06.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଲକ୍ଷ୍ୟ ବହୁତ ଉଚ୍ଚ ଅଟେ, ସେଥିପାଇଁ ନିଜର ସମୟକୁ ନଷ୍ଟ ନ କରି ସତୋପ୍ରଧାନ ହେବା ପାଇଁ ପୁରୁଷାର୍ଥ କର ।”

ପ୍ରଶ୍ନ:-
ପିଲାମାନଙ୍କର ଚଢତି କଳା ଅର୍ଥାତ୍ ଉନ୍ନତି ନ ହେବାର ମୁଖ୍ୟ କାରଣ କ’ଣ?

ଉତ୍ତର:-
ଚାଲୁ-ଚାଲୁ ଯଦି ଟିକିଏ ବି ଅହଂକାର ଆସିଲା, ନିଜକୁ ବୁଦ୍ଧିମାନ ଭାବିଲ, ମୁରଲୀ ମିସ୍ କରିଲ, ବ୍ରହ୍ମାବାବାଙ୍କର ଅବଜ୍ଞା କରିଲ ତେବେ କେବେ ହେଲେ ଉନ୍ନତି ହୋଇପାରିବ ନାହିଁ । ଯଦି ସାକାର ବାବାଙ୍କର ହୃଦୟରୁ ଓହ୍ଲାଇଗଲ, ତେବେ ନିରାକାରଙ୍କର ହୃଦୟରୁ ବି ଓହ୍ଲାଇଗଲ ।

ଗୀତ:-
ଲାଖ ଜମାନେ ବାଲେ....

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ପିଲାମାନେ କହୁଛନ୍ତି କେହି ଆମକୁ ଯେତେ ବି ସଂଶୟବୁଦ୍ଧି କରିବା ପାଇଁ ପ୍ରୟାସ କରନ୍ତୁ, କିନ୍ତୁ ଆମେ ସଂଶୟବୁଦ୍ଧି ହେବୁ ନାହିଁ । ହୁଏତ ସିଏ କେତେ ଓଲଟା-ସିଧା କଥା ଶୁଣାଇବେ, ତେବେ ବି ଆମେ ସଂଶୟବୁଦ୍ଧି ହେବୁ ନାହିଁ । ଶ୍ରୀମତ ଅନୁଯାୟୀ ଚାଲୁଥିବୁ । ବାବା ପ୍ରତ୍ୟେକ ଦିନ ଭିନ୍ନ-ଭିନ୍ନ ଜ୍ଞାନ ବିନ୍ଦୁ ବୁଝାଉଛନ୍ତି । ସତ୍ୟଯୁଗରେ ୯ ଲକ୍ଷ ମନୁଷ୍ୟ ଥିଲେ । ତେବେ ନିଶ୍ଚିତ ଏତେ ସବୁ ମନୁଷ୍ୟ ବିନାଶ ହୋଇଯିବେ । ଯେଉଁମାନେ ବୁଦ୍ଧିବାନ୍ ହୋଇଥିବେ, ସେମାନେ ଈଶାରା ଦ୍ୱାରା ବୁଝିଯିବେ ଯେ ବାସ୍ତବରେ ଏହି ଲଢେଇ ଦ୍ୱାରା ହିଁ ଅନେକ ଧର୍ମର ବିନାଶ ହୋଇ ଏକମାତ୍ର ଦେବୀ-ଦେବତା ଧର୍ମର ସ୍ଥାପନା ହେବାର ଅଛି । ଯେଉଁମାନେ ଯୋଗ୍ୟ ହେବେ ସେହିମାନେ ହିଁ ମନୁଷ୍ୟରୁ ଦେବତା ହେବେ । ବାବାଙ୍କ ବିନା କେହି ମନୁଷ୍ୟରୁ ଦେବତା କରାଇପାରିବେ ନାହିଁ । ତେଣୁ ପିଲାମାନଙ୍କର ମନେ ରଖିବା ଉଚିତ୍ ଯେ ଏବେ ଆମକୁ ଘରକୁ ଯିବାକୁ ହେବ, କିନ୍ତୁ ମାୟା ପ୍ରତି ମୁହୂର୍ତ୍ତରେ ଏହି କଥା ଭୁଲାଇ ଦେଉଛି । ତେଣୁ ବର୍ତ୍ତମାନ ଠାରୁ ବାବାଙ୍କୁ ମନେ ପକାଇ ସତ୍ତ୍ୱପ୍ରଧାନ ହେବାର ଅଛି । ଯେ କୌଣସି ସମୟରେ ବଡ ଲଢେଇ ଲାଗିଯାଇପାରେ । ଏହାର କୌଣସି ନିୟମ ନାହିଁ । କହୁଛନ୍ତି ମଧ୍ୟ ବୋଧ ହୁଏ ବଡ ଲଢେଇ ହୋଇଯିବ, ଯାହା ବନ୍ଦ ମଧ୍ୟ ନ ହୋଇପାରେ । ସମସ୍ତେ ପରସ୍ପର