06.11.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ଦୃଷ୍ଟି ହଦ ଏବଂ ବେହଦରୁ ମଧ୍ୟ ଉର୍ଦ୍ଧ୍ୱକୁ ଯାଉଛି, ତୁମକୁ ମଧ୍ୟ ହଦ ଅର୍ଥାତ୍
ସତ୍ୟଯୁଗ, ବେହଦ ଅର୍ଥାତ୍ କଳିଯୁଗଠାରୁ ଉର୍ଦ୍ଧ୍ୱକୁ ଯିବାର ଅଛି ।”
ପ୍ରଶ୍ନ:-
ଉଚ୍ଚରୁ ଉଚ୍ଚ
ଜ୍ଞାନ ରତ୍ନର ଧାରଣା କେଉଁ ପିଲାମାନଙ୍କୁ ଭଲ ଭାବରେ ହୋଇଥାଏ?
ଉତ୍ତର:-
ଯେଉଁମାନଙ୍କର ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ରହୁଥିବ, ସେମାନେ ପବିତ୍ର ହୋଇଥିବେ,
ସେହିମାନଙ୍କୁ ହିଁ ଏହି ଜ୍ଞାନ ରତ୍ନର ଧାରଣା ଭଲ ଭାବରେ ହେବ । ଏହି ଜ୍ଞାନକୁ ଧାରଣ କରିବା ପାଇଁ
ଶୁଦ୍ଧ ପାତ୍ରର ଆବଶ୍ୟକତା ରହିଛି । ଓଲଟା-ସୋଲଟା ସଂକଳ୍ପ ମଧ୍ୟ ବନ୍ଦ ହୋଇଯିବା ଦରକାର ।
ବାବାଙ୍କ ସହିତ ବୁଦ୍ଧିଯୋଗ ନିରନ୍ତର ଲଗାଇବା ଦ୍ୱାରା ବୁଦ୍ଧି ରୂପୀ ପାତ୍ର ସୁବର୍ଣ୍ଣ
ହୋଇଯାଇଥାଏ ଏବଂ ସେତେବେଳେ ହିଁ ଜ୍ଞାନ ରତ୍ନର ଧାରଣା ହୋଇଥାଏ ।
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତା ପ୍ରତ୍ୟେକ ଦିନ ବୁଝାଉଛନ୍ତି । ଏହା ମଧ୍ୟ ପିଲାମାନଙ୍କୁ
ବୁଝାଉଛନ୍ତି - ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟର ଏହି ସୃଷ୍ଟିଚକ୍ର ରଚନା କରାଯାଇଛି । ବୁଦ୍ଧିରେ
ଏହି ଜ୍ଞାନ ରହିବା ଆବଶ୍ୟକ । ତୁମ ପିଲାମାନଙ୍କୁ ହଦ ଏବଂ ବେହଦରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ ।
ବାବା ତ ହଦ ଓ ବେହଦରୁ ଉର୍ଦ୍ଧ୍ୱରେ । ତାହାର ଅର୍ଥକୁ ମଧ୍ୟ ବୁଝିବା ଆବଶ୍ୟକ ନା । ଯେଉଁ ଅର୍ଥକୁ
ଆତ୍ମିକ ବାବା ବସି ବୁଝାଉଛନ୍ତି । ଏହି ଟପିକ୍ ଅର୍ଥାତ୍ ବିଷୟ ସମ୍ବନ୍ଧରେ ମଧ୍ୟ ବୁଝାଇବା
ଆବଶ୍ୟକ ଯେ ଜ୍ଞାନ, ଭକ୍ତି ଏବଂ ତା’ପରେ ହେଉଛି ବୈରାଗ୍ୟ । ଜ୍ଞାନକୁ କୁହାଯାଏ ଦିନ, ଯେତେବେଳେ
କି ନୂଆ ଦୁନିଆ ହୋଇଥାଏ, ସେଠାରେ ଏହି ଭକ୍ତି, ଅଜ୍ଞାନ ରହେ ନାହିଁ । ତାହା ହେଉଛି ହଦ୍ର ଦୁନିଆ
କାରଣ ସେଠାରେ ବହୁତ ଅଳ୍ପ ସଂଖ୍ୟକ ଆତ୍ମା ରହିଥା’ନ୍ତି । ପୁଣି ଆସ୍ତେ ଆସ୍ତେ ବୃଦ୍ଧି ହୋଇଥାଏ ।
ଅଧା ସମୟ ପରେ ଭକ୍ତି ଆରମ୍ଭ ହୋଇଥାଏ । ସେଠାରେ ସନ୍ନ୍ୟାସ ଧର୍ମ ହିଁ ନ ଥାଏ । ସନ୍ନ୍ୟାସ ଅଥବା
ତ୍ୟାଗ ନ ଥାଏ । ପୁଣି ପରେ ସୃଷ୍ଟିର ବୃଦ୍ଧି ହୋଇଥାଏ । ଉପରୁ ଆତ୍ମାମାନେ ଆସିବାକୁ ଲାଗିଥାଆନ୍ତି
। ଏଠାରେ ବୃଦ୍ଧି ହୋଇ ଚାଲେ । ହଦରୁ ଆରମ୍ଭ ହୋଇ ବେହଦର ସୃଷ୍ଟି ହୋଇଯାଏ । ବାବାଙ୍କର ତ ହଦ୍ ଏବଂ
ବେହଦରୁ ଉର୍ଦ୍ଧ୍ୱକୁ ଦୃଷ୍ଟି ଯାଇଥାଏ । ବାବା ଜାଣିଛନ୍ତି ହଦରେ କେତେ ଅଳ୍ପ ସଂଖ୍ୟକ ଆତ୍ମା
