06.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ୟାଦରେ ରହିବାର ମେହନତ କଲେ ପାବନ ହୋଇଯିବ, ଏବେ ବାବା ତୁମକୁ ପଢାଉଛନ୍ତି ପୁଣି ସାଥିରେ ନେଇଯିବେ ।’’

ପ୍ରଶ୍ନ:-
ତୁମକୁ କେଉଁ ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ?

ଉତ୍ତର:-
ଏବେ ସମସ୍ତଙ୍କୁ ଘରକୁ ଯିବାକୁ ହେବ ସେଥିପାଇଁ ପବିତ୍ର ହୁଅ । ପତିତ-ପାବନ ବାବା କହୁଛନ୍ତି ମୋତେ ୟାଦ କଲେ ପବିତ୍ର ହୋଇଯିବ, ଏହି ସନ୍ଦେଶ ସମସ୍ତଙ୍କୁ ଦିଅ । ବାବା ନିଜର ପରିଚୟ ତୁମ ସନ୍ତାନମାନଙ୍କୁ ଦେଇଛନ୍ତି, ଏବେ ତୁମର କର୍ତ୍ତବ୍ୟ ହେଉଛି ବାବାଙ୍କୁ ପ୍ରତ୍ୟକ୍ଷ କରିବା । କୁହାଯାଏ ମଧ୍ୟ ସନ୍ ସୋଜ୍ ଫାଦର (ପୁତ୍ର ପିତାଙ୍କର ପ୍ରତ୍ୟକ୍ଷତା କରିଥାଏ) ।

ଗୀତ:-
ମରନା ତେରୀ ଗଲି ମେଁ...

ଓମ୍ ଶାନ୍ତି ।
ପିଲାମାନେ ଗୀତର ଅର୍ଥ ଶୁଣିଲେ ଯେ ବାବା ଆମେ ଆପଣଙ୍କ ରୁଦ୍ର ମାଳାରେ ଗୁନ୍ଥା ହେବୁ, ଏହି ଗୀତ ତ ଭକ୍ତିମାର୍ଗରେ ରଚନା କରାଯାଇଛି, ଯାହା କିଛି ବି ଦୁନିଆରେ ସାମଗ୍ରୀ ରହିଛି, ଜପ-ତପ, ପୂଜା-ପାଠ ଏ ସବୁ ହେଲା ଭକ୍ତି ମାର୍ଗ । ଭକ୍ତି ରାବଣ ରାଜ୍ୟ, ଜ୍ଞାନ ରାମ ରାଜ୍ୟ ଅଟେ । ଜ୍ଞାନକୁ କୁହାଯାଉଛି ନଲେଜ୍‌, ପାଠପଢା । ଭକ୍ତିକୁ ପାଠପଢା କୁହାଯାଏ ନାହିଁ, ସେଥିରେ କୌଣସି ଲକ୍ଷ୍ୟ-ଉଦ୍ଦେଶ୍ୟ ନ ଥାଏ ଯେ ଆମେ କ’ଣ ହେବୁ । ତେଣୁ ଭକ୍ତି ପାଠପଢା ନୁହେଁ । ରାଜଯୋଗ ଶିଖିବା ଏହା ହେଉଛି ପାଠପଢା, ପାଠ କେବଳ ଗୋଟିଏ ଜାଗା ଅର୍ଥାତ୍ ସ୍କୁଲରେ ପଢାଯାଇଥାଏ । ଭକ୍ତିରେ ତ ଦ୍ୱାର-ଦ୍ୱାର ଧକ୍କା ଖାଇଥା’ନ୍ତି । ପାଠପଢା ଅର୍ଥାତ୍ ପାଠପଢା । ତେଣୁ ପାଠ ସଂପୂର୍ଣ୍ଣ ରୀତିରେ ପଢିବା ଉଚିତ୍ । ପିଲାମାନେ ଜାଣିଛନ୍ତି ଆମେ ହେଉଛୁ ଛାତ୍ର । ବହୁତ ଅଛନ୍ତି ଯେଉଁମାନେ ନିଜକୁ ଛାତ୍ର ବୋଲି ଭାବୁ ନାହାଁନ୍ତି, କାହିଁକି ନା ପଢୁ ନାହାଁନ୍ତି, ନାଁ ବାବାଙ୍କୁ ବାବା ବୋଲି ଭାବୁଛନ୍ତି, ନାଁ ଶିବବାବାଙ୍କୁ ସଦ୍‌ଗତି ଦାତା ବୋଲି ଭାବୁଛନ୍ତି । ଏମିତି ମଧ୍ୟ ବହୁତ ଅଛନ୍ତି ଯେଉଁମାନଙ୍କର ବୁଦ୍ଧିରେ କିଛି ହେଲେ ଜ୍ଞାନ ପଶୁ ନାହିଁ, ଏବେ ରାଜଧାନୀ ସ୍ଥାପନ ହେଉଛି ନା । ଏଥିରେ ସବୁ ପ୍ରକାରର କର୍ମଚାରୀ ଆବଶ୍ୟକ । ବାବା ପତିତମାନଙ୍କୁ ପବିତ୍ର କରାଇବା ପାଇଁ ଆସିଛନ୍ତି । ବାବାଙ୍କୁ ଡାକୁଛନ୍ତି - ହେ ପତିତପାବନ ଆସ । ଏବେ ବାବା ଆସି କହୁଛନ୍ତି ପବିତ୍ର ହୁଅ । ବାବାଙ୍କୁ ସ୍ମରଣ କର । ତେବେ ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ । ବର୍ତ୍ତମାନ ଭାରତ ହିଁ ବେଶ୍ୟାଳୟ ଅଟେ । ପ୍ରଥମେ ଭାରତ ହିଁ ଶିବାଳୟ ଥିଲା । ଏବେ ଉଭୟ ତାଜ ଅର୍ଥାତ୍ ମୁକୁଟ ନାହିଁ । ଏ କଥା ତୁମେ ସନ୍ତାନମାନେ ହିଁ ଜାଣିଛ ଯେ ଏବେ ପତିତ-ପାବନ ବାବା କହୁଛନ୍ତି ମୋତେ ସ୍ମରଣ କରିଲେ ତୁମେମାନେ ପତିତରୁ ପବିତ୍ର ହୋଇଯିବ । କିନ୍ତୁ ଏଥିରେ ହିଁ ମେହନତ ରହିଛି । ବହୁତ କମ୍ ଅଛନ୍ତି ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି । ଭକ୍ତ ମାଳା ମଧ୍ୟ ଖୁବ୍ ଅଳ୍ପ ଜଣଙ୍କର ହୋଇଥାଏ ନା । ଭକ୍ତମାଳାରେ ଧନ୍ନା ଭକ୍ତ, ନାରଦ, ମୀରା ଆଦିଙ୍କର ନାମ ରହିଛି । ଏମାନଙ୍କ ମଧ୍ୟରୁ ସମସ୍ତେ ତ ଆସି ପଢିବେ ନାହିଁ । କଳ୍ପ ପୂର୍ବରୁ ଯେଉଁମାନେ ପଢିଥିଲେ, ସେହିମାନେ ହିଁ ଆସୁଛନ୍ତି । ସେମାନେ କହୁଛନ୍ତି ବାବା ଆମେ ରାଜଯୋଗର ପାଠପଢିବା ପାଇଁ ଏବଂ ଯୋଗର ଯାତ୍ରା କରିବା ପାଇଁ ଆପଣଙ୍କ ସହିତ କଳ୍ପ ପୂର୍ବରୁ ମଧ୍ୟ ମିଶିଥିଲୁ । ଏବେ ବାବା ତୁମମାନଙ୍କୁ ପରମଧାମ ଘରକୁ ନେଇଯିବା ପାଇଁ ଆସିଛନ୍ତି । ବୁଝାଉଛନ୍ତି ଯେ, ତୁମମାନଙ୍କର ଆତ୍ମା ଏବେ ପତିତ ହୋଇଯାଇଛି । ସେଥିପାଇଁ ଡାକୁଛ ଯେ ଆସି ଆମକୁ ପବିତ୍ର କରାନ୍ତୁ । ଏବେ ବାବା କହୁଛନ୍ତି ମୋତେ ସ୍ମରଣ କର, ପବିତ୍ର ହୁଅ । ବାବା ଏବେ ପାଠ ପଢାଉଛନ୍ତି ପୁଣି ସାଥିରେ ମଧ୍ୟ ନେଇଯିବେ । ତେଣୁ ପିଲାମାନଙ୍କର ବହୁତ ଆନ୍ତରିକ ଖୁସି ରହିବା ଉଚିତ୍ । ବାବା ପାଠ ପଢାଉଛନ୍ତି, କୃଷ୍ଣଙ୍କୁ ବାବା ବୋଲି କୁହାଯିବ ନାହିଁ । କୃଷ୍ଣଙ୍କୁ ପତିତ-ପାବନ ବୋଲି ମଧ୍ୟ କୁହାଯାଇପାରିବ ନାହିଁ । ଏ କଥା କାହାକୁ ମଧ୍ୟ ଜଣା ନାହିଁ ଯେ ବାବା କାହାଙ୍କୁ କୁହାଯାଉଛି ଏବଂ ସେ ଜ୍ଞାନ କିପରି ଦେଉଛନ୍ତି । ଏ କଥା କେବଳ ତୁମେମାନେ ହିଁ ଜାଣୁଛ । ବାବା ନିଜର ପରିଚୟ କେବଳ ପିଲାମାନଙ୍କୁ ହିଁ ଦେଉଛନ୍ତି । ନୂଆ ନୂଆ କାହା ସହିତ ବାବା ମିଶି ପାରିବେ ନାହିଁ । ବାବା କହୁଛନ୍ତି ସନ୍ ସୋଜ୍ ଫାଦର । ପିଲାମାନେ ହିଁ ବାବାଙ୍କର ପ୍ରତ୍ୟକ୍ଷତା କରିବେ । ବାବାଙ୍କର କାହା ସହିତ ମଧ୍ୟ ମିଶିବା, କଥା ହେବାର ନାହିଁ । ଯଦିଓ ଏତେ ସମୟ ବାବା ନୂଆମାନଙ୍କ ସହ ମିଶୁଛନ୍ତି, ଡ୍ରାମାରେ ଥିଲା, ଢେର ଆସୁଥିଲେ । ମିଲେଟ୍ରୀବାଲାଙ୍କ ନିମନ୍ତେ ମଧ୍ୟ ବାବା ବୁଝାଇଛନ୍ତି, ତାଙ୍କର ଉଦ୍ଧାର କରିବାକୁ ହେବ, ସେମାନଙ୍କୁ ଧନ୍ଦା ମଧ୍ୟ କରିବାକୁ ତ ପଡିବ, ନଚେତ୍ ଶତ୍ରୁମାନେ ଆକ୍ରମଣ କରିଦେବେ, କିନ୍ତୁ ତା’ ଭିତରେ ମଧ୍ୟ କେବଳ ବାବାଙ୍କୁ ସ୍ମରଣ କରିବାକୁ ହେବ । ଗୀତାରେ ମଧ୍ୟ ଅଛି ଯୁଦ୍ଧ ଭୂମିରେ ଯିଏ ଶରୀର ଛାଡିବେ, ସେ ସ୍ୱର୍ଗକୁ ଯିବେ । କିନ୍ତୁ ଏପରି ତ କେହି ଯାଇପାରିବେ ନାହିଁ । ସ୍ୱର୍ଗର ସ୍ଥାପନକର୍ତ୍ତା ମଧ୍ୟ ଯେତେବେଳେ ଆସିବେ ସେତେବେଳେ ହିଁ ଯିବେ । ସ୍ୱର୍ଗ କ’ଣ, ଏ କଥା ମଧ୍ୟ କେହି ଜାଣି ନାହାଁନ୍ତି । ଏବେ ତୁମେ ସନ୍ତାନମାନେ ୫ ବିକାର ରୂପୀ ରାବଣ ସହିତ ଯୁଦ୍ଧ କରୁଛ, ବାବା କହୁଛନ୍ତି ଅଶରୀରୀ ହୁଅ । ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ, ଏ କଥା ଆଉ କେହି ବି କହିପାରିବେ ନାହିଁ ।

ସର୍ବଶକ୍ତିମାନ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାକୁ କୁହାଯାଇପାରିବ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ଶ୍ରୀ କୁହାଯାଇ ପାରିବ ନାହିଁ । ସର୍ବଶକ୍ତିମାନ୍ ହେଉଛନ୍ତି ଏକମାତ୍ର ବାବା । ୱାର୍ଲଡ୍ ଅଲମାଇଟୀ ଅଥରିଟୀ, ଜ୍ଞାନର ସାଗର ଏକମାତ୍ର ବାବାଙ୍କୁ କୁହାଯାଉଛି । ସାଧୁ-ସନ୍ଥ ଆଦି ଶାସ୍ତ୍ରର ଅଥରିଟୀ ଅଟନ୍ତି । ତାଙ୍କୁ ଭକ୍ତିର ଅଥରିଟୀ କୁହାଯାଇ ପାରିବ ନାହିଁ । ସେମାନେ ଶାସ୍ତ୍ରର ଅଥରିଟୀ ଅଟନ୍ତି, ସେମାନଙ୍କର ସବୁ କିଛି ଶାସ୍ତ୍ର ଉପରେ ଆଧାରିତ । ଭାବୁଛନ୍ତି ଯେ ଭକ୍ତିର ଫଳ ଭଗବାନଙ୍କୁ ଦେବାକୁ ହେବ । ଭକ୍ତି କେବେ ଆରମ୍ଭ ହେଲା, କେବେ ପୂରା ହେବ, ଏ କଥା କିଛି ବି ଜଣା ନାହିଁ । ଭକ୍ତମାନେ ଭାବୁଛନ୍ତି ଭକ୍ତି ଦ୍ୱାରା ଭଗବାନ ରାଜି ହେବେ । ଭଗବାନଙ୍କ ସହିତ ମିଶିବା ପାଇଁ ଇଚ୍ଛା ରହିଥାଏ, କିନ୍ତୁ ସେ କାହାର ଭକ୍ତି ଦ୍ୱାରା ରାଜି ହେବେ? ନିଶ୍ଚୟ ତାଙ୍କର ହିଁ ଭକ୍ତି କଲେ ରାଜି ହେବେ ନା । ଯଦି ତୁମେମାନେ ଶଙ୍କରଙ୍କର ଭକ୍ତି କରିଲ ତେବେ ବାବା କିପରି ରାଜି ହେବେ । କ’ଣ ହନୁମାନଙ୍କୁ ଭକ୍ତି କରିଲେ ବାବା ରାଜି ହେବେ? ସେଥିରେ କେବଳ ସାକ୍ଷାତ୍‌କାର ହୋଇଥାଏ, ବାକି କିଛି ହେଲେ ପ୍ରାପ୍ତି ହୁଏ ନାହିଁ । ବାବା କହୁଛନ୍ତି ଯଦିଓ ମୁଁ ସାକ୍ଷାତ୍‌କାର କରାଉଛି, କିନ୍ତୁ ଏପରି ନୁହେଁ ଯେ ମୋ ସହିତ ଆସି ମିଶିବେ । ନାଁ, ତୁମେମାନେ କେବଳ ମୋ ସହିତ ମିଶୁଛ । ଭକ୍ତ ଭଗବାନଙ୍କ ସହିତ ମିଶିବା ପାଇଁ ଭକ୍ତି କରିଥା’ନ୍ତି । କହନ୍ତି, ଜଣା ନାହିଁ କି ଭଗବାନ କେଉଁ ରୂପରେ ଆସି ମିଶିବେ, ସେଥିପାଇଁ ଏହାକୁ ଅନ୍ଧଶ୍ରଦ୍ଧା କୁହାଯାଏ । ଏବେ ତୁମେମାନେ ବାବାଙ୍କ ସହିତ ମିଶୁଛ । ଜାଣିଛ ଯେ ନିରାକାର ବାବା ଯେତେବେଳେ ଶରୀର ଧାରଣ କରିବେ ତେବେ ଯାଇ ନିଜର ପରିଚୟ ଦେବେ ଯେ ମୁଁ ତୁମର ପିତା ଅଟେ । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମୁଁ ତୁମମାନଙ୍କୁ ରାଜ୍ୟ-ଭାଗ୍ୟ ଦେଇଥିଲି ପୁଣି ତୁମମାନଙ୍କୁ ୮୪ ଜନ୍ମ ନେବାକୁ ପଡିଲା । ଏହି ସୃଷ୍ଟି ଚକ୍ର ଘୂରି ଚାଲିଛି । ଦ୍ୱାପର ପରେ ହିଁ ଅନ୍ୟ ଧର୍ମ ସବୁ ଆସିଥା’ନ୍ତି । ସେମାନେ ନିଜ-ନିଜର ଧର୍ମ ସ୍ଥାପନା କରୁଛନ୍ତି । ଏଥିରେ କୌଣସି ବଡପଣର କଥା ନାହିଁ । ଏଥିରେ କାହାର ହେଲେ ବଡପଣିଆ ନାହିଁ । ବାବା ଆସି ପ୍ରବେଶ କଲେ ହିଁ ବ୍ରହ୍ମାଙ୍କର ମହିମା ହେବ, ନଚେତ୍ ଇଏ ମଧ୍ୟ ନିଜର ଧନ୍ଦା ଆଦି କରୁଥିଲେ, ଏହାଙ୍କୁ ମଧ୍ୟ ଜଣା ନ ଥିଲା ଯେ ମୋ ଭିତରେ ଭଗବାନ ଆସିବେ । ବାବା ତାଙ୍କ ଶରୀରରେ ପ୍ରବେଶ କରି ବୁଝାଇଲେ, କିପରି ମୁଁ ଏହାଙ୍କ ଠାରେ ପ୍ରବେଶ କଲି, କିପରି ଏହାଙ୍କୁ ଦେଖାଇଲି - ମୋର ସବୁ କିଛି ତୁମର ଏବଂ ତୁମର ସବୁ କିଛି ମୋର, ଦେଖିନିଅ । ତୁମେ ମୋର ସହଯୋଗୀ ହେଉଛ, ତେଣୁ ନିଜର ତନ-ମନ-ଧନ ବଦଳରେ ତୁମକୁ ଏ ସବୁ ମିଳିବ । ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି, ଯିଏ ନିଜର ଜନ୍ମକୁ ମଧ୍ୟ ଜାଣି ନାହାଁନ୍ତି । କିନ୍ତୁ ମୁଁ କେବେ ଆସୁଛି, କିପରି ଆସୁଛି, ଏ କଥା କାହାକୁ ବି ଜଣା ନାହିଁ । ଏବେ ତୁମେମାନେ ଦେଖୁଛ ସାଧାରଣ ଶରୀରରେ ବାବା ଆସିଛନ୍ତି । ଏହାଙ୍କ ଦ୍ୱାରା ଆମକୁ ଜ୍ଞାନ ଏବଂ ଯୋଗ ଶିଖାଉଛନ୍ତି । ଜ୍ଞାନ ତ ବହୁତ ସହଜ ଅଟେ । ନର୍କର ଦ୍ୱାର ବନ୍ଦ ହୋଇ ସ୍ୱର୍ଗର ଫାଟକ କିପରି ଖୋଲୁଛି - ଏ କଥା ମଧ୍ୟ ତୁମେମାନେ ଏବେ ଜାଣୁଛ । ଦ୍ୱାପରରେ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ ଅର୍ଥାତ୍ ନର୍କର ଦ୍ୱାର ଖୋଲିଥାଏ, ନୂଆ ଏବଂ ପୁରୁଣା ଦୁନିଆକୁ ଅଧା-ଅଧା ରଖାଯାଇଛି । ଏବେ ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ପତିତରୁ ପାବନ ହେବାର ଯୁକ୍ତି ବତାଉଛି ଏବଂ ତାହା ହେଲା ବାବାଙ୍କୁ ଯେତେ ସ୍ମରଣ କରିବ ସେତେ ଜନ୍ମ-ଜନ୍ମାନ୍ତରର ପାପ ନାଶ ହୋଇଯିବ । ଏହି ଜନ୍ମର ପାପ ମଧ୍ୟ ବାବାଙ୍କୁ ଜଣାଇବାକୁ ହେବ । ସମସ୍ତଙ୍କର ସ୍ମୃତିରେ ମଧ୍ୟ ରହିଥାଏ ଯେ - ମୁଁ କି କି ପାପ କରିଛି? କ’ଣ କ’ଣ ସବୁ ଦାନ ପୁଣ୍ୟ କରିଛି । ବ୍ରହ୍ମାଙ୍କୁ ନିଜର ପିଲାବେଳର କଥା ଜଣା ଅଛି ନା । ଶ୍ରୀକୃଷ୍ଣଙ୍କର ନାମ ହିଁ ହେଉଛି ଶ୍ୟାମଳ ଏବଂ ଗୋରା, ଶ୍ୟାମ ସୁନ୍ଦର । କିନ୍ତୁ ଏହାର ଅର୍ଥ କେବେ ବି କାହାର ବୁଦ୍ଧିରେ ଆସିପାରିବ ନାହିଁ । ତାଙ୍କର ନାମ ହିଁ ହେଉଛି ଶ୍ୟାମ-ସୁନ୍ଦର, ତେଣୁ ଚିତ୍ରରେ ତାଙ୍କୁ କଳା କରି ଦେଇଛନ୍ତି । ରଘୁନାଥ ମନ୍ଦିରରେ ଦେଖିବ - ସେଠାରେ ମଧ୍ୟ ତାଙ୍କର କଳା ଚିତ୍ର, ହନୁମାନଙ୍କ ମନ୍ଦିରରେ ଦେଖ, ତେବେ ସମସ୍ତଙ୍କୁ କଳା କରି ଦେଇଛନ୍ତି । କାରଣ ଏହା ହେଉଛି ହିଁ ପତିତ ଦୁନିଆ । ଏବେ ତୁମ ସନ୍ତାନମାନଙ୍କର ଚିନ୍ତା ରହିଛି ଯେ, ଆମେ ଶ୍ୟାମଳରୁ ସୁନ୍ଦର କିପରି ହେବୁ । ସେଥିପାଇଁ ତୁମେମାନେ ବାବାଙ୍କ ସ୍ମୃତିରେ ରହୁଛ । ବାବା କହୁଛନ୍ତି ଏହା ତୁମର ଅନ୍ତିମ ଜନ୍ମ । ତେଣୁ ମୋତେ ମନେ ପକାଅ ତେବେ ତୁମର ପାପ ଭସ୍ମ ହେବ । ତୁମେମାନେ ଜାଣିଛ ଆମମାନଙ୍କୁ ଘରକୁ ଫେରାଇ ନେବା ପାଇଁ ବାବା ଆସିଛନ୍ତି । ତେବେ ନିଶ୍ଚିତ ଏହିଠାରେ ହିଁ ଶରୀର ଛାଡିବା । ଶରୀର ତ ସାଥିରେ ଯିବ ନାହିଁ । ପତିତ ଆତ୍ମାମାନେ ମଧ୍ୟ ସେଠାକୁ ଯାଇପାରିବେ ନାହିଁ । ପବିତ୍ର ହେବାର ଉପାୟ ମଧ୍ୟ ନିଶ୍ଚିତ ବାବା ହିଁ ବତାଇବେ । କହୁଛନ୍ତି ମୋତେ ମନେ ପକାଅ ତେବେ ତୁମମାନଙ୍କର ବିକର୍ମ ବିନାଶ ହେବ । ଭକ୍ତି ମାର୍ଗରେ ହେଲା ଅନ୍ଧଶ୍ରଦ୍ଧା । ଶିବକାଶୀ କହୁଛନ୍ତି ପୁଣି କହୁଛନ୍ତି ଶିବ ଗଙ୍ଗାଙ୍କୁ ଆଣିଥିଲେ, ଭାଗୀରଥଙ୍କ ଠାରୁ ଗଙ୍ଗା ବାହାରିଲା । ତେବେ ମଥାରୁ କିପରି ପାଣି ବାହାରିବ । ଭାଗୀରଥ କ’ଣ କୌଣସି ପାହାଡ ଉପରେ ବସିଛନ୍ତି କି! ଯାହାଙ୍କ ଜଟାରୁ ଗଙ୍ଗା ଆସିବ! ସାଗରର ପାଣି ବାଷ୍ପିଭୂତ ହୋଇ ବାଦଲ ହୋଇ ବରଷୁଛି ଯାହାକି ସାରା ଦୁନିଆକୁ ଯାଉଛି । ନଦୀ ତ ସବୁଆଡେ ଅଛି । ପାହାଡ ଉପରେ ବରଫ ଜମିଯାଉଛି, ସେ ପାଣି ମଧ୍ୟ ଆସି ଚାଲିଛି । ପାହାଡ ଭିତରେ ଯେଉଁ ଗୁମ୍ଫାରେ ପାଣି ରହିଥାଏ, ତାହା ପୁଣି କୂଅକୁ ଆସିଥାଏ । ତାର ଆଧାର ମଧ୍ୟ ବର୍ଷା ଅଟେ । ବର୍ଷା ନ ହେଲେ କୂଅ ମଧ୍ୟ ଶୁଖିଯାଇଥାଏ ।

ଆତ୍ମାମାନେ ମଧ୍ୟ କହିଥା’ନ୍ତି ବାବା ଆମକୁ ପବିତ୍ର କରି ସ୍ୱର୍ଗକୁ ନେଇଚାଲ । ତେବେ ସମସ୍ତଙ୍କର ସ୍ୱର୍ଗକୁ ଯିବା ପାଇଁ ବା କୃଷ୍ଣପୁରୀକୁ ଯିବା ପାଇଁ ଆଶା ରହିଥାଏ । କିନ୍ତୁ ବିଷ୍ଣୁପୁରୀ ବିଷୟରେ କାହାକୁ କିଛି ଜଣା ନାହିଁ । କୃଷ୍ଣଙ୍କର ଭକ୍ତମାନେ କହିଥା’ନ୍ତି - ଯେଉଁଠି ଦେଖ କେବଳ କୃଷ୍ଣ ହିଁ କୃଷ୍ଣ । ଆରେ, ଯଦି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି ତେବେ କାହିଁକି କହୁନାହାଁନ୍ତି ଯେ, ଯେଉଁଆଡେ ଦେଖ ପରମାତ୍ମା ହିଁ ପରମାତ୍ମା ରହିଛନ୍ତି । ପରମାତ୍ମାଙ୍କ ଭକ୍ତମାନେ ପୁଣି ଏକଥା ମଧ୍ୟ କହୁଛନ୍ତି, ସବୁ ତାଙ୍କର ହିଁ ରୂପ । ସିଏ ହିଁ ଏହିସବୁ ଲୀଳା କରୁଛନ୍ତି । ଭଗବାନ ଲୀଳା କରିବା ପାଇଁ ରୂପ ଧାରଣ କରିଛନ୍ତି । ତେବେ ନିଶ୍ଚିତ ଏବେ ଲୀଳା କରିବେ ନା । ପରମାତ୍ମାଙ୍କ ଦୁନିଆ ସ୍ୱର୍ଗରେ ଦେଖ, ସେଠାରେ କୌଣସି ଆବର୍ଜନାର କଥା ହିଁ ନାହିଁ । ଏଠାରେ ତ ଆବର୍ଜନା ଭର୍ତ୍ତି ହୋଇ ରହିଛି ପୁଣି ଏଠାରେ ଏ କଥା ମଧ୍ୟ କହିଦେଉଛନ୍ତି ଯେ, ପରମାତ୍ମା ସର୍ବବ୍ୟାପୀ ଅଟନ୍ତି । ପରମାତ୍ମା ହିଁ ସୁଖ ଦେଉଛନ୍ତି । ପିଲା ଆସିଲା ସୁଖ ଆସିଲା, ମରିଗଲେ ଦୁଃଖ ହେଲା । ଆରେ, ଭଗବାନ ତୁମକୁ ଦେଇଥିଲେ ପୁଣି ନେଇଗଲେ ତେବେ କାନ୍ଦିବା କ’ଣ ଦରକାର! ସତ୍ୟଯୁଗରେ କାନ୍ଦିବା, ଦୁଃଖୀ ହେବା, ଏ ସବୁ ହେବ ନାହିଁ । ମୋହଜିତ୍ ରାଜାର ଦୃଷ୍ଟାନ୍ତ ଦେଖାଇଛନ୍ତି । ଏ ସବୁ ହେଲା ମିଛ ଦୃଷ୍ଟାନ୍ତ । ଏଥିରେ କୌଣସି ସତ୍ୟତା ନାହିଁ । ସତ୍ୟଯୁଗରେ ଋଷି-ମୁନିମାନେ ରହିବେ ନାହିଁ ଏବଂ ଏଠାରେ ମଧ୍ୟ ସେପରି କୌଣସି କଥା ହୋଇପାରିବ ନାହିଁ । କାରଣ ଏଠାରେ ଏପରି କେହି ମୋହଜିତ୍ ରାଜା ହୋଇପାରିବେ ନାହିଁ । ଭଗବାନୁବାଚ - ଯାଦବ, କୌରବ, ପାଣ୍ଡବ କ୍ୟା କରତ ଭୟେ? ତୁମର ବାବାଙ୍କ ସହିତ ଯୋଗ ରହିଛି । ବାବା କହୁଛନ୍ତି ମୁଁ ତୁମ ସନ୍ତାନମାନଙ୍କ ଦ୍ୱାରା ଭାରତକୁ ସ୍ୱର୍ଗ କରାଉଛି । ବର୍ତ୍ତମାନ ଯେଉଁମାନେ ପବିତ୍ର ହେଉଛନ୍ତି ସେହିମାନେ ହିଁ ଭବିଷ୍ୟତରେ ପବିତ୍ର ଦୁନିଆର ମାଲିକ ହେବେ । ତୁମମାନଙ୍କୁ କେହି ବି ମିଳିଲେ ତାଙ୍କୁ ଏକଥା କୁହ ଭଗବାନ୍ କହୁଛନ୍ତି ମୋତେ ମନେ ପକାଅ । କେବଳ ମୋ ସହିତ ପ୍ରୀତି ଲଗାଅ ଅନ୍ୟ କାହାକୁ ସ୍ମରଣ କର ନାହିଁ । ଏହାକୁ ହିଁ ଅବ୍ୟଭିଚାରୀ ସ୍ମୃତି କୁହାଯିବ । ଏଠାରେ କୌଣସି ପାଣି ଆଦି ଚଢାଇବାର ନାହିଁ । ଭକ୍ତିମାର୍ଗରେ ଏହିଭଳି ଧନ୍ଦା