08.09.24 Avyakt Bapdada Odia Murli 15.12.2001 Om Shanti Madhuban
“ଏକବ୍ରତା ହୋଇ
ପବିତ୍ରତାର ଧାରଣା ଦ୍ୱାରା ଆତ୍ମିକ ସ୍ଥିତିରେ ରହି ମାନସୀକ ସେବା କର”
ଆଜି ଆତ୍ମିକ ପିତା
ଚାରିଆଡରୁ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ସ୍ଥିତିକୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ଭିତରେ
ଆତ୍ମିକ ସ୍ଥିତିର ଝଲକ କେତେ ଅଛି । ତେବେ ଆତ୍ମିକ ସ୍ଥିତି ନୟନ ଦ୍ୱାରା ହିଁ ପ୍ରତ୍ୟକ୍ଷ ହୋଇଥାଏ
। ଆତ୍ମିକ ସ୍ଥିତିରେ ଶକ୍ତିଶାଳୀ ଆତ୍ମା ସର୍ବଦା ନିଜର ନୟନ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ଶକ୍ତି
ପ୍ରଦାନ କରିଥାଏ । ତା’ର ଆତ୍ମିକ ସ୍ମିତହାସ୍ୟ ଚେହେରା ଅନ୍ୟମାନଙ୍କୁ ମଧ୍ୟ ଖୁସିର ଅନୁଭୂତି
କରାଇଥାଏ । ସେମାନଙ୍କର ଚାଲିଚଳନ ଏବଂ ଚେହେରା ଫରିସ୍ତାମାନଙ୍କ ଭଳି ଡବଲ ଲାଇଟ୍ ଦେଖାଯାଉଥାଏ ।
ଏହିଭଳି ଆତ୍ମ ଅଭିମାନୀ ସ୍ଥିତିର ଆଧାର ହେଲା ପବିତ୍ରତା । ଯେତିକି ଯେତିକି ମନ-ବାଣୀ ଏବଂ କର୍ମରେ
ପବିତ୍ରତା ଥିବ ସେହି ଅନୁସାରେ ଆତ୍ମ-ଅଭିମାନୀ ସ୍ଥିତି ଦେଖାଯିବ । ତେବେ ପବିତ୍ରତା ବ୍ରାହ୍ମଣ
ଜୀବନର ଶୃଙ୍ଗାର ଅଟେ ଏବଂ ମର୍ଯ୍ୟାଦା ମଧ୍ୟ ଅଟେ । ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନର
ପବିତ୍ରତାର ଧାରଣା ଆଧାରରେ ଆତ୍ମିକ ସ୍ଥିତିକୁ ଦେଖୁଛନ୍ତି । ଆତ୍ମ-ଅଭିମାନୀ ସ୍ଥିତିରେ ରହୁଥିବା
ଆତ୍ମା ଏହି ଦୁନିଆରେ ରହୁଥିଲେ ମଧ୍ୟ ଅଲୌକିକ ଫରିସ୍ତା ଭଳି ଦେଖାଯାଇଥାଏ ।
ତେଣୁ ନିଜେ ନିଜକୁ ଦେଖ,
ଚେକ୍ କର - ମୋ’ର ସଂକଳ୍ପରେ, ମୋ’ର ବାଣୀରେ ଆତ୍ମିକ ଭାବ ଅଛି ତ? ଆତ୍ମ-ଅଭିମାନୀ ସଂକଳ୍ପ ନିଜ
ଭିତରେ ମଧ୍ୟ ଶକ୍ତି ଭରି ଦେଇଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶକ୍ତି ପ୍ରଦାନ କରିଥାଏ । ଯାହାକୁ
ତୁମେମାନେ ଅନ୍ୟ ଶବ୍ଦରେ କହୁଛ ଆତ୍ମିକ ସଂକଳ୍ପ ମାନସୀକ ସେବାର ନିମିତ୍ତ ହୋଇଥାଏ । ଆତ୍ମିକ ବାଣୀ
ନିଜକୁ ଏବଂ ଅନ୍ୟମାନଙ୍କୁ ସୁଖ ଶାନ୍ତିର ଅନୁଭବ କରାଇଥାଏ । ତେବେ ତୁମମାନଙ୍କର ମାତ୍ର ଗୋଟିଏ
ଆତ୍ମିକ ବାଣୀ ଅନ୍ୟ ଆତ୍ମାମାନଙ୍କୁ ଜୀବନରେ ଆଗକୁ ବଢିବାର ଆଧାର ହୋଇଯାଏ ଏବଂ ଆତ୍ମିକ ବାଣୀ
ଶୁଣାଉଥିବା ଆତ୍ମା ବରଦାନୀ ପାଲଟିଯାଏ । ଆତ୍ମିକ କର୍ମ ନିଜକୁ ମଧ୍ୟ ସହଜରେ କର୍ମଯୋଗୀ ସ୍ଥିତିର
ଅନୁଭବ କରାଇଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ କର୍ମଯୋଗୀ କରିବାର ଦୃଷ୍ଟାନ୍ତ ହୋଇଯାଏ । ଯେଉଁମାନେ
ବି ସେମାନଙ୍କ ସମ୍ପର୍କରେ ଆସିଥାଆନ୍ତି ସେମାନେ ସହଜଯୋଗୀ, କର୍ମଯୋଗୀ ଜୀବନର ଅନୁଭବୀ ହୋଇଯାଆନ୍ତି
। କିନ୍ତୁ ଏକଥା ମଧ୍ୟ ଶୁଣାଇ ସାରିଛୁ ଯେ ଆତ୍ମିକ ସ୍ଥିତିରେ ରହିବାର ବୀଜ ହେଲା ପବିତ୍ରତା । ଯଦି
ପବିତ୍ରତା ସ୍ୱପ୍ନରେ ମଧ୍ୟ ଭଙ୍ଗ ହେଉ ନଥିବ ତେବେ ଯାଇ ଆତ୍ମ-ଅଭିମାନୀ ସ୍ଥିତି ଦେଖାଯିବ । ତେବେ
ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ବ୍ରତକୁ କୁହାଯିବ ନାହିଁ, କିନ୍ତୁ ପ୍ରତ୍ୟେକ ବାଣୀ ପ୍ରତ୍ୟେକ
ସଂକଳ୍ପ, ପ୍ରତ୍ୟେକ କର୍ମ ବ୍ରହ୍ମାଚାରୀ ହେବା ଦରକାର । ଯେପରି ଲୌକିକରେ କେହି କେହି ପିଲାଙ୍କର
ଚେହେରା ତା’ର ପିତା ଭଳି ହୋଇଥାଏ । ତେଣୁ କୁହାଯାଏ ଏହା ଭିତରେ ତ ତା’ର ପିତା ଦେଖାଯାଉଛି ।
ସେହିଭଳି ବ୍ରହ୍ମାଚାରୀ ବ୍ରାହ୍ମଣ ଆତ୍ମାର ଚେହେରାରେ ଆତ୍ମିକ ସ୍ଥିତି ଆଧାରରେ ବ୍ରହ୍ମାବାବାଙ୍କ
ସମାନ ସ୍ଥିତିର ଅନୁଭବ ହେବା ଦରକାର, ଯାହା ଦ୍ୱାରା ସମ୍ପର୍କରେ ଆସୁଥିବା ଆତ୍ମାମାନେ ଅନୁଭବ
କରିବେ ଯେ ଇଏ ତ ବ୍ରହ୍ମାବାବାଙ୍କ ଭଳି ଅଟନ୍ତି । ହୁଏ ତ ୧୦୦ ପ୍ରତିଶତ ହୋଇ ନ ପାରେ କିନ୍ତୁ
ସମୟ ଅନୁସାରେ କେତେ ପ୍ରତିଶତ ଦେଖାଯିବା ଦରକାର? ଏବଂ ତୁମେମାନେ କେତେ ପର୍ଯ୍ୟନ୍ତ ପହଞ୍ଚିଲଣି?
