07.07.24    Avyakt Bapdada     Odia Murli    11.11.20     Om Shanti     Madhuban


“ସମ୍ପୂର୍ଣ୍ଣତାର ନିକଟବର୍ତ୍ତୀ ହୋଇ ପ୍ରତ୍ୟକ୍ଷତାର ଶ୍ରେଷ୍ଠ ସମୟକୁ ନିକଟକୁ ଆଣ”


ଆଜି ବାପଦାଦା ନିଜର ହୋଲୀଏଷ୍ଟ ଅର୍ଥାତ୍ ସର୍ବଶ୍ରେଷ୍ଠ ପବିତ୍ର, ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ, ଲକିଏଷ୍ଟ ଅର୍ଥାତ୍ ଶ୍ରେଷ୍ଠ ଭାଗ୍ୟବାନ ତଥା ମିଠାରୁ ମିଠା ସନ୍ତାନମାନଙ୍କୁ ଦେଖୁଛନ୍ତି । ସାରା ବିଶ୍ୱରେ ସମୟ ଅନୁସାରେ ଅନେକ ହୋଲୀଏଷ୍ଟ, ଆତ୍ମାମାନେ ଜନ୍ମ ନେଇ ଆସିଛନ୍ତି । ତୁମେମାନେ ମଧ୍ୟ ହୋଲୀଏଷ୍ଟ ଅଟ, କିନ୍ତୁ ତୁମେ ଶ୍ରେଷ୍ଠ ଆତ୍ମାମାନେ ନିଜେ ପ୍ରକୃତିଜିତ୍ ହୋଇ ପ୍ରକୃତିକୁ ମଧ୍ୟ ସତ୍ତ୍ୱପ୍ରଧାନ କରିଦେଉଛ । ତୁମମାନଙ୍କର ପବିତ୍ରତାର ଶକ୍ତି ପ୍ରକୃତିକୁ ମଧ୍ୟ ସତ୍ତ୍ୱପ୍ରଧାନ ପବିତ୍ର କରିଦେଉଛି ସେଥିପାଇଁ ତୁମେ ସମସ୍ତେ ପ୍ରକୃତିର ଏହି ଶରୀରକୁ ମଧ୍ୟ ସତ୍ତ୍ୱପ୍ରଧାନ ପବିତ୍ର ଶରୀର ରୂପରେ ପ୍ରାପ୍ତ କରୁଛ । ତୁମମାନଙ୍କର ପବିତ୍ରତାର ଶକ୍ତି ବିଶ୍ୱର ଜଡ, ଚେତନ ସମସ୍ତଙ୍କୁ ପବିତ୍ର କରିଦେଉଛି ସେଥିପାଇଁ ତୁମମାନଙ୍କୁ ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ପ୍ରାପ୍ତ ହେଉଛି । ଆତ୍ମା ମଧ୍ୟ ପବିତ୍ର, ଶରୀର ମଧ୍ୟ ପବିତ୍ର ଏବଂ ପ୍ରକୃତିର ସାଧନ ମଧ୍ୟ ସତ୍ତ୍ୱପ୍ରଧାନ ପବିତ୍ର ହୋଇଯାଉଛି, ସେଥିପାଇଁ ତୁମେମାନେ ସାରା ବିଶ୍ୱରେ ହୋଲୀଏଷ୍ଟ ଆତ୍ମା ଅଟ । କ’ଣ ହୋଲୀଏଷ୍ଟ ଅଟ ତ? ନିଜକୁ ସାରା ବିଶ୍ୱରେ ହୋଲୀଏଷ୍ଟ ଆତ୍ମା ମନେ କରୁଛ? ତା’ ସହିତ ହାଇଏଷ୍ଟ ମଧ୍ୟ ଅଟ, କାହିଁକି ହାଇଏଷ୍ଟ ଅଟ? କାହିଁକି ନା ଉଚ୍ଚରୁ ଉଚ୍ଚ ଭଗବାନଙ୍କୁ ଚିହ୍ନି ପାରିଛ । ଉଚ୍ଚରୁ ଉଚ୍ଚ ପିତାଙ୍କ ଦ୍ୱାରା ଉଚ୍ଚରୁ ଉଚ୍ଚ ଆତ୍ମା ହୋଇଯାଇଛ । ସାଧାରଣ ସ୍ମୃତି, ବୃତ୍ତି, ଦୃଷ୍ଟି, କୃତି ସବୁ କିଛି ପରିବର୍ତ୍ତନ ହୋଇ ଶ୍ରେଷ୍ଠ ସ୍ମୃତି ସ୍ୱରୂପ, ଶ୍ରେଷ୍ଠ ବୃତ୍ତି, ଶ୍ରେଷ୍ଠ ଦୃଷ୍ଟି ହୋଇଯାଇଛି । ଯଦି କାହା ସହିତ ବି ମିଶୁଛ ତେବେ କେଉଁ ମନୋଭାବରେ ମିଶୁଛ? ଭାଇ-ଭାଇର ମନୋଭାବରେ, ଆତ୍ମିକ ଦୃଷ୍ଟିରେ, କଲ୍ୟାଣର ଭାବନାରେ ତଥା ପ୍ରଭୁ ପରିବାରର ପରିଚୟରେ ମିଶୁଛ । ତେଣୁ ହାଇଏଷ୍ଟ ହୋଇଗଲ ନା? ପରିବର୍ତ୍ତନ ହୋଇଗଲା ନା! ଏବଂ ଲକୀଏଷ୍ଟ ମଧ୍ୟ କେତେ ଅଟ? ଦୁନିଆର କୌଣସି ଜ୍ୟୋତିଷ ତୁମର ଭାଗ୍ୟ ରେଖା ତିଆରି କରିନାହିଁ, ସ୍ୱୟଂ ଭାଗ୍ୟବିଧାତା