08.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ଦେହୀ-ଅଭିମାନୀ ହୋଇ ବାବାଙ୍କ ସହ ଯୋଗଯୁକ୍ତ ହେବ ତେବେ ଯୋଗ ବଳ ଜମା ହେବ, ଏବଂ ଯୋଗ ବଳ ଦ୍ୱାରା
ତୁମେ ସାରା ବିଶ୍ୱର ରାଜ୍ୟ ପ୍ରାପ୍ତ କରିପାରିବ ।”
ପ୍ରଶ୍ନ:-
କେଉଁ କଥା ତୁମ
ପିଲାମାନଙ୍କର ସଂକଳ୍ପରେ କିମ୍ବା ସ୍ୱପ୍ନରେ ମଧ୍ୟ ନ ଥିଲା, ଯାହାକି ବର୍ତ୍ତମାନ ବାସ୍ତବରେ
ପରିଣତ ହୋଇଛି?
ଉତ୍ତର:-
ତୁମମାନଙ୍କର ସଂକଳ୍ପରେ ବା ସ୍ୱପ୍ନରେ ବି ନ ଥିଲା ଯେ ଆମେ ଭଗବାନଙ୍କଠାରୁ ରାଜଯୋଗ ଶିକ୍ଷା କରିବୁ
ଏବଂ ବିଶ୍ୱର ମାଲିକ ହେବୁ । ରାଜା ହେବା ପାଇଁ ପାଠ ପଢିବୁ । ଏବେ ତୁମେ ଅତ୍ୟନ୍ତ ଖୁସି ହେଉଛ ଯେ
ସର୍ବଶକ୍ତିମାନ ବାବାଙ୍କଠାରୁ ଶକ୍ତି ଗ୍ରହଣ କରି ଆମେ ସତ୍ୟଯୁଗୀ ସ୍ୱରାଜ୍ୟ ଅଧିକାରୀ ହେଉଛୁ ।
ଓମ୍ ଶାନ୍ତି ।
ଏଠାରେ
କନ୍ୟାମାନେ ଅଭ୍ୟାସ କରିବା ନିମନ୍ତେ ବସିଛନ୍ତି । ବାସ୍ତବରେ ଏହି ଆସ୍ଥାନରେ ସେହିମାନେ ବସିବା
ଉଚିତ୍ ଯେଉଁମାନେ ଦେହୀ-ଅଭିମାନୀ ହୋଇ ବାବାଙ୍କ ସ୍ମୃତିରେ ବସିପାରିବେ । ଯଦି ୟାଦରେ ନ
ବସିପାରିବେ ତେବେ ତାଙ୍କୁ ଶିକ୍ଷକ କୁହାଯିବ ନାହିଁ । ୟାଦରେ ହିଁ ଶକ୍ତି ରହିଥାଏ, ଜ୍ଞାନରେ
ଶକ୍ତି ନ ଥାଏ । ଏହାକୁ ହିଁ କୁହାଯାଏ ୟାଦର ବଳ । ଯୋଗବଳ ସନ୍ନ୍ୟାସୀମାନଙ୍କର ଅକ୍ଷର ଅଟେ । ବାବା
କଷ୍ଟସାଧ୍ୟ ଅକ୍ଷର ବ୍ୟବହାର କରୁନାହାଁନ୍ତି । ବାବା କହୁଛନ୍ତି ପିଲାମାନେ ଏବେ ବାବାଙ୍କୁ ୟାଦ
କର । ଯେପରି ଛୋଟ ପିଲାମାନେ ମାତାପିତାଙ୍କୁ ମନେ ପକାଇଥାନ୍ତି ନା । ସେ ତ ଦେହଧାରୀ ଅଟନ୍ତି ।
ତୁମେ ପିଲାମାନେ ହେଉଛ ବିଚିତ୍ର । ଏହି ଚିତ୍ର ଅର୍ଥାତ୍ ଶରୀର ଏହିଠାରେ ହିଁ ତୁମକୁ ମିଳୁଛି ।
ତୁମେ ବିଚିତ୍ର ଦେଶର ବାସିନ୍ଦା ଅଟ । ସେଠାରେ କୌଣସି ଚିତ୍ର ଅର୍ଥାତ୍ ଶରୀର ନାହିଁ ।
ପ୍ରଥମେ-ପ୍ରଥମେ ଏହି କଥା ପକ୍କା କରିବାକୁ ହେବ ଯେ - ଆମେ ତ ଆତ୍ମା ଅଟୁ, ସେଥିପାଇଁ ବାବା
କହୁଛନ୍ତି - ପିଲାମାନେ, ଦେହୀ-ଅଭିମାନୀ ହୁଅ, ନିଜକୁ ଆତ୍ମା ନିଶ୍ଚୟ କର । ତୁମେ ନିର୍ବାଣ ଦେଶରୁ
ଆସିଛ । ତୁମ ସବୁ ଆତ୍ମାମାନଙ୍କର ଘର ସେଠାରେ ରହିଛି । ତୁମେ ଅଭିନୟ କରିବାକୁ ଆସିଛ । ପ୍ରଥମେ
ପ୍ରଥମେ କିଏ ଆସୁଛନ୍ତି? ଏ କଥା ମଧ୍ୟ ତୁମ ବୁଦ୍ଧିରେ ଅଛି । ଦୁନିଆରେ ଏପରି କେହି ନାହାଁନ୍ତି
ଯାହାଙ୍କ ପାଖରେ ଏହି ଜ୍ଞାନ ଥିବ । ବର୍ତ୍ତମାନ ବାବା କହୁଛନ୍ତି ଶାସ୍ତ୍ର ଆଦି ଯାହା କିଛି
ପଢିଥିଲ ସେ ସବୁକୁ ଭୁଲିଯାଅ । ଶ୍ରୀକୃଷ୍ଣଙ୍କ ମହିମା, ଅନ୍ୟ କାହାର ମହିମା କେତେ କରୁଛନ୍ତି ।
ଗାନ୍ଧୀଙ୍କର ମଧ୍ୟ କେତେ ମହିମା କରୁଛନ୍ତି । ଯେପରିକି ସେ ରାମରାଜ୍ୟ ସ୍ଥାପନ କରିଯାଇଛନ୍ତି ।
କିନ୍ତୁ ଶିବ ଭଗବାନୁବାଚ - ଆଦି ସନାତନ ଦେବୀ-ଦେବତା ଧର୍ମର ରାଜା-ରାଣୀଙ୍କ ରାଜ୍ୟର ଯେଉଁ କାଇଦା
ଥିଲା, ବାବା ରାଜଯୋଗ ଶିଖାଇ ସେହିଭଳି ରାଜା-ରାଣୀ କରାଇଥିଲେ, ସେହି ଈଶ୍ୱରୀୟ ନୀତି-ପ୍ରଥାକୁ
ମଧ୍ୟ ଭାଙ୍ଗି ଦେଲେ । କହିଲେ ରାଜତ୍ୱ ଦରକାର ନାହିଁ । ଆମକୁ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ
ଦରକାର । ଏବେ ତାର କ’ଣ ଅବସ୍ଥା ହେଲା! ଦୁଃଖ ହିଁ ଦୁଃଖ ପାଉଛନ୍ତି, ଲଢେଇ-ଝଗଡା କରୁଛନ୍ତି ।
ଅନେକ ମତ ହୋଇଗଲାଣି । ଏବେ ତୁମେ ପିଲାମାନେ ଶ୍ରୀମତ ଆଧାରରେ ରାଜ୍ୟ ନେଉଛ । ତୁମ ପାଖରେ ଏତେ
ଶକ୍ତି ରହୁଛି ଯେ ସେଠାରେ ସୈନ୍ୟବାହିନୀ ଆଦିର ଆବଶ୍ୟକତା ପଡିବ ନାହିଁ । ଭୟର କୌଣସି କଥା ନାହିଁ
। ଏହି ଲକ୍ଷ୍ମୀ-ନାରାୟଣଙ୍କର ଅଦ୍ୱୈତ ରାଜ୍ୟ ଥିଲା । ଦୁଇପକ୍ଷ ହିଁ ନ ଥିଲା ଯଦ୍ୱାରା ତାଳି
ବାଜିବ । ତାକୁ କୁହାଯାଉଥିଲା - ଅଦ୍ୱୈତ ରାଜ୍ୟ । ତୁମ ପିଲାମାନଙ୍କୁ ବାବା ଦେବତା କରାଉଛନ୍ତି ।
ପୁଣି ଦୈତରୁ ରାବଣ ଦ୍ୱାରା ଅସୁର ହୋଇଯାଉଛନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଆମେ ଭାରତବାସୀ
ସାରା ବିଶ୍ୱର ମାଲିକ ଥିଲୁ । ତୁମକୁ ବିଶ୍ୱର ରାଜ୍ୟ କେବଳ ୟାଦର ବଳ ଦ୍ୱାରା ମିଳିଥିଲା । ଏବେ
ସେହି ରାଜ୍ୟ ପୁନର୍ବାର ମିଳୁଛି । କଳ୍ପ-କଳ୍ପ ସେହି ରାଜ୍ୟ ଭାଗ୍ୟ, କେବଳ ୟାଦର ବଳ ଦ୍ୱାରା
ମିଳୁଛି । ପାଠପଢାରେ ମଧ୍ୟ ବଳ ଅଛି । ଯେପରି ବାରିଷ୍ଟର ହେଉଛନ୍ତି ତେବେ ତାହା ମଧ୍ୟ ବଳ ଅଟେ ନା
। ତାହା ହେଉଛି ପଇସାକର ବଳ । ତୁମେ ଯୋଗବଳ ଦ୍ୱାରା ବିଶ୍ୱ ଉପରେ ରାଜତ୍ୱ କରୁଛ । ସର୍ବଶକ୍ତିମାନ
ବାବାଙ୍କଠାରୁ ବଳ ମିଳୁଛି । ତୁମେ କହୁଛ - ବାବା, ଆମେ କଳ୍ପ-କଳ୍ପ ଆପଣଙ୍କଠାରୁ ସତ୍ୟଯୁଗର
ସ୍ୱରାଜ୍ୟ ନେଉଛୁ ପୁଣି ହରାଉଛୁ, ପୁଣି ନେଉଛୁ । ତୁମକୁ ଏବେ ପୂରା ଜ୍ଞାନ ମିଳିଛି । ଏବେ ଆମେ
ଶ୍ରୀମତ ମାଧ୍ୟମରେ ଶ୍ରେଷ୍ଠ ବିଶ୍ୱର ରାଜ୍ୟ ନେଉଛୁ । ବିଶ୍ୱ ମଧ୍ୟ ଶ୍ରେଷ୍ଠ ହୋଇଯାଉଛି । ଏହି
