07.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ନିଶା ରହିବା ଦରକାର ଯେ ଆମର ବାବା ଆସିଛନ୍ତି, ଆମକୁ ବିଶ୍ୱର ମାଲିକ କରାଇବା ପାଇଁ, ଆମେ ତାଙ୍କ
ସମ୍ମୁଖରେ ବସିଛୁ ।”
ପ୍ରଶ୍ନ:-
କର୍ମର ଗୁହ୍ୟ
ଗତିକୁ ଜାଣିଥିବା ପିଲାମାନେ କେଉଁ ପ୍ରକାରର ପୁରୁଷାର୍ଥ ଅବଶ୍ୟ କରିବେ?
ଉତ୍ତର:-
ୟାଦରେ ରହିବାର, କାହିଁକି ନା ସେମାନେ ଜାଣିଛନ୍ତି ଯେ ୟାଦରେ ରହିବା ଦ୍ୱାରା ହିଁ ପୁରୁଣା
ହିସାବ-କିତାବ ଚୁକ୍ତ ହେବ । ସେମାନେ ଜାଣିଛନ୍ତି, ଆତ୍ମା ଯଦି ପୁରୁଣା ହିସାବ-କିତାବ, କର୍ମଭୋଗ
ଚୁକ୍ତ ନ କରିବ ତେବେ ତାକୁ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ ।
ପୁନର୍ଜନ୍ମ ମଧ୍ୟ ସେହି ଅନୁସାରେ ହିଁ ହେବ ।
ଓମ୍ ଶାନ୍ତି ।
ପିଲାମାନଙ୍କୁ ଅପାର ଖୁସିର ପାରଦ ଚଢିଯାଉଛି, ଯେତେବେଳେ ଦେଖୁଛନ୍ତି ବାପଦାଦା ସମ୍ମୁଖକୁ
ଆସିଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ୫ ହଜାର ବର୍ଷ ପରେ ପୁଣି ଥରେ ଶିବବାବା
ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି । କ’ଣ କରିବା ପାଇଁ? ପିଲାମାନଙ୍କର ଏହି ନିଶା ଚଢି ରହିଛି । ସବୁ
ପିଲାମାନେ ଜାଣିଛନ୍ତି ଯେ ସ୍ୱର୍ଗର ମାଲିକ କରାଇବା ପାଇଁ ବାବା ଆସିଛନ୍ତି । ସେ ଆମକୁ ଯୋଗ୍ୟ
କରାଉଛନ୍ତି । ଆମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଯୁକ୍ତିଗୁଡିକ ବାରମ୍ବାର ବତାଉଛନ୍ତି ।
ଏହା ବହୁତ ସହଜ ଯୁକ୍ତି । ବାବା ବହୁତ ସହଜ ୟାଦ ପିଲାମାନଙ୍କୁ ଶିଖାଉଛନ୍ତି । ଅଜ୍ଞାନ କାଳରେ
ସନ୍ତାନ ଜନ୍ମ ହେଲେ ଭାବିଥାନ୍ତି ଯେ ଆମର ଉତ୍ତରାଧିକାରୀ ଜନ୍ମ ହେଲା । ତୁମେ ଜାଣିଛ ଏହି ସମୟରେ
ବାବା ଆସି ଆମ ପିଲାମାନଙ୍କୁ ପୋଷ୍ୟ କରୁଛନ୍ତି । ଏପରି ଭାବରେ ତ ତୁମେ ସମସ୍ତେ ଶିବବାବାଙ୍କର
ସନ୍ତାନ ଅଟ । କିନ୍ତୁ ବାବା ନିଜର କିପରି କରିବେ, ଯାହା ଫଳରେ କି ସେ ଆମକୁ ଶୁଣାଇପାରିବେ ଏବଂ
ଆମେ ତାଙ୍କଠାରୁ ଶୁଣିପାରିବୁ । ଶିବବାବା ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା କହୁଛନ୍ତି ମୁଁ ତୁମର
ପିତା ଅଟେ । ତୁମକୁ ସ୍ୱର୍ଗର ମାଲିକ କରୁଛି । କେବଳ ତୁମର ଆତ୍ମା ଯାହା ପତିତ ହୋଇଯାଇଛି ସେ ନା
ମୁକ୍ତିକୁ, ନା ଜୀବନମୁକ୍ତି ଧାମକୁ ଯାଇପାରିବ । ତୁମେ ସମସ୍ତେ ଏକମାତ୍ର ବାବାଙ୍କର ସନ୍ତାନ ଅଟ
