06.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବର୍ତ୍ତମାନ ତୁମେମାନେ ପୁରୁଷୋତ୍ତମ ସଂଗମଯୁଗରେ ଅଛ, ତୁମକୁ ଏହିଠାରେ ରହି ନୂଆ ଦୁନିଆକୁ ମନେ
ପକାଇବାକୁ ହେବ ଏବଂ ଆତ୍ମାକୁ ପବିତ୍ର କରିବାକୁ ପଡିବ ।”
ପ୍ରଶ୍ନ:-
ବାବା
ତୁମମାନଙ୍କୁ ଏପରି କେଉଁ ଜ୍ଞାନ ଦେଲେ ଯାହା ଦ୍ୱାରା ତୁମର ବୁଦ୍ଧିର ତାଲା ଖୋଲିଗଲା?
ଉତ୍ତର:-
ବାବା ଏହି ବେହଦ ଅର୍ଥାତ୍ ଅବିନାଶୀ ଏବଂ ଅନାଦି ଡ୍ରାମାର ଏପରି ଜ୍ଞାନ ଦେଲେ, ଯାହା ଦ୍ୱାରା
ବୁଦ୍ଧିରେ ଯେଉଁ ଗଡରେଜ୍ର ତାଲା ଲାଗିଥିଲା ତାହା ଖୋଲିଗଲା । ପଥରବୁଦ୍ଧିରୁ ପାରସବୁଦ୍ଧି ହୋଇଗଲୁ
। ବାବା ଜ୍ଞାନ ଦେଇଛନ୍ତି ଯେ, ଏହି ଡ୍ରାମାରେ ପ୍ରତ୍ୟେକ ଅଭିନେତାଙ୍କର ସ୍ୱତନ୍ତ୍ର ଏବଂ ଅନାଦି
ପାର୍ଟ ରହିଛି, ଯିଏ କଳ୍ପ ପୂର୍ବେ ଯେତିକି ପଢିଥିଲେ, ସେ ଏବେ ମଧ୍ୟ ସେତିକି ପଢିବେ ।
ପୁରୁଷାର୍ଥ କରି ନିଜର ବର୍ସା ଅର୍ଥାତ୍ ସମ୍ପତ୍ତି ନେବେ ।
ଓମ୍ ଶାନ୍ତି ।
ଆତ୍ମିକ
ପିଲାମାନଙ୍କୁ ଆତ୍ମିକ ପିତା ଶିକ୍ଷା ଦେଉଛନ୍ତି । ଯେବେଠାରୁ ବାବା ହୋଇଛନ୍ତି ସେବେଠାରୁ ହିଁ
ଟିଚର ହୋଇଛନ୍ତି, ସେବେଠାରୁ ହିଁ ପୁଣି ସଦ୍ଗୁରୁ ରୂପରେ ଶିକ୍ଷା ମଧ୍ୟ ଦେଉଛନ୍ତି । ତେଣୁ
ପିଲାମାନେ ଏକଥା ବୁଝିପାରୁଛନ୍ତି ଯେତେବେଳେ ସେ ବାପା, ଟିଚର, ଗୁରୁ ଅଟନ୍ତି ତେବେ ସିଏ ଛୋଟ ପିଲା
ତ ନୁହଁନ୍ତି ନା । ସିଏ ଉଚ୍ଚରୁ ଉଚ୍ଚ, ବଡରୁ ବଡ ଅଟନ୍ତି । ବାବା ଜାଣିଛନ୍ତି ଏମାନେ ସମସ୍ତେ
ମୋର ପିଲା । ଡ୍ରାମାର ପ୍ଲାନ ଅନୁସାରେ ତୁମେମାନେ ମୋତେ ଡାକିଛ ଏଠାକୁ ଆସ, ଆସି ଆମକୁ ପାବନ
ଦୁନିଆକୁ ନେଇଚାଲ । କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଏବେ ତୁମେମାନେ ବୁଝିପାରୁଛ ଯେ,
ପବିତ୍ର ଦୁନିଆ ସତ୍ୟଯୁଗକୁ ଏବଂ ପତିତ ଦୁନିଆ କଳିଯୁଗକୁ କୁହାଯାଏ । ଏକଥା ମଧ୍ୟ କହିଥା’ନ୍ତି ଯେ
ଆମକୁ ରାବଣର ଜେଲରୁ ଉଦ୍ଧାର କରି, ଦୁଃଖରୁ ମୁକ୍ତ କରି, ନିଜର ଶାନ୍ତିଧାମ-ସୁଖଧାମକୁ ନେଇଚାଲ ।
ତେବେ ଦୁଇଟିଯାକ ନାମ ବହୁତ ଭଲ । ମୁକ୍ତି-ଜୀବନମୁକ୍ତି ଅଥବା ଶାନ୍ତିଧାମ-ସୁଖଧାମ । ତୁମମାନଙ୍କ
ବ୍ୟତୀତ ଆଉ କାହା ବୁଦ୍ଧିରେ ନାହିଁ ଯେ ଶାନ୍ତିଧାମ କେଉଁଠି ଏବଂ ସୁଖଧାମ କେଉଁଠି ଥାଏ? ବିଲ୍କୁଲ୍
ଅଜ୍ଞାନୀ ଅଟନ୍ତି । ତୁମର ଲକ୍ଷ୍ୟ-ଉଦ୍ଦେଶ୍ୟ ହିଁ ହେଉଛି ବୁଦ୍ଧିମାନ ହେବା । ଏହି ଲକ୍ଷ୍ୟ ଓ
ଉଦ୍ଦେଶ୍ୟ ହେଉଛି ଅଜ୍ଞାନୀମାନଙ୍କ ପାଇଁ ଯେଉଁମାନଙ୍କୁ କି ଏମାନଙ୍କ ସଦୃଶ ଜ୍ଞାନବାନ ହେବାକୁ
ହେବ । ସମସ୍ତଙ୍କୁ ଶିଖାଇବାକୁ ହେବ - ମନୁଷ୍ୟରୁ ଦେବତା ହେବା ହିଁ ହେଉଛି ଆମର ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟ । ଏହା ହେଲା ମନୁଷ୍ୟମାନଙ୍କର ସୃଷ୍ଟି, ତାହା ହେଉଛି ଦେବତାମାନଙ୍କର ସୃଷ୍ଟି ।
ସତ୍ୟଯୁଗ ହେଲା ଦେବତାମାନଙ୍କର ସୃଷ୍ଟି, ତେବେ ନିଶ୍ଚିତ ଭାବରେ ମନୁଷ୍ୟମାନଙ୍କର ସୃଷ୍ଟି କଳିଯୁଗ
ହୋଇଥିବ । ଏବେ ତୁମକୁ ମନୁଷ୍ୟରୁ ଦେବତା ହେବାକୁ ପଡିବ ତେଣୁ ନିଶ୍ଚିତ ପୁରୁଷୋତ୍ତମ ସଂଗମଯୁଗ
ମଧ୍ୟ ଥିବ । ସେମାନେ ହେଉଛନ୍ତି ଦେବତା, ଏମାନେ ହେଉଛନ୍ତି ମନୁଷ୍ୟ । ଦେବତାମାନେ ହେଲେ
ବୁଦ୍ଧିମାନ । ତେବେ ସେମାନଙ୍କୁ ବାବା ହିଁ ଏପରି ସମଝଦାର ଅର୍ଥାତ୍ ଜ୍ଞାନବାନ କରାଇଛନ୍ତି । ବାବା
ଯିଏକି ବିଶ୍ୱର ମାଲିକ ଅଟନ୍ତି, ଯଦିଓ ମାଲିକ ହୁଅନ୍ତି ନାହିଁ ପରନ୍ତୁ ଗାୟନ ତ କରାଯାଏ ନା ।
ସିଏ ହେଉଛନ୍ତି ବେହଦର ପିତା, ବେହଦର ସୁଖଦାତା । ସେହି ବେହଦର ସୁଖ ହୋଇଥାଏ ନୂଆ ଦୁନିଆରେ ଏବଂ
ବେହଦର ଦୁଃଖ ହୋଇଥାଏ ପୁରୁଣା ଦୁନିଆରେ । ଦେବତାମାନଙ୍କର ଚିତ୍ର ମଧ୍ୟ ତୁମ ସମ୍ମୁଖରେ ରହିଛି ଏବଂ
ତାଙ୍କର ଗାୟନ ମଧ୍ୟ ରହିଛି । ଆଜିକାଲି ତ ୫ ଭୂତଙ୍କୁ ମଧ୍ୟ ପୂଜା କରୁଛନ୍ତି ।
ଏବେ ବାବା ତୁମମାନଙ୍କୁ
ବୁଝାଉଛନ୍ତି ଯେ ତୁମେ ପୁରୁଷୋତ୍ତମ ସଂଗମଯୁଗରେ ଅଛ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର
କ୍ରମାନୁସାରେ ଜାଣିଛନ୍ତି ଯେ - ଆମର ଗୋଟିଏ ପାଦ ସ୍ୱର୍ଗରେ ଏବଂ ଅନ୍ୟଟି ନର୍କରେ ରହିଛି । ଏଠାରେ
ତ ରହୁଛ କିନ୍ତୁ ତୁମମାନଙ୍କର ବୁଦ୍ଧି ନୂଆ ଦୁନିଆରେ ଅଛି । ତେବେ ଯିଏ ଆମମାନଙ୍କୁ ନୂଆ ଦୁନିଆକୁ
ନେଇଯାଉଛନ୍ତି ତାଙ୍କୁ ମନେ ପକାଇବାକୁ ହେବ । କାରଣ ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ପବିତ୍ର
ହେଉଛ । ଏହି କଥା ଶିବବାବା ଆସି ବୁଝାଉଛନ୍ତି । ଶିବଜୟନ୍ତୀ ତ ନିଶ୍ଚିତ ପାଳନ କରୁଛନ୍ତି, କିନ୍ତୁ
ଶିବବାବା କେବେ ଆସିଲେ, ଆସି କଣ କଲେ, ଏ କଥା କିଛି ବି ଜଣା ନାହିଁ । ଶିବରାତ୍ରୀ ଏବଂ କୃଷ୍ଣ
ଜୟନ୍ତୀ ପାଳନ କରୁଛନ୍ତି, ସେହି ଶବ୍ଦ ଯାହା କୃଷ୍ଣଙ୍କ ପାଇଁ କହିଥା’ନ୍ତି ତାହା ଶିବବାବାଙ୍କ
ନିମନ୍ତେ କୁହାଯିବ ନାହିଁ, ତେଣୁ ତାଙ୍କ ପାଇଁ ପୁଣି ଶିବରାତ୍ରି କହିଥା’ନ୍ତି । କିନ୍ତୁ ଅର୍ଥ