ଆଦି କରି ଭଗବାନଙ୍କୁ ସ୍ମରଣ କରୁଥିଲ ନା । ଗୁରୁମାନେ ମଧ୍ୟ କହିଥା’ନ୍ତି, ମୋତେ ମନେ ପକାଅ, ନିଜର ସ୍ୱାମୀକୁ ମଧ୍ୟ ସ୍ମରଣ କର ନାହିଁ । ବାବା ତୁମମାନଙ୍କୁ କେତେ କଥା ବୁଝାଉଛନ୍ତି । ମୂଳ କଥା ହେଉଛି କି ସମସ୍ତଙ୍କୁ ସନ୍ଦେଶ ଦିଅ - ବାବା କହୁଛନ୍ତି ମୋତେ ମନେ ପକାଅ । ବାବା ଅର୍ଥ ହିଁ ଭଗବାନ । ଭଗବାନ ତ ହେଉଛନ୍ତି ନିରାକାର । ଶ୍ରୀକୃଷ୍ଣଙ୍କୁ ସମସ୍ତେ ଭଗବାନ କହିବେ ନାହିଁ । କୃଷ୍ଣ ତ ହେଉଛନ୍ତି ଛୋଟ ପିଲା । ଯଦି ଶିବବାବା ଏହାଙ୍କ ଶରୀରରେ ପ୍ରବେଶ କରି ନ ଥା’ନ୍ତେ ତେବେ ତୁମେ ସବୁ କ’ଣ ଏଠାରେ ଥା’ନ୍ତ? ଶିବବାବା ଏହାଙ୍କ ଦ୍ୱାରା ତୁମମାନଙ୍କୁ ପୋଷ୍ୟ କରାଇ, ନିଜର କରିଛନ୍ତି । ତେଣୁ ସିଏ ମାତା, ପିତା ଉଭୟ ଅଟନ୍ତି । ତେବେ ମାତା ତ ସାକାରୀ ଆବଶ୍ୟକ ନା । ସେ ତ ହେଉଛନ୍ତି ଆମର ପିତା । ତେବେ ଏହିସବୁ କଥାକୁ ଭଲ ଭାବରେ ଧାରଣ କରିବାକୁ ହେବ । ତୁମେ ସନ୍ତାନମାନଙ୍କୁ କେବେ ବି କୌଣସି କଥାରେ ଝାଉଁଳିଯିବା ଉଚିତ୍ ନୁହେଁ । ଏହି ପାଠପଢାକୁ କେବେ ବି ଛାଡିବା ଉଚିତ୍ ନୁହେଁ । କେତେକ ସନ୍ତାନ ସଙ୍ଗଦୋଷରେ ଆସି ଋଷିଯାଉଛନ୍ତି ଏବଂ ନିଜ ଘରେ ପାଠଶାଳା ଖୋଲି ଦେଉଛନ୍ତି । ଯଦି ପରସ୍ପର ମଧ୍ୟରେ ଲଢେଇ-ଝଗଡ଼ା କରି ନିଜର ପାଠଶାଳା ଖୋଲିବେ ତେବେ ମୂର୍ଖପଣିଆ ହେବ, ଯିଏ ଋଷି ଯାଉଛନ୍ତି ସିଏ ପାଠଶାଳା ଖୋଲିବାର ଯୋଗ୍ୟ ହିଁ ନୁହଁନ୍ତି । ଏହିଭଳି ଦେହ-ଅଭିମାନ ତୁମର ଚଳିବ ନାହିଁ, କାହିଁକି ନା ବୁଦ୍ଧିରେ ତ ଶତ୍ରୁତା ରହିଛି ତେଣୁ ସିଏ ମନେ ପଡିବେ ଏବଂ କାହାକୁ କିଛି ହେଲେ ବୁଝାଇ ପାରିବ ନାହିଁ । ଏପରି ମଧ୍ୟ ହୁଏ, ଯାହାକୁ ଜ୍ଞାନ ଦିଅନ୍ତି ସେ ଆଗକୁ ଚାଲିଯାଆନ୍ତି ନିଜେ ତଳକୁ ଖସିଯାଆନ୍ତି, ତେବେ ସେ ନିଜେ ମଧ୍ୟ ବୁଝିପାରିଥାଆନ୍ତି ଯେ ମୋ ଠାରୁ ତାଙ୍କର ଅବସ୍ଥା ଭଲ । ଯିଏ ଶିକ୍ଷା ଗ୍ରହଣ କରିଥାଏ ସେ ରାଜା ଏବଂ ଶିକ୍ଷାଦାତା ନିଜେ ଦାସ-ଦାସୀ ହୋଇ ଯାଇଥାଆନ୍ତି, ଏପରି ମଧ୍ୟ ଅଛନ୍ତି । ତେବେ ବର୍ତ୍ତମାନ ପୁରୁଷାର୍ଥ କରି ବାବାଙ୍କ ଗଳାର ହାର ହେବାକୁ ପଡିବ । ବାବା ବଞ୍ଚି ଥାଉ ଥାଉ ମୁଁ ଆପଣଙ୍କର ହୋଇଛି କାରଣ ଯୋଗବଳ ଦ୍ୱାରା ହିଁ ବେଡ଼ା ପାରି ହେବ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କେବେ ହେଲେ କୌଣସି କଥାରେ ଝାଉଁଳି ପଡ଼ ନାହିଁ । ପରସ୍ପର ମଧ୍ୟରେ ଋଷି ପଢା ଛାଡ଼ିଦେବା ଅନୁଚିତ୍ ଅଟେ । ଶତ୍ରୁତା କରିବା ମଧ୍ୟ ଦେହ-ଅଭିମାନ ଅଟେ । ସଙ୍ଗଦୋଷରୁ ନିଜକୁ ବହୁତ-ବହୁତ ସମ୍ଭାଳିବାକୁ ହେବ । ପବିତ୍ର ହୋଇ, ନିଜର ଚଳଣି ଦ୍ୱାରା ବାବାଙ୍କର ପ୍ରତ୍ୟକ୍ଷତା କରିବାକୁ ହେବ ।