। ସମସ୍ତଙ୍କୁ ବାବାଙ୍କର ସମ୍ପତ୍ତି ନେବାକୁ ହେବ । ଢେରକୁ ଢେର ପିଲା ଅଛନ୍ତି, ବୃଦ୍ଧି ହୋଇ
ଚାଲିଛି । ବାବା ପିଲାମାନଙ୍କୁ ପୋଷ୍ୟ କରି ଚାଲିଛନ୍ତି । ହେ ଆତ୍ମାମାନେ ଏବେ ତୁମେ ମୋର ସନ୍ତାନ
ଅଟ । ନିଜକୁ ରୁହ ଅର୍ଥାତ୍ ଆତ୍ମା ବୋଲି ଭାବ, ଆମକୁ ବାବା ମିଳିଛନ୍ତି, ଯାହାଙ୍କୁ ଆମେ ଅଧାକଳ୍ପ
ୟାଦ କରୁଥିଲୁ । ଏକଥା କେବେ ଭୁଲିଯାଅ ନାହିଁ । ଅଧାକଳ୍ପ ଆତ୍ମା ଏହି ଶରୀର ଦ୍ୱାରା ୟାଦ
କରିଆସିଛି - ହେ ପତିତ-ପାବନ, ହେ ଦୁଃଖହର୍ତ୍ତା ସୁଖକର୍ତ୍ତା । କାହିଁକି ନା ଏହା ରାବଣ ରାଜ୍ୟ
ଅଟେ ନା । ଯଦିଓ କେହି ଏବେ ଭାବୁଛନ୍ତି ଯେ ଆମେ ବହୁତ ସୁଖୀ, ଆମର ଏତେ ପଦମ (ଲକ୍ଷ ଲକ୍ଷ କୋଟି
ଟଙ୍କା) ଅଛି, ଏତେଗୁଡିଏ ଶିଳ୍ପାନୁଷ୍ଠାନ ଅଛି, କାରଖାନା ଆଦି ଅଛି, ଏ ତ ସବୁ ଅଳ୍ପକାଳ ପାଇଁ ।
ଅନ୍ତିମ ସମୟରେ ତ ବହୁତ ତ୍ରାହି-ତ୍ରାହି କରିବାରେ ଲାଗି ପଡିବେ । ସେ ସମୟରେ ଦୁଃଖର ପାହାଡ ଖସିବ
। ଏତେ ସବୁ ସମ୍ପତ୍ତି ଗୋଟିଏ ସେକେଣ୍ଡରେ ସମାପ୍ତ ହୋଇଯିବ । ବାବାଙ୍କଠାରୁ ତୁମକୁ ଗୋଟିଏ
ସେକେଣ୍ଡରେ ବର୍ସା (ସମ୍ପତ୍ତି) ମିଳୁଛି । ବାବା କହୁଛନ୍ତି ମୁଁ ତୁମକୁ ଗୋଟିଏ ସେକେଣ୍ଡରେ
ସ୍ୱର୍ଗର ବାଦଶାହୀ ଦେଉଛି । ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ଲଢେଇମାନ ଲାଗିବ, ପ୍ରାକୃତିକ
ବିପର୍ଯ୍ୟୟ ହେବ । ସଫେଇ ହେବା ତ ଦରକାର ନା । ତୁମର ଆତ୍ମା ମଧ୍ୟ ଏବେ ପବିତ୍ର ହେଉଛି । ବାପଦାଦା
ଉଭୟ ଜାଣୁଛନ୍ତି ଯେ, ପିଲାମାନେ କେତେ ପରିଶ୍ରମ କରୁଛନ୍ତି । ବାବାଙ୍କଠାରୁ ବର୍ସା ପାଇବା ପାଇଁ
ବହୁତ କମ୍ ମେହନତ କରିବାକୁ ଦେଉଛନ୍ତି । ନିଜକୁ ଆତ୍ମା ବୋଲି ମନେ କରି ବାବାଙ୍କୁ ୟାଦ କର । ଏହି
ରୁହାନୀ ପିତା ନିରକାର ଅଟନ୍ତି, ଆମେ ଆତ୍ମାମାନେ ତାଙ୍କୁ ଡାକୁଛୁ ନା । ବାବା କହୁଛନ୍ତି ତୁମର
ଆତ୍ମା ଯିଏ ପତିତ ହୋଇଯାଇଛି ସେ ପବିତ୍ର କିପରି ହେବ । ପତିତ-ପାବନ ତ ଏକମାତ୍ର ବାବା ଅଟନ୍ତି ନା
। ଯଦି ପାଣିର ନଦୀ ପତିତ-ପାବନୀ ତେବେ ତୁରନ୍ତ ଯାଇ ବୁଡ ପକାଇ ଚାଲିଆସିବା ଦରକାର । ଗଙ୍ଗା
ସ୍ନାନ ବହୁତ କରୁଛନ୍ତି ତଥାପି ମଧ୍ୟ ଏତେ ପତିତ କାହିଁକି ହୋଇଛନ୍ତି? ରାତି-ଦିନ ଏହି ଗୀତ
ଗାଇବାରେ ଲାଗିଛନ୍ତି - ପତିତ ପାବନ ସୀତାରାମ ଅର୍ଥାତ୍ ଯେଉଁ ସବୁ ଭକ୍ତିନୀ ମାନେ ଅଛନ୍ତି ଅଥବା
ସୀତାମାନେ ଅଛନ୍ତି ସମସ୍ତଙ୍କର ରକ୍ଷକ ଏକମାତ୍ର ରାମ ପରମପିତା ପରମାତ୍ମା ଅଟନ୍ତି । ସେ ହିଁ
