08.03.26 Avyakt Bapdada Odia Murli 18.01.2009 Om Shanti Madhuban
"୪୦ ବର୍ଷର ଅବ୍ୟକ୍ତ
ପାଳନାର ପ୍ରତିଦାନ - ୪ଟି କଥା - ଶୁଭଚିନ୍ତକ ହୁଅ, ଶୁଭଚିନ୍ତନ କର, ଶୁଭବୃତ୍ତି ଦ୍ୱାରା ଶୁଭ
ବାତାବରଣ ସୃଷ୍ଟି କର ତଥା ଜୀରୋ (୦) ଏବଂ ହୀରୋକୁ ସ୍ମୃତିରେ ରଖ"
ଆଜି ବାପ୍ଦାଦା ନିଜର
ଚାରିଆଡ଼ର ସେବାର ସାଥୀ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ଆଦି ସେବାର ସାଥୀ ହେବା
ସହିତ ଅନ୍ୟ ସେବାଗୁଡ଼ିକରେ ମଧ୍ୟ ସାଥୀ ହୋଇ ବହୁତ ଭଲ ଭାବରେ ସେବାର ବୃଦ୍ଧି କରି ଚାଲିଛନ୍ତି,
ତେଣୁ ବାପ୍ଦାଦା ନିଜର ସାଥୀମାନଙ୍କୁ ଦେଖି ଖୁସି ହେଉଛନ୍ତି ଏବଂ ମନ ଭିତରେ ଏହି ଗୀତ ଗାଉଛନ୍ତି,
ବାଃ ମୋର ବିଶ୍ୱ ପରିବର୍ତ୍ତନ ସେବାର ସାଥୀ ବାଃ!
ଆଜି ଅମୃତେବେଳାରେ
ଚାରିଆଡ଼ର ପିଲାମାନେ ସ୍ନେହର ମାଳାଗୁଡ଼ିକ ବାପ୍ଦାଦାଙ୍କର ଗଳାରେ ପିନ୍ଧାଇ ଚାଲିଥିଲେ । ଏଥିରେ
ମଧ୍ୟ ତିନି ପ୍ରକାରର ମାଳା ଥିଲା, ଗୋଟିଏ ହେଲା ବାବାଙ୍କ ସମାନ ହେବାର ଉମଙ୍ଗ ଉତ୍ସାହର ମାଳା,
ଦ୍ୱତୀୟଟି ହେଲା ଅତି ବିଛେଦି ତଥା ବନ୍ଧନଯୁକ୍ତ ଗୋପୀମାନଙ୍କର ମାଳା, ସେମାନଙ୍କର ମାଳା ସହିତ
ଚମକୁଥିବା ଅମୂଲ୍ୟ ଅଶ୍ରୁର ମାଳା ମଧ୍ୟ ଥିଲା । ଗୋଟିଏ ଗୋଟିଏ ଅଶ୍ରୁ ଅର୍ଥାତ୍ ଲୁହର ବିନ୍ଦୁ
ମୋତି ଭଳି ଚମକୁଥିଲା ଏବଂ ତୃତୀୟଟି ହେଲା କେହି କେହି ପିଲାଙ୍କର ଅଭିଯୋଗର ମାଳା ।
ତେବେ ଆଜି ଅମୃତବେଳାଠାରୁ
ସମସ୍ତଙ୍କ ଭିତରେ ବିଶେଷ ଭାବରେ ସ୍ନେହ ସମାହିତ ହୋଇ ରହିଥିଲା । ବାପ୍ଦାଦା ମଧ୍ୟ ବିରାଟ ରୂପ
ଭଳି ବାହୁ ପ୍ରସାର କରି ସବୁ ପିଲାଙ୍କୁ ନିଜର ବାହୁ ମଧ୍ୟରେ ସମାହିତ କରି ନେଲେ । ଏମିତି ବି
ଆଜିର ଦିନଟି ସ୍ନେହ ସହିତ ସର୍ବଶକ୍ତି ଗୁଡ଼ିକୁ ହସ୍ତାନ୍ତର କରିବାର ମଧ୍ୟ ଦିନ ଥିଲା । ଯଦିଓ
ଗୋଟିଏ କନ୍ୟାର ହାତରେ ହାତ ମିଶାଇ ଶକ୍ତିଗୁଡ଼ିକୁ ହସ୍ତାନ୍ତର କରିଥିଲେ କନ୍ତୁ ତା ସହିତ ସବୁ
ପାଣ୍ଡବ ଏବଂ ଶକ୍ତିସେନାକୁ ମଧ୍ୟ ୱିଲ୍ ପାୱାରର ଅର୍ଥାତ୍ ଇଚ୍ଛା ଶକ୍ତିର ୱିଲ୍ କରି ଦେଇ ଥିଲେ ।
ବାପ୍ଦାଦା ଦେଖିଲେ ଯେ କେତେକ ପାଣ୍ଡବ ଏବଂ ଶକ୍ତିମାନେ ଗୁପ୍ତ ରୂପରେ ଅନ୍ତର୍ମୁଖୀ ହୋଇ
ପୁରୁଷାର୍ଥରେ ତୀବ୍ରଗତୀରେ ଆଗେଇ ଚାଲିଛନ୍ତି । ବାହାରୁ ଦେଖାଯାଉ ନାହାଁନ୍ତି କିନ୍ତୁ ସେମାନେ
ଭଲ ପୁରୁଷାର୍ଥୀ ଅଟନ୍ତି । ବାପ୍ଦାଦା ଆଜି ସବୁ ପିଲଙ୍କର ବିଶେଷ ରୂପକୁ ମଧ୍ୟ ଦେଖିଲେ, ସ୍ନେହର
ବିଷୟଟି ସମସ୍ତଙ୍କର ଚେହେରାକୁ ଚମକାଉଥିଲା । ଜ୍ଞାନୀ ସନ୍ତାନ ତ ଅଟ କିନ୍ତୁ ସ୍ନେହର ବିଷୟଟି
ମଧ୍ୟ ଅତି ଆବଶ୍ୟକ ଅଟେ, କାହିଁକି ନା ସ୍ନେହୀ ଆତ୍ମା ମେହେନତ କମ୍ କରିଥାଏ, କିନ୍ତୁ ସ୍ନେହର
ଅନୁଭବରେ ସହଜରେ ରହିଥାଏ । ସ୍ନେହର ଶକ୍ତି କିପରି ବି ପାହାଡ଼ ଭଳି ସମସ୍ୟା ହୋଇଥିଲେ ମଧ୍ୟ ତାକୁ
ତୁଳା ଭଳି କରି ଦେଇ ଥାଏ । ପାହାଡ଼କୁ ମଧ୍ୟ ପାଣି ଭଳି ହାଲୁକା କରିଦିଏ । ସ୍ନେହ ଏକ ଛତ୍ରଛାୟା
ସଦୃଶ ଅଟେ । ଛତ୍ରଛାୟା ତଳେ ରହୁଥିବା କାରଣରୁ ସ୍ନେହୀ ଆତ୍ମା ସର୍ବଦା ସୁରକ୍ଷିତ ରହିଥାଏ ।
ତା'ର ଜୀବନ ସହଜ ହୋଇଯାଏ । ସ୍ନେହ ଦ୍ୱାରା ପରମାତ୍ମାଙ୍କୁ ବା ଭଗବାନଙ୍କୁ ମଧ୍ୟ ନିଜର ସାଙ୍ଗ
କରିଦେଇ ଥାନ୍ତି, ଯାହାର ସ୍ମାରକୀ ଭାବରେ ଖୁଦା ଦୋସ୍ତର କାହାଣୀ ରହିଛି । ଖୁଦା ଅର୍ଥାତ୍ ଭଗବାନ୍ଙ୍କୁ
ନିଜର ଦୋସ୍ତ ଅର୍ଥାତ୍ ସାଥୀ କରି ଯେ କୌଣସି ସମସ୍ୟାକୁ ସାଥୀ ସମ୍ବନ୍ଧ ଦ୍ୱାରା ସହଜ କରି ଦେଇ
ଥା'ନ୍ତି । ପିତାଙ୍କୁ ମଧ୍ୟ ନିଜର ସାଥୀ କରି ଦେଇଥା'ନ୍ତି । ଜ୍ଞାନ ତ ବୀଜ ଅଟେ, କିନ୍ତୁ ପ୍ରେମ
ବା ସ୍ନେହ ରୂପୀ ଜଳ ବୀଜରୁ ପ୍ରାପ୍ତି ରୂପୀ ଫଳ ଫଳାଇ ଦେଇଥାଏ । ତେଣୁ ଏହିଭଳି ବାବାଙ୍କର ସ୍ନେହୀ
ପିଲାମାନେ ବାବାଙ୍କୁ ମନେପକାଇବା ପାଇଁ କଷ୍ଟ ଅନୁଭବ କରିନଥାନ୍ତି ବରଂ ଭୁଲିବା କଷ୍ଟକର ହୋଇଥାଏ
। ସ୍ନେହୀ ଆତ୍ମା କେବେବି ସ୍ନେହକୁ ଭୁଲି ପାରିବ ନାହିଁ । ଯଦି ମେରା ବାବା ବୋଲି କହିଲ, ତେବେ
ଦିଲ୍ର ସ୍ନେହ ଆଧାରରେ ଅନ୍ୟ ସବୁ ସମ୍ପତ୍ତିର ଚାବି ମିଳିଯାଇଥାଏ । ତେବେ ବାପ୍ଦାଦା ଦୁଇଜଣଯାକ
ଏହିଭଳି ସ୍ନେହୀ ପିଲାମାନଙ୍କ ସମ୍ମୁଖରେ ସର୍ବଦା ହଜୁର ହାଜିର ହୋଇଯାଆନ୍ତି । ସ୍ମରଣ ତ ସମସ୍ତେ
କରୁଛନ୍ତି କିନ୍ତୁ କେହି କେହି କିଛିଟା ମେହନତ କରି ମନେପକାଉଛନ୍ତି, ଆଉ କେହି ସର୍ବଦା ସ୍ନେହର
ସାଗର ଭିତରେ ବୁଡ଼ି ରହୁଛନ୍ତି ।
ଦୁନିଆର ଲୋକମାନେ
କହୁଛନ୍ତି ଆତ୍ମା ପରମାତ୍ମାଙ୍କ ଭିତରେ ଲୀନ ହୋଇଯାଉଛନ୍ତି କିନ୍ତୁ ପ୍ରକୃତ କଥା ହେଲା ଆତ୍ମା
ପରମାତ୍ମାଙ୍କ ପ୍ରେମରେ ଲଭଲୀନ୍ ହୋଇଯାଉଛି । ଲୀନ ହୁଏ ନାହିଁ କିନ୍ତୁ ଲଭଲୀନ୍ ହୋଇଯାଏ ।
ତେଣୁ ଆଜିର ଦିନଟି
ମୋହବତ ଅର୍ଥାତ ପ୍ରେମରେ ଲଭଲୀନ୍ ହେବାର ଦିନ । ମେହନତ ସମାପ୍ତ ହୋଇ ମୋହବତ୍ରେ ପରିବର୍ତ୍ତିତ
ହୋଇଯାଉଛି । ତେବେ ବାପ୍ଦାଦା ସବୁ ପିଲାଙ୍କର ଫଳାଫଳ ଦେଖିଲେ ଯେ ଅଧିକାଂଶ ପିଲା ହୋମ୍ୱର୍କ
କରିଛନ୍ତି । ବାବାଙ୍କ ସମାନ ହେବାର ଲକ୍ଷ୍ୟକୁ ବାରମ୍ବାର ସ୍ମରଣ ମଧ୍ୟ କରିଛନ୍ତି ଏବଂ ଅନୁଭବ
ମଧ୍ୟ କରିଛନ୍ତି । ତେବେ ୭୫% ପିଲାଙ୍କର ଫଳାଫଳ ଭଲ ଅଛି । ମୋତେ ବାବାଙ୍କ ସମାନ ହେବାକୁ ହିଁ
ପଡ଼ିବ, ଯାହା ବି ହୋଇଯାଉ ଯେତେ ବି ତୋଫାନ ଆସୁ, ଯେହେତୁ କଳିଯୁଗର ସମାପ୍ତିର ସମୟ, ତେଣୁ ତୋଫାନ
ତ ନିଶ୍ଚିତ ଆସିବ । ପରିବର୍ତ୍ତନର ସମୟ ଅଟେ ନା, କିନ୍ତୁ ତୁମମାନଙ୍କ ପାଇଁ ତୋଫାନ ମଧ୍ୟ କ'ଣ ଅଟେ!
ତୋଫାନ ନୁହେଁ କିନ୍ତୁ ତୋହଫା ଅର୍ଥାତ୍ ଉପହାର ଅଟେ କାହିଁକି ନା ବାପ୍ଦାଦାଙ୍କର ବରଦାନର ହାତ
ସମସ୍ତ ପୁରୁଷାର୍ଥୀ ପିଲାମାନଙ୍କ ମୁଣ୍ଡ ଉପରେ ରହିଛି । ଯେଉଁମାନେ ବି ଦୃଢ଼ ସଂକଳ୍ପ କରିଛନ୍ତି
ଅର୍ଥାତ୍ ଦୃଢ଼ତାର ଚାବିକୁ କାର୍ଯ୍ୟରେ ଲଗାଇଛନ୍ତି ସେମାନେ ବର୍ତ୍ତମାନର ଫଳାଫଳ ଅନୁଯାଇ ସଫଳତା
ମଧ୍ୟ ପ୍ରାପ୍ତ କରିଛନ୍ତି କିନ୍ତୁ ସଦାକାଳ ପାଇଁ ତୋଫାନକୁ ତୋହଫାରେ ପରିଣତ କରି, ସମସ୍ୟାକୁ
ସମାଧାନର ରୂପ ଦେଇ ଆଗକୁ ବଢ଼ିଚାଲ । ତେବେ ବାପ୍ଦାଦା ବର୍ତ୍ତମାନର ଫଳାଫଳରେ ଖୁସି ଅଛନ୍ତି,
ଯାହକି ପିଲାମାନେ ନିଜର ଲକ୍ଷ୍ୟକୁ ଦୃଢ଼ ରଖି ଯୋଗ ତପସ୍ୟା ମଧ୍ୟ କରିଛନ୍ତି, ମୋତେ ହେବାକୁ ହିଁ
ପଡ଼ିବ ।
ଏବେ ତ ଅବ୍ୟକ୍ତ ପାଳନାର
୪୦ ବର୍ଷ ଶେଷ ହେଲା । ତେଣୁ ୪୦ ସଂଖ୍ୟାରେ ପ୍ରଥମେ କ'ଣ ଆସୁଛି - ବିନ୍ଦୁ ବା ଜୀରୋ । ତେବେ ଜୀରୋ
ମନେ ପକାଇଦେଉଛି ଯେ ମୁଁ ହୀରୋ ଅଟେ, ସଚ୍ଚା ହୀରୋ, ମହାନ ହୀରୋ ଅଟେ ଏବଂ ହୀରୋ ପାର୍ଟଧାରୀ ହୋଇ
ପ୍ରତ୍ୟେକ କାର୍ଯ୍ୟକୁ ହୀରୋ ଭଳି କରିବାକୁ ହେବ । ତେଣୁ ଜୀରୋ ଏବଂ ହୀରୋ ସର୍ବଦା ମନେ ରହିଥାଉ,
ବାକି ଯେଉଁ ୪ ସଂଖ୍ୟାଟି ରହିଲା ସେଥିରେ ଚାରୋଟି କଥାକୁ ଜୀବନରେ ସ୍ୱାଭାବିକ ଭାବରେ ଧାରଣ
କରିବାକୁ ହେବ, କରିବ ତ! ପ୍ରସ୍ତୁତ ଅଛ? ଯାହା ବି ପରୀକ୍ଷା ଆସୁ କିନ୍ତୁ ଜୀବନରେ ୪ ଟି କଥା
କରିବାକୁ ହେବ । ପକ୍କା? ପକ୍କା? ପଛବାଲା ପକ୍କା ତ? କଞ୍ଚାକୁ ମାୟା ଖାଇଯାଏ ସେଥିପାଇଁ ପକ୍କା
ରହିବାକୁ ହେବ । ଗୋଟିଏ ହେଲା - ସଦା ଶୁଭଚିନ୍ତକ, କାହାର ବି ଦୁର୍ବଳତାକୁ ଦେଖିବା ଶୁଣି ଦୟାଶୀଳ
ହୋଇ, ଶୁଭଚିନ୍ତକ ହୋଇ ତା'କୁ ସହଯୋଗ ନିଶ୍ଚିତ ଦେବି । କାହାର ଦୋଷ ବା ଦୁର୍ବଳତାକୁ ଦେଖିବାର
ନାହିଁ, କିନ୍ତୁ ମୋତେ ସହଯୋଗ ନିଶ୍ଚିତ ଦେବାକୁ ହେବ । ତେବେ କୁହାଯିବ ଶୁଭଚିନ୍ତକ । ଏଥିରେ
ପକ୍କା ରହିବ ତ!
