07.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମର ନିଶା ରହିବା ଦରକାର ଯେ ଆମର ବାବା ଆସିଛନ୍ତି, ଆମକୁ ବିଶ୍ୱର ମାଲିକ କରାଇବା ପାଇଁ, ଆମେ ତାଙ୍କ ସମ୍ମୁଖରେ ବସିଛୁ ।”

ପ୍ରଶ୍ନ:-
କର୍ମର ଗୁହ୍ୟ ଗତିକୁ ଜାଣିଥିବା ପିଲାମାନେ କେଉଁ ପ୍ରକାରର ପୁରୁଷାର୍ଥ ଅବଶ୍ୟ କରିବେ?

ଉତ୍ତର:-
ୟାଦରେ ରହିବାର, କାହିଁକି ନା ସେମାନେ ଜାଣିଛନ୍ତି ଯେ ୟାଦରେ ରହିବା ଦ୍ୱାରା ହିଁ ପୁରୁଣା ହିସାବ-କିତାବ ଚୁକ୍ତ ହେବ । ସେମାନେ ଜାଣିଛନ୍ତି, ଆତ୍ମା ଯଦି ପୁରୁଣା ହିସାବ-କିତାବ, କର୍ମଭୋଗ ଚୁକ୍ତ ନ କରିବ ତେବେ ତାକୁ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ପୁନର୍ଜନ୍ମ ମଧ୍ୟ ସେହି ଅନୁସାରେ ହିଁ ହେବ ।

ଓମ୍ ଶାନ୍ତି ।
ପିଲାମାନଙ୍କୁ ଅପାର ଖୁସିର ପାରଦ ଚଢିଯାଉଛି, ଯେତେବେଳେ ଦେଖୁଛନ୍ତି ବାପଦାଦା ସମ୍ମୁଖକୁ ଆସିଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ୫ ହଜାର ବର୍ଷ ପରେ ପୁଣି ଥରେ ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି । କ’ଣ କରିବା ପାଇଁ? ପିଲାମାନଙ୍କର ଏହି ନିଶା ଚଢି ରହିଛି । ସବୁ ପିଲାମାନେ ଜାଣିଛନ୍ତି ଯେ ସ୍ୱର୍ଗର ମାଲିକ କରାଇବା ପାଇଁ ବାବା ଆସିଛନ୍ତି । ସେ ଆମକୁ ଯୋଗ୍ୟ କରାଉଛନ୍ତି । ଆମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ଯୁକ୍ତିଗୁଡିକ ବାରମ୍ବାର ବତାଉଛନ୍ତି । ଏହା ବହୁତ ସହଜ ଯୁକ୍ତି । ବାବା ବହୁତ ସହଜ ୟାଦ ପିଲାମାନଙ୍କୁ ଶିଖାଉଛନ୍ତି । ଅଜ୍ଞାନ କାଳରେ ସନ୍ତାନ ଜନ୍ମ ହେଲେ ଭାବିଥାନ୍ତି ଯେ ଆମର ଉତ୍ତରାଧିକାରୀ ଜନ୍ମ ହେଲା । ତୁମେ ଜାଣିଛ ଏହି ସମୟରେ ବାବା ଆସି ଆମ ପିଲାମାନଙ୍କୁ ପୋଷ୍ୟ କରୁଛନ୍ତି । ଏପରି ଭାବରେ ତ ତୁମେ ସମସ୍ତେ ଶିବବାବାଙ୍କର ସନ୍ତାନ ଅଟ । କିନ୍ତୁ ବାବା ନିଜର କିପରି କରିବେ, ଯାହା ଫଳରେ କି ସେ ଆମକୁ ଶୁଣାଇପାରିବେ ଏବଂ ଆମେ ତାଙ୍କଠାରୁ ଶୁଣିପାରିବୁ । ଶିବବାବା ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା କହୁଛନ୍ତି ମୁଁ ତୁମର ପିତା ଅଟେ । ତୁମକୁ ସ୍ୱର୍ଗର ମାଲିକ କରୁଛି । କେବଳ ତୁମର ଆତ୍ମା ଯାହା ପତିତ ହୋଇଯାଇଛି ସେ ନା ମୁକ୍ତିକୁ, ନା ଜୀବନମୁକ୍ତି ଧାମକୁ ଯାଇପାରିବ । ତୁମେ ସମସ୍ତେ ଏକମାତ୍ର ବାବାଙ୍କର ସନ୍ତାନ ଅଟ । ସମସ୍ତଙ୍କୁ ବାବାଙ୍କର ସମ୍ପତ୍ତି ନେବାକୁ ହେବ । ଢେରକୁ ଢେର ପିଲା ଅଛନ୍ତି, ବୃଦ୍ଧି ହୋଇ ଚାଲିଛି । ବାବା ପିଲାମାନଙ୍କୁ ପୋଷ୍ୟ କରି ଚାଲିଛନ୍ତି । ହେ ଆତ୍ମାମାନେ ଏବେ ତୁମେ ମୋର ସନ୍ତାନ ଅଟ । ନିଜକୁ ରୁହ ଅର୍ଥାତ୍ ଆତ୍ମା ବୋଲି ଭାବ, ଆମକୁ ବାବା ମିଳିଛନ୍ତି, ଯାହାଙ୍କୁ ଆମେ ଅଧାକଳ୍ପ ୟାଦ କରୁଥିଲୁ । ଏକଥା କେବେ ଭୁଲିଯାଅ ନାହିଁ । ଅଧାକଳ୍ପ ଆତ୍ମା ଏହି ଶରୀର ଦ୍ୱାରା ୟାଦ କରିଆସିଛି - ହେ ପତିତ-ପାବନ, ହେ ଦୁଃଖହର୍ତ୍ତା ସୁଖକର୍ତ୍ତା । କାହିଁକି ନା ଏହା ରାବଣ ରାଜ୍ୟ ଅଟେ ନା । ଯଦିଓ କେହି ଏବେ ଭାବୁଛନ୍ତି ଯେ ଆମେ ବହୁତ ସୁଖୀ, ଆମର ଏତେ ପଦମ (ଲକ୍ଷ ଲକ୍ଷ କୋଟି ଟଙ୍କା) ଅଛି, ଏତେଗୁଡିଏ ଶିଳ୍ପାନୁଷ୍ଠାନ ଅଛି, କାରଖାନା ଆଦି ଅଛି, ଏ ତ ସବୁ ଅଳ୍ପକାଳ ପାଇଁ । ଅନ୍ତିମ ସମୟରେ ତ ବହୁତ ତ୍ରାହି-ତ୍ରାହି କରିବାରେ ଲାଗି ପଡିବେ । ସେ ସମୟରେ ଦୁଃଖର ପାହାଡ ଖସିବ । ଏତେ ସବୁ ସମ୍ପତ୍ତି ଗୋଟିଏ ସେକେଣ୍ଡରେ ସମାପ୍ତ ହୋଇଯିବ । ବାବାଙ୍କଠାରୁ ତୁମକୁ ଗୋଟିଏ ସେକେଣ୍ଡରେ ବର୍ସା (ସମ୍ପତ୍ତି) ମିଳୁଛି । ବାବା କହୁଛନ୍ତି ମୁଁ ତୁମକୁ ଗୋଟିଏ ସେକେଣ୍ଡରେ ସ୍ୱର୍ଗର ବାଦଶାହୀ ଦେଉଛି । ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ଲଢେଇମାନ ଲାଗିବ, ପ୍ରାକୃତିକ ବିପର୍ଯ୍ୟୟ ହେବ । ସଫେଇ ହେବା ତ ଦରକାର ନା । ତୁମର ଆତ୍ମା ମଧ୍ୟ ଏବେ ପବିତ୍ର ହେଉଛି । ବାପଦାଦା ଉଭୟ ଜାଣୁଛନ୍ତି ଯେ, ପିଲାମାନେ କେତେ ପରିଶ୍ରମ କରୁଛନ୍ତି । ବାବାଙ୍କଠାରୁ ବର୍ସା ପାଇବା ପାଇଁ ବହୁତ କମ୍ ମେହନତ କରିବାକୁ ଦେଉଛନ୍ତି । ନିଜକୁ ଆତ୍ମା ବୋଲି ମନେ କରି ବାବାଙ୍କୁ ୟାଦ କର । ଏହି ରୁହାନୀ ପିତା ନିରକାର ଅଟନ୍ତି, ଆମେ ଆତ୍ମାମାନେ ତାଙ୍କୁ ଡାକୁଛୁ ନା । ବାବା କହୁଛନ୍ତି ତୁମର ଆତ୍ମା ଯିଏ ପତିତ ହୋଇଯାଇଛି ସେ ପବିତ୍ର କିପରି ହେବ । ପତିତ-ପାବନ ତ ଏକମାତ୍ର ବାବା ଅଟନ୍ତି ନା । ଯଦି ପାଣିର ନଦୀ ପତିତ-ପାବନୀ ତେବେ ତୁରନ୍ତ ଯାଇ ବୁଡ ପକାଇ ଚାଲିଆସିବା ଦରକାର । ଗଙ୍ଗା ସ୍ନାନ ବହୁତ କରୁଛନ୍ତି ତଥାପି ମଧ୍ୟ ଏତେ ପତିତ କାହିଁକି ହୋଇଛନ୍ତି? ରାତି-ଦିନ ଏହି ଗୀତ ଗାଇବାରେ ଲାଗିଛନ୍ତି - ପତିତ ପାବନ ସୀତାରାମ ଅର୍ଥାତ୍ ଯେଉଁ ସବୁ ଭକ୍ତିନୀ ମାନେ ଅଛନ୍ତି ଅଥବା ସୀତାମାନେ ଅଛନ୍ତି ସମସ୍ତଙ୍କର ରକ୍ଷକ ଏକମାତ୍ର ରାମ ପରମପିତା ପରମାତ୍ମା ଅଟନ୍ତି । ସେ ହିଁ ପତିତ ପାବନ, ପତିମାନଙ୍କର ପତି ଅଟନ୍ତି । ସେ ଯେତେବେଳେ ଆସିବେ ତେବେ ଯାଇ ସମସ୍ତଙ୍କୁ ପବିତ୍ର କରାଇବେ । ତେବେ ବର୍ତ୍ତମାନ ବାବା କହୁଛନ୍ତି ମୋ ଶ୍ରୀମତରେ ତୁମକୁ ଚାଲିବାକୁ ହେବ ଅନ୍ୟ କାହାରି ମତରେ ନୁହେଁ । ସେମାନେ ଭାବୁଛନ୍ତି ଭକ୍ତି କରିବା ଦ୍ୱାରା ଭଗବାନ ମିଳିବେ, ଯେବେ ଭକ୍ତି ଦ୍ୱାରା ଭଗବାନ ମିଳିବେ ତେବେ ପୁଣି ଏପରି କାହିଁକି କହୁଛନ୍ତି ଯେ ସେ ଭକ୍ତମାନଙ୍କୁ ରକ୍ଷା କରିବାକୁ ଆସିବେ । ଭକ୍ତମାନଙ୍କ ଉପରେ କ’ଣ ବିପଦ ପଡିଛି ଯେ ରକ୍ଷା କରିବେ? ଯେତେବେଳେ କୌଣସି ବିପଦ ପଡିଥାଏ, ସେତେବେଳେ ରକ୍ଷା କରାଯାଇଥାଏ । ବାବା କହୁଛନ୍ତି ତୁମର କେତେ ଦୁର୍ଗତି ହୋଇଯାଇଛି । ଏହା ହେଉଛି ଘୋର ନର୍କ, ଏଠାରେ ସମସ୍ତେ ଦୁଃଖୀ ରୋଗୀ ଅଟନ୍ତି । ଘରେ-ଘରେ ଦେଖ କ’ଣ ସବୁ ହେଉଛି । ଦୁଃଖ ହିଁ ଦୁଃଖ ରହିଛି, ସେଥିପାଇଁ ଡାକୁଛନ୍ତି ହେ ବାବା ଆମର ଦୁଃଖ ଦୂର କରି, ସୁଖ ଦିଅ । ଭାରତରେ ହିଁ ସର୍ବଦା ସୁଖ ଥିଲା ଏବେ ଦୁଃଖ ରହିଛି । ଏହା ଭାରତର କଥା ଅନ୍ୟ ରାଷ୍ଟ୍ରର କଥା ତ ହିଁ ଅଲଗା । ସେମାନେ ତ ପରେ ଆସୁଛନ୍ତି । କେହି ୬୦ ଜନ୍ମ, କେହି ଏହାଠାରୁ ମଧ୍ୟ କମ୍ ଜନ୍ମ ନେଉଛନ୍ତି । ୮୪ ଜନ୍ମ ଦେବତା ଧର୍ମବାଲା ହିଁ ନେଉଛନ୍ତି । ତେଣୁ ଏହି ହିସାବରେ ଅଧାକଳ୍ପ ପରେ ଯେଉଁମାନେ ଆସିବେ ତାଙ୍କୁ ୮୪ରୁ ଅଧା ଜନ୍ମ ନେବାକୁ ପଡିବ । ଏପରି ନୁହେଁ ଯେ ସମସ୍ତେ ୮୪ ଜନ୍ମ ନେବେ । ମନୁଷ୍ୟମାନଙ୍କୁ ତ ଯାହା ଆସୁଛି ତାହା କହିଦେଉଛନ୍ତି । ଏବେ ତୁମେ ସନ୍ତାନମାନେ ବାବାଙ୍କ ଦ୍ୱାରା ଅବିନାଶୀ ଜ୍ଞାନ ରତ୍ନଗୁଡିକରେ ଝୁଲାମୁଣି