06.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ପାଖରେ ଯେଉଁ ସବୁ ସାମଗ୍ରୀ ଅଛି, ତା’ର ସମ୍ପୂର୍ଣ୍ଣ ଜ୍ଞାନ ତୁମକୁ ମିଳିଯାଇଛି, ତେଣୁ
ତୁମେମାନେ ସେଗୁଡିକୁ ନିଜେ ଧାରଣ କର ଏବଂ ଅନ୍ୟମାନଙ୍କୁ କରାଅ ।”
ପ୍ରଶ୍ନ:-
ତ୍ରିକାଳଦର୍ଶୀ
ବାବା ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିଥିଲେ ମଧ୍ୟ କାଲିର କଥା ଆଜି ଶୁଣାଉ ନାହାଁନ୍ତି, କାହିଁକି?
ଉତ୍ତର:-
ବାବା କହୁଛନ୍ତି - ପିଲାମାନେ ଯଦି ମୁଁ ପୂର୍ବରୁ ହିଁ ସବୁ କଥା ଶୁଣାଇ ଦେବି ତେବେ ଡ୍ରାମାର ମଜା
ହିଁ ସମାପ୍ତ ହୋଇଯିବ । ଏଭଳି ନିୟମ ନାହିଁ । ସବୁ କିଛି ଜାଣିଥିଲେ ମଧ୍ୟ ମୁଁ ଡ୍ରାମାର ଅଧୀନରେ
ଅଛି । ପୂର୍ବରୁ ଶୁଣାଇ ପାରିବି ନାହିଁ, ସେଥିପାଇଁ ଆଗକୁ କ’ଣ ହେବ, ତୁମେ ସେକଥା ଚିନ୍ତା କର
ନାହିଁ ।
ଗୀତ:-
ମରନା ତେରୀ ଗଲୀ
ମେଁ...
ଓମ୍ ଶାନ୍ତି ।
ଇଏ ହେଉଛନ୍ତି ଆତ୍ମାମାନଙ୍କର ପାରଲୌକିକ ପିତା । ଆତ୍ମାମାନଙ୍କ ସହିତ ହିଁ କଥାବାର୍ତ୍ତା
କରୁଛନ୍ତି ତେଣୁ ତାଙ୍କୁ ବଚ୍ଚେ ବଚ୍ଚେ ଅର୍ଥାତ୍ ପୁଅ-ପୁଅ କହିବାର ଅଭ୍ୟାସ ହୋଇଯାଉଛି । ଯଦିଓ
ଶରୀର କନ୍ୟାର କିନ୍ତୁ ଆତ୍ମାମାନେ ତ ସମସ୍ତେ ପୁତ୍ର ହିଁ ଅଟନ୍ତି । ପ୍ରତ୍ୟେକ ଆତ୍ମା
ଉତ୍ତରାଧିକାରୀ ଅଟେ ଅର୍ଥାତ୍ ସମ୍ପତ୍ତି ପାଇବାର ହକଦାର ଅଟେ । ବାବା ଆସି କହୁଛନ୍ତି, ପିଲାମାନେ
- ତୁମମାନଙ୍କୁ ସମସ୍ତଙ୍କୁ ବର୍ସା ନେବାର ହକ ଅଛି । ସେଥିପାଇଁ ବେହଦର ପିତାଙ୍କୁ ବହୁତ ମନେ
ପକାଇବାକୁ ହେବ, ଏଥିରେ ହିଁ ପରିଶ୍ରମ ରହିଛି । ବାବା ଆମକୁ ପାଠପଢାଇବା ପାଇଁ ପରମଧାମରୁ
ଆସିଛନ୍ତି । ସାଧୁ ସନ୍ଥମାନେ ତ ନିଜର ଘରୁ ଆସିଥା’ନ୍ତି ବା କୌଣସି ଗାଁରୁ ଆସିଥା’ନ୍ତି । ବାବା
ତ ଆମକୁ ପାଠ ପଢାଇବା ପାଇଁ ପରମଧାମରୁ ଆସିଛନ୍ତି । କିନ୍ତୁ ଏକଥା କାହାକୁ ବି ଜଣା ନାହିଁ ।
ବେହଦର ପିତା ହିଁ ପତିତ-ପାବନ, ଈଶ୍ୱର ପିତା ଅଟନ୍ତି । ତାଙ୍କୁ ଜ୍ଞାନର ସାଗର ମଧ୍ୟ କୁହାଯାଏ,
କାରଣ ସିଏ ମାଲିକ ଅଟନ୍ତି ନା । ତାଙ୍କ ଭିତରେ କେଉଁ ଜ୍ଞାନ ଅଛି? ଈଶ୍ୱରୀୟ ଜ୍ଞାନ । ବାବା
ହେଉଛନ୍ତି, ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ମଞ୍ଜି । ସତ୍ୟ, ଚୈତନ୍ୟ ଏବଂ ଆନନ୍ଦ ସ୍ୱରୂପ,
