07.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହା
ଅନାଦି ଅବିନାଶୀ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ଏଥିରେ ଯେଉଁ ଦୃଶ୍ୟ ବିତିଗଲା ତାହାର ପୁଣି
ଗୋଟିଏ କଳ୍ପ ପରେ ହିଁ ପୁନରାବୃତ୍ତି ହେବ, ସେଥିପାଇଁ ସର୍ବଦା ନିଶ୍ଚିନ୍ତ ରୁହ ।”
ପ୍ରଶ୍ନ:-
ଏହି ଦୁନିଆ
ନିଜର ତମଃପ୍ରଧାନ ସ୍ଥିତିରେ ପହଞ୍ଚି ଗଲାଣି, ତାହାର ଲକ୍ଷଣ ସବୁ କ’ଣ?
ଉତ୍ତର:-
ଦିନକୁ ଦିନ ଉପଦ୍ରବ ବଢି ଚାଲିଛି, କେତେ ସବୁ ଗଣ୍ଡଗୋଳ ହେଉଛି । ଚୋରମାନେ କିପରି ମାର-ପିଟ୍ କରି
ଲୁଟି ନେଉଛନ୍ତି । ଅସମୟରେ ବର୍ଷା ହେଉଛି ତେଣୁ କେତେ କ୍ଷୟକ୍ଷତି ହୋଇଯାଉଛି । ଏ ସବୁ ହେଲା
ତମଃପ୍ରଧାନତାର ଚିହ୍ନ । ତମଃପ୍ରଧାନ ପ୍ରକୃତି ମନୁଷ୍ୟକୁ ଦୁଃଖ ଦେଇ ଚାଲିଛି । ତୁମେ ପିଲାମାନେ
ଡ୍ରାମାର ରହସ୍ୟକୁ ଜାଣିଛ ସେଥିପାଇଁ କହୁଛ କିଛି ନୂଆ କଥା ନୁହେଁ ।
ଓମ୍ ଶାନ୍ତି ।
ଏବେ ତୁମ
ପିଲାମାନଙ୍କ ଉପରେ ଜ୍ଞାନର ବର୍ଷା ହେଉଛି । ତୁମେ ହେଉଛ ସଙ୍ଗମଯୁଗୀ ଏବଂ ବାକି ଯେଉଁ ସବୁ
ମନୁଷ୍ୟ ଅଛନ୍ତି ସେମାନେ କଳିଯୁଗୀ । ବର୍ତ୍ତମାନ ଦୁନିଆରେ ଅନେକ ମତ-ମତାନ୍ତର ରହିଛି । ତୁମ
ପିଲାମାନଙ୍କର ହେଉଛି ଗୋଟିଏ ମତ, ଯେଉଁ ମତ ଭଗବାନଙ୍କଠାରୁ ହିଁ ମିଳୁଛି । ଭକ୍ତମାନେ ଭକ୍ତି
ମାର୍ଗରେ ଜପ-ତପ-ତୀର୍ଥ ଆଦି ଯାହା କିଛି କରୁଛନ୍ତି ସେମାନେ ଭାବୁଛନ୍ତି ଏସବୁ ଭଗବାନଙ୍କ ସହିତ
ମିଶିବାର ରାସ୍ତା । କହୁଛନ୍ତି ଭକ୍ତି ପରେ ହିଁ ଭଗବାନ ମିଳିବେ । କିନ୍ତୁ ସେମାନେ
ଜାଣିନାହାଁନ୍ତି ଯେ ଭକ୍ତି କେବେଠାରୁ ଆରମ୍ଭ ହେଉଛି ଏବଂ କେଉଁ ପର୍ଯ୍ୟନ୍ତ ଚାଲିବ । କେବଳ କହି
ଦେଉଛନ୍ତି ଭକ୍ତି ଦ୍ୱାରା ଭଗବାନ ମିଳିବେ, ସେଥିପାଇଁ ଅନେକ ପ୍ରକାରର ଭକ୍ତି କରି ଚାଲିଛନ୍ତି ।
ଏ କଥା ମଧ୍ୟ ନିଜେ ଭାବୁଛନ୍ତି ଯେ ପରମ୍ପରାରୁ ଆମେ ଭକ୍ତି କରି ଆସିଛୁ । ତେଣୁ ଦିନେ ନା ଦିନେ
ଭଗବାନ ନିଶ୍ଚୟ ମିଳିବେ । କୌଣସି ନା କୌଣସି ରୂପରେ ଭଗବାନ ମିଳିବେ । ତେବେ ଆସି କ’ଣ କରିବେ?
