07.09.25 Avyakt Bapdada Odia Murli 31.12.2006 Om Shanti Madhuban
“ଦୃଢତା ଏବଂ
ପରିବର୍ତ୍ତନ ଶକ୍ତି ଦ୍ୱାରା କାରଣ ବା ସମସ୍ୟା ଶବ୍ଦକୁ ବିଦାୟ ଦେଇ ନିବାରଣ ବା ସମାଧାନ ସ୍ୱରୂପ
ହୁଅ”
ଆଜି ନୂଆ ଯୁଗର ରଚୟିତା
ବାପଦାଦା ନିଜର ଚାରିଆଡର ପିଲାମାନଙ୍କୁ ନୂଆବର୍ଷ ଏବଂ ନୂଆଯୁଗ ଦୁଇଟିଯାକର ଅଭିନନ୍ଦନ ଦେବା ପାଇଁ
ଆସିଛନ୍ତି । ଚାରିଆଡର ପିଲାମାନେ ମଧ୍ୟ ଅଭିନନ୍ଦନ ଦେବା ପାଇଁ ଏଠାରେ ପହଞ୍ଚିଯାଇଛନ୍ତି । କ’ଣ
କେବଳ ନୂଆ ବର୍ଷର ଅଭିନନ୍ଦନ ଦେବା ପାଇଁ ଆସିଛ ନା ନୂଆ ଯୁଗର ମଧ୍ୟ ଅଭିନନ୍ଦନ ଦେବା ପାଇଁ ଆସିଛ?
ଯେପରି ନୂଆ ବର୍ଷରେ ସମସ୍ତେ ଖୁସି ହୋଇଥାଆନ୍ତି ଏବଂ ସମସ୍ତଙ୍କୁ ଖୁସି ବାଣ୍ଟିଥାଆନ୍ତି, ସେହିପରି
ତୁମ ବ୍ରାହ୍ମଣ ପିଲାମାନଙ୍କୁ ମଧ୍ୟ ନୂଆଯୁଗର କଥା ସେତିକି ମନେ ଅଛି ତ? ନୂଆଯୁଗ ଏବେ ନୟନ
ସମ୍ମୁଖକୁ ଆସିଗଲାଣି ତ? ଯେପରି ନୂଆ ବର୍ଷ ପାଇଁ ମନ ଭିତରେ ଆସୁଛି, ଆସିଲା କି ଆସିଲା ସେହିପରି
ନିଜର ନୂଆ ଯୁଗ ପାଇଁ ମଧ୍ୟ ସେତିକି ଅନୁଭବ କରୁଛ ଯେ ଆସିଲା କି ଆସିଲା? ସେହି ନୂଆ ଯୁଗର ସ୍ମୃତି
ଏତିକି ନିକଟରେ ଅନୁଭବ ହେଉଛି? ନିଜର ସେହି ଚମକଦାର ଶରୀର ରୂପୀ ପୋଷାକ ସମ୍ମୁଖରେ ଦେଖାଯାଉଛି?
ବାପଦାଦା ତୁମମାନଙ୍କୁ ଡବଲ ଅଭିନନ୍ଦନ ଦେଉଛନ୍ତି । ପିଲାମାନଙ୍କର ମନ ଭିତରେ, ନୟନରେ ନୂଆଯୁଗର
ଦୃଶ୍ୟ ଗୁଡିକ ପ୍ରକଟ ହୋଇଯାଉଛି, ନିଜର ନୂଆ ଯୁଗରେ ଶରୀର-ମନ-ଧନ ଏବଂ ଜନ କେତେ ଶ୍ରେଷ୍ଠ ଅଟେ ଏବଂ
ସର୍ବ ପ୍ରାପ୍ତିର ଭଣ୍ଡାର ମଧ୍ୟ ରହିଛି । ତେଣୁ ଖୁସି ଲାଗୁଛି ଯେ ଆଜି ପୁରୁଣା ଦୁନିଆରେ ଅଛୁ ଏବଂ
ଏବେ ଏବେ ଅର୍ଥାତ୍ ଖୁବ୍ ଶୀଘ୍ର ନିଜର ରାଜ୍ୟରେ ଥିବୁ! ନିଜର ରାଜ୍ୟ ମନେ ଅଛି ତ? ଯେପରି ଆଜି
ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ନୂଆବର୍ଷକୁ ବଧାଇ ଅର୍ଥାତ୍ ଅଭିନନ୍ଦନ ଦେବାର ଡବଲ କାର୍ଯ୍ୟ
କରିବା ପାଇଁ ଆସିଛ, ସେହିପରି କେବଳ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଆସିଛ ନା ପୁରୁଣା
ଦୁନିଆର ପୁରୁଣା ସଂସ୍କାର, ପୁରୁଣା ସ୍ୱଭାବ, ପୁରୁଣା ଚାଲିଚଳନ ତାକୁ ମଧ୍ୟ ବିଦାୟ ଦେବା ପାଇଁ
ଆସିଛ? ପୁରୁଣା ବର୍ଷକୁ ବିଦାୟ ଦେବା ତ ସହଜ କଥା, କିନ୍ତୁ ପୁରୁଣା ସଂସ୍କାର ଗୁଡିକୁ ବିଦାୟ ଦେବା
ମଧ୍ୟ ସେତିକି ସହଜ ଲାଗୁଛି ତ? କ’ଣ ଭାବୁଛ? ତେବେ ମାୟାକୁ ମଧ୍ୟ ବିଦାୟ ଦେବା ପାଇଁ ଆସିଛ ନା
କେବଳ ବର୍ଷକୁ ବିଦାୟ ଦେବା ପାଇଁ ଆସିଛ? ବିଦାୟ ଦେବାର ଅଛି ନା! ନା ମାୟା ପ୍ରତି ଟିକିଏ ସ୍ନେହ
ଅଛି? କ’ଣ ତାକୁ ରଖିବାକୁ ମଧ୍ୟ କିଛି କିଛି ଚାହୁଁଛ କି?
