06.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ଏହି ଚିନ୍ତା ରହିବା ଦରକାର କି ଆମେ କିପରି ସମସ୍ତଙ୍କୁ ସୁଖଧାମର ରାସ୍ତା ବତାଇବୁ, ସମସ୍ତେ
ଜାଣିବା ଦରକାର ଯେ ଏହା ହିଁ ହେଉଛି ପୁରୁଷୋତ୍ତମ ହେବାର ସଂଗମଯୁଗ ।”
ପ୍ରଶ୍ନ:-
ତୁମେ
ସନ୍ତାନମାନେ ପରସ୍ପରକୁ କେଉଁ ଅଭିନନ୍ଦନ ଜଣାଉଛ? ମନୁଷ୍ୟ କେତେବେଳେ ଅଭିନନ୍ଦନ ଜଣାଇଥାଆନ୍ତି?
ଉତ୍ତର:-
ଲୋକମାନେ ସେତେବେଳେ ଅଭିନନ୍ଦନ ଦେଇଥା’ନ୍ତି ଯେତେବେଳେ କେହି ଜନ୍ମ ହୁଅନ୍ତି ବା ବିଜୟୀ ହୁଅନ୍ତି
ବା ବିବାହ କରନ୍ତି ବା କୌଣସି ବଡ ଦିନ ହୋଇଥାଏ । କିନ୍ତୁ ତାହା ପ୍ରକୃତ ଅଭିନନ୍ଦନ ନୁହେଁ ।
ତୁମେମାନେ ପରସ୍ପରକୁ ବାବାଙ୍କର ହେବାର ଅଭିନନ୍ଦନ ଜଣାଉଛ । ତୁମେ କହୁଛ ଯେ ଆମେ କେତେ ଭାଗ୍ୟବାନ,
ଆମେ ସବୁ ଦୁଃଖରୁ ମୁକ୍ତ ହୋଇ ସୁଖଧାମକୁ ଯାଉଛୁ । ତୁମମାନଙ୍କୁ ଆନ୍ତରିକ ଖୁସି ମିଳୁଛି ।
ଓମ୍ ଶାନ୍ତି ।
ବେହଦର ବାବା ବସି
ବେହଦର ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏବେ ପ୍ରଶ୍ନ ଉଠୁଛି ଯେ, ବେହଦର ବାବା କିଏ? ଏ କଥା ତ
ଜାଣିଛ ଯେ ସମସ୍ତ ଆତ୍ମାଙ୍କର ପିତା ଜଣେ ଅଟନ୍ତି, ଯାହାଙ୍କୁ ପରମପିତା ବୋଲି କୁହାଯାଉଛି ।
ଲୌକିକ ପିତାଙ୍କୁ ପରମପିତା କୁହାଯିବ ନାହିଁ । ପରମପିତା ତ ଜଣେ ହିଁ ଅଟନ୍ତି, ତାଙ୍କୁ ସବୁ
ସନ୍ତାନମାନେ ଭୁଲି ଯାଇଛନ୍ତି । ପରମପିତା ପରମାତ୍ମା ଯିଏକି ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି
ତାଙ୍କୁ ତୁମେମାନେ ଜାଣିଛ ଏକଥା ମଧ୍ୟ ଜାଣିଛ ବାବା କିପରି ଦୁଃଖ ଦୂରକରି ପୁଣି ଆମକୁ
ସୁଖ-ଶାନ୍ତିର ଦୁନିଆକୁ ନେଇଯିବେ । ସମସ୍ତେ ତ ସୁଖର ଦୁନିଆକୁ ଯିବେ ନାହିଁ । କିଛି ସୁଖକୁ, କିଛି
ଶାନ୍ତିର ଦୁନିଆକୁ ଚାଲିଯିବେ । କେହି ସତ୍ୟଯୁଗରେ, କେହି ତ୍ରେତାରେ, କେହି ଦ୍ୱାପରରେ ଅଭିନୟ
କରିବେ । ତୁମେ ସତ୍ୟଯୁଗକୁ ଯିବ ବାକି ସବୁ ମୁକ୍ତିଧାମରେ ରହିଯିବେ । ତାକୁ ଈଶ୍ୱରଙ୍କର ଘର ବୋଲି
କୁହାଯାଏ । ମୁସଲମାନ ଲୋକେ ନମାଜ ପଢିବା ସମୟରେ ସମସ୍ତେ ମିଶି ଈଶ୍ୱରଙ୍କର ବନ୍ଦନା କରିଥାନ୍ତି ।
କ’ଣ ପାଇଁ? କ’ଣ ସ୍ୱର୍ଗ ପାଇଁ ନା ଆଲ୍ଲାଙ୍କ ପାଖକୁ ଯିବା ପାଇଁ । ଆଲ୍ଲାଙ୍କ ଘରକୁ ସ୍ୱର୍ଗ ବୋଲି