ନିଶ୍ଚିତ ସଦ୍ଗତି କରିବେ କାହିଁକି ନା ସେ ହେଉଛନ୍ତି ସମସ୍ତଙ୍କର ସଦ୍ଗତି ଦାତା । ଭଗବାନ କିଏ,
କେବେ ଆସିବେ, ଏ କଥା ମଧ୍ୟ କେହି ଜାଣି ନାହାଁନ୍ତି । ଯଦିଓ ଭିନ୍ନ-ଭିନ୍ନ ପ୍ରକାରରେ ମହିମା ଗାନ
କରୁଛନ୍ତି, କହୁଛନ୍ତି ଭଗବାନ ପତିତ-ପାବନ, ଜ୍ଞାନର ସାଗର ଅଟନ୍ତି । ଜ୍ଞାନ ଦ୍ୱାରା ହିଁ ସଦ୍ଗତି
ହେଉଛି । ଏ କଥା ମଧ୍ୟ ଜାଣିଛନ୍ତି ଯେ ଭଗବାନ ନିରାକାର ଅଟନ୍ତି । ଯେପରି ଆମେ ଆତ୍ମା ନିରାକାର,
ପରେ ଶରୀର ଧାରଣ କରୁଛୁ । ଆମେ ଆତ୍ମାମାନେ ମଧ୍ୟ ବାବାଙ୍କ ସାଥିରେ ପରମଧାମର ନିବାସୀ ଅଟୁ । ଆମେ
ଏଠାକାର ବାସିନ୍ଦା ନୁହେଁ । କେଉଁ ସ୍ଥାନର ନିବାସୀ ଅଟୁ, ଏ କଥା ମଧ୍ୟ ଯଥାର୍ଥ ଭାବରେ କହିପାରୁ
ନାହାଁନ୍ତି । କେହି-କେହି ତ ଭାବୁଛନ୍ତି - ଆମେ ସ୍ୱର୍ଗକୁ ଚାଲିଯିବୁ । ତେବେ ସିଧା ସଳଖ
ସ୍ୱର୍ଗକୁ ତ କେହି ଯାଇପାରିବେ ନାହିଁ । କେହି ପୁଣି କହୁଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଯିବୁ ।
ଏହା ମଧ୍ୟ ଭୁଲ । ଆତ୍ମାକୁ ବିନାଶୀ କରିଦେଉଛନ୍ତି । ମୋକ୍ଷ ମଧ୍ୟ କାହାକୁ ମିଳିପାରିବ ନାହିଁ ।
ଯେବେକି କହୁଛନ୍ତି ବନି ବନାୟୀ ଅର୍ଥାତ୍ ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ..... ଏହି ଚକ୍ର ଘୂରି
ଚାଲିଛି । ଇତିହାସ- ଭୂଗୋଳର ପୁନରାବୃତ୍ତି ହେଉଛି । କିନ୍ତୁ ଚକ୍ର କିପରି ଘୂରୁଛି ଏ କଥା କେହି
ଜାଣି ନାହାଁନ୍ତି । ନା ଚକ୍ରକୁ ଜାଣିଛନ୍ତି, ନା ଈଶ୍ୱରଙ୍କୁ ଜାଣିଛନ୍ତି । ଭକ୍ତିମାର୍ଗରେ କେତେ
ଘୂରି ବୁଲୁଛନ୍ତି । ଭଗବାନ କିଏ ଏକଥା ତୁମେ ଜାଣିଛ । ଭଗବାନଙ୍କୁ ପିତା ବୋଲି କହୁଛନ୍ତି ତେଣୁ
ଏହା ବୁଦ୍ଧିରେ ଆସିବା ଦରକାର ନା । ଲୌକିକ ପିତା ଥାଇ ମଧ୍ୟ ଆମେ ତାଙ୍କୁ ମନେ ପକାଉଛୁ ତେଣୁ
ଦୁଇଜଣ ପିତା ହୋଇଗଲେ - ଲୌକିକ ଏବଂ ପାରଲୌକିକ । ସେହି ପାରଲୌକିକ ପିତାଙ୍କୁ ପାଇବା ପାଇଁ ଏତେ
ଭକ୍ତି କରୁଛନ୍ତି । ସେ ପରଲୋକରେ ରହୁଛନ୍ତି । ନିରାକାରୀ ଦୁନିଆ ମଧ୍ୟ ନିଶ୍ଚୟ ରହିଛି ।
ତୁମେ ଭଲ ଭାବରେ ଜାଣିଛ
- ମନୁଷ୍ୟ ଯାହା କିଛି କରୁଛନ୍ତି ସେ ସବୁ ହେଲା ଭକ୍ତିମାର୍ଗ । ରାବଣ ରାଜ୍ୟରେ ଭକ୍ତି ହିଁ ଭକ୍ତି
ହୋଇ ଆସିଛି । ସେଠାରେ ଜ୍ଞାନ ରହିପାରିବ ନାହିଁ । ଭକ୍ତି ଦ୍ୱାରା କେବେ କାହାର ସଦ୍ଗତି
ହୋଇପାରିବ ନାହିଁ । ସେଥିପାଇଁ ତ ସଦ୍ଗତି ଦାତା ବାବାଙ୍କୁ ଡାକୁଛନ୍ତି ତେବେ ନିଶ୍ଚିତ ସେ କେବେ
ଆସି ସଦ୍ଗତି କରିବେ । ତୁମେ ଜାଣିଛ ଏହା ବିଲକୁଲ୍ ହିଁ ତମଃପ୍ରଧାନ ଦୁନିଆ । ସତ୍ତ୍ୱପ୍ରଧାନ
