06.07.25    Avyakt Bapdada     Odia Murli    18.01.2006     Om Shanti     Madhuban


“ସଂକଳ୍ପ, ସମୟ ଏବଂ ବାଣୀର ସଞ୍ଚୟର ଯୋଜନା ଦ୍ୱାରା ସଫଳତାର ସମାରୋହ ପାଳନ କର, ଆତ୍ମାମାନଙ୍କ ଭିତରେ ଆଶାର ଦୀପ ଜଳାଅ”


ଆଜି ସ୍ନେହର ଦିନ ଅଟେ । ଚାରିଆଡର ସବୁ ପିଲାମାନେ ସ୍ନେହର ସାଗରରେ ସମାହିତ ହୋଇଯାଇଛନ୍ତି । ଏହି ସ୍ନେହ ସହଜଯୋଗୀ କରିଦିଏ । ଏହି ସ୍ନେହ ହିଁ ଅନ୍ୟ ସମସ୍ତ ଆକର୍ଷଣଠାରୁ ଉର୍ଦ୍ଧ୍ୱକୁ ନେଇ ଯାଇଥାଏ । ସ୍ନେହର ବରଦାନ ସବୁ ପିଲାଙ୍କର ଜନ୍ମ ଦିବସର ବରଦାନ ଅଟେ । ସ୍ନେହ ଭିତରେ ପରିବର୍ତ୍ତନ କରାଇ ଦେବାର ଶକ୍ତି ରହିଛି । ତେଣୁ ଆଜିର ଦିନରେ ଚାରିଆଡେ ଦୁଇ ପ୍ରକାରର ପିଲାଙ୍କୁ ଦେଖିଲୁ । ଗେହ୍ଳା ସନ୍ତାନ ତ ସମସ୍ତେ ଅଟନ୍ତି କିନ୍ତୁ କିଛି ହେଲେ ଲଭଲୀ ଅର୍ଥାତ୍ ଗେହ୍ଲା ସନ୍ତାନ ଆଉ କିଛି ହେଲେ ଲବଲୀନ ଅର୍ଥାତ୍ ବାବାଙ୍କର ସ୍ନେହରେ ବୁଡି ରହିଥବା ସନ୍ତାନ । ଲବଲୀନ ପିଲାମାନେ ପ୍ରତ୍ୟେକ ସଂକଳ୍ପରେ, ପ୍ରତି ନିଶ୍ୱାସରେ, ପ୍ରତ୍ୟେକ ବାଣୀରେ, ପ୍ରତ୍ୟେକ କର୍ମରେ ସ୍ୱତଃ ହିଁ ବାବାଙ୍କ ସମାନ ସହଜ ସ୍ଥିତିରେ ରହିଥାଆନ୍ତି, କାହିଁକି ଜାଣିଛ? କାହିଁକି ନା ବାବା ପିଲାମାନଙ୍କୁ ସମର୍ଥ ଭବର ବରଦାନ ଦେଇଛନ୍ତି । ଆଜିର ଦିନକୁ ସ୍ମୃତି ଦିବସ ତଥା ସମର୍ଥ ଦିବସ ବୋଲି କହୁଛ । କାହିଁକି? କାହିଁକି ନା ଆଜିର ଦିନରେ ବାବା ନିଜକୁ ପିଲାମାନଙ୍କର ବ୍ୟାକ୍‌ବୋନ୍ କରି ଲବଲୀନ ପିଲାମାନଙ୍କୁ ବିଶ୍ୱ ରୂପୀ ମଞ୍ଚ ଉପରେ ପ୍ରତ୍ୟକ୍ଷ କରିଥିଲେ । ପିଲାମାନଙ୍କୁ ବ୍ୟକ୍ତରୁ ପ୍ରତ୍ୟକ୍ଷ କରି ନିଜେ ଅବ୍ୟକ୍ତ ରୂପରେ ସାଥୀ ହୋଇଗଲେ ।

ଆଜିର ଏହି ସ୍ମୃତି ତଥା ସମର୍ଥ ଦିବସରେ ବାପଦାଦା ପିଲାମାନଙ୍କୁ ବାଳକ ହିସାବରେ ମାଲିକ କରି ସର୍ବଶକ୍ତିବାନ ବାବାଙ୍କୁ ମାଷ୍ଟର ସର୍ବଶକ୍ତିବାନ ହୋଇ ପ୍ରତ୍ୟକ୍ଷ କରିବାର କାର୍ଯ୍ୟ ଦେଇଥିଲେ ଏବଂ ବାବା ଏବେ ଖୁସି ହେଉଛନ୍ତି ଯେ ପିଲାମାନେ ନିଜର ଯୋଗ ଅନୁସାରେ ଶକ୍ତିଶାଳୀ ହୋଇ ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ଅର୍ଥାତ୍ ବିଶ୍ୱର କଲ୍ୟାଣ କରି ବିଶ୍ୱର ପରିବର୍ତ୍ତନ କରିବାର କାର୍ଯ୍ୟରେ ଲାଗିପଡିଛନ୍ତି । ବାବାଙ୍କ ଦ୍ୱାରା ପିଲାମାନଙ୍କୁ ଯେଉଁ ସର୍ବଶକ୍ତିର ସମ୍ପତ୍ତି ମିଳିଛି ତାକୁ ସ୍ୱ ପ୍ରତି ଏବଂ ବିଶ୍ୱର ଆତ୍ମାମାନଙ୍କ ପ୍ରତି କାର୍ଯ୍ୟରେ ଲଗାଉଛନ୍ତି । ବାପଦାଦା ମଧ୍ୟ ଏହିଭଳି ମାଷ୍ଟର ସର୍ବଶକ୍ତିବାନ୍ ବାବାଙ୍କ ସମାନ ଉମଙ୍ଗ-ଉତ୍ସାହରେ ରହୁଥିବା, ସବୁ ପ୍ରକାରର ସେବା କରୁଥିବା ଅଲରାଉଣ୍ଡର ସେବାଧାରୀ, ନିଃସ୍ୱାର୍ଥ ସେବାଧାରୀ, ବେହଦର ସେବାଧାରୀ ପିଲାମାନଙ୍କୁ ପଦ୍ମାପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । ଅଭିନନ୍ଦନ, ଅଭିନନ୍ଦନ । ଦେଶ ଭିତରର ପିଲାମାନେ ମଧ୍ୟ କିଛି କମ୍ ନୁହଁନ୍ତି ଏବଂ ବିଦେଶର ପିଲାମାନେ ମଧ୍ୟ କମ୍ ନୁହଁନ୍ତି । ବାପଦାଦା ଏହିଭଳି ପିଲାମାନଙ୍କର ଦିଲ୍ ଭିତରେ ମହିମା ମଧ୍ୟ କରୁଛନ୍ତି ଏବଂ ଗୀତ ମଧ୍ୟ ଗାଉଛନ୍ତି ବାଃ ପିଲାମାନେ ବାଃ, ତୁମେ ସମସ୍ତେ ବାଃ ବାଃ ପିଲାମାନେ ଅଟ ନା! ହାତ ହଲାଉଛନ୍ତି, ବହୁତ ଭଲ । ବାପଦାଦା ପିଲାମାନଙ୍କ ଉପରେ ଗର୍ବ କରୁଛନ୍ତି - ସାରା କଳ୍ପ ଭିତରେ ଏଭଳି କେହି ପିତା ନାହାଁନ୍ତି ଯାହାର ପ୍ରତ୍ୟେକ ସନ୍ତାନ ସ୍ୱରାଜ୍ୟ ଅଧିକାରୀ ରାଜା ହୋଇଥିବ । ତୁମେ ସମସ୍ତେ ତ ସ୍ୱରାଜ୍ୟ ଅଧିକାରୀ ରାଜା ଅଟ ନା! ପ୍ରଜା ତ ନୁହେଁ ନା! କେତେକ ପିଲା ଯେତେବେଳେ ବାବାଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି ସେତେବେଳେ କହୁଛନ୍ତି ଆମେ ଭବିଷ୍ୟତରେ କ’ଣ ହେବୁ ତା’ର ଚିତ୍ର ଆମକୁ ଦେଖାଅ । ତେବେ ବାପଦାଦା କ’ଣ କହୁଥିବେ । ପୁରୁଣା ପିଲାମାନେ ତ କହୁଛନ୍ତି ଯେ ଜଗଜଅମ୍ବା ମା’ ସମସ୍ତଙ୍କୁ ଚିତ୍ର ଦେଉଥିଲେ, ତେଣୁ ଆମକୁ ମଧ୍ୟ ଆମର ଚିତ୍ର ଦିଅ । ତେଣୁ ବାପଦାଦା କହୁଛନ୍ତି ପ୍ରତ୍ୟେକ ସନ୍ତାନକୁ ବାବା ତ ବିଚିତ୍ର ଦର୍ପଣ ଦେଇଛନ୍ତି । ଯେଉଁଥିରେ ତୁମେମାନେ ନିଜର ଭବିଷ୍ୟତର ଚିତ୍ର ଦେଖିପାରିବ ଯେ ମୁଁ କିଏ! ତୁମେମାନେ ମଧ୍ୟ ଜାଣିଛ, ତେବେ ସେହି ଦର୍ପଣ ତୁମ ପାଖରେ ଅଛି ତ? ଜାଣିଛ କେଉଁ ଦର୍ପଣ ଦେଇଛନ୍ତି? ପ୍ରଥମ ଧାଡିବାଲା ତ ଜାଣିଥିବେ ନା! ଜାଣିଛ? ସେହି ଦର୍ପଣ ହେଲା - ବର୍ତ୍ତମାନ ସମୟ ନିଜର ସ୍ୱରାଜ୍ୟ ସ୍ଥିତିର ଦର୍ପଣ । ବର୍ତ୍ତମାନ ସମୟରେ ଯେତେ ସ୍ୱରାଜ୍ୟ ଅଧିକାରୀ ଅଟ ସେହି ଅନୁସାରେ ବିଶ୍ୱର ରାଜ୍ୟ ଅଧିକାରୀ ହେବ । ଏବେ ନିଜେ ନିଜକୁ ଦର୍ପଣରେ ଦେଖ ମୁଁ ସ୍ୱରାଜ୍ୟ ଅଧିକାରୀ ସ୍ଥିତିରେ ସର୍ବଦା ରହୁଛି ତ? ନା କେବେ ଅଧିକାରୀ କେବେ ଅଧୀନ? ଯଦି କେବେ ଅଧିକାରୀ କେବେ ଅଧୀନ ହେଉଛ, କେବେ ଆଖି ଧୋକା ଦେଉଛି, କେବେ ମନ ଧୋକା ଦେଉଛି, କେବେ ମୁଖ ଧୋକା ଦେଉଛି, କେବେ କାନ ମଧ୍ୟ ଧୋକା ଦେଉଛି, ପରବଶ କରିଦେଉଛି, ତେବେ ଏଥିରୁ ସିଦ୍ଧ ହେଉଛି ଯେ ବାବାଙ୍କ ଦ୍ୱାରା ଯେଉଁ ସବୁ ଶକ୍ତିଗୁଡିକ ବରଦାନରେ ମିଳିଛି ବା ପୈତୃକ ସମ୍ପତ୍ତି ରୂପରେ ମିଳିଛି ସେହି ଅନୁସାରେ କଣ୍ଟ୍ରୋଲିଙ୍ଗ୍ ପାୱାର ଅର୍ଥାତ୍ ଆୟତ୍ତ କରିବାର ଶକ୍ତି ଏବଂ ରୁଲିଙ୍ଗ ପାୱାର ଅର୍ଥାତ୍ ଶାସନ କରିବାର ଶକ୍ତି ତୁମ ଭିତରେ ନାହିଁ । ତେବେ ବିଚାର କର ଯିଏ ନିଜ ଉପରେ ଶାସନ କରିପାରୁ ନାହିଁ ସେ ବିଶ୍ୱ ଉପରେ ଶାସନ କିପରି କରିବ! ତେଣୁ ନିଜର ବର୍ତ୍ତମାନ ସ୍ଥିତିର ସ୍ୱରାଜ୍ୟ ଅଧିକାରୀର ଦର୍ପଣରେ ଚେକ୍ କର । ଦର୍ପଣ ତ ସମସ୍ତଙ୍କୁ ମିଳିଛି ନା? ଯଦି ଦର୍ପଣ ମିଳିଛି ତେବେ ହାତ ଉଠାଅ । ତେବେ ଦର୍ପଣରେ କୌଣସି ଦାଗ ହୋଇଯାଇନାହିଁ ତ? ଦର୍ପଣ ସ୍ପଷ୍ଟ ଅଟେ ତ?

ବାପଦାଦା ନିଜର ପ୍ରତ୍ୟେକ ସନ୍ତାନକୁ ସ୍ୱରାଜ୍ୟ ଅଧିକାରୀର ସ୍ୱମାନ ଦେଇଛନ୍ତି । ମାଷ୍ଟର ସର୍ବଶକ୍ତିବାନର ସ୍ୱମାନ ମଧ୍ୟ ସବୁ ପିଲାଙ୍କୁ ବାବାଙ୍କ ଦ୍ୱାରା ମିଳିଛି । ମାଷ୍ଟର ଶକ୍ତିବାନ ନୁହେଁ, ସର୍ବଶକ୍ତିବାନ । କେତେକ ପିଲା ବାର୍ତ୍ତାଳାପ କରିବା ସମୟରେ ଏକଥା ମଧ୍ୟ କହୁଛନ୍ତି - ବାବା ଆପଣ ତ ଆମକୁ ସର୍ବଶକ୍ତିଗୁଡିକୁ ଦେଇଛନ୍ତି କିନ୍ତୁ ଏହି ଶକ୍ତିଗୁଡିକ କେବେ କେବେ କାର୍ଯ୍ୟ କରିପାରୁ ନାହାଁନ୍ତି । ଏହିଭଳି ଅଭିଯୋଗ କରୁଛନ୍ତି - ଏମାନେ ଯଥା ସମୟରେ ଜାଗ୍ରତ ହେଉ ନାହାଁନ୍ତି, ସମୟ ବିତିଯିବା ପରେ ଜାଗ୍ରତ ହେଉଛନ୍ତି । ଏହାର କାରଣ କ’ଣ? ଯେତେବେଳେ ଯେଉଁ ଶକ୍ତିକୁ ଆବାହନ କରୁଛ ପ୍ରଥମେ ଚେକ୍ କର ମୁଁ ମାଲିକ ପଣିଆର ଆସନ ଉପରେ ସ୍ଥିତ ଅଛି ତ? ଯଦି କେହି ନିଜର ଆସନ ଉପରେ ବସି ନ ଥିବ, ତେବେ ବିନା ଆସନବାଲାର ଆଦେଖକୁ କେହି ମାନିବେ ନାହିଁ । ମୁଁ ସ୍ୱରାଜ୍ୟ ଅଧିକାରୀ ଅଟେ, ମାଷ୍ଟର ସର୍ବଶକ୍ତିମାନ ଅଟେ, ବାବାଙ୍କର ସମ୍ପତ୍ତି ଏବଂ ବରଦାନର ଅଧିକାରୀ ଅଟେ, ଏହି ସବୁ ଆସନ ଉପରେ ସ୍ଥିତ ହୋଇ ତା’ପରେ ଆଦେଶ ଦିଅ । କ’ଣ କରିବି, କିପରି କରିବି, ହେଉ ନାହିଁ ତ, ଆସନରୁ ଓହ୍ଲାଇ ତଳେ ବସି ଯଦି ଆଦେଶ ଦେବ ତେବେ ସେ କିପରି ମାନିବେ! ଆଜିକାଲିର ଦୁନିଆରେ ଯଦି କେହି ପ୍ରଧାନମନ୍ତ୍ରୀ ଅଟେ, କିନ୍ତୁ ଯଦି ଆସନ ଉପରେ ବସିଥିବ ବା ପଦବୀରେ ଥିବ ତେବେ ସମସ୍ତେ ମାନିବେ ନଚେତ୍ ପଦବୀର ଆସନ ଉପରୁ ଓହ୍ଲାଇ ଗଲା ପରେ ଆଉ କେହି ମାନିବେ କି? ତେଣୁ ଚେକ୍ କର ମୁଁ ଆସନ ଉପରେ ସ୍ଥିତ ଅଛି ତ? ଅଧିକାରୀ ହୋଇ ଆଦେଶ ଦେଉଛି ତ? ବାବା ତ ପ୍ରତ୍ୟେକ ସନ୍ତାନକୁ ଅଧିକାର ଦେଇଛନ୍ତି, ତୁମମାନଙ୍କୁ ପରମାତ୍ମ ଅଧିକାର ମିଳିଛି, କୌଣସି ଆତ୍ମାଠାରୁ ଅଧିକାର ରୂପୀ କ୍ଷମତା ମିଳିନାହିଁ, କୌଣସି ମହାତ୍ମାଠାରୁ କ୍ଷମତା ମିଳିନାହିଁ, ପରମାତ୍ମ କ୍ଷମତା ମିଳିଛି, ତେଣୁ କ୍ଷମତା ଏବଂ ଅଧିକାର ଏହି ସ୍ଥିତିରେ ସ୍ଥିତ ହୋଇ ଯଦି କୌଣସି ବି ଶକ୍ତିକୁ ଆଦେଶ ଦେବ ତେବେ ସେ ଜୀ ହଜୁର, ଜୀ ହଜୁର ନିଶ୍ଚିତ କରିବ । ସର୍ବଶକ୍ତିଗୁଡିକ ନିକଟରେ ମାୟା, ପ୍ରକୃତି, ସଂସ୍କାର, ସ୍ୱଭାବ ସବୁ କିଛି ଦାସୀ ହୋଇଯିବେ ଏବଂ ତୁମର ଅର୍ଥାତ୍ ମାଲିକର ଆଦେଶକୁ ଅପେକ୍ଷା କରି କରି ରହିବେ । ମାଲିକ ଆମକୁ କୌଣସି ଆଦେଶ ଦିଅନ୍ତୁ ।

