06.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯେତେବେଳେ ତୁମେମାନେ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ, ସେତେବେଳେ ହିଁ ବାବା ତୁମର ସମର୍ପଣ ସ୍ୱୀକାର କରିବେ, ତେଣୁ ତୁମେମାନେ ନିଜର ହୃଦୟକୁ ପଚାର ମୁଁ କେତେ ପବିତ୍ର ହୋଇଛି । ”

ପ୍ରଶ୍ନ:-
ତୁମେ ପିଲାମାନେ ବର୍ତ୍ତମାନ ଖୁସି-ଖୁସିରେ ବାବାଙ୍କ ଉପରେ ସମର୍ପଣ ହେଉଛ - କାହିଁକି?

ଉତ୍ତର:-
କାହିଁକି ନା ତୁମେମାନେ ଜାଣିଛ, ଏବେ ଯଦି ଆମେ ବାବାଙ୍କ ଉପରେ ସମର୍ପଣ ହୋଇଯିବୁ ତେବେ ବାବା ୨୧ ଜନ୍ମ ପାଇଁ ଆମ ଉପରେ ସମର୍ପଣ ହୋଇଯିବେ । ତୁମମାନଙ୍କୁ ଏକଥା ମଧ୍ୟ ଜଣାଅଛି ଯେ ଏବେ ଏହି ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞରେ ସମସ୍ତ ମନୁଷ୍ୟ ମାତ୍ରଙ୍କୁ ସ୍ୱାହା ହେବାକୁ ହିଁ ପଡିବ, ସେଥିପାଇଁ ତୁମେମାନେ ପୂର୍ବରୁ ହିଁ ଖୁସି-ଖୁସିରେ ନିଜର ଶରୀର, ମନ, ଧନ ସବୁ କିଛି ସ୍ୱାହା କରି ସଫଳ କରିଦେଉଛ ।

ଗୀତ:-
ମୁଖଡା ଦେଖ ଲେ ପ୍ରାଣୀ...

ଓମ୍ ଶାନ୍ତି ।
ଶିବ ଭଗବାନ ଉବାଚ । ନିଶ୍ଚିତ ନିଜର ପିଲାମାନଙ୍କ ପାଇଁ ହିଁ ଜ୍ଞାନ ଶିଖାଉଛନ୍ତି ବା ଶ୍ରୀମତ ଦେଉଛନ୍ତି - ହେ ପିଲାମାନେ ବା ହେ ପ୍ରାଣୀ, ଶରୀରରୁ ପ୍ରାଣ ବାହାରିଯାଇଥାଏ ବା ଆତ୍ମା ବାହାରି ଯାଇଥାଏ ଏହା ଗୋଟିଏ କଥା । ହେ ପ୍ରାଣୀ ଅଥବା ହେ ପିଲାମାନେ, ତୁମେ ଦେଖିଲ ଯେ ତୁମ ଜୀବନରେ କେତେ ପାପ ଥିଲା ଏବଂ କେତେ ପୁଣ୍ୟ ଥିଲା! ହିସାବ ତ ବତେଇ ଦେଇଛି - ତୁମ ଜୀବନରେ ଅଧାକଳ୍ପ ପୁଣ୍ୟ ଆଉ ଅଧାକଳ୍ପ ପାପ ହୋଇଥାଏ । ପୁଣ୍ୟର ସମ୍ପତ୍ତି ବାବାଙ୍କଠାରୁ ମିଳୁଛି, ଯାହାଙ୍କୁ ରାମ ବୋଲି କୁହାଯାଉଛି । ରାମ, ନିରାକାରଙ୍କୁ କୁହାଯାଉଛି, ସୀତା ପତି ରାମଙ୍କୁ ନୁହେଁ । ତେବେ ଏବେ ତୁମେ ପିଲାମାନେ, ଯେଉଁମାନେ କି ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ହୋଇଛ, ତୁମମାନଙ୍କର ବୁଦ୍ଧିରେ ଏହି କଥା ଏବେ ଆସି ଗଲାଣି ଯେ ନିଶ୍ଚିତ ଭାବରେ ଅଧାକଳ୍ପ ଆମେ ପୁଣ୍ୟ ଆତ୍ମା ହିଁ ଥିଲୁ ପୁଣି ଅଧାକଳ୍ପ ପାପାତ୍ମା ହୋଇଯାଇଛୁ । ଏବେ ପୁଣ୍ୟ ଆତ୍ମା ହେବାର ଅଛି । ମୁଁ କେତେ ପୁଣ୍ୟ ଆତ୍ମା ହୋଇଛି - ଏହି କଥା ପ୍ରତ୍ୟେକେ ନିଜର ହୃଦୟକୁ ପଚାରନ୍ତୁ । ପାପାତ୍ମାରୁ ପୁଣ୍ୟାତ୍ମା କିପରି ହେବ... ତାହା ମଧ୍ୟ ବାବା ବୁଝାଇ ଦେଇଛନ୍ତି । ଯଜ୍ଞ, ତପ ଆଦି କରିବା ଦ୍ୱାରା ତୁମେ ପୁଣ୍ୟାତ୍ମା ହୋଇପାରିବ ନାହିଁ, ତାହା ହେଲା ଭକ୍ତିମାର୍ଗ, ତାହା ଦ୍ୱାରା କେହି ବି