08.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ଦେହ ଅଭିମାନର ଦ୍ୱାର ବନ୍ଦ କରିଦିଅ, ତେବେ ମାୟାର ତୋଫାନ ଆସିବା ବନ୍ଦ ହୋଇଯିବ ।”
ପ୍ରଶ୍ନ:-
ଯେଉଁ
ପିଲାମାନଙ୍କର ବୁଦ୍ଧି ବିଶାଳ ଅଟେ, ସେମାନଙ୍କର ଲକ୍ଷଣଗୁଡିକୁ ଶୁଣାଅ ।
ଉତ୍ତର:-
(୧) ସେମାନଙ୍କ ଭିତରେ ଦିନ ସାରା ସେବାର ହିଁ ବିଚାର ଚାଲୁଥିବ (୨) ସେମାନେ ସେବା ନ କରି
ରହିପାରିବେ ନାହିଁ । (୩) ସେମାନଙ୍କ ବୁଦ୍ଧିରେ ରହିବ ଯେ କିପରି ସାରା ବିଶ୍ୱକୁ ଘେରାଉ କରି
ସମସ୍ତଙ୍କୁ ପତିତରୁ ପାବନ କରାଯିବ । ସେମାନେ ବିଶ୍ୱକୁ ଦୁଃଖଧାମରୁ ସୁଖଧାମ କରିବାର ସେବା କରି
ଚାଲିବେ । (୪) ସେମାନେ ବହୁତଙ୍କୁ ନିଜ ସମାନ କରି ଚାଲିବେ ।
ଓମ୍ ଶାନ୍ତି ।
ଆତ୍ମିକ ପିତା ମିଠା ମିଠା ପିଲାମାନଙ୍କୁ ଆସି ବୁଝାଉଛନ୍ତି - ପିଲାମାନେ, ନିଜକୁ ଆତ୍ମା ମନେ କରି
ମୋତେ ମନେ ପକାଅ, ତେବେ ତୁମର ସବୁ ଦୁଃଖ ସଦା କାଳ ପାଇଁ ସମାପ୍ତ ହୋଇଯିବ । ନିଜକୁ ଆତ୍ମା ମନେ
କରି ସମସ୍ତଙ୍କୁ ଭାଇ-ଭାଇ ଦୃଷ୍ଟିରେ ଦେଖ ତେବେ ହଦର ଦୃଷ୍ଟି ବୃତ୍ତି ବଦଳିଯିବ । ବାବା ମଧ୍ୟ
ଅଶରୀରୀ, ତୁମେ ଆତ୍ମାମାନେ ମଧ୍ୟ ଅଶରୀରୀ ଅଟ । ବାବା ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି । ସମସ୍ତ
ଆତ୍ମା ନିଜର ଅକାଳ ତଖତ ଅର୍ଥାତ୍ ଭ୍ରୁକୁଟୀ ସିଂହାସନରେ ବିରାଜମାନ ଅଛନ୍ତି । ତୁମେ ମଧ୍ୟ ଆତ୍ମା
ଭାଇ-ଭାଇ ଦୃଷ୍ଟିରେ ଦେଖ, ଏଥିରେ ବହୁତ ମେହନତ ରହିଛି । ଦେହ-ଅଭିମାନରେ ଆସିବା ଦ୍ୱାରା ମାୟାର
ତୋଫାନ ଆସୁଛି । ଏହି ଦେହ-ଅଭିମାନର ଦ୍ୱାର ବନ୍ଦ କରିଦିଅ, ତେବେ ମାୟାର ତୋଫାନ ଆସିବା ବନ୍ଦ
ହୋଇଯିବ । ଏହିଭଳି ଦେହୀ-ଅଭିମାନୀ ହେବାର ଶିକ୍ଷା ସାରା କଳ୍ପରେ ଏହି ପୁରୁଷୋତ୍ତମ ସଂଗମଯୁଗରେ
ବାବା ହିଁ ଆସି ତୁମମାନଙ୍କୁ ଦେଉଛନ୍ତି ।
ମିଠା ମିଠା ବିଚ୍ଛେଦୀ ସନ୍ତାନମାନେ, ତୁମେ ଜାଣିଛ ଏବେ ଆମେ ନର୍କ ଦୁନିଆର କୂଳ ଛାଡି ଆଗକୁ ଯାଉଛେ
। ଏହି ପୁରୁଷୋତ୍ତମ ସଂଗମଯୁଗ ବିଲ୍କୁଲ୍ ଅଲଗା, ଯାହାକି କଳିଯୁଗ ଏବଂ ସତ୍ୟଯୁଗର ମଝି ସମୟ ଅଟେ
। ତୁମର ନାଆ ଏବେ ମଝି ଦରିଆରେ ରହିଛି । ତୁମେ ଏବେ ନା ସତ୍ୟଯୁଗର ନା କଳିଯୁଗର । ତୁମେମାନେ ହେଲ
ପୁରୁଷୋତ୍ତମ ସଂଗମଯୁଗୀ ସର୍ବୋତ୍ତମ ବ୍ରାହ୍ମଣ । ଏହି ସଂଗମଯୁଗ କେବଳ ବ୍ରାହ୍ମଣମାନଙ୍କ ପାଇଁ
ହୋଇଥାଏ । ବ୍ରାହ୍ମଣମାନେ ହେଲେ ଚୁଟୀ ଅର୍ଥାତ୍ ସର୍ବୋଚ୍ଚ । ଏହା ବ୍ରାହ୍ମଣମାନଙ୍କର ବହୁତ ଛୋଟ
ଯୁଗ । ଇଏ ଗୋଟିଏ ଜନ୍ମର ହିଁ ଯୁଗ ଅଟେ । ଏହା ହେଉଛି ତୁମର ଖୁସିର ଯୁଗ । କେଉଁ ଖୁସି? ଭଗବାନ
ଆମକୁ ପାଠ ପଢାଉଛନ୍ତି! ଏହିଭଳି ବିଦ୍ୟାର୍ଥୀମାନଙ୍କୁ କେତେ ଖୁସି ଲାଗୁଥିବ! ଏବେ ସାରା ଚକ୍ରର