ତେବେ ଆଜି ସମର୍ଥ ଦିବସ ଅଟେ ନା, ତେଣୁ ପିଲାମାନଙ୍କ ଭିତରେ କ’ଣ କ’ଣ ସବୁ ସମର୍ଥୀ ରହିଛି ବାପଦାଦା ସେଗୁଡିକୁ ମନେ ପକାଇ ଦେଉଛନ୍ତି । ସେଥିପ୍ରତି ଧ୍ୟାନ ଆକର୍ଷିତ କରାଉଛନ୍ତି । ତୁମେମାନେ ଯଥା ସମୟରେ ଶକ୍ତିହୀନ କାହିଁକି ହୋଇଯାଉଛ? ବାପଦାଦା ଦେଖିଲେ ଯେ ଅଧିକାଂଶ ପିଲାମାନଙ୍କର ବୁଦ୍ଧିରେ ଛିଦ୍ର ରହିଛି ଏବଂ ବୁଦ୍ଧିରେ ଛିତ୍ର ଥିବା କାରଣରୁ ଶକ୍ତିଗୁଡିକ କମ୍ ହୋଇଯାଉଛି ଏବଂ ଛିଦ୍ର ମଧ୍ୟ ବିଶେଷ କରି ଦୁଇଟି କଥାର ଅଟେ, ସେହି ଦୁଇଟି କଥା ହେଲା - ସଂକଳ୍ପ ଏବଂ ସମୟ ବ୍ୟର୍ଥରେ ନଷ୍ଟ ହେଉଛି । ଖରାପ ନୁହେଁ କିନ୍ତୁ ବ୍ୟର୍ଥ, ଯଥା ସମୟରେ କୌଣସି ଖରାପ କାର୍ଯ୍ୟ କରୁ ନାହାଁନ୍ତି କିନ୍ତୁ ଜମା ମଧ୍ୟ କରୁନାହାଁନ୍ତି । କେବଳ ଦେଖୁଛନ୍ତି ଆଜି ଖରାପ କାର୍ଯ୍ୟ କିଛି ହୋଇନାହିଁ ତ? କିନ୍ତୁ ଭଲ କ’ଣ ଜମା କରିଛି? କିଛି ହରାଇ ନାହଁ, ଠିକ୍ ଅଛି କିନ୍ତୁ କିଛି ରୋଜଗାର କରିଛି କି? ଦୁଃଖ ମଧ୍ୟ କାହାକୁ ଦେଇ ନାହଁ, କିନ୍ତ ସୁଖ କେତେ ଜଣଙ୍କୁ ଦେଇଛି? ଅଶାନ୍ତ କାହାକୁ କରିନାହଁ, କିନ୍ତୁ ଶାନ୍ତିର ପ୍ରକମ୍ପନ କେତେ ଖେଳାଇଛି? ବାୟମୁଣ୍ଡଳ ଦ୍ୱାରା ବା ମୁଖ ଦ୍ୱାରା, ବା ପ୍ରକମ୍ପନ ଦ୍ୱାରା ଶାନ୍ତି ଦୂତ ହୋଇ କେତେ ଜଣଙ୍କୁ ଶାନ୍ତି ଦେଇଛି? କାହିଁକି ନା ଜାଣିଛ ଯେ ଏହି ଅଳ୍ପ କିଛି ସମୟ ହିଁ ହେଉଛି ପୁରୁଷୋତ୍ତମ କଲ୍ୟାଣକାରୀ ସମୟ, ଅର୍ଥାତ୍ ଜମା କରିବାର ସମୟ । ତେବେ ସବୁବେଳେ ଏହି କଥା ମନେ ରଖ ଯେ ଏବେ ନୁହେଁ ତ କେବେ ନୁହେଁ । ହୋଇଯିବ, କରିନେବି ନା, ଏବେ ନୁହେଁ ତ କେବେ ନୁହେଁ । ବ୍ରହ୍ମାବାବାଙ୍କର ଏହା ହିଁ ଥିଲା ତୀବ୍ରଗତିର ପୁରୁଷାର୍ଥ, ତେବେ ଯାଇ ନମ୍ବରୱାନ ହେବାର ଲକ୍ଷ ସ୍ଥଳରେ ପହଞ୍ଚିପାରିଲେ । ତେଣୁ ବାବା ଯେଉଁ ସବୁ ସମର୍ଥୀଗୁଡିକ ଦେଇଛନ୍ତି, ଆଜି ସମର୍ଥ ଦିବସରେ ମନେ ପଡୁଛି ନା! ତେଣୁ ସଞ୍ଚୟ କରିବାର ଯୋଜନା ପ୍ରସ୍ତୁତ କର । ସଂକଳ୍ପର ସଞ୍ଚୟ, ସମୟର ସଞ୍ଚୟ, ବାଣୀର ସଞ୍ଚୟ, ଯାହା ଯଥାର୍ଥ ବାଣୀ ନୁହେଁ, ଅଯଥାର୍ଥ ବ୍ୟର୍ଥ ବାଣୀଠାରୁ ମୁକ୍ତ ହେବା ଅର୍ଥାତ୍ ସଞ୍ଚୟ କର ।

ବାପଦାଦା ସବୁ ପିଲାଙ୍କର ସର୍ବଦା ଅଧିକାରୀ ପଣିଆର ଆସନ ଉପରେ ସ୍ଥିତି ରହିଥିବାର ସ୍ୱରାଜ୍ୟ ଅଧିକାରୀ ରାଜା ରୂପ ଦେଖିବାକୁ ଚାହୁଁଛନ୍ତି । କ’ଣ ତୁମମାନଙ୍କୁ ପସନ୍ଦ ତ? ଏହି ରୂପ ପସନ୍ଦ ଅଟେ ନା! କେବେ ବି ବାପଦାଦା କୌଣସି ବି ପିଲାଙ୍କୁ ଟିଭିରେ ଦେଖିଲେ ଏହିଭଳି ରୂପ ଦେଖିବାକୁ ଚାହୁଁଛନ୍ତି । ବାପଦାଦାଙ୍କ ପାଖରେ ତ ପ୍ରାକୃତିକ ଟିଭି ଅଛି, ତା’ର ସ୍ୱୀଚ୍ ମଧ୍ୟ ଦବାଇବାକୁ ପଡୁ ନାହିଁ । ଏକା ସମୟରେ ଚାରିଆଡର ପିଲାମାନଙ୍କୁ ଦେଖିପାରିବେ । ପ୍ରତ୍ୟେକ ସନ୍ତାନକୁ ଦେଖିପାରିବେ, କୋଣ ଅନୁକୋଣରେ ଥିବାବାଲାଙ୍କୁ ମଧ୍ୟ ଦେଖିପାରିବେ । ତେବେ କ’ଣ ଏହିଭଳି ହୋଇପାରିବ? କାଲିଠାରୁ ଟିଭି ଦେଖିଲେ କ’ଣ ଦେଖାଯିବ? ଫରିସ୍ତାର ଡ୍ରେସ୍ ପିନ୍ଧି ଥିବାର ଦେଖାଯିବ, ଫରିସ୍ତାର ଡ୍ରେସ୍ ହେଉଛି ଚମକ୍‌ଦାର ଲାଇଟ୍‌ର ଡ୍ରେସ୍‌, ସେ ଦେହ-ଅଭିମାନ ଯୁକ୍ତ ମାଟିର ଡ୍ରେସ୍ ପିନ୍ଧେ ନାହିଁ । ତେଣୁ ଚମକ୍‌ଦାର ଡ୍ରେସ୍ ପିନ୍ଧିଥିବା ସଫଳତାର ତାରକା ହୋଇଥିବ, ଏହିଭଳି ମୂର୍ତ୍ତି ସମସ୍ତଙ୍କର ବାପଦାଦା ଦେଖିବାକୁ ଚାହୁଁଛନ୍ତି । କ’ଣ ପସନ୍ଦ ଅଟେ ନା! ଯଦି ମାଟିର ଡ୍ରେସ୍ ପିନ୍ଧିବ ତେବେ ମାଟି ମିଶାହୋଇଯିବ! ଯେପରି ଶିବବାବା ଅଶରୀରୀ ଅଟନ୍ତି, ବ୍ରହ୍ମାବାବା ଚମକଦାର ଡ୍ରେସ୍‌ରେ ଅଛନ୍ତି, ଫରିସ୍ତା ଅଟନ୍ତି । ତେଣୁ ନିଜର ପିତାଙ୍କୁ ଅନୁକରଣ କର । ସ୍ଥୂଳରେ ମଧ୍ୟ ଦେଖ ତୁମ ପୋଷାକରେ ଯଦି ମାଟି ଲାଗିଯାଉଛି କିମ୍ବା କୌଣସି ଦାଗ ଲାଗିଯାଉଛି ତେବେ କ’ଣ କରୁଛ? ବଦଳାଇ ଦେଉଛ ନା! ସେହିପରି ଚେକ୍ କର ଯେ ସବୁବେଳେ ଚମକ୍‌ଦାର ଫରିସ୍ତା ଡ୍ରେସ୍ ପିନ୍ଧିଛି ତ? ଯେଉଁଥିପାଇଁ ବାବା ଗର୍ବ କରୁଛନ୍ତି ଯେ ମୋ’ର ସବୁ ସନ୍ତାନ ରାଜା ସନ୍ତାନ ଅଟନ୍ତି, ସେହି ସ୍ୱରୂପରେ ରୁହ । ରାଜା ହୋଇ ରୁହ । ତା’ପରେ ମାୟା ତୁମର ଦାସୀ ହୋଇଯିବ ଏବଂ ବିଦାୟ ନେବା ପାଇଁ ଆସିବ, ଆଉ ଆକ୍ରମଣ କରିବ ନାହିଁ । ତେଣୁ ବାପଦାଦା ସବୁବେଳେ କହୁଛନ୍ତି ଯେ ବାବାଙ୍କ ଉପରେ ସମର୍ପଣ ହୋଇଯାଇଥିବା ଆତ୍ମାମାନଙ୍କର କେବେ ବି ପରାଜୟ ହୋଇପାରିବ ନାହିଁ । ଯଦି ପରାଜୟ ହେଉଛି ତେବେ ତୁମେ ସ୍ୱାହା ହୋଇ ନାହଁ ।

ଏବେ ତୁମମାନଙ୍କର ମିଟିଙ୍ଗ୍ ହେବାର ଅଛି ନା, ମିଟିଙ୍ଗ୍‌ର ତାରିଖ ପୂର୍ବରୁ ନିଧାର୍ଯ୍ୟ ହୋଇଥାଏ ନା । ତେବେ ଏଥର କେବଳ ସେବାର ଯୋଜନା କରିବାର ମିଟିଙ୍ଗ୍ ବାପଦାଦା ଦେଖିବାକୁ ଚାହୁଁ ନାହାଁନ୍ତି, ସେବାର ମଧ୍ୟ ଯୋଜନା ପ୍ରସ୍ତୁତ କର କିନ୍ତୁ ମିଟିଙ୍ଗ୍‌ରେ ସଫଳତାର ସମାରୋହ ପାଳନ କରିବାର ମଧ୍ୟ ଯୋଜନା କର । ବହୁତ ସମାରୋହ ପାଳନ କରିଦେଲ ଏବେ ସଫଳତାର ସମାରୋହ ପାଳନ କରିବାର ତାରିଖ ନିଧାର୍ଯ୍ୟ କର । ଆଚ୍ଛା ଠିକ୍ ଅଛି ଭାବୁଛନ୍ତି ଯେ ସମସ୍ତେ କିପରି ସଫଳତା ପ୍ରାପ୍ତ କରିବେ! ତେଣୁ ବାପଦାଦା କହୁଛନ୍ତି ଯେ କମ୍ ସେ କମ୍ ୧୦୮ ରତ୍ନ ତ ସଫଳତା ମୂରତର ସମାରୋହ ପାଳନ କରନ୍ତୁ! ଦୃଷ୍ଟାନ୍ତ ହୁଅନ୍ତୁ । କ’ଣ ଏହା ହୋଇପାରିବ? ପ୍ରଥମ ଧାଡିବାଲା କୁହ ଏହା ହୋଇପାରିବ? ଉତ୍ତର ଦେବାର ମଧ୍ୟ ସାହସ ନାହିଁ । ଭାବୁଛନ୍ତି କିଏ ଜାଣେ କରିପାରିବୁ କି ନାହିଁ? ସାହସ ରଖିଲେ ସବୁ କିଛି ହୋଇପାରିବ । ଦାଦିଜୀ କୁହନ୍ତୁ - ୧୦୮ ଜଣ ସଫଳତାମୂରତ ହୋଇପାରିବେ? (ହଁ ନିଶ୍ଚିତ ହୋଇପାରିବେ, ସଫଳତାର ଉତ୍ସବ ପାଳନ ହୋଇପାରିବ) ଦେଖ ଦାଦିଙ୍କ ଭିତରେ ସାହସ ଅଛି । ତୁମ ସମସ୍ତଙ୍କ ତରଫରୁ ସାହାସ ରଖି କହୁଛନ୍ତି । ତେଣୁ ତୁମେମାନେ ମଧ୍ୟ ସହଯୋଗୀ ହେବ । ତେଣୁ ଏବେ ଯେଉଁ ମିଟିଙ୍ଗ୍ ହେବ ବାପଦାଦା ତା’ର ରିର୍ପୋଟ ନେବେ । ପାଣ୍ଡବମାନେ କୁହନା ଚୁପ୍ ହୋଇ କାହିଁକି ବସିଛ? ଏମାନେ ସାହସ କାହିଁକି କରୁନାହାଁନ୍ତି? ଏକାବେଳେ କରି