ବାପଦାଦା ଆଜି ଚାରିଆଡର
ପିଲାମାନଙ୍କ ଦ୍ୱାରା ପୁରୁଣା ସ୍ୱଭାବ ସଂସ୍କାରକୁ ବିଦାୟ ଦେବା ପାଇଁ ଚାହୁଁଛନ୍ତି । କ’ଣ
ଦେଇପାରିବ? ସାହସ ଅଛି ତ, ନା ଭାବୁଛ ଆମେ ତ ବିଦାୟ ଦେବା ପାଇଁ ଚାହୁଁଛୁ କିନ୍ତୁ ପୁଣି ବି ସେ
ଆସିଯାଉଛି! କ’ଣ ଆଜିର ଦିନରେ ଦୃଢ ସଂକଳ୍ପର ଶକ୍ତି ଦ୍ୱାରା ପୁରୁଣା ସଂସ୍କାରକୁ ବିଦାୟ ଦେଇ
ନୂଆଯୁଗର ନୂଆ ସଂସ୍କାର ଦ୍ୱାରା ନିଜ ଜୀବନକୁ ବଧାଇ ଦେବାର ସାହସ ଅଛି? ଅଛି ସାହାସ? ଯେଉଁମାନେ
ଭାବୁଛନ୍ତି ହୋଇପାରିବ, ହୋଇପାରିବ ନା ନିଶ୍ଚିତ ହେବ? ଯାହାଙ୍କ ଭିତରେ ସାହସ ଅଛି ସେମାନେ ହାତ
ଉଠାଅ । କ’ଣ ସାହସ ଅଛି ତ? ଆଚ୍ଛା, ଯେଉଁମାନେ ହାତ ଉଠାଇ ନାହାଁନ୍ତି, କ’ଣ ସେମାନେ ଭାବୁଛନ୍ତି
କି ଆମେ ଉଠାଇବୁ କି ନାହିଁ? ଡବଲ ବିଦେଶୀମାନେ ମଧ୍ୟ ହାତ ଉଠାଇଲେ, ଯାହାଙ୍କ ଭିତରେ ସାହସ ଅଛି
ସେମାନେ ହାତ ଉଠାଅ, ସମସ୍ତେ ନୁହେଁ । ଆଚ୍ଛା, ଡବଲ ବିଦେଶୀ ତ ବଡ ବୁଦ୍ଧିମାନ ଅଟନ୍ତି । ଯେହେତୁ
ଡବଲ ନିଶା ରହିଛି, ସେଥିପାଇଁ ଏତେ ବୁଦ୍ଧିମାନ ଅଟ । ଦେଖ ବାପଦାଦା ପ୍ରତି ମାସରେ ଫଳାଫଳ ଦେଖିବେ
। ବାପଦାଦା ପିଲାମାନଙ୍କ ଭିତରେ ସାହସକୁ ଦେଖି ଖୁସି ହେଉଛନ୍ତି । ବଡ ଚତୁରତାର ସହିତ ଉତ୍ତର
ଦେଉଛନ୍ତି । କାହିଁକି ଜାଣିଛ? କାହିଁକି ନା ସେମାନେ ଜାଣିଛନ୍ତି ଯେ ଆମେ ଯଦି ସାହସର ସହିତ
ଗୋଟିଏ ପାଦ ପକାଇବୁ ତେବେ ବାପଦାଦାଙ୍କଠାରୁ ସାହାଯ୍ୟର ହଜାର ପାଦ ନିଶ୍ଚିତ ମିଳିବ । ଅଧିକାରୀ
ଅଟ ନା! ହଜାର ପାଦ ସାହାଯ୍ୟ ପାଇବାର ଅଧିକାରୀ ଅଟ । କେବଳ ତୁମର ସାହାସକୁ ମାୟା ହଲ୍ଚଲ୍ କରିବା
ପାଇଁ ଚେଷ୍ଟା କରିବ । ବାପଦାଦା ଦେଖୁଛନ୍ତି ଯେ ପିଲାମାନେ ବହୁତ ଭଲ ସାହସ ରଖୁଛନ୍ତି, ସେଥିପାଇଁ
ବାପଦାଦା ଆନ୍ତରିକ ଅଭିନନ୍ଦନ ମଧ୍ୟ ଦେଉଛନ୍ତି କିନ୍ତୁ ସାହସ ରଖିବା ସହିତ ନିଜ ଭିତରେ ବ୍ୟର୍ଥ
ସଂକଳ୍ପ ମଧ୍ୟ ଉତ୍ପନ୍ନ କରି ଦେଉଛନ୍ତି, କରୁଛୁ ତ... କରିବାକୁ ତ ହେବ.... ଆଗକୁ ଉଡିବାକୁ ତ
ହେବ.... । ଏହିଭଳି ତ-ତ ସାହାସକୁ ହଲଚଲ୍ କରିଦେଉଛି । ତେଣୁ ଏଭଳି ଭାବନାହିଁ । ମୋତେ କରିବାକୁ
ହିଁ ହେବ । କାହିଁକି ନ ହେବ! ଯେବେକି ବାବା ତୁମ ସାଥୀରେ ଅଛନ୍ତି, ତେଣୁ ବାବାଙ୍କ ସାଥୀରେ ଥିଲେ
ତ-ତ ଆସିପାରିବ ନାହିଁ ।
ତେଣୁ ଏହି ନୂଆ ବର୍ଷରେ
ନବୀନତା କ’ଣ କରିବ? ନିଜର ସାହସ ରୂପୀ ପାଦକୁ ମଜବୁତ କର । ଏଭଳି ମଜବୁତ କର ଯାହାକି ମାୟା ନିଜେ
ଦୋହଲିଯିବ କିନ୍ତୁ ସାହସର ପାଦ ଦୋହଲିବ ନାହିଁ । ତେବେ ନୂତନ ବର୍ଷରେ ନବୀନତା କରିବ ତ, ନା
ପୂର୍ବରୁ ଯେପରି କେବେ ହଲଚଲ୍ କେବେ ମଜବୁତ ରହୁଥିଲ, ସେହିଭଳି କରିବ ନାହିଁ ତ! ତୁମମାନଙ୍କର
କର୍ତ୍ତବ୍ୟ କ’ଣ? ନିଜକୁ କ’ଣ ବୋଲି କହୁଛ? ମନେ ପକାଅ । ବିଶ୍ୱ କଲ୍ୟାଣୀ, ବିଶ୍ୱ ପରିବର୍ତ୍ତକ,
ଏହା ତୁମମାନଙ୍କର କର୍ତ୍ତବ୍ୟ ଅଟେ ନା! ସେଥିପାଇଁ ବାପଦାଦାଙ୍କୁ କେବେ କେବେ ମିଠା ମିଠା ହସ
ମଧ୍ୟ ଲାଗୁଛି । ବିଶ୍ୱ ପରିବର୍ତ୍ତକ ଉପାଧି ମିଳିଛି ନା! କ’ଣ ବିଶ୍ୱ ପରିବର୍ତ୍ତକ ଅଟ ତ? ନା
ଲଣ୍ଡନର ପରିବର୍ତ୍ତକ ବା ଭାରତର ପରିବର୍ତ୍ତକ ଅଟ? ସମସ୍ତେ ବିଶ୍ୱ ପରିବର୍ତ୍ତକ ଅଟ ନା? ଚାହେଁ
ଗାଁରେ ରହୁଥାଅ, ଚାହେଁ ଲଣ୍ଡନରେ ବା ଆମେରିକାରେ ରହୁଥାଅ କିନ୍ତୁ ବିଶ୍ୱ କଲ୍ୟାଣୀକାରୀ ତ ଅଟ
ନା? ଯଦି ଅଟ ତେବେ ମୁଣ୍ଡ ହଲାଅ । ପକ୍କା ଅଟେ ତ? ନା ୭୫ ପ୍ରତିଶତ ଅଟ । ୭୫ ପ୍ରତିଶତ
ବିଶ୍ୱକଲ୍ୟାଣୀ, ଆଉ ୨୫ ପ୍ରତିଶତ ଛାଡ ମିଳିଛି, ଏହିଭଳି ଅଟ କି? ତୁମମାନଙ୍କର ଚାଲେଞ୍ଚ କ’ଣ?
