07.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଜ୍ଞାନ
ଏବଂ ଯୋଗ ଦ୍ୱାରା ନିଶ୍ଚୟ ହୋଇଥାଏ, ସାକ୍ଷାତ୍କାର ଦ୍ୱାରା ନୁହେଁ । ସାକ୍ଷାତ୍କାର ହେବା
ଡ୍ରାମାରେ ନିଧାର୍ଯ୍ୟ ଅଛି, ବାକି ଏହା ଦ୍ୱାରା କାହାର କଲ୍ୟାଣ ହୁଏ ନାହିଁ ।”
ପ୍ରଶ୍ନ:-
ବାବା କେଉଁ
ଶକ୍ତି ଦେଖାନ୍ତି ନାହିଁ କିନ୍ତୁ ବାବାଙ୍କ ପାଖରେ ସେହି ଯାଦୁବିଦ୍ୟା ନିଶ୍ଚିତ ରହିଛି?
ଉତ୍ତର:-
ମନୁଷ୍ୟମାନେ ଭାବୁଛନ୍ତି ଭଗବାନ ତ ଶକ୍ତିଶାଳୀ ଅଟନ୍ତି, ସେ ମୃତ ବ୍ୟକ୍ତିକୁ ମଧ୍ୟ ବଞ୍ଚାଇ
ପାରିବେ, କିନ୍ତୁ ବାବା କହୁଛନ୍ତି ମୁଁ ଏଭଳି ଶକ୍ତି ଦେଖାଉନାହିଁ । ବାକି, ଯଦି କେହି ନବଧା
ଭକ୍ତି କରେ ତେବେ ତାକୁ ସାକ୍ଷାତ୍କାର କରାଇ ଦେଇଥାଏ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି ।
ସାକ୍ଷାତ୍କାର କରାଇବାର ଯାଦୁବିଦ୍ୟା ବାବାଙ୍କ ପାଖରେ ଅଛି, ସେଥିପାଇଁ କେତେକ ସନ୍ତାନମାନଙ୍କୁ
ଘରେ ବସି ମଧ୍ୟ ବ୍ରହ୍ମା କିମ୍ବା ଶ୍ରୀକୃଷ୍ଣଙ୍କର ସାକ୍ଷାତ୍କାର ହୋଇଯାଇଥାଏ ।
ଗୀତ:-
କୌନ ଆୟା ମେରେ
ମନ କେ ଦ୍ୱାରେ....
ଓମ୍ ଶାନ୍ତି ।
ଏହା
ପିଲାମାନଙ୍କର ଅନୁଭବର ଗୀତ ଅଟେ । ସତସଙ୍ଗ ତ ବହୁତ ଅଛି, ବିଶେଷ କରି ଭାରତରେ ତ ଢେର ସତସଙ୍ଗ
ରହିଛି, ଅନେକ ମତ ମତାନ୍ତର ଅଛି, ବାସ୍ତବରେ ତାହା କୌଣସି ସତସଙ୍ଗ ନୁହେଁ । ସତସଙ୍ଗ ମାତ୍ର
ଗୋଟିଏ । ବାକି ତୁମେ ସେଠାରେ କୌଣସି ବିଦ୍ୱାନ, ଆଚାର୍ଯ୍ୟ, ପଣ୍ଡିତଙ୍କର ମୁହଁ ଦେଖିବ, ତେବେ
ବୁଦ୍ଧି ତାଙ୍କ ଆଡକୁ ଯିବ । ଏଠାରେ ପୁଣି ସ୍ୱତନ୍ତ୍ର ନୂଆ କଥା ରହିଛି । ଏହି ସତ୍ସଙ୍ଗ ଥରେ
ମାତ୍ର ଏହି ସଂଗମଯୁଗରେ ହୋଇଥାଏ । ଏହା ତ ବିଲ୍କୁଲ୍ ନୂଆ କଥା ଅଟେ, ସେହି ବେହଦ ବାବାଙ୍କର ତ
କୌଣସି ଶରୀର ନାହିଁ । କହୁଛନ୍ତି ମୁଁ ତୁମର ନିରାକାର ପିତା ଶିବବାବା ଅଟେ । ତୁମେ ଅନ୍ୟ
ସତସଙ୍ଗକୁ ଗଲେ ଶରୀରକୁ ହିଁ ଦେଖିବ । ସେମାନେ ଶାସ୍ତ୍ରକୁ ମନେ ରଖି ପୁଣି ଶୁଣାଇଥାନ୍ତି । ଅନେକ
ପ୍ରକାରର ଶାସ୍ତ୍ର ରହିଛି, ତାହା ତ ତୁମେ ଜନ୍ମ-ଜନ୍ମାନ୍ତର ଶୁଣି ଆସିଛ । ବର୍ତ୍ତମାନ ଏହା ହେଉଛି
ନୂଆ କଥା । ବୁଦ୍ଧି ଦ୍ୱାରା ଆତ୍ମା ଜାଣୁଛି, ବାବା କହୁଛନ୍ତି - ହେ ମୋର ସିକିଲଧେ ସନ୍ତାନମାନେ,
ହେ ମୋର ଶାଳଗ୍ରାମ ସନ୍ତାନମାନେ! ତୁମେ ପିଲାମାନେ ଜାଣିଛ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି
ଶରୀର ଦ୍ୱାରା ବାବା ପଢାଇଥିଲେ । ତୁମର ବୁଦ୍ଧି ଏକଦମ୍ ଦୂରକୁ ଚାଲିଯାଉଛି । ଏବେ ପୁନଃ ବାବା
ଆସିଛନ୍ତି । ବାବା ଅକ୍ଷର କେତେ ମିଠା ଅଟେ । ସେ ହେଉଛନ୍ତି ମାତା-ପିତା । କେହି ବି ଶୁଣିଲେ
କହିବେ କିଏ ଜାଣେ ଏମାନଙ୍କର ମାତା-ପିତା କିଏ? ବାସ୍ତବରେ ସେ ସାକ୍ଷାତ୍କାର କରାଉଛନ୍ତି, ତେଣୁ
ସେଥିରେ ମଧ୍ୟ ସେମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । କେବେ ବ୍ରହ୍ମାଙ୍କୁ, କେବେ କୃଷ୍ଣଙ୍କୁ
ଦେଖିଥା’ନ୍ତି । ତେବେ ବିଚାର କରି ଚାଲିଥାଆନ୍ତି କି ଏହା କ’ଣ? ଅନେକଙ୍କୁ ଘରେ ବସି ମଧ୍ୟ
ବ୍ରହ୍ମାଙ୍କର ସାକ୍ଷାତ୍କାର ହୋଇଥାଏ । ତେବେ ବ୍ରହ୍ମାଙ୍କର ତ କେବେ କେହି ପୂଜା କରି ନ ଥା’ନ୍ତି
। କୃଷ୍ଣ ଆଦିଙ୍କର ତ ପୂଜା କରିଥା’ନ୍ତି । ବ୍ରହ୍ମାଙ୍କୁ ତ କେହି ଜାଣି ମଧ୍ୟ ନ ଥିବେ ।
ପ୍ରଜାପିତା ବ୍ରହ୍ମା ତ ଏବେ ଆସିଛନ୍ତି, ଇଏ ହେଉଛନ୍ତି ପ୍ରଜାପିତା । ବାବା ବସି ବୁଝାଉଛନ୍ତି ଯେ
ସାରା ଦୁନିଆ ପତିତ ଅଟେ ତେବେ ନିଶ୍ଚିତ ଇଏ ମଧ୍ୟ ବହୁତ ଜନ୍ମର ଅନ୍ତରେ ପତିତ ଅଟନ୍ତି । କେହି
ମଧ୍ୟ ପବିତ୍ର ନାହାଁନ୍ତି ସେଥିପାଇଁ କୁମ୍ଭ ମେଳାକୁ, ହରିଦ୍ୱାର ଗଙ୍ଗା ସାଗର ମେଳାକୁ
ଯାଇଥା’ନ୍ତି, ଭାବିଥା’ନ୍ତି ସ୍ନାନ କରିବା ଦ୍ୱାରା ପବିତ୍ର ହୋଇଯିବେ । କିନ୍ତୁ ଏହି ନଦୀମାନେ
କ’ଣ ପତିତ-ପାବନୀ ହୋଇପାରିବେ । ନଦୀମାନେ ତ ସାଗରରୁ ବାହାରିଥା’ନ୍ତି । ବାସ୍ତବରେ ତୁମେମାନେ
ହେଉଛ ଜ୍ଞାନଗଙ୍ଗା, ତୁମର ହିଁ ମହତ୍ୱ ରହିଛି । ତୁମେ ଜ୍ଞାନଗଙ୍ଗାମାନେ ବିଭିନ୍ନ ସ୍ଥାନରେ
ଜ୍ଞାନ ଜଳ ପ୍ରବାହିତ କରୁଛ, ସେମାନେ ପୁଣି ଦେଖାଉଛନ୍ତି, ତୀର ମାରିଲେ ଏବଂ ଗଙ୍ଗା ବାହାରିଲା ।
ତୀର ମାରିବାର ତ କୌଣସି କଥା ନାହିଁ । ଏହି ଜ୍ଞାନଗଙ୍ଗାମାନେ ଦେଶ-ଦେଶାନ୍ତରକୁ ଯାଉଛନ୍ତି ।
ଶିବବାବା କହୁଛନ୍ତି ମୁଁ
ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି । ସମସ୍ତଙ୍କର ପାର୍ଟ ନିଧାର୍ଯ୍ୟ ରହିଛି । ମୋର ପାର୍ଟ ମଧ୍ୟ
ନିଧାର୍ଯ୍ୟ ଅଟେ । କେହି-କେହି ଭାବୁଛନ୍ତି ଭଗବାନ ତ ବହୁତ ଶକ୍ତିଶାଳୀ ଅଟନ୍ତି, ମୃତକକୁ ମଧ୍ୟ
ବଞ୍ଚାଇ ପାରିବେ । ଏସବୁ କାହାଣୀ ମନଗଢା କଥା । ମୁଁ ଆସୁଛି ପାଠପଢାଇବା ପାଇଁ । ଏଥିରେ ଶକ୍ତି
ପ୍ରଦର୍ଶନର କିଛି କଥା ନାହିଁ । ସାକ୍ଷାତ୍କାରର ମଧ୍ୟ ଜାଦୁଗରୀ ରହିଛି । ଯଦି ନବଧା ଭକ୍ତି
