06.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ଗୋଟିଏ-ଗୋଟିଏ ବଚନ ବହୁତ ମିଠା ଏବଂ ଫାଷ୍ଟକ୍ଲାସ୍ ହେବା ଦରକାର, ଯେପରି ବାବା ଦୁଃଖକର୍ତ୍ତା,
ସୁଖକର୍ତ୍ତା ଅଟନ୍ତି, ସେହିପରି ନିଜର ପିତାଙ୍କ ସମାନ ସମସ୍ତଙ୍କୁ ସୁଖ ଦିଅ ।”
ପ୍ରଶ୍ନ:-
ଲୌକିକ
ମିତ୍ର-ସମ୍ବନ୍ଧୀମାନଙ୍କୁ ଜ୍ଞାନ ଦେବାର ଉପାୟ କ’ଣ?
ଉତ୍ତର:-
ଯଦି କେହି ବି ମିତ୍ର-ସମ୍ବନ୍ଧୀ ଅଛନ୍ତି ତେବେ ତାଙ୍କ ସହିତ ବହୁତ ନମ୍ରତା ଏବଂ ସ୍ନେହର ସହିତ ହସି
ହସି କଥାବାର୍ତ୍ତା କରିବାକୁ ହେବ ଏବଂ ବୁଝାଇବାକୁ ହେବ ଯେ, ଏହା ସେହି ପୁରାଣ ବର୍ଣ୍ଣିତ
ମହାଭାରତ ଲଢେଇ ଅଟେ । ବାବା ଆସି ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ମୁଁ ଆପଣଙ୍କୁ ସତ୍ୟ
କହୁଛି, ଭକ୍ତି ଆଦି ତ ଜନ୍ମ-ଜନ୍ତାନ୍ତର କରିଆସିଛ, ଏବେ ଜ୍ଞାନର ସମୟ ଆରମ୍ଭ ହେଉଛି । ଏହିଭଳି
ଯେତେବେଳେ ମଉକା ମିଳୁଛି ସେତେବେଳେ ବହୁତ ଯୁକ୍ତିର ସହିତ କଥା ହୁଅ । କୁଟୁମ୍ବ ପରିବାର ଭିତରେ
ବହୁତ ସ୍ନେହରେ ଚାଲ । କେବେ କାହାକୁ ଦୁଃଖ ଦିଅ ନାହିଁ ।
ଗୀତ:-
ଆଖିର ୱହ ଦିନ
ଆୟା ଆଜ...
ଓମ୍ ଶାନ୍ତି ।
ଯେତେବେଳେ କୌଣସି
ଗୀତ ବାଜୁଛି ସେତେବେଳେ ପିଲାମାନେ ନିଜେ ଏହାର ଅର୍ଥ ବାହାର କରିବା ଉଚିତ୍ । ଗୋଟିଏ ସେକେଣ୍ଡରେ
ଅର୍ଥ ବାହାରି ପାରିବ । ଏହା ବେହଦ ଡ୍ରାମାର ବହୁତ ବଡ ଘଡି ଅଟେ ନା । ଭକ୍ତିମାର୍ଗରେ ମଧ୍ୟ
ମନୁଷ୍ୟ ଡାକିଥା’ନ୍ତି । ଯେପରି କୋର୍ଟରେ କେସ୍ ଥିଲେ କହିଥା’ନ୍ତି କେବେ ଶୁଣାଣି ହେବ, କେବେ
ଡାକରା ହେବ ତେବେ ଯାଇ ଆମର କେସ୍ ପୂରା ହେବ । ତେଣୁ ପିଲାମାନଙ୍କର ମଧ୍ୟ କେସ୍ ରହିଛି, କେଉଁ
କେସ୍? ରାବଣ ତୁମକୁ ବହୁତ ଦୁଃଖୀ କରିଦେଇଛି । ତୁମର କେସ୍ ବଡ କୋର୍ଟରେ ଦାଖଲ ହୋଇଛି ।
ମନୁଷ୍ୟମାନେ ଡାକୁଛନ୍ତି - ବାବା ଆସ, ଏଠାକୁ ଆସି ଆମକୁ ଦୁଃଖରୁ ମୁକ୍ତ କର । ଦିନେ ନା ଦିନେ
ଶୁଣାଣି ତ ନିଶ୍ଚୟ ହେବ । ବାବା ଶୁଣୁଛନ୍ତି ମଧ୍ୟ, ଡ୍ରାମା ଅନୁସାରେ ବିଲ୍କୁଲ୍ ଠିକ୍ ସମୟରେ
ମଧ୍ୟ ଆସୁଛନ୍ତି । ଏଥିରେ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ହୋଇପାରିବ ନାହିଁ । ୫ ହଜାର ବର୍ଷର
ନାଟକର ଘଡି କେତେ ସଠିକ୍ ରୂପେ ଚାଲୁଛି । ଏଠାରେ ତୁମ ପାଖରେ ଏହି ଛୋଟ ଘଡି ମଧ୍ୟ ସଠିକ୍ ରୂପେ
ଚାଲୁନାହିଁ । ଯଜ୍ଞର ପ୍ରତ୍ୟେକ କାର୍ଯ୍ୟ ସଠିକ୍ ରୂପେ ହେବା ଦରକାର । ତୁମର ଘଡି ମଧ୍ୟ ନିର୍ଭୁଲ
ହେବା ଉଚିତ୍ । ବାବା ତ ବହୁତ ଆକ୍ୟୁରେଟ୍ ଅଟନ୍ତି । ବହୁତ ସଠିକ୍ ରୂପେ ଶୁଣାଣି ହେଉଛି । ସିଏ