ତୁମମାନଙ୍କର ଭାଗ୍ୟର ରେଖା ଆଙ୍କି ଦେଇଛନ୍ତି ଏବଂ କେତେ ବଡ ଗ୍ୟାରେଣ୍ଟି ମଧ୍ୟ ଦେଇଛନ୍ତି? ୨୧ ଜନ୍ମର ଭାଗ୍ୟ ରେଖାରେ ଅବିନାଶୀ ପିତାଙ୍କଠାରୁ ଗ୍ୟାରେଣ୍ଟି ନେଇଯାଇଛ । ଗୋଟିଏ ଜନ୍ମ ନୁହେଁ, ୨୧ ଜନ୍ମ ପର୍ଯ୍ୟନ୍ତ କେବେ ବି ଦୁଃଖ-ଅଶାନ୍ତିର ଅନୁଭୂତି ହେବ ନାହିଁ । ସଦା ସୁଖୀ ହୋଇ ରହିବ । ଜୀବନରେ ତିନୋଟି କଥା ସମସ୍ତଙ୍କୁ ଦରକାର ଥାଏ, ତାହା ହେଲା - ହେଲ୍‌ଥ ଅର୍ଥାତ୍ ସ୍ୱାସ୍ଥ୍ୟ, ୱେଲଥ୍ ଅର୍ଥାତ୍ ସମ୍ପତ୍ତି ଏବଂ ହ୍ୟାପିନେଶ୍ ଅର୍ଥାତ୍ ସୁଖ । ଏହି ତିନୋଟିଯାକ କଥା ତୁମମାନଙ୍କୁ ବାବାଙ୍କ ଦ୍ୱାରା ପୈତୃକ ସମ୍ପତ୍ତି ରୂପରେ ପ୍ରାପ୍ତ ହୋଇଯାଇଛି ଏବଂ ୨୧ ଜନ୍ମ ପାଇଁ ଗ୍ୟାରେଣ୍ଟି ମଧ୍ୟ ମିଳିଯାଇଛି ନା! ତେବେ ସମସ୍ତେ ଗ୍ୟାରେଣ୍ଟି ନେଇଛି ତ? ପଛବାଲାଙ୍କୁ ଗ୍ୟାରେଣ୍ଟି ମିଳିଛି? ସମସ୍ତେ ହାତ ଉଠାଇଛନ୍ତି, ବହୁତ ଭଲ କଥା । ସନ୍ତାନ ହେବା ଅର୍ଥ ପିତାଙ୍କ ଦ୍ୱାରା ସମ୍ପତ୍ତି ମିଳିବା । କ’ଣ ଏବେ ଏବେ ସନ୍ତାନ ହେଉଛ ନା ପୂର୍ବରୁ ହୋଇସାରିଛ? ସନ୍ତାନ କେହି ବି ଧୀରେ ଧୀରେ ହୁଅନ୍ତି ନାହିଁ । ଜନ୍ମ ନେଲ ଅର୍ଥାତ୍ ସନ୍ତାନ ହେଲ । ଜନ୍ମ ହେବା ମାତ୍ରକେ ପିତାଙ୍କର ସମ୍ପତ୍ତିର ଅଧିକାରୀ ହୋଇଗଲ । ତେଣୁ ଏହିଭଳି ଶ୍ରେଷ୍ଠ ଭାଗ୍ୟ ବାବାଙ୍କ ଦ୍ୱାରା ଏବେ ହିଁ ପ୍ରାପ୍ତ କରିନେଲ, ପୁଣି ତୁମେମାନେ ସବୁଠାରୁ ଧନଶାଳୀ ମଧ୍ୟ ଅଟ । ତୁମେମାନେ ବ୍ରାହ୍ମଣ ଅଟ, କ୍ଷତ୍ରିୟ ନୁହେଁ । ବ୍ରାହ୍ମଣ ଆତ୍ମା ନିଶ୍ଚୟର ସହିତ ଅନୁଭବ କରୁଛି ଯେ ମୁଁ ଶ୍ରେଷ୍ଠ ଆତ୍ମା, ଅମୁକ-ସମୁକ ନୁହେଁ, ମୁଁ ଆତ୍ମା ରିଚେଷ୍ଟ ଇନ୍ ଦି ୱାଲ୍‌ଡ ଅର୍ଥାତ୍ ବିଶ୍ୱର ସର୍ବୋଚ୍ଚ ଧନଶାଳୀ ଅଟେ । ଯଦି ବ୍ରାହ୍ମଣ ଅଟ ତେବେ ରିଚେଷ୍ଟ ଇନ୍ ଦି ୱାଲଡ୍ ଅଟ କାହିଁକି ନା ବ୍ରାହ୍ମଣ ଆତ୍ମା ପାଇଁ ପରମାତ୍ମାଙ୍କର ସ୍ମୃତି ଦ୍ୱାରା ପ୍ରତି ପାଦରେ ପଦ୍ମର ରୋଜଗାର ଜମା ହେଉଛି । ତେବେ ସାରା ଦିନ ଭିତରେ ତୁମେମାନେ କେତେ କଦମ ଉଠାଉଥିବ? ଚିନ୍ତା କର । ଯଦି ପ୍ରତି ପାଦରେ ପଦ୍ମର ଆୟ ହୁଏ ତେବେ ସାରା ଦିନ ଭିତରେ କେତେ ପଦ୍ମ ଜମା ହୋଇଗଲା? ବାବାଙ୍କ ଦ୍ୱାରା ତୁମେମାନେ ଏହିଭଳି ଆତ୍ମା ହୋଇଯାଇଛ । ମୁଁ ବ୍ରାହ୍ମଣ ଆତ୍ମା କ’ଣ ଅଟେ, ଏହି କଥା ମନେ ରହିବା ହିଁ ଭାଗ୍ୟ ଅଟେ । ତେବେ ଆଜି ବାପଦାଦା ସମସ୍ତଙ୍କର ମସ୍ତକରେ ଭାଗ୍ୟର ଚମକୁଥିବା ତାରାକୁ ଦେଖୁଛନ୍ତି । ତୁମେମାନେ ମଧ୍ୟ ନିଜର ଭାଗ୍ୟର ତାରକାକୁ ଚମକୁଥିବାର ଦେଖୁଛ ତ?

ତେବେ ବାପଦାଦା ପିଲାମାନଙ୍କୁ ଦେଖି ଖୁସି ଦେଉଛନ୍ତି, ନା ପିଲାମାନେ ବାପଦାଦାଙ୍କୁ ଦେଖି ଖୁସି ହେଉଛନ୍ତି? କିଏ ଅଧିକ ଖୁସି ହେଉଛି? ବାବା ନା ପିଲାମାନେ? କିଏ ଅଧିକ ଖୁସି ହେଉଛି? (ପିଲାମାନେ) କ’ଣ ବାବା ଖୁସି ହେଉ ନାହାଁନ୍ତି? ବାବା ମଧ୍ୟ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଏବଂ ପିଲାମାନେ ମଧ୍ୟ ବାବାଙ୍କୁ ଦେଖି ଖୁସି ହେଉଛନ୍ତି । ଉଭୟ ଖୁସି ହେଉଛନ୍ତି କାହିଁକି ନା ପିଲାମାନେ ଜାଣିଛନ୍ତି ଯେ ଏହି ପ୍ରଭୁ ମିଳନ, ଏହି ପରମାତ୍ମ ସ୍ନେହ, ପରମାତ୍ମ ସମ୍ପତ୍ତି, ପରମାତ୍ମ ପ୍ରାପ୍ତି କେବଳ ଏବେ ହିଁ ପ୍ରାପ୍ତ ହେଉଛି । ତେଣୁ “ଏବେ ନୁହେଁ ତ କେବେ ନୁହେଁ ।”

ବାପଦାଦା ଏବେ କେବଳ ଗୋଟିଏ କଥା ପିଲାମାନଙ୍କ ଆଗରେ ଦୋହରାଉଛନ୍ତି - ତାହା କ’ଣ ହୋଇଥିବ? ବୁଝି ତ ସାରିଲିଣି ନା । ବାପଦାଦା ଏହି କଥା ଦୋହରାଉଛନ୍ତି ଯେ ଏବେ ଶ୍ରେଷ୍ଠ ସମୟକୁ ନିକଟକୁ ଆଣ । ଏହା ହେଉଛି ସାରା ବିଶ୍ୱର ଆତ୍ମାମାନଙ୍କର ଅନ୍ତରର କଥା । କିନ୍ତୁ ଏହାକୁ ଆଣିବାବାଲା କିଏ? ତୁମେମାନେ ଅଟ, ନା ଆଉ କେହି ଅଛନ୍ତି? ଏହିଭଳି ସୁଖଦାୟୀ ଶ୍ରେଷ୍ଠ ସମୟକୁ ନିକଟକୁ ଆଣିବାବାଲା ତୁମେମାନେ ଅଟ ତ? ଯଦି ଅଟ ତେବେ ହାତ ଉଠାଅ । ଆଚ୍ଛା ପୁଣି ଆଉ ଗୋଟିଏ କଥା ମଧ୍ୟ ଅଛି, ତାହା ମଧ୍ୟ ବୁଝିସାରିଲଣି ସେଥିପାଇଁ ତ ହସୁଛ ନା? ଆଚ୍ଛା ତା’ର ତାରିଖଟି କ’ଣ? ତାରିଖ ତ ନିଧାର୍ଯ୍ୟ କର ନା । ଯେପରି ଏବେ ତାରିଖ ନିଧାର୍ଯ୍ୟ କରିଲ ଯେ - ଗୋଟିଏ ପାଳି ବିଦେଶୀମାନଙ୍କର ରହିବ । ତେବେ ଏହାର ତାରିଖ ମଧ୍ୟ ନିଧାର୍ଯ୍ୟ କରିଦେଇଛ । ତେଣୁ ହେ ସମୟକୁ ନିକଟକୁ ଆଣିବାବାଲା ଆତ୍ମାମାନେ କୁହ ଏହାର ତାରିଖଟି କେତେ? ତାହା ଦୃଷ୍ଟିକୁ ଆସୁଛି? ପ୍ରଥମେ ତୁମମାନଙ୍କର ଦୃଷ୍ଟିକୁ ଆସୁ ତା’ପରେ ଯାଇ ବିଶ୍ୱକୁ ଆସିବ । ବାପଦାଦା ଯେତେବେଳେ ଅମୃତବେଳାରେ ସାରା ବିଶ୍ୱରେ ଚକ୍ର ଲଗାଉଛନ୍ତି ସେତେବେଳେ ଆତ୍ମାମାନଙ୍କୁ ଦେଖି ଦେଖି ତାଙ୍କ କଥା ଶୁଣି-ଶୁଣି ଦୟା ଲାଗୁଛି । ମଉଜରେ ମଧ୍ୟ ଅଛନ୍ତି, ତା’ ସହିତ ବହୁତ ଚିନ୍ତାରେ ମଧ୍ୟ ଅଛନ୍ତି । ତେଣୁ ବାପଦାଦା ପଚାରୁଛନ୍ତି ଯେ ହେ ଦାତାଙ୍କର ସନ୍ତାନ ମାଷ୍ଟର ଦାତାମାନେ ନିଜର ମାଷ୍ଟର ଦାତା ପଣିଆର ପାର୍ଟକୁ ତୀବ୍ରଗତିରେ ବିଶ୍ୱ ସମ୍ମୁଖରେ କେବେ ଆଉ ପ୍ରତ୍ୟକ୍ଷ କରିବ? ନା ଏବେ ପରଦା ପଛ ପଟେ ପ୍ରସ୍ତୁତ ହେଉଛ? କ’ଣ ପ୍ରସ୍ତୁତିରେ ଲାଗି ରହିଛ କି? ହେ ବିଶ୍ୱ ପରିବର୍ତ୍ତନର ନିମିତ୍ତ ଆତ୍ମାମାନେ ଏବେ ବିଶ୍ୱର ଆତ୍ମାମାନଙ୍କ ଉପରେ ଦୟା କର । ହେବା ତ ସୁନିଶ୍ଚିତ ଅଟେ, ଏହା ମଧ୍ୟ ନିଧାର୍ଯ୍ୟ ଅଟେ ଏବଂ ତାହା ମଧ୍ୟ ତୁମେ ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଦ୍ୱାରା ହିଁ ହେବ । ତେବେ ଆଉ ଡେରି କାହିଁକି ହେଉଛି? ବାପଦାଦା ଏହି ଗୋଟିଏ ଉତ୍ସବ ଦେଖିବାକୁ ଚାହୁଁଛନ୍ତି ଯେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନର ଅନ୍ତରରେ ପ୍ରସନ୍ନତାର ଏବଂ ସମ୍ପୂର୍ଣ୍ଣତାର ପତାକା ଉଡୁଥିବାର ଦେଖାଯାଉ । ଯେତେବେଳେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଭିତରେ ସମ୍ପୂର୍ଣ୍ଣତାର ପତାକା ଉଡିବ ସେତେବେଳେ ହିଁ ସାରା ବିଶ୍ୱରେ ବାବାଙ୍କର ପ୍ରତ୍ୟକ୍ଷତାର ପତାକା ଉଡିବ । ତେଣୁ ଏହିଭଳି ଧ୍ୱଜାରୋହଣ ଉତ୍ସବ ବାପଦାଦା ଦେଖିବାକୁ ଚାହୁଁଛନ୍ତି । ଯେପରି ଶିବରାତ୍ରି ଦିନ ଶିବ ଅବତରଣର ପତାକା ଉଡାଉଛ, ସେହିଭଳି ଏବେ ଶିବଶକ୍ତି ପାଣ୍ଡବମାନଙ୍କର ଅବତରଣର ସ୍ଳୋଗାନ ଚାରିଆଡେ ଶୁଣିବାକୁ ମିଳୁ । ତୁମେମାନେ ଗୋଟିଏ ଗୀତ ବଜାଉଛ ନା - ଶିବଶକ୍ତିୟା ଆ ଗଇ... । ଏବେ ସାରା ବିଶ୍ୱ ଏହି ଗୀତକୁ ଗାଉ ଯେ ଶିବଙ୍କ ସହିତ ଶକ୍ତିମାନେ ଏବଂ ପାଣ୍ଡବମାନେ ମଧ୍ୟ ପ୍ରତ୍ୟକ୍ଷ ହୋଇଯାଇଛନ୍ତି । ପରଦା ଭିତରେ ଆଉ କେତେ ଦିନ ରହିବ? କ’ଣ ପରଦା ଭିତରେ ରହିବାକୁ ଭଲ ଲାଗୁଛି? ଅଳ୍ପ ଅଳ୍ପ ଭଲ ଲାଗୁଛି କି! ଯଦି ଭଲ ଲାଗୁ ନାହିଁ ତେବେ ଏହି ପରଦାକୁ ହଟାଇବାବାଲା କିଏ? କ’ଣ ବାବା ହଟାଇବେ କି? କିଏ ହଟାଇବ? ଡ୍ରାମା ହଟାଇବ, ନା ତୁମେମାନେ ହଟାଇବ! ଯଦି ତୁମମାନଙ୍କୁ ହିଁ ହଟାଇବାକୁ ହେବ ତେବେ ଡେରି କାହିଁକି କରୁଛ? ତେବେ କ’ଣ ଏହି କଥା ବୁଝିଯିବା ଯେ ପରଦା ଭିତରେ ରହିବାକୁ ଭଲ ଲାଗୁଛି? ବାସ୍‌, ବାପଦାଦାଙ୍କର ଏବେ କେବଳ ଏହି ଗୋଟିଏ ଶ୍ରେଷ୍ଠ ଆଶା ଯେ ସମସ୍ତେ ଏହି ଗୀତ ଗାଆନ୍ତୁ ଯେ ବାଃ! ଆସିଗଲେ, ଆସିଗଲେ, ଆସିଗଲେ । କ’ଣ ହୋଇପାରିବ? ଦେଖ ସବୁ ଦାଦୀମାନେ କହୁଛନ୍ତି ହୋଇପାରିବ, ପୁଣି ହେଉନାହିଁ କାହିଁକି? କାରଣ କ’ଣ? ଯଦି ସମସ୍ତେ ସମ୍ମତି ଜଣାଉଛନ୍ତି ତେବେ ନ ହେବାର କାରଣ କ’ଣ? (ସମସ୍ତେ ସମ୍ପନ୍ନ ହୋଇ ନାହାଁନ୍ତି) କାହିଁକି ହୋଇନାହାଁନ୍ତି? ଏହାର ତାରିଖ ଶୁଣାଅ ନା! (ତାରିଖ ତ ଆପଣ ହିଁ ଶୁଣାଇବେ) ବାପଦାଦାଙ୍କର ମହାମନ୍ତ୍ର ମନେ ଅଛି ତ? ବାପଦାଦା କ’ଣ କହୁଛନ୍ତି? “କେବେ ନୁହେଁ ଏବେ” (ଦାଦୀଜୀ କହୁଛନ୍ତି ବାବା ଫାଇନାଲ୍ ଡେଟ୍ ଆପଣ ହିଁ ଶୁଣାନ୍ତୁ) ଆଚ୍ଛା, ବାପଦାଦା ଯେଉଁ ତାରିଖ ଶୁଣାଇବେ ସେଥିରେ ତୁମେମାନେ ନିଜକୁ ପରିବର୍ତ୍ତନ କରି ଦେଖାଇବ ତ? କ’ଣ ପାଣ୍ଡବମାନେ ପ୍ରତିଶ୍ରୁତି ରକ୍ଷା କରିବ ତ? ପକ୍କା । ଯଦି ତଳ ଉପର କରିଲ ତେବେ କ’ଣ କରିବାକୁ ହେବ? (ଯଦି ଆପଣ ଡେଟ୍ ନିଧାର୍ଯ୍ୟ କରିବେ ତେବେ କେହି ବି ତଳ-ଉପର କରିବେ ନାହିଁ) ତେବେ ସମସ୍ତଙ୍କୁ ଅଭିନନ୍ଦନ । ଆଚ୍ଛା! ଏବେ ତାରିଖ ଶୁଣାଇବୁ! ଦେଖ ବାପଦାଦା ପୁଣି ବି ଦୟାଳୁ ଅଟନ୍ତି, ତେଣୁ ବାପଦାଦା ତାରିଖ ଶୁଣାଉଛନ୍ତି, ଧ୍ୟାନ ଦେଇ ଶୁଣ । ବାପଦାଦା ସବୁ ପିଲାଙ୍କ ପ୍ରତି ଏହି ଶ୍ରେଷ୍ଠ ଭାବନା ରଖୁଛନ୍ତି ବା ଆଶା ରଖୁଛନ୍ତି ଯେ ଅତି କମ୍‌ରେ ୬ ମାସ ଭିତରେ, ତେବେ ୬ ମାସ କେବେ ପୂରଣ ହେବ? (ମେ ମାସରେ) ମେ ମାସରେ ମେଁ ମେଁ ସମାପ୍ତ ହେବା ଦରକାର । ବାପଦାଦା ପୁଣି ବି ମାର୍ଜିନ ଦେଉଛନ୍ତି ଯେ ଅତି କମ୍‌ରେ ଏହି ୬ ମାସ ଭିତରେ, ବାପଦାଦା ଯେଉଁ କଥା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଏବଂ ପୂର୍ବ ସିଜିନ୍‌ରେ ମଧ୍ୟ ସେହି ପାଠ ବା କାମ ଦେଇଥିଲେ ଯେ ନିଜକୁ ଜୀବନମୁକ୍ତ ସ୍ଥିତିର ଅନୁଭବୀ କର । ସତ୍ୟଯୁଗୀ ସୃଷ୍ଟିର ଜୀବନମୁକ୍ତି ନୁହେଁ, ସଂଗମଯୁଗର ଜୀବନ ମୁକ୍ତ ଷ୍ଟେଜ । କୌଣସି ବି ବିଘ୍ନ ବା ପରିସ୍ଥିତି ବା ସାଧନ ବା ମୁଁ ଏବଂ ମୋ’ର ପଣିଆ, ଦେହ-ଅଭିମାନଯୁକ୍ତ ମୁଁ ଏବଂ ଦେହ-ଅଭିମାନଯୁକ୍ତ ମୋ’ର ସେବା - ଏହି ସବୁ କଥାର ପ୍ରଭାବରୁ ମୁକ୍ତ ରହିବାକୁ ହେବ । ଏଭଳି କହିବ ନାହିଁ ଯେ ମୁଁ ତ ମୁକ୍ତ ରହିବାକୁ ଚାହୁଁଥିଲି କିନ୍ତୁ ଏହିଭଳି ବିଘ୍ନ ଆସିଗଲା ନା, ଏହି କଥାଟା ବହୁତ ବଡ ହୋଇଗଲା ନା । ଛୋଟ ଛୋଟ କଥାକୁ ତ ଚଳାଇ ନେଉଛି କିନ୍ତୁ ଏହା ବହୁତ ବଡ କଥା ହେଲା, ବହୁତ ବଡ ପରୀକ୍ଷା ଥିଲା, ବହୁତ ବଡ ବିଘ୍ନ ଥିଲା, ବହୁତ ବଡ ପରିସ୍ତିତି ବା ସମସ୍ୟା ଥିଲା । ତେବେ କେତେ ବି ବଡରୁ ବଡ ପରିସ୍ଥିତି ବା ବିଘ୍ନ ବା ସାଧନ ଗୁଡିକର ଆକର୍ଷଣ ସମାନା କରୁ ଏବଂ ସାମନା କରିବ ମଧ୍ୟ, ଏକଥା ପୂର୍ବରୁ ହିଁ କହିଦେଉଛୁ କିନ୍ତୁ ଅତି କମରେ ୬ ମାସ ଭିତରେ ୭୫ ପ୍ରତିଶତ ମୁକ୍ତ ହୋଇପାରିବ? ବାପଦାଦା ୧୦୦ ପ୍ରତିଶତ କହୁନାହାଁନ୍ତି, ୭୫ ପ୍ରତିଶତ କହୁଛନ୍ତି, ଯଦି ତିନି ଭାଗ ପର୍ଯ୍ୟନ୍ତ ଆସିବ ତେବେ ଯାଇ ତ ସମ୍ପୂର୍ଣ୍ଣତା ପର୍ଯ୍ୟନ୍ତ ପହଞ୍ଚି ପାରିବ ନା! ତେବେ ପୂରା ୬ ମାସରେ ଏକ ମାସ ନୁହେଁ ୬ ମାସ ଦିଆଯାଉଛି, ବର୍ଷର ଅଧା ଦିଆଯାଉଛି । ତେବେ କ’ଣ ଏହି ତାରିଖକୁ ବା ସମୟକୁ ନିଧାର୍ଯ୍ୟ କରିପାରିବ? ଦେଖ, ଦାଦୀମାନେ କହୁଛନ୍ତି ଏହାକୁ ନିଧାର୍ଯ୍ୟ କର, ଦାଦୀମାନଙ୍କର ହୁକୁମ ତ ମାନିବାକୁ ପଡିବ ନା! ଫଳାଫଳକୁ ଦେଖି ବାପଦାଦା ତ ଆପେ ଆପେ ଆକର୍ଷିତ ହୋଇ ଆସିବେ, କହିବାର ମଧ୍ୟ ଆବଶ୍ୟକତା ପଡିବ ନାହିଁ । ତେବେ ୬ ମାସ ଏବଂ ୭୫ ପ୍ରତିଶତ, ୧୦୦ କହୁ ନାହାଁନ୍ତି । ତା’ ପାଇଁ ପୁଣି ଆଗକୁ ସମୟ ଦିଆଯିବ । ତେବେ ଏଥିରେ ସମସ୍ତେ ଏଭରରେଡି ଅର୍ଥାତ୍ ସଦା ପ୍ରସ୍ତୁତ ଅଛ ତ? ଏଭରରେଡି ମଧ୍ୟ ନୁହେଁ ୬ ମାସରେ ରେଡି ହୁଅ । କ’ଣ ପସନ୍ଦ ହେଉଛି, ନା ସାହସ ଟିକିଏ କମିଯାଉଛି, କିଏ ଜାଣେ କ’ଣ ହେବ? ବାଘ ମଧ୍ୟ ଆସିବ, ବିଲେଇ ମଧ୍ୟ ଆସିବ, ସବୁ ଆସିବେ । ବିଘ୍ନ ମଧ୍ୟ ଆସିବ, ପରିସ୍ଥିତି ଗୁଡିକ ମଧ୍ୟ ଆସିବ, ସାଧନ ଗୁଡିକ ମଧ୍ୟ ବହୁତ ବଢିଯିବ କିନ୍ତୁ ତୁମେ ସାଧନର ପ୍ରଭାବରୁ ମୁକ୍ତ ରହିବ । ଯଦି ପସନ୍ଦ ଲାଗୁଛି ତେବେ ହାତ ଉଠାଅ । ଟିଭିର କ୍ୟାମେରାକୁ ବୁଲାଅ । ଭଲ ଭାବରେ ହାତ ଉଠାଇବାର ଫଟୋ ଉଠାଅ, କେହି ହାତ ତଳକୁ କର ନାହିଁ । ବହୁତ ଭଲ ଦୃଶ୍ୟ ଦେଖାଯାଉଛି । ଆଚ୍ଛା, ଆଗୁଆ ଅଭିନନ୍ଦନ ।

ପୁଣି ଏମିତି କହିବ ନାହିଁ ଯେ ଆମକୁ ତ ବହୁତ ମରିବାକୁ ପଡିବ, ତେବେ ମର ବା ଜିଅ କିନ୍ତୁ ହେବାକୁ ହିଁ ପଡିବ । ଏହି ମରିବା ମିଠା ମରିବା ଅଟେ, ଏଥିରେ ଦୁଃଖ ନ ଥାଏ । ଏହି ମରିବା ତ ଅନେକଙ୍କର କଲ୍ୟାଣ ପାଇଁ ମରିବା, ସେଥିପାଇଁ ଏହି ମରିବାରେ ମଜା ଅଛି । ଦୁଃଖ ନାହିଁ ବରଂ ସୁଖ ଅଛି । ତେଣୁ କୌଣସି ବାହାନା କରିବ ନାହିଁ ଯେ ଏମିତି ହୋଇଗଲା ନା, ସେଥିପାଇଁ ସେମିତି ହେଲା, ଏଥିରେ ବାହାନାବାଜୀ ଚଳିବ ନାହିଁ । କ’ଣ ବାହାନାବାଜୀ କରିବ କି? ନାହିଁ ନା! ଉଡିବା କଳାର କଳାବାଜୀ କର, ଅନ୍ୟ କୌଣସି ବାଜୀ ନୁହେଁ । ଖସିବା କଳାର ବାଜୀ, ବାହାନାବାଜୀ, ଦୁର୍ବଳତା ଦେଖାଇବାର ବାଜୀ ଏହି ସବୁ ବାଜୀକୁ ସମାପ୍ତ କର । କେବଳ ଉଡିବାର କାଳାର କଳା ବାଜୀ କର । ଠିକ୍ ଅଛି ନା! ସମସ୍ତଙ୍କର ଚେହେରା ତ ପ୍ରଫୁଲ୍ଲିତ ହୋଇଗଲାଣି । ୬ ମାସ ପରେ ଯେତେବେଳେ ମିଶିବା ପାଇଁ ଆସିବୁ ସେତେବେଳେ ଚେହେରା କିପରି ଥିବ, ତା’ର ମଧ୍ୟ ଫଟୋ ଉଠା ହେବ!