ରହିଥା’ନ୍ତି ପୁଣି ରାବଣ ରାଜ୍ୟରେ କେତେ ବୃଦ୍ଧି ହୋଇଯାଏ । ଏବେ ତୁମକୁ ହଦ ଏବଂ ବେହଦରୁ ମଧ୍ୟ
ଉର୍ଦ୍ଧ୍ୱକୁ ଯିବାର ଅଛି । ସତ୍ୟଯୁଗରେ କେତେ ଛୋଟ ଦୁନିଆ ଥାଏ । ସେଠାରେ ସନ୍ନ୍ୟାସ ବା ବୈରାଗ୍ୟ
ଆଦି ହୋଇ ନ ଥାଏ । ପରେ ଦ୍ୱାପର ଯୁଗରୁ ପୁଣି ଅନ୍ୟ ଧର୍ମ ଆରମ୍ଭ ହୋଇଥାଏ । ସନ୍ନ୍ୟାସ ଧର୍ମ
ମଧ୍ୟ ରହିଛି ଯେଉଁଥିରେ କି ଘର ଗୃହସ୍ଥର ସନ୍ନ୍ୟାସ କରିଥା’ନ୍ତି । ଏ କଥା ତ ସମସ୍ତଙ୍କର ଜାଣିବା
ଆବଶ୍ୟକ ନା । ତାହାକୁ କୁହାଯାଏ ହଠଯୋଗ ଏବଂ ହଦ୍ର ସନ୍ନ୍ୟାସ । କେବଳ ଘର ଦ୍ୱାର ଛାଡ଼ି ଜଙ୍ଗଲକୁ
ଚାଲିଯାଇଥାଆନ୍ତି । ଦ୍ୱାପରଯୁଗରୁ ଭକ୍ତି ଆରମ୍ଭ ହୁଏ । ସେଠାରେ ତ ଜ୍ଞାନ ନଥାଏ । ଜ୍ଞାନ
ଅର୍ଥାତ୍ ସତ୍ୟଯୁଗ-ତ୍ରେତୟା ଯୁଗ ସୁଖ । ଭକ୍ତି ଅର୍ଥାତ୍ ଅଜ୍ଞାନ ଓ ଦୁଃଖ । ଏ କଥାକୁ ଭଲ ଭାବରେ
ବୁଝାଇବାକୁ ହେବ, ପୁଣି ଦୁଃଖ ଏବଂ ସୁଖରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ । ହଦ୍, ବେହଦରୁ
ଉର୍ଦ୍ଧ୍ୱକୁ । ମନୁଷ୍ୟ ଯାଞ୍ଚ ମଧ୍ୟ କରିଥାଆନ୍ତି ନା । କେଉଁ ପର୍ଯ୍ୟନ୍ତ ସମୁଦ୍ର ଅଛି, ଆକାଶ
ଅଛି । ବହୁତ ଚେଷ୍ଟା କରୁଛନ୍ତି କିନ୍ତୁ ଏହାର ଅନ୍ତ ପାଇ ପାରୁ ନାହାଁନ୍ତି । ଏରୋପ୍ଲେନ୍ରେ
ମଧ୍ୟ ଯାଇଥାଆନ୍ତି । ସେଥିରେ ମଧ୍ୟ ଏତେ ତେଲ ଆବଶ୍ୟକ ଯେପରି ପୁନର୍ବାର ପ୍ରତ୍ୟାବର୍ତ୍ତନ
କରିପାରିବେ । ବହୁତ ଦୂର ପର୍ଯ୍ୟନ୍ତ ଯାଇଥାଆନ୍ତି କିନ୍ତୁ ବେହଦକୁ ଯାଇପାରିବେ ନାହିଁ । ହଦ୍
ପର୍ଯ୍ୟନ୍ତ (ସୀମା ପର୍ଯ୍ୟନ୍ତ) ହିଁ ଯିବେ । ତୁମେ ତ’ ହଦ୍, ବେହଦରୁ ଉର୍ଦ୍ଧ୍ୱକୁ ଯାଉଛ । ଏବେ
ତୁମେ ବୁଝିପାରୁଛ ପ୍ରଥମେ ନୂଆ ଦୁନିଆରେ ହଦ ରହିଥାଏ । ବହୁତ ଅଳ୍ପ ମନୁଷ୍ୟ ରହିଥା’ନ୍ତି ।
ତାହାକୁ ସତ୍ୟଯୁଗ କୁହାଯାଏ । ତୁମ ପିଲାମାନଙ୍କୁ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ରହିବା ଆବଶ୍ୟକ
ନା । ଏହି ଜ୍ଞାନ ଆଉ କାହାଠାରେ ବି ନାହିଁ । ତୁମକୁ ବାବା ବୁଝାଉଛନ୍ତି, ଯିଏକି ହଦ୍ ଏବଂ ବେହଦର
ଉର୍ଦ୍ଧ୍ୱରେ ରୁହନ୍ତି । ଅନ୍ୟ କେହି ବି ଏ କଥା ବୁଝାଇପାରିବେ ନାହିଁ । ବାବା ରଚନାର
ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି ପୁଣି କହୁଛନ୍ତି ଏହାଠାରୁ ଉର୍ଦ୍ଧ୍ୱକୁ ଯାଅ । ସେଠାରେ
ତ’ କିଛି ବି ନ ଥାଏ । କେତେ ବି ଦୂରକୁ ଯାଆନ୍ତୁ, କିନ୍ତୁ କେବଳ ଆକାଶ ହିଁ ଆକାଶ ଦେଖାଯାଏ ।
ଏହାକୁ କୁହାଯାଏ ହଦ୍, ବେହଦରୁ ଉର୍ଦ୍ଧ୍ୱ । କେହି ବି ଏହାର ଅନ୍ତ ପାଇପାରିବେ ନାହିଁ ।
ସେଥିପାଇଁ କହୁଛନ୍ତି ବେଅନ୍ତ । ବେଅନ୍ତ କହିବା ତ ସହଜ । କିନ୍ତୁ ଅନ୍ତର ଅର୍ଥକୁ ମଧ୍ୟ ବୁଝିବା
ଆବଶ୍ୟକ । ଏବେ ବାବା ତୁମକୁ ଜ୍ଞାନ ଦେଉଛନ୍ତି । ବାବା କହୁଛନ୍ତି ମୁଁ ହଦକୁ ବି ଜାଣିଛି, ବେହଦକୁ