ମନୁଷ୍ୟ ପୁଣ୍ୟାତ୍ମା ହୋଇ ନ ଥାନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଆମେ ପୁଣ୍ୟତ୍ମା ହେବାକୁ ଯାଉଛୁ । ଆସୁରୀ ମତରେ ଚାଲି ପାପାତ୍ମା ହୋଇଯିବା ଦ୍ୱାରା ସିଢି ତଳକୁ ଖସି ଖସି ଆସିଲେ । କେତେ ସମୟ ଆମେ ପୁଣ୍ୟାତ୍ମା ହେଉଛୁ ବା ସୁଖର ସମ୍ପତ୍ତି ନେଉଛୁ - ଏହି କଥା କାହାକୁ ବି ଜଣାନାହିଁ । ସେହି ବାବାଙ୍କୁ ତ ସବୁ ମନୁଷ୍ୟ ସ୍ମରଣ କରୁଛନ୍ତି, ତାଙ୍କୁ ହିଁ ପରମପିତା ପରମାତ୍ମା କହୁଛନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ପରମାତ୍ମା କୁହାଯିବ ନାହିଁ । ଆଉ କାହାକୁ ବି ପରମାତ୍ମା କୁହାଯାଇପାରିବ ନାହିଁ । ଯଦିଓ ବର୍ତ୍ତମାନ ତୁମେ ପ୍ରଜାପିତା ବ୍ରହ୍ମା କହୁଛ କିନ୍ତୁ ପ୍ରଜାପିତାଙ୍କୁ କେବେ ଭକ୍ତିମାର୍ଗରେ ସ୍ମରଣ କରୁନାହାଁନ୍ତି । ଯାହାବି ହେଲେ ସମସ୍ତେ ନିରାକାର ବାବାଙ୍କୁ ହିଁ ସ୍ମରଣ କରୁଛନ୍ତି - ହେ ଈଶ୍ୱର ପିତା, ହେ ଭଗବାନ ଅକ୍ଷର ହିଁ ମୁଖରୁ ବାହାରିଥାଏ । ସେହି ଜଣଙ୍କୁ ହିଁ ସ୍ମରଣ କରୁଛନ୍ତି । ମନୁଷ୍ୟ ନିଜକୁ ଗଡ ଫାଦର ବା ଈଶ୍ୱର ପିତା କହିପାରିବ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କର ମଧ୍ୟ ନିଜକୁ ଗଡ ଫାଦର କହିପାରିବେ ନାହିଁ । ସେମାନଙ୍କର ଶାରୀରିକ ନାମ ତ ରହିଛି ନା । କେବଳ ଜଣେ ମାତ୍ର ଈଶ୍ୱର ପିତା ହିଁ ଅଛନ୍ତି ଯାହାଙ୍କର ନିଜର ଶରୀର ନାହିଁ । ଭକ୍ତିମାର୍ଗରେ ମଧ୍ୟ ଶିବଙ୍କର ବହୁତ ପୂଜା କରୁଛନ୍ତି । ଏବେ ତୁମେ ପିଲାମାନେ ଜାଣିଛ - ଶିବବାବା ଏହି ଶରୀର ଦ୍ୱାରା ଆମ ସହିତ କଥାବାର୍ତ୍ତା କରୁଛନ୍ତି - ହେ ପିଲାମାନେ, କେତେ ସ୍ନେହର ସହିତ କହୁଛନ୍ତି ଏବଂ ବୁଝୁଛନ୍ତି ଯେ ମୁଁ ସମସ୍ତଙ୍କର ପତିତ-ପାବନ, ସଦଗତି ଦାତା ଅଟେ । ମନୁଷ୍ୟମାନେ ବାବାଙ୍କର ମହିମା କରୁଛନ୍ତି ନା, କିନ୍ତୁ ସେମାନଙ୍କୁ ଏକଥା ଜଣା ନାହିଁ ଯେ ସିଏ ୫ ହଜାର ବର୍ଷ ପରେ ଆସୁଛନ୍ତି । ନିଶ୍ଚୟ ଯେତେବେଳେ କଳିଯୁଗର ଶେଷ ସମୟ ହେବ ସେତେବେଳେ ତ ଆସିବେ । ଯେହେତୁ ଏବେ କଳିଯୁଗର ଶେଷ ସମୟ ତେଣୁ ନିଶ୍ଚିତ ଏବେ ହିଁ ଆସିଛନ୍ତି । ତୁମମାନଙ୍କୁ ଶ୍ରୀକୃଷ୍ଣ ପଢାଉ ନାହାଁନ୍ତି । ତୁମକୁ ଏବେ ଶ୍ରୀମତ ମିଳୁଛି, ଶ୍ରୀମତ କୃଷ୍ଣଙ୍କର ମତ ନୁହେଁ । ଶ୍ରୀକୃଷ୍ଣଙ୍କର ଆତ୍ମା ମଧ୍ୟ ଶ୍ରୀମତ ଦ୍ୱାରା ଦେବତା ହୋଇଥିଲେ ପୁଣି ୮୪ ଜନ୍ମ ନେଇ ଏବେ ତୁମେମାନେ ଆସୁରୀମତର ଅଧିନ ହୋଇଯାଇଛ । ବାବା କହୁଛନ୍ତି ମୁଁ ସେତେବେଳେ ଆସୁଛି ଯେତେବେଳେ ତୁମର ୮୪ ଜନ୍ମର ଚକ୍ର ଶେଷ ହେଉଛି । ତୁମେ ଯେଉଁମାନେ ଆରମ୍ଭରୁ ଆସିଥିଲ, ଏବେ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ଅଛ । ବୃକ୍ଷଟି ଯଦି ପୁରୁଣା ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଏ, ତେବେ ସାରା ବୃକ୍ଷ ହିଁ ସେହିଭଳି ହୋଇଯାଇଥାଏ । ବାବା ବୁଝାଉଛନ୍ତି - ତୁମେମାନେ ତମୋପ୍ରଧାନ ବା ପତିତ ହେବା କାରଣରୁ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ଏହି ମନୁଷ୍ୟ ସୃଷ୍ଟି ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ, ଏହାକୁ ହିଁ ଓଲଟ ବୃକ୍ଷ କୁହାଯାଏ, ଏହାର ମଞ୍ଜି ଶିବବାବା, ଉପରେ ଅଛନ୍ତି । ସେହି ମଞ୍ଜିରୁ ହିଁ ସାରା ବୃକ୍ଷ ବାହାରିଛି । ମନୁଷ୍ୟମାନେ ମଧ୍ୟ “ଈଶ୍ୱର ପିତା” ବୋଲି କହୁଛନ୍ତି । ଆତ୍ମା ହିଁ କହୁଛି, ଆତ୍ମାର ନାମ ଆତ୍ମା ହିଁ ଅଟେ । ଆତ୍ମା ଯେତେବେଳେ ଶରୀରକୁ ଆସେ ସେତେବେଳେ ଶରୀରର ନାମ ରଖାଯାଇଥାଏ, ଖେଳ ଚାଲିଥାଏ । ଆତ୍ମମାନଙ୍କର ଦୁନିଆରେ ଖେଳ ଚାଲି ନ ଥାଏ । ଖେଳ ହେବାର ସ୍ଥାନ ହିଁ ଏହି ଦୁନିଆ ଅଟେ । ନାଟକରେ ଆଲୋକର ଆବଶ୍ୟକ ପଡିଥାଏ । ବାକି ଯେଉଁଠାରେ ଆତ୍ମାମାନେ ଥାନ୍ତି ସେଠାରେ ସୂର୍ଯ୍ୟ, ଚନ୍ଦ୍ର ନ ଥା’ନ୍ତି, ସେଠାରେ ଡ୍ରାମାର ଖେଳ ହୋଇ ନ ଥାଏ । ରାତି ଦିନ ଏହିଠାରେ ହିଁ ହୋଇଥାଏ । ସୂକ୍ଷ୍ମବତନ ବା ମୂଳବତନରେ ରାତି-ଦିନ ନ ଥାଏ, ଏହା ହିଁ କର୍ମକ୍ଷେତ୍ର ଅଟେ । ଏଠାରେ ମନୁଷ୍ୟ ଭଲ କର୍ମ ମଧ୍ୟ କରୁଛନ୍ତି, ଖରାପ କର୍ମ ମଧ୍ୟ କରୁଛନ୍ତି । ସତ୍ୟଯୁଗ-ତ୍ରେତାଯୁଗରେ ଭଲ କର୍ମ ହୋଇଥାଏ କାରଣ ସେଠାରେ ୫ ବିକାର ରୂପୀ ରାବଣର ରାଜ୍ୟ ହିଁ ନ ଥାଏ । ବାବା ଆସି କର୍ମ, ଅକର୍ମ, ବିକର୍ମର ରହସ୍ୟ ଶୁଣାଉଛନ୍ତି । କର୍ମ ତ କରିବାକୁ ହିଁ ପଡିବ, ଯେହେତୁ ଏହା କର୍ମକ୍ଷେତ୍ର ଅଟେ । ସତ୍ୟଯୁଗରେ ମନୁଷ୍ୟ ଯେଉଁ କର୍ମ କରିଥାଏ, ତାହା ଅକର୍ମ ହୋଇଯାଇଥାଏ । ସେଠାରେ ରାବଣର ରାଜ୍ୟ ହିଁ ନାହିଁ, ତାକୁ ସ୍ୱର୍ଗ କୁହାଯାଏ । ବର୍ତ୍ତମାନ ସ୍ୱର୍ଗ ଦୁନିଆ ନାହିଁ । ସତ୍ୟଯୁଗରେ ଏକମାତ୍ର ଭାରତ ହିଁ ଥିଲା, ଅନ୍ୟ କୌଣସି ଖଣ୍ଡ ବା ରାଷ୍ଟ୍ର ନଥିଲା । ବାବାଙ୍କୁ ହେଭେନ୍‌ଲି ଗଡ୍ ଫାଦର ବା ସ୍ୱର୍ଗୀୟ ଈଶ୍ୱର ପିତା ବୋଲି କହୁଛନ୍ତି, ତେବେ ସେହି ପିତା ନିଶ୍ଚିତ ସ୍ୱର୍ଗ ହିଁ ରଚନା କରିବେ । ଏହିକଥା ସବୁ ରାଷ୍ଟ୍ର ଜାଣିଛନ୍ତି ଯେ ଭାରତ ପ୍ରାଚୀନ ଦେଶ ଅଟେ । ପ୍ରଥମେ କେବଳ ଭାରତ ହିଁ ଥିଲା, ଏ କଥା ଅନ୍ୟ କେହି ଜାଣିନାହାଁନ୍ତି । ବର୍ତ୍ତମାନ ତ ଗୋଟିଏ ଦେଶ ନାହିଁ ନା । ଏହା ହେଉଛି ୫ ହଜାର ବର୍ଷର କଥା । କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ତିନି ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ରଚୟିତା ନିଶ୍ଚିତ ସୃଷ୍ଟି ରଚନା କରିବେ । ତମୋପ୍ରଧାନ ବୁଦ୍ଧି ହୋଇଥିବା କାରଣରୁ ଏତିକି କଥା ବି ବୁଝିପାରୁ ନାହାଁନ୍ତି । ଭାରତ ତ ସବୁଠାରୁ ଉଚ୍ଚ ଅଥବା ଶ୍ରେଷ୍ଠ ଖଣ୍ଡ ଅଟେ, ମନୁଷ୍ୟ ସୃଷ୍ଟିର ପ୍ରଥମ କୁଟୁମ୍ବ ବା ବଂଶ ଅଟେ । ଡ୍ରାମା ମଧ୍ୟ ଏହିଭଳି ରଚନା ହୋଇଛି । ଧନୀ ଦରିଦ୍ରକୁ ସାହାଯ୍ୟ କରିଥାଏ, ଏହିପରି ଚାଲିଆସିଛି । ଭକ୍ତିମାର୍ଗରେ ମଧ୍ୟ ସାହୁକାର ବା ଧନୀ ବ୍ୟକ୍ତି ଗରିବମାନଙ୍କୁ ଦାନ କରିଥା’ନ୍ତି । କିନ୍ତୁ ଏହା ତ ହେଲା ପତିତ ଦୁନିଆ । ତେଣୁ ଯିଏବି, ଦାନପୁଣ୍ୟ କରୁଛନ୍ତି ପତିତ ହିଁ ଅଟନ୍ତି ଏବଂ ଯାହାକୁ ଦାନ କରୁଛନ୍ତି ସିଏ ମଧ୍ୟ ପତିତ ଅଟନ୍ତି । ପତିତ ପତିତଙ୍କୁ ଦାନ କରିବେ ତ ତା’ର ଫଳ କ’ଣ ପାଇବେ । ଯଦିଓ ବହୁତ ଦାନପୁଣ୍ୟ କରିଆସିଛନ୍ତି, ତଥାପି ତଳକୁ ଖସି ଖସି ଆସିଛନ୍ତି । ଭାରତ ଭଳି ଦାନୀ ରାଷ୍ଟ୍ର ଆଉ କୌଣସି ଦେଶ ନାହିଁ । ବର୍ତ୍ତମାନ ତୁମ ପାଖରେ ଯେଉଁ ଶରୀର, ମନ, ଧନ ଅଛି ତାହା ସବୁ ତୁମେ ଏହି ଯଜ୍ଞରେ ସ୍ୱାହା କରୁଛ, ଏହାକୁ କୁହାଯାଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ ଜ୍ଞାନ ଯଜ୍ଞ । ଆତ୍ମା କହୁଛି - ଯେଉଁ ପୁରୁଣା ଶରୀର ରହିଛି, ଏହାକୁ ମଧ୍ୟ ଏଠାରେ ସ୍ୱାହା କରିବାକୁ ହେବ କାରଣ ତୁମେ ଜାଣିଛ - ସାରା ଦୁନିଆର ମନୁଷ୍ୟ ଏଥିରେ ସ୍ୱାହା ହେବାକୁ ଯାଉଛନ୍ତି ତେଣୁ ଆମେ କାହିଁକି ଖୁସି ଖୁସିରେ ବାବାଙ୍କ ଉପରେ ସମର୍ପଣ ନ ହେବା । ଆତ୍ମା ଜାଣିଛି ଯେ ମୁଁ ବାବାଙ୍କୁ ସ୍ମରଣ କରୁଛି । ଆତ୍ମା ମଧ୍ୟ କହି ଆସୁଛି ବାବା ଆପଣ ଯେବେ ଆସିବେ ତେବେ ମୁଁ ଆପଣଙ୍କ ଉପରେ ସମର୍ପଣ ହୋଇଯିବି କାହିଁକି ନା ଏବେ ଆମେ ସମର୍ପଣ ହେଲେ ଆପଣ ପୁଣି ୨୧ ଜନ୍ମ ପାଇଁ ସମର୍ପଣ ହେବେ । ଏହା ସୌଦାଗରୀ ବା ବ୍ୟବସାୟ ଅଟେ । ଆମେ ଆପଣଙ୍କ ଉପରେ ସମର୍ପଣ ହେବା ଦ୍ୱାରା ଆପଣ ମଧ୍ୟ ୨୧ ଥର ଆମ ଉପରେ ସମର୍ପଣ ହେଉଛନ୍ତି । ବାବା କହୁଛନ୍ତି - ଯେ ପର୍ଯ୍ୟନ୍ତ ତୁମର ଆତ୍ମା ପବିତ୍ର ହୋଇନାହିଁ ସେ ପର୍ଯ୍ୟନ୍ତ ମୁଁ ତୁମର ସମର୍ପଣକୁ ସ୍ୱୀକାର କରିବି ନାହିଁ ।

