08.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମର ଏହି ଜୀବନ ବହୁତ ବହୁତ ଅମୂଲ୍ୟ ଅଟେ, କାହିଁକି ନା ତୁମେମାନେ ଶ୍ରୀମତ ଆଧାରରେ ବିଶ୍ୱର ସେବା କରୁଛ, ଏହି ନର୍କକୁ ସ୍ୱର୍ଗ କରି ଦେଉଛ ।”

ପ୍ରଶ୍ନ:-
ଖୁସି ହଜିଯିବାର କାରଣ ତଥା ତା’ର ନିବାରଣ କ’ଣ?

ଉତ୍ତର:-
(୧) ଦେହ-ଅଭିମାନରେ ଆସିବା କାରଣରୁ ଖୁସି ସମାପ୍ତ ହୋଇଯାଇଥାଏ (୨) ମନରେ ଯେତେବେଳେ କୌଣସି ଶଙ୍କା ଅର୍ଥାତ୍ ସନ୍ଦେହ ସୃଷ୍ଟି ହୋଇଥାଏ ସେତେବେଳେ ମଧ୍ୟ ଖୁସି ହଜିଯାଇଥାଏ । ସେଥିପାଇଁ ବାବା ରାୟ ଦେଉଛନ୍ତି, ଯେତେବେଳେ କୌଣସି ଶଙ୍କା ଉତ୍ପନ୍ନ ହେଉଛି ତେବେ ତୁରନ୍ତ ବାବାଙ୍କୁ ପଚାର । ଦେହୀ-ଅଭିମାନୀ ସ୍ଥିତିରେ ରହିବାର ଅଭ୍ୟାସ କର ତେବେ ସର୍ବଦା ଖୁସିରେ ରହିବ ।

ଓମ୍ ଶାନ୍ତି ।
ସର୍ବୋଚ୍ଚ ଭଗବାନ ଅଟନ୍ତି ଏବଂ ପୁଣି ଭଗବାନୁବାଚ, ସନ୍ତାନମାନଙ୍କ ସମ୍ମୁଖରେ । ମୁଁ ତୁମମାନଙ୍କୁ ଶ୍ରେଷ୍ଠରୁ ଶ୍ରେଷ୍ଠ କରୁଛି, ତେଣୁ ତୁମ ସନ୍ତାନମାନଙ୍କୁ କେତେ ଖୁସି ରହିବା ଉଚିତ୍ । ଜାଣୁଛ ଯେ ବାବା ଆମକୁ ସାରା ବିଶ୍ୱର ମାଲିକ କରାଉଛନ୍ତି । ମନୁଷ୍ୟ କହୁଛନ୍ତି ପରମପିତା ପରମାତ୍ମା ସର୍ବୋଚ୍ଚ ଅଟନ୍ତି । ବାବା ନିଜେ କହୁଛନ୍ତି - ମୁଁ ତ ବିଶ୍ୱର ମାଲିକ ହେଉ ନାହିଁ । ଭଗବାନୁବାଚ - ମୋତେ ମନୁଷ୍ୟମାନେ କହୁଛନ୍ତି ସର୍ବୋଚ୍ଚ ଭଗବାନ ଏବଂ ମୁଁ କହୁଛି ଯେ ମୋର ସନ୍ତାନମାନେ ଉଚ୍ଚରୁ ଉଚ୍ଚ ଅଟନ୍ତି । ସିଦ୍ଧ କରି ବତାଉଛନ୍ତି । ପୁରୁଷାର୍ଥ ମଧ୍ୟ କଳ୍ପ ପୂର୍ବ ସଦୃଶ ଡ୍ରାମା ଅନୁସାରେ କରାଉଛନ୍ତି । ବାବା ବୁଝାଉଛନ୍ତି, ଯଦି କୌଣସି କଥା ନ ବୁଝିପାରୁଛ ତେବେ ପଚାର । ମନୁଷ୍ୟମାନଙ୍କୁ କିଛି ହେଲେ ଜଣା ନାହିଁ । ଦୁନିଆ କ’ଣ, ବୈକୁଣ୍ଠ କ’ଣ । ଯଦିଓ ଅନେକ ମୋଗଲ, ନବାବ ଥିଲେ, ଆମେରିକାରେ ଯେତେ ପଇସାବାଲା ହୁଅନ୍ତୁ କିନ୍ତୁ ଏହି ଲକ୍ଷ୍ମୀ-ନାରାୟଣଙ୍କ ପରି କେହି ହୋଇପାରିବେ ନାହିଁ । ସେମାନେ ତ ହ୍ୱାଇଟ୍ ହାଉସ୍ ଆଦି ତିଆରି କରୁଛନ୍ତି କିନ୍ତୁ ସେଠାରେ ତ ରତ୍ନଜଡିତ ଗୋଲ୍‌ଡେନ ହାଉସ୍ ହେବ । ତାକୁ ସୁଖଧାମ କୁହାଯାଉଛି । ତୁମର ହିଁ ପାର୍ଟ ହିରୋ-ହିରୋଇନ୍‌ର ଅଟେ । ତୁମେ ଡାଇମଣ୍ଡ ହେଉଛ । ଗୋଲ୍‌ଡେନ୍ ଏଜ୍ ଥିଲା । ବର୍ତ୍ତମାନ ଆଇରନ୍ ଏଜ୍ ହୋଇଯାଇଛି । ବାବା କହୁଛନ୍ତି ତୁମେ କେତେ ଭାଗ୍ୟଶାଳୀ ଅଟ । ସ୍ୱୟଂ ଭଗବାନ ନିଜେ ବୁଝାଉଛନ୍ତି ତେଣୁ ତୁମେ କେତେ ଖୁସିରେ ରହିବା ଉଚିତ୍ । ତୁମର ଏହି ପାଠପଢା ନୂଆ ଦୁନିଆ ପାଇଁ ଉଦ୍ଦିଷ୍ଟ । ତୁମର ଏହି ଜୀବନ ବହୁତ ଅମୂଲ୍ୟ ଅଟେ କାହିଁକି ନା ତୁମେ ବିଶ୍ୱର ସେବା କରୁଛ । ବାବାଙ୍କୁ ଡାକୁଛନ୍ତି ମଧ୍ୟ ଆପଣ ଆସି ନର୍କକୁ ସ୍ୱର୍ଗ କରାନ୍ତୁ । ହେଭେନ୍‌ଲୀ ଗଡ୍ ଫାଦର କହୁଛନ୍ତି ନା । ବାବା କହୁଛନ୍ତି - ତୁମେ ସ୍ୱର୍ଗରେ ଥିଲ ନା, ଏବେ ନର୍କରେ ଅଛ । ପୁଣି ସ୍ୱର୍ଗକୁ ଯିବ । ନର୍କ ଆରମ୍ଭ ହେଲେ ପୁଣି ସ୍ୱର୍ଗର କଥା ଭୁଲିଯାଉଛନ୍ତି । ଏହା ତ ପୁଣି ଥରେ ହେବ । ପୁଣି ମଧ୍ୟ ତୁମକୁ ସତ୍ୟଯୁଗରୁ କଳିଯୁଗକୁ ନିଶ୍ଚୟ ଆସିବାକୁ ହେବ । ବାବା ବାରମ୍ବାର ସନ୍ତାନମାନଙ୍କୁ କହୁଛନ୍ତି ଯେ ଯଦି ମନରେ କୌଣସି ଶଙ୍କା ଅଛି, ଯାହା ଦ୍ୱାରା ଖୁସି ରହୁ ନାହିଁ ତେବେ କୁହ । ବାବା ବସି ପଢାଉଛନ୍ତି ତେଣୁ ପଢିବା ଦରକାର ନା । ଖୁସି ରହୁ ନାହିଁ କାହିଁକି ନା ତୁମେ ଦେହ-ଅଭିମାନରେ ଆସିଯାଉଛ । ଖୁସି ତ ହେବା ଉଚିତ୍ ନା । ବାବା ତ କେବଳ ବ୍ରହ୍ମାଣ୍ଡର ମାଲିକ ଅଟନ୍ତି, ତୁମେ ତ ସାରା ବିଶ୍ୱର ମଧ୍ୟ ମାଲିକ ହେଉଛ । ଯଦିଓ ବାବାଙ୍କୁ ରଚୟିତା କୁହାଯାଉଛି କିନ୍ତୁ ଏପରି ନୁହେଁ ଯେ ପ୍ରଳୟ ହୋଇଯିବ ପୁଣି ନୂଆ ଦୁନିଆ ରଚନା କରିବେ । ନାଁ, ବାବା କହୁଛନ୍ତି ମୁଁ କେବଳ ପୁରୁଣାକୁ ନୂଆ କରାଉଛି । ପୁରୁଣା ଦୁନିଆର ବିନାଶ କରାଉଛି । ତୁମକୁ ନୂଆ ଦୁନିଆର ମାଲିକ କରାଉଛି । ମୁଁ କିଛି କରୁ ନାହିଁ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ପତିତ ଦୁନିଆକୁ ହିଁ ମୋତେ ଡାକୁଛନ୍ତି । ପିଲାମାନଙ୍କୁ ପାରସନାଥ କରାଉଛି । ତେଣୁ ପିଲାମାନେ ନିଜେ ପାରସପୁରୀକୁ ଆସିଯାଉଛନ୍ତି । ସେଠାକୁ ତ ମୋତେ କେହି କେବେ ଡାକୁ ନାହାଁନ୍ତି । କେବେ ଡାକୁଛ କି ଯେ ବାବା ପାରସପୁରୀକୁ ଆସି ଟିକିଏ ବୁଲିକରି ତ ଯାଅ? ଡାକୁ ହିଁ ନାହାଁନ୍ତି । ଗାୟନ ମଧ୍ୟ ରହିଛି ଦୁଃଖରେ ସମସ୍ତେ ସ୍ମରଣ କରନ୍ତି, ପତିତ ଦୁନିଆରେ ମନେ ପକାଉଛନ୍ତି, ସୁଖରେ କେହି ମନେ ପକାଉ ନାହାଁନ୍ତି, ନା ୟାଦ କରୁଛନ୍ତି, ନା ଡାକୁଛନ୍ତି । କେବଳ ଦ୍ୱାପରରେ ମନ୍ଦିର ତିଆରି କରି ମୋତେ ସେଠାରେ ରଖିଦେଉଛନ୍ତି ପଥରର ନ ହେଲେ ବି ହୀରାର ଲିଙ୍ଗ ତିଆରି