ତାଙ୍କର ବହୁତ ଉଚ୍ଚ ମହିମା ରହିଛି । ତାଙ୍କ ପାଖରେ ଏହି ସବୁ ସାମଗ୍ରୀ ରହିଛି । ଯଦି କାହାର
ଦୋକାନଟିଏ ଥିବ ତେବେ ସିଏ କହିବେ ମୋ ଦୋକାନରେ ଏହି ସବୁ ଭେରାଇଟୀ ସବୁ ଅଛି । ସେହିପରି ବାବା
ମଧ୍ୟ କହୁଛନ୍ତି, ମୁଁ ଜ୍ଞାନର ସାଗର, ଆନନ୍ଦର ସାଗର, ଶାନ୍ତିର ସାଗର । ମୋ ପାଖରେ ଏହି ସବୁ
ସାମଗ୍ରୀ ଅଛି । ମୁଁ ସେ ସବୁକୁ ଦେବା ପାଇଁ ସଂଗମଯୁଗରେ ଆସୁଛି । ଯାହାକିଛି ମୋ ପାଖରେ ଅଛି, ସବୁ
କିଛି ଦେଇ ଦେଉଛି ତେବେ ଯେତେ ଯିଏ ଧାରଣ କରିପାରିବ ବା ପୁରୁଷାର୍ଥ କରିପାରିବ । ପିଲାମାନେ
ଜାଣିଛନ୍ତି - ବାବାଙ୍କ ପାଖରେ କ’ଣ କ’ଣ ଅଛି ଏବଂ ଏକଥା ସଠିକ୍ ଭାବେ ମଧ୍ୟ ଜାଣିଛନ୍ତି ।
ଆଜିକାଲି ନିଜ ବିଷୟରେ କେହି କାହାକୁ ଜଣାଉନାହାଁନ୍ତି । ଗାୟନ ମଧ୍ୟ ଅଛି - କାହାର ଦବି ରହିଲା
ଧୂଳିରେ... ଏହା ସବୁ ଏବେକାର କଥା । ନିଆଁ ଲାଗିଯିବ, ସବୁ ଶେଷ ହୋଇଯିବ । ରାଜାମାନଙ୍କର, ମହଲ
ଭିତରେ ବହୁତ ବଡ ବଡ ମଜବୁତ ଗୁମ୍ଫା ବା ଗୁପ୍ତ କୋଠରୀ ଥାଏ । ଯଦି ଯୋରରେ ନିଆଁ ଲାଗିଯିବ ବା
ଭୂମିକମ୍ପ ଇତ୍ୟାଦି ହେବ ତେବେ ସେ ଭିତରୁ ବାହାରି ଆସିବେ । ତୁମେ ପିଲାମାନେ ଜାଣିଛ, ଏଠିକାର
କୌଣସି ଜିନିଷ ସେଠାରେ ଅର୍ଥାତ୍ ସ୍ୱର୍ଗରେ କାମରେ ଆସିବ ନାହିଁ । ଖଣିଗୁଡିକ ମଧ୍ୟ ସବୁ ନୂଆ କରି
ଭରପୂର ହୋଇଯାଇଥାଏ । ବିଜ୍ଞାନ ମଧ୍ୟ ଆହୁରି ଉନ୍ନତ ହୋଇ ତୁମମାନଙ୍କ କାମରେ ଲାଗୁଛି । ତୁମ
ପିଲାମାନଙ୍କର ବୁଦ୍ଧିରେ ଏବେ ସାରା ଜ୍ଞାନ ରହିଛି । ପିଲାମାନେ ଜାଣିଛନ୍ତି, ଆମେ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତକୁ ଜାଣିଛୁ । ତେବେ ଜ୍ଞାନ ଆଉ କିଛି ବାକି ଅଛି ଯାହାକି ତୁମେ ଆଗକୁ ଗଲେ
ଜାଣିଯିବ । ବାବା ପ୍ରଥମରୁ ହିଁ ସବୁ କିଛି କିପରି ଶୁଣାଇ ଦେବେ, ବାବା କହୁଛନ୍ତି - ମୁଁ ମଧ୍ୟ
ଡ୍ରାମାର ଅଧିନରେ ଅଛି, ଯେଉଁ ଜ୍ଞାନ ଏବେ ପର୍ଯ୍ୟନ୍ତ ମିଳିଛି ତାହା ହିଁ ଡ୍ରାମାରେ ନିଧାର୍ଯ୍ୟ
ଅଛି । ଯେଉଁ ମୂହୁର୍ତ୍ତ ଅତିବାହିତ ହୋଇଗଲା ତାକୁ ଡ୍ରାମା ବୋଲି ଭାବିବାକୁ ହେବ । ବାକି ଯାହା
କାଲି ହେବ ତାହା ଦେଖାଯିବ । କାଲିର କଥା ଆଜି ଶୁଣାଇବି ନାହିଁ । ଏହି ଡ୍ରାମାର ରହସ୍ୟକୁ