କୁହାଯିବ ନାହିଁ । ସେଠାରେ ତ ଆତ୍ମାମାନେ ଶାନ୍ତିରେ ରହିଥା’ନ୍ତି । ଶରୀର ନଥାଏ । ଏକଥା
ଜାଣିଥିବେ ଯେ ଆଲ୍ଲାଙ୍କ ପାଖକୁ ଶରୀର ସହିତ ନୁହେଁ କେବଳ ଆମେ ଆତ୍ମାମାନେ ଯିବା । ତାଙ୍କର
ପ୍ରକୃତ ପରିଚୟ ନ ଜାଣି କେବଳ ଆଲ୍ଲାଙ୍କୁ ମନେ ପକାଇଲେ ତ କେହି ପବିତ୍ର ହୋଇଯିବେ ନାହିଁ ।
ଆଲ୍ଲାଙ୍କୁ ତ ଜାଣି ହିଁ ନାହାଁନ୍ତି । ତେବେ ମନୁଷ୍ୟମାନଙ୍କୁ କିପରି ରାୟ ଦେବା ଯେ ବାବା
ସୁଖ-ଶାନ୍ତିର ସମ୍ପତ୍ତି ଦେଉଛନ୍ତି । ବିଶ୍ୱରେ ଶାନ୍ତି କିପରି ହେଉଛି, ବିଶ୍ୱରେ ଶାନ୍ତି କେବେ
ଥିଲା - ଏକଥା ତାଙ୍କୁ କିପରି ବୁଝାଇବା । ପୁରୁଷାର୍ଥର କ୍ରମ ଅନୁସାରେ ସେବାଧାରୀ ସନ୍ତାନମାନେ
ଏହି ଚିନ୍ତନ କରିଥା’ନ୍ତି । ତୁମ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣମାନଙ୍କୁ ହିଁ ବାବା ନିଜର
ପରିଚୟ ଦେଇଛନ୍ତି, ସାରା ଦୁନିଆର ମନୁଷ୍ୟମାନଙ୍କର ଅଭିନୟର ପରିଚୟ ମଧ୍ୟ ଦେଇଛନ୍ତି । ଏବେ ଆମେ
ମନୁଷ୍ୟମାନଙ୍କୁ ରଚୟିତା ପିତା ଏବଂ ରଚନାର ପରିଚୟ କିପରି ଦେବୁ? ବାବା ସମସ୍ତଙ୍କୁ କହୁଛନ୍ତି
ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ଖୁଦାଙ୍କ ଘରକୁ ଚାଲିଯିବ । ସୁବର୍ଣ୍ଣଯୁଗ ଅଥବା ସ୍ୱର୍ଗକୁ
ତ ସମସ୍ତେ ଯିବେ ନାହିଁ । ସେଠାରେ ତ ଗୋଟିଏ ଧର୍ମ ରହିବ । ବାକି ସମସ୍ତେ ଶାନ୍ତିଧାମରେ ରହିବେ,
ଏଥିରେ ନାରାଜ ହେବାର କୌଣସି କଥା ହିଁ ନାହିଁ । ମନୁଷ୍ୟ ଶାନ୍ତି ମାଗୁଛନ୍ତି, ଏହା ଆଲ୍ଲା ଅଥବା
ଗଡ୍ ଫାଦରଙ୍କ ଘରେ ମିଳୁଛି । ସବୁ ଆତ୍ମା ଶାନ୍ତିଧାମରୁ ଆସୁଛନ୍ତି, ନାଟକ ପୂରା ହେଲେ ପୁଣି
ସେଠାକୁ ଯିବେ । ବାବା ଆସୁଛନ୍ତି ହିଁ ପତିତ ଦୁନିଆରୁ ସମସ୍ତଙ୍କୁ ନେଇଯିବା ପାଇଁ ।
ଏବେ ତୁମ
ସନ୍ତାନମାନଙ୍କର ବୁଦ୍ଧିରେ ଅଛି, ଆମେ ଶାନ୍ତିଧାମକୁ ଯାଉଛୁ ପୁଣି ସୁଖଧାମକୁ ଆସିବୁ । ଏହା
ପୁରୁଷୋତ୍ତମ ସଂଗମଯୁଗ ଅଟେ । ପୁରୁଷୋତ୍ତମ ଅର୍ଥାତ୍ ଉତ୍ତମରୁ ଉତ୍ତମ ପୁରୁଷ । ଯେତେ ପର୍ଯ୍ୟନ୍ତ
ଆତ୍ମା ପବିତ୍ର ନ ହୋଇଛି, ସେତେ ପର୍ଯ୍ୟନ୍ତ ଉତ୍ତମ ପୁରୁଷ ହୋଇପାରିବ ନାହିଁ । ବର୍ତ୍ତମାନ ବାବା
ତୁମକୁ କହୁଛନ୍ତି ମୋତେ ମନେ ପକାଅ ଏବଂ ସୃଷ୍ଟି ଚକ୍ରକୁ ଜାଣ ତା’ ସହିତ ଦୈବୀଗୁଣ ମଧ୍ୟ ଧାରଣ କର
। ବର୍ତ୍ତମାନ ସମସ୍ତ ମନୁଷ୍ୟମାନଙ୍କର ଚରିତ୍ର ବିଗିଡିଯାଇଛି । ନୂଆ ଦୁନିଆରେ ଉତ୍ତମ ଚରିତ୍ର