ବାବା କହୁଛନ୍ତି - ମୋତେ କେବଳ ମନେ ପକାଅ ତେବେ ତୁମର ଆତ୍ମା ପବିତ୍ର ହୋଇଯିବ । ବାବାଙ୍କୁ ଭୁଲିଯିବା ଦ୍ୱାରା ତୁମେ କେତେ ପତିତ ଦୁଃଖୀ ହୋଇଯାଇଛ । ମନୁଷ୍ୟ ଦୁଃଖୀ ହୋଇଗଲେ ଅନ୍ୟ ପାଖରେ ଶରଣ ନେଇଥାଏ । ଏବେ ତୁମେ ୬୩ ଜନ୍ମ ହେଲାଣି ରାବଣ ଦ୍ୱାରା ବହୁତ ଦୁଃଖୀ ହୋଇଯାଇଛ । ଗୋଟିଏ ସୀତାର କଥା ନୁହେଁ, ଯେତେ ବି ମନୁଷ୍ୟ ଅଛନ୍ତି ସମସ୍ତେ ସୀତା ଅଟନ୍ତି । ରାମାୟଣରେ ତ କାହାଣୀ ଲେଖି ଦେଇଛନ୍ତି । ସୀତାକୁ ରାବଣ ଶୋକ ବାଟିକାରେ ରଖିଥିଲା । ବାସ୍ତବରେ ସବୁ କଥା ଏହି ସମୟର ଅଟେ । ସମସ୍ତେ ରାବଣ ଅର୍ଥାତ୍ ୫ ବିକାରର ଜେଲ୍‌ରେ ଅଛନ୍ତି, ସେଥିପାଇଁ ଦୁଃଖୀ ହୋଇ ଡାକୁଛନ୍ତି - ଆମକୁ ରାବଣଠାରୁ ମୁକ୍ତ କର । ଜଣଙ୍କର କଥା ନୁହେଁ । ବାବା ବୁଝାଉଛନ୍ତି ସାରା ଦୁନିଆ ରାବଣର ଜେଲ୍‌ରେ ଅଛି । ଏହା ରାବଣ ରାଜ୍ୟ ଅଟେ ନା । କହୁଛନ୍ତି ନା - ରାମରାଜ୍ୟ ଦରକାର । ଗାନ୍ଧୀଜୀ ମଧ୍ୟ କହୁଥିଲେ ରାମରାଜ୍ୟ ଦରକାର, ସନ୍ନ୍ୟାସୀମାନେ କେବେ ଏପରି କହି ପାରିବେ ନାହିଁ ଯେ ରାମରାଜ୍ୟ ଦରକାର । ଏହିକଥା କେବଳ ଭାରତବାସୀ ହିଁ କହିପାରିବେ । ବର୍ତ୍ତମାନ ଆଦି ସନାତନ ଦେବୀ ଦେବତା ଧର୍ମ ନାହିଁ ଆଉ ସବୁ ଧର୍ମ ରୂପୀ ଶାଖା ପ୍ରଶାଖା ରହିଛି । ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା । ଏବେ ସେ ନାମ ହିଁ ବଦଳି ଯାଇଛି । ନିଜର ଧର୍ମକୁ ଭୁଲି ଅନ୍ୟ ଧର୍ମରେ ଧର୍ମାନ୍ତରିତ ହୋଇ ଚାଲିଛନ୍ତି । ମୁସଲମାନମାନେ ଆସିଲେ ଏବଂ କେତେ ହିନ୍ଦୁଙ୍କୁ ନିଜର ଧର୍ମକୁ ଧର୍ମାନ୍ତରିତ କରିଦେଲେ । ଖ୍ରୀଷ୍ଟିୟାନ ଧର୍ମକୁ ମଧ୍ୟ ବହୁତ ଧର୍ମାନ୍ତରିତ ହୋଇଯାଇଛନ୍ତି । ସେଥିପାଇଁ ଭାରତବାସୀଙ୍କର ଜନସଂଖ୍ୟା କମି ଯାଇଛି । ନଚେତ୍ ଭାରତବାସୀଙ୍କର ଜନସଂଖ୍ୟା ସବୁଠାରୁ ଅଧିକ ହେବା ଉଚିତ୍ । କିନ୍ତୁ ଏମାନେ ଅନେକ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି । ବାବା କହୁଛନ୍ତି ତୁମର ଏହି ଆଦି ସନାତନ ଦେବୀ ଦେବତା ଧର୍ମ ସବୁଠାରୁ ଶ୍ରେଷ୍ଠ ଧର୍ମ ଅଟେ । ପ୍ରଥମେ ସତ୍ତ୍ୱପ୍ରଧାନ ଥିଲେ, ଏବେ ସେହିମାନେ ପରିବର୍ତ୍ତିତ ହୋଇ ତମୋପ୍ରଧାନ ହୋଇଯାଇଛନ୍ତି । ତୁମେ ପିଲାମାନେ ଜାଣୁଛ - ଜ୍ଞାନର ସାଗର, ପତିତ-ପାବନ, ଯାହାଙ୍କୁ ସମସ୍ତେ ଡାକୁଛନ୍ତି, ସିଏ ହିଁ ଆସି ସମ୍ମୁଖରେ ପାଠ ପଢାଉଛନ୍ତି । ସିଏ ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି । ଖ୍ରୀଷ୍ଟଙ୍କର ଏହିଭଳି ମହିମା କରାଯିବ ନାହିଁ । ଶ୍ରୀକୃଷ୍ଣଙ୍କୁ ଜ୍ଞାନର ସାଗର, ପତିତପାବନ କୁହାଯାଏ ନାହିଁ । ସାଗର ଗୋଟିଏ ହିଁ ଅଟେ । ଚାରିପଟରେ ସାଗର ହିଁ ସାଗର ବେଢି ରହିଛି । ଦୁଇଟି ସାଗର ନ ଥାଏ । ଏହା ମନୁଷ୍ୟ ସୃଷ୍ଟିରୂପୀ ନାଟକ ଅଟେ, ଏଥିରେ ସମସ୍ତଙ୍କର ଅଲଗା ଅଲଗା ଅଭିନୟ ରହିଛି । ବାବା କହୁଛନ୍ତି ମୋର କର୍ତ୍ତବ୍ୟ ସମସ୍ତଙ୍କ ଠାରୁ ଅଲଗା, ମୁଁ ଜ୍ଞାନର ସାଗର ଅଟେ । ମୋତେ ହିଁ ତୁମେ ଡାକୁଛ ହେ ପତିତ-ପାବନ, ପୁଣି କହୁଛ ମୁକ୍ତିଦାତା । କେଉଁଥିରୁ ମୁକ୍ତ କରିଥା’ନ୍ତି? ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ତୁମେ ଜାଣିଛ, ଆମେ ସତ୍ୟଯୁଗ ତ୍ରେତା ଯୁଗରେ ବହୁତ ସୁଖୀ ଥିଲୁ, ତାକୁ ହିଁ ସ୍ୱର୍ଗ କୁହାଯାଏ । ଏବେ ତ ନର୍କ ହୋଇଗଲାଣି, ସେଥିପାଇଁ ଡାକୁଛନ୍ତି - ଦୁଃଖରୁ ମୁକ୍ତ କରି ସୁଖଧାମ ନେଇଚାଲ । ସନ୍ନ୍ୟାସୀମାନେ କେବେହେଲେ କହିବେ ନାହିଁ ଯେ ଅମୁକ ସ୍ୱର୍ଗବାସୀ ହେଲା, ସେମାନେ କହିଥା’ନ୍ତି ନିର୍ବାଣ ପ୍ରାପ୍ତ ହେଲା । ବିଦେଶରେ ମଧ୍ୟ କହିଥା’ନ୍ତି ଲେଫ୍ଟ ଫର ହେଭେନେଲୀ ଆବୋର୍ଡ ଅର୍ଥାତ୍ ସ୍ୱର୍ଗକୁ ଗଲା । ଭାବିଥାନ୍ତି ଗଡ ଫାଦର ବା ଈଶ୍ୱର ପିତାଙ୍କ ପାଖକୁ ଗଲା । ଯଦି ହେଭେନେଲୀ ଗଡ ଫାଦର କହୁଛନ୍ତି, ତେବେ ନିଶ୍ଚିତ ଭାବେ ସ୍ୱର୍ଗ ଥିଲା । ଏବେ ନାହିଁ । ତେବେ ନର୍କ ପରେ ପୁଣି ସ୍ୱର୍ଗ ଆସିବା ଦରକାର । ଈଶ୍ୱର ପିତାଙ୍କୁ ଏଠାକୁ ଆସି ସ୍ୱର୍ଗ ସ୍ଥାପନ କରିବାକୁ ହେବ । ସୂକ୍ଷ୍ମବତନ, ମୂଳବତନରେ ସ୍ୱର୍ଗ ନ ଥାଏ । ତେବେ ନିଶ୍ଚିତ ବାବାଙ୍କୁ ଏହିଠାକୁ ହିଁ ଆସିବାକୁ ପଡିଥାଏ ।

ବାବା କହୁଛନ୍ତି - ମୁଁ ଆସି ପ୍ରକୃତିର ଆଧାର ନେଉଛି, ମୋର ଜନ୍ମ ମନୁଷ୍ୟମାନଙ୍କ ଭଳି ନୁହେଁ । ମୁଁ ଗର୍ଭକୁ ଆସୁନାହିଁ । ତୁମେ ସମସ୍ତେ ଗର୍ଭକୁ ଆସୁଛ । ସତ୍ୟଯୁଗରେ ଗର୍ଭମହଲ ହୋଇଥାଏ । କାରଣ ସେଠାରେ କୌଣସି ବିକର୍ମ ନ ଥାଏ, ଯାହାପାଇଁ ଦଣ୍ଡ ଭୋଗ କରିବାକୁ ପଡିବ, ସେଥିପାଇଁ ତାକୁ ଗର୍ଭ ମହଲ କୁହାଯାଏ । ଏଠାରେ ଆତ୍ମା ବିକର୍ମ କରିଥାଏ, ଯାହାର ଦଣ୍ଡ ଭୋଗ କରିବାକୁ ପଡିଥାଏ, ସେଥିପାଇଁ ଏହାକୁ ଗର୍ଭଜେଲ କୁହାଯାଏ । ଏଠାରେ ରାବଣ ରାଜ୍ୟରେ ମନୁଷ୍ୟ ପାପ କରିଚାଲିଛନ୍ତି । ଏହା ପାପାତ୍ମାମାନଙ୍କର ହିଁ ଦୁନିଆ । ତାହା ହେଉଛି ପୁଣ୍ୟାତ୍ମାମାନଙ୍କର ଦୁନିଆ - ସ୍ୱର୍ଗ, ସେଥିପାଇଁ କୁହାଯାଏ ଅଶ୍ୱତଥ ପତ୍ର ଉପରେ ଶ୍ରୀକୃଷ୍ଣ ଭାସି ଭାସି ଆସିଥିଲେ । ଏହିପରି ଶ୍ରୀକୃଷ୍ଣଙ୍କର ମହିମା କରିଥା’ନ୍ତି । ସତ୍ୟଯୁଗରେ ଗର୍ଭ ମଧ୍ୟରେ ଦୁଃଖ ଅନୁଭବ ହୋଇ ନ ଥାଏ । ବାବା କର୍ମ, ଅକର୍ମ, ବିର୍କମର ଗତି ବିଷୟରେ ବୁଝାଉଛନ୍ତି ଯାହାର ପୁଣି ଗୀତା ଶାସ୍ତ୍ର ରଚନା କରାଯାଇଛି । କିନ୍ତୁ ସେଥିରେ ଶିବ ଭଗବାନଉବାଚ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି । ଏବେ ତୁମେମାନେ ଜାଣୁଛ ଆମେ ବେହଦର