ଭରପୁର କରୁଛ । ରତ୍ନ ତ ବହୁତ ମୂଲ୍ୟବାନ ଅଟେ । ବାବା ବହୁତ ସହଜ କରି ମଧ୍ୟ ବୁଝାଉଛନ୍ତି । ବାବା କହୁଛନ୍ତି ତୁମେ ଡାକି ଆସିଛ, ହେ ପତିତ-ପାବନ ଆସ । ଆମକୁ ପବିତ୍ର କର ତେଣୁ ବାବା ଆସିଛନ୍ତି । ଏବେ ତୁମେ ଜାଣୁଛ ଯେ ଆମେ ପବିତ୍ର ହେବୁ ତ ସ୍ୱର୍ଗର ମାଲିକ ହୋଇଯିବୁ । ଶିବବାବା ଆମମାନଙ୍କୁ ପଥରବୁଦ୍ଧିରୁ ପାରସବୁଦ୍ଧି, ପଥର ନାଥରୁ ପାରସନାଥ କରିବାକୁ ଆସିଛନ୍ତି । ଭକ୍ତିମାର୍ଗରେ ଚିତ୍ର ସବୁ ପଥରରେ ତିଆରି ହୋଇଛି । ଭକ୍ତିମାର୍ଗରେ ପଥରରେ ମୁଣ୍ଡ ପିଟୁଛନ୍ତି । ବାବା କହୁଛନ୍ତି - ତୁମେମାନେ କେତେ ବି ମେହନତ କର, କିଛି ହେଲେ ଫାଇଦା ହେବ ନାହିଁ । ଆଗରୁ ତ ତୁମେ ବଳି ଚଢୁଥିଲ ତଥାପି ବି କ’ଣ କିଛି ଲାଭ ହେଲା? ଅତି ବେଶୀରେ ଦେବୀଙ୍କର ସାକ୍ଷାତ୍‌କାର ହେବ ପୁଣି ଯେପରିକୁ ସେହିପରି । ପତିତ-ପାବନ ବାବା ଥରେ ମାତ୍ର ସଂଗମଯୁଗରେ ଆସିଥା’ନ୍ତି । ସତ୍ୟଯୁଗରେ ତ ଭକ୍ତିମାର୍ଗର କୌଣସି କଥା ହିଁ ରହିବ ନାହିଁ । ବାବା ତ କହୁ ନାହାଁନ୍ତି ଯେ ଗଳା କାଟିଦିଅ । ଏପରି କର । ଭକ୍ତିମାର୍ଗରେ ଅନେକ ପ୍ରକାରର କ’ଣ-କ’ଣ ସବୁ କରିଥାନ୍ତି । ଆଗରୁ ଦେବୀମାନଙ୍କ ଉପରେ ମନୁଷ୍ୟମାନଙ୍କର ବଳି ଚଢାଉଥିଲେ । ବାବା କହୁଛନ୍ତି ତୁମେ ଯେତେବେଳେ ସୁଧୁରିଥିଲ ସେତେବେଳେ ତ ଦେବତା ଥିଲ । ଏବେ କେତେ ପଥର ବୁଦ୍ଧି ହୋଇଯାଇଛ । ତୁମକୁ ମୁଁ ସ୍ୱର୍ଗର ବାଦଶାହୀ ଦେଇଥିଲି । କେତେ ସୁନା, ହୀରା-ନୀଳାର ମହଲ ଥିଲା । ଅସରନ୍ତି ଧନ ଥିଲା । ସେସବୁ କ’ଣ କଲ? ଏବେ ତୁମେ କେତେ ଦୁଃଖୀ ହୋଇଯାଇଛ । ଅସଲରେ ତୁମେ ଦେବୀ-ଦେବତା ଧର୍ମର ଥିଲ ନା । ଏବେ କେବଳ ତୁମେମାନେ ରଜୋ ତମୋରେ ଆସିଛ । ତୁମେ ତ ଦେବତା ଧର୍ମର ଥିଲ ପୁଣି ନିଜକୁ ହିନ୍ଦୁ କାହିଁକି ବୋଲାଉଛ? ଅନ୍ୟ ସବୁ ଧର୍ମାବଲମ୍ବୀମାନେ ନିଜ-ନିଜର ଧର୍ମକୁ ହିଁ ମାନୁଛନ୍ତି । ଧର୍ମ ତ ଏକ ହୋଇଥାଏ ନା । ମୁସଲମାନମାନଙ୍କର ମୁସ୍‌ଲିମ୍ ଧର୍ମ, ଖ୍ରୀଷ୍ଟିୟାନ ମାନଙ୍କର ଖ୍ରୀଷ୍ଟ ଧର୍ମ ଚାଲିଆସୁଛି । ତୁମର କ’ଣ ହେଲା? ତୁମେ ବହୁତ ସୁଖୀ, ପବିତ୍ର, ସଂପୂର୍ଣ୍ଣ ନିର୍ବିକାରୀ ଥିଲ । ଏବେ କେତେ ବିକାରୀ ହୋଇଯାଇଛ । କେହି ହେଲେ ଜାଣିନାହାଁନ୍ତି - ବାସ୍ତବରେ ଆମେ ସଂପୂର୍ଣ୍ଣ ନିର୍ବିକାରୀ ଥିଲୁ ପୁଣି ସଂପୂର୍ଣ୍ଣ ବିକାରୀ କିପରି ହେଲୁ? ୮୪ ଜନ୍ମ ନେଇ ସତ୍ତ୍ୱରୁ ତମୋ ହୋଇଛ, ଏବେ ବିଲକୁଲ୍ ହିଁ ତମୋପ୍ରଧାନ ପତିତ ହୋଇଯାଇଛ । ସତ୍ୟଯୁଗରୁ କଳିଯୁଗକୁ ନିଶ୍ଚୟ ଆସିବାକୁ ପଡିବ । ସବୁ ଧର୍ମକୁ ସତ୍ୱ-ରଜୋ-ତମୋରେ ଆସିବାକୁ ହିଁ ହେବ । ସବୁର ବୃଦ୍ଧି ତ ହେବ । ଏହି କଳ୍ପ ବୃକ୍ଷ ମଧ୍ୟରେ ତୁମେ ବି ଅଛ ନା । ବୃକ୍ଷରେ ଦେଖ - ବୃକ୍ଷର ଉପରେ ବ୍ରହ୍ମା ହିଁ ୮୪ ଜନ୍ମ ନେଇ ଶେଷରେ ଛିଡା ହୋଇଛନ୍ତି । ତୁମେ ବୃକ୍ଷ ତଳେ ବସିଥିବା ବ୍ରାହ୍ମଣମାନେ ମଧ୍ୟ ପୁଣି ଅନ୍ତରେ ଯାଇ ପତିତ ଶୂଦ୍ର ହେଉଛ । ପୁଣି ତଳେ ରାଜଯୋଗ ଶିଖୁଛ । ତୁମେ ଶୂଦ୍ର ଥିଲ, ଏବେ ବ୍ରାହ୍ମଣ ହୋଇଛ । ଏହା ବହୁତ ବୁଝିବାର କଥା ଅଟେ । ଏହି ବୃକ୍ଷର ଚିତ୍ରରେ ବହୁତ ବୁଝିବାର କଥା ରହିଛି । ବର୍ତ୍ତମାନ ତୁମେ ରାଜଯୋଗର ତପସ୍ୟା କରୁଛ, ତୁମର ହିଁ ସ୍ମାରକୀ ଛିଡା ହୋଇଛି । ତାହା ଜଡ, ଏହା ଚୈତନ୍ୟ ଦିଲୱାଡା ମନ୍ଦିର । ସତ୍ୟଯୁଗରେ ଏହା ନ ଥିଲା । ଏହି ସମୟରେ ତୁମେ ନିଜର ସ୍ମାରକୀ ଦେଖୁଛ । ତୁମେ ବାସ୍ତବରେ ସଚ୍ଚା-ସଚ୍ଚା ଦିଲୱାଡା ମନ୍ଦିରରେ ଚୈତନ୍ୟରେ ବସିଛ । ବର୍ତ୍ତମାନ ସ୍ୱର୍ଗର ସ୍ଥାପନା ହେଉଛି । ପୁଣି ସ୍ୱର୍ଗକୁ ଗଲେ ଏହି ମନ୍ଦିର ଆଦି କିଛି ରହିବ ନାହିଁ । ଏଠାରେ ମମ୍ମା ବାବା ଏବଂ ଆମେ ସନ୍ତାନମାନେ ବସିଛୁ । ବାସ୍ତବରେ ଏହା ତୁମର ମନ୍ଦିର । ଏହାର ନାମ ମଧ୍ୟ ରଖାଯାଇଛି ମଧୁବନ, ଚୈତନ୍ୟ ଦିଲୱାଡା ମନ୍ଦିର । ପୁଣି ଯେବେ ଭକ୍ତିମାର୍ଗ ଆରମ୍ଭ ହେବ, ତେବେ ପୁଣି ଏହି ମନ୍ଦିର ତିଆରି କରିବେ । ବାବା ତୁମକୁ ବହୁତ ଧନବାନ୍ କରିଥିଲେ, ତେଣୁ ତୁମେ ହିଁ ତାଙ୍କର ମନ୍ଦିର ତିଆରି କରୁଛ । ଜଣେ କେହି ଶିବ ମନ୍ଦିର ତିଆରି କରୁନାହାଁନ୍ତି, ଯଥା ଯୋଗ୍ୟ ଯଥା ଶକ୍ତି ସମସ୍ତେ ତିଆରି କରୁଛନ୍ତି ।