ରଚୟିତା ଏବଂ ରଚନାର ଜ୍ଞାନ ତୁମକୁ ବର୍ତ୍ତମାନ ମିଳୁଛି । ଏହି ଲକ୍ଷ୍ମୀ-ନାରାୟଣଙ୍କ ପାଖରେ ମଧ୍ୟ
ଏହି ଜ୍ଞାନ ନ ଥିବ ଯେ ଆମେ ଏହି ରାଜତ୍ୱ କିପରି ନେଇଛୁ! ଏଠାରେ ତୁମେ ପଢୁଛ ପୁଣି ଯାଇ ରାଜତ୍ୱ
କରିବ । କେହି ଭଲ ଧନୀ ଘରେ ଜନ୍ମ ନେଲେ କୁହାଯାଏ ନା ଇଏ ପୂର୍ବ ଜନ୍ମରେ ନିଶ୍ଚିତ ଭଲ କର୍ମ
କରିଛନ୍ତି, ଦାନ-ପୁଣ୍ୟ କରିଛନ୍ତି । ଯେପରି କର୍ମ ସେହିପରି ଜନ୍ମ ମିଳିଥାଏ । ବର୍ତ୍ତମାନ ତ ଏହା
ହେଉଛି ରାବଣ ରାଜ୍ୟ । ଏଠାରେ ଯାହା ବି କର୍ମ କରୁଛନ୍ତି ତାହା ବିକର୍ମ ହୋଇଯାଉଛି । ସିଡିରେ ତଳକୁ
ଓହ୍ଲାଇବାକୁ ହିଁ ହେବ । ଉଚ୍ଚରୁ ଉଚ୍ଚ ଦେବୀ-ଦେବତା ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ସିଡିରେ ତଳକୁ
ଓହ୍ଲାଇବାକୁ ପଡିବ । ଆତ୍ମାକୁ ସତ୍ତ୍ୱ, ରଜଃ, ତମଃରେ ଆସିବାକୁ ହେବ । ପ୍ରତ୍ୟେକ ଜିନିଷ ନୂଆରୁ
ପୁଣି ପୁରୁଣା ହୋଇଥାଏ, ତେଣୁ ଏବେ ତୁମ ପିଲାମାନଙ୍କର ଅସରନ୍ତି ଖୁସି ରହିବା ଦରକାର । ତୁମର
ସଂକଳ୍ପ ବା ସ୍ୱପ୍ନରେ ମଧ୍ୟ ନ ଥିଲା ଯେ ଆମେ ବିଶ୍ୱର ମାଲିକ ହେବୁ ।
ଭାରତବାସୀ ଜାଣିଛନ୍ତି
ଯେ ଏହି ଲକ୍ଷ୍ମୀ-ନାରାୟଣଙ୍କର ସାରା ବିଶ୍ୱ ଉପରେ ରାଜ୍ୟ ଥିଲା । ପୂଜ୍ୟ ଥିଲେ ପୁଣି ପୂଜାରୀ
ହୋଇଛନ୍ତି । ଗାୟନ ମଧ୍ୟ ରହିଛି ନିଜେ ପୂଜ୍ୟ, ନିଜେ ପୂଜାରୀ । ଏବେ ତୁମ ବୁଦ୍ଧିରେ ଏହା ରହିବା
ଉଚିତ୍ । ଏହି ନାଟକ ତ ବହୁତ ଆଶ୍ଚର୍ଯ୍ୟଜନକ । କିପରି ଆମେ ୮୪ ଜନ୍ମ ନେଉଛୁ, ତାକୁ କେହି ହେଲେ
ଜାଣିନାହାଁନ୍ତି । ଶାସ୍ତ୍ରରେ ୮୪ ଲକ୍ଷ ଜନ୍ମ ଲେଖି ଦେଇଛନ୍ତି । ବାବା କହୁଛନ୍ତି ଏ ସବୁ ଭକ୍ତି
ମାର୍ଗର କାହାଣୀ ଅଟେ । ରାବଣ ରାଜ୍ୟ ଅଟେ ନା । ରାମରାଜ୍ୟ ଏବଂ ରାବଣ ରାଜ୍ୟ କିପରି ହୋଇଥାଏ, ଏ
କଥା ତୁମ ପିଲାମାନଙ୍କ ବ୍ୟତୀତ ଅନ୍ୟ କାହାରି ବୁଦ୍ଧିରେ ନାହିଁ । ରାବଣକୁ ପ୍ରତ୍ୟେକ ବର୍ଷ
ଜଳାଉଛନ୍ତି, ତେଣୁ ଶତ୍ରୁ ଅଟେ ନା । ୫ ବିକାର ମନୁଷ୍ୟର ଶତ୍ରୁ ଅଟେ । ରାବଣ କିଏ, କାହିଁକି
ଜଳାଉଛନ୍ତି - ଏ କଥା କେହି ବି ଜାଣିନାହାଁନ୍ତି । ଯେଉଁମାନେ ନିଜକୁ ସଂଗମଯୁଗୀ ବୋଲି ଭାବୁଛନ୍ତି,
ତାଙ୍କର ସ୍ମୃତିରେ ରହୁଛି ଯେ ଏବେ ଆମେ ପୁରୁଷୋତ୍ତମ ହେଉଛୁ । ଭଗବାନ ଆମକୁ ରାଜଯୋଗ ଶିଖାଇ ନରରୁ