କିଛି ବି ବୁଝି ନାହାଁନ୍ତି । ତୁମ ପିଲାମାନଙ୍କୁ ତ ଅର୍ଥ ବୁଝାଯାଉଛି । କଳିଯୁଗର ଅନ୍ତିମ ସମୟରେ
ଅସରନ୍ତି ଦୁଃଖ ରହିଛି, ପୁଣି ସତ୍ୟଯୁଗରେ ଅସରନ୍ତି ସୁଖ ହେବ । ଏବେ ଏହି ଜ୍ଞାନ ତୁମମାନଙ୍କୁ
ମିଳିଛି । ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ଯେଉଁମାନେ କଳ୍ପ ପୂର୍ବରୁ ପଢିଛନ୍ତି
ସେହିମାନେ ହିଁ ଏବେ ପଢିବେ, ଯିଏ ଯେପରି ପୁରୁଷାର୍ଥ କରିଥିବେ ସେ ସେହିଭଳି ପୁରୁଷାର୍ଥ କରିବାକୁ
ଲାଗି ପଡିବେ ଏବଂ ସେହିପରି ପଦ ମଧ୍ୟ ପାଇବେ । ତୁମ ବୁଦ୍ଧିରେ ଏବେ ପୁରା ଚକ୍ରର ଜ୍ଞାନ ରହିଛି ।
ତୁମେ ହିଁ ଉଚ୍ଚରୁ ଉଚ୍ଚ ପଦ ପାଉଛ ପୁଣି ତୁମର ପତନ ହେଉଛି । ବାବା ବୁଝାଉଛନ୍ତି ଏହା ମାଳା ଅଟେ
ନା, ଏଥିରେ ଯିଏ ବି ମନୁଷ୍ୟ ଆତ୍ମାମାନେ ଅଛନ୍ତି ସମସ୍ତେ କ୍ରମାନୁସାରେ ଆସିଥା’ନ୍ତି ।
ପ୍ରତ୍ୟେକ ଆକ୍ଟରମାନଙ୍କୁ (ଅଭିନେତାମାନଙ୍କୁ) ନିଜ-ନିଜର ଅଭିନୟ ମିଳିଛି - କେଉଁ ସମୟରେ କାହାକୁ
କ’ଣ ଅଭିନୟ କରିବାକୁ ହେବ । ଏହା ଅନାଦି ପୂର୍ବ-ପ୍ରସ୍ତୁତ ଡ୍ରାମା ଯାହାକି ବାବା ବସି
ବୁଝାଉଛନ୍ତି । ଏବେ ବାବା ତୁମମାନଙ୍କୁ ଯାହା ସବୁ ବୁଝାଉଛନ୍ତି ସେସବୁ ତୁମେମାନେ ନିଜ
ଭାଇମାନଙ୍କୁ ବୁଝାଅ । ଏବେ ତୁମର ବୁଦ୍ଧିରେ ଅଛି ଯେ ପ୍ରତି ୫ ହଜାର ବର୍ଷ ପରେ ବାବା ଆସି ଆମକୁ
ବୁଝାଉଛନ୍ତି, ଆମେ ପୁଣି ଭାଇମାନଙ୍କୁ ବୁଝାଉଛୁ । ତେବେ ଆତ୍ମିକ ସମ୍ବନ୍ଧରେ ସମସ୍ତେ ଭାଇ-ଭାଇ
ଅଟନ୍ତି । ବାବା କହୁଛନ୍ତି ଏହି ସମୟରେ ତୁମେ ନିଜକୁ ଅଶରୀରୀ ଆତ୍ମା ମନେ କର । ଆତ୍ମାକୁ ପବିତ୍ର
ହେବା ପାଇଁ ବାବାଙ୍କୁ ମନେ ପକାଇବାକୁ ହେବ । ଯେତେବେଳେ ଆତ୍ମା ପବିତ୍ର ହୋଇଥାଏ, ସେତେବେଳେ
ଶରୀର ମଧ୍ୟ ପବିତ୍ର ମିଳିଥାଏ । ଆତ୍ମା ଅପବିତ୍ର ହେଲେ ଶରୀର ମଧ୍ୟ ଅପବିତ୍ର ହୋଇଥାଏ ।
କ୍ରମାନୁସାରେ ତ ହୋଇଥା’ନ୍ତି । ଜଣଙ୍କର କାର୍ଯ୍ୟକଳାପ ଅନ୍ୟ ଜଣଙ୍କ ସହିତ ମିଶିପାରିବ ନାହିଁ ।
କ୍ରମାନୁସାରେ ସମସ୍ତେ ନିଜ-ନିଜର ପାର୍ଟ କରିଥା’ନ୍ତି, ଏଥିରେ ଫରକ ହୋଇପାରିବ ନାହିଁ । ନାଟକରେ
ସେହି ଦୃଶ୍ୟ ହିଁ ଦେଖିବାକୁ ପାଇବେ ଯାହା କାଲି ଦେଖିଥିବେ । ଯାହା ହୋଇଥିବ ତାହା ହିଁ
ପୁନରାବୃତ୍ତି ହେବ ନା । ଏହା ପୁଣି ବେହଦର ଏବଂ କାଲିର ଡ୍ରାମା ଅଟେ । କାଲି ତୁମକୁ ବୁଝାଇଥିଲି