ହେବ । ଭାରତବାସୀ ହିଁ ଶ୍ରେଷ୍ଠ ଚରିତ୍ରବାନ ହୋଇଥାଆନ୍ତି । ସେହିଭଳି ଚରିତ୍ରବାନଙ୍କ ପାଖରେ ନୀଚ
ଚରିତ୍ରର ଲୋକେ ମୁଣ୍ଡ ନୁଆଁଇଥାନ୍ତି । ତାଙ୍କର ଚରିତ୍ରର ବର୍ଣ୍ଣନା କରିଥାନ୍ତି । ଏକଥା
ତୁମେମାନେ ହିଁ ଜାଣିଛ । ଏବେ ଅନ୍ୟମାନଙ୍କୁ କିପରି ବୁଝାଇବୁ? କେଉଁ ସହଜ ଉପାୟ ରଚନା କରିବୁ? ଏହା
ହେଉଛି ଆତ୍ମାମାନଙ୍କର ତୃତୀୟ ନେତ୍ର ଖୋଲିବା । ବାବାଙ୍କ ଆତ୍ମାରେ ଜ୍ଞାନ ରହିଛି । ମନୁଷ୍ୟ
କହୁଛନ୍ତି ମୋ ପାଖରେ ଜ୍ଞାନ ଅଛି । ଏହା ହେଉଛି ଦେହ-ଅଭିମାନ, ଏଥିରେ ତ ଆତ୍ମ-ଅଭିମାନୀ ହେବାକୁ
ପଡିବ । ସନ୍ନ୍ୟାସୀ ଲୋକଙ୍କ ପାଖରେ ଶାସ୍ତ୍ରର ଜ୍ଞାନ ରହିଛି । ବାବାଙ୍କ ଜ୍ଞାନ ତ ବାବା ହିଁ ଆସି
ଦେବେ । ଯୁକ୍ତି ଦ୍ୱାରା ବୁଝାଇବାକୁ ହେବ । ଦୁନିଆରେ ଲୋକେ କୃଷ୍ଣଙ୍କୁ ଭଗବାନ ବୋଲି ଭାବୁଛନ୍ତି
। ଭଗବାନଙ୍କୁ ଜାଣି ହିଁ ନାହାଁନ୍ତି, ଋଷି-ମୁନି ଆଦି କହୁଛନ୍ତି ଆମେ ଜାଣି ନାହୁଁ । ବୁଝୁଛନ୍ତି
ମନୁଷ୍ୟ ଭଗବାନ ହୋଇପାରିବେ ନାହିଁ । ନିରାକାର ଭଗବାନ ହିଁ ରଚୟିତା ଅଟନ୍ତି । ପରନ୍ତୁ ସେ କିପରି
ରଚନା କରୁଛନ୍ତି, ତାଙ୍କର ନାମ, ରୂପ, ଦେଶ, କାଳ କ’ଣ? କହିଦେଉଛନ୍ତି ନାମ-ରୂପରୁ ନିଆରା ଅଟନ୍ତି
। ଏତିକି ବି ବୁଦ୍ଧି ନାହିଁ ଯେ ନାମ-ରୂପରୁ ଅଲଗା ବସ୍ତୁ କିପରି ହୋଇପାରିବ, ଏହା ତ ଅସମ୍ଭବ ଅଟେ
। ଯଦି କହୁଛନ୍ତି ପଥର-ଗୋଡି, କଚ୍ଛ-ମଚ୍ଛ ସବୁଠାରେ ଭଗବାନ ଅଛନ୍ତି, ତେବେ ତାହା ତ ନାମ-ରୂପ
ହୋଇଯାଉଛି । କେତେବେଳେ କ’ଣ, ପୁଣି କେତେବେଳେ ଆଉ କ’ଣ ସବୁ କହୁଛନ୍ତି । ପିଲାମାନଙ୍କର ଦିନ-ରାତି
ବହୁତ ଚିନ୍ତନ ଚାଲିବା ଉଚିତ୍ ଯେ ଆମେ ମନୁଷ୍ୟମାନଙ୍କୁ କିପରି ବୁଝାଇବୁ । ଏହା ମନୁଷ୍ୟରୁ ଦେବତା
ହେବାର ପୁରୁଷୋତ୍ତମ ସଂଗମଯୁଗ ଅଟେ । ମନୁଷ୍ୟମାନେ ଦେବତାମାନଙ୍କର ପୂଜା କରିଥାନ୍ତି । ମନୁଷ୍ୟ,
ମନୁଷ୍ୟଙ୍କର ପୂଜା କରନ୍ତି ନାହିଁ । ମନୁଷ୍ୟମାନଙ୍କୁ ଭଗବାନ ଅଥବା ଦେବତାମାନଙ୍କର ପୂଜା କରିବାକୁ
ପଡିଥାଏ । ମୁସଲମାନ ଲୋକେ ମଧ୍ୟ ଆଲ୍ଲାଙ୍କୁ ସ୍ମରଣ କରିଥାନ୍ତି, ଆଲ୍ଲାଙ୍କୁ ୟାଦ କରିଥାଆନ୍ତି ।
ତୁମେ ଜାଣିଛ ସେମାନେ ଆଲ୍ଲାଙ୍କ ପାଖରେ ପହଞ୍ଚି ତ ପାରିବେ ନାହିଁ । ମୁଖ୍ୟ କଥା ହେଉଛି
ଆଲ୍ଲାଙ୍କ ପାଖରେ କିପରି ପହଞ୍ଚିବୁ? ପୁଣି ଆଲ୍ଲା କିପରି ନୂଆ ସୃଷ୍ଟି ରଚନା କରୁଛନ୍ତି । ଏସବୁ