କରନ୍ତି ତେବେ ମୁଁ ସାକ୍ଷାତ୍କାର କରାଇଥାଏ । ଯେପରି କାଳୀଙ୍କ ରୂପ ଦେଖାଉଛନ୍ତି, ତାଙ୍କ ଉପରେ
ପୁଣି ତେଲ ଢାଳୁଛନ୍ତି । ତେବେ ଏପରି କାଳୀ ତ କେହି ନାହାଁନ୍ତି, କିନ୍ତୁ କାଳୀଙ୍କର ନବଧା ଭକ୍ତି
ବହୁତ କରିଥାନ୍ତି । ବାସ୍ତବରେ କାଳୀ ଜଗତଅମ୍ବା ଅଟନ୍ତି । କାଳୀଙ୍କର ରୂପ ତ ଏପରି ନୁହେଁ,
କିନ୍ତୁ ନବଧା ଭକ୍ତି କରିବା ଦ୍ୱାରା ବାବା ଭାବନାର ଭଡା (ଫଳ)ଦେଇଥାନ୍ତି । କାମ ଚିତା ଉପରେ
ବସିବା ଦ୍ୱାରା କଳା ହୋଇଯାଇଛନ୍ତି, ଏବେ ଜ୍ଞାନ ଚିତା ଉପରେ ବସିବା ଦ୍ୱାରା ଗୋରା ହେଉଛନ୍ତି ।
ଯେଉଁ କାଳୀ ଏବେ ଜଗଦମ୍ବା ହୋଇଛନ୍ତି ସେ ସାକ୍ଷାତ୍କାର କିପରି କରାଇବେ । ସେ ତ ଏବେ ବହୁତ
ଜନ୍ମର ଅନ୍ତିମ ଜନ୍ମର ଶେଷ ସମୟରେ ଅଛନ୍ତି । ଦେବତାମାନେ ତ ଏବେ ନାହାଁନ୍ତି । ତେବେ ସେ କ’ଣ
ସାକ୍ଷାତ୍କାର କରାଇବେ । ବାବା ବୁଝାଉଛନ୍ତି ଏହି ସାକ୍ଷାତ୍କାରର ଚାବି ମୋ ହାତରେ ଅଛି ।
ଅଳ୍ପକାଳର ଭାବନା ପୂର୍ଣ୍ଣ କରିବା ପାଇଁ ସାକ୍ଷାତ୍କାର କରାଇଦେଉଛି । କିନ୍ତୁ ସାକ୍ଷାତ୍କାର
ଦ୍ୱାରା କେହି ମୋତେ ପ୍ରାପ୍ତ କରନ୍ତି ନାହିଁ । ଏଠାରେ କେବଳ କାଳୀଙ୍କର ଉଦାହରଣ ଦିଆଯାଉଛି ।
ଏହିଭଳି ହନୁମାନ, ଗଣେଷ ଆଦି ବହୁତ ଅଛନ୍ତି । ଶିଖ୍ମାନେ ମଧ୍ୟ ଗୁରୁନାନକଙ୍କର ବହୁତ ଭକ୍ତି
କରନ୍ତି, ତେବେ ତାଙ୍କୁ ମଧ୍ୟ ସାକ୍ଷାତ୍କାର ହୋଇଯିବ । ତଥାପି ସେମାନଙ୍କର ଅଧଃପତନ ତ ନିଶ୍ଚିତ
ହେଉଛି । ବାବା ପିଲାମାନଙ୍କୁ ଦେଖାଉଛନ୍ତି ଦେଖ କେହି ଯଦି ଗୁରୁନାନକଙ୍କର ଭକ୍ତି କରୁଛନ୍ତି ।
ତଥାପି ବି ମୁଁ ହିଁ ସାକ୍ଷାତ୍କାର କରାଉଛି । ସେ ନାନକ କିପରି ସାକ୍ଷାତ୍କାର କରାଇବେ । ତାଙ୍କ
ପାଖରେ ସାକ୍ଷାତ୍କାର କରାଇବାର ଚାବି ହିଁ ନାହିଁ । ବ୍ରହ୍ମାବାବା କହୁଛନ୍ତି ମୋତେ ବିନାଶ,
ସ୍ଥାପନାର ସାକ୍ଷାତ୍କାର ମଧ୍ୟ ଶିବବାବା କରାଇଥିଲେ କିନ୍ତୁ ସାକ୍ଷାତ୍କାର ଦ୍ୱାରା କାହାର ବି
କଲ୍ୟାଣ ହେଉନାହିଁ । ଏପରି ତ ଅନେକଙ୍କୁ ସାକ୍ଷାତ୍କାର ହେଉଥିଲା । ଆଜି ସେମାନେ ନାହାଁନ୍ତି ।
ବହୁତ ସନ୍ତାନମାନେ କହୁଛନ୍ତି ଆମକୁ ଯେବେ ସାକ୍ଷାତ୍କାର ହେବ ତେବେ ଆମର ନିଶ୍ଚୟ ହେବ । କିନ୍ତୁ
ସାକ୍ଷାତ୍କାର ଦ୍ୱାରା ନିଶ୍ଚୟ ହୋଇପାରିବ ନାହିଁ । ଜ୍ଞାନ ଏବଂ ଯୋଗ ଦ୍ୱାରା ନିଶ୍ଚୟ ହୋଇଥାଏ ।
୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମୁଁ କହିଥିଲି ଯେ ଏହି ସାକ୍ଷାତ୍କାର ମୁଁ କରାଉଛି । ମୀରା ମଧ୍ୟ