ସର୍ବଦା ସାହାରାଦାତା
ହୋଇ, ଦୟାଶୀଳ ହୋଇ ସହଯୋଗ ଦିଅ । କାହାକୁ ଦୂରେଇ ଦିଅ ନାହିଁ କି ଘୃଣା କର ନାହିଁ କିନ୍ତୁ କ୍ଷମା
କର କାହିଁକିନା ପରବଶ ଆତ୍ମା ପ୍ରତି କେବଳ ଘୃଣା କରାଯାଏ ନାହିଁ, ତାକୁ ସାହାରା ଦିଆଯାଏ । ତେଣୁ
ଶୁଭ ଚିନ୍ତକ ହୁଅ । ଦ୍ୱିତୀୟଟି ହେଲା ଶୁଭଚିନ୍ତନ । ଆଜିକାଲି ବାପ୍ଦାଦା ଦେଖୁଛନ୍ତି ଅଧିକାଂଶ
ପିଲାଙ୍କ ଭିତରେ ବ୍ୟର୍ଥ ସଂକଳ୍ପ ବହୁତ ଚାଲୁଛି, ଏହାଦ୍ୱାରା ନିଜର ଜମା କରିଥିବା ଶକ୍ତିଗୁଡ଼ିକ
ବ୍ୟର୍ଥରେ ନଷ୍ଟ ହୋଇଯାଉଛି, ସେଥିପାଇଁ ସର୍ବଦା ଶୁଭଚିନ୍ତନ କରିବା ପାଇଁ ନିଜର କୌଣସି ନା କୌଣସି
ସ୍ୱମାନକୁ ହୋମୱର୍କ ରୂପରେ ମନକୁ ଦେଇଦିଅ, ମନପାଇଁ ଟାଇମ୍ ଟେବୁଲ୍ ଅର୍ଥାତ ସମୟ ସାରଣୀ
ପ୍ରସ୍ତୁତ କର, କର୍ମ କରିବାର ତ ଟାଇମ୍ ଟେବୁଲ ପ୍ରସ୍ତୁତ କରୁଛ କିନ୍ତୁ ଏବେ ମନ ପାଇଁ ମଧ୍ୟ
ଟାଇମ୍ ଟେବୁଲ୍ ପ୍ରସ୍ତୁତ କର । ଅମୃତ ବେଳାରେ ମିଳନ କରିସାରିବା ପରେ ମନକୁ କୌଣସି ନା କୌଣସି
ସ୍ୱମାନ ଦେଇ ଦିଅ କିନ୍ତୁ ପୂର୍ବରୁ ଯେପରି ଶୁଣାଇ ସାରିଛୁ ଯେ ଅତି କମ୍ରେ ୧୨-୧୩ ଥର ସମସ୍ତଙ୍କୁ
ଟାଇମ୍ ମିଳୁଛି, ସେଥିରେ ଅନୁଭୂତି ମଧ୍ୟ କର ଏବଂ ଅଭ୍ୟାସ ମଧ୍ୟ କର, ଯାହା ଦ୍ୱାରା ମନ ବ୍ୟସ୍ତ
ରହିଲେ ବ୍ୟର୍ଥ ସଂକଳ୍ପରେ ସମୟ ନଷ୍ଟ ହେବନାହିଁ, ମେହନତ କରିବା ପାଇଁ ପଡ଼ିବ ନାହିଁ, ସବୁ ସମୟରେ
ସଂଗମଯୁଗ ଯାହା କି ମୌଜ କରିବାର ଯୁଗ ଅଟେ, ସେହିଭଳି ମୈଜରେ ରହିପାରିବ । ତେବେ ଦ୍ୱିତୀୟ କଥାଟି
ହେଲା ଶୁଭଚିନ୍ତନ । ଏହାକୁ ମଧ୍ୟ ଚେକ୍ କର ଏବଂ ଚେଞ୍ଜ କର । ତୃତୀୟ କଥାଟି ହେଲା ଶୁଭ ବୃତ୍ତି ।
ଅଶୁଭ ମନୋବୃତ୍ତି ରଖିବା ଦ୍ୱାରା ବାୟୁମଣ୍ଡଳ ମଧ୍ୟ ଅଶୁଦ୍ଧ ହୋଇଥାଏ । ସେଥିପାଇଁ ଶୁଭ ବୃତ୍ତି
ରଖ ଏବଂ ଚତୁର୍ଥରେ ହେଲା ସମସ୍ତଙ୍କୁ ଏହି ଦାୟିତ୍ୱ ନେବାକୁ ହେବ ଯେ ମୋତେ ଅନ୍ୟମାନଙ୍କୁ
ଦେଖିବାର ନାହିଁ, ଯେହେତୁ ମୋର କାର୍ଯ୍ୟ ଅନ୍ୟମାନଙ୍କଠାରୁ ବିଶେଷ ଅଟେ । ମୋର କାମ ହେଲା ଶୁଭ
ବାତାବରଣ ସୃଷ୍ଟି କରିବା । ଯେପରି ବାତାବରଣ କେବେ ଯଦି ଦୁର୍ଗନ୍ଧ ହୋଇଯାଉଛି, ସେତେବେଳେ କ'ଣ
କରୁଛ? ସୁଗନ୍ଧ ଖେଳାଇ ଦେଉଛ ନା! କାରଣ ଦୁର୍ଗନ୍ଧକୁ ସହନ କରିହୁଏ ନାହିଁ, ତେଣୁ କୌଣସି ନା କୌଣସି
ସୁଗନ୍ଧ କରିବାର ସାଧନକୁ ଆପଣାଉଛ, ସେହିପରି ମୋତେ ସାଧାରଣ ବାୟୁମଣ୍ଡଳକୁ ବା ଅଶୁଭ ବାୟୁମଣ୍ଡଳକୁ
ପରିବର୍ତ୍ତନ କରିବାକୁ ହିଁ ପଡ଼ିବ । ଚାହେଁ ଛୋଟ ହୋଇଥାଅ ବା ନୂଆ ହୋଇଥାଅ କିନ୍ତୁ ଏହା
ସମସ୍ତଙ୍କର ଦାୟିତ୍ୱ । ଦୃଢ଼ ସଂକଳ୍ପ କରିବାକୁ ପଡ଼ିବ ଯେ ମୋତେ ବାୟୁମଣ୍ଡଳକୁ ଶ୍ରେଷ୍ଠ କରିବାକୁ
ହିଁ ହେବ । ଏହି ପ୍ରତିଜ୍ଞା ହିଁ ପ୍ରତ୍ୟକ୍ଷତା କରିବ । ତେବେ ପ୍ରତିଜ୍ଞା ମଧ୍ୟ କରୁଛ ବାପ୍ଦାଦା