ବି ଜାଣିଛି । ଅମୁକ ଅମୁକ ଧର୍ମ ଅମୁକ-ଅମୁକ ସମୟରେ ସ୍ଥାପନ ହୋଇଛି ତେବେ ଦୃଷ୍ଟି ଯାଇଥାଏ
ସତ୍ୟଯୁଗର ହଦ୍ ଆଡ଼କୁ, ପୁଣି କଳିଯୁଗର ବେହଦ ଆଡକୁ, ପୁଣି ଆମେ ଉର୍ଦ୍ଧ୍ୱକୁ ଚାଲିଯିବା, ଯେଉଁଠାରେ
କିଛି ବି ନାହିଁ । ସୂର୍ଯ୍ୟ, ଚନ୍ଦ୍ରଠାରୁ ମଧ୍ୟ ଉପରକୁ ଆମେ ଯାଉଛେ, ଯେଉଁଠାରେ ଆମର ଘର
ଶାନ୍ତିଧାମ, ସ୍ୱିଟ୍ ହୋମ୍ ରହିଛି । ଏମିତି ତ’ ସତ୍ୟଯୁଗକୁ ମଧ୍ୟ ସ୍ୱିଟ୍ ହୋମ୍ କୁହାଯିବ
କାରଣ ସେଠାରେ ଶାନ୍ତି ବି ଥାଏ ତ ରାଜ୍ୟଭାଗ୍ୟର ସୁଖ ଉଭୟ ରହିଥାଏ । ଘର ପରମଧାମକୁ ଗଲେ ସେଠାରେ
କେବଳ ଶାନ୍ତି ଥିବ । ସୁଖର ନାମ ରହିବ ନାହିଁ । ଏବେ ତୁମେ ଶାନ୍ତିର ବି ସ୍ଥାପନା କରୁଛ ଏବଂ
ସୁଖ-ଶାନ୍ତିର ମଧ୍ୟ ସ୍ଥାପନା କରୁଛ । ସେଠାରେ ତ’ ଶାନ୍ତି ବି ଅଛି ଏବଂ ସୁଖର ରାଜ୍ୟ ମଧ୍ୟ ଅଛି
। ବ୍ରହ୍ମଲୋକରେ ତ ସୁଖର ପ୍ରଶ୍ନ ହିଁ ନାହିଁ ।
ଅଧାକଳ୍ପ ତୁମର ରାଜ୍ୟ
ଚାଲେ ପୁଣି ଅଧାକଳ୍ପ ପରେ ରାବଣ ରାଜ୍ୟ ଆସିଥାଏ । ଅଶାନ୍ତି ୫ ବିକାରରୁ ହିଁ ସୃଷ୍ଟି ହୁଏ ।
୨୫୦୦ ବର୍ଷ ତୁମେ ରାଜ୍ୟ କରୁଛ ଏବଂ ୨୫୦୦ ବର୍ଷ ପରେ ରାବଣରାଜ୍ୟ ଚାଲେ । ସେମାନେ ତ ଲକ୍ଷ ଲକ୍ଷ
ବର୍ଷ ଲେଖି ଦେଇଛନ୍ତି । ସମସ୍ତଙ୍କୁ ଯେପରି ଏକଦମ୍ ବୋକା କରିଦେଇଛନ୍ତି । ୫ ହଜାର ବର୍ଷର କଳ୍ପକୁ
ଯଦି ଲକ୍ଷ ଲକ୍ଷ ବର୍ଷ ବୋଲି କୁହାଯିବ ତେବେ ଏହାକୁ ତ ନିର୍ବୋଧତା କୁହାଯିବ ନା । ତିଳେ ମାତ୍ର
ବି ସଭ୍ୟତା ନାହିଁ । ଦେବତାମାନଙ୍କଠାରେ କେତେ ଦୈବୀ ସଭ୍ୟତା ଥିଲା । ତାହା ଏବେ ଅସଭ୍ୟତା
ହୋଇଯାଇଛି । କିଛି ହେଲେ ବି ଜାଣି ନାହାଁନ୍ତି । ସମସ୍ତଙ୍କ ଭିତରେ ଆସୁରୀଗୁଣ ଆସିଯାଇଛି । ଆଗରୁ
ତୁମେ ମଧ୍ୟ କିଛି ଜାଣି ନ ଥିଲ । କାମ କଟୁରୀ ଚଳାଇ ଜଣେ ଅନ୍ୟଜଣଙ୍କୁ ଆଦି-ମଧ୍ୟ-ଅନ୍ତ ଦୁଃଖୀ କରି
ଦେଉଛନ୍ତି ତେଣୁ ଏମାନଙ୍କୁ ରାବଣ ସମ୍ପ୍ରଦାୟ କୁହାଯାଉଛି । ଶାସ୍ତ୍ରରେ ଦେଖାଯାଇଛି ରାମଚନ୍ଦ୍ର
ମର୍କଟ ସେନାର ସାହାଯ୍ୟ ନେଇଥିଲେ । ତେବେ ରାମଚନ୍ଦ୍ର ତ ତ୍ରେତୟା ଯୁଗରେ ଥିଲେ, ସେଠାରେ ପୁଣି
ମର୍କଟ କେଉଁଠାରୁ ଆସିଲେ ପୁଣି ମଧ୍ୟ କହୁଛନ୍ତି ରାମଙ୍କର ସୀତାଙ୍କୁ ଚୋରି କରାଗଲା । ଏଭଳି କଥା
ତ ସେଠାରେ ହୁଏ ହିଁ ନାହିଁ । ଜୀବଜନ୍ତୁ ଆଦି ୮୪ ଲକ୍ଷ ଯୋନି ନେଉଛନ୍ତି କିନ୍ତୁ ଜୀବଜନ୍ତୁ ଆଦି
ଯେତିକି ଏଠାରେ ଅଛନ୍ତି ସେତିକି ସତ୍ୟ-ତ୍ରେତା ଯୁଗରେ ରହିବେ । ଏହା ସାରା ବେହଦର ଡ୍ରାମା ଅଟେ
ଯାହାକୁ ବାବା ବସି ବୁଝାଉଛନ୍ତି । ପିଲାମାନଙ୍କୁ ବହୁତ ଦୂରଦର୍ଶୀ ହେବାର ଅଛି । ଆଗରୁ ତୁମକୁ ଏ
ସବୁ କିଛି ବି ଜଣା ନ ଥିଲା । ମନୁଷ୍ୟ ହୋଇ ପୁଣି ସୃଷ୍ଟି ନାଟକକୁ ଜାଣି ନାହାଁନ୍ତି । ଏବେ ତୁମେ
