ମୃତିରେ ରହିଥାଏ ।
ତେବେ ବାବା ବସି
ପିଲାମାନଙ୍କୁ ବୁଝାଉଛନ୍ତି - କଳ୍ପ-କଳ୍ପ ତୁମେମାନେ ହିଁ ଶୁଣୁଛ, ସୃଷ୍ଟିର ଚକ୍ର କିପରି ଘୂରୁଛି,
ଏ କଥା ଜୀବଜନ୍ତୁ ତ ଜାଣିବେ ନାହିଁ ନା । ତୁମେମାନେ ହିଁ ଶୁଣୁଛ ଏବଂ ବୁଝୁଛ । ମନୁଷ୍ୟ ତ
ମନୁଷ୍ୟ ହିଁ ଅଟନ୍ତି, ଏହି ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ନାକ-କାନ ଆଦି ସବୁ ଅଛି, ଏମାନେ ମଧ୍ୟ
ମନୁଷ୍ୟ ଅଟନ୍ତି ନା । କିନ୍ତୁ ସେମାନଙ୍କଠାରେ ଦୈବୀଗୁଣ ଥିଲା, ତେଣୁ ତାଙ୍କୁ ଦେବତା କୁହାଯାଉଛି
। ତେବେ ସେମାନେ ଏହିପରି ଦେବତା କିପରି ହେଉଛନ୍ତି ପୁଣି କିପରି ତଳକୁ ଖସୁଛନ୍ତି, ଏହି ଚକ୍ର
ବିଷୟରେ ତୁମେମାନେ ହିଁ ଜାଣୁଛ । ଯିଏ ବିଚାର ସାଗର ମନ୍ଥନ କରିବେ, ତାଙ୍କର ହିଁ ଧାରଣା ହେବ ।
ଯିଏ ବିଚାର ସାଗର ମନ୍ଥନ କରୁନାହାଁନ୍ତି, ତାଙ୍କୁ ନିର୍ବୋଧ ବୋଲି କୁହାଯିବ । ଯିଏ ମୁରଲୀ
ଶୁଣାଉଛନ୍ତି ତାଙ୍କର ବିଚାର ସାଗର ମନ୍ଥନ ଚାଲୁଛି ଯେ, ଏହି ବିଷୟରେ ଏହି-ଏହି କଥା ବୁଝାଇବାକୁ
ହେବ । ଆଶା ରଖାଯାଏ, ଯଦିବା ଏବେ ବୁଝୁ ନାହାଁନ୍ତି ତେବେ ଆଗକୁ ଗଲେ ନିଶ୍ଚୟ ବୁଝିବେ । ଆଶା
ରଖିବା ଅର୍ଥ ହେଉଛି ସେବାର ସଉକ ରହିବା, ତେଣୁ ଏଥିରେ ଥକିବା ଉଚିତ୍ ନୁହେଁ । ଯଦି କେହି ଉପରକୁ
ଉଠି ପୁଣି ଅଧମ ହୋଇଯାଇଛନ୍ତି, ପୁଣି ଯଦି ଆସୁଛନ୍ତି ତେବେ ସ୍ନେହରେ ତାଙ୍କୁ ବସାଇବ ନା, ନା
ତାଙ୍କୁ ଚାଲିଯିବାକୁ କହିବ! ତାଙ୍କର ହାଲଚାଲ ପଚାରିବାକୁ ପଡିବ - ଏତେ ଦିନ କେଉଁଠି ରହିଲ,
କାହିଁକି ଆସିଲ ନାହିଁ? ତେବେ କହିବେ, ମାୟା ଠାରୁ ହାରିଗଲି । ଏକଥା ତ ଜାଣିଛନ୍ତି ଯେ, ଜ୍ଞାନ
ବହୁତ ଭଲ । ସ୍ମୃତି ତ ରହୁଛି ନା । ଭକ୍ତିରେ ତ ହାରଜିତ୍ର କଥା ହିଁ ନାହିଁ । ଏହା ହେଲା ଜ୍ଞାନ,
ଏହାକୁ ଧାରଣ କରିବାକୁ ହେବ । ତୁମେମାନେ ଯେ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ ସେ ପର୍ଯ୍ୟନ୍ତ ଦେବତା
ହୋଇପାରିବ ନାହିଁ । ଖ୍ରୀଷ୍ଟିୟାନ, ବୌଦ୍ଧି, ପାରସୀ ଧର୍ମମାନଙ୍କରେ ବ୍ରାହ୍ମଣ ଥାନ୍ତି କି?