ନାରାୟଣ, ଭ୍ରଷ୍ଟାଚାରୀରୁ ଶ୍ରେଷ୍ଠାଚାରୀ କରାଉଛନ୍ତି । ତୁମେ ପିଲାମାନେ ଜାଣିଛ ଆମକୁ
ସର୍ବୋଚ୍ଚ ନିରାକାର ଭଗବାନ ପଢାଉଛନ୍ତି । କେତେ ଖୁସି ହେବା ଉଚିତ୍ । ସ୍କୁଲରେ ଛାତ୍ରମାନଙ୍କ
ବୁଦ୍ଧିରେ ରହିଥାଏ ନା - ଆମେ ଛାତ୍ର ଅଟୁ । ସେମାନେ ତ ଭୌତିକ ପାଠ ପଢାଉଥିବା ସାଧାରଣ ଶିକ୍ଷକ
ଅଟନ୍ତି । ଏଠାରେ ତ ତୁମକୁ ଭଗବାନ ପଢାଉଛନ୍ତି । ଯଦି ପାଠପଢା ଦ୍ୱାରା ଏତେ ଉଚ୍ଚ ପଦ ମିଳୁଛି
ତେବେ କେତେ ଭଲ ଭାବରେ ପଢିବା ଦରକାର । ଏହି ପାଠପଢା ବହୁତ ସହଜ, କେବଳ ସକାଳୁ ଅଧଘଣ୍ଟା ବା ୪୫
ମିନିଟ୍ ପଢିବାକୁ ହେବ । ସାରା ଦିନ ଧନ୍ଦା ଆଦିରେ ବାବାଙ୍କୁ ମନେ ପକାଇବାକୁ ଭୁଲିଯାଉଛ ସେଥିପାଇଁ
ଏଠାରେ ସକାଳେ ଆସି ୟାଦରେ ବସୁଛ । କୁହାଯାଏ ବାବାଙ୍କୁ ବହୁତ ସ୍ନେହରେ ୟାଦ କର - ବାବା, ଆପଣ
ଆମକୁ ପଢାଇବାକୁ ଆସିଛନ୍ତି, ଏବେ ଆମେ ଜାଣୁଛୁ ଯେ ଆପଣ ୫ ହଜାର ବର୍ଷ ପରେ ଆସି ପଢାଉଛନ୍ତି ।
ବାବାଙ୍କ ପାଖକୁ ପିଲାମାନେ ଆସିଲେ ବାବା ପଚାରନ୍ତି ପୂର୍ବରୁ କେବେ ମିଶିଥିଲ? ଏପରି ପ୍ରଶ୍ନ
କୌଣସି ସାଧୁ-ସନ୍ଥ ଆଦି ପଚାରି ପାରିବେ ନାହିଁ । ଦୁନିଆରେ ହେଉଥିବା ସତ୍ସଙ୍ଗରେ ତ ଯିଏ ଚାହିଁବେ
ଯାଇ ବସିପାରିବେ । ବହୁତଙ୍କୁ ଯିବାର ଦେଖି ଅନ୍ୟମାନେ ମଧ୍ୟ ଭିତରକୁ ଆସିଯାଇଥାନ୍ତି । ତୁମେ
ମଧ୍ୟ ଏବେ ବୁଝୁଛ - ଆମେ ଗୀତା, ରାମାୟଣ ଆଦି କେତେ ଖୁସିରେ ଯାଇ ଶୁଣୁଥିଲେ । କିଛି ହେଲେ
ବୁଝିପାରୁ ନ ଥିଲେ । ସେ ସବୁ ଭକ୍ତିର ହିଁ ଖୁସି ଅଟେ । ବହୁତ ଖୁସିରେ ନାଚିଥା’ନ୍ତି । କିନ୍ତୁ
ତଥାପି ତଳକୁ ଓହ୍ଲାଇଥାନ୍ତି । ଭିନ୍ନ-ଭିନ୍ନ ପ୍ରକାରର ହଠଯୋଗ ଆଦି କରିଥାନ୍ତି । ସୁସ୍ଥ ରହିବା
ପାଇଁ ହିଁ ସବୁ କିଛି କରିଥା’ନ୍ତି । ତେଣୁ ବାବା ବୁଝାଉଛନ୍ତି, ଏସବୁ ଭକ୍ତମାର୍ଗର ନୀତି-ପ୍ରଥା
ଅଟେ । ରଚୟିତା ପରମାତ୍ମା ଏବଂ ରଚନା ସୃଷ୍ଟି ନାଟକକୁ କେହି ବି ଜାଣିନାହାଁନ୍ତି । ତେବେ ବାକି
କ’ଣ ଜାଣିଲେ । ରଚୟିତା ରଚନାକୁ ଜାଣିବା ଦ୍ୱାରା ତୁମେ କ’ଣ ହେଉଛ ଏବଂ ନ ଜାଣିବା ଦ୍ୱାରା ତୁମେ
କ’ଣ ହୋଇଯାଇଛ? ତୁମେ ଜାଣିବା ଦ୍ୱାରା ସମୃଦ୍ଧିଶାଳୀ ଧନବାନ ହୋଇଯାଉଛ । ନ ଜାଣିବା ଦ୍ୱାରା ସେହି
ଭାରତବାସୀ କାଙ୍ଗାଳ ହୋଇଯାଇଛନ୍ତି । ବହୁତ କାହାଣୀ ରଚନା କରିଛନ୍ତି । କ’ଣ-କ’ଣ ଦୁନିଆରେ
ହୋଇଚାଲିଛି । କେତେ ପଇସା, ସୁନା ଆଦି ଲୁଟ କରୁଛନ୍ତି । ଏବେ ତୁମେ ପିଲାମାନେ ଜାଣୁଛ - ସେଠାରେ
