08.02.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ଈଶ୍ୱରୀୟ ସେବାଧାରୀମାନେ ପ୍ରକୃତ ସେଲବେସନ୍ ଆର୍ମି ଅର୍ଥାତ୍ ଧାର୍ମିକ ସୁରକ୍ଷା ପ୍ରଦାନକାରୀ
ସୈନିକ ଅଟ, ତୁମକୁ ସମସ୍ତଙ୍କୁ ଶାନ୍ତିର ସୁରକ୍ଷା ଦେବାକୁ ହେବ ।”
ପ୍ରଶ୍ନ:-
ତୁମମାନଙ୍କୁ ଯଦି
କେହି ଶାନ୍ତିର ସେଲବେସନ୍ ମାଗୁଛନ୍ତି ତେବେ ତାଙ୍କୁ କ’ଣ ବୁଝାଇବା ଉଚିତ୍?
ଉତ୍ତର:-
ତାଙ୍କୁ କୁହ - ବାବା କହୁଛନ୍ତି କ’ଣ ତୁମର ଏହିଠାରେ ହିଁ ଶାନ୍ତି ଦରକାର । ଏହା ଶାନ୍ତିଧାମ ତ
ନୁହେଁ । ଶାନ୍ତି ତ ଶାନ୍ତିଧାମରେ ହିଁ ମିଳିପାରିବ, ଯାହାକୁ ବ୍ରହ୍ମଲୋକ କୁହାଯାଉଛି । ଆତ୍ମାର
ଯେତେବେଳେ ଶରୀର ନଥାଏ ସେତେବେଳେ ସେ ଶାନ୍ତିରେ ଥାଏ । ସତ୍ୟଯୁଗରେ ପବିତ୍ରତା-ସୁଖ-ଶାନ୍ତି ସବୁ
କିଛି ଅଛି । ସ୍ୱୟଂ ପରମପିତା ଶିବବାବା ହିଁ ଆସି ବର୍ତ୍ତମାନ ଏହି ସମ୍ପତ୍ତି ଦେଉଛନ୍ତି । ତେଣୁ
ତୁମେମାନେ ବାବାଙ୍କୁ ମନେ ପକାଅ ।
ଓମ୍ ଶାନ୍ତି ।
ଆତ୍ମାର ପିତା
ବସି ଆତ୍ମାମାନଙ୍କୁ ବୁଝାଉଛନ୍ତି, ସମସ୍ତ ମନୁଷ୍ୟ ଏକଥା ଜାଣିଛନ୍ତି ଯେ ମୋ ଭିତରେ ଆତ୍ମା ଅଛି ।
ତେଣୁ ଜୀବ ଆତ୍ମା କହୁଛନ୍ତି ନା । ପ୍ରଥମେ ଆମେ ଆତ୍ମା, ପଛରେ ଏହି ଶରୀର ମିଳୁଛି । କେହି ମଧ୍ୟ
ନିଜର ଆତ୍ମାକୁ ଦେଖି ନାହାଁନ୍ତି । କେବଳ ଏତିକି ଜାଣୁଛନ୍ତି ଯେ, ମୁଁ ହେଉଛି ଆତ୍ମା । ଯେପରି
ଆତ୍ମାକୁ ଜାଣିଛନ୍ତି, ଦେଖିନାହାଁନ୍ତି, ସେହିପରି ପରମପିତା ପରମାତ୍ମାଙ୍କ ନିମନ୍ତେ ମଧ୍ୟ
କହୁଛନ୍ତି ପରମାତ୍ମା ଅର୍ଥାତ୍ ପରମଆତ୍ମା । କିନ୍ତୁ ତାଙ୍କୁ ଦେଖିନାହାଁନ୍ତି । ନା ନିଜକୁ, ନା
ବାବାଙ୍କୁ ଦେଖିଛନ୍ତି । କହୁଛନ୍ତି ଯେ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି । କିନ୍ତୁ
ଯଥାର୍ଥ ରୂପେ ଜାଣିନାହାଁନ୍ତି । ସମସ୍ତେ ୮୪ ଲକ୍ଷ ଯୋନି ମଧ୍ୟ କହିଥା’ନ୍ତି, ବାସ୍ତବରେ ଏହା ୮୪
ଜନ୍ମ ଅଟେ । କିନ୍ତୁ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ କେଉଁ ଆତ୍ମାମାନେ କେତେ ଜନ୍ମ ନେଉଛନ୍ତି?