ମଧ୍ୟ ଖୁସି ହୋଇଯାଉଛନ୍ତି, କିନ୍ତୁ ପ୍ରତିଜ୍ଞାରେ କେବେ କେବେ ଦୃଢ଼ତା ରହୁନାହିଁ, ସେଥିପାଇଁ ଯେଉଁ
ଭଳି ଏବଂ ଯେତିକି ସଫଳତା ଆଶା କରୁଛ ସେଭଳି ମିଳୁନାହିଁ । ସାରା ବିଶ୍ୱର, ପ୍ରକୃତିର,
ଆତ୍ମାମାନଙ୍କର, ଆତ୍ମାମାନଙ୍କ ଭିତରେ ବ୍ରାହ୍ମଣ ଆତ୍ମାମାନେ ମଧ୍ୟ ଅଛନ୍ତି, ସମସ୍ତେ ନଜ ନିଜର
ସେବାସ୍ଥାନର ବାତାବରଣକୁ ଦୃଢ଼ତାର ସହିତ ଏହିଭଳି ପରିବର୍ତ୍ତନ କରିଦିଅ । ସେଥିପାଇଁ ଯଦି କିଛି
ତ୍ୟାଗ କରିବାକୁ ପଡ଼ୁଛି ତେବେ କରିଦିଅ, ସିଏ ତ୍ୟାଗ କରିଲେ ଯାଇଁ ମୁଁ କରିବି, ଏଭଳି ନୁହେଁ । ଯଦି
ସବୁ ବ୍ୟବସ୍ଥା ଗୁଡ଼ିକ ଠିକ୍ ହୋଇଯିବ, ତେବେ ମୁଁ କରିବି । ଏଭଳି ତେବେ ତେବେ କର ନାହିଁ । ମୋତେ
ତ କରିବାକୁ ହିଁ ପଡ଼ିବ । ମୁଁ ବିଶ୍ୱ ପରିବର୍ତ୍ତକ ଅଟେ, ଏହା ତୁମର ସ୍ୱମାନ ଅଟେ ନା! ସମସ୍ତେ
ବିଶ୍ୱ ପରିବର୍ତ୍ତକ ଅଟ ନା! ହାତ ଉଠାଅ । ଆଚ୍ଛା ବିଶ୍ୱପରିବର୍ତ୍ତକ! ବହୁତ ଭଲକଥା । ତେଣୁ
ପ୍ରଥମେ ବାପ୍ଦାଦା ଦେଖିବାକୁ ଚାହୁଁଛନ୍ତି, ହେଉଛି ମଧ୍ୟ ଏବଂ ହେବ ମଧ୍ୟ, କିନ୍ତୁ ଏହି ବର୍ଷ
ଭିତରେ ବାପ୍ଦାଦା ଛୋଟ ବଡ଼ ସବୁ ସେବା କେନ୍ଦ୍ରଗୁଡ଼ିକୁ ଚକ୍ର ଲଗାଇ ଦେଖିବେ, ତେଣୁ ବାୟୁମଣ୍ଡଳ
କିପରି ରହିବା ଦରକାର? ଯେପରି ଆଜିର ଦିନଟି ସ୍ନେହ ଏବଂ ଶକ୍ତିର ଦିନ ଅଟେ, ସେହିପରି ପ୍ରତ୍ୟେକ
ଗ୍ରାମୀଣ ସେବାକେନ୍ଦ୍ର ହେଉ ବା ବଡ଼ ବଡ଼ ସେବାକେନ୍ଦ୍ର ହେଉ, ସବୁଠାରେ ବାୟୁମଣ୍ଡଳ ଚୈତନ୍ୟ
ମନ୍ଦିର ଭଳି ହେଉ । ନକାରାତ୍ମକକୁ ସକାରାତ୍ମକ କରିବାରେ ପ୍ରଥମେ ମୁଁ । ଏଥିରେ ପ୍ରଥମେ ତୁମେ କର
ନାହିଁ, ପ୍ରଥମେ ମୁଁ, କାହିଁକି ନା ବାପ୍ଦାଦା ଏବଂ ଆଡ୍ଭାନ୍ସ ପାର୍ଟି ଏବଂ ଆଜିକାଲି ତ
ପ୍ରକୃତି ମଧ୍ୟ ଅପେକ୍ଷା କରି ରହିଛି । ଏହାର ବ୍ୟବସ୍ଥା କରିବା ବାଲା ତ ତୁମେମାନେ ହିଁ ଅଟ, ତେଣୁ
ତୁମକୁ ଅପେକ୍ଷା କରିବାର ନାହିଁ । ବ୍ୟବସ୍ଥା କରିବାର ଅଛି ।
ଆଜିର ଦୁନିଆରେ ଚାରିଆଡ଼େ
ଭୟର ବାତାବରଣ ରହିଛି, ସମସ୍ତଙ୍କ ମନ ଭିତରେ ଗୋଟିଏ ହିଁ ସଂକଳ୍ପ ରହିଛି । ଦୁନିଆର ଅଧିକାଂଶ
ଲୋକଙ୍କ ଭିତରେ ଭୟ ରହିଛି ଯେ କାଲିକୁ କ'ଣ ହେବ! କିନ୍ତୁ ତୁମକୁ ଜଣା ଅଛି କାଲିକୁ କ'ଣ ହେବ ।
ତେଣୁ ପରିବର୍ତ୍ତନ କରିବାରେ ପ୍ରଥମେ ମୁଁ ନିମିତ୍ତ ହେବି । ଏହିଭଳି ସଂକଳ୍ପ କିଏ କରୁଛ? ହାତ
ଉଠାଅ । କରିବାକୁ ପଡ଼ିବ, କରିବାକୁ ପଡ଼ିବ, ପରିବର୍ତ୍ତନ ହେବାକୁ ପଡ଼ିବ । ରକ୍ଷକ ହେବାକୁ ପଡ଼ିବ ।
କିଛି ନା କିଛି ଛାଡ଼ିବାକୁ ମଧ୍ୟ ପଡ଼ିବ ଏବଂ ସମସ୍ତଙ୍କଠାରୁ ସ୍ନେହ ନେବାକୁ ପଡ଼ିବ । ତେବେ ସମସ୍ତେ
ମନର ହାତ ଉଠାଇଛ, ନା କେବଳ ଶରୀରର ହାତ ଉଠାଉଛ? ମନର ହାତ କେଉଁମାନେ ଉଠାଇଛ? କାହିଁକି ନା ମନ ଯଦି
ବଦଳିଯିବ ତେବେ ବିଶ୍ୱ ବଦଳିଯିବ । ତେଣୁ ଏହି ବର୍ଷର ସ୍ଲୋଗାନ୍ କ'ଣ ହେବ? କ'ଣ ହେବ? "ନୋ