ପତିତ ପାବନ, ପତିମାନଙ୍କର ପତି ଅଟନ୍ତି । ସେ ଯେତେବେଳେ ଆସିବେ ତେବେ ଯାଇ ସମସ୍ତଙ୍କୁ ପବିତ୍ର
କରାଇବେ । ତେବେ ବର୍ତ୍ତମାନ ବାବା କହୁଛନ୍ତି ମୋ ଶ୍ରୀମତରେ ତୁମକୁ ଚାଲିବାକୁ ହେବ ଅନ୍ୟ କାହାରି
ମତରେ ନୁହେଁ । ସେମାନେ ଭାବୁଛନ୍ତି ଭକ୍ତି କରିବା ଦ୍ୱାରା ଭଗବାନ ମିଳିବେ, ଯେବେ ଭକ୍ତି ଦ୍ୱାରା
ଭଗବାନ ମିଳିବେ ତେବେ ପୁଣି ଏପରି କାହିଁକି କହୁଛନ୍ତି ଯେ ସେ ଭକ୍ତମାନଙ୍କୁ ରକ୍ଷା କରିବାକୁ
ଆସିବେ । ଭକ୍ତମାନଙ୍କ ଉପରେ କ’ଣ ବିପଦ ପଡିଛି ଯେ ରକ୍ଷା କରିବେ? ଯେତେବେଳେ କୌଣସି ବିପଦ
ପଡିଥାଏ, ସେତେବେଳେ ରକ୍ଷା କରାଯାଇଥାଏ । ବାବା କହୁଛନ୍ତି ତୁମର କେତେ ଦୁର୍ଗତି ହୋଇଯାଇଛି । ଏହା
ହେଉଛି ଘୋର ନର୍କ, ଏଠାରେ ସମସ୍ତେ ଦୁଃଖୀ ରୋଗୀ ଅଟନ୍ତି । ଘରେ-ଘରେ ଦେଖ କ’ଣ ସବୁ ହେଉଛି ।
ଦୁଃଖ ହିଁ ଦୁଃଖ ରହିଛି, ସେଥିପାଇଁ ଡାକୁଛନ୍ତି ହେ ବାବା ଆମର ଦୁଃଖ ଦୂର କରି, ସୁଖ ଦିଅ ।
ଭାରତରେ ହିଁ ସର୍ବଦା ସୁଖ ଥିଲା ଏବେ ଦୁଃଖ ରହିଛି । ଏହା ଭାରତର କଥା ଅନ୍ୟ ରାଷ୍ଟ୍ରର କଥା ତ
ହିଁ ଅଲଗା । ସେମାନେ ତ ପରେ ଆସୁଛନ୍ତି । କେହି ୬୦ ଜନ୍ମ, କେହି ଏହାଠାରୁ ମଧ୍ୟ କମ୍ ଜନ୍ମ
ନେଉଛନ୍ତି । ୮୪ ଜନ୍ମ ଦେବତା ଧର୍ମବାଲା ହିଁ ନେଉଛନ୍ତି । ତେଣୁ ଏହି ହିସାବରେ ଅଧାକଳ୍ପ ପରେ
ଯେଉଁମାନେ ଆସିବେ ତାଙ୍କୁ ୮୪ରୁ ଅଧା ଜନ୍ମ ନେବାକୁ ପଡିବ । ଏପରି ନୁହେଁ ଯେ ସମସ୍ତେ ୮୪ ଜନ୍ମ
ନେବେ । ମନୁଷ୍ୟମାନଙ୍କୁ ତ ଯାହା ଆସୁଛି ତାହା କହିଦେଉଛନ୍ତି । ଏବେ ତୁମେ ସନ୍ତାନମାନେ ବାବାଙ୍କ
ଦ୍ୱାରା ଅବିନାଶୀ ଜ୍ଞାନ ରତ୍ନଗୁଡିକରେ ଝୁଲାମୁଣି ଭରପୁର କରୁଛ । ରତ୍ନ ତ ବହୁତ ମୂଲ୍ୟବାନ ଅଟେ
। ବାବା ବହୁତ ସହଜ କରି ମଧ୍ୟ ବୁଝାଉଛନ୍ତି । ବାବା କହୁଛନ୍ତି ତୁମେ ଡାକି ଆସିଛ, ହେ ପତିତ-ପାବନ
ଆସ । ଆମକୁ ପବିତ୍ର କର ତେଣୁ ବାବା ଆସିଛନ୍ତି । ଏବେ ତୁମେ ଜାଣୁଛ ଯେ ଆମେ ପବିତ୍ର ହେବୁ ତ
ସ୍ୱର୍ଗର ମାଲିକ ହୋଇଯିବୁ । ଶିବବାବା ଆମମାନଙ୍କୁ ପଥରବୁଦ୍ଧିରୁ ପାରସବୁଦ୍ଧି, ପଥର ନାଥରୁ
ପାରସନାଥ କରିବାକୁ ଆସିଛନ୍ତି । ଭକ୍ତିମାର୍ଗରେ ଚିତ୍ର ସବୁ ପଥରରେ ତିଆରି ହୋଇଛି ।
ଭକ୍ତିମାର୍ଗରେ ପଥରରେ ମୁଣ୍ଡ ପିଟୁଛନ୍ତି । ବାବା କହୁଛନ୍ତି - ତୁମେମାନେ କେତେ ବି ମେହନତ କର,
କିଛି ହେଲେ ଫାଇଦା ହେବ ନାହିଁ । ଆଗରୁ ତ ତୁମେ ବଳି ଚଢୁଥିଲ ତଥାପି ବି କ’ଣ କିଛି ଲାଭ ହେଲା?