ଆତ୍ମା ବାବାଙ୍କୁ ଡାକୁଛି କିନ୍ତୁ ନା ବାବାଙ୍କୁ ଦେଖିଛି, ନା ଯଥାର୍ଥ ରୀତି ଜାଣିଛି । ପ୍ରଥମେ
ତ ନିଜ ଆତ୍ମାକୁ ଯଥାର୍ଥ ରୂପେ ଜାଣିବାକୁ ହେବ ତେବେ ଯାଇ ବାବାଙ୍କୁ ଜାଣିପାରିବ । ଯଦି ନିଜକୁ
ହିଁ ଜାଣିନାହାଁନ୍ତି ତେବେ ବୁଝାଇବେ କ’ଣ? ଏହାକୁ କୁହାଯାଏ - ସେଲ୍ଫ ରିୟଲାଇଜ୍ କରିବା ଅର୍ଥାତ୍
ଆତ୍ମାନୁଭୂତି କରିବା । ଏହା କେବଳ ବାବାଙ୍କ ବିନା ଅନ୍ୟ କେହି କରାଇ ପାରିବେ ନାହିଁ । ଆତ୍ମା
କ’ଣ, କିପରି ଏବଂ କେଉଁଠୁ ଆସୁଛି, କିପରି ଜନ୍ମ ନେଉଛି, କିପରି ଏତେ ଛୋଟ ଆତ୍ମାରେ ୮୪ ଜନ୍ମର
ଅଭିନୟ ଭରି ହୋଇ ରହିଛି, ଏକଥା କେହି ମଧ୍ୟ ଜାଣିନାହାଁନ୍ତି । ନିଜକୁ ହିଁ ଜାଣିନାହାଁନ୍ତି ତେଣୁ
ବାବାଙ୍କୁ ମଧ୍ୟ ଜାଣିପାରୁ ନାହାଁନ୍ତି । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ମନୁଷ୍ୟର ପଦ ଅଟେ ନା ।
ଏମାନେ ଏହି ପଦ କିପରି ପାଇଛନ୍ତି? ଏକଥା କେହି ମଧ୍ୟ ଜାଣିନାହାଁନ୍ତି । ମନୁଷ୍ୟମାନେ ହିଁ ଏକଥା
ଜାଣିବା ଦରକାର ନା । କହୁଛନ୍ତି ଏମାନେ ବୈକୁଣ୍ଠର ମାଲିକ ଥିଲେ କିନ୍ତୁ ଏହି ମାଲିକପଣ ପ୍ରାପ୍ତ
କଲେ କିପରି, ପୁଣି କୁଆଡେ ଗଲେ? କିଛି ହେଲେ ମଧ୍ୟ ଜାଣିନାହାଁନ୍ତି ଏବେ ତୁମେମାନେ ତ ସବୁ କିଛି
ଜାଣିଛ । ଆଗରୁ କିଛି ହେଲେ ଜାଣିନଥିଲ । ଯେପରି ପିଲାମାନେ ପୂର୍ବରୁ କ’ଣ ଜାଣିଥାଏ ଯେ,
ବାରିଷ୍ଟର ପଦ କ’ଣ? ପଢି-ପଢି ବାରିଷ୍ଟର ହୋଇଯାଆନ୍ତି । ତେଣୁ ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ଏହି
ରାଜଯୋଗର ପାଠପଢି ହୋଇଛନ୍ତି । ବାରିଷ୍ଟରୀ, ଡାକ୍ତରୀ ଆଦି ସବୁର ବହି ରହିଥାଏ ନା ।
ଲକ୍ଷ୍ମୀ-ନାରାୟଣ ହେବାର ବହି ହେଉଛି ଗୀତା ପୁଣି ତାହା ମଧ୍ୟ କିଏ ଶୁଣାଉଛନ୍ତି? ରାଜଯୋଗ କିଏ
ଶିଖାଉଛନ୍ତି? ଏକଥା କେହି ଜାଣିନାହାଁନ୍ତି । ସେ ଗୀତାରେ ନାମ ବଦଳାଇ ଦେଇଛନ୍ତି । ଶିବ ଜୟନ୍ତୀ
ମଧ୍ୟ ପାଳନ କରୁଛନ୍ତି, ଶିବବାବା ହିଁ ଆସି ତୁମକୁ କୃଷ୍ଣପୁରୀର ମାଲିକ କରୁଛନ୍ତି । କୃଷ୍ଣ
ସ୍ୱର୍ଗର ମାଲିକ ଥିଲେ ନା, କିନ୍ତୁ ସ୍ୱର୍ଗକୁ ମଧ୍ୟ କେହି ଜାଣିନାହାଁନ୍ତି । ନଚେତ୍ କାହିଁକି
କହିଥାନ୍ତେ ଯେ କୃଷ୍ଣ ଦ୍ୱାପରରେ ଗୀତା ଶୁଣାଇଥିଲେ । କୃଷ୍ଣଙ୍କୁ ଦ୍ୱାପର ଯୁଗକୁ ନେଇଯାଇଛନ୍ତି,
ଲକ୍ଷ୍ମୀ-ନାରାୟଣଙ୍କୁ ସତ୍ୟଯୁଗକୁ, ରାମଙ୍କୁ ତ୍ରେତାଯୁଗକୁ ନେଇଯାଇଛନ୍ତି ।
ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟରେ ଉପଦ୍ରବ ଆଦି ଦେଖାଉ ନାହାଁନ୍ତି । କୃଷ୍ଣଙ୍କ ରାଜ୍ୟରେ କଂସ,
ରାମଙ୍କ ରାଜ୍ୟରେ ରାବଣ ଆଦି ଦେଖାଇଛନ୍ତି । ଏକଥା କେହି ଜାଣିନାହାଁନ୍ତି ଯେ ରାଧା-କୃଷ୍ଣ ହିଁ
ଲକ୍ଷ୍ମୀ-ନାରାୟଣ ହେଉଛ । ବିଲ୍କୁଲ୍ ହିଁ ଅଜ୍ଞାନ ଅନ୍ଧକାରରେ ବୁଡି ରହିଛନ୍ତି । ଅଜ୍ଞାନକୁ
ଅନ୍ଧକାର ବୋଲି କୁହାଯାଏ । ଜ୍ଞାନକୁ ଆଲୋକ ବୋଲି କୁହାଯାଉଛି । ଏବେ ଦୁନିଆକୁ ଆଲୋକିତ କିଏ
କରାଉଛନ୍ତି? ସେ ହେଉଛନ୍ତି ବାବା । ଜ୍ଞାନକୁ ଦିନ, ଭକ୍ତିକୁ ରାତି କୁହାଯାଏ । ଏବେ ତୁମେମାନେ
ଜାଣୁଛ ଏହି ଭକ୍ତିମାର୍ଗ ମଧ୍ୟ ଜନ୍ମ-ଜନ୍ମାନ୍ତର ପରିଚାଳିତ ହୋଇ ଆସୁଛି । ଭକ୍ତି ଦ୍ୱାରା
ଜନ୍ମ-ଜନ୍ମାନ୍ତର ତଳକୁ ଓହ୍ଲାଇ ଆସୁଛୁ । କଳା କମ୍ ହୋଇ ଚାଲିଛି । ନୂଆ ଘର ତିଆରି ହେବା ପରେ
ପୁଣି ଦିନକୁ ଦିନ ତା’ର ଆୟୁଷ କମ୍ ହୋଇଯାଏ । ୩/୪ ଭାଗ ପୁରୁଣା ହୋଇଗଲେ ତାକୁ ପୁରୁଣା ହିଁ
କୁହାଯିବ । ପିଲାମାନଙ୍କର ପ୍ରଥମେ ଏହି ନିଶ୍ଚୟ ହେବା ଉଚିତ୍ ଯେ, ଇଏ ସମସ୍ତଙ୍କର ପିତା ଅଟନ୍ତି,
ଯିଏକି ସମସ୍ତଙ୍କର ସଦ୍ଗତି କରୁଛନ୍ତି, ସମସ୍ତଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି । ସମସ୍ତଙ୍କୁ ସିଏ
ମୁକ୍ତିଧାମ ନେଇଯିବେ । ତୁମମାନଙ୍କ ପାଖରେ ଲକ୍ଷ୍ୟ ରହିଛି । ତୁମେମାନେ ଏହି ପାଠ ପଢ଼ି ସାରିବା
ପରେ ସତ୍ୟଯୁଗରେ ନିଜ ଗଦି ଉପରେ ବସିବ । ବାକି ସମସ୍ତ ଆତ୍ମାଙ୍କୁ ବାବା ମୁକ୍ତିଧାମକୁ ନେଇଯିବେ
। ଚକ୍ର ବିଷୟରେ ଯେତେବେଳେ ବୁଝାଉଛ ତେବେ ସେଥିରେ ଦେଖାଉଛ ଯେ ସତ୍ୟଯୁଗରେ ବର୍ତ୍ତମାନର ଅନେକ
ଧର୍ମ ରହିବ ନାହିଁ । ସେହି ସମୟରେ ଏହି ଆତ୍ମାମାନେ ନିରାକାରୀ ଦୁନିଆରେ ରହିବେ । ଏକଥା ମଧ୍ୟ
ତୁମେମାନେ ଜାଣିଛ ଯେ, ଏହି ଆକାଶ ମହାଶୂନ୍ୟ ଅଟେ । ବାୟୁକୁ ବାୟୁ, ଆକାଶକୁ ଆକାଶ ବୋଲି କୁହାଯିବ
। ଏପରି ନୁହେଁ ଯେ, ସମସ୍ତେ ପରମାତ୍ମା ଅଟନ୍ତି । ମନୁଷ୍ୟମାନେ ଭାବୁଛନ୍ତି ଯେ ବାୟୁରେ ମଧ୍ୟ
ଭଗବାନ ଅଛନ୍ତି, ଆକାଶରେ ମଧ୍ୟ ଭଗବାନ ଅଛନ୍ତି । ବର୍ତ୍ତମାନ ବାବା ବସି ସବୁକଥା ବୁଝାଉଛନ୍ତି ।
ବାବାଙ୍କ ପାଖରେ ଜନ୍ମ ତ’ ନେଇଛ କିନ୍ତୁ ପଢ଼ାଉଛନ୍ତି କିଏ? ବାବା ହିଁ ଆତ୍ମିକ ଶିକ୍ଷକ ହୋଇ ପାଠ
ପଢ଼ାଉଛନ୍ତି । ଭଲ ଭାବରେ ପାଠ ପଢ଼ି ସମ୍ପୂର୍ଣ୍ଣ ହୋଇଗଲେ ପୁଣି ସାଥିରେ ନେଇଯିବେ । ପୁନର୍ବାର
ତୁମେମାନେ ଅଭିନୟ କରିବାକୁ ଆସିବ । ସତ୍ୟଯୁଗରେ ପ୍ରଥମେ ପ୍ରଥମେ ତୁମେମାନେ ହିଁ ଆସିଥିଲ । ଏବେ
ପୁଣି ସବୁ ଜନ୍ମର ଅନ୍ତିମ ସମୟରେ ଆସି ପହଞ୍ଚିଛ, ପୁଣି ପ୍ରଥମରୁ ଆସିବ । ବର୍ତ୍ତମାନ ବାବା
କହୁଛନ୍ତି ଦୌଡ ପ୍ରତିଯୋଗିତା କର । ଭଲ ଭାବରେ ବାବାଙ୍କୁ ମନେ ପକାଅ, ଅନ୍ୟମାନଙ୍କୁ ମଧ୍ୟ ଏହି