ଥିଲୁ ଏବେ ତମଃପ୍ରଧାନ ହୋଇଯାଇଛୁ, ଏଠାରେ କେତେ ଉପଦ୍ରବ ହୋଇ ଚାଲିଛି । ବହୁତ ଗଣ୍ଡଗୋଳ ହେଉଛି
ଚୋରମାନେ ମଧ୍ୟ ଲୁଟ୍ କରୁଛନ୍ତି । କିଭଳି ମାଡ଼୍ପିଟ୍ କରି ଚୋରମାନେ ପଇସା ଲୁଟି ନେଇଯାଉଛନ୍ତି ।
ଏପରି ଔଷଧ ସବୁ ଅଛି ଯାହାକୁ ଶୁଙ୍ଘାଇ ବେହୋସ କରିଦେଉଛନ୍ତି । ଏହା ହେଉଛି ରାବଣରାଜ୍ୟ, ଏହା
ବହୁତ ବଡ଼ ବେହଦର ଖେଳ ଅଟେ । ଏହାକୁ ଘୂରିବା ପାଇଁ ୫ ହଜାର ବର୍ଷ ଲାଗୁଛି । ଖେଳ ମଧ୍ୟ ଡ୍ରାମା
ସଦୃଶ ହେଉଛି । ଏହାକୁ ନାଟକ କୁହାଯିବ ନାହିଁ । ଧରିନିଅ ନାଟକରେ କୌଣସି ଅଭିନେତାଙ୍କର
ସ୍ୱାସ୍ଥ୍ୟ ଖରାପ ହୋଇଗଲା ତେବେ ଅଦଳ ବଦଳ କରିଦେଇଥା’ନ୍ତି । ଏଥିରେ ତ ସେକଥା ହୋଇପାରିବ ନାହିଁ
। ଏହା ତ ଅନାଦି ଡ୍ରାମା ଅଟେ ନା । ଧରିନିଅ କାହାର ଦେହ ଖରାପ ହୋଇଗଲା କହିବେ ଏହିଭଳି ଦେହ ଖରାପ
ହେବା ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ଏହା ଅନାଦି ପୂର୍ବ ପ୍ରସ୍ତୁତ ଅଟେ । ଅନ୍ୟ କାହାକୁ ତୁମେ
ଡ୍ରାମା ବୋଲି କହିଲେ ସେ ଦ୍ୱନ୍ଦରେ ପଡ଼ିଯିବେ । ତୁମେ ଜାଣିଛ ଏହା ବେହଦର ଡ୍ରାମା ଅଟେ । କଳ୍ପ
ପରେ ମଧ୍ୟ ଏହି ଅଭିନେତାମାନେ ରହିବେ । ବର୍ତ୍ତମାନ ଯେପରି ବର୍ଷା ଇତ୍ୟାଦି ହେଉଛି, କଳ୍ପ ପରେ
ମଧ୍ୟ ଏହିପରି ହେବ । ଏହି ସବୁ ପ୍ରାକୃତିକ ଉପଦ୍ରବ ହେବ । ତୁମେ ଜାଣିଛ ଜ୍ଞାନର ବର୍ଷା
ସମସ୍ତଙ୍କ ଉପରେ ପଡ଼ିପାରିବ ନାହିଁ କିନ୍ତୁ ଏହି ଖବର ସମସ୍ତଙ୍କ କାନକୁ ନିଶ୍ଚୟ ଯିବ ଯେ ଜ୍ଞାନ
ସାଗର ଭଗବାନ ଆସିଛନ୍ତି । ତୁମର ମୁଖ୍ୟ ହେଲା ଯୋଗ । ଜ୍ଞାନ ମଧ୍ୟ ତୁମେ ଶୁଣୁଛ ବାକି ପାଣିର
ବର୍ସା ତ ସାରା ଦୁନିଆରେ ହେଉଛି । ତୁମର ଯୋଗ ଦ୍ୱାରା ସ୍ଥାୟୀ ଶାନ୍ତି ହୋଇଯାଉଛି । ତୁମେ
ସମସ୍ତଙ୍କୁ ଶୁଣାଉଛ ଯେ ସ୍ୱର୍ଗ ସ୍ଥାପନ କରିବା ପାଇଁ ଭଗବାନ ଆସିଛନ୍ତି । କିନ୍ତୁ ଏଭଳି ଅନେକ
ଅଛନ୍ତି ଯେଉଁମାନେ ନିଜକୁ ଭଗବାନ ଭାବୁଛନ୍ତି, ତେବେ ତୁମକୁ କିଏ ମାନିବ, ସେଥିପାଇଁ ବାବା
ବୁଝାଉଛନ୍ତି - କୋଟିକରେ କେହି ଜଣେ ବାହାରିବେ । ତୁମମାନଙ୍କ ଭିତରେ ବି କ୍ରମାନୁସାରେ ଜାଣିଛନ୍ତି
ଯେ ଭଗବାନ ବାବା ଆସିଛନ୍ତି । ବାବାଙ୍କଠାରୁ ତ ବର୍ସା (ସମ୍ପତ୍ତି) ନେବା ଦରକାର ନା । ବାବାଙ୍କୁ
କିପରି ମନେ ପକାଇବ ତାହା ମଧ୍ୟ ବୁଝାଉଛନ୍ତି । ନିଜକୁ ଆତ୍ମା ନିଶ୍ଚୟ କର । ମନୁଷ୍ୟମାନେ ତ
ଦେହ-ଅଭିମାନୀ ହୋଇଯାଇଛନ୍ତି । ବାବା କହୁଛନ୍ତି ମୁଁ ସେତେବେଳେ ଆସୁଛି ଯେତେବେଳେ ସବୁ ମନୁଷ୍ୟ
ଆତ୍ମାମାନେ ପତିତ ହୋଇଯାଉଛନ୍ତି । ତୁମେ କେତେ ତମଃପ୍ରଧାନ ହୋଇଯାଇଛ । ବର୍ତ୍ତମାନ ମୁଁ ଆସିଛି
