08.07.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ବାବାଙ୍କ ଭଳି ଅପକାରୀମାନଙ୍କର ମଧ୍ୟ ଉପକାର କରିବା ଶିଖ, ନିନ୍ଦୁକକୁ ମଧ୍ୟ ନିଜର ମିତ୍ର କରିଦିଅ ।

ପ୍ରଶ୍ନ:-
ବାବାଙ୍କର କେଉଁ ଦୃଷ୍ଟି ସ୍ଥାୟୀ ଭାବରେ ରହିଥାଏ? ତୁମକୁ ମଧ୍ୟ ସମସ୍ତଙ୍କ ପ୍ରତି କେଉଁ ଦୃଷ୍ଟିକୁ ସ୍ଥାୟୀ କରିବାକୁ ହେବ?

ଉତ୍ତର:-
ବାବାଙ୍କର ଏହି ଦୃଷ୍ଟି ସ୍ଥାୟୀ ଭାବରେ ରହିଥାଏ ଯେ ଦୁନିଆରେ ଯେତେ ବି ଆତ୍ମାମାନେ ଅଛନ୍ତି ସମସ୍ତେ ମୋର ସନ୍ତାନ ସେଥିପାଇଁ ବଚ୍ଚେ-ବଚ୍ଚେ ବୋଲି କହୁଛନ୍ତି କିନ୍ତୁ ତୁମେମାନେ କେବେହେଲେ କାହାକୁ ବଚ୍ଚେ-ବଚ୍ଚେ ବୋଲି କହିପାରିବ ନାହିଁ । ତୁମକୁ ଏହି ଦୃଷ୍ଟିକୁ ପକ୍କା କରିବାକୁ ହେବ ଯେ ଇଏ ଆତ୍ମା ମୋର ଭାଇ ଅଟେ । ଭାଇକୁ ଦେଖ, ଭାଇ ସହିତ କଥାବାର୍ତ୍ତା କର, ଏହା ଦ୍ୱାରା ଆତ୍ମିକ ସ୍ନେହ ଜାଗ୍ରତ ରହିବ । ବିକାରୀ ବିଚାର ସମାପ୍ତ ହୋଇଯିବ । ନିନ୍ଦା କରୁଥିବା ବ୍ୟକ୍ତି ମଧ୍ୟ ମିତ୍ର ହୋଇଯିବ ।

ଓମ୍ ଶାନ୍ତି ।
ଆତ୍ମାର ପିତା ବୁଝାଉଛନ୍ତି । ଆତ୍ମାର ପିତାଙ୍କ ନାମ କଣ ? ନିଶ୍ଚିତ ରୂପେ ଶିବ ହିଁ କୁହାଯିବ । ସେ ସମସ୍ତଙ୍କର ଆତ୍ମିକ ପିତା, ତାଙ୍କୁ ହିଁ ଭଗବାନ କୁହାଯାଏ । ତୁମେମାନେ ମଧ୍ୟ କ୍ରମାନୁଯାୟୀ ଏହି କଥାକୁ ବୁଝୁଛ । ଆକାଶବାଣୀ ବୋଲି ମଧ୍ୟ କୁହାଯାଇଥାଏ, ତେବେ ଆକାଶବାଣୀ କାହାର ? ଶିବବାବାଙ୍କର । ଏହି ମୁଖକୁ ଆକାଶ ତତ୍ତ୍ୱ କୁହାଯାଉଛି । ମୁଖ ମଧ୍ୟରେ ଥିବା ଖାଲି ସ୍ଥାନ ଦ୍ୱାରା ହିଁ ଶବ୍ଦ ସୃଷ୍ଟି ହେଉଛି ଯାହାକୁ ଆକାଶତତ୍ତ୍ୱ କୁହାଯାଉଛି । ମୁଖ ରୂପୀ ଆକାଶ ତତ୍ତ୍ୱରୁ ବାଣୀ ତ ପ୍ରତ୍ୟେକ ମନୁଷ୍ୟଙ୍କର ଉଚ୍ଚାରଣ ହେଉଛି । ଯେଉଁ ସବୁ ଆତ୍ମାମାନେ ନିଜର ପିତାଙ୍କୁ ଭୁଲି ଯାଇଛନ୍ତି, ଅନେକ ପ୍ରକାରର ମହିମା କରି ଚାଲିଛନ୍ତି କିନ୍ତୁ କିଛି ବି ଜାଣିନାହାଁନ୍ତି । ଏହି ଦୁଃଖ ଦୁନିଆରେ ହିଁ ତାଙ୍କର ମହିମା ଗାନ କରୁଛନ୍ତି, ସୁଖରେ ତ କେହିହେଲେ ମଧ୍ୟ ଶିବବାବାଙ୍କୁ ମନେ ପକାଉନାହାନ୍ତି । ସମସ୍ତ ମନକାମନା ସେଠାରେ ପୁରଣ ହୋଇଯାଇଥାଏ । ଏଠାରେ ତ ଅନେକ କାମନା ରହୁଛି । ବର୍ଷା ନ ହେଲେ ଯଜ୍ଞ କରିଥାନ୍ତି, କିନ୍ତୁ ଏଭଳି ନୁହେଁ ଯେ ଯଜ୍ଞ କରିବା ଦ୍ୱାରା ବର୍ଷା ହୋଇଥାଏ, ନା । କେଉଁଠାରେ ଯଜ୍ଞ କରିବା ସତ୍ତ୍ୱେ ମଧ୍ୟ ମରୁଡି ପଡିଥାଏ । ଯଜ୍ଞ କରିଲେ ମଧ୍ୟ କୌଣିସି ଫଳ ମିଳି ନ ଥାଏ । ଏହା ତ ଡ୍ରାମା ଅଟେ । ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ସବୁ ଆସିବା କଥା ତାହା ତ ଆସି ଚାଲିଛି । ଏହାଦ୍ୱାରା କେତେ ମନୁଷ୍ୟ କେତେ ପଶୁପକ୍ଷୀ ମୃତ୍ୟୁବରଣ କରୁଛନ୍ତି । ମନୁଷ୍ୟମାନେ କେତେ ଦୁଃଖୀ ହେଉଛନ୍ତି । କଣ ବର୍ଷାକୁ ବନ୍ଦ କରିବାକୁ ମଧ୍ୟ ଯଜ୍ଞ ରହିଛି ? ଯେତେବେଳେ ଖୁବ୍ ଜୋରରେ ମୁଶଳ ଧାରାରେ ବର୍ଷା ହେବ କଣ ସେତେବେଳେ ଯଜ୍ଞ କରିବେ ? ଏ ସବୁ କଥାକୁ ଏବେ ତୁମେମାନେ ବୁଝୁଛ, ଅନ୍ୟମାନେ କଣ ବା ବୁଝିବେ ।

ବାବା ସ୍ୱଂୟ ବୁଝାଉଛନ୍ତି, ମନୁଷ୍ୟମାନେ ବାବାଙ୍କର ମହିମା ବି କରୁଛନ୍ତି ଏବଂ ଗାଳି ମଧ୍ୟ ଦେଉଛନ୍ତି । ଆଶ୍ଚର୍ଯ୍ୟର କଥା ନା, ବାବାଙ୍କର ଗ୍ଳାନି କରିବା କେବେଠାରୁ ଆରମ୍ଭ ହେଲା ? ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହେଲା । ଈଶ୍ୱରଙ୍କୁ ସର୍ବବ୍ୟାପୀ କହି ସବୁଠାରୁ ଅଧିକ ଗ୍ଳାନି କରିଛନ୍ତି । ଏହା ଦ୍ୱାରା ହିଁ ଅଧୋଗତି ହେଲା । ଗାୟନ ମଧ୍ୟ ରହିଛି - ନିନ୍ଦା ହମାରି ଯୋ କରେ ମିତ୍ର ହମାରା ସୋ.... ତେବେ ସବୁଠାରୁ ଅଧିକ ଗ୍ଳାନୀ କିଏ କରିଛନ୍ତି ? ତୁମେ ପିଲାମାନେ । ତେଣୁ ଏବେ ପୁଣି ତୁମେ ହିଁ ମିତ୍ର ହେଉଛ । ସାରା ଦୁନିଆ ଗ୍ଳାନି କଲେ ମଧ୍ୟ ସବୁଠାରୁ ଅଧିକ ଗ୍ଳାନି ତୁମେ ପିଲାମାନେ ହିଁ କରିଛ । ପୁଣି ତୁମେ ହିଁ ମିତ୍ର ହେଉଛ । ତୁମେ ପିଲାମାନେ ହିଁ ସବୁଠାରୁ ନିକଟତ୍ତର ମିତ୍ର ଅଟ । ଅବିନାଶୀ ବାବା କହୁଛନ୍ତି, ତୁମେ ପିଲାମାନେ ହିଁ ମୋର ନିନ୍ଦା କରିଛ, ଅପକାରୀ ମଧ୍ୟ ତୁମେମାନେ ହୋଇଛ । ଡ୍ରାମା କିଭଳି ଭାବେ ତିଆରି ହୋଇଛି । ଏସବୁ ବିଚାର ସାଗର ମନ୍ଥନ କରିବାର କଥା । ବିଚାର ସାଗର ମନ୍ଥନର ଅନେକ ଅର୍ଥ ରହିଛି ଯାହାକୁ କେହି ବୁଝିପାରିବେ ନାହିଁ । ବାବା କହୁଛନ୍ତି ତୁମେ ମୋଠାରୁ ଶିକ୍ଷା ଗ୍ରହଣ କରି ନିଜର ଉପକାର କରୁଛ । ଗାୟନ ମଧ୍ୟ ରହିଛି ୟଦା ୟଦା ହି....