ଅତି ବେଶୀରେ ଦେବୀଙ୍କର ସାକ୍ଷାତ୍କାର ହେବ ପୁଣି ଯେପରିକୁ ସେହିପରି । ପତିତ-ପାବନ ବାବା ଥରେ
ମାତ୍ର ସଂଗମଯୁଗରେ ଆସିଥା’ନ୍ତି । ସତ୍ୟଯୁଗରେ ତ ଭକ୍ତିମାର୍ଗର କୌଣସି କଥା ହିଁ ରହିବ ନାହିଁ ।
ବାବା ତ କହୁ ନାହାଁନ୍ତି ଯେ ଗଳା କାଟିଦିଅ । ଏପରି କର । ଭକ୍ତିମାର୍ଗରେ ଅନେକ ପ୍ରକାରର
କ’ଣ-କ’ଣ ସବୁ କରିଥାନ୍ତି । ଆଗରୁ ଦେବୀମାନଙ୍କ ଉପରେ ମନୁଷ୍ୟମାନଙ୍କର ବଳି ଚଢାଉଥିଲେ । ବାବା
କହୁଛନ୍ତି ତୁମେ ଯେତେବେଳେ ସୁଧୁରିଥିଲ ସେତେବେଳେ ତ ଦେବତା ଥିଲ । ଏବେ କେତେ ପଥର ବୁଦ୍ଧି
ହୋଇଯାଇଛ । ତୁମକୁ ମୁଁ ସ୍ୱର୍ଗର ବାଦଶାହୀ ଦେଇଥିଲି । କେତେ ସୁନା, ହୀରା-ନୀଳାର ମହଲ ଥିଲା ।
ଅସରନ୍ତି ଧନ ଥିଲା । ସେସବୁ କ’ଣ କଲ? ଏବେ ତୁମେ କେତେ ଦୁଃଖୀ ହୋଇଯାଇଛ । ଅସଲରେ ତୁମେ
ଦେବୀ-ଦେବତା ଧର୍ମର ଥିଲ ନା । ଏବେ କେବଳ ତୁମେମାନେ ରଜୋ ତମୋରେ ଆସିଛ । ତୁମେ ତ ଦେବତା ଧର୍ମର
ଥିଲ ପୁଣି ନିଜକୁ ହିନ୍ଦୁ କାହିଁକି ବୋଲାଉଛ? ଅନ୍ୟ ସବୁ ଧର୍ମାବଲମ୍ବୀମାନେ ନିଜ-ନିଜର ଧର୍ମକୁ
ହିଁ ମାନୁଛନ୍ତି । ଧର୍ମ ତ ଏକ ହୋଇଥାଏ ନା । ମୁସଲମାନମାନଙ୍କର ମୁସ୍ଲିମ୍ ଧର୍ମ, ଖ୍ରୀଷ୍ଟିୟାନ
ମାନଙ୍କର ଖ୍ରୀଷ୍ଟ ଧର୍ମ ଚାଲିଆସୁଛି । ତୁମର କ’ଣ ହେଲା? ତୁମେ ବହୁତ ସୁଖୀ, ପବିତ୍ର,
ସଂପୂର୍ଣ୍ଣ ନିର୍ବିକାରୀ ଥିଲ । ଏବେ କେତେ ବିକାରୀ ହୋଇଯାଇଛ । କେହି ହେଲେ ଜାଣିନାହାଁନ୍ତି -
ବାସ୍ତବରେ ଆମେ ସଂପୂର୍ଣ୍ଣ ନିର୍ବିକାରୀ ଥିଲୁ ପୁଣି ସଂପୂର୍ଣ୍ଣ ବିକାରୀ କିପରି ହେଲୁ? ୮୪ ଜନ୍ମ
ନେଇ ସତ୍ତ୍ୱରୁ ତମୋ ହୋଇଛ, ଏବେ ବିଲକୁଲ୍ ହିଁ ତମୋପ୍ରଧାନ ପତିତ ହୋଇଯାଇଛ । ସତ୍ୟଯୁଗରୁ
କଳିଯୁଗକୁ ନିଶ୍ଚୟ ଆସିବାକୁ ପଡିବ । ସବୁ ଧର୍ମକୁ ସତ୍ୱ-ରଜୋ-ତମୋରେ ଆସିବାକୁ ହିଁ ହେବ । ସବୁର
ବୃଦ୍ଧି ତ ହେବ । ଏହି କଳ୍ପ ବୃକ୍ଷ ମଧ୍ୟରେ ତୁମେ ବି ଅଛ ନା । ବୃକ୍ଷରେ ଦେଖ - ବୃକ୍ଷର ଉପରେ
ବ୍ରହ୍ମା ହିଁ ୮୪ ଜନ୍ମ ନେଇ ଶେଷରେ ଛିଡା ହୋଇଛନ୍ତି । ତୁମେ ବୃକ୍ଷ ତଳେ ବସିଥିବା ବ୍ରାହ୍ମଣମାନେ