କଳ୍ପ-କଳ୍ପ, କଳ୍ପର ସଂଗମରେ ସଠିକ୍ ସମୟରେ ଆସୁଛନ୍ତି । ତେଣୁ ପିଲାମାନଙ୍କର ଏବେ ଶୁଣାଣି ହେଉଛି,
ବାବା ଆସିଛନ୍ତି । ଏବେ ତୁମେମାନେ ସମସ୍ତଙ୍କୁ ବୁଝାଉଛ । ଆଗରୁ ତୁମେ ମଧ୍ୟ ଜାଣି ନ ଥିଲ ଯେ
ଦୁଃଖ କିଏ ଦେଉଛି? ଏବେ ବାବା ବୁଝାଉଛନ୍ତି ରାବଣ ରାଜ୍ୟ ଦ୍ୱାପରରୁ ଆରମ୍ଭ ହେଉଛି । ତୁମେମାନେ
ଜାଣିଗଲଣି - ବାବା, କଳ୍ପ କଳ୍ପ ସଂଗମଯୁଗରେ ଆସୁଛନ୍ତି । ଏହା ବେହଦର ରାତ୍ରି ଅଟେ । ଶିବବାବା
ବେହଦର ରାତ୍ରିରେ ଆସୁଛନ୍ତି, କୃଷ୍ଣଙ୍କ କଥା ନୁହେଁ, ଯେତେବେଳେ ଘୋର ଅନ୍ଧକାରରେ ଅଜ୍ଞାନ
ନିଦ୍ରାରେ ଶୋଇ ରହୁଛନ୍ତି ସେତେବେଳେ ଜ୍ଞାନସୂର୍ଯ୍ୟ ବାବା ଆସୁଛନ୍ତି, ପିଲାମାନଙ୍କୁ ଦିନକୁ
ନେଇଯିବା ପାଇଁ । କହୁଛନ୍ତି ମୋତେ ମନେ ପକାଅ କାହିଁକି ନା ପତିତରୁ ପବିତ୍ର ହେବାକୁ ପଡିବ । ବାବା
ହିଁ ପତିତ-ପାବନ ଅଟନ୍ତି । ସେ ଯେତେବେଳେ ଆସିବେ ସେତେବେଳେ ଯାଇ ତ ଶୁଣାଣି ହେବ । ଏବେ ତୁମର
ଶୁଣାଣି ହୋଇଛି । ବାବା କହୁଛନ୍ତି - ମୁଁ ଆସିଛି ପତିତମାନଙ୍କୁ ପବିତ୍ର କରିବା ପାଇଁ । ପବିତ୍ର
ହେବା ପାଇଁ ତୁମକୁ କେତେ ସହଜ ଉପାୟ ବତାଉଛି । ଆଜିକାଲି ଦେଖ ବିଜ୍ଞାନର କେତେ ପ୍ରଭାବ ରହିଛି ।
ଆଟମିକ୍ ବମ୍ ଆଦିର କେତେ ଜୋରରେ ଶବ୍ଦ ହେଉଛି । ତୁମେମାନେ ଶାନ୍ତିର ବଳ ଦ୍ୱାରା ବିଜ୍ଞାନ ଉପରେ
ବିଜୟ ପ୍ରାପ୍ତ କରୁଛ । ଶାନ୍ତିକୁ ଯୋଗ ମଧ୍ୟ କୁହାଯାଉଛି । ଆତ୍ମା ବାବାଙ୍କୁ ମନେ ପକାଉଛି -
ବାବା ଆପଣ ଆସିଲେ ଆମେ ଯାଇ ଶାନ୍ତିଧାମରେ ନିବାସ କରିବୁ । ତେବେ ତୁମେମାନେ ଏହି ଯୋଗବଳ,
ଶାନ୍ତିର ବଳ ଦ୍ୱାରା ବିଜ୍ଞାନ ଉପରେ ବିଜୟ ପ୍ରାପ୍ତ କରୁଛ । ଶାନ୍ତିର ବଳ ପ୍ରାପ୍ତ କରୁଛ ।
ବିଜ୍ଞାନ ଦ୍ୱାରା ହିଁ ଏହି ସମସ୍ତ ବିନାଶର କାର୍ଯ୍ୟ ହେବ । ସାଇଲେନ୍ସ ଦ୍ୱାରା ତୁମେ ବିଜୟୀ
ହେଉଛ । ବାହୁବଳ ବାଲା କେବେ ମଧ୍ୟ ବିଶ୍ୱ ଉପରେ ବିଜୟପ୍ରାପ୍ତ କରିପାରିବେ ନାହିଁ । ଏହି ପଏଣ୍ଟସ୍
ମଧ୍ୟ ତୁମେ ପ୍ରଦର୍ଶନୀରେ ଲେଖିବା ଉଚିତ୍ ।
ଦିଲ୍ଲୀରେ ବହୁତ ସେବା
ହୋଇପାରିବ କାହିଁକି ନା ଦିଲ୍ଲୀ ସମସ୍ତଙ୍କର ରାଜଧାନୀ । ତୁମର ମଧ୍ୟ ରାଜଧାନୀ ଦିଲ୍ଲୀ ହିଁ ହେବ
। ଦିଲ୍ଲୀକୁ ହିଁ ପରିସ୍ତାନ କୁହାଯାଏ । ପାଣ୍ଡବମାନଙ୍କର ଦୁର୍ଗ ତ ନାହିଁ । ଦୁର୍ଗ ସେତେବେଳେ
ତିଆରି କରାଯାଏ ଯେତେବେଳେ ଶତ୍ରୁମାନେ ଆକ୍ରମଣ କରିଥା’ନ୍ତି । ତୁମର ଦୁର୍ଗ ଆଦିର ଆବଶ୍ୟକତା ନାହିଁ
। ତୁମେମାନେ ଜାଣିଛ, ଆମେ ସାଇଲେନ୍ସର ବଳ ଦ୍ୱାରା ନିଜର ରାଜ୍ୟ ସ୍ଥାପନ କରୁଛୁ, ସେମାନଙ୍କର
ସାଇଲେନ୍ସ ଅସ୍ୱାଭାବିକ ଅଟେ । ତୁମେ ସ୍ୱାଭାବିକ ଭାବେ ସାଇଲେନ୍ସରେ ରହୁଛ । କୁହାଯାଏ ଜ୍ଞାନର