ବୁଝିପାରୁଛ ସବୁଠାରୁ ବଡ଼ କିଏ ଅଟନ୍ତି? ଉଚ୍ଚରୁ ଉଚ୍ଚ ତ ଏକମାତ୍ର ଭଗବାନ ହିଁ ଅଟନ୍ତି । ଶ୍ଲୋକରେ
ମଧ୍ୟ ଗାୟନ କରନ୍ତି - ଉଁଚ୍ଚା ତେରା ନାମ... ଏବେ ତୁମ ଛଡ଼ା ଅନ୍ୟ କାହା ବୁଦ୍ଧିରେ ଏ କଥା ନାହିଁ
। ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ବାବା ହଦ୍ ଏବଂ ବେହଦ ଉଭୟର ରହସ୍ୟକୁ
ବୁଝାଉଛନ୍ତି । ଏହାଠାରୁ ଉର୍ଦ୍ଧ୍ୱରେ ଆଉ କିଛି ବି ନାହିଁ । ତାହା ତୁମ ସମସ୍ତଙ୍କର ରହିବାର
ସ୍ଥାନ ଅଟେ, ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଏ । ଯେପରି ତୁମେ ଏଠାରେ ଆକାଶ ତତ୍ତ୍ୱରେ ବସିଛ,
ଏଥିରେ କ’ଣ କିଛି ଦେଖାଯାଏ କି? ରେଡ଼ିଓରେ କୁହନ୍ତି ଆକାଶବାଣୀ । ଏହି ଆକାଶ ତ ଅନ୍ତ ବେଅନ୍ତ ଅଟେ
। ଏହାର ଅନ୍ତକୁ କେହି ବି ପାଇପାରିବେ ନାହିଁ । ତେଣୁ ଆକାଶବାଣୀ କହିବା ଦ୍ୱାରା ମନୁଷ୍ୟ କ’ଣ
ବୁଝିବେ । ଏହି ଯେଉଁ ମୁଖ ରହିଛି ତାହା ମଧ୍ୟ ପୋଲାର ବା ଶୂନ୍ୟ ଅଟେ । ମୁଖରୁ ବାଣୀ ବାହାରିଥାଏ
। ଏହା ତ’ ସାଧାରଣ କଥା । ମୁଖରୁ ଶବ୍ଦ ବାହାରିବା ଯାହାକୁ ଆକାଶବାଣୀ କୁହାଯାଇଥାଏ । ବାବାଙ୍କୁ
ମଧ୍ୟ ଆକାଶ ଦ୍ୱାରା ବାଣୀ ଉଚ୍ଚାରଣ କରିବାକୁ ପଡିଥାଏ଼ । ତୁମ ପିଲାମାନଙ୍କୁ ମଧ୍ୟ ନିଜର ପୁରା
ରହସ୍ୟ ବୁଝାଇଛନ୍ତି । ତୁମକୁ ନିଶ୍ଚୟ ହେଉଛି । ଏହା ବୁଝିବାକୁ ମଧ୍ୟ ବହୁତ ସହଜ । ଯେଭଳି ଆମେ
ଆତ୍ମା ଅଟୁ ସେହିପରି ବାବା ମଧ୍ୟ ପରମାତ୍ମା ଅଟନ୍ତି । ଉଚ୍ଚରୁ ଉଚ୍ଚ ଆତ୍ମା ଅଟନ୍ତି ନା ।
ସମସ୍ତଙ୍କୁ ନିଜ ନିଜର ପାର୍ଟ ମିଳିଛି । ସବୁଠାରୁ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି, ତା’ପରେ ପୁଣି
ପ୍ରବୃତ୍ତି ମାର୍ଗର ଯୁଗଳମେରୁ । ପୁଣି କ୍ରମଅନୁସାରେ ମାଳାରେ ଦେଖ କେତେ ଅଳ୍ପ ସଂଖ୍ୟକ ଅଛନ୍ତି
(୧୦୮ ମାଳା) । ପୁଣି ସୃଷ୍ଟି ବଢି ବଢି କେତେ ବିରାଟ ହୋଇଯାଇଥାଏ । କେତେ କୋଟି କୋଟି ଦାନା
ଅର୍ଥାତ୍ ଆତ୍ମାମାନଙ୍କର ମାଳା ଅଟେ । ଏହା ସବୁ ହେଲା ପାଠପଢ଼ା । ବାବା ଯାହା ବୁଝାଉଛନ୍ତି ତାହାକୁ
ଭଲ ଭାବରେ ବୁଦ୍ଧିରେ ଧାରଣ କର । ବୃକ୍ଷର ସବିଶେଷ ବିବରଣୀ ତ’ ତୁମେ ଶୁଣୁଛ । ଏହି ମନୁଷ୍ୟ
ସୃଷ୍ଟିରୂପୀ କଳ୍ପବୃକ୍ଷର ବୀଜ (ମଞ୍ଜି) ଉପରେ ରୁହନ୍ତି । ଏହା ଭେରାଇଟି (ବିଭିନ୍ନ) ଧର୍ମର
ବୃକ୍ଷ ଅଟେ । ଏହାର ଆୟୁ କେତେ ବର୍ଷ? ବୃକ୍ଷ କ୍ରମଶଃ ବୃଦ୍ଧି ପ୍ରାପ୍ତ ହୋଇଥାଏ । ଏହିକଥା
ସାରାଦିନ ବୁଦ୍ଧିରେ ରହୁ । ଏହି ସୃଷ୍ଟି ରୂପୀ କଳ୍ପବୃକ୍ଷର ଆୟୁ ବିଲକୁଲ୍ ଆକ୍ୟୁରେଟ୍ (ସଠିକ୍)