(୨) ପ୍ରୀତି ବୁଦ୍ଧି ହୋଇ ଏକ ବାବାଙ୍କର ଅବ୍ୟଭିଚାରୀ ୟାଦରେ ରହିବାକୁ ହେବ । ତନ-ମନ-ଧନ ଦ୍ୱାରା ବାବାଙ୍କର କାର୍ଯ୍ୟରେ ସହଯୋଗୀ ହେବାକୁ ପଡ଼ିବ ।

ବରଦାନ:-
ନ୍ୟାରା ଏବଂ ପ୍ୟାରା ହେବାର ରହସ୍ୟକୁ ଜାଣି ସର୍ବଦା ସନ୍ତୁଷ୍ଟ ରହୁଥିବା ରହସ୍ୟଯୁକ୍ତ ଆତ୍ମା ହୁଅ ।

ଯେଉଁ ପିଲାମାନେ ଘର ଗୃହସ୍ଥରେ ରହି ସବୁଥିରୁ ନ୍ୟାରା ଏବଂ ସମସ୍ତଙ୍କ ସହିତ ପ୍ୟାରା ହୋଇ ଚାଲିବାର ରାଜ ଅର୍ଥାତ୍ ରହସ୍ୟକୁ ଜାଣିଛନ୍ତି ସେମାନେ ନିଜେ ମଧ୍ୟ ସର୍ବଦା ନିଜ ଉପରେ ସନ୍ତୁଷ୍ଟ ରହିଥାଆନ୍ତି ଏବଂ ନିଜର ଘର ଗୃହସ୍ଥକୁ ମଧ୍ୟ ସନ୍ତୁଷ୍ଟ ରଖିଥାଆନ୍ତି । ତା’ ସହିତ ସଚ୍ଚା ଦିଲ୍ ହୋଇଥିବା କାରଣରୁ ସାହେବ ବାବା ମଧ୍ୟ ସର୍ବଦା ଦାତାଙ୍କ ଉପରେ ରାଜି ରହିଥାଆନ୍ତି । ଏହିଭଳି ସର୍ବଦା ରାଜି ରହୁଥିବା ରାଜଯୁକ୍ତ ପିଲାମାନଙ୍କୁ ନିଜ ପ୍ରତି ହେଉ ବା ଅନ୍ୟ କାହା ପ୍ରତି ମଧ୍ୟ ହେଉ କାହାକୁ ମଧ୍ୟସ୍ତି କରିବା ବା କାହାଠାରୁ ସହଯୋଗ ନେବାର ଆବଶ୍ୟକତା ପଡି ନ ଥାଏ କାହିଁକି ନା ସେମାନେ ନିଜର ଫୈସଲା ନିଜେ ନିଜେ ହିଁ କରିନିଅନ୍ତି । ସେଥିପାଇଁ ସେମାନଙ୍କୁ କୌଣସି କଥାରେ କାଜୀ ବା ଓକିଲ ବା ଜଜ୍ କରିବାର ଆବଶ୍ୟକତା ପଡେ ନାହିଁ ।

ସ୍ଲୋଗାନ:-
ସେବା ଦ୍ୱାରା ଯେଉଁ ଆଶୀର୍ବାଦ ମିଳିଥାଏ ସେହି ଆଶୀର୍ବାଦ ହିଁ ସୁସ୍ଥ ରହିବାର ଆଧାର ଅଟେ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତା ରୂପୀ ବ୍ୟକ୍ତିତ୍ୱକୁ ଧାରଣ କର ।

ଯେପରି ସ୍ଥୂଳ ଶରୀରରେ ନିଃଶ୍ୱାସ-ପ୍ରଶ୍ୱାସ ଚାଲୁ ରହିବା ଆବଶ୍ୟକ ଅଟେ, ଶ୍ୱାସ କ୍ରିୟା ନାହିଁ ତ ଜୀବନ ନାହିଁ, ସେହିପରି ବ୍ରାହ୍ମଣ ଜୀବନର ଶ୍ୱାସ କ୍ରିୟା ହେଲା ପବିତ୍ରତା । ୨୧ ଜନ୍ମର ପ୍ରାଲବ୍ଧ ପ୍ରାପ୍ତ କରିବାର ଆଧାର ହେଲା ପବ୍ରିତତା । ଆତ୍ମା ଏବଂ ପରମାତ୍ମାଙ୍କର ମିଳନର ଆଧାର ହେଲା ପବିତ୍ର ବୁଦ୍ଧି । ସଂଗମଯୁଗୀ ପ୍ରାପ୍ତି ଗୁଡିକର ଆଧାର ଏବଂ ଭବିଷ୍ୟତରେ ପୂଜ୍ୟ ପଦ ପ୍ରାପ୍ତ କରିବାର ଆଧାର ମଧ୍ୟ ପବିତ୍ରତା ଅଟେ ସେଥିପାଇଁ ପବିତ୍ରତା ରୂପୀ ବ୍ୟକ୍ତିତ୍ୱକୁ ବରଦାନ ରୂପରେ ଧାରଣ କର ।