ବ୍ରାହ୍ମଣଙ୍କର ସନ୍ତାନ ବ୍ରାହ୍ମଣ ହିଁ ହେବେ । ଏ କଥା ବର୍ତ୍ତମାନ ତୁମେମାନେ ବୁଝୁଛ । ତୁମେମାନେ
ଜାଣିଛ, ଅଲଫକୁ ଅର୍ଥାତ୍ ବାବାଙ୍କୁ ମନେ ପକାଇବାକୁ ହେବ । ଅଲଫ୍କୁ ମନେ ପକାଇବା ଦ୍ୱାରା ବେ (ବାଦଶାହୀ)
ମିଳିଥାଏ । ଯେତେବେଳେ କେହି ଦେଖା ହେଉଛନ୍ତି, ତେବେ ତାଙ୍କୁ କୁହ ଅଲଫ୍ (ଆଲ୍ଲା)ଙ୍କୁ ମନେ ପକାଅ
। ଅଲଫ୍ଙ୍କୁ ହିଁ ଉଚ୍ଚ ବୋଲି କୁହାଯାଉଛି । ଅଙ୍ଗୁଳିରେ ଅଲଫ୍ ଅର୍ଥାତ୍ ଈଶ୍ୱରଙ୍କ ଆଡକୁ
ଇଙ୍ଗିତ କରନ୍ତି । ସିଧା ସିଧା ଉପରେ ହିଁ ଅଲଫ୍ ରହିଛନ୍ତି । ଅଲଫ୍ଙ୍କୁ ଏକ ବୋଲି କୁହାଯାଏ ।
ଭଗବାନ କେବଳ ଜଣେ ହିଁ ଅଟନ୍ତି, ବାକି ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି । ବାବାଙ୍କୁ ହିଁ ଅଲଫ୍
କୁହାଯାଏ । ବାବା ଜ୍ଞାନ ମଧ୍ୟ ଦେଉଛନ୍ତି, ନିଜର ସନ୍ତାନ ମଧ୍ୟ କରୁଛନ୍ତି । ତେଣୁ ତୁମେମାନେ
କେତେ ଖୁସିରେ ରହିବା ଉଚିତ୍ । ବାବା ଆମର କେତେ ସେବା କରୁଛନ୍ତି, ବିଶ୍ୱର ମାଲିକ କରୁଛନ୍ତି ।
କିନ୍ତୁ ସିଏ ସେହି ପବିତ୍ର ଦୁନିଆକୁ ଆସୁନାହାଁନ୍ତି । ପବିତ୍ର ଦୁନିଆରେ କେହି ହେଲେ ତାଙ୍କୁ
ଡାକୁ ନାହାଁନ୍ତି । ପତିତ ଦୁନିଆରେ ହିଁ ସମସ୍ତେ ତାଙ୍କୁ ଡାକୁଛନ୍ତି । ସିଏ ପବିତ୍ର ଦୁନିଆକୁ
ଆସି କ’ଣ କରିବେ । ତାଙ୍କର ନାମ ହିଁ ହେଉଛି ପତିତ ପାବନ । ପୁରୁଣା ଦୁନିଆକୁ ପବିତ୍ର ଦୁନିଆ
କରିବା ତାଙ୍କର କର୍ତ୍ତବ୍ୟ ଅଟେ । ତାଙ୍କର ନାମ ହିଁ ଶିବ । ପିଲାମାନଙ୍କୁ ଶାଳଗ୍ରାମ କୁହାଯାଏ ।
ଉଭୟଙ୍କର ପୂଜା ହେଉଛି । କିନ୍ତୁ ଯିଏ ପୂଜା କରୁଛନ୍ତି ସେମାନେ କିଛି ହେଲେ ଜାଣିନାହାଁନ୍ତି,
ବାସ୍ ପୂଜା କରିବାର ଏକ ନୀତି-ପ୍ରଥା କରିଦେଇଛନ୍ତି । ଦେବୀମାନଙ୍କର ମଧ୍ୟ ଫାଷ୍ଟକ୍ଲାସ୍
ହୀରା-ମୋତିର ମହଲ ଆଦି ତିଆରି କରି ପୂଜା କରୁଛନ୍ତି । ସେମାନେ ତ ମାଟିର ଲିଙ୍ଗ ତିଆରି କରି ପୂଜା
କରୁଛନ୍ତି ପୁଣି ଭାଙ୍ଗିଦେଉଛନ୍ତି । ମୂର୍ତ୍ତି ତିଆରି କରିବାକୁ ପରିଶ୍ରମ ଲାଗୁନାହିଁ ।