ଅଟେ । ୫୦୦୦ ବର୍ଷରୁ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ହୋଇପାରିବ ନାହିଁ । ତୁମ ପିଲାମାନଙ୍କ
ବୁଦ୍ଧିରେ ଏବେ କେତେ ଜ୍ଞାନ ରହିଛି, ଯାହା ଦ୍ୱାରା ମଜବୁତ ହେଉଛ । ମଜବୁତ ସେତେବେଳେ ହେବେ
ଯେତେବେଳେ ପବିତ୍ର ହେବେ । ଏହି ଜ୍ଞାନକୁ ଧାରଣା କରିବା ପାଇଁ ବୁଦ୍ଧିକୁ ସୁବର୍ଣ୍ଣ ପାତ୍ର କରିବା
ଆବଶ୍ୟକ । ପୁଣି ଜ୍ଞାନ ଏଭଳି ସହଜ ହୋଇଯିବ ଯେପରି ବାବାଙ୍କ ପାଇଁ ସହଜ । ପୁଣି ତୁମକୁ ମଧ୍ୟ
ମାଷ୍ଟର ନଲେଜ୍ଫୁଲ୍ କୁହାଯିବ । ପୁଣି ପୁରୁଷାର୍ଥର କ୍ରମଅନୁସାରେ ମାଳାର ଦାନା ହୋଇଯିବ । ଏଭଳି
କଥା ସବୁ ବାବାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ । ଏହି ଆତ୍ମା (ବ୍ରହ୍ମାବାବା)
ମଧ୍ୟ ତୁମମାନଙ୍କୁ ବୁଝାଉଛନ୍ତି । ବାବା ମଧ୍ୟ ଏହି ଶରୀର ଦ୍ୱାରା ହିଁ ବୁଝାଉଛନ୍ତି,
ଦେବତାମାନଙ୍କ ଶରୀର ଦ୍ୱାରା ନୁହେଁ । ବାବା ଗୋଟିଏ ଥର ହିଁ ଆସି ଗୁରୁ ହୋଇଥା’ନ୍ତି ତଥାପି
ବାବାଙ୍କୁ ମଧ୍ୟ ପାର୍ଟ ବଜାଇବାକୁ ହେବ । ପୁଣି ୫୦୦୦ ବର୍ଷ ପରେ ଆସି ପାର୍ଟ ବଜାଇବେ ।
ବାବା ବୁଝାଉଛନ୍ତି
ଉଚ୍ଚରୁ ଉଚ୍ଚ ହେଉଛି ମୁଁ । ପୁଣି ମେରୁ ଯୁଗଳଦାନା ଅଛନ୍ତି । ଯିଏ ପ୍ରଥମେ ମହାରାଜା ମହାରାଣୀ
ଥିଲେ, ସିଏ ପୁଣି ଯାଇ ଶେଷରେ ଆଦିଦେବ, ଆଦିଦେବୀ ହେବେ । ଏହି ସମସ୍ତ ଜ୍ଞାନ ଏବେ ତୁମର ବୁଦ୍ଧିରେ
ଅଛି । ତୁମେ କେଉଁଠାକୁ ଯାଇ ବି ବୁଝାଅ ତେବେ ଆଶ୍ଚର୍ଯ୍ୟ ହେବେ । ଇଏ ତ’ ଠିକ୍ କହୁଛନ୍ତି ।
ମନୁଷ୍ୟ ସୃଷ୍ଟିର ବୀଜରୂପ ହିଁ ନଲେଜଫୁଲ ଅଟନ୍ତି । ତାଙ୍କ ବ୍ୟତୀତ ଅନ୍ୟ କେହି ନଲେଜ୍ ଦେଇ
ପାରିବେ ନାହିଁ । ଏହି ସବୁ କଥାକୁ ଧାରଣ କରିବା ଆବଶ୍ୟକ କିନ୍ତୁ ପିଲାମାନଙ୍କର ଧାରଣା ହେଉ ନାହିଁ
। ଏହା ବହୁତ ସାଧାରଣ କଥା । ଆଉ କୌଣସି କଥା ନାହିଁ । ପ୍ରଥମେ ତ’ ଏଥିରେ ଯୋଗର ଯାତ୍ରା ଆବଶ୍ୟକ,
କାରଣ ପବିତ୍ର ପାତ୍ରରେ ହିଁ ଜ୍ଞାନ ରତ୍ନ ଧାରଣ ହୋଇପାରିବ । ଏହା ଉଚ୍ଚରୁ ଉଚ୍ଚ ରତ୍ନ ଅଟେ ।
ବାବା ତ’ ହୀରା ବ୍ୟବସାୟୀ ଥିଲେ । ବହୁତ ଭଲ ହୀରା, ମାଣିକ ଇତ୍ୟାଦି ଆସିଲେ ତାକୁ ରୂପାର ଡବାରେ,
ତୁଳାରେ ଭଲ ଭାବରେ ରଖୁଥିଲେ । ଯେ କେହି ବି ଦେଖିବେ ତ କହିବେ ଏହା ତ ବଡ଼ ଫାଷ୍ଟକ୍ଲାସ୍ ଜିନିଷ ।
ଏହା ମଧ୍ୟ ଠିକ୍ ସେହିପରି ଅଟେ । ଭଲ ଜିନିଷ ଭଲ ପାତ୍ରରେ ହିଁ ଶୋଭା ପାଇଥାଏ । ତୁମର କାନ ଶୁଣୁଛି
। ସେହିଥିରେ ଧାରଣା ହେଉଛି । ଯଦି ପବିତ୍ର ଥିବେ, ବୁଦ୍ଧିଯୋଗ ବାବାଙ୍କଠାରେ ଥିବ ତେବେ ଧାରଣା
ମଧ୍ୟ ଭଲ ହେବ । ନଚେତ୍ ସବୁ ବାହାରିଯିବ । ଆତ୍ମା ମଧ୍ୟ କେତେ ଛୋଟ । କିନ୍ତୁ ସେଥିରେ କେତେ
ଜ୍ଞାନ ଭରି ହୋଇ ରହିଛି । ଜ୍ଞାନକୁ ଧାରଣ କରିବା ପାଇଁ କେତେ ଭଲ ଶୁଦ୍ଧ ପାତ୍ର ଆବଶ୍ୟକ । ଯେପରି