ତ ଆମେ ସୁନାର ମହଲ ତିଆରି କରିବୁ । ବାରିଷ୍ଟରୀ ଆଦି ପଢିଲେ ମନରେ ରହିଥାଏ ନା - ଆମେ ଏହି
ପରୀକ୍ଷାରେ ପାସ୍ କରି ପୁଣି ଏହିପରି କରିବୁ, ଘର ତିଆରି କରିବୁ । ତୁମ ବୁଦ୍ଧିରେ କାହିଁକି
ଆସୁନାହିଁ ଯେ ଆମେ ସ୍ୱର୍ଗର ରାଜକୁମାର-କୁମାରୀ ହେବା ପାଇଁ ପଢୁଛୁ । କେତେ ଖୁସି ରହିବା ଉଚିତ୍
। କିନ୍ତୁ ବାହାରକୁ ଯିବା ଦ୍ୱାରା ହିଁ ଖୁସି ହଜିଯାଇଥାଏ । ଛୋଟ-ଛୋଟ କନ୍ୟାମାନେ ଏହି ଜ୍ଞାନ
ମାର୍ଗକୁ ଆସିଯାଉଛନ୍ତି । ସମ୍ବନ୍ଧୀ କିଛି ହେଲେ ବୁଝିପାରୁନାହାଁନ୍ତି, କହିଦେଉଛନ୍ତି ଏହା ଜାଦୁ
ଅଟେ । କହୁଛନ୍ତି ଆମେ ପଢିବାକୁ ଦେବୁ ନାହିଁ । ଏହି ଅବସ୍ଥାରେ ଯେ ପର୍ଯ୍ୟନ୍ତ ନାବାଳିକା ଅଛ,
ସେତେ ପର୍ଯ୍ୟନ୍ତ ମାତା-ପିତାଙ୍କର କଥା ମାନିବାକୁ ପଡିବ । ବାବା କହିବେ ନାବାଳିକାକୁ ଆମେ
ରଖିପାରିବୁ ନାହିଁ । ବହୁତ ଖୁଟ୍ପିଟ୍ ହେଉଛି, ଆରମ୍ଭରୁ କେତେ ଖିଟ୍ପିଟ୍ ହୋଇଥିଲା । କନ୍ୟା
କହୁଛି ମୋତେ ୧୮ ବର୍ଷ, ବାପ କହୁଛି ନା, ୧୬ ବର୍ଷ, ନାବାଳିକା ଅଟେ, ଝଗଡା କରି ଧରି ନେଇଯାଉଥିଲେ
। ନାବାଳିକାକୁ ଲୌକିକ ପିତାଙ୍କ ହୁକୁମରେ ଚାଲିବାକୁ ହେବ । ସାବାଳକ/ସାବାଳିକା ହେଲେ ଯାହା ଇଚ୍ଛା
ତାହା କରିପାରିବ । କାଇଦା ମଧ୍ୟ ଅଛି ନା । ବାବା କହୁଛନ୍ତି ତୁମେ ଯେବେ ବାବାଙ୍କ ପାଖକୁ ଆସୁଛ,
ତେବେ ନିୟମ ଅଛି ଯେ ନିଜର ଲୌକିକ ପିତାଙ୍କଠାରୁ ଚିଠି ନେଇଆସ । ପୁଣି ମ୍ୟାନର୍ସ ଅର୍ଥାତ୍ ଆଚରଣ
ମଧ୍ୟ ଦେଖିବାକୁ ହେବ । ମ୍ୟାନର୍ସ ଠିକ୍ ନ ଥିଲେ ତ ଘରକୁ ଫେରି ଯିବାକୁ ପଡିବ । ଖେଳରେ ମଧ୍ୟ
ଏହିପରି ହୋଇଥାଏ । ଠିକ୍ ଭାବରେ ନ ଖେଳିଲେ ତାଙ୍କୁ ଟିମ୍ରୁ ବାହାରି ଯିବା ପାଇଁ କହିଥା’ନ୍ତି ।
ଇଜ୍ଜତ ହରାଇଥାନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଯେ ଆମେ ଯୁଦ୍ଧ ଭୂମିରେ ଅଛୁ । କଳ୍ପ-କଳ୍ପ
ବାବା ଆସି ଆମକୁ ମାୟା ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ମୂଳ କଥା ହେଲା ପବିତ୍ର ହେବା ।
ବିକାର ଦ୍ୱାରା ପତିତ ହୋଇଛନ୍ତି । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ଏହା ଆଦି-ମଧ୍ୟ-ଅନ୍ତ
ଦୁଃଖ ଦେଇଥାଏ । ଯେଉଁମାନେ ବ୍ରାହ୍ମଣ ହେବେ ସେମାନେ ପୁଣି ଦେବୀ-ଦେବତା ଧର୍ମରେ ଆସିବେ ।