ତୁମକୁ ସତ୍ତ୍ୱପ୍ରଧାନ କରାଇବା ପାଇଁ । କଳ୍ପ ପୂର୍ବରୁ ମଧ୍ୟ ମୁଁ ତୁମକୁ ଏହିପରି ବୁଝାଇଥିଲି ।
ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବ? ସେଥିପାଇଁ କେବଳ ମୋତେ ମନେ ପକାଅ । ମୁଁ ଆସିଛି
ତୁମକୁ ନିଜର ଏବଂ ରଚନାର ପରିଚୟ ଦେବାକୁ । ରାବଣ ରାଜ୍ୟରେ ସେହି ବାବାଙ୍କୁ ସମସ୍ତେ ମନେ
ପକାଉଛନ୍ତି । ଆତ୍ମା ନିଜର ପିତାଙ୍କୁ ମନେପକାଉଛି । ବାବା ଅଶରୀରୀ ହିଁ ଅଟନ୍ତି, ସିଏ ବିନ୍ଦୁ
ଅଟନ୍ତି ନା । ପୁଣି ତାଙ୍କର ନାମ ମଧ୍ୟ ରଖାଯାଇଛି । ତୁମକୁ ଶାଳଗ୍ରାମ ଏବଂ ବାବାଙ୍କୁ ଶିବ
କୁହାଯାଉଛି । ତୁମ ପିଲାମାନଙ୍କର ଶରୀରର ନାମ ରଖାଯାଉଛି । ବାବା ତ ପରମଆତ୍ମା ହିଁ ଅଟନ୍ତି ।
ତାଙ୍କୁ ଶରୀର ତ ଧାରଣ କରିବାର ନାହିଁ । ସେ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି । ଏହା
ବ୍ରହ୍ମାଙ୍କ ଶରୀର ଅଟେ, ଏହାଙ୍କୁ ଶିବ କୁହାଯିବ ନାହିଁ । ଆତ୍ମା ନାମ ତ ତୁମର ଅଛି ପୁଣି ତୁମେ
ଶରୀର ନେଉଛ । ସେ ହେଲେ ପରମ ଆତ୍ମା ସମସ୍ତ ଆତ୍ମାମାନଙ୍କର ପିତା । ତେଣୁ ସମସ୍ତଙ୍କର ଦୁଇଟି ପିତା
ହୋଇଗଲେ । ଜଣେ ନିରାକାରୀ, ଅନ୍ୟ ଜଣେ ସାକାରୀ । ଏହାଙ୍କୁ (ବ୍ରହ୍ମାଙ୍କୁ) ପୁଣି ଅଲୌକିକ ପିତା
ବୋଲି କୁହାଯାଉଛି । କେତେ ଢ଼େର ସନ୍ତାନ ଅଛନ୍ତି । ମନୁଷ୍ୟମାନେ ଏ କଥା ବୁଝି ପାରୁନାହାଁନ୍ତି ଏତେ
ଢ଼େର ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ଅଛନ୍ତି, ଏମାନେ ସବୁ କିଏ! ଏହା କେଉଁ ପ୍ରକାରର ଧର୍ମ!
ବୁଝିପାରୁ ନାହାଁନ୍ତି । ତୁମେ ଜାଣିଛ ଏହି କୁମାର-କୁମାରୀ ଅକ୍ଷର ପ୍ରବୃତ୍ତି ମାର୍ଗର ଅଟେ ନା ।
ମା, ବାପା, କୁମାରୀ ଏବଂ କୁମାର । ଭକ୍ତିମାର୍ଗରେ ତୁମେ ମନେ ପକାଉଛ ତୁମେ ମାତା-ପିତା .......
। ଏବେ ତୁମକୁ ମାତା-ପିତା ମିଳିଛନ୍ତି, ସିଏ ତୁମକୁ ପୋଷ୍ୟ କରିଛନ୍ତି । ସତ୍ୟଯୁଗରେ ପୋଷ୍ୟ କରିବେ
ନାହିଁ । ସେଠାରେ ଆଡପ୍ସନ୍ (ପୋଷ୍ୟ)ର ନାମ ରହିବ ନାହିଁ । ଏଠାରେ ପୁଣି ବି ନାମ ରହିଛି । ସିଏ
ହେଲେ ହଦର ପିତା, ଇଏ ହେଲେ ବେହଦର ପିତା । ଏହା ବେହଦର ଆଡପ୍ସନ୍ ଅଟେ । ଏହି ରହସ୍ୟ ବହୁତ ଗହନ
ଏବଂ ବୁଝିବା ଯୋଗ୍ୟ ଅଟେ । କିନ୍ତୁ ତୁମେମାନେ ସଂପୂର୍ଣ୍ଣ ରୂପେ କାହାକୁ ବୁଝାଉନାହଁ ।
ପ୍ରଥମେ-ପ୍ରଥମେ ଯେତେବେଳେ କେହି ଭିତରକୁ ଆସିଥାନ୍ତି, କୁହନ୍ତି ଗୁରୁଙ୍କର ଦର୍ଶନ କରିବାକୁ
ଆସିଛୁ, ତେବେ ତୁମେ କୁହ ଏହା କୌଣସି ମନ୍ଦିର ନୁହେଁ । ବୋର୍ଡ ଉପରେ ଦେଖ କ’ଣ ଲେଖାଯାଇଛି!
ବ୍ରହ୍ମାକୁମାର-କୁମାରୀ ଢ଼େର ଅଛନ୍ତି । ଏମାନେ ସମସ୍ତେ ପ୍ରଜାପିତାଙ୍କର ସନ୍ତାନ ଅଟନ୍ତି । ତୁମେ
ମଧ୍ୟ ପ୍ରଜା ଅଟ । ଭଗବାନ ସୃଷ୍ଟି ରଚନା କରୁଛନ୍ତି, ବ୍ରହ୍ମାଙ୍କ ମୁଖକମଳ ଦ୍ୱାରା ଆମକୁ ରଚନା
କରିଛନ୍ତି । ଆମେ ହେଉଛୁ ନୂଆ ସୃଷ୍ଟିର, ତୁମେ ପୁରୁଣା ସୃଷ୍ଟିର ଅଟ । ସଙ୍ଗମଯୁଗରେ ହିଁ ନୂଆ
ସୃଷ୍ଟିର ସ୍ଥାପନା କରିବାକୁ ପଡ଼ିଥାଏ । ଏହା ହେଉଛି ପୁରୁଷୋତ୍ତମ ହେବାର ଯୁଗ । ତୁମେ ସଙ୍ଗମଯୁଗରେ
ଅଛ, ସେମାନେ କଳିଯୁଗରେ ଅଛନ୍ତି ଯେପରି ବିଭାଜନ ହୋଇଯାଇଛି । ଆଜିକାଲି ତ ଦେଖ କେତେ ବିଭାଜନ
ହେଉଛି । ପ୍ରତ୍ୟେକ ଧର୍ମାବଲମ୍ବୀ ଭାବୁଛନ୍ତି ଆମେ ନିଜର ପ୍ରଜାଙ୍କୁ ଅର୍ଥାତ୍ ନିଜ ଧର୍ମର
ଲୋକଙ୍କର ଦାୟିତ୍ୱ ନେବୁ, ନିଜର ଧର୍ମକୁ, ନିଜ ଧର୍ମାବଲମ୍ବୀ ମାନଙ୍କୁ ସୁଖୀ ରଖିବୁ, ସେଥିପାଇଁ
ପ୍ରତ୍ୟେକ କହୁଛନ୍ତି - ଆମ ରାଷ୍ଟ୍ରରୁ ଏହି ଜିନିଷ ବାହାରକୁ ନ ଯାଉ । ଆଗରୁ ତ ରାଜାମାନଙ୍କର
ସମସ୍ତ ପ୍ରଜାମାନଙ୍କ ଉପରେ ହୁକୁମ ଚାଲୁଥିଲା । ରାଜାଙ୍କୁ ମାତା-ପିତା, ଅନ୍ନଦାତା ବୋଲି କହୁଥିଲେ
। ଏବେ ତ ରାଜା-ରାଣୀ କେହି ନାହାଁନ୍ତି । ଅଲଗା-ଅଲଗା ଟୁକୁଡ଼ା ଟୁକୁଡା ହୋଇଯାଇଛନ୍ତି । କେତେ
ପ୍ରାକୃତିକ ଉପଦ୍ରବ ହେଉଛି । ଅଚାନକ ବନ୍ୟା ଆସିଯାଉଛି, ଭୂମିକମ୍ପ ହେଉଛି, ଏହା ହେଉଛି ଦୁଃଖ
ଦାୟକ ମୃତ୍ୟୁ ।
ଏବେ ତୁମେ ବ୍ରାହ୍ମଣମାନେ
ବୁଝୁଛ ଯେ ଆମେ ସମସ୍ତେ ପରସ୍ପର ଭାଇ-ଭାଇ ଅଟୁ । ତେଣୁ ଆମକୁ ପରସ୍ପର ସହିତ ବହୁତ ବହୁତ ସ୍ନେହରେ
ରହିବାକୁ ହେବ । ଆମେ ସମସ୍ତେ ଏକ ବାପାଙ୍କର ସନ୍ତାନ ତେଣୁ ପରସ୍ପର ସହିତ ବହୁତ ସ୍ନେହ ରହିବା
ଉଚିତ୍ । ରାମରାଜ୍ୟରେ ବାଘ-ଛେଳି ଯିଏକି ଏକଦମ୍ ପକ୍କା ଶତ୍ରୁ ଅଟନ୍ତି, ସେମାନେ ମଧ୍ୟ ଏକତ୍ର
ପାଣି ପିଇଥାନ୍ତି । ଏଠାରେ ଦେଖ ଘରେ ଘରେ କେତେ ଝଗଡ଼ା ହେଉଛି । ଦେଶ ଦେଶ ମଧ୍ୟରେ ଝଗଡ଼ା, ନିଜ
ନିଜ ଭିତରେ ମଧ୍ୟ ବିବାଦ କରୁଛନ୍ତି । ଅନେକ ମତ ରହିଛି । ଏବେ ତୁମେ ଜାଣିଛ ଆମେ ସମସ୍ତେ ଅନେକଥର
ବାବାଙ୍କଠାରୁ ବର୍ସା ନେଇ ପୁଣି ହରାଇଛୁ ଅର୍ଥାତ୍ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛୁ ଏବଂ ପୁଣି
ହାରିଯାଉଛୁ । ଏକମାତ୍ର ବାବାଙ୍କ ଶ୍ରୀମତ ଆଧାରରେ ଆମେ ବିଶ୍ୱର ମାଲିକ ହୋଇଯାଉଛୁ, ସେଥିପାଇଁ