ସାକ୍ଷାତ୍କାର କରିଥିଲେ । ଏପରି ନୁହେଁ ଯେ ଆତ୍ମା ସେଠାକୁ ଚାଲିଯାଇଛି । ନାଁ, ନବଧା ଭକ୍ତିରେ
ସାକ୍ଷାତ୍କାର କରିଥା’ନ୍ତି କିନ୍ତୁ ସେଥିରେ କେହି ମୋତେ ପାଇପାରିବେ ନାହିଁ ।
ବାବା କହୁଛନ୍ତି କୌଣସି
ବି କଥାରେ ସଂଶୟ ଥିଲେ ଯେଉଁମାନେ ବ୍ରାହ୍ମଣୀ ନିମିତ୍ତ ଟୀଚର ଅଛନ୍ତି, ତାଙ୍କୁ ପଚାର । ଏ କଥା ତ
ଜାଣିଛ କନ୍ୟାମାନେ ମଧ୍ୟ କ୍ରମାନୁସାରେ ଅଛନ୍ତି, ନଦୀ ମଧ୍ୟ କ୍ରମାନୁସାରେ ରହିଥାଏ । କେତେକ
ପୋଖରୀ ମଧ୍ୟ ରହିଛି, ସେଥିରେ ବହୁତ ଅପରିଷ୍କାର, ଦୁର୍ଗନ୍ଧଯୁକ୍ତ ପାଣି ରହିଥାଏ । ସେଠାକୁ ମଧ୍ୟ
ଶ୍ରଦ୍ଧାଭାବ ସହିତ ମନୁଷ୍ୟ ଯାଇଥାନ୍ତି । ଏହା ହେଉଛି ଭକ୍ତିର ଅନ୍ଧଶ୍ରଦ୍ଧା । କେବେ ହେଲେ
କାହାକୁ ଭକ୍ତିରୁ ଦୂରେଇ ଯିବା ପାଇଁ କହିବା ଅନୁଚିତ୍ । ଯେତେବେଳେ ଜ୍ଞାନକୁ ଆସିଯିବେ ଭକ୍ତି
କରିବା ସ୍ୱତଃ ବନ୍ଦ ହୋଇଯିବ । ବାବା ମଧ୍ୟ ନାରାୟଣଙ୍କର ଭକ୍ତ ଥିଲେ, ଚିତ୍ରରେ ଦେଖିଲେ ଯେ
ଲକ୍ଷ୍ମୀ ଦାସୀ ହୋଇ ନାରାୟଣଙ୍କର ପାଦ ସେବା କରୁଛନ୍ତି ତେବେ ତାଙ୍କୁ ଏ ସବୁ ବିଲ୍କୁଲ୍ ଭଲ
ଲାଗିଲା ନାହିଁ । ସତ୍ୟଯୁଗରେ ତ ଏପରି ହେବ ନାହିଁ । ତେଣୁ ମୁଁ ଜଣେ ଚିତ୍ରକାରଙ୍କୁ କହିଲି ଯେ
ଲକ୍ଷ୍ମୀଙ୍କୁ ଏହି ଦାସୀପଣରୁ ବିଦାୟ ଦେଇଦିଅ । ବାବା ଭକ୍ତ ତ ଥିଲେ କିନ୍ତୁ ଜ୍ଞାନ ନ ଥିଲା ।
ଭକ୍ତ ତ ସମସ୍ତେ ଅଟନ୍ତି । ଆମେ ତ ବାବାଙ୍କର ସନ୍ତାନମାନେ ମାଲିକ ଅଟୁ । ପିଲାମାନଙ୍କୁ
ବ୍ରହ୍ମାଣ୍ଡର ମାଲିକ ମଧ୍ୟ କରାଉଛନ୍ତି । କହୁଛନ୍ତି ତୁମକୁ ରାଜ୍ୟ-ଭାଗ୍ୟ ଦେଉଛି । ଏହିପରି ବାବା
କେବେ ଦେଖିଛ? ଏହି ବାବାଙ୍କୁ ପୂରା ୟାଦ କରିବାକୁ ହେବ । ତାଙ୍କୁ ତୁମେ ଏହି ଆଖି ଦ୍ୱାରା ଦେଖି
ପାରିବ ନାହିଁ । ତାଙ୍କ ସହିତ ଯୋଗ ଲଗାଇବାକୁ ହେବ । ୟାଦ ଏବଂ ଜ୍ଞାନ ମଧ୍ୟ ବିଲ୍କୁଲ୍ ସହଜ ଅଟେ
। ବୀଜ ଏବଂ ବୃକ୍ଷକୁ ଜାଣିବାକୁ ହେବ । ତୁମେ ଏହି ନିରାକାରୀ ବୃକ୍ଷରୁ ସାକାରୀ ବୃକ୍ଷକୁ ଆସିଛ ।
ବାବା ସାକ୍ଷାତ୍କାରର ରହସ୍ୟ ବୁଝାଉଛନ୍ତି । ବୃକ୍ଷର ରହସ୍ୟକୁ ମଧ୍ୟ ବୁଝାଉଛନ୍ତି ।
କର୍ମ-ଅକର୍ମ-ବିକର୍ମର ଗତି ମଧ୍ୟ ବାବା ବୁଝାଉଛନ୍ତି । ବାପ, ଶିକ୍ଷକ, ଗୁରୁ ତିନିଜଣଙ୍କଠାରୁ
ହିଁ ଶିକ୍ଷା ମିଳୁଛି । ଏବେ ବାବା କହୁଛନ୍ତି ମୁଁ ତୁମକୁ ଏପରି ଶିକ୍ଷା ଦେଉଛି, ଏପରି କର୍ମ