ପାଠ ପଢ଼ାଇବାକୁ ପଡିବ । ନଚେତ୍ ଏତେ ଜଣଙ୍କୁ କିଏ ପଢ଼ାଇବ? ବାବାଙ୍କର ସହଯୋଗୀ ନିଶ୍ଚିତ ହେବ ନା ।
ଈଶ୍ୱରୀୟ ସେବାଧାରୀ ବୋଲି ନାମ ମଧ୍ୟ ରହିଛି ନା । ଇଂରାଜୀରେ ସେଲ୍ଭେସନ୍ ଆର୍ମି ବୋଲି କୁହାଯାଏ
। ତେବେ କେଉଁ ସୁରକ୍ଷା ଦରକାର? ସମସ୍ତେ କହୁଛନ୍ତି ଶାନ୍ତିର ସୁରକ୍ଷା ଦରକାର । ବାକି ଦୁନିଆରେ
ସେମାନେ କ’ଣ ଶାନ୍ତିର ସୁରକ୍ଷା ଦେଉଛନ୍ତି । ଯେଉଁମାନେ ଶାନ୍ତିର ସୁରକ୍ଷା ମାଗୁଛନ୍ତି ତାଙ୍କୁ
କୁହ - ବାବା କହୁଛନ୍ତି ତୁମର କ’ଣ ଏବେ ଏହିଠାରେ ହିଁ ଶାନ୍ତି ଦରକାର? ଏହା କୌଣସି ଶାନ୍ତିଧାମ
ନୁହେଁ । ପ୍ରକୃତ ଶାନ୍ତି ତ’ ଶାନ୍ତିଧାମରେ ହିଁ ମିଳିପାରିବ, ଯାହାକୁ ବ୍ରହ୍ମଲୋକ ବୋଲି
କୁହାଯାଉଛି । ଆତ୍ମାର ଯେତେବେଳେ ଶରୀର ନ ଥାଏ ସେ ସେତେବେଳେ ଶାନ୍ତିରେ ରହିଥାଏ । ବାବା ହିଁ ଆସି
ଏହି ସମ୍ପତ୍ତି ଦେଉଛନ୍ତି । ତୁମ ପାଖରେ ବୁଝାଇବା ନିମନ୍ତେ ଭଲ ଉପାୟ ରହିବା ଦରକାର ।
ପ୍ରଦର୍ଶନୀରେ ଯଦି ତୁମେମାନେ ଠିଆ ହୋଇ ସମସ୍ତଙ୍କ କଥା ଶୁଣିବ ତେବେ ଅନେକଙ୍କର ଭୁଲ୍ ବାହାର
କରିପାରିବ କାହିଁକିନା ବୁଝାଇବା ନିମନ୍ତେ କ୍ରମାନୁସାରେ ଅଛନ୍ତି ନା । ସମସ୍ତେ ଯଦି ଏକରସ
ହୋଇଥା’ନ୍ତେ ବ୍ରାହ୍ମଣୀ ଏପରି କାହିଁକି ଲେଖୁଛନ୍ତି ଯେ ଅମୁକ ଆସି ଭାଷଣ କରନ୍ତୁ । ଆରେ, ତୁମେ
ମଧ୍ୟ ବ୍ରାହ୍ମଣ ଅଟ ନା । ବାବା ଅମୁକ ମୋ’ଠାରୁ ହୋସିଆର ଅଟେ । ବୁଦ୍ଧିମାନ ମନୁଷ୍ୟ ହିଁ ଉଚ୍ଚ
ପଦର ଅଧିକାରୀ ହୋଇଥାଆନ୍ତି ନା । କ୍ରମାନୁସାରେ ତ’ ରହିଛନ୍ତି ନା । ଯେତେବେଳେ ପରୀକ୍ଷାର ଫଳାଫଳ
ବାହାରିବ ତୁମମାନଙ୍କୁ ସ୍ୱତଃ ସାକ୍ଷାତ୍କାର ହେବ, ସେତେବେଳେ ବୁଝିପାରିବ ଯେ ଆମେ ତ’ ଶ୍ରୀମତ
ପାଳନ କରିନଥିଲୁ । ବାବା କହୁଛନ୍ତି କୌଣସି ବିକର୍ମ କରନାହିଁ । ଦେହଧାରୀଙ୍କ ପ୍ରତି ଆକର୍ଷଣ
ରଖନାହିଁ । ଏହା ତ’ ୫ ତତ୍ତ୍ୱରେ ତିଆରି ହୋଇଥିବା ଶରୀର ଅଟେ ନା । ୫ ତତ୍ତ୍ୱକୁ କ’ଣ ପୂଜା
କରାଯାଏ ନା ସ୍ମରଣ କରାଯାଏ କି ! ଯଦିଓ ଏହି ଆଖି ଦ୍ୱାରା ସବୁକିଛି ଦେଖୁଛ କିନ୍ତୁ ସ୍ମରଣ
ଏକମାତ୍ର ବାବାଙ୍କୁ ହିଁ କର । ବର୍ତ୍ତମାନ ଆତ୍ମାକୁ ଜ୍ଞାନ ମିଳିଛି । ଏବେ ଆମକୁ ଘରକୁ ଯିବାକୁ
ହେବ ପୁଣି ବୈକୁଣ୍ଠକୁ ଆସିବୁ । ଆତ୍ମାକୁ ଅନୁଭବ କରିପାରିବ, ଦେଖିପାରିବ ନାହିଁ, ସେହିପରି ଇଏ
ବ୍ରହ୍ମାବାବା ମଧ୍ୟ ଅନୁଭବ କରିପାରୁଛନ୍ତି । ହଁ ଦିବ୍ୟଦୃଷ୍ଟି ଦ୍ୱାରା ନିଜ ଆତ୍ମାର ଘର ଅଥବା
ସ୍ୱର୍ଗକୁ ଦେଖିପାରିବ । ବାବା କହୁଛନ୍ତି - ପିଲାମାନେ, ମନମନାଭବ, ମଧ୍ୟାଜୀଭବ ଅର୍ଥାତ୍