ବ୍ରାହ୍ମଣମାନଙ୍କ ମଧ୍ୟରେ ମଧ୍ୟ କ୍ରମାନୁସାରେ ରହିଥାନ୍ତି । ଶମା (ଜ୍ୟୋତି) ନିକଟକୁ ପତଙ୍ଗ
ଆସିଥା’ନ୍ତି । କେହି ତ ଜଳି କରି ମରିଯାଇଥାନ୍ତି, କେହି ପୁଣି ଚାରିପଟେ ଘୂରି ଘୂରି
ଚାଲିଯାଇଥାନ୍ତି । ଏଠାକୁ ମଧ୍ୟ ଆସୁଛନ୍ତି, କେହି ତ ଏକଦମ୍ ସମର୍ପଣ ହୋଇଯାଉଛନ୍ତି, କେହି ଶୁଣି
ସାରି ପୁଣି ଚାଲିଯାଉଛନ୍ତି । ଆଗରୁ ତ ରକ୍ତରେ ମଧ୍ୟ ଲେଖିକରି ଦେଉଥିଲେ -ବାବା, ଆମେ ଆପଣଙ୍କର
ଅଟୁ । ପୁଣି ବି ମାୟା ହରାଇ ଦେଉଛି । ଏତେ ଜୋରରେ ମାୟା ସହିତ ଯୁଦ୍ଧ ଚାଲୁଛି, ଏହାକୁ ହିଁ
ଯୁଦ୍ଧସ୍ଥଳ କୁହାଯାଉଛି । ଏ କଥା ମଧ୍ୟ ତୁମେ ବୁଝିପାରୁଛ । ପରମପିତା ପରମାତ୍ମା ବ୍ରହ୍ମାଙ୍କ
ଦ୍ୱାରା ସବୁ ବେଦ-ଶାସ୍ତ୍ରର ସାର ବୁଝାଉଛନ୍ତି । ଚିତ୍ର ତ ଢେର ତିଆରି କରି ଦେଇଛନ୍ତି ନା । ଏହି
ସମୟରେ ନାରଦଙ୍କର ମଧ୍ୟ ଉଦାହରଣ ରହିଛି । ସମସ୍ତେ କହୁଛନ୍ତି - ଆମେ ଲକ୍ଷ୍ମୀ ଅଥବା ନାରାୟଣ ହେବୁ
। ବାବା କହୁଛନ୍ତି ନିଜକୁ ଦେଖ ଆମେ ଯୋଗ୍ୟ ଅଟୁ? ଆମ ପାଖରେ କୌଣସି ବିକାର ନାହିଁ ତ? ନାରଦଙ୍କ
ଭଳି ଭକ୍ତ ତ ସମସ୍ତେ ଅଟନ୍ତି ନା । ଏହିପରି ଏକ ଉଦାହରଣ ଲେଖି ଦିଆଯାଇଛି ।
ଭକ୍ତିମାର୍ଗରେ କହୁଛନ୍ତି
ଆମେ ଶ୍ରୀ ଲକ୍ଷ୍ମୀଙ୍କୁ ବରଣ କରିପାରିବୁ? ବାବା କହୁଛନ୍ତି ନାଁ, ଯେବେ ଜ୍ଞାନ ଶୁଣିବ ତେବେ ସଦ୍ଗତି
ପ୍ରାପ୍ତ କରିପାରିବ । ମୁଁ ପତିତ-ପାବନ ହିଁ ସମସ୍ତଙ୍କର ସଦ୍ଗତି କରୁଛି । ଏବେ ତୁମେ ବୁଝୁଛ
ବାବା ଆମକୁ ରାବଣ ରାଜ୍ୟରୁ ମୁକ୍ତ କରୁଛନ୍ତି । ତାହା ହେଲା ଶାରୀରିକ ଯାତ୍ରା । ଭଗବାନୁବାଚ -
ମନମନାଭବ । ବାସ୍, ଏଥିରେ ଧକ୍କା ଖାଇବାର କୌଣସି କଥା ନାହିଁ । ସେ ସବୁ ହେଉଛି ଭକ୍ତିମାର୍ଗର
ଧକ୍କା । ଅଧାକଳ୍ପ ବ୍ରହ୍ମାଙ୍କର ଦିନ, ଅଧାକଳ୍ପ ହେଉଛି ବ୍ରହ୍ମାଙ୍କର ରାତି । ତୁମେ ଜାଣିଛ ଆମ
ସମସ୍ତ ବି.କେ.ମାନଙ୍କର ଏବେ ଅଧାକଳ୍ପ ଦିନ ହେବ । ଆମେ ସୁଖଧାମ ଯିବୁ । ସେଠାରେ ଭକ୍ତି ରହିବ
ନାହିଁ । ଏବେ ତୁମେ ପିଲାମାନେ ଜାଣୁଛ ଆମେ ସମସ୍ତଙ୍କଠାରୁ ସାହୁକାର ହେଉଛୁ, ତେଣୁ କେତେ ଖୁସି
ହେବା ଉଚିତ୍ । ତୁମେ ସମସ୍ତେ ପୂର୍ବରୁ ମାଙ୍କଡା ପଥର ଥିଲ, ଏବେ ବାବା ମେସିନ୍ ଧାର ଉପରେ
ଚଢାଉଛନ୍ତି । ବାବା ରତ୍ନର ବ୍ୟାପାରୀ ମଧ୍ୟ ଅଟନ୍ତି ନା । ଡ୍ରାମା ଅନୁସାରେ ବାବା ଅନୁଭବୀ ରଥ
