06.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବଞ୍ଚି
ଥାଉ ଥାଉ ଏହି ଶରୀରଠାରୁ ଅଲଗା ହୋଇଯାଅ, ଅଶରୀରୀ ହୋଇ ବାବାଙ୍କୁ ମନେପକାଅ, ଏହାକୁ ହିଁ କୁହାଯାଏ
ଡେଡ୍ ସାଇଲେନ୍ସ, ସମ୍ପୂର୍ଣ୍ଣ ନୀରବତା ।”
ପ୍ରଶ୍ନ:-
ତୁମେ ପିଲାମାନେ
ଏବେ ନିଜର ମୂଳଦୁଆକୁ ମଜବୁତ କରୁଛ, କେଉଁ ଆଧାରରେ ମଜବୁତୀ ଆସିଥାଏ?
ଉତ୍ତର:-
ପବିତ୍ରତାର ଆଧାରରେ । ଯେତେ-ଯେତେ ଆତ୍ମା ପବିତ୍ର ଅର୍ଥାତ୍ ସଚ୍ଚା ସୁନା ହୋଇଚାଲିବ, ସେତେ ତା
ଭିତରେ ମଜଭୂତି ଆସିବ । ବାବା ବର୍ତ୍ତମାନ ସ୍ୱରାଜ୍ୟର ମୂଳଦୁଆକୁ ଏତେ ମଜଭୂତ କରି ତିଆରି
କରୁଛନ୍ତି ଯାହାକି ଅଧାକଳ୍ପ ସେହି ମୂଳଦୁଆକୁ କେହି ହଲଚଲ କରିପାରିବେ ନାହିଁ । ତୁମର ରାଜ୍ୟକୁ
କେହି ଛଡେଇ ନେଇପାରିବ ନାହିଁ ।
ଗୀତ:-
ଓମ୍ ନମୋ ଶିବାୟ.....
ଓମ୍ ଶାନ୍ତି ।
ବାବା କହୁଛନ୍ତି - ମୋତେ ମନେପକାଅ ଅର୍ଥାତ୍ ଅଶରୀରୀ ହୁଅ ଅର୍ଥାତ୍ ଡେଡ୍ ସାଇଲେନ୍ସ । ଯେପରି
ମନୁଷ୍ୟ ମରିଗଲେ ଡେଡ୍ ସାଇଲେନ୍ସ ହୋଇଯାଏ । କହିଥାନ୍ତି ୟାଙ୍କର ଶରୀର ଶାନ୍ତ ହୋଇଗଲା । ଶରୀର
ଏବଂ ଆତ୍ମା ଅଲଗା ହୋଇଗଲା, ମୃତ୍ୟୁ ହୋଇଗଲା । ଏଠାରେ ମଧ୍ୟ ତୁମେ ପିଲାମାନେ ଯେତେବେଳେ ବସୁଛ
ତେବେ ଏହାକୁ ଡେଡ୍ ସାଇଲେନ୍ସ କୁହାଯାଉଛି । ବଞ୍ଚି ଥାଉ ଥାଉ ଅଶରୀରୀ ହୋଇଯାଅ । ନିଜକୁ ଆତ୍ମା
ମନେକର ଏବଂ ବାବାଙ୍କୁ ମନେପକାଅ । ତୁମେ ଜାଣିଛ ଏହା ପ୍ରକୃତ ଶାନ୍ତି ଅଟେ । ସେମାନେ ଶାନ୍ତିକୁ
ଜାଣିନାହାଁନ୍ତି । ଡେଡ୍ ସାଇଲେନ୍ସର ଅର୍ଥକୁ ତ ଜାଣି ହିଁ ନାହାଁନ୍ତି । ଡେଡ୍ ସାଇଲେନ୍ସ
କାହିଁକି କୁହାଯାଏ? ମନେ ପକାଇ ଦିଆଯାଏ ଯେ ଇଏ ମରିଗଲା, ଶାନ୍ତ ହୋଇଗଲା । ତୁମେ ମଧ୍ୟ ମରିଯାଅ,
ତୁମେ ମଧ୍ୟ ଶାନ୍ତ ହୋଇଯାଅ । ବଡ-ବଡ ଲୋକମାନେ ଗାନ୍ଧିଜୀଙ୍କ ସମାଧି ସ୍ଥଳକୁ ଯାଇଥାନ୍ତି ।
ସେଠାକୁ ଯାଇ କହିଥାନ୍ତି ଡେଡ୍ ସାଇଲେନ୍ସ ଅର୍ଥାତ୍ ଶାନ୍ତିରେ ବସ । ତୁମକୁ ମଧ୍ୟ ଜଣାଅଛି ମୁଁ
ଆତ୍ମା ଶାନ୍ତସ୍ୱରୂପ, କିନ୍ତୁ ଦୁନିଆକୁ ଏହି କଥା ଜଣା ହିଁ ନାହିଁ । ଆମେ ନିଜର ସ୍ୱରୂପରେ
ସ୍ଥିତ ହୋଇଯାଉଛୁ, ଆମର ସ୍ୱଧର୍ମ ହେଲା ଶାନ୍ତି । ଆମର ଆତ୍ମା ଶାନ୍ତ ସ୍ୱରୂପ ଅଟେ । ସେମାନଙ୍କୁ
ଏହି କଥା ଜଣା ହିଁ ନାହିଁ ସେଥିପାଇଁ ଶାନ୍ତି ମାଗୁଛନ୍ତି । ଆତ୍ମା କହୁଛି - ଶାନ୍ତି ଦରକାର ।