ତାଙ୍କୁ ସର୍ବୋଚ୍ଚ ଭଗବାନ କୁହାଯାଉଛି । ସମସ୍ତଙ୍କର ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଉଛି ।
ଏବେ ସିଏ ତୁମକୁ ସୁଖର ରାସ୍ତା ବତାଉଛନ୍ତି । ତେଣୁ ତୁମେମାନେ ପରସ୍ପର ସ୍ନେହରେ ରହିବା ଉଚିତ୍ ।
ଦୁନିଆରେ ସମସ୍ତେ ପରସ୍ପର ସହିତ ଲୁଣପାଣି ଅର୍ଥାତ୍ ଶତ୍ରୁ ହୋଇ ରହୁଛନ୍ତି । ଜଣେ ଅନ୍ୟ ଜଣଙ୍କୁ
ମାରିବା ପାଇଁ ବିଳମ୍ବ କରୁନାହାଁନ୍ତି । ତୁମେ ଈଶ୍ୱରୀୟ ସନ୍ତାନମାନେ ତ ବହୁତ ସ୍ନେହରେ ରହିବା
ଉଚିତ୍ । ତୁମେ ଈଶ୍ୱରୀୟ ସନ୍ତାନ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ଅଟ । ତୁମେ ବାବାଙ୍କର କେତେ
ସହଯୋଗୀ ହେଉଛ । ପୁରୁଷୋତ୍ତମ କରାଇବା ପାଇଁ ବାବାଙ୍କର ସହଯୋଗୀ ହେଉଛ, ତେଣୁ ତୁମମାନଙ୍କର ମନରେ
ଏକଥା ଆସିବା ଦରକାର ଯେ - ଆମେ ପୁରୁଷୋତ୍ତମ ଅଟୁ, ଆମ ପାଖରେ ସେହି ଦୈବୀଗୁଣ ଅଛି? ଯଦି ଆସୁରୀ
ଗୁଣ ରହିବ ତେବେ ନିଜକୁ ବାବାଙ୍କର ସନ୍ତାନ ତ କହିପାରିବ ନାହିଁ । ସେଥିପାଇଁ କୁହାଯାଉଛି
ସତଗୁରୁଙ୍କ ନିନ୍ଦୁକକୁ ଠାବ ନାହିଁ । ସେହି କଳିଯୁଗୀ ଗୁରୁମାନେ ପୁଣି ନିଜ ପାଇଁ କହି
ମନୁଷ୍ୟମାନଙ୍କୁ ଡରାଇ ଦେଉଛନ୍ତି । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି - ସୁପୁତ୍ର ସନ୍ତାନ
ସିଏ ଯିଏ ବାବାଙ୍କର ସୁନାମ କରୁଛନ୍ତି, ପରସ୍ପର ବହୁତ ସ୍ନେହରେ ରହୁଛନ୍ତି । ବାବା ସର୍ବଦା
କହୁଛନ୍ତି - କ୍ଷୀର ଖଣ୍ଡ ଅର୍ଥାତ୍ ସ୍ନେହୀ ହୁଅ । ଲୁଣପାଣି ଅର୍ଥାତ୍ ପରସ୍ପର ଭିତରେ ଶତ୍ରୁତା
କରି ଲଢ଼େଇ-ଝଗଡ଼ା କର ନାହିଁ । ତୁମକୁ ଏଠାରେ ବହୁତ ସ୍ନେହୀ ହୋଇ ରହିବାକୁ ହେବ । ପରସ୍ପର ସହିତ
ବହୁତ ସ୍ନେହ ରହିବା ଉଚିତ୍ କାହିଁକିନା ତୁମେ ଈଶ୍ୱରୀୟ ସନ୍ତାନ ଅଟ । ଈଶ୍ୱର ସବୁଠାରୁ ପ୍ରିୟ
ଅଟନ୍ତି, ସେଥିପାଇଁ ତ ସମସ୍ତେ ତାଙ୍କୁ ମନେ ପକାଉଛନ୍ତି । ତେଣୁ ତୁମର ପରସ୍ପର ମଧ୍ୟରେ ବହୁତ
ସ୍ନେହ ରହିବା ଉଚିତ୍ । ନଚେତ୍ ବାବାଙ୍କର ଇଜ୍ଜତ ତଳେ ପଡିଯିବ । ଈଶ୍ୱରଙ୍କର ସନ୍ତାନ ନିଜ ନିଜ
ଭିତରେ କିପରି ଲୁଣିପାଣି ହୋଇପାରିବ, ପୁଣି ପଦ କିପରି ପାଇବ! ବାବା ବୁଝାଉଛନ୍ତି ପରସ୍ପର ସହିତ
କ୍ଷୀର ଖଣ୍ଡ ହୋଇ ରୁହ । ଲୁଣ ପାଣି ହେଲେ କିଛି ମଧ୍ୟ ଧାରଣା ହେବ ନାହିଁ । ଯଦି ବାବାଙ୍କ
ନିର୍ଦ୍ଦେଶ ଅନୁଯାୟୀ ନ ଚାଲିବ ତେବେ ଉଚ୍ଚପଦ କିପରି ପାଇବ । ଦେହ-ଅଭିମାନରେ ଆସି ପରସ୍ପର ସହିତ