ମଧ୍ୟ ନେଇଛନ୍ତି । ଗାୟନ ମଧ୍ୟ ରହିଛି ଗାଁର ପିଲା । କୃଷ୍ଣ ଗାଁର ପିଲା କିପରି ହୋଇପାରିବେ । ସେ
ତ ସତ୍ୟଯୁଗରେ ଥିଲେ । ତାଙ୍କୁ ତ ଝୁଲାରେ ଝୁଲାଉଥିଲେ । ମୁକୁଟ ପିନ୍ଧାଉଥିଲେ ପୁଣି ସିଏ ଗାଁର
ପିଲା ବୋଲି କାହିଁକି କହୁଛନ୍ତି? ଗାଁର ପିଲା ଶ୍ୟାମଳ ହୋଇଥାଆନ୍ତି । ଏବେ ସୁନ୍ଦର ହେବାକୁ ଆସିଛ
। ବାବା ଜ୍ଞାନର ଧାରରେ ଚଢାଉଛନ୍ତି ନା । ଏହି ସତ୍ର ସଙ୍ଗ କଳ୍ପ-କଳ୍ପ, କଳ୍ପରେ ଥରେ ମାତ୍ର
ମିଳୁଛି । ବାକି ସବୁ ମିଥ୍ୟାର ସଙ୍ଗ, ସେଥିପାଇଁ ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ....
ଏପରି କଥା ଶୁଣ ନାହିଁ ଯେଉଁଠାରେ ମୋର ଏବଂ ତୁମର ଗ୍ଲାନି କରିଚାଲିଛନ୍ତି ।
ଯେଉଁ କୁମାରୀମାନେ
ଜ୍ଞାନରେ ଆସୁଛନ୍ତି ସେମାନେ ତ କହିପାରିବେ ଯେ ଆମର ବାପ ସମ୍ପତ୍ତିରେ ଭାଗ ଅଛି । କାହିଁକି ଆମେ
ଭାରତର ସେବା ଅର୍ଥେ ସେହି ସମ୍ପତ୍ତିରେ ସେଣ୍ଟର ନ ଖୋଲିବୁ । କନ୍ୟାଦାନ ତ ଦେବାକୁ ହିଁ ହେବ ।
ତେଣୁ ଆମକୁ ଆମ ଭାଗ ଦେଲେ ଆମେ ସେଣ୍ଟର ଖୋଲିବୁ । ଏହା ଦ୍ୱାରା ଅନେକଙ୍କର କଲ୍ୟାଣ ହେବ । ଏହିପରି
ଯୁକ୍ତି ରଚନା କରିବା ଉଚିତ୍ । ଏହା ତୁମର ଈଶ୍ୱରୀୟ ମିଶନ ଅଟେ । ତୁମେ ପଥରବୁଦ୍ଧିକୁ ପାରସବୁଦ୍ଧି
କରାଉଛ । ଯେଉଁମାନେ ଆମ ଧର୍ମର ହୋଇଥିବେ ସେମାନେ ଆସିବେ । ଗୋଟିଏ ଘରୁ ଯିଏ ଦେବୀ-ଦେବତା ଧର୍ମର
ଫୁଲ ବା ଆତ୍ମା ହୋଇଥିବେ ସେ ବାହାରି ଆସିବେ । ବାକି ସମସ୍ତେ ଆସିବେ ନାହିଁ । ମେହନତ ଲାଗୁଛି ନା
। ବାବା ସବୁ ଆତ୍ମାମାନଙ୍କୁ ପବିତ୍ର କରାଇ ସମସ୍ତଙ୍କୁ ସାଥିରେ ନେଇଯିବେ ସେଥିପାଇଁ ବାବା
ବୁଝାଇଥିଲେ - ସଂଗମର ଚିତ୍ର ସମ୍ବନ୍ଧରେ ବୁଝାଅ । ଏପଟେ କଳିଯୁଗ, ସେପଟେ ସତ୍ୟଯୁଗ ରହିଛି ।
ସତ୍ୟଯୁଗରେ ଦେବତା, କଳିଯୁଗରେ ଅସୁରମାନେ ଅଛନ୍ତି । ଏହାକୁ ପୁରୁଷୋତ୍ତମ ସଂଗମଯୁଗ କୁହାଯାଉଛି ।
ବାବା ହିଁ ପୁରୁଷୋତ୍ତମ କରାଉଛନ୍ତି । ଯିଏ ପଢିବେ ସେ ସତ୍ୟଯୁଗକୁ ଯିବେ । ବାକି ସମସ୍ତେ
ମୁକ୍ତିଧାମକୁ ଚାଲିଯିବେ । ପୁଣି ନିଜ ନିଜର ସମୟରେ ଆସିବେ । ଏହି ଗୋଲକ (ସୃଷ୍ଟିଚକ୍ର) ଚିତ୍ର
ବହୁତ ଭଲ ଅଟେ । ପିଲାମାନଙ୍କର ସେବାର ସଉକ ରହିବା ଉଚିତ୍ ଯେ ଆମେ ଏହିପରି ସେବା କରି,
ଗରୀବମାନଙ୍କୁ ଉଦ୍ଧାର କରି ତାଙ୍କୁ ସ୍ୱର୍ଗର ମାଲିକ କରାଇବୁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜକୁ ନିଜେ