ବାବାଙ୍କୁ ଏବଂ ବିଷ୍ଣୁପୁରୀକୁ ମନେପକାଅ । ଏହା ହିଁ ତୁମର ଲକ୍ଷ୍ୟ ଅଟେ । ପିଲାମାନେ ଜାଣିଛନ୍ତି
ଆମକୁ ଏବେ ସ୍ୱର୍ଗକୁ ଯିବାକୁ ହେବ, ବାକି ସମସ୍ତେ ମୁକ୍ତିଧାମକୁ ଯିବେ । ସମସ୍ତେ ତ’ ସତ୍ୟଯୁଗକୁ
ଯାଇପାରିବେ ନାହିଁ । ତୁମର ହେଉଛି ଦେବତା ଧର୍ମ । ଏହା ମନୁଷ୍ୟମାନଙ୍କର ଧର୍ମ ହୋଇଗଲା ।
ବ୍ରହ୍ମଲୋକରେ ତ’ ମନୁଷ୍ୟମାନେ ରୁହନ୍ତି ନାହିଁ ନା । ଏଠାରେ ହିଁ କେବଳ ମନୁଷ୍ୟ ସୃଷ୍ଟି ରହିଛି
। ମନୁଷ୍ୟ ହିଁ ତମୋପ୍ରଧାନ ଏବଂ ପୁଣି ସତ୍ତ୍ୱପ୍ରଧାନ ହେଉଛନ୍ତି । ତୁମେ ପୂର୍ବରୁ ଶୂଦ୍ର
ବର୍ଣ୍ଣରେ ଥିଲ, ଏବେ ବ୍ରାହ୍ମଣ ବର୍ଣ୍ଣରେ ହୋଇଛ । ଏହି ବର୍ଣ୍ଣ କେବଳ ଭାରତବାସୀମାନଙ୍କର ଅଟେ ।
ଅନ୍ୟ କୌଣସି ଧର୍ମକୁ ଏପରି ବ୍ରାହ୍ମଣ ବଂଶୀ, ସୂର୍ଯ୍ୟବଂଶୀ କୁହାଯିବ ନାହିଁ । ବର୍ତ୍ତମାନ ସମୟରେ
ସମସ୍ତେ ଶୂଦ୍ର ବର୍ଣ୍ଣର ଅଟନ୍ତି । ସମସ୍ତଙ୍କର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ତୁମେମାନେ
ତମୋପ୍ରଧାନ ହୋଇଯାଇଛ ତେଣୁ ସାରା ବୃକ୍ଷ ମଧ୍ୟ ଜୀର୍ଣ୍ଣଶୀର୍ଣ୍ଣ ଅର୍ଥାତ୍ ତମୋପ୍ରଧାନ ହୋଇଯାଇଛି
। ପୁଣି କ’ଣ ସାରା ବୃକ୍ଷ ସତ୍ତ୍ୱପ୍ରଧାନ ହୋଇଯିବ? ସତ୍ତ୍ୱପ୍ରଧାନ ନୂଆ ବୃକ୍ଷରେ କେବଳ
ଦେବୀ-ଦେବତା ଧର୍ମାବଲମ୍ବୀ ହିଁ ରହିବେ ପୁଣି ତୁମେମାନେ ସୂର୍ଯ୍ୟବଂଶୀରୁ ଚନ୍ଦ୍ରବଂଶୀ ହୋଇଯିବ ।
ପୁନର୍ଜନ୍ମ ତ’ ନେଉଛ ନା । ପୁଣି ବୈଶ୍ୟ, ଶୂଦ୍ରବଂଶୀ... ଏସବୁ ନୂଆ କଥା ଅଟେ ।
ଆମକୁ ଜ୍ଞାନର ସାଗର ହିଁ
ପାଠ ପଢ଼ାଉଛନ୍ତି । ସେ ହିଁ ଏକମାତ୍ର ପତିତ-ପାବନ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ବାବା
କହୁଛନ୍ତି ମୁଁ ତୁମକୁ ଜ୍ଞାନ ଦେଉଛି । ତୁମେମାନେ ଦେବୀ ଦେବତା ହେବା ପରେ ଏହି ଜ୍ଞାନ ଆଉ ରହିବ
ନାହିଁ । କାରଣ ଅଜ୍ଞାନୀମାନଙ୍କୁ ହିଁ ଜ୍ଞାନ ଦିଆଯାଇଥାଏ । ଦୁନିଆରେ ସମସ୍ତ ମନୁଷ୍ୟ ଏବେ
ଅଜ୍ଞାନ ଅନ୍ଧକାରରେ ଅଛନ୍ତି, ତୁମେ ଆଲୋକରେ ଅଛ । ଏହାଙ୍କର ୮୪ ଜନ୍ମର କାହାଣୀକୁ କେବଳ ତୁମେମାନେ
ହିଁ ଜାଣିଛ । ଏବେ ତୁମମାନଙ୍କ ପାଖରେ ସମସ୍ତ ଜ୍ଞାନ ଅଛି । ମନୁଷ୍ୟମାନେ ତ’ କହିଦେଉଛନ୍ତି
ଭଗବାନ ଏହି ସୃଷ୍ଟି କାହିଁକି ରଚନା କରିଛନ୍ତି । କ’ଣ ଆମକୁ ମୋକ୍ଷ ମିଳିପାରିବ ନାହିଁ । ଆରେ,
ଏହା ତ’ ପୂର୍ବ ପ୍ରସ୍ତୁତ ଖେଳ ଅଟେ । ଅନାଦି ଡ୍ରାମା ଅଟେ ନା । ତୁମେମାନେ ଜାଣୁଛ ଆତ୍ମା ଗୋଟିଏ
ଶରୀର ଛାଡି ଯାଇ ଅନ୍ୟ ଏକ ଶରୀର ନେଉଛି, ଏଥିରେ ଚିନ୍ତା କରିବାର କ’ଣ ଆବଶ୍ୟକତା ଅଛି? ସେହି