୭୫ ପ୍ରତିଶତ, ୮୦ ପ୍ରତିଶତ, ୯୦ ପ୍ରତିଶତ କେଉଁ ପର୍ଯ୍ୟନ୍ତ ପହଞ୍ଚିଲଣି? ଆଗ ଧାଡିବାଲା କୁହ,
ଦେଖ ବସିବା ପାଇଁ ତ ତୁମମାନଙ୍କୁ ଆଗ ନମ୍ବର ମିଳିଯାଇଛି । ତେଣୁ ବ୍ରହ୍ମାଚାରୀ ହେବାରେ ତ ଆଗ
ନମ୍ବରରେ ଥିବ ନା! କ’ଣ ଆଗରେ ଅଛ ନା ନାହିଁ?
ବାପଦାଦା ପ୍ରତ୍ୟେକ
ସନ୍ତାନର ପବିତ୍ରତାର ଧାରଣା ଆଧାରରେ ଆତ୍ମିକ ସ୍ଥିତିକୁ ଦେଖିବାକୁ ଚାହୁଛଁନ୍ତି । ବାପଦାଦାଙ୍କ
ପାଖରେ ସମସ୍ତଙ୍କର ଚାର୍ଟ ରହିଛି । ବାପଦାଦା କହୁ ନାହାଁନ୍ତି କିନ୍ତୁ ଚାର୍ଟ ନିଶ୍ଚିତ ଅଛି
ପିଲାମାନେ, କିପରି କରୁଛନ୍ତି, ସବୁ ଚାର୍ଟ ବାପଦାଦାଙ୍କ ପାଖରେ ଅଛି । ପବିତ୍ରତାରେ ମଧ୍ୟ ଏବେ
କେହି କେହି ପିଲାଙ୍କର ନମ୍ବର ବହୁତ କମ୍ ଅଛି । ସମୟ ଅନୁସାରେ ବିଶ୍ୱର ଆତ୍ମାମାନେ ତୁମମାନଙ୍କୁ
ଆତ୍ମ-ଅଭିମାନୀ ସ୍ଥିତିର ନମୂନା ରୂପରେ ଦେଖିବାକୁ ଚାହୁଁଛନ୍ତି । ତେଣୁ ଏହାର ସହଜ ବିଧି ହେଲା -
କେବଳ ଗୋଟଏ ଶବ୍ଦ ଉପରେ ଧ୍ୟାନ ଦିଅ, ବାରମ୍ବାର ସେହି ଗୋଟିଏ ଶବ୍ଦକୁ ନିଜେ ନିଜେ ସ୍ମରଣ କରୁଥାଅ,
ସେହି ଶବ୍ଦଟି ହେଲା - ଏକବ୍ରତା ଭବ । ଯେଉଁଠାରେ କେବଳ ଜଣେ ହିଁ ବୁଦ୍ଧିରେ ରହିବେ ସେଠାରେ
ଏକାଗ୍ରତା ସ୍ୱତଃ ହିଁ ଆସିଯିବ । ଅଚଳ-ଅଟଳ ସ୍ଥିତି ସ୍ୱତଃ ହିଁ ହୋଇଯିବ । ଏକବ୍ରତା ହେବା ଦ୍ୱାରା
ଏକମତରେ ଚାଲିବା ମଧ୍ୟ ବହୁତ ସହଜ ହୋଇଯିବ । ଯେବେକି ଏକବ୍ରତା ହିଁ ଅଟ, ତେଣୁ ଜଣଙ୍କର ମତ
ଅନୁସାରେ ଚାଲିବା ଦ୍ୱାରା ଏକମତୀ ସଦ୍ଗତି ସହଜରେ ହୋଇଯିବ ଏବଂ ଏକରସ ସ୍ଥିତି ସ୍ୱତଃ ହିଁ
ହୋଇଯିବ । ତେଣୁ ଚେକ୍ କର ମୁଁ ଏକବ୍ରତା ଅଟେ ତ? ସାରା ଦିନ ଭିତରେ ମନ ବୁଦ୍ଧି ଏକବ୍ରତା
ସ୍ଥିତିରେ ରହୁଛି ତ? ହିସାବ କରିବାରେ ମଧ୍ୟ ପ୍ରଥମ ହିସାବ ଏକରୁ ହିଁ ଆରମ୍ଭ ହୋଇଥାଏ । ଗୋଟିଏ
ବିନ୍ଦୁ ଏବଂ ଗୋଟିଏ ଶବ୍ଦକୁ ମନେ ରଖ, ଏକ ସହିତ ଆଉ ଏକ ଅଙ୍କ ଲଗାଇଚାଲ, ଯଦି ଗୋଟିଏ ବିନ୍ଦୁ ପରେ
ଆଉ ଗୋଟିଏ ବିନ୍ଦୁ ଲଗାଇ ଚାଲିବ ତେବେ ସଂଖ୍ୟା କେତେ ବଢିଯିବ । ଯଦି ଅନ୍ୟ କିଛି ବି ମନେ ନ ରହୁଛି
ତେବେ ଏହି ଏକ ଶବ୍ଦ ତ ମନେ ରହିବ ନା! ସମୟ ଏବଂ ଆତ୍ମାମାନେ ତୁମ ଭଳି ଏକବ୍ରତା ଆତ୍ମାମାନଙ୍କୁ
ଡାକିବାରେ ଲାଗିଛନ୍ତି ତେଣୁ ହେ ଦେବାତ୍ମାମାନେ ତୁମକୁ କ’ଣ ସମୟର ଡାକରା ଏବଂ ଆତ୍ମାମାନଙ୍କର