ଆତ୍ମା ନିଜର ସ୍ୱଧର୍ମକୁ ଭୁଲିଯାଇଛି । ବାସ୍ତବରେ ଆତ୍ମାର ଧର୍ମ ହିଁ ଶାନ୍ତି । ତେବେ ଆତ୍ମା
କାହିଁକି କହୁଛି ମୁଁ ଅଶାନ୍ତ । ଅଶରୀରୀ ହୋଇ ବସିଯାଅ । ସେମାନେ ତ ହଠକ୍ରିୟା ଦ୍ୱାରା
ପ୍ରାଣାୟାମ କରିଥା’ନ୍ତି ତେବେ ଯେମିତିକି ମରିଯାଇଥାଆନ୍ତି, ତାକୁ କୁହାଯାଏ ଆର୍ଟିଫିସିଆଲ୍ ବା
କୃତ୍ରିମ ଶାନ୍ତି । ତୁମ ପିଲାମାନଙ୍କୁ ତ ଜଣା ଅଛି ଯେ ଆମର ସ୍ୱଧର୍ମ ହିଁ ଶାନ୍ତି ଅଟେ । ତୁମେ
ଆତ୍ମା ସ୍ୱରାଜ୍ୟ ପ୍ରାପ୍ତ କରୁଛ । ଆତ୍ମା ହିଁ ସବୁ କିଛି ହୋଇଥାଏ । ଆତ୍ମା ହିଁ ବାରିଷ୍ଟର
ହୋଇଥାଏ । ଆତ୍ମା କହୁଛି ମୋତେ ରାଜ୍ୟ ଦରକାର । ପୂର୍ବରୁ ମଧ୍ୟ ବାବାଙ୍କଠାରୁ ରାଜ୍ୟ ନେଇଥିଲା ।
ଏବେ ପୁଣି ନେବା ପାଇଁ ଆସିଛି । ମନୁଷ୍ୟ ଦେହ-ଅଭିମାନରେ ଥିବା କାରଣରୁ ଦୁଃଖରେ ଅଛି ।
ଏବେ ତୁମେ ଜାଣୁଛ ଯେ ମୁଁ ଆତ୍ମା ଅଟେ, ନିଜର ପରମପିତା ପରମାତ୍ମାଙ୍କ ଠାରୁ ସ୍ୱରାଜ୍ୟ ନେବା ପାଇଁ
ଆସିଛି । ତୁମ ଆତ୍ମାକୁ ରାଜତ୍ୱ ଦରକାର । ଏହି ସମୟରେ ଆତ୍ମା ବେହଦର ପିତାଙ୍କୁ ସ୍ୱରାଜ୍ୟ ମାଗୁଛି
। ଶ୍ରୀକୃଷ୍ଣଙ୍କର ତ ସ୍ୱରାଜ୍ୟ ଥିଲା ପୁଣି ଲୁପ୍ତ ହୋଇଗଲା । ଏବେ ବାବା ଆସି ତୁମ ଆତ୍ମାମାନଙ୍କୁ
ରାଜ୍ୟ ଦେଉଛନ୍ତି, ଏହାକୁ ରାଜଯୋଗ କୁହାଯାଉଛି । ପରମପିତା ପରମାତ୍ମା ରାଜଯୋଗ ଶିଖାଇଥା’ନ୍ତି ।
ମନୁଷ୍ୟ ଦେହ ଅଭିମାନୀ ହୋଇଥିବା କାରଣରୁ କହିଥା’ନ୍ତି - ମୁଁ ଅମୁକ ଅଟେ । “ମୁଁ” ଦେହକୁ ହିଁ ମନେ
କରିଥାନ୍ତି । ବାସ୍ତବରେ “ମୁଁ” “ମୁଁ” ଆତ୍ମା ହିଁ କହିଥାଏ । ଆତ୍ମା କହିଥାଏ ମୁଁ ଏହି ଜିନିଷ
ଉଠାଉଛି । ନାରୀ କହିବ ମୁଁ ଉଠାଉଛି । ବାସ୍ତବରେ ଆତ୍ମା ତ ପୁରୁଷ ଅଟେ । ମୁଁ ଆତ୍ମା ବାବାଙ୍କର
ସନ୍ତାନ ଅଟେ । ଆତ୍ମା କହୁଛି - ବାବା ମୁଁ ଆପଣଙ୍କଠାରୁ ସ୍ୱରାଜ୍ୟ ନେଉଛି । ଆତ୍ମାକୁ ପରମାତ୍ମା
ହିଁ ସ୍ୱରାଜ୍ୟ ଦେଇଥା’ନ୍ତି । ଭକ୍ତି ଏବଂ ଜ୍ଞାନ ମଧ୍ୟରେ ଦେଖ କେତେ ପାର୍ଥକ୍ୟ ରହିଛି ।
ଶିବଙ୍କର ମନ୍ଦିର ମଧ୍ୟ ଅଛି । ସବୁଠାରୁ ଅଧିକ ଘଣ୍ଟା ମଧ୍ୟ ଶିବଙ୍କର ମନ୍ଦିରରେ ବାଜିଥାଏ ।
ତାଙ୍କୁ ଜାଗ୍ରତ କରିଥାନ୍ତି । ଜାଗ୍ରତ ତ ସମସ୍ତଙ୍କୁ କରିଥା’ନ୍ତି । ସକାଳୁ ସକାଳୁ ବ୍ୟାଣ୍ଡ
ବାଜା ବାଜିଥାଏ । ଏଠାରେ ବାବା ପିଲାମାନଙ୍କୁ ଜାଗ୍ରତ କରି ବା ନିଦରୁ ଉଠାଇ ଦେବତା କରୁଛନ୍ତି ।
ଘଣ୍ଟା ଆଦି ବଜାଇବାର କୌଣସି କଥା ନାହିଁ । ବାବା କହୁଛନ୍ତି - ତୁମକୁ ଯଦି ସ୍ୱରାଜ୍ୟ ଦରକାର ତେବେ
ପ୍ରଥମେ ପବିତ୍ର ହୁଅ । ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୁଦ୍ଧିରେ ରହିଥାଏ । ବିଦ୍ୟାର୍ଥୀ କହିବେ ମୁଁ
ମାଟ୍ରିକ୍ ପାସ୍ କରି ଅମୁକ କାମ କରିବି । ସନ୍ନ୍ୟାସୀମାନେ ଚାହିଁବେ ଆମକୁ ଶାନ୍ତି ମିଳୁ ।
ଗୋଟିଏ କାହାଣୀ ମଧ୍ୟ ଅଛି ନା - ରାଣୀଙ୍କର ଗଳାରେ ହାର ଥିଲା କିନ୍ତୁ ବାହାରରେ ଖୋଜା ଯାଉଥିଲା ।
ତେବେ ସେମାନେ ମଧ୍ୟ ଶାନ୍ତିକୁ ବାହାରେ ଖୋଜୁଛନ୍ତି । କିନ୍ତୁ ଆତ୍ମା ତ ନିଜେ ଶାନ୍ତ ସ୍ୱରୂପ ଅଟେ
। ଆତ୍ମା ନିଜର ସ୍ୱଧର୍ମକୁ ଭୁଲି ନିଜକୁ ଶରୀର ମନେ କରୁଛି । ବାବା ପୁଣି ସ୍ମରଣ କରାଇ ଦେଉଛନ୍ତି
କି ତୁମେ ଆତ୍ମା ଅଟ । ତୁମେ ଆତ୍ମା ହିଁ ୮୪ ଜନ୍ମ ଭୋଗ କରିଛ । ଏହି କଥା ଅନ୍ୟ କେହି
ବୁଝାଇପାରିବେ ନାହିଁ । ବାବା କହୁଛନ୍ତି - ତୁମେ ନିଜର ଜନ୍ମକୁ ଜାଣିନାହଁ, ମୁଁ ତୁମକୁ ବତାଉଛି
। ତୁମେମାନେ ହେଲ ବ୍ରହ୍ମାକୁମାର-କୁମାରୀ । ବାବା ବୁଝାଉଛନ୍ତି - ପବିତ୍ରତା ବିନା ଜ୍ଞାନର ଧାରଣା
ହୋଇପାରିବ ନାହିଁ । କୁହାଯାଏ ନା - ବାଘୁଣୀର କ୍ଷୀରକୁ ରଖିବା ପାଇଁ ସୁନାର ପାତ୍ର ଦରକାର । ତେବେ
ଏଥିରେ ମଧ୍ୟ ବୁଦ୍ଧିରୂପୀ ପାତ୍ର ସୁନା (ପବିତ୍ର) ହେବା ଦରକାର । ଆତ୍ମା ବାବାଙ୍କୁ ସ୍ମରଣ କରିବା
ଦ୍ୱାରା ସୁନା ହୋଇଯାଇଥାଏ । ବାବା ମଧ୍ୟ ସଚ୍ଚା ସୁନା ଅଟନ୍ତି । ଆତ୍ମା ବାବାଙ୍କୁ ମନେପକାଇବା
ଦ୍ୱାରା ତା ଭିତରେ ଜ୍ଞାନ ଆସିଯାଏ । ତୁମେ ସଚ୍ଚା ସୁନା ପବିତ୍ର ଥିଲ - ଏହି ଜ୍ଞାନର ପ୍ରଭାବ
କାହା ଉପରେ ପଡୁନାହିଁ । ବାବା କହୁଛନ୍ତି ମୁଁ ତୁମ ଆତ୍ମାକୁ ସ୍ୱରାଜ୍ୟ ପ୍ରଦାନ କରୁଛି । ଏହି
ସ୍ୱରାଜ୍ୟ ସେତେବେଳେ ମିଳିବ ଯେତେବେଳେ ପୁରୁଣା ସୃଷ୍ଟିର ଅନ୍ତ ଏବଂ ନୂଆ ସୃଷ୍ଟିର ଆଦି ହେବ ।
ମନୁଷ୍ୟମାନଙ୍କ ପାଖରେ ହଦର (ସିମୀତ) ରାଜତ୍ୱ ରହିଛି । ବେହଦ (ବିଶ୍ୱ ଉପରେ) ରାଜତ୍ୱ
ମନୁଷ୍ୟମାନଙ୍କୁ କେବେ ମିଳି ନ ଥାଏ । ସେମାନେ ବିଶ୍ୱର ମାଲିକ ହୋଇ ପାରିବେ ନାହିଁ । ତୁମେମାନେ
ହିଁ ବାବାଙ୍କ ଦ୍ୱାରା ବିଶ୍ୱର ମାଲିକ ହେଉଛ । ଭଗବାନ ବାବାଙ୍କୁ ହିଁ ତୁମର ୮୪ ଜନ୍ମ ବିଷୟରେ ଜଣା
ଅଛି । ଦେବତାମାନେ ନିଜର ଜନ୍ମକୁ ଜାଣିପାରିବେ ନାହିଁ । ଯଦି ଜାଣିଯିବେ ତେବେ ଦୁଃଖୀ ହୋଇଯିବେ,
କ’ଣ ଆମେ ପୁଣି ସିଢିରେ ତଳକୁ ଖସିବୁ! ରାଜତ୍ୱ କରିବାର ସୁଖ ହିଁ ସମାପ୍ତ ହୋଇଯିବ । ଏଠାରେ ତୁମକୁ
ଜଣା ଅଛି । ତୁମେ ଜାଣିଛ ଯେ ମୁଁ ଆତ୍ମା ଅଟେ, ଏଥିରେ ସନ୍ଦେହର କୌଣସି କଥା ନାହିଁ । ଜଣେ ଅନ୍ୟ
ଜଣଙ୍କଠାରୁ ଶୁଣିବା ଦ୍ୱାରା ବୃଦ୍ଧି ହୋଇ ଚାଲିଛି । ଏହି ଦୈବୀ ଧର୍ମର ବୃକ୍ଷ ବା ପରିବାରର
ସ୍ଥାପନା ହେଉଛି । ତୁମେ ଜାଣିପାରିବ ଯେ ଇଏ ଆମର ବ୍ରାହ୍ମଣ କୂଳର ସଦସ୍ୟ ଅଟେ । ଇଏ ସମ୍ପୂର୍ଣ୍ଣ
ଭକ୍ତି କରିସାରିଛି, ପୁଣି ବାବାଙ୍କ ଠାରୁ ବର୍ସା ନେବା ପାଇଁ ଆସିଛି । ଜ୍ଞାନ ଶେଷ ହେବା ପରେ
ଭକ୍ତି ଆରମ୍ଭ ହୁଏ । ଏହି କଥା କାହାକୁ ଜଣା ହିଁ ନାହିଁ । ଘର ମଧ୍ୟ ନୂଆ ଏବଂ ପୁରୁଣା ହୋଇଥାଏ
ନା । କଚ୍ଚା ଘରର ଆୟୁଷ ନିଶ୍ଚିତ କମ୍ ହେବ । ଆଜିକାଲି ବହୁତ ପକ୍କା ଘର ତିଆରି କରୁଛନ୍ତି ।
ଭୂମିକମ୍ପ ଆଦି ହେଲେ ମଧ୍ୟ ଘର ଭାଙ୍ଗିନଯାଉ କୌଣସି କ୍ଷୟ କ୍ଷତି ନ ହେବ ସେଥିପାଇଁ ବହୁତ ମଜବୁତ
କରି ତିଆରି କରୁଛନ୍ତି । ମୂଳଦୁଆକୁ ଅଧିକ ମଜଭୁତ କରୁଛନ୍ତି । ଏବେ ତ ସ୍ୱରାଜ୍ୟର ମୂଳଦୁଆ ପଡୁଛି
। ଆତ୍ମାକୁ ୨୧ ଜନ୍ମ ପାଇଁ ରାଜ୍ୟ ମିଳୁଛି । ଏଠିକାର ରାଜତ୍ୱ ତ କିଛି ବି ନୁହେଁ । ଆଜି ରାଜତ୍ୱ
ଅଛି କାଲି ଯଦି କେହି ଆକ୍ରମଣ କରିଦେଲା, ତେବେ ରାଜତ୍ୱ ସମାପ୍ତ । କାହାର ବି ମୂଳଦୁଆ ମଜବୁତ ନାହିଁ
। ମନୁଷ୍ୟମାନଙ୍କର ମଧ୍ୟ କିଛି ମୂଳଦୁଆ ନାହିଁ, ଆଜି ଅଛନ୍ତି କାଲି ମରିଯାଇପାରନ୍ତି । ଏବେ ବାବା
ତୁମର ମୂଳଦୁଆକୁ ଏପରି ମଜବୁତ କରି ଦେଉଛନ୍ତି, ଯାହାକି ୨୧ ଜନ୍ମ ପର୍ଯ୍ୟନ୍ତ ତୁମେ ରାଜ୍ୟ ଭାଗ୍ୟ
ପ୍ରାପ୍ତ କରୁଛ । ତୁମ ରାଜତ୍ୱର ପକ୍କା ମୂଳଦୁଆ ପଡୁଛି । ଦୁନିଆର କୌଣସି ବି ତୋଫାନ ତୁମକୁ ହଲଚଲ
କରିପାରିବ ନାହିଁ । ଗୀତାରେ ମଧ୍ୟ କହୁଛନ୍ତି ବାବା ଆମକୁ ସ୍ୱରାଜ୍ୟ ଦେଇଛନ୍ତି, ଯାହାକୁ କେହି
ନେଇପାରିବେ ନାହିଁ, ଗାଦିଚ୍ୟୁତ କରି ପାରିବେ ନାହିଁ । ଏପରି ରାଜତ୍ୱ ପ୍ରଦାନ କରୁଛନ୍ତି ଯାହାକି
ଟିକିଏ ହେଲେ ବି ଦୁଃଖର କଥା ରହିବ ନାହିଁ । ତେଣୁ ତୁମ ଆତ୍ମାକୁ କେତେ ଖୁସି ଲାଗିବା ଦରକାର ।
ନିଶ୍ଚୟ ତ ଅଛି ନା । ଯାହାର ନିଶ୍ଚୟ ନାହିଁ ସିଏ ସ୍ୱର୍ଗକୁ ଯିବାର ଯୋଗ୍ୟ ନୁହେଁ । ଏତେ ସବୁ
ବ୍ରହ୍ମାକୁମାର-କୁମାରୀମାନେ ବୃଦ୍ଧି ହୋଇ ଚାଲିଛନ୍ତି ।
ତୁମେ ଜାଣିଛ ଜ୍ଞାନର ସାଗର, ପତିତ-ପାବନ ଆମକୁ ପାଠ ପଢାଇ ରାଜଯୋଗ ଶିଖାଉଛନ୍ତି । ସେମାନେ ପୁଣି
