08.03.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ରୁହାନୀ
ସେବା କରି ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କର, ବାବାଙ୍କ ପ୍ରତି ସଚ୍ଚା ହୃଦୟର ସ୍ନେହ ରଖ ତେବେ
ବାବାଙ୍କ ହୃଦୟରେ ସ୍ଥାନ ମିଳିଯିବ ।”
ପ୍ରଶ୍ନ:-
ଦେହୀ-ଅଭିମାନୀ
ହେବାର ପରିଶ୍ରମ କେଉଁମାନେ କରିପାରିବେ? ଦେହୀ-ଅଭିମାନୀ ଆତ୍ମାର ଲକ୍ଷଣମାନ ଶୁଣାଅ?
ଉତ୍ତର:-
ଯେଉଁମାନଙ୍କର ପାଠପଢା ପ୍ରତି ଏବଂ ବାବାଙ୍କ ପ୍ରତି ଅତୁଟ ସ୍ନେହ ରହିଛି, ସେମାନେ ଦେହୀ-ଅଭିମାନୀ
ହେବା ପାଇଁ ପରିଶ୍ରମ କରି ପାରିବେ । ସେମାନଙ୍କର ସ୍ୱଭାବ ବହୁତ ଶୀତଳ ହୋଇଥିବ, କାହା ସହିତ ଅଧିକ
କଥାବାର୍ତ୍ତା କରୁ ନ ଥିବେ, ସେମାନଙ୍କର ବାବାଙ୍କ ସହିତ ସ୍ନେହ ରହିଥିବ, ଚାଲିଚଳନ ମଧ୍ୟ ବହୁତ
ରୟାଲ ହୋଇଥିବ । ସେମାନଙ୍କ ଭିତରେ ନିଶା ରହିଥିବ ଯେ ଆମକୁ ଭଗବାନ ପାଠ ପଢାଉଛନ୍ତି, ଆମେ ତାଙ୍କର
ସନ୍ତାନ । ସେମାନେ ବହୁତ ସୁଖଦାୟୀ ହୋଇଥିବେ ଏବଂ ପ୍ରତ୍ୟେକ ପାଦରେ ଶ୍ରୀମତ ଆଧାରରେ ଚାଲୁଥିବେ ।
ଓମ୍ ଶାନ୍ତି ।
ସନ୍ତାନମାନଙ୍କୁ
ସେବା ସମାଚାର ମଧ୍ୟ ଶୁଣିବା ଦରକାର ପୁଣି ଯେଉଁ ମୁଖ୍ୟ ମୁଖ୍ୟ ସେବାଧାରୀ ମହାରଥୀ ଅଛନ୍ତି,
ସେମାନଙ୍କୁ ରାୟ ଦେବା ଉଚିତ୍ । ବାବା ଜାଣିଛନ୍ତି ସର୍ଭିସ୍ଏବୁଲ୍ (ସେବାଧାରୀ) ସନ୍ତାନମାନଙ୍କର
ହିଁ ବିଚାର ସାଗର ମନ୍ଥନ ଚାଲିବ । ମେଳା ବା ପ୍ରଦର୍ଶନୀର ଉଦ୍ଘାଟନ କାହା ଦ୍ୱାରା କରାଇବା! କେଉଁ
କେଉଁ ପଏଣ୍ଟସ୍ ଅନ୍ୟମାନଙ୍କୁ ଶୁଣାଇବା ଦରକାର । ଯଦି ଶଙ୍କରାଚାର୍ଯ୍ୟ ଆଦି ତୁମର ଏହି କଥାକୁ
ବୁଝିଯିବେ, ତେବେ କହିବେ ଏମାନଙ୍କର ଜ୍ଞାନ ତ ବହୁତ ଉଚ୍ଚ । ତେଣୁ ଏମାନଙ୍କର ଶିକ୍ଷାଦାତା ମଧ୍ୟ
କେହି ତୀକ୍ଷଣ ଜ୍ଞାନୀ ଜଣାପଡୁଛନ୍ତି । ଭଗବାନ ପାଠ ପଢାଉଛନ୍ତି, ଏ କଥା ତ ସେମାନେ ମାନିବେ ନାହିଁ
। ତେଣୁ ପ୍ରଦର୍ଶନୀ ଆଦିର ଉଦ୍ଘାଟନ କରିବା ପାଇଁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ କ’ଣ କ’ଣ
ବୁଝାଉଛନ୍ତି, ସେ ସମାଚାର ସମସ୍ତଙ୍କୁ ବତାଇବା ଦରକାର ଅଥବା ଟେପ୍ରେ ସଂକ୍ଷିପ୍ତରେ ରେକର୍ଡ
କରିବା ଦରକାର । ଯେପରି ଗଙ୍ଗେ ଦାଦୀ ଶଙ୍କରାଚାର୍ଯ୍ୟଙ୍କୁ ବୁଝାଇଥିଲେ, ସେହିପରି ସର୍ଭିସ୍ଏବୁଲ୍
ସନ୍ତାନମାନେ ତ ବାବାଙ୍କର ହୃଦୟରେ ବସିଥା’ନ୍ତି । ଏପରି ତ ସ୍ଥୂଳ ସେବା ମଧ୍ୟ ରହିଛି କିନ୍ତୁ
ବାବାଙ୍କର ଧ୍ୟାନ ଆତ୍ମିକ ସେବା ପ୍ରତି ଯାଉଛି, ଯାହାଦ୍ୱାରା ବହୁତଙ୍କର କଲ୍ୟାଣ ହେଉଛି । ଯଦିଓ
ପ୍ରତ୍ୟେକ କଥାରେ କଲ୍ୟାଣ ରହିଛି । ବ୍ରହ୍ମା ଭୋଜନ ପ୍ରସ୍ତୁତ କରିବାରେ ମଧ୍ୟ କଲ୍ୟାଣ ଅଛି, ଯଦି