ବଳ ଏବଂ ଶାନ୍ତିର ବଳ । ଜ୍ଞାନ ହେଉଛି ପାଠପଢା । ପଢା ଦ୍ୱାରା ହିଁ ବଳ ମିଳିଥାଏ । ଯିଏ ପୋଲିସ୍
ସୁପରିଟେଣ୍ଡେଟ୍ (ଜିଲ୍ଲା ପୋଲିସ୍ ପ୍ରଶାସକ/ଏସ୍.ପି.) ହୋଇଥା’ନ୍ତି, ତାଙ୍କର କେତେ ଅଧିକାର
ରହିଥାଏ । ସେସବୁ ଦୁଃଖ ଦେଉଥିବା ଶାରୀରିକ କଥା ଅଟେ । ତୁମର ପ୍ରତ୍ୟେକ କଥା ଆତ୍ମିକ ଅଟେ । ତୁମ
ମୁଖରୁ ଯେଉଁ ଶବ୍ଦ ବି ବାହାରୁଛି ସେହି ଗୋଟିଏ ଗୋଟିଏ ଶବ୍ଦ ଏପରି ମଧୁର ହେଉ ଯାହାକି ଶୁଣୁଥିବା
ବ୍ୟକ୍ତି ଖୁସି ହୋଇଯିବ । ବାବା ଯେପରି ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ସେହିପରି ତୁମକୁ
ମଧ୍ୟ ସମସ୍ତଙ୍କୁ ସୁଖ ଦେବାକୁ ହେବ । କୁଟୁମ୍ବ ପରିବାର ଆଦିଙ୍କୁ ମଧ୍ୟ ଦୁଃଖ ନ ହେଉ ।
ବିଧିପୂର୍ବକ ସମସ୍ତଙ୍କ ସହିତ ଚାଲିବାକୁ ହେବ । ବଡମାନଙ୍କ ସହିତ ସ୍ନେହର ସହିତ ଚାଲିବାକୁ ହେବ ।
ମୁଖରୁ ଏପରି ଫାଷ୍ଟକ୍ଲାସ୍ ମିଠା ଅକ୍ଷର ବାହାରୁ ଯେପରି ସମସ୍ତେ ଖୁସି ହୋଇଯିବେ । କୁହ, ଶିବବାବା
କହୁଛନ୍ତି ମନମନାଭବ । ମୁଁ ସର୍ବୋଚ୍ଚ ଅଟେ । ମୋତେ ମନେ ପକାଇବା ଦ୍ୱାରା ହିଁ ତୁମର ବିକର୍ମ
ବିନାଶ ହେବ । ବହୁତ ସ୍ନେହର ସହିତ କଥା ହେବା ଉଚିତ୍ । ଧରିନିଅ କେହି ଭାଇ ବଡ ହୋଇଥିଲେ କୁହ
ଦାଦାଜୀ ଶିବବାବା କହୁଛନ୍ତି - ମୋତେ ମନେ ପକାଅ । ଶିବବାବା ଯାହାଙ୍କୁ ରୁଦ୍ର ମଧ୍ୟ କହୁଛନ୍ତି,
ସେ ହିଁ ଜ୍ଞାନ ଯଜ୍ଞ ରଚନା କରିଛନ୍ତି । କୃଷ୍ଣ ଜ୍ଞାନ ଯଜ୍ଞ ଅକ୍ଷର କେହି କେବେ ଶୁଣି ନଥିବେ ।
ରୁଦ୍ର ଜ୍ଞାନ ଯଜ୍ଞ କୁହାଯାଏ, ତେଣୁ ରୁଦ୍ର ଶିବବାବା ଏହି ଯଜ୍ଞ ରଚନା କରିଛନ୍ତି । ରାଜପଦ
ପ୍ରାପ୍ତ କରିବା ପାଇଁ ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି । ବାବା କହୁଛନ୍ତି ଭଗବାନୁବାଚ, ମୋତେ
ମନେପକାଅ କାହିଁକି ନା ବର୍ତ୍ତମାନ ସମସ୍ତଙ୍କର ଅନ୍ତିମ ଘଡି, ବାନପ୍ରସ୍ଥ ଅବସ୍ଥା ଅଟେ ।
ସମସ୍ତଙ୍କୁ ଘରକୁ ଯିବାକୁ ହେବ । ଯେତେବେଳେ ମୃତ୍ୟୁର ସମୟ ପାଖେଇ ଆସେ ସେତେବେଳେ ମନୁଷ୍ୟକୁ
କହିଥା’ନ୍ତି ଯେ, ଈଶ୍ୱରଙ୍କୁ ମନେ ପକାନ୍ତୁ । ଏଠାରେ ସ୍ୱୟଂ ଈଶ୍ୱର କହୁଛନ୍ତି ମୃତ୍ୟୁ ସମ୍ମୁଖରେ
ଛିଡା ହୋଇଛି, ଏଥିରୁ କେହି ରକ୍ଷା ପାଇପାରିବେ ନାହିଁ । ଏବେ ଅନ୍ତିମ ସମୟ ଯେଉଁ ସମୟରେ ବାବା ଆସି
କହୁଛନ୍ତି - ପିଲାମାନେ ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହୋଇଯିବ, ଏହାକୁ ଯୋଗ ଅଗ୍ନି
କୁହାଯାଉଛି । ବାବା ଗ୍ୟାରେଣ୍ଟି ଦେଉଛନ୍ତି ଯେ ଏଥିରେ ତୁମର ପାପ ଦଗ୍ଧ ହେବ । ବିକର୍ମ ବିନାଶ