ମଧ୍ୟ ପୁଣି ଅନ୍ତରେ ଯାଇ ପତିତ ଶୂଦ୍ର ହେଉଛ । ପୁଣି ତଳେ ରାଜଯୋଗ ଶିଖୁଛ । ତୁମେ ଶୂଦ୍ର ଥିଲ,
ଏବେ ବ୍ରାହ୍ମଣ ହୋଇଛ । ଏହା ବହୁତ ବୁଝିବାର କଥା ଅଟେ । ଏହି ବୃକ୍ଷର ଚିତ୍ରରେ ବହୁତ ବୁଝିବାର
କଥା ରହିଛି । ବର୍ତ୍ତମାନ ତୁମେ ରାଜଯୋଗର ତପସ୍ୟା କରୁଛ, ତୁମର ହିଁ ସ୍ମାରକୀ ଛିଡା ହୋଇଛି ।
ତାହା ଜଡ, ଏହା ଚୈତନ୍ୟ ଦିଲୱାଡା ମନ୍ଦିର । ସତ୍ୟଯୁଗରେ ଏହା ନ ଥିଲା । ଏହି ସମୟରେ ତୁମେ ନିଜର
ସ୍ମାରକୀ ଦେଖୁଛ । ତୁମେ ବାସ୍ତବରେ ସଚ୍ଚା-ସଚ୍ଚା ଦିଲୱାଡା ମନ୍ଦିରରେ ଚୈତନ୍ୟରେ ବସିଛ ।
ବର୍ତ୍ତମାନ ସ୍ୱର୍ଗର ସ୍ଥାପନା ହେଉଛି । ପୁଣି ସ୍ୱର୍ଗକୁ ଗଲେ ଏହି ମନ୍ଦିର ଆଦି କିଛି ରହିବ ନାହିଁ
। ଏଠାରେ ମମ୍ମା ବାବା ଏବଂ ଆମେ ସନ୍ତାନମାନେ ବସିଛୁ । ବାସ୍ତବରେ ଏହା ତୁମର ମନ୍ଦିର । ଏହାର
ନାମ ମଧ୍ୟ ରଖାଯାଇଛି ମଧୁବନ, ଚୈତନ୍ୟ ଦିଲୱାଡା ମନ୍ଦିର । ପୁଣି ଯେବେ ଭକ୍ତିମାର୍ଗ ଆରମ୍ଭ ହେବ,
ତେବେ ପୁଣି ଏହି ମନ୍ଦିର ତିଆରି କରିବେ । ବାବା ତୁମକୁ ବହୁତ ଧନବାନ୍ କରିଥିଲେ, ତେଣୁ ତୁମେ ହିଁ
ତାଙ୍କର ମନ୍ଦିର ତିଆରି କରୁଛ । ଜଣେ କେହି ଶିବ ମନ୍ଦିର ତିଆରି କରୁନାହାଁନ୍ତି, ଯଥା ଯୋଗ୍ୟ ଯଥା
ଶକ୍ତି ସମସ୍ତେ ତିଆରି କରୁଛନ୍ତି ।
ତୁମେ ଜାଣିଛ ଯେ ଆମେ ପୂଜ୍ୟ ଥିଲୁ ପୁଣି ଦ୍ୱାପରରେ ପୂଜାରୀ ହୋଇଛୁ । ଶିବବାବା ଯିଏକି ଏତେ
ସାହୁକାର କରାଉଛନ୍ତି, ଭକ୍ତିରେ ପୁଣି ତୁମେ ତାଙ୍କର ମନ୍ଦିର ତିଆରି କରିବ । ଏହି କଥାକୁ
ବର୍ତ୍ତମାନ ତୁମେ ହିଁ ଜାଣୁଛ । ତେଣୁ ଏବେ ପୁରୁଷାର୍ଥ କରି ରାଜାମାନଙ୍କର ରାଜା ହେବା ଉଚିତ୍ ।
ସତ୍ୟଯୁଗରେ ମହାରାଜା ବୋଲି କୁହାଯିବ । ତ୍ରେତାରେ ରାଜା କୁହାଯିବ । ପୁଣି ଦୁନିଆ ଯେତେବେଳେ
ପତିତ ହେଉଛି ତେବେ ମହାରାଜାମାନେ ମଧ୍ୟ ପତିତ, ରାଜାମାନେ ମଧ୍ୟ ପତିତ ହେଉଛନ୍ତି । ସେମାନେ
ନିର୍ବିକାରୀ ମହାରାଜାମାନଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି । ପ୍ରଥମେ-ପ୍ରଥମେ ଶିବଙ୍କର