ଯୋଗଯୁକ୍ତ ହୋଇ ପ୍ରସ୍ତୁତ କରିପାରିବେ । ଏହିପରି ଯୋଗଯୁକ୍ତ ହୋଇ ଭୋଜନ ପ୍ରସ୍ତୁତ କରିଲାବାଲା
ରହିଲେ ଭଣ୍ଡାରରେ ବହୁତ ଶାନ୍ତି ରହିବ । ଯଦି ଯୋଗର ଯାତ୍ରାରେ ରହିବେ ତେବେ କେହି ବି ଆସିଲେ
ତାଙ୍କୁ ସଙ୍ଗେ ସଙ୍ଗେ ବୁଝାଇ ପାରିବେ । ବାବା ଜାଣିପାରନ୍ତି - କେଉଁମାନେ ସର୍ଭିସ୍ଏବୁଲ୍
ସନ୍ତାନ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବେ । ତେଣୁ ସେହିମାନଙ୍କୁ ହିଁ ସର୍ବଦା ସେବା
କରିବା ପାଇଁ ଡାକିଥା’ନ୍ତି । ତେବେ ସେବାଧାରୀମାନେ ହିଁ ବାବାଙ୍କର ହୃଦୟରେ ବସି ଥା’ନ୍ତି ।
ବାବାଙ୍କର ସମସ୍ତ ଧ୍ୟାନ ସେବାଧାରୀ ସନ୍ତାନଙ୍କ ଆଡକୁ ହିଁ ଯାଇଥାଏ । କେହି ତ ସମ୍ମୁଖରେ ମୂରଲୀ
ଶୁଣୁଥିଲେ ବି କିଛି ବୁଝିପାରୁନାହାଁନ୍ତି । ଧାରଣା ହେଉ ନାହିଁ କାହିଁକି ନା ଅଧାକଳ୍ପର
ଦେହ-ଅଭିମାନ ରୂପି ବେମାରୀ ବହୁତ ଶକ୍ତିଶାଳୀ ହୋଇଯାଇଛି । ତା’କୁ ସମାପ୍ତ କରିବା ପାଇଁ ବହୁତ
ଅଳ୍ପ ଅଛନ୍ତି, ଯେଉଁମାନେ ଭଲ ଭାବରେ ପୁରୁଷାର୍ଥ କରୁଛନ୍ତି । ବହୁତଙ୍କ ଦ୍ୱାରା ଦେହୀ-ଅଭିମାନୀ
ହେବାର ପରିଶ୍ରମ ହୋଇପାରୁ ନାହିଁ । ବାବା ବୁଝାଉଛନ୍ତି - ପିଲାମାନେ, ଦେହୀ-ଅଭିମାନୀ ହେବା ପାଇଁ
ବହୁତ ପରିଶ୍ରମ ଦରକାର । ଯଦିଓ କେହି କେହି ଚାର୍ଟ ମଧ୍ୟ ପଠାଇ ଦେଉଛନ୍ତି କିନ୍ତୁ ସଂପୂର୍ଣ୍ଣ
ନୁହେଁ । ତଥାପି କିଛି ତ ଅଟେନ୍ସନ୍ (ଧ୍ୟାନ) ରହୁଛି । ଦେହୀ-ଅଭିମାନୀ ହେବା ପାଇଁ ବହୁତଙ୍କର
କମ୍ ଆଟେନ୍ସନ୍ ରହୁଛି । ଦେହୀ-ଅଭିମାନୀ ବହୁତ ଶୀତଳ ହେବେ । ସେମାନେ ଏତେ ଅଧିକ କଥାବାର୍ତ୍ତା
କରିବେ ନାହିଁ । ସେମାନଙ୍କର ବାବାଙ୍କ ସହ ଏପରି ସ୍ନେହ ରହୁଥିବ ଯାହାକି ନ ପଚାରିଲେ ଭଲ ।
ଆତ୍ମାକୁ ଏତେ ଖୁସି ରହିବା ଦରକାର ଯାହାକି କେବେ କୌଣସି ମନୁଷ୍ୟର ରହୁ ନ ଥିବ । ଏହି
ଲକ୍ଷ୍ମୀ-ନାରାୟଣଙ୍କଠାରେ ତ ଜ୍ଞାନ ନାହିଁ । ତୁମ ସନ୍ତାନମାନଙ୍କ ପାଖରେ ହିଁ ଜ୍ଞାନ ଅଛି,
ଯେଉଁମାନଙ୍କୁ ଭଗବାନ ପାଠ ପଢାଉଛନ୍ତି । ଭଗବାନ ଆମକୁ ପାଠ ପଢାଉଛନ୍ତି, ଏହି ନିଶା ମଧ୍ୟ
ତୁମମାନଙ୍କ ଭିତରେ କେହି ଜଣେ ଦୁଇ ଜଣଙ୍କୁ ରହୁଛି । ସେହି ନିଶା ରହିଲେ ହିଁ ବାବାଙ୍କର ସ୍ମୃତିରେ
ରହିପାରିବେ, ଯାହାକୁ ଦେହୀ-ଅଭିମାନୀ ଅବସ୍ଥା କୁହାଯାଉଛି । କିନ୍ତୁ ସେ ନିଶା ରହୁ ନାହିଁ ।
ଯେଉଁମାନେ ଯୋଗଯୁକ୍ତ ହୋଇ ରୁହନ୍ତି ସେମାନଙ୍କର ଚାଲି ଚଳଣୀ ବହୁତ ଭଲ ରାଜକୀୟ ହେବ । ଆମେ
ଭଗବାନଙ୍କର ସନ୍ତାନ ସେଥିପାଇଁ ଗାୟନ ମଧ୍ୟ ଅଛି - ଅତିନ୍ଦ୍ରିୟ ସୁଖ ଗୋପ-ଗୋପିମାନଙ୍କୁ ପଚାର,
ଯେଉଁମାନେ ଦେହୀ-ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ରହୁଛନ୍ତି । ଯେଉଁମାନେ ବାବାଙ୍କ ସ୍ମୃତିରେ