ଡାକରା ଶୁଭୁ ନାହିଁ? ପ୍ରକୃତି ମଧ୍ୟ ତୁମ ଭଳି ପ୍ରକୃତି ପତି ଆତ୍ମାମାନଙ୍କୁ ଦେଖି ଡାକିବାରେ
ଲାଗିଛି - ହେ ପ୍ରକୃତିପତି ଆତ୍ମାମାନେ ଏବେ ପରିବର୍ତ୍ତନ କର । ଏବେ ତ ମଝିରେ ମଝିରେ ଛୋଟ-ଛୋଟ
ଝଟକା ଲାଗୁଛି । ବିଚରା ଆତ୍ମାମାନଙ୍କୁ ବାରମ୍ବାର ଦୁଃଖର ଏବଂ ଭୟର ଝଟକା ଅର୍ଥାତ୍ ଧକ୍କା ଖୁଆଅ
ନାହିଁ । ତୁମେମାନେ ବାବାଙ୍କଠାରୁ ମୁକ୍ତି ପ୍ରାପ୍ତ କରାଇବାବାଲା ମାଷ୍ଟର ମୁକ୍ତିଦାତା ଅଟ, ତେବେ
ଏହି ଆତ୍ମାମାନଙ୍କୁ କେବେ ଆଉ ମୁକ୍ତି ପ୍ରାପ୍ତ କରାଇବ? କ’ଣ ତୁମ ମନ ଭିତରେ ଦୟା ଆସୁନାହିଁ?
କ’ଣ ସମାଚାର ଶୁଣି ଚୁପ୍ ହୋଇ ବସିଯାଉଛ? ଭାବୁଛ ସମାଚାର ତ ଶୁଣିନେଲି! ବାସ୍ କାମ ସରିଗଲା
ସେଥିପାଇଁ ବାପଦାଦା ଏବେ ପ୍ରତ୍ୟେକ ସନ୍ତାନକୁ କୃପାଳୁ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି । ଏବେ
ନିଜର ସମସ୍ତ ବିନାଶୀ କଥା ଗୁଡିକୁ ଛାଡ, କୃପାଳୁ ହୁଅ । ମାନସୀକ ସେବାରେ ଲାଗିପଡ । ସକାଶ ଦିଅ,
ଶାନ୍ତି ଦିଅ, ସାହରା ଦିଅ । ଯଦି ଦୟାଳୁ ହୋଇ ଅନ୍ୟମାନଙ୍କୁ ସାହାରା ଦେବାରେ ସର୍ବଦା ବ୍ୟସ୍ତ
ରହିବ ତେବେ ବିନାଶୀ ଆକର୍ଷଣ ଗୁଡିକରୁ, ବିନାଶୀ ସମସ୍ୟା ଗୁଡିକରୁ ସ୍ୱତଃ ହିଁ ମୁକ୍ତ ହୋଇଯିବ ।
ମେହନତ କରିବାରୁ ମୁକ୍ତ ହୋଇଯିବ । ତେବେ ବାଣୀର ସେବା କରିବାରେ ତ ବହୁତ ସମୟ ଦେଲ, ସମୟକୁ ସଫଳ
କରିଲ, ସନ୍ଦେଶ ମଧ୍ୟ ଦେଲ । ଆତ୍ମାମାନଙ୍କୁ ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ଆଣିଲ, ଡ୍ରାମା ଅନୁସାରେ
ଏବେ ପର୍ଯ୍ୟନ୍ତ ଯାହା ସବୁ କରିଛ ବହୁତ ଭଲ କରିଛ? କିନ୍ତୁ ଏବେ ବାଣୀ ସହିତ ମାନସୀକ ସେବା
କରିବାର ବହୁତ ଅଧିକ ଆବଶ୍ୟକତା ରହିଛି ଏବଂ ଏହି ମାନସୀକ ସେବା ମଧ୍ୟ ପ୍ରତ୍ୟେକ ନୂଆ-ପୁରଣା,
ମହାରଥୀ, ଘୋଡା ସବାର, ପଦାତିକ ସମସ୍ତେ କରିପାରିବେ । ଏଥିରେ ବଡମାନେ କରିବେ, ଆମେ ତ ଛୋଟ, ମୁଁ
ତ ବେମାର ଅଟେ, ଆମ ପାଖରେ ତ କୌଣସି ସାଧନ ନାହିଁ... ତେବେ ଏଠାରେ କୌଣସି ବି ଆଧାରର ଆବଶ୍ୟକତା
ନାହିଁ । ଏହା ତ ଛୋଟ ଛୋଟ ପିଲାମାନେ ମଧ୍ୟ କରିପାରିବେ । ପିଲାମାନେ ମାନସୀକ ସେବା କରିପାରିବ
ନା? (ହାଁ ଜୀ) ସେଥିପାଇଁ ଏବେ ବାଣୀର ସେବା ସହିତ ମାନସୀକ ସେବାର ମଧ୍ୟ ସନ୍ତୁଳନ ରଖ । ତେବେ
ମାନସୀକ ସେବା କରିବାବାଲା ସେବାଧାରୀକୁ ମଧ୍ୟ ବହୁତ ଫାଇଦା ମିଳିଥାଏ । କାହିଁକି ଜାଣିଛ? ଯେଉଁ
ଆତ୍ମାର ମାନସୀକ ସେବା କରିବ ବା ସଂକଳ୍ପ ଦ୍ୱାରା ତାକୁ ଶକ୍ତି ଦେବ, କିରଣ ଦେବ ସେହି ଆତ୍ମା
ତୁମକୁ ଆଶୀର୍ବାଦ ଦେବ । ତେବେ ତୁମ ଖାତାରେ ସ୍ୱ ପୁରୁଷାର୍ଥର ଜମା ତ ନିଶ୍ଚିତ ଅଛି ପୁଣି ସେଥିରେ
ଆଶୀର୍ବାଦର ଖାତା ମଧ୍ୟ ଜମା ହୋଇଯିବ । ତେଣୁ ତୁମର ଜମା ଖାତା ଡବଲ ରୀତିରେ ବଢି ଚାଲିବ,
ସେଥିପାଇଁ ଚାହେଁ ନୂଆ ହୋଇଥାଅ, ଚାହେଁ ପୁରୁଣା ହୋଇଥାଅ, କାହିଁକି ନା ଏଥର ନୂଆ ମଧ୍ୟ ବହୁତ
ଆସିଛନ୍ତି! ଯେଉଁ ନୂଆ ପିଲାମାନେ ପ୍ରଥମ ଥର ପାଇଁ ଆସିଛ ସେମାନେ ହାତ ଉଠାଅ । ତେବେ ପ୍ରଥମ ଥର
ପାଇଁ ଆସିଥିବା ପିଲାମାନଙ୍କୁ ମଧ୍ୟ ବାପଦାଦା ପଚାରୁଛନ୍ତି ଯେ ତୁମେମାନେ ମାନସୀକ ସେବା
କରିପାରିବ? (ବାପଦାଦା ପାଣ୍ଡବମାନଙ୍କୁ ଏବଂ ମାତାମାନଙ୍କୁ ଅଲଗା ଅଲଗା ପଚାରିଲେ) ହାତ ତ ବହୁତ
ଭଲ ଉଠାଇଥିଲ, ଚାହେଁ କେହି ଟି.ଭି. ଦ୍ୱାରା ମଧ୍ୟ ଦେଖୁଛନ୍ତି ବା ଶୁଣୁଛନ୍ତି, ଚାହେଁ ସମ୍ମୁଖରେ
ବସି ମଧ୍ୟ ଶୁଣୁଛନ୍ତି, ଏବେ ବାପଦାଦା ସବୁ ପିଲାଙ୍କୁ ଏହି ଦାୟିତ୍ୱ ଦେଉଛନ୍ତି ଯେ ପ୍ରତିଦିନ
ସାରା ଦିନ ଭିତରେ କେତେ ଘଣ୍ଟା ମାନସୀକ ସେବା କରିଲ, ପ୍ରତ୍ୟେକ ନିଜ ପାଖରେ ଚାର୍ଟ ରଖିବ । ଏମିତି
କହିବ ନାହିଁ ଯେ ହଁ ମୁଁ କରିଛି । ଯଥାର୍ଥ ରୂପରେ କେତେ ଘଣ୍ଟା ମାନସୀକ ସେବା କରିଛି, ସମସ୍ତେ
ଏହାର ଚାର୍ଟ ରଖିବ । ପୁଣି ବାପଦାଦା କେବେ ବି ଅଚାନକ ଚାର୍ଟ ମଗାଇ ଦେଖିବେ । କିନ୍ତୁ ତାରିଖ
ଶୁଣାଇବେ ନାହିଁ । ଅଚାନକ ମଗାଇବେ, ଦେଖିବେ ଯେ ଦାୟିତ୍ୱର ମୁକୁଟ ପିନ୍ଧିଛନ୍ତି ନା ହଲଚଲ
ହୋଇଛନ୍ତି? ଦାୟିତ୍ୱର ମୁକୁଟ ତ ପିନ୍ଧିବ ନା! ଟୀଚରମାନେ ଦାୟିତ୍ୱର ମୁକୁଟ ତ ପିନ୍ଧିଛନ୍ତି ନା?
ଏବେ ସେଥିରେ ଏହାକୁ ଯୋଡିଦିଅ । ଠିକ୍ ଅଛି ନା! ଡବଲ ବିଦେଶୀ ହାତ ଉଠାଅ । ଯଦି ଦାୟିତ୍ୱର ମୁକୁଟ
ଭଲ ଲାଗୁଛି ତେବେ ଏହିଭଳି ହାତ ଉଠାଅ । ଟୀଚରମାନେ ମଧ୍ୟ ହାତ ଉଠାଅ, ତୁମମାନଙ୍କୁ ଦେଖି
ସମସ୍ତଙ୍କୁ ପ୍ରେରଣା ମିଳିବ । ତେବେ ଚାର୍ଟ ରଖିବ ତ? ଆଚ୍ଛା!
ବାପଦାଦା ଅଚାନକ କେଉଁ
ଦିନ ବି କହିପାରନ୍ତି - ସମସ୍ତେ ନିଜ ନିଜର ଚାର୍ଟ ଲେଖି ପଠାଅ, ତା’ପରେ ଦେଖିବେ, କାହିଁକି ନା
ବର୍ତ୍ତମାନ ସମୟରେ ଏହା ବହୁତ ଆବଶ୍ୟକ । ନିଜର ପରିବାରର ଦୁଃଖ, କଷ୍ଟ ତୁମେମାନେ ଦେଖିପାରିବ?
ଦେଖିପାରିବ? ଦୁଃଖୀ ଆତ୍ମାମାନଙ୍କୁ ଆଞ୍ଜୁଳୀ ତ ଦିଅ । ତୁମମାନଙ୍କର ଗୋଟିଏ ଗୀତ ଅଛି ନା - ତୁମର
ଯେଉଁ ଗୀତ ରହିଛି - ଏକ ବୁନ୍ଦ କୀ ପ୍ୟାସୀ ହୈଁ ହମ୍.... ଆଜିକାଲି ସମୟରେ ଆତ୍ମାମାନେ ଗୋଟିଏ
ବୁନ୍ଦା ସୁଖ-ଶାନ୍ତିର ତୃଷାର୍ତ୍ତ ଅଟନ୍ତି । ସୁଖ-ଶାନ୍ତି ରୂପୀ ଅମୃତର ଗୋଟିଏ ବୁନ୍ଦା ମିଳିଗଲେ
ମଧ୍ୟ ଖୁସି ହୋଇଯିବେ । ବାପଦାଦା ବାରମ୍ବାର ଶୁଣାଇ ଚାଲିଛନ୍ତି, ଯେ ସମୟ ତୁମମାନଙ୍କୁ ଅପେକ୍ଷା
କରି ରହିଛି । ବ୍ରହ୍ମାବାବା ମଧ୍ୟ ନିଜର ଘରର ଗେଟ୍ ଖୋଲିବା ପାଇଁ ଅପେକ୍ଷା କରି ରହିଛନ୍ତି
ପ୍ରକୃତି ମଧ୍ୟ ତୀବ୍ରବେଗରେ ସଫାଇ କାର୍ଯ୍ୟ କରିବା ପାଇଁ ଅପେକ୍ଷା କରି ରହିଛି ତେଣୁ ହେ
ଫରିସ୍ତାମାନେ ଏବେ ନିଜର ଡବଲ ଲାଇଟ୍ ସ୍ଥିତି ଦ୍ୱାରା ଏମାନଙ୍କର ଅପେକ୍ଷାକୁ ସମାପ୍ତ କର ।
ଏଭରରେଡି ଅର୍ଥାତ୍ ସଦା ପ୍ରସ୍ତୁତ ଶବ୍ଦ ତ ସମସ୍ତେ କହୁଛ କିନ୍ତୁ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ
ହେବାରେ ଏଭରରେଡି ହୋଇଗଲଣି? କେବଳ ଶରୀର ଛାଡିବା ପାଇଁ ଏଭରରେଡି ହେବାର ନାହିଁ, କିନ୍ତୁ
ବାବାଙ୍କ ସମାନ ହୋଇ ଘରକୁ ଯିବା ପାଇଁ ମଧ୍ୟ ଏଭରରେଡି ହେବାକୁ ପଡିବ ।
ମଧୁବନବାଲା ସମସ୍ତେ ଆଗରେ
ଆଗରେ ବସିଛନ୍ତି, ଭଲ କଥା । ସେବା ମଧ୍ୟ କରୁଛନ୍ତି । କ’ଣ ମଧୁବନବାଲା ଏଭରରେଡି ଅଛ ତ? ହସୁଛନ୍ତି,
ଆଚ୍ଛା ପ୍ରଥମ ଧାଡି ବାଲା ମହାରଥୀମାନେ ଏଭରରେଡି ଅଛ? ବାବାଙ୍କ ସମାନ ହେବାରେ ଏଭରରେଡି ଅଟ? ଯଦି
ଏକା ଏକା ଯିବାର ଅଛି ତେବେ ଆଡଭାନ୍ସ ପାର୍ଟିରେ ଯାଅ । ଆଡଭାନ୍ସ ପାର୍ଟି ତ ନ ଚାହିଁଲେ ମଧ୍ୟ ବଢି
ବଢି ଚାଲିଛନ୍ତି । ଏବେ ଯଦି ବାଣୀର ସେବାରେ ଏବଂ ମାନସୀକ ସେବାରେ ସର୍ବଦା ବ୍ୟସ୍ତ ରହିବ ତେବେ
ଆଶୀର୍ବାଦ ବହୁତ ମିଳିବ ଏବଂ ଡବଲ ଖାତା ଜମା ହୋଇଯିବ - ପୁରୁଷାର୍ଥ ମଧ୍ୟ ଜମା ହେବ ଏବଂ
ଆଶୀର୍ବାଦର ଖାତା ମଧ୍ୟ ଜମା ହେବ । ତେଣୁ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା, କର୍ମ ଦ୍ୱାରା,
ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ । କେବଳ ଗୋଟିଏ ହିଁ କାମ କର -
ମୋତେ ଆଶୀର୍ବାଦ ଦେବାର ଅଛି । ଚାହେଁ କେହି ତୁମକୁ ଅଭିଶାପ ମଧ୍ୟ ଦେଉ କିନ୍ତୁ ତୁମେ ତାକୁ
ଆଶୀର୍ବାଦ ଦିଅ କାହିଁକି ନା ଆଶୀର୍ବାଦର ସାଗରଙ୍କର ସନ୍ତାନ ଅଟ । କେହି ଯଦି ତୁମ ଉପରେ ନାରାଜ
ହେଉଛି ତେବେ ହେଉ, କିନ୍ତୁ କେବେ ବି ତୁମେ ନାରାଜ ହୁଅ ନାହିଁ । ସର୍ବଦା ରାଜୀ ଅର୍ଥାତ୍
ସନ୍ତୁଷ୍ଟ ରୁହ । ଏହିଭଳି ହୋଇପାରିବ? ଯଦି ୧୦୦ ଜଣ ତୁମକୁ ନାରାଜ କରିବାକୁ ଚେଷ୍ଟା କରିବେ ତୁମେ
ରାଜି ରହିବ, ଏହା ହୋଇପାରିବ? ଦ୍ୱିତୀୟ ଲାଇନ୍ବାଲା କୁହ, ହୋଇପାରିବ? ଦେଖିବ ଏବେ ଆହୁରି ତୁମକୁ
ନାରାଜ କରିବେ! ପରୀକ୍ଷା ତ ଆସିବ ନା । ମାୟା ମଧ୍ୟ ଶୁଣୁଛି ନା! ବାସ୍, କେବଳ ଏହି ଦୃଢ
ସଂକଳ୍ପର ବ୍ରତକୁ ଧାରଣ କର - “ମୋତେ ଆଶୀର୍ବାଦ ଦେବାର ଅଛି ଏବଂ ନେବାର ଅଛି, ବାସ୍” ।
ହୋଇପାରିବ? ମାୟା ଭଲେ ନାରାଜ କରୁ, ତୁମେ ତ ସମସ୍ତଙ୍କୁ ରାଜୀ କରିବାବାଲା ଅଟ ନା? ତେଣୁ ଏହି
ଗୋଟିଏ ହିଁ କାମ କର, ବାସ୍! ମୋତେ ନାରାଜ ହେବାର ନାହିଁ, କି କାହାକୁ ନାରାଜ କରିବାର ନାହିଁ ।
ଯଦି କେହି ମୋତେ ନାରାଜ କରୁ, କିନ୍ତୁ ମୋତେ ନାରାଜ ହେବାର ନାହିଁ । ନା ମୋତେ କରିବାର ଅଛି ନା
ହେବାର ଅଛି । ତେଣୁ ପ୍ରତ୍ୟେକ ଆତ୍ମା ନିଜ ନିଜର ଦାୟିତ୍ୱକୁ ସ୍ୱୀକାର କର । ଅନ୍ୟମାନଙ୍କୁ
ଦେଖିବାର ନାହିଁ, ଇଏ କରୁଛି, ସିଏ କରୁଛି, ତୁମେ ସାକ୍ଷୀ ହୋଇ ଖେଳ ଦେଖିବାବାଲା ଅଟ, କେବଳ ରାଜୀ
ରହିବାର ଖେଳ ଦେଖିବ କି? ନାରାଜ ହେବାର ଖେଳ ମଧ୍ୟ ମଝିରେ ମଝିରେ ଦେଖିବା ଦରକାର ନା । ପୁଣି ବି
ପ୍ରତ୍ୟେକ ଆତ୍ମା ନିଜେ ନିଜକୁ ସର୍ବଦା ରାଜୀ ରଖ ଅର୍ଥାତ୍ ସନ୍ତୁଷ୍ଟ ରଖ ।
ମାତାମାନେ, ପାଣ୍ଡବମାନେ
ହୋଇପାରିବ? ବାପଦାଦା ସମସ୍ତଙ୍କର ସ୍ଥିତିର ଚିତ୍ର ଦେଖି ନେବେ । ବାପଦାଦାଙ୍କ ପାଖରେ ବହୁତ ବଡ
ଟି.ଭି. ଅଛି, ବହୁତ ବଡ । ଯେଉଁଥିରେ ପ୍ରତ୍ୟେକଙ୍କର ଜଣ ଜଣଙ୍କର କାର୍ଯ୍ୟକଳାପକୁ ଦେଖିପାରିବେ,
କେଉଁ ସମୟରେ କିଏ କ’ଣ କରୁଛି, ବାପଦାଦା ସବୁ ଦେଖୁଛନ୍ତି କିନ୍ତୁ କିଛି କହୁନାହାଁନ୍ତି, ତୁମକୁ
ଶୁଣାଉ ନାହାଁନ୍ତି । ବାକି ବହୁତ ପ୍ରକାରର ରଙ୍ଗ ଦେଖୁଛନ୍ତି । ଲୁଚି ଲୁଚି କରି କ’ଣ ସବୁ କରୁଛ,
ତାହା ମଧ୍ୟ ଦେଖୁଛନ୍ତି । ପିଲାମାନଙ୍କ ଭିତରେ ଚାଲାକୀ ମଧ୍ୟ ବହୁତ ଅଛି ନା! ବହୁତ ଚାଲାକ ଅଟନ୍ତି
। ବାପଦାଦା ଯଦି ପିଲାମାନଙ୍କର ଚାଲାକି ବିଷୟରେ ଶୁଣାଇବେ ନା ତେବେ ଶୁଣିବା ପରେ ତୁମେମାନେ
ଭାବିବାକୁ ଲାଗିବ, ସେଥିପାଇଁ ଶୁଣାଉ ନାହୁଁ । ତୁମମାନଙ୍କକୁ ଚିନ୍ତାରେ କାହିଁକି ପକାଇବୁ ।
କିନ୍ତୁ ବହୁତ ଚତୁରତା ପୂର୍ବକ କରୁଛନ୍ତି । ଯଦି ସବୁଠାରୁ ଚତୁର ଦେଖିବାକୁ ଚାହୁଁଛ ତେବେ
ବ୍ରାହ୍ମଣମାନଙ୍କ ଭିତରେ ଦେଖ । କିନ୍ତୁ ଏବେ କେଉଁଥିରେ ଚତୁର ହେବ? ମାନସୀକ ସେବା କରିବାରେ
ଚତୁର ହୁଅ । ପ୍ରଥମ ପ୍ରଥମ ନମ୍ବର ନେଇଯାଅ । ନିଜର ନମ୍ବରକୁ ପଛରେ ରଖ ନାହିଁ । ଏଥିରେ କୌଣସି
କାରଣ ଦର୍ଶାଅ ନାହିଁ । ସମୟ ମିଳୁନାହିଁ, ସୁଯୋଗ ମିଳୁ ନାହିଁ, ଦେହ ଭଲ ନାହିଁ, ମୋତେ ପଚାରୁ
ନାହାଁନ୍ତି । ଏଭଳି କିଛି କି କାରଣ ଦର୍ଶାଅ ନାହିଁ । ସମସ୍ତେ କରିପାରିବ । ପିଲାମାନେ ଦୌଡିବାର
ଖେଳ ଖେଳିଥିଲେ ନା, ଏବେ ଏଥିରେ ଦୌଡ କର । ମାନସୀକ ସେବାର ରେସ କର । ଆଚ୍ଛା!