ପ୍ରକୃତିକୁ ମଧ୍ୟ ଚାଲେଞ୍ଚ କରିଛ ଯେ ପ୍ରକୃତିକୁ ମଧ୍ୟ ପରିବର୍ତ୍ତନ ନିଶ୍ଚିତ କରିବୁ । ତେଣୁ
ନିଜର କର୍ତ୍ତବ୍ୟକୁ ଟିକିଏ ମନେ ପକାଅ । କେବେ କେବେ ନିଜ ପାଇଁ ମଧ୍ୟ ଭାବୁଛ ଯେ କରିବା ତ ଉଚିତ୍
ନୁହେଁ କିନ୍ତୁ ହୋଇଯାଉଛି । ତେବେ କ’ଣ ବିଶ୍ୱର ପରିବର୍ତ୍ତକ, ପ୍ରକୃତିର ପରିବର୍ତ୍ତକ ନିଜର
ପରିବର୍ତ୍ତକ ହୋଇପାରିବ ନାହିଁ? ଶକ୍ତି ସେନା କ’ଣ ଭାବୁଛ? ଏହି ବର୍ଷ ନିଜର ବିଶ୍ୱ ପରିବର୍ତ୍ତକର
କର୍ତ୍ତବ୍ୟକୁ ମନେ ରଖିବ । ନିଜ ପ୍ରତି ବା ନିଜର ବ୍ରାହ୍ମଣ ପରିବାର ପ୍ରତି ମଧ୍ୟ ପରିବର୍ତ୍ତକ
ହେବାକୁ ପଡିବ କାହିଁକି ନା ଦାନ-ପୁଣ୍ୟର କାର୍ଯ୍ୟ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ କରାଯାଏ! ତେଣୁ
ନିଜର କର୍ତ୍ତବ୍ୟର ବାସ୍ତବିକ ସ୍ୱରୂପକୁ ତ ପ୍ରତ୍ୟକ୍ଷ କରିବ ନା! ତେବେ ସ୍ୱ ପରିବର୍ତ୍ତନ ଯାହାକି
ନିଜେ ମଧ୍ୟ ଚାହୁଁଛ ଏବଂ ବାପଦାଦା ମଧ୍ୟ ଚାହୁଁଛନ୍ତି, ତାହା ତ ଜାଣିଛ ନା! ଏବେ ବାପଦାଦା
ପଚାରୁଛନ୍ତି ତୁମେ ସବୁ ପିଲାମାନଙ୍କର ଲକ୍ଷ୍ୟ କ’ଣ? ଏଥିରେ ଅଧିକାଂଶ ପିଲ।। ଗୋଟିଏ ହିଁ ଉତ୍ତର
ଦେଉଛନ୍ତି, ଆମକୁ ବାବାଙ୍କ ସମାନ ହେବାର ଅଛି । କ’ଣ ଠିକ୍ କଥା ନା! ବାବାଙ୍କ ସମାନ ନିଶ୍ଚିତ
ହେବ ନା! ନା ଦେଖିବା, ଭାବିବା.... ତେଣୁ ବାବା ମଧ୍ୟ ସେହି କଥା ଚାହୁଁଛନ୍ତି ଯେ ଏହି ନୂଆ
ବର୍ଷରେ ୭୦ ବର୍ଷ ଶେଷ ହେଉଛି, ତେଣୁ ୭୧ ବର୍ଷରେ କିଛି ଚମତ୍କାରୀ କରି ଦେଖାଅ । ତେବେ ସେବାର
ଉମଙ୍ଗ ଉତ୍ସାହରେ ସମସ୍ତେ କେତେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସବୁ କରୁଛନ୍ତି, ସେଥିରେ ସଫଳ ମଧ୍ୟ
ହେଉଛନ୍ତି, ବାପଦାଦା ମଧ୍ୟ ଖୁସି ହେଉଛନ୍ତି ଯେ ପିଲାମାନଙ୍କୁ ମେହନତର ଫଳ ମିଳିଯାଉଛି । କିଛି
ବି ବ୍ୟର୍ଥରେ ଯାଉ ନାହିଁ, କିନ୍ତୁ ସେବା ମଧ୍ୟ କାହିଁକି କରୁଛ? ଏଥିରେ ପିଲାମାନେ କ’ଣ ଉତ୍ତର
ଦେଉଛନ୍ତି? ବାବାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ । ତେଣୁ ବାବା ଆଜି ପିଲାମାନଙ୍କୁ ଗୋଟିଏ ପ୍ରଶ୍ନ
ପଚାରୁଛନ୍ତି, ବାବାଙ୍କୁ ପ୍ରତ୍ୟକ୍ଷ ତ କରିବାର ଅଛି ଏବଂ ନିଶ୍ଚିତ କରିବ କିନ୍ତୁ ବାବାଙ୍କୁ
ପ୍ରତ୍ୟକ୍ଷ କରିବା ପୂର୍ବରୁ ପ୍ରଥମେ ନିଜକୁ ପ୍ରତ୍ୟକ୍ଷ କର । କ’ଣ କହୁଛ ଶିବଶକ୍ତିମାନେ ଏହି
ବର୍ଷ ନିଜକୁ ଶିବଶକ୍ତି ରୂପରେ ପ୍ରତ୍ୟକ୍ଷ କରିବ ତ? କରିବ ତ? ଜନକ କୁହ? କରିବ? (ନିଶ୍ଚିତ କରିବୁ)
ଏହାଙ୍କ ସାଥୀରେ ପ୍ରଥମ ଧାଡିରେ ଏବଂ ଦ୍ୱିତୀୟ ଧାଡିରେ ବସିଥିବା ଟୀଚରମାନେ ମଧ୍ୟ ହାତ ଉଠାଅ,
ଯେଉଁମାନେ ଏହିବର୍ଷ ନିଜକୁ ପ୍ରତ୍ୟକ୍ଷ କରି ଦେଖାଇବ । କରିବୁ ନୁହେଁ, ନିଶ୍ଚିତ କରି ଦେଖାଇବୁ ।
ଆଚ୍ଛା - ସବୁ ଟୀଚରମାନେ ହାତ ଉଠାଇଛନ୍ତି, ଆଉ କେହି ରହିଯାଇ ନାହାଁନ୍ତି ତ?