ମନ୍ଦିର ତିଆରି କରୁଛନ୍ତି ପୁଣି ଦେବତାଙ୍କର ତିଆରି କରୁଛନ୍ତି, ନିଜେ ହିଁ ମନ୍ଦିର ତିଆରି କରି
ପୂଜା କରୁଛନ୍ତି, ୮୪ ଜନ୍ମ ତ ଭୋଗ କରୁଛନ୍ତି ନା । ଅଧାକଳ୍ପ ତୁମେ ପୂଜ୍ୟ ପୁଣି ଅଧାକଳ୍ପ ପୂଜାରୀ
ହେଉଛ । ମନୁଷ୍ୟମାନେ ପୁଣି ଭାବୁଛନ୍ତି ଭଗବାନ ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ ହେଉଛନ୍ତି ।
ସବୁ କିଛି ନିଜେ ହିଁ ଦେଉଛନ୍ତି, ପୁଣି ନିଜେ ହିଁ ଛଡାଇ ନେଉଛନ୍ତି । ଆଚ୍ଛା ଯଦି ସିଏ ଦେଲେ ଏବଂ
ନେଲେ ପୁଣି ତୁମକୁ କାହିଁକି ଚିନ୍ତା ଲାଗୁଛି । ତୁମେ ତ ନିମିତ୍ତ ହୋଇଗଲ । ପୁଣି କାନ୍ଦିବା କ’ଣ
ଦରକାର! ବାବା ବସି ଆତ୍ମାମାନଙ୍କୁ ବୁଝାଉଛନ୍ତି । ଏବେ ତୁମେ କ୍ରମ ଅନୁସାରେ ଆତ୍ମ-ଅଭିମାନୀ
ହେଉଛ । କେହି ତ ବିଲ୍କୁଲ୍ ବାବାଙ୍କୁ ୟାଦ କରୁ ହିଁ ନାହାଁନ୍ତି । ଦେହୀ-ଅଭିମାନୀ ହୋଇ ରହୁ
ହିଁ ନାହାଁନ୍ତି । ଏଠାରେ କେତେ ବୁଝାଯାଉଛି - ଆରେ ତୁମେ ଆତ୍ମା ଅଟ, ପରମାତ୍ମା ତୁମକୁ ପାଠ
ପଢାଉଛନ୍ତି । ଆତ୍ମାରେ ହିଁ ସଂସ୍କାର ରହିଥାଏ । ଆତ୍ମା ହିଁ ବାରିଷ୍ଟର, ମାଜିଷ୍ଟ୍ରେଟ୍
ବିଚାରପତି ଆଦି ହୋଇଥାଏ । କାଲି କ’ଣ ହେବ? ଯଦି ଆତ୍ମା ଠିକ୍ ରୂପେ ବାବାଙ୍କୁ ୟାଦ କରି ଚାଲିବ
ତେବେ ପୁଣି ଅମର ଲୋକରେ ଯାଇ ଜନ୍ମ ନେବ । ମୃତ୍ୟୁଲୋକରେ ପୁଣି ଆଉ ଥରେ ଜନ୍ମ ନେବ ନାହିଁ । ଯଦି
କିଛି ହିସାବ-କିତାବ ବାକି ଥିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । କର୍ମଭୋଗ ଭୋଗି ଚୁକ୍ତ କରିବାକୁ
ହେବ, ପୁଣି ଉଚ୍ଚ ପଦ ମିଳିବ ନାହିଁ । ଏହି କର୍ମର ଗହନ ଗତି ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି
। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି - ସତ୍ୟଯୁଗ ହେଲା ସତ୍ୱପ୍ରଧାନ । ପ୍ରତ୍ୟେକ ଜିନିଷ ସେଠାରେ
ସତ୍ତ୍ୱପ୍ରଧାନ ହୋଇଥାଏ । କହିଥା’ନ୍ତି କୃଷ୍ଣ ସେଠାରେ ଗାଈମାନଙ୍କୁ ସମ୍ଭାଳୁଥିଲେ । ରାଜାମାନେ
କ’ଣ ଗାଈ ସମ୍ଭାଳିଥାନ୍ତି କି? ଏପରି କଥା ତ ହୋଇପାରିବ ନାହିଁ । ଏକଥା ମଧ୍ୟ ଦେଖାଇଥାନ୍ତି ଯେ -