ଦେବୀମାନଙ୍କର ମୂର୍ତ୍ତି ତିଆରି କରିବାରେ ପରିଶ୍ରମ କରିବାକୁ ପଡିଥାଏ । ତାଙ୍କର ଅର୍ଥାତ୍
ଶିବଙ୍କର ପୂଜା କରିବାରେ ପରିଶ୍ରମ କରିବାକୁ ପଡେ ନାହିଁ, ଶିବଲିଙ୍ଗ ମାଗଣାରେ ମିଳିଯାଉଛି ପଥର
ପାଣିରେ ଘସି ହୋଇ ହୋଇ ଗୋଲ ହୋଇଯାଇଥାଏ । ପୂରା ଅଣ୍ଡାକାର ହୋଇଯାଏ । କହନ୍ତି ମଧ୍ୟ ଆତ୍ମା ଅଣ୍ଡା
ସଦୃଶ, ଯିଏକି ବ୍ରହ୍ମତତ୍ତ୍ୱରେ ନିବାସ କରିଥାଏ, ସେଥିପାଇଁ ତାକୁ ବ୍ରହ୍ମାଣ୍ଡ ବୋଲି କୁହାଯାଉଛି
। ତୁମେମାନେ ବ୍ରହ୍ମାଣ୍ଡ ଏବଂ ବିଶ୍ୱର ମଧ୍ୟ ମାଲିକ ହେଉଛ ।
ତେଣୁ ପ୍ରଥମେ-ପ୍ରଥମେ
କେବଳ ବାବାଙ୍କ ବିଷୟରେ ବୁଝାଇବାକୁ ହେବ । ଶିବଙ୍କୁ ବାବା କହି ସମସ୍ତେ ମନେ ପକାଇଥା’ନ୍ତି ।
ଦ୍ୱିତୀୟରେ ବ୍ରହ୍ମାଙ୍କୁ ମଧ୍ୟ ବାବା କୁହାଯାଏ । ସିଏ ପ୍ରଜାପିତା ଅଟନ୍ତି, ତେଣୁ ସବୁ
ପ୍ରଜାଙ୍କର ପିତା ହେଲେ ନା । ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର ମଧ୍ୟ (ଆଦିପିତା) ଅଟନ୍ତି । ଏହି
ସମସ୍ତ ଜ୍ଞାନ ବର୍ତ୍ତମାନ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି । ପ୍ରଜାପିତା ବ୍ରହ୍ମା ତ ବହୁତ
କହୁଛନ୍ତି କିନ୍ତୁ ଯଥାର୍ଥ ରୀତିରେ ତାଙ୍କୁ କେହି ଜାଣିନାହାଁନ୍ତି । ବ୍ରହ୍ମା କାହାର ସନ୍ତାନ
ଅଟନ୍ତି? ତୁମେମାନେ କହୁଛ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟନ୍ତି । ଶିବବାବା ୟାଙ୍କୁ ପୋଷ୍ୟ
କରିଛନ୍ତି ତେଣୁ ଇଏ ଶରୀରଧାରୀ ହେଲେ ନା । ସମସ୍ତେ ଈଶ୍ୱରଙ୍କର ସନ୍ତାନ ଅଟନ୍ତି । ପୁଣି
ଯେତେବେଳେ ଶରୀର ମିଳୁଛି ତାଙ୍କୁ ପ୍ରଜାପିତା ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ବୋଲି କୁହାଯିବ ।
କିନ୍ତୁ ଦୁନିଆ ହିସାବରେ ପୋଷ୍ୟ ନୁହେଁ । କ’ଣ ଆତ୍ମାମାନଙ୍କୁ ପରମପିତା ପରମାତ୍ମା ପୋଷ୍ୟ
କରିଛନ୍ତି? ନାଁ, ତୁମକୁ (ବ୍ରହ୍ମାଙ୍କୁ) ପୋଷ୍ୟ କରିଛନ୍ତି । ଏବେ ତୁମେ ବ୍ରହ୍ମାକୁମାର କୁମାରୀ