ତୁମେ ଜାଣିଛ ଯେ ଆମେ ପୂଜ୍ୟ ଥିଲୁ ପୁଣି ଦ୍ୱାପରରେ ପୂଜାରୀ ହୋଇଛୁ । ଶିବବାବା ଯିଏକି ଏତେ ସାହୁକାର କରାଉଛନ୍ତି, ଭକ୍ତିରେ ପୁଣି ତୁମେ ତାଙ୍କର ମନ୍ଦିର ତିଆରି କରିବ । ଏହି କଥାକୁ ବର୍ତ୍ତମାନ ତୁମେ ହିଁ ଜାଣୁଛ । ତେଣୁ ଏବେ ପୁରୁଷାର୍ଥ କରି ରାଜାମାନଙ୍କର ରାଜା ହେବା ଉଚିତ୍ । ସତ୍ୟଯୁଗରେ ମହାରାଜା ବୋଲି କୁହାଯିବ । ତ୍ରେତାରେ ରାଜା କୁହାଯିବ । ପୁଣି ଦୁନିଆ ଯେତେବେଳେ ପତିତ ହେଉଛି ତେବେ ମହାରାଜାମାନେ ମଧ୍ୟ ପତିତ, ରାଜାମାନେ ମଧ୍ୟ ପତିତ ହେଉଛନ୍ତି । ସେମାନେ ନିର୍ବିକାରୀ ମହାରାଜାମାନଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି । ପ୍ରଥମେ-ପ୍ରଥମେ ଶିବଙ୍କର ମନ୍ଦିର ତିଆରି କରୁଛନ୍ତି ପୁଣି ଦେବତାଙ୍କର ତିଆରି କରୁଛନ୍ତି, ନିଜେ ହିଁ ମନ୍ଦିର ତିଆରି କରି ପୂଜା କରୁଛନ୍ତି, ୮୪ ଜନ୍ମ ତ ଭୋଗ କରୁଛନ୍ତି ନା । ଅଧାକଳ୍ପ ତୁମେ ପୂଜ୍ୟ ପୁଣି ଅଧାକଳ୍ପ ପୂଜାରୀ ହେଉଛ । ମନୁଷ୍ୟମାନେ ପୁଣି ଭାବୁଛନ୍ତି ଭଗବାନ ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ ହେଉଛନ୍ତି । ସବୁ କିଛି ନିଜେ ହିଁ ଦେଉଛନ୍ତି, ପୁଣି ନିଜେ ହିଁ ଛଡାଇ ନେଉଛନ୍ତି । ଆଚ୍ଛା ଯଦି ସିଏ ଦେଲେ ଏବଂ ନେଲେ ପୁଣି ତୁମକୁ କାହିଁକି ଚିନ୍ତା ଲାଗୁଛି । ତୁମେ ତ ନିମିତ୍ତ ହୋଇଗଲ । ପୁଣି କାନ୍ଦିବା କ’ଣ ଦରକାର! ବାବା ବସି ଆତ୍ମାମାନଙ୍କୁ ବୁଝାଉଛନ୍ତି । ଏବେ ତୁମେ କ୍ରମ ଅନୁସାରେ ଆତ୍ମ-ଅଭିମାନୀ ହେଉଛ । କେହି ତ ବିଲ୍‌କୁଲ୍ ବାବାଙ୍କୁ ୟାଦ କରୁ ହିଁ ନାହାଁନ୍ତି । ଦେହୀ-ଅଭିମାନୀ ହୋଇ ରହୁ ହିଁ ନାହାଁନ୍ତି । ଏଠାରେ କେତେ ବୁଝାଯାଉଛି - ଆରେ ତୁମେ ଆତ୍ମା ଅଟ, ପରମାତ୍ମା ତୁମକୁ ପାଠ ପଢାଉଛନ୍ତି । ଆତ୍ମାରେ ହିଁ ସଂସ୍କାର ରହିଥାଏ । ଆତ୍ମା ହିଁ ବାରିଷ୍ଟର, ମାଜିଷ୍ଟ୍ରେଟ୍ ବିଚାରପତି ଆଦି ହୋଇଥାଏ । କାଲି କ’ଣ ହେବ? ଯଦି ଆତ୍ମା ଠିକ୍ ରୂପେ ବାବାଙ୍କୁ ୟାଦ କରି ଚାଲିବ ତେବେ ପୁଣି ଅମର ଲୋକରେ ଯାଇ ଜନ୍ମ ନେବ । ମୃତ୍ୟୁଲୋକରେ ପୁଣି ଆଉ ଥରେ ଜନ୍ମ ନେବ ନାହିଁ । ଯଦି କିଛି ହିସାବ-କିତାବ ବାକି ଥିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । କର୍ମଭୋଗ ଭୋଗି ଚୁକ୍ତ କରିବାକୁ ହେବ, ପୁଣି ଉଚ୍ଚ ପଦ ମିଳିବ ନାହିଁ । ଏହି କର୍ମର ଗହନ ଗତି ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି - ସତ୍ୟଯୁଗ ହେଲା ସତ୍ୱପ୍ରଧାନ । ପ୍ରତ୍ୟେକ ଜିନିଷ ସେଠାରେ ସତ୍ତ୍ୱପ୍ରଧାନ ହୋଇଥାଏ । କହିଥା’ନ୍ତି କୃଷ୍ଣ ସେଠାରେ ଗାଈମାନଙ୍କୁ ସମ୍ଭାଳୁଥିଲେ । ରାଜାମାନେ କ’ଣ ଗାଈ ସମ୍ଭାଳିଥାନ୍ତି କି? ଏପରି କଥା ତ ହୋଇପାରିବ ନାହିଁ । ଏକଥା ମଧ୍ୟ ଦେଖାଇଥାନ୍ତି ଯେ - ସତ୍ୟଯୁଗରେ ଗାଈମାନେ ମଧ୍ୟ ବହୁତ ଫାଷ୍ଟକ୍ଲାସ ହେବେ, ତାଙ୍କୁ କାମଧେନୁ କୁହାଯାଇଥାଏ । ଜଗତଅମ୍ବା ସରସ୍ୱତୀ ମଧ୍ୟ କାମଧେନୁ ଅଟନ୍ତି । ୨୧ ଜନ୍ମ ପାଇଁ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିଥା’ନ୍ତି । ତୁମେ ମଧ୍ୟ କାମଧେନୁ ଅଟ । ସେହି ନାମ ପୁଣି ଗାଈମାନଙ୍କର ରଖିଦେଇଛନ୍ତି, ଯିଏ ବହୁତ କ୍ଷୀର ଦେଇଥାଏ । ରାଜାମାନଙ୍କ ଘରେ ବହୁତ ଫାଷ୍ଟକ୍ଲାସ ଗାଈ ରହିଥା’ନ୍ତି । ଯେବେକି ଏଠାରେ ମଧ୍ୟ ରାଜାମାନଙ୍କ ପାଖରେ ଏପରି ଭଲ ଭଲ ଗାଈ ଅଛନ୍ତି ତେବେ ସ୍ୱର୍ଗରେ କେତେ ସୁନ୍ଦର ହୋଇଥିବେ! ସେଠାରେ କୌଣସି ଦୁର୍ଗନ୍ଧ ଆଦି ବିଲ୍‌କୁଲ୍ ରହିବ ନାହିଁ ।

ଏବେ ବାବା ପିଲାମାନଙ୍କୁ କହୁଛନ୍ତି ମୁଁ ଆସିଛି ତୁମକୁ ଫୁଲ ଭଳି କରି ସାଥିରେ ନେଇଯିବି । ମୋତେ ଡାକୁଛନ୍ତି ମଧ୍ୟ ପତିତ-ପାବନ ଆସ । ପତିତ ଦୁନିଆ, ପତିତ ଶରୀରରେ ଆସ । ଏହା ହେଲା ପତିତ ଦୁନିଆ, ତାହା ହେଉଛି ପବିତ୍ର ଫରିସ୍ତାମାନଙ୍କର ଦୁନିଆ । ଉଭୟର ତୁଳନା କରାଯାଇଥାଏ ନା । ତୁମେ ମଧ୍ୟ ପତିତରୁ ଏହିଭଳି ପବିତ୍ର ଫରିସ୍ତା ହେବ । ସତ୍ୟଯୁଗୀ ଦେବତାମାନଙ୍କୁ ଦୈବୀ କୁହାଯାଇଥାଏ । ସୂକ୍ଷ୍ମବତନବାସୀମାନେ ଫରିସ୍ତା ଅଟନ୍ତି । ଏବେ ତୁମେ ପବିତ୍ର ଫରିସ୍ତା ହେଉଛ । ବାବା କେତେ ସହଜ ଶିକ୍ଷା ଦେଉଛନ୍ତି । ଏଠାକୁ ଯେବେ ଆସୁଛ ତେବେ କୌଣସି ବି ବାହାରବାଲା ମିତ୍ର ସମ୍ବନ୍ଧୀ, ଘରଦ୍ୱାର କର୍ମଧନ୍ଦା ଆଦି ମନେ ପକାଇବା ଉଚିତ୍ ନୁହେଁ । ତୁମେ ବାବାଙ୍କ ସମ୍ମୁଖକୁ ଆସିଛ ନା । ଏଠାକୁ ଆସିଛ - ଯୋଗର ରୋଜଗାର କରିବା ପାଇଁ, ତେଣୁ ଏଥିରେ ଲାଗିଯିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଦଣ୍ଡରୁ ମୁକ୍ତ ହେବା ପାଇଁ ପୁରୁଣା ସବୁ ହିସାବ-କିତାବ ଯୋଗବଳ ଦ୍ୱାରା ଚୁକ୍ତ କରିବାକୁ ହେବ । ନିମିତ୍ତ ହୋଇ ସବୁ କିଛି ସମ୍ଭାଳିବାକୁ ହେବ । କୌଣସି ବି କଥାର ଚିନ୍ତା କରିବାର ନାହିଁ । ଆତ୍ମ-ଅଭିମାନୀ ହେବାକୁ ପଡିବ ।