ସତ୍ୟଯୁଗରେ ଗାଈମାନେ ମଧ୍ୟ ବହୁତ ଫାଷ୍ଟକ୍ଲାସ ହେବେ, ତାଙ୍କୁ କାମଧେନୁ କୁହାଯାଇଥାଏ । ଜଗତଅମ୍ବା
ସରସ୍ୱତୀ ମଧ୍ୟ କାମଧେନୁ ଅଟନ୍ତି । ୨୧ ଜନ୍ମ ପାଇଁ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିଥା’ନ୍ତି
। ତୁମେ ମଧ୍ୟ କାମଧେନୁ ଅଟ । ସେହି ନାମ ପୁଣି ଗାଈମାନଙ୍କର ରଖିଦେଇଛନ୍ତି, ଯିଏ ବହୁତ କ୍ଷୀର
ଦେଇଥାଏ । ରାଜାମାନଙ୍କ ଘରେ ବହୁତ ଫାଷ୍ଟକ୍ଲାସ ଗାଈ ରହିଥା’ନ୍ତି । ଯେବେକି ଏଠାରେ ମଧ୍ୟ
ରାଜାମାନଙ୍କ ପାଖରେ ଏପରି ଭଲ ଭଲ ଗାଈ ଅଛନ୍ତି ତେବେ ସ୍ୱର୍ଗରେ କେତେ ସୁନ୍ଦର ହୋଇଥିବେ! ସେଠାରେ
କୌଣସି ଦୁର୍ଗନ୍ଧ ଆଦି ବିଲ୍କୁଲ୍ ରହିବ ନାହିଁ ।
ଏବେ ବାବା ପିଲାମାନଙ୍କୁ କହୁଛନ୍ତି ମୁଁ ଆସିଛି ତୁମକୁ ଫୁଲ ଭଳି କରି ସାଥିରେ ନେଇଯିବି । ମୋତେ
ଡାକୁଛନ୍ତି ମଧ୍ୟ ପତିତ-ପାବନ ଆସ । ପତିତ ଦୁନିଆ, ପତିତ ଶରୀରରେ ଆସ । ଏହା ହେଲା ପତିତ ଦୁନିଆ,
ତାହା ହେଉଛି ପବିତ୍ର ଫରିସ୍ତାମାନଙ୍କର ଦୁନିଆ । ଉଭୟର ତୁଳନା କରାଯାଇଥାଏ ନା । ତୁମେ ମଧ୍ୟ
ପତିତରୁ ଏହିଭଳି ପବିତ୍ର ଫରିସ୍ତା ହେବ । ସତ୍ୟଯୁଗୀ ଦେବତାମାନଙ୍କୁ ଦୈବୀ କୁହାଯାଇଥାଏ ।
ସୂକ୍ଷ୍ମବତନବାସୀମାନେ ଫରିସ୍ତା ଅଟନ୍ତି । ଏବେ ତୁମେ ପବିତ୍ର ଫରିସ୍ତା ହେଉଛ । ବାବା କେତେ ସହଜ
ଶିକ୍ଷା ଦେଉଛନ୍ତି । ଏଠାକୁ ଯେବେ ଆସୁଛ ତେବେ କୌଣସି ବି ବାହାରବାଲା ମିତ୍ର ସମ୍ବନ୍ଧୀ,
ଘରଦ୍ୱାର କର୍ମଧନ୍ଦା ଆଦି ମନେ ପକାଇବା ଉଚିତ୍ ନୁହେଁ । ତୁମେ ବାବାଙ୍କ ସମ୍ମୁଖକୁ ଆସିଛ ନା ।
ଏଠାକୁ ଆସିଛ - ଯୋଗର ରୋଜଗାର କରିବା ପାଇଁ, ତେଣୁ ଏଥିରେ ଲାଗିଯିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଦଣ୍ଡରୁ
ମୁକ୍ତ ହେବା ପାଇଁ ପୁରୁଣା ସବୁ ହିସାବ-କିତାବ ଯୋଗବଳ ଦ୍ୱାରା ଚୁକ୍ତ କରିବାକୁ ହେବ । ନିମିତ୍ତ
ହୋଇ ସବୁ କିଛି ସମ୍ଭାଳିବାକୁ ହେବ । କୌଣସି ବି କଥାର ଚିନ୍ତା କରିବାର ନାହିଁ । ଆତ୍ମ-ଅଭିମାନୀ
