07.12.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- କର୍ମ ଉପରେ ହିଁ ସବୁ କିଛି ନିର୍ଭର କରେ, ତେଣୁ ସର୍ବଦା ଧ୍ୟାନ ରହୁ ଯେ ମାୟାର ବଶୀଭୂତ ହୋଇ ମୋ’ଦ୍ୱାରା କୌଣସି ଓଲଟା କର୍ମ ନ ହେଉ ଯାହାର ଦଣ୍ଡ ଭୋଗ କରିବାକୁ ପଡ଼ିବ ।”

ପ୍ରଶ୍ନ:-
ବାବାଙ୍କ ଦୃଷ୍ଟିରେ ସବୁଠାରୁ ଅଧିକ ବୁଦ୍ଧିମାନ କିଏ?

ଉତ୍ତର:-
ଯାହାଙ୍କ ଜୀବନରେ ପବିତ୍ରତାର ଧାରଣା ରହିଛି, ସେହିମାନେ ହିଁ ବୁଦ୍ଧିମାନ ଅଟନ୍ତି ଏବଂ ଯେଉଁମାନେ ପତିତ ସେମାନେ ବୁଦ୍ଧିହୀନ ଅଟନ୍ତି । ତେଣୁ ଲକ୍ଷ୍ମୀ-ନାରାୟଣଙ୍କୁ ହିଁ ସବୁଠାରୁ ଅଧିକ ବୁଦ୍ଧିମାନ କୁହାଯିବ । ତୁମେମାନେ ଏବେ ବୁଦ୍ଧିମାନ ହେଉଛ । ପବିତ୍ରତା ହିଁ ସବୁଠାରୁ ମୁଖ୍ୟ ଧାରଣା ଅଟେ । ସେଥିପାଇଁ ବାବା ସାବଧାନ କରୁଛନ୍ତି - ପିଲାମାନେ ଏହି ଆଖି ତୁମକୁ ଯେପରି ଧୋକା ନ ଦେଉ, ସେଥିପ୍ରତି ସାବଧାନ ରୁହ । ଏହି ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ । ନୂତନ ସ୍ୱର୍ଗ ଦୁନିଆକୁ ମନେ ପକାଅ ।

ଓମ୍ ଶାନ୍ତି ।
ମିଠା-ମିଠା ସିକିଲଧେ ଅର୍ଥାତ୍ ବହୁତ ଦିନରୁ ଅଲଗା ହୋଇ ପୁନର୍ବାର ମିଳିଥିବା ପିଲାମାନେ ଏକଥା ତ ବୁଝୁଛନ୍ତି ଯେ ଏହି ପୁରୁଣା ଦୁନିଆରେ ଆମେ ବର୍ତ୍ତମାନ ଅଳ୍ପଦିନର ଯାତ୍ରୀ ଅଟୁ । ଦୁନିଆର ଲୋକମାନେ ଭାବୁଛନ୍ତି ବର୍ତ୍ତମାନ ଆହୁରି ୪୦ ହଜାର ବର୍ଷ ଏହିଠାରେ ରହିବାକୁ ହେବ । କିନ୍ତୁ ତୁମର ତ ନିଶ୍ଚୟ ରହିଛି ନା । ଏହି କଥାକୁ ଭୁଲିଯାଅ ନାହିଁ । ଏଠାରେ ବସି ଥିଲେ ମଧ୍ୟ ତୁମେମାନେ ଖୁସିରେ ଗଦ୍‌ଗଦ୍ ହେବା ଉଚିତ୍ । ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସେ ସବୁ କିଛି ବିନାଶ ହେବାକୁ ଯାଉଛି । ଆତ୍ମା ତ ଅବିନାଶୀ ଅଟେ । ଆମେ ଆତ୍ମାମାନେ ୮୪ ଜନ୍ମ ନେଇ ସାରିଛୁ । ଏବେ ବାବା ଘରକୁ ନେଇଯିବା ପାଇଁ ଆସିଛନ୍ତି । ପୁରୁଣା ଦୁନିଆ ଯେତେବେଳେ ସମାପ୍ତ ହେଉଛି, ସେତେବେଳେ ବାବା ନୂଆ ଦୁନିଆ ଗଢ଼ିବା ପାଇଁ ଆସିଥା’ନ୍ତି । ନୂଆରୁ ପୁରୁଣା, ପୁରୁଣାରୁ ନୂଆ ଦୁନିଆ କିପରି ହେଉଛି ଏହା ତୁମମାନଙ୍କ ବୁଦ୍ଧିରେ ଅଛି । ଆମେ ଅନେକ ଥର ଚକ୍ର ଲଗାଇଛୁ । ଏବେ ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ନୂଆ ଦୁନିଆରେ ତ ଆମେ ଅଳ୍ପ ସଂଖ୍ୟକ ଦେବତାମାନେ ହିଁ ରହିବୁ । ମନୁଷ୍ୟ ରହିବେ ନାହିଁ । ବାକି କର୍ମ ଉପରେ ହିଁ ସବୁ କିଛି ନିର୍ଭର କରୁଛି । ମନୁଷ୍ୟ ଯଦି କିଛି ଓଲଟା କର୍ମ କରିଥାନ୍ତି, ତେବେ ତାହା ନିଶ୍ଚିତ ମନକୁ ଆନ୍ଦୋଳିତ କରିଥାଏ, ସେଥିପାଇଁ ବାବା ପଚାରୁଛନ୍ତି କି ଏହି ଜନ୍ମରେ ସେଭଳି କୌଣସି ପାପ କର୍ମ କରି ନାହଁ ତ? ଏହା ହେଉଛି ପତିତ ଛି-ଛି ରାବଣର ରାଜ୍ୟ । ଏହା ତ ଧୁନ୍ଦକାରୀ ଅର୍ଥାତ୍ ବିଶୃଙ୍ଖଳାପୂର୍ଣ୍ଣ ଦୁନିଆ ଅଟେ । ଏବେ ବାବା ତୁମ ସନ୍ତାନମାନଙ୍କୁ ବର୍ସା ଦେଉଛନ୍ତି । ଏବେ ତୁମେ ଭକ୍ତି କରୁ ନାହଁ । ଭକ୍ତିମାର୍ଗର ଅଜ୍ଞାନ ଅନ୍ଧକାରରେ ତୁମେମାନେ ଧକ୍କା ଖାଇ ଖାଇ ଆସିଛ । ଏବେ ତୁମମାନଙ୍କୁ ବାବାଙ୍କର ହାତ ମିଳିଛି । ବାବାଙ୍କ ସାହାରା ବିନା ତୁମେ ବିଷୟ ବୈତରଣୀ ନଦୀରେ ଉବୁ ଟୁବୁ ହେଉଥିଲ । ଅଧାକଳ୍ପ ଭକ୍ତିମାର୍ଗ ଚାଲୁଛି ପୁଣି ତୁମମାନଙ୍କୁ ଜ୍ଞାନ ମିଳିବା ଦ୍ୱାରା ତୁମେ ସତ୍ୟଯୁଗୀ ନୂଆ ଦୁନିଆକୁ ଚାଲିଯାଉଛ । ବର୍ତ୍ତମାନ ତ ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ, ଯେତେବେଳେ କି ତୁମେ ପତିତ ଛି-ଛିରୁ ଗୁଲଗୁଲ୍ ଅର୍ଥାତ୍ ପାବନ ହେଉଛ, କଣ୍ଟାରୁ ଫୁଲ ହେଉଛ । ଏପରି କିଏ କରୁଛନ୍ତି? ବେହଦର ବାବା । ଲୌକିକ ପିତାଙ୍କୁ ବେହଦର ବାବା ବୋଲି କୁହାଯିବ ନାହିଁ । ତୁମେ ଏବେ ବ୍ରହ୍ମା ଏବଂ ବିଷ୍ଣୁଙ୍କର କର୍ତ୍ତବ୍ୟକୁ ମଧ୍ୟ ଜାଣିଗଲଣି । ତେଣୁ ତୁମର କେତେ ଶୁଦ୍ଧ ନିଶା ରହିବା ଉଚିତ୍ । ବ୍ରହ୍ମଲୋକ, ସୂକ୍ଷ୍ମଲୋକ, ସ୍ଥୁଳଲୋକ... ଏ ସବୁ ସଙ୍ଗମଯୁଗରେ ହିଁ ହୋଇଥାଏ । ବାବା ବସି ବର୍ତ୍ତମାନ ତୁମ ପିଲାମାନଙ୍କୁ ବୁଝାଉଛନ୍ତି ଯେ ପୁରୁଣା ଓ ନୂଆ ଦୁନିଆର ଏହା ସଙ୍ଗମଯୁଗ ଅଟେ । ସମସ୍ତେ ଡାକୁଛନ୍ତି ମଧ୍ୟ ପତିତମାନଙ୍କୁ ପାବନ କରିବାକୁ ଆସ । ବାବାଙ୍କର ମଧ୍ୟ ଏହି ସଙ୍ଗମଯୁଗରେ ହିଁ ପାର୍ଟ ଚାଲିଥାଏ ।

ବାବା କ୍ରିଏଟର, ଡାଇରେକ୍ଟର ଅଟନ୍ତି ନା । ତେବେ ନିଶ୍ଚୟ ତାଙ୍କର କୌଣସି କାର୍ଯ୍ୟକଳାପ ଥିବ ନା । ସମସ୍ତେ ଜାଣିଛନ୍ତି ଯେ, ତାଙ୍କୁ ମନୁଷ୍ୟ ବୋଲି କୁହାଯିବ ନାହିଁ । ତାଙ୍କର ତ ନିଜର ଶରୀର ହିଁ ନାହିଁ । ବାକି ସମସ୍ତଙ୍କୁ ମନୁଷ୍ୟ ଅଥବା ଦେବତା କୁହାଯିବ । ଶିବବାବାଙ୍କୁ ନା ଦେବତା, ନା ମନୁଷ୍ୟ କୁହାଯିବ । ବାବା ତ ଅସ୍ଥାୟୀ ରୂପେ ଏହି ଶରୀର ଉଧାର ନେଇଛନ୍ତି । ବାବା କ’ଣ ଗର୍ଭରୁ ଜନ୍ମ ନେଇଛନ୍ତି