ଡବଲ ଫରେନର୍ସ ମାନେ ଆସିଛନ୍ତି ନା ତେଣୁ ଡବଲ ପ୍ରତିଜ୍ଞା କରିବାର ଦିନ ଆସିଯାଇଛି । ଅନ୍ୟ କାହାକୁ ଦେଖିବାର ନାହିଁ, ସି ଫାଦର୍‌, ସୀ ବ୍ରହ୍ମା ମଦର୍ । ଅନ୍ୟ କେହି କରୁ କି ନ କରୁ, କରିବେ ତ ସମସ୍ତେ ପୁଣି ବି ସେମାନଙ୍କ ପ୍ରତି ମଧ୍ୟ ଦୟାଭାବ ରଖିବ । ଦୁର୍ବଳ ଆତ୍ମାକୁ ଶୁଭଭାବନାର ବଳ ଦେବ, ତା’ର ଦୁର୍ବଳତା ଗୁଡିକୁ ଦେଖିବ ନାହିଁ । ଏହିଭଳି ଆତ୍ମାମାନଙ୍କୁ ନିଜର ସାହସର ହାତ ଦ୍ୱାରା ଉଚ୍ଚକୁ ଉଠାଇବାକୁ ହେବ । ସାହସର ହାତ ସର୍ବଦା ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ବଢାଇ ଚାଲିଥିବ । କାରଣ ସାହସର ହାତ ବହୁତ ଶକ୍ତିଶାଳୀ ଅଟେ ଏବଂ ବାପଦାଦାଙ୍କର ବରଦାନ ହେଲା - ସାହସର ଗୋଟିଏ ପାଦ ପିଲାମାନଙ୍କର ଏବଂ ହଜାର ସହଯୋଗର ପାଦ ବାବାଙ୍କର । ତେବେ ନିଃସ୍ୱାର୍ଥ ପୁରୁଷାର୍ଥରେ ପ୍ରଥମେ ମୁଁ । ସ୍ୱାର୍ଥବାଲା ପୁରୁଷାର୍ଥ ନୁହେଁ । ନିଃସ୍ୱାର୍ଥ ପୁରୁଷାର୍ଥରେ ପ୍ରଥମେ ଯିଏ କରିବ ସେ ବ୍ରହ୍ମାବାବାଙ୍କ ସମାନ ହେବ ।

ତେବେ ବ୍ରହ୍ମାବାବାଙ୍କ ସହିତ ତ ସ୍ନେହ ଅଛି ନା! ସେଥିପାଇଁ ତ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ବୋଲାଉଛ ନା! ଯେବେକି ତୁମେମାନେ ଚାଲେଞ୍ଜ କରୁଛ ଯେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ସମ୍ପତ୍ତି ନେଇଯାଅ ତେଣୁ ଏବେ ଗୋଟିଏ ସେକେଣ୍ଡରେ ନିଜକୁ ମୁକ୍ତ କରିବା ଉପରେ ଧ୍ୟାନ ଦିଅ । ସମୟକୁ ସମୀପକୁ ଆଣ ଅର୍ଥାତ୍ ନିକଟକୁ ଆଣ । ତୁମମାନଙ୍କର ସମ୍ପୂର୍ଣ୍ଣତାର ସମୀପତା ଶ୍ରେଷ୍ଠ ସମୟକୁ ସମୀପକୁ ଆଣିବ ଅଥାତ୍ ପାଖେଇ ଆଣିବ । ତୁମେମାନେ ମାଲିକ ଅଟ ନା, ରାଜା ଅଟ ନା! ସ୍ୱରାଜ୍ୟ ଅଧିକାରୀ ଅଟ ନା? ତେବେ ଆଦେଶ ଦିଅ । ରାଜା ତ ଆଦେଶ ଦେଇଥାଏ ନା! ଏହା କର ନାହିଁ, ଏହା କର - ବାସ୍ କେବଳ ଅର୍ଡର କର । ଏବେ-ଏବେ ମନକୁ ଦେଖ, କାହିଁକି ନା ମନ ହେଉଛି ମୁଖ୍ୟମନ୍ତ୍ରୀ ତେଣୁ ହେ ରାଜା ନିଜର ମନ ମନ୍ତ୍ରୀକୁ ଆଦେଶ ଦେଇ ଅଶରୀରୀ, ବିଦେହୀ ସ୍ଥିତିରେ ସ୍ଥିତ କରିପାରିବ? ଏବେ ଗୋଟିଏ ସେକେଣ୍ଡ ଭିତରେ ଆଦେଶ ଦିଅ । ( ପାଞ୍ଚ ମିନିଟ୍ ଡ୍ରିଲ୍‌) ଆଚ୍ଛା!