ମନୁଷ୍ୟମାନେ ବୁଝୁ ନାହାଁନ୍ତି । କଳ୍ପର ଆୟୁଷ ହିଁ କେତେ ଲମ୍ବା ଚଉଡା କରିଦେଇଛନ୍ତି । ଏହି
ଡ୍ରାମାକୁ ବୁଝିବା ପାଇଁ ମଧ୍ୟ ସାହାସ ଦରକାର । ଆମ୍ମା ମରେ ତୋ ଭି ହାଲୁଆ ଖାନା... ଅର୍ଥାତ୍ ସବୁ
ପରିସ୍ଥିତିରେ ଖୁସିରେ ରୁହ । ତୁମେମାନେ ଜାଣିଛ ଯିଏ ମରିଗଲା ସିଏ ଯାଇ ଆଉ ଗୋଟିଏ ଜନ୍ମ ନେଲା ।
ଆମେ କାନ୍ଦିବା କାହିଁକି? ବାବା ବୁଝାଇଛନ୍ତି ଖବରକାଗଜରେ ତୁମେ ଲେଖିପାରିବ, ଏହି ପ୍ରଦର୍ଶନୀ
ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଏହି ତାରିଖରେ, ଏହି ସ୍ଥାନରେ ଏହି ପ୍ରକାରରେ ହୋଇଥିଲା । ଏହି
ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି, ଏହିଭଳି ଲେଖିବା ଦରକାର । ଏକଥା ତ ଜାଣିଛ ଯେ,
ଏହି ଦୁନିଆ ଆଉ ଅଳ୍ପ ଦିନ ବାକି ଅଛି, ସବୁକିଛି ସମାପ୍ତ ହୋଇଯିବ । ଆମେ ତ ପୁରୁଷାର୍ଥ କରି
ବିକର୍ମାଜିତ୍ ହୋଇଯିବୁ । ପୁଣି ଦ୍ୱାପରଠାରୁ ବିକ୍ରମ ସମ୍ବତ ଆରମ୍ଭ ହେବ ଅର୍ଥାତ୍ ବିକର୍ମ
ହେବାର ସମ୍ବତ ଆରମ୍ଭ ହେବ । ବର୍ତ୍ତମାନ ହିଁ ତୁମେମାନେ ବିକର୍ମ ଉପରେ ବିଜୟପ୍ରାପ୍ତ କରୁଛ, ତେଣୁ
ବିକର୍ମାଜିତ୍ ହୋଇଯାଉଛ । ଶ୍ରୀମତ ଆଧାରରେ ପାପ କର୍ମ ଉପରେ ବିଜୟ ପ୍ରାପ୍ତ କରି ବିକର୍ମାଜିତ୍
ହୋଇଯାଉଛ । ସେଠାରେ ତୁମେ ଆତ୍ମ-ଅଭିମାନୀ ହୋଇ ରହିଥାଅ । ସେଠାରେ ଦେହ ଅଭିମାନ ନ ଥାଏ ।
କଳିଯୁଗରେ ଦେହ-ଅଭିମାନ ରହିଛି । ସଂଗମଯୁଗରେ ତୁମେମାନେ ଦେହୀ-ଅଭିମାନୀ ହେଉଛ । ପରମପିତା
ପରମାତ୍ମାଙ୍କୁ ମଧ୍ୟ ଜାଣିଛ । ଏହା ହେଲା ତୁମର ଶୁଦ୍ଧ ଅଭିମାନ । ତୁମ ବ୍ରାହ୍ମଣମାନଙ୍କର କୁଳ
ସବୁଠାରୁ ଉଚ୍ଚ । ତୁମେ ହେଲ ସର୍ବୋତ୍ତମ ବ୍ରାହ୍ମଣ କୁଳ ଭୂଷଣ । ଏହି ଜ୍ଞାନ କେବଳ ତୁମକୁ
ମିଳୁଛି, ଅନ୍ୟ କାହାକୁ ମିଳୁନାହିଁ । ତୁମର ଏହା ସର୍ବୋତ୍ତମ କୁଳ । ଗାୟନ ମଧ୍ୟ ଅଛି,
ଅତୀନ୍ଦ୍ରିୟ ସୁଖ କ’ଣ ତାହା ଗୋପୀ ବଲ୍ଲଭଙ୍କ ଗୋପ ଗୋପୀଙ୍କୁ ପଚାର । ତୁମକୁ ଏବେ ଲଟେରୀ ମିଳିଛି
। କାହାକୁ କୌଣସି ବସ୍ତୁ ମିଳିଗଲେ ସେତେ ଖୁସି ହୋଇନଥା’ନ୍ତି । ଯେତେବେଳେ ଗରିବରୁ ଧନୀ
ହୋଇଯାଆନ୍ତି, ସେତେବେଳେ ବହୁତ ଖୁସି ହୋଇଥା’ନ୍ତି । ତୁମେମାନେ ମଧ୍ୟ ଜାଣିଛ ଆମେ ଯେତେ
ପୁରୁଷାର୍ଥ କରିବା ସେତେ ଆମେ ବାବାଙ୍କଠାରୁ ରାଜଧାନୀର ବର୍ସା ପ୍ରାପ୍ତ କରିବା । ଯିଏ ଯେତିକି