କି? ବାବା ନିଜେ କହୁଛନ୍ତି - ପିଲାମାନେ, ଶରୀର ବିନା ମୁଁ ରାଜଯୋଗ କିପରି ଶିଖାଇବି! ଯଦିଓ ମନୁଷ୍ୟମାନେ କହିଦେଉଛନ୍ତି କି ମାଟି ଗୋଡ଼ି ସବୁଠାରେ ପରମାତ୍ମା ଅଛନ୍ତି କିନ୍ତୁ ଏବେ ତୁମେ ବୁଝୁଛ କି ମୁଁ କିପରି ଆସୁଛି । ଏବେ ତୁମେ ରାଜଯୋଗ ଶିଖୁଛ ଏବଂ ଏହି ରାଜଯୋଗ କୌଣସି ମନୁଷ୍ୟ ତ ଶିଖାଇ ପାରିବେ ନାହିଁ । ଦେବତାମାନେ ତ ରାଜଯୋଗ ଶିଖିପାରିବେ ନାହିଁ । ସେମାନେ ଏହିଠାରେ ଏହି ପୁରୁଷୋତ୍ତମ ସଙ୍ଗମଯୁଗରେ ହିଁ ରାଜଯୋଗ ଶିଖି ଦେବତା ହେଉଛନ୍ତି ।

ଏବେ ତୁମ ସନ୍ତାନମାନଙ୍କର ଅସରନ୍ତି ଖୁସି ରହିବା ଉଚିତ୍ କି ଆମେ ଏବେ ୮୪ ଜନ୍ମର ଚକ୍ର ପୁରା କଲୁ । ବାବା କଳ୍ପ-କଳ୍ପ ଆସୁଛନ୍ତି, ବାବା ସ୍ୱୟଂ କହୁଛନ୍ତି ଏହା ତୁମର ବହୁତ ଜନ୍ମର ଅନ୍ତିମର ଜନ୍ମ । ଶ୍ରୀକୃଷ୍ଣ ତ ସତ୍ୟଯୁଗର ରାଜକୁମାର ଥିଲେ ସିଏ ହିଁ ପୁଣି ୮୪ ଜନ୍ମର ଚକ୍ର ଲଗାଉଛନ୍ତି । ଶିବବାବା ତ ୮୪ ଜନ୍ମର ଚକ୍ରରେ ଆସିବେ ନାହିଁ । ଶ୍ରୀକୃଷ୍ଣଙ୍କର ଆତ୍ମା ହିଁ ସୁନ୍ଦରରୁ ଶ୍ୟାମଳ ହେଉଛି, ଏକଥା କେହି ଜାଣିନାହାଁନ୍ତି । ଏହି କଥା ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଜାଣିଛନ୍ତି । ମାୟା ବହୁତ ଶକ୍ତିଶାଳୀ, କାହାକୁ ବି ଛାଡ଼ି ନ ଥାଏ । ବାବା ସବୁ ଜାଣି ପାରୁଛନ୍ତି । ମାୟା ରୂପକ କୁମ୍ଭୀର ଏକଦମ୍ ଗିଳି ଦେଇଥାଏ । ଏ କଥା ବାବା ଭଲ ଭାବରେ ଜାଣିଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବାବା ଅନ୍ତର୍ଯ୍ୟାମୀ ଅଟନ୍ତି । ନା । ବାବା ସମସ୍ତଙ୍କର ଚାଲି ଚଳଣିକୁ ଜାଣିଛନ୍ତି । ସବୁ ସମାଚାର ତ ଆସୁଛି ନା । ମାୟା ଏକଦମ୍ କଞ୍ଚା ପେଟରେ ପକାଇ ଦେଉଛି (ଗିଳି ଦେଉଛି) । ଏପରି ବହୁତ କଥା ତୁମ ସନ୍ତାନମାନଙ୍କୁ ଜଣାପଡୁ ନାହିଁ । କିନ୍ତୁ ବାବାଙ୍କୁ ତ ସବୁକିଛି ଜଣାପଡିଯାଉଛି । ସେଥିପାଇଁ ମନୁଷ୍ୟ ଭାବୁଛନ୍ତି ପରମାତ୍ମା ଅନ୍ତର୍ଯ୍ୟାମୀ ଅଟନ୍ତି । ବାବା କହୁଛନ୍ତି ମୁଁ ଅନ୍ତର୍ଯ୍ୟାମୀ ନୁହେଁ । ପ୍ରତ୍ୟେକଙ୍କର ଚଳଣିରୁ ସବୁକିଛି ଜଣା ପଡ଼ିଯାଇଥାଏ ନା । ବହୁତ ବିକାରୀ ଚଳଣିରେ ଚଳୁଛନ୍ତି । ସେଥିପାଇଁ ବାବା ବାରମ୍ବାର ପିଲାଙ୍କୁ ଖବରଦାର କରୁଛନ୍ତି । ମାୟାଠାରୁ ନିଜକୁ ରକ୍ଷା କରିବାକୁ ହେବ । ପୁଣି ଯଦିଓ ବାବା ବୁଝାଉଛନ୍ତି ତଥାପି ବି ବୁଦ୍ଧିରେ ଏ କଥା ପଶୁ ନାହିଁ । କାମ ମହାଶତ୍ରୁ ଅଟେ, ଜଣା ବି ପଡୁ ନାହିଁ କି ମୁଁ ବିକାରଗ୍ରସ୍ତ ହୋଇଗଲି, ଏପରି ବି ହୋଇଯାଉଛି ସେଥିପାଇଁ ବାବା କହୁଛନ୍ତି କିଛି ବି ଭୁଲ୍ ଆଦି ହେଲେ ସ୍ପଷ୍ଟ ଭାବରେ କହିଦିଅ, କିଛି ବି ଲୁଚାଅ ନାହିଁ । ନଚେତ୍ ଶହେଗୁଣା ପାପ ହୋଇଯିବ । ତାହା ମନକୁ ଖାଉଥିବ । ବୃଦ୍ଧି ହୋଇ ଚାଲିବ । ଏକଦମ୍ ଅଧଃପତନ ହୋଇଯିବ । ପିଲାମାନଙ୍କୁ ବାବାଙ୍କ ସହିତ ବିଲକୁଲ୍ ସଚ୍ଚା ହୋଇ ରହିବାକୁ ହେବ । ନଚେତ୍ ବହୁତ ବହୁତ କ୍ଷତି ହୋଇଯିବ । ଏହା ତ ରାବଣର ଦୁନିଆ ଅଟେ । ଏହି ରାବଣର ଦୁନିଆକୁ ଆମେ କାହିଁକି ମନେ ପକାଇବା । ଆମକୁ ତ ନୂଆ ଦୁନିଆକୁ ଯିବାର ଅଛି । ଯଦି ବାବା ନୂଆଘର ତିଆରି କରିଥା’ନ୍ତି ତେବେ ପିଲାମାନେ ଭାବିଥା’ନ୍ତି କି ଆମ ପାଇଁ ନୂଆ ଘର ତିଆରି ହେଉଛି । ମନରେ ଖୁସି ରହିଥାଏ । ତେବେ ଏହା ତ ବେହଦର କଥା । ଆମ ପାଇଁ ନୂଆ ଦୁନିଆ ସ୍ୱର୍ଗ ତିଆରି ହେଉଛି । ଏବେ ଆମକୁ ନୂଆ ଦୁନିଆକୁ ଯିବାକୁ ହେବ । ତେଣୁ ଯେତେ ବାବାଙ୍କୁ ମନେ ପକାଇବା ସେତେ ଫୁଲ ପରି ହୋଇଯିବା । ଆମେ ଏହି ବିକାରର ବଶୀଭୂତ ହୋଇ କଣ୍ଟା ହୋଇଯାଇଛୁ । ତୁମେ ସନ୍ତାନମାନେ ଜାଣିଛ - ଯେଉଁମାନେ ଆସୁନାହାଁନ୍ତି ସେମାନେ ତ ମାୟାର ବଶ ହୋଇଯାଇଛନ୍ତି । ବାବାଙ୍କ ନିକଟରେ ହିଁ ନାହାଁନ୍ତି । ବିଶ୍ୱାସଘାତକ ହୋଇଯାଇଛନ୍ତି । ପୁରୁଣା ଶତ୍ରୁ (ରାବଣ) ପାଖକୁ ଚାଲିଯାଇଛନ୍ତି । ଏହିପରି ଅନେକଙ୍କୁ ମାୟା ଗିଳି ଦେଉଛି । ବାବାଙ୍କର ହାତ ଛାଡି ଚାଲି ଯାଉଛନ୍ତି । ବହୁତ ଭଲ-ଭଲ ସନ୍ତାନ ମଧ୍ୟ ଅଛନ୍ତି, ଯେଉଁମାନେ କହିକରି ଯାଉଛନ୍ତି, ଆମେ ଏପରି କରିବୁ, ଏ କଥା କରିବୁ । ଆମେ ତ ଯଜ୍ଞ ପାଇଁ ପ୍ରାଣ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛୁ । କିନ୍ତୁ ସେମାନେ ଆଜି ନାହାଁନ୍ତି । ତୁମର ଲଢ଼େଇ ମାୟା ସାଥିରେ ହିଁ ହେଉଛି । ଦୁନିଆରେ ଏ କଥା କେହି ଜାଣି ନାହାଁନ୍ତି କି ମାୟା ସାଥିରେ କିପରି ଲଢ଼େଇ ହେଉଛି । ଶାସ୍ତ୍ରରେ ପୁଣି ଦେଖାଇଛନ୍ତି ଦେବତା ଓ ଅସୁରମାନଙ୍କ ମଧ୍ୟରେ ଲଢ଼େଇ ହେଲା । ପୁଣି କୌରବ ଓ ପାଣ୍ଡବମାନଙ୍କର ଲଢ଼େଇ ହେଲା । ତୁମେ କାହାକୁ ବି ପଚାରିପାରିବ ଯେ, ଏହି ଦୁଇଟି କଥା ଶାସ୍ତ୍ରରେ କିପରି ଅଛି? ଦେବତାମାନେ ତ ଅହିଂସକ ଅଟନ୍ତି । ସେମାନେ ତ ସତ୍ୟଯୁଗରେ ହିଁ ଥା’ନ୍ତି । ସେମାନେ ପୁଣି