କହିଦେଉଛନ୍ତି ଶ୍ରୀକୃଷ୍ଣ ଶିଖାଇଥିଲେ । ସେମାନେ ଏକଥା କିପରି ବୁଝିବେ ଯେ ଶିବବାବା ହିଁ ମନୁଷ୍ୟ
ଶରୀରରେ ଆସି ଶିଖାଇଥିଲେ । ଭାରତ ହିଁ ପବିତ୍ର ଥିଲା, ଏବେ ଅପବିତ୍ର ପତିତ ଅଟେ । ଦେବତାମାନଙ୍କ
ସମ୍ମୁଖକୁ ଯାଇ ସେମାନଙ୍କର ମହିମା ଗାନ କରିଥା’ନ୍ତି । ଶିବଙ୍କ ସମ୍ମୁଖରେ କେବେ ହେଲେ ଏଭଳି
ଗାୟନ କରିବେ ନାହିଁ - ଯେ ତୁମେ ସର୍ବଗୁଣ ସମ୍ପନ୍ନ ୧୬ କଳା ସମ୍ପୂର୍ଣ୍ଣ ଅଟ । ଶିବଙ୍କର ମହିମା
ଅଲଗା । ସିଏ ଜ୍ଞାନର ସାଗର, ପତିତ ପାବନ, ସମସ୍ତଙ୍କର ସଦ୍ଗତିଦାତା, ସମସ୍ତଙ୍କର ଝୁଲା ବା ଅଣ୍ଟି
ଭରିଲାବାଲା ଭୋଳାନାଥ ଅଟନ୍ତି । ଏହିଭଳି ପିତାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି । ପରମପିତା
ପରମାତ୍ମାଙ୍କୁ ଡାକୁଛନ୍ତି ଯେ ଏଠାକୁ ଆସି ଦୁଃଖ ହରଣ କରି ସୁଖ ଦିଅ । ସୁଖକର୍ତ୍ତା,
ଦୁଃଖହର୍ତ୍ତା ତ ଜଣେ ହିଁ ଅଟନ୍ତି । ତାଙ୍କର ମତ ହିଁ ଶ୍ରେଷ୍ଠ ଅଟେ । ତାହା ହେଲା ଶ୍ରୀ ଶ୍ରୀ
ଭଗବାନଙ୍କର ମତ, ଯାହାଦ୍ୱାରା ତୁମେ ପିଲାମାନେ ମଧ୍ୟ ଶ୍ରେଷ୍ଠ ହୋଇଯାଉଛ । ସରକାର ମଧ୍ୟ କହୁଛି
ଯେ ଏହା ଭ୍ରଷ୍ଟାଚାରୀ ଦୁନିଆ ଅଟେ । ଏବେ ଏହାକୁ ଶ୍ରେଷ୍ଠ କିଏ କରିବ, ଏକଥା ଜଣା ବି ପଡୁନାହିଁ
। ଭାବୁଛନ୍ତି ସାଧୁମାନେ କରିବେ କିନ୍ତୁ ସେମାନେ ତ ଶ୍ରେଷ୍ଠ କରିପାରିବେ ନାହିଁ । ଏହା ତ କେବଳ
ବାବାଙ୍କର ହିଁ କାମ ଅଟେ । ପୂର୍ବରୁ କେବଳ ଜଣେ ରାଜାଙ୍କର ଆଦେଶ ଅନୁସାରେ ଚାଲୁ ଥିଲେ ।
ସତ୍ୟଯୁଗରେ ତୁମର ମନ୍ତ୍ରୀ ଆଦି କେହି ନ ଥାନ୍ତି । ରାଜାଙ୍କର ମଧ୍ୟ ଶକ୍ତି ରହିଥାଏ ।
ମନ୍ତ୍ରୀଙ୍କର ନାମର ଗାୟନ ମଧ୍ୟ ହୁଏ ନାହିଁ । ତୁମେ ଜାଣୁଛ ଆମେ ବିଶ୍ୱର ମାଲିକ ହୋଇ ରାଜ୍ୟ
ଚଳାଇଥିଲୁ । ଏବେ ସେହିଭଳି ଯାଇ ଚଳାଇବାକୁ ହେବ, ଯେଉଁଭଳି ଚଳାଇଥିଲେ । ନିଶ୍ଚିତ ଭାବରେ
ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ନା । ପ୍ରତ୍ୟେକଙ୍କୁ ନିଜ ନିଜର ରାଜଧାନୀ ମିଳିବ
। ଶ୍ରୀକୃଷ୍ଣଙ୍କର ନିଜର ରାଜଧାନୀ ଥିବ । ଅନ୍ୟ ରାଜାମାନେ ମଧ୍ୟ ଥିବେ ନା । ଅତି କମ୍ରେ ଆଠ ଜଣ
ତ ରହିବେ ନା, ପୁଣି ୮ ଜଣ ବା ୧୦୮ ଜଣ ରହିବେ, ଆଗକୁ ଗଲେ ଜଣାପଡିଯିବ । ଏପରି ନୁହେଁ ଯେ ଯେଉଁ
ଜ୍ଞାନ ଶେଷରେ ଦେବା କଥା ତାହା ବର୍ତ୍ତମାନ ଦେଇ ଦେବେ । ଯେଉଁମାନେ ବଞ୍ଚି ରହିବେ ସେମାନଙ୍କୁ