ସହିତ ଲଢେଇ କରିବାରେ ଲାଗିପଡିବେ । ତେଣୁ ବିନାଶ ହେବା ପୂର୍ବରୁ କାହିଁକି ଆମ୍ଭେମାନେ ଯୋଗ ଦ୍ୱାରା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ପୁରୁଷାର୍ଥ ନ କରିବା? ସ୍ମୃତିର ଯାତ୍ରାରେ ହିଁ ମାୟା ବିଘ୍ନ ପକାଇଥାଏ ସେଥିପାଇଁ ବାବା କହୁଛନ୍ତି - ପ୍ରତ୍ୟେକ ଦିନ ଚାର୍ଟ ଅର୍ଥାତ୍ ଯୋଗର ଚାର୍ଟ ଲେଖ । ମୁସ୍‌କିଲ୍‌ରେ ୨-୪ ଜଣ କେହି ଲେଖୁଛନ୍ତି । ବାକି ତ ସମସ୍ତେ ନିଜର କର୍ମଧନ୍ଦାରେ ହିଁ ସାରାଦିନ ରହିଛନ୍ତି । ଅନେକ ପ୍ରକାରର ବିଘ୍ନ ଭିତରେ ପଡି ରହିଛନ୍ତି । ପିଲାମାନେ ଏକଥା ଜାଣିଛନ୍ତି ଯେ ଆମକୁ ସତୋପ୍ରଧାନ ନିଶ୍ଚୟ ହେବାକୁ ପଡିବ । ତେଣୁ ଯେଉଁଠାରେ ଥିଲେ ମଧ୍ୟ, ପୁରୁଷାର୍ଥ କରିବାକୁ ହେବ । ମନୁଷ୍ୟମାନଙ୍କୁ ବୁଝାଇବା ପାଇଁ ଚିତ୍ର ଆଦି ମଧ୍ୟ ତିଆରି କରୁଛନ୍ତି କାହିଁକି ନା ଏହି ସମୟରେ ସମସ୍ତେ ୧୦୦ ଶତକଡା ତମୋପ୍ରଧାନ ଅଟନ୍ତି । ଆତ୍ମାମାନେ ଯେବେ ପ୍ରଥମେ ମୁକ୍ତିଧାମରୁ ଆସନ୍ତି, ସେତେବେଳେ ସତୋପ୍ରଧାନ ହୋଇଥାନ୍ତି । ପୁଣି ସତୋ ରଜୋ ତମୋ ସ୍ଥିତି ମଧ୍ୟରେ ଗତି କରି ଏହି ସମୟରେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ତେଣୁ ସମସ୍ତଙ୍କୁ ବାବାଙ୍କ ସନ୍ଦେଶ ଦେବାକୁ ହେବ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ତମୋପ୍ରଧାନରୁ ସତୋପ୍ରଧାନ ହୋଇଯିବ । ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ସତ୍ୟଯୁଗରେ ଗୋଟିଏ ହିଁ ଧର୍ମ ଥିଲା ଏବଂ ଅନ୍ୟ ସମସ୍ତେ ନିର୍ବାଣଧାମରେ ଥିଲେ । ପିଲାମାନଙ୍କୁ ଚିତ୍ର ଉପରେ ଧ୍ୟାନ ଦେବାକୁ ହେବ । ଚିତ୍ର ବଡ ହେବା ଦ୍ୱାରା ଭଲ ଭାବରେ ବୁଝିପାରିବେ । ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେବାକୁ ହେବ । ମନମନାଭବର ଅକ୍ଷର ମୁଖ୍ୟ ଅଟେ । ଅଲଫ ଏବଂ ବେ ଏହାକୁ ବୁଝାଇବା ପାଇଁ କେତେ ପରିଶ୍ରମ କରିବାକୁ ପଡିଥାଏ । ବୁଝାଇଲାବାଲା ମଧ୍ୟ କ୍ରମାନ୍ୱୟରେ ଅଛନ୍ତି । ଅବିନାଶୀ ବାବାଙ୍କ ସହିତ ତୁମର ବହୁତ ସ୍ନେହ ରହିବା ଆବଶ୍ୟକ । ବୁଦ୍ଧିରେ ଏହି କଥା ରହିବା ଦରକାର ଯେ ଆମେମାନେ ବାବାଙ୍କର ସେବାରେ ଉପସ୍ଥିତ ହେବୁ । ତୁମକୁ ଈଶ୍ୱରୀୟ ସେବାଧାରୀ ହେବାକୁ ପଡିବ । ଯଦିଓ ଲୋକମାନେ ଖୁଦାଇ-ଖିଦ୍‌ମତ୍‌ଗାର ଅର୍ଥାତ୍ ଈଶ୍ୱରୀୟ ସେବାଧାରୀ ଅକ୍ଷର କହୁଛନ୍ତି କିନ୍ତୁ ଏହାର ଅର୍ଥ ବୁଝୁନାହାଁନ୍ତି । ବର୍ତ୍ତମାନ ବାବା ଆସିଛନ୍ତି - ପିଲାମାନଙ୍କର ସେବା କରିବା ପାଇଁ । କେତେ ଉତ୍ତମ ଦେବୀ-ଦେବତା କରି ଗଢୁଛନ୍ତି । ବର୍ତ୍ତମାନ ସମୟରେ ଆମେମାନେ କେତେ କାଙ୍ଗାଳ ହୋଇଯାଇଛୁ । ସତ୍ୟଯୁଗରେ ଆମେ ସର୍ବଗୁଣ ସମ୍ପନ୍ନ ହୋଇଯିବୁ । ଏଠାରେ ପରସ୍ପର ସହିତ ଲଢେଇ-ଝଗଡା କରୁଛନ୍ତି । ଏକଥା କେହି ଜାଣିନାହାଁନ୍ତି ଯେ ବିନାଶ ନିଶ୍ଚିତ ହେବାର ଅଛି । ସେମାନେ ଭାବୁଛନ୍ତି ଶାନ୍ତି ପ୍ରତିଷ୍ଠା ହୋଇଯିବ, ସମ୍ପୂର୍ଣ୍ଣ ଘୋର ଅନ୍ଧକାର ମଧ୍ୟରେ ପଡିଛନ୍ତି । ଏବେ ସେମାନଙ୍କୁ ବୁଝାଇଲାବାଲା ଆବଶ୍ୟକ । ତୁମେ ବିଦେଶରେ ମଧ୍ୟ ଏହି ଜ୍ଞାନ ଦେଇପାରିବ । ସଭାରେ ବସି ଗୋଟିଏ କଥା ହିଁ ବୁଝାଅ ଯେ ମହାଭାରୀ ଲଢେଇ ପ୍ରସିଦ୍ଧ ଅଟେ । ଏହାଦ୍ୱାରା ପୁରୁଣା ଦୁନିଆର ବିନାଶ ହେବ । ଈଶ୍ୱର ପିତା ମଧ୍ୟ ଏହିଠାରେ ଅଛନ୍ତି । ନିଶ୍ଚୟ ସିଏ ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରୁଛନ୍ତି । ଶଙ୍କରଙ୍କ ଦ୍ୱାରା କଳିଯୁଗର ବିନାଶ ମଧ୍ୟ ହେବ, କାରଣ ବର୍ତ୍ତମାନ ହେଉଛି ସଂଗମଯୁଗ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ତୃତୀୟ ବିଶ୍ୱଯୁଦ୍ଧକୁ ଶେଷ ଯୁଦ୍ଧ ବୋଲି କହୁଛନ୍ତି । ସର୍ବଶେଷ ବିନାଶ ମଧ୍ୟ ନିଶ୍ଚୟ ହେବ । ଏବେ ସମସ୍ତଙ୍କୁ ଏହି କଥା କହିବାକୁ ପଡିବ ଯେ ଅବିନାଶୀ ପିତାଙ୍କୁ ମନେ ପକାଇଲେ ମୁକ୍ତିଧାମକୁ ଚାଲିଯିବ । ଯଦିଓ ନିଜ ଧର୍ମରେ ରହୁଛ, ତଥାପି ବାବାଙ୍କୁ ମନେ ପକାଇବା ଦ୍ୱାରା ନିଜ ନିଜର ଧର୍ମରେ ଭଲ ପଦ ପାଇପାରିବ ।

ତୁମେମାନେ ଜାଣିଛ - ଅବିନାଶୀ ବାବା ଆମମାନଙ୍କୁ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଏହି ଜ୍ଞାନ ଦେଉଛନ୍ତି, ପୁଣି ଏହି କଥା ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ପଡିବ । ଦାନପୁଣ୍ୟ ପ୍ରଥମେ ଘରୁ ଆରମ୍ଭ ହୋଇଥାଏ । ତେଣୁ ଆଖ-ପାଖରେ ସମସ୍ତଙ୍କୁ ଏହି ସନ୍ଦେଶ ଦେବାକୁ ହେବ । ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେବାକୁ ପଡିବ । ବାହାରର ଲୋକମାନଙ୍କୁ, ରାଜାମାନଙ୍କୁ ଏହି ଜ୍ଞାନ ଦେବାକୁ ହେବ । ସେଥିପାଇଁ ପ୍ରସ୍ତୁତି କରିବା ଆବଶ୍ୟକ । ବାବା କହୁଛନ୍ତି ଯେଉଁ ମୁଖ୍ୟ ଚିତ୍ରଗୁଡିକ ଅଛି - ତ୍ରିମୂର୍ତ୍ତି, ସୃଷ୍ଟିଚକ୍ର, କଳ୍ପବୃକ୍ଷ ଚିତ୍ର ଯଦି କପଡାରେ ଛପା ହୋଇଯିବ, ତେବେ ଏହାକୁ ବାହାରକୁ ବି ନେଇଯାଇ ହେବ । ଯଦି ବଡ ଆକାରରେ ଛପା ହୋଇପାରୁନି ତେବେ ଦୁଇଭାଗ କରିଦିଅ । ସମସ୍ତ ଜ୍ଞାନ ତ୍ରିମୂର୍ତ୍ତି, ସୃଷ୍ଟିଚକ୍ର, କଳ୍ପବୃକ୍ଷ ଚିତ୍ରରେ ରହିଛି । ସିଢିର ଜ୍ଞାନ ମଧ୍ୟ ଏହି ସୃଷ୍ଟି ଚକ୍ରରେ ଆସିଯାଉଛି । ସିଢିର ଚିତ୍ରରେ ବିସ୍ତାର ଭାବରେ ଦର୍ଶାଇ ଦିଆଯାଇଛି ଯେ ୮୪ ଜନ୍ମ କିପରି ନେଉଛନ୍ତି । ସୃଷ୍ଟିଚକ୍ରରେ ସବୁ ଧର୍ମବାଲାଙ୍କର କଥା ଆସିଯାଉଛି । ସିଢିର ଚିତ୍ରରେ ଦେଖାଉଛନ୍ତି ଯେ କିପରି ସତ୍ତ୍ୱପ୍ରଧାନରୁ ପୁଣି ସତ୍ତ୍ୱ-ରଜୋ-ତମୋ ସ୍ଥିତିରେ ଆସୁଛନ୍ତି, ତଳକୁ ଖସୁଛନ୍ତି । ଏବେ ବାବା କହୁଛନ୍ତି ମୋତେ ହିଁ କେବଳ ମନେ ପକାଅ । ସାରାଦିନ ବାବାଙ୍କର ଏହି ବିଚାର ଚାଲୁଛି । ଯଦି କେହି ନୂଆ ବଡ ଘର ତିଆରି କରିବେ, ତେବେ ତା’ର କାନ୍ଥ ଏତେ ବଡ ହେଉ ଯେ ସେଥିରେ ୬ ପୁଟ/୯ ଫୁଟ ସାଇଜର ଚିତ୍ର ତିଆରି କରାଯାଇପାରିବ । ସେଥିପାଇଁ ୧୨ ଫୁଟର କାନ୍ଥ ହେବା ଦରକାର । ବର୍ତ୍ତମାନ ସମୟରେ ଭାଷା ମଧ୍ୟ ବହୁତ ରହିଛି । ଯଦି ସବୁ ଧର୍ମବାଲାଙ୍କୁ ବୁଝାଇବାକୁ ହେବ, ତେବେ ଅନେକ ଭାଷାରେ ଚିତ୍ର ତିଆରି କରିବାକୁ ପଡିବ । ସେତିକି ବିଶାଳ ବୁଦ୍ଧି ହୋଇ ଏହି ଯୁକ୍ତି ବା ଉପାୟ ରଚନା କରିବା ଦରକାର । ସେବାର ସଉକ ରହିବା ଦରକାର । ଖର୍ଚ୍ଚ ତ କରିବାକୁ ହିଁ ହେବ । କିନ୍ତୁ ତୁମକୁ ଭିକ ମାଗିବାର ଆବଶ୍ୟକତା ନାହିଁ । ହୁଣ୍ଡି ସ୍ୱତଃ ଭରିଯିବ । ଏହା ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏସବୁ କଥା ପିଲାମାନଙ୍କର ବୁଦ୍ଧିରେ ଆସିବା ଦରକାର । କିନ୍ତୁ ଯଦି ପିଲାମାନେ ଅଳ୍ପ କିଛି କରିଦେଉଛନ୍ତି, ତେବେ ନିଶା ଚଢିଯାଉଛି ଯେ ଆମେ ବହୁତ ହୁସିଆର ବା ବିଜ୍ଞ ଅଟୁ । ବାବା କହୁଛନ୍ତି - ଟଙ୍କାକରୁ ୪ ଅଣା ମଧ୍ୟ ଶିଖି ନାହାଁନ୍ତି । କେହି