କୌଣସି ସଂକଳ୍ପ ବିକଳ୍ପ ନ ଉଠୁ । ଓଲଟା ସୋଲଟା ସଂକଳ୍ପ ସବୁ ବନ୍ଦ ହୋଇଯିବା ଆବଶ୍ୟକ । ସବୁଆଡ଼ୁ
ନିଜର ବୁଦ୍ଧିଯୋଗ ଦୂରେଇ ଦେବା ଆବଶ୍ୟକ । ମୋ ସହ ଯୋଗ ଲଗାଇ ଲଗାଇ ପାତ୍ରକୁ ସୁବର୍ଣ୍ଣ କରିଦିଅ
ଯାହାଦ୍ୱାରା ରତ୍ନ ଧାରଣ ହୋଇପାରିବ । ପୁଣି ଅନ୍ୟମାନଙ୍କୁ ଦାନ ମଧ୍ୟ ଦେଇପାରିବ । ଭାରତକୁ
ମହାଦାନୀ କୁହାଯାଏ । ସ୍ଥୂଳ ଧନ ଦାନ ତ’ ବହୁତ ଲୋକ କରୁଛନ୍ତି କିନ୍ତୁ ଏହା ହେଉଛି ଅବିନାଶୀ
ଜ୍ଞାନ ରତ୍ନର ଦାନ । ଦେହ ସହିତ ଯାହା କିଛି ବି ରହିଛି ତାହାକୁ ବୁଦ୍ଧିରୁ ଭୁଲି ଏକମାତ୍ର
ବାବାଙ୍କ ସହ ବୁଦ୍ଧିଯୋଗ ରହିଥାଉ । ଆମେ ତ ବାବାଙ୍କର ହିଁ ଅଟୁ । ଏହି ଅଭ୍ୟାସ କରିବାରେ ହିଁ
ପରିଶ୍ରମ ହୋଇଥାଏ । ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଉଦ୍ଦେଶ୍ୟ ତ’ ବାବା କହିଦେଇଛନ୍ତି ।
ପୁରୁଷାର୍ଥ କରିବା ପିଲାମାନଙ୍କ କାମ । ତେବେ ଯାଇ ଏତେ ଉଚ୍ଚ ପଦ ପାଇପାରିବେ । କୌଣସି ବି
ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଯେପରି ନ ଆସୁ । ବାବା ହିଁ ଜ୍ଞାନର ସାଗର, ହଦ ଏବଂ ବେହଦରୁ
ଉର୍ଦ୍ଧ୍ୱରେ ଅଟନ୍ତି । ସିଏ ସବୁକଥା ବସି ବୁଝାଉଛନ୍ତି । ତୁମେ ଭାବୁଛ ବାବା ଆମକୁ ଦେଖୁଛନ୍ତି
କିନ୍ତୁ ମୁଁ ତ’ ହଦ୍ ଏବଂ ବେହଦରୁ ଉର୍ଦ୍ଧ୍ୱକୁ ଚାଲିଯାଉଛି । ମୁଁ ମଧ୍ୟ ସେଠିକାର ବାସିନ୍ଦା ଅଟେ
। ତୁମେ ମଧ୍ୟ ହଦ୍ ବେହଦରୁ ଉର୍ଦ୍ଧ୍ୱକୁ ଚାଲିଯାଅ । ସଂକଳ୍ପ ବିକଳ୍ପ କିଛି ବି ନ ଆସୁ । କିନ୍ତୁ
ଏଥିରେ ପରିଶ୍ରମ ଦରକାର । ତୁମକୁ ଗୃହସ୍ଥ ବ୍ୟବହାରରେ ରହି ପଦ୍ମଫୁଲ ସମାନ ହେବାକୁ ପଡ଼ିବ । ହାତରେ
କାମ କର, ବୁଦ୍ଧିରେ ବାବାଙ୍କର ସ୍ମୃତି ରହୁ, ଏଭଳି ସ୍ଥିତି ଆବଶ୍ୟକ । ଗୃହସ୍ଥି ତ ବହୁତ ଅଛନ୍ତି
। ଗୃହସ୍ଥିମାନେ ଯେତେ ଜ୍ଞାନକୁ ଧାରଣ କରିଥା’ନ୍ତି, ଆଶ୍ରମରେ ରହୁଥିବା ପିଲାମାନେ ମଧ୍ୟ ସେତେ
ଧାରଣ କରି ପାରନ୍ତି ନାହିଁ । ସେଣ୍ଟର ଚଳାଇଲାବାଲା, ମୁରଲୀ ଚଲାଇଲାବାଲା ମଧ୍ୟ ଫେଲ୍ ହୋଇ
ଯାଇଥାଆନ୍ତି, କିନ୍ତୁ ପଢ଼ିଲାବାଲା ଉଚ୍ଚକୁ ଚାଲି ଯାଇଥାଆନ୍ତି । ଆଗକୁ ତୁମକୁ ସବୁ ଜଣାପଡ଼ିଯିବ ।
ବାବା ବିଲ୍କୁଲ ଠିକ୍ ହିଁ କହୁଛନ୍ତି । ଆମକୁ ଯିଏ ପଢ଼ାଉଥିଲେ ତାଙ୍କୁ ମାୟା ଖାଇଗଲା ।
ମହାରଥୀମାନଙ୍କୁ ମଧ୍ୟ ମାୟା ଏକଦମ୍ ହପ୍ କରିଦେଲା (ଗିଳିଦେଲା) । ସେମାନେ ଏବେ ଆଉ ନାହାଁନ୍ତି ।
ମାୟାବୀ ଟ୍ରେଟର୍ ଅର୍ଥାତ୍ ବିଶ୍ୱାସଘାତକ ହୋଇ ଯାଉଛନ୍ତି । ବିଦେଶରେ ମଧ୍ୟ ଟ୍ରେଟର୍
ହୋଇଯାଇଥାଆନ୍ତି । ପୁଣି କେଉଁ କେଉଁ ସ୍ଥାନରେ ଯାଇ ଶରଣ ନେଇଥାଆନ୍ତି । ଯିଏ ଶକ୍ତିଶାଳୀ