। ତୁମେ ରାଜ୍ୟଭାଗ୍ୟ ନେଇଥିଲ ପୁଣି ହରାଇଲ । ସେହି ରାଜପଦ ପାଇବା ପାଇଁ ଆଜି ପୁଣି ବୁଝୁଛ ।
ଆଜିର ଭାରତ ପୁରୁଣା ତେଣୁ ନର୍କ ହୋଇଯାଇଛି, କାଲି ପୁଣି ନୂଆ ସ୍ୱର୍ଗ ହେବ । ତୁମର ବୁଦ୍ଧିରେ
ରହିଛି - ଏବେ ଆମେ ନୂଆ ଦୁନିଆକୁ ଯାଉଛୁ । ଶ୍ରୀମତ ଦ୍ୱାରା ଶ୍ରେଷ୍ଠ ହେଉଛୁ । ଯେଉଁମାନେ
ଶ୍ରେଷ୍ଠ ସେମାନେ ନିଶ୍ଚିତ ଶ୍ରେଷ୍ଠ ସୃଷ୍ଟିରେ ରହିବେ । ଏହି ଲକ୍ଷ୍ମୀ-ନାରାୟଣ ଶ୍ରେଷ୍ଠ, ତେଣୁ
ଶ୍ରେଷ୍ଠ ସ୍ୱର୍ଗରେ ରୁହନ୍ତି । ଯିଏ ଭ୍ରଷ୍ଟ ସିଏ ନର୍କରେ ରୁହନ୍ତି । ଏହି ରହସ୍ୟକୁ ତୁମେ ଏବେ
ବୁଝୁଛ । ଏହି ବେହଦର ଡ୍ରାମାକୁ ଯଦି କେହି ଭଲ ଭାବରେ ବୁଝିଯିବେ, ତେବେ ତାଙ୍କ ବୁଦ୍ଧିରେ
ରହିଯିବ । ଶିବରାତ୍ରି ପାଳନ କରୁଛନ୍ତି କିନ୍ତୁ କିଛି ଜାଣିନାହାଁନ୍ତି । ତେଣୁ ଏବେ ତୁମ
ପିଲାମାନଙ୍କୁ ସତେଜ କରିବାକୁ ପଡୁଛି । ପୁଣି ତୁମେ ଅନ୍ୟମାନଙ୍କୁ ମଧ୍ୟ ସତେଜ କରାଉଛ । ଏବେ
ତୁମକୁ ଜ୍ଞାନ ମିଳୁଛି ପୁଣି ତୁମେ ସଦ୍ଗତି ପ୍ରାପ୍ତ କରିବ । ବାବା କହୁଛନ୍ତି ମୁଁ ସ୍ୱର୍ଗରେ
ଆସି ନ ଥାଏ, ମୋର ପାର୍ଟ ହେଉଛି ପତିତ ଦୁନିଆକୁ ପରିବର୍ତ୍ତନ କରି ପବିତ୍ର ଦୁନିଆ କରିବା ।
ସେଠାରେ ତ ତୁମ ପାଖରେ ପ୍ରଚୁର ସମ୍ପତ୍ତି ରହିଥାଏ । ଏଠାରେ ତ କାଙ୍ଗାଳ ହୋଇଯାଇଛନ୍ତି ତେଣୁ
ବାବାଙ୍କୁ ଡାକୁଛନ୍ତି ଆସ, ଏଠାକୁ ଆସି ଆମକୁ ବେହଦର ବର୍ସା ଦିଅ । ତେବେ ତୁମକୁ କଳ୍ପ-କଳ୍ପ
ବେହଦର ବର୍ସା ମିଳୁଛି ପୁଣି କାଙ୍ଗାଳ ହୋଇଯାଉଛ । ଏହି ସବୁ ଚିତ୍ର ଉପରେ ବୁଝାଅ ତେବେ ଯାଇ
ସେମାନେ ବୁଝିପାରିବେ । ଲକ୍ଷ୍ମୀ-ନାରାୟଣ ପ୍ରଥମ ନମ୍ବରରେ ଥିଲେ, ସେମାନେ ୮୪ ଜନ୍ମ ନେଇ ମନୁଷ୍ୟ
ହୋଇଛନ୍ତି । ଏହି ଜ୍ଞାନ ଏବେ ତୁମ ପିଲାମାନଙ୍କୁ ମିଳିଛି । ତୁମେମାନେ ଜାଣିଛ ଆଜିଠାରୁ ୫ ହଜାର
ବର୍ଷ ପୂର୍ବରୁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ଯାହାକୁ ବୈକୁଣ୍ଠ, ପାରାଡାଇଜ୍, ଡିଟି (ଦୈବୀ)
ଦୁନିଆ ମଧ୍ୟ କୁହାଯାଉଥିଲା । ଏବେ ତ କୁହାଯିବ ନାହିଁ । ଏହା ତ ଡେଭିଲ୍ ଅର୍ଥାତ୍ ଆସୁରୀ ଦୁନିଆ
। ଏବେ ଆସୁରୀ ଦୁନିଆର ଶେଷ, ଦୈବୀ ଦୁନିଆର ଆଦିର ହେଉଛି ଏହା ସଂଗମ । ଏହି କଥା ଏବେ ତୁମେମାନେ
ବୁଝୁଛ, ଏ କଥା ଆଉ କାହା ମୁଖରୁ ଶୁଣି ପାରିବ ନାହିଁ । ବାବା ହିଁ ଆସି ଏହାଙ୍କର ମୁଖ ନେଇଛନ୍ତି
। ବାବା ମୁଖ କାହାର ନେବେ, ଏ କଥା ବୁଝିପାରୁ ନାହାଁନ୍ତି । ବାବା କାହା ଉପରେ ସବାରୀ ହେବେ?