ଆଚ୍ଛା - ମଧୁବନ ନିବାସୀ
। କରିବାକୁ ହିଁ ପଡିବ, ନିଶ୍ଚିତ କରିବ କାହିଁକି ନା ମଧୁବନ ତ ପାଖରେ ଅଛି ନା । ତେବେ ଆଜିର
ତାରିଖ ଏବଂ ସମୟକୁ ଲେଖି ରଖ, ୩୧ ତାରିଖ ଏବଂ ୯.୨୦ ମିନିଟ୍ । ଆଚ୍ଛା - ପାଣ୍ଡବ ସେନା କୁହନ୍ତୁ,
ପାଣ୍ଡବମାନେ କ’ଣ କରି ଦେଖାଇବେ? ବିଜୟୀ ପାଣ୍ଡବ । କେବେ କେବେ ବିଜୟୀ ନୁହେଁ, ସଦା ବିଜୟୀ ।
ତେଣୁ ଏହି ବର୍ଷ ଭିତରେ ଏହିଭଳି ହୋଇ ଦେଖାଇବ ନା କହିବ କ’ଣ କରିବୁ, ମାୟା ଆସିଗଲା ନା, ମୁଁ ତ
ଚାହୁଁ ନଥିଲି କିନ୍ତୁ ଆସିଗଲା! ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି - ମାୟା ଶେଷ ସମୟ
ପର୍ଯ୍ୟନ୍ତ ମଧ୍ୟ ଆସିବା ବନ୍ଦ କରିବ ନାହିଁ । କାରଣ ମାୟାର କାମ ହେଲା ଆସିବା କିନ୍ତୁ ତୁମର କାମ
କ’ଣ? ବିଜୟୀ ହେବା । ତେଣୁ ଏଭଳି ଭାବ ନାହିଁ ଯେ ମୁଁ ତ ଚାହୁଁ ନାହିଁ କିନ୍ତୁ ମାୟ ଆସିଯାଉଛି,
ଭୁଲ୍ ହୋଇଯାଉଛି.... । ତେଣୁ ବାପଦାଦା ଏହି ପୁରୁଣା ବର୍ଷ ସହିତ ଏହି ସବୁ ଶବ୍ଦ ଗୁଡିକୁ ମଧ୍ୟ
ବିଦାୟ ଦେବା ପାଇଁ ଚାହୁଁଛନ୍ତି ତେବେ ରାତି ୧୨ଟା ବେଳେ ଏହି ବର୍ଷକୁ ବିଦାୟ ଦେବ ନା! ତେଣୁ
ସେତେବେଳେ ଯେଉଁ ଘଣ୍ଟା ବଜାଉଛ, ଆଜି କାହା ପାଇଁ ଘଣ୍ଟା ବଜାଇବ? ଆଜି ଦିନର, ପୁରୁଣା ବର୍ଷର ଏବଂ
ମାୟାକୁ ବିଜୟ ଦେବାର ଘଣ୍ଟା ବଜାଇବ । ଏଥିରେ ଦୁଇଟି କଥା ରହିଛି - ଗୋଟିଏ ହେଲା ପରିବର୍ତ୍ତନ
ଶକ୍ତିର କମୀ, ଯୋଜନା ତ ବହୁତ ଭଲ ଭଲ କରୁଛ, ଏଭଳି କରିବି, ସେଭଳି କରିବି.... । ବାପଦାଦା ମଧ୍ୟ
ଖୁସି ହୋଇଯାଉଛନ୍ତି, ପିଲାମାନେ ବହୁତ ଭଲ ଭଲ ଯୋଜନା କରିଛନ୍ତି କିନ୍ତୁ ପରିବର୍ତ୍ତନ ଶକ୍ତିର କମୀ
ଥିବା କାରଣରୁ କିଛିଟା ପରିବର୍ତ୍ତନ ହେଉଛି, କିଛି ବାକି ରହିଯାଉଛି ଏବଂ ଦ୍ୱିତୀୟ କମୀ ହେଲା -
ଦୃଢତାର । ଆଜି ମଧ୍ୟ ଦେଖ କେତେ କାର୍ଡ, କେତେ ପ୍ରତିଜ୍ଞା, କେତେ ପ୍ରତିଶ୍ରୁତି, ବାପଦାଦା ତ
ଦେଖୁଛନ୍ତି ନା କେତେ ଭଲ ଭଲ ପତ୍ର ସବୁ ଆସିଛି (ସବୁ କାର୍ଡ ଏବଂ ପତ୍ର ଗୁଡିକୁ ଷ୍ଟେଜ ଉପରେ
ସଜାଇ ରଖାଯାଇଛି) ତେବେ କରିବୁ, ଦେଖାଇବୁ, ନିଶ୍ଚିତ ହେବୁ, ହେବ ନିଶ୍ଚିତ, ପଦ୍ମ ପଦ୍ମ ଗୁଣା
ଶୁଭେଚ୍ଛା, ସବୁ କିଛି ବାପଦାଦାଙ୍କ ପାଖରେ ପହଞ୍ଚିଛି । ସମ୍ମୁଖରେ ବସିଥିବା ପିଲାମାନଙ୍କର ଦିଲ୍ର
ଭାବନା ମଧ୍ୟ ବାବାଙ୍କ ପାଖରେ ପହଞ୍ଚିଛି । କିନ୍ତୁ ବାପଦାଦା ଏବେ ଏହି ଦୁଇଟି ଶକ୍ତି ଉପରେ
ବିଶେଷ ଧ୍ୟାନ ଆକର୍ଷଣ କରାଉଛନ୍ତି । ଗୋଟିଏ ହେଲା ଦୃଢତାରେ କମୀ ଆସି ଯାଉଛି ଏବଂ ଏହାର କାରଣ
ହେଲା ଅନ୍ୟମାନଙ୍କୁ ଦେଖିବାର ଅବହେଳା ପଣିଆ ହୋଇ ହିଁ ଯିବ, କରୁଛି ତ, କରିବି, ନିଶ୍ଚିତ କରିବି...