ଜ୍ଞାନ ତୁମ ବୁଦ୍ଧିରେ ଅଛି । ଏବେ ଆମେମାନେ ବ୍ରାହ୍ମଣ ହୋଇଛୁ ଭବିଷ୍ୟତରେ ଦେବତା ହେବୁ । ପ୍ରଥମେ
ନିଜର ଘର ସ୍ୱୀଟ୍ହୋମ୍ (ଶାନ୍ତିଧାମକୁ) ଯିବା ପୁଣି ନୂଆ ଦୁନିଆକୁ ଆସିବା । ଆମେ ବ୍ରାହ୍ମଣମାନେ
ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟୁ । ଆମେ ହିଁ ଏହି ବାଜୋଲୀ (ପାଦ ଏବଂ ମୁଣ୍ଡକୁ ଏକାଠି କରି ଲେଉଟିବା)
ଖେଳ ଖେଳୁଛୁ । ଏହି ବିରାଟ ରୂପକୁ ମଧ୍ୟ ତୁମେ ବ୍ରାହ୍ମଣ ପିଲାମାନେ ହିଁ ଜାଣିଛ, ତେଣୁ ବୁଦ୍ଧିରେ
ସାରା ଦିନ ଏହିସବୁ କଥା ସ୍ମରଣ କରିବା ଦରକାର ।
ମିଠେ ବଚ୍ଚେ, ତୁମର ଏହା ବହୁତ ସ୍ନେହୀ ପରିବାର । ତେଣୁ ତୁମେମାନେ ମଧ୍ୟ ବହୁତ ବହୁତ ସ୍ନେହୀ
ହେବା ଦରକାର । ବାବା ବହୁତ ମିଠା, ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି ମିଠା କରୁଛନ୍ତି । କେବେ
ବି କାହା ଉପରେ କ୍ରୋଧ କରିବା ଉଚିତ୍ ନୁହେଁ । ମନ, ବଚନ, କର୍ମରେ କାହାକୁ ବି ଦୁଃଖ ଦେବା ଉଚିତ୍
ନୁହେଁ । ବାବା କେବେ ବି କାହାକୁ ଦୁଃଖ ଦିଅନ୍ତି ନାହିଁ । ଯେତେ ତୁମେମାନେ ବାବାଙ୍କୁ ମନେ
ପକାଇବ ସେତେ ମିଠା ହୋଇ ଚାଲିବ । ବାସ୍ ଏହି ଯୋଗବଳ ଦ୍ୱାରା ହିଁ ସମସ୍ତଙ୍କର ବେଡା ପାରି ହୋଇଥାଏ
। ଏହା ହେଉଛି ଯୋଗର ଯାତ୍ରା । ଯୋଗ କରି କରି ପ୍ରଥମେ ଶାନ୍ତିଧାମ ଏବଂ ପରେ ପୁଣି ସୁଖଧାମକୁ
ଚାଲିଯିବା । ବାବା କେବଳ ପିଲାମାନଙ୍କୁ ସଦା ସୁଖୀ କରିବା ପାଇଁ ଆସିଛନ୍ତି । ଭୂତମାନଙ୍କୁ
ଘଉଡାଇବାର ଉପାୟ ବାବା ବତାଉଛନ୍ତି । କହୁଛନ୍ତି, ମୋତେ ସ୍ମରଣ କର, ତେବେ ଏହି ଭୂତମାନେ
ବାହାରିଯିବେ । କୌଣସି ବି ଭୂତକୁ ସାଙ୍ଗରେ ନେଇଯାଅ ନାହିଁ । ଯଦି କାହା ଭିତରେ ଭୂତ ଅଛି, ତେବେ
ଏହିଠାରେ ହିଁ ମୋ ନିକଟରେ ଛାଡି ଦେଇଯାଅ । ତୁମେମାନେ ମଧ୍ୟ କହୁଛ, ବାବା ଏଠାକୁ ଆସି ଆମ ଭିତରୁ
ଭୂତମାନଙ୍କୁ ବାହାର କରି ପତିତରୁ ପାବନ କର । ତେଣୁ ବାବା ଏବେ ତୁମକୁ ଫୁଲ ଭଳି କରୁଛନ୍ତି । ବାବା
ଏବଂ ଦାଦା ଦୁଇଜଣ ମିଶି ତୁମମାନଙ୍କୁ ଦିବ୍ୟଗୁଣରେ ସୁସଜ୍ଜିତ କରୁଛନ୍ତି । ମାତାପିତା ହିଁ
ପିଲାମାନଙ୍କର ଶୃଙ୍ଗାର କରିଥା’ନ୍ତି ନା । ସିଏ ହେଲେ ଲୌକିକ ପିତା, ଇଏ ହେଲେ ବେହଦର ପାରଲୌକିକ
ପିତା । ତେଣୁ ପିଲାମାନଙ୍କୁ ପରସ୍ପର ମଧ୍ୟରେ ବହୁତ ସ୍ନେହରେ ଚାଲିବା ସହିତ ଅନ୍ୟମାନଙ୍କୁ ମଧ୍ୟ
ଚଲାଇବାକୁ ହେବ । ସବୁ ବିକାରଗୁଡିକୁ ଦାନ ଦେଇ ଦେବା ଦରକାର । କଥାରେ ଅଛି ଦେ ଦାନ ତୋ ଛୁଟେ
ଗ୍ରହଣ । ଏଥିରେ କୌଣସି ଆଳ ଦେଖାଇବା ଉଚିତ୍ ନୁହେଁ । ସ୍ନେହ ଆଧାରରେ ତୁମେମାନେ କାହାକୁ ବି
ବଶୀଭୂତ କରିପାରିବ । ତୁମେମାନେ ସ୍ନେହର ସହିତ ଜ୍ଞାନ ବୁଝାଅ, ସ୍ନେହ ବହୁତ ମିଠା ଜିନିଷ । ସିଂହ,