ପ୍ରୋବ୍ଲେମ୍' ଅର୍ଥାତ୍ କୌଣସି ସମସ୍ୟା ନାହିଁ । ବିଜୟର ପତାକା ସମସ୍ତଙ୍କ ମନ ଭିତରେ ଉଡ଼ିବ ଏବଂ
ସମସ୍ତେ ମନ ଭିତରେ ଖୁସିର ନୃତ୍ୟ କରିବେ, କାରଣ ମନର ନୃତ୍ୟ ହେଲା ଖୁସି । ତେଣୁ ସବୁ ସମୟରେ
ଖୁସିର ନୃତ୍ୟ କରିବେ । ଯେହେତୁ ତୁମେମାନେ ଦାତାଙ୍କର ସନ୍ତାନ, ତେଣୁ ଯିଏବି ଆସୁ ସମସ୍ତଙ୍କୁ
କୌଣସି ନା କୌଣସି ଗୁଣର ଉପହାର ଦିଅ । ତେବେ ଗୋଟିଏ ସେକେଣ୍ଡ ଭିତରେ ସେହି ଦୃଢ଼ ସଂକଳ୍ପ,
ଦାତାପଣିଆର ସଂକଳ୍ପ ତୁମ ପାଇଁ ଲିଫ୍ଟ ଭଳି କାମ କରିବ, ଯାହା ସାହାଯ୍ୟରେ ଗୋଟିଏ ସେକେଣ୍ଡରେ ପରମ୍ଧାମ୍,
ସୂକ୍ଷ୍ମବତନ, ସ୍ଥୁଳରେ ମଧୁବନର ସାକାର ବତନ, ଯେଉଁଠାକୁ ଇଚ୍ଛା ବିନା ମେହନତରେ ସେଠାରେ
ପହଞ୍ଚିଯିବ । ତେଣୁ ଯିଏ ବି ତୁମ ସମ୍ମୁଖକୁ ଆସୁଛି କାହାକୁ ଖାଲି ହାତରେ ଛାଡ଼ ନାହଁ, ଚେହେରା
ଦ୍ୱାରା ହେଉ ବା ଚାଲିଚଳନ ଦ୍ୱାରା ହେଉ ବା ମୁଖ ଦ୍ୱାରା ହେଉ କୌଣସି ନା କୌଣସି ଗୁଣର ଉପହାର ନ
ଦେଇ କାହା ସହିତ ମିଶ ନାହିଁ ।
ତେଣୁ ଏହି ବର୍ଷର
ପ୍ରତ୍ୟେକ ମାସର ଫଳାଫଳ ନିଜ ପାଖରେ ମଧ୍ୟ ରଖିବ ଏବଂ ଟୀଚର ଭଉଣୀଙ୍କ ଦ୍ୱାରା ମଧୁବନ ଯଜ୍ଞକୁ
ଓ.କେ.ର କାର୍ଡ ମଧ୍ୟ ପଠାଇବ, ଲମ୍ବାପତ୍ର ପଠାଇବ ନାହିଁ କେବଳ ଓ.କେ.ର କାର୍ଡ ପଠାଇବ । କୌଣସି
ବି ଲମ୍ବା ଚଉଡା କାର୍ଡ ନୁହେଁ, ଦୁନିଆରେ ଯେଉଁ ସବୁ କାର୍ଡ ଚାଲୁଛି ସେଗୁଡିକ ନୁହେଁ
ଟୀଚରମାନଙ୍କ ଦ୍ୱାରା ଯେଉଁଭଳି ବରଦାନର କାର୍ଡ ମିଳୁଛି ତାକୁ ପଠାଇବ । ତେବେ ତୁମ ପାଖରେ ଗୁଣର
ଉପହାର, ଶକ୍ତିର ଉପହାର କେତେ ଅଛି? ଯଦି ଏହି ଭାରତ ତାଲିକା ବାହାର କରି ଗଣିବ ତେବେ କେତେ ବଡ
ହୋଇଯିବ ଏବଂ ଯେତେ ଦେବ ସେତେ ଅଧିକ ବଢି ବଢି ଚାଲିବ, କମ୍ ହେବ ନାହିଁ । ଦୁନିଆରେ ଯେପରି ଛୁ
ମନ୍ତ୍ର କହିଥାଆନ୍ତି ନା ସେହିପରି ଏହା ମଧ୍ୟ ଶିବମନ୍ତ୍ର ଅଟେ, ଏହାଦ୍ୱାରା କେବେ ବି କୌଣସି ଗୁଣ
ତୁମ ପାଖରେ କମ୍ ହେବ ନାହିଁ, ଆହୁରି ଅଧିକ ବଢଯିବ କାହିଁକିନା କଥାରେ ଅଛି, ଦାନ ଦେଲେ ଗ୍ରହଣ
ଛାଡିବ । ଆଚ୍ଛା!
ଏଥର ଯେଉଁମାନେ ପ୍ରଥମ
ଥର ଆସିଛନ୍ତି ସେମାନେ ଉଠି ଛିଡା ହୋଇଯାଅ । ବହୁତ ଭଲ କଥା - (ମଧ୍ୟପ୍ରଦେଶର ରାଜ୍ୟପାଳ ସମ୍ମୁଖରେ
ବସିଛନ୍ତି) ତୁମେ ମଧ୍ୟ ଏହି ସଂଗଠନ ଭିତରେ ଆସିଛ, ଭଲ କଥା । ଆସିଥିବା ସବୁ ପିଲାଙ୍କୁ ବାପଦାଦା
ବରଦାନ ଦେଉଛନ୍ତି ଯେ ସବୁ ଦିନ ବାବାଙ୍କୁ ଗୁଡମର୍ଣ୍ଣିଙ୍ଗ୍ ଏବଂ ଗୁଡ୍ ନାଇଟ୍ ନିଶ୍ଚିତ କରିବ,
କାହିଁକିନା ଆଖି ଖୋଲିବା ମାତ୍ରକେ ପ୍ରଥମେ ଯଦି ବାବାଙ୍କୁ ଦେଖିବ ତେବେ ସାରା ଦିନ ଭଲରେ ବିତିବ
। ତେଣୁ ପ୍ରଥମ ଥର ଆସିଥିବା ପିଲାମାନଙ୍କୁ ବାପଦାଦାଙ୍କର ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା
ଏବଂ ଅଭିନନ୍ଦନ । ଆଚ୍ଛା!
ଏବେ ସମସ୍ତେ ସବୁବେଳେ
ଯେଉଁ ଚାରୋଟି କଥା ଶୁଣାଇଲୁ ଏବଂ ପଞ୍ଚମ କଥାଟି ହେଲା ଜୀରୋ ଏବଂ ହୀରୋ ହେବାର କଥା, ତେବେ ଏହି
କଥାଗୁଡିକୁ ମନନ-ଚିନ୍ତନ କରି ମଗ୍ନ ଅବସ୍ତାରେ ରହୁଥିବା ବ୍ରାହ୍ମଣ ତଥା ଫରିସ୍ତା ଆତ୍ମାମାନଙ୍କୁ,
ଦେବତା ହେବା ତ ତୁମମାନଙ୍କର ଜନ୍ମସିଦ୍ଧ ଅଧିକାର ଅଟେ, ତେଣୁ ଫରିସ୍ତାରୁ ଦେବତା ତ ନିଶ୍ଚିତ ହେବ,
ତେଣୁ ସର୍ବଦା ସ୍ନେହରେ ଲଭଲୀନ ରହୁଥିବା, ସର୍ବଦା ଦୃଢତାର ସଂକଳ୍ପ ରୂପୀ ଚାବିକୁ ମନ ଭିତରେ ଏବଂ
ବୁଦ୍ଧିରେ ସ୍ମୃତିରେ ରଖୁଥିବା, କାହିଁକିନା ଏହି ଚାବିକୁ ପାଇବା ପାଇଁ ବହୁତ ଖୋଜୁଛି, ତେଣୁ ମନ
ଏବଂ ବୁଦ୍ଧିରେ ସର୍ବଦା ସମର୍ଥ ସ୍ଥିତିରେ ରହୁଥିବା ଚାରିଆଡର ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ
ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ଦାଦୀମାନଙ୍କ ସହିତ:-
(ଜାନକୀ
ଦାଦୀଙ୍କୁ) ଚକ୍ର ଳଗାଇ ଆସିଲ, ବହୁତ ଭଲ ହେଲା । ଯାହା ବି କରୁଛ ବହୁତ ଭଲ କରୁଛ । ବାବାଙ୍କୁ
ଗୋଟିଏ ଚିତ୍ର ମନେ ପଡିଯାଉଛି ଯେ ଜଗଦମ୍ବା ମଝିରେ ଛିଡା ହୋଇଛନ୍ତି, ପତାକା ଉଡାଉଛନ୍ତି ଏବଂ
ତାଙ୍କ ସହିତ ସବୁ ଶକ୍ତି ସେନା ଛିଡା ହୋଇଛନ୍ତି । ତେବେ ବର୍ତ୍ତମାନ ସେହି ଚିତ୍ରକୁ ବାପଦାଦା
ବିଶ୍ୱ ସମ୍ମୁଖରେ ଦେଖାଇବାକୁ ଚାହୁଁଛନ୍ତି । ସାରା ବ୍ରାହ୍ମଣମାନଙ୍କ ଭିତରୁ ଏଭଳି ଶକ୍ତି ସେନା
ପ୍ରସ୍ତୁତ କର ଯେଉଁମାନେ କି ନିମିତ୍ତ ହେବେ, ଚାରିଆଡେ ଚକ୍ର ଲଗାଇ ବାତାବରଣକୁ ଶକ୍ତିଶାଳୀ କରିବେ
ଏବଂ ଦୃଢ ସଂକଳ୍ପ କରିବେ ଯେ ଆମେ ଏହି ଦୃଢ ସଂକଳ୍ପ ରଖୁଛୁ ଯେ ଆମେ ବାୟୁମଣ୍ଡଳକୁ ପରିବର୍ତ୍ତନ
କରି ଦେଖାଇବୁ । ସମସ୍ତେ ଏହି ପତାକା ଧରନ୍ତୁ । ଏଭଳି ସଂଗଠନ ପ୍ରସ୍ତୁତ କର ଯେଉଁମାନେ କି
ଚାରିଆଡେ ଚକ୍ର ଲଗାଇ ବାୟୁମଣ୍ଡଳକୁ ଠିକ୍ କରିବେ, ନିଜର ସ୍ଥିତି ଦ୍ୱାରା, ବାଣୀ ଦ୍ୱାରା ଏବଂ
ସଂଗ ଦ୍ୱାରା କରିବେ । ଏହିଭଳି ସଂଗଠନ ପ୍ରସ୍ତୁତ କରିଦେଖାଅ । ଯେହେତୁ ବାପଦାଦାଙ୍କୁ ଏହି ଚିତ୍ର
ମନେ ପଡିଗଲା, ତେଣୁ ଏହା ବାସ୍ତବିକ ରୂପରେ ହେବା ଦରକାର । ଏଭଳି କହିବ ନାହିଁ ଯେ ଆମକୁ ସମୟ ମିଳୁ
ନାହିଁ । କେହି ବି କହିବେ ନାହିଁ ଯେ ସମୟ ମିଳୁ ନାହିଁ । ସମୟ ନିଶ୍ଚିତ ମିଳିବ, ଯଦି ଶୁଭଭାବନା
ଅଛି, ତେବେ ଏହିଭଳି ସଂଗଠନ ତିଆରି କରି ବାପଦାଦାଙ୍କୁ ଦିଅ । ଆଚ୍ଛା!
ଯୁବା ବର୍ଗ ପ୍ରତି:-
ଏହି ବର୍ଷ ଭିତରେ ଯାହା ବି ସବୁ ମର୍ଯ୍ୟାଦା ଗୁଡିକ ବ୍ରାହ୍ମଣ ଆତ୍ମାମାନଙ୍କ ପାଇଁ ରହିଛି, ସେହି
ସବୁ ମର୍ଯ୍ୟାଦା ଗୁଡିକୁ ପୂର୍ଣ୍ଣ ରୀତିରେ ମନ ଦ୍ୱାରା, ବାଣୀ ଦ୍ୱାରା, କର୍ମ ଦ୍ୱାରା ଏବଂ
ସମ୍ବନ୍ଧ-ସମ୍ପର୍କ ଦ୍ୱାରା, ଚାରୋଟି ଯାକ ରୂପରେ ପାଳନ କରୁଥିବେ - ଏହିଭଳି ସଂଗଠନ ପ୍ରସ୍ତୁତ କର
। ଏହି ବର୍ଷ ଭିତରେ କୌଣସି ବି ମର୍ଯ୍ୟାଦା ଭଙ୍ଗ ହେଉ ନ ଥିବ । ଏହିଭଳି ସଂଗଠନ ପ୍ରସ୍ତୁତ କର ।
ସମସ୍ତେ ମିଶି ପ୍ରସ୍ତୁତ କର । ଏଥିରେ ଯିଏ କରିବ ସିଏ ପ୍ରଥମ ନମ୍ବର ଅର୍ଜୁନ ହେବ । କ'ଣ ପସନ୍ଦ
ଅଟେ ତ? କେଉଁମାନେ କରିବେ? ତୁମେ କରିବ? ହାତ ଉଠାଅ । କରିବ ତ? ସବୁ ଯୁବା ବର୍ଗବାଲା କରିବ ତ?