କରି ରଖିଦେଉଛନ୍ତି - ପୂଜା କରିବା ପାଇଁ, କେତେ ଆଶ୍ଚର୍ଯ୍ୟର କଥା ଅଟେ । ଏ ସବୁ କଥା ଭଲ ଭାବରେ କାନ ଖୋଲି ଶୁଣିବା ଦରକାର । କାନକୁ ମଧ୍ୟ ପବିତ୍ର କରିବାକୁ ହେବ । ପ୍ରଥମେ ହେଉଛି ପବିତ୍ରତା । କୁହନ୍ତି ବାଘୁଣୀର କ୍ଷୀର ସୁନାର ପାତ୍ରରେ ହିଁ ରହିପାରିବ । ଏଠାରେ ମଧ୍ୟ ପବିତ୍ରତା ଥିଲେ ହିଁ ଧାରଣା ହେବ । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ । ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଏହା ତୁମର ଅନ୍ତିମ ଜନ୍ମ । ଏ କଥା ମଧ୍ୟ ତୁମେ ଜାଣିଛ, ଏହା ସେହି ମହାଭାରତ ଲଢେଇ ଅଟେ । କଳ୍ପ-କଳ୍ପ ଯେପରି ବିନାଶ ହୋଇଛି, ସେହିପରି ଏବେ ମଧ୍ୟ ହେବ, ଡ୍ରାମା ଅନୁସାରେ ।

ତୁମେ ସନ୍ତାନମାନେ ସ୍ୱର୍ଗରେ ପୁନର୍ବାର ନିଜର ମହଲ ତିଆରି କରିବ ଯେପରି କଳ୍ପ ପୂର୍ବରୁ କରିଥିଲ । ସ୍ୱର୍ଗକୁ ପାରାଡାଇଜ୍ ବୋଲି କୁହାଯାଏ । ପୁରାଣରୁ ପାରାଡାଇଜ୍ ଅକ୍ଷର ବାହାରିଛି । କହନ୍ତି ମାନ ସରୋବରରେ ପରୀମାନେ ରହୁଥିଲେ । ସେଥିରେ କେହି ବୁଡ ପକାଇଲେ ପରୀ ହୋଇଯିବେ । ବାସ୍ତବରେ ହେଉଛି ଜ୍ଞାନ ମାନ ସରୋବର । ଏଥିରେ ତୁମେ କ’ଣରୁ କ’ଣ ହୋଇଯାଉଛ । ଶୋଭନୀୟକୁ ପରୀ ବୋଲି କୁହାଯାଏ, ଏପରି ନୁହେଁ ଯେ ପର ଥିବା କୌଣସି ପରୀ ରହିଛନ୍ତି । ଯେପରି ତୁମ ପାଣ୍ଡବମାନଙ୍କୁ ମହାବୀର କୁହାଯାଉଛି, ସେମାନେ ପୁଣି ପାଣ୍ଡବମାନଙ୍କର ବହୁତ ବଡ-ବଡ ଚିତ୍ର, ଗୁମ୍ଫା ଆଦିରେ ବସି ଥିବାର ଦେଖାଇ ଦେଇଛନ୍ତି । ଭକ୍ତିମାର୍ଗରେ କେତେ ପଇସା ବରବାଦ କରୁଛନ୍ତି । ବାବା କହୁଛନ୍ତି ମୁଁ ତ ସନ୍ତାନମାନଙ୍କୁ କେତେ ସାହୁକାର କରାଇଥିଲି । ତୁମେ ଏତେ ସବୁ ପଇସା କ’ଣ କଲ । ଭାରତ କେତେ ସାହୁକାର ଥିଲା । ଏବେ ଭାରତର କ’ଣ ଅବସ୍ଥା ହୋଇଛି । ଯିଏ ୧୦୦ ଶତକଡା ସାହୁକାର ଥିଲା, ଏବେ ୧୦୦ ଶତକଡା ଗରୀବ ହୋଇଯାଇଛି । ଏବେ ତୁମେମାନଙ୍କୁ କେତେ ପ୍ରସ୍ତୁତି କରିବା ଦରକାର । ପିଲାମାନଙ୍କୁ ମଧ୍ୟ ଏହି କଥା ବୁଝାଇବାକୁ ହେବ ଯେ ଶିବବାବାଙ୍କୁ ୟାଦ କର ତେବେ ତୁମେ କୃଷ୍ଣଙ୍କ ପରି ହୋଇଯିବ । ତେଣୁ ତୁମ ସନ୍ତାନମାନଙ୍କୁ କେତେ ଖୁସି ରହିବା ଉଚିତ୍ । କିନ୍ତୁ ସେହିମାନେ ଅସରନ୍ତି ଖୁସିରେ ରହିପାରିବେ ଯିଏ ସର୍ବଦା ଅନ୍ୟର ସେବା କରୁଥିବେ । ମୁଖ୍ୟ ଧାରଣା ହେଉଛି ଚଳଣି