ହୋଇଥାଆନ୍ତି ସେହିମାନଙ୍କ ଆଡ଼କୁ ଚାଲିଯାଇଥାଆନ୍ତି । ଏହି ସମୟରେ ତ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ
ରହିଛି ନା । ତେଣୁ ବହୁତ ଶକ୍ତିଶାଳୀମାନଙ୍କ ପାଖକୁ ଚାଲିଯିବେ । ଏବେ ତୁମେ ବୁଝିପାରୁଛ ଯେ ବାବା
ହିଁ ହେଉଛନ୍ତି ସବୁଠାରୁ ଶକ୍ତିଶାଳୀ । ବାବା ସର୍ବଶକ୍ତିମାନ୍ ଅଟନ୍ତି । ଆମକୁ ଶିଖାଇ ଶିଖାଇ
ସାରା ବିଶ୍ୱର ମାଲିକ କରିଦେଉଛନ୍ତି । ସେଠାରେ ସବୁକିଛି ମିଳିଯାଇଥାଏ । କୌଣସି ଅପ୍ରାପ୍ତ ବସ୍ତୁ
ନ ଥାଏ ଯାହାର ପ୍ରାପ୍ତି ପାଇଁ ଆମେ ପୁରୁଷାର୍ଥ କରିବା । ସେଠାରେ ଏଭଳି କୌଣସି ବସ୍ତୁ ନ ଥାଏ
ଯାହା ତୁମ ପାଖରେ ନ ଥିବ । ତାହା ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ପଦ ମିଳିଥାଏ । ବାବାଙ୍କ
ବ୍ୟତୀତ ଏଭଳି କଥା ଅନ୍ୟ କେହି ବି ଜାଣନ୍ତି ନାହିଁ । ଏବେ ସମସ୍ତେ ପୂଜାରୀ । ଏଠାରେ ବଡ଼ ବଡ଼
ଶଙ୍କରାଚାର୍ଯ୍ୟ ମଧ୍ୟ ଅଛନ୍ତି, ବାବା ସେମାନଙ୍କର ମହିମା ମଧ୍ୟ ଶୁଣାଇଥା’ନ୍ତି କି ପ୍ରଥମେ
ପବିତ୍ରତାର ଶକ୍ତି ଦ୍ୱାରା ସେମାନେ ଭାରତକୁ ବହୁତ ଭଲ ଭାବେ ସମ୍ଭାଳିବାରେ ନିମିତ୍ତ ହୋଇଥା’ନ୍ତି
। ତାହା ମଧ୍ୟ ଯେତେବେଳେ ସତ୍ତ୍ୱପ୍ରଧାନ ଥାଆନ୍ତି । ଏବେ ତ ତମଃପ୍ରଧାନ ଅଟନ୍ତି । ତାଙ୍କଠାରେ
କୌଣସି ଶକ୍ତି ନାହିଁ । ଏବେ ତୁମେ ଯେଉଁମାନେ ପୂଜାରୀ ଥିଲ, ସେହିମାନେ ପୁଣି ପୂଜ୍ୟ ହେବାର
ପୁରୁଷାର୍ଥ କରୁଛ । ଏବେ ତୁମର ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ବୁଦ୍ଧିରେ ଜ୍ଞାନର ଧାରଣା ରହୁ
ଏବଂ ତୁମେ ବୁଝାଇବା ଜାରି ରଖ । ବାବାଙ୍କୁ ବି ମନେ ପକାଅ । ବାବା ହିଁ ସାରା କଳ୍ପ ବୃକ୍ଷର
ରହସ୍ୟକୁ ବୁଝାଉଛନ୍ତି । ପିଲାମାନଙ୍କୁ ମଧ୍ୟ ଏହିଭଳି ମିଠା ହେବା ଆବଶ୍ୟକ । ଏହା ମଧ୍ୟ ଯୁଦ୍ଧ
ଅଟେ ନା । ମାୟାର ତୁଫାନ ମଧ୍ୟ ବହୁତ ଆସିଥାଏ । ସବୁ କିଛି ସହନ କରିବାକୁ ପଡିଥାଏ । ବାବାଙ୍କ
ସ୍ମୃତିରେ ରହିଲେ ତୁଫାନ ସବୁ ଚାଲିଯିବ । ହାତମତାଇର ଖେଳ ବିଷୟରେ ମଧ୍ୟ କୁହନ୍ତି ନା । ମୁହଲରା
(ପାଟିରେ କିଛି ବସ୍ତୁ) ପକାଇ ଦେଉଥିଲେ, ମାୟା ଚାଲି ଯାଉଥିଲା, ମୁହଲରା ବାହାର କଲେ ହିଁ ମାୟା
ଆସିଥାଏ । ଯେପରି ଲାଜକୁଳି ଲତା । ସ୍ପର୍ଶ କରିବା ମାତ୍ରେ ଝାଉଁଳି ଯାଇଥାଏ । ମାୟା ବହୁତ
ଶକ୍ତିଶାଳୀ ଅଟେ । ଏତେ ଉଚ୍ଚ ପାଠ ପଢ଼ୁ ପଢ଼ୁ ମାୟା ପୁଣି ତଳକୁ ଖସାଇ ଦେଇଥାଏ, ତେଣୁ ବାବା
ବୁଝାଉଛନ୍ତି ନିଜକୁ ଆତ୍ମା-ଆତ୍ମା ଭାଇ-ଭାଇ ମନେକର ତା’ହେଲେ ହଦ୍ ଏବଂ ବେହଦରୁ ଉର୍ଦ୍ଧ୍ୱକୁ
ଚାଲିଯିବ । ଯଦି ଶରୀର ହିଁ ରହିବ ନାହିଁ ତେବେ ଦୃଷ୍ଟି କେଉଁ ଆଡ଼କୁ ଯିବ? ଏଭଳି ପରିଶ୍ରମ କରିବାକୁ