।
ବାପଦାଦା ଚାହୁଁଛନ୍ତି
ଏହି ବର୍ଷ ଗୋଟିଏ ଶବ୍ଦକୁ ସବୁ ଦିନ ପାଇଁ ବିଦାୟ ଦେଇଦିଅ । ତାହା କ’ଣ ଜାଣିଛ? କହିବୁ? ଦେବାକୁ
ପଡିବ । ଏହି ବର୍ଷ ବାପଦାଦା କାରଣ ଶବ୍ଦକୁ ବିଦାୟ ଦେବାକୁ ଚାହୁଁଛନ୍ତି । କାରଣ ସମାପ୍ତ ହେଉ ଏବଂ
ନିବାରଣ ହେଉ । ସମସ୍ୟାକୁ ସମାପ୍ତ କର, ସମାଧାନ ସ୍ୱରୂପ ହୁଅ । ଚାହେଁ ନିଜ କାରଣରୁ ହେଉ ବା
କୌଣସି ସାଥୀ କାରଣରୁ ହେଉ ବା ସଂଗଠନ କାରଣରୁ ହେଉ ବା କୌଣସି ପରିସ୍ଥିତି କାରଣରୁ ହେଉ,
ବ୍ରାହ୍ମଣମାନଙ୍କ ଶବ୍ଦକୋଷରୁ କାରଣ ଶବ୍ଦ ଓ ସମସ୍ୟା ଶବ୍ଦ ପରିବର୍ତ୍ତନ ହୋଇ ସମାଧାନ ଏବଂ
ନିବାରଣ ହୋଇଯାଉ କାହିଁକି ନା ବହୁତ ପିଲା ଆଜି ଅମୃତବେଳାରେ ମଧ୍ୟ ବାପଦାଦାଙ୍କ ସହିତ
ବାର୍ତ୍ତାଳାପ କରିବା ସମୟରେ ଏହି କଥା କହିଛନ୍ତି ଯେ ନୂତନ ବର୍ଷରେ କିଛି ନା କିଛି ନବୀନତା କରିବୁ
। ତେଣୁ ବାପଦାଦା ଚାହୁଁଛନ୍ତି ଯେ ନୂଆ ବର୍ଷକୁ ଏଭଳି ପାଳନ କର ଯାହାକି ଏହି ଦୁଇଟି ଶବ୍ଦ
ସମାପ୍ତ ହୋଇଯିବ । ଏଥିପାଇଁ ସମସ୍ତେ ପରୋପକାରୀ ହୋଇଯାଅ । ତେବେ ଆତ୍ମା ନିଜେ କାରଣ ହୋଇଥାଉ କି
ଆଉ କେହି କାରଣ ହୋଇଥାଉ କିନ୍ତୁ ସବୁ ପରିସ୍ଥିତିରେ ତୁମେ ପରୋପକାରୀ ଆତ୍ମା ହୋଇ, ଦୟାଳୁ ଆତ୍ମା
ହୋଇ, ଶୁଭଭାବନା, ଶୁଭକାମନା ହୃଦୟବାଲା ହୋଇ ସହଯୋଗ ଦିଅ ଏବଂ ସ୍ନେହ ନିଅ ।
ତାହାହେଲେ ଏହି ନୂତନ
ବର୍ଷକୁ କେଉଁ ନାମ ଦେବା? ପୂର୍ବରୁ ସବୁ ବର୍ଷକୁ କୌଣସି ଗୋଟିଏ ନାମ ଦିଆଯାଉଥିଲା, ମନେ ଅଛି ନା?
ତେଣୁ ବାପଦାଦା ଏହି ବର୍ଷକୁ ଶ୍ରେଷ୍ଠ ଶୁଭ ସଂକଳ୍ପ, ଦୃଢ ସଂକଳ୍ପ ଏବଂ ସ୍ନେହ ସହଯୋଗ ସଂକଳ୍ପ
ବର୍ଷର ନାମ ଦେବାକୁ ଚାହୁଁଛନ୍ତି, କିନ୍ତୁ କେବଳ ନାମ ଦେବାକୁ ଚାହୁଁ ନାହାଁନ୍ତି, ଏହିଭଳି
ଦେଖିବାକୁ ଚାହୁଁଛନ୍ତି । ତେଣୁ ଦୃଢତାର ଶକ୍ତିକୁ ଏବଂ ପରିବର୍ତ୍ତନ ଶକ୍ତିକୁ ସର୍ବଦା ସାଥୀ
କରିଦିଅ । ଯିଏ ଯେତେ ବି ନକାରାତ୍ମକ ଜିନିଷ ଦେଉ କିନ୍ତୁ ତୁମେ ଅନ୍ୟମାନଙ୍କୁ ଯେପରି କୋର୍ସ
କରାଉଛ ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କରିଦିଅ, ସେହିପରି ତୁମେ ନିଜେ କ’ଣ
ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କରିପାରିବ ନାହିଁ? ଅନ୍ୟ ଆତ୍ମା ତ ପରବଶ ଅଟେ ଏବଂ
ପରବଶ ଆତ୍ମା ଉପରେ ତ ଦୟା କରିବା କଥା । ତେବେ ନିଜର ଜଡ ମୂର୍ତ୍ତି ଗୁଡିକୁ ଦେଖ, ତୁମମାନଙ୍କର
ହିଁ ତ ଜଡ ମୂର୍ତ୍ତି ଅଟେ ନା । ଭାରତରେ ଡବଲ ବିଦେଶୀମାନଙ୍କର ମଧ୍ୟ ଜଡମୂର୍ତ୍ତିକୁ ବା ଚିତ୍ରକୁ
ତ ଦେଖିଛ ନା! ବହୁତ ଭଲ କଥା । ଯଦି ତୁମର ଜଡଚିତ୍ର ଗୁଡିକ ମଧ୍ୟ ଦୟାଳୁ ଅଟନ୍ତି, ଯେକୌଣସି
ମୂର୍ତ୍ତି ଆଗକୁ ଯାଇ କ’ଣ ମାଗୁଛନ୍ତି? ଦୟା କର, କୃପା କର, କରୁଣା କର.... ତେଣୁ ସବୁବେଳେ
ପ୍ରଥମେ ନିଜ ଉପରେ ଦୟା କର, ତା’ପରେ ବ୍ରାହ୍ମଣ ପରିବାର ଉପରେ ଦୟା କର, ଯଦି କେହି ପରବଶ ଅଟେ ବା