ବାବା ଜ୍ଞାନ ଦେଇ ଚାଲିବେ । ଦେବାକୁ ହିଁ ପଡିବ । ଡ୍ରାମାରେ ନିଧାର୍ଯ୍ୟ ରହିଛି ।
ପରମାତ୍ମାଙ୍କର ପାର୍ଟ ବର୍ତ୍ତମାନ ହିଁ ରହିଛି । ଏହି ଜ୍ଞାନ ଦେବାର ପାର୍ଟ ବର୍ତ୍ତମାନ ହିଁ
ନିଧାର୍ଯ୍ୟ ରହିଛି ।
ବାବା କହୁଛନ୍ତି - ଆଗକୁ ଗଲେ ତୁମେ ବହୁତ ଜ୍ଞାନ ଜାଣିବାକୁ ପାଇବ । ଦିନକୁ ଦିନ ବୁଝାଇ
ଚାଲିଛନ୍ତି । ଏକଥା ମଧ୍ୟ ଜାଣିବା ଦରକାର ଯେ ଆମେ ସେଠାରେ କିପରି ରାଜଧାନୀ ଗଢୁଛୁ! ସ୍ୱୟଂମ୍ବର
କିପରି ହୋଇଥାଏ! ତୁମେ ଧ୍ୟାନରେ ଯାଉଛ, ବୈକୁଣ୍ଠରେ ଯାଇ ମଧ୍ୟ ଦେଖୁଛ । କିପରି ସେଠାରେ ସୁନାର
ମହଲ ରହିବ । କେବଳ ସୁନା ହିଁ ସୁନା ଥିବ । ନିଜକୁ ପାରସପୁରୀରେ ଦେଖୁଛ । ସୁନାର ଇଟାରେ ଘର ତିଆରି
ହେଉଛି । ଭାବିଥାନ୍ତି କିଛି ସୁନା ଇଟା ନେଇଯିବା । ପୁଣି ଯେତେବେଳେ ଧ୍ୟାନ ଅବସ୍ଥାରୁ ତଳକୁ ଖସି
ଆସୁଛ ସେତେବେଳେ ନିଜକୁ ଏହିଠାରେ ଦେଖୁଛ । ମୀରା ମଧ୍ୟ ଧ୍ୟାନରେ ନିଜକୁ ଶ୍ରୀକୃଷ୍ଣଙ୍କ ସହିତ
ରାସ କରୁଥିବାର ଦେଖୁଥିଲେ । ତୁମେ ସୂକ୍ଷ୍ମବତନକୁ ଯାଉଛ, ସେଠାରେ ହାଡ-ମାଂସ ନ ଥାଏ, ତୁମେ
ଫରିସ୍ତା ହୋଇଯାଇଥାଅ । ସେଠାରେ ବ୍ରହ୍ମାଙ୍କର ମଧ୍ୟ ସୂକ୍ଷ୍ମ ଶରୀର ଦେଖିବାକୁ ମିଳିଥାଏ । ଇଏ
ହିଁ ଫରିସ୍ତା ହୋଇଯିବେ । ତୁମେ ସେଠାରେ ବଗିଚା ଆଦି ଦେଖୁଛ । ଏ ସବୁ ସାକ୍ଷାତ୍କାର ବାବା
କରାଉଛନ୍ତି । ତୁମେ କହୁଛ ବାବା ଆମକୁ ଶୁବିରସ ପିଆଉଛନ୍ତି । ତେବେ ସୂକ୍ଷ୍ମବତନରେ ତ ରସ ପିଆଇ
ପାରିବେ ନାହିଁ । ବୈକୁଣ୍ଠରେ ଫଳଫୁଲ ବହୁତ ଫାଷ୍ଟ କ୍ଲାସ ହୋଇଥିବ । ସୂକ୍ଷ୍ମବତନରେ ତ ବଗିଚା ନ
ଥିବ । ତୁମେ ଶୁଣାଉଛ ଯେ ମୁଁ ବଗିଚାକୁ ଗଲି ପୁଣି ସେଠାରେ ରାଜକୁମାର ଥିଲେ, ତେବେ ତାହା ତ
ବୈକୁଣ୍ଠ ହୋଇଗଲା ନା! ବୈକୁଣ୍ଠର ବୈଭବ ଏଠାରେ ମିଳିପାରିବ ନାହିଁ । ସେଠାରେ ତ ବହୁତ
ଫାଷ୍ଟକ୍ଲାସ୍ ବୈଭବ (ସମ୍ପତ୍ତି) ଥାଏ । ବାବା କହୁଛନ୍ତି - ମୁଁ ତୁମକୁ ବୈକୁଣ୍ଠର ମାଲିକ କରୁଛି
। ଏଠାରେ ତ ଦୁଃଖ ହିଁ ଦୁଃଖ ରହିଛି । କେହି ଏଭଳି ମନୁଷ୍ୟ ନାହିଁ ଯିଏକି ଏପରି କହୁନାହିଁ ଯେ ହେ
ଭଗବାନ ଦୁଃଖରୁ ମୁକ୍ତ କର । ଦୁଃଖରେ ହିଁ ସ୍ମରଣ କରିଥାନ୍ତି । ଶ୍ରୀକୃଷ୍ଣଙ୍କର ପୂଜାରୀ କହିବେ
- କୃଷ୍ଣ କୃଷ୍ଣ କୁହ, ହନୁମାନଙ୍କର ପୂଜାରୀ ହନୁମାନକୀ ଜୟ କହିବେ... ଏଠାରେ ବାବା କହୁଛନ୍ତି