କଥା କିପରି ବୁଝାଇବୁ, ଏଥିପାଇଁ ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବାକୁ ପଡିବ, ବାବା ତ
ବିଚାର ସାଗର ମନ୍ଥନ କରିବେ ନାହିଁ । ବାବା ବିଚାର ସାଗର ମନ୍ଥନ କରିବାର ଉପାୟ ପିଲାମାନଙ୍କୁ ହିଁ
ଶିଖାଉଛନ୍ତି । ବର୍ତ୍ତମାନ ସମସ୍ତେ କଳିଯୁଗରେ ତମୋପ୍ରଧାନ ହୋଇଯାଇଛନ୍ତି । ନିଶ୍ଚିତ କୌଣସି
ସମୟରେ ସୁବର୍ଣ୍ଣଯୁଗ ମଧ୍ୟ ଥିବ । ସୁବର୍ଣ୍ଣ ଯୁଗକୁ ପବିତ୍ର ବୋଲି କୁହାଯାଉଛି । ପବିତ୍ରତା ଏବଂ
ଅପବିତ୍ରତା । ସୁନାରେ ଖାଦ ମିଶାଯାଇଥାଏ ନା । ଆତ୍ମା ମଧ୍ୟ ପ୍ରଥମେ ପବିତ୍ର ସତ୍ତ୍ୱପ୍ରଧାନ ଥିଲା
ପୁଣି ସେଥିରେ ଖାଦ ମିଶିଥାଏ । ଯେତେବେଳେ ତମୋପ୍ରଧାନ ହୋଇଯାଆନ୍ତି ସେତେବେଳେ ବାବାଙ୍କୁ ଆସିବାକୁ
ପଡିଥାଏ, ବାବା ହିଁ ଆସି ତମୋପ୍ରଧାନ ଦୁନିଆକୁ ସତ୍ତ୍ୱପ୍ରଧାନ, ସୁଖଧାମ କରାଇଥା’ନ୍ତି ।
ସୁଖଧାମରେ କେବଳ ଭାରତବାସୀ ହିଁ ରହିବେ । ବାକି ସମସ୍ତ ଆତ୍ମା ଶାନ୍ତିଧାମକୁ ଚାଲି ଯାଇଥାଆନ୍ତି
। ଶାନ୍ତିଧାମରେ ସମସ୍ତେ ପବିତ୍ର ରହିଥାଆନ୍ତି ପୁଣି ଏଠାକୁ ଆସି ଧିରେ ଧିରେ ଅପବିତ୍ର
ହୋଇଚାଲିଥାଆନ୍ତି । ପ୍ରତ୍ୟେକ ମନୁଷ୍ୟ ସତ୍ତ୍ୱ, ରଜୋ, ତମୋ ଅବସ୍ଥା ଦେଇ ନିଶ୍ଚିତ ଆସିଥା’ନ୍ତି
। ବର୍ତ୍ତମାନ ସେମାନଙ୍କୁ କିପରି କହିବା ଯେ ତୁମେ ସମସ୍ତେ ଆଲ୍ଲାଙ୍କ ଘରକୁ ଯାଇପାରିବ । ଦେହର
ସବୁ ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ବୋଲି ଭାବ । ଭଗବାନୁବାଚ ତ ରହିଛି ନା । ମୋତେ ସ୍ମରଣ କଲେ
ଏହି ଯେଉଁ ୫ଟି ଯାକ ଭୂତ ରହିଛନ୍ତି ସେମାନେ ବାହାରିଯିବେ । ତୁମ ସନ୍ତାନମାନଙ୍କର ଦିନ-ରାତି ଏହି
ଚିନ୍ତା ରହିବା ଉଚିତ୍ । ବାବାଙ୍କର ମଧ୍ୟ ଚିନ୍ତା ହେବାରୁ ତେବେ ତ ଖିଆଲ ଆସିଲା ଯେ ମୁଁ
ସୃଷ୍ଟିକୁ ଯିବି ଓ ସମସ୍ତଙ୍କୁ ସୁଖୀ କରିବି । ପିଲାମାନଙ୍କୁ ମଧ୍ୟ ବାବାଙ୍କ କାର୍ଯ୍ୟରେ ସହଯୋଗୀ
ହେବାକୁ ପଡିବ । ବାବା ଏକୁଟିଆ କ’ଣ କରିବେ! ତେଣୁ ଏ ସବୁ କଥାରେ ବିଚାର ସାଗର ମନ୍ଥନ କର । କ’ଣ
ଏପରି ଉପାୟ କଲେ ମନୁଷ୍ୟମାନେ ତୁରନ୍ତ ବୁଝିଯିବେ ଯେ ଏହା ହିଁ ପୁରୁଷୋତ୍ତମ ସଂଗମଯୁଗ ଅଟେ । ଏହି
ସମୟରେ ହିଁ ମନୁଷ୍ୟ ପୁରୁଷୋତ୍ତମ ହୋଇପାରିବେ । ପ୍ରଥମେ ଉଚ୍ଚ ହେଉଛନ୍ତି ପୁଣି ତଳକୁ ଖସୁଛନ୍ତି