ରହୁନାହାଁନ୍ତି ସେମାନେ ଶିବବାବାଙ୍କର ହୃଦୟରେ ବସିପାରୁ ନାହାଁନ୍ତି । ଶିବବାବାଙ୍କର ଦିଲ୍ରେ ନ
ବସିଲେ ଦାଦା(ବ୍ରହ୍ମା)ଙ୍କର ଦିଲ୍ରେ ମଧ୍ୟ ବସିପାରିବେ ନାହିଁ । ତାଙ୍କ ହୃଦୟରେ ରହିଲେ ନିଶ୍ଚୟ
ୟାଙ୍କ ହୃଦୟରେ ମଧ୍ୟ ରହିବେ । ବାବା ପ୍ରତ୍ୟେକଙ୍କୁ ଜାଣିଛନ୍ତି । ସନ୍ତାନମାନେ ନିଜେ ମଧ୍ୟ
ଜାଣିଛନ୍ତି ଯେ ମୁଁ କି ସେବା କରୁଛି । ତେବେ ସେବାର ସଉକ ପିଲାମାନଙ୍କ ଭିତରେ ବହୁତ ରହିବା ଉଚିତ୍
। କାହା କାହାକୁ ସେଣ୍ଟର ଖୋଲିବା ପାଇଁ ମଧ୍ୟ ସଉକ ରହୁଛି । କାହା କାହାର ଚିତ୍ର କରିବା ପାଇଁ
ବହୁତ ସଉକ ରହିଛି । ବାବା ମଧ୍ୟ କହୁଛନ୍ତି - ମୋତେ ଜ୍ଞାନୀ ତୁ ଆତ୍ମା ବହୁତ ପ୍ରିୟ, ଯେଉଁମାନେ
ବାବାଙ୍କର ସ୍ମୃତିରେ ମଧ୍ୟ ରହୁଛନ୍ତି ଏବଂ ସେବା କରିବା ପାଇଁ ମଧ୍ୟ ତତ୍ପର ହେଉଛନ୍ତି । କେହି ତ
ବିଲ୍କୁଲ୍ ସେବା କରୁ ନାହାଁନ୍ତି, ବାବାଙ୍କର କଥାକୁ ମଧ୍ୟ ମାନୁ ନାହାଁନ୍ତି । ବାବା ତ
ଜାଣିଛନ୍ତି ନା - କାହାକୁ କେଉଁଠି ସର୍ଭିସ୍ କରିବା ଉଚିତ୍ । କିନ୍ତୁ ଦେହ-ଅଭିମାନ କାରଣରୁ ନିଜ
ମତରେ ଚାଲୁଛନ୍ତି, ତେଣୁ ସେମାନେ ହୃଦୟରେ ରହିପାରୁ ନାହାଁନ୍ତି । ଅଜ୍ଞାନ କାଳରେ ମଧ୍ୟ କୌଣସି
ସନ୍ତାନ ଯଦି ଖରାପ ଚରିତ୍ରର ହୋଇଥା’ନ୍ତି, ତେବେ ସିଏ ବାବାଙ୍କର ହୃଦୟରେ ସ୍ଥାନ ପାଆନ୍ତି ନାହିଁ
। ତାକୁ କୁପୁତ୍ର କୁହାଯାଏ । ସଙ୍ଗ ଦୋଷରେ ପଡି ଖରାପ ହୋଇଯାଇଥାନ୍ତି । ଏଠାରେ ମଧ୍ୟ ଯେଉଁମାନେ
ସର୍ଭିସ୍ କରୁଛନ୍ତି, ସେମାନେ ବାବାଙ୍କର ପ୍ରିୟ ହୋଇଥା’ନ୍ତି । ଯିଏ ସେବା କରୁ ନାହାଁନ୍ତି
ତାଙ୍କୁ ବାବା କିପରି ସ୍ନେହ କରିବେ! ଭାବୁଛନ୍ତି ଏମାନେ ଭାଗ୍ୟ ଅନୁସାରେ ହିଁ ପାଠ ପଢିବେ, ତଥାପି
ସ୍ନେହ କାହା ଉପରେ ରହିବ? ନିୟମ ତ ସେଇଆ ଅଟେ ନା । ଭଲ ସନ୍ତାନମାନଙ୍କୁ ବହୁତ ସ୍ନେହର ସହିତ
ଡାକିବେ, କହିବେ ତୁମେ ବହୁତ ସୁଖଦାୟୀ ଅଟ, ତୁମେ ପିତା ସ୍ନେହୀ ଅଟ । ଯିଏ ବାବାଙ୍କୁ ମନେ ପକାଉ
ନାହାଁନ୍ତି, ତାଙ୍କୁ ପିତା ସ୍ନେହୀ କିପରି କହିବେ । ଦାଦା (ବ୍ରହ୍ମା)ଙ୍କର ସ୍ନେହୀ ହେବାର ନାହିଁ,
ତୁମମାନଙ୍କୁ ବାବାଙ୍କର ସ୍ନେହୀ ହେବାକୁ ହେବ । ଯିଏ ବାବାଙ୍କର ସ୍ନେହୀ ହୋଇଥିବ ତାଙ୍କର
କଥାବାର୍ତ୍ତା ଚାଲିଚଳନ ବହୁତ ମିଠା ସୁନ୍ଦର ହେବ । ବିବେକ ଏପରି କହୁଛି - ଯଦିଓ ସମୟ ଅଛି କିନ୍ତୁ
ଶରୀର ଉପରେ କିଛି ଭରସା ନାହିଁ । ଅଚାନକ ଦୁର୍ଘଟଣା ହୋଇଯାଉଛି । କାହାର ହାର୍ଟ ଫେଲ୍ ହୋଇଯାଉଛି
। କାହାକୁ ରୋଗ ହୋଇଯାଉଛି, ମୃତ୍ୟୁ ତ ଅଚାନକ ହୋଇଯାଉଛି ନା । ସେଥିପାଇଁ ନିଶ୍ୱାସ ଉପରେ ତ ଭରସା
ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ମଧ୍ୟ ଏବେ ପ୍ରାକ୍ଟିସ୍ (ଅଭ୍ୟାସ) ଚାଲିଛି । ଅସମୟରେ ବର୍ଷା
ହୋଇ ବହୁତ କ୍ଷତି କରିଦେଉଛି । ଏହି ଦୁନିଆ ହେଉଛି ବହୁତ ଦୁଃଖଦାୟୀ । ବାବା ମଧ୍ୟ ଏପରି ସମୟରେ
ଆସୁଛନ୍ତି, ଯେତେବେଳେ କି ମହାନ୍ ଦୁଃଖ ରହିଛି, ଏଠାରେ ରକ୍ତର ନଦୀ ବି ବୋହିବ । ସେଥିପାଇଁ
ଚେଷ୍ଟା କରିବା ଦରକାର କି - ଆମେ ନିଜର ପୁରୁଷାର୍ଥ କରି ୨୧ ଜନ୍ମର କଲ୍ୟାଣ ତ କରିନେବା ।
ବହୁତଙ୍କ ପାଖରେ ନିଜର କଲ୍ୟାଣ କରିବାର ଚିନ୍ତା ବି ଦେଖାଯାଉନାହିଁ ।
ବାବା ଏଠାରେ ବସି ମୁରଲୀ
ଚଲାଉଥିବା ସମୟରେ ମଧ୍ୟ ବୁଦ୍ଧି ସର୍ଭିସ୍ଏବୁଲ୍ (ସେବାଧାରୀ) ସନ୍ତାନମାନଙ୍କ ଆଡକୁ ଯାଇଥାଏ ।
ଏବେ ଶଙ୍କରାଚାର୍ଯ୍ୟଙ୍କୁ ପ୍ରଦର୍ଶନୀକୁ ଡାକିଛନ୍ତି, ନଚେତ୍ ଏମାନେ ବିନା ନିମନ୍ତ୍ରଣରେ
କେଉଁଠିକୁ ଯା’ନ୍ତି ନାହିଁ । ବହୁତ ଅଭିମାନରେ ରହିଥା’ନ୍ତି, ତେଣୁ ତାଙ୍କୁ ସମ୍ମାନ ମଧ୍ୟ ଦେବାକୁ
ପଡିବ । ଉପରେ ସିଂହାସନରେ ବସାଇବାକୁ ପଡିବ । ଏପରି ନୁହେଁ, ତାଙ୍କ ସାଥିରେ ବସିଯିବେ । ନାଁ ।
ତାଙ୍କୁ ବହୁତ ସମ୍ମାନ ଦରକାର । ଯଦି ନିରହଂକାରୀ ହୋଇଥିବେ ତେବେ ଚାନ୍ଦିର ସିଂହାସନ ମଧ୍ୟ ତ୍ୟାଗ
କରିଦେବେ । ଦେଖ ବାବା କେତେ ସାଧାରଣ ଭାବରେ ରହୁଛନ୍ତି । ତାଙ୍କୁ କେହି ଜାଣି ନାହାଁନ୍ତି ।
ତୁମମାନଙ୍କ ମଧ୍ୟରେ ବି କେହି ଅଳ୍ପ ଜାଣିଛନ୍ତି । ବାବା କେତେ ନିରହଂକାରୀ ଅଟନ୍ତି । ଏହା ତ
ହେଉଛି ପିତା ଏବଂ ସନ୍ତାନର ସମ୍ବନ୍ଧ । ଯେପରି ଲୌକିକ ପିତା ନିଜ ସନ୍ତାନମାନଙ୍କ ସହିତ ରହୁଛନ୍ତି,
ଖାଉଛନ୍ତି, ଖୁଆଉଛନ୍ତି, ସେହିପରି ଇଏ ହେଉଛନ୍ତି ବେହଦର ପିତା, ସନ୍ନ୍ୟାସୀ ଆଦିଙ୍କୁ ପିତାଙ୍କର
ସ୍ନେହ ମିଳୁନାହିଁ । ତୁମେମାନେ ଜାଣିଛ କଳ୍ପ-କଳ୍ପ ଆମକୁ ବେହଦ ବାବାଙ୍କର ସ୍ନେହ ମିଳୁଛି । ବାବା
ଆମକୁ କଣ୍ଟାରୁ ଫୁଲ କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି । କିନ୍ତୁ ଡ୍ରାମା ଅନୁସାରେ ସମସ୍ତେ
ତ ଫୁଲ ହେଉ ନାହାଁନ୍ତି । ଆଜି ବହୁତ ଭଲ ଅଛନ୍ତି, କାଲି ବିକାରୀ ହୋଇଯାଉଛନ୍ତି । ତେଣୁ ବାବା
କହୁଛନ୍ତି ଯଦି ଭାଗ୍ୟରେ ନାହିଁ ତେବେ ଆଉ କ’ଣ କରାଯିବ । ବହୁତଙ୍କର ଖରାପ (ବିକାରୀ) ଚଳଣି
ହୋଇଯାଉଛି । ଆଜ୍ଞାର ଉଲ୍ଲଘଂନ କରୁଛନ୍ତି । ଈଶ୍ୱରଙ୍କର ମତରେ ଯଦି ନ ଚାଲିଲେ ତେବେ ତାଙ୍କର
ଅବସ୍ଥା କ’ଣ ହେବ! ଉଚ୍ଚରୁ ଉଚ୍ଚ ହେଉଛନ୍ତି ଏକମାତ୍ର ବାବା, ଆଉ କେହି ନୁହଁନ୍ତି । ଯଦି
ଦେବତାମାନଙ୍କର ଚିତ୍ର ମାନଙ୍କର ଦେଖାଯିବ ତେବେ ଏହି ଲକ୍ଷ୍ମୀ-ନାରାୟଣ ହିଁ ଉଚ୍ଚରୁ ଉଚ୍ଚ ଅଟନ୍ତି
। କିନ୍ତୁ ମନୁଷ୍ୟ ଏ କଥା ମଧ୍ୟ ଜାଣି ନାହାଁନ୍ତି ଯେ ଏମାନଙ୍କୁ ଏପରି କିଏ କରିଛନ୍ତି । ବାବା
ତୁମ ସନ୍ତାନମାନଙ୍କୁ ରଚୟିତା ଏବଂ ରଚନାର ଜ୍ଞାନ ଭଲ ଭାବରେ ବସି ବୁଝାଉଛନ୍ତି । ଏବେ ତୁମମାନଙ୍କୁ
ତ ତୁମର ଶାନ୍ତିଧାମ, ସୁଖଧାମ ହିଁ ସ୍ମୃତିରେ ରହୁଛି । ଭଲ ସେବାଧାରୀମାନଙ୍କର ନାମ ମଧ୍ୟ
ସ୍ମୃତିରେ ଆସିଯାଉଛି । ନିଶ୍ଚୟ ଯିଏ ବାବାଙ୍କର ଆଜ୍ଞାକାରୀ ସନ୍ତାନ ହୋଇଥିବେ, ତାଙ୍କ ଆଡକୁ ହିଁ
ମନ ଯିବ । ବେହଦର ବାବା ଥରେ ମାତ୍ର ଆସୁଛନ୍ତି । ଲୌକିକ ପିତା ତ ଜନ୍ମ-ଜନ୍ମାନ୍ତର ମିଳୁଛନ୍ତି ।
ସତ୍ୟଯୁଗରେ ମଧ୍ୟ ମିଳିବେ । କିନ୍ତୁ ସେଠାରେ ଏହି ବାବା ମିଳିବେ ନାହିଁ । ଏହି ପାଠପଢା ଦ୍ୱାରା
ତୁମେ ଉଚ୍ଚ ପଦ ପାଉଛ । ଏହା ମଧ୍ୟ ତୁମେ ସନ୍ତାନମାନେ ହିଁ ଜାଣିଛ ଯେ ଆମେ ନୂଆ ଦୁନିଆ ପାଇଁ
ବାବାଙ୍କ ପାଖରେ ପାଠ ପଢୁଛୁ । ଏ କଥା ବୁଦ୍ଧିରେ ରହିବା ଦରକାର ଏବଂ ଏହା ବହୁତ ସହଜ ମଧ୍ୟ ।
ଧରିନିଅ ବାବା ଖେଳୁଛନ୍ତି, ସେହି ସମୟରେ ହଠାତ୍ କେହି ଜଣେ ଆସିଗଲେ ତେବେ ବାବା ସଙ୍ଗେ ସଙ୍ଗେ
ସେହିଠାରେ ହିଁ ତାଙ୍କୁ ଜ୍ଞାନ ଦେବାରେ ଲାଗିଯାଆନ୍ତି ଯେ, ବେହଦର ବାବାଙ୍କୁ ଜାଣିଛ? ବାବା
ଆସିଛନ୍ତି ପୁରୁଣା ଦୁନିଆକୁ ନୂଆ କରିବା ପାଇଁ । ସେଥିପାଇଁ ରାଜଯୋଗ ଶିଖାଉଛନ୍ତି । ତେବେ ଏହି
ଶିକ୍ଷା ଭାରତବାସୀଙ୍କୁ ହିଁ ଦେବାକୁ ହେବ । ଭାରତ ହିଁ ସ୍ୱର୍ଗ ଥିଲା । ଯେଉଁଠାରେ ଏହି
ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଏବେ ତ ନର୍କ ଅଟେ । ଏହି ନର୍କକୁ ପୁଣି ସ୍ୱର୍ଗ ବାବା ହିଁ
କରିବେ । ଏହିପରି ମୁଖ୍ୟ କଥା ସବୁ ମନେ ପକାଇ କେହି ବି ଆସିଲେ ତାଙ୍କୁ ବସି ବୁଝାଅ । ତେବେ
ସେମାନେ ବହୁତ ଖୁସି ହୋଇଯିବେ । କେବଳ କୁହ ବାବା ଆସିଛନ୍ତି । ଏହା ସେହି ମହାଭାରତ ଲଢେଇ ଯାହାର
ଗାୟନ ଗୀତାରେ କରାଯାଇଛି । ଗୀତାର ଭଗବାନ ଆସିଥିଲେ, ଗୀତା ଶୁଣାଇଥିଲେ । କାହିଁକି?
ମନୁଷ୍ୟମାନଙ୍କୁ ଦେବତା କରିବା ପାଇଁ, ବାବା କହୁଛନ୍ତି କେବଳ ମୋତେ ଏବଂ ବର୍ସାକୁ ମନେ ପକାଅ ।
ଏହା ଦୁଃଖଧାମ ଅଟେ । ଏତିକି କଥା ବୁଦ୍ଧିରେ ରହିଲେ ମଧ୍ୟ ଖୁସି ରହିବ । ଆମେ ଆତ୍ମା ବାବାଙ୍କ
ସହିତ ଶାନ୍ତିଧାମକୁ ଯିବୁ । ପୁଣି ସେଠାରୁ ପାର୍ଟ କରିବା ପାଇଁ ପ୍ରଥମେ-ପ୍ରଥମେ ସୁଖଧାମକୁ ଆସିବୁ
। ଯେପରି କଲେଜର ବିଦ୍ୟାର୍ଥୀମାନେ ଭାବିଥା’ନ୍ତି ଆମେ ଏହି ପାଠ ପଢୁଛୁ ପୁଣି ଏହିପରି ହେବୁ ।
ବାରିଷ୍ଟର ହେବୁ ଅଥବା ପୁଲିସ୍ ସୁପରିଟେଣ୍ଡେଣ୍ଟେଣ୍ଟ ହେବୁ, ଏତେ ପଇସା ରୋଜଗାର କରିବୁ ।
ତାଙ୍କର ଖୁସିର ପାରଦ ଚଢି ରହିଥାଏ । ତୁମ ସନ୍ତାନମାନଙ୍କୁ ମଧ୍ୟ ଏହି ଖୁସି ରହିବା ଦରକାର । ଆମେ
ବେହଦର ବାବାଙ୍କଠାରୁ ଏହି ବର୍ସା ପାଉଛୁ, ପୁଣି ଆମେ ସ୍ୱର୍ଗରେ ନିଜର ମହଲ ତିଆରି କରିବୁ । ସାରା
ଦିନ ବୁଦ୍ଧିରେ ଏହି ଚିନ୍ତନ ରହିଲେ ଖୁସି ବି ରହିବ । ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ କଲ୍ୟାଣ