ଲଢ଼େଇ କରୁଛନ୍ତି । ଦେହୀ-ଅଭିମାନୀ ହୋଇ ରହିଲେ କୌଣସି ଖିଟ୍ପିଟ୍ ହେବ ନାହିଁ । ଈଶ୍ୱର ପିତା
ମିଳିଛନ୍ତି ତେଣୁ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଆତ୍ମାକୁ ବାବାଙ୍କ ସଦୃଶ ହେବାକୁ ପଡ଼ିବ
। ଯେପରି ବାବାଙ୍କ ପାଖରେ ପବିତ୍ରତା, ସୁଖ, ପ୍ରେମ ଇତ୍ୟାଦି ଗୁଣ ସବୁ ଅଛି, ତୁମକୁ ମଧ୍ୟ ହେବାକୁ
ପଡ଼ିବ । ନଚେତ୍ ଉଚ୍ଚପଦ ପାଇପାରିବ ନାହିଁ । ପାଠପଢ଼ି ବାବାଙ୍କଠାରୁ ଉଚ୍ଚ ବର୍ସା ପାଇବାକୁ ହେବ ।
ଯିଏ ଅନେକଙ୍କର କଲ୍ୟାଣ କରିଥାନ୍ତି, ସେ ହିଁ ରାଜା-ରାଣୀ ହୋଇପାରିବେ । ବାକି ଯାଇ ଦାସ-ଦାସୀ
ହେବେ । ବୁଝି ତ ପାରୁଛ ନା - କିଏ-କିଏ କ’ଣ ହେବେ? ବିଦ୍ୟାର୍ଥୀମାନେ ନିଜେ ମଧ୍ୟ ବୁଝିପାରିବେ -
ଏହି ହିସାବରେ ଆମେ ବାବାଙ୍କର ନାମ କେତେ ପ୍ରତ୍ୟକ୍ଷ କରିପାରିବୁ । ଈଶ୍ୱରଙ୍କ ସନ୍ତାନ ତ ସବୁଠାରୁ
ସ୍ନେହୀ ହେବା ଉଚିତ୍, ଯାହାକି କେହି ବି ଦେଖି ଖୁସି ହୋଇଯିବେ । ବାବାଙ୍କୁ ମଧ୍ୟ ସେହିମାନେ
ହିଁ ମିଠା ଲାଗିବେ । ତେଣୁ ପ୍ରଥମେ ଘରକୁ ତ ସୁଧାର । ପ୍ରଥମେ ଘରକୁ ପୁଣି ପରେ ପରକୁ (ଅନ୍ୟମାନଙ୍କୁ)
ସୁଧାରିବା ଉଚିତ୍ । ଗୃହସ୍ଥ ବ୍ୟବହାରରେ କମଳ (ପଦ୍ମ) ଫୁଲ ସମାନ ପବିତ୍ର ଏବଂ କ୍ଷୀର ଖଣ୍ଡ ହୋଇ
ରୁହ । କେହି ମଧ୍ୟ ଦେଖିଲେ କହିବେ - ଓହୋ! ଏହା ତ ସ୍ୱର୍ଗ ଅଟେ । ଅଜ୍ଞାନ କାଳରେ ମଧ୍ୟ ବାବା
ନିଜେ ଏପରି ଘର ଦେଖିଛନ୍ତି । ୬-୭ ଭାଇ ବିବାହ କରି ମଧ୍ୟ ସବୁ ଏକାଠି ରହିଥାନ୍ତି । ସକାଳୁ ଉଠି
ଭକ୍ତି କରିଥାନ୍ତି । ଘରେ ଏକଦମ୍ ଶାନ୍ତି ଲାଗି ରହିଥାଏ । ଏହା ତ ତୁମର ଈଶ୍ୱରୀୟ କୁଟୁମ୍ବ ଅଟେ
। ହଂସ (ପବିତ୍ର) ଏବଂ ବଗ (ପତିତ) ଏକତ୍ର ତ ରହି ପାରିବେ ନାହିଁ । ତୁମକୁ ତ ହଂସ ହେବାକୁ ପଡ଼ିବ
। ଲୁଣପାଣି ହେଲେ ବାବା ଖୁସି ହେବେ ନାହିଁ । ବାବା କହିବେ ତୁମେ କେତେ ନାମ ବଦନାମ କରୁଛ । ଯଦି
କ୍ଷୀର ଖଣ୍ଡ ହୋଇ ନ ରହିବ ତେବେ ସ୍ୱର୍ଗରେ ଉଚ୍ଚପଦ ପାଇବ ନାହିଁ, ବହୁତ ଦଣ୍ଡ ଭୋଗ କରିବ ।
ବାବାଙ୍କର ହୋଇ ପୁଣି ଯଦି ଲୁଣପାଣି ହୋଇ ରହିବ ତେବେ ଶହେଗୁଣା ଦଣ୍ଡ ଭୋଗ କରିବାକୁ ପଡ଼ିବ । ପୁଣି
ତୁମକୁ ସାକ୍ଷାତ୍କାର ମଧ୍ୟ ହେବ କି ମୁଁ କେଉଁ ପଦ ପାଇବି । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା
ଧ୍ୟାନ ରହୁ - ଆମେ ଈଶ୍ୱରଙ୍କର ସନ୍ତାନ, ଆମକୁ ବହୁତ ବହୁତ ସ୍ନେହୀ ହୋଇ ରହିବାକୁ ହେବ । ପରସ୍ପର