ହାତୀ, ଜୀବଜନ୍ତୁମାନଙ୍କୁ ମଧ୍ୟ ମନୁଷ୍ୟ ସ୍ନେହ ଦ୍ୱାରା ଅଧୀନ କରିନେଉଛି । ସେମାନେ ତ ପୁଣି ବି
ଆସୁରୀ ମନୁଷ୍ୟ । ତୁମେ ତ ଏବେ ଦେବତା ହେବାକୁ ଯାଉଛ । ତେଣୁ ଦୈବୀଗୁଣ ଧାରଣ କରି ବହୁତ ବହୁତ
ମିଠା ହେବାକୁ ପଡିବ । ଜଣେ ଅନ୍ୟ ଜଣଙ୍କୁ ଭାଇ-ଭାଇ ଅଥବା ଭାଇ ଭଉଣୀ ଦୃଷ୍ଟିରେ ଦେଖ । ଆତ୍ମା,
ଆତ୍ମାକୁ କେବେ ବି ଦୁଃଖ ଦେଇପାରିବ ନାହିଁ । ବାବା କହୁଛନ୍ତି, ମିଠେ ବଚ୍ଚେ ମୁଁ ତୁମମାନଙ୍କୁ
ସ୍ୱର୍ଗର ରାଜ୍ୟଭାଗ୍ୟ ଦେବା ପାଇଁ ଆସିଛି । ଏବେ ତୁମକୁ ଯାହା ଦରକାର ତାହା ମୋ ଠାରୁ ନିଅ । ମୁଁ
ତ ତୁମମାନଙ୍କୁ ବିଶ୍ୱର ମାଲିକ ଦୁଇ ମୁକୁଟଧାରୀ କରିବା ପାଇଁ ଆସିଛି । ସେଥିପାଇଁ ତୁମମାନଙ୍କୁ
ମେହନତ କରିବାକୁ ହେବ । ମୁଁ କାହା ମୁଣ୍ଡ ଉପରେ ମୁକୁଟ ରଖିଦେବି ନାହିଁ । ତୁମକୁ ନିଜର
ପୁରୁଷାର୍ଥ ଦ୍ୱାରା ହିଁ ନିଜକୁ ରାଜତିଳକ ଦେବାକୁ ହେବ । ବାବା ତୁମମାନଙ୍କୁ ପୁରୁଷାର୍ଥର ଉପାୟ
ବତାଉଛନ୍ତି ଯେ, ଏହିଭଳି ତୁମେମାନେ ନିଜକୁ ବିଶ୍ୱର ମାଲିକ, ଦୁଇମୁକୁଟଧାରୀ କରିପାରିବ । ତେଣୁ
ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅ । ଏହି ପାଠପଢାକୁ କେବେ ବି ଛାଡିବା ଉଚିତ୍ ନୁହେଁ । ଯଦି
କୌଣସି କାରଣରୁ ଅଭିମାନ ବଶତଃ ପାଠପଢା ଛାଡିଦେବ, ତେବେ ବହୁତ କ୍ଷତି ହୋଇଯିବ । ତେଣୁ ଲାଭ ଏବଂ
କ୍ଷତିକୁ ଦେଖୁଥାଅ । ତୁମେମାନେ ହେଲ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ବିଦ୍ୟାର୍ଥୀ, ଈଶ୍ୱର ପିତାଙ୍କ
ପାଖରେ ପାଠ ପଢୁଛ, ପାଠପଢି ପୂଜ୍ୟ ଦେବତା ହେଉଛ । ତେବେ ତୁମମାନଙ୍କୁ ମଧ୍ୟ ସେହିଭଳି ନିୟମିତ
ବିଦ୍ୟାର୍ଥୀ ହେବାକୁ ପଡିବ । କୁହାଯାଏ, ଛାତ୍ର ଜୀବନ ଶ୍ରେଷ୍ଠ ଜୀବନ । ତେଣୁ ଯେତେ ନିଜେ ପାଠ
ପଢିବ, ଅନ୍ୟକୁ ପଢାଇବ ଏବଂ ନିଜର ଆଚରଣକୁ ସୁଧାରିବ ସେତେ ଶ୍ରେଷ୍ଠ ହୋଇପାରିବ ।
ମିଠେ ବଚ୍ଚେ ଏବେ ତୁମମାନଙ୍କର ଘରକୁ ଫେରିବାର ଯାତ୍ରା, ଯେମିତି ସତ୍ୟଯୁଗରୁ ତ୍ରେତା, ଦ୍ୱାପର,
କଳିଯୁଗ ପର୍ଯ୍ୟନ୍ତ ତଳକୁ ଖସି ଖସି ଆସିଛ, ସେହିଭଳି ଏବେ ତୁମକୁ କଳିଯୁଗରୁ ଉପରକୁ ସତ୍ୟଯୁଗ
ପର୍ଯ୍ୟନ୍ତ ଯିବାକୁ ହେବ । ଯେତେବେଳେ ତ୍ରେତାଯୁଗୀ ସ୍ଥିତିରେ ପହଞ୍ଚିଯିବ, ସେତେବେଳେ ଏହି
କର୍ମେନ୍ଦ୍ରୀୟମାନଙ୍କର ଚଞ୍ଚଳତା ସମାପ୍ତ ହୋଇଯିବ । ସେଥିପାଇଁ ଯେତେ ବାବାଙ୍କୁ ସ୍ମରଣ କରିବ,
ସେତେ ତୁମ ଆତ୍ମାମାନଙ୍କ ଭିତରୁ ରଜୋ, ତମୋର କଳଙ୍କି ବାହାରିଯିବ ଏବଂ ଯେତେ ଯେତେ କଳଙ୍କି ବାହାରି
ଚାଲିବ ସେତିକି ଚୁମ୍ବକ ସଦୃଶ ବାବାଙ୍କ ଆଡକୁ ଆକର୍ଷଣ ବଢି ଚାଲିବ । ଯଦି ଆକର୍ଷଣ ହେଉ ନାହିଁ