ଦୁଇଅଣା, କେହି ଏକ ଅଣା, କେହି ଏକ ପଇସା ଯେତିକି ମଧ୍ୟ ମୁସକିଲ୍‌ରେ ଶିଖିଛନ୍ତି । କିଛି ହେଲେ ବୁଝୁ ନାହାଁନ୍ତି । ମୁରଲୀ ପଢିବାରେ ମଧ୍ୟ ଆଗ୍ରହ ନାହିଁ । ସାହୁକାର ପ୍ରଜା, ଗରୀବ ପ୍ରଜା ସବୁ କିଛି ଏହିଠାର ହିଁ ହେବାକୁ ପଡିବ । କେହି-କେହି ତ ବାବାଙ୍କ ସହିତ ପ୍ରତିଜ୍ଞା କରି ମଧ୍ୟ ମୁହଁ କଳା କରିଦେଉଛନ୍ତି । କହୁଛନ୍ତି ବାବା ମୁଁ ହାରିଗଲି । ବାବା କହୁଛନ୍ତି ତୁମେ ତ ପଦାତିକ ସେନାମାନଙ୍କଠାରୁ ମଧ୍ୟ ହୀନ ଅଟ, ଅର୍ଥାତ୍ ମୂଲ୍ୟହୀନ ଅଟ । ଏପରି ହେଲେ ତୁମେ କେଉଁ ପଦ ପାଇବ! ଏବେ ସୂର୍ଯ୍ୟବଂଶୀ ରାଜଧାନୀ ସ୍ଥାପନ ହେଉଛି । ଯେଉଁମାନଙ୍କୁ ବାବାଙ୍କର ସ୍ମୃତି ରହିଥାଏ, ସେହିମାନେ ହିଁ ଖୁସିରେ ରହିଥାନ୍ତି । କେବଳ ଏହି କଥା ମନେ ରହୁ ଯେ ବାବାଙ୍କ ଦ୍ୱାରା ଆମେ କେଉଁ ସମ୍ପତ୍ତିର ଅଧିକାର ନେଉଛୁ, ତାହା ହେଲେ ମଧ୍ୟ ବହୁତ ଲାଭ ଅଛି । ନିଜେ ଧାରଣ କରି ପୁଣି ଅନ୍ୟମାନଙ୍କୁ ନିଜ ସମାନ କରିବାକୁ ହେବ । ପିଲାମାନଙ୍କ ଦ୍ୱାରା ସେବା ଠିକ୍ ଭାବରେ ହେଉ ନାହିଁ । ଅଳ୍ପ କିଛି ସେବା କରୁଛନ୍ତି, ଭାବୁଛନ୍ତି ଆମେ ଉତ୍ତୀର୍ଣ୍ଣ ହୋଇଗଲୁ । ଦେହ-ଅଭିମାନରେ ଆସି ତଳକୁ ଖସିଯାଉଛନ୍ତି । ଯଦି ବ୍ରହ୍ମାଙ୍କର ଅସମ୍ମାନ କଲ, ତେବେ ଶିବବାବା କହୁଛନ୍ତି - ଏହାର ଅର୍ଥ ମୋର ଅସମ୍ମାନ କଲ । ବାପଦାଦା ଉଭୟ ଏକତ୍ର ରହିଛନ୍ତି ନା । ଏପରି ନୁହେଁ ଯେ ଆମର ତ ଶିବବାବାଙ୍କ ସହିତ ସମ୍ପର୍କ ରିହଛି, ଆରେ ସମ୍ପତ୍ତି ତ ଏହାଙ୍କ ଦ୍ୱାରା ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ମିଳିବ ନା । ତେଣୁ ଏହାଙ୍କୁ ନିଜ ମନର ସମାଚାର ଶୁଣାଇବାକୁ ହେବ ଓ ବାବାଙ୍କଠାରୁ ରାୟ ନେବାକୁ ହେବ । ଶିବବାବା କହୁଛନ୍ତି ମୁଁ ସାକାରଙ୍କ ଦ୍ୱାରା ରାୟ ଦେବି । ବ୍ରହ୍ମାଙ୍କ ବିନା ଶିବବାବାଙ୍କଠାରୁ ସମ୍ପତ୍ତି କିପରି ନେବ । ବାବାଙ୍କ ବିନା କିଛି କାମ ହୋଇପାରିବ ନାହିଁ, ସେଥିପାଇଁ ପିଲାମାନଙ୍କୁ ବହୁତ-ବହୁତ ସତର୍କ ରହିବାକୁ ହେବ । ଓଲଟା ଅହଂକାର କରି ନିଜର କ୍ଷତି କରିଦେଉଛନ୍ତି । ଯଦି ସାକାରଙ୍କର ହୃଦୟରୁ ଖସିଗଲ ତେବେ ନିରାକାରଙ୍କର ହୃଦୟରୁ ମଧ୍ୟ ଓହ୍ଲାଇଯିବ । ଏହିପରି ବହୁତ ଅଛନ୍ତି - ଯେଉଁମାନେ କେବେ ହେଲେ ମୁରଲୀ ଶୁଣୁ ନାହାଁନ୍ତି, ପତ୍ର ମଧ୍ୟ ଲେଖୁନାହାଁନ୍ତି, ତେବେ ବାବା କ’ଣ ବୁଝିବେ! ଏହି ଲକ୍ଷ୍ୟ ବହୁତ ଶ୍ରେଷ୍ଠ ଅଟେ । ପିଲାମାନେ ନିଜର ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଯେଉଁମାନେ ନିଜକୁ ମହାରଥୀ ବୋଲି ଭାବୁଛନ୍ତି ସେମାନଙ୍କୁ ମହାନ କାର୍ଯ୍ୟରେ ସହଯୋଗ କରିବା ଦରକାର । ତେବେ ବାବା ଖୁସି ହୋଇ ଆଶୀର୍ବାଦ କରିବେ, ଏହାଦ୍ୱାରା ବହୁତଙ୍କର କଲ୍ୟାଣ ହେବ । ପ୍ରଦର୍ଶନୀକୁ ତ ଢେର ଲୋକ ଆସୁଛନ୍ତି । ପ୍ରଜା ତିଆରି ହୋଇଯାଉଛି । ବାବାଙ୍କର ସେବାଧାରୀ ପିଲାମାନଙ୍କ ପ୍ରତି ଦୃଷ୍ଟି ରହିଥାଏ । ସୂର୍ଯ୍ୟବଂଶୀ ରାଜାରାଣୀ ହେବା ପାଇଁ ପୁରୁଷାର୍ଥ କରୁଥିବା ଆତ୍ମାମାନେ ଏହି ଇନ୍ଦ୍ରସଭାକୁ ଆସିବା ଉଚିତ୍ । ଯେଉଁମାନେ ସେବା କରୁନାହାଁନ୍ତି ସେମାନେ ଯୋଗ୍ୟ ନୁହଁନ୍ତି । ଭବିଷ୍ୟତରେ ସବୁ ଜଣା ପଡିଯବ - କିଏ-କିଏ କ’ଣ ହେବେ! ପିଲାମାନଙ୍କର ବହୁତ ଆଗ୍ରହ ରହିବା ଦରକାର ଯେ କାଲି ଆମେ ସ୍ୱର୍ଗରେ ଯାଇ ରାଜକୁମାର ହେବୁ । ଏଠାକୁ ତୁମେମାନେ ରାଜଯୋଗ ଶିଖିବାକୁ ଆସିଛ । ଯଦି ଭଲ ଭାବରେ ନ ପଢିବ ତେବେ କନିଷ୍ଠ ପଦ ପାଇବ । ବାବାଙ୍କ ପାଖକୁ ସେବାର ସମାଚାର ଆସିବା ଉଚିତ୍ । ବାବା ଆଜି ମୁଁ ଏହି ସେବା କଲି । ପତ୍ର ମଧ୍ୟ କେବେ ହେଲେ ଲେଖୁ ନାହାଁନ୍ତି, ତେବେ ବାବା କ’ଣ ବୁଝିବେ? ବୋଧହୁଏ ମରିଗଲେ । ଯେଉଁ ପିଲାମାନେ ସେବା କରିଥାନ୍ତି ବାବାଙ୍କର ମଧ୍ୟ ସେହି ପିଲାମାନେ ମନେ ରହିଥାନ୍ତି । ସେମାନେ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇ ଚାଲିଥାଆନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରହ୍ମାକୁମାର କୁମାରୀମାନଙ୍କୁ ସମ୍ପତ୍ତି ଦେଉଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ରଚନା କରୁଛନ୍ତି । ବର୍ତ୍ତମାନ ଅନ୍ୟ ସବୁ ଧର୍ମ ଅଛି, କିନ୍ତୁ ଦେବୀ-ଦେବତା ଧର୍ମ ଯାହାକି ମୂଳଦୁଆ, ତାହା ଲୁପ୍ତ ହୋଇଯାଇଛି । ଏହି ସମସ୍ତ ଖେଳ ରଚନା କରାଯାଇଛି । ସିଢିର ଚିତ୍ରରେ ସବୁ ଧର୍ମ ନାହିଁ । ଏହି କାରଣରୁ ସୃଷ୍ଟିଚକ୍ର ଉପରେ ବୁଝାଇବାକୁ ହେବ, ଏଥିରେ ସ୍ପଷ୍ଟ ରୂପେ ଦର୍ଶାଯାଇଛି । ଏକଥା ମଧ୍ୟ ବୁଝାଇବାକୁ ହେବ ଯେ ସତ୍ୟଯୁଗରେ ଦେବୀ-ଦେବତାମାନେ ଦ୍ୱିମୁକୁଟଧାରୀ ଥିଲେ । ବର୍ତ୍ତମାନ ସମୟରେ ପବିତ୍ରତାର ମୁକୁଟ କାହାର ନାହିଁ । କେହି ଜଣେ ହେଲେ ନାହାଁନ୍ତି, ଯାହାଙ୍କୁ ମୁଁ ପବିତ୍ରତାର ମୁକୁଟ ଦେଇପାରିବି । ନିଜକୁ ନିଜେ ମଧ୍ୟ ଏହି ମୁକୁଟ ଦେଇପାରିବେ ନାହିଁ । ଆମେ ପବିତ୍ରତାର ମୁକୁଟ ପାଇଁ ପୁରୁଷାର୍ଥ କରୁଛୁ । ଶରୀର ତ ଏଠାରେ ପବିତ୍ର ନାହିଁ । ଆତ୍ମା ଯୋଗବଳ ଦ୍ୱାରା ପବିତ୍ର ହୋଇ ଅନ୍ତିମ ସମୟରେ ପବିତ୍ର ହୋଇଯିବ । ମୁକୁଟ ତ ସତ୍ୟଯୁଗରେ ମିଳିବ । ସତ୍ୟଯୁଗରେ ଦୁଇଟି ମୁକୁଟ ମିଳିବ । ଭକ୍ତିମାର୍ଗରେ ଗୋଟିଏ ମୁକୁଟ ରହିଛି । ବର୍ତ୍ତମାନ କୌଣସି ମୁକୁଟ ନାହିଁ । ତେବେ ତୁମକୁ ପବିତ୍ରତାର ପ୍ରକାଶର ମୁକୁଟ କିପରି ଦେଖାଇବି? ତୁମେମାନେ ଜ୍ଞାନୀ ତ ହୋଇଛ କିନ୍ତୁ ସମ୍ପୂର୍ଣ୍ଣ ପବିତ୍ର ହେବା ପରେ ଲାଇଟ୍ ବା ପ୍ରକାଶର ମୁକୁଟ ରହିବା ଦରକାର । ତେବେ କ’ଣ ସୂକ୍ଷ୍ମ ବତନରେ ଲାଇଟ୍ ଦେଖାଇବି? ଯେପରି ମମ୍ମା ସୂକ୍ଷ୍ମବତନରେ ପବିତ୍ର ଫରିସ୍ତା ହୋଇ ରହିଛନ୍ତି ନା । ସେଠାରେ ଗୋଟିଏ ମୁକୁଟ ରହିଛି । କିନ୍ତୁ ଏବେ ଲାଇଟ୍ କିପରି ଦେଖାଇବି? ଶେଷ ସମୟରେ ପବିତ୍ର ହେବେ । କ’ଣ ଯେବେ ଯୋଗରେ ବସୁଛ ତେବେ ଲାଇଟ୍ ବା ଆଲୋକର ମୁକୁଟ ଦେଖାଇବି? ଆଜି ପବିତ୍ରତାର ମୁକୁଟ ଦିଆଯିବ, କାଲି ଯଦି ପତିତ ହୋଇଗଲ ତାହା ଲୁଚିଯିବ ତେଣୁ ଅନ୍ତିମ ସମୟରେ ଯେବେ କର୍ମାତୀତ ଅବସ୍ଥା ହେବ ତେବେ ପବିତ୍ରତାର ପ୍ରଭାମଣ୍ଡଳ ରହିବ । କିନ୍ତୁ ତୁମେମାନେ ସମ୍ପୂର୍ଣ୍ଣ ହେବାମାତ୍ରେ ହିଁ ସୂକ୍ଷ୍ମବତନକୁ ଚାଲିଯିବ । ଯେପରି ବୁଦ୍ଧ, ଖ୍ରୀଷ୍ଟଙ୍କୁ ଦେଖାଉଛନ୍ତି । ପ୍ରଥମେ-ପ୍ରଥମେ ପବିତ୍ର ଆତ୍ମାମାନେ ଧର୍ମ ସ୍ଥାପନ କରିବାକୁ ଆସନ୍ତି, ତାଙ୍କୁ ଲାଇଟ୍ ଦିଆଯାଇ ପାରିବ, ମୁକୁଟ ନୁହେଁ । ତୁମେମାନେ ମଧ୍ୟ ବାବାଙ୍କୁ ସ୍ମୃତିରେ ରହି-ରହି ପବିତ୍ର ହୋଇଯିବ । ସ୍ୱଦର୍ଶନ ଚକ୍ର ଘୂରାଇ-ଘୂରାଇ ତୁମ୍ଭେମାନେ ରାଜପଦ ପାଇଯିବ । ସେଠାରେ ମନ୍ତ୍ରୀ ରହିବେ ନାହିଁ । ଏଠାରେ ବହୁତଙ୍କଠାରୁ ପରାମର୍ଶ ନେବାକୁ ପଡୁଛି । ସେଠାରେ ସମସ୍ତେ ସତ୍ତ୍ୱପ୍ରଧାନ ଅଟନ୍ତି । ଏସବୁ ବୁଝିବାର କଥା ଅଟେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାପଦାଦାଙ୍କଠାରୁ ଆଫରୀନ ଅର୍ଥାତ୍ ସାବାସୀ ପାଇବା ପାଇଁ ବାବାଙ୍କର ଏହି ମହାନ କାର୍ଯ୍ୟରେ ପୂରା-ପୂରା ସହଯୋଗୀ ହେବାକୁ ପଡିବ । ବାବାଙ୍କୁ ନିଜର ସେବା ସମାଚାର ଦେବାକୁ ହେବ ।