କରିପାରିବ । ଯେଉଁ ପିଲାମାନଙ୍କ ପାଖରେ ଜ୍ଞାନ ଧନ ଅଛି ତାଙ୍କର କର୍ତ୍ତବ୍ୟ ହେଉଛି ଦାନ କରିବା ।
ଯଦି ଧନ ଅଛି, ଦାନ କରୁ ନାହାଁନ୍ତି ତେବେ ତାଙ୍କୁ ଅଲକ୍ଷଣା କୁହାଯିବ । ତାଙ୍କ ପାଖରେ ଧନ ଥାଇ
ମଧ୍ୟ ନ ଥିବା ସଙ୍ଗେ ସମାନ । ଯଦି ଧନ ଥିବ ତେବେ ନିଶ୍ଚୟ ଦାନ କରିବା ଦରକାର । ଯେଉଁମାନେ ଭଲ-ଭଲ
ମହାରଥୀ ସନ୍ତାନ ଅଛନ୍ତି, ସେମାନେ ସର୍ବଦା ବାବାଙ୍କର ହୃଦୟରେ ବସି ରହିଛନ୍ତି । କାହା-କାହା ପାଇଁ
ଚିନ୍ତା ରହୁଛି - ଇଏ ବୋଧ ହୁଏ ଭାଙ୍ଗି ପଡିବେ । ପରିବେଶ ସେହିପରି ଅଟେ । ଦେହର ଅହଂକାର ବହୁତ
ଚଢି ରହିଥାଏ । ଏପରି ଜଣାଯାଏ ଯେପରି କୌଣସି ସମୟରେ ମଧ୍ୟ ହାତ ଛାଡି ଦେଇ ଯାଇ ନିଜ ଘରେ ରହିବେ ।
ଯଦିଓ ମୁରଲୀ ବହୁତ ଭଲ ଚଲାଉଛନ୍ତି କିନ୍ତୁ ଦେହ-ଅଭିମାନ ବହୁତ ଅଛି, ବାବା ଟିକିଏ ବି ସାବଧାନୀ
ଦେଲେ ତୁରନ୍ତ ଭାଙ୍ଗି ପଡିବେ । ନଚେତ ଗାୟନ ଅଛି - ପ୍ୟାର କରୋ ଚାହେ ଠୁକ୍ରାଓ (ଚାହେଁ ସ୍ନେହ
କର କି ହତାଦର କର, ତୁମ ଦ୍ୱାର ଛାଡିବି ନାହିଁ) ... ଏଠାରେ ବାବା ଠିକ୍ କଥା କହୁଛନ୍ତି ତଥାପି
ମଧ୍ୟ ରାଗି ଯାଉଛନ୍ତି । ଏପରି ସନ୍ତାନ ମଧ୍ୟ ଅଛନ୍ତି, କେହି ତ ଭିତରେ ଭିତରେ ବହୁତ ଧନ୍ୟବାଦ
କରୁଛନ୍ତି, କେହି ଭିତରେ-ଭିତରେ ଜଳି ମରୁଛନ୍ତି । ମାୟାର ଦେହ-ଅଭିମାନ ବହୁତ ଅଛି । ଏପରି କେତେକ
ସନ୍ତାନ ମଧ୍ୟ ଅଛନ୍ତି, ଯିଏକି ମୂରଲୀ ଶୁଣୁ ନାହାଁନ୍ତି । ଆଉ କେହି ତ ମୁରଲୀ ବିନା ରହିପାରୁ
ନାହାଁନ୍ତି । ମୁରଲୀ ପଢୁ ନାହାଁନ୍ତି, ନିଜ ଜିଦ୍ରେ ଅଛନ୍ତି କି, ଆମ ପାଖରେ ତ ବହୁତ ଜ୍ଞାନ ଅଛି
କିନ୍ତୁ ବାସ୍ତବରେ କିଛି ଜ୍ଞାନ ନାହିଁ ।
ତେଣୁ ଯେଉଁଠାରେ
ଶଙ୍କରାଚାର୍ଯ୍ୟ ଆଦି ପ୍ରଦର୍ଶନୀକୁ ଆସୁଛନ୍ତି, ସର୍ଭିସ୍ ଭଲ ହେଉଛି, ତେବେ ସେହି ସମାଚାର
ସମସ୍ତଙ୍କ ନିକଟକୁ ପଠେଇ ଦେବା ଦରକାର ଯାହାଦ୍ୱାରା ସମସ୍ତଙ୍କୁ ଜଣା ପଡିଯାଉ କି କିପରି ସର୍ଭିସ୍
ହେଲା । ତେବେ ସେମାନେ ମଧ୍ୟ ଶିଖିବେ । ଯାହାଙ୍କର ଏହିପରି ସେବା କରିବା ପାଇଁ ବିଚାର ଆସୁଛି
ତାଙ୍କୁ ହିଁ ବାବା ସର୍ଭିସ୍ଏବୁଲ୍ ବୋଲି ଭାବିବେ । ସେବାରେ କେବେ ଥକିଯିବା ଉଚିତ୍ ନୁହେଁ ।
ତେବେ ଏହା ତ ବହୁତଙ୍କର କଲ୍ୟାଣ କରିବା ହେଲା ନା । ବାବାଙ୍କୁ ତ ଏହି ଚିନ୍ତା ରହୁଛି ଯେ,
ସମସ୍ତଙ୍କୁ ଏହି ଜ୍ଞାନ ମିଳୁ । ସନ୍ତାନମାନଙ୍କର ମଧ୍ୟ ଉନ୍ନତି ହେଉ । ବାବା ପ୍ରତିଦିନ ମୁରଲୀରେ
ବୁଝାଉଛନ୍ତି - ଏହି ରୁହାନୀ ସର୍ଭିସ୍ ହେଉଛି ମୁଖ୍ୟ । ଶୁଣିବା ଏବଂ ଶୁଣାଇବାର ସଉକ ମଧ୍ୟ ରହିବା
ଦରକାର । ବ୍ୟାଜ୍ ଲଗାଇ ସବୁ ଦିନ ମନ୍ଦିରକୁ ଯାଇ ବୁଝାଅ - ଏମାନେ ଲକ୍ଷ୍ମୀ-ନାରାୟଣ କେମିତି ହେଲେ?