ହେବା ପାଇଁ, ପବିତ୍ର ହେବା ପାଇଁ ଆଉ କୌଣସି ଉପାୟ ନାହିଁ । ପାପର ବୋଝ ମୁଣ୍ଡ ଉପରେ ଚଢି-ଚଢି,
ଖାଦ ପଡି-ପଡି ସୁନା ୯ କ୍ୟାରେଟ୍ର ହୋଇଗଲାଣି । ୯ କ୍ୟାରେଟ୍ ପରେ ପଡିଆ ସୁନା କୁହାଯାଏ । ଏବେ
ପୁଣି ୨୪ କ୍ୟାରେଟ୍ କିପରି ହେବ, ଆତ୍ମା ପବିତ୍ର କିପରି ହେବ? ପବିତ୍ର ଆତ୍ମାକୁ ଅଳଙ୍କାର
ଅର୍ଥାତ୍ ଶରୀର ମଧ୍ୟ ପବିତ୍ର ମିଳିବ ।
କେହି ମିତ୍ର-ସମ୍ବନ୍ଧୀ
ଆଦି ଥିଲେ ତାଙ୍କ ସହିତ ବହୁତ ନମ୍ରତାର ସହିତ, ପ୍ରେମ ଭାବରେ ହସି ହସି କଥା ହେବା ଉଚିତ୍ ।
ବୁଝାଇବା ଦରକାର ଯେ, ଏହା ହେଉଛି ସେହି ମହାଭାରତ ଲଢେଇ । ଏହା ରୁଦ୍ର ଜ୍ଞାନ ଯଜ୍ଞ ମଧ୍ୟ ଅଟେ ।
ବାବାଙ୍କ ଦ୍ୱାରା ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳୁଛି । ଆଉ କେଉଁଠି ବି ଏହି ଜ୍ଞାନ
ମିଳିପାରିବ ନାହିଁ । ମୁଁ ଆପଣଙ୍କୁ ସତ୍ୟ କହୁଛି, ଏହି ଭକ୍ତି ଆଦି ତ ଜନ୍ମ ଜନ୍ମାନ୍ତର
କରିଆସିଛନ୍ତି । ଏବେ ଜ୍ଞାନମାର୍ଗ ଆରମ୍ଭ ହେଉଛି । ଭକ୍ତି ରାତ୍ରି, ଜ୍ଞାନ ହେଉଛି ଦିନ ।
ସତ୍ୟଯୁଗରେ ଭକ୍ତି ରହିବ ନାହିଁ । ଏହିପରି କାଇଦାରେ କଥା ହେବା ଉଚିତ୍ । ଯେତେବେଳେ କୌଣସି ମଉକା
ମିଳୁଛି, ତୀର ମାରିବାକୁ ହେଲେ ସମୟ ଏବଂ ମଉକା ଦେଖାଯାଇଥାଏ । ଜ୍ଞାନ ଦେବା ପାଇଁ ମଧ୍ୟ ବହୁତ
କାଇଦା ଦରକାର । ବାବା ଉପାୟ ତ ସମସ୍ତଙ୍କ ପାଇଁ ବତାଉଛନ୍ତି । ପବିତ୍ରତା ତ ବହୁତ ଭଲ ଅଟେ, ଏହି
ଲକ୍ଷ୍ମୀ-ନାରାୟଣ ଆମର ବଡ ଏବଂ ପୂର୍ବଜ ଅଟନ୍ତି ନା । ପୂଜ୍ୟ ପବିତ୍ର ଆତ୍ମାମାନେ ପୁଣି ପୂଜାରୀ
ପତିତ ହେଉଛନ୍ତି । ପତିତମାନେ ବସି ପବିତ୍ରମାନଙ୍କର ପୂଜା କରିବେ - ଏହା ଶୋଭା ପାଉ ନାହିଁ ।
ଅନେକ ତ ପତିତଙ୍କଠାରୁ ଦୂରେଇ ରହିଥା’ନ୍ତି । ବଲ୍ଲଭାଚାରୀ ସମ୍ପ୍ରଦାୟର ଲୋକମାନେ କେବେ କାହାକୁ
ପାଦ ଛୁଇଁବାକୁ ଦିଅନ୍ତି ନାହିଁ । ଭାବନ୍ତି ଯେ ଏମାନେ ବିକାରୀ ମନୁଷ୍ୟ ଅଟନ୍ତି । ମନ୍ଦିରରେ
ମଧ୍ୟ ସର୍ବଦା ବ୍ରାହ୍ମଣମାନଙ୍କୁ ହିଁ ମୂର୍ତ୍ତିକୁ ଛୁଇଁବା ପାଇଁ ଅନୁମତି ମିଳିଥାଏ । ଶୁଦ୍ର
ମନୁଷ୍ୟ ଭିତରକୁ ଯାଇ ମୂର୍ତ୍ତିକୁ ଛୁଇଁ ପାରିବେ ନାହିଁ । ସେଠାରେ ବ୍ରାହ୍ମଣ ଲୋକେ ହିଁ ତାଙ୍କୁ
ସ୍ନାନ ଆଦି କରାଇଥା’ନ୍ତି ଆଉ କାହାକୁ ଯିବାକୁ ଦେଇନଥା’ନ୍ତି । ଫରକ ତ ଅଛି ନା । ତେବେ ସେମାନେ
ତ ହେଉଛନ୍ତି ଗର୍ଭଜାତ ବଂଶାବଳୀ ବ୍ରାହ୍ମଣ, ତୁମେ ହେଉଛ ମୁଖ ବଂଶାବଳୀ ପ୍ରକୃତ ବ୍ରାହ୍ମଣ । ତୁମେ
ସେହି ବ୍ରାହ୍ମଣମାନଙ୍କୁ ଭଲ ଭାବରେ ବୁଝାଇପାରିବ ଯେ ବ୍ରାହ୍ମଣ ଦୁଇ ପ୍ରକାରର ଥା’ନ୍ତି - ପ୍ରଥମେ
ହେଲେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ, ଦ୍ୱିତୀୟରେ ହେଉଛନ୍ତି କୁଖ ବଂଶାବଳୀ (ଗର୍ଭଜାତ)
। ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ ହେଉଛନ୍ତି ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ଚୁଟୀ । ଯଜ୍ଞ
ରଚନା କରିବା ପାଇଁ ବ୍ରାହ୍ମଣମାନଙ୍କୁ ନିର୍ଦ୍ଧାରିତ କରାଯାଇଥାଏ । ଏହା ପୁଣି ଜ୍ଞାନ ଯଜ୍ଞ ।
ବ୍ରାହ୍ମଣମାନଙ୍କୁ ଜ୍ଞାନ ମିଳୁଛି ଯିଏକି ପୁଣି ଦେବତା ହେଉଛନ୍ତି । ବର୍ଣ୍ଣ ବିଷୟରେ ମଧ୍ୟ
ବୁଝାଯାଇଛି । ଯେଉଁମାନେ ସେବାଧାରୀ ସନ୍ତାନ ହୋଇଥିବେ ତାଙ୍କର ସର୍ବଦା ସେବାର ସଉକ ରହିବ ।
କେଉଁଠି ପ୍ରଦର୍ଶନୀ ହେଲେ ତୁରନ୍ତ ସେବା କରିବା ପାଇଁ ଦୌଡିବେ - ମୁଁ ଯାଇ ଏହି ଏହି ପ୍ରକାର
ଜ୍ଞାନ ବୁଝାଇବି । ପ୍ରଦର୍ଶନୀ ତ ପ୍ରଜା ତିଆରି କରିବା ପାଇଁ ବିହଙ୍ଗମାର୍ଗର ସେବା ଅର୍ଥାତ୍
ତୀବ୍ରଗତିର ସେବା ଅଟେ, ସେଠାକୁ ସ୍ୱତଃ ଢେରକୁ ଢେର ଆସିଯାଆନ୍ତି । ତେଣୁ ବୁଝାଇଲାବାଲା ମଧ୍ୟ ଭଲ
ହେବା ଦରକାର । ଯଦି କେହି ପୂରା ବୁଝାଉ ନ ଥିବେ ତେବେ କହିବେ ବି.କେ.ଙ୍କ ପାଖରେ କ’ଣ ଏହି ଜ୍ଞାନ
ଅଛି! ଏହାଦ୍ୱାରା ଅପସେବା ହୋଇଯାଏ । ପ୍ରଦର୍ଶନୀରେ ଏପରି ଜଣେ ଫୁର୍ତ୍ତି ସେବାଧାରୀ ରହିବା ଉଚିତ୍
ଯିଏକି ବୁଝାଉଥିବା ଗାଇଡ୍ମାନଙ୍କୁ ନିରୀକ୍ଷଣ କରୁଥିବେ । ଯଦି କୌଣସି ବଡ ଲୋକ ଆସିଗଲେ ତେବେ
ତାଙ୍କୁ ବୁଝାଇଲାବାଲା ମଧ୍ୟ ସେହିପରି ଭଲ ହେବା ଦରକାର । ଯିଏ ଭଲ ବୁଝାଉ ନାହାଁନ୍ତି ତାଙ୍କୁ
ହଟାଇ ଦେବା ଦରକାର । ସୁପରଭାଇଜ୍ ଅର୍ଥାତ୍ ତଦାରଖ କରିବା ପାଇଁ ଜଣେ ଭଲ ବି.କେ. ଦରକାର । ତୁମକୁ
ତ ମହାତ୍ମାମାନଙ୍କୁ ଡାକିବା ଉଚିତ୍ । ତୁମେ କେବଳ ଏତିକି କହୁଛ ଯେ ବାବା କହୁଛନ୍ତି, ସେ
ସର୍ବୋଚ୍ଚ ଭଗବାନ, ସେ ରଚୟିତା ପିତା ଅଟନ୍ତି । ବାକି ସମସ୍ତେ ତାଙ୍କର ରଚନା । ବର୍ସା (ସମ୍ପତ୍ତି)
ପିତାଙ୍କଠାରୁ ମିଳିଥାଏ, ଭାଇ, ଭାଇକୁ ସମ୍ପତ୍ତି କ’ଣ ଦେବ! କେହି ବି ସୁଖଧାମର ବର୍ସା ଦେଇପାରିବେ
ନାହିଁ । ବାବା ହିଁ ସମ୍ପତ୍ତି ଦେଉଛନ୍ତି । ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ
ଅଟନ୍ତି, ତେଣୁ ତାଙ୍କୁ ମନେ ପକାଇବାକୁ ହେବ । ବାବା ସ୍ୱୟଂ ଆସି ସ୍ୱର୍ଣ୍ଣିମଯୁଗ ଗଢୁଛନ୍ତି,
ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ସ୍ୱର୍ଗ ସ୍ଥାପନ କରୁଛନ୍ତି । ଶିବଜୟନ୍ତୀ ପାଳନ ମଧ୍ୟ କରୁଛନ୍ତି,
କିନ୍ତୁ ସେ କ’ଣ କରୁଛନ୍ତି, ଏ ସବୁ କଥା ମନୁଷ୍ୟ ଭୁଲିଯାଇଛନ୍ତି । ଶିବବାବା ହିଁ ଆସି ରାଜଯୋଗ
ଶିଖାଇ ବର୍ସା ଦେଉଛନ୍ତି । ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା, ଲକ୍ଷ ଲକ୍ଷ ବର୍ଷର ତ