ହେବ, ଶୁଣି କରି ବେହୋସ୍ ହୋଇଯାଅ ନାହିଁ । ଏହିଭଳି କଳ୍ପ-କଳ୍ପ ତୁମର ପୁରୁଷାର୍ଥ ଚାଲିଥାଏ ଏବଂ
ତୁମେ ତୁମର ଭାଗ୍ୟ ପାଇଥାଅ । ବାବା କହୁଛନ୍ତି ଯାହା କିଛି ପଢ଼ିଛ ସେ ସବୁକୁ ଭୁଲିଯାଅ । ବାକି
ଯାହା କେବେ ପଢ଼ିନାହଁ ତାହା ଶୁଣ ଏବଂ ମନେ ପକାଅ । ତାହାକୁ କୁହାଯାଏ ଭକ୍ତିମାର୍ଗ । ତୁମେ ରାଜଋଷି
ଅଟ ନା । ଜଟା ଖୋଲା ରହୁ ଏବଂ ମୁରଲୀ ଶୁଣାଅ । ସାଧୁ-ସନ୍ଥମାନେ ଯାହା ଶୁଣାନ୍ତି ସେ ସବୁ
ମନୁଷ୍ୟମାନଙ୍କର ମୁରଲୀ ଅର୍ଥାତ୍ ଜ୍ଞାନ । ଏହା ହେଉଛି ବେହଦ ବାବାଙ୍କର ମୁରଲୀ ।
ସତ୍ୟଯୁଗ-ତ୍ରେତା ଯୁଗରେ ତ ଜ୍ଞାନ ମୁରଲୀର ଆବଶ୍ୟକତା ହିଁ ରହେ ନାହିଁ । ସେଠାରେ ନା ଜ୍ଞାନର ନା
ଭକ୍ତିର ଆବଶ୍ୟକତା ରହିଥାଏ । ଏହି ଜ୍ଞାନ ତୁମକୁ ଏହି ସଂଗମଯୁଗରେ ହିଁ ମିଳୁଛି ଏବଂ ଜ୍ଞାନଦାତା
କେବଳ ବାବା ହିଁ ଅଟନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୁଦ୍ଧିରେ
ଜ୍ଞାନରତ୍ନକୁ ଧାରଣ କରି ଦାନ କରିବାକୁ ହେବ । ହଦ୍ ଏବଂ ବେହଦରୁ ଉର୍ଦ୍ଧ୍ୱରେ ଏପରି ସ୍ଥିତିରେ
ରହିବାକୁ ହେବ ଯେ, ଯେପରି କୌଣସି ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଆସୁ ନ ଥିବ । ଆମେ ଆତ୍ମା
ଭାଇ-ଭାଇ ଅଟୁ, ଏହି ସ୍ମୃତି ରହୁଥିବ ।
(୨) ମାୟାର ତୋଫାନ୍ରୁ
ସୁରକ୍ଷିତ ରହିବା ପାଇଁ ମୁଖରେ ବାବାଙ୍କ ସ୍ମୃତି ରୂପୀ ମୁହଲରା ରଖିବାକୁ ହେବ । ସବୁ କିଛି ସହନ
କରିବାକୁ ହେବ । ଲାଜକୁଳିଲତା ଭଳି ହେବାର ନାହିଁ ମାୟାଠାରୁ ପରାସ୍ତ ହେବାର ନାହିଁ ।
ବରଦାନ:-
ସର୍ବଦା ଜଣଙ୍କର
ସ୍ନେହରେ ସମାହିତ ହୋଇ ଏକମାତ୍ର ବାବାଙ୍କୁ ହିଁ ନିଜର ସାହାରା କରୁଥିବା ସର୍ବ ଆକର୍ଷଣମୁକ୍ତ ଭବ
।
ଯେଉଁ ପିଲାମାନେ
ଏକମାତ୍ର ବାବାଙ୍କର ସ୍ନେହରେ ସର୍ବଦା ବୁଡି ରହିଥାଆନ୍ତି ସେମାନେ ସର୍ବ ପ୍ରାପ୍ତିଗୁଡିକରେ
ସର୍ବଦା ସମ୍ପନ୍ନ ରହିଥାଆନ୍ତି ଏବଂ ସନ୍ତୁଷ୍ଟ ମଧ୍ୟ ରହିଥାଆନ୍ତି । ସେମାନଙ୍କୁ କୌଣସି ପ୍ରକାରରେ
ସାହାରା ଆକର୍ଷିତ କରିପାରି ନ ଥାଏ । ସେମାନଙ୍କୁ ସହଜରେ “ଏକମାତ୍ର ବାବା ଦ୍ୱିତୀୟ କେହି ନୁହେ”
ଏହାର ଅନୁଭୂତି ହୋଇଥାଏ । ସେମାନଙ୍କ ପାଇଁ ଏକମାତ୍ର ବାବା ହିଁ ସଂସାର ଅଟନ୍ତି, ଏକମାତ୍ର
ବାବାଙ୍କ ଦ୍ୱାରା ହିଁ ସର୍ବ ସମ୍ବନ୍ଧର ରସର ଅନୁଭବ ହୋଇଥାଏ । ସେମାନଙ୍କ ପାଇଁ ସର୍ବପ୍ରାପ୍ତିର
ଆଧାର ଏକମାତ୍ର ବାବା ଅଟନ୍ତି, କୌଣସି ଧନ-ସମ୍ପତ୍ତି ବା ବସ୍ତୁ-ବୈଭବ ନୁହେଁ, ସେଥିପାଇଁ ସେମାନେ
ସହଜରେ ଆକର୍ଷଣ ମୁକ୍ତ ହୋଇଯାଆନ୍ତି ।
ସ୍ଲୋଗାନ:-
ଯଦି ପ୍ରକୃତିକୁ
ପବିତ୍ର କରିବାକୁ ଚାହୁଁଛ ତେବେ ସମ୍ପୂର୍ଣ୍ଣ ଆକର୍ଷଣମୁକ୍ତ ହୁଅ ।