ଏମାନେ ପୁଣି କେଉଁ ଆଡେ ଗଲେ, କିପରି ରାଜ୍ୟ-ଭାଗ୍ୟ ପାଇଲେ? ମନ୍ଦିର ଦ୍ୱାରରେ ଯାଇ ବସ । କେହି
ବି ଆସିଲେ କୁହ, ଏହି ଲକ୍ଷ୍ମୀ-ନାରାୟଣ କିଏ, ଏମାନଙ୍କର ଭାରତରେ କେବେ ରାଜ୍ୟ ଥିଲା? କାହାଣୀ ଅଛି
-ହନୁମାନ ମଧ୍ୟ ଯାଇ ଜୋତା ରଖିବା ସ୍ଥାନରେ ବସୁଥିଲେ ନା । ତାହାର ରହସ୍ୟ ମଧ୍ୟ ରହିଛି । ଦୟା
ଲାଗୁଛି । ବାବା ସର୍ଭିସ୍ର ବହୁତ ଉପାୟ ବତାଉଛନ୍ତି, କିନ୍ତୁ କେହି ବହୁତ କଷ୍ଟରେ କାର୍ଯ୍ୟକାରୀ
କରୁଛନ୍ତି । ସର୍ଭିସ୍ ବହୁତ ଅଛି । ତୁମମାନଙ୍କୁ ଅନ୍ଧମାନଙ୍କର ବାଡି ହେବାକୁ ପଡିବ । ଯିଏ
ସର୍ଭିସ୍ କରୁ ନାହାଁନ୍ତି, ଯେଉଁମାନଙ୍କର ବୁଦ୍ଧି ସ୍ୱଚ୍ଛ ରହୁ ନାହିଁ, ତେବେ ସେମାନଙ୍କର ଧାରଣା
ହେଉନାହିଁ । ନଚେତ୍ ସେବା କରିବା ବହୁତ ସହଜ । ତୁମେ ଏହି ଜ୍ଞାନ ରତ୍ନର ଦାନ କରୁଛ । ଯଦି କେହି
ସାହୁକାର ଆସୁଛନ୍ତି ତେବେ ତାଙ୍କୁ କୁହ ଆମେ ଏହି ଉପହାର ଆପଣଙ୍କୁ ଦେଉଛୁ । ଏହାର ଅର୍ଥ ମଧ୍ୟ
ଆପଣଙ୍କୁ ବୁଝାଉଛୁ । ବାବା ଏହି ବ୍ୟାଜ୍ର ବହୁତ ଆଦର କରୁଛନ୍ତି । ଆଉ କାହାର ଏତେ ଆଦର ନାହିଁ ।
ଏଥିରେ ବହୁତ ଭଲ ଜ୍ଞାନ ଭରି ହୋଇ ରହିଛି । ଯଦି କାହା ଭାଗ୍ୟରେ ନାହିଁ ତେବେ ବାବା ମଧ୍ୟ କ’ଣ
କରିପାରିବେ । ବାବାଙ୍କୁ ଏବଂ ପାଠପଢାକୁ ଛାଡିବା - ଏହା ତ ବଡରୁ ବଡ ଆତ୍ମହତ୍ୟା ଅଟେ ।
ବାବାଙ୍କର ହୋଇ ପୁଣି ଛାଡପତ୍ର ଦେଇ ଦେବା - ଏହାଠାରୁ ମହାପାପ ଆଉ କିଛି ନାହିଁ । ସେମାନଙ୍କ
ସଦୃଶ ମୁର୍ଖ କେହି ନାହାଁନ୍ତି । ସନ୍ତାନମାନଙ୍କୁ ଶ୍ରୀମତରେ ଚାଲିବା ଉଚିତ୍ ନା । ତୁମର
ବୁଦ୍ଧିରେ ଅଛି ଯେ ଆମେ ବିଶ୍ୱର ମାଲିକ ହେବୁ, ଏହା କୌଣସି କମ୍ କଥା ନୁହେଁ । ଯେତେ ଯୋଗଯୁକ୍ତ
ହୋଇ ରହିବ ସେତେ ଖୁସି ମଧ୍ୟ ରହିବ । ଯୋଗଯୁକ୍ତ ହୋଇ ନ ରହିଲେ ପାପ ଭସ୍ମ ହେବ ନାହିଁ । ଯଦି
ବାବାଙ୍କର ପୋଷ୍ୟ ହୋଇଛ ତେବେ ଖୁସୀର ପାରଦ ଚଢି ରହିବା ଦରକାର । କିନ୍ତୁ ମାୟା ବହୁତ ବିଘ୍ନ
ପକାଉଛି । ଦୁର୍ବଳ ମାନଙ୍କୁ ଖସାଇ ଦେଉଛି । ଯିଏ ବାବାଙ୍କର ଶ୍ରୀମତ ଅନୁସାରେ ଚାଲୁ ନାହାଁନ୍ତି
ସେମାନେ କି ପଦ ପାଇବେ । ଅଳ୍ପ ମତ ନେଲେ ପୁଣି ସେହିପରି ହାଲୁକା ଅର୍ଥାତ୍ ଛୋଟ ପଦ ପାଇବେ ।
ଶ୍ରୀମତରେ ଭଲ ଭାବରେ ଚାଲିଲେ ଉଚ୍ଚ ପଦ ପାଇବେ । ଏଠାରେ ବେହଦର ରାଜଧାନୀ ସ୍ଥାପନ ହେଉଛି । ଏଥିରେ
ଖର୍ଚ୍ଚ ଆଦିର ମଧ୍ୟ କିଛି କଥା ନାହିଁ । କୁମାରୀମାନେ ଆସୁଛନ୍ତି, ନିଜେ ଶିଖି ପୁଣି ବହୁତଙ୍କୁ
ନିଜ ସମାନ କରୁଛନ୍ତି, ଏଥିରେ ଫି ଅର୍ଥାତ୍ ପାଉଣା ଆଦିର କଥା ନାହିଁ । ବାବା କହୁଛନ୍ତି ତୁମକୁ
ସ୍ୱର୍ଗର ବାଦଶାହୀ ଦେଉଛି । ମୁଁ ସ୍ୱର୍ଗରେ ମଧ୍ୟ ଆସୁନାହିଁ । ଶିବବାବା ତ ଦାତା ଅଟନ୍ତି ନା ।
ତାଙ୍କୁ କ’ଣ ପାଉଣା ଦେବ । ଇଏ (ବ୍ରହ୍ମା) ତ ସବୁ କିଛି ତାଙ୍କୁ ଦେଇ ଦେଲେ, ଅଧିକାରୀ କରିଦେଲେ