ବହୁତ-ବହୁତ ରାଜକୀୟ ହେବା ଦରକାର । ଖାଦ୍ୟ-ପାନୀୟ ବହୁତ ସୁନ୍ଦର । ତୁମ ପାଖକୁ ଯେତେବେଳେ କେହି ଆସୁଛନ୍ତି ତାଙ୍କର ପ୍ରତ୍ୟେକ ପ୍ରକାରର ସେବା କରିବା ଉଚିତ୍ । ସ୍ଥୁଳ ବି ସୂକ୍ଷ୍ମ ବି । ଜିସ୍ମାନୀ-ରୁହାନୀ ଉଭୟ କରିବା ଦ୍ୱାରା ବହୁତ ଖୁସି ହେବେ । କେହି ବି ଆସିଲେ ତାଙ୍କୁ ତୁମେ ପ୍ରକୃତ ସତ୍ୟ ନାରାୟଣଙ୍କର କଥା ଶୁଣାଅ, ଶାସ୍ତ୍ରରେ ତ କ’ଣ କ’ଣ କାହାଣୀ ସବୁ ଲେଖିଦେଇଛନ୍ତି । ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ, ପୁଣି ବ୍ରହ୍ମାଙ୍କ ହସ୍ତରେ ଶାସ୍ତ୍ର ଦେଇ ଦେଇଛନ୍ତି । ତେବେ ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା କିପରି ବାହାରୁଛନ୍ତି, ଏହାର କେତେ ରହସ୍ୟ ରହିଛି । ଆଉ କେହି ଏ କଥାକୁ ବୁଝିପାରିବେ ନାହିଁ । ନାଭିରୁ ବାହାରିବାର ତ କଥା ହିଁ ନାହିଁ । ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା ହେଉଛନ୍ତି । ବ୍ରହ୍ମାଙ୍କୁ ବିଷ୍ଣୁ ହେବା ପାଇଁ ଏକ ସେକେଣ୍ଡ ଲାଗୁଛି । ସେକେଣ୍ଡରେ ଜୀବନମୁକ୍ତି କୁହାଯାଉଛି ନା । ବାବା ସାକ୍ଷାତ୍କାର କରାଇଲେ ଯେ ତୁମେ ବିଷ୍ଣୁଙ୍କର ରୂପ ହେଉଛ । ସେକେଣ୍ଡରେ ବିଶ୍ୱାସ ହୋଇଗଲା । ବିନାଶର ସାକ୍ଷାତ୍‌କାର ମଧ୍ୟ ହେଲା, ନଚେତ୍ କଲିକତାରେ ଯେପରି ରାଜକୀୟ ଠାଣିରେ ରହୁଥିଲେ । କୌଣସି ଅସୁବିଧା ନ ଥିଲା । ବହୁତ ରାଜକୀୟ ଭାବେ ରହୁଥିଲେ । ଏବେ ବାବା ତୁମକୁ ଏହି ଜ୍ଞାନ ରତ୍ନର ବ୍ୟାପାର ଶିଖାଉଛନ୍ତି । ଦୁନିଆର ବ୍ୟାପାର ତ ଏହା ଆଗରେ କିଛି ବି ନୁହେଁ । କିନ୍ତୁ ତୁମର ଏବଂ ଏହାଙ୍କ ଅଭିନୟରେ ଫରକ ରହିଛି । ବାବା ଏହାଙ୍କ ଶରୀରରେ ପ୍ରବେଶ କରିବାରୁ ତୁରନ୍ତ ସବୁ ଛାଡିଦେଲେ । ଭଟ୍ଟୀ ହେବାକୁ ଥିଲା । ତୁମେ ମଧ୍ୟ ସବୁ କିଛି ଛାଡିଛ । ନଦୀ ପାର କରି ଆସି ତପସ୍ୟାରେ ରହିଲେ । କ’ଣ-କ’ଣ ହେଲା, କିଛି ହେଲେ ଚିନ୍ତା ନାହିଁ । କହୁଛନ୍ତି ଶ୍ରୀକୃଷ୍ଣ ହରଣ କରିନେଲେ । କାହିଁକି ହରଣ କଲେ? ତାଙ୍କୁ ପାଟରାଣୀ କରିବା ପାଇଁ । ଏହି ଭଟ୍ଟୀ ମଧ୍ୟ କରାଯାଉଛି, ତୁମ ସନ୍ତାନମାନଙ୍କୁ ସ୍ୱର୍ଗର ମହାରାଣୀ କରିବା ପାଇଁ । ଶାସ୍ତ୍ରରେ ତ କ’ଣ ସବୁ ଲେଖି ଦେଇଛନ୍ତି, କିନ୍ତୁ ପ୍ରାକ୍ଟିକାଲ୍‌ରେ କ’ଣ ସବୁ ରହିଛି । ତାହା ଏବେ ତୁମେ ବୁଝୁଛ । ହରଣ କରିବାର କଥା ହିଁ ନାହିଁ । କଳ୍ପ ପୂର୍ବରୁ ମଧ୍ୟ ଗାଳି ଖାଇଥିଲେ । ନାମ ବଦନାମ ହୋଇଥିଲା । ଏହା ତ ହେଉଛି ଡ୍ରାମା, ଯାହା କିଛି ହେଉଛି କଳ୍ପ ପୂର୍ବ ସଦୃଶ ।