ନିରନ୍ତର ମୋତେ ମନେ ପକାଅ । ଏଭଳି ମନେପକାଅ ଯାହାକି ଅନ୍ତିମ ସମୟରେ କାହାରି ସ୍ମୃତି ନ ଆସୁ ।
ପୂର୍ବରୁ କାଶୀକଲବଟରେ ଆତ୍ମହତ୍ୟା କରୁଥିଲେ ସେଥିରେ କରିଥିବା ପାପ କର୍ମର ଏଭଳି ଅନୁଭବ ହୋଇଥାଏ,
ଯେମିତିକି ଜନ୍ମ ଜନ୍ମାନ୍ତରର ଦଣ୍ଡ ଭୋଗ କରୁଛନ୍ତି । ବହୁତ ପାପ କରିଛନ୍ତି । ଏହାକୁ ହିଁ
କୁହାଯାଉଛି ପାପାତ୍ମାମାନଙ୍କର ଦୁନିଆ । ଆତ୍ମା ପାପୀ ଅଟେ । ଆତ୍ମା ହିଁ ବାବାଙ୍କୁ ଡାକୁଛି -
ହେ ପରମପିତା ପରମାତ୍ମା, ହେ ପରମଧାମରେ ରହିଲାବାଲା ଶିବବାବା, ତାଙ୍କର ଅସଲି ନାମ ତ ଗୋଟିଏ ହିଁ
ଅଟେ । ସିଏ ହେଲେ ଆତ୍ମାମାନଙ୍କର ପିତା । ରୁଦ୍ରଙ୍କ ସହିତ ଶାଳଗ୍ରାମ ଶବ୍ଦ ଶୋଭାପାଉନାହିଁ ।
ଶିବ ଏବଂ ଶାଳଗ୍ରାମ ଶୋଭା ପାଉଛି । ଶିବଙ୍କର ମାଟିର ଲିଙ୍ଗ ତିଆରି କରୁଛନ୍ତି ଏବଂ ଶାଳଗ୍ରାମ
ମଧ୍ୟ ତିଆରି କରୁଛନ୍ତି । ପତିତ-ପାବନ ତ ସିଏ ହିଁ ଅଟନ୍ତି ନା । ଏଠାରେ ଯଜ୍ଞ ମଧ୍ୟ କରୁଛନ୍ତି ।
ଭାରତ ସବୁଠାରୁ ଉଚ୍ଚ ଅଟେ କିନ୍ତୁ ଦେବତା ଧର୍ମକୁ ଭୁଲି ଯାଇଛନ୍ତି । ତୁମର ଆଦି ସନାତନ ଦେବୀ
ଦେବତା ଧର୍ମ ଅଟେ । ତାହା ତ ପ୍ରଥମରୁ ଚାଲିଆସିବା ଉଚିତ୍ । ହିନ୍ଦୁ କୌଣସି ଧର୍ମ ନୁହେଁ । ଦେବତା
ଧର୍ମ ବାଲା ହିଁ ସତ୍ତ୍ୱ-ରଜୋ-ତମୋରେ ଆସିଥାନ୍ତି । ଯେତେବେଳେ ତମୋ ଅବସ୍ଥାକୁ ଆସିଯାଆନ୍ତି, ତେବେ
ନିଜକୁ ଦେବତା କହିପାରନ୍ତିନାହିଁ । ବାସ୍ତବରେ ହିନ୍ଦୁ ତ କୌଣସି ଧର୍ମ ନୁହେଁ । ତେଣୁ ବୁଝାଇ
ଦିଆଯାଉଛି ଯେ ତୁମେ ଦେବୀ-ଦେବତା ହୋଇପାରିବ, ତେଣୁ ଏଠାକୁ ଆସି ବୁଝ । ତେବେ କହୁଛନ୍ତି ଫୁରସତ୍
କାହିଁ! ବାବା କହୁଛନ୍ତି - ମୁଁ ତୁମକୁ ନିଜର କରୁଛି ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେବା ପାଇଁ ।
କେହି କେହି ପରିବାର ପରସ୍ପର ଏକାଠି ରହୁଛନ୍ତି, ବହୁତ ସ୍ନେହରେ ଚଳୁଛନ୍ତି । ସମସ୍ତଙ୍କର ରୋଜଗାର
ଏକାଠି ହୋଇଥାଏ । କୌଣସି ଗଣ୍ଡଗୋଳ ମଧ୍ୟ ହେଉନାହିଁ କିନ୍ତୁ ଏହାକୁ ସ୍ୱର୍ଗ ତ କୁହାଯିବ ନାହିଁ
ନା । ସତ୍ୟଯୁଗରେ କୌଣସି ଗୋଟିଏ ଘରେ ବି କେହି ରୋଗୀ, ଦୁଃଖି ନ ଥାନ୍ତି । ନାମ ହିଁ ହେଉଛି
ସ୍ୱର୍ଗ । ସେଠାରେ ସମସ୍ତେ ସୁଖୀ ହୋଇ ରହିଥା’ନ୍ତି । ବାବାଙ୍କଠାରୁ ତୁମେ ସଦା ସୁଖର ସମ୍ପତ୍ତି
ନେବା ପାଇଁ ଆସିଛ । ତୁମକୁ ଜ୍ଞାନ ମିଳିଛି । କହୁଛନ୍ତି ବାବା ଆପଣ ପତିତ-ପାବନ ଅଟନ୍ତି । ଆମକୁ