ପୁରୁଷାର୍ଥ କରିବ ସେତିକି ପାଇବ । ମୁଖ୍ୟ କଥା ବାବା କହୁଛନ୍ତି, ପିଲାମାନେ ନିଜର ପରମପ୍ରିୟ
ବାବାଙ୍କୁ ମନେ ପକାଅ । ସିଏ ହିଁ ସମସ୍ତଙ୍କର ପ୍ରିୟ ପିତା ଅଟନ୍ତି ଯିଏକି ସମସ୍ତଙ୍କୁ ସୁଖ
ଶାନ୍ତି ଦେଇଥା’ନ୍ତି । ଏବେ ଦେବୀ- ଦେବତାମାନଙ୍କର ରାଜଧାନୀର ସ୍ଥାପନା ହେଉଛି । ସେଠାରେ
ରାଜାରାଣୀ ନ ଥା’ନ୍ତି । ସେଠାରେ ମହାରାଜା ମହାରାଣୀ କୁହାଯାଏ । ଯଦି ଭଗବାନ ଭଗବତୀ କୁହାଯିବ,
ତେବେ ପୁଣି ଯଥା ରାଜା ରାଣୀ ତଥା ପ୍ରଜା, ସମସ୍ତେ ଭଗବାନ ଭଗବତୀ ହୋଇଯିବେ, ସେଥିପାଇଁ ଭଗବାନ
ଭଗବତୀ କୁହାଯିବ ନାହିଁ । ଭଗବାନ ହେଲେ ଜଣେ । ମନୁଷ୍ୟକୁ ଭଗବାନ କୁହାଯିବ ନାହିଁ । ସୂକ୍ଷ୍ମଲୋକ
ନିବାସୀ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଏ । ତେବେ ସ୍ଥୂଳଲୋକରେ ନିବାସ
କରୁଥିବା ମନୁଷ୍ୟମାନଙ୍କୁ ଭଗବାନ ଭଗବତୀ କିପରି କୁହାଯିବ । ବ୍ରହ୍ମଲୋକ ସବୁଠାରୁ ଉଚ୍ଚ, ତା’ପରେ
ସୂକ୍ଷ୍ମଲୋକ, ଏହି ଦୁନିଆ ହେଲା ତୃତୀୟ ନମ୍ବର । ଏକଥା ତୁମମାନଙ୍କ ବୁଦ୍ଧିରେ ରହିବା ଉଚିତ୍ ।
ଆମ ଆତ୍ମାମାନଙ୍କର ପିତା ଶିବବାବା ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି । ବଣିଆ, ବାରିଷ୍ଟର ଆଦି ସବୁ
ଅଟନ୍ତି । ଯିଏକି ସମସ୍ତଙ୍କୁ ରାବଣର ଜେଲ୍ରୁ ମୁକ୍ତ କରିଥା’ନ୍ତି । ଶିବବାବା ବହୁତ ବଡ ଓକିଲ
ମଧ୍ୟ ଅଟନ୍ତି । ତେବେ ଏଭଳି ବାବାଙ୍କୁ କେବେ ବି ଭୁଲିବା ଉଚିତ୍ ନୁହେଁ । ତେବେ କାହିଁକି କହୁଛ,
ବାବା ଆମେ ଭୁଲିଯାଉଛୁ । କାରଣ ମାୟାର ବହୁତ ତୋଫାନ ଆସୁଛି । ବାବା କହୁଛନ୍ତି ଏସବୁ ତ ହେବ ।
କିଛି ତ ମେହନତ କରିବାକୁ ପଡିବ । ଏହା ତୁମମାନଙ୍କର ମାୟା ସହିତ ଲଢେଇ । ତୁମ ପାଣ୍ଡବମାନଙ୍କର
କୌରବମାନଙ୍କ ସହିତ କୌଣସି ଲଢେଇ ହୁଏ ନାହିଁ । ପାଣ୍ଡବମାନେ ଲଢେଇ କିପରି କରିବେ । ତେବେ ତ ଏହା
ହିଂସକ ଯୁଦ୍ଧ ହୋଇଯିବ । ବାସ୍ତବରେ ବାବା କେବେ ହିଂସା ଶିଖାଇନଥା’ନ୍ତି । ମନୁଷ୍ୟ କିଛି ବି
ବୁଝିପାରୁ ନାହାଁନ୍ତି । ବାସ୍ତବରେ ଆମର କାହା ସହିତ କୌଣସି ଲଢେଇ ଝଗଡା ହେଉ ନାହିଁ । ବାବା
କେବଳ ଉପାୟ ବତାଉଛନ୍ତି, ମୋତେ ମନେ ପକାଅ, ତେବେ ମାୟାର ଆଘାତ ଲାଗିବ ନାହିଁ । ଏହା ଉପରେ ମଧ୍ୟ