ସେବାର ପାଳି କର୍ଣ୍ଣାଟକ
ଜୋନ୍ର:-
କର୍ଣ୍ଣାଟକ ବାଲା
ଯେଉଁମାନେ ସେନାରେ ଅଛନ୍ତି, ସେମାନେ ଉଠ । ଏତେ ପିଲାମାନେ ସେବା କରିବା ପାଇଁ ଆସିଛନ୍ତି । ଭଲ
କଥା, ଏହା ମଧ୍ୟ ତୁମକୁ ସହଜରେ ଶ୍ରେଷ୍ଠ ପୂଣ୍ୟର ଖାତା ଜମା କରିବାର ସୁବର୍ଣ୍ଣ ସୁଯୋଗ ମିଳୁଛି ।
ଭକ୍ତିରେ ମଧ୍ୟ କହିଥାଆନ୍ତି - ଯଦି ଗୋଟିଏ ବି ବ୍ରାହ୍ମଣର ସେବା କରିବ ତେବେ ବହୁତ ପୁଣ୍ୟ ହେବ ।
କିନ୍ତୁ ଏଠାରେ କେତେ ସଚ୍ଚା ବ୍ରାହ୍ମଣଙ୍କର ସେବା କରୁଛ । ତେବେ ଏହା ତ ବହୁତ ଭଲ ସୁଯୋଗ ମିଳିଛି
ନା । କ’ଣ ଭଲ ଲାଗିଲା, ନା ଥକିଯାଇଛ? ଥକିଯାଇ ନାହଁ ତ? ମଜା ଲାଗୁଛନ୍ତି ତ! ଯଦି ସଚ୍ଚା ହୃଦୟରେ
ପୂଣ୍ୟ କର୍ମ ମନେକରି ସେବା କରିଥିବ ତେବେ ତା’ର ପ୍ରତ୍ୟକ୍ଷ ଫଳ ହେଲା, କ୍ଲାନ୍ତ ଲାଗିବ ନାହିଁ,
ବରଂ ଖୁସି ଲାଗିବ । ପୂଣ୍ୟ ଜମା ହେବାର ଏହିଭଳି ପ୍ରତ୍ୟକ୍ଷ ଫଳ ଅନୁଭବ ହୋଇଥାଏ । ଯଦି ଟିକିଏ ବି
କୌଣସି କାରଣରୁ କ୍ଳାନ୍ତ ଅନୁଭବ ହେଉଛି ତେବେ ଜାଣିନିଅ ସଚ୍ଚା ହୃଦୟରେ ସେବା ହୋଇନାହିଁ । ସେବା
ଅର୍ଥାତ୍ ପ୍ରତ୍ୟକ୍ଷ ଫଳ, ମେୱା । ତେଣୁ ସେବା କରୁନାହଁ ଯେ ମେୱା ଖାଉଛ, ତେବେ କର୍ଣ୍ଣାଟକର ସବୁ
ସେବାଧାରୀ ପିଲାମାନେ ନିଜର ସେବାର ପାର୍ଟ ଭଲ ଭାବରେ କରିଛନ୍ତି ଏବଂ ସେବାର ଫଳ ମଧ୍ୟ ଖାଉଛନ୍ତି
।
ଆଚ୍ଛା, ସବୁ ଟୀଚରମାନେ
ଠିକ୍ ଅଛନ୍ତି ଟୀଚରମାନଙ୍କୁ ଗୋଟିଏ ସିଜିନ୍ ଭିତରେ ଅନେକ ଥର ମିଶିବାର ସୁଯୋଗ ମିଳିଯାଉଛି ।
ଏହିଭଳି ସୁଯୋଗ ମିଳିବା ମଧ୍ୟ ଭାଗ୍ୟର ଲକ୍ଷଣ ଅଟେ । ଏବେ ଟୀଚରମାନଙ୍କୁ ମାନସୀକ ସେବାରେ ରେସ୍
କରିବାକୁ ହେବ । କିନ୍ତୁ ଏଭଳି କରିବ ନାହିଁ ଯେ ସାରା ଦିନ ବସି ରହିବ, କହିବ ମୁଁ ମାନସୀକ ସେବା
କରୁଛି । ଯଦି କେହି କୋର୍ସ କରିବା ପାଇଁ ଆସିବ କିନ୍ତୁ ତୁମେ କହିବ ନା - ନା ମୁଁ ତ ମାନସୀକ ସେବା
କରୁଛି । ଯଦି କୌଣସି ପ୍ରକାରର କର୍ମଯୋଗ କରିବାର ଆବଶ୍ୟକତା ଥିବ କିନ୍ତୁ ତୁମେ କହୁଥିବ ମୁଁ
ମାନସୀକ ସେବା କରୁଛି, ନା । ସନ୍ତୁଳନ ରଖିବା ଦରକାର । କାହାକୁ କାହାକୁ ଅତ୍ୟଧିକ ନିଶା ଚଢିଯାଏ
ନା! ତେବେ ଏଭଳି ନିଶା ଚଢାଇବାର ନାହିଁ । ବାଲାନ୍ସ ଅର୍ଥାତ୍ ସନ୍ତୁଳନ ରଖିବା ଦ୍ୱାରା
ବ୍ଲେସିଙ୍ଗ୍ ଅର୍ଥାତ୍ ଆଶୀର୍ବାଦ ମିଳିଥାଏ । ବାଲାନ୍ସ ନ ଥିଲେ ବ୍ଲେସିଙ୍ଗ୍ ମଧ୍ୟ ନ ଥାଏ ।
ଆଚ୍ଛା!