। ତା ବଦଳରେ ଦେଖ ରାଜ ପଦ ମିଳୁଛି ନା । ଇଏ ପ୍ରଥମ-ପ୍ରଥମ ଉଦାହରଣ ଅଟନ୍ତି । ସାରା ବିଶ୍ୱରେ
ସ୍ୱର୍ଗର ସ୍ଥାପନା ହେଉଛି । ପଇସାଟିଏ ମଧ୍ୟ ଖର୍ଚ୍ଚ ହେଉ ନାହିଁ । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପିତା
ସ୍ନେହୀ ହେବା ପାଇଁ ବହୁତ-ବହୁତ ସୁଖଦାୟୀ ହେବାକୁ ପଡିବ । ନିଜର ବାଣୀ ଏବଂ ଚାଲି-ଚଳଣିକୁ ବହୁତ
ମିଠା ଏବଂ ରାଜକୀୟ ରଖିବାକୁ ହେବ । ସର୍ଭିସ୍ଏବୁଲ୍ ଅର୍ଥାତ୍ ଯୋଗ୍ୟ ସେବାଧାରୀ ହେବାକୁ ପଡିବ ।
ନିରହଂକାରୀ ହୋଇ ସେବା କରିବାକୁ ପଡିବ ।
(୨) ପାଠପଢା ଏବଂ
ବାବାଙ୍କୁ ଛାଡି କେବେ ହେଲେ ଆତ୍ମଘାତୀ ମହାପାପୀ ହେବାର ନାହିଁ । ତୁମ ପାଇଁ ମୁଖ୍ୟ କଥା ହେଉଛି
ରୁହାନୀ ଅର୍ଥାତ୍ ଆତ୍ମିକ ସେବା କରିବା । ଏହି ସେବାରେ କେବେ ହେଲେ ଥକିବାର ନାହିଁ । ଜ୍ଞାନ
ରତ୍ନର ଦାନ କରିବାକୁ ହେବ, ଏଥିରେ କଞ୍ଜୁସ୍ ହେବାର ନାହିଁ ।
ବରଦାନ:-
ସର୍ବଦା ନିଜର
ଧାମ ଏବଂ ନିଜର ସ୍ୱରୂପର ସ୍ମୃତି ଆଧାରରେ ଉପରାମ ସ୍ଥିତିରେ ରହୁଥିବା ପୁରୁଣା ଦୁନିଆଠାରୁ ନ୍ୟାରା
ଏବଂ ପ୍ୟାରା ହୁଅ ।
ନିରାକାରୀ ଦୁନିଆ ଏବଂ
ନିରାକାରୀ ରୂପର ସ୍ମୃତି ହିଁ ସର୍ବଦା ନିଆରା ଏବଂ ବାବାଙ୍କର ପ୍ୟାରା କରିଦେଇଥାଏ । ପ୍ରକୃତରେ
ଆମେମାନେ ନିରାକାରୀ ଦୁନିଆର ନିବାସୀ ହିଁ ଅଟୁ । ଏଠାରେ ସେବା କରିବା ପାଇଁ ଅବତରିତ ହୋଇଛ,
ଆମେମାନେ ଏହି ମୃତ୍ୟୁଲୋକର ନିବାସୀ ନୁହେଁ ବରଂ ଅବତାର ଅଟୁ - କେବଳ ଏହି ଛୋଟିଆ କଥାଟି ମନେ
ରହିଲେ ସ୍ଥିତି ଉପରାମ ହୋଇଯିବ । ଯେଉଁମାନେ ନିଜକୁ ଅବତାର ମନେ ନ କରି ଗୃହସ୍ଥି ବୋଲି ଭାବୁଛନ୍ତି,
ସେମାନଙ୍କର ଗୃହସ୍ଥୀ ଜୀବନ ରୂପୀ ଗାଡି କାଦୁଅ ଭିତରେ ଅଟକି ରହିଥାଏ କାରଣ ଗୃହସ୍ଥୀ ଅର୍ଥାତ୍
ବୋଝ ଉଠାଇବାର ସ୍ଥିତି କିନ୍ତୁ ଅବତାର ସମ୍ପୂର୍ଣ୍ଣ ହାଲୁକା ଅଟେ । ତେଣୁ ନିଜକୁ ଅବତାର ବୋଲି ମନେ
କରିବା ଦ୍ୱାରା ନିଜର ନିଜଧାମ ଅର୍ଥାତ୍ ସ୍ୱଗୃହ ଏବଂ ସ୍ୱ ସ୍ୱରୂପ ସର୍ବଦା ସ୍ମୃତିରେ ରହିବ ଏବଂ
ତୁମେମାନେ ଉପରାମ ହୋଇଯିବ ।
ସ୍ଲୋଗାନ:-
ବ୍ରାହ୍ମଣ
ତାଙ୍କୁ କୁହାଯିବ ଯିଏକି ଶୁଦ୍ଧତାର ସହିତ ବିଧିପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରୁଥିବେ ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୮) ଯିଏ ନିର୍ମାନ
ହୋଇଥିବେ ସେ ନବ-ନିର୍ମାଣ କରିପାରିବେ । ଶୁଭଭାବନା ବା ଶୁଭକାମନାର ବୀଜ ହିଁ ହେଉଛି
ନିମିତ୍ତ-ଭାବ ଏବଂ ନିର୍ମାନ-ଭାବ । ତାଙ୍କ ପାଖରେ ହଦର ମାନ ନ ଥାଏ, କିନ୍ତୁ ସିଏ ନିର୍ମାନ
ହୋଇଥାଆନ୍ତି । ବର୍ତ୍ତମାନ ନିଜ ଜୀବନରେ ସତ୍ୟତା ଏବଂ ସଭ୍ୟତାର ସଂସ୍କାର ଧାରଣ କର । ଯଦି ନ
ଚାହୁଁଥିଲେ ମଧ୍ୟ କେବେ କେବେ କ୍ରୋଧ ବା ଚିଡଚିଡାପଣ ଆସିଯାଉଛି, ତେବେ ହୃଦୟର ସହ କୁହ “ମିଠା
ବାବା”, ତାହେଲେ ଏକ୍ସଟ୍ରା ସହଯୋଗ ମିଳିଯିବ ।