ଯେପରି ତୁମ ଆତ୍ମା ଏହି ଶରୀର ଉପରେ ସବାର ହୋଇଛି ନା । ଶିବବାବାଙ୍କର ତ ନିଜର ସବାରୀ ନାହିଁ,
ତାଙ୍କୁ ମୁଖ ମଧ୍ୟ ନିଶ୍ଚିତ ଆବଶ୍ୟକ । ନଚେତ୍ ରାଜଯୋଗ କିପରି ଶିଖାଇବେ? ପ୍ରେରଣାରେ ତ ଶିଖିବେ
ନାହିଁ । ତେଣୁ ଏହି ସବୁ କଥାକୁ ମନ ଭିତରେ ନୋଟ୍ କର । ପରମାତ୍ମାଙ୍କର ବୁଦ୍ଧିରେ ସାରା ନଲେଜ
ରହିଛି ନା । ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଏକଥା ରହିବା ଦରକାର ଏବଂ ଏହି ନଲେଜ (ଜ୍ଞାନ)କୁ
ବୁଦ୍ଧିରେ ଧାରଣ କରିବାକୁ ହେବ । କୁହାଯାଏ ତୁମର ବୁଦ୍ଧି ଠିକ୍ ଅଛି ତ? ତେବେ ବୁଦ୍ଧି ଆତ୍ମାରେ
ରହିଥାଏ ନା । ଆତ୍ମା ହିଁ ବୁଦ୍ଧି ଦ୍ୱାରା ବୁଝୁଛି । ତୁମକୁ ପଥର ବୁଦ୍ଧି କିଏ କରିଛି? ଏବେ
ବୁଝିପାରୁଛ ଯେ ରାବଣ ଆମ ବୁଦ୍ଧିକୁ କ’ଣ କରିଦେଇଛି! କାଲି ତୁମେ ଡ୍ରାମାକୁ ଜାଣିନଥିଲ, ବୁଦ୍ଧିକୁ
ଏକଦମ୍ ଗଡରେଜ୍ର ତାଲା ଲାଗିଯାଇଥିଲା । ‘ଗଡ୍’ ଅକ୍ଷର ତ ରହିଛି ନା । ବାବା ଯେଉଁ ବୁଦ୍ଧି
ଦେଇଛନ୍ତି ତାହା ପରିବର୍ତ୍ତନ ହୋଇ ପଥରବୁଦ୍ଧି ହୋଇଯାଇଥାଏ । ପୁଣି ବାବା ଆସି ତାଲା ଖୋଲିଥା’ନ୍ତି
। ସତ୍ୟଯୁଗରେ ସମସ୍ତେ ପାରସବୁଦ୍ଧି ହିଁ ହେବେ । ବାବା ଆସି ଏବେ ସମସ୍ତଙ୍କର କଲ୍ୟାଣ କରୁଛନ୍ତି
। ତେବେ କ୍ରମାନୁସାରେ ସମସ୍ତଙ୍କର ବୁଦ୍ଧି ଏବେ ଖୋଲୁଛି । ଜଣେ ପରେ ଜଣେ ଆସିବାରେ ଲାଗିଥା’ନ୍ତି
। ଉପରେ ତ କେହି ରହି ପାରିବେ ନାହିଁ । ପତିତ ଆତ୍ମା ସେଠାରେ ରହିପାରିବେ ନାହିଁ । ତେଣୁ ବାବା
ଏବେ ପବିତ୍ର କରି ପବିତ୍ର ଦୁନିଆକୁ ନେଇଯାଉଛନ୍ତି । ସେଠାରେ ସମସ୍ତ ପବିତ୍ର ଆତ୍ମାମାନେ
ରହିଥା’ନ୍ତି । ତାହା ହେଉଛି ନିରାକାରୀ ସୃଷ୍ଟି ।
ତୁମ ପିଲାମାନଙ୍କୁ ଏବେ
ସବୁ କଥା ଜଣାପଡିଲା ତେଣୁ ନିଜର ଘର ଯେପରି ବହୁତ ନିକଟରେ ଦେଖାଯାଉଛି । ଘର ପ୍ରତି ତୁମର ବହୁତ
ସ୍ନେହ ରହିଛି । ତୁମମାନଙ୍କ ଭଳି ସ୍ନେହ ତ ଆଉ କାହାର ନାହିଁ । କିନ୍ତୁ ତୁମମାନଙ୍କ ଭିତରେ ମଧ୍ୟ
କ୍ରମାନୁସାରେ ଅଛନ୍ତି, ଯାହାଙ୍କର ବାବାଙ୍କ ସହିତ ସ୍ନେହ ଅଛି, ତାଙ୍କର ଘର ସହିତ ମଧ୍ୟ ସ୍ନେହ
ରହିଛି । ମୁରବୀ ପିଲା ମଧ୍ୟ ଥା’ନ୍ତି ନା । ତୁମେମାନେ ବୁଝି ପାରୁଛ ଯେଉଁମାନେ ଏଠାରେ ଭଲ ଭାବରେ