ତେବେ ନିଶ୍ଚିତ କଳଙ୍କି ଲାଗି ରହିଛି । ଯେବେ କଳଙ୍କି ସମ୍ପୂର୍ଣ୍ଣ ରୂପେ ଛାଡିଯିବ ଏବଂ ଆତ୍ମା
ପବିତ୍ର ସୁନା ହୋଇଯିବ ତାହା ହେବ ଅନ୍ତିମ କର୍ମାତୀତ ଅବସ୍ଥା ।
ତୁମକୁ ଗୃହସ୍ଥ ବ୍ୟବହାରରେ ଅର୍ଥାତ୍ ପ୍ରବୃତ୍ତିରେ ରହି ମଧ୍ୟ କମଳପୁଷ୍ପ ସମାନ ପବିତ୍ର ହେବାକୁ
ପଡିବ । ବାବା କହୁଛନ୍ତି, ମିଠେ ବଚ୍ଚେ - ଘର ଗୃହସ୍ଥର ଦାୟିତ୍ୱ ମଧ୍ୟ ନିଅ, ଶରୀର ନିର୍ବାହ ପାଇଁ
କର୍ମଧନ୍ଦା ମଧ୍ୟ କର, ତା ସହିତ ଏହି ପାଠ ମଧ୍ୟ ପଢୁଥାଅ । ଗାୟନ ମଧ୍ୟ ଅଛି ହାତେ କାମ, ହୃଦେ
ରାମ । କର୍ମଧନ୍ଦା କରି ଏକମାତ୍ର ପ୍ରେମିକ ବାବାଙ୍କୁ ସ୍ମରଣ କରିବାକୁ ହେବ । ତୁମେ ହେଲ
ଅଧାକଳ୍ପର ପ୍ରେମିକା । ନବଧା ଭକ୍ତିରେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ସ୍ନେହର ସହିତ କେତେ ସ୍ମରଣ
କରିଥାନ୍ତି । ତାହା ହେଲା ନବଧାଭକ୍ତି, ଅଟଳ ଭକ୍ତି । ସେମାନଙ୍କୁ ଶ୍ରୀକୃଷ୍ଣଙ୍କର ଅଟଳ ସ୍ମୃତି
ରହିଥାଏ କିନ୍ତୁ ତା’ଦ୍ୱାରା କାହାକୁ ବି ମୁକ୍ତି ମିଳିନଥାଏ । ଏହା ହେଉଛି ନିରନ୍ତର ଯୋଗଯୁକ୍ତ
ହୋଇ ରହିବାର ଜ୍ଞାନ । ବାବା କହୁଛନ୍ତି, ମୁଁ ତୁମର ପିତା ପତିତ-ପାବନ, ମୋତେ ମନେ ପକାଇଲେ ତୁମର
ପାପ ନାଶ ହୋଇଯିବ, କିନ୍ତୁ ମାୟା ବହୁତ ଶକ୍ତିଶାଳୀ, କାହାକୁ ବି ଛାଡିନଥାଏ । ଯଦି ମାୟାଠାରୁ
ବାରମ୍ବାର ହାରିଯାଉଛ ତେବେ ମୁଣ୍ଡ ନୁଆଁଇ ପଶ୍ଚାତାପ କରିବା ଉଚିତ୍ । ବାବା ମିଠା ପିଲାମାନଙ୍କୁ
ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠ ମତ ଦେଉଛନ୍ତି । ବାବା ଦେଖୁଛନ୍ତି, ପିଲାମାନେ ସେତେ ମେହନତ
କରୁନାହାଁନ୍ତି, ସେଥିପାଇଁ ବାବାଙ୍କୁ ଦୟା ଲାଗୁଛି । ଯଦି ଏହି ଅଭ୍ୟାସ ଏବେ ନ କରିବ ତେବେ ବହୁତ
ଦଣ୍ଡ ଭୋଗ କରିବାକୁ ପଡିବ ଏବଂ କଳ୍ପ କଳ୍ପ ପାଇ ପଇସାର ପଦ ପାଉଥିବ ।
ବାବା ମୂଳକଥା ମିଠା ସନ୍ତାନମାନଙ୍କୁ ବୁଝାଉଛନ୍ତି, ପିଲାମାନେ - ଦେହୀ-ଅଭିମାନୀ ହୁଅ । ଦେହ
ସହିତ ଦେହର ସର୍ବ ସମ୍ବନ୍ଧଗୁଡିକୁ ଭୁଲି କେବଳ ମୋତେ ମନେ ପକାଅ । ତା’ ସହିତ ପବିତ୍ର ମଧ୍ୟ
ନିଶ୍ଚିତ ହେବାକୁ ପଡିବ । କୁମାରୀ ଯେତେବେଳେ ପବିତ୍ର ଥାଏ ସେତେବେଳେ ତାକୁ ସମସ୍ତେ ନମସ୍କାର
କରିଥା’ନ୍ତି । ବିବାହ କରିବା ପରେ ସିଏ ପୁଣି ପୂଜାରୀ ହୋଇଯାଇଯାଏ ଏବଂ ତାକୁ ସମସ୍ତଙ୍କ ଆଗରେ
ମୁଣ୍ଡ ନୁଆଁଇବାକୁ ପଡିଥାଏ । କନ୍ୟା ପ୍ରଥମେ ଯେତେବେଳେ ବାପ ଘରେ ଥାଏ ସେତେବେଳେ ତାକୁ ଏତେ କେହି
ମିତ୍ର ସମ୍ବନ୍ଧୀ ମନେ ପଡି ନ ଥା’ନ୍ତି । ବିବାହ ପରେ ଦେହର ସମ୍ବନ୍ଧ ମଧ୍ୟ ବଢିଯାଇଥାଏ ଏବଂ
ସ୍ୱାମୀ ପିଲାମାନଙ୍କ ପ୍ରତି ମୋହ ମଧ୍ୟ ବଢି ଚାଲିଥାଏ । ଶାଶୂ-ଶ୍ୱଶୁର ଆଦି ସମସ୍ତେ ମନେ