ବାବାଙ୍କଠାରୁ ବେହଦ ସୁଖର ସମ୍ପତ୍ତି ନେଉଛୁ । ଏବେ ଭାରତ ରାବଣ ଦ୍ୱାରା ଶ୍ରାପିତ ହୋଇଯାଇଛି, ସେଥିପାଇଁ ଦୁର୍ଗତି ହୋଇଯାଇଛି । ଏହି ବଡ ଅଭିଶାପ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ବାବା ଆସି ବରଦାନ ଦେଉଛନ୍ତି - ଆୟୁଷ୍ମାନ ଭବ, ପୁତ୍ରବାନ ଭବ, ସମ୍ପତ୍ତିବାନ ଭବ.... ସବୁ ପ୍ରକାର ସୁଖର ସମ୍ପତ୍ତି ଦେଉଛନ୍ତି । ତୁମକୁ ଆସି ପାଠ ପଢାଉଛନ୍ତି, ଯେଉଁ ପାଠପଢା ଦ୍ୱାରା ତୁମେ ଦେବତା ହେଉଛ । ବର୍ତ୍ତମାନ ନୂଆ ସୃଷ୍ଟିର ରଚନା କରାଯାଉଛି । ବ୍ରହ୍ମାଙ୍କ ଦ୍ୱାରା ଶିବବାବା ତୁମକୁ ନିଜର କରୁଛନ୍ତି । ଗାୟନ ମଧ୍ୟ ହେଉଛି ପ୍ରଜାପିତା ବ୍ରହ୍ମା । ତୁମେ ତାଙ୍କର ସନ୍ତାନ ବ୍ରହ୍ମାକୁମାର-କୁମାରୀ ହୋଇଛ । ଜେଜେବାପାଙ୍କଠାରୁ ପିତା ବ୍ରହ୍ମାଙ୍କ ମାଧ୍ୟମରେ ସମ୍ପତ୍ତି ନେଉଛ । ପୂର୍ବରୁ ମଧ୍ୟ ନେଇଥିଲ । ଏବେ ପୁଣି ବାବା ଆସିଛନ୍ତି । ସମସ୍ତେ ବାବାଙ୍କର ସନ୍ତାନ ତେବେ ସମସ୍ତଙ୍କୁ ବାବାଙ୍କ ପାଖକୁ ଯିବା ଦରକାର । କିନ୍ତୁ ଗାୟନ ରହିଛି, ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟିର ସ୍ଥାପନା ହୁଏ । ତେଣୁ ଏହିଠାରେ ଅର୍ଥାତ୍ ପୁରୁଣା ଦୁନିଆରେ ହେବ ନା । ଆତ୍ମା ସମ୍ବନ୍ଧରେ କହନ୍ତି ଆମେ ଭାଇ-ଭାଇ ଅଟୁ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେବା ଦ୍ୱାରା ତୁମେ ଭାଇ ଭଉଣୀ ହେଉଛ । ବର୍ତ୍ତମାନ ତୁମେ ସମସ୍ତେ ଭାଇ ଭଉଣୀ ଅଟ, ତୁମେମାନେ ବାବାଙ୍କଠାରୁ ସମ୍ପତ୍ତି ନେଇଥିଲ । ଏବେ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେଉଛ । ଶିବବାବା କହୁଛନ୍ତି - ମୋତେ ମନେ ପକାଅ । ତୁମମାନଙ୍କୁ ଶିବବାବାଙ୍କୁ ସ୍ମରଣ କରିବାକୁ ହେବ । ସ୍ମରଣ କରିବା ଦ୍ୱାରା ହିଁ ତୁମେ ପାବନ ହେବ ଆଉ କୌଣସି ଉପାୟ ନାହିଁ । ପବିତ୍ର ନ ହେବା ପର୍ଯ୍ୟନ୍ତ ତୁମେ ମୁକ୍ତିଧାମକୁ ଯାଇପାରିବ ନାହିଁ । ଜୀବନମୁକ୍ତି ଧାମରେ ବା ସତ୍ୟଯୁଗରେ ପ୍ରଥମେ ପ୍ରଥମେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା ପୁଣି କ୍ରମାନ୍ୱୟରେ ଅନ୍ୟାନ୍ୟ ଧର୍ମ ଆସିଲା । ବାବା ଶେଷରେ ଆସି ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି । ସେଥିପାଇଁ ତାଙ୍କୁ ମୁକ୍ତିଦାତା ମଧ୍ୟ କୁହାଯାଉଛି । ବାବା କହୁଛନ୍ତି ତୁମେମାନେ କେବଳ ମୋତେ ମନେ ପକାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ଡାକୁଛ ମଧ୍ୟ ବାବା ଆସ - ଆମକୁ ପତିତରୁ ପାବନ କର । ଶିକ୍ଷକ ତ ପାଠପଢାଉଛନ୍ତି, ଏଥିରେ କୌଣସି ଚରିତ୍ର ବା ଲୀଳା କରୁଛନ୍ତି କି? ଏହା ମଧ୍ୟ ପାଠପଢା ଅଟେ । ବାବା ଜ୍ଞାନର ସାଗର ହିଁ ଆସି ଜ୍ଞାନ ଦେଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କର୍ମ, ଅକର୍ମ, ବିକର୍ମର ଗତିକୁ ଜାଣି ଏବେ ଆଉ କୌଣସି ବିକର୍ମ କରିବାର ନାହିଁ । ଏହି କର୍ମକ୍ଷେତ୍ରରେ କର୍ମଧନ୍ଦା କରି ମଧ୍ୟ ବିକାର ଗୁଡିକୁ ତ୍ୟାଗ କରିବା ହିଁ ବିକର୍ମରୁ ମୁକ୍ତ ହେବା ।

(୨) ଏଭଳି ପବିତ୍ର ହେବାର ଅଛି ଯାହାକି ଆମର ସମର୍ପଣକୁ ବାବା ସ୍ୱୀକାର କରିନେବେ । ଏବେ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯିବାକୁ ହେବ । ତେଣୁ ଶରୀର, ମନ, ଧନକୁ ଏହି ଯଜ୍ଞରେ ସ୍ୱାହା କରି ସଫଳ କରିବାକୁ ହେବ ।

ବରଦାନ:-
ନଲେଜ ଅର୍ଥାତ୍ ଜ୍ଞାନର ଆଲୋକ ଏବଂ ଶକ୍ତି ଦ୍ୱାରା ବିଘ୍ନ ବିନାଶକ ହେଉଥିବା ମାଷ୍ଟର ନଲେଜଫୁଲ ଭବ ।

ଭକ୍ତିମାର୍ଗରେ ଗଣେଶଙ୍କୁ ବିଘ୍ନ ବିନାଶକ କହି ପୂଜା କରୁଛନ୍ତି, ଏଥି ସହିତ ତାଙ୍କୁ ମାଷ୍ଟର ନଲେଜଫୁଲ ଅର୍ଥାତ୍ ବିଦ୍ୟାପତି ମଧ୍ୟ କହୁଛନ୍ତି । ତେଣୁ ଯେଉଁ ପିଲାମାନେ ମାଷ୍ଟର ନଲେଜଫୁଲ ହୋଇଥାଆନ୍ତି, ସେମାନେ କେବେହେଲେ ବିଘ୍ନଠାରୁ ପରାସ୍ତ ହୋଇପାରିବେ ନାହିଁ କାହିଁକି ନା ଜ୍ଞାନକୁ ଲାଇଟ୍ ମାଇଟ୍ ଅର୍ଥାତ୍ ଆଲୋକ ଏବଂ ଶକ୍ତି କୁହାଯାଏ, ଯାହା ସାହାଯ୍ୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସହଜ ହୋଇଥାଏ । ସେହିଭଳି ଯେଉଁମାନେ ବିଘ୍ନ ବିନାଶକ ଅଟନ୍ତି, ବାବାଙ୍କ ସାଥୀରେ ସର୍ବଦା ଯୁଗଳ ରୂପରେ ରହି ଜ୍ଞାନକୁ ସ୍ମରଣ କରି ଚାଲିଥାଆନ୍ତି, ସେମାନେ କେବେ ବି ବିଘ୍ନଠାରୁ ପରାସ୍ତ ହୋଇପାରିବେ ନାହିଁ ।

ସ୍ଲୋଗାନ:-
ଭିତରେ ବାହାରେ ଯାହା ବି ସବୁ ଦୋଷ ଦୁର୍ବଳତା ରହିଛି ସେଗୁଡିକୁ ଯଦି ପୂର୍ଣ୍ଣ ରୂପରେ ଦାନ କରିଦେବ ତେବେ ତୁମର ଇଚ୍ଛା ଶକ୍ତି ଦୃଢ ହୋଇଯିବ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ଏବେ ନିଜେ ଅନୁଭବୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ଅଚଳ-ଅଟଳ ରହିବାର ଅନୁଭବ କରାଇବାର ସମୟ ଅଟେ । ଏବେ ଖେଳିବାର ସମୟ ସମାପ୍ତ ହେଲା । ତେଣୁ ଏବେ ସମର୍ଥ ହୋଇ ନିର୍ବଳ ଆତ୍ମାମାନଙ୍କୁ ସମର୍ଥ କରିଚାଲ । ଯଦି ତୁମ ଭିତରେ ନିର୍ବଳତାର ସଂସ୍କାର ରହିଥିବ ତେବେ ଅନ୍ୟମାନଙ୍କୁ ମଧ୍ୟ ନିର୍ବଳ କରିଦେବ । ତେଣୁ ଜ୍ଞାନର ସମସ୍ତ ପଏଣ୍ଟ ଗୁଡିକର ଅନୁଭବୀ ହେବା ପାଇଁ ଏକାନ୍ତପ୍ରିୟ ହୁଅ, ଏକାଗ୍ରତାର ଅଭ୍ୟାସକୁ ବଢାଅ ।