ସର୍ବଦା ଲବଲୀନ ଏବଂ ଲକୀ ଅର୍ଥାତ୍ ଭାଗ୍ୟବାନ ଆତ୍ମାମାନଙ୍କୁ ବାପଦାଦାଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ସର୍ବପ୍ରାପ୍ତିର ଅନୁଭବୀ ଆତ୍ମାମାନଙ୍କୁ, ସ୍ୱରାଜ୍ୟ ଅଧିକାରୀ ହୋଇ ନିଜର ଅଧିକାର ଦ୍ୱାରା ସ୍ୱରାଜ୍ୟ ଚଳାଉଥିବା ଶକ୍ତିଶାଳୀ ଆତ୍ମାମାନଙ୍କୁ, ସର୍ବଦା ଜୀବନମୁକ୍ତ ସ୍ଥିତିର ଅନୁଭବୀ ସର୍ବୋଚ୍ଚ ଆତ୍ମାମାନଙ୍କୁ, ଭାଗ୍ୟବିଧାତାଙ୍କର ଶ୍ରେଷ୍ଠ ଭାଗ୍ୟର ରେଖା ଦ୍ୱାରା ଶ୍ରେଷ୍ଠ ଭାଗ୍ୟବାନ ଆତ୍ମାମାନଙ୍କୁ, ସର୍ବଦା ପବିତ୍ରତାର ଦୃଷ୍ଟି, ବୃତ୍ତି ଦ୍ୱାରା ସ୍ୱପରିବର୍ତ୍ତନ ତଥା ବିଶ୍ୱ ପରିବର୍ତ୍ତନ କରୁଥିବା ହୋଲୀଏଷ୍ଟ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ଡବଲ ବିଦେଶୀ ଅତିଥିମାନଙ୍କ ସହିତ ସାକ୍ଷାତ୍ ( କାଲ୍ ଅଫ୍ ଟାଇମ୍ ଅର୍ଥାତ୍ ସମୟର ଡାକରା କାର୍ଯ୍ୟକ୍ରମରେ ଆସିଥିବା ଅତିଥିମାନଙ୍କ ସହିତ ସାକ୍ଷାତ ) :-

ସମସ୍ତେ ନିଜର ମିଠା ଘରେ, ମିଠା ପରିବାରରେ ପହଞ୍ଚିଯାଇଛ ନା! ଏହି ଛୋଟିଆ ମିଠା ପରିବାର ପ୍ରିୟ ଲାଗୁଛି ନା! ଏବଂ ତୁମେମାନେ ମଧ୍ୟ କେତେ ପ୍ରିୟ ହୋଇଯାଇଛ! ସର୍ବପ୍ରଥମେ ପରମାତ୍ମାଙ୍କର ପ୍ରିୟ ହୋଇଯାଇଛ । ହୋଇଯାଇଛ ନା! କ’ଣ ହୋଇଯାଇଛ, ନା ହେବ? ଦେଖ ଆପଣ ମାନଙ୍କୁ ଦେଖି ସମସ୍ତେ କେତେ ଖୁସି ହେଉଛନ୍ତି । କାହିଁକି ଖୁସି ହେଉଛନ୍ତି ଜାଣିଛ? ସମସ୍ତଙ୍କର ଚେହେରାକୁ ଦେଖ ବହୁତ ଖୁସି ହେଉଛନ୍ତି । କାହିଁକି ଜାଣିଛ? କାହିଁକି ନା ଏମାନେ ଜାଣିଛନ୍ତି ଯେ ତୁମେମାନେ ଈଶ୍ୱରୀୟ ସନ୍ଦେଶ ଦାତା ହୋଇ ଆତ୍ମାମାନଙ୍କୁ ସନ୍ଦେଶ ଦେବାର ନିମିତ୍ତ ଅଟ । (ପାଞ୍ଚୋଟିଯାକ ମହାଦୀପରୁ ଅତିଥିମାନେ ଆସିଛନ୍ତି) ତେଣୁ ପାଞ୍ଚୋଟି ଯାକ ଖଣ୍ଡ ଅର୍ଥାତ୍ ମହାଦୀପରେ ସନ୍ଦେଶ ପହଞ୍ଚିଯିବ, ଏହା ସହଜ ଅଟେ ନା । ବହୁତ ଭଲ ପ୍ଲାନ କରିଛନ୍ତି? ଏଥିରେ ପରମାତ୍ମଙ୍କଠାରୁ ଶକ୍ତି ଭରିବା ସହିତ ପରିବାରର ସହଯୋଗ ନେଇ ଆଗକୁ ବଢିଚାଲ । ସମସ୍ତଙ୍କର ସଂକଳ୍ପ ବାପଦାଦାଙ୍କ ପାଖରେ ପହଞ୍ଚିଛି । ବହୁତ ଭଲ ଭଲ ସଂକଳ୍ପ ଚାଲୁଛି ନା! ମନେ ମନେ ପ୍ଲାନ କରୁଛ । ତେବେ ପ୍ଳାନ୍‌କୁ ପ୍ରାକ୍ଟିକାଲ୍ ଅର୍ଥାତ୍ କାର୍ଯ୍ୟକାରୀ କରିବା ପାଇଁ ତୁମମାନଙ୍କର ସାହସ ସହିତ ବାବାଙ୍କର ଏବଂ ବ୍ରାହ୍ମଣ ପରିବାରର ସହଯୋଗ ମଧ୍ୟ ରହିବ । କେବଳ ତୁମମାନଙ୍କୁ ନିମିତ୍ତ ହେବାକୁ ପଡିବ, ବାସ୍ ଆଉ କୌଣସି ମେହନତ କରିବାର ନାହିଁ । ମୁଁ ପରମାତ୍ମ କାର୍ଯ୍ୟରେ ନିମିତ୍ତ ଅଟେ । ଯେତେବେଳେ ବି କୌଣସି କାର୍ଯ୍ୟ କରିବାକୁ ଯାଉଛ, ସଂକଳ୍ପ କର ବାବା ମୁଁ ସେବା କରିବା ପାଇଁ ପ୍ରସ୍ତୁତ ଏକ ଇନ୍‌ଷ୍ଟ୍ରୁମେଣ୍ଟ୍ ଅର୍ଥାତ୍ ଯନ୍ତ୍ର ଅଟେ । ତେବେ ତା’କୁ ଚଲାଇଲାବାଲା ଆପେ ଆପେ ଚଲାଇବେ । ଏହିଭଳି ନିମିତ୍ତ ଭାବ ତୁମମାନଙ୍କର ମୁଖମଣ୍ଡଳରେ ନିର୍ମାଣ ଏବ ନିର୍ମାନ ଭାବକୁ ପ୍ରତ୍ୟକ୍ଷ କରିଦେବ । ନିର୍ଦ୍ଦେଶକର୍ତ୍ତା ବାବା ନିମିତ୍ତ କରି କାର୍ଯ୍ୟ କରାଇନେବେ । ତୁମେ କେବଳ ମାଇକ୍ ହୁଅ, ମାଇଟ୍ ଅର୍ଥାତ୍ ଶକ୍ତି ବାବା ଦେବେ । ତେଣୁ ଏହା ସହଜ ଅଟେ ନା । ତେଣୁ ନିଜକୁ ନିମିତ୍ତ ମନେ କରି ଯୋଗଯୁକ୍ତ ହୋଇ ସେବାରେ ହାଜର ହୋଇଯାଅ, ବାସ୍ । ତେବେ ତୁମମାନଙ୍କର ଚେହେରା, ଆପେ ଆପେ ସେବାର ନିମିତ୍ତ ହୋଇଯିବ । କେବଳ ବାଣୀ ଦ୍ୱାରା ସେବା କରିବ ନାହିଁ କିନ୍ତୁ ତୁମମାନଙ୍କର ଚେହେରାରେ ମଧ୍ୟ ଆନ୍ତରିକ ଖୁସି ଦେଖାଯିବ । ଏହାକୁ ହିଁ କୁହାଯାଏ ଅଲୌକିକତା । ଏବେ ତ ତୁମେମାନେ ଅଲୌକିକ ହୋଇଗଲ ନା! ଲୌକିକ ପଣିଆ ତ ସମାପ୍ତ ହୋଇଗଲା ନା । ମୁଁ ଏକ ଆତ୍ମା - ଏହା ହିଁ ଅଲୌକିକତା ଅଟେ । ମୁଁ ଅମୁକ - ଏହା ଲୌକିକ । ତେଣୁ ତୁମେମାନେ କିଏ ଅଟ? ଅଲୌକିକ ନା ଲୌକିକ? ଅଲୌକିକ ଅଟ ନା! ବହୁତ ଭଲ । ବାପଦାଦା ବା ପରିବାରର ସମ୍ମୁଖରେ ପହଞ୍ଚିଗଲ, ଏହା ବହୁତ ଭଲ ସାହସର କଥା । ଦେଖ ତୁମେମାନେ ମଧ୍ୟ କୋଟିକ ଭିତରେ କେହି ଅଟ ନା । ସେଠାରେ କେତେ ବଡ ଗ୍ରୃପ ଥିଲା, ସେଥିରୁ ତୁମେମାନେ କେତେ କଣ ଆସିଛ; ତେଣୁ କୋଟିକ ଭିତରେ କେହି ହେଲ ନା! ବହୁତ ଭଲ, ବାପଦାଦାଙ୍କୁ ଏହି ଗ୍ରୃପ୍ ପସନ୍ଦ ଅଟେ । ଏମାନଙ୍କୁ ଦେଖ କେତେ ଖୁସି ହେଉଛନ୍ତି । ତୁମମାନଙ୍କ ଠାରୁ ଏମାନେ ଅଧିକ ଖୁସି ହେଉଛନ୍ତି କାରଣ ସେବାର ପରିଣାମକୁ ସାମ୍‌ନାରେ ଦେଖି ଖୁସି ହେଉଛନ୍ତି । ମେହନତର ଫଳ ମିଳିଗଲା, ସେଥିପାଇଁ ଖୁସି ହେଉଛ ନା! ଆଚ୍ଛା । ଏବେ ତ ବାଳକ ହିସାବରେ ମାଲିକ ଅଟ । ବାଳକ ଅର୍ଥାତ୍ ପୁତ୍ରକୁ ସବୁବେଳେ ମାଷ୍ଟର ଅର୍ଥାତ୍ ମାଲିକ କୁହାଯାଏ । ଆଚ୍ଛା!

ବରଦାନ:-
ସଫଳ କରିବାର ବିଧି ଦ୍ୱାରା ସଫଳତାର ବରଦାନ ପ୍ରାପ୍ତ କରିବାବାଲା ବରଦାନୀ ମୂରତ ହୁଅ ।

ସଂଗମଯୁଗରେ ତୁମମାନଙ୍କୁ ସମ୍ପତ୍ତି ମଧ୍ୟ ମିଳୁଛି ଏବଂ ବରଦାନ ମଧ୍ୟ ମିଳୁଛି - “ସଫଳ କର ଏବଂ ସଫଳତା ପାଅ” । ସଫଳ କରିବା ହେଲା ବୀଜ ଏବଂ ସଫଳତା ହେଲା ଫଳ । ଯଦି ବୀଜ ଭଲ ହୋଇଥିବ କିନ୍ତୁ ସେଥିରୁ ଫଳ ମିଳିବ ନାହିଁ - ଏହା ହୋଇପାରିବ ନାହିଁ । ତେଣୁ ଯେପରି ଅନ୍ୟମାନଙ୍କୁ କହୁଛ ନିଜର ସମୟ, ସଂକଳ୍ପ ଏବଂ ସମ୍ପତ୍ତିକୁ ସଫଳ କର, ସେହିପରି ନିଜର ସବୁ ପ୍ରକାରର ସମ୍ପତ୍ତି ଗୁଡିକର ତାଲିକାକୁ ଚେକ୍ କର ଯେ କେଉଁ ସମ୍ପତ୍ତି ସଫଳ ହେଲା ଏବଂ କେଉଁଟି ବ୍ୟର୍ଥ ହେଲା । ଯଦି ନିଜର ସବୁ କିଛି ସଫଳ କରି ଚାଲିବ ତେବେ ସର୍ବ ସମ୍ପତ୍ତିରେ ସମ୍ପନ୍ନ ବରଦାନୀ ମୂରତ ହୋଇଯିବ ।

ସ୍ଲୋଗାନ:-
ପରମାତ୍ମାଙ୍କଠାରୁ ଆୱାର୍ଡ ଅର୍ଥାତ୍ ପୁରସ୍କାର ନେବା ପାଇଁ ହେଲେ ବ୍ୟର୍ଥ ଏବଂ ନକାରାତ୍ମକକୁ ଆଭଏଡ୍ କର ଅର୍ଥାତ୍ ଦୂରେଇ ରୁହ ।