ନିଜର ସଂସ୍କାରର ବଶୀଭୂତ ଅଟେ ବା ଦୁର୍ବଳ ଅଟେ ତେବେ ସେତେବେଳେ ସେ ବୁଦ୍ଧିହୀନ ହୋଇଯାଏ, ତେଣୁ
ତା’ ଉପରେ କ୍ରୋଧ କର ନାହିଁ । କାହିଁକି ନା କ୍ରୋଧର ଅଭିଯୋଗ ଅଧିକ ଆସୁଛି । ଯଦି ବି କ୍ରୋଧ କରୁ
ନାହାଁନ୍ତି କିନ୍ତୁ ତା’ର ପିଲାଛୁଆଙ୍କ ଉପରେ ବହୁତ ସ୍ନେହ ଅଛି । ହାକିମୀ ଦେଖାଇବା ହୋଇଯାଉଛି -
ଏହା ମଧ୍ୟ କ୍ରୋଧର ସନ୍ତାନ ଅଟେ । ତେବେ ପରିବାର ଭିତରେ ଯେପରି ବଡ ବଡ ପିଲାମାନଙ୍କ ପ୍ରତି
ସ୍ନେହ କମ୍ ହୋଇଯାଏ କିନ୍ତୁ ନାତି-ନାତୁଣୀଙ୍କ ପ୍ରତି ବହୁତ ସ୍ନେହ ଥାଏ । ସେହିଭଳି କ୍ରୋଧ ହେଲା
ପିତା ଏବଂ ହାକିମୀ ଦେଖାଇବା, ଓଲଟା ନିଶା ଚଢିଯିବା, ତାହା ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ଅଟେ -
ବୁଦ୍ଧିର ନିଶା, ଦାୟିତ୍ୱର ନିଶା, କୌଣସି ବିଶେଷ ସେବା କରିବାର ନିଶା, ଏଗୁଡିକୁ ହାକିମୀ ଦେଖାଇବା
କୁହାଯାଏ । ତେଣୁ ଏବେ ଦୟାଳୁ ହୁଅ, କୃପାଳୁ ହୁଅ । ଦେଖ ନୂଆବର୍ଷ ଦିନ ପରସ୍ପରର ମୁଖ ମିଠା ମଧ୍ୟ
କରିଥାଆନ୍ତି, ଅଭିନନ୍ଦନ ମଧ୍ୟ ଦେଇଥାଆନ୍ତି! ତେଣୁ ଏହି ବର୍ଷ ସାରା କାହାକୁ ବି କଡା ବ୍ୟବହାର
କରିବାର ନାହିଁ । ସେମାନେ ମୁଖ ମିଠା କରୁଛନ୍ତି ତେଣୁ ତୁମେମାନେ କେବଳ ମୁଖ ମିଠା କରାଇବ ନାହିଁ,
ତୁମର ମୁଖମଣ୍ଡଳରେ ମଧ୍ୟ ମଧୁରତା ଦେଖାଯାଉ । ତୁମର ଚେହେରା ସର୍ବଦା ଆତ୍ମିକ ସ୍ନେହପୂର୍ଣ୍ଣ ତଥା
ହର୍ଷିତ ମୁଖ ଦେଖାଯାଉ, ରୁକ୍ଷ ଚେହେରା ନୁହେଁ । ଅଧିକାଂଶ ପିଲା ଯେତେବେଳେ ବାପଦାଦାଙ୍କ ସହିତ
ବାର୍ତ୍ତାଳାପ କରୁଛନ୍ତି ସେତେବେଳେ ନିଜର ସତ କଥା ସବୁ ଶୁଣାଇ ଦେଉଛନ୍ତି କାହିଁକି ନା ସେତେବେଳେ
ଆଉ ତ କେହି ଶୁଣୁନାହାଁନ୍ତି, ତେଣୁ ଅଧିକାଂଶ ପିଲାଙ୍କର ଫଳାଫଳର ଅନ୍ୟ ବିକାର ଗୁଡିକଠାରୁ କ୍ରୋଧ
ଏବଂ ତା’ର ପିଲାଛୁଆଙ୍କର ରିପୋର୍ଟ ଅଧିକ ମିଳୁଛି ।
ତେଣୁ ବାପଦାଦା ଏହି
ନୂତନ ବର୍ଷରେ ସମସ୍ତଙ୍କ ଭିତରୁ ଏହି ରୁକ୍ଷ ସ୍ୱଭାବକୁ ବାହାର କରିଦେବା ପାଇଁ ଚାହୁଁଛନ୍ତି ।
କେତେ ଜଣ ତ ନିଜର ପ୍ରତିଜ୍ଞା ପତ୍ର ମଧ୍ୟ ଲେଖିକରି ଦେଇଛନ୍ତି, ଆମେ ଚାହୁଁ ନାହୁଁ କିନ୍ତୁ
ଆସିଯାଉଛି । ସେଥିପାଇଁ ବାପଦାଦା ଏହାର କାରଣ ମଧ୍ୟ ଶୁଣାଇଦେଲେ ଯେ ଦୃଢତାର କମୀ । ବାବାଙ୍କ
ନିକଟରେ ସଂକଳ୍ପ ଦ୍ୱାରା କଥା ଦେଉଛନ୍ତି, ତେବେ ଦୃଢତା ଏଭଳି ଏକ ଶକ୍ତି ଯାହାକି ଦୁନିଆରେ ମଧ୍ୟ
କହିଥାଆନ୍ତି ଶରୀର ପଛେ ଚାଲିଯାଉ କିନ୍ତୁ ବଚନ ନ ଯାଉ । ମରିବାକୁ ପଡୁ, ନଇଁବାକୁ ପଡୁ, ବଦଳିବାକୁ
ପଡୁ, ସହିବାକୁ ପଡୁ, କିନ୍ତୁ ନିଜର ବଚନରେ ଦୃଢ ରହୁଥିବା ବ୍ୟକ୍ତି ପ୍ରତିପାଦରେ ସଫଳ ହୋଇଥାଏ
କାହିଁକି ନା ଦୃଢତା ସଫଳତାର ଚାବୀ ଅଟେ । ଏହି ଚାବୀ ସମସ୍ତଙ୍କ ପାଖରେ ଅଛି କିନ୍ତୁ ଯଥା ସମୟରେ
ହଜିଯାଉଛି । ତେଣୁ ଏବେ ତୁମମାନଙ୍କର ବିଚାର କ’ଣ?