ପଡିଥା’ନ୍ତି । ପ୍ରଥମେ ତ କେବଳ ମା-ବାପାଙ୍କ ପ୍ରତି ହିଁ ମୋହ ଥାଏ । ଏଠାରେ ତ ପୁଣି ସେହି
ସମସ୍ତ ସମ୍ବନ୍ଧୀମାନଙ୍କୁ ଭୁଲିବାକୁ ପଡିଥାଏ, କାରଣ ତୁମର ପ୍ରକୃତ ମାତା-ପିତା ସେହି ଜଣେ ହିଁ
ଅଟନ୍ତି । ଏହା ହେଲା ଈଶ୍ୱରୀୟ ସମ୍ବନ୍ଧ । ଗାୟନ ମଧ୍ୟ କରୁଛନ୍ତି, ତ୍ୱମୈବ ମାତାଶ୍ଚ ପିତା
ତ୍ୱମୈବ... ଏହି ମାତାପିତା ତ ତୁମକୁ ବିଶ୍ୱର ମାଲିକ କରୁଛନ୍ତି । ସେଥିପାଇଁ ବାବା କହୁଛନ୍ତି,
ମୋତେ ନିରନ୍ତର ମନେ ପକାଅ ଏବଂ ଅନ୍ୟ କୌଣସି ଦେହଧାରୀ ପ୍ରତି ମୋହ ରଖ ନାହିଁ । ସ୍ତ୍ରୀକୁ
କଳିଯୁଗୀ ପତିର କେତେ ସ୍ମୃତି ରହୁଛି, ସିଏ ତ ନର୍ଦ୍ଦମାରେ ପକାଇ ଦେଉଛି । ଏହି ବେହଦର ପିତା ତ
ତୁମକୁ ସ୍ୱର୍ଗକୁ ନେଇ ଯାଉଛନ୍ତି । ତେବେ ଏହିଭଳି ମିଠା ବାବାଙ୍କୁ ବହୁତ ସ୍ନେହରେ ମନେ ପକାଅ,
ତା’ ସହିତ ସ୍ୱଦର୍ଶନ ଚକ୍ର ମଧ୍ୟ ଘୂରାଉଥାଅ । ଏହି ଯୋଗବଳ ଦ୍ୱାରା ହିଁ ତୁମର ଆତ୍ମା କଞ୍ଚନ
ଅର୍ଥାତ୍ ସୁନାଭଳି ହୋଇଯିବ, ତୁମେମାନେ ସ୍ୱର୍ଗର ମାଲିକ ହୋଇଯିବ । ସ୍ୱର୍ଗର ନାମ ଶୁଣିବା ମାତ୍ରେ
ହିଁ ମନ ଖୁସି ହୋଇଯାଉଛି । ତେବେ ଯେଉଁମାନେ ନିରନ୍ତର ଯୋଗଯୁକ୍ତ ହୋଇ ରହିବେ ଏବଂ ଅନ୍ୟମାନଙ୍କୁ
ମଧ୍ୟ ସ୍ମୃରଣ କରାଉଥିବେ ସେହିମାନେ ହିଁ ଉଚ୍ଚ ପଦ ପାଇବେ । ଏହିଭଳି ପୁରୁଷାର୍ଥ କରି କରି
ଅନ୍ତିମ ସମୟରେ ତୁମର ସେହିଭଳି ଅବସ୍ଥା ସ୍ଥାୟୀ ହୋଇଯିବ । ଏଠାର ତ ଦୁନିଆ ମଧ୍ୟ ପୁରୁଣା, ଦେହ
ମଧ୍ୟ ପୁରୁଣା ଏବଂ ଦେହ ସହିତ ଦେହର ସର୍ବ ସମ୍ବନ୍ଧୀ ମଧ୍ୟ ପୁରୁଣା । ତେଣୁ ସେହି ସମସ୍ତଙ୍କଠାରୁ
ବୁଦ୍ଧିଯୋଗ ତୁଟେଇ ଏକମାତ୍ର ବାବାଙ୍କ ସଙ୍ଗରେ ଯୋଡିବାକୁ ହେବ, ଯାହାଦ୍ୱାରା କି ଅନ୍ତିମ ସମୟରେ
ମଧ୍ୟ ଏକମାତ୍ର ବାବାଙ୍କର ହିଁ ସ୍ମୃତି ରହିବ । ଯଦି ଅନ୍ୟ କୌଣସି ସମ୍ବନ୍ଧୀ ମନେ ରହିଲେ ତେବେ
ଅନ୍ତିମ ସମୟରେ ମଧ୍ୟ ସିଏ ମନେ ପଡିବେ ଏବଂ ପଦଭ୍ରଷ୍ଟ ହୋଇଯିବ । ଅନ୍ତିମ ସମୟରେ ଯିଏ ବେହଦ
ବାବାଙ୍କର ସ୍ମୃତିରେ ରହିବେ, ସେହିମାନେ ହିଁ ନରରୁ ନାରାୟଣ ହେବେ । ଯଦି ବାବାଙ୍କର ସ୍ମୃତି ଅଛି
ତେବେ ଶିବାଳୟ ଅର୍ଥାତ୍ ସ୍ୱର୍ଗ ଦୂର ନୁହେଁ ।
ମିଠା ମିଠା ବିଚ୍ଛେଦୀ ସନ୍ତାନମାନେ ଶକ୍ତିଶାଳୀ ହେବା ପାଇଁ ବାବାଙ୍କ ପାଖକୁ ଆସୁଛନ୍ତି, କାରଣ
ପିଲାମାନେ ଜାଣିଛନ୍ତି ଅବିନାଶୀ ବାବାଙ୍କଠାରୁ ଅବିନାଶୀ ବିଶ୍ୱର ରାଜତ୍ୱ ମିଳୁଛି । ଏହିକଥାକୁ
କେବେ ବି ଭୁଲିବା ଉଚିତ୍ ନୁହେଁ । ଯଦି ଏହି କଥା ସର୍ବଦା ମନେ ରହିବ ତେବେ ବି ପିଲାମାନଙ୍କୁ
ଅପାର ଖୁସିର ଅନୁଭବ ହେବ । ଏହି ବ୍ୟାଜ୍କୁ ମଧ୍ୟ ଚାଲିବା-ବୁଲିବା ସମୟରେ ବାରମ୍ବାର ଦେଖୁଥାଅ
ଏକଦମ୍ ହୃଦୟରେ ଲଗାଇ ରଖ । ଓହୋ! ଭଗବାନଙ୍କ ଶ୍ରୀମତରେ ମୁଁ ଏହିଭଳି ହେବାକୁ ଯାଉଛି । ବାସ୍
ବ୍ୟାଜ୍କୁ ଦେଖି ତାଙ୍କୁ ସ୍ନେହ କରୁଥାଅ । ବାବା, ବାବା କହୁଥାଅ ତେବେ ସର୍ବଦା ସ୍ମୃତି ରହିବ ।
ମୁଁ ବାବାଙ୍କ ଦ୍ୱାରା ଏହିଭଳି ହେବାକୁ ଯାଉଛି । ତେଣୁ ବାବାଙ୍କର ଶ୍ରୀମତରେ ଚାଲିବା ଦରକାର ନା
। ତେଣୁ ମିଠା ମିଠା ସନ୍ତାନମାନଙ୍କର ବହୁତ ବିଶାଳ ବୁଦ୍ଧି ହେବା ଉଚିତ୍ । ସାରା ଦିନ ସେବାର ହିଁ
ଚିନ୍ତନ ଚାଲୁଥାଉ । ବାବାଙ୍କୁ ତ ସେହିଭଳି ପିଲା ଦରକାର, ଯେଉଁମାନେ ସେବା ବିନା ରହିପାରିବେ ନାହିଁ
। ତୁମମାନଙ୍କୁ ସାରା ବିଶ୍ୱକୁ ଘେରାଉ କରିବାକୁ ହେବ ଅର୍ଥାତ୍ ପତିତ ଦୁନିଆକୁ ପାବନ କରିବାକୁ
ହେବ । ସାରା ବିଶ୍ୱକୁ ଦୁଃଖଧାମରୁ ସୁଖଧାମ କରିବାକୁ ହେବ । ଶିକ୍ଷକଙ୍କୁ ମଧ୍ୟ ପାଠ ପଢାଇଲେ ଖୁସି
ଲାଗିଥାଏ ନା । ତୁମେମାନେ ତ ଏବେ ବହୁତ ବଡ ଶିକ୍ଷକ/ଶିକ୍ଷିକା ହୋଇଛ । ଯିଏ ଯେତେ ଭଲ ଶିକ୍ଷକ
ହୋଇଥିବେ ସିଏ ସେତେ ଅଧିକଙ୍କୁ ନିଜ ସମାନ କରିବେ, କେବେ ବି ଥକିଯିବେ ନାହିଁ । ଈଶ୍ୱରୀୟ ସେବାରେ
ବହୁତ ଖୁସି ରହିଥାଏ । ବାବାଙ୍କର ସାହାଯ୍ୟ ମଧ୍ୟ ମିଳିଥାଏ । ଏହା ବହୁତ ବିଶାଳ ବ୍ୟବସାୟ,
ବ୍ୟବସାୟୀମାନେ ହିଁ ଧନବାନ ହୋଇଥା’ନ୍ତି । ସେହିମାନେ ଏହି ଜ୍ଞାନମାର୍ଗରେ ମଧ୍ୟ ସେବାରେ ଅଧିକ
ଉଚ୍ଛୁଳିଥା’ନ୍ତି । ବାବା ମଧ୍ୟ ବେହଦର ବ୍ୟବସାୟୀ ଅଟନ୍ତି ନା । ସଉଦା ତ ବହୁତ ଫାଷ୍ଟକ୍ଲାସ୍
କିନ୍ତୁ ଏଥିରେ ବହୁତ ସାହସ ରଖିବାକୁ ପଡିଥାଏ । ନୂଆ ନୂଆ ପିଲାମାନେ ପୁରୁଣାମାନଙ୍କଠାରୁ ମଧ୍ୟ
ଆଗକୁ ଯାଇପାରିବେ । ଯେହେତୁ ପ୍ରତ୍ୟେକଙ୍କର ଭାଗ୍ୟ ଅଲଗା ଅଲଗା ତେଣୁ ପୁରଷାର୍ଥ ମଧ୍ୟ
ପ୍ରତ୍ୟେକଙ୍କୁ ବ୍ୟକ୍ତିଗତ ଭାବେ କରିବାକୁ ହେବ । ସେଥିପାଇଁ ନିଜର ପୁରା ଯାଞ୍ଚ କରିବା ଉଚିତ୍ ।
ଯେଉଁମାନେ ଏହିଭଳି ନିଜକୁ ଯାଞ୍ଚ କରିବେ, ଏକଦମ୍ ରାତିଦିନ ପୁରୁଷାର୍ଥରେ ଲାଗିଯିବେ, କହିବେ ମୁଁ
ନିଜର ସମୟକୁ କାହିଁକି ନଷ୍ଟ କରିବି । ଯେତେ ଦୂର ସମ୍ଭବ ସମୟକୁ ସଫଳ କରିବି । ନିଜ ସହିତ ପକ୍କା
ପ୍ରତିଜ୍ଞା କରିଥାଆନ୍ତି ଯେ ବାବାଙ୍କୁ କେବେହେଲେ ଭୁଲିବି ନାହିଁ, ଯେମିତି ହେଲେ ସ୍କଲାରସିପ୍ (ଛାତ୍ର
ବୃତ୍ତି) ନେବି, ଏହିଭଳି ପିଲାମାନଙ୍କୁ ପୁଣି ବାବାଙ୍କର ସାହାଯ୍ୟ ମଧ୍ୟ ମିଳିଥାଏ । ଏହିଭଳି ନୂଆ
ନୂଆ ପୁରୁଷାର୍ଥୀ ପିଲାମାନଙ୍କୁ ମଧ୍ୟ ତୁମେ ଦେଖିବ । ସେମାନେ ସାକ୍ଷାତ୍କାର କରିଚାଲିବେ ।
ଯେପରି ଆରମ୍ଭରେ ହୋଇଥିଲା ସେହିପରି ଶେଷରେ ମଧ୍ୟ ଦେଖିବ । ସମୟ ଯେତେ ଯେତେ ପାଖେଇ ଆସିବ, ସେତେ
ଖୁସିରେ ନାଚିବାକୁ ଲାଗିବେ । ସେପଟେ ହଣାକଟାର ଖେଳ ମଧ୍ୟ ଚାଲିବ ।
ତୁମ ପିଲାମାନଙ୍କର ଈଶ୍ୱରୀୟ ପ୍ରତିଯୋଗିତା ଚାଲିଛି, ଯେତେ ଯେତେ ଆଗକୁ ଦୌଡି ଚାଲିଥିବ ସେତେସେତେ