ଦେଖାଇଦେବୁ, ଏହିକଥା ଭାବୁଛ କି? ଭଲ କଥା, ସାହସ ତ କରିପାରିବ ନା? ଯେଉଁମାନେ ଭାବୁଛନ୍ତି ଆମେ ନିଶ୍ଚିତ ସାହସ କରିଦେଖାଇବୁ, ସେମାନେ ହାତ ଉଠାଅ । କରିବ ତ? କୌଣସି ସଂସ୍କାର ରହିବ ନାହିଁ ତ? କୌଣସି ଦୁର୍ବଳତା ମଧ୍ୟ ରହିବ ନାହିଁ? ଆଚ୍ଛା, ମଧୁବନ ବାଲା ମଧ୍ୟ ହାତ ଉଠାଉଛନ୍ତି । ବାଃ, ଅଭିନନ୍ଦନ, ଅଭିନନ୍ଦନ । ଆଚ୍ଛା! ତେବେ ତ ୧୦୮ର ମାଳା ସହଜରେ ହୋଇଯିବ । ଯଦି ଏତେ ଜଣ ହାତ ଉଠାଉଛନ୍ତି ତେବେ ୧୦୮ କ’ଣ ବଡ କଥା! ଡବଲ ବିଦେଶୀ କ’ଣ କରିବ? ହଁ, ଦାଦି ଜାନକୀ ମଧ୍ୟ ଶୁଣୁଛନ୍ତି, ତାଙ୍କର ମଧ୍ୟ ଇଚ୍ଛା ହେଉଛି ମୁଁ କହିବି । ବିଦେଶର ମାଳା ମଧ୍ୟ ଦେଖିବୁ, ଠିକ୍ ଅଛି? ହାତ ଉଠାଅ, ଠିକ୍ ଅଛି? ଆଚ୍ଛା ଆଜି ଏଠାରେ ଡବଲ ବିଦେଶୀ କେତେ ଜଣ ବସିଛନ୍ତି? (୨୦୦ ଜଣ) । ଏମାନଙ୍କ ଭିତରୁ ୧୦୮ ଜଣ ତ ବାହାରିବେ ନା! ଠିକ୍ ଅଛି ନା! ଏଥିରେ ସମସ୍ତେ କୁହ ପ୍ରଥମେ ମୁଁ କରିବି । ଏଥିରେ ଅନ୍ୟକୁ ଦେଖିବାର ନାହିଁ, ପ୍ରଥମେ ମୁଁ । ଅନ୍ୟ କୌଣସି ମେଁ, ମେଁ କରିବ ନାହିଁ କିନ୍ତୁ ପ୍ରଥମେ ମେଁ ଅର୍ଥାତ୍ ମୁଁ ନିଶ୍ଚିତ କରିବ । ଆଉ ଗୋଟିଏ କାମ ମଧ୍ୟ ବାପଦାଦା ଦେଉଛନ୍ତି । ଆଜି ସମର୍ଥ ଦିବସ ଅଟେ ନା ତେଣୁ ସମସ୍ତଙ୍କ ଭିତରେ ସମର୍ଥୀ ରହିଛି । ବାପଦାଦା ଗୋଟିଏ ବିଚିତ୍ର ଦୀପାବଳୀ ପାଳନ କରିବାକୁ ଚାହୁଁଛନ୍ତି । ତୁମେମାନେ ତ କେତେ ଥର ପାଳନ କରିସାରିଛ କିନ୍ତୁ ବାପଦାଦା ଗୋଟିଏ ବିଚିତ୍ର ଦୀପାବଳୀ ପାଳନ କରିବାକୁ ଚାହୁଁଛନ୍ତି, ଶୁଣାଇବୁ? ଆଚ୍ଛା! ବର୍ତ୍ତମାନର ସମୟକୁ ତ ସମସ୍ତେ ଦେଖୁଛ, ଦିନକୁ ଦିନ ଚାରିଆଡେ ଲୋକମାନଙ୍କ ଭିତରେ ନିରାଶା ବହୁତ ବଢି ବଢି ଚାଲିଛି । ତେଣୁ ଚାହେଁ ମାନସୀକ ସେବା କର, ଚାହେଁ ବାଣୀ ଦ୍ୱାରା ସେବା କର, ଚାହେଁ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ସେବା କର କିନ୍ତୁ ବାପଦାଦା ନିରାଶା ଭିତରେ ରହିଥିବା ମନୁଷ୍ୟମାନଙ୍କ ଭିତରେ ଆଶାର ଦୀପ ଜଳାଇବାକୁ ଚାହୁଁଛନ୍ତି । ଚାରିଆଡର ମନୁଷ୍ୟମାନଙ୍କ ଭିତରେ ଆଶାର ଦୀପ ଜଳିଉଠୁ । ତେଣୁ ଏବେ ବିଶ୍ୱ ପରିବର୍ତ୍ତନ ହେଲା କି ହେଲା, ସୁବର୍ଣ୍ଣ ସକାଳ ଆସିଲା କି ଆସିଲା । ସେମାନଙ୍କ ଭିତରୁ ନିରାଶା ସମାପ୍ତ ହୋଇଯାଉ - ତେଣୁ ସେମାନଙ୍କ ଭିତରେ ମଧ୍ୟ ଯେ କିଛି ବି ହୋଇପାରିବ ନାହିଁ, କିଛି ବି ହୋଇପାରିବ ନାହିଁ । ଆଶାର ଦୀପ ଜଳିଉଠୁ । କରିପାରିବ ନା, ଏହା ତ ସହଜ ଅଟେ ନା, ନା ମୁଶକିଲ୍ ଅଟେ? ସହଜ ତ? ଯେଉଁମାନେ କରିବେ ସେମାନେ ହାତ ଉଠାଅ । କରିବ ତ? ଯଦି ଏତେ ସବୁ ଦୀପ ଜଳାଇ ଦେବ ତେବେ ଦୀପାବଳୀ ତ ହୋଇଯିବ ନା! ନିଜର ମନୋବଳକୁ ଏତେ ଶକ୍ତିଶାଳୀ କର, ଯଦିଓ ସମ୍ମୁଖରେ ପହଞ୍ଚିପାରିବ ନାହିଁ କିନ୍ତୁ ଲାଇଟ୍ ହାଉସ୍ ମାଇଟ୍ ହାଉସ୍ ହୋଇ ଦୂର ଦୂର ପର୍ଯ୍ୟନ୍ତ ତରଙ୍ଗ ବିଚ୍ଛୁରିତ କର । ଯଦି ବିଜ୍ଞାନର ଶକ୍ତି ଲାଇଟ୍ ହାଉସ୍ ଦ୍ୱାରା ଦୂର ଦୂରାନ୍ତ ପର୍ଯ୍ୟନ୍ତ ଲାଇଟ୍ ଦେଇପାରୁଛି ତେବେ ତୁମେମାନେ କାହିଁକି ଶ୍ରେଷ୍ଠ ପ୍ରକମ୍ପନ ବିଚ୍ଛୁରିତ କରିପାରିବ ନାହିଁ! କେବଳ ଦୃଢ ସଂକଳ୍ପ କର - ମୋତେ କରିବାକୁ ହିଁ ହେବ । ସେଥିରେ ସର୍ବଦା ବ୍ୟସ୍ତ ରୁହ । ଯଦି ମନକୁ ସର୍ବଦା ବ୍ୟସ୍ତ ରଖିବ ତେବେ ନିଜକୁ ମଧ୍ୟ ଫାଇଦା ଏବଂ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଫାଇଦା । ଚାଲିବା ବୁଲିବା ସମୟରେ ଏହି କଥା ମନୋବୃତ୍ତିରେ ରଖ ଯେ ମୋତେ ବିଶ୍ୱର କଲ୍ୟାଣ କରିବାକୁ ହିଁ ହେବ । ତୁମର ଏହି ମନୋବୃତ୍ତି ଚତୁର୍ଦ୍ଦିଗରେ ବାୟୁମଣ୍ଡଳ ସୃଷ୍ଟି କରିବ କାହିଁକି ନା ସମୟ ଅନୁସାରେ ଅଚାନକ କିଛି ବି ହୋଇପାରେ । ଏମିତି ନ ହେଉ ଯେ ତୁମର ଭାଇ ଭଉଣୀମାନେ ତୁମକୁ ଉଲୁଗୁଣା ଦେବେ ଯେ ତୁମେମାନେ ଆମକୁ କାହିଁକି ଜଣାଇଲ ନାହିଁ । କେହି କେହି ପିଲା ଭାବୁଛନ୍ତି ଶେଷ ସମୟ ଭିତରେ କରିଦେବୁ କିନ୍ତୁ ଯଦି ଶେଷ ସମୟରେ ପରିଚୟ ଦେବ ତେବେ ବି ଉଲୁଗୁଣା ଦେବେ । ଏହି ଉଲୁଗୁଣା ଦେବେ ଯେ ଆମକୁ କିଛି ସମୟ ପୂର୍ବରୁ କାହିଁକି ଜଣାଇଲ ନାହିଁ । ଆମେ କିଛି ତ ନିଜର ଭାଗ୍ୟ ଜମା କରି ଦେଇଥାଆନ୍ତୁ ସେଥିପାଇଁ ପ୍ରତ୍ୟେକ ସଂକଳ୍ପରେ ବାପଦାଦାଙ୍କର ସ୍ମୃତି ଦ୍ୱାରା ଲାଇଟ୍ ନେଇଚାଲ ଏବଂ ଲାଇଟ୍ ହାଉସ୍ ହୋଇ ଲାଇଟ୍ ଦେଇଚାଲ । ସମୟ ନଷ୍ଟ କର ନାହିଁ, ବାପଦାଦା ଯେତେବେଳେ ଦେଖୁଛନ୍ତି ପିଲାମାନେ ବହୁତ ଯୁଦ୍ଧ କରୁଛନ୍ତି, ବାପଦାଦାଙ୍କୁ ମଧ୍ୟ ଭଲ ଲାଗୁ ନାହିଁ । ମାଷ୍ଟର ସର୍ବଶକ୍ତିମାନ ହୋଇ ମଧ୍ୟ ଯୁଦ୍ଧ କରୁଛନ୍ତି! ତେଣୁ ରାଜା ହୁଅ, ସଫଳତାମୂରତ ହୁଅ, ନିରାଶାକୁ ସମାପ୍ତ କରି ଆଶାର ଦୀପ ଜଳାଅ । ଆଚ୍ଛା!

ସବୁଆଡର ପିଲାମାନଙ୍କର ମନେ ପକାଇବାର ମାଳାଗୁଡିକ ବହୁତ ବହୁତ ପହଞ୍ଚିବାରେ ଲାଗିଛି । ବାପଦାଦା ଶୁଭେଚ୍ଛା ବାର୍ତ୍ତା ପଠାଇଥିବା ପିଲାମାନଙ୍କୁ ସମ୍ମୁଖରେ ଦେଖିବା ସହିତ ଶୁଭେଚ୍ଛାର ପ୍ରତ୍ୟୁତ୍ତରରେ ଦିଲ୍‌ର ଆଶୀର୍ବାଦ, ଦିଲ୍‌ର ସ୍ନେହ ଦେଉଛନ୍ତି । ଆଚ୍ଛା!

ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ । ଭଲ କଥା, ସବୁ ପାଳିରେ ଦେଖାଯାଉଛି ଅଧିକାଂଶ ପିଲା ନୂଆ ନୂଆ ଆସୁଛନ୍ତି । ତେଣୁ ସେବାକୁ ବଢାଇଛନ୍ତି ନା, ଏତିକି ଆତ୍ମାଙ୍କୁ ତ ସନ୍ଦେଶ ଦେଇଛ ନା । ଯେପରି ତୁମମାନଙ୍କୁ ସନ୍ଦେଶ ମିଳିଛି ସେହିପରି ତୁମେମାନେ ମଧ୍ୟ ଆହୁରି ଦୁଇଗୁଣା, ଚାରିଗୁଣା ସନ୍ଦେଶ ଦିଅ । ସମସ୍ତଙ୍କୁ ଯୋଗ୍ୟ କର । ଭଲ କଥା, ସବୁ ବିଷୟରେ ଆହୁରି ଅଧିକ ଉମଙ୍ଗ-ଉତ୍ସାହର ସହିତ ଆଗକୁ ବଢ । ଆଚ୍ଛା!

ଆଚ୍ଛା - ଏବେ ଲକ୍ଷ୍ୟ ରଖ, ଚାଲିବା-ବୁଲିବା ସମୟରେ ଚାହେଁ ମାନ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ କର୍ମ ଦ୍ୱାରା ସେବା ନ କରି ରୁହ ନାହିଁ ଏବଂ ଯୋଗ ବିନା ମଧ୍ୟ ରୁହ ନାହିଁ । ଯୋଗ ଏବଂ ସେବା ସର୍ବଦା ଏକା ସାଥୀରେ ଚାଲିଥାଉ । ଯୋଗରେ ଏବଂ ସେବାରେ ସର୍ବଦା ନିଜକୁ ବ୍ୟସ୍ତ ରଖ । ଖାଲି ରହିବା କାରଣରୁ ମାୟାକୁ ଆସିବାକୁ ସୁଯୋଗ ମିଳିଯାଉଛି । ତେଣୁ ସର୍ବଦା ଏତେ ବ୍ୟସ୍ତ ରୁହ ଯାହାକି ଦୂରରୁ ହିଁ ମାୟା ଆସିବା ପାଇଁ ସାହସ କରିବ ନାହିଁ । ତେଣୁ ତୁମେମାନେ ଯେଉଁ ବାପ୍ ସମାନ ହେବାର ଲକ୍ଷ୍ୟ ରଖିଛ ତାହା ଆହୁରି ସହଜ ହୋଇଯିବ । ମେହନତ କରିବାକୁ ପଡିବ ନାହିଁ, ସର୍ବଦା ସ୍ନେହୀ ସ୍ୱରୂପ ହୋଇ ରହିବ । ଆଚ୍ଛା!

ବାପଦାଦାଙ୍କର ନୟନରେ ସମାହିତ ହୋଇଥିବା ନୂରେ ରତ୍ନ ପିଲାମାନଙ୍କୁ, ବାବାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ ଶ୍ରେଷ୍ଠ ପିଲାମାନଙ୍କୁ, ସର୍ବଦା ଉମଙ୍ଗ-ଉତ୍ସାହର ଡେଣା ଦ୍ୱାରା ଉଡୁଥିବା ମହାବୀର-ମହାବୀରଣୀ ପିଲାମାନଙ୍କୁ, ଏକମାତ୍ର ବାବା ହିଁ ସଂସାର ଅଟନ୍ତି, ଏହି ଲଗନରେ ମଗନ ରହୁଥିବା ବା ଲବଲୀନ ପିଲାମାନଙ୍କୁ, ଲବଲୀନ୍ ହେବା ଅର୍ଥାତ୍ ସହଜରେ ବାବାଙ୍କ ସମାନ ହୋଇଯିବା, ତେଣୁ ଲଭଲୀ ଅର୍ଥାତ୍‌ ଗେହ୍ଲା ଏବଂ ଲବଲୀନ ଅର୍ଥାତ୍ ସ୍ନେହରେ ବୁଡି ରହୁଥିବା ପିଲାମାନଙ୍କୁ ବହୁତ ବହୁତ ପଦ୍ମାପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ନିଜର ପ୍ରତ୍ୟେକ କର୍ମ ବା ବିଶେଷତା ଦ୍ୱାରା ଦାତାଙ୍କ ଆଡକୁ ଧ୍ୟାନ ଆକର୍ଷିତ କରାଉଥିବା ସଚ୍ଚା ସେବାଧାରୀ ହୁଅ ।

ସଚ୍ଚା ସେବାଧାରୀ ପିଲାମାନେ କୌଣସି ବି ଆତ୍ମାକୁ ସହଯୋଗ ଦେଇ ନିଜ ପାଖରେ ଅଟକାଇ ରଖିବେ ନାହିଁ । ସେମାନେ ସମସ୍ତଙ୍କର ସମ୍ପର୍କ ବାବାଙ୍କ ସହିତ ଯୋଡିବେ । ସେମାନଙ୍କର ପ୍ରତ୍ୟେକ ବାଣୀ ବାବାଙ୍କର ସ୍ମୃତି ଦେବା ଭଳି ହୋଇଥିବ । ସେମାନଙ୍କର ପ୍ରତ୍ୟେକ କର୍ମ ଦ୍ୱାରା ବାବା ଦେଖାଯାଉଥିବେ । ସେମାନଙ୍କୁ ଏହି ସଂକଳ୍ପ ମଧ୍ୟ ଆସିବ ନାହିଁ ଯେ ମୋ’ର ବିଶେଷତା କାରଣରୁ ହିଁ ଏମାନେ ମୋ’ର ସହଯୋଗୀ ଅଟନ୍ତି । ଯଦି ବାବାଙ୍କୁ ନ ଦେଖି ତୁମକୁ ଦେଖିଲେ, ତେବେ ତୁମେ ସେବା କରିଲ ନାହିଁ କିନ୍ତୁ ବାବାଙ୍କୁ ଭୁଲାଇ ଦେଲ । ସଚ୍ଚା ସେବାଧାରୀ ସତ୍ୟ ପିତାଙ୍କ ସହିତ ସମସ୍ତଙ୍କର ସମ୍ବନ୍ଧ ଯୋଡିବେ, ନିଜ ସହିତ ନୁହେଁ ।

ସ୍ଲୋଗାନ:-
କୌଣସି ପ୍ରକାରର ଅଭିଯୋଗ କରିବା ପରିବର୍ତ୍ତେ ସବର୍ଦା ସନ୍ତୁଷ୍ଟ ରୁହ ।

ଅବ୍ୟକ୍ତ ଈଶାରା - ସଂକଳ୍ପର ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ । ଶ୍ରେଷ୍ଠ ଭାଗ୍ୟର ରେଖା ଟାଣିବାର ଆଧାର ହେଲା - “ଶ୍ରେଷ୍ଠ ସଂକଳ୍ପ ଏବଂ ଶ୍ରେଷ୍ଠ କର୍ମ” । ଚାହେଁ ଟ୍ରଷ୍ଟୀ ଅର୍ଥାତ୍ ଘର ଗୃହସ୍ଥରେ ନିମିତ୍ତ ହୋଇ ରହୁଥାଅ, ଚାହେଁ ସେବାଧାରୀ ଆତ୍ମା ହୋଇଥାଅ, ଉଭୟ ଏହି ଆଧାର ଦ୍ୱାରା ନମ୍ବର ନେଇପାରିବେ । ଉଭୟଙ୍କୁ ନିଜର ଭାଗ୍ୟ ଜମା କରିବାର ସମ୍ପୂର୍ଣ୍ଣ ସୁଯୋଗ ରହିଛି, ଯିଏ ଯେତେ ଜମା କରିବା ପାଇଁ ଚାହିଁବେ ଜମା କରିପାରିବେ ।