ପୁରୁଷାର୍ଥ କରି ମୁରବୀ ପିଲା ହେବେ ସେହିମାନେ ହିଁ ଉଚ୍ଚ ପଦ ପାଇବେ । ଛୋଟ ଅଥବା ବଡ, ଶରୀରକୁ
ଦେଖି ହୋଇ ନ ଥାଏ । ଜ୍ଞାନ ଏବଂ ଯୋଗରେ ଯିଏ ମସ୍ତ ରୁହନ୍ତି, ସିଏ ହିଁ ବଡ । କେହି ଛୋଟ-ଛୋଟ ପିଲା
ମଧ୍ୟ ଜ୍ଞାନ-ଯୋଗରେ ତୀକ୍ଷ୍ଣ ଅଟନ୍ତି ସେମାନେ ବଡମାନଙ୍କୁ ମଧ୍ୟ ପାଠ ପଢାଇଥା’ନ୍ତି । ଏମିତି ତ
ନିୟମ ରହିଛି ଯେ ବଡମାନେ ହିଁ ଛୋଟମାନଙ୍କୁ ପଢାଇବେ । ଆଜିକାଲି ତ ମିଡଗେଟ୍ (ଅତିକ୍ଷୁଦ୍ର ବାମନ)
ବି ହୋଇଯାଉଛନ୍ତି । ଏପରି ତ ସମସ୍ତ ଆତ୍ମାମାନେ ମଧ୍ୟ ମିଡଗେଡ୍ (ଅତିକ୍ଷୁଦ୍ର) ଅଟନ୍ତି । ଆତ୍ମା
ବିନ୍ଦୁ, ତେଣୁ ତାକୁ କ’ଣ ଓଜନ କରିବା । ଆତ୍ମା ତ ତାରକା ସଦୃଶ । ମନୁଷ୍ୟମାନେ ତାରା ନାମ ଶୁଣି
ଉପରକୁ ଦେଖିବେ । କିନ୍ତୁ ତୁମେ ତାରା ନାମ ଶୁଣି ନିଜକୁ ଦେଖୁଛ । ତୁମେ ଧରିତ୍ରୀର ତାରା ଅଟ ।
ସେମାନେ ହେଉଛନ୍ତି ଆକାଶର, ଯାହାକି ଜଡ, ତୁମେ ଚୈତନ୍ୟ । ସେମାନଙ୍କ ଭିତରେ ତ ଅଦଳ ବଦଳ କିଛି
ହୁଏ ନାହିଁ, ତୁମେ ତ ୮୪ ଜନ୍ମ ନେଉଛ, ବହୁତ ବଡ ଅଭିନୟ କରୁଛ । ଅଭିନୟ କରି-କରି ତୁମର ଉଜ୍ଜ୍ୱଳତା
କମିଯାଇଛି, ବ୍ୟାଟେରୀ ଡିସ୍ଚାର୍ଜ ହୋଇଯାଇଛି । ପୁଣି ବାବା ଆସି ଭିନ୍ନ ଭିନ୍ନ ପ୍ରକାରରେ
ବୁଝାଉଛନ୍ତି, କାରଣ ତୁମର ଆତ୍ମା ନିସ୍ତେଜ ହୋଇ ଯାଇଛି । ଯେଉଁ ଶକ୍ତି ଭରି ହୋଇଥିଲା ତାହା ଖଲାସ
ହୋଇଯାଇଛି । ଏବେ ପୁଣି ବାବାଙ୍କ ଦ୍ୱାରା ଶକ୍ତି ଭରୁଛ । ତୁମେ ଏବେ ନିଜର ଆତ୍ମା ରୂପୀ
ବ୍ୟାଟେରୀକୁ ଚାର୍ଜ କରୁଛ । କିନ୍ତୁ ଏଥିରେ ମଧ୍ୟ ମାୟା ବହୁତ ବିଘ୍ନ ପକାଉଛି, ବ୍ୟାଟେରୀ ଚାର୍ଜ
କରିବାକୁ ଦେଉନାହିଁ । ତୁମେ ସବୁ ଚୈତନ୍ୟ ବ୍ୟାଟେରୀ ଅଟ । ଜାଣୁଛ ବାବାଙ୍କ ସହିତ ଯୋଗ ଲଗାଇଲେ
ଆମେ ସତ୍ତ୍ୱପ୍ରଧାନ ହେବୁ । ଏବେ ତମଃପ୍ରଧାନ ହୋଇଯାଇଛୁ । ସେହି ହଦର (ଦୁନିଆର) ପାଠପଢା ଆଉ ଏହି
ବେହଦର ପାଠପଢା ଭିତରେ ବହୁତ ଫରକ ରହିଛି । କିପରି କ୍ରମାନୁସାରେ ସବୁ ଆତ୍ମାମାନେ ଉପରକୁ ଯାଆନ୍ତି
ପୁଣି ସମୟାନୁସାରେ ଅଭିନୟ କରିବାକୁ ଏଠାକୁ ଆସିବାକୁ ହୁଏ । ତେବେ ସମସ୍ତଙ୍କୁ ନିଜ ନିଜର ଅବିନାଶୀ
ପାର୍ଟ ମିଳିଛି । ତୁମେମାନେ ଏହି ୮୪ ଜନ୍ମର ଅଭିନୟ କେତେ ଥର କରିଥିବ! ତୁମର ବ୍ୟାଟେରୀ କେତେ ଥର
ଚାର୍ଜ ଏବଂ ଡିସ୍ଚାର୍ଜ ହୋଇଥିବ! ଯଦି ଜାଣୁଛ ଆମର ବ୍ୟାଟେରୀ ଡିସ୍ଚାର୍ଜ ହୋଇଯାଇଛି ତେବେ ପୁଣି
