06.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କୁ ମନେ ପକାଇବା ଦ୍ୱାରା ବୁଦ୍ଧି ସ୍ୱଚ୍ଛ ହୋଇଥାଏ, ଦିବ୍ୟ ଗୁଣ ଧାରଣ ହୋଇଥାଏ, ସେଥିପାଇଁ ଏକାନ୍ତରେ ବସି ନିଜେ ନିଜକୁ ପଚାର - ମୁଁ କେତେ ଦିବ୍ୟ ଗୁଣକୁ ଧାରଣ କରିଛି?”

ପ୍ରଶ୍ନ:-
ସବୁଠାରୁ ବଡ ଆସୁରୀ ଅବଗୁଣ କ’ଣ, ଯାହାକି ପିଲାମାନଙ୍କ ଭିତରେ ରହିବା ଉଚିତ୍ ନୁହେଁ?

ଉତ୍ତର:-
ସବୁଠାରୁ ବଡ ଆସୁରୀ ଅବଗୁଣ ହେଲା କାହା ସହିତ ଅସଭ୍ୟତା ପୂର୍ବକ କଥାବାର୍ତ୍ତା କରିବା ବା କଟୁବଚନ କହିବା, ଏହାକୁ ହିଁ ଭୂତ କୁହାଯାଏ । ଯେତେବେଳେ କାହା ଭିତରେ ଏହି ଭୂତ ପ୍ରବେଶ କରିଯାଏ ତା’ର ବହୁତ କ୍ଷତି କରିଦିଏ, ସେଥିପାଇଁ ସେହିଭଳି ଆତ୍ମାଙ୍କଠାରୁ ଦୂରେଇ ରହିବା ଦରକାର । ଯେତେ ଦୂର ସମ୍ଭବ ଏହି ଅଭ୍ୟାସ କର - ଏବେ ଘରକୁ ଯିବାର ଅଛି, ପୁଣି ନୂଆ ରାଜଧାନୀକୁ ଆସିବାର ଅଛି । ଏହି ଦୁନିଆରେ ସବୁ କିଛି ଦେଖୁଥିଲେ ମଧ୍ୟ କିଛି ବି ଦେଖା ନ ଯାଉ ।

ଓମ୍ ଶାନ୍ତି ।
ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି - ତୁମକୁ ଏହି ଶରୀର ଛାଡି ଯିବାକୁ ତ ହେବ । ଏହି ଦୁନିଆକୁ ମଧ୍ୟ ଭୁଲିବାକୁ ହେବ । ଏହା ମଧ୍ୟ ଏକ ଅଭ୍ୟାସ । ଯେତେବେଳେ କୌଣସି ଶାରିରୀକ କଷ୍ଟ ଅନୁଭବ ହେଉଛି ସେତେବେଳେ ପ୍ରଚେଷ୍ଟା କରି ଶରୀରକୁ ଭୁଲିବାକୁ ହୋଇଥାଏ ଓ ଦୁନିଆକୁ ମଧ୍ୟ ଭୂଲିବାକୁ ହୋଇଥାଏ । ସକାଳୁ ହିଁ ଭୁଲିବାର ଅଭ୍ୟାସ କରାଯାଇଥାଏ । ବାସ୍‌, ଏବେ ଘରକୁ ଫେରିବାକୁ ହେବ । ଏହି ଜ୍ଞାନ ତ ପିଲାମାନଙ୍କୁ ମିଳିଯାଇଛି । ସାରା ଦୁନିଆକୁ ଛାଡି ଏବେ ଘରକୁ ଯିବାକୁ ହେବ । ଏଥିପାଇଁ ତ ଅଧିକ ଜ୍ଞାନର ଆବଶ୍ୟକତା ନାହିଁ । ଚେଷ୍ଟା କରି କେବଳ ସେହି ଅଭ୍ୟାସରେ ରହିବାର ପ୍ରୟାସ କରିବାକୁ ହେବ । ଭଲେ ଶରୀରକୁ କେତେ ବି କଷ୍ଟ ହେଉଥାଉ, ସେହି ସମୟରେ କିଭଳି ଅଭ୍ୟାସ କରିବାକୁ ହେବ, ପିଲାମାନଙ୍କୁ ବୁଝାଯାଉଛି । ଯେପରି ତୁମେ ଦେହରେ ହିଁ ନାହଁ । ଏହା ମଧ୍ୟ ବହୁତ ଭଲ ଅଭ୍ୟାସ । ବାକି ଆଉ ଅଳ୍ପ ସମୟ ରହିଛି । ଘରକୁ ଯିବାକୁ ହେବ, ସେଥିପାଇଁ ବାବାଙ୍କ ସହଯୋଗ ହେଉ ବା ଏହାଙ୍କର (ବ୍ରହ୍ମାଙ୍କର) ନିଜର ସହଯୋଗ ହେଉ, ସହଯୋଗ ନିଶ୍ଚିତ ପ୍ରାପ୍ତ ହୋଇଥାଏ ଏବଂ ପୁରୁଷାର୍ଥ ମଧ୍ୟ କରିବାକୁ ହୋଇଥାଏ । ବର୍ତ୍ତମାନ ଯାହା ସବୁ କିଛି ବି ଦେଖାଯାଉଛି, ଯେପରି ସେ ସବୁ କିଛି ବି ଦେଖୁନାହଁ । ଏବେ ଘରକୁ ଯିବାକୁ ହେବ । ସେଠାରୁ ପୁଣି ନିଜର ରାଜଧାନୀକୁ ଆସିବାକୁ ହେବ । ଅନ୍ତିମ ସମୟରେ କେବଳ ଦୁଇଟି କଥା ମନେ ରହିବ - ଯିବାକୁ ଓ ଆସିବାକୁ ହେବ । ଦେଖିବାକୁ ମିଳୁଛି - ବାବାଙ୍କୁ ମନେ ପକାଇବା ଦ୍ୱାରା ଯନ୍ତ୍ରଣାଦାୟକ ଶାରୀରିକ ରୋଗବ୍ୟାଧି ମଧ୍ୟ ସ୍ୱତଃ କମ ହୋଇଯାଇଥାଏ । ମନରେ ଖୁସି ରହିଥାଏ । ଖୁସି ଭଳି ଭୋଜନ ନାହିଁ, ତେଣୁ ପିଲାମାନଙ୍କୁ ଏସବୁ ବିଷୟରେ ବୁଝାଇବାକୁ ପଡୁଛି । ସନ୍ତାନମାନେ, ଏବେ ତୁମକୁ ମିଠା ଘରକୁ ଫେରିବାକୁ ହେବ, ତେଣୁ ଏହି ପୁରୁଣା ଦୁନଆକୁ ଭୁଲିଯିବାକୁ ହେବ । ଏହାକୁ ହିଁ କୁହାଯାଏ ୟାଦର ଯାତ୍ରା । ପିଲାମାନଙ୍କୁ ଏ ସବୁ ବିଷୟରେ ଏବେ ହିଁ ଜଣାପଡୁଛି । ବାବା କଳ୍ପ କଳ୍ପ ଆସି ଏହି କଥା କହୁଛନ୍ତି ଯେ କଳ୍ପ ପରେ ପୁଣି ମିଳନ ହେବ । ବାବା କହୁଛନ୍ତି - ପିଲାମାନେ ଏବେ ତୁମେ ଯାହା ଶୁଣୁଛ ପୁଣି କଳ୍ପ ପରେ ମଧ୍ୟ ସେଇଆ ଶୁଣିବ । ଏ କଥା ତ ପିଲାମାନେ ଜାଣିଛନ୍ତି, ବାବା କହୁଛନ୍ତି - ମୁଁ କଳ୍ପ କଳ୍ପ ଆସି ପିଲାମାନଙ୍କୁ ମାର୍ଗଦର୍ଶନ କରାଉଛି । ବାବାଙ୍କ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେବା ପିଲାମାନଙ୍କର କର୍ତ୍ତବ୍ୟ । ବାବା ମାର୍ଗଦର୍ଶନ କରାଇ ସାଥିରେ ନେଇଯାଉଛନ୍ତି । କେବଳ ମାର୍ଗଦର୍ଶନ କରାଉ ନାହାଁନ୍ତି, ସାଥିରେ ମଧ୍ୟ ନେଇଯାଉଛନ୍ତି । ଏ କଥା ମଧ୍ୟ ବୁଝାଯାଉଛି ଯେ - ଏହି ଚିତ୍ର ଆଦି ଅନ୍ତିମ ସମୟରେ କୌଣସି କାମରେ ଆସିବ ନାହିଁ । ବାବା ଏବେ ତୁମମାନଙ୍କୁ ନିଜର ପରିଚୟ ଦେଇଛନ୍ତି । ପିଲାମାନେ ବୁଝିଗଲେଣି ଅବିନାଶୀ ପିତାଙ୍କର ସମ୍ପତ୍ତି ହିଁ ହେଉଛି ବିଶ୍ୱର ମାଲିକ ହେବା । ମନ୍ଦିରକୁ ଯାଇ ଲକ୍ଷ୍ମୀ-ନାରାୟଣଙ୍କର ମହିମା ଗାନ କରୁଥିଲ । ବାବା ତ ତାଙ୍କୁ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ‘ସନ୍ତାନ’ ବୋଲି ସମ୍ବୋଧନ କରିବେ ନା, ଯିଏ ତାଙ୍କର ଶ୍ରେଷ୍ଠ ହେବାର ମହିମା ଗାନ କରୁଥିଲେ, ସେହିମାନେ ଏବେ ଶ୍ରେଷ୍ଠ ହେବାର ପୁରୁଷାର୍ଥ କରୁଛନ୍ତି । ଶିବବାବାଙ୍କ ପାଇଁ ଏସବୁ କିଛି ନୂଆ କଥା ନୁହେଁ, ତୁମମାନଙ୍କ ପାଇଁ ନୂଆ କଥା । ଯୁଦ୍ଧକ୍ଷେତ୍ରରେ ତ ପିଲାମାନେ ଅଛନ୍ତି । ସଂକଳ୍ପ, ବିକଳ୍ପ ମଧ୍ୟ ପିଲାମାନଙ୍କୁ ହଇରାଣ କରୁଛି । କାଶ ଆଦି ମଧ୍ୟ ଏହାଙ୍କର କର୍ମର ହିସାବ କିତାବ, ଏହାଙ୍କୁ ଭୋଗିବାକୁ ହେବ । ଶିବବାବା ତ ମଉଜରେ ଅଛନ୍ତି, ବ୍ରହ୍ମାବାବାଙ୍କୁ କର୍ମାତୀତ ହେବାର ଅଛି । ଶିବବାବା ତ ସଦାସର୍ବଦା କର୍ମାତୀତ ଅବସ୍ଥାରେ ଅଛନ୍ତି । ମୋତେ ଏବଂ ତୁମ ସନ୍ତାନମାନଙ୍କୁ ସର୍ବଦା ମାୟାର ତୋଫାନ ରୂପି କର୍ମଭୋଗ ଆସିବ । ଏସବୁ କଥା ବୁଝାଇବା ଦରକାର । ବାବା ତ ମାର୍ଗ ଦର୍ଶନ କରାଉଛନ୍ତି, ସନ୍ତାନମାନଙ୍କୁ ସବୁ କିଛି ବୁଝାଉଛନ୍ତି । ଏହି ରଥକୁ ଯଦି କିଛି ରୋଗ ବ୍ୟାଧି ହେଉଛି ତେବେ ତୁମକୁ ଅନୂଭବ ହେଉଛି ଯେ - ଦାଦାଙ୍କର କିଛି ହୋଇଛି, ଶିବବାବାଙ୍କୁ କିଛି ହୁଏ ନାହିଁ, ଏହାଙ୍କର ହୁଏ । ଜ୍ଞାନମାର୍ଗରେ ଅନ୍ଧଶ୍ରଦ୍ଧାର କିଛି କଥା ନ ଥାଏ । ବାବା ବୁଝାଉଛନ୍ତି ଯେ ମୁଁ କେଉଁ ଶରୀରରେ ଆସୁଛି । ମୁଁ ବହୁତ ଜନ୍ମର ଅନ୍ତିମ ପତିତ ଶରୀରରେ ପ୍ରବେଶ କରୁଛି । ବ୍ରହ୍ମାବାବା ମଧ୍ୟ ବୁଝୁଛନ୍ତି ଯେପରି ଅନ୍ୟମାନେ ବାବାଙ୍କର ସନ୍ତାନ ସେହିପରି ମୁଁ ମଧ୍ୟ ତାଙ୍କର ସନ୍ତାନ । ଦାଦା ମଧ୍ୟ ପୁରୁଷାର୍ଥୀ, ସଂପୂର୍ଣ୍ଣ ହୋଇନାହାଁନ୍ତି । ତୁମେ ସମସ୍ତେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନେ ବିଷ୍ଣୁ ପଦ ପାଇବା ପାଇଁ ପୁରୁଷାର୍ଥ କରୁଛ । ଲକ୍ଷ୍ମୀ-ନାରାୟଣ କୁହ ବା ବିଷ୍ଣୁ କୁହ ଏକା କଥା । ଆଗରୁ ତୁମେ ବୁଝି ନ ଥିଲ, ଏକଥା ବାବା ଏବେ ବୁଝାଉଛନ୍ତି । ତୁମେ ନା ନିଜକୁ ନା ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ କାହାକୁ ମଧ୍ୟ ଜାଣିଥିଲ । ଏବେ ତ ବାବାଙ୍କୁ ଓ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଜାଣିବା ଦ୍ୱାରା ବୁଦ୍ଧିରେ ଆସୁଛି ଯେ - ଏହି ବ୍ରହ୍ମା ଏବେ ତପସ୍ୟା କରୁଛନ୍ତି । ଶ୍ୱେତବସ୍ତ୍ର ଧାରଣ କରିଛନ୍ତି । କର୍ମାତୀତ ଅବସ୍ଥା ମଧ୍ୟ ଏହିଠାରେ ହିଁ ହୋଇଥାଏ । ଆଗରୁ ତୁମକୁ ସାକ୍ଷାତ୍‌କାର ହୋଇଯାଉଛି କି - ଏହି ବାବା ଫରିସ୍ତା ହେବେ । ତୁମେ ମଧ୍ୟ ଜାଣୁଛ ଆମେ ପୁରୁଷାର୍ଥର କ୍ରମାନୁଯାୟୀ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରି ଫରିସ୍ତା ହେବୁ । ତୁମେ ଫରିସ୍ତା ହେବା ସମୟରେ ଅନୁଭବ କରୁଛ ଯେ ଏବେ ଲଢେଇ ହେବ । ମିରୁଆ ମୌତ ମଲୁକା ଶିକାର ...... ଅର୍ଥାତ୍ କାହାର ପୁଷ ମାସ ତ କାହାର ସର୍ବନାଶ । ଏହା ବହୁତ ଶ୍ରେଷ୍ଠ ଅବସ୍ଥା, ପିଲାମାନଙ୍କୁ ଏହି ଅବସ୍ଥା ପ୍ରାପ୍ତ କରିବାକୁ ହେବ । ଏହା ମଧ୍ୟ ନିଶ୍ଚୟ ଅଛି ଯେ ଆମେ ଚକ୍ରରେ ଅଭିନୟ କରୁଛୁ । ଅନ୍ୟ କେହି ଏ କଥାକୁ ବୁଝି ପାରିବେ ନାହିଁ । ଏହା ନୂଆ ଜ୍ଞାନ ଏବଂ ପବିତ୍ର ହେବା ପାଇଁ ବାବା ଯୋଗର ଶିକ୍ଷା ଦେଉଛନ୍ତି । ତୁମେ ଏକଥା ମଧ୍ୟ ବୁଝୁଛ ଯେ ଏବେ ବାବାଙ୍କଠାରୁ ଆମକୁ ସମ୍ପତ୍ତି ମିଳୁଛି । କଳ୍ପ କଳ୍ପ ଆମେ ବାବାଙ୍କର ସନ୍ତାନ ହେଉଛୁ । ୮୪ ଜନ୍ମର ଚକ୍ର ଲଗାଇଛୁ । କାହାକୁ ମଧ୍ୟ ତୁମେ ଏକଥା ବୁଝାଇ ପାରିବ ଯେ ତୁମେ ଆତ୍ମା, ପରମପିତା ପରମାତ୍ମା ତୁମର ପିତା, ଏବେ ତାଙ୍କୁ ମନେ ପକାଅ । ତେବେ ତାଙ୍କର ବୁଦ୍ଧିରେ ଆସିବ ଯେ ଦୈବୀ ରାଜକୁମାର ହେବା ପାଇଁ ଏହିଭଳି ପୁରୁଷାର୍ଥ କରିବାକୁ ହେବ । ବିକାରକୁ ତ୍ୟାଗ କରିବାକୁ ହେବ । ବାବା ବୁଝାଉଛନ୍ତି ପରସ୍ପରକୁ ଭାଇ ଭଉଣୀ ନୁହେଁ ବରଂ ଭାଇ ଭାଇ ମନେକର ଏବଂ ବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ, ଏଥିରେ ଆଉ କିଛି କଷ୍ଟର କଥା ନାହିଁ । ଅନ୍ତିମ ସମୟରେ ଅନ୍ୟ କୌଣସି କଥାର ଆବଶ୍ୟକତା ରହିବ ନାହିଁ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଆସ୍ତିକ ହେବାକୁ ପଡିବ । ଏହିଭଳି ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ । ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ସଠିକ୍ ରୂପେ ତିଆରି ହୋଇଛି । ତେବେ ବାବାଙ୍କୁ ଭୁଲିଯିବା ଦ୍ୱାରା ଦୈବୀଗୁଣ ଧାରଣ କରିବା ମଧ୍ୟ ଭୁଲିଯାଉଛନ୍ତି । ପିଲାମାନେ, ତୁମେ ଏକାନ୍ତରେ ବସି ବିଚାର କର - ବାବାଙ୍କୁ ମନେ ପକାଇ ଆମକୁ ଏହିଭଳି ହେବାକୁ ପଡିବ । ଦୈବୀଗୁଣ ଧାରଣ କରିବାକୁ ହେବ । ଏହା ତ ବହୁତ ଛୋଟ କଥା । ପିଲାମାନଙ୍କୁ କେତେ ମେହନତ କରିବାକୁ ପଡୁଛି । କେତେ ଦେହ-ଅଭିମାନ ଆସିଯାଉଛି । ବାବା କହୁଛନ୍ତି - “ଦେହୀ-ଅଭିମାନୀ ଭବ” । ବାବାଙ୍କଠାରୁ ହିଁ ସମ୍ପତ୍ତି ନେବାକୁ ହେବ । ବାବାଙ୍କୁ ମନେ ପକାଇଲେ ତ ଆବର୍ଜନା ସଫା ହେବ ।

ପିଲାମାନେ ଜାଣିଛନ୍ତି ଏବେ ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ନୁଆ ଦୁନିଆର ସ୍ଥାପନା କରୁଛନ୍ତି । ତୁମେ ପିଲାମାନେ ଜାଣୁଛ ଯେ ଏବେ ନୂଆ ଦୁନିଆର ସ୍ଥାପନା ହେଉଛି । ଏତେ ସହଜ କଥା ମଧ୍ୟ ତୁମ ବୁଦ୍ଧିରୁ ଖସିଯାଉଛି । ଏକମାତ୍ର ଅବିନାଶୀ ପିତାଙ୍କଠାରୁ ହିଁ ରାଜତ୍ୱ ପ୍ରାପ୍ତ ହେଉଛି । ବାବାଙ୍କୁ ମନେ ପକାଇବା ଦ୍ୱାରା ନୂଆ ଦୁନିଆ ମନେ ପଡିଯାଉଛି । ଅବଳା ଏବଂ କୁବ୍‌ଜାମାନେ ମଧ୍ୟ ବହୁତ ଭଲ ପଦ ପ୍ରାପ୍ତ କରିପାରିବେ । ସେଥିପାଇଁ କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ବାବା ମାର୍ଗ ଦର୍ଶନ କରାଇଛନ୍ତି, କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କର । ବାବାଙ୍କର ପରିଚୟ ତ ମିଳିଗଲା । ବୁଦ୍ଧିରେ ତ ରହିଛି ନା ଏବେ ୮୪ ଜନ୍ମ ଶେଷ ହେଲା । ଘରକୁ ଯାଇ ପୁଣି ସ୍ୱର୍ଗକୁ ଆସି ଅଭିନୟ କରିବ । ଏଭଳି ପ୍ରଶ୍ନ ଆସିବା ଉଚିତ୍ ନୁହେଁ ଯେ କେଉଁଠି ମନେ ପକାଇବୁ, କିପରି ମନେ ପକାଇବୁ? ବୁଦ୍ଧିରେ ତ ରହିଛି ନା ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ବାବା କୁଆଡେ ବି ଯା’ନ୍ତୁ କିନ୍ତୁ ତୁମେ ତ ତାଙ୍କର ହିଁ ସନ୍ତାନ । ତେବେ ଅବିନାଶୀ ପିତାଙ୍କୁ ମନେ ପକାଇବାକୁ ହେବ । ଏଠାରେ ତୁମେ ବାବାଙ୍କ ସହ ସମ୍ମୁଖ ମିଳନ କରୁଛ । ତୁମକୁ ଆନନ୍ଦ ମିଳୁଛି । ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି ଯେ ଶିବବାବାଙ୍କର ଜୟନ୍ତୀ କିପରି ସମ୍ଭବ! ଏ କଥା ମଧ୍ୟ ବୁଝୁ ନାହାଁନ୍ତି ଯେ ‘ଶିବରାତ୍ରୀ’ କାହିଁକି କୁହାଯାଉଛି? କୃଷ୍ଣଙ୍କ ପାଇଁ କହିଥା’ନ୍ତି ନା କୃଷ୍ଣ ରାତ୍ରିରେ ଜନ୍ମ ନେଇଥିଲେ କିନ୍ତୁ ଏହା କୌଣସି ସ୍ଥୂଳ ରାତ୍ରିର କଥା ନୁହେଁ । ଅଧାକଳ୍ପର ରାତ୍ରି ପୂର୍ଣ୍ଣ ହେବା ପରେ ପୁଣି ବାବା ଆସୁଛନ୍ତି ନୂଆ ଦୁନିଆ ସ୍ଥାପନା କରିବା ପାଇଁ, ଏହା ବହୁତ ସହଜ କଥା । ପିଲାମାନେ ନିଜେ ମଧ୍ୟ ବୁଝୁଛନ୍ତି ଯେ - ଏହା ସହଜ କଥା । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ନଚେତ୍ ଶହେଗୁଣା ପାପ ହୋଇଯିବ । ମୋର ନିନ୍ଦା କରୁଥିବା ଆତ୍ମା ଉଚ୍ଚ ପଦ ପାଇପାରିବ ନାହିଁ । ବାବାଙ୍କର ନିନ୍ଦା କରାଇଲେ ପଦ ଭ୍ରଷ୍ଟ ହୋଇଯିବ । ବ୍ୟବହାର ବହୁତ ମଧୁର ହେବା ଆବଶ୍ୟକ । ଅମର୍ଯ୍ୟାଦାପୂର୍ଣ୍ଣ କଥାବାର୍ତ୍ତା କରିବା ଦୈବୀଗୁଣ ନୁହେଁ । ବୁଝିଯିବା ଦରକାର ଯେ ଏହା ହେଉଛି ଆସୁରୀ ଅବଗୁଣ । ବହୁତ ସ୍ନେହରେ ବୁଝାଇବା ଦରକାର ଯେ - ଏହା ତୁମର ଦୈବୀଗୁଣ ନୁହେଁ । ପିଲାମାନେ ଏ କଥା ଜାଣିଛନ୍ତି ଯେ ଏବେ କଳିଯୁଗ ଶେଷ ହେଉଛି, ଏହା ହେଉଛି ସଂଗମଯୁଗ । ମନୁଷ୍ୟମାନଙ୍କୁ ତ କିଛି ବି ଜଣା ନାହିଁ । କୁମ୍ଭକର୍ଣ୍ଣ ନିଦରେ ଶୋଇଛନ୍ତି । ଭାବୁଛନ୍ତି କଳିଯୁଗ ଆହୁରି ୪୦ ହଜାର ବର୍ଷ ବାକି ଅଛି । ଆମେ ବଞ୍ଚି ରହି ସୁଖ ଭୋଗି ଚାଲିବୁ । ଏକଥା ବୁଝୁନାହାଁନ୍ତି ଯେ ଦିନକୁ ଦିନ ଆମେ ଅଧିକରୁ ଅଧିକ ତମଃପ୍ରଧାନ ହୋଇଯାଉଛୁ । ତୁମେ ପିଲାମାନେ ବିନାଶର ସାକ୍ଷାତ୍‌କାର ମଧ୍ୟ କରିଛ । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କର କୃଷ୍ଣଙ୍କର ମଧ୍ୟ ସାକ୍ଷାତ୍‌କାର ହେବ । ବ୍ରହ୍ମାଙ୍କ ପାଖକୁ ଯିବା ଦ୍ୱାରା ତୁମେ ଏହିପରି ସ୍ୱର୍ଗର ରାଜକୁମାର ହୋଇପାରିବ, ସେଥିପାଇଁ ସାଧାରଣତଃ ବ୍ରହ୍ମା ଏବଂ ବିଷ୍ଣୁ ଉଭୟଙ୍କର ସାକ୍ଷାତ୍‌କାର ହୋଇଥାଏ । କାହାକୁ କାହାକୁ ବିଷ୍ଣୁଙ୍କର ସାକ୍ଷାତ୍‌କାର ହୋଇଥାଏ । କିନ୍ତୁ ତା ଦ୍ୱାରା ଏତେ ସ୍ପଷ୍ଟ ଭାବେ ବୁଝିପାରିବେ ନାହିଁ । ନାରାୟଣଙ୍କର ସାକ୍ଷାତ୍କାର ହେଲେ ସ୍ପଷ୍ଟ ଭାବେ ବୁଝିପାରିବେ । ଏଠାକୁ ତୁମେ ଦେବତା ହେବା ପାଇଁ ଆସିଛ । ତୁମେ ଏବେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ପାଠ ପଢୁଛ । ବାବାଙ୍କୁ ମନେ ପକାଇବା ପାଇଁ ହିଁ ଏହି ପାଠ ପଢାଯାଉଛି । ତେବେ ଆତ୍ମା ହିଁ ପାଠ ପଢୁଛି । ଦେହର ଅଭିମାନ ଦୂର ହୋଇଯାଇଥାଏ । ଆତ୍ମା ହିଁ ସବୁକିଛି କରିଥାଏ । ଭଲ ବା ମନ୍ଦ ସଂସ୍କାର ଆତ୍ମାରେ ହିଁ ରହିଥାଏ ।

ତୁମେ ମଧୁର ସନ୍ତାନମାନେ ୫ ହଜାର ବର୍ଷ ପରେ ଆସି ପୁଣି ବାବାଙ୍କ ସହିତ ମିଶୁଛ । ତୁମେ ସେହି ଆତ୍ମା ସେହି ଚେହେରାରେ ୫ ହଜାର ବର୍ଷ ପୂର୍ବରୁ ତୁମେମାନେ ହିଁ ଥିଲ । ତୁମେମାନେ ମଧ୍ୟ କହୁଛ ୫ ହଜାର ବର୍ଷ ପରେ ଆପଣ ସେହି ବାବା ପୁଣି ଆମ ସହିତ ଆସି ମିଶୁଛନ୍ତି, ଯିଏକି ଆମକୁ ମନୁଷ୍ୟରୁ ଦେବତା କରୁଛନ୍ତି । ଆମେ ଦେବତା ଥିଲୁ ଏବେ ଅସୁର ହୋଇଯାଇଛୁ । ଆମେ ଦେବତାଙ୍କର ଗୁଣଗାନ କରି ଆସିଛୁ ଏବଂ ନିଜର ଅବଗୁଣ ବର୍ଣ୍ଣନା କରିଆସିଛୁ । ଏବେ ପୁନଃ ଦେବତା ହେବାକୁ ପଡିବ, କାହିଁକି ନା ଆମକୁ ଦୈବୀ ଦୁନିଆକୁ ଯିବାକୁ ହେବ । ତେଣୁ ଏବେ ଭଲ ଭାବେ ପୁରୁଷାର୍ଥ କରି ଉଚ୍ଚ ପଦ ପାଅ । ଶିକ୍ଷକ ତ ସମସ୍ତଙ୍କୁ କହିବେ ନା ଭଲ ଭାବେ ପାଠପଢି ଅଧିକ ନମ୍ବର ରଖି ପାସ୍ କର । ତେବେ ମୋର ବି ଗୌରବ ବଢିବ ଏବଂ ତୁମର ମଧ୍ୟ ଗୌରବ ବଢିବ । ଏଭଳି ଅନେକ ପିଲା କହିଥା’ନ୍ତି - ବାବା ଆପଣଙ୍କ ପାଖକୁ ଆସିଲେ ପାଟିରୁ କିଛି ବାହାରୁ ନାହିଁ, ଆସିଲେ ହିଁ ଚୂପ ହୋଇଯାଉଛୁ । ସବୁକିଛି ଭୁଲିଯାଉଛୁ । ଏହି ଦୁନିଆ ଯେପରି ମରିଯାଇଛି । ତୁମେ ପୁଣି ନୂଆ ଦୁନିଆକୁ ଆସିବ, ନୂଆ ଦୁନିଆ ବହୁତ ଶୋଭନୀୟ ହେବ । କେହି କେହି ଶାନ୍ତିଧାମରେ ବିଶ୍ରାମ ନେଇଥା’ନ୍ତି, ଆଉ କାହାକୁ ଆଦୌ ବିଶ୍ରାମ ମିଳି ନ ଥାଏ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଭିନୟ ରହିଥାଏ । କିନ୍ତୁ ତମଃପ୍ରଧାନ ଦୁଃଖରୁ ମୁକ୍ତ ହୋଇଯାଇଥା’ନ୍ତି ଅର୍ଥାତ୍ ନୂଆ ଦୁନିଆରେ ସୁଖ, ଶାନ୍ତି ସବୁ କିଛି ମିଳିଯାଇଥାଏ । ତେଣୁ ସେହିଭଳି ଭଲ ଭାବରେ ପୁରୁଷାର୍ଥ କରିବା ଦରକାର । ଏମିତି କହିବା ଉଚିତ୍ ନୁହେଁ ଯେ ଯାହା ଭାଗ୍ୟରେ ଥିବ । ନା । ତୁମକୁ ବହୁତ ପୁରୁଷାର୍ଥ କରିବାକୁ ହେବ । ବୁଝିପାରୁଛ ଯେ ରାଜଧାନୀର ସ୍ଥାପନା ହେଉଛି । ଆମେ ଶ୍ରୀମତ ଅନୁସାରେ ନିଜ ପାଇଁ ରାଜଧାନୀ ସ୍ଥାପନ କରୁଛୁ । ବାବା ଯିଏକି ଶ୍ରୀମତ ଦେଉଛନ୍ତି, ସିଏ ନିଜେ ରାଜା ଆଦି ହେଉନାହାଁନ୍ତି । ତାଙ୍କର ଶ୍ରୀମତ ଆଧାରରେ ଆମେ ରାଜା ହେଉଛେ । ଏହା ନୂଆ କଥା ନା । କେବେ କେହି ଏଭଳି କଥା ନା ଦେଖିଛନ୍ତି ନା ଶୁଣିଛନ୍ତି । ଏବେ ତୁମେ ପିଲାମାନେ ବୁଝୁଛ ଯେ ଶ୍ରୀମତ ଆଧାରରେ ଆମେ ବୈକୁଣ୍ଠର ବାଦଶାହୀ ସ୍ଥାପନ କରୁଛୁ । ଏହିଭଳି ଆମେ ଅଗଣିତ ଥର ରାଜତ୍ୱ ସ୍ଥାପନ କରିଛୁ । ସ୍ଥାପନା କରୁଛୁ ପୁଣି ହରାଉଛୁ । ଏହି ଚକ୍ରର ପୁନରାବୃତ୍ତି ହେଉଛି । ପାଦ୍ରୀମାନେ ଯେତେବେଳେ ଭ୍ରମଣରେ ଯାଆନ୍ତି ସେତେବେଳେ ଅନ୍ୟ କାହାକୁ ଦେଖିବା ମଧ୍ୟ ପସନ୍ଦ କରିନଥା’ନ୍ତି । କେବଳ କ୍ରାଏଷ୍ଟଙ୍କ ସ୍ମୃତିରେ ରହିଥାଆନ୍ତି । ଶାନ୍ତିରେ ଭ୍ରମଣ କରିଥାଆନ୍ତି । ଏହା ବୁଝିବାର କଥା କଥା ନା । ସେମାନେ କେତେ କ୍ରାଏଷ୍ଟଙ୍କ ସ୍ମୃତିରେ ରହିଥା’ନ୍ତି । ନିଶ୍ଚିତ ରୂପେ କ୍ରାଏଷ୍ଟଙ୍କର ସାକ୍ଷାତ୍‌କାର ମଧ୍ୟ ହୋଇଥିବ । ତେବେ ସବୁ ପାଦ୍ରୀ କ’ଣ ଏହିଭଳି ହୋଇଥା’ନ୍ତି । କୋଟିଏରେ କେହି ଜଣେ ଜଣେ ଥିବେ । ତୁମ ଭିତରେ ସେହିଭଳି ମଧ୍ୟ କ୍ରମାନୁସାରେ ଅଛନ୍ତି । କୋଟିକରେ କେହି ଜଣେ ଜଣେ ଏହିଭଳି ସ୍ମୃତିରେ ରହୁଥିବେ । କିନ୍ତୁ ଚେଷ୍ଟା କରି ଦେଖିବା ଦରକାର । ଅନ୍ୟ କାହାକୁ ବି ଦେଖ ନାହିଁ । ବାବାଙ୍କୁ ମନେ ପକାଇ ସ୍ୱଦର୍ଶନ ଚକ୍ର ଘୁରାଉଥାଅ । ତେବେ ତୁମର ଅସରନ୍ତି ଖୁସି ରହିବ । ଦେବତାମାନଙ୍କୁ ଶ୍ରେଷ୍ଠାଚାରୀ ଓ ମନୁଷ୍ୟମାନଙ୍କୁ ଭ୍ରଷ୍ଟାଚାରୀ କୁହାଯାଇଥାଏ । ଏହି ସମୟରେ ତ କେହି ଦେବତା ନାହାଁନ୍ତି । ଅଧା କଳ୍ପ ଦିନ, ଅଧା କଳ୍ପ ରାତ୍ରି - ଏହା ଭାରତର ହିଁ କଥା ଅଟେ । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କର ସଦଗତି କରୁଛି । ବାକି ଯେଉଁ ଅନ୍ୟ ଧର୍ମର ଆତ୍ମାମାନେ ଆସୁଛନ୍ତି ସେମାନେ ନିଜ-ନିଜ ସମୟରେ ନିଜ ଧର୍ମର ସ୍ଥାପନା କରୁଛନ୍ତି । ସମସ୍ତେ ଆସି ଏହି ମନ୍ତ୍ର ନେଇ ଯାଉଛନ୍ତି । ବାବାଙ୍କୁ ମନେ ପକାଇବାକୁ ହେବ ଯିଏ ବାବାଙ୍କୁ ମନେ ପକାଇବ ସିଏ ନିଜ ଧର୍ମରେ ଉଚ୍ଚ ପଦ ପ୍ରାପ୍ତ କରିବ ।