ଏବେ ତୁମେ ଭଲ ଭାବରେ ଜାଣିଛ ଯେ କଳ୍ପ ପୂର୍ବରୁ ଯେଉଁମାନେ ରାଜ୍ୟ ନେଇଥିଲେ ସେମାନେ ନିଶ୍ଚୟ ଆସିବେ । ବାବା କହୁଛନ୍ତି ମୁଁ ମଧ୍ୟ କଳ୍ପ-କଳ୍ପ ଆସି ଭାରତକୁ ସ୍ୱର୍ଗ କରାଉଛି । ପୂରା ୮୪ ଜନ୍ମର ହିସାବ ବତାଉଛି । ସତ୍ୟଯୁଗରେ ତୁମେ ଅମର ରହିବ । ସେଠାରେ ଅକାଳ ମୃତ୍ୟୁ ହୁଏ ନାହିଁ । ଶିବବାବା କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । କହୁଛନ୍ତି ମୁଁ କାଳର କାଳ ମହାକାଳ ଅଟେ । କାହାଣୀ ମଧ୍ୟ ରହିଛି ନା । ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ତୁମେ ଅରମଲୋକକୁ ଯାଉଛ । ଅମରଲୋକରେ ଉଚ୍ଚ ପଦ ପାଇବା ପାଇଁ ପ୍ରଥମତଃ ପବିତ୍ର ହେବାକୁ ପଡିବ, ଦ୍ୱିତୀୟରେ ପୁଣି ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ପ୍ରତ୍ୟହ ନିଜର ଚାର୍ଟ ରଖ । ରାବଣ ଦ୍ୱାରା ତୁମର କ୍ଷତି ହୋଇଛି । ମୋ ଦ୍ୱାରା ଲାଭ ହେଉଛି । ବ୍ୟାପାରୀ ଲୋକେ ଏହି କଥାକୁ ଭଲ ଭାବରେ ବୁଝିବେ । ଏହା ହେଉଛି ଜ୍ଞାନ ରତ୍ନ । କୋଟିକରେ କେହି ବ୍ୟାପାରୀ ଏହାଙ୍କ ସହିତ ବ୍ୟାପାର କରିବେ । ତୁମେ ଏଠାକୁ ବ୍ୟାପାର କରିବାକୁ ଆସିଛ । କେହି ତ ଭଲ ଭାବରେ ବ୍ୟାପାର କରି ସ୍ୱର୍ଗର ସଉଦା ନେଉଛନ୍ତି - ୨୧ ଜନ୍ମ ପାଇଁ । ୨୧ ଜନ୍ମ ବି କ’ଣ ୫୦-୬୦ ଜନ୍ମ ତୁମେ ବହୁତ ସୁଖୀ ରହିବ । ପଦ୍‌ମପତି ହେଉଛ । ଦେବତାଙ୍କର ପାଦ ପଦ୍ମ ଦର୍ଶାଇଥା’ନ୍ତି ନା । ଅର୍ଥ କିଛି ବୁଝୁ ନାହାଁନ୍ତି । ତୁମେ ଏବେ ପଦମ୍‌ପତି ହେଉଛ । ତେଣୁ ତୁମେ କେତେ ଖୁସି ହେବା ଉଚିତ୍ । ବାବା କହୁଛନ୍ତି ମୁଁ କେତେ ସାଧାରଣ ଅଟେ । ତୁମ ସନ୍ତାନମାନଙ୍କୁ ସ୍ୱର୍ଗକୁ ନେଇଯିବାକୁ ଆସିଛି । ଡାକୁଛ ମଧ୍ୟ ହେ ପତିତ-ପାବନ ଆସ, ଆସିକରି ପବିତ୍ର କରାଅ । ସୁଖଧାମରେ ସମସ୍ତେ ପବିତ୍ର ରହିବେ । ଶାନ୍ତିଧାମର କୌଣସି ଇତିହାସ-ଭୂଗୋଳ ନାହିଁ । ତାହା ତ ଆତ୍ମାମାନଙ୍କର ବୃକ୍ଷ ଅଟେ । ସୂକ୍ଷ୍ମବତନର କୌଣସି କଥା ହିଁ ନାହିଁ । ବାକି ଏହି ସୃଷ୍ଟି ଚକ୍ର କିପରି ଘୂରୁଛି ତାହା ତୁମେ ଜାଣିଗଲଣି । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଥିଲା । ଏପରି ନୁହେଁ, ଏକ ଲକ୍ଷ୍ମୀ-ନାରାୟଣ ହିଁ ରାଜତ୍ୱ କରିବେ । ବୃଦ୍ଧି ତ’ ହେବ ନା । ପୁଣି ଦ୍ୱାପରରେ ସେ ହିଁ ପୂଜ୍ୟରୁ ପୂଜାରୀ ହେଉଛନ୍ତି । ପୁଣି ମନୁଷ୍ୟ ପରମାତ୍ମାଙ୍କ ନିମନ୍ତେ କହିଦେଉଛନ୍ତି ନିଜେ ହିଁ ପୂଜ୍ୟ । ଯେପରି ପରମାତ୍ମାଙ୍କ ନିମନ୍ତେ ସର୍ବବ୍ୟାପୀ କହିଦେଉଛନ୍ତି, ଏହି କଥାକୁ କେବଳ ତୁମେ ହିଁ ବୁଝୁଛ । ଅଧାକଳ୍ପ ତୁମେ ଗାୟନ କରିଆସିଛ ସର୍ବୋଚ୍ଚ ଭଗବାନ ଏବଂ ବର୍ତ୍ତମାନ ଭଗବାନ କହୁଛନ୍ତି ଉଚ୍ଚରୁ ଉଚ୍ଚ ତୁମେ ସନ୍ତାନମାନେ ଅଟ । ତେଣୁ ଏପରି ବାବାଙ୍କର ରାୟ ଆଧାରରେ ମଧ୍ୟ ଚାଲିବା ଉଚିତ୍ ନା । ଗୃହସ୍ଥ ବ୍ୟବହାର ମଧ୍ୟ ସମ୍ଭାଳିବାକୁ ହେବ । ଏଠାରେ ତ’ ସମସ୍ତେ ସ୍ଥାୟୀ ଭାବେ ରହିପାରିବେ ନାହିଁ । ସମସ୍ତେ ରହିଲେ ତ କେତେ ବଡ ଘର ତିଆରି କରିବାକୁ ପଡିବ । ଏକଥା ମଧ୍ୟ ତୁମେ ଦିନେ ଦେଖିବ ଯେ ତଳୁ ଉପର ପର୍ଯ୍ୟନ୍ତ କେତେ ବଡ ଧାଡି ଲାଗିଯିବ, ଦର୍ଶନ କରିବା ପାଇଁ । କାହାକୁ ଦର୍ଶନ ନ ମିଳିଲେ ଗାଳି ଦେବାରେ ମଧ୍ୟ ଲାଗିପଡିଥା’ନ୍ତି । ଭାବୁଛନ୍ତି ଯେ ମହାତ୍ମାଙ୍କର ଦର୍ଶନ କରିବୁ । ବର୍ତ୍ତମାନ ବାବା ତ ହେଉଛନ୍ତି ସନ୍ତାନମାନଙ୍କର । ସନ୍ତାନମାନଙ୍କୁ ହିଁ ପଢାଉଛନ୍ତି । ତୁମେ ଯାହାକୁ ରାସ୍ତା ବତାଉଛ କେହି ତ ଭଲ ଭାବରେ ଚାଲୁଛନ୍ତି, କେହି କେହି ଧାରଣା କରି ପାରୁ ନାହାଁନ୍ତି, କେତେକ ଅଛନ୍ତି ଶୁଣୁଛନ୍ତି ପୁଣି ବାହାରକୁ ଗଲେ ସେହିଠାରେ ରହିଯାଉଛନ୍ତି, ମନରେ ସେହି ଖୁସି ରହୁନାହିଁ, ପାଠପଢୁ ନାହାଁନ୍ତି ଯୋଗ ମଧ୍ୟ କରୁ ନାହାଁନ୍ତି । ବାବା କେତେ ବୁଝାଉଛନ୍ତି, ଚାର୍ଟ ରଖ ନଚେତ୍ ବହୁତ ପଶ୍ଚାତାପ କରିବାକୁ ପଡିବ । ଆମେ ବାବାଙ୍କୁ କେତେ ୟାଦ କରୁଛୁ, ନିଜର ଚାର୍ଟ ଦେଖିବା ଉଚିତ୍ । ଭାରତର ପ୍ରାଚୀନ ଯୋଗର ବହୁତ ମହିମା ରହିଛି । ତେଣୁ ବାବା ବୁଝାଉଛନ୍ତି - ଯଦି କୌଣସି କଥା ବୁଝି ନ ପାରୁଛ ତେବେ ବାବାଙ୍କୁ ପଚାର । ଆଗରୁ ତୁମେ କିଛି ହେଲେ ବି ଜାଣିନଥିଲ । ବାବା କହୁଛନ୍ତି ଏହା ହେଉଛି କଣ୍ଟାର ଜଙ୍ଗଲ । କାମ ମହାଶତ୍ରୁ ଅଟେ । ଏହା ସ୍ୱୟଂ ଗୀତାର ଅକ୍ଷର ଅଟେ । ଗୀତା ପଢୁଥିଲେ କିନ୍ତୁ ବୁଝିପାରୁ ନ ଥିଲେ । ବାବା ସାରା ଆୟୁ ଗୀତା ପଢିଛନ୍ତି । ବୁଝୁଥିଲେ - ଗୀତାର ମହାତ୍ମ୍ୟ ବହୁତ ଭଲ । ଭକ୍ତିମାର୍ଗରେ ଗୀତାର କେତେ ସମ୍ମାନ ରହିଛି । ଗୀତା ବଡ ବି ରହିଛି ଛୋଟ ବି ରହିଛି । ଶ୍ରୀକୃଷ୍ଣ ଆଦି ଦେବତାମାନଙ୍କର ସେହି ଚିତ୍ର ଅଳ୍ପ ପଇସାରେ ମଧ୍ୟ ମିଳୁଛି, ସେହି ଚିତ୍ରର ପୁଣି କେତେ ବଡ-ବଡ ମନ୍ଦିର ତିଆରି କରୁଛନ୍ତି । ତେଣୁ ବାବା ବୁଝାଉଛନ୍ତି ତୁମକୁ ତ ବିଜୟ ମାଳାର ଦାନା ହେବାକୁ ପଡିବ । ଏପରି ମିଠା ମିଠା ବାବାଙ୍କୁ ବାବା-ବାବା ମଧ୍ୟ କହୁଛନ୍ତି । ବୁଝୁଛନ୍ତି ମଧ୍ୟ ବାବା ସ୍ୱର୍ଗର ରାଜତ୍ୱ ଦେଉଛନ୍ତି ତଥାପି ବି ଶୁଣୁଛନ୍ତି, କହୁଛନ୍ତି କିନ୍ତୁ ପୁଣି ମାୟାର ବଶୀଭୂତ ହୋଇ ଅହୋ ମାୟା ଛାଡପତ୍ର ଦେଇ ଦେଉଛନ୍ତି । ବାବା କହିଲ ତ ବାବା ଅର୍ଥାତ୍ ବାବା । ଭକ୍ତିମାର୍ଗରେ ମଧ୍ୟ ଗାନ କରାଯାଏ ଯେ ପତିମାନଙ୍କର ପତି, ଗୁରୁମାନଙ୍କର ଗୁରୁ ଏକ ଅଟନ୍ତି । ସେ ଆମର ପିତା ଅଟନ୍ତି, ଜ୍ଞାନର ସାଗର ପତିତ-ପାବନ ଅଟନ୍ତି । ତୁମେ ସନ୍ତାନମାନେ କହୁଛ ବାବା ଆମେ କଳ୍ପ-କଳ୍ପ ଆପଣଙ୍କଠାରୁ ସମ୍ପତ୍ତି ନେଇଆସିଛୁ । କଳ୍ପ-କଳ୍ପ ମିଶୁଛୁ । ବେହଦର ବାବାଙ୍କଠାରୁ ନିଶ୍ଚୟ ଆମକୁ ବେହଦର ସମ୍ପତ୍ତି ମିଳିବ । ମୁଖ୍ୟ ହେଉଛି ଅଲଫ ଅର୍ଥାତ୍ ବାବା ସେଥିରେ ବେ ଅର୍ଥାତ୍ ବାଦଶାହି ସମ୍ମିଳିତ ହୋଇ ରହିଛି । ବାବା ଅର୍ଥ ସମ୍ପତ୍ତି । ତାହା ହେଉଛି ହଦର ସମ୍ପତ୍ତି, ଏହା ହେଉଛି ବେହଦର ସମ୍ପତ୍ତି । ହଦର ବାବା ତ ଅଗଣିତ ରହିଛନ୍ତି । ବେହଦର ବାବା ତ ଏକ ଅଟନ୍ତି । ଆଚ୍ଛା—

ମିଠା ମିଠା ପାଞ୍ଚ ହଜାର ବର୍ଷ ପରେ ପୁନର୍ବାର ଆସି ମିଶୁଥିବା ସନ୍ତାନମାନଙ୍କ ପ୍ରତି ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସ୍ଥୂଳ ଏବଂ ସୂକ୍ଷ୍ମ ସେବା କରି ନିଜେ ଅପାର ଖୁସୀର ଅନୁଭବ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ଚାଲି-ଚଳଣି ଏବଂ ଖାଦ୍ୟ ପାନୀୟରେ ବହୁତ ରୟାଲଟୀ ଅର୍ଥାତ୍ ରାଜକୀୟତା ରଖିବାକୁ ହେବ ।

(୨) ଅମରଲୋକରେ ଉଚ୍ଚ ପଦ ପାଇବା ପାଇଁ ପବିତ୍ର ହେବା ସହିତ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ନିଜର ପୋତାମେଲ୍ (ଚାର୍ଟ) ଦେଖିବାକୁ ହେବ ଯେ ମୁଁ ବାବାଙ୍କୁ କେତେ ମନେ ପକାଉଛି? ଅବିନାଶୀ ଜ୍ଞାନ ରତ୍ନର ରୋଜଗାର ଜମା କରୁଛି? ମୋର କାନ ପବିତ୍ର ହେଲାଣି, ଯେଉଁଥିରେ ଧାରଣା ହୋଇପାରିବ?