କେତେ ଜଣ ଅଛନ୍ତି? (୪୦୦) ପରସ୍ପର ଭିତରେ ଗ୍ରୃପ କରି ଫାଇନାଲ୍ କର, ତା'ପରେ ସରକାରଙ୍କୁ ଦେଖାଇବା
ଯେ ଏମାନେ ମର୍ଯ୍ୟାଦା ପୁରୁଷୋତ୍ତମ ଅଟନ୍ତି । ସରକାର ମଧ୍ୟ ଚାହୁଁଛି କିନ୍ତୁ କରିପାରୁ ନାହିଁ,
ତେଣୁ ତୁମେମାନେ କରି ଦେଖାଅ । ଉଦାହରଣ ହୋଇ ଦେଖାଅ । ହୋମୱାର୍କ ମିଳିଗଲା ନା । ବାପଦାଦା
ଚାହୁଁଛନ୍ତି ଯେ ଚାରିଆଡର ବ୍ରାହ୍ମଣ ଆତ୍ମାମାନେ ଏହି ବର୍ଷ କମାଲ କରି ଦେଖାନ୍ତୁ । ବ୍ୟର୍ଥ
ସଂକଳ୍ପର ଧମାଲ ଅର୍ଥାତ୍ କୌଣସି ବିଘ୍ନ ମଧ୍ୟ ନ ହେଉ । ଶୁଦ୍ଧ ସଂକଳ୍ପ ଏତେ ମାତ୍ରାରେ ଜମା କର
ଯାହାକି ବ୍ୟର୍ଥକୁ ଆସିବା ପାଇଁ ସମୟ ନ ମିଳୁ । ସେତିକି ଶୁଦ୍ଧ ସଂକଳ୍ପ ରୂପୀ ସମ୍ପତ୍ତି ତୁମ
ପାଖରେ ଜମା ଅଛି ତ? ଅଛି ତ? ହାତ ଉଠାଅ । ଶକ୍ତିମାନେ ମଧ୍ୟ ଅଛନ୍ତି, ଭଲ କଥା, ଶକ୍ତିମାନେ ମଧ୍ୟ
ଉଦାହରଣ ହୁଅନ୍ତୁ ଏବଂ ପାଣ୍ଡବମାନେ ମଧ୍ୟ ହୁଅନ୍ତୁ । ଆଚ୍ଛା! ବାପଦାଦା ଖୁସି ଅଛନ୍ତି ।
ବରଦାନ:-
ସୂକ୍ଷ୍ମ
ସଂକଳ୍ପର ବନ୍ଧନରୁ ମଧ୍ୟ ମୁକ୍ତ ହୋଇ ଉଚ୍ଚ ସ୍ଥିତିର ଅନୁଭବ କରୁଥିବା ନିର୍ବନ୍ଧନ ଭବ ।
ଯେଉଁ ପିଲାମାନେ ଯେତିକି
ନିର୍ବନ୍ଧନ ଅଟନ୍ତି, ସେମାନେ ସେତିକି ଉଚ୍ଚ ସ୍ଥିତିରେ ସ୍ଥିତ ରହିପାରିବେ । ସେଥିପାଇଁ ଚେକ୍ କର
ଯେ ମନ, ବଚନ, କର୍ମରେ ସୂକ୍ଷ୍ମରେ ମଧ୍ୟ କୌଣସି ସୂତା ବାନ୍ଧି ହୋଇ ନାହିଁ ତ? କେବଳ ଏକମାତ୍ର
ବାବାଙ୍କ ବ୍ୟତୀତ ଅନ୍ୟ କେହି ଯେପରି ମନେ ନ ପଡନ୍ତୁ । ଯଦି ନିଜର ଦେହ ମଧ୍ୟ ମନେ ପଡିବ, ତେବେ
ଦେହ ସହିତ ଦେହର ସମ୍ବନ୍ଧ, ପଦାର୍ଥ, ଦୁନିଆ ସବୁ ଗୋଟିଏ ପଛରେ ଗୋଟିଏ ଆସିଯିବେ । ତେଣୁ ମୁଁ
ନିର୍ବନ୍ଧନ ଅଟେ - ଏହି ବରଦାନକୁ ସ୍ମୃତିରେ ରଖି ସାରା ଦୁନିଆକୁ ମାୟାର ଜାଲରୁ ମୁକ୍ତ କରିବାର
ସେବା କର ।
ସ୍ଲୋଗାନ:-
ଦେହୀ-ଅଭିମାନୀ
ସ୍ଥିତି ଦ୍ୱାରା ତନ ଏବଂ ମନର ହଲଚଲ୍କୁ ସମାପ୍ତ କରୁଥିବା ଆତ୍ମା ହିଁ ଅଚଳ ରହିପାରିବ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ । ସମସ୍ୟା ଗୁଡିକର କାମ
ହେଲା ଆସିବା ଏବଂ ନିଶ୍ଚୟ ବୁଦ୍ଧି ଆତ୍ମାର କାମ ହେଲା ନିଜର ସମାଧାନ ସ୍ୱରୂପ ସ୍ଥିତି ଦ୍ୱାରା
ସମସ୍ୟାକୁ ପରିବର୍ତ୍ତନ କରିବା । କାହିଁକି ଜାଣିଛ? ତୁମେ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ବ୍ରାହ୍ମଣ
ଜନ୍ମ ନେବା ମାତ୍ରକେ ମାୟାକୁ ଚାଲେଞ୍ଚ କରିଛ ଯେ ଆମେ ମାୟାଜିତ୍ ନିଶ୍ଚିତ ହେବୁ । ତେଣୁ
ସମସ୍ୟାର ସ୍ୱରୂପ ମାୟାର ସ୍ୱରୂପ ଅଟେ । ଯେହେତୁ ତୁମେ ତାକୁ ଚାଲେଞ୍ଚ କରିଛ ତେଣୁ ସେ ତ
ନିଶ୍ଚିତ ଲଢିବ କିନ୍ତୁ ତୁମେ ତା'କୁ ନିଜର ନିଶ୍ଚୟ ବୁଦ୍ଧି ବିଜୟୀ ସ୍ୱରୂପ ଦ୍ୱାରା, ନଥିଙ୍ଗ୍
ନ୍ୟୁ ଅର୍ଥାତ୍ କିଛି ନୂଆ କଥା ନୁହେଁ, ମନେ କରି ଅତିକ୍ରମ କରିଯାଅ ତାହା ହେଲେ ସର୍ବଦା
ଚିନ୍ତାମୁକ୍ତ ସମ୍ରାଟ ଭଳି ସ୍ଥିତିରେ ରହିବ ।