ଶିଖାଉଛି ଯାହା ଫଳରେ ତୁମେ ୨୧ ଜନ୍ମ ସଦା ସୁଖୀ ହୋଇଯାଉଛ । ଶିକ୍ଷକ ଶିକ୍ଷା ଦେଇଥାନ୍ତି ନା ।
ଗୁରୁମାନେ ମଧ୍ୟ ପବିତ୍ରତାର ଶିକ୍ଷା ଦେଇଥା’ନ୍ତି ଅଥବା କାହାଣୀ ଶୁଣାଇଥା’ନ୍ତି । କିନ୍ତୁ
ଲୋକମାନଙ୍କ ମଧ୍ୟରେ ଧାରଣା ବିଲ୍କୁଲ୍ ହୋଇ ନ ଥାଏ । ଏଠାରେ ତ ବାବା କହୁଛନ୍ତି ଅନ୍ତିମ ସ୍ମୃତି
ଅନୁସାରେ ଗତି ହେବ । ଯେତେବେଳେ ମନୁଷ୍ୟ ମରିଯାଆନ୍ତି ସେତେବେଳେ ମଧ୍ୟ କହନ୍ତି ରାମ-ରାମ କୁହ
ତେବେ ବୁଦ୍ଧି ସେପଟକୁ ଚାଲିଯିବ । ଏବେ ବାବା କହୁଛନ୍ତି ତୁମର ସାକାର ଦେବୀ-ଦେବତାମାନଙ୍କ ସହିତ
ଯୋଗ ତୁଟିଯାଇଛି । ଏବେ ମୁଁ ତୁମକୁ ବହୁତ ଭଲ କର୍ମ ଶିଖାଉଛି । ଶ୍ରୀକୃଷ୍ଣଙ୍କ ଚିତ୍ରକୁ ଦେଖ,
ପୁରୁଣା ଦୁନିଆକୁ ଲାତ ମାରୁଛନ୍ତି ଏବଂ ନୂଆ ଦୁନିଆକୁ ଆସୁଛନ୍ତି, ତୁମେ ମଧ୍ୟ ପୁରୁଣା ଦୁନିଆକୁ
ଲାତ ମାରି ନୂଆ ଦୁନିଆକୁ ଯାଉଛ । ତେଣୁ ତୁମର ନର୍କ ଆଡକୁ ଲାତ, ସ୍ୱର୍ଗ ଆଡକୁ ମୁହଁ ରହିଛି ।
ଶ୍ମଶାନରେ ମଧ୍ୟ ଯେତେବେଳେ ଭିତରକୁ ପଶିଥା’ନ୍ତି ସେତେବେଳେ ମୁର୍ଦ୍ଦାରର ମୁହଁ ଶ୍ମଶାନ ଆଡକୁ
ବୁଲାଇ ଦେଇଥା’ନ୍ତି । ଗୋଡ ପଛକୁ ଅର୍ଥାତ୍ ସହର ଆଡକୁ କରିଦେଇଥା’ନ୍ତି । ତେଣୁ ଏହି ଚିତ୍ର ମଧ୍ୟ
ସେହିପରି କରାଯାଇଛି ।
ମମ୍ମା, ବାବା ଏବଂ ତୁମେ
ପିଲାମାନେ, ତୁମକୁ ତ ମମ୍ମା-ବାବାଙ୍କୁ ଅନୁସରଣ କରିବାକୁ ପଡିବ, ଯାହା ଫଳରେ ତାଙ୍କ ଗଦିରେ
ବସିପାରିବ । ରାଜାଙ୍କର ସନ୍ତାନମାନେ ରାଜକୁମାର-କୁମାରୀ ବୋଲାଇଥା’ନ୍ତି ନା । ତୁମେ ଜାଣିଛ
ଭବିଷ୍ୟତରେ ଆମେ ରାଜକୁମାର-କୁମାରୀ ହେବୁ । ଏପରି କେହି ବାପ-ଶିକ୍ଷକ-ଗୁରୁ ଅଛନ୍ତି କି ଯିଏ
ତୁମକୁ ଏପରି କର୍ମ ଶିଖାଇବେ! ତୁମେ ସଦାକାଳ ପାଇଁ ସୁଖୀ ହୋଇଯାଉଛ । ଏହା ହିଁ ଶିବବାବାଙ୍କର ବର
ବା ଆଶୀର୍ବାଦ ଅଟେ । ଏପରି ନୁହେଁ, ଆମ ଉପରେ କୌଣସି କୃପା କରୁଛନ୍ତି । କେବଳ କହିବା ଦ୍ୱାରା
କିଛି ହେବ ନାହିଁ । ତୁମକୁ ଶିଖିବାକୁ ହେବ ଅର୍ଥାତ୍ ଧାରଣ କରିବାକୁ ହେବ । କେବଳ ଆଶୀର୍ବାଦ
ଦ୍ୱାରା ତୁମେ ଶ୍ରେଷ୍ଠ ହୋଇପାରିବ ନାହିଁ । ତାଙ୍କ ମତରେ ଚାଲିବାକୁ ହେବ । ଜ୍ଞାନ ଏବଂ ଯୋଗର
ଧାରଣା କରିବାକୁ ହେବ । ବାବା ବୁଝାଉଛନ୍ତି କି ମୁଖ ଦ୍ୱାରା ରାମ-ରାମ କହିବାରେ ମଧ୍ୟ ଆବାଜ ହେଉଛି
। ତୁମକୁ ତ ବାଣୀରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ । ଚୁପ୍ ରହିବାକୁ ପଡିବ । ଖେଳ ମଧ୍ୟ ବହୁତ ଭଲ-ଭଲ