ଦେଖିବାକୁ ହେବ ଯେ ମୁଁ ଶ୍ରୀ-ଲକ୍ଷ୍ମୀ, ଶ୍ରୀ-ନାରାୟଣଙ୍କ ଭଳି ହୋଇପାରିବି? ମୋ ଭିତରେ କୌଣସି
ବିକାର ନାହିଁ ତ? ମୁଁ ଚକ୍ର ଲଗାଉଥିବା ପତଙ୍ଗ ନା ଅଗ୍ନିରେ ଝାସ ଦେଉଥିବା ପତଙ୍ଗ? ମୋର ଆଚରଣ
ଏଭଳି ତ ନୁହେଁ ଯାହା ଦ୍ୱାରା ବାବାଙ୍କର ସମ୍ମାନ ହାନି ହେବ ।
(୨) ଅସରନ୍ତି ଖୁସିରେ
ରହିବା ପାଇଁ - ସକାଳୁ-ସକାଳୁ ଉଠି ସ୍ନେହର ସହିତ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଈଶ୍ୱରୀୟ
ପାଠ ପଢିବାକୁ ହେବ । ଭଗବାନ ଆମକୁ ପାଠ ପଢାଇ ପୁରୁଷୋତ୍ତମ କରୁଛନ୍ତି, ମୁଁ ସଂଗମଯୁଗୀ ବ୍ରାହ୍ମଣ
ଅଟେ, ଏହି ନିଶାରେ ରହିବାକୁ ହେବ ।
ବରଦାନ:-
ସର୍ବଗୁଣର
ଅନୁଭବ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ଅନୁଭବୀ ମୂରତ ହୁଅ ।
ବାବାଙ୍କର ଯେଉଁ ସବୁ
ଗୁଣର ଗାୟନ କରୁଛ, ସେହିଗୁଣ ଗୁଡିକର ଅନୁଭବୀ ହୁଅ, ଯେପରି ବାବା ଆନନ୍ଦର ସାଗର ଅଟନ୍ତି ତୁମେମାନେ
ମଧ୍ୟ ସର୍ବଦା ଆନନ୍ଦର ସାଗରରେ ବୁଡ ପକାଉଥାଅ । ଯିଏ ବି ତୁମମାନଙ୍କ ସମ୍ବନ୍ଧ-ସର୍ମ୍ପକରେ
ଆସୁଛନ୍ତି ତାଙ୍କୁ ଆନନ୍ଦ, ପ୍ରେମ, ସୁଖ ଇତ୍ୟାଦି ଗୁଣର ଅନୁଭୂତି କରାଅ । ଏହିଭଳି ଯଦି
ସର୍ବଗୁଣର ଅନୁଭବୀ ମୂରତ ହୋଇଯିବ, ତେବେ ତୁମମାନଙ୍କ ଦ୍ୱାରା ବାବାଙ୍କର ସ୍ୱରୂପର ପ୍ରତ୍ୟକ୍ଷତା
ହୋଇଯିବ କାହିଁକି ନା ତୁମେ ମହାନ ଆତ୍ମାମାନେ ହିଁ ନିଜର ଅନୁଭବୀ ମୂରତ ଚେହେରା ଦ୍ୱାରା ପରମ
ଆତ୍ମାଙ୍କୁ ପ୍ରତ୍ୟକ୍ଷ କରିପାରିବ ।
ସ୍ଲୋଗାନ:-
କାରଣକୁ
ନିବାରଣରେ ପରିବର୍ତ୍ତନ କରି ଅଶୁଭ କଥାକୁ ମଧ୍ୟ ଶୁଭ ହିସାବରେ ଗ୍ରହଣ କର ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ବ୍ରାହ୍ମଣମାନଙ୍କର
ଜୀବନର ବା ବଞ୍ଚିବାର ଆଧାର ହିଁ ପବିତ୍ରତା ଅଟେ । ଆଦି-ଅନାଦି ସ୍ୱରୂପ ହିଁ ପବିତ୍ରତା ଅଟେ ।
ଯେବେକି ତୁମର ସ୍ମୃତି ଆସିଗଲା ଯେ ମୁଁ ଆଦି-ଅନାଦି ପବିତ୍ର ଆତ୍ମା ଅଟେ । ତେଣୁ ସ୍ମୃତି ଆସିବା
ଅର୍ଥ ପବିତ୍ରତାର ସମର୍ଥୀ ଆସିଯିବା । କାରଣ ସ୍ମୃତି ସ୍ୱରୂପ ସମର୍ଥ ସ୍ୱରୂପ ଆତ୍ମାମାନଙ୍କର
ବ୍ୟକ୍ତିଗତ ସଂସ୍କାର ପବିତ୍ରତା ଅଟେ । ତେଣୁ ନିଜର ବ୍ୟକ୍ତିଗତ ସଂସ୍କାରକୁ ଜାଗ୍ରତ କରି
ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।