ତେବେ ଏହି ନୂତନ ବର୍ଷରେ
ନିଜର, ନିଜ ସହଯୋଗୀମାନଙ୍କର ତଥା ବିଶ୍ୱ ପରିବର୍ତ୍ତନରେ ନବୀନତା ନିଶ୍ଚିତ କରିବାକୁ ହେବ । କ’ଣ
ପଛବାଲା ଶୁଣିପାରୁଛ ତ? କରିବ ତ? ଏପରି ଭାବିବ ନାହିଁ ଯେ ପ୍ରଥମେ ତ ବଡମାନେ କରିବେ, ଆମେ ତ ଛୋଟ
ଅଟୁ । କିନ୍ତୁ ଛୋଟମାନେ ବାପ ସମାନ ଅଟନ୍ତି । ବାବାଙ୍କର ପ୍ରତ୍ୟେକ ସନ୍ତାନ ଅଧିକାରୀ ଅଟେ, ଚାହେଁ
ପ୍ରଥମ ଥର ପାଇଁ ମଧ୍ୟ ଆସିଥାଅ କିନ୍ତୁ ମେରା ବାବା କହିଛ ମାନେ ଅଧିକାରୀ ଅଟ । ଶ୍ରୀମତ ଅନୁସାର
ଚାଲିବାରେ ମଧ୍ୟ ଅଧିକାରୀ ଏବଂ ସର୍ବପ୍ରାପ୍ତିଗୁଡିକର ମଧ୍ୟ ଅଧିକାରୀ । ଟୀଚରମାନେ ପରସ୍ପର ସହିତ
ମିଶି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ, ବିଦେଶବାଲା ମଧ୍ୟ କରିବ, ଭାରତବାଲା ମଧ୍ୟ ସମସ୍ତେ ମିଶି
କରିବ । ବାପଦାଦା ମଧ୍ୟ ପୁରସ୍କାର ଦେବେ, ଚାହେଁ ବିଦେଶ ହେଉ, ଚାହେଁ ଭାରତ ହେଉ, ଦେଖିବା କେଉଁ
ଜୋନ୍ ପ୍ରଥମ ପୁରସ୍କାର ନେଉଛି, ତା’କୁ ଗୋଲ୍ଡେନ୍ କପ୍ ପ୍ରାଇଜ୍ ଦିଆଯିବ । କେବଳ ନିଜକୁ
ପ୍ରସ୍ତୁତ କରିବାର ନାହିଁ, ସାଥୀମାନଙ୍କୁ ମଧ୍ୟ ପ୍ରସ୍ତୁତ କରିବାକୁ ହେବ କାହିଁକି ନା ବାପଦାଦା
ଦେଖୁଛନ୍ତି ଯେ ପିଲାମାନଙ୍କର ପରିବର୍ତ୍ତନ ବିନା ବିଶ୍ୱ ପରିବର୍ତ୍ତନ ମଧ୍ୟ ଢିଲା ପଡିଯାଉଛି ଏବଂ
ଆତ୍ମାମାନେ ନୂଆ ନୂଆ ପ୍ରକାରର ଦୁଃଖ ପାଇବାର ପାତ୍ର ହୋଇଯାଉଛନ୍ତି । ଦୁଃଖ-ଅଶାନ୍ତିର ନୂଆ ନୂଆ
କାରଣ ବାହାରି ପଡୁଛି । ତେଣୁ ବାବା ଏବେ ପିଲାମାନଙ୍କର ଦୁଃଖର ଡାକରା ଶୁଣି ପରିବର୍ତ୍ତନ
ଚାହୁଁଛନ୍ତି । ତେଣୁ ହେ ମାଷ୍ଟର ସୁଖଦାତା ପିଲାମାନେ, ଦୁଃଖୀ ଆତ୍ମାମାନଙ୍କ ଉପରେ ଦୟା କର ।
ଭକ୍ତମାନେ ମଧ୍ୟ ଭକ୍ତି କରି କରି ଥକିଗଲେଣି । ଭକ୍ତମାନଙ୍କୁ ମଧ୍ୟ ମୁକ୍ତିର ସମ୍ପତ୍ତି ପ୍ରାପ୍ତ
କରାଅ । କ’ଣ ତୁମକୁ ଦୟା ଲାଗୁଛି ନା ନାହିଁ? କ’ଣ କେବଳ ନିଜ ସେବାରେ, ନିଜର ଦିନଚର୍ଯ୍ୟାରେ
ବ୍ୟସ୍ତ ରହିଥିବ? ନିମିତ୍ତ ଅଟ ନା, ଏମିତି ନୁହେଁ ଯେ କେବଳ ବଡମାନେ ହିଁ ନିମିତ୍ତ ଅଟନ୍ତି,
ପ୍ରତ୍ୟେକ ସନ୍ତାନ ଯିଏ ବି ମେରା ବାବା କହିଛି ଜାଣିନିଅ ସେ ନିମିତ୍ତ ଅଟେ । ତେବେ ନୂଆ ବର୍ଷରେ
ପରସ୍ପରକୁ ଉପହାର ମଧ୍ୟ ଦେଇଥାଆନ୍ତି ନା । ତେଣୁ ତୁମେମାନେ ଭକ୍ତମାନଙ୍କର ଆଶାକୁ ପୁରଣ କର,
ସେମାନଙ୍କୁ ମଧ୍ୟ ଉପହାର ପ୍ରାପ୍ତ କରାଅ । ଦୁଃଖୀମାନଙ୍କୁ ଦୁଃଖରୁ ମୁକ୍ତ କର, ମୁକ୍ତିଧାମର
ଶାନ୍ତି ପ୍ରାପ୍ତ କରାଅ - ଏହି ଉପହାର ଦିଅ । ବ୍ରାହ୍ମଣ ପରିବାରରେ ପ୍ରତ୍ୟେକ ଆତ୍ମାଙ୍କୁ
ଆନ୍ତରିକ ସ୍ନେହ ଏବଂ ସହଯୋଗର ଉପହାର ଦିଅ । କ’ଣ ତୁମ ପାଖରେ ଉପହାରର ଷ୍ଟକ ଅଛି ତ? ସ୍ନେହ ଅଛି
ତ, ସହଯୋଗ ଅଛି ତ? ମୁକ୍ତି ପ୍ରାପ୍ତ କରାଇବାର ଶକ୍ତି ଅଛି ତ? ଯେଉଁମାନଙ୍କ ପାଖରେ ବହୁତ ଷ୍ଟକ
ଅଛି ସେମାନେ ହାତ ଉଠାଅ । କ’ଣ ଷ୍ଟକ ଅଛି ତ? କମ୍ ନାହିଁ ତ? ପ୍ରଥମ ଧାଡି ବାଲାଙ୍କ ପାଖରେ କ’ଣ
ଷ୍ଟକ୍ କମ୍ ଅଛି କି? ବୃଜମୋହନ କାହିଁକି ହାତ ଉଠାଉ ନାହିଁ । ଷ୍ଟକ୍ ତ ଅଛି ନା । କ’ଣ ଅଛି ତ?
ସମସ୍ତେ ହାତ ଉଠାଇଲ ତ? ଷ୍ଟକ୍ ଅଛି ତ? ତେବେ ଷ୍ଟକ ଗୁଡିକୁ ରଖି କ’ଣ କରୁଛ? କ’ଣ ଜମା କରି ରଖିଛ?
କ’ଣ ଟୀଚରମାନେ ଷ୍ଟକ ଅଛି ତ? ତେବେ ଦିଅ ନା! ଖୋଲା ହୃଦୟରେ ଦିଅ । ମଧୁବନ ବାଲା କ’ଣ କରିବ?
ମଧୁବନରେ ଷ୍ଟକ୍ ଅଛି ତ? ମଧୁବନରେ ତ ଚାରିଆଡେ ଷ୍ଟକ ଭରି ହୋଇ ରହିଛି । ତେଣୁ ଏବେ ଦାତା ହୁଅ,
କେବଳ ଜମା କରି ରଖ ନାହିଁ । ଦାତା ହୁଅ ଏବଂ ଦେଇଚାଲ । ଠିକ୍ ଅଛି । ଆଚ୍ଛା!