ବରଦାନ:-
ସେବା କରିବା ସହିତ ଯୋଗର ଅନୁଭବ କରିବାରେ ରେସ୍ କରୁଥିବା ସଦା ଲଭଲୀନ ଆତ୍ମା ଭବ ।

ତୁମେମାନେ ସର୍ବଦା ଯୋଗଯୁକ୍ତ ସ୍ଥିତିରେ ତ ରହୁଛ କିନ୍ତୁ ଯୋଗ ଦ୍ୱାରା ଯେଉଁ ସବୁ ପ୍ରାପ୍ତିଗୁଡିକ ହୋଇଥାଏ ସେହି ପ୍ରାପ୍ତିଗୁଡିକର ଅନୁଭୂତିକୁ ଆଗକୁ ଆଗକୁ ବଢାଇଚାଲ, ସେଥିପ୍ରତି ଏବେ ବିଶେଷ ସମୟ ଏବଂ ବିଶେଷ ଧ୍ୟାନ ଦିଅ ଯାହା ଦ୍ୱାରା ଜଣାପଡିବ ଯେ ଇଏ ଅନୁଭୂତିର ସାଗରରେ ହଜିଯାଇଥିବା ଲଭଲୀନ ଆତ୍ମା ଅଟନ୍ତି । ଯେପରି ପବିତ୍ରତାର ଏବଂ ଶାନ୍ତିର, ବାତାବରଣର ସମସ୍ତଙ୍କୁ ଅନୁଭବ ହୋଇଥାଏ ସେହିପରି ତୁମକୁ ଶ୍ରେଷ୍ଠ ଯୋଗୀ, ଲଗନରେ ମଗନ ରହୁଥିବା ଯୋଗୀ ଅନୁଭବ କରନ୍ତୁ । ତୁମମାନଙ୍କର ଜ୍ଞାନର ପ୍ରଭାବ ତ ରହିଛି କିନ୍ତୁ ଯୋଗର ସିଦ୍ଧି ସ୍ୱରୂପର ପ୍ରଭାବ ମଧ୍ୟ ପଡୁ । ସେଥିପାଇଁ ସେବା କରିବା ସହିତ ଯୋଗର ଅନୁଭବରେ ବୁଡି ରୁହ ଏବଂ ଯୋଗ ରୂପୀ ଯାତ୍ରାର ଅନୁଭବର ରେସ୍‌ କର ।

ସ୍ଲୋଗାନ:-
ନିଜର ସିଦ୍ଧିକୁ ସ୍ୱୀକାର କରିନେବା ଅର୍ଥ ଭବିଷ୍ୟତ ପ୍ରାରବ୍ଧକୁ ଏହିଠାରେ ହିଁ ସମାପ୍ତ କରିଦେବା ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ଯେତେଯେତେ ତୁମେ ପିଲାମାନେ ଶ୍ରେଷ୍ଠ ସଂକଳ୍ପର ଶକ୍ତିରେ ସମ୍ପନ୍ନ ହୋଇଚାଲିବ ସେହି ଅନୁସାରେ ଶ୍ରେଷ୍ଠ ସଂକଳ୍ପର ଶକ୍ତିଶାଳୀ ସେବାର ସ୍ୱରୂପ ସ୍ପଷ୍ଟ ରୂପରେ ଦେଖିବାକୁ ମିଳିବ । ସମସ୍ତେ ଅନୁଭବ କରିବେ ଯେ ଆମକୁ କେହି ଡାକୁଛି ବା କୌଣସି ଦିବ୍ୟ ବୁଦ୍ଧି ଦ୍ୱାରା ଶୁଭ ସଂକଳ୍ପର ନିମନ୍ତ୍ରଣ ମିଳିଛି । ଆଉ କେହି ଦିବ୍ୟ ଦୃଷ୍ଟି ଦ୍ୱାରା ବାବାଙ୍କୁ ଏବଂ ବାବାଙ୍କର ସ୍ଥାନକୁ ଦେଖିବେ । ଏହି ଦୁଇ ପ୍ରକାରର ଅନୁଭବ ଦ୍ୱାରା ବହୁତ ତୀବ୍ରଗତିରେ ନିଜର ଶ୍ରେଷ୍ଠ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବେ ।