06.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସଚ୍ଚା ସେଲଭେସନ ଆର୍ମି ଅର୍ଥାତ୍ ଉଦ୍ଧାରକାରୀ ସେନା ହୋଇ ସମସ୍ତଙ୍କୁ ଏହି ପାପର ଦୁନିଆରୁ ପୁଣ୍ୟର ଦୁନିଆକୁ ନେଇଯିବାକୁ ହେବ, ସମସ୍ତଙ୍କର ବୁଡିଯାଇଥିବା ଡଙ୍ଗାକୁ ପାରି କରିବାକୁ ପଡିବ ।’’

ପ୍ରଶ୍ନ:-
କେଉଁ ନିଶ୍ଚୟ ପ୍ରତ୍ୟେକ ସନ୍ତାନମାନଙ୍କ ବୁଦ୍ଧିରେ କ୍ରମାନ୍ୱୟରେ ରହୁଛି?

ଉତ୍ତର:-
ପତିତ-ପାବନ ଆମର ସବୁଠାରୁ ପ୍ରିୟତମ ବାବା, ଆମକୁ ସ୍ୱର୍ଗର ବର୍ସା ଦେଉଛନ୍ତି, ଏହି ନିଶ୍ଚୟ ପ୍ରତ୍ୟେକଙ୍କର ବୁଦ୍ଧିରେ କ୍ରମଅନୁସାରେ ହିଁ ରହୁଛି । ଯଦି ବି କାହାର ସମ୍ପୂର୍ଣ୍ଣ ନିଶ୍ଚୟ ହୋଇଯାଉଛି, ତେବେ ମାୟା ସମ୍ମୁଖରେ ଛିଡା ହୋଇଛି । ବାବାଙ୍କୁ ଭୁଲି ଯାଇଥା’ନ୍ତି, ତେଣୁ ଫେଲ୍ ହୋଇଯାଇଥାନ୍ତି । ଯାହାଙ୍କର ନିଶ୍ଚୟ ହୋଇଯାଉଛି, ସେମାନେ ପାବନ ହେବାର ପୁରୁଷାର୍ଥରେ ଲାଗିଯାଉଛନ୍ତି । ବୁଦ୍ଧିରେ ରହୁଛି, ଏବେ ତ ଆମକୁ ଘରକୁ ଯିବାକୁ ହେବ ।

ଓମ୍ ଶାନ୍ତି ।
ମିଠା ମିଠା ସ୍ନେହୀ ସନ୍ତାନମାନଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ୍ । ଏକଥା ତ ପିଲାମାନେ ଜାଣିଛନ୍ତି ଯେ, ସତ୍ୟଯୁଗରେ ସର୍ବଦା ଗୁଡ୍‌ମର୍ଣ୍ଣିଙ୍ଗ୍‌, ଗୁଡ୍ ଡେ, ଏଭ୍ରିଥିଙ୍ଗ୍ ଗୁଡ୍‌, ଗୁଡ ନାଇଟ୍ ସବୁ କିଛି ଗୁଡ୍ ହିଁ ଗୁଡ୍ ହେବ । ଏଠାରେ ତ ନା ଗୁଡ୍ ମର୍ଣ୍ଣିଙ୍ଗ୍ ହେଉଛି ନା ଗୁଡ୍ ନାଇଟ୍ । ସବୁଠାରୁ ଖରାପ ହେଉଛି ନାଇଟ୍ ଅର୍ଥାତ୍ ରାତ୍ରି । ତେବେ ସବୁଠାର ଭଲ କ’ଣ? ସକାଳ । ଯାହାକୁ ଅମୃତବେଳା କୁହାଯାଉଛି । ତୁମର ପ୍ରତ୍ୟେକ ସମୟ ଗୁଡ୍ ହିଁ ଗୁଡ୍ ଅର୍ଥାତ୍ ସବୁ ସମୟ ଭଲ ହିଁ ଭଲ । ପିଲାମାନେ ଜାଣିଛନ୍ତି ଯେ, ଏବେ ଆମେ ଯୋଗ ଯୋଗେଶ୍ୱର ଏବଂ ଯୋଗ ଯୋଗେଶ୍ୱରୀ ଅଟୁ । ଈଶ୍ୱର ଯିଏକି ତୁମର ପିତା, ସିଏ ନିଜେ ଆସି ଯୋଗ ଶିଖାଉଛନ୍ତି ଅର୍ଥାତ୍ ତୁମମାନଙ୍କର ଏକମାତ୍ର ଈଶ୍ୱରଙ୍କ ସହିତ ଯୋଗ ରହିଛି । ତୁମେମାନେ ଯୋଗେଶ୍ୱର ହେବା ପରେ ଜ୍ଞାନେଶ୍ୱର ବାବାଙ୍କ ବିଷୟରେ ଜାଣିଲ । ଯୋଗ ଲାଗିଲା ପରେ ପୁଣି ବାବା ତୁମକୁ ସାରା ଚକ୍ରର ଜ୍ଞାନ ବୁଝାଉଛନ୍ତି, ଯାହା ଦ୍ୱାରା ତୁମେମାନେ ମଧ୍ୟ ଜ୍ଞାନ ଜ୍ଞାନେଶ୍ୱର ହେଉଛ । ନିଜେ ଈଶ୍ୱର ପିତା, ଆସି ପିଲାମାନଙ୍କୁ ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି । କେଉଁ ଈଶ୍ୱର? ନିରାକାର ବାବା । ଏବେ ତୁମମାନଙ୍କୁ ବୁଦ୍ଧି ଦ୍ୱାରା କାମ ନେବାକୁ ହେବ । ଗୁରୁମାନଙ୍କର ତ ବହୁତ ମତ ରହିଛି । କିଏ କହିବେ ଶ୍ରୀକୃଷ୍ଣଙ୍କ ସହିତ ଯୋଗ ଲଗାଅ, ତାଙ୍କର ଚିତ୍ର ମଧ୍ୟ ଦେଇଥା’ନ୍ତି । କେହି ସାଇବାବା, କେହି ମହର୍ଷିବାବା, କେହି ମୁସଲମାନ, କେହି ପାରସୀ, ସମସ୍ତଙ୍କୁ ବାବା-ବାବା ବୋଲି କହିଥା’ନ୍ତି । କହୁଛନ୍ତି, ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି । ଏବେ ତୁମେମାନେ ଜାଣୁଛ ଯେ ମନୁଷ୍ୟ ଭଗବାନ ହୋଇପାରିବ ନାହିଁ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ଭଗବାନ ଭଗବତୀ ବୋଲି କୁହାଯାଇ ପାରିବ ନାହିଁ । ଏକମାତ୍ର ଭଗବାନ ହିଁ ନିରାକାର ଅଟନ୍ତି । ସେ ତୁମ ସବୁ ଆତ୍ମାମାନଙ୍କର ପିତା, ଯାହାଙ୍କୁ ଶିବବାବା କୁହାଯାଏ । ତୁମେମାନେ ହିଁ ଜନ୍ମଜନ୍ମାନ୍ତର ସତସଙ୍ଗ କରି ଆସିଛ । ତେବେ କେହି ନା କେହି ସାଧୁ ସନ୍ନ୍ୟାସୀ ପଣ୍ଡିତ ଆଦି ନିଶ୍ଚିତ ଥିବେ । ଲୋକମାନେ ଜାଣିଛନ୍ତି ଯେ, ଇଏ ଆମର ଗୁରୁ ଯିଏକି ଆମକୁ କଥା ଶୁଣାଉଛନ୍ତି । ସତ୍ୟଯୁଗରେ କଥା ଆଦି ହୁଏ ନାହିଁ । ବାବା ବସି ବୁଝାଉଛନ୍ତି ଯେ, କେବଳ ଭଗବାନ ଅଥବା ଈଶ୍ୱର କହିଲେ ରସ ମିଳେ ନାହିଁ । ସିଏ ଆମର ପିତା, ତେଣୁ ବାବା ଶବ୍ଦ କହିଲେ ସମ୍ବନ୍ଧ ସ୍ନେହପୂର୍ଣ୍ଣ ହୋଇଯାଏ । ତୁମେମାନେ ଜାଣିଛ ଯେ, ଆମେ ବାବା ମମ୍ମାଙ୍କର ସନ୍ତାନ ହୋଇଛୁ, ଯାହାଙ୍କଠାରୁ ଆମକୁ ସ୍ୱର୍ଗର ସୁଖ ମିଳୁଛି । ଏପରି କୌଣସି ବି ସତସଙ୍ଗ ନ ଥିବ, ଯେଉଁଠି ଭାବୁଥିବେ ଯେ, ଆମେ ଏହି ସତସଙ୍ଗ ଦ୍ୱାରା ମନୁଷ୍ୟରୁ ଦେବତା ଅଥବା ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ । ଏବେ ତୁମେମାନେ ବାବାଙ୍କ ସହିତ ସଙ୍ଗ କରିଛ, ଆଉ ସମସ୍ତଙ୍କର ସଙ୍ଗକୁ ଅସତ୍ୟ ସହିତ ସଙ୍ଗ ବୋଲି କୁହାଯାଉଛି । ଗାୟନ ମଧ୍ୟ କରାଯାଏ ଯେ, ସତ୍‌ସଙ୍ଗ ଉଦ୍ଧାର କରେ .... ମିଥ୍ୟା ସଙ୍ଗ ବୁଡେଇ ମାରେ । ବାବା କହୁଛନ୍ତି ଆତ୍ମ-ଅଭିମାନୀ ହୁଅ । ମୁଁ ତୁମ, ଆତ୍ମାମାନଙ୍କୁ ଯୋଗ ଶିଖାଉଛି । ଏହି ଆଧ୍ୟାତ୍ମିକ ଜ୍ଞାନ ଆତ୍ମାମାନଙ୍କ ପ୍ରତି ସୁପ୍ରିମ ଆତ୍ମା ଆସି ଦେଉଛନ୍ତି । ବାକି ସବୁ ହେଉଛି ଭକ୍ତିମାର୍ଗ । ତାହା କୌଣସି ଜ୍ଞାନ ମାର୍ଗ ନୁହେଁ । ବାବା କହୁଛନ୍ତି ମୁଁ ସବୁ ବେଦ, ଶାସ୍ତ୍ରକୁ ଏବଂ ସୃଷ୍ଟିର ଆଦି, ମଧ୍ୟ, ଅନ୍ତକୁ ଜାଣିଛି । ମୁଁ ସବୁର ଅଥରିଟୀ ଅଟେ, ସେମାନେ ହେଲେ ଭକ୍ତିମାର୍ଗର ଅଥରିଟୀ ଅର୍ଥାତ୍ ଭକ୍ତିର ଅଧିକାରୀ । ସେମାନେ ବହୁତ ଶାସ୍ତ୍ର ଆଦି ପଢୁଛନ୍ତି, ତେଣୁ ତାଙ୍କୁ ଶାସ୍ତ୍ରର ଅଥରିଟୀ ବୋଲି କୁହାଯାଉଛି । ତୁମମାନଙ୍କୁ ବାବା ଆସି ସତ୍ୟକଥା ଶୁଣାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ, ସତ୍ୟର ସଙ୍ଗ ଉଦ୍ଧାର କରେ... ମିଛ ସଙ୍ଗ ବୁଡାଇ ମାରେ । ଏବେ ବାବା ତୁମସନ୍ତାନମାନଙ୍କ ଦ୍ୱାରା ଭାରତକୁ ଉଦ୍ଧାର କରୁଛନ୍ତି । ତୁମେମାନେ ହେଲ ରୁହାନୀ ସୈଲବେସନ୍ ଆର୍ମି ଅର୍ଥାତ୍ ଆତ୍ମାକୁ ଉଦ୍ଧାର କରୁଥିବା ସେନା । ସମସ୍ତଙ୍କୁ ଉଦ୍ଧାର କରୁଛ । ବାବା କହୁଛନ୍ତି ଯେ, ଯେଉଁ ଭାରତ ଦିନେ ସ୍ୱର୍ଗ ଥିଲା, ତାହା ଏବେ ନର୍କ ହୋଇଯାଇଛି । ସମ୍ପୂର୍ଣ୍ଣ ଭାବରେ ବୁଡି ଯାଇଛି । ବାକି ସ୍ୱର୍ଗ କୌଣସି ସାଗରର ତଳେ ନାହିଁ । ତୁମେମାନେ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛ । ସତ୍ୟଯୁଗ ଏବଂ ତ୍ରେତାଯୁଗ ହେଲା ସତ୍ତ୍ୱପ୍ରଧାନ ଦୁନିଆ । ଏହା ଯେପରି ଏକ ବଡ ଷ୍ଟିମର ଯେଉଁ ଷ୍ଟିମରରେ ତୁମେମାନେ ବସିଛ । ଏହା ପାପର ନଗରୀ ଅଟେ, କାହିଁକି ନା ଏଠାରେ ସବୁ ପାପ ଆତ୍ମାମାନେ ରହିଛନ୍ତି । ବାସ୍ତବରେ ଗୁରୁ କେବଳ ଜଣେ, ଯାହାଙ୍କୁ କେହି ବି ଜାଣି ନାହାଁନ୍ତି । ସମସ୍ତେ ସବୁବେଳେ କହୁଛନ୍ତି - ଓ ଗଡ୍ ଫାଦର, ହେ ଈଶ୍ୱରୀୟ ପିତା । ଏପରି କହୁନାହାଁନ୍ତି ଯେ, ଗଡ ଫାଦର କମ୍ ପ୍ରିସେପଟର୍ ଅର୍ଥାତ୍ ସିଏ ପିତା ସହିତ ଧର୍ମସ୍ଥାପକ ମଧ୍ୟ । ନା, ତାଙ୍କୁ କେବଳ ଫାଦର ବୋଲି କହୁଛନ୍ତି । ସେ ହେଲେ ପତିତ-ପାବନ ତେଣୁ ଗୁରୁ ମଧ୍ୟ ହୋଇଗଲେ । ସମସ୍ତଙ୍କର ପତିତ-ପାବନ ସଦ୍‌ଗତି ଦାତା କେବଳ ଜଣେ ଅଟନ୍ତି । ଏହି ପତିତ ଦୁନିଆରେ କୌଣସି ବି ମନୁଷ୍ୟ ସଦ୍‌ଗତି ଦାତା ଅଥବା ପତିତ-ପାବନ ହୋଇପାରିବେ ନାହିଁ । ବାବା କହୁଛନ୍ତି, ଏଠାରେ କେତେ ଏଡଲଟ୍ରେସନ୍‌, ଅର୍ଥାତ୍ ଅପମିଶ୍ରଣ ଏବଂ ଦୁର୍ନୀତି ଆଦି ହେଉଛି । ଏବେ ମୋତେ କନ୍ୟା ଏବଂ ମାତାମାନଙ୍କ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରିବାକୁ ହେବ ।

ତୁମେ ସବୁ ବ୍ରହ୍ମାକୁମାର-କୁମାରୀ ଅଟ, ତେଣୁ ପରସ୍ପର ଭାଇ-ଭଉଣୀ ହୋଇଗଲ । ନଚେତ୍ ଜେଜେଙ୍କର ବର୍ସା କିପରି ମିଳିବ । ଜେଜେଙ୍କଠାରୁ ୨୧ ଜନ୍ମର ବର୍ସା ଅର୍ଥାତ୍ ସ୍ୱର୍ଗର ରାଜତ୍ୱ ପ୍ରାପ୍ତ ହେଉଛି । ଦେଖ, କେତେ ବଡ ରୋଜଗାର ହେଉଛି । ଏହା ହେଉଛି ସତ୍ୟ ରୋଜଗାର, ଯାହାକି ସତ୍ୟ ବାବାଙ୍କ ଦ୍ୱାରା ହେଉଛି । ବାସ୍ତବରେ ବାବା ହେଉଛନ୍ତି ଆମର ପିତା, ଶିକ୍ଷକ ଏବଂ ସତଗୁରୁ । ଏଠାରେ ଏପରି ନୁହେଁ ଯେ, ଗୁରୁ ମରିଗଲେ ଚେଲାଙ୍କୁ ଗଦି ମିଳିଯିବ । ସେମାନେ ହେଲେ ଲୌକିକ ଦୁନିଆର ଗୁରୁ । ଇଏ ହେଲେ ଅଲୌକିକ ଅର୍ଥାତ୍ ଆତ୍ମାମାନଙ୍କର ଗୁରୁ । ତୁମମାନଙ୍କୁ ଭଲ ଭାବରେ ଏହି କଥାକୁ ବୁଝିବାକୁ ହେବ, କାରଣ ଏହା ବିଲ୍‌କୁଲ୍ ନୂଆ କଥା । ତୁମେମାନେ ଜାଣିଛ ଯେ, ଆମକୁ କୌଣସି ମନୁଷ୍ୟ ପାଠ ପଢାଉ ନାହାଁନ୍ତି, ଆମକୁ ଶିବବାବା ଜ୍ଞାନର ସାଗର ପତିତ-ପାବନ ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପାଠ ପଢାଉଛନ୍ତି । ତୁମମାନଙ୍କର ବୁଦ୍ଧି ଏବେ ଶିବବାବାଙ୍କ ଆଡକୁ ରହିଛି । ସେ ସତସଙ୍ଗରେ ତ ମନୁଷ୍ୟ ଆଡକୁ ବୁଦ୍ଧି ଯାଇଥାଏ । ତାହା ହେଲା ଭକ୍ତିମାର୍ଗ । ଏବେ ତୁମେମାନେ ଗାୟନ କରୁଛ ଯେ, ତୁମ୍ ମାତା-ପିତା ହମ୍ ବାଲକ ତେରେ... ସେ ତ ଜଣେ ଅଟନ୍ତି ନା । କିନ୍ତୁ ବାବା କହୁଛନ୍ତି ଯେ, ମୁଁ କିପରି ଆସି ତୁମକୁ ନିଜର କରିବି । ମୁଁ ତୁମର ପିତା, ତେଣୁ ଏହାଙ୍କ ଶରୀରର ଆଧାର ନେଉଛି । ତେଣୁ ଇଏ (ବ୍ରହ୍ମା) ମୋର ସ୍ତ୍ରୀ ମଧ୍ୟ ଏବଂ ସନ୍ତାନ ମଧ୍ୟ ଅଟନ୍ତି । ବ୍ରହ୍ମାଙ୍କ ଦ୍ୱାରା ଶିବବାବା ପିଲାମାନଙ୍କୁ ପୋଷ୍ୟ କରୁଛନ୍ତି, ତେଣୁ ସିଏ ବଡ ମମ୍ମା ହୋଇଗଲେ । ତେବେ ବ୍ରହ୍ମାଙ୍କର କେହି ମାଆ ନାହାଁନ୍ତି । ସରସ୍ୱତୀଙ୍କୁ ଜଗତଅମ୍ବା କୁହାଯାଉଛି । ତୁମମାନଙ୍କର ଦାୟିତ୍ୱ ନେବା ପାଇଁ ତାଙ୍କୁ ନିଯୁକ୍ତ କରିଛି । ଯିଏକି ଜ୍ଞାନ ଜ୍ଞାନେଶ୍ୱରୀ ଅଟନ୍ତି, ସିଏ ହେଲେ ଛୋଟ ମମ୍ମା । ଏହା ବହୁତ ଗୁହ୍ୟ କଥା । ତୁମେ ଏବେ ଏହି ଗୁହ୍ୟ ପାଠ ପଢୁଛ, ତୁମକୁ ୱିଥ୍ ରେସ୍‌ପେକ୍ଟ ଅର୍ଥାତ୍ ସମ୍ମାନର ସହିତ ପାସ୍ ହେବାକୁ ପଡିବ । ଏହି ଲକ୍ଷ୍ମୀ-ନାରାୟଣ ୱିଥ୍ ରେସ୍‌ପେକ୍ଟ ପାସ୍ ହୋଇଛନ୍ତି । ତାଙ୍କୁ ସବୁଠାରୁ ବଡ ବୃତ୍ତି ମିଳିଛି । ତାଙ୍କୁ କୌଣସି ଦଣ୍ଡ ଭୋଗିବାକୁ ପଡିନାହିଁ । ସେଥିପାଇଁ ବାବା କହୁଛନ୍ତି, ଯେତେ ଦୂର ସମ୍ଭବ ମୋତେ ମନେ ପକାଅ । ଏହାକୁ ଭାରତର ପ୍ରାଚୀନ ଯୋଗ କୁହାଯାଉଛି । ବାବା କହୁଛନ୍ତି, ତୁମକୁ ସବୁ ବେଦ, ଶାସ୍ତ୍ରର ସାର କଥା ଶୁଣାଉଛି । ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଇଥିଲି, ଯାହା ଦ୍ୱାରା ତୁମେ ପ୍ରାଲବ୍ଧ ପାଇଥିଲ । ପୁଣି ଜ୍ଞାନ ସମାପ୍ତ ହୋଇଗଲା, ତେଣୁ ପରମ୍ପରା କିପରି ଚାଲିପାରିବ? ସେଠାରେ କୌଣସି ଶାସ୍ତ୍ର ଆଦି ରହିବ ନାହିଁ । ଅନ୍ୟ ଧର୍ମାବଲମ୍ବୀ ଅର୍ଥାତ୍ ଇସ୍‌ଲାମୀ, ବୌଦ୍ଧି ଆଦି ଯିଏ ବି ଅଛନ୍ତି ସେମାନଙ୍କର ଜ୍ଞାନ ଲୋପ ପାଏ ନାହିଁ । ତେଣୁ ତାଙ୍କର ପରମ୍ପରା ଚାଲୁଛି । ଏକଥା ସମସ୍ତଙ୍କୁ ଜଣାଅଛି । କିନ୍ତୁ ବାବା କହୁଛନ୍ତି ମୁଁ ତୁମକୁ ଯେଉଁ ଜ୍ଞାନ ଶୁଣାଉଛି ତାକୁ କେହି ଜାଣି ନାହାଁନ୍ତି । ଭାରତ ଏବେ ଦୁଃଖୀ ହୋଇଯାଇଛି, ଯାହାକୁ ମୁଁ ଆସି ସଦା ସୁଖୀ କରୁଛି । ବାବା କହୁଛନ୍ତି - ମୁଁ ସାଧାରଣ ଶରୀରରେ ବସିଛି । ତୁମର ବୁଦ୍ଧିଯୋଗ ବାବାଙ୍କ ସହିତ ରହିବା ଉଚିତ୍ । ଆତ୍ମାମାନଙ୍କର ପିତା ହେଉଛନ୍ତି, ପରମପିତା ପରମାତ୍ମା । ସମସ୍ତ ଆତ୍ମାମାନଙ୍କର ସେ ହେଲେ ପିତା, ତେଣୁ ସମସ୍ତେ ତାଙ୍କର ସନ୍ତାନ ହୋଇଗଲେ ନା । ତେବେ ସବୁ ଆତ୍ମାମାନେ ବର୍ତ୍ତମାନ ପତିତ ହୋଇଯାଇଛନ୍ତି । ବାବା କହୁଛନ୍ତି - ଏଠାରେ ମୁଁ ବାସ୍ତବରେ ସାକାର ରୂପ ନେଇଛି । ବିନାଶ ସମ୍ମୁଖରେ ଉପସ୍ଥିତ । ତୁମେମାନେ ଜାଣିଛ ଏହି ଦୁନିଆକୁ ନିଆଁ ଲାଗିବ । ସମସ୍ତଙ୍କର ଶରୀର ସମାପ୍ତ ହୋଇଯିବ । ସବୁ ଆତ୍ମାମାନଙ୍କୁ ଘରକୁ ଫେରି ଯିବାକୁ ହେବ । ଏପରି ନୁହେଁ ଯେ, ଆତ୍ମା ବ୍ରହ୍ମରେ ଲୀନ ହୋଇଯିବ ବା ଜ୍ୟୋତିରେ ମିଶିଯିବି । ସେଥିପାଇଁ ବ୍ରହ୍ମ ସମାଜୀମାନେ ଜ୍ୟୋତି ଜଳାଇଥା’ନ୍ତି । ତାକୁ ବ୍ରହ୍ମ ମନ୍ଦିର କହିଦେଇଛନ୍ତି । ବାସ୍ତବରେ ତାହା ହେଲା ବ୍ରହ୍ମ ମହତତ୍ୱ, ଯେଉଁଠି ସବୁ ଆତ୍ମାମାନେ ରୁହନ୍ତି । ତାହା ଆମର ପ୍ରଥମ ମନ୍ଦିର, ଯେଉଁଠାରେ ପବିତ୍ର ଆତ୍ମାମାନେ ରହୁଛନ୍ତି । କିନ୍ତୁ ଏହାର ଅର୍ଥକୁ ମନୁଷ୍ୟମାନେ ବୁଝୁ ନାହାଁନ୍ତି । ଜ୍ଞାନର ସାଗର ବାବା ଆସି ତୁମମାନଙ୍କୁ ବୁଝାଉଛନ୍ତି - ଏବେ ତୁମେମାନେ ଜ୍ଞାନ-ଜ୍ଞାନେଶ୍ୱରୀ ହେଉଛ, ସତ୍ୟଯୁଗରେ ପୁଣି ରାଜ-ରାଜେଶ୍ୱରୀ ହେବ । ତୁମମାନଙ୍କ ବୁଦ୍ଧିରେ ଅଛି ଯେ, ପତିତ-ପାବନ, ସବୁଠାରୁ ପ୍ରିୟ ବାବା ଆସି, ଆମକୁ ସ୍ୱର୍ଗର ବର୍ସା ଦେଉଛନ୍ତି । କିନ୍ତୁ କେତେକଙ୍କର ବୁଦ୍ଧିରେ ଏକଥା ମଧ୍ୟ ପଶୁ ନାହିଁ । ଏତେ ସବୁ ମୋର ହୋଇଛନ୍ତି, ବାସ୍ତବରେ ଏମାନେ ଶତ ପ୍ରତିଶତ ନିଶ୍ଚୟବୁଦ୍ଧି ନୁହଁନ୍ତି । କାହାର ୮୦ ପ୍ରତିଶତ, କାହାର ୫୦ ପ୍ରତିଶତ ନିଶ୍ଚୟ ଅଛି, କେହି ସେତିକି ମଧ୍ୟ ନୁହଁନ୍ତି । ସେମାନେ ତ ବିଲକୁଲ୍ ଫେଲ୍ ହୋଇଗଲେ । କ୍ରମଅନୁସାରେ ନିଶ୍ଚୟ ରହିଛି । ଅନେକଙ୍କର ତ ବିଲ୍‌କୁଲ୍ ନିଶ୍ଚୟ ହିଁ ନାହିଁ । ଚେଷ୍ଟା କରୁଛନ୍ତି ଯେ ନିଶ୍ଚୟ ହୋଇଯାଉ । ଆଚ୍ଛା ନିଶ୍ଚୟ ହୋଇଗଲେ ମଧ୍ୟ ମାୟା ବହୁତ ଶକ୍ତିଶାଳୀ, ତେଣୁ ବାବାଙ୍କୁ ଭୁଲିଯାଉଛନ୍ତି । ଏହି ବ୍ରହ୍ମା ନିଜେ କହୁଛନ୍ତି ମୁଁ ପୂରା ଭକ୍ତ ଥିଲି । ୬୩ ଜନ୍ମ ଭକ୍ତି କରିଛି, ତତ୍‌ତ୍ୱମ୍ । ତୁମେମାନେ ମଧ୍ୟ ୬୩ ଜନ୍ମ ଭକ୍ତି କରିଛ । ୨୧ ଜନ୍ମ ସୁଖ ଭୋଗ କରି ପୁଣି ଭକ୍ତ ହୋଇଗଲ । ଭକ୍ତି ପରେ ପୁଣି ଆସେ ବୈରାଗ୍ୟ । ସନ୍ନ୍ୟାସୀମାନେ ମଧ୍ୟ ଏହି ଶବ୍ଦ କହିଥା’ନ୍ତି ଯେ, ଜ୍ଞାନ, ଭକ୍ତି, ବୈରାଗ୍ୟ । ତେଣୁ ତାଙ୍କର ଘରଦ୍ୱାର ପ୍ରତି ବୈରାଗ୍ୟ ଆସିଥାଏ । ତାକୁ ହଦର ବୈରାଗ୍ୟ କୁହାଯାଏ ଏବଂ ତୁମର ହେଉଛି ବେହଦର ବୈରାଗ୍ୟ । ସନ୍ନ୍ୟାସୀମାନେ ଘରଦ୍ୱାର ଛାଡି ଜଙ୍ଗଲକୁ ଚାଲି ଯାଉଥିଲେ । ଏବେ ତ କେହି ଜଙ୍ଗଲରେ ନାହାଁନ୍ତି । ସବୁ କୁଡିଆ ଖାଲି ପଡିଛି, କାହିଁକି ନା ପୂର୍ବରୁ ସତ୍ତ୍ୱପ୍ରଧାନ ଥିଲେ, ଏବେ ସେମାନେ ତମୋପ୍ରଧାନ ହୋଇଯାଇଛନ୍ତି । ଏବେ ତାଙ୍କ ପାଖରେ କୌଣସି ଶକ୍ତି ନାହିଁ । ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀରେ ଯେଉଁ ଶକ୍ତି ଥିଲା, ସେମାନେ ପୁନର୍ଜନ୍ମ ନେଇ-ନେଇ ଏବେ ଦେଖ କେଉଁଠି ଆସି ପହଞ୍ଚିଛନ୍ତି । ତାଙ୍କ ଭିତରେ କିଛି ହେଲେ ଶକ୍ତି ନାହିଁ । ଏଠାକାର ଗଭର୍ଣ୍ଣମେଣ୍ଟ ମଧ୍ୟ କହୁଛି ଆମେ ଧର୍ମକୁ ମାନୁନାହୁଁ । ଧର୍ମ ଦ୍ୱାରା ବହୁତ କ୍ଷତି ହେଉଛି, ପରସ୍ପର ଭିତରେ ଲଢେଇ ଝଗଡା କରୁଛନ୍ତି ସେଥିପାଇଁ କନଫରେନ୍ସ ଆଦି କରୁଛନ୍ତି, ସବୁ ଧର୍ମାବଲମ୍ବୀ ଯେପରି ଏକ ମତ ହୋଇଯାଆନ୍ତୁ । କିନ୍ତୁ ତାଙ୍କୁ ପଚାର ଯେ, ସେମାନେ ପରସ୍ପର ଏକ କିପରି ହୋଇପାରିବେ । ଏବେ ତ ସମସ୍ତେ ଘରକୁ ଯିବେ । ବାବା ଆସିଛନ୍ତି, ଏହି ଦୁନିଆ ଏବେ କବର ସ୍ଥାନ ହୋଇଯିବ । ବାକି ଏହା ତ ଭିନ୍ନ ଭିନ୍ନ ଧର୍ମର ବୃକ୍ଷ, ଏକ କିପରି ହେବ, କିଛି ହେଲେ ବୁଝୁ ନାହାଁନ୍ତି । ଭାରତରେ ଏକ ଧର୍ମ ଥିଲା, ସେମାନଙ୍କୁ ଅଦ୍ୱୈତ ମତଧାରୀ ଦେବତା କୁହାଯାଉଥିଲା । ଦ୍ୱୈତ ଅର୍ଥ ଦୈତ୍ୟ । ବାବା କହୁଛନ୍ତି, ତୁମର ଏହି ଧର୍ମ ବହୁତ ସୁଖଦାୟୀ ଅଟେ ।

ତୁମେ ଜାଣିଛ ଯେ, ପୁନର୍ଜନ୍ମ ନେଇ ନେଇ ଆମକୁ ପୁଣି ୮୪ ଜନ୍ମ ଭୋଗ କରିବାକୁ ହେବ । ଏହି କଥା ଉପରେ ନିଶ୍ଚୟ ହୋଇଯାଉ ଯେ, ଆମେମାନେ ହିଁ ୮୪ ଜନ୍ମ ଭୋଗିଛୁ । ଆମକୁ ହିଁ ଯିବାକୁ ହେବ ଏବଂ ପୁଣି ଆସିବାକୁ ହେବ । ଭାରତବାସୀଙ୍କୁ ହିଁ ବାବା ବୁଝାଉଛନ୍ତି ଯେ, ତୁମେମାନେ ହିଁ ୮୪ ଜନ୍ମ ପୂରା କରିଛ । ଏବେ ଏହା ତୁମର ବହୁତ ଜନ୍ମର ଅନ୍ତିମ ଜନ୍ମ । ବାବା କେବଳ ଜଣଙ୍କୁ କହୁ ନାହାଁନ୍ତି, ସବୁ ପାଣ୍ଡବ ସେନାମାନଙ୍କୁ ବୁଝାଉଛନ୍ତି ଯେ, ତୁମେମାନେ ହେଉଛ ପଣ୍ଡା । ତୁମେମାନେ ଏହି ଆଧ୍ୟାତ୍ମିକ ଯାତ୍ରା ଶିଖାଉଛ ତେଣୁ ତୁମମାନଙ୍କୁ ପାଣ୍ଡବ ସେନା ବୋଲି କୁହାଯାଉଛି । ଏବେ ନା କୌରବଙ୍କର ରାଜ୍ୟ ଅଛି ନା ପାଣ୍ଡବଙ୍କର । ସେମାନେ ମଧ୍ୟ ପ୍ରଜା, ତୁମେମାନେ ମଧ୍ୟ ପ୍ରଜା ଅଟ । କହନ୍ତି କୌରବ ଏବଂ ପାଣ୍ଡବ ଭାଇ-ଭାଇ, ପାଣ୍ଡବମାନଙ୍କ ସପକ୍ଷରେ ପରମପିତା ପରମାତ୍ମା ଅଛନ୍ତି । ବାବା ହିଁ ଆସି ମାୟା ଉପରେ ବିଜୟପ୍ରାପ୍ତ କରିବା ଶିଖାଉଛନ୍ତି । ତୁମେମାନେ ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀ ଅହିଂସକ ହେଉଛ । ଅହିଂସା ପରମଧର୍ମ ଅଟେ । ମୁଖ୍ୟ କଥା ହେଉଛି କାମ କଟୁରୀ ଚଳାଇବା ଉଚିତ୍ ନୁହେଁ । ଭାରତବାସୀ ଭାବୁଛନ୍ତି ଯେ ଗୋହତ୍ୟା ନ ହେଉ - ଏହା ହିଁ ବହୁତ ବଡ ହିଂସା ଅଟେ, କିନ୍ତୁ ବାବା କହୁଛନ୍ତି - କାମ କଟୁରୀ ଚଳାଅ ନାହିଁ, ଏହାକୁ ହିଁ ସବୁଠାରୁ ବଡ ହିଂସା କୁହାଯାଉଛି । ସତ୍ୟଯୁଗରେ ନା କାମ କଟୁରୀ ଚଳାଇବେ ନା ଲଢେଇ-ଝଗଡା ଚାଲିବ । ଏଠାରେ ତ ଉଭୟ ଚାଲୁଛି । କାମ କଟାରୀ ହିଁ ଆଦି, ମଧ୍ୟ, ଅନ୍ତ ଦୁଃଖ ଦେଇଥାଏ । ତୁମେ ସିଡିରେ ତଳକୁ ଖସୁଛ । ତୁମେ ଭାରତବାସୀ ହିଁ ୮୪ ଜନ୍ମ ନେଇଛ । ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ପୁଣି ପୁନର୍ଜନ୍ମ ନେଉଛ । ଗୋଟିଏ-ଗୋଟିଏ ଜନ୍ମ ଗୋଟିଏ ଗୋଟିଏ ପିଢି ଅଟେ । ଏଠାରୁ ତୁମେ ଏକଦମ୍ ଉପରକୁ ଲମ୍ଫ ମାରୁଛ । ୮୪ ପିଢି ଓହ୍ଲାଇବାରେ ତୁମକୁ ୫ ହଜାର ବର୍ଷ ଲାଗୁଛି, କିନ୍ତୁ ଏଠାରୁ ତୁମେ ଗୋଟିଏ ସେକେଣ୍ଡରେ ଚଢି ଯାଉଛ । ସେକେଣ୍ଡରେ ଜୀବନମୁକ୍ତି କିଏ ଦେଉଛି? ବାବା । ଏବେ ସମସ୍ତେ ଏକଦମ୍ ତଳକୁ ଖସିଯାଇଛନ୍ତି । ଏବେ ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ । ଏକଥା ବୁଦ୍ଧିରେ ମନେ ରଖିବାକୁ ହେବ ଯେ, ଏବେ ନାଟକ ପୂରା ହେବାକୁ ଯାଉଛି, ଆମକୁ ଘରକୁ ଫେରି ଯିବାକୁ ହେବ । ତେଣୁ ନିଜର ବାବା ଏବଂ ଘରକୁ ମନେ ପକାଇବାକୁ ହେବ । ପ୍ରଥମେ ବାବାଙ୍କୁ ମନେ ପକାଇବାକୁ ହେବ । ସେ ହିଁ ତୁମକୁ ଘରର ରାସ୍ତା ବତାଉଛନ୍ତି । ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ । ବ୍ରହ୍ମକୁ ମନେ ପକାଇଲେ ଗୋଟିଏ ହେଲେ ପାପ କଟିବ ନାହିଁ । ପରମାତ୍ମା ହିଁ ପତିତ-ପାବନ ଅଟନ୍ତି । ସେ କିପରି ପାବନ କରାଉଛନ୍ତି - ଏକଥା ଦୁନିଆରେ କେହି ହେଲେ ବୁଝିପାରିବେ ନାହିଁ । ବାବାଙ୍କୁ ଆସି ସ୍ୱର୍ଗର ସ୍ଥାପନା କରିବାକୁ ପଡୁଛି । ବାବା ଏଠାକୁ ଆସୁଛନ୍ତି, ସେଥିପାଇଁ ତୁମେମାନେ ତାଙ୍କର ଜୟନ୍ତୀ ପାଳନ କରୁଛ । କିନ୍ତୁ ସିଏ କେବେ ଆସିଲେ, ଏକଥା କହିହେବ ନାହିଁ ଯେ, ଏହି ଘଡି, ଏହି ତିଥି ତାରିଖରେ ଆସିଥିଲେ । ଶିବବାବା କେବେ ଆସିଥିଲେ, ଏକଥା କିପରି କହିପାରିବେ । ବହୁତ ସାକ୍ଷାତ୍‌କାର ହେଉଛି, ପୂର୍ବରୁ ଆମେ ମଧ୍ୟ ସର୍ବବ୍ୟାପୀ ବୋଲି ଭାବୁଥିଲୁ ଅଥବା କହିଦେଉଥିଲୁ ଯେ, ଆତ୍ମା ସୋ ପରମାତ୍ମା । ଏବେ ତାଙ୍କୁ ଯଥାର୍ଥ ଭାବରେ ଜାଣୁଛୁ । ବାବା ଦିନକୁ ଦିନ ଗୁହ୍ୟ କଥା ଶୁଣାଉଛନ୍ତି । ତୁମେମାନେ କେତେ ସାଧାରଣ କିନ୍ତୁ କେତେ ଶ୍ରେଷ୍ଠ ଜ୍ଞାନ ଶିଖୁଛ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସମ୍ମାନର ସହିତ ପାସ୍ ହେବା ପାଇଁ ଦଣ୍ଡରୁ ମୁକ୍ତ ହେବାର ପୁରୁଷାର୍ଥ କରିବାକୁ ହେବ । ଯୋଗଯୁକ୍ତ ହୋଇ ରହିବା ଦ୍ୱାରା ହିଁ ପାଠପଢାରେ ବୃତ୍ତି ନେବାର ଅଧିକାରୀ ହୋଇପାରିବ ।

(୨) ସଚ୍ଚା ସଚ୍ଚା ପାଣ୍ଡବ ହୋଇ ସମସ୍ତଙ୍କୁ ଆତ୍ମିକ ତୀର୍ଥ ଯାତ୍ରା କରାଇବାକୁ ହେବ । କୌଣସି ପ୍ରକାରର ହିଂସା କରିବାର ନାହିଁ ।

ବରଦାନ:-
ଲାଇଟ୍‌ ହାଉସ୍‌ର ସ୍ଥିତି ଦ୍ୱାରା ପାପ କର୍ମ ଗୁଡିକୁ ସମାପ୍ତ କରୁଥିବା ପୂଣ୍ୟ ଆତ୍ମା ଭବ ।

ଯେଉଁଠାରେ ଲାଇଟ୍ ଥାଏ, ସେଠାରେ କୌଣସି ପ୍ରକାରର ପାପ କର୍ମ ହୋଇ ନ ଥାଏ । ତେଣୁ ସର୍ବଦା ଲାଇଟ୍ ହାଉସ୍ ସ୍ଥିତିରେ ସ୍ଥିତି ରହିଲେ ମାୟା କୌଣସି ପାପ କର୍ମ କରାଇ ପାରିବ ନାହିଁ, ତେଣୁ ସର୍ବଦା ପୁଣ୍ୟ ଆତ୍ମା ହୋଇ ରହିଥିବ ଏବଂ ପୁଣ୍ୟ ଆତ୍ମା ସଂକଳ୍ପରେ ମଧ୍ୟ କୌଣସି ପାପ କର୍ମ କରିପାରିବ ନାହିଁ । ଯେଉଁଠାରେ ପାପ ଥାଏ ସେଠାରେ ବାବାଙ୍କର ସ୍ମୃତି ନ ଥାଏ । ତେଣୁ ଦୃଢ ସଂକଳ୍ପ କର ଯେ ମୁଁ ପୁଣ୍ୟ ଆତ୍ମା ଅଟେ, ପାପ ମୋ ସମ୍ମୁଖକୁ ଆସିପାରିବ ନାହିଁ । ସ୍ୱପ୍ନରେ ବା ସଂକଳ୍ପରେ ମଧ୍ୟ ପାପକୁ ଆସିବାକୁ ଦିଅ ନାହିଁ ।

ସ୍ଲୋଗାନ:-
ଯେଉଁମାନେ ଡ୍ରାମାର ପ୍ରତ୍ୟେକ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିଥାଆନ୍ତି, ସେହିମାନେ ହିଁ ସର୍ବଦା ହର୍ଷିତ ରହିଥାଆନ୍ତି ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ନିଶ୍ଚୟବୁଦ୍ଧି ପିଲାମାନେ ସର୍ବଦା ନିଶ୍ଚିନ୍ତ ତଥା ହର୍ଷିତ ରହିଥାଆନ୍ତି । ଚିନ୍ତା ଖୁସିକୁ ସମାପ୍ତ କରିଦେଇଥାଏ, ଯଦି ନିଶ୍ଚିନ୍ତ ରହିବ ତେବେ ସର୍ବଦା ଖୁସିରେ ରହିବ । ଯଦି କୌଣସି ବି କଥାରେ କାହିଁକି ହେଲା, କିପରି ହେଲା, କ’ଣ ହେବ... ଏହିଭଳି ପ୍ରଶ୍ନ ଆସୁଛି, ତେବେ ଚିନ୍ତା ରହିବ । କ’ଣ, କାହିଁକି, କିପରି - ଏସବୁ ହେଲା ଚିନ୍ତାର ସ୍ରୋତ । ଆଉ କେହି କେହି କହିଥାଆନ୍ତି ମୋ’ ଦ୍ୱାରା ଏଭଳି କାହିଁକି ହେଉଛି? ମୋ’ ପଛରେ ଏଭଳି ବନ୍ଧନ କାହିଁକି ରହିଛି? ମାୟା କାହିଁକି ମୋ ପଛରେ ପଡିଛି? ମୋ’ର କାହିଁକି ଏତେ କଡା ହିସାବ-କିତାବ ରହିଛି? ତେଣୁ କାହିଁକି ଶବ୍ଦ ଆସିବା ଅର୍ଥ ଚିନ୍ତାର ସୁଅ ଛୁଟିବା । ଯେଉଁମାନେ ଏହିଭଳି ଚିନ୍ତାଠାରୁ ଉର୍ଦ୍ଧ୍ୱରେ ରହିଥାଆନ୍ତି, ସେହିମାନେ ହିଁ ନିଶ୍ଚିନ୍ତ ଅଟନ୍ତି ।