ବାହାରୁଛି । ଅପାଠୁଆକୁ ବୁଦ୍ଦୁ ବୋଲି କୁହାଯାଏ । ବାବା କହୁଛନ୍ତି ବର୍ତ୍ତମାନ ସମସ୍ତଙ୍କୁ ଭୁଲି
ତୁମେ ବିଲକୁଲ୍ ବୁଦ୍ଧୁ ହୋଇଯାଅ । ମୁଁ ତୁମକୁ ଯେଉଁ ମତ ଦେଉଛି ତାକୁ ପାଳନ କର । ପରମଧାମରେ ତୁମେ
ସବୁ ଆତ୍ମାମାନେ ବିନା ଶରୀରରେ ରହିଥାଅ, ପୁଣି ଏଠାକୁ ଆସି ଶରୀର ନେଲେ ଜୀବାତ୍ମା କୁହାଯାଇଥାଏ ।
ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ନେଉଛି । ତେଣୁ ବାବା କହୁଛନ୍ତି ମୁଁ
ତୁମକୁ ଫାଷ୍ଟକ୍ଲାସ୍ କର୍ମ ଶିଖାଉଛି । ଶିକ୍ଷକ ପଢାଉଛନ୍ତି, ଏଥିରେ ଶକ୍ତିର କ’ଣ କଥା ଅଛି ।
ସାକ୍ଷାତ୍କାର କରାଉଛନ୍ତି, ଏହାକୁ ଜାଦୁଗରୀ କୁହାଯାଉଛି । ମନୁଷ୍ୟରୁ ଦେବତା କରାଇବା, ଏପରି
ଜାଦୁଗରୀ କେହି କରିପାରିବେ ନାହିଁ । ବାବା ସୌଦାଗର ମଧ୍ୟ ଅଟନ୍ତି, ପୁରୁଣା ନେଇ ନୂଆ ଦେଉଛନ୍ତି
। ଏହାକୁ ପୁରୁଣା ଲୁହାର ବାସନ କୁହାଯାଉଛି । ଏହାର କୌଣସି ମୂଲ୍ୟ ନାହିଁ । ଆଜିକାଲି ଦେଖ
ତମ୍ବାର ମଧ୍ୟ ପଇସା ତିଆରି ହେଉନାହିଁ । ସେଠାରେ ତ ସୁନାର ମୁଦ୍ରା ଥିବ । ଆଶ୍ଚର୍ଯ୍ୟ ଅଟେ ନା ।
ଦୁନିଆ କ’ଣରୁ କ’ଣ ହୋଇଯାଇଛି!
ବାବା କହୁଛନ୍ତି ମୁଁ
ତୁମକୁ ନମ୍ବରୱାନ କର୍ମ ଶିଖାଉଛି । ମନମନାଭବ ହୋଇଯାଅ । ପୁଣି ରହିଛି ପାଠପଢା ଯାହା ଦ୍ୱାରା
ସ୍ୱର୍ଗର ରାଜକୁମାର ହେବ । ଏବେ ଯେଉଁ ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଇଛି, ତାହା ପୁନର୍ବାର
ସ୍ଥାପନ ହେଉଛି । ମନୁଷ୍ୟମାନେ ତୁମର ନୂଆ କଥା ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି, କହୁଛନ୍ତି ଯେ
ସ୍ତ୍ରୀ-ପୁରୁଷ ଉଭୟ ଏକତ୍ର ରହି ପବିତ୍ର ରହିପାରିବେ - ଏହା କିପରି ହୋଇପାରିବ! ବାବା ତ କହୁଛନ୍ତି
ଭଲେ ଏକତ୍ର ରୁହ, ନଚେତ୍ କିପରି ନିଜର ସ୍ଥିତି ଜଣାପଡିବ । ମଝିରେ ଜ୍ଞାନର ତରବାରୀ ରଖିବାକୁ ହେବ,
ଏପରି ବାହାଦୂରୀ ଦେଖାଇବାକୁ ପଡିବ । ପରୀକ୍ଷା ହୋଇଥାଏ । ତେଣୁ ମନୁଷ୍ୟ ଏହି କଥାରେ ଆଶ୍ଚର୍ଯ୍ୟ
ହେଉଛନ୍ତି କାହିଁକି ନା ଶାସ୍ତ୍ରରେ ତ ଏପରି କଥା ନାହିଁ । ଏଠାରେ ତ ପ୍ରାକ୍ଟିକାଲରେ ମେହନତ
କରିବାକୁ ପଡୁଛି । ଗନ୍ଧର୍ବ ବିବାହର କଥା ଏଇଠିକାର ଅଟେ । ଏବେ ତୁମେ ପବିତ୍ର ହେଉଛ । ତେଣୁ ବାବା
କହୁଛନ୍ତି ବାହାଦୂରୀ ଦେଖାଅ । ସନ୍ନ୍ୟାସୀମାନଙ୍କ ଆଗରେ ପ୍ରମାଣ ଦେବାକୁ ହେବ । ସମର୍ଥ ବାବା