ନୂଆ ଦୁନିଆର ଦୃଶ୍ୟ ମଧ୍ୟ ପାଖେଇ ଆସୁଥିବ, ଖୁସି ବଢି ବଢି ଚାଲିବ । ଯେଉଁମାନଙ୍କୁ ଦୃଶ୍ୟ ନିକଟରୁ
ଦେଖାଯାଉନାହିଁ ସେମାନଙ୍କ ଭିତରେ ଖୁସି ମଧ୍ୟ ନଥିବ । ଏବେ ତ କଳିଯୁଗୀ ଦୁନିଆ ପ୍ରତି ବୈରାଗ୍ୟ
ଏବଂ ସତ୍ୟଯୁଗୀ ନୂଆ ଦୁନିଆ ପ୍ରତି ବହୁତ ସ୍ନେହ ରହିବା ଦରକାର । ଶିବବାବା ମନେ ରହିଲେ ସ୍ୱର୍ଗର
ବର୍ସା ମଧ୍ୟ ମନେ ରହିବ । ସ୍ୱର୍ଗ ସ୍ମୃତିରେ ରହିଲେ ଶିବବାବା ମଧ୍ୟ ସ୍ମୃତିରେ ରହିବେ । ତୁମେ
ପିଲାମାନେ ଜାଣିଛ, ଏବେ ଆମେ ସ୍ୱର୍ଗ ଆଡକୁ ଯାଉଛୁ, ପାଦ ନର୍କ ଆଡକୁ ଏବଂ ମୁଣ୍ଡ ସ୍ୱର୍ଗ ଆଡକୁ
ଅଛି । ଏବେ ତ ଛୋଟ ବଡ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ବାବାଙ୍କୁ ସର୍ବଦା ଏହି ନିଶା ରହୁଛି,
ଓହୋ! ମୁଁ ଯାଇ ଏହିଭଳି ବାଳକୃଷ୍ଣ ହେବି, ଯାହା ପାଇଁ ଆଗୁଆ ଉପହାରମାନ ମଧ୍ୟ ପଠାଉଛନ୍ତି ।
ଯେଉଁମାନଙ୍କର ପୁରା ନିଶ୍ଚୟ ରହିଛି, ସେହିଭଳି ଗୋପୀକାମାନେ ଉପହାର ପଠାଉଛନ୍ତି । ସେମାନଙ୍କୁ
ଅତିନ୍ଦ୍ରୀୟ ସୁଖର ଅନୁଭବ ହେଉଛି । ମୁଁ ହିଁ ଅମରଲୋକର ଦେବତା ହେବି । କଳ୍ପପୂର୍ବରୁ ମଧ୍ୟ ମୁଁ
ହିଁ ହୋଇଥିଲି ପୁଣି ମୁଁ ୮୪ ଜନ୍ମ ନେଇ ସାରିଛି । ଏହି ବାଜୋଲୀ ଖେଳ ମନେ ରହିଲେ ମଧ୍ୟ ଅହୋ
ସୌଭାଗ୍ୟ । ସଦା ସର୍ବଦା ଅସରନ୍ତି ଖୁସିରେ ରୁହ, କାରଣ ତୁମକୁ ବହୁତ ବଡ ଲଟେରୀ ମିଳୁଛି । ୫
ହଜାର ବର୍ଷ ପୂର୍ବରୁ ମଧ୍ୟ ରାଜ୍ୟଭାଗ୍ୟ ପାଇଥିଲି ପୁଣି କାଲି ପାଇବି । ଏହା ଡ୍ରାମାରେ
ନିଧାର୍ଯ୍ୟ ଅଛି । ଯେପରି କଳ୍ପ ପୂର୍ବରୁ ଜନ୍ମ ନେଇଥିଲି ସେହିପରି ପୁଣି ନେବି, ସେହିମାନେ ପୁଣି
ମୋର ମା-ବାପା ହେବେ । ଯିଏ ଶ୍ରୀକୃଷ୍ଣଙ୍କର ପିତା ଥିଲେ ସିଏ ପୁଣି ହେବେ । ଏହିଭଳି ଭାବେ
ଯେଉଁମାନେ ବିଚାର ସାଗର ମନ୍ଥନ କରୁଥିବେ ସେହିମାନେ ବହୁତ ଖୁସିରେ ରହିବେ । ଯେଉଁମାନେ ବିଚାର
ସାଗର ମନ୍ଥନ କରୁନାହାଁନ୍ତି ସେମାନେ ବେମାର ଅଟନ୍ତି । ଗାଈ ଭୋଜନ ଖାଇବା ପରେ ସାରା ଦିନ ପାକୁଳି
କରିଚାଲିଥାଏ, ତା’ର ମୁଖ ସବୁବେଳେ ଚାଲୁଥାଏ । ଯଦି ମୁଖ ଚାଲୁନାହିଁ, ପାକୁଳି କରୁନାହିଁ ତେବେ
ଜାଣିବ ବେମାର ଅଛି, ଏଠାରେ ମଧ୍ୟ ସେହିଭଳି ।
ବେହଦର ବାବା ଏବଂ ଦାଦା (ବ୍ରହ୍ମା) ଉଭୟଙ୍କର ମିଠା ମିଠା ପିଲାମାନଙ୍କ ପ୍ରତି ବହୁତ ସ୍ନେହ ରହିଛି,
କେତେ ସ୍ନେହରେ ପାଠ ପଢାଉଛନ୍ତି । କଳାରୁ ଗୋରା ଅର୍ଥାତ୍ ପତିତରୁ ପବିତ୍ର କରୁଛନ୍ତି । ତେଣୁ
ପିଲାମାନଙ୍କର ମଧ୍ୟ ଖୁସିର ପାରଦ ଚଢି ରହିବା ଉଚିତ୍ । ତେବେ ଏହି ଯୋଗର ଯାତ୍ରା ଦ୍ୱାରା ହିଁ
ଖୁସିର ପାରଦ ଚଢିବ । ବାବା କଳ୍ପ କଳ୍ପ ବହୁତ ସ୍ନେହର ସହିତ ଏହି ପ୍ରିୟ ସେବା କରିଆସୁଛନ୍ତି । ୫
ତତ୍ୱ ସହିତ ସମସ୍ତ ଆତ୍ମାମାନଙ୍କୁ ମଧ୍ୟ ପବିତ୍ର କରୁଛନ୍ତି । କେତେ ବଡ ବେହଦର ସେବା କରୁଛନ୍ତି