ଆତ୍ମା ଆସି ନିଜର ଦ୍ୱିତୀୟ ଅଭିନୟ ଆରମ୍ଭ କରୁଛି । ମନୁଷ୍ୟ ହଜିଥିବା ଜିନିଷ ପାଇବା ପାଇଁ ହିଁ
କାନ୍ଦିଥା’ନ୍ତି । ପୁଣି ଥରେ ତ’ ସେ ଜିନିଷ ମିଳିବ ନାହିଁ ତେଣୁ କାନ୍ଦିବାରେ କି ଲାଭ ଅଛି । ଏବେ
ତୁମ ସମସ୍ତଙ୍କୁ ମୋହଜିତ୍ ହେବାକୁ ପଡିବ । ଏହି କବର ସ୍ଥାନରେ କ’ଣ ମୋହ ରଖିବ? ଏଥିରେ ଦୁଃଖ ହିଁ
ଦୁଃଖ ରହିଛି । ଆଜି ଛୋଟ ପିଲା ହୋଇଛନ୍ତି, କାଲି ପିଲା ବଡ ହୋଇ ଏପରି ହୋଇଯାଉଛନ୍ତି ଯେ ବାପାର
ପଗଡି ଓହ୍ଲାଇବାରେ ମଧ୍ୟ ବିଳମ୍ବ କରୁନାହାନ୍ତି । ବାପ ସହିତ ମଧ୍ୟ ଲଢେଇ କରିଥା’ନ୍ତି । ଏହାକୁ
ନିର୍ଦ୍ଧନମାନଙ୍କର ଅର୍ଥାତ୍ ମୁରବୀହୀନ ଦୁନିଆ ବୋଲି କୁହାଯାଉଛି । କେହି ହେଲେ ବିଦ୍ୱାନ ପଣ୍ଡିତ
ନାହାନ୍ତି ଯିଏକି ଶିକ୍ଷା ଦେବେ । ବାବା ଯେତେବେଳେ ଏପରି ଅବସ୍ଥା ଦେଖୁଛନ୍ତି ତେବେ ଧନୀ କରାଇବା
ପାଇଁ ଆସୁଛନ୍ତି । ବାବା ହିଁ ଆସି ସମସ୍ତଙ୍କୁ ଧନୀ କରୁଛନ୍ତି । ଧନୀ ଆସି ସମସ୍ତଙ୍କର ଝଗଡା
ସମାଧାନ କରୁଛନ୍ତି । ସତ୍ୟଯୁଗରେ କୌଣସି ଝଗଡା ହେବ ନାହିଁ । ସାରା ଦୁନିଆର ଝଗଡା ତୁଟାଇ
ଦେଉଛନ୍ତି, ପୁଣି ଜୟ ଜୟକାର ହୋଇଯାଉଛି । ଏଠାରେ ଅଧିକ ସଂଖ୍ୟାରେ ମାତାମାନେ ଅଛନ୍ତି ।
ପୁରୁଷମାନେ ମାତାମାନଙ୍କୁ ଦାସୀ ବୋଲି ମଧ୍ୟ ଭାବୁଛନ୍ତି । ହାତଗଣ୍ଠି ପକାଇବା ସମୟରେ କହିଥା’ନ୍ତି,
ତୁମର ସ୍ୱାମୀ ହିଁ ଈଶ୍ୱର ଗୁରୁ ଆଦି ସବୁକିଛି ଅଟନ୍ତି । ପ୍ରଥମେ ଶ୍ରୀମାନ ପୁଣି ପରେ ଶ୍ରୀମତୀ
ରହିଛି । ବର୍ତ୍ତମାନ ବାବା ଆସି ମାତାମାନଙ୍କୁ ଆଗରେ ରଖୁଛନ୍ତି । ତୁମମାନଙ୍କ ଉପରେ କେହି ବିଜୟ
ପ୍ରାପ୍ତ କରିପାରିବେ ନାହିଁ । ତୁମକୁ ବାବା ସବୁ ନିୟମ ଶିଖାଉଛନ୍ତି । ମୋହଜିତ୍ ରାଜାଙ୍କର
ଗୋଟିଏ କଥା ଅଛି । ଏସବୁ ମନଗଢ଼ା କାହାଣୀ ଅଟେ । ସତ୍ୟଯୁଗରେ ତ’ ଅକାଳମୃତ୍ୟୁ ହୋଇ ନଥାଏ । ଉଚିତ୍
ସମୟରେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଗୋଟିଏ ଶରୀର ନେବେ । ସାକ୍ଷାତ୍କାର ହେବ - ବର୍ତ୍ତମାନ
ଏହି ଶରୀର ବୃଦ୍ଧ ହୋଇଗଲାଣି, ପୁଣି ନୂଆ ଶରୀର ନେବାକୁ ହେବ, ତୁମେମାନେ ଯାଇ ପୁଣି ଛୋଟ ପିଲା
ହେବ । ଖୁସି ଖୁସିରେ ଶରୀର ନେବ । ଏଠାରେ ତ’ ଯେତେ ବୁଢ଼ା ଅଥବା ରୋଗୀ ହୋଇଥା’ନ୍ତୁ ଜାଣିଯାଆ’ନ୍ତି
ଯେ, ଏହି ଶରୀର ଛାଡି ଦେଲେ ଭଲ ହେବ ତଥାପି ମଧ୍ୟ ମୃତ୍ୟୁ ସମୟରେ ନିଶ୍ଚିତ ଭାବରେ କାନ୍ଦନ୍ତି ।
ବାବା କହୁଛନ୍ତି - ବର୍ତ୍ତମାନ ତୁମେମାନେ ଏପରି ଜାଗାକୁ ଯାଉଛ ଯେଉଁଠାରେ କ୍ରନ୍ଦନର କୌଣସି ନାମ
ହିଁ ରହିବ ନାହିଁ । ସେଠାରେ ତ’ କେବଳ ଖୁସି ହିଁ ଖୁସି ରହିବ । ସେଥିପାଇଁ ତୁମେମାନେ କେତେ
ଅସରନ୍ତି ବେହଦର ଖୁସିରେ ରହିବା ଉଚିତ୍ । ଆରେ, ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ । ଏହି ଭାରତ
ଦିନେ ସାରା ବିଶ୍ୱର ମାଲିକ ଥିଲା । ଏବେ ଟୁକୁଡା ଟୁକୁଡା ହୋଇଗଲାଣି । ତୁମେମାନେ ହିଁ ପୂଜ୍ୟ
ଦେବତା ଥିଲ ପୁଣି ପୂଜାରୀ ହୋଇଯାଇଛ । ଭଗବାନ କ’ଣ ନିଜେ ପୂଜ୍ୟ, ନିଜେ ପୂଜାରୀ ହୁଅନ୍ତି କି! ଯଦି
ସେ ମଧ୍ୟ ପୂଜାରୀ ହେବେ ତେବେ ପୁଣି ତାଙ୍କୁ ପୂଜ୍ୟ କିଏ କରାଇବ? ଡ୍ରାମାରେ ବାବାଙ୍କର ପାର୍ଟ
ହିଁ ଅଲଗା ରହିଛି । ସେ ହିଁ ଜ୍ଞାନର ସାଗର ଅଟନ୍ତି, ସେହି ଜଣଙ୍କର ହିଁ ମହିମା ରହିଛି । ତେବେ
ଜ୍ଞାନର ସାଗର କେତେବେଳେ ଆସିବେ ଏବଂ ଜ୍ଞାନ ଦେବେ, ଯାହାଦ୍ୱାରା ସଦ୍ଗତି ମିଳିବ । ନିଶ୍ଚିତ
ଭାବରେ ତାଙ୍କୁ ଏଠାକୁ ଆସିବାକୁ ପଡିବ । ପ୍ରଥମେ ତ’ ଏହି କଥା ବୁଦ୍ଧିରେ ରଖିବାକୁ ହେବ ଯେ, ଆମକୁ
କିଏ ପାଠ ପଢ଼ାଉଛନ୍ତି?
ତ୍ରିମୂର୍ତ୍ତି,
ସୃଷ୍ଟିଚକ୍ର ଓ କଳ୍ପବୃକ୍ଷ - ଏହା ହେଉଛି ମୁଖ୍ୟ ଚିତ୍ର । ବୃକ୍ଷକୁ ଦେଖିଲେ ତୁରନ୍ତ ବୁଝିଯିବେ
ଯେ ଆମେ ତ’ ଅମୁକ ଧର୍ମର ଅଟୁ । ଆମେ ସତ୍ୟଯୁଗକୁ ଯାଇପାରିବୁ ନାହିଁ । ଏହି ଚକ୍ର ତ’ ବହୁତ ବଡ
ହେବା ଦରକାର । ସବୁ ଲେଖା ମଧ୍ୟ ସ୍ପଷ୍ଟ ଭାବରେ ହେବା ଉଚିତ୍ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା
ଦେବତା ଧର୍ମ ଅର୍ଥାତ୍ ନୂଆ ଦୁନିଆର ସ୍ଥାପନା କରୁଛନ୍ତି, ଶଙ୍କରଙ୍କ ଦ୍ୱାରା ପୁରୁଣା ଦୁନିଆର
ବିନାଶ ପୁଣି ବିଷ୍ଣୁଙ୍କ ଦ୍ୱାରା ନୂଆ ଦୁନିଆର ପାଳନା କରାଉଛନ୍ତି, ଏହି କଥା ପ୍ରମାଣିତ ହୋଇଯାଉ
। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା, ଉଭୟଙ୍କର ସଂଯୋଗ ରହିଛି ନା । ବ୍ରହ୍ମା-ସରସ୍ୱତୀ
ହିଁ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଏହି ଆରୋହଣ କଳା ଗୋଟିଏ ଜନ୍ମରେ ହେଉଛି ପୁଣି ଅବତରଣ
କଳା ହେବା ପାଇଁ ୮୪ ଜନ୍ମ ଲାଗୁଛି । ବର୍ତ୍ତମାନ ବାବା କହୁଛନ୍ତି ଶାସ୍ତ୍ର ଆଦି ଠିକ୍ ନା ମୁଁ
ଠିକ୍ ଅଟେ? ସତ୍ୟ ସତ୍ୟନାରାୟଣଙ୍କ କଥା ତ’ ମୁଁ ଶୁଣାଉଛି । ଏବେ ତୁମମାନଙ୍କର ନିଶ୍ଚୟ ଆସିଛି
ଯେ, ସତ୍ୟ ବାବାଙ୍କ ଦ୍ୱାରା ବର୍ତ୍ତମାନ ଆମେ ନରରୁ ନାରାୟଣ ହେବାକୁ ଯାଉଛୁ । ଏହା ମଧ୍ୟ ପ୍ରଥମ
ଏବଂ ମୁଖ୍ୟ ବୁଝାଇବାର କଥା ଅଟେ ଯେ ମନୁଷ୍ୟକୁ କେବେ ବାପା, ଶିକ୍ଷକ, ଗୁରୁ କୁହାଯିବ ନାହିଁ ।
ଗୁରୁଙ୍କୁ କ’ଣ କେବେ ବାବା ଅଥବା ଶିକ୍ଷକ କୁହାଯିବ କି? ଏଠାରେ ତ’ ଶିବବାବାଙ୍କ ପାଖରେ ଜନ୍ମ
ନେଉଛ ପୁଣି ଶିବବାବା ତୁମମାନଙ୍କୁ ପାଠ ପଢ଼ାଉଛନ୍ତି ସାଥିରେ ମଧ୍ୟ ନେଇଯିବେ । ଏପରି କୌଣସି
ମନୁଷ୍ୟ ନାହାନ୍ତି ଯାହାଙ୍କୁ ବାପ, ଶିକ୍ଷକ, ଗୁରୁ ବୋଲି କୁହାଯିବ । ଏକମାତ୍ର ବାବାଙ୍କୁ ହିଁ
ପରମପିତା ବୋଲି କୁହାଯାଉଛି । ଲୌକିକ ପିତାଙ୍କୁ କେବେ ସୁପ୍ରିମ୍ ଫାଦର ବୋଲି କୁହାଯିବ ନାହିଁ ।
ସେଥିପାଇଁ ସମସ୍ତେ ତାଙ୍କୁ ମନେପକାଉଛନ୍ତି । ସିଏ ହିଁ ସମସ୍ତଙ୍କର ପିତା ଅଟନ୍ତି । ଦୁଃଖରେ
ସମସ୍ତେ ତାଙ୍କୁ ମନେପକାଇଥା’ନ୍ତି, ସୁଖ ସମୟରେ କେହି ମନେପକାନ୍ତି ନାହିଁ । କାରଣ ସେହି ବାବା
ହିଁ ଆସି ସ୍ୱର୍ଗର ମାଲିକ କରୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପଞ୍ଚ
ତତ୍ତ୍ୱରେ ତିଆରି ହୋଇଥିବା ଏହି ଶରୀରଗୁଡିକୁ ଦେଖୁଥିଲେ ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ ।
କୌଣସି ବି ଦେହଧାରୀ ପ୍ରତି ମୋହ ରଖିବାର ନାହିଁ । କୌଣସି ବିକର୍ମ କରିବାର ନାହିଁ ।
(୨) ଏହି
ପୂର୍ବପ୍ରସ୍ତୁତ ଡ୍ରାମାରେ ପ୍ରତ୍ୟେକ ଆତ୍ମାର ଅନାଦି ପାର୍ଟ ରହିଛି, ଆତ୍ମା ଗୋଟିଏ ଶରୀର ଛାଡି
ଅନ୍ୟ ଗୋଟିଏ ଶରୀର ଧାରଣ କରିଥାଏ, ତେଣୁ କେହି ଶରୀର ତ୍ୟାଗ କରିଦେଲେ ଚିନ୍ତା କରିବା ଉଚିତ୍ ନୁହେଁ
। ମୋହଜିତ ହେବା ଉଚିତ୍ ।
ବରଦାନ:-
ସମ୍ପୂର୍ଣ୍ଣ
ଆହୁତି ଦ୍ୱାରା ପରିବର୍ତ୍ତନ ସମାରୋହ ପାଳନ କରୁଥିବା ଦୃଢ ସଂକଳ୍ପଧାରୀ ହୁଅ ।
ଯେପରି କଥାରେ ଅଛି
“ପ୍ରାଣ ଚାଲିଯାଉ କିନ୍ତୁ ପ୍ରତିଜ୍ଞା ଭଙ୍ଗ ନ ହେଉ” ସେହିପରି ଯେତେ ବଡ ପରିସ୍ଥିତି ଆସୁ ନା
କାହିଁକି, ମାୟାର ମହାବୀର ରୂପ ମଧ୍ୟ ସମ୍ମୁଖକୁ ଆସିଯାଉ କିନ୍ତୁ ତୁମର ଶ୍ରେଷ୍ଠ ଧାରଣ ଗୁଡିକୁ
ପରିବର୍ତ୍ତନ ନ ହେଉ । ସଂକଳ୍ପ ଦ୍ୱାରା ତ୍ୟାଗ କରିଥିବା ମୂଲ୍ୟହୀନ ବସ୍ତୁଗୁଡିକୁ ସଂକଳ୍ପ ଦ୍ୱାରା
ମଧ୍ୟ ସ୍ୱୀକାର ନ ହେଉ । ସର୍ବଦା ନିଜର ଶ୍ରେଷ୍ଠ ସ୍ୱମାନ, ଶ୍ରେଷ୍ଠ ସ୍ଥିତି ଏବଂ ଶ୍ରେଷ୍ଠ ଜୀବନ
ସମର୍ଥୀ ସ୍ୱରୂପ ଦ୍ୱାରା ଶ୍ରେଷ୍ଠ ପାର୍ଟଧାରୀ ହୋଇ ଶ୍ରେଷ୍ଠତାର ଖେଳ କରୁଥାଅ । ଦୁର୍ବଳତା
ଗୁଡିକର ଖେଳ ସବୁ ସମାପ୍ତ ହୋଇଯାଉ । ଯେତେବେଳେ ଏହିଭଳି ସମ୍ପୂର୍ଣ୍ଣ ଆହୁତିର ସଂକଳ୍ପ ଦୃଢ
ହୋଇଯିବ ସେତେବେଳେ ଯାଇ ପରିବର୍ତ୍ତନ ସମାରୋହ ହେବ, ତେଣୁ ଏହି ସମାରୋହର ତିଥିକୁ ଏବେ ସଂଗଠିତ
ରୂପରେ ନିଧାର୍ଯ୍ୟ କର ।
ସ୍ଲୋଗାନ:-
ପ୍ରକୃତ ହୀରା
ହୋଇ ନିଜର ଶ୍ରେଷ୍ଠ ପ୍ରକମ୍ପନ ରୂପୀ ଚମକ ସାରା ବିଶ୍ୱରେ ବିଚ୍ଛୁରିତ କର ।