ହେବାକୁ ପଡିବ ।
(୨) ଏହା ରୋଜଗାର
କରିବାର ସମୟ । ଏହି ସମୟରେ ଘରଦ୍ୱାର, କର୍ମଧନ୍ଦା ଆଦି ୟାଦ କରିବା ଅନୁଚିତ୍ । ଫରିସ୍ତା ହେବା
ପାଇଁ ଏକମାତ୍ର ବାବାଙ୍କ ୟାଦରେ ରହିବାର ପୂରା ପୂରା ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ଯୋଗ ରୁପକ
ସର୍ଚ୍ଚ ଲାଇଟ୍ ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରୁଥିବା ବିଜୟୀ ରତ୍ନ ଭବ ।
ଯୋଗ୍ୟ ସେବାଧାରୀ
ଆତ୍ମାମାନଙ୍କ ମସ୍ତକରେ ବିଜୟର ତିଳକ ଲାଗି କରି ହିଁ ରହିଛି, କିନ୍ତୁ ଯେଉଁ ସ୍ଥାନର ସେବା
କରିବାର ଅଛି, ସେହି ସ୍ଥାନ ଉପରେ ପୂର୍ବରୁ ହିଁ ସର୍ଚ୍ଚ ଲାଇଟ୍ ଅର୍ଥାତ୍ ଶକ୍ତିଶାଳୀ ଆଲୋକର
କିରଣ ପକାଇବା ଦରକାର । ଯୋଗର ସର୍ଚ୍ଚ ଲାଇଟ୍ ଦ୍ୱାରା ଏଭଳି ବାୟୁମଣ୍ଡଳ ସୃଷ୍ଟି ହୋଇଯିବ,
ଯାହାଦ୍ୱାରା ଅନେକ ଅନେକ ଆତ୍ମାମାନେ ସହଜରେ ପାଖକୁ ଆସିଯିବେ, ତା’ପରେ ବହୁତ କମ୍ ସମୟ ଭିତରେ
ହଜାର ଗୁଣା ସଫଳତା ମିଳିଯିବ । ଏଥିପାଇଁ ଦୃଢ ସଂକଳ୍ପ କର ଯେ ମୁଁ ବିଜୟୀ ରତ୍ନ ଅଟେ, ତେବେ
ପ୍ରତ୍ୟେକ କର୍ମରେ ସୁନିଶ୍ଚିତ ବିଜୟର ଅନୁଭବ କରିଚାଲିବ ।
ସ୍ଲୋଗାନ:-
ଯେଉଁ ସେବା
ନିଜକୁ ବା ଅନ୍ୟମାନଙ୍କୁ ହଲଚଲ୍ କରୁଛି ତାହା ସେବା ନୁହେଁ ବୋଝ ଅଟେ ।
ଅବ୍ୟକ୍ତ ଈଶାରା -
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଜ୍ୱାଳା ରୂପ ହେବା ପାଇଁ
ସର୍ବଦା ନିଜ ଭିତରେ ଏହି ଧୁନ୍ ଲାଗି ରହୁ ଯେ ଏବେ ଘରକୁ ଫେରିବାକୁ ହେବ । ଯିବାର ଅଛି ଅର୍ଥାତ୍
ଉପରାମ ସ୍ଥିତି । ଯେବେକି ନିଜର ନିରାକାରୀ ଘରକୁ ଯିବାର ଅଛି, ତେଣୁ ନିଜର ବେଶକୁ ମଧ୍ୟ ସେହିଭଳି
କରିବାର ଅଛି । ତେବେ ଯିବାକୁ ମଧ୍ୟ ହେବ ଏବଂ ସମସ୍ତଙ୍କୁ ସାଥୀରେ ନେଇଯିବାକୁ ମଧ୍ୟ ହେବ - ଏହି
ସ୍ମୃତି ଦ୍ୱାରା ସ୍ୱତଃ ହିଁ ସର୍ବ ସମ୍ବନ୍ଧ, ପ୍ରକୃତିର ସର୍ବ ଆକର୍ଷଣଠାରୁ ମଧ୍ୟ ଉପରାମ ଅର୍ଥାତ୍
ସାକ୍ଷୀ ହୋଇଯିବ ଏବଂ ସାକ୍ଷୀ ହେବା ଦ୍ୱାରା ସହଜରେ ହିଁ ବାବାଙ୍କର ସାଥୀ ବା ବାବାଙ୍କ ସମାନ
ହୋଇଯିବ ।