। ପ୍ରଥମେ ପ୍ରଥମେ ତ ତଳକୁ ଖସିବେ ନାହିଁ ନା । ଆସିବା କ୍ଷଣିକେ ତମଃପ୍ରଧାନ ହେବେ ନାହିଁ ।
ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ, ରଜୋ, ତମୋ ହୋଇଥାଏ । ପିଲାମାନେ ଏତେ
ପ୍ରଦର୍ଶନୀ ଆଦି କରୁଛନ୍ତି, ତଥାପି ମନୁଷ୍ୟମାନେ କିଛି ବୁଝୁ ନାହାଁନ୍ତି ତେଣୁ ଆଉ କି ଉପାୟ
କରିବି । ଭିନ୍ନ-ଭିନ୍ନ ଉପାୟ ତ କରିବାକୁ ପଡୁଛି ନା । ସେଥିପାଇଁ ସମୟ ମଧ୍ୟ ମିଳିଛି । ତୁରନ୍ତ
କେହି ତ ସମ୍ପୂର୍ଣ୍ଣ ହୋଇ ପାରିବେ ନାହିଁ । ଚନ୍ଦ୍ରମା ଧିରେ ଧିରେ ବୃଦ୍ଧି ହୋଇ ଶେଷରେ
ସମ୍ପୂର୍ଣ୍ଣ ହୋଇଥାଏ । ଆମେ ମଧ୍ୟ ତମୋପ୍ରଧାନ ହୋଇଛୁ, ପୁଣି ସତ୍ତ୍ୱପ୍ରଧାନ ହେବାକୁ ସମୟ ଲାଗୁଛି
। ତାହା ତ ହେଉଛି ଜଡ ଏହା ହେଉଛି ଚୈତନ୍ୟ । ତେଣୁ ଆମେ କିପରି ବୁଝାଇବୁ । ମୁସଲମାନଙ୍କର
ମୌଲବୀମାନଙ୍କୁ ମଧ୍ୟ ବୁଝାଇବାକୁ ହେବ ଯେ ତୁମେ ଏହି ନମାଜ କାହିଁକି ପଢୁଛ, କାହାର ସ୍ମୃତିରେ
ପଢୁଛ । ଏ ବିଷୟରେ ବିଚାର ସାଗର ମନ୍ଥନ କରିବାକୁ ହେବ । ବଡ ବଡ ଦିନରେ ପ୍ରେସିଡେଣ୍ଟ ଆଦି ମଧ୍ୟ
ମସ୍ଜିଦ୍କୁ ଯାଇଥାନ୍ତି । ବଡମାନଙ୍କ ସହିତ ମିଶିଥାନ୍ତି । ସବୁ ମସ୍ଜିଦ୍ମାନଙ୍କ ମଧ୍ୟରେ
ପୁଣି ଏକ ବଡ ମସ୍ଜିଦ୍ ରହିଥାଏ - ସେଠାକୁ ଇଦ୍ ମୁବାରକ ଦେବାକୁ ଯାଇଥା’ନ୍ତି । ଯେତେବେଳେ ଆମେ
ସବୁ ଦୁଃଖରୁ ମୁକ୍ତ ହୋଇ ସୁଖଧାମକୁ ଯିବା ତେବେ ତାକୁ ଅଭିନନ୍ଦନ ବୋଲି କୁହାଯିବ । ଆମେ ଖୁସିଖବର
ଶୁଣାଉଛୁ । କେହି ବିଜୟୀ ହେଲେ ଅଭିନନ୍ଦନ ଜଣାଯାଇଥାଏ । କେହି ବିବାହ କଲେ ମଧ୍ୟ ଅଭିନନ୍ଦନ
ଦେଇଥା’ନ୍ତି । ଭଗବାନ କରନ୍ତୁ ସର୍ବଦା ଖୁସୀରେ ରୁହ । ଏବେ ତୁମକୁ ତ ବାବା ବୁଝାଇଛନ୍ତି, ଆମେ
ପରସ୍ପରକୁ କିପରି ଅଭିନନ୍ଦନ ଜଣାଇବା । ବର୍ତ୍ତମାନ ଆମେ ବେହଦ ବାବାଙ୍କଠାରୁ
ମୁକ୍ତି-ଜୀବନମୁକ୍ତିର ସମ୍ପତ୍ତି ନେଉଛୁ । ତୁମକୁ ତ ଅଭିନନ୍ଦନ ମିଳିପାରିବ । ବାବା ବୁଝାଉଛନ୍ତି,
ବର୍ତ୍ତମାନ ତୁମକୁ ଅଭିନନ୍ଦନ ମିଳୁଛି । ତୁମେ ୨୧ ଜନ୍ମ ପାଇଁ ପଦମ୍ପତି ହେଉଛ । ବର୍ତ୍ତମାନ ସବୁ
ମନୁଷ୍ୟ କିପରି ବାବାଙ୍କଠାରୁ ସମ୍ପତ୍ତି ନେବେ, ସମସ୍ତଙ୍କୁ କିପରି ଅଭିନନ୍ଦନ ଦେବୁ, ତୁମେ ଏବେ
ଜାଣୁଛ କିନ୍ତୁ ଲୋକମାନେ ତୁମକୁ ଅଭିନନ୍ଦନ ଜଣାଇପାରିବେ ନାହିଁ । ତୁମକୁ ଜାଣି ହିଁ ନାହାଁନ୍ତି
। ତୁମକୁ ଅଭିନନ୍ଦନ ଜଣାଇଲେ ତେବେ ନିଶ୍ଚିତ ନିଜେ ମଧ୍ୟ ଅଭିନନ୍ଦନ ପାଇବାର ଯୋଗ୍ୟ ହେବେ । ତୁମେ