କଥା ନୁହେଁ । ତିଥି-ତାରିଖ ସବୁ ଅଛି,ଏହାକୁ କେହି ଖଣ୍ଡନ କରିପାରିବେ ନାହିଁ । ନୂଆ ଦୁନିଆ ଏବଂ
ପୁରୁଣା ଦୁନିଆ ଅଧା-ଅଧା ହେବା ଉଚିତ୍ । ସେମାନେ ସତ୍ୟଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି
କହିଦେଉଛନ୍ତି ତେଣୁ କୌଣସି ହିସାବ ବାହାରି ପାରିବ ନାହିଁ । ସ୍ୱସ୍ତିକାରେ ମଧ୍ୟ ପୂରା ୪ ଭାଗ ଅଛି
। ୧୨୫୦ ବର୍ଷ ପ୍ରତ୍ୟେକ ଯୁଗକୁ ବଣ୍ଟାଯାଇଛି । ହିସାବ କରାଯାଉଛି ନା । ସେମାନେ ତ ହିସାବ କିଛି
ହେଲେ ଜାଣିନାହାଁନ୍ତି ସେଥିପାଇଁ ତାଙ୍କୁ କଉଡି ତୁଲ୍ୟ କୁହାଯାଉଛି । ଏବେ ବାବା ହୀରାତୁଲ୍ୟ
କରୁଛନ୍ତି । ବର୍ତ୍ତମାନ ସମସ୍ତେ ପତିତ ତେଣୁ ଭଗବାନଙ୍କୁ ମନେ ପକାଉଛନ୍ତି । ଭଗବାନ ଆସି ତାଙ୍କୁ
ଜ୍ଞାନ ଦ୍ୱାରା ଫୁଲ ଭଳି କରୁଛନ୍ତି । ତୁମକୁ ଜ୍ଞାନରତ୍ନ ଦ୍ୱାରା ସଜାଉଛନ୍ତି । ପୁଣି ଦେଖ ତୁମେ
କ’ଣ ହେଉଛ, ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ କ’ଣ ଅଛି? ଭାରତ କେତେ ମଉଡମଣି ଥିଲା, ସବୁ କିଛି ଭୁଲିଗଲେଣି
। ମୁସଲମାନମାନେ ମଧ୍ୟ ସୋମନାଥ ମନ୍ଦିରକୁ ଲୁଟି ହୀରା ଆଦି ନେଇ ମସ୍ଜିଦ୍ ମାନଙ୍କରେ ଲଗାଇଛନ୍ତି
। ଏବେ ତାର କେହି ମୂଲ୍ୟାଙ୍କନ ମଧ୍ୟ କରିପାରିବେ ନାହିଁ । ଏତେ ବଡ-ବଡ ମଣି ରାଜାମାନଙ୍କର
ମୁକୁଟରେ ରହୁଥିଲା । କେଉଁଟି କୋଟିଏ ହେଲେ ତ କେଉଁଟି ୫ କୋଟିର ମଧ୍ୟ ଥିଲା । ଆଜିକାଲି ତ ସବୁ
ଇମିଟେସନ୍ ବାହାରିଲାଣି । ଏହି ଦୁନିଆରେ ସବୁ ନକଲି, ଏଠାରେ ପାଇ ପଇସାକର ସୁଖ ରହିଛି । ବାକି ସବୁ
ଦୁଃଖ । ସେଥିପାଇଁ ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି କାଗ ବିଷ୍ଠା (କାଉର ମଳ) ସମାନ ସୁଖ ।
ସେଥିପାଇଁ ଘରଦ୍ୱାର ଛାଡୁଛନ୍ତି କିନ୍ତୁ ବର୍ତ୍ତମାନ ତ ସେମାନେ ମଧ୍ୟ ତମୋପ୍ରଧାନ ହୋଇଗଲେଣି ।
ସହରରେ ଆସି ରହୁଛନ୍ତି । କିନ୍ତୁ ଏବେ କାହାକୁ ଶୁଣାଇବୁ, ରାଜା-ରାଣୀ ତ ନାହାଁନ୍ତି । କେହି ବି
ମାନିବେ ନାହିଁ । କହିବେ ସମସ୍ତଙ୍କର ନିଜସ୍ୱ ମତ ରହିଛି, ଯାହା ଇଚ୍ଛା ତାହା କରିପାରିବେ ।
ସଂକଳ୍ପର ସୃଷ୍ଟି ଅଟେ । ଏବେ ତୁମକୁ ବାବା ଗୁପ୍ତ ରୀତିରେ ପୁରୁଷାର୍ଥ କରାଉଛନ୍ତି । ତୁମେ କେତେ
ସୁଖ ଭୋଗ କରୁଛ । ପରେ ଯେତେବେଳେ ଅନ୍ୟ ସବୁ ଧର୍ମର ବୃଦ୍ଧି ହେଉଛି ସେତେବେଳେ ଲଢେଇ ଆଦି କେତେ
ଖିଟ୍ପିଟ୍ ହେଉଛି । ତିନିଭାଗ ସମୟ ତ ସୁଖରେ ରହୁଛ ସେଥିପାଇଁ ବାବା କହୁଛନ୍ତି ତୁମର ଦେବୀ-ଦେବତା
ଧର୍ମ ବହୁତ ସୁଖଦାୟୀ ଅଟେ । ମୁଁ ତୁମକୁ ବିଶ୍ୱର ମାଲିକ କରୁଛି । ଅନ୍ୟ ଧର୍ମ ସ୍ଥାପକମାନେ କୌଣସି
ରାଜ୍ୟ ସ୍ଥାପନ କରୁନାହାଁନ୍ତି । ସେମାନେ କାହାର ସଦ୍ଗତି ମଧ୍ୟ କରୁନାହାଁନ୍ତି । କେବଳ ନିଜର
ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି । ଅନ୍ତିମ ସମୟରେ ଯେତେବେଳେ ସେମାନେ ମଧ୍ୟ ତମଃପ୍ରଧାନ
ହୋଇଯାଉଛନ୍ତି, ସେତେବେଳେ ପୁଣି ବାବାଙ୍କୁ ସତ୍ତ୍ୱପ୍ରଧାନ କରିବା ପାଇଁ ଆସିବାକୁ ପଡୁଛି ।
ତୁମମାନଙ୍କ ପାଖକୁ
ଶହ-ଶହ ମନୁଷ୍ୟ ଆସୁଛନ୍ତି କିନ୍ତୁ କିଛି ବୁଝୁ ନାହାଁନ୍ତି । ବାବାଙ୍କ ପାଖକୁ ଲେଖୁଛନ୍ତି ଅମୁକ
ବହୁତ ଭଲ ଭାବରେ ବୁଝୁଛନ୍ତି, ବହୁତ ଭଲ ଅଟନ୍ତି । ବାବା କହୁଛନ୍ତି କିଛି ହେଲେ ବୁଝି ନାହାଁନ୍ତି
। ଯଦି ବୁଝିଯିବେ ଯେ ବାବା ଆସିଛନ୍ତି, ବିଶ୍ୱର ମାଲିକ କରୁଛନ୍ତି, ତେବେ ସେହି ସମୟରେ ହିଁ ନିଶା
ଚଢିଯିବ । ତୁରନ୍ତ ଟିକେଟ୍ କରି ଏଠାକୁ ଆସିବେ । କିନ୍ତୁ ବ୍ରାହ୍ମଣୀଙ୍କର (ନିମିତ୍ତ
ଭଉଣୀଙ୍କଠାରୁ) ଚିଠି ତ ନିଶ୍ଚୟ ଆଣିବାକୁ ପଡିବ - ବାବାଙ୍କ ସହିତ ମିଶିବା ପାଇଁ । ବାବାଙ୍କୁ
ଚିହ୍ନିଗଲେ ମିଶିବା ବିନା ରହିପାରିବେ ନାହିଁ, ଏକଦମ୍ ନିଶା ଚଢିଯିବ । ଯାହାଙ୍କର ନିଶା ଚଢିଥିବ
ସେ ଭିତରେ-ଭିତରେ ବହୁତ ଖୁସିରେ ରହିବେ । ତାଙ୍କର ବୁଦ୍ଧି ମିତ୍ର-ସମ୍ବନ୍ଧୀମାନଙ୍କ ଆଡକୁ ଯିବ
ନାହିଁ । କିନ୍ତୁ ଅନେକଙ୍କର ବୁଦ୍ଧି ଭ୍ରମିତ ହେଉଛି । ଗୃହସ୍ଥ ବ୍ୟବହାରରେ ରହି କମଳପୁଷ୍ପ ସମାନ
ପବିତ୍ର ରହି ପୁଣି ବାବାଙ୍କୁ ମନେ ପକାଇବାକୁ ହେବ । ଏହା ବହୁତ ସହଜ ମଧ୍ୟ ଅଟେ । ଯେତେ ସମ୍ଭବ
ବାବାଙ୍କୁ ମନେ ପକାଇ ଚାଲ । ଯେପରି ଅଫିସ୍ରୁ ଛୁଟୀ ନେଇଥା’ନ୍ତି, ସେହିପରି କାମଧନ୍ଦାରୁ ଛୁଟି
ନେଇ ଗୋଟିଏ-ଦୁଇ ଦିନ ୟାଦର ଯାତ୍ରାରେ ବସିଯାଅ । ସବୁ ସମୟରେ ଯୋଗଯୁକ୍ତ ହୋଇ ରହିବା ପାଇଁ ସାରା
ଦିନ ବହୁତ ଭଲ ବ୍ରତ ରଖିଛ - ବାବାଙ୍କ ସ୍ମୃତିରେ ରହିବା ପାଇଁ କେତେ ଶକ୍ତି ଜମା ହୋଇଯିବ ।
ବିକର୍ମ ମଧ୍ୟ ବିନାଶ ହେବ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସାରା
ଦିନ ପୂରା ଯୋଗଯୁକ୍ତ କେହି ମଧ୍ୟ ରହିପାରିବେ ନାହିଁ । ମାୟା ବିଘ୍ନ ନିଶ୍ଚୟ ପକାଇଥାଏ ତଥାପି
ମଧ୍ୟ ପୁରୁଷାର୍ଥ କରି କରି ବିଜୟ ପ୍ରାପ୍ତ କରିବାକୁ ହେବ । ବାସ୍, ଆଜି ସାରା ଦିନ ବଗିଚାରେ ବସି
ବାବାଙ୍କୁ ମନେ ପକାଇବି । ଖାଇବା ସମୟରେ ମଧ୍ୟ ତାଙ୍କରି ସ୍ମୃତିରେ ବସି ଖାଇବି । ଏହା ହିଁ
ମେହନତ ଅଟେ । ମୋତେ ନିଶ୍ଚିତ ପବିତ୍ର ହେବାକୁ ପଡିବ । ମେହନତ କରି, ଅନ୍ୟମାନଙ୍କୁ ମଧ୍ୟ ରାସ୍ତା
ବତାଇବାକୁ ହେବ । ବ୍ୟାଜ୍ ତ ବହୁତ ଭଲ ଜିନିଷ, ରାସ୍ତାରେ ପରସ୍ପର ସହିତ କଥା ହେଲେ ମଧ୍ୟ ଅନେକ
ଆସି ଶୁଣିବେ । କୁହ ବାବା କହୁଛନ୍ତି ମୋତେ ମନେ ପକାଅ । ବାସ୍ ସନ୍ଦେଶ ମିଳିଗଲା ତେଣୁ ଆମେ
ଦାୟିତ୍ୱରୁ ମୁକ୍ତ ହୋଇଗଲେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
କର୍ମଧନ୍ଦାରୁ ଯେତେବେଳେ ଛୁଟି ମିଳୁଛି ସେତେବେଳେ ଯୋଗଯୁକ୍ତ ସ୍ଥିତିରେ ରହିବା ପାଇଁ ବ୍ରତ
ରଖିବାକୁ ହେବ । ମାୟା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ଯୋଗରେ ରହିବାର ମେହନତ କରିବାକୁ ହେବ ।
(୨) ବହୁତ ବହୁତ ନମ୍ରତା
ଏବଂ ସ୍ନେହପୂର୍ଣ୍ଣ ଭାବରେ ହର୍ଷିତ ଚେହେରାରେ ମିତ୍ର-ସମ୍ବନ୍ଧୀମାନଙ୍କର ସେବା କରିବାକୁ ହେବ ।
ସେମାନଙ୍କ ସହିତ ବୁଦ୍ଧିଯୋଗ ଲଗାଇ ବୁଦ୍ଧିକୁ ଭ୍ରମିତ କରିବା ଉଚିତ୍ ନୁହେଁ । ସ୍ନେହର ସହିତ
ବାବାଙ୍କର ପରିଚୟ ଦେବା ଉଚିତ୍ ।
ବରଦାନ:-
ଚାଲିବା-ବୁଲିବା
ସମୟରେ ମଧ୍ୟ ଫରିସ୍ତା ସ୍ୱରୂପରେ ସାକ୍ଷାତ୍ କରାଉଥିବା ସାକ୍ଷାତ୍କାର ମୂର୍ତ୍ତ ଭବ ।
ଯେପରି ଆରମ୍ଭ ସମୟରେ
ବ୍ରହ୍ମାବାବା ଅର୍ନ୍ତଧ୍ୟାନ ହୋଇଯାଉଥିଲେ ଏବଂ ଶ୍ରୀକୃଷ୍ଣ ଦେଖାଯାଉଥିଲେ, ଏହି ସାକ୍ଷାତ୍କାର
ହିଁ ସବୁ କିଛି ଛଡାଇ ଦେଲା । ଏହିଭଳି ସାକ୍ଷାତ୍କାର ଦ୍ୱାରା ଏବେ ମଧ୍ୟ ସେବା ହେବା ଦରକାର ।
ଯେତେବେଳେ ସାକ୍ଷାତ୍କାର ଦ୍ୱାରା ପ୍ରାପ୍ତି ହେବାକୁ ଲାଗିବ ସେତେବେଳେ ଆଉ ବାବାଙ୍କର ସନ୍ତାନ ନ
ହୋଇ ରହିପାରିବେ ନାହିଁ, ସେଥିପାଇଁ ଏବେ ଚାଲିବା ବୁଲିବା ସମୟରେ ମଧ୍ୟ ନିଜର ଫରିସ୍ତା ସ୍ୱରୂପର
ସାକ୍ଷାତ୍କାର କରାଅ । ଭାଷଣ କରିବାବାଲା ତ ବହୁତ ଅଛନ୍ତି କିନ୍ତୁ ତୁମେ ଭାସନା ଦେବାବାଲା
ଅର୍ଥାତ୍ ଅନୁଭୂତି କରାଇବାବାଲା ହୁଅ ତେବେ ଯାଇ ଭାବିବେ ଯେ ଏମାନେ ସବୁ ଆଲ୍ଲାଙ୍କର ବା
ଭଗବାନଙ୍କର ସନ୍ତାନ ।
ସ୍ଲୋଗାନ:-
ସର୍ବଦା ଆତ୍ମିକ
ମୌଜର ଅନୁଭବ କରିଚାଲିଥିଲେ କେବେ ବି ଦ୍ୱନ୍ଦ୍ୱରେ ପଡିବ ନାହିଁ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୬) ଏବେ ନିଜର ଆନ୍ତରିକ
ଶୁଭଭାବନାକୁ ଅନ୍ୟ ଆତ୍ମାମାନଙ୍କ ନିକଟରେ ପହଞ୍ଚାଅ । ଶାନ୍ତିର ଶକ୍ତିକୁ ପ୍ରତ୍ୟକ୍ଷ କର । ତେବେ
ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ ଭିତରେ ଏହି ଶାନ୍ତିର ଶକ୍ତି ନିଶ୍ଚିତ ରହିଛି । କେବଳ ଏହାକୁ ମନ
ଦ୍ୱାରା ଏବଂ ତନ ଅର୍ଥାତ୍ ଶରୀର ଦ୍ୱାରା ପ୍ରକଟ କର । ଗୋଟିଏ ସେକେଣ୍ଡରେ ମନର ସଂକଳ୍ପକୁ ଏକାଗ୍ର
କରି ନିଅ, ଦେଖିବ ଶାନ୍ତିର ଶକ୍ତିର ପ୍ରକମ୍ପନ ଆପେ ଆପେ ବାୟୁମଣ୍ଡଳରେ ବିଚ୍ଛୁରିତ ହେବାକୁ
ଲାଗିବ ।