ଗୋଟିଏ କାହାଣୀ ଅଛି, ତାଙ୍କୁ ପଚରାଗଲା ତୁମକୁ ପ୍ରଥମେ ସୁଖ ଦରକାର ନା ଦୁଃଖ? ସିଏ କହିଲେ ସୁଖ ।
ସତ୍ୟଯୁଗରେ ଦୁଃଖ ମିଳିପାରିବ ନାହିଁ ।
ତୁମେମାନେ ଜାଣିଛ - ବର୍ତ୍ତମାନ ସମସ୍ତ ଆତ୍ମା ରୂପୀ ସୀତାମାନେ ରାବଣର ଶୋକ ବାଟିକାରେ ଅଛନ୍ତି ।
ଏହି ସାରା ଦୁନିଆ ସମୁଦ୍ର ମଝିରେ ରହିଥିବା ଲଙ୍କା ଅଟେ । ଏବେ ସମସ୍ତେ ରାବଣର ଜେଲ୍ରେ ଅଛନ୍ତି
। ଏବେ ବାବା ସମସ୍ତଙ୍କର ସଦ୍ଗତି କରିବା ପାଇଁ ଆସିଛନ୍ତି । ସମସ୍ତେ ଶୋକ ବାଟିକାରେ ଅଛନ୍ତି ।
ସ୍ୱର୍ଗରେ ଅଛି ସୁଖ, ନର୍କରେ ଦୁଃଖ । ଏହାକୁ ଶୋକ ବାଟିକା କୁହାଯିବ । ସତ୍ୟଯୁଗ ହେଉଛି ଅଶୋକ,
ସ୍ୱର୍ଗ । ତେବେ ଏଥିରେ ବହୁତ ବଡ ଅନ୍ତର ରହିଛି । ତୁମମାନଙ୍କୁ ଚେଷ୍ଟା କରି ବାବାଙ୍କୁ ମନେ
ପକାଇବା ଦରକାର, ତେବେ ଯାଇ ଖୁସିର ପାରଦ ଚଢିବ । ଯଦି ବାବାଙ୍କର ମତରେ ନ ଚାଲିବ ତେବେ ସାବତ ପୁଅ
କୁହାଯିବ ଏବଂ ପ୍ରଜା କୁଳରେ ଜନ୍ମ ନେବ । ଯିଏ ପ୍ରକୃତ ସନ୍ତାନ ସିଏ ରାଜଧାନୀରେ ଆସିବ । ଯଦି
ରାଜଧାନୀରେ ଆସିବାକୁ ଚାହୁଁଛ, ତେବେ ଶ୍ରୀମତରେ ଚାଲିବାକୁ ହେବ । ଶ୍ରୀକୃଷ୍ଣଙ୍କଠାରୁ କୌଣସି ମତ
ମିଳି ନ ଥାଏ । ମତ ହେଉଛି ହିଁ ଦୁଇଟି । ଏବେ ତୁମେମାନେ ଶ୍ରୀମତ ନେଉଛ । ପୁଣି ସତ୍ୟଯୁଗରେ ତାର
ଫଳ ଭୋଗ କରିବ । ପୁଣି ଦ୍ୱାପରରେ ରାବଣର ମତ ମିଳିଥାଏ । ସମସ୍ତେ ରାବଣର ମତରେ ଚାଲି ଅସୁର
ହୋଇଯାଆନ୍ତି । ତୁମକୁ ଏବେ ଈଶ୍ୱରୀୟ ମତ ମିଳୁଛି । ମତଦାତା ଏକମାତ୍ର ବାବା ହିଁ ଅଟନ୍ତି । ସିଏ
ହେଲେ ଈଶ୍ୱର । ତୁମେମାନେ ଈଶ୍ୱରୀୟ ମତ ଦ୍ୱାରା କେତେ ପବିତ୍ର ହେଉଛ । ପ୍ରଥମ ପାପ ହେଲା-ବିଷୟ
ସାଗରରେ ବୁଡିବା । ଦେବତାମାନେ ବିଷୟ ସାଗରରେ ବୁଡିବେ ନାହିଁ । ତେବେ ପ୍ରଶ୍ନ କରୁଛନ୍ତି ସେଠାରେ
କ’ଣ ସନ୍ତାନ ଜନ୍ମ ହୁଅନ୍ତି ନାହିଁ? ସନ୍ତାନ କାହିଁକି ନହେବେ । କିନ୍ତୁ ତାହା ହେଲା ପବିତ୍ର
ଦୁନିଆ, ସମ୍ପୂର୍ଣ୍ଣ ନିର୍ବିକାରୀ । ସେଠାରେ ଏଭଳି କୌଣସି ବିକାର ନ ଥାଏ । ବାବା ବୁଝାଇଛନ୍ତି -
ଦେବତାମାନେ କେବଳ ଆତ୍ମ-ଅଭିମାନୀ ଅଟନ୍ତି କିନ୍ତୁ ପରମାତ୍ମ-ଅଭିମାନୀ ନୁହଁନ୍ତି । କିନ୍ତୁ
ତୁମେମାନେ ଏବେ ଆତ୍ମ-ଅଭିମାନୀ ଅଟ ଏବଂ ପରମାତ୍ମ ଅଭିମାନୀ ମଧ୍ୟ ଅଟ । ଏହା ପୂର୍ବରୁ ଏହି
ଦୁଇଟିଯାକ ସ୍ଥିତି ନ ଥିଲା । ସତ୍ୟଯୁଗରେ ପରମାତ୍ମାଙ୍କୁ ଜାଣନ୍ତି ନାହିଁ । ଆତ୍ମାକୁ
ଜାଣିଥା’ନ୍ତି ଯେ, ମୁଁ ଆତ୍ମା ଏହି ପୁରୁଣା ଶରୀର ଛାଡି ପୁଣି ନୂଆ ଶରୀର ନେବି । ପୂର୍ବରୁ ସବୁ
ଜଣାପଡିଯାଇଥାଏ ଯେ, ଏବେ ପୁରୁଣା ଶରୀର ଛାଡି ନୂଆ ନେବାକୁ ହେବ । ପିଲା ଜନ୍ମ ହେଲେ ମଧ୍ୟ
ପୂର୍ବରୁ ସାକ୍ଷାତ୍କାର ହୋଇଯାଏ । ଯୋଗବଳ ଦ୍ୱାରା ତୁମେ ସାରା ବିଶ୍ୱର ମାଲିକ ହୋଇଯାଉଛ, ତେବେ
କ’ଣ ଯୋଗବଳ ଦ୍ୱାରା ସନ୍ତାନ ଜନ୍ମ ହୋଇପାରିବ ନାହିଁ । ଯୋଗବଳ ଦ୍ୱାରା ଯେକୌଣସି ବସ୍ତୁକୁ ତୁମେ
ପବିତ୍ର କରିପାରିବ । କିନ୍ତୁ ତୁମେମାନେ ଯୋଗ କରିବାକୁ ଭୁଲିଯାଉଛ । କାହାର କାହାର ଯୋଗ କରିବାର
ମଧ୍ୟ ଅଭ୍ୟାସ ହୋଇଯାଉଛି । ବହୁତ ଏମିତି ସନ୍ନ୍ୟାସୀ ମଧ୍ୟ ଅଛନ୍ତି, ଯାହାଙ୍କୁ ଭୋଜନର ବହୁତ ଆଦର
ରହିଥାଏ, ତେଣୁ ଭୋଜନ କଲା ବେଳେ ବହୁତ ମନ୍ତ୍ର ପାଠ କରି ପୁଣି ଭୋଜନ ସ୍ୱୀକାର କରନ୍ତି । ତୁମକୁ
ମଧ୍ୟ ଖାଦ୍ୟପେୟରେ ବହୁତ ସଂଯମ ରଖିବାକୁ କୁହାଯାଉଛି । ତୁମେମାନେ କୌଣସ ମଦ ମାଂସ ଆଦି ଖାଇବା
ଉଚିତ୍ ନୁହେଁ । ତୁମେ ଦେବତା ହେଉଛ ନା । ଦେବତାମାନେ କେବେ ଅଶୁଦ୍ଧ ଭୋଜନ କରନ୍ତି ନାହିଁ । ତେଣୁ
ଏହିଭଳି ପବିତ୍ର ହେବାକୁ ପଡିବ । ବାବା କହୁଛନ୍ତି, ମୋ ଦ୍ୱାରା ତୁମେମାନେ ମୋତେ ଜାଣିଗଲେ
ସବୁକିଛି ଜାଣିଯିବ । ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ । ଏ ପାଠପଢା ଠାରୁ ସତ୍ୟଯୁଗର
ପାଠପଢା ଅଲଗା । ଏହି ମୃତ୍ୟୁଲୋକର ପାଠପଢାର ଏବେ ଶେଷ ସମୟ । ମୃତ୍ୟୁଲୋକର ସମସ୍ତ କାରବାର
ସମାପ୍ତ ହୋଇ ପୁଣି ଅମର ଲୋକର କାରବାର ଆରମ୍ଭ ହେବ । ତେବେ ପିଲାମାନଙ୍କୁ ସେତିକି ନିଶା ଚଢିବା
ଦରକାର ଯେ, ଆମେ ଅମରଲୋକର ମାଲିକ ଥିଲେ । ତୁମେ ପିଲାମାନଙ୍କୁ ଅତୀନ୍ଦ୍ରିୟ ସୁଖ ବା ପରମ ସୁଖରେ
ରହିବା ଉଚିତ୍ । ପରମପିତା ପରମାତ୍ମାଙ୍କର ଆମେ ସନ୍ତାନ ଅଥବା ଛାତ୍ର । ପରମପିତା ପରମାତ୍ମା ଆମକୁ
ଘରକୁ ନେଇଯିବେ, ଏହାକୁ ହିଁ ପରମାନନ୍ଦ କୁହାଯାଏ । ସତ୍ୟଯୁଗରେ ଏ ସବୁ କଥା ନ ଥାଏ । ଏକଥା
ତୁମେମାନେ ଏବେ ଶୁଣୁଛ, ବର୍ତ୍ତମାନ ତୁମେ ଈଶ୍ୱରୀୟ ପରିବାରର ଅଟ । ଏହି ସମୟର ହିଁ ଗାୟନ ରହିଛି
ଯେ, ଅତୀନ୍ଦ୍ରିୟ ସୁଖ ଗୋପ ଗୋପୀମାନଙ୍କୁ ପଚାର । ପରମଧାମର ନିବାସୀ ଶିବବାବା ଆସି ଆମର ପିତା,
ଶିକ୍ଷକ, ଗୁରୁ ହେଉଛନ୍ତି । ତିନିଜଣଯାକ ଆମର ସେବକ ଅଟନ୍ତି । କୌଣସି ଅଭିମାନ ରଖୁ ନାହାଁନ୍ତି ।
କହୁଛନ୍ତି, ମୁଁ ତୁମର ସେବା କରି ତୁମକୁ ସବୁ କିଛି ଦେଇ ନିର୍ବାଣଧାମରେ ଯାଇ ରହିବ, ତେବେ ସେବକ
ହେଲେ ନା । ଭାଇସ୍ରାଏ ଅର୍ଥାତ୍ ଇଂରେଜ ମାନଙ୍କ ସମୟର ବଡ ଅଫିସରମାନେ ଯେତେବେଳେ ଦସ୍ତଖତ
କରିଥା’ନ୍ତି ନିଜକୁ ଆଜ୍ଞାଧୀନ ସେବକ ବୋଲି ଲେଖିଥା’ନ୍ତି । ବାବା ମଧ୍ୟ ନିରାକାର, କେତେ
ନିରହଂକାରୀ ଅଟନ୍ତି, ଦେଖ କିପରି ବସି ପାଠ ପଢାଉଛନ୍ତି । ଏତେ ଉଚ୍ଚ ପାଠପଢା ଆଉ କେହି ପଢାଇ
ପାରିବେ ନାହିଁ । ଏତେ ଜ୍ଞାନର ତଥ୍ୟ ଆଉ କେହି ଦେଇପାରିବେ ନାହିଁ । ମନୁଷ୍ୟମାନେ ତ ଏହି ଜ୍ଞାନର
ପଏଣ୍ଟକୁ ଜାଣି ମଧ୍ୟ ପାରିବେ ନାହିଁ, ବ୍ରହ୍ମାଙ୍କୁ କେହି ଗୁରୁ ଶିଖାଇନାହାଁନ୍ତି । ଯଦି କେହି
ଗୁରୁ ଥା’ନ୍ତେ ତେବେ ସେହି ଗୁରୁ ତ ଅନେକଙ୍କର ଗୁରୁ ହୋଇଥା’ନ୍ତେ । ଗୁରୁ କ’ଣ କେବଳ ଜଣଙ୍କର
ଥା’ନ୍ତି କି? ଏହି ବାବା ହିଁ ପତିତମାନଙ୍କୁ ପାବନ କରୁଛନ୍ତି । ଆଦି ସନାତନ ଦେବୀ-ଦେବତା ଧର୍ମର
ସ୍ଥାପନା କରୁଛନ୍ତି । ବାବା କହୁଛନ୍ତି ମୁଁ କଳ୍ପ, କଳ୍ପ କଳ୍ପର ସଂଗମଯୁଗରେ ଆସୁଛି । କହୁଛନ୍ତି
ନା - ବାବା ଆମେ କଳ୍ପ ପୂର୍ବରୁ ମଧ୍ୟ ମିଶିଥିଲେ । ତେବେ ବାବା ହିଁ ଆସି ପତିତମାନଙ୍କୁ ପାବନ
କରିବେ । ବାବା କହୁଛନ୍ତି, ମୁଁ ୨୧ ଜନ୍ମ ପାଇଁ ତୁମ ପିଲାମାନଙ୍କୁ ପବିତ୍ର କରିଦେଉଛି । ତେବେ
ଏହି ସବୁ ଜ୍ଞାନକୁ ଧାରଣ କରି ଅନ୍ୟମାନଙ୍କୁ ଶୁଣାଇବା ଦରକାର ଯେ ବାବା କ’ଣ ଶୁଣାଉଛନ୍ତି ।
ବାବାଙ୍କଠାରୁ ଆମେ ଭବିଷ୍ୟତ ୨୧ ଜନ୍ମ ପାଇଁ ବର୍ସା ନେଉଛେ । ଯଦି ଏହି କଥା ମଧ୍ୟ ସ୍ମୃତିରେ
ରହିବ ତେବେ ବହୁତ ଖୁସିରେ ରହିପାରିବ । ଏହା ତ ପରମଆନନ୍ଦ ଅଟେ । ମାଷ୍ଟର ଜ୍ଞାନର ଭଣ୍ଡାର,
ଆନନ୍ଦର ଭଣ୍ଡାର, ଏହିସବୁ ବରଦାନ ଏବେ ତୁମକୁ ବାବାଙ୍କଠାରୁ ମିଳୁଛି । ସତ୍ୟଯୁଗରେ ତ ବୋକା ପାଲଟି
ଯିବେ ଅର୍ଥାତ୍ ଜ୍ଞାନ କିଛି ବି ରହିବ ନାହିଁ । ଏହି ଲକ୍ଷ୍ମୀ-ନାରାୟଣଙ୍କର ତ କିଛି ବି ଜ୍ଞାନ
ନାହିଁ । ଯଦି ଏମାନଙ୍କ ପାଖରେ ଜ୍ଞାନ ଥାଆନ୍ତା ତେବେ ତାହା ପରମ୍ପରାରୁ ପ୍ରଚଳିତ ହୋଇ