ତ ଗୁପ୍ତ ଅଟ ନା । ପରସ୍ପରକୁ ଅଭିନନ୍ଦନ ଜଣାଇପାରିବ । ଆମେ ବେହଦ ବାବାଙ୍କର ହୋଇଛୁ, ସେଥିପାଇଁ
ଅଭିନନ୍ଦନ ଜଣାଉଛୁ । ତୁମେ କେତେ ଭାଗ୍ୟବାନ ଅଟ, କୌଣସି ଲଟେରୀ ମିଳିଲେ ଅଥବା ସନ୍ତାନ ଜନ୍ମ ହେଲେ
ଅଭିନନ୍ଦନ ଜଣାଇଥା’ନ୍ତି । ପିଲାମାନେ ପରୀକ୍ଷାରେ ପାସ୍ ହେଲେ ମଧ୍ୟ ଅଭିନନ୍ଦନ ଦେଇଥା’ନ୍ତି ।
ତୁମେ ମନେ-ମନେ ଖୁସି ହେଉଛ, ନିଜକୁ ଧନ୍ୟବାଦ ଦେଉଛ, ଆମକୁ ବାବା ମିଳିଛନ୍ତି, ଯାହାଙ୍କଠାରୁ ଆମେ
ସମ୍ପତ୍ତି ନେଉଛୁ ।
ବାବା ବୁଝାଉଛନ୍ତି -
ତୁମେ ଯେଉଁ ଆତ୍ମାମାନେ ଏବେ ଦୁର୍ଗତିରେ ରହିଛ, ସେମାନଙ୍କର ଏବେ ସଦ୍ଗତି ହେଉଛି । ସମସ୍ତଙ୍କୁ
ତ ଗୋଟିଏ ଅଭିନନ୍ଦନ ମିଳୁଛି । ପଛରେ ସମସ୍ତେ ଜାଣିବେ, ଯିଏ ଶ୍ରେଷ୍ଠରୁ ଶ୍ରେଷ୍ଠ ହେବେ ତାଙ୍କୁ
ପତିତ ବା ନୀଚ୍ଚରେ ଥିବା ଆତ୍ମାମାନେ ଅଭିନନ୍ଦନ ଜଣାଇବେ । ତୁମେ ସୂର୍ଯ୍ୟବଂଶୀ କୂଳରେ
ମହାରାଜା-ମହାରାଣୀ ହେଉଛ । ଯେଉଁମାନେ ବିଜୟ ମାଳାର ଦାନା ହେବେ ନୀଚ କୂଳର ଲୋକମାନେ ତାଙ୍କୁ
ଅଭିନନ୍ଦନ ଜଣାଇବେ । ଯିଏ ପାସ୍ ହେବେ ତାଙ୍କୁ ଅଭିନନ୍ଦନ ମିଳିବ, ତାଙ୍କର ହିଁ ପୂଜା ହେବ ।
ଯେଉଁମାନେ ଉଚ୍ଚ ପଦ ପାଇଥା’ନ୍ତି ସେହି ଆତ୍ମାମାନଙ୍କୁ ମଧ୍ୟ ଅଭିନନ୍ଦନ ମିଳୁଛି । ପୁଣି
ଭକ୍ତିମାର୍ଗରେ ସେହିମାନଙ୍କର ହିଁ ପୂଜା ହେବ । ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ କାହିଁକି ପୂଜା
କରୁଛନ୍ତି । ତେଣୁ ପିଲାମାନଙ୍କର ଏହି ଚିନ୍ତା ରହୁଛି ଯେ କିପରି ବୁଝାଇବୁ? ଆମେ ପବିତ୍ର ହୋଇଛୁ,
ଅନ୍ୟମାନଙ୍କୁ କିପରି ପବିତ୍ର କରାଇବୁ? ଦୁନିଆ ତ ବହୁତ ବଡ ଅଟେ ନା । କ’ଣ କଲେ ଘରେ ଘରେ ଯାଇ
ସନ୍ଦେଶ ପହଞ୍ଚିବ । ସନ୍ଦେଶ ପତ୍ର ପକାଇଲେ ସମସ୍ତଙ୍କୁ ତ ମିଳୁ ନାହିଁ । ଏଠାରେ ତ ଜଣ-ଜଣଙ୍କ
ହାତରେ ସନ୍ଦେଶ ଦେବା ଦରକାର କାହିଁକି ନା ତାଙ୍କୁ ବିଲ୍କୁଲ୍ ଜଣା ନାହିଁ ଯେ ବାବାଙ୍କ ପାଖରେ
କିପରି ପହଞ୍ଚିବେ । କହିଦେଉଛନ୍ତି ସବୁ ରାସ୍ତା ପରମାତ୍ମାଙ୍କ ସହିତ ମିଶିବା ପାଇଁ ରହିଛି ।
କିନ୍ତୁ ବାବା କହୁଛନ୍ତି ଏହି ଭକ୍ତି, ଦାନ-ପୁଣ୍ୟ ତ ଜନ୍ମ-ଜନ୍ମାନ୍ତର କରି ଆସିଛ କିନ୍ତୁ କେଉଁଠି
ରାସ୍ତା ମିଳିଛି କି? କହିଦେଉଛନ୍ତି ଏସବୁ ଅନାଦି ଚାଲି ଆସୁଛି, କିନ୍ତୁ କେବେଠାରୁ ଆରମ୍ଭ ହେଲା?