(୨) ଦେହ-ଅଭିମାନରେ ଆସି କେବେହେଲେ କାହାକୁ ଅସମ୍ମାନ କରିବାର ନାହିଁ । ଓଲଟା ନିଶାରେ ଆସିବାର ନାହିଁ । ନିଜର ସମୟ ନଷ୍ଟ କରିବାର ନାହିଁ । ସେବାର ନୂଆ ନୂଆ ଉପାୟ ବାହାର କରିବାକୁ ହେବ । ଯୋଗ୍ୟ ସେବାଧାରୀ ହେବାକୁ ପଡିବ ।

ବରଦାନ:-
ସର୍ବଦା ଦୟା ଏବଂ କଲ୍ୟାଣର ଦୃଷ୍ଟି ରଖି ବିଶ୍ୱର ସେବା କରୁଥିବା ବିଶ୍ୱ ପରିବର୍ତ୍ତକ ଭବ ।

ବିଶ୍ୱ ପରିବର୍ତ୍ତକ ବା ବିଶ୍ୱ ସେବାଧାରୀ ଆତ୍ମାମାନଙ୍କର ମୁଖ୍ୟ ଲକ୍ଷଣ ହେଲା - ନିଜର ଦୟାଶୀଳ ଏବଂ କଲ୍ୟାଣର ଦୃଷ୍ଟି ଦ୍ୱାରା ବିଶ୍ୱକୁ ସମ୍ପନ୍ନ ବା ସୁଖି କରିବା ଏବଂ ଯେଉଁ ସବୁ ଅପ୍ରାପ୍ତ ବସ୍ତୁ ଗୁଡିକ ରହିଛି, ଯଥା ଈଶ୍ୱରୀୟ ସୁଖ, ଶାନ୍ତି ଏବଂ ଜ୍ଞାନ ରୂପକ ଧନ ଦ୍ୱାରା ତଥା ସର୍ବଶକ୍ତିଗୁଡିକ ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଭିକାରୀରୁ ଅଧିକାରୀ କରିଦେବା । ଏହିଭଳି ସେବାଧାରୀ ନିଜର ପ୍ରତ୍ୟେକ ମୂହୁର୍ତ୍ତ, ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କକୁ ସେବାରେ ହିଁ ଲଗାଇଥାଆନ୍ତି । ସେମାନଙ୍କର ଦେଖିବାରେ, ଚାଲିବାରେ, ଖାଇବା-ପିଇବାରେ ସବୁଥିରେ ସେବା ସମାହିତ ହୋଇ ରହିଥାଏ ।

ସ୍ଲୋଗାନ:-
ମାନ-ସମ୍ମାନକୁ ତ୍ୟାଗ କରିବା ସହିତ ନିଜର ସମୟକୁ ମଧ୍ୟ ବେହଦ ସେବାରେ ସଫଳ କରିବା ହିଁ ପରୋପକାରୀ ହେବା ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଅନ୍ତିମ ସମ୍ପୂର୍ଣ୍ଣ ସ୍ଥିତିକୁ ପ୍ରାପ୍ତ କରିବା ପାଇଁ ନିଜକୁ ଅତିଥି ମନେ କରିଚାଲ । ଯେଉଁମାନେ ନିଜକୁ ଅତିଥି ମନେ କରନ୍ତି ସେମାନେ ବ୍ୟକ୍ତରେ ରହୁଥିଲେ ମଧ୍ୟ ଅବ୍ୟକ୍ତ ସ୍ଥିତିରେ ରହିଥାଆନ୍ତି । ସେମାନଙ୍କର କାହା ସହିତ ବି ମୋହ ନ ଥାଏ । ମୁଁ ଏହି ଶରୀର ଭିତରେ, ଏହି ଦୁନିଆରେ ଅତିଥି ଅଟେ, କେବଳ ଅଳ୍ପ ସମୟ ପାଇଁ ଏହି ଶରୀରକୁ କାମରେ ଲଗାଇବାକୁ ହେବ ।