ଏବେ ସମସ୍ତେ ନିଜକୁ ମନର
ମାଲିକ ଅନୁଭବ କରି ଗୋଟିଏ ସେକେଣ୍ଡରେ ମନକୁ ଏକାଗ୍ର କରିପାରିବ? ମନକୁ ଆଦେଶ ଦେଇପାରିବ? ଗୋଟିଏ
ସେକେଣ୍ଡରେ ନିଜର ମିଠା ଘରେ ପହଞ୍ଚି ଯାଅ । ଗୋଟିଏ ସେକେଣ୍ଡରେ ନିଜର ରାଜ୍ୟ ସ୍ୱର୍ଗ ଦୁନିଆରେ
ପହଞ୍ଚିଯାଅ । ମନ ତୁମର ଆଦେଶକୁ ମାନୁଛି ନା ହଲଚଲ୍ କରୁଛି! ମାଲିକ ଯଦି ଯୋଗ୍ୟ ହୋଇଥିବ,
ଶକ୍ତିଶାଳୀ ହୋଇଥିବ ତେବେ ମନ ଆଦେଶ ମାନିବ ନାହିଁ, ଏହା ହୋଇପାରିବ ନାହିଁ । ତେଣୁ ଏବେ ଅଭ୍ୟାସ
କର ଗୋଟିଏ ସେକେଣ୍ଡରେ ସମସ୍ତେ ନିଜର ମିଠା ଘରେ ପହଞ୍ଚିଯାଅ । ଏହି ଅଭ୍ୟାସକୁ ସାରା ଦିନ ଭିତରେ
ମଝିରେ ମଝିରେ କରିବା ଉପରେ ଧ୍ୟାନ ଦିଅ । ତେବେ ମନର ଏକାଗ୍ରତା ନିଜକୁ ମଧ୍ୟ ଏବଂ ବାୟୁମଣ୍ଡଳକୁ
ମଧ୍ୟ ଶକ୍ତିଶାଳୀ କରିଥାଏ । ଆଚ୍ଛା!
ଚାରିଆଡର ସମସ୍ତଙ୍କର ଅତି
ସ୍ନେହୀ, ସମସ୍ତଙ୍କର ସହଯୋଗୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ଚାରିଆଡର ବିଜୟୀ ପିଲାମାନଙ୍କୁ,
ଚାରିଆଡର ପରିବର୍ତ୍ତନ ଶକ୍ତିବାନ୍ ପିଲାମାନଙ୍କୁ, ଚାରିଆଡର ସର୍ବଦା ନିଜକୁ ପ୍ରତ୍ୟକ୍ଷ କରିବା
ସହିତ ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ପିଲାମାନଙ୍କୁ, ସର୍ବଦା ସମାଧାନ ସ୍ୱରୂପ ବିଶ୍ୱ
ପରିବର୍ତ୍ତକ ପିଲାମାନଙ୍କୁ, ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ
ସ୍ୱୀକାର କରିବା ହେଉ । ଏହା ସହିତ ସମସ୍ତ ପିଲାମାନଙ୍କୁ ଯେଉଁମାନେ କି ବାବାଙ୍କର ମଧ୍ୟ ଶିରତାଜ
ଅର୍ଥାତ୍ ମସ୍ତକର ମୁକୁଟ ଅଟନ୍ତି ସେହିଭଳି ଶିରତାଜ ପିଲାମାନଙ୍କୁ ନମସ୍ତେ ।
ବରଦାନ:-
ମୁରଲୀଧର
ବାବାଙ୍କର ମୁରଲୀ ପ୍ରତି ସ୍ନେହ ରଖିଥିବା ସଦା ଶକ୍ତିଶାଳୀ ଆତ୍ମା ଭବ ।
ଯେଉଁ ପିଲାମାନଙ୍କର
ପାଠପଢା ଅର୍ଥାତ୍ ମୁରଲୀ ସହିତ ସ୍ନେହ ରହିଛି, ସେମାନଙ୍କୁ ସଦା ଶକ୍ତିଶାଳୀ ଭବର ବରଦାନ
ମିଳିଯାଇଥାଏ, ସେମାନଙ୍କ ସାମ୍ନାରେ କୌଣସି ବି ବିଘ୍ନ ତିଷ୍ଠି ପାରିବ ନାହିଁ । ତେବେ
ମୁରଲୀଧରଙ୍କ ସହିତ ପ୍ରୀତି ରଖିବା ଅର୍ଥ ତାଙ୍କର ମୁରଲୀ ସହିତ ପ୍ରୀତି ରଖିବା । ଯଦି କେହି କହୁଛି
ଯେ ମୁରଲୀଧରଙ୍କ ସହିତ ମୋ’ର ସ୍ନେହ ଅଛି ଯେ କିନ୍ତୁ ପାଠପଢିବା ପାଇଁ ମୋ’ର ସମୟ ନାହିଁ, ତେବେ
ବାବା ମାନିବେ ନାହିଁ, କାହିଁକି ନା ଯେଉଁଠି ଲଗନ ଥାଏ ସେଠାରେ କୌଣସି ବାହାନା ନଥାଏ । ତେବେ
ପାଠପଢା ସହିତ ପରିବାରର ସ୍ନେହ ଏକ କିଲା ଅର୍ଥାତ୍ ଦୁର୍ଗ ପାଲଟିଯାଏ ଯେଉଁଠାରେ ସେମାନେ
ସୁରକ୍ଷିତ ରହିଥାଆନ୍ତି ।
ସ୍ଲୋଗାନ:-
ପ୍ରତ୍ୟେକ
ପରିସ୍ଥିତିରେ ନିଜକୁ ପରିବର୍ତ୍ତନ କରିନିଅ, ତେବେ ସହି ସୁନା ପାଲଟିଯିବ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର । ଯୋଗକୁ ଜ୍ୱାଳା ରୂପ କରିବା ପାଇଁ
ଯୋଗରେ ବସିବା ସମୟରେ ସମାହିତ କରିବାର ଶକ୍ତିକୁ କାର୍ଯ୍ୟରେ ଲଗାଅ । ସେବାର ସଂକଳ୍ପ ମଧ୍ୟ ଦବି
ରହୁଥିବ, ସେତିକି ଶକ୍ତି ତୁମ ଭିତରେ ରହିବା ଦରକାର ଯାହାକି ଷ୍ଟପ୍ କହିବା ମାତ୍ରକେ ଷ୍ଟପ୍
ହୋଇଯାଉଥିବ । ଫୁଲବ୍ରେକ୍ ଲାଗିପାରୁଥିବ, ଢିଲାବ୍ରେକ୍ ନୁହେଁ । ଯଦି ଗୋଟିଏ ସେକେଣ୍ଡ
ପରିବର୍ତ୍ତେ ଅଧିକ ସମୟ ଲାଗିଯାଉଛି, ତେବେ ତୁମର ସମାହିତ କରିବାର ଶକ୍ତିକୁ ଦୁର୍ବଳ କୁହାଯିବ ।