। ବାବା ବହୁତ ସ୍ନେହର ସହିତ ପିଲାମାନଙ୍କୁ ଶିକ୍ଷା ଦେଇ ଚାଲିଛନ୍ତି କାରଣ ପିଲାମାନଙ୍କୁ
ସୁଧାରିବା ପିତା ଅଥବା ଶିକ୍ଷକଙ୍କର କର୍ତ୍ତବ୍ୟ । ବାବାଙ୍କର ହେଲା ଶ୍ରୀମତ, ଯାହା ଦ୍ୱାରା
ଶ୍ରେଷ୍ଠ ହୋଇପାରିବ । ଯେତେ ସ୍ନେହରେ ତାଙ୍କୁ ୟାଦ କରିବ ସେତେ ଶ୍ରେଷ୍ଠ ହେବ । ଏକଥା ମଧ୍ୟ
ଚାର୍ଟରେ ଲେଖିବା ଦରକାର ଯେ, ମୁଁ ଶ୍ରୀମତରେ ଚାଲୁଛି ନା ନିଜ ମତରେ ଚାଲୁଛି? ଶ୍ରୀମତରେ ଚାଲିଲେ
ହିଁ ତୁମେ ନିର୍ଭୁଲ ହୋଇପାରିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ସହିତ
ପ୍ରତିଜ୍ଞା କରିବା ଦରକାର ଯେ, ମୁଁ ନିଜର ସମୟ ନଷ୍ଟ କରିବି ନାହିଁ । ସଂଗମଯୁଗର ପ୍ରତିଟି
ମୂହୁର୍ତ୍ତକୁ ସଫଳ କରିବି । ମୁଁ ବାବାଙ୍କୁ କେବେ ହେଲେ ଭୁଲିବି ନାହିଁ । ସ୍କଲାରସିପ୍ ନିଶ୍ଚିତ
ନେବି ।
(୨) ସର୍ବଦା ସ୍ମୃତି ରହୁ
ଯେ, ଏବେ ମୋ’ର ବାନପ୍ରସ୍ଥ ଅବସ୍ଥା । ମୋ’ର ପାଦ ନର୍କ ଆଡକୁ, ମୁଣ୍ଡ ସ୍ୱର୍ଗ ଆଡକୁ ଅଛି, ଏହିଭଳି
ବାଜୋଲୀ ଖେଳକୁ ମନେ ପକାଇ ଅପାର ଖୁସିରେ ରହିବାକୁ ହେବ । ଦେହୀ-ଅଭିମାନୀ ହେବାର ମେହନତ କରିବାକୁ
ହେବ ।
ବରଦାନ:-
ନିଜର
ସର୍ବଶ୍ରେଷ୍ଠ ପଦବୀର ନିଶା ଦ୍ୱାରା ଅନେକ ଆତ୍ମାଙ୍କର କଲ୍ୟାଣ କରୁଥିବା ଅଧିକାରୀ ସ୍ୱରୂପ ଭବ ।
ମୁଁ ସର୍ବଶକ୍ତିବାନ
ପିତାଙ୍କର ସନ୍ତାନ ଅଟେ - ଏହା ସର୍ବଶ୍ରେଷ୍ଠ ପଦବୀ ଅଟେ । ଯଦି ଏହି ପଦବୀର ନିଶାରେ ରହିବ, ତେବେ
ମାୟାର ଅଧିନତା ସମାପ୍ତ ହୋଇଯିବ । ଏହିଭଳି ଅଧିକାରୀ ପଣିଆର ସ୍ୱରୂପ ହୋଇଗଲେ ଯେ କୌଣସି ଆତ୍ମାର
କଲ୍ୟାଣ କରିପାରିବ । ଯେଉଁମାନେ ସର୍ବଦା ଏହି ନିଶାରେ ରହିଥାଆନ୍ତି, ସେମାନେ ସଦାକାଳର ରାଜ୍ୟ
ଭାଗ୍ୟ ପ୍ରାପ୍ତ କରିଥାଆନ୍ତି । ଯଦି ଏହି ଅଧିକାରୀ ପଣିଆକୁ ସର୍ବଦା କାୟମ ରଖିବ, ତେବେ ବିଶ୍ୱ
ତୁମ ନିକଟରେ ନତମସ୍ତକ ହେବ, ତୁମେ କାହା ପାଖରେ ନତମସ୍ତକ ହେବ ନାହିଁ ।
ସ୍ଲୋଗାନ:-
ନିର୍ଦ୍ଦେଶକର୍ତ୍ତା ବାବାଙ୍କର ସ୍ମୃତି ଦ୍ୱାରା ମୁଁ ପଣିଆକୁ ସମାପ୍ତ କର ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ମଧୁରତାର ଗୁଣ ଦ୍ୱାରା
ବାବାଙ୍କର ନିକଟବର୍ତ୍ତୀ ହୋଇଥିବାର ସାକ୍ଷାତ୍କାର କରାଅ । ତୁମର ସଂକଳ୍ପରେ ମଧ୍ୟ ମଧୁରତା,
ବାଣୀରେ ମଧ୍ୟ ମଧୁରତା, କର୍ମରେ ମଧ୍ୟ ମଧୁରତା ରହୁ - ଏହା ହିଁ ହେଉଛି ବାବାଙ୍କର ନିକଟବର୍ତ୍ତୀ
ହେବା, ସେଥିପାଇଁ ବାବା ମଧ୍ୟ ପ୍ରତିଦିନ କହୁଛନ୍ତି - “ମୋର ମିଠା ମିଠା ସନ୍ତାନମାନେ ଏବଂ
ପିଲାମାନେ ମଧ୍ୟ ପ୍ରତ୍ୟୁତ୍ତର ଦେଉଛନ୍ତି - “ମିଠା ମିଠା ବାବା” । ପ୍ରତିଦିନର ଏହି ମଧୁରତା
ପୂର୍ଣ୍ଣ ବାଣୀ ହିଁ ତୁମକୁ ମଧୁର କରିଦେଉଛି ।