କ’ଣ କଳିଯୁଗକୁ ଲଢ଼ିବାକୁ ଆସିବେ । କୌରବ ଓ ପାଣ୍ଡବର ଅର୍ଥକୁ ମଧ୍ୟ ବୁଝୁ ନାହାଁନ୍ତି । ଶାସ୍ତ୍ରରେ ଯାହା ଲେଖାଅଛି ତାକୁ ହିଁ ପଢ଼ି ଶୁଣାଉଛନ୍ତି । ବାବା ତ ସଂପୂର୍ଣ୍ଣ ଗୀତା ପଢ଼ିଛନ୍ତି । ଯେତେବେଳେ ଏହି ଜ୍ଞାନ ମିଳିଲା, ସେତେବେଳେ ବିଚାର ଚାଲିଲା ଯେ ଗୀତାରେ ଏହି ଲଢ଼େଇ ଆଦିର କଥା କଣ ସବୁ ଲେଖାଯାଇଛି? କୃଷ୍ଣ ତ ଗୀତାର ଭଗବାନ ନୁହଁନ୍ତି । ଯେହେତୁ ବ୍ରହ୍ମାବାବାଙ୍କ ଶରୀରରେ ଶିବବାବା ବିରାଜମାନ କରିଥିଲେ ତେଣୁ ତାଙ୍କୁ ଭକ୍ତିମାର୍ଗର ଗୀତା ପଢିବାରୁ ମଧ୍ୟ ନିବୃତ୍ତ କରିଦେଲେ । ଏବେ ବାବାଙ୍କ ଦ୍ୱାରା ଆମକୁ କେତେ ଜ୍ଞାନର ଆଲୋକ ମିଳୁଛି । ଆତ୍ମାକୁ ହିଁ ଜ୍ଞାନର ଆଲୋକ ମିଳିଥାଏ ସେଥିପାଇଁ ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ବେହଦର ବାବାଙ୍କୁ ମନେ ପକାଅ । ଭକ୍ତିରେ ମଧ୍ୟ ତୁମେମାନେ ମନେ ପକାଉଥିଲ, କହୁଥିଲ ଆପଣ ଆସିଲେ ଆମେ ସମର୍ପଣ ହୋଇଯିବୁ । କିନ୍ତୁ ବାବା କିପରି ଆସିବେ, ତୁମେ କିପରି ସମର୍ପଣ ହେବ । ଏ କଥା ଜାଣି ନଥିଲେ ।

ବର୍ତ୍ତମାନ ତୁମେ ସନ୍ତାନମାନେ ବୁଝୁଛ ବାବା ଯେପରି ଅଟନ୍ତି ଆମେ ଆତ୍ମାମାନେ ମଧ୍ୟ ସେହିପରି ଅଟୁ । ବାବାଙ୍କର ହେଉଛି ଅଲୌକିକ ଜନ୍ମ, ତୁମକୁ କେତେ ଭଲ ଭାବରେ ପଢ଼ାଉଛନ୍ତି । ତୁମେ ନିଜେ କହୁଛ ଇଏ ଆମର ସେହି ବାବା ଅଟନ୍ତି । ଯିଏକି କଳ୍ପ କଳ୍ପ ଆମର ବାବା ହୋଇଥା’ନ୍ତି । ଆମେ ସମସ୍ତେ ବାବା-ବାବା ବୋଲି କହୁଛୁ । ବାବା ମଧ୍ୟ ମୋର ପିଲାମାନେ ବୋଲି କହନ୍ତି, ସିଏ ହିଁ ଶିକ୍ଷକ ରୂପରେ ରାଜଯୋଗ ଶିଖାଉଛନ୍ତି ଏବଂ ତୁମକୁ ବିଶ୍ୱର ମାଲିକ କରୁଛନ୍ତି । ତେଣୁ ଏପରି ବାବାଙ୍କର ହୋଇ ପୁଣି ସେହି ଶିକ୍ଷକଙ୍କଠାରୁ ଶିକ୍ଷା ମଧ୍ୟ ନେବା ଦରକାର । ଶୁଣି-ଶୁଣି ଖୁସିରେ ଗଦ୍ ଗଦ୍ ହୋଇଯିବା ଉଚିତ୍ । ଯଦି ବିକାରୀ ହୋଇଗଲ ତେବେ ସେହି ଖୁସି ଆସିବ ହିଁ ନାହିଁ । ତାଙ୍କୁ ଯେତେ ବି ବୁଝାଅ ସେମାନେ କିନ୍ତୁ ଆମର ଜାତି ଭାଇ ହୋଇପାରିବେ ନାହିଁ । ଏଠାରେ ମନୁଷ୍ୟମାନଙ୍କର କେତେ ସରନେମ୍ (ସାଙ୍ଗିଆ) ରହିଛି । ସେ ସବୁ ହଦର କଥା । ତୁମର ସରନେମ୍ ଦେଖ କେତେ ବଡ଼ । ସବୁଠାରୁ ବଡ, ଗ୍ରେଟ୍-ଗ୍ରେଟ୍ ଗ୍ରାଣ୍ଡ ଫାଦର (ଆଦିପିତା) ବ୍ରହ୍ମା ଅଟନ୍ତି । ତାଙ୍କୁ କେହି ଜାଣି ନାହାଁନ୍ତି । ଶିବବାବାଙ୍କୁ ତ ସର୍ବବ୍ୟାପୀ କହିଦେଉଛନ୍ତି । ବ୍ରହ୍ମାଙ୍କ ବିଷୟରେ ମଧ୍ୟ କେହି ଜାଣି ନାହାଁନ୍ତି । ଚିତ୍ର ମଧ୍ୟ ଅଛି - ବ୍ରହ୍ମା, ବିଷ୍ଣୁ, ଶଙ୍କର, ପୁଣି ବ୍ରହ୍ମାଙ୍କୁ ସୂକ୍ଷ୍ମଲୋକ ନିବାସୀ ବୋଲି କହିଦେଉଛନ୍ତି । ଏମାନଙ୍କର ଜୀବନ କାହାଣୀ ବିଷୟରେ କିଛି ହେଲେ ବି ଜାଣିନାହାଁନ୍ତି । ସୂକ୍ଷ୍ମଲୋକରେ ପୁଣି ବ୍ରହ୍ମା କେଉଁଠାରୁ ଆସିଲେ? ସେଠାରେ କିପରି ପୋଷ୍ୟ କରିବେ । ବାବା ବୁଝାଇଛନ୍ତି ଇଏ ମୋର ରଥ ଅଟେ । ଏହାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି । ଏହା ପୁରୁଷୋତ୍ତମ ସଙ୍ଗମଯୁଗ ଗୀତାର ଅଧ୍ୟାୟ ଅଟେ, ଯେଉଁଥିରେ ପବିତ୍ରତା ମୁଖ୍ୟ ଅଟେ । ପତିତରୁ ପାବନ କିପରି ହେବାକୁ ହେବ, ଏହା କେହି ହେଲେ ବି ଜାଣି ନାହାଁନ୍ତି । ସାଧୁ-ସନ୍ଥ ଆଦି ମାନେ ଏପରି କେବେ ବି କହିବେ ନାହିଁ ଯେ ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି କେବଳ ମୋତେ ମନେପକାଅ ତେବେ ମାୟାର ବଶବର୍ତ୍ତୀ ହୋଇ କରିଥିବା ପାପ କର୍ମ ଭସ୍ମ ହୋଇଯିବ । ସେମାନେ ତ ବାବାଙ୍କୁ ହିଁ ଜାଣି ନାହାଁନ୍ତି । ଗୀତାରେ ବାବା କହିଛନ୍ତି ଏହି ସାଧୁମାନଙ୍କର ମଧ୍ୟ ମୁଁ ହିଁ ଆସି ଉଦ୍ଧାର କରୁଛି ।

ବାବା ବୁଝାଉଛନ୍ତି ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଆତ୍ମାମାନେ ବି ଅଭିନୟ କରୁଛନ୍ତି - ସମସ୍ତଙ୍କର ଏହା ଅନ୍ତିମ ଜନ୍ମ ଅଟେ । ଏହାଙ୍କର ମଧ୍ୟ ଅନ୍ତିମ ଜନ୍ମ ଅଟେ । ଇଏ ପୁଣି ବ୍ରହ୍ମା ହୋଇଛନ୍ତି । ଛୋଟ ବେଳେ ଗାଉଁଲୀ ପିଲା ଥିଲେ । ବ୍ରହ୍ମାବାବା ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ୮୪ ଜନ୍ମ ପୂରା କରିଛନ୍ତି । ଏବେ ତୁମମାନଙ୍କର ବୁଦ୍ଧିର ତାଲା ଖୋଲିଛି । ଏବେ ତୁମେ ବୁଦ୍ଧିବାନ ହେଉଛ । ଆଗରୁ ବୁଦ୍ଧିହୀନ ଥିଲ । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ବୁଦ୍ଧିବାନ ଅଟନ୍ତି । ପତିତମାନଙ୍କୁ ବୁଦ୍ଧିହୀନ କୁହାଯାଏ । ମୁଖ୍ୟ ହେଲା ପବିତ୍ରତା । ଲେଖୁଛନ୍ତି ମଧ୍ୟ ମାୟା ଆମକୁ ପତିତ କରିଦେଲା । ଆଖି କ୍ରିମିନାଲ (ବିକାରୀ) ହୋଇଗଲା । ବାବା ତ ବାରମ୍ବାର ସାବଧାନ କରୁଛନ୍ତି - ପିଲାମାନେ, ମାୟାଠାରୁ କେବେହେଲେ ହାରିଯାଅ ନାହିଁ । ଏବେ ଘରକୁ ଯିବାକୁ ହେବ । ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହି ପୁରୁଣା ଦୁନିଆ ନିଶ୍ଚିତ ସମାପ୍ତ ହେବାକୁ ଯାଉଛି । ଆମେ ପବିତ୍ର ହେଉଛୁ ତେଣୁ ଆମକୁ ପବିତ୍ର ଦୁନିଆ ମଧ୍ୟ ଦରକାର ନା! ତେଣୁ ତୁମକୁ ପତିତରୁ ପାବନ ହେବାକୁ ହିଁ ପଡ଼ିବ । ବାବା ତ ଯୋଗ କରିବେ ନାହିଁ । ବାବା କ’ଣ ପତିତ ହେଉଛନ୍ତି କି ଯେଉଁଥି ପାଇଁ ଯୋଗ କରିବେ । ବାବା ତ କହୁଛନ୍ତି ମୁଁ ତୁମମାନଙ୍କ ସେବାରେ ଉପସ୍ଥିତ ହୋଇଛି । ତୁମେମାନେ ହିଁ ଦାବି କରିଛ କି ଆସି ଆମ ପତିତମାନଙ୍କୁ ପାବନ କର । ତୁମର କଥାରେ ହିଁ ମୁଁ ଆସିଛି । ତୁମକୁ ବହୁତ ସହଜ ରାସ୍ତା ବତାଉଛି, କେବଳ ମନମନାଭବ ହୋଇ ରୁହ । ଭଗବାନୁବାଚ ଅଟେ ନା । କିନ୍ତୁ ଗୀତାରେ କୃଷ୍ଣଙ୍କ ନାମ ଦେଇ ଦେବା ଦ୍ୱାରା ବାବାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି । ବାବା ହେଉଛନ୍ତି ପ୍ରଥମ, କୃଷ୍ଣ ଦ୍ୱିତୀୟ ଅଟନ୍ତି । ସେ ପରମଧାମର ମାଲିକ, ଇଏ ହେଲେ ବୈକୁଣ୍ଠର ମାଲିକ । ସୂକ୍ଷ୍ମଲୋକରେ ତ କିଛି ବି ନାହିଁ । ସମସ୍ତଙ୍କ ଭିତରେ ନମ୍ବରୱାନ ହେଉଛନ୍ତି କୃଷ୍ଣ, ଯାହାଙ୍କୁ ସମସ୍ତେ ସ୍ନେହ କରିଥା’ନ୍ତି । ବାକି ତ ସମସ୍ତେ ତାଙ୍କ ପଛେ-ପଛେ ଆସିଥା’ନ୍ତି । ସ୍ୱର୍ଗକୁ ତ ସମସ୍ତେ ଯାଇ ପାରିବେ ନାହିଁ ।

ତେଣୁ ତୁମ ମିଠା-ମିଠା ପିଲାମାନଙ୍କର ହଡ୍ଡି (ଆନ୍ତିରକ) ଖୁସି ରହିବା ଉଚିତ୍ । କେତେକ ସନ୍ତାନ ବାବାଙ୍କ ପାଖକୁ ଆସୁଛନ୍ତି କିନ୍ତୁ କେବେ ବି ପବିତ୍ର ରହୁନାହାଁନ୍ତି । ବାବା ବୁଝାଉଛନ୍ତି ବିକାରଗ୍ରସ୍ତ ହୋଇ ପୁଣି ବାବାଙ୍କ ପାଖକୁ କାହିଁକି ଆସୁଛ? କହୁଛନ୍ତି କ’ଣ କରିବୁ, ରହିପାରୁ ନାହୁଁ । ପରନ୍ତୁ ଏଠାକୁ ଆସୁଛୁ, ହୁଏ ତ କେବେ ତୀର ଲାଗିଯିବ । ଆପଣଙ୍କ ବିନା ଆମର ସଦ୍‌ଗତି କିଏ କରିବ ସେଥିପାଇଁ ଆସି ବସିଯାଉଛୁ । ମାୟା କେତେ ଶକ୍ତିଶାଳୀ । ନିଶ୍ଚୟ ମଧ୍ୟ ହେଉଛି - ବାବା ଆମକୁ ପତିତରୁ ପାବନ ଫୁଲ ଭଳି କରୁଛନ୍ତି । ପରନ୍ତୁ କ’ଣ ତଥାପି ପୁଣି ବି ସତ କହିବା ଦ୍ୱାରା କେତେବେଳେ ବି ସୁଧୁରିଯିବି । ଆମର ଏହି ନିଶ୍ଚୟ ଅଛି କି ଆପଣଙ୍କ ଦ୍ୱାରା ହିଁ ଆମେ ସୁଧୁରିଯିବୁ । ବାବାଙ୍କୁ ଏପରି ସନ୍ତାନମାନଙ୍କ ଉପରେ ଦୟା ଆସୁଛି ପୁଣି ବି ଏହିପରି ହେବ । ଏହା କିଛି ନୂଆ ନୁହେଁ । ବାବା ତ ପ୍ରତିଦିନ ଶ୍ରୀମତ ଦେଉଛନ୍ତି । କେହି କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି, ଏଥିରେ ବାବା କ’ଣ କରିପାରିବେ । ବାବା କହିବେ ବୋଧହୁଏ ଏହାଙ୍କର ପାର୍ଟ ହିଁ ଏହିପରି ଅଟେ । ସମସ୍ତେ ତ ରାଜା-ରାଣୀ ହୋଇପାରିବେ ନାହିଁ । ରାଜଧାନୀ ସ୍ଥାପନ ହେଉଛି ଏବଂ ରାଜଧାନୀରେ ସବୁ ପ୍ରକାରର ପଦ ଦରକାର । ତଥାପି କି ବାବା କହୁଛନ୍ତି ପିଲାମାନେ ସାହାସ ଛାଡ଼ ନାହିଁ । ତୁମେମାନେ ଆଗକୁ ଯାଇ ପାରିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ସାଥିରେ ସର୍ବଦା ସଚ୍ଚା ହୋଇ ରହିବାକୁ ପଡ଼ିବ । ବର୍ତ୍ତମାନ କୌଣସି ବି ଭୁଲ୍ ହୋଇଗଲେ ତା’କୁ ଲୁଚାଅ ନାହିଁ । ଏହି ଆଖି କେବେ ବି କ୍ରିମିନାଲ ଅର୍ଥାତ୍ ବିକାରୀ ନ ହେଉ - ସେଥିପ୍ରତି ଧ୍ୟାନ ଦେବାକୁ ହେବ ।

(୨) ସଦାସର୍ବଦା ଏହି ଶୁଦ୍ଧ ନିଶା ରହୁ କି ବେହଦର ବାବା ଆମକୁ ପତିତ ଛି-ଛିରୁ ଗୁଲ୍‌ଗୁଲ୍ ଅର୍ଥାତ୍ ପବିତ୍ର ଏବଂ କଣ୍ଟାରୁ ଫୁଲ କରୁଛନ୍ତି । ଏବେ ଆମକୁ ବାବାଙ୍କର ହାତ ମିଳିଛି, ଯାହାଙ୍କର ସାହାଯ୍ୟରେ ଆମେ ବିଷୟ ବୈତରଣୀ ନଦୀ ପାର ହୋଇଯିବୁ ।

ବରଦାନ:-
ଶକ୍ତିଶାଳୀ ବ୍ରେକ୍ ଦ୍ୱାରା ଗୋଟିଏ ସେକେଣ୍ଡରେ ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କରିପାରୁଥିବା ସ୍ୱପରିବର୍ତ୍ତକ ଆତ୍ମା ହୁଅ ।

ଯେତେବେଳେ ନକାରାତ୍ମକ ଅଥବା ବ୍ୟର୍ଥ ସଂକଳ୍ପ ଚାଲୁଛି ସେତେବେଳେ ତା’ର ଗତି ବହୁତ ତୀବ୍ରବେଗୀ ହୋଇଥାଏ । ତେବେ ତୀବ୍ର ଗତି ସମୟରେ ଶକ୍ତିଶାଳୀ ବ୍ରେକ୍ ଲଗାଇ ପରିବର୍ତ୍ତନ କରିବାର ଅଭ୍ୟାସ ହେବା ଦରକାର । ଏମିତି ବି ଯେତେବେଳେ କୌଣସି ଗାଡିକୁ ପାହାଡ ଉପରକୁ ଚଢାଇ ଥାଆନ୍ତି ସେତେବେଳେ ପ୍ରଥମେ ତା’ର ବ୍ରେକ୍‌କୁ ଚେକ୍ କରିଥାଆନ୍ତି । ସେହିପରି ତୁମେମାନେ ମଧ୍ୟ ନିଜର ସ୍ଥିତିକୁ ଉଚ୍ଚ କରିବା ପାଇଁ ପ୍ରଥମେ ନିଜର ସଂକଳ୍ପକୁ ଗୋଟିଏ ସେକେଣ୍ଡରେ ବ୍ରେକ୍ ଲଗାଇବାର ଅଭ୍ୟାସକୁ ବଢାଅ । ଯେତେବେଳେ ନିଜର ସଂକଳ୍ପକୁ ବା ସଂସ୍କାରକୁ ଗୋଟିଏ ସେକେଣ୍ଡରେ ନକାରାତ୍ମକରୁ ସକାରାତ୍ମକକୁ ପରିବର୍ତ୍ତନ କରିନେବ ସେତେବେଳେ ହିଁ ନିଜର ସ୍ୱପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନର କାର୍ଯ୍ୟ ସମ୍ପନ୍ନ ହେବ ।

ସ୍ଲୋଗାନ:-
ନିଜ ପ୍ରତି ଏବଂ ସର୍ବ ଆତ୍ମାମାନଙ୍କ ପ୍ରତି ଶ୍ରେଷ୍ଠ ପରିବର୍ତ୍ତନର ଶକ୍ତିକୁ କାର୍ଯ୍ୟକାରୀ କରୁଥିବା ଆତ୍ମାମାନେ ହିଁ ସଚ୍ଚା କର୍ମଯୋଗୀ ଅଟନ୍ତି ।