ହୋଇଛ । ଶିବବାବା ପୋଷ୍ୟ କରନ୍ତି ନାହିଁ । ସମସ୍ତ ଆତ୍ମା ଅନାଦି ଅବିନାଶୀ ଅଟନ୍ତି । ସବୁ
ଆତ୍ମାମାନଙ୍କୁ ନିଜ-ନିଜର ଶରୀର ଓ ପାର୍ଟ ମିଳିଛି, ଯାହା ବଜାଇବାକୁ ହିଁ ପଡିବ । ଏହି ପାର୍ଟ
ହିଁ ଅନାଦି ଅବିନାଶୀ ପରମ୍ପରାରୁ ଚାଲି ଆସୁଛି । ଏହାର ଆଦି ଅନ୍ତ କୁହାଯାଇ ପାରିବ ନାହିଁ ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ସାହୁକାରୀ ବା ବଡଲୋକିଆ ଢ଼ାଞ୍ଚା ବା ପଦ ପଦବୀ ଆଦିର ଅହଂକାର ତୁଟାଇ ଦେବାକୁ ହେବ । ଅବିନାଶୀ
ଜ୍ଞାନ ଧନ ଦ୍ୱାରା ନିଜକୁ ମାଲାମାଲ କରିବାକୁ ହେବ । ସେବାରେ କେବେ ହେଲେ ଥକିଯିବାର ନାହିଁ ।
(୨) ବାତାବରଣକୁ ଭଲ
ରଖିବା ପାଇଁ ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ, କେବେ ହେଲେ ଦୁଃଖଦାୟକ ବଚନ ନ ବାହାରୁ
ଏଥିପ୍ରତି ଧ୍ୟାନ ରଖିବାକୁ ହେବ । ସର୍ବଦା ହର୍ଷିତମୁଖ ରହିବାକୁ ପଡିବ ।
ବରଦାନ:-
ଯେ କୌଣସି
ପ୍ରକାରର ବାତାବରଣ ଭିତରେ ମନ-ବୁଦ୍ଧିକୁ ଗୋଟିଏ ସେକେଣ୍ଡ ଭିତରେ ଏକାଗ୍ର କରିପାରୁଥିବା
ସର୍ବଶକ୍ତି ସମ୍ପନ୍ନ ଆତ୍ମା ହୁଅ ।
ବାପଦାଦା ସବୁ ପିଲାଙ୍କୁ
ନିଜର ସମସ୍ତ ଶକ୍ତିଗୁଡିକୁ ପୈତୃକ ସମ୍ପତ୍ତି ରୂପରେ ଦେଇଛନ୍ତି । ଯୋଗ କରିବାର ଶକ୍ତିର ଅର୍ଥ
ହେଲା - ମନ ବୁଦ୍ଧିକୁ ଯେଉଁଠାରେ ଲଗାଇବାକୁ ଚାହିଁବ ସେଠାରେ ଲାଗିଯାଉଥିବ । ତେଣୁ ଯେ କୌଣସି
ପ୍ରକାରର ବାୟୁମଣ୍ଡଳ ଭିତରେ ନିଜର ମନ-ବୁଦ୍ଧିକୁ ଗୋଟିଏ ସେକେଣ୍ଡରେ ଏକାଗ୍ର କରିନିଅ ।
ପରିସ୍ଥିତି ହଲଚଲ୍ କରିବା ଭଳି ହୋଇଥିବ, ବାତାବରଣ ତମୋଗୁଣୀ ହୋଇଥିବ, ମାୟା ନିଜର କରିବା ପାଇଁ
ବହୁତ ଚେଷ୍ଟା କରୁଥିବ ତଥାପି ମଧ୍ୟ ତୁମେ ସେକେଣ୍ଡ ମଧ୍ୟରେ ଏକାଗ୍ର ହୋଇଯାଅ - ଯଦି ଏହିଭଳି
ନିୟନ୍ତ୍ରଣ କରିବାର ଶକ୍ତି ରହିବ ତେବେ କୁହାଯିବ ସର୍ବଶକ୍ତି ସମ୍ପନ୍ନ ଆତ୍ମା ।
ସ୍ଲୋଗାନ:-
ବିଶ୍ୱ କଲ୍ୟାଣର
ଦାୟିତ୍ୱ ଏବଂ ପବିତ୍ରତାର ମୁକୁଟ ପିନ୍ଧିଥିବା ଆତ୍ମାମାନେ ହିଁ ଦୁଇମୁକୁଟଧାରୀ ହୋଇଥାଆନ୍ତି ।