ବି ପାବନ କର । ବାବାଙ୍କ ସାଥୀରେ ତୁମେ ପିଲାମାନେ ମଧ୍ୟ ଈଶ୍ୱରୀୟ ସେବାଧାରୀ ଅଟ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସ୍ୱରାଜ୍ୟ
ନେବା ପାଇଁ ପବିତ୍ରତାର ମୂଳଦୁଆକୁ ବର୍ତ୍ତମାନଠାରୁ ମଜବୁତ କରିବାକୁ ହେବ । ଯେପରି ବାବା ପତିତ
ପାବନ ଅଟନ୍ତି, ସେହିପରି ବାବାଙ୍କ ସମାନ ପାବନ ହେବାକୁ ପଡିବ ।
(୨) ନିଜର ଶାନ୍ତି
ସ୍ୱଧର୍ମରେ ସ୍ଥିତ ହୋଇ ରହିବାକୁ ହେବ । ଯେତେ ଦୂର ସମ୍ଭବ ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ
ହୋଇ ରହିବାକୁ ହେବ । ଡେଡ୍ ସାଇଲେନ୍ସ ଅର୍ଥାତ୍ ଅଶରୀରୀ ହୋଇ ରହିବାର ଅଭ୍ୟାସ କରିବାକୁ ହେବ ।
ବରଦାନ:-
ଅନ୍ୟ
ଆତ୍ମାମାନଙ୍କର ସେବା କରିବା ସହିତ ନିଜର ମଧ୍ୟ ସେବା କରୁଥିବା ସଫଳତା ମୂରତ ଭବ ।
ଯଦି ସେବା କ୍ଷେତ୍ରରେ
ସଫଳତା ମୂରତ ହେବାକୁ ଚାହୁଁଛ, ତେବେ ଅନ୍ୟମାନଙ୍କର ସେବା କରିବା ସହିତ ନିଜର ମଧ୍ୟ ସେବା କର ।
ଯେତେବେଳେ ବି କୌଣସି ସେବା କରିବା ପାଇଁ ଯାଉଛ ସେତେବେଳେ ଏଭଳି ମନେ କର ଯେପରି ଏହି ସେବା କରିବା
ସହିତ ମୁଁ ମୋ’ର ପୁରୁଣା ସଂସ୍କାର ଗୁଡିକର ମଧ୍ୟ ଅନ୍ତିମ ସଂସ୍କାର କରୁଛି । ଯେତେଯେତେ ତୁମେ
ନିଜର ସଂସ୍କାରଗୁଡିକର ସଂସ୍କାର ଅର୍ଥାତ୍ ପରିବର୍ତ୍ତନ କରିବ ସେହି ଅନୁସାରେ ତୁମକୁ ସତ୍କାର
ମିଳିବ । ସବୁ ଆତ୍ମାମାନେ ତୁମ ନିକଟରେ ମନ ଭିତରେ ନମସ୍କାର କରିବେ । କିନ୍ତୁ କାହାକୁ ବାହାରେ
ଅର୍ଥାତ୍ ସ୍ଥୂଳ ରୂପରେ ନମସ୍କାର କରିବାବାଲା କରାଅ ନାହିଁ, ମାନସୀକ ନମସ୍କାର କରିବାବାଲା
କରିଦିଅ ।
ସ୍ଲୋଗାନ:-
ବେହଦର ସେବା
କରିବାର ଲକ୍ଷ୍ୟ ରଖିଲେ ସମସ୍ତେ ବିନାଶୀ ବନ୍ଧନଗୁଡିକ ସମାପ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯେତେବେଳ ପର୍ଯ୍ୟନ୍ତ
ତୁମର ଯୋଗ ଜ୍ୱାଳା ରୂପ ଧାରଣ କରିନାହିଁ ସେତେବେଳ ପର୍ଯ୍ୟନ୍ତ ବିନାଶର ଜ୍ୱାଳା ମଧ୍ୟ
ସମ୍ପୂର୍ଣ୍ଣ ଜ୍ୱାଳାରୂପ ଧାରଣ କରିବ ନାହିଁ । କେବେ ତେଜି ଉଠିବ ତ କେବେ ଶୀତଳ ହୋଇଯିବ
କାହିଁକିନା ଜ୍ୱାଳାମୂରତ ଏବଂ ପ୍ରେରକ ଆଧାର ମୂରତ ଆତ୍ମାମାନେ ଏବେ ନିଜେ ହିଁ ସଦାକାଳର
ଜ୍ୱାଳାରୂପ ହୋଇ ନାହାଁନ୍ତି । ତେଣୁ ଏବେ ଜ୍ୱାଳା ରୂପ ହେବାର ଦୃଢ ସଂକଳ୍ପ କର ଏବଂ ସଂଗଠିତ
ରୂପରେ ମନ ବୁଦ୍ଧିର ଏକାଗ୍ରତା ଦ୍ୱାରା ଶକ୍ତିଶାଳୀ ଯୋଗର ପ୍ରକମ୍ପନ ଚାରିଆଡେ ଖେଳାଅ ।