(୨) ଏହା ରୋଜଗାର କରିବାର ସମୟ । ଏହି ସମୟରେ ଘରଦ୍ୱାର, କର୍ମଧନ୍ଦା ଆଦି ୟାଦ କରିବା ଅନୁଚିତ୍ । ଫରିସ୍ତା ହେବା ପାଇଁ ଏକମାତ୍ର ବାବାଙ୍କ ୟାଦରେ ରହିବାର ପୂରା ପୂରା ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ଯୋଗ ରୁପକ ସର୍ଚ୍ଚ ଲାଇଟ୍ ଦ୍ୱାରା ବାୟୁମଣ୍ଡଳ ସୃଷ୍ଟି କରୁଥିବା ବିଜୟୀ ରତ୍ନ ଭବ ।

ଯୋଗ୍ୟ ସେବାଧାରୀ ଆତ୍ମାମାନଙ୍କ ମସ୍ତକରେ ବିଜୟର ତିଳକ ଲାଗି କରି ହିଁ ରହିଛି, କିନ୍ତୁ ଯେଉଁ ସ୍ଥାନର ସେବା କରିବାର ଅଛି, ସେହି ସ୍ଥାନ ଉପରେ ପୂର୍ବରୁ ହିଁ ସର୍ଚ୍ଚ ଲାଇଟ୍ ଅର୍ଥାତ୍ ଶକ୍ତିଶାଳୀ ଆଲୋକର କିରଣ ପକାଇବା ଦରକାର । ଯୋଗର ସର୍ଚ୍ଚ ଲାଇଟ୍ ଦ୍ୱାରା ଏଭଳି ବାୟୁମଣ୍ଡଳ ସୃଷ୍ଟି ହୋଇଯିବ, ଯାହାଦ୍ୱାରା ଅନେକ ଅନେକ ଆତ୍ମାମାନେ ସହଜରେ ପାଖକୁ ଆସିଯିବେ, ତା’ପରେ ବହୁତ କମ୍ ସମୟ ଭିତରେ ହଜାର ଗୁଣା ସଫଳତା ମିଳିଯିବ । ଏଥିପାଇଁ ଦୃଢ ସଂକଳ୍ପ କର ଯେ ମୁଁ ବିଜୟୀ ରତ୍ନ ଅଟେ, ତେବେ ପ୍ରତ୍ୟେକ କର୍ମରେ ସୁନିଶ୍ଚିତ ବିଜୟର ଅନୁଭବ କରିଚାଲିବ ।

ସ୍ଲୋଗାନ:-
ଯେଉଁ ସେବା ନିଜକୁ ବା ଅନ୍ୟମାନଙ୍କୁ ହଲଚଲ୍ କରୁଛି ତାହା ସେବା ନୁହେଁ ବୋଝ ଅଟେ ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଜ୍ୱାଳା ରୂପ ହେବା ପାଇଁ ସର୍ବଦା ନିଜ ଭିତରେ ଏହି ଧୁନ୍ ଲାଗି ରହୁ ଯେ ଏବେ ଘରକୁ ଫେରିବାକୁ ହେବ । ଯିବାର ଅଛି ଅର୍ଥାତ୍ ଉପରାମ ସ୍ଥିତି । ଯେବେକି ନିଜର ନିରାକାରୀ ଘରକୁ ଯିବାର ଅଛି, ତେଣୁ ନିଜର ବେଶକୁ ମଧ୍ୟ ସେହିଭଳି କରିବାର ଅଛି । ତେବେ ଯିବାକୁ ମଧ୍ୟ ହେବ ଏବଂ ସମସ୍ତଙ୍କୁ ସାଥୀରେ ନେଇଯିବାକୁ ମଧ୍ୟ ହେବ - ଏହି ସ୍ମୃତି ଦ୍ୱାରା ସ୍ୱତଃ ହିଁ ସର୍ବ ସମ୍ବନ୍ଧ, ପ୍ରକୃତିର ସର୍ବ ଆକର୍ଷଣଠାରୁ ମଧ୍ୟ ଉପରାମ ଅର୍ଥାତ୍ ସାକ୍ଷୀ ହୋଇଯିବ ଏବଂ ସାକ୍ଷୀ ହେବା ଦ୍ୱାରା ସହଜରେ ହିଁ ବାବାଙ୍କର ସାଥୀ ବା ବାବାଙ୍କ ସମାନ ହୋଇଯିବ ।