ତୁମ ସନ୍ତାନମାନଙ୍କୁ ପୁରୁଷାର୍ଥ କରି ଆତ୍ମିକ ସଂଗ୍ରହାଳୟ ଅଥବା କଲେଜ ସ୍ଥାପନା କରିବା ଉଚିତ୍ । ଲେଖିଦିଅ ଯେ - ବିଶ୍ୱର ଅଥବା ସ୍ୱର୍ଗର ରାଜତ୍ୱ ସେକେଣ୍ଡରେ କିଭଳି ମିଳିପାରିବ - ଏ କଥା ଆସି ବୁଝନ୍ତୁ । ବାବାଙ୍କୁ ମନେ ପକାଇଲେ ବୈକୁଣ୍ଠର ରାଜତ୍ୱ ମିଳିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଚାଲିବା-ବୁଲିବା ସମୟରେ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହିଥାଉ, ଆଉ କିଛି ବି ଦେଖୁଥିଲେ ମଧ୍ୟ ଦେଖା ନ ଯାଉ - ଏହିଭଳି ଅଭ୍ୟାସ କରିବାକୁ ହେବ । ଏକାନ୍ତରେ ବସି ନିଜର ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ ଦୈବୀଗୁଣ କେତେ ଧାରଣ ହୋଇଛି?

(୨) ଏଭଳି କୌଣସି କର୍ତ୍ତବ୍ୟ କରିବାର ନାହିଁ ଯାହା ଦ୍ୱାରା ବାବାଙ୍କର ନିନ୍ଦା ହେବ, ଦୈବୀ ଗୁଣ ଧାରଣ କରିବାକୁ ହେବ । ବୁଦ୍ଧିରେ ରହୁ ଯେ ଏବେ ଘରକୁ ଯିବାକୁ ହେବ ଏବଂ ନିଜର ରାଜଧାନୀକୁ ଆସିବାକୁ ହେବ ।

ବରଦାନ:-
ସେବାରେ ଶୁଭଭାବନାକୁ ଯୋଡି ଶକ୍ତିଶାଳୀ ଫଳ ପ୍ରାପ୍ତ କରୁଥିବା ସଫଳତା ମୂରତ ଆତ୍ମା ହୁଅ ।

ଯାହା ବି ସେବା କରୁଛ ସେଥିରେ ସର୍ବ ଆତ୍ମାଙ୍କର ସହଯୋଗର ଭାବନା ରହୁ, ଖୁସିର ଭାବନା ବା ସଦ୍‌ଭାବନା ରହୁ, ତାହା ହେଲେ ତୁମର ପ୍ରତ୍ୟେକ କାର୍ଯ୍ୟ ସହଜରେ ସଫଳ ହୋଇଯିବ । ଯେପରି ପୂର୍ବ କାଳରେ କେହି ଯଦି କୌଣସି କାର୍ଯ୍ୟ କରିବା ପାଇଁ ଯାଉଥିଲା ତେବେ ସାରା ପରିବାରର ଆଶୀର୍ବାଦ ନେଇ ଯାଉଥିଲା, ତେବେ ବର୍ତ୍ତମାନ ସେବା କାର୍ଯ୍ୟରେ ମଧ୍ୟ ଶୁଭଭାବନା-ଶୁକକାମନା ରୂପୀ ଆଶୀର୍ବାଦ ଯୋଡି ହୋଇ ରହିବା ଦରକାର । ଯେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମସ୍ତଙ୍କଠାରୁ ଶୁଭଭାବନା ଏବଂ ଶୁଭକାମନା ନିଅ, ନିଜ ଭିତରେ ସମସ୍ତଙ୍କଠାରୁ ସନ୍ତୁଷ୍ଟତାର ଶକ୍ତି ଭରିଲେ ଯାଇ ଶକ୍ତିଶାଳୀ ପରିଣାମ ମିଳିପାରିବ ।

ସ୍ଲୋଗାନ:-
ବାବା ଯେପରି ସର୍ବଦା ଜୀ ହାଜିର କହୁଛନ୍ତି ସେହିପରି ତୁମେମାନେ ମଧ୍ୟ ସେବା କାର୍ଯ୍ୟରେ ଜୀ ହାଜିର, ଜୀ ହଜୁର କରିଚାଲ ତାହା ହେଲେ ପୁଣ୍ୟର ଖାତା ଜମା ହୋଇ ଚାଲିବ ।