ଆସୁଥାଆନ୍ତା । ତୁମଭଳି ପରମଆନନ୍ଦ ଦେବତାମାନଙ୍କୁ ମଧ୍ୟ ମିଳିପାରିବ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
( ୧) ଦେବତା
ହେବା ପାଇଁ ଖାଦ୍ୟପେୟର ବହୁତ ଶୁଦ୍ଧତା ରଖିବାକୁ ପଡିବ । ଖାଦ୍ୟପେୟରେ ବହୁତ ସଂଯମ ଆଚରଣ କରିବାକୁ
ପଡିବ । ଯୋଗବଳ ଦ୍ୱାରା ଭୋଜନକୁ ଦୃଷ୍ଟି ଦେଇ, ପବିତ୍ର କରି ସ୍ୱୀକାର କରିବାକୁ ହେବ ।
(୨) ପରମପିତା
ପରମାତ୍ମାଙ୍କର ଆମେ ସନ୍ତାନ ଅଥବା ଛାତ୍ର ଅଟୁ । ସିଏ ଆମକୁ ଏବେ ନିଜ ଘରକୁ ନେଇଯିବେ, ଏହି
ନିଶାରେ ରହି ପରମସୁଖ, ପରମଆନନ୍ଦର ଅନୁଭବ କରିବାକୁ ହେବ ।
ବରଦାନ:-
ସେବାର ଲଗନ
ଦ୍ୱାରା ଲୌକିକକୁ ଅଲୌକିକ ପ୍ରବୃତ୍ତିରେ ପରିବର୍ତ୍ତନ କରୁଥିବା ନିରନ୍ତର ସେବାଧାରୀ ଭବ ।
ସେବାଧାରୀର କର୍ତ୍ତବ୍ୟ
ହେଲା ନିରନ୍ତର ସେବାରେ ବ୍ୟସ୍ତ ରହିବା - ଚାହେଁ ମାନସୀକ ସେବା ହେଉ, ଚାହେଁ ବାଣୀର ବା କର୍ମର
ସେବା ହେଉ । ସେବାଧାରୀ କେବେ ବି ସେବାକୁ ନିଜ ଠାରୁ ଅଲଗା ମନେ କରନ୍ତି ନାହିଁ । ଯେଉଁମାନଙ୍କ
ବୁଦ୍ଧିରେ ସର୍ବଦା ସେବାର ଲଗନ ଲାଗି ରହିଥାଏ ସେମାନଙ୍କର ଲୌକିକ ପ୍ରବୃତ୍ତି ଅର୍ଥାତ୍ ଘର
ଗୃହସ୍ଥର କର୍ମ ପରିବର୍ତ୍ତିତ ହୋଇ ଈଶ୍ୱରୀୟ ପ୍ରବୃତ୍ତି ହୋଇଯାଏ କାହିଁକିନା ସେବାଧାରୀ ନିଜର
ଘରକୁ ଘର ଭାବନ୍ତି ନାହିଁ ସେବାସ୍ଥାନ ମନେ କରି ଚାଲିଥାଆନ୍ତି । ତେବେ ସେବାଧାରୀର ମୁଖ୍ୟ ଗୁଣ
ହେଲା ତ୍ୟାଗ । ତ୍ୟାଗ ମନୋଭାବ ସମ୍ପନ୍ନ ବ୍ୟକ୍ତି ଘର ଗୃହସ୍ଥରେ ମଧ୍ୟ ତପସ୍ୱୀ ମୂରତ ହୋଇ
ରହିଥାଆନ୍ତି, ଯାହାଦ୍ୱାରା ସ୍ୱତଃ ହିଁ ସେବା ହୋଇଥାଏ ।
ସ୍ଲୋଗାନ:-
ଯଦି ନିଜର
ସଂସ୍କାରକୁ ଦିବ୍ୟ କରିବାକୁ ଚାହୁଁଛ ତେବେ ମନ ବୁଦ୍ଧିକୁ ବାବାଙ୍କୁ ସମର୍ପଣ କରିଦିଅ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
କୌଣସି ବି ଆତ୍ମାକୁ ଯଦି
ଟିକିଏ ବି ମିଠା ଦୃଷ୍ଟି ଦେଇ ଦେବ ବା ମିଠା କଥା ପଦେ କହିଦେବ ତେବେ ତା’କୁ ସଦାକାଳ ପାଇଁ ଭରପୂର
କରିଦେବ, କାରଣ ଏହି ଅଳ୍ପ ସମୟର ମଧୁର ଦୃଷ୍ଟି, ମଧୁର ବାଣୀ ସେହି ଆତ୍ମାର ସୃଷ୍ଟିକୁ ବଦଳାଇ ଦେବ
। ତୁମର ସେହି ଦୁଇ ପଦ ମିଠା କଥା ତାକୁ ସଦାକାଳ ପାଇଁ ପରିବର୍ତ୍ତନ କରି ଦେବାର ନିମିତ୍ତ ହୋଇଯିବ
।