ହିଁ ସାରା ଦୁନିଆକୁ ପବିତ୍ର କରାଉଛନ୍ତି । ବାବା କହୁଛନ୍ତି ଯଦିଓ ସ୍ତ୍ରୀ ପୁରୁଷ ସାଥି ହୋଇ
ରହୁଛ କିନ୍ତୁ କେବେହେଲେ ବିକାରୀ ହୁଅ ନାହିଁ । ଏ ସବୁ ହେଉଛି ଯୁକ୍ତି । ବହୁତ ଜବରଦସ୍ତ
ପ୍ରାପ୍ତି ଅଟେ, କେବଳ ଗୋଟିଏ ଜନ୍ମ ବାବାଙ୍କ ନିର୍ଦ୍ଦେଶ ଅନୁସାରେ ପବିତ୍ର ରହିବାକୁ ହେବ । ଯୋଗ
ଏବଂ ଜ୍ଞାନ ଦ୍ୱାରା ୨୧ ଜନ୍ମ ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ହେଉଛନ୍ତି, ଏଥିରେ ମେହନତ କରିବାକୁ
ପଡିବ ନା । ତୁମେ ଶକ୍ତି ସେନା ଅଟ । ମାୟା ଉପରେ ବିଜୟ ପ୍ରାପ୍ତ କରି ଜଗତଜିତ୍ ହେଉଛ । ସମସ୍ତେ
ତ ଜଗତଜିତ୍ ହୋଇପାରିବେ ନାହିଁ । ଯେଉଁ ସନ୍ତାନମାନେ ପୁରୁଷାର୍ଥ କରିବେ ସେ ହିଁ ଉଚ୍ଚ ପଦ ପାଇବେ
। ତୁମେ ଭାରତକୁ ହିଁ ପବିତ୍ର କରାଇ ପୁଣି ଭାରତ ଉପରେ ହିଁ ରାଜତ୍ୱ କରୁଛ । ଲଢେଇ କରିବା ଦ୍ୱାରା
କେବେ ହେଲେ ସୃଷ୍ଟିର ରାଜତ୍ୱ ମିଳିପାରିବ ନାହିଁ । ଏହା ଆଶ୍ଚର୍ଯ୍ୟର କଥା ଅଟେ ନା । ଏହି ସମୟରେ
ସମସ୍ତେ ପରସ୍ପର ସହିତ ଲଢେଇ କରି ଖଲାସ ହୋଇଯାଉଛନ୍ତି । ଭାରତକୁ ହିଁ ମାଖନ(ଲହୁଣୀ) ମିଳୁଛି ।
ଏହାକୁ କରିବେ ବନ୍ଦେ ମାରତରମ୍ମାନେ । ମାତୃଶକ୍ତି ମାନେ ହିଁ ଭାରତକୁ ଏ ଲହୁଣୀ ଦିଆଉଛନ୍ତି ।
ସଂଖ୍ୟା ଅଧିକ ମାତାମାନଙ୍କର ରହିଛି । ବର୍ତ୍ତମାନ ବାବା କହୁଛନ୍ତି ଜନ୍ମ-ଜନ୍ମାନ୍ତର ତୁମେ ଗୁରୁ
କରି ଆସିଛ, ଶାସ୍ତ୍ର ପଢି ଆସିଛ । ଏବେ ମୁଁ ତୁମକୁ ବୁଝାଉଛି - ନିଜେ ନିର୍ଣ୍ଣୟ କର, ଠିକ୍ କ’ଣ?
ସତ୍ୟଯୁଗ ହେଉଛି ରାଇଟିୟସ୍ (ମର୍ଯ୍ୟାଦାପୂର୍ଣ୍ଣ) ଦୁନିଆ । ମାୟା ଅନରାଇଟିୟସ୍ (ମର୍ଯ୍ୟାଦାହୀନ)
କରିଦେଉଛି । ଏବେ ଭାରତବାସୀ, ଅଧର୍ମୀ ହୋଇପଡିଛନ୍ତି । ଧର୍ମ ହିଁ ନାହିଁ ସେଥିପାଇଁ ଶକ୍ତି ନାହିଁ
। ଧର୍ମଭ୍ରଷ୍ଟ, ନୀତିଭ୍ରଷ୍ଟ, ନିୟମକାରୀ ଉଲଘଂନକାରୀ ଦେବାଳିଆ ହୋଇପଡିଛନ୍ତି । ବେହଦର ବାବା
ହୋଇଥିବାରୁ ବେହଦର କଥା ହିଁ ବୁଝାଉଛନ୍ତି, କହୁଛନ୍ତି ଯେ ମୁଁ ତୁମକୁ ପୁନର୍ବାର ଧାର୍ମିକ ଏବଂ
ସବୁଠାରୁ ଶକ୍ତିଶାଳୀ କରାଉଛି । ସ୍ୱର୍ଗ ଗଢିବା ତ ଶକ୍ତିଶାଳୀ ଆତ୍ମାମାନଙ୍କର କାର୍ଯ୍ୟ ଅଟେ ।
କିନ୍ତୁ ସେ ସବୁ କାର୍ଯ୍ୟ ଗୁପ୍ତ । ତୁମେମାନେ ଗୁପ୍ତ ସୈନିକ ଅଟ । ବାପାଙ୍କର ପିଲାମାନଙ୍କ ପ୍ରତି
ବହୁତ ସ୍ନେହ ରହିଥାଏ । ସେଥିପାଇଁ ମତ ଦେଇଥା’ନ୍ତି । ବାବାଙ୍କର ମତ, ଶିକ୍ଷକଙ୍କ ମତ, ଗୁରୁଙ୍କ
ମତ, ସୁନାରୀର ମତ, ଧୋବାର ମତ - ଏଥିରେ ସମସ୍ତଙ୍କର ମତ ଆସିଯାଉଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଗୋଟିଏ
ଅନ୍ତିମ ଜନ୍ମରେ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲି ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହୋଇ
ରହିବାକୁ ହେବ । ଏଥିରେ ବାହାଦୁରୀ ଦେଖାଇବାକୁ ହେବ ।
(୨) ଶ୍ରୀମତ ଅନୁସାରେ
ସର୍ବଦା ଶ୍ରେଷ୍ଠ କର୍ମ କରିବାକୁ ହେବ । ବାଣୀରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ, ଯାହା କିଛି ପଢିଛ
ବା ଶୁଣିଛ ତାକୁ ଭୁଲି ବାବାଙ୍କୁ ମନେ ପକାଇବାକୁ ହେବ ।
ବରଦାନ:-
ପରିସ୍ଥିତି
ଗୁଡିକୁ ଭାଗ୍ୟର ସଂକେତ ମନେ କରି ନିଜର ନିଶ୍ଚୟର ମୂଳଦୁଆକୁ ମଜବୁତ କରୁଥିବା ଅଚଳ-ଅଟଳ ଭବ ।
ଯଦି କୌଣସି ପରିସ୍ଥିତି
ଆସୁଛି ତେବେ ତୁମେ ହାଇଜମ୍ପ ଦେଇ ଆଗକୁ ବଢିଚାଲ କାହିଁକି ନା ପରିସ୍ଥିତି ଆସିବା ମଧ୍ୟ ଭାଗ୍ୟର
ଲକ୍ଷଣ ଅଟେ । ଏହା ତୁମର ନିଶ୍ଚୟର ମୂଳଦୁଆକୁ ମଜବୁତ କରିବାର ସାଧନ ଅଟେ । ତୁମେ ଯଦି ଥରେ ମାତ୍ର
ଅଙ୍ଗଦ ସମାନ ମଜବୁତ ହୋଇଯିବ ତେବେ ଏହି ପରୀକ୍ଷା ଗୁଡିକ ମଧ୍ୟ ତୁମକୁ ନମସ୍କାର କରିବେ । ପ୍ରଥମେ
ବିକରାଳ ରୂପରେ ଆସିବେ, ତା’ ପରେ ଦାସୀ ହୋଇଯିବେ । ତେଣୁ ତୁମେ ଚାଲେଞ୍ଜ କର ମୁଁ ମହାବୀର ଅଟେ ।
ଯେପରି ପାଣି ଉପରେ ଗାର ଟାଣିଲେ ତାହା ତିଷ୍ଠି ପାରି ନ ଥାଏ ସେହିପରି ମୋ ଭଳି ମାଷ୍ଟର ସାଗର ଉପରେ
କୌଣସି ବି ପରିସ୍ଥିତି ଆକ୍ରମଣ କରିପାରିବ ନାହିଁ । ତେଣୁ ନିଜର ସ୍ୱ ସ୍ଥିତିରେ ରହିବା ଦ୍ୱାରା
ଅଚଳ-ଅଟଳ ହୋଇଯିବ ।
ସ୍ଲୋଗାନ:-
ପୁରୁଣା ବର୍ଷକୁ
ବିଦାୟ ଦେବା ସଂଗେ ସଂଗେ ନିଜର କଡା ସ୍ୱଭାବକୁ ମଧ୍ୟ ବିଦାୟ ଦେଇଦିଅ ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତା ରୂପୀ ବ୍ୟକ୍ତିତ୍ୱକୁ ଧାରଣ କର ।
ଯଦି ବରଦାତା ଏବଂ ବରଦାନୀ
ଉଭୟଙ୍କର ସମ୍ବନ୍ଧ ନିକଟତର ହୋଇଥିବ ଏବଂ ସ୍ନେହର ଆଧାର ଦ୍ୱାରା ନିରନ୍ତର ହୋଇଥିବ ଏବଂ ସର୍ବଦା
ଯୁଗଳ ସ୍ୱରୂପରେ ରହୁଥିବ ତେବେ ପବିତ୍ରତାର ଛତ୍ରଛାୟା ସ୍ୱତଃ ହିଁ ତୁମ ଉପରେ ରହିବ । ଯେଉଁଠି
ସର୍ବଶକ୍ତିମାନ ବାବା ସାଥୀରେ ରହିଥିବେ, ସେଠାରେ ଅପବିତ୍ରତା ସ୍ୱପ୍ନ ମାତ୍ରରେ ମଧ୍ୟ ଆସିପାରିବ
ନାହିଁ । ଯେତେବେଳେ ଏକୁଟିଆ ହୋଇଯାଉଛ ସେତେବେଳେ ହିଁ ପବିତ୍ରତା ରୂପୀ ସୁହାଗ ଚାଲିଯାଉଛି ।