ଏବେ ସମସ୍ତେ ଗୋଟିଏ
ସେକେଣ୍ଡ ଭିତରେ ମାନସିକ ସେବା କରିବାର ଅନୁଭବ କର । ଆତ୍ମାମାନଙ୍କୁ ଶାନ୍ତି ଏବଂ ଶକ୍ତିର
ଆଞ୍ଜୁଳୀ ଦିଅ । ଆଚ୍ଛା, ଚାରିଆଡର ସର୍ବଶ୍ରେଷ୍ଠ ଆତ୍ମିକ ସ୍ଥିତିର ଅନୁଭବ କରାଉଥିବା
ଆତ୍ମ-ଅଭିମାନୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ପ୍ରତ୍ୟେକ ସଂକଳ୍ପରେ ଏବଂ ସ୍ୱପ୍ନରେ ମଧ୍ୟ ପବିତ୍ରତାର
ପାଠ ପଢାଉଥିବା ବ୍ରହ୍ମାଚାରୀ ପିଲାମାନଙ୍କୁ, ସମସ୍ତ ଦୃଢ ସଂକଳ୍ପଧାରୀ, ମାନସୀକ ସେବାଧାରୀ,
ତୀବ୍ର ପୁରୁଷାର୍ଥୀ ଆତ୍ମାମାନଙ୍କୁ, ସର୍ବଦା ଆଶୀର୍ବାଦ ଦେଉଥିବା ଏବଂ ନେଉଥିବ, ପୁଣ୍ୟ
ଆତ୍ମାମାନଙ୍କୁ ବାପଦାଦାଙ୍କର, ଦିଲାରାମ ପିତାଙ୍କର ମନ ପ୍ରାଣ ସହିତ ଶୁଭେଚ୍ଛା ଏବଂ ନମସ୍ତେ ।
ଦାଦୀଜୀ ଏବଂ ଦାଦୀ
ଜାନକୀଜୀଙ୍କ ସହିତ ବ୍ୟକ୍ତିଗତ ସାକ୍ଷାତ୍:- ବାପଦାଦା ତ ତ୍ରିମୂର୍ତ୍ତି ବ୍ରହ୍ମାଙ୍କର ଦୃଶ୍ୟ
ଦେଖାଇଲେ । ତୁମେମାନେ ଦେଖିଲ? କାହିଁକି ନା ତୁମେମାନେ ବାବାଙ୍କ ସମାନ ହୋଇ ବାବାଙ୍କର ପ୍ରତ୍ୟେକ
କାର୍ଯ୍ୟରେ ସାଥୀ ଅଟ ନା! ସେଥିପାଇଁ ଏହି ଦୃଶ୍ୟ ଦେଖାଇଲୁ । ବାପଦାଦା ତୁମ ଦୁହିଁଙ୍କୁ ବିଶେଷ
ଶକ୍ତିଗୁଡିକର ୱିଲ୍ କରିଦେଇଛନ୍ତି । ୱିଲ୍ ପାୱାର ଅର୍ଥାତ୍ ଇଚ୍ଛା ଶକ୍ତି ମଧ୍ୟ ପ୍ରଦାନ
କରିଛନ୍ତି ଏବଂ ସମସ୍ତ ଶକ୍ତିଗୁଡିକୁ ମଧ୍ୟ ୱିଲ୍ କରିଦେଇଛନ୍ତି ଅର୍ଥାତ୍ ଇଚ୍ଛା ପତ୍ର ମାଧ୍ୟମରେ
ହସ୍ତାନ୍ତର କରିଦେଇଛନ୍ତି । ସେଥିପାଇଁ ଶକ୍ତିଗୁଡିକ କାର୍ଯ୍ୟ କରିଚାଲିଛନ୍ତି ।
ନିର୍ଦ୍ଦେଶକର୍ତ୍ତା ବାବା କରାଉଛନ୍ତି ଏବଂ ତୁମେମାନେ ନିମିତ୍ତ ହୋଇ କରୁଛ । ମଜା ଲାଗୁଛି ନା!
କରିକରାଇବା ବାଲା ବାବା କରାଉଛନ୍ତି, ସେଥିପାଇଁ ତୁମେମାନେ ନିଶ୍ଚିନ୍ତ ହୋଇ କରି ଚାଲିଛ । କୌଣସି
ଚିନ୍ତା ତ ନାହିଁ ନା! ଚିନ୍ତାମୁକ୍ତ ସମ୍ରାଟ ଅଟ । ଆଚ୍ଛା । ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଜ୍ଞାନୀ
ଅଟ । ସ୍ୱାସ୍ଥ୍ୟ କେବେ କେବେ ଟିକିଏ ଚଞ୍ଚଳତା ମଧ୍ୟ କରିଦେଉଛି । ଏଥିରେ ମଧ୍ୟ ଜ୍ଞାନୀ ହେବାକୁ
ହିଁ ପଡିବ କାହିଁକି ନା ସେବା ବହୁତ କରିବାର ଅଛି ନା । ତେଣୁ ସ୍ୱାସ୍ଥ୍ୟ ମଧ୍ୟ ସହଯୋଗ ଦେଉଛି ।
ତେଣୁ ଡବଲ ଜ୍ଞାନୀ ଅଟ, ଆଚ୍ଛା! ଓମ୍ ଶାନ୍ତି ।
ବରଦାନ:-
ଈଶ୍ୱରୀୟ ସଙ୍ଗରେ
ରହି ଖରାପ ସଙ୍ଗର ପ୍ରହାରରୁ ସୁରକ୍ଷିତ ରହୁଥିବା ସଦାକାଳର ସତସଙ୍ଗୀ ଭବ ।
କିଏ କିପରି ବି ଖରାପ
ସଂଗ ହୋଇଥାଉ କିନ୍ତୁ ତୁମର ସଚ୍ଚା ଶ୍ରେଷ୍ଠ ସଂଗ ତା’ ତୁଳନାରେ ଅନେକ ଗୁଣା ଶକ୍ତିଶାଳୀ ଅଟେ, ସବୁ
ସଙ୍ଗ ଦୁର୍ବଳ ଅଟନ୍ତି । କିନ୍ତୁ ଯେତେବେଳେ ତୁମେ ନିଜେ ଦୁର୍ବଳ ହୋଇଯାଉଛ ସେତେବେଳେ ଖରାପ ସଂଗ
ତୁମ ଉପରେ ଆକ୍ରମଣ କରୁଛି ଅର୍ଥାତ୍ ସଂଗର ପ୍ରଭାବ ପଡିଯାଉଛି । ଯେଉଁମାନେ ସର୍ବଦା ଏକମାତ୍ର
ବାବାଙ୍କର ସଂଗରେ ରହିଥାଆନ୍ତି ଅର୍ଥାତ୍ ସଦାକାଳର ସତ୍ସଙ୍ଗୀ ଅଟନ୍ତି ସେମାନେ ଅନ୍ୟ କୌଣସି
ସଂଗର ରଙ୍ଗରେ ପ୍ରଭାବିତ ହୋଇପାରିବେ ନାହିଁ । ବ୍ୟର୍ଥ କଥାବାର୍ତ୍ତା, ବ୍ୟର୍ଥ ସଂଗ ଅର୍ଥାତ୍
କୁସଙ୍ଗ ସେମାନଙ୍କୁ ଆକର୍ଷିତ କରିପାରିବ ନାହିଁ ।
ସ୍ଲୋଗାନ:-
ଖରାପକୁ ମଧ୍ୟ
ଭଲରେ ପରିବର୍ତ୍ତନ କରିବାବାଲା ହିଁ ପ୍ରସନ୍ନଚିତ୍ତ ରହିପାରିବେ ।