ମଧ୍ୟରେ କେବେ ହେଲେ ଲୁଣପାଣି ଅର୍ଥାତ୍ ମନୋମାଳିନ୍ୟ ହେବାର ନାହିଁ । ପ୍ରଥମେ ନିଜକୁ ସୁଧାରିବାକୁ
ହେବ, ତା’ପରେ ଅନ୍ୟକୁ ସୁଧାରିବା ପାଇଁ ଶିକ୍ଷା ଦେବାକୁ ହେବ ।
(୨) ବାବାଙ୍କ ନିକଟରେ
ଯେପରି ପବିତ୍ରତା, ସୁଖ, ପ୍ରେମ ଆଦି ସବୁ ପ୍ରକାରର ଦିବ୍ୟଗୁଣ ଅଛି, ସେହିପରି ବାବାଙ୍କ ସମାନ
ହେବାକୁ ପଡ଼ିବ । ଏପରି କୌଣସି କର୍ମ କରିବାର ନାହିଁ ଯାହାଦ୍ୱାରା ସତ୍ଗୁରୁଙ୍କର ନିନ୍ଦୁକ
ହୋଇଯିବ । ନିଜର ଚାଲିଚଳଣି ଦ୍ୱାରା ବାବାଙ୍କର ସୁନାମ କରିବାକୁ ହେବ ।
ବରଦାନ:-
ବାବା ଏବଂ
ପ୍ରାପ୍ତିର ସ୍ମୃତି ଦ୍ୱାରା ସର୍ବଦା ସାହସ ଏବଂ ଉଲ୍ଲାସରେ ରହୁଥିବା ଏକରସ, ଅଚଳ ଭବ ।
ତୁମମାନଙ୍କୁ ବାବାଙ୍କ
ଦ୍ୱାରା ଜନ୍ମ ମିଳିବା ପର ଠାରୁ ଯେଉଁ ସବୁ ପ୍ରାପ୍ତିଗୁଡିକ ହୋଇ ସାରିଛି, ସେଗୁଡିକର ତାଲିକାକୁ
ସର୍ବଦା ସମ୍ମୁଖରେ ରଖ । ଯେହେତୁ ସେହି ପ୍ରାପ୍ତିଗୁଡିକ ଅଟଳ ଏବଂ ଅଚଳ ଅଟେ, ତେଣୁ ତୁମମାନଙ୍କର
ସାହସ ଏବଂ ଉଲ୍ଲାସ ମଧ୍ୟ ଅଟଳ ହେବା ଦରକାର । ତେବେ ଅଚଳ ରହିବା ପରିବର୍ତ୍ତେ ଯଦି ମନ କେବେ କେବେ
ଚଞ୍ଚଳ ହୋଇଯାଉଛି ବା ସ୍ଥିତି ଚଞ୍ଚଳତାଯୁକ୍ତ ହୋଇଯାଉଛି, ତେବେ ଏହାର କାରଣ ହେଲା ବାବାଙ୍କୁ ଏବଂ
ତାଙ୍କ ଦ୍ୱାରା ହୋଇଥିବା ପ୍ରାପ୍ତିଗୁଡିକୁ ସର୍ବଦା ସମ୍ମୁଖରେ ରଖୁ ନାହଁ । ଯଦି ସର୍ବ
ପ୍ରାପ୍ତିର ଅନୁଭବ ସର୍ବଦା ସମ୍ମୁଖରେ ଅର୍ଥାତ୍ ସ୍ମୃତିରେ ରହିଥିବ ତେବେ ସବୁ ପ୍ରକାରର ବିଘ୍ନ
ସମାପ୍ତ ହୋଇଯିବ । ସର୍ବଦା ନୂଆ ଉମଙ୍ଗ ଏବଂ ନୂଆ ଉଲ୍ଲାସ ରହିବ । ସ୍ଥିତି ମଧ୍ୟ ଏକରସ ଏବଂ ଅଚଳ
ହୋଇଯିବ ।
ସ୍ଲୋଗାନ:-
ଯେକୌଣସି
ପ୍ରକାରର ସେବାରେ ସର୍ବଦା ସନ୍ତୁଷ୍ଟ ରହିବା ହିଁ ଭଲ ନମ୍ବର ରଖିବା ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୭) ଆପଣ ବ୍ରାହ୍ମଣ
ସନ୍ତାନମାନେ ବହୁତ ବହୁତ ରୟାଲ (ରାଜକୀୟ) ଅଟ । ଆପଣଙ୍କର ଚେହେରା ଏବଂ ଚାଲି-ଚଳଣୀ ଉଭୟ ସତ୍ୟତା
ଏବଂ ସଭ୍ୟତାର ଅନୁଭବ କରାଉ । ସେମିତି ବି ରୟାଲ ଆତ୍ମାମାନଙ୍କୁ ସଭ୍ୟତାର ଦେବୀ ବୋଲି କୁହାଯାଏ ।
ସେମାନଙ୍କର ବାଣୀ, ଦୃଷ୍ଟି, ଖାଦ୍ୟ-ପାନୀୟ, ଉଠିବା-ବସିବା, ପ୍ରତ୍ୟେକ କର୍ମରେ ସଭ୍ୟତା, ସତ୍ୟତା
ସ୍ୱତଃ ଦେଖାଦେଇଥାଏ । ଏପରି ନୁହେଁ କି ମୁଁ ତ ସତ୍ୟକୁ ସିଦ୍ଧ କରୁଛି ଏବଂ ସଭ୍ୟତା ହିଁ ନଥିବ ।
ତେବେ ଏହା ଠିକ୍ ନୁହେଁ ।