ଚାର୍ଜ କରିବାକୁ ଡେରି କାହିଁକି କରୁଛ? କିନ୍ତୁ ମାୟା ବ୍ୟାଟେରୀକୁ ଚାର୍ଜ କରିବାକୁ ଦେଉନାହିଁ ।
ମାୟା ତୁମକୁ ବ୍ୟାଟେରୀ ଚାର୍ଜ କରିବା ଭୁଲାଇ ଦେଉଛି । ଘଡି-ଘଡି ବ୍ୟାଟେରୀ ଡିସ୍ଚାର୍ଜ କରାଇ
ଦେଉଛି । ତୁମେ ଚେଷ୍ଟା କରୁଛ ବାବାଙ୍କୁ ମନେ ପକାଇବା ପାଇଁ କିନ୍ତୁ କରିପାରୁ ନାହଁ ।
ତୁମମାନଙ୍କ ଭିତରେ ଯେଉଁମାନେ ବ୍ୟାଟେରୀ ଚାର୍ଜ କରି ସତ୍ତ୍ୱପ୍ରଧାନ ପର୍ଯ୍ୟନ୍ତ ଆସିଯାଇଛନ୍ତି,
ସେମାନଙ୍କ ଦ୍ୱାରା ମଧ୍ୟ କେବେ-କେବେ ମାୟା ଭୁଲ କରାଇ ବ୍ୟାଟେରୀ ଡିସ୍ଚାର୍ଜ କରିଦେଉଛି ।
ଅନ୍ତିମ ସମୟ ପର୍ଯ୍ୟନ୍ତ ଏହିଭଳି ଚାଲିଥିବ । ପୁଣି ଯେତେବେଳେ ଲଢେଇ ଶେଷ ହେବ ସମସ୍ତେ ସମାପ୍ତ
ହୋଇଯିବେ ପୁଣି ଯାହାର ଯେତିକି ବ୍ୟାଟେରୀ ଚାର୍ଜ ହୋଇଥିବ ସେହି ଅନୁସାରେ ପଦ ପାଇବେ । ସମସ୍ତ
ଆତ୍ମାମାନେ ବାବାଙ୍କର ସନ୍ତାନ, ବାବା ହିଁ ଆସି ସମସ୍ତଙ୍କର ବ୍ୟାଟେରୀ ଚାର୍ଜ କରାଉଛନ୍ତି । କେତେ
ଆଶ୍ଚର୍ଯ୍ୟଜନକ ଖେଳ ନିର୍ମିତ ହୋଇଛି । ପିଲାମାନେ ବାବାଙ୍କ ସହିତ ଯୋଗ ଲଗାଇବା ବାରମ୍ବାର
ଭୁଲିଯାଉଛନ୍ତି ତେଣୁ କେତେ କ୍ଷତି ହୋଇଯାଉଛି । ବୁଦ୍ଧିଯୋଗ ନ ତୁଟିବା ପାଇଁ ବାବା ପୁରୁଷାର୍ଥ
କରାଉଛନ୍ତି । ପୁରୁଷାର୍ଥ କରି-କରି ଯେତେବେଳେ ସମାପ୍ତି ହୋଇଯାଇଥାଏ, ସେତେବେଳେ ପୁଣି
ପୁରୁଷାର୍ଥର କ୍ରମାନୁସାରେ ତୁମର ଅଭିନୟ ପୂରା ହୋଇଥାଏ । ଯେପରି କଳ୍ପ-କଳ୍ପ ହୋଇଥାଏ ।
ଆତ୍ମମାନଙ୍କର ମାଳା ତିଆରି ହୋଇ ଚାଲିଛି ।
ତୁମେ ପିଲାମାନେ ଜାଣୁଛ
ରୁଦ୍ରାକ୍ଷର ମାଳା ରହିଛି, ବିଷ୍ଣୁଙ୍କର ମାଳା ମଧ୍ୟ ରହିଛି । ପ୍ରଥମ ନମ୍ବରରେ ତାଙ୍କର ମାଳା
ରଖିବେ ନା । ବାବା ଦୈବୀ ଦୁନିଆ ରଚନା କରୁଛନ୍ତି ନା । ଯେପରି ରୁଦ୍ର ମାଳା ରହିଛି, ସେପରି
ରୁଣ୍ଡ ମାଳା (ବିଷ୍ଣୁମାଳା) ମଧ୍ୟ ରହିଛି । ବ୍ରାହ୍ମଣଙ୍କର ମାଳା ଏବେ ସମ୍ପୂର୍ଣ୍ଣ ରୂପେ ତିଆରି
ହୋଇନାହିଁ, ଅଦଳି-ବଦଳି ହୋଇ ହୋଇ ଯେତେବେଳେ ଫାଇନାଲ୍ ହେବ ସେତେବେଳେ ରୁଦ୍ର ମାଳା ତିଆରି ହେବ ।
ଏହା ବ୍ରାହ୍ମଣମାନଙ୍କର ମାଳା କିନ୍ତୁ ଏହି ସମୟରେ ତିଆରି ହୋଇପାରିବ ନାହିଁ । ବାସ୍ତବରେ ସମସ୍ତେ
ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ । ଶିବବାବାଙ୍କ ସନ୍ତାନମାନଙ୍କର ମଧ୍ୟ ମାଳା ରହିଛି,
ବିଷ୍ଣୁଙ୍କର ମଧ୍ୟ ମାଳା ରହିଛି । ତୁମେ ବ୍ରାହ୍ମଣ ହୋଇଛ, ତେଣୁ ବ୍ରହ୍ମାଙ୍କର ଏବଂ ଶିବଙ୍କର
ମଧ୍ୟ ମାଳା ହେବା ଦରକାର । ଏହି ଜ୍ଞାନ ଏବେ ତୁମର ବୁଦ୍ଧିରେ କ୍ରମାନୁସାରେ ରହିଛି । ସମସ୍ତେ ତ
ଶୁଣୁଛନ୍ତି ପରନ୍ତୁ କାହାର ସେହି ସମୟରେ ହିଁ କାନରୁ ବାହାରିଯାଉଛି, ଶୁଣୁ ହିଁ ନାହାଁନ୍ତି ।
କେହି ତ ପଢୁ ନାହାଁନ୍ତି, ତାଙ୍କୁ ଜଣା ହିଁ ନାହିଁ ଯେ - ଭଗବାନ ପଢାଇବାକୁ ଆସିଛନ୍ତି । ପଢୁ
ହିଁ ନାହାଁନ୍ତି, ଏହି ପାଠପଢା ତ ବହୁତ ଖୁସୀରେ ପଢିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗର
ଯାତ୍ରା ଦ୍ୱାରା ଆତ୍ମା ରୂପୀ ବ୍ୟାଟେରୀକୁ ଚାର୍ଜ କରି ସତ୍ତ୍ୱପ୍ରଧାନ ସ୍ଥିତି ପର୍ଯ୍ୟନ୍ତ
ପହଞ୍ଚିବାକୁ ପଡିବ । ଏପରି କୌଣସି ଗଫଲତ ବା ଭୁଲ୍ କରିବାର ନାହିଁ, ଯାହା ଦ୍ୱାରା ବ୍ୟାଟେରୀ ଡିସ୍ଚାର୍ଜ
ହୋଇଯିବ ଅର୍ଥାତ୍ ଖାଲି ହୋଇଯିବ ।
(୨) ମୁରବୀ ସନ୍ତାନ
ହେବାକୁ ହେଲେ ବାବାଙ୍କ ସହିତ ଏବଂ ଘର ସହିତ ମଧ୍ୟ ସ୍ନେହ ରଖିବାକୁ ପଡିବ । ସର୍ବଦା ଜ୍ଞାନ ଏବଂ
ଯୋଗମଗ୍ନ ରହିବାକୁ ହେବ । ବାବା ଯାହା ବୁଝାଉଛନ୍ତି ତାହା ନିଜର ଆତ୍ମା ରୂପୀ ଭାଇମାନଙ୍କୁ ମଧ୍ୟ
ବୁଝାଇବାକୁ ହେବ ।
ବରଦାନ:-
ଏକମାତ୍ର
ବାବାଙ୍କୁ ନିଜର ସଂସାର କରି ସର୍ବଦା ସେହି ଜଣଙ୍କର ଆକର୍ଷଣରେ ରହୁଥିବା କର୍ମବନ୍ଧନମୁକ୍ତ ଆତ୍ମା
ହୁଅ ।
ସର୍ବଦା ଏହି ଅନୁଭବରେ
ରୁହ ଯେ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ବାସ୍ ଏକମାତ୍ର ବାବା ହିଁ ମୋର ସଂସାର, ଅନ୍ୟ
କୌଣସି ଆକର୍ଷଣ ନାହିଁ, କୌଣସି କର୍ମବନ୍ଧନ ମଧ୍ୟ ନାହିଁ । ନିଜର କୌଣସି ଦୁର୍ବଳ ସଂସ୍କାରର ମଧ୍ୟ
ବନ୍ଧନ ନ ରହୁ । ଯେଉଁମାନେ କାହା ଉପରେ ବି ମୋ’ର ପଣିଆର ଅଧିକାର ରଖିଥା’ନ୍ତି ସେମାନଙ୍କୁ କ୍ରୋଧ
ବା ଅଭିମାନ ଆସିଥାଏ - ଏହା ମଧ୍ୟ କର୍ମବନ୍ଧନ ଅଟେ । କିନ୍ତୁ ଏକମାତ୍ର ମେରା ବାବା ଭିତରେ ହିଁ
ସବୁକିଛି ମିଶିଯିବ - ଯାହା ଦ୍ୱାରା ସମସ୍ତ କର୍ମବନ୍ଧନରୁ ସହଜରେ ମୁକ୍ତ ହୋଇଯିବ ।
ସ୍ଲୋଗାନ:-
ମହାନ ଆତ୍ମା
ତାଙ୍କୁ କୁହାଯିବ ଯାହାଙ୍କର ଦୃଷ୍ଟି ଏବଂ ବୃତ୍ତି ବେହର ଅଟେ ।