ଅନାଦିର ଅର୍ଥ ବୁଝୁ ନାହାଁନ୍ତି । ତୁମମାନଙ୍କ ମଧ୍ୟରେ ପୁରୁଷାର୍ଥର କ୍ରମ ଅନୁସାରେ ବୁଝୁଛନ୍ତି
। ଜ୍ଞାନର ପ୍ରାରବ୍ଧ ୨୧ ଜନ୍ମ, ତାହା ହେଲା ସୁଖ, ପୁଣି ଦୁଃଖ ମଧ୍ୟ ରହିଛି । ତୁମ
ସନ୍ତାନମାନଙ୍କୁ ହିସାବ ବୁଝାଯାଉଛି - କିଏ ବହୁତ ଭକ୍ତି କରିଛନ୍ତି! ଏହି ସବୁ ଖୁଚୁରା କଥା
ଜଣ-ଜଣଙ୍କୁ ତ ବୁଝାଯାଇପାରିବ ନାହିଁ । କ’ଣ କରିବୁ, କୌଣସି ଖବର କାଗଜରେ ପ୍ରକାଶ କରିବୁ, ସମୟ ତ
ଲାଗିବ । ସମସ୍ତଙ୍କୁ ଏତେ ଜଲ୍ଦି ସନ୍ଦେଶ ତ ମିଳିପାରିବ ନାହିଁ । ସମସ୍ତେ ପୁରୁଷାର୍ଥ କରିବାରେ
ଲାଗିପଡିବେ ତ ପୁଣି ସ୍ୱର୍ଗକୁ ଆସିଯିବେ । ଏହା ତ ସମ୍ଭବ ନୁହେଁ । ଏବେ ତୁମେ ସ୍ୱର୍ଗକୁ ଯିବା
ପାଇଁ ପୁରୁଷାର୍ଥ କରୁଛ । ଏବେ ଆମର ଧର୍ମାବଲମ୍ବୀମାନଙ୍କୁ କିପରି ବାହାର କରିବୁ? କିପରି
ଜଣାପଡିବ ଯେ, କିଏ-କିଏ ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି? ହିନ୍ଦୁ ଧର୍ମାବଲମ୍ବୀମାନେ ଅସଲରେ
ଦେବୀ-ଦେବତା ଧର୍ମର ଅଟନ୍ତି, ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ପକ୍କା ହିନ୍ଦୁ ହୋଇଥିଲେ
ନିଜର ଆଦି ସନାତନ ଦେବୀ-ଦେବତା ଧର୍ମକୁ ମାନିବେ । ବର୍ତ୍ତମାନ ସମୟରେ ତ ସମସ୍ତେ ପତିତ ଅଟନ୍ତି ।
ଡାକୁଛନ୍ତି ହେ - ପତିତ-ପାବନ ଆସ । ନିରାକାରଙ୍କୁ ହିଁ ମନେ ପକାଉଛନ୍ତି କି ଆସି ଆମକୁ ପବିତ୍ର
ଦୁନିଆକୁ ନେଇଚାଲ । ଏମାନେ ଏତେ ବଡ ରାଜ୍ୟ କିପରି ନେଇଛନ୍ତି? ଭାରତରେ ବର୍ତ୍ତମାନ ତ କୌଣସି
ରାଜତ୍ୱ ହିଁ ନାହିଁ, ଯାହା ଉପରେ ବିଜୟ ପ୍ରାପ୍ତ କରି ରାଜ୍ୟ ନେଇଥିବେ । ସେମାନେ କୌଣସି ଲଢେଇ
କରି ତ ରାଜତ୍ୱ ପାଉ ନାହାଁନ୍ତି । ମନୁଷ୍ୟରୁ ଦେବତା କିପରି କରାଯାଉଛି, କାହାକୁ ହେଲେ ଜଣା ନାହିଁ
। ତୁମେ ମଧ୍ୟ ଏବେ ବାବାଙ୍କଠାରୁ ଜାଣୁଛ । ଅନ୍ୟମାନଙ୍କୁ କିପରି ବତାଇବୁ ଯାହା ଫଳରେ
ମୁକ୍ତି-ଜୀବନମୁକ୍ତି ପ୍ରାପ୍ତ କରିବେ । ପୁରୁଷାର୍ଥ କରାଇଲାବାଲା ଦରକାର ନା । ଯାହାଦ୍ୱାର କି
ନିଜକୁ ଜାଣି ଆଲ୍ଲାଙ୍କୁ ମନେ ପକାଇବେ । କୁହ, ତୁମେ ଇଦ ମୁବାରକ କାହାକୁ କହୁଛ! ତୁମେ ଆଲ୍ଲାଙ୍କ
ପାଖକୁ ଯାଉଛ, ପକ୍କା ନିଶ୍ଚୟ ଅଛି? ଯାହା ପାଇଁ ତୁମକୁ ଏତେ ଖୁସି ରହୁଛି । ଏହା ତ ତୁମେ ଅନେକ
ବର୍ଷରୁ କରିଆସୁଛ । କେତେବେଳେ ଖୁଦାଙ୍କ ପାଖକୁ ଯିବ ନା ନାହିଁ? ତେବେ ଦ୍ୱନ୍ଦ୍ୱରେ ପଡିଯିବେ ।
ବାସ୍ତବରେ ଆମେ ଯାହା ପଢୁଛୁ କରୁଛୁ, କ’ଣ କରିବା ପାଇଁ । ଆଲ୍ଲା ହିଁ ଏକମାତ୍ର ସର୍ବୋଚ୍ଚ
ଅଟନ୍ତି । କୁହ ଆଲ୍ଲାଙ୍କର ସନ୍ତାନ ତୁମେ ମଧ୍ୟ ଆତ୍ମା ଅଟ । ଆତ୍ମା ଚାହୁଁଛି - ମୁଁ ଆଲ୍ଲାଙ୍କ
ପାଖକୁ ଯିବି । ଯେଉଁ ଆତ୍ମା ପ୍ରଥମେ ପବିତ୍ର ଥିଲା, ଏବେ ତାହା ପତିତ ହୋଇଯାଇଛି । ବର୍ତ୍ତମାନ
ଏହାକୁ ସ୍ୱର୍ଗ ତ କୁହାଯିବ ନାହିଁ । ସବୁ ଆତ୍ମାମାନେ ପତିତ ହୋଇଯାଇଛନ୍ତି, ପୁଣି କିପରି ପବିତ୍ର
ହେବେ ଯେବେ କି ଈଶ୍ୱରଙ୍କ ଘରକୁ ଯିବେ । ସେଠାରେ ତ ବିକାରୀ ଆତ୍ମା ରହିବେ ନାହିଁ । ନିର୍ବିକାରୀ
ହେବା ଦରକାର । ଆତ୍ମା ତୁରନ୍ତ ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ । ଏ ସବୁର ବିଚାର ସାଗର ମନ୍ଥନ
କରାଯାଇଥାଏ । ବ୍ରହ୍ମାବାବାଙ୍କର ବିଚାର ସାଗର ମନ୍ଥନ ଚାଲୁଥାଏ, ସେଥିପାଇଁ ତ ବୁଝାଉଛନ୍ତି ନା ।
ଉପାୟ ବାହାର କରିବା ଦରକାର, କାହାକୁ କିପରି ବୁଝାଇବୁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେପରି
ବାବାଙ୍କର ବିଚାର ଆସିଲା ଯେ ମୁଁ ଯାଇ ପିଲାମାନଙ୍କୁ ଦୁଃଖରୁ ମୁକ୍ତ କରି, ସୁଖୀ କରିବି, ସେହିପରି
ତୁମମାନଙ୍କୁ ବାବାଙ୍କର ସହଯୋଗୀ ହେବାକୁ ପଡିବ, ଘରେ-ଘରେ ସନ୍ଦେଶ ପହଞ୍ଚାଇବାର ଉପାୟ ବାହାର
କରିବାକୁ ହେବ ।
(୨) ସମସ୍ତଙ୍କଠାରୁ
ଅଭିନନ୍ଦନ ପ୍ରାପ୍ତ କରିବା ପାଇଁ ବିଜୟମାଳାର ଦାନା ହେବାର ପୁରୁଷାର୍ଥ କରିବାକୁ ହେବ । ପୂଜ୍ୟ
ହେବାକୁ ପଡିବ ।
ବରଦାନ:-
କରନହାର ଅର୍ଥାତ୍
କର୍ମକର୍ତ୍ତା ଏବଂ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତାର ସ୍ମୃତି ଦ୍ୱାରା ଆଲୋକର ମୁକୁଟଧାରୀ
ହୁଅ ।
ମୁଁ ନିମିତ୍ତ କର୍ମଯୋଗୀ,
କର୍ମକର୍ତ୍ତା ଅଟେ ଏବଂ ନିର୍ଦ୍ଦେଶକର୍ତ୍ତା ବାବା ଅଟନ୍ତି - ଯଦି ଏହି ସ୍ମୃତି ସ୍ୱତଃ ରହୁଥିବ
ତେବେ ସର୍ବଦା ଆଲୋକର ମୁକୁଟଧାରୀ ବା ଚିନ୍ତାମୁକ୍ତ ସମ୍ରାଟ ହୋଇଯିବ । କେବଳ ବାବା ଏବଂ ମୁଁ
ତୃତୀୟ କେହି ନୁହେଁ - ଏହିଭଳି ଅନୁଭୂତି ସହଜରେ ଚିନ୍ତାମୁକ୍ତ ସମ୍ରାଟ କରିଦିଏ । ଯେଉଁମାନେ
ଏହିଭଳି ସମ୍ରାଟ ହୋଇଥାଆନ୍ତି ସେହିମାନେ ହିଁ ମାୟାଜିତ୍, କର୍ମେନ୍ଦ୍ରିୟଜିତ୍ ଏବଂ ପ୍ରକୃତିଜିତ୍
ହୋଇଯାଆନ୍ତି । କିନ୍ତୁ ଯଦି କେହି ଭୁଲ୍ରେ ମଧ୍ୟ କୌଣସି ପ୍ରକାରର ବ୍ୟର୍ଥ ଭାବରେ ବୋଝକୁ ନିଜ
ଉପରକୁ ଉଠାଇ ନିଅନ୍ତି, ତେବେ ମୁକୁଟ ପିନ୍ଧିବା ପରିବର୍ତ୍ତେ ଅନେକ ଗୁଡିଏ ଚିନ୍ତା ରୂପୀ ବୋଝ
ମୁଣ୍ଡ ଉପରକୁ ଆସିଯାଇଥାଏ ।
ସ୍ଲୋଗାନ:-
ସର୍ବ ବନ୍ଧନରୁ
ମୁକ୍ତ ହେବା ପାଇଁ ଦୈହିକ ସମ୍ବନ୍ଧଠାରୁ ନଷ୍ଟମୋହା ହୁଅ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଯୋଗ କରିବା ସମୟରେ ଯଦି
ଅନ୍ୟ ସବୁ ସଂକଳ୍ପ ଶାନ୍ତ ହୋଇଯାଉଛି ଏବଂ ଗୋଟିଏ ହିଁ ସଂକଳ୍ପ ରହୁଛି - “ବାବା ଏବଂ ମୁଁ” । ତେବେ
ଏହାକୁ ହିଁ ଶକ୍ତିଶାଳୀ ଯୋଗ କୁହାଯାଏ । ବାବାଙ୍କର ମିଳନର ଅନୁଭୂତି ବ୍ୟତୀତ ଯଦି ଅନ୍ୟ ସବୁ
ସଂକଳ୍ପ ସମାପ୍ତ ହୋଇଯିବ, ତେବେ କୁହାଯିବ ଜ୍ୱାଳାରୂପର ଯୋଗ, ଯାହା ଦ୍ୱାରା ପରିବର୍ତ୍ତନ ହୋଇଥାଏ
।