ଏହା ଭାରତର ହିଁ କଥା ଅଟେ । ଖେଳ ଦେଖ କିଭଳି ତିଆରି ହୋଇଛି! ଶିବ ଜୟନ୍ତୀ ଅଥବା ଶିବରାତ୍ରୀ ମଧ୍ୟ ପାଳନ କରୁଛନ୍ତି । ବାସ୍ତବରେ ଅବତାର ମଧ୍ୟ ଥରେ ମାତ୍ର ହେଉଛି, କିନ୍ତୁ ସେହି ଅବତାରକୁ ମଧ୍ୟ ଗୋଡି, ମାଟି, ପଥର ଭିତରେ ଅଛନ୍ତି ବୋଲି କହି ଦେଉଛନ୍ତି । ବାବା ଉଲୁଗୁଣା ଦେଉଛନ୍ତି । ଗୀତା ବ୍ୟାଖ୍ୟାକାରମାନେ ଶ୍ଳୋକ ପାଠ କରୁଛନ୍ତି କିନ୍ତୁ ପୁଣି କହୁଛନ୍ତି ଆମକୁ ଜଣା ନାହିଁ ।

ତୁମେମାନେ ହିଁ ହେଉଛ ସବୁଠାରୁ ପ୍ରିୟ ସନ୍ତାନ । ବାବା କାହା ସହିତ ବି କଥାବାର୍ତ୍ତା କଲେ ତାଙ୍କୁ ସ୍ନେହର ସହିତ ବଚ୍ଚେ ବଚ୍ଚେ କହି ସମ୍ବୋଧନ କରିବେ । ବାବାଙ୍କର ଏହି ଦୃଷ୍ଟି ପକ୍କା ହୋଇଯାଇଛି । ତୁମେ ସବୁ ଆତ୍ମାମାନେ ମୋର ସନ୍ତାନ । ତୁମମାନଙ୍କ ଭିତରେ କେହି ଜଣେ ମଧ୍ୟ ଏଭଳି ନ ଥିବେ ଯାହାଙ୍କ ମୁଖରୁ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ବଚ୍ଚା ଶବ୍ଦ ଉଚ୍ଚାରିତ ହେବ । କିଏ କେଉଁ ପଦର ଅଧିକାରୀ ଏକଥା ତ ବାବା ଜାଣିଛନ୍ତି । ସମସ୍ତେ ଆତ୍ମା ହିଁ ଅଟନ୍ତି । ଡ୍ରାମା ଏଭଳି ତିଆରି ହୋଇଛି, ତେଣୁ ଦୁଃଖ ସୁଖର କୌଣସି କଥା ନାହିଁ । ସମସ୍ତେ ମୋର ସନ୍ତାନ ଅଟନ୍ତି । କିଏ ଝାଡୁଦାରର ଶରୀର ଧାରଣ କରିଛି ତ କିଏ ଅନ୍ୟ କୌଣସି ଶରୀର ଧାରଣ କରିଛି । ବାବାଙ୍କର ବଚ୍ଚେ କହିବାର ଅଭ୍ୟାସ ହୋଇଗଲାଣି । ବାବାଙ୍କ ଦୃଷ୍ଟିରେ ତ ସମସ୍ତେ ଆତ୍ମା ଅଟନ୍ତି । ସେମାନଙ୍କ ମଧ୍ୟରୁ ଗରୀବ ମାନେ ହିଁ ଅଧିକ ପ୍ରିୟ ଲାଗିଥାଆନ୍ତି କାହିଁକି ନା ଡ୍ରାମାନୁସାରେ ସେମାନେ ହିଁ ଅଧିକ ଗ୍ଳାନୀ କରିଛନ୍ତି । ଏବେ ପୁନଃ ମୋ ପାଖକୁ ଆସିଗଲେ । କେବଳ ଏହି ଲକ୍ଷ୍ମୀ-ନାରାୟଣଙ୍କର କେବେହେଲେ ଗ୍ଳାନି କରାଯାଇ ନ ଥାଏ । କୃଷ୍ଣଙ୍କର ମଧ୍ୟ ବହୁତ ଗ୍ଳାନି କରିଛନ୍ତି । ଆଶ୍ଚର୍ଯ୍ୟର କଥା ନା । କୃଷ୍ଣ ହିଁ ବଡ ହୋଇଯିବା ପରେ ତାଙ୍କର କୌଣସି ଗ୍ଳାନୀ କରାଯାଇ ନ ଥାଏ । ଏହି ଜ୍ଞାନ କେତେ ରହସ୍ୟମୟ । ଏଭଳି ଗୁହ୍ୟ କଥାକୁ କେହି କଣ ବୁଝିପାରୁଛନ୍ତି କି, ଏଥିପାଇଁ ବୁଦ୍ଧି ରୂପି ପାତ୍ର ସୁବର୍ଣ୍ଣର ଅର୍ଥାତ୍ ବୁଦ୍ଧି ସତ୍ତ୍ୱପ୍ରଧାନ ହେବା ଆବଶ୍ୟକ । ତାହା ତ କେବଳ ବାବାଙ୍କ ସ୍ମୃତି ଦ୍ୱାରା ହିଁ ହୋଇପାରିବ । ଏଠାରେ ଥାଇ ମଧ୍ୟ କଣ ଯଥାର୍ଥ ରୁପେ ବହୁତ ଅଳ୍ପ ମନେ ପକାଉଛନ୍ତି । ଏକଥା ମଧ୍ୟ ବୁଝୁ ନାହାଁନ୍ତି ଯେ ମୁଁ ଅତି ସୂକ୍ଷ୍ମ ଆତ୍ମା, ଏହା ମଧ୍ୟ ବୁଦ୍ଧିରେ ମନେ ପକାଇବାକୁ ହେବ । କିନ୍ତୁ ଏସବୁ କଥା ବୁଦ୍ଧିରେ ରହୁନାହିଁ । ଏତେ ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ ଆମର ପିତା, ଶିକ୍ଷକ ମଧ୍ୟ ଅଟନ୍ତି । ଏକଥା ସ୍ମୃତିରେ ରହିବା ଅସମ୍ଭବ ହୋଇଯାଉଛି । ବାବା ବାବା କହି ଦୁଃଖରେ ତ ସମସ୍ତେ ମନେ ପକାଉଛନ୍ତି । ଭଗବାନଉବାଚ ରହିଛି ନା - ଦୁଃଖରେ ସମସ୍ତେ ମନେ ପକାଉଛନ୍ତି, ସୁଖରେ କେହି ମନେ ପକାନ୍ତି ନାହିଁ । ସୁଖରେ ମନେପକାଇବାର ଆବଶ୍ୟକତା ହିଁ ନ ଥାଏ । ଏଠାରେ ତ ଏତେ ଦୁଃଖ ଓ ବିପତ୍ତି ଆସୁଛି, ତେଣୁ ଭଗବାନଙ୍କୁ ମନେ ପକାଉଛନ୍ତି । କହୁଛନ୍ତି, ହେ ଭଗବାନ ଦୟା କର, କୃପା କର । ଏବେ ବାବଙ୍କର ସନ୍ତାନ ହୋଇ ମଧ୍ୟ ଚିଠି ଲେଖୁଛନ୍ତି -କୃପା କର, ଶକ୍ତି ଦିଅ, ଦୟା କର । ବାବା ପ୍ରତ୍ୟୁତ୍ତରରେ ଲେଖୁଛନ୍ତି - ଯୋଗବଳ ଦ୍ୱାରା ସ୍ୱତଃ ଶକ୍ତି ଗ୍ରହଣ କର । ନିଜ ଉପରେ ନିଜେ ହିଁ କୃପା ଓ ଦୟା କର । ନିଜେ ନିଜକୁ ରାଜତିଳକ ଦିଅ । କିପରି ନିଜକୁ ରାଜତିଳକ ଦେଇପାରିବ ବାବା ସେଥିପାଇଁ ମାର୍ଗ ଦର୍ଶନ କରାଉଛନ୍ତି । ଶିକ୍ଷକମାନେ ମଧ୍ୟ ପାଠପଢା ନିମନ୍ତେ ମାର୍ଗ ଦର୍ଶନ କରାଇଥାନ୍ତି । ଛାତ୍ରଙ୍କ କାମ ହେଲା ପାଠପଢିବା ଓ ନିର୍ଦ୍ଦେଶ ଅନୁଯାୟୀ ପରିଚାଳିତ ହେବା । ଶିକ୍ଷକ କଣ ଗୁରୁ ଅଟନ୍ତି ଯିଏକି ଆଶୀର୍ବାଦ ବା କୃପା କରିବେ । ଯିଏ ଭଲ ସନ୍ତାନ ହୋଇଥିବେ ସିଏ ଭଲ ପଢିବେ । ପ୍ରତ୍ୟେକେ ସ୍ୱତନ୍ତ୍ର, ଯିଏ ଯେତେ ଦୈାଡିବାକୁ ଚାହିଁବେ ଅର୍ଥାତ୍ ପୁରୁଷାର୍ଥ କରିବାକୁ ଚାହିଁବେ କରିପାରିବେ । ଏହା ବାବାଙ୍କୁ ମନେ ପକାଇବାର ଦୈାଡ ବା ପୁରୁଷାର୍ଥ ।

ପ୍ରତ୍ୟେକ ଆତ୍ମା ସ୍ୱତନ୍ତ୍ର । ଭାଇ ଭଉଣୀର ସମ୍ବନ୍ଧରୁ ବାବା ଉର୍ଦ୍ଧ୍ୱକୁ ନେଇଯାଉଛନ୍ତି । ପରସ୍ପରକୁ ଭାଇ-ଭାଇ ମନେକର ତଥାପି ମଧ୍ୟ କୁଦୃଷ୍ଟି ପରିବର୍ତ୍ତନ ହେଉ ନାହିଁ । ମାୟା ତାର କାମ କରିଚାଲିଛି । ବର୍ତ୍ତମାନ ମନୁଷ୍ୟର ପ୍ରତ୍ୟେକ ଅଙ୍ଗ ପତିତ ହୋଇଯାଇଛି । କାହାକୁ ଗୋଇଠା ମାରିଲେ ବିଧା ମାରିଲେ ପତିତ ଅଙ୍ଗ କୁହାଯିବ ନା । ତେବେ ପ୍ରତ୍ୟେକ ଅଙ୍ଗ ବିକାରୀ ହୋଇଯାଇଛି । ସେଠାରେ କୌଣସି ଅଙ୍ଗ ବିକାରୀ ହେବ ନାହିଁ । ଏଠାରେ ପ୍ରତ୍ୟେକ ଅଙ୍ଗ ଦ୍ୱାରା ଖରାପ କର୍ମ ହେଉଛି । ସବୁଠାରୁ ଅଧିକ ବିକାରୀ ଅଙ୍ଗ ହେଉଛି ଆଖି । ବିକାରୀ ଇଚ୍ଛା ପୂରଣ ନ ହେଲେ ମାରପିଟ୍ କରିଥାନ୍ତି । ପ୍ରଥମ ନମ୍ବରର ଚଞ୍ଚଳ ହେଉଛି ଆଖି । ସେଥିପାଇଁ ସୁରଦାସଙ୍କର କାହାଣୀ ରହିଛି । ଶିବବାବା ତ କୌଣସି ଶାସ୍ତ୍ର ପଢି ନାହାଁନ୍ତି । ଏହି ରଥ ଅର୍ଥାତ୍ ବ୍ରହ୍ମାବାବା ପଢିଛନ୍ତି । ଶିବବାବାଙ୍କୁ ତ ଜ୍ଞାନର ସାଗର କୁହାଯାଇଥାଏ । ଏକଥା ତୁମେ ଜାଣିଛ ଯେ ଶିବବାବା କୌଣସି ଶାସ୍ତ୍ର ଜ୍ଞାନ ଶୁଣାଉନାହାଁନ୍ତି । ମୁଁ ଜ୍ଞାନର ସାଗର, ସୃଷ୍ଟିରୂପି ବୃକ୍ଷର ରଚୟିତା, ବୀଜସ୍ୱରୂପ । ବାବା ବୁଝାଉଛନ୍ତି ଯେ ମୋର ନିବାସ ସ୍ଥାନ ହେଉଛି ବ୍ରହ୍ମଲୋକ । ଏବେ ମୁଁ ଏହି ଶରୀରରେ ବିରାଜମାନ ଅଛି । ଅନ୍ୟ କେହି ବି କହିପାରିବେ ନାହିଁ ଯେ ମୁଁ ଏହି ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟେ । ମୁଁ ପରମପିତା ପରମାତ୍ମା, ଏକଥା କେହି କହିପାରିବେ ନାହିଁ । କୌଣସି ବୁଦ୍ଧିବାନ ବ୍ୟକ୍ତିଙ୍କ ସମ୍ମୁଖରେ ଯଦି କହିବ ଈଶ୍ୱର ସର୍ବବ୍ୟାପୀ, ତେବେ ତୁରନ୍ତ ପଚାରିବେ କଣ ତୁମେ ମଧ୍ୟ ଈଶ୍ୱର? କଣ ତୁମେ ଆଲ୍ଲା-ସ୍ୱାମୀ ? କିନ୍ତୁ ତୁମେ ତ ଈଶ୍ୱର ହୋଇପାରିବ ନାହିଁ । କିନ୍ତୁ ଏହି ସମୟରେ କେହି ବି ଏହିପରି ବୁଦ୍ଧିବାନ ନାହାଁନ୍ତି । ଆଲ୍ଳାଙ୍କ ବିଷୟରେ ବି କିଛି ଜାଣି ନାହାଁନ୍ତି । ନିଜକୁ ଆଲ୍ଳା ବୋଲି କହିଦେଉଛନ୍ତି । ସେମାନେ ମଧ୍ୟ ଇଂରାଜୀରେ କହୁଛନ୍ତି ଓମନିପ୍ରେଜେଣ୍ଟ, ଅର୍ଥାତ୍ ସର୍ବବିଦ୍ୟମାନ । ତେବେ ଯଥାର୍ଥ ଅର୍ଥକୁ ବୁଝି ଗଲେ ଏପରି କେବେହେଲେ କହିବେ ନାହିଁ । ପିଲାମାନେ ଏବେ ଜାଣିଗଲେଣି ଯେ ଶିବବାବାଙ୍କ ଜୟନ୍ତୀ ଅର୍ଥାତ୍ ନୂଆ ବିଶ୍ୱର ଜୟନ୍ତୀ । ସେଥିରେ ପବିତ୍ରତା ସୁଖ ଶାନ୍ତି ଆଦି ସବୁକିଛି ସମାହିତ ହୋଇ ରହିଛି । ଶିବ ଜୟନ୍ତୀ ହିଁ କୃଷ୍ଣ ଜୟନ୍ତୀ, ତାହା ହିଁ ଦଶହରା ଜୟନ୍ତୀ । ଶିବ ଜୟନ୍ତୀ ହିଁ ଦୀପାବଳୀ ଜୟନ୍ତୀ, ସ୍ୱର୍ଗ ଜୟନ୍ତୀ । ଶିବ ଜୟନ୍ତୀରେ ସବୁ ଜୟନ୍ତୀ ଆସିଗଲା । ଏହି ସବୁ ନୂଆ କଥା ବାବା ବସି ବୁଝାଉଛନ୍ତି । ଶିବ ଜୟନ୍ତୀ ଅର୍ଥାତ୍ ଶିବାଳୟ ଜୟନ୍ତୀ, ବେଶ୍ୟାଳୟ ମରନ୍ତି, ଏ ସବୁ ନୂଆ କଥା ବାବା ବୁଝାଉଛନ୍ତି । ଶିବ ଜୟନ୍ତୀ ହିଁ ନୂତନ ବିଶ୍ୱର ଜୟନ୍ତୀ । ବିଶ୍ୱରେ ଶାନ୍ତି ଚାହୁଁଛନ୍ତି ନା । କିନ୍ତୁ ତୁମେ ଯେତେ ଭଲ ଭାବରେ ବୁଝାଇଲେ ମଧ୍ୟ ଜାଗ୍ରତ ହେଉ ହିଁ ନାହାଁନ୍ତି । ଅଜ୍ଞାନ ଅନ୍ଧକାରରେ ଶୋଇ ରହିଛନ୍ତି । ଭକ୍ତି କରି-କରି ଶିଢି ତଳକୁ ଓହ୍ଲାଇ ଆସିଛନ୍ତି । ବାବା କହୁଛନ୍ତି ମୁଁ ଆସି ସମସ୍ତଙ୍କର ସତ୍‌ଗତି କରୁଛି । ସ୍ୱର୍ଗ ଓ ନର୍କର ରହସ୍ୟ ବାବା ତୁମମାନଙ୍କୁ ବୁଝାଉଛନ୍ତି । ଖବର କାଗଜରେ ତୁମର ଯେଉଁମାନେ ଗ୍ଳାନି କରୁଛନ୍ତି ସେମାନଙ୍କର ଉଦ୍ଦେଶ୍ୟରେ ଲେଖି ଦିଅ ଯେ - ଯିଏ ଆମର ନିନ୍ଦା କରନ୍ତି ସିଏ ଆମର ମିତ୍ର । ତୁମର ମଧ୍ୟ ସଦ୍‌ଗତି ଆମେ ନିଶ୍ଚିତ କରିବୁ, ତୁମେ ଯେତେ ଇଚ୍ଛା ସେତେ ଗାଳି ଦିଅ । ମନୁଷ୍ୟ ତ ଭଗବାନଙ୍କର ମଧ୍ୟ ଗ୍ଳାନି କରୁଛନ୍ତି, ତେବେ ଆମର ଗ୍ଳାନି କଲେ ତ କଣ ଅସୁବିଧା ହୋଇଗଲା । ନିଶ୍ଚିତ ରୂପେ ଆମେ ତୁମର ସଦ୍‌ଗତି କରିବୁ । ନ ଚାହିଁଲେ ମଧ୍ୟ ନାକ ଧରି ନେଇଯିବୁ । ଡରିବାର କୌଣସି କଥା ନାହିଁ । ଯାହା କିଛି କରୁଛନ୍ତି କଳ୍ପ ପୂର୍ବରୁ ମଧ୍ୟ କରିଥିଲେ । ଆମେ ବ୍ରହ୍ମାକୁମାର କୁମାରୀ ସମସ୍ତଙ୍କର ସଦ୍‌ଗତି କରିବୁ । ଏକଥା ଭଲ ଭବେ ବୁଝାଇ ଦେବା ଦରକାର । ଅବଳାମାନଙ୍କ ଉପରେ ଅତ୍ୟାଚାର କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା, ଏ କଥା ପିଲାମାନେ ଭୂଲି ଯାଇଛନ୍ତି । ବାବା କହୁଛନ୍ତି ଆତ୍ମା ରୂପି ସନ୍ତାନମାନେ ମୋର ଗ୍ଳାନି କରୁଛନ୍ତି । କିନ୍ତୁ ପିଲାମାନେ ହିଁ ସବୁଠାରୁ ପ୍ରିୟ ମିତ୍ର ଅଟନ୍ତି । ପିଲାମାନେ ତ ଫୁଲ ସଦୃଶ ଅଟନ୍ତି । ପିଲାମାନଙ୍କୁ ମାତା ପିତା ଚୁମ୍ବନ ଦେଇଥାନ୍ତି, ମୁଣ୍ଡରେ ବସାଇଥାନ୍ତି, ତାଙ୍କର ସେବା କରିଥାନ୍ତି । ବାବା ମଧ୍ୟ ତୁମମାନଙ୍କର ସେବା କରୁଛନ୍ତି ।

ଏବେ ତୁମକୁ ଏହି ଜ୍ଞାନ ପ୍ରାପ୍ତ ହେଉଛି, ଯାହାକୁ କି ତୁମେ ସାଥିରେ ନେଇ ଯାଉଛ । ଯିଏ ଜ୍ଞାନ ପ୍ରାପ୍ତ କରୁ ନାହାଁନ୍ତି ତାଙ୍କର ମଧ୍ୟ ଡ୍ରାମାରେ ଅଭିନୟ ରହିଛି । ସେମାନେ ସେହି ଅଭିନୟ କରିବେ । ହିସାବ-କିତାବ ଚୁକ୍ତ କରି ଘରକୁ ଚାଲିଯାଉଛନ୍ତି । ସେମାନେ ତ ସ୍ୱର୍ଗ ଦେଖିପାରିବେ ନାହିଁ । ସମସ୍ତେ କଣ ସ୍ୱର୍ଗ ଦେଖିପାରିବେ କି! ଏହିଭଳି ଡ୍ରାମା ପ୍ରସ୍ତୁତ ହୋଇଛି । ଅଧିକ ପାପ କରୁଛନ୍ତି ତେଣୁ ଡେରିରେ ବି ଆସିବେ । ତମଃପ୍ରଧାନ ଆତ୍ମା ବହୁତ ଡେରିରେ ଆସିବେ । ଏହି ରହସ୍ୟକୁ ମଧ୍ୟ ତୁମକୁ ଭଲ ଭାବରେ ବୁଝାଇବାର ଅଛି । ଭଲ ଭଲ ମହାରଥି ସନ୍ତାନମାନେ ମଧ୍ୟ ଗ୍ରହାଚାରୀର ଅଧିନ ହୋଇ ତୁରନ୍ତ କ୍ରୋଧିତ ହୋଇଯାଉଛନ୍ତି । ସେମାନେ ବାବାଙ୍କୁ ଚିଠି ମଧ୍ୟ ଲେଖି ନଥାନ୍ତି । ବାବା ମଧ୍ୟ କହିଥାନ୍ତି ସେମାନଙ୍କର ନିକଟକୁ ମୁରଲୀ ପଠାଇବା ବନ୍ଦ କରିଦିଅ । ଏଭଳି ଆତ୍ମାକୁ ବାବାଙ୍କର ଜ୍ଞାନ ଧନ ଦେଇ ଲାଭ କଣ? ପୁଣି ଯଦି କାହାର ଆଖି ଖୋଲିଗଲା ତେବେ କୁହନ୍ତି ମୋର ଭୂଲ ହୋଇଯାଇଛି । ଆଉ କେହି କେହି ତ ଖାତିରି କରନ୍ତି ନାହିଁ । ଏଭଳି ଭୂଲ କରିବା ଉଚିତ୍ ନୁହେଁ । ଏଭଳି ଅନେକ ଅଛନ୍ତି, ବାବାଙ୍କୁ ମନେ ପକାଇ ନ ଥାନ୍ତି କିମ୍ବା ନିଜ ସମାନ ତିଆରି କରି ନ ଥାନ୍ତି ନଚେତ୍ ବାବାଙ୍କୁ ଚିଠି ଲେଖିବା ଦରକାର - ବାବା ଆମେ ନିରନ୍ତର ଆପଣଙ୍କୁ ମନେ ପକାଉଛୁ । କେହି କେହି ତ ଏପରି ଅଛନ୍ତି ଯିଏ ସମସ୍ତଙ୍କ ନାମ ଲେଖି କହିଥାଆନ୍ତି - ଅମୁକଙ୍କୁ ମୁଁ ମନେ ପକାଉଥିଲି ଜଣାଇ ଦେବେ । ଏହାକୁ କଣ ବାସ୍ତବ ମନେ ପକାଇବା କୁହାଯିବ କି ! ମିଛ କଥା ଚଳିବ ନାହିଁ । ଅନ୍ତରମନ ଅସ୍ଥିର ରହିବ । ପିଲାମାନଙ୍କୁ ତ ଭଲ-ଭଲ ଜ୍ଞାନ ବିନ୍ଦୁ ବିଷୟରେ ବୁଝାଯାଉଛି । ଦିନକୁ ଦିନ ବାବା ଗୁହ୍ୟ କଥା ବୁଝାଉଛନ୍ତି । ଆଗକୁ ଦୁଃଖର ପାହାଡ ଖସିବ । କିନ୍ତୁ ସତ୍ୟଯୁଗରେ ଦୁଃଖର ନାମ ହିଁ ରହିବ ନାହିଁ । ଏବେ ତ ରାବଣର ରାଜ୍ୟ । ମହିଶୂରର ରାଜା ମଧ୍ୟ ରାବଣର କୁଶ ପୁତ୍ତଳିକା ତିଆରି କରି ଧୁମ୍‌ଧାମ୍‌ରେ ଦଶହରା ପାଳନ କରିଥାନ୍ତି । ରାମଙ୍କୁ ଭଗବାନ କହୁଛନ୍ତି । କହିଥାନ୍ତି ରାମଙ୍କର ସୀତା ଚୋରୀ ହୋଇଗଲା । ଭଗବାନ ତ ସର୍ବଶକ୍ତିବାନ ତେବେ ତାଙ୍କର ପତ୍ନୀ କିଭଳି ଚୋରି ହୋଇପାରିବ! ଏ ସବୁ ହେଉଛି ଅନ୍ଧଶ୍ରଦ୍ଧା । ବର୍ତ୍ତମାନ ପ୍ରତ୍ୟେକଙ୍କ ଭିତରେ ପାଞ୍ଚ ବିକାରର ଆବର୍ଜନା ରହିଛି । ପୁଣି ଭଗବାନଙ୍କୁ ସର୍ବବ୍ୟାପୀ ବୋଲି କହିବା ଏହା ସବୁଠାରୁ ବଡ ମିଥ୍ୟା, ତେଣୁ ତ ବାବା କହୁଛନ୍ତି - ୟଦା ୟଦା ହି ଧର୍ମସ୍ୟ... । ମୁଁ ଆସି ସତ୍ୟଖଣ୍ଡ ସତ୍ୟଧର୍ମ ସ୍ଥାପନା କରୁଛି । ସତ୍ୟଯୁଗକୁ ସତ୍ୟ ଭୂଖଣ୍ଡ ଓ କଳିଯୁଗକୁ ମିଥ୍ୟା ଭୂଖଣ୍ଡ କୁହାଯାଇଥାଏ । ଏବେ ବାବା ମିଥ୍ୟା ଖଣ୍ଡକୁ ସତ୍ୟ ଖଣ୍ଡରେ ପରିଣତ କରୁଛନ୍ତି । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ଗୁହ୍ୟ ଏବଂ ରହସ୍ୟମୟ ଜ୍ଞାନକୁ ବୁଝିବା ପାଇଁ ବୁଦ୍ଧିକୁ ଯୋଗର ଯାତ୍ରାର ଆଧାରରେ ସୁବର୍ଣ୍ଣ ପାତ୍ର କରିବାକୁ ହେବ । ଯୋଗ କରିବାରେ ପ୍ରତିଯୋଗିତା କରିବାକୁ ହେବ ।

(୨) ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲି, ପାଠପଢାକୁ ଧ୍ୟାନପୂର୍ବକ ପଢି ନିଜ ଉପରେ ନିଜେ ହିଁ କୃପା ବା ଆଶୀର୍ବାଦ କରିବାକୁ ହେବ, ନିଜକୁ ରାଜତିଳକ ଦେବାକୁ ହେବ । ନିନ୍ଦୁକମାନଙ୍କୁ ନିଜର ମିତ୍ର ମନେ କରି ସେମାନଙ୍କର ମଧ୍ୟ ସଦ୍‌ଗତି କରିବାକୁ ହେବ ।

ବରଦାନ:-
ଉପରୁ ଅର୍ଥାତ୍ ପରମଧାମରୁ ଅବତରିତ ହୋଇ ଅବତାର ରୂପରେ ସେବା କରୁଥିବା ସାକ୍ଷାତ୍‌କାର ମୂରତ ହୁଅ ।

ବାବା ଯେପରି ସେବା କରିବା ପାଇଁ ନିରାକାରୀ ବତନରୁ ତଳକୁ ଆସୁଛନ୍ତି, ସେହିପରି ଆମେମାନେ ମଧ୍ୟ ସେବା କରିବା ଉଦ୍ଦେଶ୍ୟରେ ନିରାକାରୀ ବତନରୁ ତଳକୁ ଆସିଛୁ, ଯଦି ଏହିଭଳି ଅନୁଭବ କରି ସେବା କରିବ ତେବେ ସର୍ବଦା ନ୍ୟାରା ଏବଂ ବାବାଙ୍କ ସମାନ ସାରା ବିଶ୍ୱର ପ୍ୟାରା ଅର୍ଥାତ୍ ପ୍ରିୟ ପାତ୍ର ହୋଇଯିବ । ଉପରୁ ତଳକୁ ଆସିବାର ଅର୍ଥ ହେଲା ଅବତାର ରୂପରେ ଅବତରିତ ହୋଇ ସେବା କରିବା । ସମସ୍ତେ ଚାହୁଁଛନ୍ତି ଯେ କେହି ଅବତାର ହୋଇ ଏଠାକୁ ଆସି ଆମକୁ ସାଥୀରେ ନେଇଯାଆନ୍ତୁ । ତେଣୁ ସଚ୍ଚା ସଚ୍ଚା ଅବତାର ତ ତୁମେମାନେ ହିଁ ଅଟ, ଯିଏକି ସମସ୍ତଙ୍କୁ ମୁକ୍ତିଧାମ ଘରକୁ ନେଇଯିବ । ଯେତେବେଳେ ନିଜକୁ ଏହିଭଳି ଅବତାର ମନେ କରି ସେବା କରିବ ସେତେବେଳେ ତୁମେମାନେ ସାକ୍ଷାତ୍‌କାର ମୂରତ ହୋଇଯିବ ଏବଂ ଅନେକ ଆତ୍ମାଙ୍କର ମନୋକାମନା ପୂର୍ଣ୍ଣ ହେବ ।

ସ୍ଲୋଗାନ:-
ତୁମକୁ କେହି ଭଲ ଦିଅନ୍ତୁ ବା ଖରାପ ଦିଅନ୍ତୁ ତୁମେ କିନ୍ତୁ ସମସ୍ତଙ୍କୁ ସ୍ନେହ ଦିଅ, ସହଯୋଗ ଦିଅ, ଦୟା କର ।